BSE Odisha 8th Class Political Science Notes Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

Odisha State Board BSE Odisha 8th Class Political Science Notes Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ will enable students to study smartly.

BSE Odisha Class 8 Political Science Notes Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

→ ରାଜନୈତିକ ଦଳ:

  • ରାଜନୈତିକ ଦଳ ଗଣତାନ୍ତ୍ରିକ ସରକାରର ଅବଚ୍ଛେଦ୍ୟ ଅଙ୍ଗ ।
  • ରାଜନୈତିକ ଦଳ ବିନା ମୁକ୍ତ ଗଣତାନ୍ତ୍ରିକ ସରକାର ଗଠିତ ହୋଇପାରେ ନାହିଁ ।
  • ମନେରଖ : ଜନସାଧାରଣଙ୍କର ରାଜନୈତିକ ସ୍ଵାଧୀନତାର ପରିପ୍ରକାଶପାଇଁ ରାଜନୈତିକ ଦଳଗୁଡ଼ିକହି ପ୍ରକୃଷ୍ଟ ମାଧ୍ୟମ ।

→ ରାଜନୈତିକ ଦଳର ବୈଶିଷ୍ଟ୍ୟ :

  • କେତେକ ବ୍ୟକ୍ତି ସଙ୍ଗଠିତ ହୋଇ ଦଳ ସଙ୍ଗଠନ କରନ୍ତି ।
  • ସେମାନେ କେତେକ ନିର୍ଦ୍ଦିଷ୍ଟ ନୀତି ଉପରେ ସହମତି ପ୍ରକାଶ କରନ୍ତି ।
  • ସେମାନେ ଜାତୀୟ ସ୍ୱାର୍ଥ ସାଧନାରେ ବ୍ରତୀ ହୋଇଥାନ୍ତି ।
  • ନିର୍ବାଚନ ମାଧ୍ୟମରେ ସେମାନେ କ୍ଷମତା ହାସଲ କରିବା ଏବଂ କ୍ଷମତା ଜାହିର କରିବାପାଇଁ ଉଦ୍ୟମ କରନ୍ତି ।
  • ପ୍ରତି ରାଜନୈତିକ ଦଳର ସଙ୍ଗଠନ, ନିୟମାବଳୀ ପତକା ଓ ଚିହ୍ନ ଆଦି ରହିଛି ।

BSE Odisha 8th Class Political Science Notes Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

→ ରାଜନୈତିକ ଦଳର କାର୍ଯ୍ୟାବଳୀ :

  • ରାଜନୈତିକ ଦଳଗୁଡ଼ିକ ଦେଶର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସମସ୍ୟାଗୁଡ଼ିକୁ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରି ଜନମତ ଓ ରାଜନୈତିକ ସଚେତନତା ସୃଷ୍ଟି କରନ୍ତି ।
  • ରାଜନୈତିକ ଦଳଗୁଡ଼ିକ ଲୋକମାନଙ୍କର ନ୍ୟାଯ୍ୟ ଦାବିଗୁଡ଼ିକୁ ଏକତ୍ରିତ କରି ସଠିକ୍ ଭାବରେ ଉପଯୁକ୍ତ ସମୟରେ ସରକାରଙ୍କ ପାଖରେ ଉପସ୍ଥାପନ କରନ୍ତି ।
  • ରାଜନୈତିକ ଦଳଗୁଡ଼ିକ ଲୋକମାନଙ୍କ ମଧ୍ୟରୁ ସେମାନଙ୍କର ସଭ୍ୟ ଚୟନ କରନ୍ତି ଓ ସଭ୍ୟମାନଙ୍କୁ ଦଳର ନୀତି ଓ ଆଦର୍ଶ ସମ୍ପର୍କରେ ପ୍ରଶିକ୍ଷଣ ଦିଅନ୍ତି ।
  • ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ସମୟରେ ସଭାସମିତି ଓ ପ୍ରଚାରପତ୍ର ମାଧ୍ୟମରେ ଜନସାଧାରଣଙ୍କ ସମ୍ମୁଖରେ ବିଭିନ୍ନ ରାଜନୈତିକ ବିକଳ୍ପ ଉପସ୍ଥାପନ କରନ୍ତି ।
  • ନିର୍ବାଚନରେ ରାଜନୈତିକ ଦଳଗୁଡ଼ିକ ବହୁମତ ହାସଲ କଲେ ସରକାର ଗଠନ କରନ୍ତି ଓ ଦେଶ ଶାସନ କରନ୍ତି । ସଂଖ୍ୟାଗରିଷ୍ଠତା ହାସଲ କରିନପାରିଲେ, ବିରୋଧୀ ଦଳ ଭାବରେ ସରକାରଙ୍କ ଦୋଷତ୍ରୁଟି ଦର୍ଶାଇ ସରକାରଙ୍କୁ ସମାଲୋଚନା ତଥା ନିୟନ୍ତ୍ରଣ କରନ୍ତି ।
  • ରାଜନୈତିକ ଦଳଗୁଡ଼ିକର ସଭ୍ୟମାନେ ବନ୍ୟା, ବାତ୍ୟା, ମରୁଡ଼ି ଇତ୍ୟାଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରପୀଡ଼ିତମାନଙ୍କୁ ସହାଯ୍ୟ ଯୋଗାଇଥାଆନ୍ତି ।

→ ଦଳୀୟ ବ୍ୟବସ୍ଥା :

  • ସାଧାରଣତଃ ତିନି ପ୍ରକାରର ଦଳୀୟ ବ୍ୟବସ୍ଥା ଦେଖାଯାଏ; ଯଥା— (କ) ଏକ-ଦଳୀୟ ବ୍ୟବସ୍ଥା, (ଖ) ଦ୍ବି- ଦଳୀୟ ବ୍ୟବସ୍ଥା, (ଗ) ବହୁ-ଦଳୀୟ ବ୍ୟବସ୍ଥା
  • ଯେଉଁ ଦେଶରେ କେବଳ ଗୋଟିଏ ମାତ୍ର ରାଜନୈତିକ ଦଳ ଥାଏ, ତାକୁ ଏକ-ଦଳୀୟ ବ୍ୟବସ୍ଥା କୁହାଯାଏ; ଯଥା— ଚୀନ୍, ରୁଷିଆ ।
  • ଯେଉଁ ଦେଶମାନଙ୍କରେ ଦୁଇଟି ପ୍ରମୁଖ ଦଳ ଥାଏ, ତାକୁ ଦ୍ୱି-ଦଳୀୟ ବ୍ୟବସ୍ଥା କୁହାଯାଏ; ଯଥା— ଇଂଲଣ୍ଡ, ଆମେରିକା ।
  • ଯେଉଁ ଦେଶରେ ଦୁଇରୁ ଅଧୂକ ରାଜନୈତିକ ଦଳ ଦେଖାଯାନ୍ତି, ତାକୁ ବହୁ-ଦଳୀୟ ବ୍ୟବସ୍ଥା କୁହାଯାଏ; ଯଥା— ଭାରତ, ଫ୍ରାନ୍ସ ।
  • ଭାରତରେ ଅନେକ ଗୁଡ଼ିଏ ରାଜନୈତିକ ଦଳ ଅଛନ୍ତି; ଯଥା— କଂଗ୍ରେସ, ଭାରତୀୟ ଜନତା ପାର୍ଟି, ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ), ସମାଜବାଦୀ ଦଳ, ରାଷ୍ଟ୍ରୀୟ ଜନତା ଦଳ, ଆନ୍ନା ଡ଼ି.ଏମ୍.କେ., ଡି.ଏମ୍.କେ., ଅକାଳୀଦଳ, ଶିବସେନା ଇତ୍ୟାଦି ।

BSE Odisha 8th Class Political Science Notes Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

→ ଜାତୀୟ ଦଳ ଓ ଆଞ୍ଚଳିକ ଦଳ :
ଆମ ଦେଶରେ ରାଜନୈତିକ ଦଳଗୁଡ଼ିକୁ ସାଧାରଣତଃ ଦୁଇଭାଗରେ ବିଭକ୍ତ କରାଯାଇଅଛି; ଯଥା— (୧) ଜାତୀୟ ଦଳ, (୨) ଆଞ୍ଚଳିକ ଦଳ ।

→ ଆଞ୍ଚଳିକ ଦଳ :

  • ଯେଉଁ ରାଜନୈତିକ ଦଳ ଏକ ରାଜ୍ୟର ଠିକ୍ ପୂର୍ବବର୍ତ୍ତୀ ବିଧାନସଭା ନିର୍ବାଚନରେ ସମୁଦାୟ ଭୋଟ୍‌ର ଅନ୍ୟୁନ ଛ’ ପ୍ରତିଶତ ଭୋଟ୍ ପାଇଥବ ଏବଂ ବିଧାନସଭାରେ ଅନ୍ୟୁନ ଦୁଇଟି ଆସନରେ ବିଜୟୀ ହୋଇଥିବ ତାହା ଏକ ଆଞ୍ଚଳିକ ଦଳ ଭାବରେ ସ୍ବୀକୃତି ପାଇଥାଏ ।
  • ଆଞ୍ଚଳିକ ଦଳଗୁଡ଼ିକ ସାଧାରଣତଃ ଗୋଟିଏ ଗୋଟିଏ ରାଜ୍ୟ ମଧ୍ୟରେ ସୀମିତ ।
  • ଆଞ୍ଚଳିକ ଦଳଗୁଡ଼ିକ ନିଜ ନିଜ ରାଜ୍ୟରେ ନିର୍ବାଚନ ଲଢ଼ନ୍ତି ।
  • ମନେରଖ : ବି.ଜେ.ଡ଼ି., ଡି.ଏମ୍.କେ., ତେଲୁଗୁଦେଶମ୍ ଇତ୍ୟାଦି ଗୋଟିଏ ଗୋଟିଏ ଆଞ୍ଚଳିକ ଦଳ ।

→ ଜାତୀୟ ଦଳ :

  • ଯେଉଁ ରାଜନୈତିକ ଦଳ ଠିକ୍ ପୂର୍ବବର୍ତ୍ତୀ ଲୋକସଭା ନିର୍ବାଚନ ବା ଯେକୌଣସି ଚାରିଗୋଟି ରାଜ୍ୟର ବିଧାନସଭା ନିର୍ବାଚନରେ ପ୍ରତ୍ୟେକ ରାଜ୍ୟରେ ସମୁଦାୟ ଭୋଟର ଛ’ଶତାଂଶ ଭୋଟ ପାଇଥିବ ଏବଂ ଲୋକସଭାରେ ଅନ୍ୟୁନ ଚାରିଗୋଟି ଆସନ ଲାଭ କରିଥିବ ତାହା ଏକ ଜାତୀୟ ରାଜନୈତିକ ଦଳ ଭାବରେ ସ୍ଵୀକୃତି ଲାଭ କରିଥାଏ ।
  • ମନେରଖ : ଭାରତୀୟ ଜାତୀୟ କଂଗ୍ରେସ, ଭାରତୀୟ ଜନତା ଦଳ ଇତ୍ୟାଦି ଜାତୀୟ ରାଜନୈତିକ ଦଳ ଅଟନ୍ତି ।
  • ଜାତୀୟ ଦଳଗୁଡ଼ିକ ମୁଖ୍ୟତଃ ସର୍ବଭାରତୀୟ ସମସ୍ୟା, ଜାତୀୟ ସ୍ୱାର୍ଥ ଉପରେ ବିଶେଷ ଗୁରୁତ୍ବ ଦିଅନ୍ତି ।
  • ସର୍ବଭାରତୀୟ ସଙ୍ଗଠନ ରାଜ୍ୟ ସଙ୍ଗଠନକୁ ନିୟନ୍ତ୍ରିତ କରେ ଏବଂ ରାଜ୍ୟସ୍ତରୀୟ ସଙ୍ଗଠନ, ଜିଲ୍ଲା, ଉପଖଣ୍ଡ ଏବଂ ମଣ୍ଡଳ (ବ୍ଲକ୍) ସ୍ତରୀୟ ସଙ୍ଗଠନଗୁଡ଼ିକୁ ନିୟନ୍ତ୍ରିତ କରନ୍ତି ।
  • ସର୍ବଭାରତୀୟ ଦଳଗୁଡ଼ିକ ପ୍ରାୟ ପ୍ରତ୍ୟେକ ରାଜ୍ୟରେ ନିର୍ବାଚନ ଲଢ଼ନ୍ତି ।

→ ଚାପଦାୟୀ ଗୋଷ୍ଠୀ ବା ଚାପଦାନକାରୀ ଗୋଷ୍ଠୀ (Pressure Group) :

  • ଚାପଦାୟୀ ଗୋଷ୍ଠୀଗୁଡ଼ିକ ଦେଶର ରାଜନୈତିକ ପ୍ରକ୍ରିୟା ତଥା ପ୍ରଶାସନରେ ଏକ ପ୍ରଧାନ ଭୂମିକା ଗ୍ରହଣ କରନ୍ତି ।
  • ହାରିସ୍‌ଙ୍କ ମତରେ ଯେଉଁ ସ୍ୱାର୍ଥନ୍ୱେଷୀ ଗୋଷ୍ଠୀଗୁଡ଼ିକ ନିଜର ସୁବିଧା, ସୁଯୋଗ ହାସଲ କରିବାପାଇ ସରକାରୀ ନୀତି ନିର୍ଦ୍ଧାରକମାନଙ୍କ ଉପରେ ବିଭିନ୍ନ ଚାପ ପ୍ରୟୋଗ କରିଥାଆନ୍ତି, ସେଗୁଡ଼ିକୁ ଚାପଦାୟୀ ଗୋଷ୍ଠୀ ବା ଚାପଦାନକାରୀ ଗୋଷ୍ଠୀ କୁହାଯାଏ ।
  • ମନେରଖ : ଚାପଦାନକାରୀ ଗୋଷ୍ଠୀକୁ ମଧ୍ୟ ସ୍ଵାର୍ଥାନ୍ଵେଷୀ ଗୋଷ୍ଠୀ (Interest group) କୁହାଯାଏ ।
  • ଟର୍ଣ୍ଣରଙ୍କ ମତରେ ଯେଉଁ ଅଣ-ରାଜନୈତିକ ସଙ୍ଗଠନଗୁଡ଼ିକ ସରକାରୀ ନୀତିକୁ ପ୍ରଭାବିତ କରିଥାଆନ୍ତି; ସେଗୁଡ଼ିକୁ ଚାପଦାୟୀ ଗୋଷ୍ଠୀ କୁହାଯାଏ ।
  • ଏକଷ୍ଟିନ୍‌ଙ୍କ ମତରେ ଏକ ପ୍ରକାର ମନୋଭାବାପନ୍ନ, ଏକ ପ୍ରକାର ମୂଲ୍ୟବୋଧ ଏବଂ ସ୍ବାର୍ଥରେ ବିଶ୍ଵାସୀ, ଏକ ସୁସଙ୍ଗଠିତ ସାମାଜିକ ଗୋଷ୍ଠୀ, ପ୍ରତ୍ୟକ୍ଷ ସରକାରୀ ପଦବୀ ଗ୍ରହଣ ନ କରି ନିଜ ସ୍ବାର୍ଥସାଧନ ପାଇଁ ସରକାରୀ ନୀତିକୁ ପ୍ରଭାବିତ କଲେ, ତାହାକୁ ଚାପଦାୟୀ ଗୋଷ୍ଠୀ ବା ଚାପଦାନକାରୀ ଗୋଷ୍ଠୀ ଚାପଦାୟୀ ଗୋଷ୍ଠୀର ଲକ୍ଷଣ କୁହାଯାଏ ।

→ ଚାପଦାୟୀ ଗୋଷ୍ଠୀର ଲକ୍ଷଣ :

  • ଏହା ସମ ମନୋଭାବାପନ୍ନ ତଥା ସମସ୍ୱାର୍ଥୀ ବ୍ୟକ୍ତିମାନଙ୍କର ଏକ ଗୋଷ୍ଠୀ ।
  • ଏହା କୌଣସି ରାଜନୈତିକ ଦଳ ସହିତ ପ୍ରତ୍ୟକ୍ଷ ଭାବରେ ସଂପୃକ୍ତ ନୁହେଁ ।
  • ସ୍ଵାର୍ଥସାଧନ ଲକ୍ଷ୍ୟରେ ଏହା ଏକ ଅସ୍ଥାୟୀ ବା ସ୍ଥାୟୀ ଗୋଷ୍ଠୀ ହୋଇଥାଏ ।
  • ଏହି ଚାପଦାନକାରୀ ଗୋଷ୍ଠୀଗୁଡ଼ିକ ପ୍ରତ୍ୟକ୍ଷ ରାଜନୀତି କ୍ଷେତ୍ରକୁ ନ ଆସି ପର୍ଦା ଆଢୁଆଳରେ ରହି କାର୍ଯ୍ୟ କରନ୍ତି ।

BSE Odisha 8th Class Political Science Notes Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

→ ଚାପଦାନକାରୀ ଗୋଷ୍ଠୀର ଶ୍ରେଣୀବିଭାଗ :

  • ଚାପଦାନକାରୀ ଗୋଷ୍ଠୀଗୁଡ଼ିକ ସାଙ୍ଗଠନିକ ଓ କାର୍ଯ୍ୟଶୈଳୀ ଦୃଷ୍ଟିରୁ ଚାରି ଭାଗରେ ବିଭକ୍ତ କରାଯାଇଛି ।
  • ସଂଘୀୟ ଗୋଷ୍ଠୀ – ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିମାନେ ସଂଘବଦ୍ଧ ହୋଇ ସେମାନଙ୍କର ସ୍ଵାର୍ଥ ସାଧନ ନିମିତ୍ତ ସରକାରଙ୍କ ଉପରେ ଚାପ ପ୍ରୟୋଗ କଲେ, ସେମାନଙ୍କୁ ସଂଘୀୟ ଗୋଷ୍ଠୀ କୁହାଯାଏ ; ଯଥା— ବଣିକ ସଂଘ, ଶ୍ରମିକ ମହାସଂଘ ।
  • ଅଣ-ସଂଘୀୟ ଗୋଷ୍ଠୀ – ରକ୍ତ ସମ୍ପର୍କ, ଧର୍ମୀୟ ସମ୍ପର୍କ ଓ କୌଳିକ ବୃତ୍ତି ସମ୍ପର୍କ ମାଧ୍ୟମରେ କେତେକ ବ୍ୟକ୍ତି ଏକତ୍ରିତ ହୋଇ ସେମାନଙ୍କର ସ୍ଵାର୍ଥ ସାଧନ ପାଇଁ ସରକାରୀ ନୀତିଗୁଡ଼ିକୁ ପ୍ରଭାବିତ କଲେ, ସେମାନଙ୍କୁ ଅଣ-ସଂଘୀୟ ଗୋଷ୍ଠୀ କୁହାଯାଏ; ଯଥା— ବୌଦ୍ଧଭିକ୍ଷୁ ଗୋଷ୍ଠୀ, ଯାଦବ ମହାସଭା,ଗୋଷ୍ଠୀ ।
  • ଆନୁଷ୍ଠାନିକ ଗୋଷ୍ଠୀ – ବିଭିନ୍ନ ଅନୁଷ୍ଠାନରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କଦ୍ୱାରା ଗଠିତ ସଂଘକୁ ଆନୁଷ୍ଠାନିକ ଗୋଷ୍ଠୀ କୁହାଯାଏ, ଯେଉଁମାନେ ଆନୁଷ୍ଠାନିକ ସ୍ବାର୍ଥ ମାଧ୍ୟମରେ ନିଜ ନିଜର ସ୍ବାର୍ଥ ସାଧନ କରିବାପାଇଁ ସରକାରଙ୍କ ଉପରେ ଚାପ ପକାନ୍ତି; ଯଥା— ଅମଲାତନ୍ତ୍ର ।
  • ସାମାଜିକ ମୂଲ୍ୟବୋଧ ବିରୋଧୀ ଚାପଗୋଷ୍ଠୀ – କୌଣସି ନିର୍ଦ୍ଦିଷ୍ଟ ସାମାଜିକ ମୂଲ୍ୟବୋଧରେ ବିଶ୍ୱାସ ନ କରି ହିଂସାତ୍ମକ ପନ୍ଥାରେ ସେମାନଙ୍କର ସ୍ବାର୍ଥ ସାଧନ ପାଇଁ କାର୍ଯ୍ୟ କରୁଥିବା ଗୋଷ୍ଠୀକୁ ସାମାଜିକ ମୂଲ୍ୟବୋଧ ବିରୋଧୀ ଗୋଷ୍ଠୀ କୁହାଯାଏ, ଯଥା— ଉଲ୍‌ଫା, ଜାମ୍ମୁକାଶ୍ମୀର ଲିବରେସନ୍ ଫ୍ରଣ୍ଟ ।

→ ଉଦ୍ଦେଶ୍ୟ ଦୃଷ୍ଟିରୁ ଚାପଗୋଷ୍ଠୀଗୁଡ଼ିକ ଦୁଇ ଭାଗରେ ବିଭକ୍ତ କରାଯାଇଛି ।

  • ସ୍ଵାର୍ଥୀ ଗୋଷ୍ଠୀ – ଯେଉଁ ଗୋଷ୍ଠୀଗୁଡ଼ିକ ଜନସାଧାରଣଙ୍କର ସ୍ବାର୍ଥ ପ୍ରତି ଭୃକ୍ଷେପ ନକରି ନିଜର ସ୍ଵାର୍ଥ ଯେକୌଣସି ପ୍ରକାରେ ହାସଲ କରିବାପାଇଁ ଉଦ୍ୟମ କରନ୍ତି, ସେମାନଙ୍କୁ ସ୍ୱାର୍ଥୀ ଗୋଷ୍ଠୀ କୁହାଯାଏ ।
  • ଜନମଙ୍ଗଳକାରୀ ଗୋଷ୍ଠୀ – ଯେଉଁ ଗୋଷ୍ଠୀଗୁଡ଼ିକ ସର୍ବସାଧାରଣଙ୍କର ସ୍ବାର୍ଥ ସାଧନ ପାଇଁ ପ୍ରୟାସ କରିଥାଆନ୍ତି, ସେଗୁଡ଼ିକୁ ଜନମଙ୍ଗଳକାରୀ ଗୋଷ୍ଠୀ କୁହାଯାଏ; ଯଥା— ବସ୍ତିବାସିନ୍ଦା ଉନ୍ନୟନ ସଂଘ ।

→ କାର୍ଯ୍ୟକାଳ ଅନୁସାରେ ଚାପଗୋଷ୍ଠୀଗୁଡ଼ିକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି ।

  • ଦୀର୍ଘସ୍ଥାୟୀ ଗୋଷ୍ଠୀ – ଯେଉଁ ଗୋଷ୍ଠୀଗୁଡ଼ିକ ସେମାନଙ୍କର ଚିରସ୍ଥାୟୀ ସ୍ଵାର୍ଥ ସାଧନ ନିମିତ୍ତ ସଙ୍ଗଠିତ ହୋଇ କାର୍ଯ୍ୟ କରନ୍ତି, ସେଗୁଡ଼ିକୁ ଦୀର୍ଘସ୍ଥାୟୀ ଗୋଷ୍ଠୀ କୁହାଯାଏ; ଯଥା— ସର୍ବଭାରତୀୟ ଶିକ୍ଷକ ମହାସଂଘ ।
  • କ୍ଷଣସ୍ଥାୟୀ ଗୋଷ୍ଠୀ – ଯେଉଁ ଚାପଦାନକାରୀ ଗୋଷ୍ଠୀଗୁଡ଼ିକ କ୍ଷଣିକ ସ୍ବାର୍ଥ ହାସଲ ପାଇଁ ସଙ୍ଗଠିତ ହୋଇଥାଆନ୍ତି ଏବଂ ନିର୍ଦ୍ଦିଷ୍ଟ ସ୍ଵାର୍ଥ ସାଧୂ ହୋଇଗଲା ପରେ ସେହି ଗୋଷ୍ଠୀଗୁଡ଼ିକର ବିଲୟ ଘଟେ, ସେଗୁଡ଼ିକୁ କ୍ଷଣସ୍ଥାୟୀ ଗୋଷ୍ଠୀ କୁହାଯାଏ; ଯଥା – ‘ମହାନଦୀ ବଞ୍ଚାଅ ସମିତି’, ‘ନର୍ମଦା ବଞ୍ଚାଅ ସମିତି’ ।

→ ରାଜନୈତିକ ଦଳ ଓ ଚାପଦାନକାରୀ ଗୋଷ୍ଠୀ ମଧ୍ୟରେ ସାମଞ୍ଜସ୍ୟ ଓ ପାର୍ଥକ୍ୟ :
ସାମଞ୍ଜସ୍ୟ :

  • ଚାପଦାନକାରୀ ଗୋଷ୍ଠୀ ଓ ରାଜନୈତିକ ଦଳ ଉଭୟ ନିଜ ନିଜ ସଦସ୍ୟମାନଙ୍କର ସ୍ବାର୍ଥ ହାସଲ ପାଇଁ କାର୍ଯ୍ୟ କରିଥାଆନ୍ତି ।
  • କ୍ଷମତାରେ ନଥ‌ିବା ରାଜନୈତିକ ଦଳଗୁଡ଼ିକ ଓ ଚାପଦାନକାରୀ ଗୋଷ୍ଠୀ ସରକାରୀ କଳ ଉପରେ ବିଭିନ୍ନ ପ୍ରକାର ଚାପ ପକାଇ ନିଜ ନିଜର ସ୍ୱାର୍ଥ ହାସଲ କରନ୍ତି ।
  • ମନେରଖ : ରାଜନୈତିକ ଦଳଗୁଡ଼ିକ ଆକାରରେ ବଡ଼ ଓ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଗ୍ରହଣ କରିଥିବାବେଳେ ଚାପଦାୟୀ ଗୋଷ୍ଠୀ କେବଳ ନିଜର ସ୍ବାର୍ଥ ହାସଲ ପାଇଁ ସୀମିତ କାର୍ଯ୍ୟକ୍ରମ ଗ୍ରହଣ କରିଥାଏ ।

BSE Odisha 8th Class Political Science Notes Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

→ ପାର୍ଥକ୍ୟ :

  • ରାଜନୈତିକ ଦଳଗୁଡ଼ିକ ଆକାରରେ ବଡ଼ ଓ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଗ୍ରହଣ କରିଥିବାବେଳେ ଚାପଦାୟୀ ଗୋଷ୍ଠୀ କେବଳ ନିଜର ସ୍ୱାର୍ଥ ହାସଲ ପାଇଁ ସୀମିତ କାର୍ଯ୍ୟକ୍ରମ ଗ୍ରହଣ କରିଥାଏ ।
  • ରାଜନୈତିକ ଦଳଗୁଡ଼ିକର ନିର୍ଦ୍ଦିଷ୍ଟ ଇସ୍ତାହାର, ନିର୍ଦ୍ଦିଷ୍ଟ ଦଳୀୟ ପତାକା, ଦଳୀୟ ସମ୍ବିଧାନ ଓ ଦଳୀୟ ଚିହ୍ନ ଥ‌ିବାବେଳେ ଚାପଦାନକାରୀ ଗୋଷ୍ଠୀଗୁଡ଼ିକର ସଭ୍ୟସଂଖ୍ୟା ସୀମିତ ଓ ସେମାନଙ୍କର ନିର୍ଦ୍ଦିଷ୍ଟ ପତାକା ବା ଚୟନ ପଦ୍ଧତି ନଥାଏ ।
  • ରାଜନୈତିକ ଦଳଗୁଡ଼ିକ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି କ୍ଷମତା ହାସଲ କରିବାପାଇଁ ସର୍ବଦା ଚେଷ୍ଟା କରୁଥିବାବେଳେ ଚାପଦାନକାରୀ ଗୋଷ୍ଠୀଗୁଡ଼ିକ ପ୍ରତ୍ୟକ୍ଷ ରାଜନୀତିଠାରୁ ଦୂରେଇ ରହି ସରକାରୀ ନୀତିକୁ ପ୍ରଭାବିତ କରନ୍ତି ।
  • ଜଣେ ବ୍ୟକ୍ତି ଏକ ସମୟରେ କେବଳ ଗୋଟିଏ ରାଜନୈତିକ ଦଳରେ ସଭ୍ୟ ହୋଇଥାଏ; କିନ୍ତୁ ଜଣେ ବ୍ୟକ୍ତିର ବିଭିନ୍ନ ପ୍ରକାର ସ୍ବାର୍ଥ ଥିବାରୁ ସେ ଏକ ସମୟରେ ଏକାଧିକ ଚାପଦାନକାରୀ ଗୋଷ୍ଠୀର ସଭ୍ୟ ହୋଇଥାଏ ।

→ ଭାରତରେ କାର୍ଯ୍ୟରତ ଚାପଗୋଷ୍ଠୀ :
ଭାରତରେ କାର୍ଯ୍ୟରତ ଥିବା କେତେକ ମୁଖ୍ୟ ଚାପଦାନକାରୀ ଗୋଷ୍ଠୀଗୁଡ଼ିକ ହେଲା– ସର୍ବଭାରତୀୟ ଶ୍ରମିକ ସଂଘ, ସର୍ବଭାରତୀୟ ଶିକ୍ଷକ ମହାସଂଘ, ଓଡ଼ିଶା ଡାକ୍ତରୀ ସେବା ସଂଘ, ସରକାରୀ କଲେଜ ଶିକ୍ଷକ ସଂଘ ଓ ନିଷ୍ଫଳ ଉତ୍କଳ ଶିକ୍ଷକ ମହାସଂଘ ଇତ୍ୟାଦି ।

→ ଚାପଗୋଷ୍ଠୀର ଭୂମିକା :
ଚାପଦାନକାରୀ ଗୋଷ୍ଠୀଗୁଡ଼ିକ ବିଭିନ୍ନ ପ୍ରକାରର ପ୍ରତିବାଦମୂଳକ ମାଧ୍ୟମ, ଯଥା— ଧର୍ମଘଟ, ବନ୍ଦପାଳନ, ରାସ୍ତାରୋକ ଇତ୍ୟାଦି ଜରିଆରେ ପ୍ରତିରୋଧ କରନ୍ତି ଓ ଦୁର୍ନିତୀଗ୍ରସ୍ତ ସରକାରଙ୍କୁ ନିନ୍ଦିତ କରାନ୍ତି ।

ଆମେ କ’ଣ ଶିଖୁଲେ ?

  • ଗଣତାନ୍ତ୍ରିକ ସରକାରରେ ରାଜନୈତିକ ଦଳର ଭୂମିକା ।
  • ରାଜନୈତିକ ଦଳର ସଂଜ୍ଞା, ପ୍ରକାରଭେଦ ଓ ସେମାନଙ୍କର ପତାକା ସମ୍ପର୍କରେ ସୂଚନା ।
  • ନିର୍ବାଚନ ଆୟୋଗର ଗଠନ ଓ କାର୍ଯ୍ୟାବଳୀ, ଦଳମାନଙ୍କୁ ସ୍ବୀକୃତି ପ୍ରଦାନ ।
  • ଚାପଗୋଷ୍ଠୀର ସଂଜ୍ଞା ଓ ଏହାର ଉଦ୍ଦେଶ୍ୟ ।
  • ଦୁଇଗୋଟି ଚାପଗୋଷ୍ଠୀ ରହିଛି; ଯଥା – ସ୍ଵାର୍ଥୀ ଗୋଷ୍ଠୀ ଓ ଜନମଙ୍ଗଳକାରୀ ଗୋଷ୍ଠୀ ।
  • ଚାପଗୋଷ୍ଠୀ ନିଜର ସ୍ଵାର୍ଥ ସାଧନ ପାଇଁ ସରକାରଙ୍କ ଉପରେ ଚାପ ପକାଇବା ଓ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ।
  • ଭାରତରେ ଥ‌ିବା ବିଭିନ୍ନ ଚାପପ୍ରଦାନକାରୀ ଗୋଷ୍ଠୀ ଯଥା : ସର୍ବଭାରତୀୟ ଶ୍ରମିକ ସଂଘ, ସର୍ବଭାରତୀୟ ଶିକ୍ଷକ ମହାସଂଘ ଇତ୍ୟାଦି ।

BSE Odisha 8th Class Political Science Notes Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

ଜାଣିବା କଥା

  • ଚାପଦାନକାରୀ ଗୋଷ୍ଠୀ ନିର୍ବାଚନରେ ଅଂଶଗ୍ରହଣ କରନ୍ତି ନାହିଁ ।
  • ଭାରତରେ ନିମ୍ନୋକ୍ତ ଚାପଦାନକାରୀ ଗୋଷ୍ଠୀ କାର୍ଯ୍ୟରତ ।
  • ସର୍ବଭାରତୀୟ ଶ୍ରମିକ ସଂଘ
  • ସର୍ବଭାରତୀୟ ଶିକ୍ଷକ ମହାସଂଘ
  • ଓଡ଼ିଶା ଡାକ୍ତରୀ ସେବା ସଂଘ
  • ସରକାରା କଲେଜ ଶିକ୍ଷକ ସଂଘ
  • ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକ ସଂଘ

Leave a Comment