Go through 6th Class Science Book Odia Medium Question Answer and Class 6 Science Chapter 4 Question Answer Odia Medium ଚୁମ୍ବକ ଅନ୍ଵେଷଣ to understand textbook questions more clearly.
6th Class Science Chapter 4 Question Answer Odia Medium
Class 6 Science Chapter 4 Odia Medium
ଆସ ଆମ ଶିକ୍ଷଣର ଅଭିବୃଦ୍ଧି କରିବା
Question 1.
ଖାଲି ସ୍ଥାନଗୁଡ଼ିକ ପୂରଣ କର ।
(କ) ଦୁଇଟି ଚୁମ୍ବକର ଅସମ ମେରୁ ପରସ୍ପର କୁ ______ କରନ୍ତି, କିନ୍ତୁ ସମମେରୁ ପରସ୍ପରକୁ ______ କରନ୍ତି ।
Answer:
ଆକର୍ଷଣ, ବିକର୍ଷଣ
(ଖ) ଚୁମ୍ବକ ପ୍ରତି ଆକର୍ଷିତ ହେ ଉଥ୍ ବ ପଦାର୍ଥକୁ ______ କୁହାଯାଏ ।
Answer:
ଚୁମ୍ବକୀୟ ପଦାର୍ଥ
(ଗ) ଏକ ଚୁମ୍ବକୀୟ କମ୍ପାସର ସୂଚୀ _____ ଦିଗରେ ସ୍ଥିର ହୋଇ ରହିଥାଏ ।
Answer:
ଉତ୍ତର-ଦକ୍ଷିଣ
![]()
(ଘ) ଏକ ଚୁମ୍ବକର ସର୍ବଦା _______ ଟି ମେରୁ ଥାଏ ।
Answer:
ଦୁଇଟି
Question 2.
ନିମ୍ନଲିଖତ ଉକ୍ତିଗୁଡ଼ିକ ଠିକ୍ (✓) ନା ଭୁଲ୍ (✗) ଚିହ୍ନ ଦ୍ଵାରା ଦର୍ଶାଅ ।
(କ) ଗୋଟିଏ ମେରୁ ପାଇବା ପାଇଁ ଏକ ଚୁମ୍ବକକୁ ଖଣ୍ଡ ଖଣ୍ଡ କରାଯାଇପାରେ ।
Answer:
ଭୁଲ୍ (✗)
(ଖ) ଚୁମ୍ବକର ସମାନ ମେରୁ ପରସ୍ପରକୁ ବିକର୍ଷଣ କରି ଥାଏ ।
Answer:
ଠିକ୍ (✓)
(ଗ) ଦଣ୍ଡ ଚୁମ୍ବକ ନିକଟକୁ ଲୁହାଗୁଣ୍ଡ ଆଣିଲେ ଅଧିକାଂଶ ସମୟରେ ଏହା ମଝି ରେ ଲାଗି ଯାଏ ।
Answer:
ଭୁଲ୍ (✗)
(ଘ) ଏକ ମୁକ୍ତ ଭାବରେ ଝୁଲୁଥିବା ଦଣ୍ଡ ଚୁମ୍ବକ ସର୍ବଦା ଉତ୍ତର-ଦକ୍ଷିଣ ଦିଗରେ ରହିଥାଏ ।
Answer:
ଠିକ୍ (✓)
Question 3.
ସ୍ତମ୍ଭ-୧ରେ ଦୁଇଟି ଚୁମ୍ବକର ମେରୁର ବିଭିନ୍ନ ଅବସ୍ଥିତି ଓ ସ୍ତମ୍ଭ-୨ ରେ ଏହାର ପ୍ରତିକ୍ରିୟା ଦିଆଯାଇଛି । ଏହି ଆଧାରରେ ଶୂନ୍ୟସ୍ଥାନଗୁଡ଼ିକ ପୂରଣ କର । (ପ୍ରଶ୍ନ ସହ ଉତ୍ତର)

Answer:
| ସ୍ତମ୍ଭ ୧ | ସ୍ତମ୍ଭ ୨ |
| ଉତ୍ତର-ଉତ୍ତର | ବିକର୍ଷଣ |
| ଉତ୍ତର-ଦକ୍ଷିଣ | ଆକର୍ଷଣ |
| ଦକ୍ଷିଣ-ଉତ୍ତର | ଆକର୍ଷଣ |
| ଦକ୍ଷିଣ-ଦକ୍ଷିଣ | ବିକର୍ଷଣ |
![]()
Question 4.
ଅଶ୍ବିନୀ ଏକ ପରୀକ୍ଷା କରିଥିଲେ ଯେଉଁଥରେ ସେ ଏକ ଦଣ୍ଡ ଚୁମ୍ବକ ନେଇ ଏହାକୁ ଷ୍ଟିଲର ୟୁ-କ୍ଲିପ୍ର ଗଦା ଉପରେ ବୁଲାଇଥିଲେ । (ଚିତ୍ର)

ତୁମ ମତରେ, ସାରଣୀରେ ଦିଆଯାଇଥ୍ ବ ବିକଳ୍ପଗୁଡ଼ିକ ମଧ୍ୟରୁ କେଉଁଟି ତାଙ୍କର ପର୍ଯ୍ୟବେକ୍ଷଣ ହେବାର ସମ୍ଭାବନା ଅଛି ?
ସାରଣୀ ଚୁମ୍ବକର ବିଭିନ୍ନ ସ୍ଥାନରେ ଆକର୍ଷିତ ପିନ୍ ସଂଖ୍ୟା

Answer:
ଏକ ଚୁମ୍ବକର ଚୁମ୍ବକୀୟ କ୍ଷେତ୍ରର ସାମର୍ଥ୍ୟ ଏହାର ଉଭୟ ମେରୁ ନିକଟରେ ସର୍ବାଧିକ ଅଟେ । ତେଣୁ ଷ୍ଟିଲର ୟୁ-କ୍ଲିପରଗୁଡ଼ିକ ମେରୁ ନିକଟକୁ ସର୍ବାଧ୍ୱକ ଆକର୍ଷିତ ହେବ, ଅର୍ଥାତ୍ ଅବସ୍ଥାନ ‘କ’ ଓ ‘ଗ’ ନିକଟକୁ ଅଧିକ ସଂଖ୍ୟକ ୟୁ-କ୍ଲିପର ଆକର୍ଷିତ ହେବ । ସାରଣୀରୁ ଜଣାଯାଏ ଯେ ବିକଳ୍ପ ଉତ୍ତର ମଧ୍ୟରୁ (1) ନମ୍ବର ହିଁ ସଠିକ୍ ଉତ୍ତର ହେବ କାରଣ ଅବସ୍ଥାନ ‘କ’ରେ 10 ଟି, ‘ଖ’ (ମଝି ଅଂଶ) ରେ 2ଟି ଓ ଅବସ୍ଥାନ ‘ଗ’ ରେ 10 ଟି ପିନ୍ ଆକର୍ଷିତ ହୋଇଛି ।
![]()
Question 5.
ରଶ୍ମୀ ବଜାରରୁ ୩ଟି ସମାନ ଧାତୁ ଦଣ୍ଡ କିଣିଥିଲା । ସେଥିମଧ୍ୟରୁ ଦୁଇଟି ଚୁମ୍ବକ ଓ ଗୋଟିଏ ଲୁହା ଖଣ୍ଡ ଥିଲା । ସେ କିପରି ଚିହ୍ନିବ ଯେ ତିନୋଟି ମଧ୍ୟରୁ କେଉଁ ଦୁଇଟି ଚୁମ୍ବକ ହୋଇପାରେ (ଅନ୍ୟ କୌଣସି ପଦାର୍ଥ ବ୍ୟବହାର ନକରି) ?
Answer:
ଯଦି ଚୁମ୍ବକର ଗୋଟିଏ ମେରୁକୁ ଅନ୍ୟ ଚୁମ୍ବକ ପାଖକୁ ନିଆଯାଏ ତେବେ ଚୁମ୍ବକଟି ଆକର୍ଷିତ ହେବ ନହେଲେ ବିକର୍ଷିତ ହେବ । ଯଦି ଚୁମ୍ବକର ଗୋଟିଏ ମେରୁକୁ ଅନ୍ୟ ଏକ ଚୁମ୍ବକୀୟ ପଦାର୍ଥ (ଲୁହା) ନିକଟକୁ ନିଆଯାଏ, ତେବେ ଏହା କେବଳ ଆକର୍ଷିତ ହେବ ।
ସୋପାନ – 1 : ରଶ୍ମୀ ଗୋଟିଏ ଧାତୁ ଦଣ୍ଡର ଏକ ପ୍ରାନ୍ତକୁ ଦ୍ଵିତୀୟ ଧାତୁ ଦଣ୍ଡର ଏକ ପ୍ରାନ୍ତ ନିକଟକୁ ଆଣିବା ଦ୍ଵାରା ଯଦି ବିକର୍ଷିତ ହୁଏ, ତେବେ ଉଭୟ ଧାତୁଦଣ୍ଡ ଚୁମ୍ଭକ ଅଟେ ଏବଂ ତୃତୀୟ ଧାତୁଖଣ୍ଡଟି ଚୁମ୍ବକ ନୁହେଁ ।
ସୋପାନ – 2 : ରଶ୍ମୀ ପ୍ରଥମ ଧାତୁଖଣ୍ଡର ଅନ୍ୟ ପ୍ରାନ୍ତକୁ ଦ୍ୱିତୀୟ ଧାତୁଖଣ୍ଡର ସେହି ଏକା ପ୍ରାନ୍ତ ନିକଟକୁ ଆଣିବାଦ୍ଵାରା ଯଦି ବିକର୍ଷିତ ହୁଏ, ତେବେ ରଶ୍ମୀ ନିଶ୍ଚିତ ହେବ ଯେ ଉଭୟ ଲୁହାଖଣ୍ଡ ଚୁମ୍ବକ ଅଟେ ଏବଂ ତୃତୀୟ ଖଣ୍ଡଟି ଏକ ଚୁମ୍ବକୀୟ ପଦାର୍ଥ ଅଟେ ।
ସୋପାନ – 3 : ରଶ୍ମି ପ୍ରଥମ ଓ ତୃତୀୟ ଲୌହ ଖଣ୍ଡଧରି ସୋପାନ – 1 ଓ ସୋପାନ – 2 କାର୍ଯ୍ୟକୁ ପୁନରାବୃତ୍ତି କରିବାଦ୍ୱାରା ଯଦି ବିକର୍ଷଣ ଘଟେ (ସୋପାନ – l କିମ୍ବା ସୋପାନ – 2) ତେବେ ପ୍ରଥମ ଓ ତୃତୀୟ ଲୌହ ଦଣ୍ଡ ଚୁମ୍ବକ ହେବ ଏବଂ ଦ୍ଵିତୀୟ ଲୌହ ଦଣ୍ଡଟି ଚୁମ୍ବକ ନୁହେଁ ।
ସୋପାନ – 4 : ରଶ୍ମି ଦ୍ଵିତୀୟ ଓ ତୃତୀୟ ଲୌହ ଦଣ୍ଡ ଧରି ସୋପାନ – 1 ଓ ସୋପାନ – 2 କାର୍ଯ୍ୟର ପୁନରାବୃତ୍ତି କରିବାଦ୍ଵାରା ଯଦି ବିକର୍ଷଣ ଘଟେ ତେବେ ଦ୍ଵିତୀୟ ଓ ତୃତୀୟ ଲୌହଖଣ୍ଡ ଚୁମ୍ବକ ହେବ ଏବଂ ପ୍ରଥମ ଲୌହ ଦଣ୍ଡଟି କେବଳ ଚୁମ୍ବକୀୟ ପଦାର୍ଥ ହେବ ।
Question 6.
ତୁମକୁ ଏକ ଚୁମ୍ବକ ଦିଆଯାଇଛି, ଯେଉଁଥରେ ମେରୁ ଚିହ୍ନିତ ହୋଇନାହିଁ । ମେରୁ ଚିହ୍ନ ଥିବା ଅନ୍ୟ ଚୁମ୍ବକର ସହାୟତାରେ ତୁମେ କିପରି ଏହାର ମେରୁ ଚିହ୍ନିବ ?
Answer:
ମେରୁ ଚିହ୍ନିତ ହୋଇ ନଥିବା ଚୁମ୍ବକ ପାଖକୁ ମେରୁ ଚିହ୍ନଥୁବା ଚୁମ୍ବକର ଉତ୍ତର ମେରୁ ଆଣିବା ଦ୍ଵାରା ଯଦି ଆକର୍ଷଣ ଘଟିବ, ତେବେ ମେରୁ ଚିହ୍ନିତ ହୋଇ ନଥିବା ଚୁମ୍ବକର ସେହି ପ୍ରାନ୍ତଟି ଦକ୍ଷିଣ ମେରୁ ହେବ । ଯଦି ବିକର୍ଷିତ ଘଟିବ ତେବେ ମେରୁ ଚିହ୍ନିତ ହୋଇ ନଥିବା ଚୁମ୍ବକର ସେହି ପ୍ରାନ୍ତଟି ଉତ୍ତର ମେରୁ ହେବ । କାରଣ ସମମେରୁ ପରସ୍ପରକୁ ବିକର୍ଷଣ କରିଥାଏ ଏବଂ ଅସମ ମେରୁ ପରସ୍ପରକୁ ଆକର୍ଷଣ କରିଥାଏ ।
Question 7.
ଗୋଟିଏ ଦଣ୍ଡ ଚୁମ୍ବକର ମେରୁ ସୂଚିତ କରିବା ପାଇଁ କୌଣସି ଚିହ୍ନ ନାହିଁ । ଅନ୍ୟ ଚୁମ୍ବକ ବ୍ୟବହାର ନକରି ଏହାର ଉତ୍ତର ମେରୁକୁ କିପରି ଚିହ୍ନିବ ?
Answer:
ଏକ ଦଣ୍ଡ ଚୁମ୍ବକକୁ ମୁକ୍ତ ଭାବରେ ଝୁଲାଇ ରଖୁଲେ ଏହା ସର୍ବଦା ଉତ୍ତର-ଦକ୍ଷିଣ ଦିଗକୁ ନିର୍ଦ୍ଦେଶ କରି ସ୍ଥିର ରହିବ । ଦଣ୍ଡ ଚୁମ୍ବକର ଯେଉଁ ପ୍ରାନ୍ତଟି ଉତ୍ତର ଦିଗ ଆଡ଼କୁ ଥିବ, ସେହି ପ୍ରାନ୍ତଟି ଉତ୍ତର ମେରୁ ହେବ, ଏବଂ ଯେଉଁ ପ୍ରାନ୍ତଟି ଦକ୍ଷିଣ ଦିଗ ଆଡ଼କୁ ଥବ, ସେହି ପ୍ରାନ୍ତଟି ଚୁମ୍ବକର ଦକ୍ଷିଣ ମେରୁ ହେବ ।
![]()
Question 8.
ଯଦି ପୃଥିବୀ ନିଜେ ଏକ ଚୁମ୍ବକ, ତେବେ ତୁମେ ଚୁମ୍ବକୀୟ କମ୍ପାସ୍ର ଦିଗକୁ ଦେଖୁ ପୃଥିବୀର ଚୁମ୍ବକର ମେରୁ ଅନୁମାନ କରିପାରିବ କି ?
Answer:
ହଁ, ଏକ ଚୁମ୍ବକୀୟ କମ୍ପାସର ଦିଗକୁ ଦେଖୁ ପୃଥିବୀର ଚୁମ୍ବକୀୟ ମେରୁ ଅନୁମାନ କରିହେବ । କମ୍ପାସ ସୂଚୀର ଉତ୍ତର ପ୍ରାନ୍ତ କଣ୍ଟା ପୃଥିବୀର ଭୌଗୋଳିକ ଉତ୍ତର ମେରୁକୁ ନିର୍ଦ୍ଦେଶ କରିବ ।
Question 9.
ଜଣେ ମେକାନିକ୍ ସ୍କୃ ଡ୍ରାଇଭର ସାହାଯ୍ୟରେ ଏକ ଗ୍ୟାଜେଟ୍ ମରାମତି କରୁଥିବା ବେଳେ ଷ୍ଟିଲ୍ ସ୍ତୁଗୁଡ଼ିକ ତଳକୁ ଖସିବାରେ ଲାଗିଥିଲା । ତୁମେ. ଏହି ଅଧ୍ୟାୟରେ ଯାହା ଶିଖୁଛ ତାହା ଆଧାରରେ ମେକାନିକ୍ଙ୍କ ସମସ୍ୟାର ସମାଧାନ ପାଇଁ ପରାମର୍ଶ ଦିଅ ।
Answer:
ଜଣେ ମେକାନିକ ସ୍କୃ ଡ୍ରାଇଭର ସାହାଯ୍ୟରେ ଏକ ଗ୍ୟାରେଜ୍ ମରାମତି କରୁଥିବା ବେଳେ ଷ୍ଟିଲ ସ୍କୁଗୁଡ଼ିକ ତଳକୁ ଖସିପଡୁଥିଲା । ଏହି ସମସ୍ୟାର ସମାଧାନ ପାଇଁ ମେକାନିକ ଜଣକ ଅନ୍ୟ ଏକ ଚୁମ୍ବକ ଆଣି ତାହାର ଗୋଟିଏ ମେରୁକୁ ସ୍କୃ ଡ୍ରାଇଭରର ଗୋଟିଏ ମୁଣ୍ଡରେ ଲଗାଇ ରଖୁବ । ଚିତ୍ରରେ ଦର୍ଶାଯାଇଥିବା ପରି ଚୁମ୍ବକକୁ ଏହାର ଦୈର୍ଘ୍ୟ ସହିତ ସ୍କୃ ଡ୍ରାଇଭର ଉପରେ ଗତି କରାଇବ ।

ଯେତେବେଳେ ଏହା ସ୍କୃ ଡ୍ରାଇଭର ଅନ୍ୟ ପ୍ରାନ୍ତରେ ପହଞ୍ଚିବ, ସେତେବେଳେ ଏହାକୁ ଉପରକୁ ଉଠାଇ ସେହି ମେରୁକୁ ଯେଉଁଠାରୁ ଆରମ୍ଭ ହୋଇଥିଲା ସେହି ସ୍ଥାନକୁ ଆଣିବ ଏବଂ ପୂର୍ବ ପଦକ୍ଷେପର ପୁନରାବୃତ୍ତି କରିବାକୁ ହେବ ।
ଏହି ପ୍ରକ୍ରିୟାକୁ ଅତି କମ୍ରେ ୩୦ ରୁ ୪୦ ଥର କରାଗଲେ, ସ୍ଫୁଡ୍ରାଇଭରଟି ଏକ ଚୁମ୍ବକରେ ପରିଣତ ହେବ । ବର୍ତ୍ତମାନ ସ୍କୃ ଡ୍ରାଇଭରଟି ଷ୍ଟିଲ ସ୍ତୁକୁ ଆକର୍ଷଣ କରିବ, ଏବଂ ମରାମତି କଲାବେଳେ ଏହା ତଳକୁ ଖସିପଡ଼ିବ ନାହିଁ ।
![]()
Question 10.
ଚିତ୍ରରେ ଦର୍ଶାଯାଇଥିବା ଅନୁଯାୟୀ ଦୁଇଟି ରିଂ ଚୁମ୍ବକ X ଏବଂ Y ରଖାଯାଇଛି । ଏହା ଦେଖିବାକୁ ମିଳିଛି ଯେ X ତଳକୁ ଗତି କରେ ନାହିଁ । ଏହାର ସମ୍ଭାବ୍ୟ କାରଣ କ’ଣ ହୋଇପାରେ ? କୌଣସି ଚୁମ୍ବକକୁ ନ ଠେଲି ଚୁମ୍ବକ X କୁ ଚୁମ୍ବକ Y ସଂସ୍ପର୍ଶରେ ଆଣିବା ପାଇଁ ଏକ ଉପାୟ କୁହ ।

Answer:
ଦୁଇଟି ରିଂ ଚୁମ୍ବକ X ତଳକୁ ଏବଂ Y ରଖାଯାଇଛି । ଏହା ଦର୍ଶାଉଛି ଯେ X ତଳକୁ ଗତି କରୁନାହିଁ । ଏହାର ସମ୍ଭାବ୍ୟ କାରଣ ହେଉଛି ରିଂ ଚୁମ୍ବକର ସମାନ ମେରୁ ପରସ୍ପର ଆଡ଼କୁ ମୁହଁକରି ରହିଛନ୍ତି । ସମମେରୁ ବିକର୍ଷଣ ହେତୁ ଚୁମ୍ବକ X ତଳକୁ ଖସୁନାହିଁ ।
ଯଦି ରିଂ ଚୁମ୍ବକ X କୁ ଅନ୍ୟ ପଟକୁ ଘୂରାଇ ଦେବା ତେବେ ଅସମ ମେରୁ ପରସ୍ପର ଆଡ଼କୁ ମୁହଁ କରି ରହିବେ । ଏହା ଫଳରେ ରିଂ ଚୁମ୍ବକ X ତଳକୁ ଖସି ଆସିବ କାରଣ ଅସମ ମେରୁ ପରସ୍ପରକୁ ଆକର୍ଷଣ କରନ୍ତି ।
Question 11.
ଚିତ୍ରରେ ଦର୍ଶାଯାଇଥିବା ଆକୃତି ଆକାରରେ ଏକ ଟେବୁଲ ଉପରେ ତିନୋଟି ଚୁମ୍ବକ ସଜାଯାଇଛି । ଚୁମ୍ବକର 1, 2, 3, 4 ଏବଂ 6 ଅଂଶରେ କେଉଁ ମେରୁ ରହିଛି, N କିମ୍ବା S ? ଗୋଟିଏ ପ୍ରାନ୍ତ (5) ର ମେରୁ ତୁମ ପାଇଁ ଦିଆଯାଇଛି ?

Answer:
| ଚୁମ୍ବକର ଅଂଶ | ମେରୁ ନିର୍ଣ୍ଣୟ |
| 1 | N (ଉତ୍ତର) |
| 2 | S (ଦକ୍ଷିଣ) |
| 3 | N (ଉତ୍ତର) |
| 4 | S (ଦକ୍ଷିଣ) |
| 5 | S (ଦକ୍ଷିଣ) |
![]()
ଅଧ୍ବକ ଶିଖୁବା
- 3-4 ଟି ଭିନ୍ନ ଭିନ୍ନ ଚୁମ୍ବକ ବ୍ୟବହାର କରି, ଷ୍ଟିଲ ପିନ୍ କିମ୍ବା ୟୁ-କ୍ଲିପ୍ ଉଠାଇବାକୁ ଚେଷ୍ଟା କର ଏବଂ ଦେଖ ଯେ କେଉଁ ଚୁମ୍ବକ ସର୍ବାଧିକ ସଂଖ୍ୟକ ପିନ୍ ଉଠାଉଛି । ସାଙ୍ଗମାନଙ୍କ ସହିତ ଆଲୋଚନା କର ଯେ କାହିଁକି ବିଭିନ୍ନ ପ୍ରକାରର ଚୁମ୍ବକ ଭିନ୍ନ ଭିନ୍ନ ସଂଖ୍ୟକ ପିନ୍ ଉଠାଉଛନ୍ତି ।
- ତୁମ ଶିକ୍ଷକଙ୍କ ସହାୟତାରେ ଦଳଗତ ଭାବରେ ଏକ ଖେଳନା ‘ଡେଉଁଥିବା ବେଙ୍ଗ ତିଆରି କରାଯାଉ । ଖେଳନାଟି ତିଆରି କରିବାକୁ ପ୍ରଥମେ କେତେକ ରିଂ ଚୁମ୍ବକକୁ ଉତ୍ତର-ଦକ୍ଷିଣ କରି ଏକ ସ୍କେଲର ଦୈର୍ଘ୍ୟ ସହିତ ଅଠାଦ୍ଵାରା ଲଗାଇଦିଆଯାଉ ।’
- କାଗଜରେ ଏକ ବେଙ୍ଗର ଚିତ୍ରକରି ରଙ୍ଗ ଦେଇ ଓ ଚିତ୍ରଟିର ଧାର ଅନୁସାରେ କାଟିଦିଆଯାଉ । ବେଙ୍ଗ ଚିତ୍ରର ତଳ ପାର୍ଶ୍ଵରେ ଅଠାଦ୍ଵାରା ଏକ ରିଂ ଚୁମ୍ବକକୁ ଲଗାଇ ଦିଆଯାଉ । ଛୋଟ ଆକାରର ଏକ ସ୍ଵଚ୍ଛ, ନମନୀୟ ପ୍ଲାଷ୍ଟିକ୍ ଷ୍ଟ୍ରିପ୍ ନିଆଯାଉ । ଏହାକୁ ବେଙ୍ଗ ଚିତ୍ର ତଳେ ଲାଗିଥିବା ରିଂ ଚୁମ୍ବକ ସହ ଅଠାଦ୍ଵାରା ଲଗାଇ ଦିଆଯାଉ ।

- ଯେତେବେଳେ ପ୍ଲାଷ୍ଟିକ୍ ଷ୍ଟ୍ରିପ୍ (ବେଙ୍ଗ ସହିତ) ସ୍କେଲ୍ ଉପରେ ଗତି କରାଇବ (ଚିତ୍ର ଖ), ତୁମେ ବେଙ୍ଗକୁ ଡେଉଁଥିବାର ଦେଖିପାରିବ ।
- ମାଙ୍ଗ୍ଲଭ୍ ଟ୍ରେନ୍ ବିଷୟରେ ତଥ୍ୟ ସଂଗ୍ରହ କରି ଏହାର ମଡ଼େଲ୍ ତିଆରି କରିବାକୁ ଚେଷ୍ଟା କର ।
- ବିଭିନ୍ନ ଆକୃତିର ଚୁମ୍ବକ ତିଆରି କରିବାର ଆବଶ୍ୟକତା କାହିଁକି ରହିଛି ତାହା ଜାଣିବାକୁ ଚେଷ୍ଟା କର ।
- ଚିକିତ୍ସା କ୍ଷେତ୍ରରେ ଚୁମ୍ବକର ବ୍ୟବହାର ସମ୍ବନ୍ଧୀୟ ସୂଚନା ସଂଗ୍ରହ କର ।
![]()
ଅଧ୍ବକ ଜାଣିବା
ଚୁମ୍ବକ କହେ ‘‘ମଣିଷ ମୋତେ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ଆକୃତି ଏବଂ ଆକାରରେ ତିଆରି କରିଛି । ତଥାପି, ମୋର ଆକୃତି ଯାହା ହେଉନା କାହିଁକି ମୋର ମେରୁ ସବୁବେଳେ ଯୋଡ଼ିରେ ରହି ଥାଏ ।

ଶୂନ୍ୟସ୍ଥାନ ପୂରଣ କର ।
(କ) ଚୁମ୍ବକର ______ ଟି ମେରୁ ଥାଏ ।
Answer:
ଦୁଇ
(ଖ) ମ୍ୟାଗନେଟ୍ର ଅନ୍ୟ ନାମ _____ ।
Answer:
ଲୋଡ଼ଷ୍ଟୋନ୍
(ଗ) କୃତ୍ରିମ ଚୁମ୍ବକ _____ ବସ୍ତୁରୁ ତିଆରି କରାଯାଏ ।
Answer:
ଚୁମ୍ବକୀୟ
(ଘ) ଚୁମ୍ବକୀୟ ମେରୁ _______ ନିର୍ଣ୍ଣୟ କରିପାରେ ।
Answer:
ଦିଗ
![]()
(ଙ) ଆଲୁମିନିୟମ୍ ଗୋଟିଏ ______ ବସ୍ତୁ ।
ଅଚୁମ୍ବକୀୟ
(ଚ) ଚୁମ୍ବକୀୟ ଗୁଣ ଦେଖାଉଥିବା ଚୁମ୍ବକର ଦୁଇ ପ୍ରାନ୍ତକୁ _______ କୁହାଯାଏ ।
Answer:
ମେରୁ
ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
(କ) ଚୁମ୍ବକର ଆକର୍ଷଣ କ୍ଷମତା
(i) ମେରୁଠାରେ ସର୍ବାଧିକ
(ii) ଚୁମ୍ବକର କେନ୍ଦ୍ରଭାଗରେ ସର୍ବାଧିକ
(iii) ମେରୁଠାରେ ସର୍ବନିମ୍ନ
(iv) ସବୁଠାରେ ସମାନ
Answer:
(i) ମେରୁଠାରେ ସର୍ବାଧିକ
(ଖ) ଚୁମ୍ବକର ଉତ୍ତର ମେରୁ ଅନ୍ୟ ଏକ ଚୁମ୍ବକର
(i) ଉତ୍ତର ମେରୁକୁ ଆକର୍ଷଣ କରେ
(ii) ଉତ୍ତର ମେରୁକୁ ବିକର୍ଷଣ କରେ
(iii) ସ୍ଥିରବସ୍ଥାରେ ରହେ
(iv) ଆକର୍ଷଣ କିମ୍ବା ବିକର୍ଷଣ କରିପାରେ
Answer:
(ii) ଉତ୍ତର ମେରୁକୁ ବିକର୍ଷଣ କରେ
![]()
(ଗ) କେଉଁଟି ଏକ ପ୍ରାକୃତିକ ଚୁମ୍ବକ ?
(i) ଲୁହା
(ii) କାର୍ବନ
(iii) ଲିଗ୍ନାଇଟ୍
(iv) ମ୍ୟାଗ୍ନେଟାଇଟ୍
Answer:
(iv) ମ୍ୟାଗ୍ନେଟାଇଟ୍
(ଘ) କେଉଁଟି ଏକ ଚୁମ୍ବକୀୟ ପଦାର୍ଥ ?
(i) ପିତ୍ତଳ
(ii) ତମ୍ବା
(iii) ନିକେଲ
(iv) ରୁପା
Answer:
(iii) ନିକେଲ
(ଙ) ବସ୍ତୁଟି ଚୁମ୍ବକତ୍ଵ ପାଇଛି କି ନାହିଁ, ତାହା ଏହାର କେଉଁ ଗୁଣରୁ ଜଣାପଡ଼େ ?
(i) ଦିଶାତ୍ମକ
(ii) ଆକୃତିରେ ପରିବର୍ତ୍ତନ
(iii) ରଙ୍ଗରେ ପରିବର୍ତ୍ତନ
(iv) ଭୌତିକ ପରିବର୍ତ୍ତନ
Answer:
(i) ଦିଶାତ୍ମକ
ବାମ ପାର୍ଶ୍ଵର ସଂପର୍କକୁ ଦେଖ୍ ଡାହାଣ ପାର୍ଶ୍ଵର ସଂପର୍କ ଲେଖ ।
(କ) ସମମେରୁ : ବିକର୍ଷଣ :: ବିଷମ ମେରୁ : ________
Answer:
ଆକର୍ଷଣ
![]()
(ଖ) ନିକେଲ୍ : ଚୁମ୍ବକୀୟ :: ତମ୍ବା : ______
Answer:
ଅଚୁମ୍ବକୀୟ
(ଗ) ମାଗ୍ନେଟ୍ : ଚୁମ୍ବକ : : ଲୋଡ଼ଷ୍ଟୋନ୍ : _____
Answer:
ପ୍ରାକୃତିକ ଚୁମ୍ବକ
(ଘ) ପ୍ରାକୃତିକ ଚୁମ୍ବକ : ଅନିର୍ଦ୍ଦିଷ୍ଟ ଆକୃତି :: କୃତ୍ରିମ : ଚୁମ୍ବକ : _______
Answer:
ନିର୍ଦ୍ଦିଷ୍ଟ ଆକୃତି
(ଙ) ଚୁମ୍ବକ : ଲୁହାଗୁଣ୍ଡ ପୃଥକୀକରଣ :: କମ୍ପାସ : ______
Answer:
ଦିଗ ନିର୍ଣ୍ଣୟ ।
ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର।
(କ) ଚୁମ୍ବକ ଆକର୍ଷଣ କରୁଥିବା ବସ୍ତୁକୁ ଅଚୁମ୍ବକୀୟ ବସ୍ତୁ କହନ୍ତି ।
Answer:
ଚୁମ୍ବକ ଆକର୍ଷଣ କରୁଥିବା ବସ୍ତୁକୁ ଚୁମ୍ବକୀୟ ବସ୍ତୁ କ ହ ନ୍ତି ।
(ଖ) ଚୁମ୍ବକ ଯେଉଁ ବସ୍ତୁଗୁଡ଼ିକ ଆକର୍ଷଣ କରେ ନାହିଁ, ତାହା ଚୁମ୍ବକୀୟ ବସ୍ତୁ ।
Answer:
ଚୁମ୍ବକ ଯେଉଁ ବସ୍ତୁଗୁଡ଼ିକୁ ଆକର୍ଷଣ କରେ ନାହିଁ, ତାହା ଅଚୁମ୍ବକୀୟ ବସ୍ତୁ ।
![]()
(ଗ) ଆଲୁମିନିୟମ୍ ମିଶ୍ରିତ ଶକ୍ତ ଚୁମ୍ବକକୁ ପ୍ରାକୃତିକ ଚୁମ୍ବକ କହନ୍ତି ।
Answer:
ଆଲୁମିନିୟମ୍ ମିଶ୍ରିତ ଶକ୍ତ ଚୁମ୍ବକକୁ ଆଲ୍ନିକୋ କ ହନ୍ତି ।
(ଘ) ଚୁମ୍ବକତ୍ର ଦେଖାଉଥିବା ପଥର ହେଉଛି କୃତ୍ରିମ ଚୁମ୍ବକ ।
Answer:
ଚୁମ୍ବକତ୍ଵ ଦେଖାଉଥିବା ପଥର ହେଉଛି ପ୍ରାକୃତିକ ଚୁମ୍ବକ ।
(ଙ) ସୂଚୀ ଚୁମ୍ବକର ମେରୁ ସଂଖ୍ୟା ହେଉଛି ଚାରି ।
Answer:
ସୂଚୀ ଚୁମ୍ବକର ମେରୁ ସଂଖ୍ୟା ହେଉଛି ଦୁଇ ।
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ସଂପର୍କ ବାଛ ।
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ଆଲ୍ନିକୋ | ପ୍ରାକୃତିକ ଚୁମ୍ବକ |
| ଦଣ୍ଡ ଚୁମ୍ବକ | ଲୁହା |
| ଲୋଡ଼ଷ୍ଟାନ୍ | କୃତ୍ରିମ ଚୁମ୍ବକ |
| ମାଗ୍ନେଟାଇଟ୍ | ଆଲୁମିନିୟମ୍ |
| କମ୍ପାସ | ଦଣ୍ଡ ଚୁମ୍ବକ |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ଆଲ୍ନିକୋ | ଆଲ୍ନିକୋ |
| ଦଣ୍ଡ ଚୁମ୍ବକ | କୃତ୍ରିମ ଚୁମ୍ବକ |
| ଲୋଡ଼ଷ୍ଟାନ୍ | ପ୍ରାକୃତିକ ଚୁମ୍ବକ |
| ମାଗ୍ନେଟାଇଟ୍ | ଲୁହା |
| କମ୍ପାସ | ସୂଚୀ ଚୁମ୍ବକ |
![]()
ସଂକ୍ଷିପ୍ତ ପ୍ରଶ୍ନୋତ୍ତର
Question 1.
ଏକ ଦଣ୍ଡ ଚୁମ୍ବକର ମେରୁକୁ ଚିହ୍ନିବା କିପରି ?
Answer:
- ଏକ ଦଣ୍ଡ ଚୁମ୍ବକକୁ ସୂତା ସାହାଯ୍ୟରେ ଝୁଲାଇଲେ, ଯେଉଁ ନିର୍ଦ୍ଦିଷ୍ଟ ମେରୁଟି ଉତ୍ତର ଦିଗ ଆଡ଼କୁ ରହେ ତାହାକୁ ଉତ୍ତର ମେରୁ କହନ୍ତି ।
- ସେହିଭଳି ଯେଉଁ ନିର୍ଦ୍ଦିଷ୍ଟ ମେରୁଟି ଦକ୍ଷିଣ ଦିଗକୁ ରହେ ତାହାକୁ ଦକ୍ଷିଣ ମେରୁ କହନ୍ତି ।
Question 2.
ଚୁମ୍ବକର ସମମେରୁ ଓ ବିଷମ ମେରୁ ମଧ୍ୟରେ ପାର୍ଥକ୍ୟ ଲେଖ ।
Answer:
- ଚୁମ୍ବକର ସମମେରୁ ପରସ୍ପରକୁ ବିକର୍ଷଣ କରେ ।
- ଚୁମ୍ବକର ବିଷମ ମେରୁ ପରସ୍ପରକୁ ଆକର୍ଷଣ କରେ ।
Question 3.
ଚୁମ୍ବକ ବ୍ୟବହୃତ ହେଉଥିବା 4ଟି ଯନ୍ତ୍ରର ନାମ ଲେଖ ।
Answer:
ଚୁମ୍ବକ ବ୍ୟବହୃତ ହେଉଥିବା ଯନ୍ତ୍ରଗୁଡ଼ିକର ନାମ
ହେଲା – କ୍ରେନ୍, ବିଦ୍ୟୁତମୋଟର, ଜେନେରେଟର୍, ଫ୍ରିଜ୍, ଟେଲିଭିଜନ ଇତ୍ୟାଦି ।
![]()
Question 4.
ପ୍ରାକୃତିକ ଚୁମ୍ବକ ଓ କୃତ୍ରିମ ଚୁମ୍ବକ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
| ପ୍ରାକୃତିକ ଚୁମ୍ବକ | କୃତ୍ରିମ ଚୁମ୍ବକ |
| (i) ପ୍ରାକୃତିକ ଚୁମ୍ବକର ନିର୍ଦ୍ଦିଷ୍ଟ ଆକୃତି ନଥାଏ । (ii) ପ୍ରାକୃତିକ ଚୁମ୍ବକରେ ଲୁହାପଥର ରହିଥାଏ । |
(i) ବିଭିନ୍ନ ଆକୃତିର କୃତ୍ରିମ ଚୁମ୍ବକ ମିଳେ । (ii) କୃତ୍ରି ମ ବୁ ମ୍ବକ ବୁ ମ୍ବକୀୟ ବସ୍ତୁରୁ ତିଆରି କରାଯାଏ । |
ଦୀର୍ଘ ପ୍ରଶ୍ନୋତ୍ତର
Question 1.
ଚୁମ୍ବକର ବ୍ୟବହାର ଗୁଡ଼ିକ ଲେଖ ।
Answer:
- ଚୁମ୍ବକର ଦିଶାତ୍ମକ ଧର୍ମକୁ ବ୍ୟବହାର କରି, ନାବିକ କମ୍ପାସ ତିଆରି କରାଯାଇଛି । ଏହାଦ୍ୱାରା ସହଜରେ ଦିଗ ନିର୍ଣ୍ଣୟ କରିହୁଏ ।
- ଲୁହାଗୁଣ୍ଡ ସହିତ ଅନ୍ୟ ବସ୍ତୁର ମିଶ୍ରଣ ରୁ ବୁ ମ୍ବକ ଦ୍ୱାରା ।ଲୁ ହାଗୁଣ୍ଡକୁ ଅଲ ଗା କରାଯାଇପାରେ ।
- କେତେକ ଆଲ୍ମାରୀ ଓ ରେଫ୍ରିଜେରେଟର୍ ଦ୍ବାର ବନ୍ଦ କରିବାପାଇଁ ଚୁମ୍ବକ ବ୍ୟବହାର କରାଯାଏ । କେତେକ ବ୍ୟାଗକୁ ଚୁମ୍ବକୀୟ ବୋତାମ ଦ୍ଵାରା ବନ୍ଦ କରାଯାଏ ।
- ବିଦ୍ୟୁତ୍ ମୋଟର୍, ଜେନେରେଟର, ଭାରୀ ଲୁହା ଜାତୀୟ ବସ୍ତୁକୁ ଉଠାଇବାପାଇଁ କ୍ରେନ୍ ପ୍ରଭୃତି ଯନ୍ତ୍ରପାତିରେ ଚୁମ୍ବକ ବ୍ୟବହାର କରାଯାଏ ।
- କେତେକ ଯନ୍ତ୍ର ଭିତରେ ଥିବା ଛୋଟ ସ୍କୁକୁ ଚୁମ୍ବକୀୟ ସ୍କୃ ଡ୍ରାଇଭର ବ୍ୟବହାର କରି ଖୋଲାଯାଏ ବା ଲଗାଯାଏ ।
Question 2.
ଗୋଟିଏ ବସ୍ତୁ ଚୁମ୍ବକ କି ଚୁମ୍ବକୀୟ ପଦାର୍ଥ କିପରି ଜାଣିବ ?
Answer:
- ଚୁମ୍ବକୀୟ ପଦାର୍ଥଟି ଅନ୍ୟ ଏକ ଦଣ୍ଡ ଚୁମ୍ବକର ଉଭୟ ମେରୁଦ୍ବାରା ଆକର୍ଷିତ ହେବ ।
- ବସ୍ତୁଟି ଚୁମ୍ବକ ହୋଇଥିଲେ ଏକ ଦଣ୍ଡ ଚୁମ୍ବକର ଗୋଟିଏ ମେରୁଦ୍ଵାରା ଆକର୍ଷିତ ହେଲାବେଳେ ଅନ୍ୟ ମେରୁଦ୍ୱାରା ବିକର୍ଷିତ ହେବ ।
- ଗୋଟିଏ ବସ୍ତୁ ଚୁମ୍ବକ କି ଚୁମ୍ବକୀୟ ପଦାର୍ଥ, ଏହା କେବଳ ଦୁଇଟି ଚୁମ୍ବକୀୟ ମେରୁ ମଧ୍ୟରେ ଥିବା ବିକର୍ଷଣ ବଳଦ୍ଵାରା ଜଣାପଡ଼ିଥାଏ । ବିକର୍ଷଣ ଚୁମ୍ବକତ୍ଵର ପ୍ରକୃତ ପରୀକ୍ଷା ।
![]()
Question 3.
ଚୁମ୍ବକର ଧର୍ମଗୁଡ଼ିକୁ ସଂକ୍ଷେପରେ ବର୍ଣ୍ଣନା କର ।
Answer:
- ଚୁମ୍ବକ ଚୁମ୍ବକୀୟ ପଦାର୍ଥଗୁଡ଼ିକୁ ଆକର୍ଷଣ କରେ । ଚୁମ୍ବକ ଲୁହା, ଇସ୍ପାତ୍, ନିକେଲ ଓ କୋବାଲଟ୍ ଓ ସେଗୁଡ଼ିକର କିଛି ଯୌଗିକକୁ ଆକର୍ଷଣ କରେ । ଏଲୁମିନିୟମ୍, ସୀସା, ତମ୍ବା, କାଠ, କାଚ, ପ୍ଲାଷ୍ଟିକ ଆଦି ଅଚୁମ୍ବକୀୟ ପଦାର୍ଥକୁ ଆକର୍ଷଣ କରେ ନାହିଁ ।
- ପ୍ରତି ଚୁମ୍ବକର ଦୁଇଟି ମେରୁ ଥାଏ ଓ ଏହି ମେରୁ ଚୁମ୍ବକ ର ଦୁଇ ମୁଣ୍ଡ ଆଡ଼କୁ ରହିଥାଏ। ମେରୁଠାରେ ଚୁମ୍ବକର ଆକର୍ଷଣ ଗୁଣ ଚୁମ୍ବକର ଅନ୍ୟ ଅଂଶର ଆକର୍ଷଣ ଗୁଣଠାରୁ ଅଧ୍ଵ ।
- ଚୁମ୍ବକର ଦିଶାତ୍ମକ ଧର୍ମଥାଏ । ଚୁମ୍ବକର ଯେଉଁ ମେରୁଟି ଉତ୍ତର ଦିଗ ଆଡ଼କୁ ରହେ ତାହାକୁ ଉତ୍ତର ମେରୁ କହନ୍ତି । ସେହିପରି ଯେଉଁ ମେରୁ ଦକ୍ଷିଣ ଦିଗକୁ ରହେ ତାହାକୁ ଦକ୍ଷିଣ ମେରୁ କହନ୍ତି ।
- ଦୁଇଟି ଚୁମ୍ବକର ସମମେରୁ ପରସ୍ପରକୁ ବିକର୍ଷଣ କରନ୍ତି ଓ ବିଷମମେରୁ ପରସ୍ପରକୁ ଆକର୍ଷଣ କ ର ନ୍ତି ।
ଦୁଇଟି ଚୁମ୍ବକର ସମମେରୁ ମଧ୍ୟରେ ବିକର୍ଷଣ ହିଁ ବସ୍ତୁଟି ଚୁମ୍ବକ କି ନୁହେଁ ତାହା ଜାଣିବାର ଅସଲ ପରୀକ୍ଷା ।