BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.1

Odisha State Board BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.1 Textbook Exercise Questions and Answers.

BSE Odisha Class 7 Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.1

Question 1.
ସ୍କେଲ ଓ କମ୍ପାସ୍ ବ୍ୟବହାର କରି 60° ପରିମାଣର ଏକ କୋଣ ଅଙ୍କନ କରି ତା’କୁ ସମଦ୍ଵିଖଣ୍ଡ କର ।
ସମାଧାନ:
ସୋପାନସମୂହ:
(i) ପ୍ରଥମେ l ଏକ ରେଖା ଅଙ୍କନ କରି ଏହା ଉପରେ ଏକ ବିନ୍ଦୁ B ଚିହ୍ନଟ କର ।
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.1 1
(ii) B ବିନ୍ଦୁରେ କମ୍ପାସର କଣ୍ଟାମୁନ ରଖ୍ ଏକ ନିର୍ଦ୍ଦିଷ୍ଟ ବ୍ୟାସାର୍ଦ୍ଧ ନେଇ ଏକ ଚାପ ଅଙ୍କନ କର । ଚାପଟି l ରେଖାକୁ ଯେଉଁ ବିନ୍ଦୁରେ ଛେଦ କରିବ ସେ ବିନ୍ଦୁର ନାମ C ଦିଅ ।
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.1 2
(iii) ବର୍ତ୍ତମାନ କମ୍ପାସ୍‌ର କଣ୍ଟାମୁନ C ବିନ୍ଦୁରେ ରଖ୍ ପୂର୍ବ ବ୍ୟାସାର୍ଦ୍ଧ ବିଶିଷ୍ଟ ଆଉ ଏକ ଚାପ ଅଙ୍କନ କର ଯେପରି ଚାପଟି ପୂର୍ବୋକ୍ତ ଚାପକୁ ଏକ ବିନ୍ଦୁରେ ଛେଦକରିବ । ବିନ୍ଦୁଟିର ନାମ A ଦିଅ ।
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.1 3
(iv) \(\overrightarrow{\mathrm{BA}}\) ଅଙ୍କନ କର । ବର୍ତ୍ତମାନ ∠ABC ର ପରିମାଣ 60° ହେବ ।
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.1 4
(v) ପୂର୍ବ ବ୍ୟାସାର୍ଦ୍ଧର ଅର୍ଦ୍ଧେକରୁ ସାମାନ୍ୟ ଅଧ‌ିକ ବ୍ୟାସାର୍ଦ୍ଧ ନେଇ କମ୍ପାସର କଣ୍ଟାମୁନ C ବିନ୍ଦୁରେ ରଖ୍ ଏକ ଚାପ ଅଙ୍କନ କର ।
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.1 5
(vi) ବ୍ୟାସାର୍ଷକୁ ପରିବର୍ତ୍ତନକରି କମ୍ପାସର କଣ୍ଟାମୁନ A ବିନ୍ଦୁରେ ରଖ୍ ଆଉ ଏକ ଚାପ ଅଙ୍କନ କର ଯେପରି C ବିନ୍ଦୁରେ ଅଙ୍କିତ ଚାପକୁ ଏହା ଏକ ବିନ୍ଦୁରେ ଛେଦ କରିବ । ସେ ବିନ୍ଦୁର ନାମ D ହେଉ । \(\overrightarrow{\mathrm{BD}}\) ଅଙ୍କନ କର ।
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.1 6
(vii) ବର୍ତ୍ତମାନ \(\overrightarrow{\mathrm{BD}}\) ରଶ୍ମିଟି ∠ABC ର ସମଦ୍ଵିଖଣ୍ଡକ ରଶ୍ମି ।

BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.1

Question 2.
କମ୍ପାସ୍ ଓ ସ୍କେଲ ବ୍ୟବହାରକରି 90° ପରିମାଣର ଏକ କୋଣ ଅଙ୍କନ କରିବାର ସୋପାନଗୁଡ଼ିକୁ ଲେଖ ।
ସମାଧାନ:
ସୋପାନସମୂହ:
(i) l ରେଖା ଅଙ୍କନକରି ଏହା ଉପରେ A ଏକ ବିନ୍ଦୁ ନିଅ ।
(ii) A ବିନ୍ଦୁକୁ କେନ୍ଦ୍ରକରି ଏକ ନିର୍ଦ୍ଦିଷ୍ଟ ବ୍ୟାସାର୍ଦ୍ଧ ନେଇ ଏକ ଚାପ ଅଙ୍କନ କର ଯେପରି ଚାପଟି l ରେଖାକୁ ଏକ ବିନ୍ଦୁରେ ଛେଦକରିବ । ଉକ୍ତ ଛେଦବିନ୍ଦୁର ନାମ C ଦିଅ ।
(iii) ବ୍ୟାସାର୍ଷକୁ ନ ବଦଳାଇ କମ୍ପାସ୍‌ର କଣ୍ଟାମୁନ C ବିନ୍ଦୁରେ ରଖ୍ ଏକ ଚାପ ଅଙ୍କନ କର ଯାହା Aବିନ୍ଦୁରେ ଅଙ୍କିତ ଚାପକୁ ଏକ ବିନ୍ଦୁରେ ଛେଦ କରିବ । ଉକ୍ତ ଛେଦ ବିନ୍ଦୁର ନାମ D ଦିଅ ।
(iv) ବ୍ୟାସାର୍ଷକୁ ନ ବଦଳାଇ କମ୍ପାସ୍‌ର କଣ୍ଟାମୁନ । ବିନ୍ଦୁରେ ରଖ୍ ଆଉ ଏକ ଚାପ ଅଙ୍କନ କର ଯାହା A ବିନ୍ଦୁରେ ଅଙ୍କିତ ଚାପକୁ ଆଉ ଏକ ବିନ୍ଦୁରେ (C ବିନ୍ଦୁ ଭିନ୍ନ) ଛେଦକରିବ । ଉକ୍ତ ବିନ୍ଦୁର ନାମ E ଦିଅ ।
(v) ପୂର୍ବ ବ୍ୟାସାର୍ଦ୍ଧର ଅର୍ଦ୍ଧେକରୁ ସାମନ୍ୟ ଅଧିକ ବ୍ୟାସାର୍ଦ୍ଧ ନେଇ ପେନ୍‌ସିଲ୍‌ର କଣ୍ଟାମୁନ ଯଥାକ୍ରମେ D ଓ E ବିନ୍ଦୁରେ ରଖ୍ ଦୁଇଟି ପୃଥକ ଚାପ ଅଙ୍କନ କର ଯେପରି ଚାପଦ୍ଵୟ ପରସ୍ପରକୁ ଏକ ବିନ୍ଦୁରେ ଛେଦ କରିବେ । ଉକ୍ତ ଛେଦବିନ୍ଦୁର ନାମ B ଦିଅ ।
(vi) \(\overrightarrow{\mathrm{AB}}\) ଅଙ୍କନ କର ବର୍ତ୍ତମାନ ∠BAC ର ପରିମାଣ 90° ହେବ ।

Question 3.
8 ସେ.ମି. ଦୈର୍ଘ୍ୟର AB ରେଖାଖଣ୍ଡ ଅଙ୍କନକରି ତାହାର ସମଦ୍ବିଖଣ୍ଡକ ଲମ୍ବ ଅଙ୍କନ କର । AB କୁ ସମାନ ଋରିଭାଗ କରିପାରିବ କି ? କିପରି ?
ସମାଧାନ:
ସୋପାନସମୂହ:
(i) l ରେଖା ଅଙ୍କନକରି ଏହା ଉପରେ A ଏକ ବିନ୍ଦୁ ଚିହ୍ନଟ କର ।
(ii) କମ୍ପାସର କଣ୍ଟାମୁନ ସ୍କେଲର 0 ଠାରେ ଓ ପେନ୍‌ସିଲ୍‌ମୁନ 8 ସେ.ମି. ଠାରେ ରଖ୍ ଏକ ବ୍ୟାସାର୍ଦ୍ଧ ନିଅ । ତତ୍ପରେ କମ୍ପାସ୍‌କୁ ଉଠାଇଆଣି କମ୍ପାସ୍‌ର କଣ୍ଟାମୁନ A ଠାରେ ରଖୁ ଏକ ଚାପ ଅଙ୍କନ କର ଯେପରି ଚାପଟି l ରେଖାକୁ ଆଉ ଏକ ବିନ୍ଦୁରେ ଛେଦକରିବ । ବିନ୍ଦୁଟିର ନାମ B ଦିଅ ।
(iii) 8 ସେ.ମି.ର ଅଧା ଅର୍ଥାତ୍ 4 ସେ.ମିରୁ ଅଧ୍ କ ବ୍ୟାସାର୍ଦ୍ଧ ନେଇ ପେନ୍‌ସିଲର କଣ୍ଟାମୁନକୁ ଯଥାକ୍ରମେ A ଓ B ବିନ୍ଦୁରେ ରଖ୍ A͞B ର ଉପର ଓ ତଳ ଅର୍ଥ ସମତଳରେ ଦୁଇଟି ପୃଥକ୍ ଚାପ ଅଙ୍କନକର ଯେପରି ଚାପଦ୍ଵୟ ପରସ୍ପରକୁ ଦୁଇଟି ପୃଥକ୍ ବିନ୍ଦୁରେ ଛେଦକରିବେ ଛେଦବିନ୍ଦୁର ନାମ ଯଥାକ୍ରମେ X ଓ Y ନିଅ ।
(iv) \(\overleftrightarrow{\mathrm{XY}}\) ଅଙ୍କନ କର । \(\overleftrightarrow{\mathrm{XY}}\) ଓ A͞B ର ଛେଦବିନ୍ଦୁର ନାମ ୦ ଦିଅ । O ବିନ୍ଦୁରେ A͞B ଟି ସମଦ୍ଵିଖଣ୍ଡ ହେଲା ।
(v) ରେଖାଖଣ୍ଡଟିକୁ ସମାନ ଚାରିଭାଗ କରିବାକୁ ହେଲେ ପୂର୍ବପଦ୍ଧତିରେ A͞O ଓ B͞O କୁ ସମର୍ଦ୍ଦିଖଣ୍ଡ କଲେ ଯଥାକ୍ରମେ P ଓ Q ବିନ୍ଦୁ ମିଳିବ ଏବଂ AP = PO = OQ = QB ହେବ ।
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.1 7

Leave a Comment