Odisha State Board BSE Odisha 6th Class Science Solutions Chapter 4 ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ Textbook Exercise Questions and Answers.
BSE Odisha Class 6 Science Solutions Chapter 4 ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ
Question 1.
କେଉଁ ଶବ୍ଦଟି ସେହି ଶ୍ରେଣୀ ପାଇଁ ଉପଯୁକ୍ତ ନୁହେଁ ଚିହ୍ନାଅ ।
(କ) ଝୋଟ, ତୁଳା, ପଲିଷ୍ଟର, ପଶ୍ଚିମ
(ଖ) ତୁଳା, ଝୋଟ, ପଶମ, ନଳିତା
(ଗ) ତୁଳା, ରେଶମ, ପଶମ, ନଡ଼ିଆକତା
ଉ –
(କ) ପଲିଷ୍ଟର
(ଖ) ନଳିତା
(ଗ) ନଡ଼ିଆକତା
Question 2.
ତଳେ ଦିଆଯାଇଥିବା ଶବ୍ଦଦ୍ଵୟ ମଧ୍ୟରେ ଥିବା ଗୋଟିଏ ସାମଞ୍ଜସ୍ୟ ଓ ଗୋଟିଏ ପାର୍ଥକ୍ୟ ଲେଖ ।
(କ) ରେଶମ ଓ ପଶ୍ଚିମ
(ଖ) ପ୍ରାକୃତିକ ତନ୍ତୁ ଓ କୃତ୍ରିମ ତନ୍ତୁ
ଉ –
(କ) ରେଶମ ଓ ପଶମ :
(i) ରେଶମ ଓ ପଶମ ଉଭୟ ତନ୍ତୁ ପ୍ରାଣୀଠାରୁ ମିଳିଥାଏ ।
(ii) ରେଶମ ପୋକ ତିଆରି କରୁଥିବା କୋଷାରୁ ରେଶମ ତନ୍ତୁ ବାହାରେ; କିନ୍ତୁ ପଶମ ମୁଖ୍ୟତଃ ମେଣ୍ଢା ଲୋମରୁ ମିଳିବା ସଙ୍ଗେ ସଙ୍ଗେ ଛେଳି ଓ ଚମରୀ ଗାଈ ଲୋମରୁ ମଧ୍ୟ ମିଳିଥାଏ ।
(ଖ) ପ୍ରାକୃତିକ ତନ୍ତୁ ଓ କୃତ୍ରିମ ତନ୍ତୁ :
(i) ପ୍ରାକୃତିକ ତନ୍ତୁ ଓ କୃତ୍ରିମ ତନ୍ତୁ ଉଭୟରୁ ପୋଷାକ ତିଆରି ହୁଏ ।
(ii) ତୁଳା, ଝୋଟ, ରେଶମ ଓ ପଶମ ଆଦି ପ୍ରାକୃତିକ ତନ୍ତୁ ସାଧାରଣତଃ ଉଭିଦ ଓ ପ୍ରାଣୀଙ୍କଠାରୁ ମିଳିଥାଏ; କିନ୍ତୁ ନାଇଲନ୍, ପଲିଷ୍ଟର, ଟେରିଲିନ୍ ଆଦି କୃତ୍ରିମ ତନ୍ତୁ ରାସାୟନିକ ପଦାର୍ଥରୁ ତିଆରି ହୋଇଥାଏ ।
Question 3.
କାରଣ କ’ ଣ ?
(କ) ପଶ୍ଚିମବଙ୍ଗରେ ଅଧୂକ ନଳିତା ଚାଷ କରାଯାଏ ।
(ଖ) ସୁରଟରେ ବହୁତ ଲୁଗାକଳ ଅଛି ।
ଉ –
(କ) ପଟୁମାଟିରେ ନଳିତା ଚାଷ କରାଯାଏ । ପଶ୍ଚିମବଙ୍ଗର ମୁଭିକା ପଟୁମାଟି ଶ୍ରେଣୀର । ତେଣୁ ପଶ୍ଚିମବଙ୍ଗରେ ଅଧ୍ଵକ ନଳିତା ଚାଷ କରାଯାଏ ।
(ଖ) ଗୁଜରାଟର କୃଷ୍ଣ କାର୍ପାସ ମୃତ୍ତିକା ଓ ଉଷ୍ମ ଜଳବାୟୁ କପାଚାଷ ପାଇଁ ଉପଯୁକ୍ତ ଅଟେ, ଫଳରେ ଗୁଜରାଟରେ ଅଧ୍ଵ କପାଚାଷ କରାଯାଏ । ତେଣୁ ସୁରଟରେ ବହୁତ ଲୁଗାକଳ ଅଛି ।
Question 4.
ପ୍ରତ୍ୟେକର ଦୁଇଟି ବ୍ୟବହାର ଲେଖ ।
(କ) ନଡ଼ିଆ ତନ୍ତୁ
(ଖ) ଶିମିଳି ତୁଳା
(ଗ) ଝୋଟ
ଉ –
(କ) ନଡ଼ିଆ ତନ୍ତୁ :
(i) ନଡ଼ିଆ ତନ୍ତୁରୁ ଦଉଡ଼ି, ରସି ତିଆରି ହୁଏ ।
(ii) ନଡ଼ିଆ ତନ୍ତୁରୁ ପାପୋଛ ତିଆରି ହୁଏ ।
(ଖ) ଶିମିଳି ତୁଳା :
(i) ଶିମିଳି ତୁଳାରେ ତକିଆ ତିଆରି ହୁଏ ।
(ii) ଶିମିଳି ତୁଳାରେ ରେଜେଇ ତିଆରି ହୁଏ ।
(ଗ) ଝୋଟ :
(i) ଝୋଟରୁ ଦଉଡ଼ି ଆଦି ତିଆରି ହୁଏ ।
(ii) ଝୋଟରୁ ଅଖା ବା ବସ୍ତା ତିଆରି ହୁଏ ।
Question 5.
ଶୂନ୍ୟସ୍ଥାନ ପୂରଣ କର ।
(କ) ଝୋଟ …………. ଗଛର ବକଳ ।
(ଖ) ଶିମିଳି ଗଛର ତୁଳା …………. ରେ ଉଡ଼ିଯାଏ ।
(ଗ) ନାଇଲନ୍ ଗୋଟିଏ …………… ତନ୍ତୁ ।
(ଘ) ରେଶମ ପୋକର ………….. ରୁ ରେଶମ ମିଳେ ।
ଉ –
(କ) ନଳିତା
(ଖ) ପବନ
(ଗ) କୃତ୍ରିମ
(ଘ) କୋଷା ।
Question 6.
ଶୀତଦିନେ ବ୍ୟବହାର ହେଉଥିବା ସ୍ଟ୍ରେଟର ଓ ଖରାଦିନେ ସାଧାରଣତଃ ବ୍ୟବହୃତ ହେଉଥିବା ସାର୍ଟ ଯେଉଁ ଯେଉଁ ତନ୍ତୁରେ ତିଆରି ସେମାନଙ୍କ ମଧ୍ୟରେ ଦୁଇଟି ପାର୍ଥକ୍ୟ ଲେଖ ।
ଉ –
ଶୀତଦିନେ ବ୍ୟବହାର ହେଉଥିବା ସ୍ଟ୍ରେଟର ପଶମ ତନ୍ତୁରୁ ତିଆରି ହୁଏ ଓ ଖରାଦିନେ ସାଧାରଣତଃ ବ୍ୟବହାର ହେଉଥିବା ସାର୍ଟ ତୁଳା ତନ୍ତୁରୁ ତିଆରି ହୁଏ ।
ପଶମ ଓ ତୁଳା ମଧ୍ୟରେ ପାର୍ଥକ୍ୟ
ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ Notes :
→ ପୋଷାକ ପାଇଁ ବ୍ୟବହୃତ ବସ୍ତୁ :
- ଆମେ ପୂଜାପାର୍ବଣରେ ବିଭିନ୍ନ ପ୍ରକାର ପୋଷାକ ପିନ୍ଧିଥାଉ ।
- ଶୀତଦିନେ ଆମେ ଗରମ ବସ୍ତ୍ର; ଯଥା – ସ୍ଟେଟର୍, ମଫଲର୍, ଟୋପି, ପଶମ ଚାଦର ଆଦି ବ୍ୟବହାର କରୁ ।
- ଗରମ ଦିନେ ଆମେ ସୂତା ବସ୍ତ୍ର ପିନ୍ଧିଥାଉ ।
Question 1.
ସମସ୍ତଙ୍କର ପ୍ୟାଣ୍ଟ୍, ସାର୍ଟ ବା ଫ୍ରକ୍ ଏକା ପ୍ରକାରର କନାରେ ତିଆରି କି ?
ଉ –
ସମସ୍ତଙ୍କର ପ୍ୟାଣ୍ଟ୍, ସାର୍ଟ ବା ଫ୍ରିକ୍ ଏକା ପ୍ରକାର କନାରେ ତିଆରି ନୁହେଁ ।
Question 2.
ବର୍ଷର ବିଭିନ୍ନ ସମୟରେ ତୁମ ପରିବାରର ସଦସ୍ୟମାନେ ଯେଉଁ ଯେଉଁ ବସ୍ତ୍ର ବ୍ୟବହାରକରନ୍ତି, ତାହାର ଏକ ତାଲିକା କର ।
ଉ –
- ଗରମ ଦିନ – ସୂତା ପ୍ୟାଣ୍ଟ, ସୂତା ସାର୍ଟ, ଧୋତି, ପଞ୍ଜାବୀ, ଶାଢ଼ୀ ଇତ୍ୟାଦି ।
- ବର୍ଷାଦିନ – ସୂତା, ପଲିଷ୍ଟର ଓ ଟେରିଲିନ୍ରେ ତିଆରି ପ୍ୟାଣ୍ଟ୍, ସାର୍ଟ, ଧୋତି, ଶାଢ଼ୀ, ପଞ୍ଜାବୀ ଇତ୍ୟାଦି ।
- ଶୀତଦିନ – ସୂତା, ପଲିଷ୍ଟର ଓ ଟେରିଲିନ୍ରେ ତିଆରି ପ୍ୟାଣ୍ଟ୍, ସାର୍ଟ, ଶାଢ଼ୀ, ଗରମ ବସ୍ତ୍ର ; ଯଥା – ସ୍ଵେଟର, ମଫଲର୍, ଟୋପି, ପଶମ ଚାଦର ଇତ୍ୟାଦି ।
→ ବସ୍ତ୍ର ପ୍ରସ୍ତୁତି ପାଇଁ ବ୍ୟବହୃତ ବସ୍ତୁ :
- ସୂତା ଯେଉଁଥୁରୁ ତିଆରି ହୋଇଛି ତାହାକୁ ତନ୍ତୁ କହନ୍ତି ।
- ତନ୍ତୁରୁ ସୂତା ହୁଏ ଓ ସୂତାରୁ ବସ୍ତ୍ର ତିଆରି ହୁଏ ।
Question 3.
ଶାଢ଼ୀ, ଚାଦର, ପ୍ୟାଣ୍ଟ, ସାର୍ଟ, ସ୍କେଟର ଆଦି ପୋଷାକ କେଉଁଥୁରେ ତିଆରି ହେଉଛି ?
ଉ –
→ ତନ୍ତୁର ପ୍ରକାରଭେଦ :
- ପଲିଷ୍ଟର କନା, ତୁଳା କନା (ଲୁଗା), ରେଶମ କନା ଏକାପ୍ରକାର ତନ୍ତୁରୁ ତିଆରି ନୁହେଁ ।
- ରେଶମ ପୋକ ଏକ କୋଷା ତିଆରି କରେ । ସେହି କୋଷାରୁ ରେଶମ ତନ୍ତୁ ବାହାରେ ଓ ଏହାକୁ ରେଶମ ବସ୍ତ୍ର ତିଆରିରେ ବ୍ୟବହାର କରାଯାଏ ।
- ଶୀତଦିନେ ଆମେ ପିନ୍ଧୁଥିବା ଗରମ ବସ୍ତ୍ର ପଶମରୁ ତିଆରି ହୋଇଥାଏ । ପଶମ ତନ୍ତୁରେ ସୂତା ହୁଏ ଓ ଏଥୁରୁ ସ୍ଵେଟର, ମଫଲର୍, ଚଦର ଇତ୍ୟାଦି ତିଆରି କରାଯାଏ ।
- ପଶମ ମଧ୍ୟ ମେଣ୍ଢା, ଛେଳି ଓ ଚମରୀ ଗାଈ ଲୋମରୁ ମିଳିଥାଏ ।
- ପଶମ ମୁଖ୍ୟତଃ ମେଣ୍ଢା ଲୋମରୁ ତିଆରି ହୋଇଥାଏ ।
- ତୁଳା, ଝୋଟ, ରେଶମ, ପଶମ ଗୋଟିଏ ଗୋଟିଏ ତନ୍ତୁ । ଏହା ସାଧାରଣତଃ ଉଭିଦ ଓ ପ୍ରାଣୀଙ୍କଠାରୁ ମିଳିଥାଏ ।
- ନାଇଲନ୍, ପଲିଷ୍ଟର, ଟେରିଲିନ୍ କପଡ଼ାରେ ବ୍ୟବହୃତ ତନ୍ତୁ କୃତ୍ରିମ ଉପାୟରେ ତିଆରି ହୋଇଥାଏ । ଏହା ବହୁତ ଟାଣ ଓ ବହୁଦିନ ପର୍ଯ୍ୟନ୍ତ ଛିଣ୍ଡେ ନାହିଁ ।
- ଚର୍ମରୋଗ ହୋଇଥିଲେ ନାଇଲନ୍, ପଲିଷ୍ଟର, ଟେରିଲିନ୍ରେ ତିଆରି ବସ୍ତ୍ର ପିନ୍ଧିବା ଉଚିତ ନୁହେଁ ।
→ କେତେକ ଉଦ୍ଭଦଜାତ ବସ୍ତୁ :
କପା (Cotton):
- କପା ଗଛର ଫଳ ପାକଳ ହୋଇଗଲେ ଫାଟିଯାଏ । ସେହି ଫଳକୁ ତୋଳିଆଣି ସେଥୁରୁ ତୁଳା ବାହାର କରାଯାଏ ।
- ତୁଳା ଏକ ଉଦ୍ଭଦଜାତ ତନ୍ତୁ ।
- ତୁଳାରୁ ସୂତା ହୁଏ ।
- କପାଚାଷ ପାଇଁ କୃଷ୍ଣକାର୍ପାସ ମୃତ୍ତିକା ଓ ଉଷ୍ମ ଜଳବାୟୁ ଉପଯୁକ୍ତ ଅଟେ । ଏହି ମୃତ୍ତିକାର ଜଳଧାରଣ ଶକ୍ତି ଅଧ୍ଵ ।
- ମାଟି ଶୁଖୁଲେ ଫାଟିଯାଏ; ଫଳରେ ବାୟୁ ପ୍ରବେଶ କରିବା ସହଜ ହୁଏ ଓ ଅଣୁଜୀବମାନେ ଭଲ ବଢ଼ିପାରନ୍ତି ।
- ଆମ ଦେଶର ମହାରାଷ୍ଟ୍ର ଓ ଗୁଜରାଟରେ ଅଧିକ କପାଚାଷ କରାଯାଏ । ସେଥିପାଇଁ ମୁମ୍ବାଇ, ସୁରଟ, ଅହମ୍ମଦାବାଦରେ ଅଧ୍ଵ ଲୁଗାକଳ ରହିଛି ।
- ଶିମିଳି ଗଛ, କପା ଗଛଠାରୁ ବହୁତ ବଡ଼ । ଏହାର ଫଳ ପାକଳ ହୋଇ ଶୁଖୁଲେ ଫାଟିଯାଏ ଓ ସେଥୁରୁ ତୁଳା ବାହାରେ ।
Question 4.
କେଉଁ କେଉଁ କାର୍ଯ୍ୟରେ କପା ତୁଳା ବ୍ୟବହାର କରାଯାଏ ତାହାର ଏକ ତାଲିକା କର ।
ଉ –
- ତୁଳାରୁ ସୂତା ତିଆରି ହୁଏ । ସୂତାରୁ ବିଭିନ୍ନ ପ୍ରକାର ପୋଷାକପତ୍ର ତିଆରି ହୁଏ ।
- ତୁଳାରେ ରେଜେଇ, ତକିଆ, ବିଭିନ୍ନ ପ୍ରକାର ଗଦି ତିଆରି ହୁଏ ।
- ଡାକ୍ତରଖାନାରେ ରୋଗୀମାନଙ୍କର ସ୍ୱାସ୍ଥ୍ୟସେବା ପାଇଁ ତୁଳା ବ୍ୟବହାର କରାଯାଏ ।
Question 5.
ଓଡ଼ିଶାର କେଉଁ ଅଞ୍ଚଳରେ ଏବେ କପାଚାଷ କରାଯାଉଛି ?
ଉ –
ଓଡ଼ିଶାର ଅବିଭକ୍ତ କୋରାପୁର ଜିଲ୍ଲାରେ ଏବେ କପାଚାଷ କରାଯାଉଛି ।
Question 6.
ଶିମିଳି ତୁଳା କେଉଁ କେଉଁ କାର୍ଯ୍ୟରେ ଲାଗେ ଲେଖ ।
ଉ –
ଶିମିଳି ତୁଳାରେ ରେଜେଇ, ତକିଆ, ବିଭିନ୍ନ ପ୍ରକାର ଗଦି ତିଆରି ହୁଏ ।
→ ଝୋଟ (Jute):
- ଝୋଟ ଏକ ଉଦ୍ଭଦଜାତ ତନ୍ତୁ । ନଳିତା ଗଛର ବକଳାରୁ ଝୋଟ ପ୍ରସ୍ତୁତ କରାଯାଏ ।
- ବର୍ଷାଦିନେ ପଟୁମାଟିରେ ନଳିତା ଚାଷ କରାଯାଏ ।
- ନଳିତା ଗଛକୁ କାଟି ବିଡ଼ା ବନ୍ଧାଯାଏ । ସେହି ବିଡ଼ାଗୁଡ଼ିକୁ ଗଡ଼ିଆ ପାଣିରେ ପ୍ରାୟ ୧୫ ଦିନ ପର୍ଯ୍ୟନ୍ତ ବୁଡ଼ାଇ ରଖାଯାଏ ।
- ନଳିତା ବିଡ଼ା ପଚିଗଲାପରେ ତାକୁ ବାଡ଼େଇ ଝୋଟ ତନ୍ତୁ ବାହାର କରାଯାଏ ଓ ଖରାରେ ଶୁଖାଇ ରଖାଯାଏ ।
- ବର୍ଷାଦିନେ ପଟୁମାଟିରେ ନଳିତା ଚାଷ କରାଯାଏ । ଆମ ଦେଶର ପଶ୍ଚିମବଙ୍ଗରେ ଅଧିକ ନଳିତା ଚାଷ କରାଯାଏ । ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ନଳିତା ଚାଷ ହୁଏ ।
- ନଡ଼ିଆକତା ହିଁ ନଡ଼ିଆ ଗଛର ତନ୍ତୁ । ଏହି ତନ୍ତୁରେ ଦଉଡ଼ି, ରସି, ପାପୋଛ, ଗଦି ଆଦି ତିଆରି ହୁଏ ।
Question 7.
ଝୋଟରୁ କ’ଣ କ’ଣ ତିଆରି ହୁଏ, ତାହାର ଏକ ତାଲିକା କର ।
ଉ –
ଝୋଟରୁ ଦଉଡ଼ି, ବିଭିନ୍ନ ବସ୍ତା ଆଦି ତିଆରି ହୁଏ ।
Question 8.
ନଡ଼ିଆ ତନ୍ତୁରୁ କ’ଣ ତିଆରି ହୁଏ ?
ଉ –
ନଡ଼ିଆ ତନ୍ତୁରୁ ଦଉଡ଼ି, ରସି, ପାପୋଛ, ଗଦି, ବିଭିନ୍ନ ପ୍ରକାର କଣ୍ଢେଇ ତିଆରି ହୁଏ ।
→ ତନ୍ତୁରୁ ସୂତା ତିଆରି :
- ପୂର୍ବକାଳରେ ତନ୍ତୁରୁ ତକଲି ଓ ଅରଟ ସାହାଯ୍ୟରେ ସୂତା କଟାଯାଉଥିଲା । ଆଜିକାଲି ବିଭିନ୍ନ ଯନ୍ତ୍ର ସାହାଯ୍ୟରେ ସୂତା କଟାଯାଉଛି ଓ ଲୁଗା ବୁଣାଯାଉଛି ।
- ତୁଳା ବିଣ୍ଡାଟିଏ ନିଅ । ଏହାକୁ ହାତରେ ବଳି ସୂତା ତିଆରି କର । ଏହି ସୂତା ତୁମେ ଦେଖୁଥିବା ସୂତାପରି ସରୁ ହେଉଛି କି ? ସୂତା ତିଆରି ପାଇଁ ଯନ୍ତ୍ର ରହିଛି ।
→ ସୂତାରୁ ବସ୍ତ୍ର ତିଆରି ହୁଏ :
- ତନ୍ତ ସାହାଯ୍ୟରେ ଶାଢ଼ୀ, ଧୋତି, ଗାମୁଛା ଆଦି ବୁଣାଯାଏ । ସମାଜରେ ଏହାର ବହୁଳ ବ୍ୟବହାର ଅଛି ।
- ଆଜିକାଲି କଳକାରଖାନାରେ ବସ୍ତ୍ର, ଶୀତବସ୍ତ୍ର ଆଦି ତିଆରି କରାଗଲାଣି । କିନ୍ତୁ ତନ୍ତବୁଣା ଶାଢ଼ୀ, ଚଦରର ଆଦର ଆଜି ମଧ୍ୟ ରହିଛି । ଆମ ଓଡ଼ିଶାର ସମ୍ବଲପୁର, ସୋନପୁର, ଆଠଗଡ଼, ବ୍ରହ୍ମପୁର ଆଦି ଅଞ୍ଚଳରେ ତନ୍ତ ଲୁଗା ବୁଣାଯାଏ ।