Odisha State Board BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ Textbook Exercise Questions and Answers.
BSE Odisha Class 6 Science Solutions Chapter 1 ଖାଦ୍ୟର ଉତ୍ସ
Question 1.
ତଳେ ଦିଆଯାଇଥିବା ଉଭିଦମାନଙ୍କର କେଉଁ ଅଂଶ ଆମେ ଖାଦ୍ୟ ରୂପେ ବ୍ୟବହାର କରୁ ଲେଖ ।
ଉ –
Question 2.
ତଳେ କେତେକ ଖାଦ୍ୟର ନାମ ଦିଆଯାଇଛି । ସେହି ଖାଦ୍ୟର ଉପାଦାନଗୁଡ଼ିକ ଲେଖ ।
ଉ –
Question 3.
(କ) ପୋଡ଼ପିଠା ତିଆରିପାଇଁ ଆବଶ୍ୟକ ଉପାଦାନଗୁଡ଼ିକର ନାମ ଲେଖ ।
ଉ –
ପୋଡ଼ପିଠା ତିଆରିପାଇଁ ଆବଶ୍ୟକ ଖାଦ୍ୟ ଉପାଦାନଗୁଡ଼ିକ ହେଲା – ଚାଉଳ ଚୂନା, ଗୁଡ଼, ନଡ଼ିଆ, ଗୁଜୁରାତି, ଘିଅ, ଦହି, ଗୋଲମରିଚ, ଅଦା, ଅଳେଇଚ, ଲୁଣ, ଲବଙ୍ଗ, ପାଣି ।
(ଖ) ସେହି ଉପାଦାନଗୁଡ଼ିକ କେଉଁଠୁ ମିଳେ ଦୁଇଟି ସ୍ତମ୍ଭରେ ସଜାଇ ଲେଖ ।
ଉ –
Question 4.
ନିମ୍ନୋକ୍ତ ଜିନିଷ ମଧ୍ୟରେ ଥିବା ଦୁଇଟି ପାର୍ଥକ୍ୟ ଓ ଦୁଇଟି ସାମଞ୍ଜସ୍ୟ ଲେଖ ।
ପାଚିଲା ଅମୃତଭଣ୍ଡା ଓ କଞ୍ଚା ଅମୃତଭଣ୍ଡା ।
ଉ –
ପାଚିଲା ଅମୃତଭଣ୍ଡା ଓ କଞ୍ଚା ଅମୃତଭଣ୍ଡା ମଧ୍ୟରେ ପାର୍ଥକ୍ୟ –
ପାଚିଲା ଅମୃତଭଣ୍ଡାର | କଞ୍ଚା ଅମୃତଭଣ୍ଡାର |
(i) ପାଚିଲା ଅମୃତଭଣ୍ଡାର ଉପର ରଙ୍ଗ ହଳଦିଆ । | (i) କଞ୍ଚା ଅମୃତଭଣ୍ଡାର ରଙ୍ଗ ସବୁଜ । |
(ii) ପାଚିଲା ଅମୃତଭଣ୍ଡା ନରମ । | (ii) କଞ୍ଚା ଅମୃତଭଣ୍ଡା ଟାଣ ! |
ପାଚିଲା ଅମୃତଭଣ୍ଡା ଓ କଞ୍ଚା ଅମୃତଭଣ୍ଡା ମଧ୍ୟରେ ସାମଞ୍ଜସ୍ୟ –
ପାଚିଲା ଅମୃତଭଣ୍ଡାର | କଞ୍ଚା ଅମୃତଭଣ୍ଡାର |
(i) ପାଚିଲା ଅମୃତଭଣ୍ଡା ଖାଦ୍ୟ ରୂପେ ବ୍ୟବହୃତ ହୁଏ । | (i) କଞ୍ଚା ଅମୃତଭଣ୍ଡା ଖାଦ୍ୟ ରୂପେ ବ୍ୟବହୃତ ହୁଏ । |
(ii) ପାଚିଲା ଅମୃତଭଣ୍ଡାର ବୃନ୍ତ, ଚୋପା ଓ ମଞ୍ଜି ଅଛି । | (ii) କଞ୍ଚା ଅମୃତଭଣ୍ଡାର ବୃନ୍ତ, ଚୋପା ଓ ମଞ୍ଜି ଅଛି । |
Question 5.
‘କ’ ସ୍ତମ୍ଭରେ ଥିବା ପ୍ରତ୍ୟେକ ଖାଦ୍ୟକୁ ‘ଖ’ ସ୍ତମ୍ଭରେ ଦିଆଯାଇଥିବା ସମ୍ପର୍କିତ ଉଦ୍ଭଦ ଓ ପ୍ରାଣୀ ସହିତ ସଂଯୋଗ କର ।
ଉ –
Question 6.
(କ) ପାଳଙ୍ଗଶାଗ ଯେଉଁ ଯେଉଁ ଖାଦ୍ୟ ତିଆରି ପାଇଁ ଉପାଦାନ ରୂପରେ ବ୍ୟବହାର କରାଯାଏ ତନ୍ମଧ୍ୟରୁ ପାଞ୍ଚାଟିର ନାମ ଲେଖ ।
ଉ –
ପାଳଙ୍ଗ ଶାଗ ଉପାଦାନ ରୂପରେ ଖାଦ୍ୟ ପାଞ୍ଚଟି ହେଲା – ପାଳଙ୍ଗ ଶାଗ ଭଜା, ପାଳଙ୍ଗ ଶାଗ ତରକାରୀ, ପାଳଙ୍ଗ ଶାଗ ପରଟା, ପାଳଙ୍ଗ କୁପ୍ତା ଓ ପାଳଙ୍ଗ ପନିଅର ।
(ଖ) ଅଣ୍ଡା ଯେଉଁ ଯେଉଁ ଖାଦ୍ୟ ତିଆରି ପାଇଁ ଉପାଦାନ ରୂପରେ ବ୍ୟବହାର କରାଯାଏ ସେଗୁଡ଼ିକର ନାମ ଲେଖ ।
ଉ –
ଅଣ୍ଡା ତରକାରି, ଚାଓମିନ୍, ତଡ଼କା, ଭୁଜିଆ, ଆମ୍ଲେଟ୍, କେକ୍, ପାଉଁରୁଟି ଆଦି ଖାଦ୍ୟ ତିଆରି ପାଇଁ ଅଣ୍ଡା ଉପାଦାନ ରୂପରେ ବ୍ୟବହାର କରାଯାଏ ।
Question 7.
ତୁମ ଅଞ୍ଚଳରୁ ଯଦି ଆଜି ସବୁ ପୋକ, ମାଛି ଲୋପପାଇଯିବେ; ତେବେ ଯେଉଁ ଯେଉଁ ଜୀବମାନଙ୍କର ଖାଦ୍ୟ ସଂଗ୍ରହରେ ଅସୁବିଧା ହେବ ତନ୍ମଧ୍ୟରୁ ପାଞ୍ଚଟିର ନାମ ଲେଖ ।
ଉ –
ଜୀବ ପାଞ୍ଚଟିର ନାମ ହେଲା – (i) କୁକୁଡ଼ା, (ii) ବତକ, (iii) ଝିଟିପିଟି, (iv) ପିମ୍ପୁଡ଼ି, (v) ଏଣ୍ଡୁଅ ।
ଖାଦ୍ୟର ଉତ୍ସ Notes :
→ ଉପକ୍ରମ :
ପ୍ରତ୍ୟେକ ଜୀବର ବୈଶିଷ୍ଟ୍ୟ ହେଉଛି – ଜନ୍ମ, ବୃଦ୍ଧି ଓ ବିକାଶ, ପ୍ରଜନନ ଓ ମୃତ୍ୟୁ । ଏହି ସମସ୍ତ କାର୍ଯ୍ୟ ସମ୍ପାଦନ କରିବାପାଇଁ ଖାଦ୍ୟ ଆବଶ୍ୟକ । ଖାଦ୍ୟରୁ ଶକ୍ତି ମିଳିଥାଏ । ସେହି ଶକ୍ତିଦ୍ଵାରା ସମସ୍ତ କାର୍ଯ୍ୟ ସୂଚାରୁରୂପେ କରିଥାଏ । ତେଣୁ ଖାଦ୍ୟକୁ ଜୀବନ ଧାରଣର ଉତ୍ସ ବୋଲି କୁହାଯାଇଥାଏ ।
→ ଖାଦ୍ୟର ପ୍ରକାର :
Question 1.
ଆମେ ବହୁତ ଦିନ ଧରି ଖାଦ୍ୟ ନ ଖାଇଲେ କ’ଣ ହେବ ?
ଉ –
ଆମେ ବହୁତଦିନ ଧରି ଖାଦ୍ୟ ନ ଖାଇଲେ ଦୁର୍ବଳ ହୋଇ ଶେଷରେ ମୃତ୍ୟୁ ମୁଖରେ ପଡ଼ିବା ।
Question 2.
ତୁମେ ଗତ ଦୁଇଦିନରେ ଘରେ ଯାହା ଖାଇଛ ନିମ୍ନ ସାରଣୀ ଅନୁସାରେ ଲେଖ ।
ଉ –
ଦିବସ –
ମୁଢ଼ି, ଭାତ, ଡାଲମା, ଶାଗଭଜା, ଖଟା, ରୁଟି
ଚୁଡ଼ା, ଭାତ, ମାଛ ତରକାରୀ, ସାଲାଡ଼, ସିମେଇ, ପରଟା
Question 3.
(i) ତୁମେ ସବୁଦିନ ସମାନ ପ୍ରକାର ଖାଦ୍ୟ ଖାଉଛ କି ?
ଉ –
ଆମେ ସବୁଦିନ ସମାନ ପ୍ରକାର ଖାଦ୍ୟ ଖାଉନାହୁଁ ।
(ii) ତୁମ ଶ୍ରେଣୀର ସମସ୍ତ ପିଲା ଏକ ପ୍ରକାର ଖାଦ୍ୟ ଖାଉଛନ୍ତି କି ?
ଉ –
ଆମ ଶ୍ରେଣୀର ସମସ୍ତ ପିଲା ଏକ ପ୍ରକାର ଖାଦ୍ୟ ଖାଉଛନ୍ତି ।
Question 4.
ଭାତ ତିଆରି ପାଇଁ କ’ଣ ଆବଶ୍ୟକ ?
ଉ –
ଭାତ ତିଆରି ପାଇଁ ଚାଉଳ, ପାଣି ଓ ତାପ ଆବଶ୍ୟକ ।
ଖାଦ୍ୟର ଉପାଦାନ ଓ ଉତ୍ସ :
- କୌଣସି ଖାଦ୍ୟ ତିଆରି ପାଇଁ ଆବଶ୍ୟକ ପଦାର୍ଥକୁ ସେହି ଖାଦ୍ୟର ଉପାଦାନ କୁହାଯାଏ ।
- ବିଭିନ୍ନ ପ୍ରକାର ଖାଦ୍ୟ ତିଆରି କରିବାପାଇଁ ଭିନ୍ନ ଭିନ୍ନ ଉପାଦାନ ଆବଶ୍ୟକ ହୁଏ ।
- ଭାତ ପାଇଁ ଚାଉଳ, ପାଣି ଓ ତାପ ଆବଶ୍ୟକ । ସେହିପରି ରୁଟି ପାଇଁ ଅଟା, ଲୁଣ ଓ ପାଣି ଆବଶ୍ୟକ ।
Question 5.
ପ୍ରତ୍ୟେକ ଖାଦ୍ୟ ତିଆରି କରିବାପାଇଁ କେଉଁ କେଉଁ ଉପାଦାନ ଆବଶ୍ୟକ ସାରଣୀରେ ଦିଆଯାଇଥିବା ଉଦାହରଣକୁ ଦେଖୁ ଲେଖ ।
ଉ –
ପ୍ରାଣୀ ଓ ଉଦ୍ଭଦଠାରୁ ମିଳୁଥିବା ଖାଦ୍ୟ :
(i) ଖାଦ୍ୟ ପ୍ରସ୍ତୁତ କରିବାପାଇଁ କେତେକ ଉପାଦାନ ଉଭିଦଠାରୁ ମିଳିଥାଏ ଓ କେତେକ ଉପାଦାନ ପ୍ରାଣୀଠାରୁ ମିଳିଥାଏ । କେତେକ ଉପାଦାନ ମଧ୍ୟ ପ୍ରାଣୀ ଓ ଉଦ୍ଭଦଠାରୁ ମିଳି ନଥାଏ ।
ଖାଦ୍ୟ ମୁଖ୍ୟତଃ ପ୍ରାଣୀ ଓ ଉଦ୍ଭଦଠାରୁ ମିଳେ ।
(ii) ଉଦାହରଣ ସ୍ୱରୂପ : ଡାଲମା ପ୍ରସ୍ତୁତି ନିମନ୍ତେ ଉପାଦାନ ଗୁଡ଼ିକ ହେଲା – ବିଭିନ୍ନ ପରିବା, ନଡ଼ିଆ, ଡାଲି, ତେଲ, ମସଲା, ଲୁଣ, ପାଣି, ପିଆଜ, ଲଙ୍କା ଓ ହଳଦୀ । ଏଗୁଡ଼ିକ ମଧ୍ୟରୁ ପାଣି ଓ ଲୁଣ ବ୍ୟତୀତ ସମସ୍ତ ଉପାଦାନ ଉଭିଦଠାରୁ ମିଳିଥାଏ ।
Question 6.
ଖାଦ୍ୟଗୁଡ଼ିକର ଉପାଦାନଗୁଡ଼ିକ କେଉଁଠାରେ ମିଳେ ସାରଣୀରେ ଲେଖ ।
ଉ –
- ଖାଦ୍ୟ ପ୍ରସ୍ତୁତି ନିମନ୍ତେ ଉଭିଦର ବିଭିନ୍ନ ଅଂଶ ବ୍ୟବହାର କରାଯାଏ ।
- କେତେକ ଖାଦ୍ୟରେ ଉଭିଦର ମୂଳ ବ୍ୟବହାର ହୋଇଥାଏ ଏବଂ ଅନ୍ୟ କେତେକ ଖାଦ୍ୟରେ ଫୁଲ, ଫଳ, ମଞ୍ଜି, ପତ୍ର ଓ କାଣ୍ଡ ବ୍ୟବହୃତ ହୁଏ ।
Question 7.
ତୁମେ ଏପରି କୌଣସି ଗଛ ଜାଣିଛ, ଯାହାର ପତ୍ର, ଫୁଲ, ଫଳ ଓ କାଣ୍ଡକୁ ଖାଦ୍ୟରୂପେ ବ୍ୟବହାର କରାଯାଏ ?
ଉ –
କଖାରୁ ଗଛର ପତ୍ର, ଫୁଲ, ଫଳ ଓ କାଣ୍ଡକୁ ଖାଦ୍ୟ ରୂପେ ବ୍ୟବହାର କରାଯାଏ ।
Question 8.
ଏହା କେଉଁ ଗଛ ଚିହ୍ନିବାକୁ ଚେଷ୍ଟାକର । ଗଛଟିକୁ ଚିହ୍ନି ଏହାର କେଉଁ କେଉଁ ଅଂଶକୁ ଲେଖ ।
ଉ –
- ଏହା କଖାରୁ ଗଛର ଚିତ୍ର ।
- କଖାରୁ ଗଛର ପତ୍ର, ଫୁଲ, ଫଳ ଓ କାଣ୍ଡକୁ ଖାଦ୍ୟ ରୂପେ ବ୍ୟବହାର କରାଯାଏ ।
Question 9.
ତୁମ ଅଞ୍ଚଳରେ ଥିବା କେଉଁ କେଉଁ ଉଦ୍ଭଦର କେଉଁ ଅଂଶ ଖାଦ୍ୟରୂପେ ବ୍ୟବହାର କରାଯାଏ ତାହାର ଏକ ତାଲିକା କର ।
ଉ –
ଅନ୍ୟ ଜୀବ କ’ଣ ଖାଆନ୍ତି :
- ଆମପରି ସମସ୍ତ ପ୍ରାଣୀମାନେ ଖାଦ୍ୟ ଖାଆନ୍ତି ।
- କେତେକ ପ୍ରାଣୀ କେବଳ ପ୍ରାଣୀ ବା ପ୍ରାଣୀଜାତ ଖାଦ୍ୟ ଖାଇଥାଆନ୍ତି, କେତେକ ପ୍ରାଣୀ କେବଳ ଉଭିଦ ବା ଉଭିଦଜାତ ପଦାର୍ଥ ଖାଆନ୍ତି ଏବଂ ଆଉ କେତେକ ପ୍ରାଣୀ ଉଭୟ ପ୍ରାଣୀ ଓ ଉଭିଦଜାତ ପଦାର୍ଥକୁ ଖାଇଥାଆନ୍ତି ।
- ଖାଦ୍ୟ ଅଭ୍ୟାସ ଅନୁସାରେ ପ୍ରାଣୀମାନଙ୍କୁ ଶାକାହାରୀ, ମାଂସାଶୀ (ମାଂସାହାରୀ) ଓ ସର୍ବହାରୀ ଶ୍ରେଣୀରେ
- ଯେଉଁ ପ୍ରାଣୀମାନେ କେବଳ ଉଦ୍ଭିଦ ବା ଉଦ୍ଭଦଜାତ ପଦାର୍ଥ ଖାଆନ୍ତି, ସେମାନଙ୍କୁ ଶାକାହାରୀ କୁହାଯାଏ । ହରିଣ, ଠେକୁଆ, ହାତୀ ଆଦି ଶାକାହାରୀ ଅଟନ୍ତି ।
- ଯେଉଁ ପ୍ରାଣୀମାନେ କେବଳ ଅନ୍ୟ ପ୍ରାଣୀମାନଙ୍କୁ ଖାଆନ୍ତି, ସେମାନଙ୍କୁ ମାଂସାଶୀ କୁହାଯାଏ । ବାଘ, ଭାଲୁ, ସିଂହ ଆଦି ମାଂସାଶୀ ଅଟନ୍ତି ।
- ଯେଉଁ ପ୍ରାଣୀମାନେ ଉଭୟ ଉଭିଦ ଓ ପ୍ରାଣୀଙ୍କୁ ଖାଆନ୍ତି, ସେମାନଙ୍କୁ ସର୍ବାହାରୀ କୁହାଯାଏ । ମଣିଷ, କୁକୁର, ମାଛ ଆଦି ସର୍ବାହାରୀ ଅଟନ୍ତି ।
Question 10.
ତୁମେ ଦେଖୁଥିବା ପ୍ରାଣୀମାନଙ୍କର ନାମ ଓ ସେମାନେ କ’ଣ ଖାଆନ୍ତି, ନିମ୍ନ ସାରଣୀରେ ଲେଖ ।
Question 11.
ଉପର ସାରଣୀକୁ ଦେଖୁ ସେଥିରେ ଲେଖାଥିବା ପ୍ରାଣୀମାନେ କେଉଁ ଶ୍ରେଣୀର ତଳ ସାରଣୀରେ ପୂରଣ କର ।
ଉ –