BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.5

Odisha State Board BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.5 Textbook Exercise Questions and Answers.

BSE Odisha Class 7 Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.5

Question 1.
ନିମ୍ନ ସାରଣୀ ଗୁଡ଼ିକରୁ କେଉଁ ଗୁଡ଼ିକରେ ଥିବା ଚଳରାଶି x ଓ y ମଧ୍ୟରେ ସଳଖ ଚଳନ ସମ୍ପର୍କ ରହିଛି କୁହ ।
(କ)

x 12 8 36
y 72 48 216

ସମାଧାନ:
BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.5 1
ଏଠାରେ x ଓ y ମଧ୍ୟରେ ସଳଖ ଚଳନ ସମ୍ପର୍କ ରହିଛି ।

(ଖ)

x 2 3 4
y 4 9 16

ସମାଧାନ:
BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.5 2
∴ ଏଠାରେ x ଓ y ମଧ୍ୟରେ ସଳଖ ଚଳନ ସମ୍ପର୍କ ନାହିଁ ।

BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.5

(ଗ)

x 5 10 15
y 10 15 20

ସମାଧାନ:
BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.5 3
ଏଠାରେ x ଓ y ମଧ୍ୟରେ ସଳଖ ଚଳନ ସମ୍ପର୍କ ନାହିଁ ।

(ଘ)

x 48 24 12
y 24 12 6

ସମାଧାନ:
BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.5 4
ତେଣୁ ଏଠାରେ x ଓ y ମଧ୍ୟରେ ସଳଖ ଚଳନ ସମ୍ପର୍କ ଅଛି ।

Question 2.
ସଳଖ ଚଳନରେ ଦିଆଯାଇଥିବା ସାରଣୀଗୁଡ଼ିକରେ ଥିବା ତାରକା ଚିହ୍ନିତ ସ୍ଥାନ ଲାଗି ଉପଯୁକ୍ତ ମାନ ନିଶ୍ଚୟ କର ।

(କ)

x 10 18
y 220 484

ସମାଧାନ:
ମନେକର

x 10 18 n
y 220 m 484

BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.5 5

(ଖ)

x 14 2
y 4 76

ସମାଧାନ:
ମନେକର

x 14 2 n
y m 4 76

BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.5 6

BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.5

Question 3.
ଚଳନ ଧାରାରେ ନିମ୍ନ ପ୍ରଶ୍ନଗୁଡ଼ିକର ସମାଧାନ କର ।
(କ) ଗୋଟିଏ କାରଖାନାରେ ଗୋଟିଏ ସପ୍ତାହରେ (ରବିବାର ଦିନ କାରଖାନା ବନ୍ଦ ଥାଏ) 840 ଟିଣ ରଂଗ ତିଆରି କରାଗଲେ, 4200 ଟିଣ ରଂଗ ତିଆରି ଲାଗି କେତେ ଦିନ ଲାଗିବ ?
ସମାଧାନ:
ଅଧୂକ ଦିନରେ ଅଧ୍ଵ ଟିଣ ରଙ୍ଗ ପ୍ରସ୍ତୁତ ହୋଇପାରେ । ଏଣୁ ଦିନ ସଂଖ୍ୟା ଓ ରଙ୍ଗର ପରିମାଣ ମଧ୍ୟରେ ସଳଖ ଚଳନ ସମ୍ପର୍କ ଅଛି ।
ଦିନ ସଂଖ୍ୟାକୁ x ଓ ରଙ୍ଗଟିଣ ସଂଖ୍ୟାକୁ y ନେଇ ସାରଣୀଟି ପ୍ରସ୍ତୁତ କଲେ –

x (ଦିନ ସଂଖ୍ୟା)  x1 = 6 x2 = ?
y (ରଙ୍ଗଟିଣ ସଂଖ୍ୟା) y1 = 840 y2 = 4200

x ଓ y ମଧ୍ୟରେ ସଳଖ ଚଳନ ହେତୁ x1y2 = x2y1
⇒ 6 × 4200 = x2 × 840
⇒ x2 = \(\frac{6×4200}{840}\) = 30
∴ 4200 ଟିଣ ରଙ୍ଗ ତିଆରି ଲାଗି 30 ଦିନ ଲାଗିବ ।

(ଖ) ଗୋଟିଏ 12 ମିଟର ଉଚ୍ଚ ସ୍ତମ୍ଭର ଛାଇ 20 ମିଟର ହେଲେ, ସେହି ସମୟରେ କେତେ ଉଚ୍ଚ ସ୍ତମ୍ଭର ଛାଇ 30 ମିଟର ହେବ? 26 ମିଟର ଉଚ୍ଚ ସ୍ତମ୍ଭର ଛାଇ କେତେ ମିଟର ହେବ ?
ସମାଧାନ:
ଏକ ନିର୍ଦ୍ଦିଷ୍ଟ ସମୟରେ ସ୍ତମ୍ଭର ଉଚ୍ଚତା ବଢ଼ିଲେ ତା’ର ଛାଇର ଦୈର୍ଘ୍ୟ ବଢ଼ିଥାଏ ଏବଂ ସ୍ତମ୍ଭର ଉଚ୍ଚତା କମିଲେ ତା’ର ଛାଇର ଦୈର୍ଘ୍ୟ କମିଥାଏ ।
ସ୍ତମ୍ଭର ଉଚ୍ଚତା ଓ ଛାଇର ଦୈର୍ଘ୍ୟ ମଧ୍ୟରେ ସଳଖ ଚଳନ ଅଛି ।
ସ୍ତମ୍ଭର ଉଚ୍ଚତାକୁ x ଓ ଛାଇର ଦୈର୍ଘ୍ୟକୁ y ନେଇ ସାରଣୀଟି ପ୍ରସ୍ତୁତ କଲେ –

x (ସ୍ତମ୍ଭର ଉଚ୍ଚତା) ମିଟରରେ x1 = 12 x2 = ? x3 = 26
y (ଛାଇର ଦୈର୍ଘ୍ୟ) ମିଟରରେ y1 = 20 y2 = 30 y3 = ?

x ଓ y ମଧ୍ୟରେ ସଳଖ ଚଳନ ହେତୁ x1y2 = x2y1
BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.5 7

(ଗ) ଗୋଟିଏ ପରିବାରରେ ସପ୍ତାହକୁ 10 କି.ଗ୍ରା ଋଉଳ ଖର୍ଜ ହେଲେ ତାଙ୍କର ଜାନୁୟାରୀ 1 ତାରିଖରୁ ଫେବୃୟାରୀ 11 ତାରିଖ ପର୍ଯ୍ୟନ୍ତ ମୋଟ୍ କେତେ କି.ଗ୍ରା. ଋଉଳ ଖର୍ଚ୍ଚ ହେବ ?
ସମାଧାନ:
ଅଧିକ ଦିନରେ ଅଧିକ ପରିମାଣର ଚାଉଳ ଖର୍ଚ୍ଚ ହେବ ।
ତେଣୁ ଦିନ ସଂଖ୍ୟା ଓ ଚାଉଳର ପରିମାଣ ମଧ୍ୟରେ ସଳଖ ଚଳନ ସମ୍ପର୍କ ରହିଛି ।
ଦିନ ସଂଖ୍ୟାକୁ x ଓ ଚାଉଳ ଖର୍ଚ୍ଚ ପରିମାଣ y ନେଇ ସାରଣୀଟି ପ୍ରସ୍ତୁତି କଲେ –

ଦିନ ସଂଖ୍ୟା (x) x1 = 7 x2 = 31 + 11 = 42
ଚାଉଳ ଖର୍ଚ୍ଚ ପରିମାଣ (କି.ଗ୍ରା.ରେ) (y) y1 = 10 y2 = ?

ସଳଖ ଚଳନପାଇଁ x1y2 = x2y1
7 × y2 = 42 × 10
⇒ y2 = \(\frac{42×10}{7}\) କି.ଗ୍ରା. = 60 କି.ଗ୍ରା. 
∴ ଜାନୁୟାରୀ l ତାରିଖରୁ ଫେବୃୟାରୀ 11 ତାରିଖ ପର୍ଯ୍ୟନ୍ତ ମୋଟ 60 କି.ଗ୍ରା. ଚାଉଳ ଖର୍ଚ୍ଚ ହେବ ।

BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.5

(ଘ) ଗୋଟିଏ କାମ କରିବା ପାଇଁ 2 ବସ୍ତା ସିମେଣ୍ଟ ସହ 12 ବସ୍ତା ବାଲି ମିଶାଯାଇଥାଏ। ତେବେ ସେହି କାମ ଲାଗି 60 ବସ୍ତା ବାଲି ସହ କେତେ ବସ୍ତା ସିମେଣ୍ଟ ମିଶାଯିବ ? 23 ବସ୍ତା ସିମେଣ୍ଟ ସହ କେତେ ବସ୍ତା ବାଲି ମିଶାଯିବ ? 
ସମାଧାନ:
ଅଧିକ ସିମେଣ୍ଟରେ ଅଧିକ ବାଲି ମିଶାଯାଇଥାଏ ଓ କମ୍ ସିମେଣ୍ଟରେ କମ୍ ବାଲି ମିଶା ଯାଇଥାଏ ।
ସିମେଣ୍ଟ ବସ୍ତାର ସଂଖ୍ୟାକୁ (x) ଓ ବାଲି ବସ୍ତାର ସଂଖ୍ୟାକୁ (y) ନେଇ ସାରଣୀଟି ପ୍ରସ୍ତୁତ କଲେ –

ସିମେଣ୍ଟ ବସ୍ତାସଂଖ୍ୟା (x) x1 = 2 x2 = ? x3 = 23
ବାଲିବସ୍ତା ସଂଖ୍ୟା (y) y1 = 12 y2 = 60 y3 = ?

ସଳଖ ଚଳନପାଇଁ x1y2 = x2y1
⇒ 2 × 60 = x2 × 12
⇒ x2 = \(\frac{2×16}{12}\)
ପୁନଶ୍ଚ x1y3 = y1x3
⇒ 2 x y3 = 12 x 23
⇒ y3 = \(\frac{12×23}{2}\) = 138
∴ 60 ବସ୍ତା ବାଲି ସହ 10 ବସ୍ତା ସିମେଣ୍ଟ ମିଶାଯିବ ଓ 23 ବସ୍ତା ସିମେଣ୍ଟ ସହ 138 ବସ୍ତା ବାଲି ମିଶିବ ।

(ଙ) ଗୋଟିଏ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢୁଥୁବା 30 ଜଣ ଛାତ୍ରୀଙ୍କ ଲାଗି ପୋଷାକ ତିଆରି ଲାଗି କପଡ଼ା କିଣିବା ଖର୍ଚ୍ଚ 2100 ଟଙ୍କା ହେଲା । ତେବେ 7ମ ଶ୍ରେଣୀରେ ପଢୁଥୁବା 22 ଜଣ ଛାତ୍ରୀଙ୍କ ଲାଗି ପୋଷାକ ତିଆରି ପାଇଁ କେତେ ଟଙ୍କା ଦାମର କପଡ଼ା କିଣିବା ଆବଶ୍ୟକ ହେବ ?
ସମାଧାନ:
ଛାତ୍ରୀଙ୍କ ସଂଖ୍ୟା ଅଧିକ ହେଲେ ତାଙ୍କ ପାଇଁ ଆବଶ୍ୟକ କପଡ଼ା ନିମିତ୍ତ ଖର୍ଚ୍ଚର ପରିମାଣ ଅଧିକ ହେବ ।
ଏଣୁ ଛାତ୍ରୀଙ୍କ ସଂଖ୍ୟା ଏବଂ ସେମାନଙ୍କ ପାଇଁ ଆବଶ୍ୟକ କପଡ଼ା ନିମିତ୍ତ ଖର୍ଚ୍ଚ ମଧ୍ୟରେ ସଳଖ ଚଳନର ସମ୍ବନ୍ଧ ରହିଛି ।
ଛାତ୍ରୀଙ୍କ ସଂଖ୍ୟାକୁ x ଓ ସେମାନଙ୍କ ପାଇଁ ଆବଶ୍ୟକ କପଡ଼ା ନିମିତ୍ତ ଖର୍ଚ୍ଚକୁ y ନେଇ ସାରଣୀଟି ପ୍ରସ୍ତୁତ କଲେ –

ଛାତ୍ରୀଙ୍କ ସଂଖ୍ୟା (x)  x1 = 30 x2 = 22
ଖର୍ଚ୍ଚର ପରିମାଣ (y) (ଟଙ୍କାରେ) y1 = 2100 y2 = ?

x ଓ y ମଧ୍ୟରେ ସଳଖ ଚଳନ ସମ୍ପର୍କ ହେତୁ x1y2 = x2y1
⇒ 30 × y2 = 22 × 2100
⇒ y2 = \(\frac{22×2100}{20}\) = 1540
7ମ ଶ୍ରେଣୀରେ ପଢୁଥ‌ିବା 22 ଜଣ ଛାତ୍ରୀଙ୍କ ଲାଗି ପୋଷାକ ତିଆରି ପାଇଁ 1540 ଟଙ୍କା ଦାମ୍‌ର କପଡ଼ା କିଣିବା ଆବଶ୍ୟକ ହେବ ।

Leave a Comment