Odisha State Board BSE Odisha Class 7 History Notes Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ will enable students to study smartly.
BSE Odisha Class 7 History Notes Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ
ବିଷୟବସ୍ତୁସମ୍ବହ
- କପିଳେନ୍ଦ୍ରଦେବ (ରାଜ୍ୟ ଜୟ, ରାଜ୍ୟ ଶାସନ ଓ ଅନ୍ୟାନ୍ୟ କାର୍ଯ୍ୟ)
- ପୁରୁଷୋତ୍ତମଦେବ (ରାଜ୍ୟ ଜୟ, ରାଜ୍ୟ ଶାସନ ଓ ଅନ୍ୟାନ୍ୟ କୀର୍ତ୍ତି)
- ପ୍ରଦାପରୁଦ୍ରଦେବ (ଶତ୍ରୁମାନଙ୍କ ସହ ଯୁଦ୍ଧ, କଳା ଓ ସାହିତ୍ୟର ପୃଷ୍ଠପୋଷକତା)
- ମୁକୁନ୍ଦ ହରିଚନ୍ଦନ (ସାମ୍ରାଜ୍ୟ ବିସ୍ତାର, ଯୁଦ୍ଧ ଏବଂ ବିପର୍ଯ୍ୟୟ)
ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
→ କପିଳେନ୍ଦ୍ରଦେବ :
- ଗଙ୍ଗବଂଶର ପତନ ପରେ ଓଡ଼ିଶାରେ ଏକ ନୂତନ ରାଜବଂଶର ଅଭ୍ୟୁଦୟ ଘଟିଥିଲା । ତାହା ସୂର୍ଯ୍ୟବଂଶ ନାମରେ ଖ୍ୟାତ।
- ସୂର୍ଯ୍ୟବଂଶର ରାଜତ୍ଵ କାଳରେ ଓଡ଼ିଶାର ସାମାଜିକ ଏବଂ ସାଂସ୍କୃତିକ ଜୀବନରେ ବହୁ ଉନ୍ନତି ଘଟିଥିଲା।
- କପିଳେନ୍ଦ୍ରଦେବ ଥିଲେ ସୂର୍ଯ୍ୟବଂଶର ପ୍ରତିଷ୍ଠାତା ।
- କପିଳେନ୍ଦ୍ରଦେବ ଗଙ୍ଗବଂଶର ଶେଷ ରାଜା ଚତୁର୍ଥ ଭାନୁଦେବଙ୍କର ସେନାପତି ଥିଲେ । ଚତୁର୍ଥ ଭାନୁଦେବ ଅପୁତ୍ରିକ ଥିବାରୁ ତାଙ୍କ ମୃତ୍ୟୁ ପରେ ନିଜ ଶକ୍ତି ବଳରେ ଓ ପାତ୍ରମନ୍ତ୍ରୀଙ୍କର ସମର୍ଥନ ଲାଭକରି ସେ ୧୪୩୫ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ । ସେ ସେହି ବର୍ଷ କପିଳାବ୍ଦ ପ୍ରଚଳନ କରିଥିଲେ।
- ସେ ସେହି ବର୍ଷ କପିଳାବ୍ଦ ପ୍ରଚଳନ କରିଥିଲେ । କପିଳେନ୍ଦ୍ରଦେବ ବିଶାଳ ଗଜସେନାର ଅଧ୍ଵତି ଥିବାରୁ ଗଜପତି ଉପାଧିରେ ଭୂଷିତ ହୋଇଥିଲେ । କର୍ଣ୍ଣାଟ’ ଏବଂ ବାହମନୀର ରାଜଧାନୀ କଳବର୍ଗ ଅଧିକାର କରି ‘କଳବର୍ଗେଶ୍ଵର’ ଉପାଧ୍ ଧାରଣ କରିଥିଲେ।
- ସେ କପିଳେଶ୍ୱରପୁର ଏବଂ ଦାମୋଦରପୁର ନାମକ ଦୁଇଟି ଶାସନ ପ୍ରତିଷ୍ଠା କରିଥିଲେ । ସେ ଭୁବନେଶ୍ଵର ନିକଟବର୍ତ୍ତୀ କପିଳେଶ୍ଵର ଶିବମନ୍ଦିର ନିର୍ମାଣ କରିଥିଲେ । ତାଙ୍କ ସମୟରେ ନୃସିଂହ
- ବାଜପେୟୀ ସଂସ୍କୃତରେ ‘‘ସଂକ୍ଷେପ ଶାରୀରିକ ବର୍ତିକା’’, ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାରେ ‘ମହାଭାରତ’ ଓ ‘ଚଣ୍ଡୀପୁରାଣ’ ରଚନା କରିଥିଲେ । କପିଳେନ୍ଦ୍ରଦେବଙ୍କ ସଂସ୍କୃତ ଭାଷା ଓ ସାହିତ୍ୟରେ ଅଗାଧ ପାଣ୍ଡିତ୍ୟ ଥିବାରୁ ସେ ନିଜେ ‘ପରଶୁରାମ ବିଜୟ’ ନାମକ ଏକ ସଂସ୍କୃତ ନାଟକ ରଚନା କରିଥିଲେ।
- ଦକ୍ଷିଣ ଭାରତରେ ଶାସନ କାର୍ଯ୍ୟ ତଦାରଖ କରୁଥିବା ସମୟରେ ୧୪୬୭ ଖ୍ରୀଷ୍ଟାବ୍ଦରେ କୃଷ୍ଣାନଦୀ ତୀରରେ କପିଳେନ୍ଦ୍ରଦେବ ପ୍ରାଣତ୍ୟାଗ କରିଥିଲେ।
→ ପୁରୁଷୋତ୍ତମଦେବ :
- କପିଳେନ୍ଦ୍ରଦେବଙ୍କ ମୃତ୍ୟୁ ପରେ ତାଙ୍କ କନିଷ୍ଠ ପୁତ୍ର ପୁରୁଷୋତ୍ତମଦେବ ୧୪୬୭ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ।
- ସେ ଉଦୟଗିରିର ରାଜା ସାଲ୍ସ ନରସିଂହଙ୍କୁ ପରାଜିତ କରି ଉଦୟଗିରି ଅଧିକାର କରିଥିଲେ । କିମ୍ବଦନ୍ତୀରେ ଏହା କାଞ୍ଚି ଅଧିକାର ରୂପେ ବର୍ଣ୍ଣିତ।
- ସେ ଜଣେ ଧର୍ମପ୍ରାଣ, ପ୍ରଜାବତ୍ସଳ ଓ ସୁଶାସକରୂପେ ସୁବିଖ୍ୟାତ ଥିଲେ । ସେ ୧୬ଟି ବ୍ରାହ୍ମଣ ଶାସନ ସ୍ଥାପନ କରିଥିଲେ। ସଂସ୍କୃତ, ସାହିତ୍ୟ ଓ ଧର୍ମଶାସ୍ତ୍ରରେ ତାଙ୍କର ଗଭୀର ପାଣ୍ଡିତ୍ୟ ଥିଲା।
- ପୁରୁଷୋତ୍ତମଦେବ ୧୪୯୭ ଖ୍ରୀଷ୍ଟାବ୍ଦରେ ମୃତ୍ୟୁବରଣ କରିଥିଲେ।
→ ପ୍ରତାପରୁଦ୍ରଦେବ :
- ପୁରୁଷୋତ୍ତମଦେବଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ପ୍ରତାପରୁଦ୍ରଦେବ ୧୪୯୭ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ।
- ବିଜୟନଗରର ରାଜା କୃଷ୍ଣଦେବ ରାୟଙ୍କଦ୍ୱାରା ପରାସ୍ତ ହେବା ଓ ବଙ୍ଗର ସୁଲତାନ ଆଲ୍ଲାଉଦ୍ଦିନ୍ ହୁସେନ୍ ଶାହଙ୍କ ଓଡ଼ିଶା ଆକ୍ରମଣ ତାଙ୍କ ପାଇଁ ଦୁଃଖଦ ଘଟଣା ଥିଲା।
- ସେ ବିଜୟନଗରର ରାଜା କୃଷ୍ଣଦେବ ରାୟଙ୍କ ସହିତ ସନ୍ଧି ସ୍ଥାପନ କରି ତାଙ୍କୁ ଗୋଦାବରୀ ନଦୀର ଦକ୍ଷିଣକୁ ଥିବା ଓଡ଼ିଶା ଅଞ୍ଚଳ ଛାଡ଼ି ଦେଇଥିଲେ ଓ ନିଜ କନ୍ୟା ଜଗନ୍ମୋହିନୀଙ୍କୁ ତାଙ୍କ ସହ ବିବାହ ଦେଇଥିଲେ । ଏହିସବୁ ଆକ୍ରମଣ ଫଳରେ ଗଜପତି ଶାସନ ଦୁର୍ବଳ ହୋଇପଡ଼ିଲା।
- ପ୍ରତାପରୁଦ୍ରଦେବ ଜଣେ ବିଶିଷ୍ଟ କବି, ବିଦ୍ଵାନ୍ ଓ ପ୍ରଜାବତ୍ସଳ ସମ୍ରାଟ ଥିଲେ ।
- ତାଙ୍କଦ୍ୱାରା ରଚିତ ସଂସ୍କୃତ ଭାଷାରେ ‘ସରସ୍ଵତୀ ବିଳାସ’ ନାମକ ହିନ୍ଦୁ ଆଇନ ଶାସ୍ତ୍ର ଏକ ଅମୂଲ୍ୟ ଗ୍ରନ୍ଥ । ତାଙ୍କ ସମୟରେ ଜଗନ୍ନାଥ ଦାସ ଓଡ଼ିଆରେ ‘ଭାଗବତ’ ଓ ବଳରାମ ଦାସ ‘ଦାଣ୍ଡୀ ରାମାୟଣ’, କବି ଜୀବଦେବ ଆଚାର୍ଯ୍ୟ ‘ଭକ୍ତି ଭାଗବତ’ ଓ ରାୟ ରାମାନନ୍ଦ ‘ଜଗନ୍ନାଥବଲ୍ଲଭ’ ନାଟକ ରଚନା କରିଥିଲେ। ସେ ବହୁ ପଣ୍ଡିତ ଓ କବିମାନଙ୍କର ପୃଷ୍ଠପୋଷକତା କରିଥିଲେ।
- ପ୍ରତାପରୁଦ୍ରଦେବ ଜଗନ୍ନାଥ ବେଢ଼ା ଭିତରେ ମୁକ୍ତିମଣ୍ଡପ, କଟକ ନିକଟରେ ଧବଳେଶ୍ୱର ମନ୍ଦିର, ଢେଙ୍କାନାଳର କପିଳାସ ପର୍ବତ ଉପରେ ଚନ୍ଦ୍ରଶେଖର ମନ୍ଦିର ନିର୍ମାଣ କରିଥିଲେ।
- ସେ ଶ୍ରୀଚୈତନ୍ୟଙ୍କଦ୍ବାରା ବୈଷ୍ଣବ ଧର୍ମରେ ଦୀକ୍ଷିତ ହୋଇଥିଲେ।
- ପ୍ରତାପରୁଦ୍ରଦେବ ୧୫୩୮ ଖ୍ରୀଷ୍ଟାବ୍ଦରେ ପ୍ରାଣତ୍ୟାଗ କରିଥିଲେ ।
- ପ୍ରତାପରୁଦ୍ରଙ୍କ ମୃତ୍ୟୁପରେ ତାଙ୍କ ମନ୍ତ୍ରୀ ଗୋବିନ୍ଦ ବିଦ୍ୟାଧର ଷଡ଼ଯନ୍ତ୍ର କରି ଓଡ଼ିଶାର ରାଜା ହୋଇଥିଲେ । ସେ ଭୋଇବଂଶ ପ୍ରତିଷ୍ଠା କରିଥିଲେ । ତାଙ୍କ ପରେ ତାଙ୍କ ପୁତ୍ର ଚକ୍ରପ୍ରତାପ ରାଜତ୍ଵ କରିଥିଲେ।
→ ମୁକୁନ୍ଦ ହରିଚନ୍ଦନ :
- ଚକ୍ରପ୍ରତାପଙ୍କ ପରେ ମୁକୁନ୍ଦ ହରିଚନ୍ଦନ ୧୫୬୦ ଖ୍ରୀଷ୍ଟାବ୍ଦରେ ଓଡ଼ିଶାର ସିଂହାସନ ଆରୋହଣ କରି ମୁକୁନ୍ଦଦେବ ନାମରେ ଖ୍ୟାତ ହୋଇଥିଲେ ।
- ଓଡ଼ିଶାର ଆଭ୍ୟନ୍ତରୀଣ ବିଶୃଙ୍ଖଳାର ସୁଯୋଗ ନେଇ ବଙ୍ଗର ସୁଲତାନ ଗିୟାସୁଦ୍ଦିନ୍ ଜଲାଲ ଶାହ ୧୫୬୦ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ଆକ୍ରମଣ କରି ଯାଜପୁର ପର୍ଯ୍ୟନ୍ତ ଅଗ୍ରସର ହୋଇଥିଲେ । ମୁକୁନ୍ଦଦେବ ଗିୟାସୁଦ୍ଦିନଙ୍କୁ ପରାସ୍ତ କରି ତାଙ୍କ ସାମ୍ରାଜ୍ୟକୁ ଗଙ୍ଗାନଦୀ ପର୍ଯ୍ୟନ୍ତ ବିସ୍ତାର କରିଥିଲେ । ସେହି ବିଜୟର ସ୍ମାରକୀ ସ୍ଵରୂପ ଗଙ୍ଗାନଦୀ କୂଳରେ ତ୍ରିବେଣୀଘାଟ ନିର୍ମାଣ କରିଥିଲେ।
- ୧୫୬୮ ଖ୍ରୀଷ୍ଟାବ୍ଦରେ ବଙ୍ଗର ଆଫଗାନ ସୁଲତାନ ସୁଲେମାନ କରାଣୀ ଓଡ଼ିଶା ଆକ୍ରମଣ କରିଥିଲେ । ସେହି ଯୁଦ୍ଧରେ ମୁକୁନ୍ଦଦେବ ପରାଜିତ ହୋଇଥିଲେ ।
- ଏହି ଦୁଃସମୟରେ ସାରଙ୍ଗଗଡ଼ର ସାମନ୍ତ ରାଜା ରାମଚନ୍ଦ୍ର ଭଞ୍ଜ ମୁକୁନ୍ଦଦେବଙ୍କ ବିରୁଦ୍ଧରେ ବିଦ୍ରୋହ କରି ନିଜକୁ ଗଜପତି ରୂପେ ଘୋଷଣା କଲେ । ତାଙ୍କୁ ଉପଯୁକ୍ତ ଶିକ୍ଷାଦେବା ପାଇଁ ମୁକୁନ୍ଦଦେବ ଗଙ୍ଗାନଦୀ କୂଳରୁ ଫେରୁଥିବା ବାଟରେ ଯାଜପୁର ନିକଟବର୍ତ୍ତୀ ଗୋହିରୀଟିକିରାଠାରେ ୧୫୬୮ ଖ୍ରୀଷ୍ଟାବ୍ଦରେ ତାଙ୍କର ରାମଚନ୍ଦ୍ର ଭଞ୍ଜଙ୍କ ସହିତ ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧରେ ଓଡ଼ିଶାର ଶେଷ ସ୍ଵାଧୀନ ରାଜା ମୁକୁନ୍ଦଦେବ ନିହତ ହେଲେ ଓ ତାଙ୍କ ମତ୍ୟ ପରେ ଓଡ଼ିଶାର ସ୍ଵାଧୀନତା ଲୋପ ପାଇଲା ।
ଖ୍ରୀଷ୍ଟାବ୍ଦ ଓ ସମ୍ପର୍କଡ ଘଗଶାବଲା
ଖ୍ରୀଷ୍ଟାବ୍ଦ | ଘଗଶା |
୧୪୩୫ ୧୪୬୭ ୧୪୯୭ ୧୫୩୮ ୧୫୬୦ ୧୫୬୮ |
କପିଳେନ୍ଦ୍ରଦେବଙ୍କ ସିଂହାସନ ଆରୋହଣ। କପିଳାବ୍ଦ ପ୍ରଚଳନ କପିଳେନ୍ଦ୍ରଦେବଙ୍କ ମୃତ୍ୟୁ। ପୁରୁଷୋତ୍ତମଦେବଙ୍କ ସିଂହାସନ ଆରୋହଣ ପୁରୁଷୋତ୍ତମଦେବଙ୍କ ମୃତ୍ୟୁ। ପ୍ରତାପରୁଦ୍ରଦେବଙ୍କ ସିଂହାସନ ଆରୋହଣ ପୁରୁଷୋତ୍ତମଦେବଙ୍କ ମୃତ୍ୟୁ ମୁକୁନ୍ଦଦେବଙ୍କ ସିଂହାସନ ଆରୋହଣ। ବଙ୍ଗ ସୁଲତାନ ଗିୟାସୁଦ୍ଦିନ୍ ଜଲାଲ ଖାଁଙ୍କ ଓଡ଼ିଶା ଆକ୍ରମଣ ସୁଲେମାନ କର୍ରାଣୀଙ୍କ ଓଡ଼ିଶା ଆକ୍ରମଣ ଓ ମୁକୁନ୍ଦଦେବଙ୍କ ମୃତ୍ୟୁ |