Odisha State Board BSE Odisha 7th Class History Important Questions Chapter 5 ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ Important Questions and Answers.
BSE Odisha Class 7 History Important Questions Chapter 5 ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ
Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧। ଭାରତରେ ସୁଫି ଧର୍ମ ଆନ୍ଦୋଳନ କେଉଁମାନଙ୍କଦ୍ୱାରା ଓ କିଭଳି ପ୍ରଚାରିତ ହୋଇଥିଲା ?
Answer:
- ଏକାଦଶ ଶତାବ୍ଦୀରେ ବହୁ ମୁସଲମାନ ସନ୍ଥ ଧର୍ମ କ୍ଷେତ୍ରରେ ରହିଥିବା ଜଟିଳତାକୁ ଦୂର କରିବାପାଇଁ ଚେଷ୍ଟା କରିଥିଲେ ।
- ଏଭଳି ସଂସ୍କାରବାଦୀ ସନ୍ଥମାନେ ସୁଫି ନାମରେ ପରିଚିତ ଥିଲେ ।
- ସୁଫି ସନ୍ଥମାନଙ୍କ ମଧ୍ୟରେ ଖୁଜା ମୋଇନୁଦ୍ଦିନ୍ ଚିସ୍ତି ଅନ୍ୟତମ ଥିଲେ । ସେ ଆଜମିରେ ଅବସ୍ଥାନ କରୁଥିଲେ ।
- ଅନ୍ୟଜଣେ ତତ୍କାଳୀନ ପ୍ରସିଦ୍ଧ ସୁଫି ସନ୍ଥ ନିଜାମୁଦ୍ଦିନ୍ ଅଉଲିୟା ଦିଲ୍ଲୀ ନିକଟବର୍ତ୍ତୀ ଗିୟାସପୁରଠାରେ ବାସ କରୁଥିଲେ ।
- ବର୍ତ୍ତମାନ ପାକିସ୍ତାନର ଥିବା ଆଜୋଧାନ୍ନର ବାବା ଫରିଦ୍ର, ଗୁଜରାଟର ସାହା ଆଲାମ୍ ବୁଖାରୀ, ମୁଲତାନ୍ ବାହାଉଦ୍ଦିନ୍ କାଜାରିଆ, ସିଲହଟର ଶେଖ୍ ସିଆଉଦ୍ଦିନ୍ ଆଦି ସେ ସମୟର ଅନ୍ୟ ସୁଫି ସନ୍ଥ ଥିଲେ ।
୨। କବୀର ଜନ୍ମ ଓ ନୀତିବାଣୀ ଉଲ୍ଲେଖ କର ।
Answer:
- ବନାରସର କବୀର ଭକ୍ତିଧର୍ମ ଆନ୍ଦୋଳନର ଅନ୍ୟତମ ପ୍ରବକ୍ତା ଥିଲେ । ମା’ଙ୍କଦ୍ବାରା ପରିତ୍ୟକ୍ତ ହୋଇ ସେ ଏକ ମୁସଲମାନ ତନ୍ତୀ ଦମ୍ପତିଙ୍କଦ୍ବାରା ପାଳିତ ହୋଇଥିଲେ ।
- ସେ କହୁଥିଲେ ଉଭୟ ହିନ୍ଦୁ ଓ ମୁସଲମାନ ଏକ ଈଶ୍ବରଙ୍କର ସନ୍ତାନ । ଈଶ୍ବର ଏକ ଓ ତାଙ୍କ ନାମ ଉପରେ କଳହ କରିବା ଅନୁଚିତ ।
- ତାଙ୍କ ମତରେ ଈଶ୍ଵରଙ୍କୁ ପାଇବାକୁ ହେଲେ ଭକ୍ତି ଏକମାତ୍ର ମାଧ୍ୟମ ଓ ଭକ୍ତି ବିନା ଉପବାସ ନିରର୍ଥକ ।
- ତାଙ୍କର ପ୍ରଚାରିତ ବାଣୀମାନ ‘ବୀଜକ’ ନାମକ ଗ୍ରନ୍ଥରେ ଲିପିବଦ୍ଧ ହୋଇଛି ।
- ତାଙ୍କର ଭଜନଗୁଡ଼ିକ ‘ଦୋହା’ ନାମରେ ପରିଚିତ । ତାଙ୍କର ଅନୁଗାମୀମାନେ ‘କବୀରପନ୍ଥୀ’ ନାମରେ ପରିଚିତ ।
୩ । ଗୁରୁ ନାନକଙ୍କ ବିଷୟରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କର ।
Answer:
- ଗୁରୁ ନାନକ ଖ୍ରୀ.ଅ. ୧୪୬୯ରେ ପଞ୍ଜାବର ତତ୍ତ୍ୱଣ୍ଡିଠାରେ ଜନ୍ମଗ୍ରହଣ କରିଥିଲେ ।
- ସେ ଶିଖ୍ ଧର୍ମର ପ୍ରତିଷ୍ଠାତା । ତାଙ୍କଦ୍ୱାରା ପ୍ରଚାରିତ ଧର୍ମବାଣୀ ‘ଆଦିଗ୍ରନ୍ଥ’ ବା ‘ଗ୍ରନ୍ଥସାହେବ’ରେ ଲିପିବଦ୍ଧ ଯାହା ଶିଶୁମାନଙ୍କର ପବିତ୍ର ଧର୍ମଗ୍ରନ୍ଥ ।
- ସେ କହୁଥିଲେ ଈଶ୍ବରଙ୍କ ନିକଟରେ ଆତ୍ମସମର୍ପଣ କଲେ ମଣିଷ ଶାନ୍ତି ଓ ମୁକ୍ତି ଲାଭ କରିପାରିବ ।
- ନିର୍ମଳ ମନ ଏବଂ ଉତ୍ତମ ଚରିତ୍ରର ଅଧିକାରୀ ହେଲେ ଈଶ୍ଵର ପ୍ରାପ୍ତି ସହଜ ହୋଇପାରିବ ।
- ତାଙ୍କ ମତରେ ସବୁ ମଣିଷ ସମାନ ଓ ଏକ ଈଶ୍ବରଙ୍କ ସନ୍ତାନ ।
୪। ଶ୍ରୀ ଚୈତନ୍ୟଙ୍କ ଧର୍ମ ଓ ନୀତିବାଣୀ ଉଲ୍ଲେଖ କର ।
Answer:
- କବୀର ଓ ନାନକଙ୍କ ପରି ଶ୍ରୀଚୈତନ୍ୟ ଭକ୍ତ ଆନ୍ଦୋଳନର ଅନ୍ୟତମ ପ୍ରଚାରକ ଥିଲେ । ସେ ପଶ୍ଚିମବଙ୍ଗର ନବଦ୍ଵୀପରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ।
- ସେ କହୁଥିଲେ ପ୍ରକୃତ ଈଶ୍ବର ଉପାସନା ପ୍ରେମ, ଭକ୍ତି, ଗୀତ ଓ ନୃତ୍ୟ ଉପରେ ନିର୍ଭର କରେ । ସେ ସଂକୀର୍ତ୍ତନ ଉପରେ ଗୁରୁତ୍ବ ଆରୋପ କରୁଥିଲେ ।
- ସେ ଭକ୍ତମାନଙ୍କ ସହିତ ମୃଦଙ୍ଗ, କରତାଳ ଏବଂ ଅନ୍ୟାନ୍ୟ ବାଦ୍ୟଯନ୍ତ୍ର ସହାୟତାରେ କୃଷ୍ଣନାମ ସଂକୀର୍ତ୍ତନ କରି ନଗରଭ୍ରମଣ କରୁଥିଲେ ।
- ସେ ସବୁ ଜାତିର ଲୋକଙ୍କୁ ଶିଷ୍ୟରୂପେ ଗ୍ରହଣ କରିଥିଲେ । ଯବନ ହରି ଦାସ ତାଙ୍କର ପ୍ରଧାନ ଶିଷ୍ୟ ଥିଲେ ।
- ଶ୍ରୀଚୈତନ୍ୟଙ୍କ ବାଣୀ ‘ଚୈତନ୍ୟ ଚରିତାମୃତ’ ପୁସ୍ତକରେ ଲିପିବଦ୍ଧ ହୋଇଛି ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧ । ଖୁଜା ମୋଇନୁଦ୍ଦିନ୍ ଚିସ୍ତି କିଏ ଓ ତାଙ୍କର ମତ କ’ଣ ଥିଲା ?
Answer:
- ଖୁଜା ମୋଇନୁଦ୍ଦିନ୍ ଚିସ୍ତି ସୁଫି ସନ୍ଥମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ । ସେ ଆଜମିରରେ ଅବସ୍ଥାନ କରୁଥିଲେ ।
- ସେ ଅନ୍ୟ ଗୋଷ୍ଠୀ ଓ ଧର୍ମ ପ୍ରତି ସହନଶୀଳ ହେବା ଉପରେ ଗୁରୁତ୍ଵ ଦେଉଥିଲେ । ପ୍ରେମ ଓ ଭକ୍ତିଦ୍ଵାରା ଈଶ୍ଵରଙ୍କ ନିକଟବର୍ତ୍ତୀ ହୋଇପାରିବ ବୋଲି ସେ ମାନବ ଜାତିକୁ ବୁଝାଉଥିଲେ ।
୨। କବୀର କାହାର ସନ୍ତାନ ଥିଲେ ? ସେ କାହାଦ୍ଵାରା ଲାଳିତ ପାଳିତ ହୋଇଥିଲେ ?
Answer:
- କବୀର ଜଣେ ବ୍ରାହ୍ମଣର ସନ୍ତାନ ଥିଲେ ।
- ସେ ଏକ ମୁସଲମାନ ତନ୍ତୀ ଦମ୍ପତିଦ୍ଵାରା ଲାଳିତ ପାଳିତ ହୋଇଥିଲେ ।
୩ ।କବୀର କ’ଣ ରଚନା କରୁଥିଲେ ? ସେଗୁଡ଼ିକ କେଉଁଥିରେ ଲିପିବଦ୍ଧ ହୋଇ ରହିଛି ?
Answer:
- କବୀର ସରଳ ହିନ୍ଦୀ ଭାଷାରେ ‘ଦୋହା’ ରଚନା କରୁଥିଲେ ।
- ସେଗୁଡ଼ିକ ‘ବୀଜକ’ ନାମକ ଗ୍ରନ୍ଥରେ ଲିପିବଦ୍ଧ ହୋଇ ରହିଛି ।
୪। ନାନକଙ୍କ ଧର୍ମବାଣୀ କ’ଣ ଥିଲା ?
Answer:
- କବୀରଙ୍କ ମତରେ ସବୁ ମଣିଷ ସମାନ ଓ ଈଶ୍ୱରଙ୍କ ସନ୍ତାନ ।
- ଈଶ୍ବର ସର୍ବଶକ୍ତିମାନ୍ ଓ ମଣିଷ ଈଶ୍ବରଙ୍କ ନିକଟରେ ଆତ୍ମ ସମର୍ପଣ କଲେ ମୁକ୍ତିଲାଭ କରିପାରିବ ।
୫। ଶ୍ରୀଚୈତନ୍ୟ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ? ସେ କାହାଠାରୁ କୃଷ୍ଣମନ୍ତ୍ର ଦୀକ୍ଷା ଗ୍ରହଣ କରିଥିଲେ ?
Answer:
- ଶ୍ରୀଚୈତନ୍ୟ ପଶ୍ଚିମବଙ୍ଗର ନବଦ୍ଵୀପରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ।
- ସେ ଈଶ୍ୱରପୁରୀଙ୍କଠାରୁ କୃଷ୍ଣମନ୍ତ୍ର ଦୀକ୍ଷା ଗ୍ରହଣ କରିଥିଲେ ।
୬। ଅମୀର “ଖୁସୁଙ୍କ ପ୍ରକୃତ ନାମ କ’ଣ ଥିଲା? ସେ କ’ଣ ଥିଲେ ?
Answer:
- ଅମୀର ଖୁସ୍ତଙ୍କ ପ୍ରକୃତ ନାମ ଥିଲା ମହମ୍ମଦ ହାସନ ।
- ସେ ଜଣେ କବି, ଐତିହାସିକ ଓ ସଙ୍ଗୀତଜ୍ଞ ଥିଲେ ।
୭। ପାରସିକ ଭାଷାରେ ଏନ ନୂଆ ଶୈଳୀର ବିକାଶ କିଏ କରାଇଥିଲେ ? ଏହି ଶୈଳୀକୁ କ’ଣ କୁହାଯାଏ ?
Answer:
- ଅମୀର ଖୁସ୍ରୁ ପାରସିକ ଭାଷାରେ ଏକ ନୂଆ ଶୈଳୀର ବିକାଶ କରାଇଥିଲେ ।
- ଏହି ନୂତନ ଶୈଳୀକୁ ‘ସାବକ-ଇ-ହିନ୍ଦୁ’ କୁହାଯାଏ ।
୮। କେଉଁମାନଙ୍କୁ ସୁଫି କୁହାଯାଏ ? ଦିଲ୍ଲୀ ନିକଟସ୍ଥ ଗିୟାସପୁରରେ କେଉଁ ସୁଫିସନ୍ଥ ରହୁଥିଲେ ?
Answer:
- ସୁଫ୍ ବା ଉଲର୍ ପୋଷାକ ପିନ୍ଧୁଥିବା ମୁସଲମାନ ସନ୍ଥ ବା ଫକୀରଙ୍କୁ ସୁଫି କୁହାଯାଏ ।
- ସୁଫିସନ୍ଥ ଶେଖ୍ ନିଜାମୁଦ୍ଦିନ୍ ଆଉଲିୟା ଦିଲ୍ଲୀ ନିକଟସ୍ଥ ଗିୟାସପୁରରେ ରହୁଥିଲେ ।
୯। ମହାରାଷ୍ଟ୍ରରେ କେଉଁମାନେ ଭକ୍ତିଧର୍ମ ପ୍ରଚାର କରିଥିଲେ ? ସେମାନେ କେଉଁ ଭାଷାରେ ଧର୍ମପ୍ରଚାର କରୁଥିଲେ ?
Answer:
- ମହାରାଷ୍ଟ୍ରର ସନ୍ଥ ଜ୍ଞାନେଶ୍ଵର, ନାମଦେବ ଓ ତୁକାରାମ ଭକ୍ତିଧର୍ମ ପ୍ରଚାର କରିଥିଲେ ।
- ସେମାନେ ମରାଠୀ ଭାଷାରେ ଧର୍ମପ୍ରଚାର କରୁଥିଲେ ।
ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧। ପାକିସ୍ତାନ ଅନ୍ତର୍ଗତ ଆଜେଧାନରେ କେଉଁ ସୁଫିସନ୍ଥ ଅବସ୍ଥାନ କରୁଥିଲେ ?
Answer:
ପାକିସ୍ତାନ ଅନ୍ତର୍ଗତ ଆଜୋଧାନ୍ତରେ ସୁଫିସନ୍ଥ ବାବା ଫରିଦ୍ ଅବସ୍ଥାନ କରୁଥିଲେ ।
୨। ସୁଫିସନ୍ଥମାନେ କେବେ ପାରସ୍ୟରୁ ଭାରତକୁ ଆସିଥିଲେ ?
Answer:
ସୁଫି ସନ୍ଥମାନେ ଏକାଦଶ ଶତାବ୍ଦୀରେ ପାରସ୍ୟରୁ ଭାରତକୁ ଆସିଥିଲେ ।
୩। କେଉଁ ଶାସକଙ୍କ ସମୟରେ ବଙ୍ଗଦେଶରେ ସତ୍ୟପୀର ଉପାସନା ପ୍ରସିଦ୍ଧି ଲାଭ କରିଥିଲା ?
Answer:
ସୁଲତାନ୍ ହୁସେନ୍ ଶାହାଙ୍କ ଶାସନକାଳରେ ବଙ୍ଗଦେଶରେ ସତ୍ୟପୀର ଉପାସନା ପ୍ରସିଦ୍ଧି ଲାଭ କରିଥିଲା ।
୪। କେବେ ଭାରତରେ ଭକ୍ତି ଓ ସୁଫି ଆନ୍ଦୋଳନର ସୂତ୍ରପାତ ହୋଇଥିଲା ?
Answer:
ମଧ୍ୟଯୁଗରେ ଭାରତରେ ଭକ୍ତି ଓ ସୁଫି ଆନ୍ଦୋଳନର ସୂତ୍ରପାତ ହୋଇଥିଲା ।
୫। ନାନକଙ୍କ ଧର୍ମବାଣୀ କେଉଁ ଗ୍ରନ୍ଥରେ ଲିପିବଦ୍ଧ ହୋଇଛି ?
Answer:
ନାନକଙ୍କ ଧର୍ମବାଣୀ ଆଦିଗ୍ରନ୍ଥ ବା ଗୁରୁ ଗ୍ରନ୍ଥସାହେବରେ ଲିପିବଦ୍ଧ ହୋଇଛି ।
୬ । ଶ୍ରୀଚୈତନ୍ୟଙ୍କ ବାଲ୍ୟନାମ କ’ଣ ଥିଲା ?
Answer:
ଶ୍ରୀଚୈତନ୍ୟଙ୍କ ବାଲ୍ୟନାମ ଥିଲା ନିମାଇଁ ବା ବିଶ୍ବମ୍ଭର ।
୭ । ଅମୀର ଖୁସ୍ରୁ ପାର୍ସୀ ଭାଷାରେ କେଉଁ ଗ୍ରନ୍ଥ ରଚନା କରିଥିଲେ ?
Answer:
ଅମୀର ଖୁସ୍ରୁ ପାର୍ସୀ ଭାଷାରେ ‘ତାରିଖ-ଇ-ଆଲାହୀ’ ନାମକ ଗ୍ରନ୍ଥ ରଚନା କରିଥିଲେ ।
୮। ‘ପୃଥ୍ୱୀରାଜ ରାସୋ’ର ରଚୟିତା କିଏ ?
Answer:
‘ପୃଥ୍ୱୀରାଜ ରାସୋ’ର ରଚୟିତା ହେଉଛନ୍ତି ଚାନ୍ଦ ବରଦାୟୀ ।
୯। ଭକ୍ତି ଧର୍ମର କେଉଁ ପ୍ରଚାରକ କୃଷ୍ଣନାମ ସଂକୀର୍ତ୍ତନ ଉପରେ ଗୁରୁତ୍ଵ ଦେଇଥିଲେ ?
Answer:
ଭକ୍ତ ଧର୍ମର ପ୍ରଚାରକ ଶ୍ରୀଚୈତନ୍ୟ କୃଷ୍ଣନାମ ସଂକୀର୍ତ୍ତନ ଉପରେ ଗୁରୁତ୍ଵ ଦେଇଥିଲେ ।
୧୦ । ଶ୍ରୀଚୈତନ୍ୟଙ୍କ ଭଳି ଅନ୍ୟ କେଉଁ ଭକ୍ତିଧର୍ମର ପ୍ରଚାରକ ଭଜନ କୀର୍ତ୍ତନ କରୁଥିଲେ ?
Answer:
ମହାରାଷ୍ଟ୍ରର ଭକ୍ତିଧର୍ମର ପ୍ରଚାରକ ତୁକାରାମ ଶ୍ରୀଚୈତନ୍ୟଙ୍କ ଭଳି ଭଜନ କୀର୍ତନ କରୁଥିଲେ ।
୧୧ । ଅମୀର ଖୁସ୍ରୁ କେଉଁ ମାଧ୍ୟମରେ ସୁଫି ସଙ୍ଗୀତକୁ ଲୋକପ୍ରିୟ କରାଇଥିଲେ ?
Answer:
ଅମୀର ଖୁସ୍ରୁ କବାଲି ମାଧ୍ୟମରେ ସୁଫି ସଙ୍ଗୀତକୁ ଲୋକପ୍ରିୟ କରାଇଥିଲେ ।
୧୨ । କେଉଁ ଦୁଇଟି ଭାଷାର ମିଶ୍ରଣରେ ଉର୍ଦୁଭାଷା ସୃଷ୍ଟି ହୋଇଥିଲା ?
Answer:
ହିନ୍ଦୀ ଓ ପାର୍ସୀ ଭାଷାର ମିଶ୍ରଣରେ ଉର୍ଦୁଭାଷା ସୃଷ୍ଟି ହୋଇଥିଲା ।
୧୩ । ଉର୍ଦୁଭାଷାକୁ ପ୍ରଥମେ କ’ଣ କୁହାଯାଉଥିଲା ?
Answer:
ଉର୍ଦୁଭାଷାକୁ ପ୍ରଥମେ ଜବନ୍-ଇ-ହୁଣ୍ଡାଭି କୁହାଯାଉଥିଲା ।
୧୪ । ଚିତ୍ରକଳାର ବିକାଶ ପାଇଁ କିଏ ଏକ ତସ୍ଵୀରଖାନା ନିର୍ମାଣ କରିଥିଲେ ?
Answer:
ଚିତ୍ରକଳାର ବିକାଶ ପାଇଁ ମୋଗଲ ସମ୍ରାଟ ଆକବର ଏକ ତସ୍ଵୀରଖାନା ନିର୍ମାଣ କରିଥିଲେ ।
୧୫ । ଆକବରଙ୍କଦ୍ୱାରା ନିର୍ମିତ ତସ୍ଵୀରଖାନାରେ କ’ଣ କରାଯାଉଥିଲା ?
Answer:
ଆକବରଙ୍କଦ୍ଵାରା ନିର୍ମିତ ତସ୍ଵୀରଖାନାରେ ବିଭିନ୍ନ ଅଞ୍ଚଳରୁ ଚିତ୍ରକରମାନେ ଆସି ଏକାଠି ହୋଇ ଚିତ୍ର ତିଆରି କରୁଥିଲେ ।
Objective Type Questions With Answers
ବସ୍ତୁନଷ ପ୍ରଶ୍ନୋତ୍ତର
(କ) ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବା ବାକ୍ୟାଶ ବାଛି ଶୂନ୍ୟସ୍ଥାନ ପୂରଣ କର ।
୧। କବୀରଙ୍କ ଭଜନାବଳୀକୁ ‘ଦୋହା’ କୁହାଯାଏ ।
Answer:
ଠିକ୍
୨। ଶେଖ ନିଜାମୁଦ୍ଦିନ୍ ଅଭଲୟା ଆଜମିରରେ ଅବସ୍ଥାନ କରୁଥିଲେ ।
Answer:
ଭୁଲ୍
୩ । ସୁଲତାନ ହୁସେନ୍ ଶାହାଙ୍କ ସମୟରେ ବଙ୍ଗଦେଶରେ ସତ୍ୟପୀର ଉପାସନା ପ୍ରସିଦ୍ଧି ଲାଭ କରିଥିଲା ।
Answer:
ଠିକ୍
୪। ତୁଳସୀଦାସ ହିନ୍ଦୀରେ ‘ରାମଚରିତ ମାନସ’ ରଚନା କରିଥିଲେ ।
Answer:
ଠିକ୍
୫। ଜାହାଙ୍ଗୀର ତସ୍ବୀରଖାନା ନିର୍ମାଣ କରିଥିଲେ ।
Answer:
ଭୁଲ
୬ । ମଧ୍ୟଯୁଗ ଚିତ୍ରକଳାରେ କଳା ଓ ଉଜ୍ଜ୍ଵଳ ନୀଳ ରଙ୍ଗର ବହୁଳ ବ୍ୟବହାର ହେଉଥିଲା ।
Answer:
ଠିକ୍
୭। ଭକ୍ତିଧର୍ମର ଗୀତଗୁଡ଼ିକ କବାଲି ମାଧ୍ୟମରେ ଲୋକମାନଙ୍କ ପାଖରେ ପହଞ୍ଚି ପାରିଥିଲା ।
Answer:
ଭୁଲ୍
(ଖ) ବନ୍ଧନୀ ମଧ୍ୟରୁ ଠିକ୍ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।
୧। _____________ସୀତାର ଯନ୍ତ୍ର ନିର୍ମାଣ କରିଥିଲେ ?
(ଅମୀର ଖୁସ୍ରୁ, ହୁସେନ୍ ଶାହ, ମହମ୍ମଦ ଜୟସୀ, ଚାନ୍ଦ ବରଦାୟୀ)
Answer:
ଅମୀର ଖୁସ୍ର
୨। ରାଗଦର୍ପଣ _____________ ଭାଷାରେ ଅନୁବାଦ ହୋଇଥିଲା ?
(ହିନ୍ଦି, ସଂସ୍କୃତ, ତେଲଗୁ, ପାର୍ସୀ)
Answer:
ପାର୍ସୀ
୩ । ସଙ୍ଗୀତର ରାଗଗୁଡ଼ିକର ନିୟମ ______________ଲିପିବଦ୍ଧ ହୋଇଛି ।
(ମାନ କୌତୂହଳ, ରାଗ ଦର୍ପଣ, ସଙ୍ଗୀତ ଦର୍ପଣ, ଚିତ୍ରକାବ୍ୟ ବନ୍ଧୋଦୟ)
Answer:
ମାନ କୌତୂହଳ
୪। ‘ପୃଥ୍ୱୀରାଜ ରାସୋ’ ସାହିତ୍ୟକୃତିର ରଚୟିତା _________________ ।
(ତୁଳସୀଦସ, ଅମୀର ଖୁସ୍ରୁ, ଚାନ୍ଦ ବରଦାୟୀ, ସୁରଦାସ)
Answer:
ଚାନ୍ଦ ବରଦାୟୀ
୫। ‘ଆମୁକ୍ତ ମାଲ୍ୟଦା’ର ରଚୟିତା ___________________।
(ଚାନ୍ଦ ବରଦାୟୀ, କୃଷ୍ଣଦେବରାୟ, ତୁକାରାମ, ଈଶ୍ଵରପୁରୀ)
Answer:
କୃଷ୍ଣଦେବରାୟ
୬ । _________________ ଭାଷାରେ ‘ପଦ୍ମାବତୀ’ କାବ୍ୟ ରଚନା କରିଥିଲେ ।
(ହିନ୍ଦୀ, -ସଂସ୍କୃତ, ତେଲଗୁ, ତାମିଲ)
Answer:
ହିନ୍ଦୀ
୭ । ବାହାଉଦ୍ଦିନ୍ ଜାକାରିଆ ________________ ଠାରେ ଅବସ୍ଥାନ କରୁଥିଲେ ?
(ଆଜମିର, ମୁଲତାନ୍, ଆଜୋଧାନ୍ନ, ଗିୟାସପୁର )
Answer:
ମୁଲତାନ୍
୮। ଶ୍ରୀଚୈତନ୍ୟଙ୍କ ମୃତ୍ୟୁ _________________ ଖ୍ରୀ.ଅ.ରେ ହୋଇଥିଲା ।
(୧୫୩୨, ୧୫୩୦, ୧୫୩୩, ୧୫୩୫)
Answer:
୧୫୩୩
୯ । _________________ ହିନ୍ଦୁସ୍ଥାନୀ ସଙ୍ଗୀତକୁ ଲୋକପ୍ରିୟ କରାଇଥିଲେ ।
(ଅମୀର ଖୁସ୍ରୁ, ଚାନ୍ଦବରଦାୟୀ, ହରିଦାସ, ତାସେନ୍)
Answer:
ତାସେନ୍
୧୦ । ବଳରାମ ଦାସ ___________________ ରଚନା କରିଥିଲେ ।
(ଭାଗବତ, ଦାଣ୍ଡୀ ରାମାୟଣ, ମନବୋଧ ଚଉତିସା, ଶୂନ୍ୟବ୍ରହ୍ମ)
Answer:
ଦାଣ୍ଡୀ ରାମାୟଣ
(ଗ) ନିମ୍ନଲିଖ ସାହିତ୍ୟ କୃତିଗୁଡ଼ିକର ରଚୟିତାମାନଙ୍କର ନାମ ଲେଖ :
ସୁର ସାଗର, ତବାକତ୍-ଇ-ନାସିରୀ, ତାରିକ୍-ଇ-ଫିରୋଜଶାହୀ, ତାରିକ୍-ଇ-ଆଲାହୀ, ବେଦାନ୍ତ ସଂଗ୍ରହ
Answer:
ସୁର ସାଗର – ସୁର ଦାସ
ତବାକତ୍-ଇ-ନାସିରୀ— ମିହାଜ-ଉଦ୍ଦିନ୍-ସିରାଜ
ତାରିକ୍ -ଇ-ଫିରୋଜଶାହୀ– ଜିଆଉଦ୍ଦିନ୍ ବରାଣୀ
ତାରିକ୍-ଇ-ଆଲାହୀ– ଅମୀର ଖୁସ୍ରୁ
ବେଦାନ୍ତ ସଂଗ୍ରହ – ରାମାନୁଜ