Odisha State Board BSE Odisha 7th Class Odia Solutions Chapter 14 ମାଡ଼ହାଣ୍ଡି କଥା Textbook Exercise Questions and Answers.
BSE Odisha Class 7 Odia Solutions Chapter 14 ମାଡ଼ହାଣ୍ଡି କଥା
ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର
Question ୧।
ଉତ୍ତର କୁହ ।
(କ) ଚକୁଳିଆ ପଣ୍ଡା କିପରି ପେଟ ପୋଷୁଥିଲା ?
Answer:
ଚକୁଳିଆ ପଣ୍ଡା ଗରିବ ବ୍ରାହ୍ମଣ ଥିଲା । ଘର ଘର, ଗାଁ ଗାଁ ବୁଲି ଭିକ ମାଗେ । ଛଅ ଗାଆଁ ଗଲେ ସେରେ ଆଣେ, ନଅ ଗାଆଁ ଗଲେ ସେରେ ଆଣେ । ଏମିତି ଭିକ ମାଗି ଯା ଆଣେ, ସେଥିରେ ମା’ ପୁଅ ଦୁହେଁ ଚଳନ୍ତି । ସେ ଭିକ ପାଇଲେ ଖାଉଥିଲା, ନଚେତ୍ ଉପାସରେ ଦିନ କାଟୁଥିଲା ।
(ଖ) ଚକୁଳିଆ ପଣ୍ଡା କାନ୍ଦି ବୋବେଇ ପଳାଇ ଆସିଲା କାହିଁକି ?
Answer:
ଚକୁଳିଆ ପଣ୍ଡା ପ୍ରତିଦିନ ଭିକ୍ଷାକରି ପେଟ ପୋଷେ । ଯେତେବେଳେ ଯାହା ମିଳେ ସେଥୁରେ ମା’ ଓ ପୁଅ ଦୁହେଁ କୌଣସି ମତେ ଚଳିଯାଆନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା ଦିନେ ସେ କେତେ ଆଡ଼େ ବୁଲିଲା, ହେଲେ ପୋଷେ ଚାଉଳ ବି ଭିକ ମିଳିଲା ନାହିଁ । ଲୋକେ ଭିକ ଦେବେ କ’ଣ, ଗାଁ ପିଲାଏ ଟେକା, ବୋଲୁଅ ଫୋପାଡ଼ି ତାକୁ ଗାଁରୁ ତଡ଼ିଦେଲେ । ଏଣୁ ସେ କାନ୍ଦି ବୋବାଇ ପଳାଇ ଆସିଲା ।
(ଗ) ଗଙ୍ଗାମାତା କେଉଁଠାରେ ଥିଲେ ?
Answer:
ପିଲାଙ୍କଠାରୁ ଟେକାମାଡ଼ ଖାଇ ଚକୁଳିଆ ପଣ୍ଡା ଘରକୁ ନଯାଇ ଆଗକୁ ଚାଲିଲା । ସେ ବାଟରେ ସୁନ୍ଦର ପଦ୍ମପୋଖରୀଟିଏ ଦେଖୁ। ସେଥିରେ କଳା ଭଅଁର ପରି ପାଣି । ପୋଖରୀ ଚାରିପାଖଯାକ ଶଙ୍ଖମଲମଲ ପଥରରେ ପାହାଚ ତିଆରି ହୋଇଥିଲା। ସେଇ ପୋଖରୀଟିରେ ଗଙ୍ଗାମାତା ଥିଲେ ।
(ଘ) ଗଙ୍ଗାମାତା ଚକୁଳିଆ ପଣ୍ଡା ପ୍ରତି ଦୟାଭାବ ଦେଖାଇଲେ କାହିଁକି ?
Answer:
ଚକୁଳିଆ ଭୋକରେ ଡହଳବିକଳ ହେଉଥିଲା । ଗାଁ ପିଲାଙ୍କଠାରୁ ମାଡ଼ ଗାଳି ଖାଇ ଚକୁଳିଆ ପଣ୍ଡା ମନ ଦୁଃଖରେ ଆଗକୁ ‘ଯାଇ ପଦ୍ମ ପୋଖରୀ ପାଖରେ ପହଞ୍ଚିଲା । ଭୋକ ବିକଳରେ ପୋଖରୀର ପାଣିକୁ ଭାତ, ଡାଲି, ମହୁର, ଦୁଧ, ଆମ୍ବିଳ ଭାବି ପିଇଯାଇ ନିଜର ପେଟର କ୍ଷୁଧା ମେଣ୍ଟାଇବାକୁ ଚେଷ୍ଟା କରୁଥିଲା । ଗଙ୍ଗାମାତା ଚକୁଳିଆ ପଣ୍ଡାର ଏ ଦୁଃଖ ସହିପାରିଲେ ନାହିଁ । ତେଣୁ ସେ ତା’ ପ୍ରତି ଦୟାଭାବ ଦେଖାଇଲେ ।
(ଙ) ଚକୁଳିଆ ପଣ୍ଡା ହାଣ୍ଡିରେ କ’ଣ ଦେଖୁଲା ?
Answer:
ଚକୁଳିଆ ପଣ୍ଡା ପାଣିରେ ଭାସି ଆସିଥିବା ହାଣ୍ଡିକୁ ଦେଖ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲା । କୌତୂହଳରେ ସେ ହାଣ୍ଡିର ଢାଙ୍କୁଣୀ ଖୋଲି ଦେଖିଲାବେଳକୁ ତା’ ଭିତରେ ଦିବ୍ୟ ସରୁ ଘିଅ ଅନ୍ନ, ଡାଲି, ମହୁର, ଆମ୍ବିଳ, ଖୁରି, ପିଠା ପ୍ରଭୃତି ସୁସ୍ବାଦୁ ଖାଦ୍ୟଦ୍ରବ୍ୟ ଖଞ୍ଜା ହୋଇ ରହିଥିଲା ।
(ଚ) ଚକୁଳିଆ ପଣ୍ଡା ଖାଦ୍ୟ ହାଣ୍ଡି ଧରି ଘରକୁ ଫେରିଲାବେଳକୁ ତା’ ମାଆ କୁଆଡ଼େ ଯାଇଥିଲା ?
Answer:
ଚକୁଳିଆ ପଣ୍ଡା ଖାଦ୍ୟ ହାଣ୍ଡି ଧରି ଘରକୁ ଫେରିଲାବେଳକୁ ତା’ ମାଆ ଘରେ ନଥିଲା । ସେ ସବୁଦିନ ପରି ଗାଁ ଭିତରକୁ ଦୁଃଖ ଧନ୍ଦା କରିବାକୁ ଯାଇଥିଲା ।
(ଛ) ଚୋରମାନେ ସିନ୍ଦୁକଟିକୁ କେଉଁଠାରେ ରଖୁଥିଲେ ?
Answer:
ଚୋରମାନେ କେଉଁ ଗାଆଁରୁ ସିନ୍ଧୁକଟିଏ ଚୋରାଇ ଆଣି ସେଥିରେ ଥିବା ଦ୍ରବ୍ୟକୁ ବାଣ୍ଟ କରିବାପାଇଁ ଚକୁଳିଆ ପଣ୍ଡା ମା’ର ବାରିଦୁଆରେ ରଖୁଥିଲେ ।
(କ) ସିନ୍ଦୁକ ଭିତରେ କ’ଣ ସବୁ ଥିଲା
Answer:
ସିନ୍ଦୁକ ଭିତରେ ହୀରା, ନୀଳା, ମୋତି, ମାଣିକ, ମହୁଡ଼, ଅସରପି, ଗହଣାଗାଣ୍ଠି ସହିତ ଟଙ୍କାଟୋକର ଭର୍ତ୍ତି ହୋଇଥିଲା ।
(ଝ) ଚୋରମାନେ ସିନ୍ଦୁକଟି ଛାଡ଼ି ପଳାଇଲେ କାହିଁକି ?
Answer:
ଚୋରମାନେ ସିନ୍ଦୁକରେ ଥିବା ଦ୍ରବ୍ୟକୁ ନିଜ ନିଜ ଭିତରେ ବାଣ୍ଟିବାକୁ ଯାଉଥିବାବେଳେ ହଠାତ୍ ଜଣେ ଚୋରର ନଜର ଖତଗଦାରେ ଥିବା ହାଣ୍ଡିଟି ଉପରେ ପଡ଼ିଗଲା । ସେ ହାଣ୍ଡିରେ କ’ଣ ଅଛି ଦେଖିବାପାଇଁ ତାକୁ ଖତଗଦାରୁ ଉଠାଇ ଆଣି ସବୁ ଚୋରଙ୍କ ମଝିରେ ରଖିଦେଲା। ପଲମଟି ଖୋଲିଦେଲା ମାତ୍ରେ ହାଣ୍ଡି ଭିତରେ ଥିବା ଚାପୁଡ଼ା, ବିଧା, ଗୋଇଠା, ମୁଖୀ ଚୋରମାନଙ୍କୁ ମାଡ଼ ମାରିବାକୁ ଗୋଡ଼େଇଲେ । ଏଣୁ ଚୋରମାନେ ସିନ୍ଦୁକ ଛାଡ଼ି ପଳାଇଗଲେ ।
Question ୨।
ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) ଚକୁଳିଆ ପଣ୍ଡା ଯେଉଁ ପୋଖରୀ ପାଖରେ ପହଞ୍ଚିଲା, ସେ ପୋଖରୀଟି କିପରି ଥିଲା ?
Answer:
ଚକୁଳିଆ ପଣ୍ଡା ଯେଉଁ ପୋଖରୀ ପାଖରେ ପହଞ୍ଚିଲା, ତାହା ଏକ ଉତ୍ତମ ସୁନ୍ଦର ପଦ୍ମପୋଖରୀ ଥିଲା । ସେ ପୋଖରୀର ପାଣି ଦେଖୁବାକୁ କଳା ଭଅଁର ପରି ଏବଂ କାଚକେନ୍ଦୁ ପରି ନିର୍ମଳ ଓ ପରିଷ୍କାର ଥିଲା । ପୋଖରୀ ଚାରିପାଖରେ
(ଖ) ଗଙ୍ଗାମାତା ଚକୁଳିଆ ପଣ୍ଡାର ଦୁଃଖ ସହି ନ ପାରି କ’ଣ କଲେ ?
Answer:
ଗଙ୍ଗାମାତା ଚକୁଳିଆ ପଣ୍ଡାର ଦୁଃଖ ସହିପାରିଲେ ନାହିଁ । ଚକୁଳିଆ ପଣ୍ଡା ଯେତେପ୍ରକାର ଖାଦ୍ୟଦ୍ରବ୍ୟ ଧରି ଚୋଳାଏ ଚୋଳାଏ ପାଣି ପିଇଥୁଲା, ସେତିକି ପ୍ରକାର ଦ୍ରବ୍ୟ ଅଲଗା ଅଲଗା ଦନାରେ ଏକ ହାଣ୍ଡି ଭିତରେ ରଖ୍ ତା’ ଉପରେ ତେଲୁଣିଟିଏ ଘୋଡ଼ାଇ ତା’ ପାଖକୁ ଭସାଇଦେଲେ ।
(ଗ) ଚକୁଳିଆ ପଣ୍ଡାର ମାଆ କାମ କରିବାକୁ ପୂର୍ବପରି ଗଲାନାହିଁ କାହିଁକି ?
Answer:
ବିନା ପରିଶ୍ରମରେ ପୁଅ ପ୍ରତିଦିନ ଇଚ୍ଛାମୁତାବକ ସୁସ୍ୱାଦୁ ଦ୍ରବ୍ୟ ପୋଖରୀ କୂଳକୁ ଯାଇ ଆଣି ଦେଉଥିବାରୁ ଚକୁଳିଆ ପଣ୍ଡାର ମାଆର ଆଉ କାମ କରିବା ଆବଶ୍ୟକ ପଡ଼ିଲା ନାହିଁ । ନିତିଦିନ ମାଗଣା ଉତ୍ତମ ଖାଦ୍ୟ ଘରେ ବସି ଖାଇବାକୁ ସୁଯୋଗ ମିଳିଗଲା । ତେଣୁ ସେ ଆଉ ପୂର୍ବପରି କାମ କରିବାକୁ ଗଲା ନାହିଁ ।
(ଘ) ଗଙ୍ଗାମାତା ଚକୁଳିଆ ପଣ୍ଡା ଉପରେ କାହିଁକି ରାଗିଲେ ?
Answer:
ଗଙ୍ଗାମାତା ଚକୁଳିଆ `ପଣ୍ଡାର ଦୁଃଖ ସହି ନ ପାରି ତାକୁ ପ୍ରତିଦିନ ଖାଦ୍ୟ ଦେଉଥିଲେ । ମା’ ପୁଅ ଦୁହେଁ ମୋଫତ ଖାଦ୍ୟ ପାଇ ଅକର୍ମା ନିଖଟୁ ହୋଇଗଲେ, ଆଉ କାମ କରିବାକୁ ଗଲେ ନାହିଁ । ଗଙ୍ଗାମାତା ବିଚାର କଲେ, ଏ ମାଆ ପୁଅଙ୍କ ଦେଖାଦେଖୁ ସଂସାରଯାକ କର୍ମକୋଢ଼ିଆ ହୋଇଯିବେ । ତେଣୁ ସେ ଚକୁଳିଆ ପଣ୍ଡା ଉପରେ ରାଗିଗଲେ ।
(ଙ) ମାଡ଼ହାଣ୍ଡି କବଳରୁ ଚକୁଳିଆ ପଣ୍ଡା ଓ ତା’ ମାଆ ନିଜକୁ କିପରି ରକ୍ଷା କଲେ ?
Answer:
ଗଙ୍ଗାମାତା ପଠାଇଥବା ମାଡ଼ହାଣ୍ଡିଟିକୁ ଖୋଲିଦେବା ମାତ୍ରେ ଚକୁଳିଆ ପଣ୍ଡା ଉପରେ ବିଧା, ଗୋଇଠା, ଚାପୁଡ଼ା ଆଦି ମାଡ଼ ବର୍ଷଣ ହେବାକୁ ଲାଗିଲା । ବିକଳରେ ସେ ବୁଦ୍ଧି ଖଟାଇ ହାଣ୍ଡିଟି ଉପରେ ତେଲୁଣିଟିକୁ ଘୋଡ଼ାଇଦେବା ପରେ ତା’ ଉପରେ ମାଡ଼ ବର୍ଷଣ ବନ୍ଦ ହୋଇଗଲା । ସେ ହାଣ୍ଡିଟିକୁ ନେଇ ଶିକା ଉପରେ ରଖିଦେଲା । ତା’ ମାଆ ତ ସେ ବିଷୟରେ କିଛି ଜାଣି ନଥିଲା । ସେ ଗାଁରୁ ବୁଲାବୁଲି ସାରି ଶିକାରୁ ହାଣ୍ଡିଟି ଆଣି ତେଲୁଣିକୁ ଖୋଲି ଦେଉ ଦେଉ ତା’ ଉପରେ ମାଡ଼ ବର୍ଷା ହେଲା । ସେ ବୁଦ୍ଧି ଖଟାଇ ହାଣ୍ଡିରେ ତେଲୁଣିଟି ଘୋଡ଼ାଇ ଦେବାରୁ ମାଡ଼ରୁ ରକ୍ଷା ପାଇଗଲା ।
(ଚ) ଗରିବ ଚକୁଳିଆ ପଣ୍ଡା ଓ ତା’ ମାଆ ଧନୀ ହେଲେ କିପରି ?
Answer:
ଚୋରଦଳ ଚୋରିକରି ଆଣିଥିବା ସିନ୍ଦୁକକୁ ବୁଢ଼ୀ ବାରିଦୁଆରେ ରଖ୍ ବଣ୍ଟାବଣ୍ଟି କରିବାକୁ ବିଚାର କଲେ । ଏହି ସମୟରେ ମାଡ଼ହାଣ୍ଡିଟି ଉପରେ ଜଣେ ଚୋରର ଦୃଷ୍ଟି ପଡ଼ିଗଲା । ସେଥିରେ କ’ଣ ଅଛି ଜାଣିବାକୁ ସେ ହାଣ୍ଡିଟିକୁ ଆଣି ସମସ୍ତଙ୍କ ମଝିରେ ରଖ୍ ପଲମଟି ଖୋଲିଦେଲା । ସଙ୍ଗେ ସଙ୍ଗେ ସମସ୍ତଙ୍କ ଉପରେ ମାଡ଼ ବୃଷ୍ଟି ହେଲା । ଏଣୁ ଚୋରଦଳ ଜୀବନ ବିକଳରେ ପଳେଇଲେ । ବୁଢ଼ୀ ଘରେ ଥାଇ ସବୁ ଶୁଣୁଥିଲା । ଚୋରମାନେ ଯିବାପରେ ସିନ୍ଦୁକ ଖୋଲି ସେଥ୍ରେ ଧନରତ୍ନ ଭର୍ତ୍ତି ହୋଇଥିବା ଦେଖିଲା । ମା’ପୁଅ ଧନତକ ଘରକୁ ବୋହିଆଣିଲେ । ଏହିପରି ଭାବରେ ଚକୁଳିଆ ପଣ୍ଡା ଓ ତା’ ମାଆ ଧନୀ ହୋଇଗଲେ ।
Question ୩।
ପୂର୍ବାପର ସମ୍ପର୍କ ସହ ସରଳ ଭାଷାରେ ବୁଝାଇ ଦିଅ ।
(କ) ସେ ତ କାହା ବିକଳ ସହିପାରନ୍ତି ନାହିଁ ।
Answer:
ସେ ତ ………………….. ସହିପାରନ୍ତି ନାର୍ହି।
ଉକ୍ତ ଗଦ୍ୟାଶଟି ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଲିଖିତ ‘ମାଡ଼ହାଣ୍ଡି କଥା’ ଗଛରୁ ଆସିଅଛି । ଦେବଦେବୀମାନେ କିପରି ଭୋକିଲା ଦୁଃଖୀ ଲୋକର କଷ୍ଟ ସହିପାରନ୍ତି ନାହିଁ, ତାହା ଏଠାରେ ଗାଳ୍ପିକ ବର୍ଣନା କରିଛନ୍ତି । ଥରେ ଖାଦ୍ୟ ନପାଇ ଚକୁଳିଆ ପଣ୍ଡାର ଭୋକରେ କରଡ଼ି ଜଳୁଥିଲା। ପୋଖରୀଟିରେ କାଚକେନ୍ଦୁ ଭଳି ନିର୍ମଳ ପାଣି ଦେଖୁ ତା’ର ଲୋଭ ହେଲା। ସେ ବିଭିନ୍ନ ସୁସ୍ୱାଦୁ ଖାଦ୍ୟର ନାଁ ଡାକି ଡାକି ଚଳେ ଚଳେ ପାଣି ପିଇଗଲା। ପୋଖରୀରେ ଗଙ୍ଗାମାତା ଥିଲେ । ଦେବଦେବୀମାନେ ଦୟାର ଅବତାର। ତେଣୁ ସେ ଚକୁଳିଆ ପଣ୍ଡାର ଭୋକ ବିକଳ ସହିପାରିଲେ ନାହିଁ। ସୁତରାଂ ଚକୁଳିଆ ପଣ୍ଡା ଯେଉଁସବୁ ଖାଦ୍ୟର ନାଁ ଧରି ପାଣି ପିଉଥୁଲା, ସେଇସବୁ ସୁସ୍ଵାଦ ଖାଦ୍ୟ ଗୋଟିଏ ହାଣ୍ଡିରେ ଭର୍ତ୍ତିକରି, ତା’ଉପରେ ତେଲୁଣିଟିଏ ଘୋଡ଼େଇ ତା’ ନିକଟକୁ ଭାସିଆସୁଥିଲା। ଚକୁଳିଆ ପଣ୍ଡା ଖାଦ୍ୟହାଣ୍ଡି ପାଇ ମହା ଆନନ୍ଦରେ ଖାଇଲା ଏବଂ ବାକିତକ ମା’ପାଇଁ ଘରକୁ ନେଇଗଲା।
(ଖ) ଇମିତି ମାଆପୁଅଙ୍କ ମୁହଁ ମାଗଣା ଭାତରେ ଲାଗି ଯାଇଥାଏ ।
Answer:
ଇମିତି …………………………. ଲାଗି ଯାଇଥାଏ ।
ଉକ୍ତ ଗଦ୍ୟାଶଟି ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଲିଷ୍କୃତ “ମାଡ଼ହାଣ୍ଡି କଥା” ଗଳ୍ପରୁ ଉତ। ମାଗଣା ଖାଦ୍ୟରେ ମା’ ପୁଅଙ୍କର ମନ କିପରି ଲାଗି ଯାଇଥିଲା ବୋଲି ଗାଳ୍ପିକ ଏଠାରେ ପ୍ରକାଶ କରିଛନ୍ତି। ଚକୁଳିଆ ପଣ୍ଡାର ଭୋକ କଷ୍ଟ ସହି ନପାରି ଗଙ୍ଗାମାତା ଖାଦ୍ୟ ହାଣ୍ଡି ପଠାଇଥିଲେ। ଚକୁଳିଆ ପଣ୍ଡା ନିଜେ ମନଭରି ପେଟେ ଖାଇଲା ଏବଂ ବାକିତକ ମା’ ପାଇଁ ନେଇଗଲା। ମାତ୍ର ପ୍ରତିଦିନ ସେ ସେହିପରି କଲା ଓ ଖାଦ୍ୟ ପାଇଲା। ନିତି ନିତି ସୁସ୍ୱାଦୁ ଭୋଜନ ପାଇ ମା’ ପୁଅ ହେଣ୍ଡି ମାରି ବୁଲିଲେ । କୌଣସି କାମଧନ୍ଦା କଲେନି । ମା’ ପୁଅକୁ ନିତି ଫୋକଡ଼ରେ ମିଳୁଥିବା ଦିବ୍ଯଭୋଜନ ଆଣିବାକୁ ପରାମର୍ଶ ଦେଉଥିଲା। ଇମିତି ମା’ ପୁଅଙ୍କର ମାଗଣା ଭାତରେ ମନ ଲାଗି ଯାଇଥିଲା। ତେଣୁ ପ୍ରତିଦିନ ମା’ ପୁଅ ଖାଦ୍ୟହାଣ୍ଡିକୁ ଚାହିଁ ରହୁଥିଲେ।
(ଗ ) ମୁଁ ୟା ବିକଳ ସହି ନ ପାରି ୟାକୁ ଖାଇବାକୁ ଦେଲି ବୋଲି ମାଆପୁଅ ଦିହେଁ ଇନ୍ଦ୍ରଚନ୍ଦ୍ର ମାନିବାକୁ ନାହାଁନ୍ତି ।
Answer:
ମୁଁ ୟା ବିକଳ ……………………………….. ମାନିବାକୁ ନାହାଁନ୍ତି ।
ଉଦ୍ଧୃତାଂଶଟି ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଲିଖିତ “ ମାଡ଼ହାଣ୍ଡି କଥା” ଗଳ୍ପରୁ ଆନୀତ। ମାଗଣା ଖାଦ୍ୟ ପାଇଲାପରେ ମା’ପୁଅଙ୍କର ଠକିବା ମନୋବୃତ୍ତି କଥା ଏଠାରେ ବର୍ଣ୍ଣିତ। ଚକୁଳିଆ ପଣ୍ଡାର ଦୁଃଖ ସହି ନପାରି ଗଙ୍ଗାମାତା ଖାଦ୍ୟହାଣ୍ଡି ପଠାଇଲେ। ମା’ପୁଅ ପ୍ରତିଦିନ ସୁସ୍ୱାଦୁ ଭୋଜନ ପାଇ ଆଉ କାମଧନ୍ଦା କଲେ ନାହିଁ। ଗାଁ ଯାକ ହେଣ୍ଡି ମାରି ବୁଲି ଇନ୍ଦ୍ରଚନ୍ଦ୍ର ମାନିଲେନି। ଏସବୁ ଦେଖି ଗଙ୍ଗାମାତା ସହିପାରିଲେ ନାହିଁ । ସେ ଦେଖିଲେ ସୁବିଧା ପାଇ ମା’ପୁଅ ତା’ର ଅସଦ୍ବ୍ୟବହାର କରୁଛନ୍ତି। ତେଣୁ ତାଙ୍କୁ ଉଚିତ୍ ଶିକ୍ଷା ଦେବାପାଇଁ ସ୍ଥିର କଲେ। କୌଣସି ସୁବିଧାର ଅସଦ୍ବ୍ୟବହାର କଲେ ଈଶ୍ବର ଦଣ୍ଡ ଦିଅନ୍ତି ।
Question ୪ ।
ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକର ବିପରାତାର୍ଥ ବୋଧକ ଶବ୍ଦ ଲେଖା
ଦୁଃଖ, ସିଧା, ସତ, ସକାଳ, ଅଳସୁଆ
Answer:
ଦୁଃଖ – ସୁଖ
ସିଧା – ବଙ୍କାତେଢ଼ା
ସତ – ମିଛ
ସକାଳ – ସନ୍ଧ୍ୟା
ଅଳସୁଆ – କର୍ମଠ
Question ୫।
ବୁଦ୍ଧିବାଟ, ବାଆଁରାବାଆଁରି ଭଳି ଆଉ ପାଞ୍ଚଗୋଟି ଯୁଗ୍ମଶବ୍ଦ ଲେଖ ।
Answer:
ଟଙ୍କାଟୋକର, ଉତ୍ତମସୁନ୍ଦର, କାନ୍ଦବୋବାଳି, ଧରପଗଡ଼,
Question ୬ ।
ବାକ୍ୟରେ ବ୍ୟବହାର କର ।
ଭୋକଶୋଷରେ କରଡ଼ି ଜଳିବା, ଆନନ୍ଦରେ ବୁଦ୍ଧିବାଟ ନ ଦିଶିବା, ମନ କୁଶ୍ଚେ ମୋଟ ହୋଇଯିବା, ମୁହଁ ଭାଙ୍ଗିଦେବା
Answer:
ଭୋକଶୋଷରେ କରଡ଼ି ଜଳିବା – ଲୋକଟି ତିନିଦିନ ହେଲା କିଛି ଖାଇ ନ ଥିବାରୁ ଭୋକଶୋଷରେ ତା’ର କରଡ଼ି ଜଳୁଛି ।
ଆନନ୍ଦରେ ବୁଦ୍ଧିବାଟ ନ ଦିଶିବା – ସୁନା ବ୍ୟାଙ୍କ୍ ଚାକିରି ପାଇଯାଇଥବା କଥା ଶୁଣି ତା’ ମା’କୁ ଆନନ୍ଦରେ ଚୁଦ୍ଧିବାଟ ଦିଶିଲା ନାହିଁ।
ମନ କୁଶ୍ଚେ ମୋଟ ହୋଇଯିବା – ସମସ୍ତଙ୍କଠାରୁ ଡାକ୍ତର ପୁଅର ପ୍ରଶଂସା ଶୁଣି ରାଜୁବାବୁଙ୍କର ମନ କୁଣ୍ଢେମୋଟ ହୋଇଗଲା !
ମୁହଁ ଭାଙ୍ଗିଦେବା – ଦୁଷ୍ଟଲୋକଙ୍କୁ ଉପଯୁକ୍ତ ଶାସ୍ତଦେଇ ସେମାନଙ୍କ ମୁହଁ ଭାଙ୍ଗିଦେବା ଉଚିତ ।
କୋଟିନିଧ୍ଵ ମିଳିବା – ହଜିଯାଇଥିବା ପୁଅକୁ ଦଶବର୍ଷ ପରେ ଦେଖୁ ଗୋପାଳବାବୁଙ୍କୁ କୋଟିନିଧ୍ଵ ମିଳିବା ପରି ଲାଗିଲା ।
Question ୭।
ତଳେ ଥିବା ପ୍ରତ୍ୟେକ ପ୍ରଶ୍ନ ପାଇଁ ତିନୋଟି ସମ୍ଭାବ୍ୟ ଉତ୍ତର ବନ୍ଧନୀ ମଧ୍ଯରେ ଲେଖାଯାଇଛି । ଠିକ୍ ଉତ୍ତରଟି ବାଛ ଓ ଲେଖ ।
(କ) ଗଙ୍ଗାମାତା କ’ଣ ହୋଇ ସଂସାରର ସବୁ ମାଡ଼ ହାଣ୍ଡିରେ ପୂରେଇଲେ ?
(ହତାଶ, ଅତି ପ୍ରସନ୍ନ, ରାଗ ତମ ତମ)
Answer:
ରାଗ ତମ ତମ
(ଖ) ‘କୋଟିନିଧ୍ ପାଇବା’ର ଅର୍ଥ କ’ଣ ?
(କୋଟି କୋଟି ଟଙ୍କା ପାଇବା, ଅତି ପ୍ରସନ୍ନ ହେବା, ସୁନାହୀରା ପାଇବା)
Answer:
ଅତି ପ୍ରସନ୍ନ ହେବା
(ଗ) ‘କତରା’ ଶବ୍ଦର ଅର୍ଥ କ’ଣ ?
(ମସିଣା, ଛିଣ୍ଡା ମସିଣା, ଦରି)
Answer:
ଛିଣ୍ଡା ମସିଣା
Question ୮।
ଗଳ୍ପଟିରୁ ଲୋକମୁଖରେ ପ୍ରଚଳିତ ଦଶଗୋଟି ସୁନ୍ଦର ଶବ୍ଦ ଖୋଜି ଏକ ତାଲିକା ପ୍ରସ୍ତୁତ କର ।
Answer:
ଛଅ ଗାଁ – ନଅ ଗାଁ, ସାତତାଳ ପାଣି, ଚୋଳାଏ, କଣେ, ଗୋଟିଆଗୋଟି, ଦୋଓଡ଼ା, ଦୁଃଖ କରିବାକୁ, ଟୁମାଟୁମ, ଛଅ ତିଅଣ ନ’ ଭଜା, ଅଠିଲ୍
ତୁମ ପାଇଁ କାମ
Question ୧।
‘ମାଡ଼ହାଣ୍ଡି’ ପରି ଆଉ କେତୋଟି ଲୋକଗଳ୍ପ ସଂଗ୍ରହ କରି ପଢ଼ ।
Answer:
‘ଚତୁର ବିଲୁଆ’, ‘ମିଛୁଆ ରାଧୁଆ’, ‘ସିଂହ ଶୃଗାଳ’, ‘ଅଠର ଓଲାପୁଅ’, ‘ଭାଗ୍ୟବତୀ ଗୋବର ଗୋଟେଇ’ ପ୍ରଭୃତି ଗଳ୍ପ ସଂଗ୍ରହ କରି ଛାତ୍ରଛାତ୍ରୀମାନେ ପଢ଼ିବେ ।
Question ୨।
‘ମାଡ଼ହାଣ୍ଡି’ ଗଳ୍ପରୁ ଯାହା ଶିଖୁଲ ସେ ବିଷୟରେ ତୁମର ଜଣେ ଅଳସୁଆ ସାଙ୍ଗ ପାଖକୁ ଏକ ଚିଠି ଲେଖ ।
Answer:
ବାଳିସାହି,
ତା ……………
ପ୍ରିୟବକ୍ଷୁ ସୁବ୍ରତ,
ମୋର ଶୁଭେଚ୍ଛା ଗ୍ରହଣ କରିବୁ । ମଉସା, ମାଉସୀଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଜଣାଇଦେବୁ । ବହୁଦିନ ହେଲା ତୋ ପାଖକୁ ଚିଠି ଲେଖୁ ନଥ୍ରୁ ଏ ଚିଠିଟି ଲେଖୁଛି । ମଧୁ କହୁଥୁଲା, ତୁ ବହୁ ସମୟରେ ପାଠ ନ ପଢ଼ି କ୍ରିକେଟ ଖେଳୁଛୁ । ବିଦ୍ୟାଳୟର ଗୁରୁଜୀ, ଗୁରୁମା’ ଦେଉଥିବା ପାଠଗୁଡ଼ିକୁ ତରତର କରି ସମାପ୍ତ କରି ସମୟକୁ ଅପବ୍ୟବହାର କରୁଛୁ । ଭବିଷ୍ୟତ କଥା ଚିନ୍ତା କରୁନାହିଁ । ଏ ସମ୍ପର୍କରେ ମୁଁ ତୋତେ ଗୋଟିଏ କାହାଣୀ କହୁଛି । ମା’ଟିଏ ପୁଅଟିଏ ରହୁଥା’ନ୍ତି । ଜାତିରେ ଚକୁଳିଆ ପଣ୍ଡା। ଭିକ୍ଷାକରି ଯାହା ଆଣନ୍ତି ସେଥିରେ ଚଳନ୍ତି । ଭବିଷ୍ୟତ କଥା ଚିନ୍ତା କରନ୍ତି ନାହିଁ । ଦିନେ ପୁଅ ଗାଆଁ ଗାଆଁ ବୁଲି କିଛି ନ ପାଇବାରୁ ମନଦୁଃଖରେ ପୋଖରୀଟିଏ ପାଖରେ ବସିଲା । ପୋଖରୀର ପାଣିକୁ ଭାତ, ଡାଲି, ମିଠା, ମହୁର ମନେକରି ଆଞ୍ଜୁଳା ଆଞ୍ଜୁଳା ପିଉଥାଏ । ଏହି ସମୟରେ ପୋଖରୀରେ ଥିବା ଗଙ୍ଗାମାତା ଦୟାକଲେ । ଗୋଟିଏ ହାଣ୍ଡିରେ ତା’ର ମନମୁତାବକ ଖାଦ୍ୟ ଭର୍ତ୍ତିକରି ତା’ ନିକଟକୁ ଭସାଇଦେଲେ । ଚକୁଳିଆ ପଣ୍ଡା ହାଣ୍ଡିଟି ଖୋଲିଦେଇ ଅପୂର୍ବ ଖାଦ୍ୟଦ୍ରବ୍ୟ ସବୁ ଦେଖ୍ ଖୁବ୍ ଆନନ୍ଦିତ ହେଲା ଏବଂ ମନଭରି ଖାଦ୍ୟ ଖାଇଲା । ଆଉ ଯାହା ବଳିଲା ଘରକୁ ତା’ ମା’ ପାଇଁ ନେଇଗଲା । ଘରେ ମାଆପୁଅ ସେ ଖାଦ୍ୟ ଖାଇ ମହାଖୁସ୍ । ଏହାପରେ ମାଆ ଆଉ କାମ ପାଇଟିକୁ ନଯାଇ ପୁଅକୁ ପୋଖରୀକୁ ଯାଇ ପୂର୍ବପରି ଖାଦ୍ୟ ଆଣିବାକୁ କହିଲା । ପୁଅ ସେହିପରି କଲା ଏବଂ ବିନା କାମଧନ୍ଦାରେ ଦୁହେଁ
ମାଗଣା ଭୋଜନ ଖାଇ କ୍ରମେ ଅଳସୁଆ ପାଲଟିଗଲେ। ଗଙ୍ଗାମାତା ଏହା ଦେଖ୍ କ୍ରୋଧକଲେ ଏବଂ ଦିନେ ହାଣ୍ଡିଟିରେ ଖାଦ୍ୟ ବଦଳରେ ମାଡ଼ ଭର୍ତ୍ତି କରି ଭସେଇଦେଲେ । ହାଣ୍ଡିଟିକୁ ଚକୁଳିଆ ପଣ୍ଡା ଖୋଲିଦେବାମାତ୍ରେ ତା’ ଉପରେ ମାଡ଼ ବର୍ଷା ହେଲା । ତରତରରେ ସେ ହାଣ୍ଡିରେ ଢାଙ୍କୁଣୀଟି ଘୋଡ଼ାଇଦେଇ ମାଡ଼ରୁ ରକ୍ଷା ପାଇଲା ଓ ହାଣ୍ଡିଟିକୁ ଘରକୁ ନେଇ ଶିକାରେ ରଖୁଦେଲା । ମନେ ମନେ ମାଆ ପ୍ରତି ରାଗ ଆସୁଥାଏ । ଏହାପରେ ମାଆ ଆସି ସେ ହାଣ୍ଡିକୁ ପୂର୍ବପରି ଖୋଲିଦେବାରୁ ତା’ ଉପରେ ମଧ୍ୟ ମାଡ଼ ବର୍ଷା ହେଲା । ସେ ମଧ୍ୟ ହାଣ୍ଡି ଉପରେ ଢାଙ୍କୁଣୀ ଦେଇ ମାଡ଼ରୁ ରକ୍ଷାପାଇଲା। ଏଣୁ ପରିଶ୍ରମ ନ କରି ଅନ୍ୟର ହାତଟେକା ଉପରେ ନିର୍ଭର କଲେ ଏଇୟା ହିଁ ହୁଏ । ଭାଗ୍ୟ ଆଦରି ସବୁ ସହିବାକୁ ପଡ଼େ । ମାତ୍ର କାମପାଇଟି କରି ଦି’ ପଇସା ସଞ୍ଚୟ କରିଥିଲେ ଏପରି ହୋଇନଥା’ନ୍ତା । ଏଣୁ ଦୟାକରି ଏହି ଗଳ୍ପରୁ ଶିକ୍ଷାଲାଭ କରି ସମୟକୁ ବରବାଦ ନକରି ପଢ଼ାରେ ମନଦେବୁ ବୋଲି ମୋର ଆଶା ।
।ଇତି।
ତୋର ବନ୍ଧୁ
ସଂଗ୍ର।ମ
Question ୩।
ଚକୁଳିଆ ପଣ୍ଡା ଗଙ୍ଗାମାତାଙ୍କର କରୁଣା କିପରି ଲାଭକଲା ? (ପଚାଶଟି ଶବ୍ଦରେ ଲେଖ)
Answer:
ଥରେ ଚକୁଳିଆ ପଣ୍ଡା ଗାଁ ଗାଁ ବୁଲି ଭିକ ପାଇଲା ନାହିଁ । ଗାଁର ଦୁଷ୍ଟ ପିଲାମାନେ ତା’ ଉପରକୁ ବୋଲୁଅ ଟେକା ଆଦି ମାରି ଗାଁରୁ ତଡ଼ିଦେଲେ । ଭୋକକଷ୍ଟ, ଲାଜ ଅପମାନରେ ଘରକୁ ନ ଫେରି ସେ ଏକମୁହାଁ ହୋଇ ଚାଲିଲା ଓ ଶେଷରେ ପହଞ୍ଚିଲା ଗୋଟିଏ ପଦ୍ମପୋଖରୀ ପାଖରେ । ପୋଖରୀର ଜଳ କାଚକେନ୍ଦୁ ପରି ପରିଷ୍କାର ଥିଲା । ଭୋକ ସହି ନ ପାରି ସେ ସେଇ ପୋଖରୀତୁଠକୁ ଯାଇ ଭାତ ଖାଉଁ, ଡାଲି ଖାଉଁ, ଦୁଧ ଖାଉଁ, ମହୁର ଖାଉଁ, ଆମ୍ବିଳ ଖାଉଁ, ଖୁ ଖାଉଁ, କାକରା ଖାଉଁ- ଏମିତି ବିଭିନ୍ନ ଖାଦ୍ୟପଦାର୍ଥ ନାମ କହି ଚଳେ ଲେଖାଏଁ ପାଣି ପିଇଗଲା । ସେହି ପୋଖରୀରେ ରହିଥିବା ଗଙ୍ଗାମାତା ଚକୁଳିଆ ପଣ୍ଡାର ବିକଳ ସହି ନ ପାରି ସେ ଯେତେସବୁ ଖାଦ୍ୟପଦାର୍ଥର ନାମ ଉଚ୍ଚାରଣ କରି ଚଳେ ଲେଖାଏଁ ପାଣି ପିଇଥୁଲା, ସେ ସମସ୍ତ ଖାଦ୍ୟପଦାର୍ଥ ଗୋଟିଏ ହାଣ୍ଡିରେ ରଖ୍ ଓ ହାଣ୍ଡିମୁହଁ ତେଲୁଣିଦ୍ଵାରା ବନ୍ଦ କରି ଚକୁଳିଆ ପଣ୍ଡା ବସିଥିବା ପାହାଚ ନିକଟକୁ ଭସାଇଦେଲେ । ଏହିପରି ଚକୁଳିଆ ପଣ୍ଡା ଗଙ୍ଗାମାତାଙ୍କର କରୁଣା ଲାଭ କଲା
Question ୪।
ଗଙ୍ଗାମାତା ମା’ ପୁଅଙ୍କୁ କାହିଁକି ଓ କିପରି ଦଣ୍ଡ ଦେଲେ ? (ଶହେଟି ଶବ୍ଦରେ ଲେଖ)
Answer:
ଲୋକେ ବସି ଖାଇଲେ କର୍ମକୋଢ଼ି ହୋଇଯା’ନ୍ତି । ଚକୁଳିଆ ପଣ୍ଡାର ଭୋକକଷ୍ଟ ଦେଖୁ ଗଙ୍ଗାମାତା ତା’ ପାଖକୁ ଖାଦ୍ୟଭରା ହାଣ୍ଡିଟିଏ ଭସାଇଥିଲେ । ମାଆପୁଅ ମାଗଣାରେ ନିତି ନିତି ଭୁରି ଭୋଜନ ପାଇବାରୁ ବେଶ୍ ଆରାମରେ ରହି ଆଉ କାମଦାମ କଲେ ନାହିଁ କି ଇନ୍ଦ୍ରଚନ୍ଦ୍ର ମାନିଲେ ନାହିଁ । ମାଆ ପୁଅଙ୍କର ଏପରି ମନୋଭାବ ଜାଣି ଗଙ୍ଗାମାତା ବିରକ୍ତ ହେଲେ ଓ ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବାପାଇଁ ମନସ୍ଥ କଲେ । ପରଦିନ ହାଣ୍ଡିରେ ବିଭିନ୍ନ ପ୍ରକାର ଖାଦ୍ୟ ବଦଳରେ ଗଙ୍ଗାମାତା ବିଧା, ଗୋଇଠା, ଚାପୁଡ଼ା, ବ୍ରହ୍ମଚାପୁଡା, ଚିମୁଟା, ରାମ୍ପୁଡ଼ା, କାମୁଡ଼ା, ଏମିତି ବିଭିନ୍ନ ପ୍ରକାର ମାଡ଼ ଭର୍ତ୍ତିକରି ହାଣ୍ଡିମୁହଁ ବନ୍ଦକରି ପୂର୍ବପରି ଭସାଇଦେଲେ ।
ପ୍ରତିଦିନ ପରି ମହା ଆନନ୍ଦରେ ଚକୁଳିଆ ପଣ୍ଡା ପୋଖରୀରୁ ହାଣ୍ଡିଟି ଉଠାଇ ଆଣି ଯେମିତି ହାଣ୍ଡିମୁହଁରୁ ପଲମ ଖୋଲିଦେଇଛି, ସଙ୍ଗେ ସଙ୍ଗେ ହାଣ୍ଡିଭିତରୁ ମାଡ଼ମାନେ ବାହାରି ଚକୁଳିଆ ପଣ୍ଡାକୁ ଛେଚିବାରେ ଲାଗିଲେ । ମାଡ଼ରେ କୁଆଛୁଆ ଉଡ଼ିଗଲା। ମାଆଲୋ, ବାପାଲୋ ବୋବାଳି ପକେଇ ଚକୁଳିଆ ପଣ୍ଡା କୌଣସି ପ୍ରକାରେ ପଲମଦ୍ବାରା ହାଣ୍ଡିମୁହଁ ବନ୍ଦ କରିଦେଲା ଓ ହାଣ୍ଡିଟି ନେଇ ଘରକୁ ଗଲା । ତା’ ମାଆ ଗାଁରୁ ବୁଲାବୁଲି କରି ଫେରି ଶିକାରୁ ହାଣ୍ଡିଟି ଆଣି ପଲମ ଖୋଲିଦେବା ମାତ୍ରେ ତା’ ଉପରେ ମାଡ଼ ବର୍ଷା ହୋଇଗଲା । ବୁଢ଼ୀ ଉପାୟ ପାଞ୍ଚ୍ ପଲମଟି ହାଣ୍ଡି ମୁହଁରେ ରଖିଦେବାରୁ ମାଡ଼ ବନ୍ଦ ହୋଇଗଲା । ଏହିପରି ଗଙ୍ଗାମାତା ଚକୁଳିଆ ପଣ୍ଡାର ଲୋଭ ଓ ଅଳସୁଆପଣ ନିମନ୍ତେ ଉପଯୁକ୍ତ ଶିକ୍ଷା ଦେଇଥିଲେ ଓ ମାଆ ପୁଅଙ୍କୁ ଠିକ୍ ରାସ୍ତାକୁ ଆଣିଥିଲେ ।
ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନୋତ୍ତର
ସଂଷିପ୍ତ ପ୍ରଶ୍ନୋତ୍ତର
Question ୧।
ଗଙ୍ଗାମାତା ଚକୁଳିଆ ପଣ୍ଡା ଓ ତା’ର ମା’କୁ କାହିଁକି ଶାସ୍ତିଦେଲେ ?
କର୍ମଠ ଲୋକଙ୍କୁ ଈଶ୍ଵର ସାହାଯ୍ୟ କରନ୍ତି। କର୍ମବିମୁଖ ମଣିଷକୁ ଶାସ୍ତି ଦିଅନ୍ତି। ଚକୁଳିଆ ପଣ୍ଡାର ଦୁଃଖ ଦେଖୁ ଗଙ୍ଗାମାତା ତାକୁ ସାହାଯ୍ୟ କଲେ । କିନ୍ତୁ ସେ ତା’ର ଅସଦୁପଯୋଗ କଲା । ପ୍ରତିଦିନ ମାଗଣା ସୁସ୍ୱାଦୁ ଭୋଜନ ପାଇ ‘ମା’ ପୁଅ କାମଧନ୍ଦା କଲେ ନାହିଁ । ଇନ୍ଦ୍ରଚନ୍ଦ୍ର ମାନିଲେ ନାହିଁ । ଆନନ୍ଦରେ ବୁଲି ଦିନ କାଟିଲେ।’ ମା’ କାମଧନ୍ଦା କରିବାକୁ ଗଲାନି କିମ୍ବା ପୁଅ ଭିକ୍ଷା ମାଗି ପରିଶ୍ରମ କରିବାକୁ ଚାହିଁଲାନି। ତେଣୁ ଗଙ୍ଗାମାତା ଭାବିଲେ ଏମାନଙ୍କୁ ଦେଖୁ ସଂସାରର ଅନ୍ୟ ଲୋକେ କର୍ମକୋଢ଼ିଆ ହୋଇଯିବେ । ତେଣୁ ସେମାନଙ୍କୁ ଉତିତ୍ ଶିକ୍ଷା ଦେବାପାଇଁ ଗଙ୍ଗାମାତା ଶାସ୍ତିର ବ୍ୟବସ୍ଥା କରିଥିଲେ ।
Question ୨।
ତୁମେ ମାଡ଼ ହାଣ୍ଡି କଥାରୁ କ’ଣ ଶିଖୁଲ ?
Answer:
ମୁଁ‘ମାଡ଼ ହାଣ୍ଡି କଥା’ର ଗାଳ୍ପିକ ଗୋପାଳଚନ୍ଦ୍ର ପ୍ରହରାଜ ଉକ୍ତଗଳ୍ପରେ ଆଧୁନିକ ମଣିଷର ସୁବିଧାବାଦୀ ଗୁଣ ସମ୍ବନ୍ଧରେ ବର୍ଣନା କରିଛନ୍ତି। “ ଆଳସ୍ୟ ଦୁଃଖର କାରଣ ଏବଂ ଶ୍ରମ ସୁଖର କାରଣ।” ନିଜର କର୍ତ୍ତବ୍ୟ ନ କଲେ ଭଗବାନ୍ ଅସନ୍ତୁଷ୍ଟ ହୁଅନ୍ତି । ସୁଖ ଓ ସୁବିଧାର ଅସଦ୍ବ୍ୟବହାର କରିବା ଆଦୌ ଉଚିତ୍ ନୁହେଁ । ଚକୁଳିଆ ପଣ୍ଡାର ଭୋକ ଦୁଃଖ ସହି ନ ପାରି ଗଙ୍ଗାମାତା ଖାଦ୍ୟହାଣ୍ଡି ପଠାଇଲେ । କିନ୍ତୁ କାମ ନ କରି ମା’ ପୁଅ ଅଧିକ ସୁବିଧା ଆଶା କଲେ। ତେଣୁ ସେମାନେ ଉପଯୁକ୍ତ ଶାନ୍ତି ପାଇଲେ। ଚୋରମାନଙ୍କପରି ପରଦ୍ରବ୍ୟରେ ଲୋଭ ରଖୁଲେ ସବୁ ହରାଇବାକୁ ପଡ଼େ ଏବଂ ମାଡ଼ ଖାଇବାକୁ ହୁଏ। ତେଣୁ ଏଭଳି ମନ୍ଦକାମରୁ ଦୂରେଇ ରହି ପରିଶ୍ରମ କଲେ ଆମେ ସୁଖରେ ରହିବା।
Question ୩।
ହାଣ୍ଡି ଖୋଲିବାରୁ ଚୋରଙ୍କର ଅବସ୍ଥା କ’ଣ ହେଲା ? କିମ୍ବା, ହାଣ୍ଡି ଖୋଲିବାରୁ ଚୋରମାନେ କି ଅସୁବିଧାରେ ପଡ଼ିଲେ ?
ଚୋରମାନେ ବୁଢ଼ୀ ବାଡ଼ିପଟେ ପହଞ୍ଚି ଧନରତ୍ନ ବାଣ୍ଟିବା ପାଇଁ ବସିଲେ। ହାଣ୍ଡିରେ କ’ଣ ଅଛି ଦେଖିବାକୁ ମାଡ଼ହାଣ୍ଡିର ପଲମଟିକୁ ଖୋଲିଦେଲେ। ତା’ପରେ ଆରମ୍ଭ ହେଲା ମାଡ଼ବୃଷ୍ଟି। ବିଧା, ଚାପୁଡ଼ା, ଗୋଇଠା, ମୁଖୀ, ରାମ୍ପୁଡ଼ା, କାମୁଡ଼ା ଆଦି ମାଡ଼ସବୁ ବର୍ଷା ହୋଇଗଲା । ସେମାନେ ଟଙ୍କା ପଇସା ବାଣ୍ଟିବା ଛାଡ଼ି ପ୍ରାଣ ବିକଳରେ ଦୌଡ଼ି ଦୌଡ଼ି ପଳାଇଗଲେ। ମାଡ଼ରେ ଧୂଳିଧୂଆଁ ଉଡ଼ିଗଲା। ପୂର୍ବ ଦିଗକୁ ଚାପୁଡ଼ାଯାକ, ପଶ୍ଚିମକୁ ବିଧା, ଉତ୍ତରକୁ ଗୋଇଠା ଏବଂ ଦକ୍ଷିଣ ଦିଗକୁ ମୁଖୀଯାକ ଗୋଡ଼େଇ ଗୋଡ଼େଇ ଚୋରଙ୍କୁ ନିସ୍ତୁକ ମାଡ଼ଦେଲେ। ମାଡ଼ ଭୟରେ ଚୋରିକରି ଆଣିଥିବା ସମସ୍ତ ଧନରତ୍ନ
ଛାଢ଼ିଦେଇ ଚୋରମାନେ ପଳାଇଗଲେ ।
Question ୪।
ଗଙ୍ଗାମାତା ଚକୁଳିଆ ପଣ୍ଡାକୁ କିପରି ସାହାଯ୍ୟ କରିଥିଲେ ? କିମ୍ବା, ଚକୁଳିଆ ପଣ୍ଡାର ବିକଳ ସହି ନପାରି ଗଙ୍ଗାମାତା କ’ଣ କଲେ ?
Answer:
ଚକୁଳିଆ ପଣ୍ଡା ଗାଁ ଗାଁ ବୁଲି ଭିକ୍ଷା ମାଗି ଚଳେ। ଦିନେ ବୁଲି ବୁଲି ଭିକ ମୁଠେ ପାଇଲାନି। ପିଲାଏ ଟେକା ପକାଇଲେ। ମନଦୁଃଖରେ ପଶ୍ଚିମ ଦିଗରେ ଥିବା ପଦ୍ମପୋଖରୀରେ କାଚକେନ୍ଦୁ ଭଳି ଜଳ ଦେଖି ତା’ର ଲୋଭ ହେଲା । ପ୍ରବଳ ଭୋକ ଯୋଗୁଁ ସେ ଚଳେ ଚଳେ ପାଣି ପିଉଥାଏ ଏବଂ ଗୋଟିଏ ଗୋଟିଏ ଖାଦ୍ୟ ପଦାର୍ଥର ନାଁ କହୁଥାଏ । ଭାତ ଖାଉଁ, ଡାଲି ଖାଉଁ, ମହୁର ଖାଉଁ, ଆମ୍ବିଳ ଖାଉଁ ଇତ୍ୟାଦି କହି ପାଣି ପିଉଥାଏ। ଜଳରେ ଥିବା ଗଙ୍ଗାମାତା ତା’ର ଭୋକ ଦୁଃଖ ସହିପାରିଲେନି। ତେଣୁ ସେ ଯେଉଁ ଖାଦ୍ୟର ନାଁ କହୁଥିଲା, ସେହି ସବୁ ଖାଦ୍ୟ ଗୋଟିଏ ହାଣ୍ଡିରେ ଭର୍ତ୍ତିକରି ତା’ ନିକଟକୁ ଭସାଇ ଦେଲେ। ଚକୁଳିଆ ପଣ୍ଡା ଆନନ୍ଦ ମନରେ ସୁସ୍ଵାଦୁ ଖାଦ୍ୟକୁ ମନଭରି ପେଟେ ଖାଇଲା ଓ ବାକିତକ ମା’ ପାଇଁ ନେଇଗଲା ।
ଅତିସଂକ୍ଷିପ୍ତ ପ୍ରଶ୍ନେ।ତ୍ତର
Question ୧।
ଚକୁଳିଆ ପଣ୍ଡା କିପରି ଚଳୁଥୁଲା ?
Answer:
ଚକୁଳିଆ ପଣ୍ଡା ଭାରି ଗରିବ ଥିଲା। ସେ ଭିକ ମାଗି ଚଳେ। ଭିକ ମାଗି ଚଳେ।
Question ୨।
ଚକୁଳିଆ ପଣ୍ଡା ଘରକୁ ଯିବା ବାଟରେ କ’ଣ ଦେଖୁଲା ?
Answer:
ଚକୁଳିଆ ପଣ୍ଡା ଘରକୁ ଯିବା ବାଟରେ ଗୋଟିଏ ଉତ୍ତମ ସୁନ୍ଦର ପଦ୍ମ ପୋଖରୀ ଦେଖିଲା ।
Question ୩।
ପୋଖରୀଟି କିପରି ଥୁଲା ?
Answer:
ପୋଖରୀର ଚାରିପାଖରେ ଶଙ୍ଖମଲମଲ ପଥର ପାହାଚ ଥିଲା। ସେଥିରେ କଳା ଭଅଁର ପରି ପାଣି ଥିଲା।
Question ୪।
ଚକୁଳିଆ ପଣ୍ଡା କାଚ କେନ୍ଦୁଭଳି ପାଣି ଦେଖୁ କ’ଣ କଲା ?
Answer:
ଚକୁଳିଆ ପଣ୍ଡା ପୋଖରୀର କାଚକେନ୍ଦୁଭଳି ପାଣି ଦେଖ୍ ଲୋଭେଇ ଗଲା ।
Question ୫।
ପୋଖରୀରେ କିଏ ରହିଥିଲେ ?
Answer:
ପୋଖରୀରେ ଗଙ୍ଗାମାତା ରହିଥିଲେ
Question ୬।
ଗଙ୍ଗାମାତା ଚକୁଳିଆ ପଣ୍ଡା କଥା ଶୁଣି କ’ଣ କଲେ ?
Answer:
ଚକୁଳିଆ ପଣ୍ଡା ଯେଉଁ ଖାଦ୍ୟ ପଦାର୍ଥର ନାମ କହୁଥିଲା, ସେହି ଖାଦ୍ୟଗୁଡ଼ିକୁ ଗଙ୍ଗାମାତା ଗୋଟିଏ ହାଣ୍ଡିରେ ରଖୁ ଚକୁଳିଆ ପଣ୍ଡା ବସିଥିବା ସ୍ଥାନକୁ ପାଣିରେ ଭସାଇ ଦେଲେ।
Question ୭।
ଚକୁଳିଆ ପଣ୍ଡା ଭାରି ଆଚମ୍ବିତ ହେଲା କାହିଁକି ?
Answer:
ଚକୁଳିଆ ପଣ୍ଡା ହାଣ୍ଡିଟିକୁ ଦେଖ୍ ଆଚମ୍ବିତ ହେଲା।
Question ୮।
ଚକୁଳିଆ ପଣ୍ଡା ହାଣ୍ଡିରେ କ’ଣ ଥିବାର ଦେଖୁଲା ?
Answer:
ହାଣ୍ଡି ଭିତରେ ଘିଅ ଅନ୍ନ, ଡାଲି, ମହୁର, ଆମ୍ବିଳ, ଖୁରି, ପିଠା ଆଦି ଜିନିଷ ଥିବାର ଦେଖୁଲା ।
Question ୯।
ଚକୁଳିଆ ପଣ୍ଡା ହାଣ୍ଡିଟିରେ ଥିବା ଜିନିଷକୁ ଦେଖ୍ କ’ଣ କଲା ?
Answer:
ଚକୁଳିଆ ପଣ୍ଡା ହାଣ୍ଡିରୁ ଗୋଟି ଗୋଟିକରି ଖାଦ୍ୟ ପଦାର୍ଥ ବାହାର କରି ଖାଇଲା ଓ ବଳକା ଜିନିଷକୁ ଘରକୁ ମାଆ ଖାଇବା ପାଇଁ ନେଇଗଲା
Question ୧୦।
ଚକୁଳିଆ ପଣ୍ଡା ଘରକୁ ଖାଦ୍ୟ ପଦାର୍ଥ ନେଇ କ’ଣ କଲା ?
Answer:
ଚକୁଳିଆ ପଣ୍ଡା ଖାଦ୍ୟ ପଦାର୍ଥକୁ ଘରେ ଥିବା ଶିକା ଉପରେ ସାଇତି ରଖୁଲା ଓ ଖଣ୍ଡେ ମସିଣା ପାରି ଶୋଇ ପଡ଼ିଲା ।
କଠିନ ଶବ୍ଦ।ର୍ଥ :
Question ୧।
ବୁଢ଼ୀ ଉପରେ ମାଡ଼ ଅସରା ବନ୍ଦ ହୋଇଗଲା କାହିଁକି ?
(କ) ଗଙ୍ଗାମାତା ଦୟା କରିବାରୁ
(ଖ) ହାଣ୍ଡି ଉପରେ ଢାଙ୍କୁଣୀଟି ପଡ଼ିଗଲାରୁ
(ଗ) ହାଣ୍ଡି ଉପରେ ଢାଙ୍କୁଣୀଟି ଘୋଡ଼ାଇ ଦେବାରୁ
(ଘ) ତା’ ପୁଅ ହାଣ୍ଡି ଉପରେ ଢାଙ୍କୁଣୀକୁ ଘୋଡ଼ାଇଦେବାରୁ
Answer:
(ଖ) ହାଣ୍ଡି ଉପରେ ଢାଙ୍କୁଣୀଟି ପଡ଼ିଗଲାରୁ
Question ୨।
ମାଡ଼ ହାଣ୍ଡିରୁ ମଖୀଯାକ ଚୋରମାନଙ୍କୁ କେଉଁ ଦିଗକୁ ଘଉଡ଼ାଇ ନେଇଥିଳେ?
(କ) ପୂର୍ବ
(ଖ) ପଶ୍ଚିମ
(ଗ) ଉତ୍ତର
(ଘ) ଦକ୍ଷିଣ
Answer:
(ଘ) ଦକ୍ଷିଣ
Question ୩।
ବୁଢ଼ୀର ମାଡ଼ ଦରଜ ଉଭେଇଗଲା କାହିଁକି ?
(କ) ମାଡ଼ ଥମିଯିବାରୁ
(ଗ) ସିନ୍ଦୂକ ମେଲା କରିଦେବାରୁ
(ଗ) ସିତ୍କକ ମେଲା କରିଦେବାରୁ
(ଘ) ତା’ ପୁଅ ଦେହରେ ମଲମ ଘଷିବାରୁ
Answer:
(ଗ) ସିନ୍ଦୂକ ମେଲା କରିଦେବାରୁ
Question ୪।
ଚକୁଳିଆ ପଣ୍ଡା ମାଡ଼ ହାଣ୍ଡିକୁ ନେଇ କେଉଁଠି ଥୋଇଲା ?
(କ) ଖତଗଦାରେ
(ଖ) ଓଳିତଳେ
(ଗ) ପୋଖରୀକୂଳରେ
(ଘ) ଶିକାଉପରେ
Answer:
(ଘ) ଶିକାଉପରେ
Question ୫।
‘ମନକୁ ବାଆଁରେଇବା ପାଇଁ’ର ଅର୍ଥ କ’ଣ ?
(କ) ମନ ଖୁସିକରିବା
(ଖ) ମନକୁ ଭୁଲାଇବା
(ଗ) ମନ ହାଲୁକା କରିବା
(ଘ) ମନକୁ ଆଶ୍ଵାସନା ଦେବା
Answer:
(ଖ) ମନକୁ ଭୁଲାଇବା
Question ୬।
ଗଙ୍ଗାମାତା ଉଡ଼ିଗଲା ଚଢ଼େଇର …………………. ଜାଣିପାରନ୍ତି । ଶୂନ୍ୟ ସ୍ଥାନରେ ଠିକ୍ ଶବ୍ଦଟି କ’ଣ ହେବ ?
(କ) ପରକଥା
(ଖ) ପେଟକଥା
(ଗ) ମନକଥା
(ଘ) ହୃଦୟକଥା
Answer:
(ଖ) ପେଟକଥା
Question ୭।
ନିମ୍ନୋକ୍ତ ମଧ୍ୟରୁ ‘କତରା’ ଶବ୍ଦର ଅର୍ଥ କ’ଣ ?
(କ) ପାଲ
(ଖ) ଦରି
(ଗ) ମସିଶା
(ଘ) ଛଣ୍ଡା ମସିଣା
Answer:
(ଘ) ଛଣ୍ଡା ମସିଣା
Question ୮।
‘କୋଟିନିସ୍ ପାଇବା’ର ଅର୍ଥ ନିମ୍ନୋକ୍ତ ମଧ୍ୟରୁ କେଉଁଟି ?
(କ) ଅତି ପ୍ରସନ୍ନ ହେବା
(ଖ) ସୁନାହାରା ପାଇବା
(ଗ) କୋଟି କୋଟି ଟଙ୍କା ପାଇବା
(ଘ) ଧାତୁ ଦ୍ରବ୍ୟ ପାଇବା
Answer:
(କ) ଅତି ପ୍ରସନ୍ନ ହେବା
Question ୯।
‘ପନ୍ଦାଡ଼’ ଶବ୍ଦର ଅର୍ଥ ନିମ୍ନୋକ୍ତ ମଧରୁ କେଉଁଟି ?
(କ) ବାରିପିଣ୍ଡା
(ଖ) ଦାଣ୍ତପିଶ୍ୱା
(ଗ) ପିଶୃରମୁଣ୍ଡ
(ଘ) ଘରର ପଛ
Answer:
(ଗ) ପିଶୃରମୁଣ୍ଡ
Question ୧୦।
ନିମ୍ନୋକ୍ତ ଶବ୍ଦମାନଙ୍କ ମଧ୍ୟରୁ କାହାର ଅର୍ଥ ‘ଅସରପି’ ?
(କ) ସୁନା ମୁଣ୍ଡା
(ଖ) ସୁନା ଥାଳିଆ
(ଗ) ସୁନା ବାଜୁ
(ଘ) ସୁନା ମୋହର
Answer:
(ଘ) ସୁନା ମୋହର
ଗାଞ୍ଜିକ ପରିଚୟ :
ଗୋପାଳ ଚନ୍ଦ୍ର ପ୍ରହରାଜ ଓଡ଼ିଆ ପାଠକ ମହଲରେ ଜଣେ ଅତି ଉଚ୍ଚକୋଟୀର ରମ୍ୟରଚନା ଲେଖକ ଭାବେ ପରିଚିତ । ସେ ବହୁ ଲୋକକଥା ଓ ଲୋକକାହାଣୀ ଅତି ସାଧାରଣ ଗାଉଁଲି ଭାଷାରେ ରଚନା କରି ଶିଶୁଠାରୁ ବୃଦ୍ଧ ପର୍ଯ୍ୟନ୍ତ ପାଠକମାନଙ୍କ ନିକଟବର୍ତ୍ତୀ ହୋଇପାରିଛନ୍ତି । ତାଙ୍କ ରଚିତ ‘କଥା ଓ କାହାଣୀ’, ‘ଉତ୍କଳ କାହାଣୀ’ ଏହାର ଜ୍ଵଳନ୍ତ ଉଦାହରଣ । ସମାଜରେ ପ୍ରଚଳିତ ଅନ୍ଧବିଶ୍ଵାସ ଓ କୁ ସଂସ୍କରଗୁଢ଼ିକୁ ଅତି ଚତୁରତାର ସହିତ ତାଙ୍କ ରଚନାଶୈଳୀରେ ଉପସ୍ଥାପନ କରି ସେ ଜଣେ ସଫଳ ସମାଲୋଚକର ଭୂମିକା ଗ୍ରହଣ କରିପାରିଛନ୍ତି । ତାଙ୍କ ରଚିତ ‘ନନାଙ୍କ ବସ୍ତାନି’, ‘ବାଇ ମହାନ୍ତି ପାଞ୍ଜି’ ଓ ‘ଭାଗବତ ଟୁଙ୍ଗୀରେ ସନ୍ଧ୍ୟା’ ଏହାର ଉଦାହରଣ । ସବୁଠାରୁ ବଡ଼କଥା ହେଉଛି ସେ ଦୀର୍ଘ ୨୧ ବର୍ଷକାଳ ସାଧନା କରି ଓଡ଼ିଆ ଭାଷାର ଶବ୍ଦ ସମ୍ଭାରଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ରୂପରେ ଏବଂ ପ୍ରାଞ୍ଜଳଭାବରେ ବ୍ୟାଖ୍ୟା ସହି ମୁଦ୍ରଣ କରି ସମଗ୍ର ଓଡ଼ିଆଭାଷୀମାନଙ୍କ ପାଇଁ ସ୍ମରଣୀୟ ହୋଇପାରିଛନ୍ତି।
ଏହା ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ ନାମରେ ପରିଚିତ । ସେ ଜଣେ ଦକ୍ଷ ଆଇନୀଜୀବୀ ମଧ୍ୟ ଥିଲେ। ଆଲୋଚ୍ୟ ‘ମାଡ଼ହାଣ୍ଡି କଥା’ ଗଳ୍ପଟି ଏକ ଲୋକକଥାକୁ ଆଧାର କରି ରଚିତ ହୋଇଛି । କୋମଳମତି ଶିଶୁମାନଙ୍କ ପାଇଁ ଏଥୁରେ ଶିକ୍ଷଣୀୟ ତଥ୍ୟ ରହିଛି ।‘ମାଡ଼ହାଣ୍ଡି କଥା’ ଗଳ୍ପଟି ଅତି ସରଳ ଓ ଗାଉଁଲି ଭାଷାରେ ଲେଖାଯାଇଛା ଗଞ୍ଜିଟି ହାସ୍ୟରସରେ ପରିପୂର୍ଣ୍ଣା ମଣିଷ ଜୀବନର ପ୍ରକୃତ ଛବି ଏଥିରେ ପ୍ରତିଫଳିତ ହୋଇଛି । ସୁବିଧା ପାଇଲେ ମଣିଷ କିପରି ତା’ର ଅସଲ ରୂପକୁ ପାସୋରି ମରାଚିକା ପଛରେ ଗୋଡ଼ାଇଥାଏ, ତାହା ଚକୁଳିଆ ପଶ୍ରାର ଚରିତ୍ର ମାଧ୍ୟମରେ ଲେଖକ ପ୍ରକାଶ କରିଛନ୍ତି । ନିଜର କର୍ତ୍ତବ୍ୟ ନ କଲେ ଭଗବାନ୍ ବି ଅଶାନ୍ତ ହୁଅନ୍ତି – ଏହି ନୈତିକ ଶିକ୍ଷାଟି ଉକ୍ତ ଗଳ୍ପରୁ ପିଲାମାନେ ଶିକ୍ଷା କରିବେ ।
ଗଞ୍ଜିର ସାରକଥା :
ଆଳସ୍ୟ ଦୁଃଖର କାରଣ ଏବଂ ପରିଶ୍ରମ ସୁଖର କାରଣ । ଅଳସୁଆ ଲୋକଙ୍କୁ ଈଶ୍ବର ଦଣ୍ଡ ଦିଅନ୍ତି । ଏହାହିଁ ‘ମାଡ଼ ହାଣ୍ଡି କଥା’ ଗଳ୍ପର ବିଷୟବସ୍ତୁ । ଗୋଟିଏ ଦେଶରେ ଗୋଟିଏ ଚକୁଳିଆ ପଣ୍ଡା ଥାଏ । ସେ ଭାରି ଗରିବ । ଗାଁକୁ ଗାଁ ବୁଲି ଭିକ ମାଗେ । ଦିନେ ସେ ଖୁବ୍ ବୁଲିଲା, ହେଲେ ଭିକ ପାଇଲାନି । ତା’ ପଛରେ ଗାଁ ପିଲାଏ ପଡ଼ିଗଲେ । ତାକୁ ଟେକା ବୋଲୁଅ ଫୋପାଡ଼ି ଗାଁରୁ ତଡ଼ିଦେଲେ । ସେ ମାଡ଼ ଖାଇ ଘରକୁ ନଫେରି ଆଗକୁ ଚାଲିଲା । ବାଟରେ ସୁନ୍ଦର ପଦ୍ମ ପୋଖରୀଟିଏ ଦେଖିଲା । ପାଣି କାଚକେନ୍ଦୁ ଭଳି ନିର୍ମଳ । ଭାରି ଲୋଭ ହେଲା ପିଇବାକୁ । ଲଥକରି ବସିପଡ଼ିଲା ପାହାଚରେ । ନିର୍ମଳ ପାଣିକୁ ଡାହାଣ ହାତରେ ଧରୁଥାଏ, ପିଉଥାଏ ଓ ମନକୁ ମନ କହୁଥାଏ – ଭାତ ଖାଉଁ, ଡାଲି ଖାଉଁ, ଦୁଧ ଖାଉଁ, ମହୁର ଖାଉଁ, ଆମ୍ବିଳ ଖାଉଁ, ଖିରି ଖାଉଁ, କାକରା ଖାଉଁ, ନାନମାନ ଖାଉଁ, ପୋଟଳି ଚକୁଳି ଖାଉଁ ଏମିତି କେତେ ଖାଦ୍ୟଦ୍ରବ୍ୟର ନାଁ ଧରୁଥାଏ, ପାଣି ପିଉଥାଏ । ସେ ପୋଖରୀରେ ଗଙ୍ଗାମାତା ଥା’ନ୍ତି । ସେ ଚକୁଳିଆ ପଣ୍ଡାର ଦୁଃଖ ସହି ପାରିଲେନି । ସେ ଚକୁଳିଆ ପଣ୍ଡା ମୁହଁରେ ଧରିଥ୍ ସବୁ ଖାଦ୍ୟଦ୍ରବ୍ୟକୁ ହାଣ୍ଡିରେ ସଜାଇ ପାଣିରେ ଭସାଇଦେଲେ ।
ଚକୁଳିଆ ହାଣ୍ଡିଟି ଦେଖ୍ ଭାରି ଆଶ୍ଚର୍ଯ୍ୟ ହେଲା । ଦେଖେ କ’ଣ ଅଛି….. ? ଏହା ଭାବି ହାଣ୍ଡିଟି ଖୋଲି ଦେଖୁଦେଇ ଆନନ୍ଦରେ ଫାଟିପଡ଼ିଲା । ମନଭରି ଖାଦ୍ୟ ଖାଇ ହାଣ୍ଡିଟି ନେଇ ଚାଲିଲା ଘରକୁ ବୋଉ ପାଇଁ । ଘରେ ପହଞ୍ଚିବାବେଳକୁ ମା’ ନ ଥାଏ, ଗାଁ ଭିତରକୁ ଦୁଃଖ କରିବାକୁ ଯାଇଥାଏ । ହାଣ୍ଡିଟି ହାଣ୍ଡିଶାଳ ଶିକାରେ ରଖୁ । ମା’ ଗାଁରୁ ପାଇଟି ସାରି ଭୋକରେ ଫେରି ଦେଖେ ତ ପୁଅ ନିଶ୍ଚିନ୍ତରେ ଶୋଇଛି । ସେ ହାଣ୍ଡିଶାଳକୁ ଯାଇ ହାଣ୍ଡିଟି ଶିକାରେ ଥିବା ଦେଖୁ ତାକୁ ଖୋଲିବାରୁ ସେଥୁରେ ଖାଦ୍ୟ ପଦାର୍ଥମାନ ଦେଖୁ । ଭୋକ ସମ୍ଭାଳି ନ ପାରି ହାଣ୍ଡିରୁ ସବୁ ବାହାର କରି ପେଟେ ଖାଇ ବଳକାତକ ହାଣ୍ଡିରେ ରଖୁ । ଉପରଓଳି ମା’ ପୁଅ ଖାଇ ଅଠିଲ ହୋଇଗଲେ । ପୁଅ ଉଠିଲା ପରେ ମାଆକୁ ସବୁକଥା କହିଲା । ମା’ ପୁଅକୁ ପୁଣି ପୋଖରୀ କୂଳକୁ ଯାଇ ସେହିପରି କରିବାକୁ କହିଲା । ସବୁଦିନ ପୁଅ ପୋଖରୀ ତୁଠକୁ ଯାଏ । ସେହିପରି ଚଳେ ଚଳେ ପାଣି ପିଏ ଓ ବିଭିନ୍ନ ଖାଦ୍ୟ ଦ୍ରବ୍ୟ ନାଁ ଧରି ଖାଇବା କଥା କହେ । ହାଣ୍ଡିଟିଏ ଭାସିଆସେ । ସେ ଘରକୁ ନେଇଆସେ । ମାଆ ପୁଅ ଖାଇ ଖୁସି ହୁଅନ୍ତି ।
ଏଣିକି ଚକୁଳିଆ ପଣ୍ଡା ଓ ତା’ ମା’ କାମ ନ କରି ଏମିତି ଖାଇପିଇ ବୁଲିଲେ । ଗଙ୍ଗାମାତା ଭାବିଲେ ସଂସାରଯାକ ୟାଙ୍କୁ ଦେଖୁ ସେମିତି ହେବେ; ତେଣୁ ସେ କପଟ କରି ଦିନେ ହାଣ୍ଡିରେ ସଂସାରର ଯେତେ ମାଡ଼ ଥିଲା ସବୁ ରଖ୍ ଭସାଇଦେଲେ । ଚକୁଳିଆ ପଣ୍ଡା ହାଣ୍ଡିଟି ପୂର୍ବଭଳି ନେଇ ଖୁବ୍ ଖୁସି ମନରେ ଖୋଲିଦେଲା । ଏବେ ଯାଏ କୁଆଡ଼େ- ଆରମ୍ଭ ହୋଇଗଲା ବିଧା, ଚାପୁଡା, ଗୋଇଠା, କାମୁଡ଼ା । ସେ ବ୍ୟସ୍ତ ହୋଇ ବୃଦ୍ଧିପାଞ୍ଚ୍ ହାଣ୍ଡି ଉପରେ ଢାଙ୍କୁଣୀଟା ଘୋଡ଼େଇ ଦେଲା । ମାଡ଼ ମାରିବା ବନ୍ଦ ହୋଇଗଲା । ସେ ହାଣ୍ଡିଟି ନେଇ ଘରକୁ ଗଲା । ତା’ର ରାଗ ମା’ ଉପରେ । ଶିକାରେ ହାଣ୍ଡିଟି ରଖିଦେଲା । ମା’ ଗାଁ ବୁଲା ସାରି ହାଣ୍ଡିଟି ନେଇ ମହାଆନନ୍ଦରେ ଖାଇବାକୁ ଢାଙ୍କୁଣୀଟି ଖୋଲିଦେଲା । ସଙ୍ଗେ ସଙ୍ଗେ ମାଡ଼ ଉପରେ ମାଡ଼ – ବିଧା, ଚାପୁଡ଼ା, ଗୋଇଠା ଆରମ୍ଭ ହୋଇଗଲା । ବୁଢ଼ୀ ରଡ଼ି ଛାଡୁଥାଏ । ହେଲେ ଶୁଣୁଛି କିଏ ? ହଠାତ୍ ତା’ର ବୁଦ୍ଧି ପଶିଲା । ସେ ହଠାତ୍ ପଲମାଟା ହାଣ୍ଡି ଉପରେ ଘୋଡ଼ାଇଦେଲା ।
ମାଡ଼ ବନ୍ଦ ହୋଇଗଲାରୁ ହାଣ୍ଡିଟି ନେଇ ବାରିପଛ ଖତଗଦାରେ ଥୋଇ ଘରକୁ ଆସି ମନ ଦୁଃଖରେ ମୁହଁ ମାଡ଼ି କରି ଶୋଇପଡ଼ିଲା । ରାତିରେ ଦଳେ ଚୋର ସିନ୍ଦୁକଟିଏ ଚୋରି କରି ଆଣିଥିବା ଜିନିଷତକ ବାଣ୍ଟ କରିବାକୁ ବୁଢ଼ୀ ବାଡ଼ିକୁ ଆସିଲେ । ବାଣ୍ଟ ଚାଲିଛି – ଗୋଟେ ଚୋର ହାଣ୍ଡିଟି ଦେଖ୍ ତା’ଭିତରେ କ’ଣ ଅଛି ବୋଲି ଭାବି ଖୋଲିଦେଲା। ସଙ୍ଗେ ସଙ୍ଗେ ଆରମ୍ଭ ହୋଇଗଲା ସମସ୍ତଙ୍କ ଉପରେ ମାଡ଼ ବୃଷ୍ଟି – ବିଧା, ଚାପୁଡ଼ା, ଗୋଇଠା, କାମୁଡ଼ା । ଚୋରଙ୍କୁ ବାଟ ମିଳିଲାନି ପଳେଇ ଯିବାକୁ। ବୁଢ଼ୀ ଘରେ ଥାଇ ସବୁ ଶୁଣୁଥାଏ । ଚୋର ପଳେଇଗଲା ପରେ ଧୀରେ ଉଠି ବାଡ଼ିକୁ ଗଲା – ସିନ୍ଦୁକଟିକୁ ଡରି ଡରି ଖୋଲିଲା – ଆରେ ଏ କ’ଣ ଖାଲି ହୀରା, ନୀଳା, ମୋତି, ମାଣିକ, ଅସରପି । ସିନ୍ଦୂକରୁ ଧନତକ ନେଇ ଘରେ ଲୁଚେଇଦେଲା । ମା’ ପୁଅ ସିନ୍ଦୁକକୁ ଟେକିଟାକି ଘରକୁ ନେଲେ । ତା’ପରଠାରୁ ମାଆ ପୁଅ ସବୁଦିନେ ସକାଳୁ କାମକୁ ବାହାରି ଯାଉଥିବାର ଦେଖାଗଲା ।
କଠିନ ଶବ୍ଦ।ର୍ଥ :
- ବୋଲୁଅ – ଛୋଟ ପଥର ।
- ବାଆଁରେଇବ – ବାହାନା କରିବା ।
- କତରା – ଛିଣ୍ଡା ମସିଣା
- ଫେର – ପୁଣି
- ଥୟିଗଲା – ବନ୍ଦ ହେଇଗଲା ।
- ଇମିତିକା – ଏପରି ।
- ସେରେ ଚାଉଳ ବା ଡାଲି ମାପିବା ପାଇଁ ବ୍ୟବହୃତ ପୁରୁଣା ମାପ ।
- ଖପରା – ଭଙ୍ଗାହାଣ୍ଡିର ଅଂଶ ।
- ଯାଉଁଳି – କାନ୍ଧର ଦୁଇପାଖରେ ଝୁଲୁଥିବା ବୋକଚା
- ଚଳେ – ପୋଷେ, ଗୋଟିଏ ହାତ ପାପୁଲି ରେ ରହି ପାରୁ ଥିବା ପରିମାଣ।
- ଦରବ – ଦ୍ରବ୍ୟ ।
- ନାନମାନ – ଏକପ୍ରକାର ପିଠା ।
- ବାରଜ – ଅଲଗା ।
- ଭରାଭର – ସମ୍ପୂର୍ଣ୍ଣ ।
- ଦୋଓଡ଼ା – ଦ୍ୱିତୀୟ ଥର ।
- ଦୁଃଖ କରିବା – ଏଠାରେ ଖଟିବା
- ପଲମ – ପିଠା ତିଆରି ପାଇଁ ସ୍ଵତନ୍ତ୍ର ପାତ୍ର ।
- ଦିବ୍ୟ – ପବିତ୍ର ।
- ବେଏଁ – ଦୁଇ ହାତକୁ ଦୁଇ ପାଖକୁ ଲମ୍ବାଇଲେ ଯେତେ ଲମ୍ବା ହେବ ।
- ମହନ୍ତ – ପରିଶ୍ରମ ।
- ଅଠିଲ୍ – ଅଚଳ ।
- ଢ଼େଲେ – ପେଟପୂରା ।
- ଫୋକଟ – ମାଗଣା, ମୂଲ୍ୟହୀନ।
- ତେଲୁଣି – ଢାଙ୍କୁଣି ।
- ଅଷ୍ଟଦଣ୍ଡପାଟ – ଧାର୍ମିକ ଭିକ୍ଷାକାରୀ ।
- ରବୟା – ଘଟଣା ।
- ପନ୍ଦାଡ଼ – ପିଣ୍ଡାର ମୁଣ୍ଡ ।
- ଅସରପି – ସୁନା ମୋହର ।
- ହାପୁ – ଡାଲି ବା ଜାଉକୁ ହାତରେ ହାପୁଡ଼ି ଖାଇବା ।
- ମହୁଡ଼ – ମୁକୁଟ କିମ୍ବା ସୁନା ମୋହର ।
- ନିଖଟୁ – କର୍ମକୋଢ଼ି ।
- ବଡ଼ ଝପଟି – ବଡ଼ି ସକାଳୁ ।
- ନିଧୂ – ସମ୍ପଦ
- ଉବାର – ନିଷେଧ ବା ମନା ।