Odisha State Board BSE Odisha 7th Class Geography Important Questions Chapter 1.2 ପୃଥିବୀର ଅଭ୍ୟନ୍ତର Important Questions and Answers.
BE Odisha Class 7 Geography Important Questions Chapter 1.2 ପୃଥିବୀର ଅଭ୍ୟନ୍ତର
Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ଭୂତ୍ଵକ୍ ସମ୍ପର୍କରେ ସଂକ୍ଷେପରେ ବର୍ଣ୍ଣନା କର ।
Answer:
- ପୃଥିବୀର ଅଭ୍ୟନ୍ତରର ସବା ଉପରସ୍ତର ହେଉଛି ଭୂତ୍ଵକ୍ ।
- ଶରୀରକୁ ଚର୍ମ ଢାଙ୍କି ରହିବା ଭଳି ଏହା ପୃଥିବୀକୁ ଢାଙ୍କି ରହିଛି । ଏହା କଠିନ ସ୍ତର ଏବଂ ପତଳା ।
- ମହାଦେଶୀୟ ଭୂତ୍ଵକ୍ର ଗଭୀରତା ପ୍ରାୟ ୫୦ କି.ମି. ଥିବାବେଳେ ମହାସାଗରୀୟ ଭୂତ୍ଵକ୍ର ଗଭୀରତା ପ୍ରାୟ ୫ କି.ମି. ।
- ଭୂତ୍ଵକ୍ର ମହାଦେଶୀୟ ଅଂଶ ସିଲିକା ଓ ଆଲୁମିନାରେ ଗଠିତ, ତେଣୁ ଏହାକୁ ସିଆଲ (ସିଲିକା + ଆଲୁମିନା) ସ୍ତର କୁହାଯାଏ ।
- ମହାସାଗରୀୟ କୃତ୍ବକୁ ମୁଖ୍ୟତଃ ସିଲିକା ଓ ମାଗ୍ନେସିୟମ୍ରେ ଗଠିତ ହୋଇଥିବାରୁ ଏହାକୁ ସିମା (ସିଲିକା + ମ୍ୟାଗ୍ନେସିୟମ୍) କୁହାଯାଏ
Question 2.
କୋର୍ ବା କେନ୍ଦ୍ରମଣ୍ଡଳ ସମ୍ପର୍କରେ ସଂକ୍ଷେପରେ ଆଲୋଚନା କର ।
Answer:
- ପୃଥିବୀର ଅଭ୍ୟନ୍ତରର ସବୁଠାରୁ ଭିତରେ ଥିବା ସ୍ତରକୁ କୋର୍ ବା କେନ୍ଦ୍ରମଣ୍ଡଳ କୁହାଯାଏ ।
- ଏହି ସ୍ତରର ବ୍ୟାସାର୍ଦ୍ଧ ପ୍ରାୟ ୩୫୦୦ କିଲୋମିଟର ।
- ଏହା ମୁଖ୍ୟତଃ ଲୁହା ଓ ନିକେଲ ଭଳି ଭାରି ଧାତୁରେ ଗଠିତ ।
- ତେଣୁ ଏହି ସ୍ତରକୁ ନିଫେ (ନିକେଲ + ଫେରସ୍) ସ୍ତର କୁହାଯାଏ ।
- ଏଠାରେ ଅତ୍ୟଧିକ ତାପମାତ୍ରା ଓ ଅତ୍ୟଧିକ ଚାପ ରହିଥିବାର ଜଣାଯାଏ ।
Question 3.
ଆଗ୍ନେୟ ଶିଳା କିପରି ସୃଷ୍ଟି ହୁଏ ? ଏହି ଶିଳାର ପ୍ରକାରଭେଦ ଆଲୋଚନା କର ।
Answer:
- ଭୂତ୍ଵକୁ ତଳେ ଥିବା ତରଳ ବା ଅତରଳ ଶିଳାକୁ ମାଗ୍ନା କୁହାଯାଏ । ଭୂପୃଷ୍ଠରେ ପ୍ରବାହିତ ମାଗ୍ନାକୁ ଲାଭା କୁହାଯାଏ । ଲାଭା କ୍ରମେ ଶୀତଳ ଓ କଠିନ ହୋଇ ଆଗ୍ନେୟଶିଳାରେ ପରିଣତ ହୁଏ ।
- ଆଗ୍ନେୟ ଶିଳା ୨ ପ୍ରକାରର, ଯଥା- ନିଃସ୍ରବଜ ଆଗ୍ନେୟଶିଳା ଓ ଅନ୍ତର୍ଭେଦୀ ଆଗ୍ନେୟଶିଳା ।
- ଜ୍ଵାଳାମୁଖୀରୁ ନିର୍ଗତ ଅତି ଉତ୍ତପ୍ତ ତଥା ତରଳ ମାଗ୍ନା ଭୂପୃଷ୍ଠରେ ଲାଭା ଆକାରରେ ଜମା ହୁଏ ଏବଂ ଶୀଘ୍ର ଶୀତଳ ଓ କଠିନ ହୋଇ ଶିଳାରେ ପରିଣତ ହୋଇଥାଏ । ଏହାକୁ ନିଃସ୍ରବଜ ଆଗ୍ନେୟଶିଳା କୁହାଯାଏ ।
- ଏହି ଶିଳାଗୁଡ଼ିକ ଅତି ଛୋଟ ଛୋଟ ରେଣୁଦ୍ଵାରା ଗଠିତ । ବାସାଲ୍ଟ ଏ ପ୍ରକାର ଶିଳାର ଏକ ଉଦାହରଣ ।
- ବେଳେବେଳେ ମାତ୍ମା ଭୂତ୍ଵକ୍ ଶିଳାସ୍ତରରେ ଧୀରେ ଧୀରେ ଶୀତଳ ଓ କଠିନ ହୋଇ ଶିଳାରେ ପରିଣତ ହୁଏ । ଏହାକୁ ଅନ୍ତର୍ଭେଦୀ ଆଗ୍ନେୟଶିଳା କୁହାଯାଏ । ଏ ପ୍ରକାର ଶିଳାରେ ବଡ଼ ବଡ଼ ସ୍ଫଟିକ ବା ଦାନା ରହିଥାଏ । ଗ୍ରାନାଇଟ୍ ଏ ପ୍ରକାର ଶିଳାର ଏକ ଉଦାହରଣ ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ଭୂତ୍ଵକ୍ର ମହାଦେଶୀୟ ଅଂଶ କେଉଁଥିରେ ଗଠିତ ? ଏହାକୁ କ’ଣ କୁହାଯାଏ ?
Answer:
- ଭୂତ୍ଵକ୍ର ମହାଦେଶୀୟ ଅଂଶ ମୁଖ୍ୟତଃ ସିଲିକା ଓ ଆଲୁମିନାରେ ଗଠିତ ।
- ଏଣୁ ଏହାକୁ ସିଆଲ (ସିଲିକା + ଆଲୁମିନା) ସ୍ତର କୁହାଯାଏ ।
Question 2.
ଭୂତ୍ଵକ୍ର ମହାସାଗରୀୟ ଅଂଶର ଗଠନ ବିଷୟରେ ଲେଖ ।
Answer:
- ଭୂତ୍ଵକ୍ର ମହାସାଗରୀୟ ଅଂଶ ସିଲିକା ଓ ମ୍ୟାଗ୍ନେସିୟମ୍ରେ, ଗଠିତ ।
- ତେଣୁ ଏହାକୁ ସଂକ୍ଷେପରେ ସିମା କୁହାଯାଏ ।
Question 3.
ନିଫେ ସ୍ତର କ’ଣ ବୁଝାଅ ।
Answer:
- ସବୁଠାରୁ ଗଭୀରତମ ସ୍ତର ହେଉଛି କୋର୍ ।
- ଏହା ମୁଖ୍ୟତଃ ଲୁହା ଓ ନିକେଲ୍ ଭଳି ଭାରୀ ଧାତୁରେ ଗଠିତ
- ଏହାକୁ ସଂକ୍ଷେପରେ ନିପେ (ନିକେଲ + ଫେରସ୍) ସ୍ତର କୁହାଯାଏ ।
Question 4.
ନିଃସ୍ରବଳ ଆଗ୍ନେୟ ଶିଳା କିପରି ସୃଷ୍ଟି ହୁଏ ?
Answer:
- ଭୂତ୍ଵକ୍ ତଳେ ଥିବା ଉତ୍ତପ୍ତ ତଥା ତରଳ ମାଗ୍ନା ଜ୍ଵାଳାମୁଖୀ ଦେଇ ଭୂପୃଷ୍ଠରେ ଲାଭା ଆକାରରେ ଜମା ହୁଏ ।
- ଏହା ଶୀଘ୍ର ଶୀତଳ ଓ କଠିନ ହୋଇ ନିଃସ୍ରବଜ ଆଗ୍ନେୟ ଶିଳାରେ ପରିଣତ ହୁଏ ।
Question 5.
ଶିଳାଚକ୍ର କହିଲେ କ’ଣ ବୁଝ ?
Answer:
- ପ୍ରତ୍ୟେକ ଶିଳା ଅନୁକୂଳ ପରିସ୍ଥିତିରେ ଅନ୍ୟ ଏକ ଶିଳାରେ ପରିଣତ ହୁଏ । ଏହି ପରିବର୍ତ୍ତନ ଏକ ନିୟମିତ ଧାରାରେ ହୋଇଥାଏ । ଏହାକୁ ଶିଳାଚକ୍ର କୁହାଯାଏ ।
- ଉଦାହରଣ : ଆଗ୍ନେୟ ଶିଳା ଛୋଟ ଛୋଟ ଖଣ୍ଡରେ ପରିଣତ ହୋଇ ଅବକ୍ଷିପ୍ତ ଶିଳାରେ ପରିଣତ ହୁଏ । ସେହି ପରି ରୂପାନ୍ତରିତ ଶିଳା ଅତ୍ୟଧିକ ତାପ ପ୍ରଭାବରେ ଅର୍ଦ୍ଧତରଳ ମାମ୍ନାରେ ଓ ମାତ୍ମା ପୁନଶ୍ଚ ଶୀତଳ ଓ କଠିନ ହୋଇ ଆଗ୍ନେୟ ଶିଳାରେ ପରିଣତ ହୁଏ ।
Question 6.
ରୂପାନ୍ତରିତ ଶିଳା କ’ଣ ଉଦାହରଣ ସହ ବୁଝାଅ ।
Answer:
- ଭୂତ୍ଵକ୍ ଅଭ୍ୟନ୍ତରରେ ଅତ୍ୟଧିକ ତାପ ଓ ଚାପ ପ୍ରଭାବରେ କେତେକ ଆଗ୍ନେୟ ଶିଳା ଓ ଅବକ୍ଷିପ୍ତ ଶିଳା ରାଶି ନୂତନ ଶିଳାରେ ପରିଣତ ହୋଇଥାନ୍ତି । ଏହାକୁ ରୂପାନ୍ତରିତ ଶିଳା କୁହାଯାଏ ।
- କର୍ଦ୍ଦମ ଶିଳା ରୂପାନ୍ତରିତ ହୋଇ ସ୍ଟ୍ରେଟ୍ରେ ଓ ଚୂନପଥର ମାର୍ବଲରେ ପରିଣତ ହୋଇଥାଏ ।
Question 7.
ଅବକ୍ଷିପ୍ତ ଶିଳା କିପରି ସୃଷ୍ଟି ହୁଏ ?
Answer:
- ବଡ଼ ବଡ଼ ଶିଳାଖଣ୍ଡମାନ ଫାଟିଯାଇ ଛୋଟ ଛୋଟ ଶିଳା ଓ ପରେ ଏଗୁଡ଼ିକ କ୍ଷୟିତ ହୋଇ ଛୋଟ ଛୋଟ ଗୋଡ଼ି, ବାଲି ଓ ଧୂଳିରେ ପରିଣତ ହୁଏ ।
- ଏଗୁଡ଼ିକ ଜଳସ୍ରୋତ ଓ ପବନ ଦ୍ବାରା ପରିବାହିତ ହୋଇ ଅନ୍ୟତ୍ର ସ୍ତର ସ୍ତର ହୋଇ ଜମାହୁଏ ଓ କଠିନ ଶିଳାରେ ପରିଣତ ହୁଏ ।
- ଏପ୍ରକାର ଶିଳାକୁ ଅବକ୍ଷିପ୍ତ ଶିଳା କୁହାଯାଏ । ଉଦାହରଣ : ବାଲିପଥର ।
Question 8.
ଭୂକ୍ର ତଳ ସ୍ତରକୁ କ’ଣ କୁହାଯାଏ ? ଏଥିରେ କେଉଁ କେଉଁ ଧାତବ ପଦାର୍ଥ ଥିବାର ଜଣାଯାଏ ?
Answer:
- ଭୂତ୍ଵକ୍ର ତଳ ସ୍ତରକୁ ମାଣ୍ଡଲ୍ ବା ମାଧମଣ୍ଡଳ କୁହାଯାଏ । ଏହା ପ୍ରାୟ ୨୯୦୦ କି.ମି. ଗଭୀରତା ପର୍ଯ୍ୟନ୍ତ ବିସ୍ତୃତ ।
- ଏହି ସ୍ତରରେ ସିଲିକା, ମାଗ୍ନେସିୟମ୍ ସହ ବିଭିନ୍ନ ଧାତବ ପଦାର୍ଥ ଥିବାର ଜଣାପଡ଼େ । କାରଣ ଦର୍ଶାଅ
Question 9.
ଆଗ୍ନେୟ ଶିଳାକୁ ପ୍ରାଥମିକ ଶିଳା କୁହାଯାଏ ।
Answer:
- ଭୂ-ସ୍ଵକ୍ରେ ଥିବା ଶିଳା ତରଳ ବା ଅତରଳ ଅବସ୍ଥାରେ ଥାଏ । ଏହାକୁ ମାତ୍ମା କୁହାଯାଏ ।
- ବେଳେବେଳେ ଏହା ଭୂପୃଷ୍ଠ ଆଡ଼କୁ ପ୍ରବାହିତ ହୁଏ । ଭୂପୃଷ୍ଠରେ ଏହାକୁ ଲାଭା କୁହାଯାଏ । ଲାଭା ଶୀତଳ ଓ କଠିନ ହୋଇ ଆଗ୍ନେୟ ଶିଳାରେ ପରିଣତ ହୁଏ । ଏହା ପ୍ରଥମେ ସୃଷ୍ଟି ହେଉଥିବାରୁ ଏହାକୁ ପ୍ରାଥମିକ ଶିଳା କୁହାଯାଏ ।
Question 10.
ମାନବ ସମାଜ ପାଇଁ ଖଣିଜ ଦ୍ରବ୍ୟର ଯଥେଷ୍ଟ ଗୁରୁତ୍ଵ ରହିଛି ।
Answer:
- ମାନବ ସମାଜ ପାଇଁ ଖଣିଜ ଦ୍ରବ୍ୟର ଯଥେଷ୍ଟ ଗୁରୁତ୍ଵ ରହିଛି; ଯଥା- କୋଇଲା, ପ୍ରାକୃତିକ ଗ୍ୟାସ୍ ଓ ପେଟ୍ରୋଲିୟମ୍
- ଲୁହା, ବକ୍ସାଇଟ୍ ଓ ସୁନା ପ୍ରଭୃତି ଖଣିଜ ଦ୍ରବ୍ୟ ଶିଳ୍ପରେ ବ୍ୟବହାର କରାଯାଏ ଏବଂ ବିଭିନ୍ନ ରାସାୟନିକ ସାର ଓ ଔଷଧ ଶିଳ୍ପରେ ମଧ୍ଯ ଖଣିଜ ଦ୍ରବ୍ୟର ବ୍ୟବହାର ରହିଛି ।
ପାର୍ଥକ୍ୟ ଦର୍ଶାଅ
1. ମାଲ୍ଗା ଓ ଲାଭା
Answer:
2. ସିଆଲ ଓ ସିମା
Answer:
ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ଗୋଟିଏ ବାକ୍ୟରେ ଉତ୍ତର ଦିଅ।
Question i.
ଭୂ-ବକ୍ କାହାକୁ କୁହାଯାଏ ?
Answer:
ପୃଥିବୀର ସବା ଉପରେ ଥିବା ସ୍ତରକୁ ଭୁ ତ୍ଵକ କୁହାଯାଏ ।
Question ii.
ସିଆଲ କାହାକୁ କୁହାଯାଏ ?
Answer:
ଭୂ-କ୍ର ମହାଦେଶୀୟ ଅଂଶ ମୁଖ୍ୟତଃ ସିଲିକା ଓ ଆଲୁମିନାରେ ଗଠିତ ହୋଇଥିବାରୁ ଏହାକୁ ସିଆଲ ସ୍ତର କୁହାଯାଏ ।
Question iii.
ମହାସାଗରୀୟ ଭୂତ୍ଵକ୍ କେଉଁଥିରେ ଗଠିତ ?
Answer:
ମହାସାଗରୀୟ ଭୂତ୍ଵକୁ ମୁଖ୍ୟତଃ ସିଲିକା ଓ ମାଗ୍ନେସିୟମଦ୍ୱାରା ଗଠିତ ।
Question iv
ପୃଥିବୀରେ ଗଭୀରତମ ଖଣି କେଉଁଠି ରହିଛି ?
Answer:
ପୃଥିବୀର ଗଭୀରତମ ଖଣି ଦକ୍ଷିଣ ଆଫ୍ରିକାରେ ରହିଛି, ଯାହାର ଗଭୀରତା ପ୍ରାୟ ୪ କି.ମି. ।
Question v.
ପୃଥିବୀର କେନ୍ଦ୍ରରେ ପହଞ୍ଚିବା ପାଇଁ ଆମକୁ କେତେ ଗଭୀର ଗାତ ଖୋଳିବାକୁ ପଡ଼ିବ ?
Answer:
ପୃଥିବୀର କେନ୍ଦ୍ରରେ ପହଞ୍ଚିବା ପାଇଁ ଆମକୁ ସମୁଦ୍ର ନିମ୍ନରୁ ପ୍ରାୟ ୬୩୦୦ କି.ମି. ଗଭୀର ଗାତ ଖୋଳିବାକୁ ପଡ଼ିବ।
Question vi.
ମଧ୍ଯମଣ୍ଡଳ କାହାକୁ କୁହାଯାଏ ?
Answer:
ଭୂତ୍ଵକ୍ର ତଳକୁ ଥିବା ସ୍ତରକୁ ମାଣ୍ଟାଲ୍ ବା ମଧ୍ଯମଣ୍ଡଳ କୁହାଯାଏ ।
Question vii.
କେନ୍ଦ୍ରମଣ୍ଡଳ କାହାକୁ କୁହାଯାଏ ?
Answer:
ପୃଥିବୀର ସବୁଠାରୁ ଭିତରେ ଥିବା ସ୍ତରକୁ କୋର ବା କେନ୍ଦ୍ରମଣ୍ଡଳ କୁହାଯାଏ।
Question viii.
କେନ୍ଦ୍ରମଣ୍ଡଳ ବା କୋର୍ ଅଞ୍ଚଳ ମୁଖ୍ୟତଃ କେଉଁଥିରେ ଗଠିତ ?
Answer:
କେନ୍ଦ୍ରମଣ୍ଡଳ ମୁଖ୍ୟତଃ ଲୁହା ଓ ନିକେଲ ଭଳି ଭାରୀ ଧାତୁରେ ଗଠିତ ।
ପ୍ରତ୍ୟେକ ଉତ୍ତର ଗୋଟିଏ ଦୁଇଟି ବାକ୍ୟରେ ପ୍ରକାଶ କର ।
i. ଭୂତକ୍
Answer:
ପୃଥିବୀର ସବା ଉପରେ ଥିବା କଠିନ ଓ ପତଳା ସ୍ତରଟିକୁ ଭୂତ୍ଵକ୍ କୁହାଯାଏ ।
ii. ସିଆଲ
Answer:
ଭୂତ୍ଵକ୍ର ମହାଦେଶୀୟ ଅଂଶ ମୁଖ୍ୟତଃ ସିଲିକା ଓ ଆଲୁମିନାରେ ଗଠିତ ହୋଇଥିବାରୁ ଏହାକୁ ସିଆଲ (ସିଲିକା + ଆଲୁମିନା) ସ୍ତର କୁହାଯାଏ ।
iii. ସିମା
Answer:
ଭୂତ୍ବକ୍ର ମହାସାଗରୀୟ ଅଂଶ ମୁଖ୍ୟତଃ ସିଲିକା ଓ ମାଗ୍ନେସିୟମ୍ରେ ଗଠିତ ହୋଇଥିବାରୁ ତାହାକୁ ସିମା (ସିଲିକା + ମାଗ୍ନେସିୟମ୍) ସ୍ତର କୁହାଯାଏ ।
iv. ନିଫେ ବା କୋର୍ ବା କେନ୍ଦ୍ରମଣ୍ଡଳ
Answer:
ପୃଥିବୀର ଅଭ୍ୟନ୍ତରରେ ସବୁଠାରୁ ଭିତରେ ଥିବା ପ୍ରାୟ ୩୫୦୦ କି.ମି. ବ୍ୟାସାର୍କ ବିଶିଷ୍ଟ ସ୍ତରକୁ ନିଫେ ବା କୋର୍ ବା କେନ୍ଦ୍ରମଣ୍ଡଳ କୁହାଯାଏ ।
v. ମାଣ୍ଡଲ
Answer:
ଭୂତ୍ଵକ୍ର ତଳକୁ ଥିବା ପ୍ରାୟ ୨୯୦୦ କି.ମି. ଗଭୀରତା ବିଶିଷ୍ଟ ସ୍ତରକୁ ମାଣ୍ଡଲ ବା ମଧ୍ଯମଣ୍ଡଳ କୁହାଯାଏ ।
vi. ଆଗ୍ନେୟ ଶିଳା
Answer:
ତରଳ ଲାଭା ଭୂପୃଷ୍ଠରେ ଓ ତରଳ ମାଗ୍ନା କୂଅଭ୍ୟନ୍ତରରେ ଶୀଘ୍ର ଶୀତଳ ଓ କଠିନ ହୋଇ ସୃଷ୍ଟି ହୋଇଥିବା ଶିଳାକୁ ଆଗ୍ନେୟ ଶିଳା କୁହାଯାଏ ।
vii. ଅବକ୍ଷିପ୍ତ ଶିଳା
Answer:
କ୍ଷୟିତ ଶିଳା ରାଶି ଜଳସ୍ରୋତ, ପବନ ଆଦି ଦ୍ଵାରା ପରିବାହିତ ହୋଇ ଅନ୍ୟତ୍ର ଜମା ହୋଇ କାଳକ୍ରମେ ସୃଷ୍ଟି ହେଉଥିବା ଶିଳାକୁ ଅବକ୍ଷିପ୍ତ ଶିଳା କୁହାଯାଏ ।
viii. ଶିଳାଚକ୍ର
Answer:
ପ୍ରତ୍ୟେକ ଶିଳା ଅନୁକୂଳ ପରିସ୍ଥିତିରେ ଅନ୍ୟ ଏକ ଶିଳାରେ ଏକ ନିୟମିତ ଧାରାରେ ପରିଣତ ହେବା ପ୍ରକ୍ରିୟାକୁ ଶିଳାଚକ୍ର କୁହାଯାଏ ।
ix. ଜୀବାଶ୍ମ
Answer:
ଶିଳାସ୍ତର ମଧ୍ଯରେ ଥିବା ମୃତ ପ୍ରାଣୀ ଓ ଉଦ୍ଭଦଙ୍କର ନଷ୍ଟ ବିଶେଷକୁ ଜୀବାଶ୍ମ କୁହାଯାଏ ।
ପ୍ରତ୍ୟେକ ବାକ୍ୟାଶକୁ ଗୋଟିଏ ଲେଖାଏଁ ଭୌଗୋଳିକ ଶବ୍ଦରେ ପ୍ରକାଶ କର ।
- ସିଲିକା ଓ ଆଲୁମିନାରେ ଗଠିତ ହୋଇଥିବା ସ୍ତରର ସଂକ୍ଷିପ୍ତ ନାମ ।
- ସିଲିକା ଓ ମାଗ୍ନେସିୟମ୍ ଥିବା ସ୍ତରର ସଂକ୍ଷିପ୍ତ ନାମ ।
- ଜୀବାଶ୍ମ ସିଞ୍ଚିତ ହୋଇ ରହିଥିବା ଶିଳା ।
- ନିର୍ଦ୍ଦିଷ୍ଟ ରାସାୟନିକ ଗୁଣ ଥିବା ଶିଳା ।
- ଭୂତ୍ଵକୁ ତଳେ ଥିବା ଅଦ୍ଧତରଳ ଶିଳା ।
Answer:
- ସିଆଲ୍
- ସିମା
- ଅବକ୍ଷିପ୍ତ ଶିଳା
- ଖଣିଜ ଦ୍ରବ୍ଯ
- ମାତ୍ମା
ଠିକ୍ ଉତ୍ତରଟି ବାଛି ଲେଖ ।
Question i.
ଅଦ୍ଧତରଳ ମାଙ୍ଗାରୁ କେଉଁ ଶିଳା ସୃଷ୍ଟି ହୋଇଥାଏ ?
(କ) ଆଗ୍ନେୟ
(ଖ) ଅବକ୍ଷିପ୍ତ
(ଗ) ରୂପାନ୍ତରିତ
Answer:
(କ) ଆଗ୍ନେୟ
Question ii.
ପୃଥିବୀର ଗଭୀରତମ ସ୍ତରକୁ କ’ଣ କୁହାଯାଏ ?
(କ) ଭୂତ୍ଵକ୍
(ଖ) ମାଣ୍ଡଲ୍
(ଗ) କୋର୍
Answer:
(ଗ) କୋର୍
Question iii.
ସୁନା, ପେଟ୍ରୋଲିୟମ୍ ଓ କୋଇଲା କ’ଣ ?
(କ) ଶିଳା
(ଖ) ଖଣିଜ
(ଗ) ଜୀବାଶ୍ମ
Answer:
(ଖ) ଖଣିଜ
Question iv.
କେଉଁଟି ଜୀବାଶ୍ମ ଥିବା ଶିଳା ?
(କ) ଅବକ୍ଷିପ୍ତ
(ଖ) ରୂପାନ୍ତରିତ
(ଗ) ଆଗ୍ନେୟ
Answer:
(କ) ଅବକ୍ଷିପ୍ତ
Question v.
କେଉଁ ସ୍ତରଟି ପୃଥିବୀର ସବୁଠାରୁ ପତଳା ସ୍ତର ?
(କ) ଭୂତ୍ଵକ୍
(ଖ) ମାଣ୍ଡଲ୍
(ଗ) କୋର୍
Answer:
(କ) ଭୂତ୍ଵକ୍
Question vi.
ମହାଦେଶ ତଳେ ଥିବା ଭୂତ୍ଵକ୍ର ଗଭୀରତା କେତେ ?
(କ) ୨୦ କି.ମି.
(ଗ) ୫୦ କି.ମି.
(ଖ) ୪୦ କି.ମି.
(ଘ) ୬୦ କି.ମି.
Answer:
(ଗ) ୫୦
Question vii.
ମହାସାଗର ତଳେ ଭୂତ୍ଵକର ମୋଟେଇ ପ୍ରାୟ କେତେ ?
(କ) ୫ କି.ମି.
(ଗ) ୧୫ କି.ମି.
(ଖ) ୧୦ କି.ମି.
(ଘ) ୨୦ କି.ମି.
Answer:
(କ) ୫ କି.ମି.
Question viii.
ସିଲିକା ଓ ମାଗ୍ନେସିୟମରେ ଗଠିତ ସ୍ତରକୁ କ’ଣ କୁହାଯାଏ ?
(କ) ସିଆଲ
(ଖ) ସିମା
(ଗ) ମାଣ୍ଡଲ୍
(ଘ) ନିଫେ
Answer:
(ଖ) ସିମା
Question ix.
ପୃଥିବୀର ଗଭୀରତମ ଖଣି କେଉଁ ଦେଶରେ ରହିଛି ?
(କ) ଭାରତ
(ଖ) ଜାପାନ
(ଗ) ଯୁକ୍ତରାଷ୍ଟ୍ର ଆମେରିକା
(ଘ) ଦକ୍ଷିଣ ଆଫ୍ରିକା
Answer:
(ଘ) ଦକ୍ଷିଣ ଆଫ୍ରିକା
Question x.
ପୃଥିବୀର ବ୍ୟାସାର୍ଦ୍ଧ କେତେ ?
(କ) ୩୬୭୨ କି.ମି.
(ଖ) ୬୩୭୧ କି.ମି.
(ଗ) ୩୭୬୧ କି.ମି.
(ଘ) ୭୩୬୧ କି.ମି.
Answer:
(ଖ) ୬୩୭୧ କି.ମି.
Question xi.
ପୃଥିବୀର ମୋଟ ଘନଫଳର କେତେ ଭାଗ ଭୂତ୍ଵକୁ ?
(କ) ୦.୫
(ଖ) ୦.୬
(ଗ) ୦.୭
(ଘ) ୦.୮
Answer:
(କ) ୦,୫
Question xii.
ପୃଥିବୀର ମୋଟ ଘନଫଳର ଭାଗ ମାଣ୍ଟଲ୍ ?
(କ) ୧୫
(ଖ) ୧୬
(ଗ) ୧୭
(ଘ) ୧୮
Answer:
(ଖ) ୧୬
Question xiii.
ପୃଥିବୀର ମୋଟ ଘନଫଳର କେତେ ଭାଗ କୋର୍ ?
(କ) ୮୦
(ଖ) ୮୧
(ଗ) ୮୨
(ଘ) ୮୩
Answer:
(ଘ) ୮୩
Question xiv.
କେଉଁଟି ମାର୍ବଲରେ ପରିଣତ ହୁଏ ?
(କ) କର୍ଦ୍ଦମ ଶିଳା
(ଗ) ଗ୍ରାନାଇଟ୍
(ଖ) ବାଲିପଥର
(ଘ) ଚୂନପଥର
Answer:
(ଘ) ଚୂନପଥର
Question xv.
କେଉଁ ସ୍ତର ଲୁହା ଭଳି ଭାରି ଧାତୁରେ ଗଠିତ ?
(କ) ସିମା
(ଗ) ନିଫେ
(ଖ) ସିଆଇ
(ଘ) ଭୂତ୍ବକ୍
Answer:
(ଗ) ନିଫେ
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
1. ଜ୍ଵାଳାମୁଖୀରୁ ସୃଷ୍ଟି ଆଗ୍ନେୟଶିଳାକୁ _______ କୁହାଯାଏ ।. (ନିଃସ୍ରବଜ, ଅନ୍ତର୍ଭେଦୀ, ରୂପାନ୍ତରିତ, ଆଗ୍ନେୟ)
Answer:
ନିଃସ୍ରବଳ
2. ଗ୍ରାନାଇଟ୍ _______ ଶିଳାର ଅନ୍ତର୍ଗତ। (ଅବକ୍ଷିପ୍ତ, ରୂପାନ୍ତରିତ, ଅନ୍ତର୍ଭେଦୀ, ନିଃସ୍ରବଜ)
Answer:
ଅନ୍ତର୍ଭେଦୀ
3. ମାର୍ବଲ _______ ଶିଳାର ଅନ୍ତର୍ଗତ । (ନିଃସ୍ରବଜ, ଅନ୍ତର୍ଭେଦୀ, ଅବକ୍ଷିପ୍ତ, ରୂପାନ୍ତରିତ)
Answer:
ରୂପାନ୍ତରିତ
4. ______ ଶିଳାରେ ଜୀବାଶ୍ମ ସଞ୍ଚିତ ହୋଇ ରହିଥାଏ। (ଅନ୍ତର୍ଭେଦୀ, ଅବକ୍ଷିପ୍ତ, ରୂପାନ୍ତରିତ, ନିଃସ୍ରବଜ)
Answer:
ଅବକ୍ଷିପ୍ତ
5. ଉପତ୍ୟକା _______ ଶ୍ରେଣୀର ଭୂମିରୂପ ଅଟେ। (ପ୍ରଥମ, ଦ୍ଵିତୀୟ, ତୃତୀୟ, ଚତୁର୍ଥ)
Answer:
ତୃତୀୟ
6. ପର୍ବତ ଓ ମାଳଭୂମି ______ ଶ୍ରେଣୀର ଭୂମିରୂପ ଅଟେ । (ପ୍ରଥମ, ଦ୍ଵିତୀୟ, ତୃତୀୟ, ଚତୁର୍ଥ)
Answer:
ଦ୍ବିତୀୟ
7. ମହାଦେଶ ଓ ମହାସାଗର _____ ଶ୍ରେଣୀର ଭୂମିରୂପ ଅଟେ। (ପ୍ରଥମ, ଦ୍ଵିତୀୟ, ତୃତୀୟ ଚତୁର୍ଥ)
Answer:
ପ୍ରଥମ
ପ୍ରଥମ ଯୋଡ଼ିକୁ ଦେଖୁ ଦ୍ଵିତୀୟ ଯୋଡ଼ି ପୂରଣ କର ।
(i) ନିଃସ୍ରବଜ ଶିଳା : ମାଗ୍ନା : : ଅନ୍ତର୍ଭେଦୀ ଶିଳା : _____ ।
Answer:
ଗ୍ରାନାଇଟ୍
(ii) ଅବକ୍ଷିପ୍ତ ଶିଳା : ବାଲିପଥର : : ରୂପାନ୍ତରିତ ଶିଳା : _____ ।
Answer:
ମାର୍ବଲ
(iii) ତାଜମହଲ : ରୂପାନ୍ତରିତ ଶିଳା : : କୋଣାର୍କ : _____ ।
Answer:
ଅବକ୍ଷିପ୍ତ ଶିଳା