CHSE Odisha Class 12 Odia Solutions Chapter 2 ପୁଷ୍ପପୁରରେ ବର୍ଷାବରଣ

Odisha State Board CHSE Odisha Class 12 Odia Solutions Chapter 2 ପୁଷ୍ପପୁରରେ ବର୍ଷାବରଣ Textbook Exercise Questions and Answers.

CHSE Odisha Class 12 Odia Chapter 2 ପୁଷ୍ପପୁରରେ ବର୍ଷାବରଣ Question Answer

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର

(କ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧।
କାହାର ସ୍ନିଗ୍ଧ କଜ୍ଵଳ କାନ୍ତି ପୁଷ୍ପପୁରରେ ନେତ୍ରୋତ୍ସବ ସୃଷ୍ଟି କରିଛି ?
(ବାରିବାହ, ପ୍ରକୃତି, ଦୂରବନ୍ଧୁ, ଅଳକାପୁରୀ)
Answer:
ବାରିବାହ

Question ୨।
କାହାକୁ ଦୂରବନ୍ଧୁ ବୋଲି ପ୍ରାବନ୍ଧିକ ସମ୍ବୋଧନ କରିଛନ୍ତି ?
(ପୁଷ୍ପପୁର, ବାରିବାହ, ବାତାୟନ, ଶ୍ୟାମଳ ପୃଥ‌ିବୀ)
Answer:
ବାରିବାହ

Question ୩।
ବ୍ୟକ୍ତିଠାରୁ କିଏ ବଡ଼ ବୋଲି ଲେଖକ ଘନକୁ ପ୍ରଶ୍ନ କରିଛନ୍ତି ?
(ଗୋଷ୍ଠୀ, ମଣିଷ, ପଶୁ, ପକ୍ଷୀ)
Answer:
ଗୋଷ୍ଠୀ

Question ୪।
ଜଳର ଅଭାବରେ କେଉଁଠାରେ ହାହାକାର ପଡ଼ିଛି ?
(ପୁଷ୍ପପୁର, ପାଟଳିପୁତ୍ର, କୁସୁମଧ୍ଵଜ, ଉତ୍କଳ)
Answer:
ଉତ୍କଳ

Question ୫।
କେଉଁ ପୁରରେ ସ୍ବ-କର୍ମ ସାରି ଉତ୍କଳ ପଥରେ ଗତି କରିବାକୁ ବାରିଦକୁ ଲେଖକ ନିବେଦନ କରିଛନ୍ତି ?
(ଶ୍ରୀନଗର, ପୁଷ୍ପପୁର, ମହୋଦଧଫ, ତୁଙ୍ଗଶିଖରୀ)
Answer:
ପୁଷ୍ପପୁର

Question ୬ |
କାହାଠାରେ ବଦାନ୍ୟତାର ମହତ୍ତ୍ବ ବଢ଼ିଉଠେ ବୋଲି ପ୍ରାବନ୍ଧିକ କହିଛନ୍ତି ?
(ଧନୀ, ଦରିଦ୍ର, ବିତ୍ତଶାଳୀ, ଭୋଗୀ)
Answer:
ଦରିଦ୍ର

Question ୭ ।
ବନବାସୀ ନାରୀମାନଙ୍କର ଗତିକୁ ପ୍ରାବନ୍ଧିକ କାହା ସହିତ ତୁଳନା କରିଛନ୍ତି ?
(କୁଜୀ ହଂସୀ, ମାତଙ୍ଗିନୀ, ନିର୍ଝରିଣୀ, ହରିଣୀ)
Answer:
କୁଜୀ ହଂସୀ

Question ୮ |
ବନବାସୀମାନେ କାହାର ଅନୁଗ୍ରହ ଲୋଡ଼ନ୍ତି ?
(ବାରିବାହ, ପର୍ବତ, ପ୍ରକୃତି, ବନଲତା)
Answer:
ବାରିବାହ

CHSE Odisha Class 12 Odia Solutions Chapter 2 ପୁଷ୍ପପୁରରେ ବର୍ଷାବରଣ

Question ୯ ।
ଜଳଦର କୃପାରୁ କେଉଁଠାରେ ନବ ନୀଳିମା ଖେଳିବୁଲିବ କୁହାଯାଇଛି ?
(ଶାଳିକ୍ଷେତ୍ର, ବନଭୂମି, ମେଘାସନ, ଗନ୍ଧମାର୍ଦନ)
Answer:
ଶାଳିକ୍ଷେତ୍ର

Question ୧୦ ।
ନିର୍ଝରିଣୀ କେଉଁଠାରେ କ୍ରୀଡ଼ାରତ ବତ୍ସତରୀ ପରି ନାଚି ଉଠେ ?
(ଗିରିଦରୀ, ମହୋଦଧ, ସରିତ, ସାଗର)
Answer:
ଗିରିଦରୀ

Question ୧୧ ।
କେଉଁମାନଙ୍କଦ୍ୱାରା ପାଳିତ କଳାପୀର କେଳାରେ ବନଭୂମି ପୂର୍ଣ୍ଣ ହେବବୋଲି ଲେଖକ କହିଛନ୍ତି ?
(ଭଞ୍ଜନୃପ, ନବତରୁଣୀ, ନବଯୁବକ, ମଦାଳସା)
Answer:
ଭଞ୍ଜନୃପ

Question ୧୨ ।
ସମ୍ବଲପୁର ଅଞ୍ଚଳର ବଧୂମାନଙ୍କୁ କେଉଁ ଫୁଲ ପରି ହାସ୍ୟମୟୀ ବୋଲି କୁହାଯାଇଛି ?
(ଗୋଲାପ, ଶେଫାଳୀ, ପଦ୍ମ, ମନ୍ଦାର)
Answer:
ଶେଫାଳୀ

Question ୧୩ ।
ଉତ୍କଳର ଉତ୍ତମାଙ୍ଗ ବୋଲି ପ୍ରାବନ୍ଧିକ କାହାକୁ କହିଛନ୍ତି ?
(ସମ୍ବଲପୁର, କଟକ, ଭୁବନେଶ୍ଵର, ଗଞ୍ଜାମ)
Answer:
କଟକ

Question ୧୪ ।
କାହାର କୋଳାହଳ ପାଇଁ ନୀଳାଚଳନାଥଙ୍କ କାନରେ ଭକ୍ତର କାତର ଡାକ ପଡ଼େ ନାହିଁ ?
(ପ୍ରଭଞ୍ଜନ, ସିନ୍ଧୁ, ଝାଉଁବଣ, ଜନତା)
Answer:
ସିନ୍ଧୁ

Question ୧୫ ।
ସିନ୍ଧୁପାରି ସାଧବର ସ୍ମୃତି-ପୂତ ଭୂମି ବୋଲି କାହାକୁ କୁହାଯାଇଛି ?
(ସମ୍ବଲପୁର, କଟକ, ଜୟପୁର, ଭୁବନେଶ୍ଵର)
Answer:
ଜୟପୁର

(ଖ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧।
‘ପୁଷ୍ପପୁରରେ ବର୍ଷାବରଣ’ ପ୍ରବନ୍ଧରେ ପ୍ରାବନ୍ଧିକ କାହାକୁ ସ୍ବାଗତ କରିଛନ୍ତି ?
Answer:
‘ପୁଷ୍ପପୁରରେ ବର୍ଷାବରଣ’ ପ୍ରବନ୍ଧରେ ପ୍ରାବନ୍ଧିକ ବାରିବାହକୁ ସ୍ବାଗତ କରିଛନ୍ତି ।

Question ୨।
ବାରିବାହର ସ୍ନିଗ୍‌ଧ କଜ୍ଵଳକାଣ୍ଡି କେଉଁଠାରେ ନେତ୍ରୋତ୍ସବ ସୃଷ୍ଟି କରିଛି ?
Answer:
ବାରିବାହାର ସ୍ନିଗ୍ଧ କଜ୍ଵଳକାନ୍ତି ପୁଷ୍ପପୁରରେ ନେତ୍ରୋତ୍ସବ ସୃଷ୍ଟି କରିଛି ।

Question ୩ ।
କେଉଁ ପଥରେ ବାରିବାହର ଆଗମନୀ ଶୁଭ ଶଙ୍ଖ ବାଜିଉଠୁଛି ?
Answer:
ବାତାୟନ ପଥରେ ବାରିବାହର ଆଗମନୀ ଶୁଭ ଶଙ୍ଖ ବାଜିଉଠୁଛି ।

Question ୪ ।
ବହୁ ଦିନପରେ ବାରିବାହର ଶୁଭ ଆଗମନରେ କେଉଁଠି ମଙ୍ଗଳକର ଓ ମଧୁମୟ ହୋଇଉଠିଛି ?
Answer:
ବହୁ ଦିନପରେ ବାରିବାହର ଶୁଭ ଆଗମନରେ ପୁଷ୍ପପୁର ମଙ୍ଗଳକର ଓ ମଧୁମୟ ହୋଇଉଠିଛି ।

Question ୫ ।
କାହାର ସ୍ପର୍ଶରେ ପୁଷ୍ପପୁର ସଜୀବ ଓ ଶ୍ୟାମଳ ହୋଇଉଠିବ ବୋଲି କୁହାଯାଇଛି ?
Answer:
ବାରିବାହର ସ୍ପର୍ଶରେ ପୁଷ୍ପପୁର ସଜୀବ ଓ ଶ୍ୟାମଳ ହୋଇଉଠିବ ବୋଲି କୁହାଯାଇଛି ।

Question ୬ ।
ବାରିବାହର ସ୍ପର୍ଶରେ କେଉଁ ପୁର ସଜୀବ ଓ ଶ୍ୟାମଳ ହୋଇଉଠିବ ବୋଲି ଲେଖକ କହିଛନ୍ତି ?
Answer:
ବାରିବାହର ସ୍ପର୍ଶରେ ପୁଷ୍ପପୁର ସଜୀବ ଓ ଶ୍ୟାମଳ ହୋଇଉଠିବ ବୋଲି ଲେଖକ କହିଛନ୍ତି ।

Question ୭।
ବିତାଡ଼ିତ ବିରହୀ ଯକ୍ଷ ବାରିଦକୁ କେଉଁଥରେ ପୂଜା କରିଥିଲା ?
Answer:
ବିତାଡ଼ିତ ବିରହୀ ଯକ୍ଷ ବାରିଦକୁ ପୁଷ୍ପ ଅର୍ଘ୍ୟରେ ପୂଜା କରିଥିଲା ।

Question ୮।
ଅଳକାପୁରୀରେ ଥ‌ିବା ପ୍ରିୟା ପାଖକୁ କିଏ ଉଦନ୍ତ ପଠାଇଥିଲା ?
Answer:
ଅଳକାପୁରୀରେ ଥ‌ିବା ପ୍ରିୟା ପାଖକୁ ବିରହୀ ଯକ୍ଷଟିଏ ଉଦନ୍ତ ପଠାଇଥିଲା ।

CHSE Odisha Class 12 Odia Solutions Chapter 2 ପୁଷ୍ପପୁରରେ ବର୍ଷାବରଣ

Question ୯।
ବିରହୀ ଯକ୍ଷ କାହା ହସ୍ତରେ ଉଦନ୍ତ ପଠାଇଥିଲା ?
Answer:
ବିରହୀ ଯକ୍ଷ ବାରିଦ ହସ୍ତରେ ଉଦନ୍ତ ପଠାଇଥିଲା ।

Question ୧୦ ।
ବ୍ୟକ୍ତିବିଶେଷର ଲାଭ କ୍ଷତିରେ କିଏ ବିଚଳିତ ହୁଏ ନାହିଁ ?
Answer:
ବ୍ୟକ୍ତିବିଶେଷର ଲାଭକ୍ଷତିରେ ଭ୍ରମ୍ୟମାଣ ଉଦାସୀନା ଧରଣୀ ବିଚଳିତ ହୁଏ ନାହିଁ ।

Question ୧୧ ।
କାହାର ଅଭାବରେ ଉତ୍କଳରେ ହାହାକାର ପଡ଼ିଛି ?
Answer:
କଳର ଅଭାବରେ ଉତ୍କଳରେ ହାହାକାର ପଡ଼ିଛି ।

Question ୧୨ ।
ପୁଷ୍ପପୁରରେ ସ୍ଵକର୍ମ ସାରି କେଉଁ ପଥରେ ଗତି କରିବାକୁ ବାରିଦକୁ ଲେଖକ ନିବେଦନ କରିଛନ୍ତି ?
Answer:
ପୁଷ୍ପପୁରରେ ସ୍ଵକର୍ମ ସାରି ଉତ୍କଳ ପଥରେ ଗତି କରିବାକୁ ବାରିଦକୁ ଲେଖକ ନିବେଦନ କରିଛନ୍ତି ।

Question ୧୩ ।
ଲେଖକ ଧୂମ, ଜ୍ୟୋତି ଓ ସଲିଳ ହୋଇ ଜଳଦ ସହ ମିଶି ବାତାୟନ ପଥରେ ଉଡ଼ିଯାଇ କାହାକୁ ଚିହ୍ନାଇବାକୁ ଇଚ୍ଛା କରିଛନ୍ତି ?
Answer:
ଲେଖକ ଧୂମ, ଜ୍ୟୋତି ଓ ସଲିଳ ହୋଇ ଜଳଦ ସହ ମିଶି ବାତାୟନ ପଥରେ ଉଡ଼ିଯାଇ ଜନ୍ମଭୂମିକୁ ଚିହ୍ନାଇବାକୁ ଇଚ୍ଛା କରିଛନ୍ତି ।

Question ୧୪ ।
ପଥ ପ୍ରଦର୍ଶକ ବିନା କେଉଁ ଭୂମିକୁ ଚିହ୍ନିବାପାଇଁ ଜଳଦର ଭ୍ରମ ହେବନାହିଁ ବୋଲି କୁହାଯାଇଛି ?
Answer:
ପଥ ପ୍ରଦର୍ଶକ ବିନା ଉତ୍କଳ ଭୂମିକୁ ଚିହ୍ନିବାପାଇଁ ଜଳଦର ଭ୍ରମ ହେବ ନାହିଁ ବୋଲି କୁହାଯାଇଛି ।

Question ୧୫ ।
ଗୋପାଙ୍ଗନାମାନେ ଅପାଙ୍ଗ ଘନଶ୍ୟାମଙ୍କ ରୂପସୁଧା ପାନ କଲାପରି ଉତ୍କଳର କୋଟି ନେତ୍ର କାହାର ରୂପ ସୁଧା ପାନ କରିବେ ବୋଲି ପ୍ରାବନ୍ଧିକ ଭାବିଛନ୍ତି ?
Answer:
ଗୋପାଙ୍ଗନାମାନେ ଅପାଙ୍ଗ ଘନଶ୍ୟାମଙ୍କ ରୂପସୁଧା ପାଳନ କଲାପରି ଉତ୍କଳର କୋଟି ନେତ୍ର ଜଳଦର ରୂପ ସୁଧା ପାନ କରିବେ ବୋଲି ପ୍ରାବନ୍ଧିକ ଭାବିଛନ୍ତି ।

Question ୧୬ ।
ଲେଖକ କେଉଁମାନଙ୍କୁ ନିରାଶ ନ କରି ବଦାନ୍ୟତା ଆରମ୍ଭ କରିବାକୁ ଜଳଦକୁ ଅନୁରୋଧ କରିଛନ୍ତି ?
Answer:
ଦରିଦ୍ର ବନବାସୀମାନଙ୍କୁ ନିରାଶ ନକରି ବଦାନ୍ୟତା ଆରମ୍ଭ କରିବାକୁ ଲେଖକ ଜଳଦକୁ ଅନୁରୋଧ କରିଛନ୍ତି ।

Question ୧୭ ।
ଶାଳିକ୍ଷେତ୍ର ଦେଖି କେଉଁମାନଙ୍କ ମନ ଆତଙ୍କରେ ଥରି ଉଠୁଥ୍ ?
Answer:
ଶାଳିକ୍ଷେତ୍ର ଦେଖି ବନବାସୀମାନଙ୍କ ମନ ଆତଙ୍କରେ ଥରି ଉଠୁଥବ ।

Question ୧୮ ।
ଗୋ-ପଲର ଗଳଘଣ୍ଟି ଓ ଗୋପାଳର ବେଣୁସୁନ ଶୁଣି ଜଳଦ କେଉଁ ସ୍ଥାନର ସୀମା ବୋଲି ଜାଣିପାରିବ ?
Answer:
ଗୋପଲର ଗଳଘଣ୍ଟି ଓ ଗୋପାଳର ବେଣୁସ୍ଵନ ଶୁଣି ଜଳଦ ଗ୍ରାମ ସୀମା ବୋଲି ଜାଣିପାରିବ ।

Question ୧୯ ।
ନବଯୁବକମାନଙ୍କ ବେଣୁନର ଅନୁକୃତିରେ ଲଳନା କଣ୍ଠର ଐକତାନିକ ଲଳିତ ସ୍ଵର କାହାକୁ ଭସାଇ ଦିଏ ?
Answer:
ନବଯୁବକମାନଙ୍କ ବେଣୁପ୍ସନର ଅନୁକୃତିରେ ଲଳନା କଣ୍ଠର ଐକତାନିକ ଲଳିତ ସ୍ଵର ବନଭୂମିକୁ ଭସାଇ ଦିଏ ।

Question ୨୦ ।
ଉତ୍କଳୀୟ ଲଳନାଙ୍କର ଗତିକୁ କାହା ସହିତ ତୁଳନା କରାଯାଇଛି ?
Answer:
ଉତ୍କଳୀୟ ଲଳନାମାନଙ୍କ ଗତିକୁ ନିର୍ଝରିଣୀ ସହ ତୁଳନା କରାଯାଇଛି ।

Question ୨୧ ।
କିଏ ମଦାଳସା ହୋଇ ମାତଙ୍ଗିନୀ ପରି ଚାଲନ୍ତି ନାହିଁ ?
Answer:
ବନବାସୀ ନାରୀମାନେ ମଦାଳସା ହୋଇ ମାତଙ୍ଗିନୀ ପରି ଚାଲନ୍ତି ନାହିଁ ।

Question ୨୨ ।
ବନବାସୀମାନଙ୍କର କାହାର ଅନୁଗ୍ରହ ଆବଶ୍ୟକ ?
Answer:
ବନବାସୀମାନଙ୍କର ଜଳଦର ଅନୁଗ୍ରହ ଆବଶ୍ୟକ ।

Question ୨୩ ।
ଜଳଦକୁ ଅବିରତ ବାରିପାତ କରିବାକୁ ଲେଖକ କାହିଁକି ନିବେଦନ କରିଛନ୍ତି ?
Answer:
ବନଭୂମିକୁ ଶ୍ୟାମଳ ଓ ଉଜ୍ଜଳ କରିବା ପାଇଁ ଜଳଦକୁ ଅବିରତ ବାରିପାତ କରିବାକୁ ଲେଖକ ନିବେଦନ କରିଛନ୍ତି ।

Question ୨୪ ।
ଜଳଦର କୃପା ହେଲେ ଶାଳିକ୍ଷେତ୍ରରେ କ’ଣ ଖେଳିବୁଲିବ ବୋଲି ଲେଖକ କହିଛନ୍ତି ?
Answer:
ଜଳଦର କୃପା ହେଲେ ଶାଳିକ୍ଷେତ୍ରରେ ନବନୀଳିମା ଖେଳିବୁଲିବ ବୋଲି ଲେଖକ କହିଛନ୍ତି ।

Question ୨୫ ।
ଜଳଦର କୃପା ହେଲେ ନିର୍ଝରିଣୀ କେଉଁଠାରେ କିପରି ନାଚି ଉଠିବ ?
Answer:
ଜଳଦର କୃପା ହେଲେ ନିର୍ଝରଣୀ ଗିରିଦରୀରେ କ୍ରୀଡ଼ାରତ ବତ୍ସତରୀ ପରି ନାଚି ଉଠିବ ।

Question ୨୬ ।
କଦମ୍ବ ପୁଲକରେ କ’ଣ ହୋଇଉଠିବ ବୋଲି କୁହାଯାଇଛି ?
Answer:
କଦମ୍ବ ଫୁଲକରେ କଣ୍ଟକିତ ହୋଇଉଠିବ ବୋଲି କୁହାଯାଇଛି ।

Question ୨୭ ।
କୃଷ୍ଣଚୂଡ଼ା କ’ଣ ଦେଖୁ ନବତରୁଣୀ ପରି ଲଜ୍ଜାରୁଣ ହୋଇପଡ଼ିବ ?
Answer:
କୃଷ୍ଣଚୂଡ଼ା ନିଜ ତରୁଣ ତନୁକୁ ଦେଖି ନବତରୁଣୀ ପରି ଲଜ୍ଜାରୁଣ ହୋଇପଡ଼ିବ ।

Question ୨୮ ।
କେଉଁ ପ୍ରପାତରେ କ୍ରୀଡ଼ା କରିବାକୁ ଜଳଦକୁ ପ୍ରାବନ୍ଧିକ ନିବେଦନ କରିଛନ୍ତି ?
Answer:
ଖଣ୍ଡାଧାର ଓ ଦେବଗଡ଼ ପ୍ରପାତରେ କ୍ରୀଡ଼ା କରିବାକୁ ଜଳଦକୁ ପ୍ରାବନ୍ଧିକ ନିବେଦନ କରିଛନ୍ତି ।

Question ୨୯ ।
ମେଘାସନ, ଗନ୍ଧମାର୍ଦ୍ଦନ ଓ ମାଲ୍ୟଗିରିର ମହାବନରେ ଭ୍ରମୁ ଭ୍ରମୁ ଜଳଦ କ’ଣ କରିବ ?
Answer:
ମେଘାସନ, ଗନ୍ଧମାର୍ଦ୍ଦନ ବା ମାଲ୍ୟଗିରିର ମହାବନରେ ଭ୍ରମୁ ଭ୍ରମୁ ଜଳଦ କ୍ଳାନ୍ତି ଆସିଲେ ଅବସର ନେବ ।

Question ୩୦ ।
କେଉଁ ମହାବନରେ ଅସରନ୍ତି ଭଣ୍ଡାର ଲୁଚି ରହିଛି ?
Answer:
ଖଣ୍ଡାଧାର, ଦେବଗଡ଼ ଆଦି ମହାବନରେ ଅସରନ୍ତି ଭଣ୍ଡାର ଲୁଚି ରହିଛି ।

Question ୩୧ ।
ଦୁଃଖିନୀ ଜନନୀ କାହାର ଭୟରେ ଅସରତି ଭଣ୍ଡାର ମହାବନରେ ଲୁଚାଇ ରଖିଛି ?
Answer:
ଦୁଃଖିନୀ ଜନନୀ ଅଯୋଗ୍ୟ ସନ୍ତାନମାନଙ୍କ ଭୟରେ ଅସରନ୍ତି ଭଣ୍ଡାର ମହାବନରେ ଲୁଚାଇ ରଖିଛି ।

Question ୩୨ ।
ଉତ୍କଳବାସୀ କେଉଁ ନଦୀର ତୀରରେ ବସି ପିପାସୀ ହୋଇଛନ୍ତି ?
Answer:
ଉତ୍କଳବାସୀ ଭାଗୀରଥୀ ନଦୀର ତୀରରେ ବସି ପିପାସୀ ହୋଇଛନ୍ତି ।

Question ୩୩ ।
ଉତ୍କଳବାସୀ କାହା ଉପରେ ବସି ଉପବାସୀ ହୋଇଛନ୍ତି ?
Answer:
ଉତ୍କଳବାସୀ ରତ୍ନସ୍ତୂପରେ ବସି ଉପବାସୀ ହୋଇଛନ୍ତି ।

Question ୩୪ ।
ସୂକ୍ଷ୍ମଶାଳିର ଗନ୍ତାଘର କିଏ ?
Answer:
ସୂକ୍ଷ୍ମଶାଳିର ଗନ୍ତାଘର ସମ୍ବଲପୁର ।

Question ୩୫ ।
କେଉଁ ନଦୀ ଉପଳ ଶଯ୍ୟାରେ ଯାଉ ଯାଉ ସ୍ପର୍ଷରେଣୁ ଢାଳିଦିଏ ?
Answer:
ତତ୍ନୀ ମହାନଦୀ ଉପଳ ଶଯ୍ୟାରେ ଯାଉ ଯାଉ ସ୍ପର୍ଶରେଣୁ ଢାଳିଦିଏ ।

CHSE Odisha Class 12 Odia Solutions Chapter 2 ପୁଷ୍ପପୁରରେ ବର୍ଷାବରଣ

Question ୩୬ ।
କେଉଁ ଅଞ୍ଚଳର ନରନାରୀମାନଙ୍କୁ ଦୁଃଖ ଦୈନ୍ୟରେ ମଧ୍ୟ ବିଷାଦକାଳିମା ଛୁଏଁ ନାହିଁ ?
Answer:
ସମ୍ବଲପୁର ଅଞ୍ଚଳର ନରନାରୀମାନଙ୍କୁ ଦୁଃଖ ଦୈନ୍ୟରେ ମଧ୍ୟ ବିଷାଦ କାଳିମା ଛୁଏଁ ନାହିଁ ।

Question ୩୭ ।
ଉତ୍କଳର ଉତ୍ତମାଙ୍ଗ ବୋଲି ଲେଖକ କାହାକୁ କହିଛନ୍ତି ?
Answer:
ଉତ୍କଳର ଉତ୍ତମାଙ୍ଗ ବୋଲି ଲେଖକ କଟକକୁ କହିଛନ୍ତି ।

Question ୩୮ ।
ଗର୍ବିତ ଗଜପତିର ରାଜଧାନୀ ବୋଲି କାହାକୁ କୁହାଯାଇଛି ?
Answer:
ଗର୍ବିତ ଗଜପତିର ରାଜଧାନୀ ବୋଲି କଟକକୁ କୁହାଯାଇଛି ।

Question ୩୯ ।
କେଉଁଠାରୁ ଅଜେୟ ବାହିନୀ ଝଟିକା ବେଗରେ ଦୁର୍ଗରୁ ଦୁର୍ଗାନ୍ତରକୁ ଗତି କରି ଚାଲୁଥୁଲେ ?
Answer:
କଟକରୁ ଅଜେୟ ବାହିନୀ ଝଟିକା ବେଗରେ ଦୁର୍ଗରୁ ଦୁର୍ଗାନ୍ତରକୁ ଗତିକରି ଚାଲୁଥୁଲେ ।

Question ୪୦ ।
କେଉଁ କଟକର ସ୍ମୃତି ଆଜି ମୃତ୍ତିକାରେ ଅବଲୁପ୍ତ ?
Answer:
ସ୍ମୃତିପୂତ ବିଡ଼ାନାସୀ କଟକର ସ୍ମୃତି ଆଜି ମୃତ୍ତିକାରେ ଅବଲୁପ୍ତ ।

Question ୪୧ ।
ବାରବାଟୀର ସ୍ଖଳିତ ପ୍ରସ୍ତରରେ କ’ଣ ଆଜିଯାଏ ଲାଗି ରହିଛି ?
Answer:
ବାରବାଟୀର ସ୍ଖଳିତ ପ୍ରସ୍ତରରେ ତା’ର ସ୍ମୃତି ଓ କୀର୍ତ୍ତି ଆଜିଯାଏ ଲାଗି ରହିଛି ।

Question ୪୩ ।
କେଉଁଠାରେ ଉତ୍କଳର କବି, ଜ୍ଞାନୀ, ଗୁଣୀ ଓ କର୍ମୀ ଉଜାଗର ରହି ଜ୍ଞାନଦୀପ ଜାଳିଥିଲେ ?
Answer:
କଟକରେ ଉତ୍କଳର କବି, ଜ୍ଞାନୀ, ଗୁଣୀ ଓ କର୍ମୀ ଉଜାଗର ରହି ଜ୍ଞାନଦୀପ ଜାଣିଥିଲେ ।

Question ୪୪ ।
କାହାକୁ ସ୍ମୃ ତିର ଶ୍ମଶାନ ବୋଲି କୁହାଯାଇଛି ?
Answer:
ଭୁବନେଶ୍ୱରକୁ ସ୍ମୃତିର ଶ୍ମଶାନ ବୋଲି କୁହାଯାଇଛି ।

Question ୪୫ ।
କିଏ ଉତ୍କଳ ଭୂମିର ମାନଦଣ୍ଡ ପରି ଦଣ୍ଡାୟମାନ ବୋଲି ଲେଖକ କହିଛନ୍ତି ?
Answer:
ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଉତ୍କଳ ଭୂମିର ମାନଦଣ୍ଡ ପରି ଦଣ୍ଡାୟମାନ ବୋଲି ଲେଖକ କହିଛନ୍ତି ।

Question ୪୬ ।
ବାରିବାହ ବେଳାଭୂମିର ଶ୍ୟାମଳ ପଥରେ ଯିବାବେଳେ କେଉଁମାନେ ତା’ର ସ୍ବାଗତପାଇଁ ବାହାରି ଆସିବେ ବୋଲି କୁହାଯାଇଛି ?
Answer:
ବାରିବାହ ବେଳାଭୂମିର ଶ୍ୟାମଳପଥରେ ଯିବାବେଳେ ପଲ୍ଲୀବାଳାମାନେ ତା’ର ସ୍ଵାଗତପାଇଁ ବାହାରି ଆସିବେ ବୋଲି କୁହାଯାଇଛି ।

Question ୪୭ ।
ଲେଖକ କାହାକୁ ଭୁବନମୋହନ ବୋଲି କହିଛନ୍ତି ?
Answer:
ଲେଖକ କୋଣାର୍କକୁ ଭୁବନମୋହନ ବୋଲି କହିଛନ୍ତି ।

Question ୪୮ ।
କିଏ ପ୍ଲାନ ଓ ଛିନ୍ନ ହୋଇ ବିଜନ ବେଳାରେ ପଡ଼ିରହିଛି ?
Answer:
ସ୍ବର୍ଗଚ୍ୟୁତ ପାରିଜାତ ପରି କୋଣାର୍କ ମ୍ଳାନ ଓ ଛିନ୍ନ ହୋଇ ବିଜନ ବେଳାରେ ପଡ଼ିରହିଛି ।

Question ୪୯ ।
କାହାକୁ ସ୍ଵର୍ଗଚ୍ୟୁତ ପାରିଜାତ ବୋଲି କୁହାଯାଇଛି ?
Answer:
କୋଣାର୍କକୁ ସ୍ୱର୍ଗଚ୍ୟୁତ ପାରିଜାତ ବୋଲି କୁହାଯାଇଛି ।

Question ୫୦ ।
କିଏ ଦୃପ୍ତ ଓ ଗର୍ବିତ ଜାତିର ପରାକ୍ରମର ପ୍ରତୀକ ?
Answer:
ମହାମନ୍ଦିର କୋଣାର୍କ ଦୃପ୍ତ ଓ ଗର୍ବିତ ଜାତିର ପରାକ୍ରମର ପ୍ରତୀକ ।

Question ୫୧ ।
କାହାକୁ ମହାମନ୍ଦିର ବୋଲି କୁହାଯାଇଛି ?
Answer:
କୋଣାର୍କକୁ ମହାମନ୍ଦିର ବୋଲି କୁହାଯାଇଛି ।

Question ୫୨ ।
ଘନ ଅତୀତର ମ୍ଳାନ ଶ୍ମଶାନ ବୋଲି ଲେଖକ କାହାକୁ ଅଭିହିତ କରିଛନ୍ତି ?
Answer:
ଘନ ଅତୀତର ମ୍ଳାନ ଶ୍ମଶାନ ବୋଲି ଲେଖକ କୋଣାର୍କକୁ ଅଭିହିତ କରିଛନ୍ତି ।

Question ୫୩ ।
ନୀଳାଚଳ ପଥରେ ଯାଉଁ ଯାଉଁ କାହାର ଧବଳିତ ସଦନଠାରେ ନବଘନ କ୍ଷଣକାଳ ସ୍ତସ୍ଥିତ ହୋଇ ରହିଯିବାକୁ ଲେଖକ ଘନକୁ କହିଛନ୍ତି ?
Answer:
ନୀଳାଚଳ ପଥରେ ଯାଉଁ ଯାଉଁ ସାକ୍ଷୀଗୋପାଳଙ୍କ ଧବଳିତ ସଦନଠାରେ ନବଘନ କ୍ଷଣକାଳ ସ୍ତମ୍ବିତ ହୋଇ ରହିଯିବାକୁ ଲେଖକ ଘନକୁ କହିଛନ୍ତି ।

Question ୫୪ ।
ସାକ୍ଷୀଗୋପାଳରେ କିଏ ଉନ୍ନତ ଉତ୍କଳର ସ୍ଵପ୍ନ ଦେଖିଥିଲେ ?
Answer:
ସାକ୍ଷୀଗୋପାଳରେ ଉତ୍କଳମଣି ଗୋପବନ୍ଧୁ ଦାସ ଉନ୍ନତ ଉତ୍କଳର ସ୍ବପ୍ନ ଦେଖିଥିଲେ ।

Question ୫୫ ।
କାହାକୁ ଉତ୍କଳର ମହାନିଶାରେ ଧ୍ରୁବ ଜ୍ୟୋତି ବୋଲି କୁହାଯାଇଛି ?
Answer:
ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଉତ୍କଳର ମହାନିଶାରେ ଧ୍ରୁବ ଜ୍ୟୋତି ବୋଲି କୁହାଯାଇଛି ।

Question ୫୬ ।
କାହାକୁ ଦଧୀଚି ବୋଲି ଲେଖକ ଅଭିହିତ କରିଛନ୍ତି ?
Answer:
ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଦଧୀଚି ବୋଲି ଲେଖକ ଅଭିହିତ କରିଛନ୍ତି ।

Question ୫୭ ।
ଉତ୍କଳ କମଳର କେଶର କିଏ ?
Answer:
ଉତ୍କଳ କମଳର କେଶର ହେଉଛି ନୀଳାଚଳ ।

Question ୫୮ ।
କିଏ ଉତ୍କଳର ଇତିହାସ ?
Answer:
ଜଗନ୍ନାଥ ହିଁ ଉତ୍କଳର ଇତିହାସ ।

Question ୫୯ ।
କେଉଁମାନଙ୍କୁ ଦକ୍ଷିଣାଶାପଥ-ପ୍ରହରୀ ବୋଲି କୁହାଯାଇଛି ?
Answer:
ଗଞ୍ଜାମ ଓ ଜୟପୁରବାସୀଙ୍କୁ ଦକ୍ଷିଣାଶ ପଥ-ପ୍ରହରୀ ବୋଲି କୁହାଯାଇଛି ।

(ଗ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଏବଂ ଠିକ୍ ଉତ୍ତର ପାଇଁ ୧ ନମ୍ବର ରହିବ ।

ପ୍ରବନ୍ଧ – ପୁଷ୍ପପୁରରେ ବର୍ଷାବରଣ, ପ୍ରାବନ୍ଧିକ – କୃଷ୍ଣଚନ୍ଦ୍ର ପାଣିଗ୍ରାହୀ

Question ୧ ।
ବାରିବାହର ଆଗମନ ପରେ ପୁଷ୍ପପୁର କିପରି ହୋଇଉଠିବ ?
Answer:
ବାରିବାହର ଆଗମନ ପରେ ପୁଷ୍ପପୁର ଅଚିରେ ସଜୀବ ଓ ଶ୍ୟାମଳ ହୋଇଉଠିବ ।

Question ୨ ।
ଲେଖକ କେଉଁଠାରେ ଏବଂ କାହାର ଆଗମନୀର ଶୁଭ ଶଙ୍ଖ ଶୁଣି ପାରିଛନ୍ତି ?
Answer:
ଲେଖକ ପ୍ରାସାଦ ବାତାୟନ ପଥରେ ବାରିବାହର ଆଗମନୀରେ ଶତ ଶୁଭ ଶଙ୍ଖ ଶୁଣି ପାରିଛନ୍ତି ।

Question ୩ ।
ବହୁଦିନ ପରେ ଦୂରବନ୍ଧୁର ଶୁଭ ଆଗମନରେ ପୁଷ୍ପପୁର କ’ଣ ହୋଇ ଉଠିଛି ?
Answer:
ବହୁଦିନ ପରେ ଦୂରବନ୍ଧୁର ଶୁଭ ଆଗମନରେ ପୁଷ୍ପପୁର ମଙ୍ଗଳକର ଓ ମଧୁମୟ ହୋଇଉଠିଛି ।

Question ୪ ।
ଭ୍ରାମ୍ୟମାଣା ଉଦାସୀନା ଧରଣୀ କେଉଁଥ‌ିରେ ବିଚଳିତ ହୁଏ ନାହିଁ ?
Answer:
ଭ୍ରାମ୍ୟମାଣା ଉଦାସୀନ ଧରଣୀ ବ୍ୟକ୍ତିବିଶେଷର ଲାଭକ୍ଷତିରେ ବିଚଳିତ ହୁଏ ନାହିଁ ।

Question ୫ ।
କ’ଣ ଊଣା ହେଲେ ସେ ଆଉ ବାସଭୂମି ହୋଇ ରହିପାରିବ ନାହିଁ ବୋଲି କୁହାଯାଇଛି ?
Answer:
ବାୟୁ, ସଲିଳ, ଆଲୋକ ଓ ଉତ୍ତାପ ପାଇଁ ସେ ଜୀବମାନଙ୍କର ବାସଭୂମି ହୋଇଛି, ସେଥୁରୁ ଗୋଟିଏ ଊଣା ହେଲେ ସେ ଆଉ ବାସଭୂମି ହୋଇ ରହିପାରିବ ନାହିଁ ବୋଲି କୁହାଯାଇଛି ।

Question ୬ ।
ଲେଖକ କ’ଣ ହୋଇ ଜଳଦ ସହ ମିଶିବାକୁ ଇଚ୍ଛା କରିଛନ୍ତି ?
Answer:
ଲେଖକ ଧୂମ, ଜ୍ୟୋତି ବା ସଲିଳ ହୋଇ ଜଳଦ ସହ ମିଶିବାକୁ ଇଚ୍ଛା କରିଛନ୍ତି ।

Question ୭ ।
‘ସୁଜଳା ସୁଫଳା ଶସ୍ୟ ଶ୍ୟାମଳା’ ଉତ୍କଳ ଭୂମିର ଅବସ୍ଥା ଆଜି କିପରି ହୋଇଛି ?
Answer:
ସୁଜଳା, ସୁଫଳା, ଶ୍ୟାମଳା ଉତ୍କଳଭୂମି ଆଜି ପତିତା, ଲାଞ୍ଛିତା ଓ ଖଣ୍ଡିତା ହୋଇଛି ।

CHSE Odisha Class 12 Odia Solutions Chapter 2 ପୁଷ୍ପପୁରରେ ବର୍ଷାବରଣ

Question ୮ ।
ଜଳଦ କିପରି ବିଶୋଭିତ ହୋଇ ଉତ୍କଳ ଆକାଶରେ ଆବିର୍ଭୂତ ହେବାକୁ ଲେଖକ ଅନୁରୋଧ କରିଛନ୍ତି ?
Answer:
ବିଜୁଳି ବିମଣ୍ଡିତ ଓ ବଳକା-ବିଶୋଭିତ ହୋଇ ଜଳଦ ଉତ୍କଳ ଆକାଶରେ ଆବିର୍ଭୂତ ହେବାକୁ ଲେଖକ ଅନୁରୋଧ କରିଛନ୍ତି ।

Question ୯ ।
ଦରିଦ୍ର ବନବାସୀମାନଙ୍କୁ ନିରାଶ ନ କରି କ’ଣ କରିବାକୁ ଜଳଦକୁ ଲେଖକ ଅନୁରୋଧ କରିଛନ୍ତି ?
Answer:
ଦରିଦ୍ର ବନବାସୀମାନଙ୍କୁ ନିରାଶ ନ କରି, ତାହାର ବଦାନ୍ୟତା ସେମାନଙ୍କଠାରେ ଆରମ୍ଭ କରିବାକୁ ଜଳଦକୁ ଲେଖକ ଅନୁରୋଧ କରିଛନ୍ତି ।

Question ୧୦ ।
କେଉଁ ଭୂମିର ନରନାରୀଙ୍କ ସ୍ବେଦସିକ୍ତ ଶସ୍ୟକ୍ଷେତ୍ରରେ ଶାଳିଧାନ୍ୟ ଆକାଶକୁ ଚାହିଁ ଝାଉଁଳୁଥ‌ିବ ବୋଲି କୁହାଯାଇଛି ?
Answer:
ଟଙ୍କିଳ, ଅନୁର୍ବର, ଉଚ୍ଚବଚ ଭୂମିରେ ନରନାରୀଙ୍କର ସ୍ଵେଦସିକ୍ତ ଶସ୍ୟକ୍ଷେତ୍ରରେ ଶାଳିଧାନ୍ୟ ଆକାଶକୁ ଚାହିଁ ଝାଉଁଳୁଥବ ବୋଲି କୁହାଯାଇଛି ।

Question ୧୧ ।
ଶାଳିକ୍ଷେତ୍ର ଦେଖି ବନବାସୀମାନଙ୍କ ମନ ଆତଙ୍କକୁ ଲେଖକ କାହା ସହିତ ତୁଳନା କରିଛନ୍ତି ?
Answer:
ଶାଳିକ୍ଷେତ୍ର ଦେଖି ବନବାସୀମାନଙ୍କ ମନ ଆତଙ୍କକୁ ଲେଖକ, ରୋଗଶଯ୍ୟା ଶାୟିତ ପୁତ୍ରକନ୍ୟାଙ୍କୁ ଦେଖି ପିତାମାତାଙ୍କ ମନ ଯେପରି ଆତଙ୍କରେ ଥରିଉଠେ, ତାହା ସହିତ ତୁଳନା କରିଛନ୍ତି ।

Question ୧୨ ।
ଜଳଦ କ’ଣ ଶୁଣି ଓ କ’ଣ ଦେଖି ବନବାସୀମାନଙ୍କର ଗ୍ରାମର ସୀମା ଜାଣିପାରିବ ?
Answer:
ଗୋ-ପଲର ଗଳଘଣ୍ଟି ବା ଗୋପାଳର ବେଣୁପ୍ସନ ଶୁଣି ଓ କୁଟୀରରୁ ଉଦ୍‌ଗତ କୁଣ୍ଡଳୀଭୂତ ଧୂମ ଦେଖି ଜଳଦ ଗ୍ରାମର ସୀମା ଜାଣିପାରିବ ।

Question ୧୩ ।
ଜଳଦର ଭାଗ୍ୟରେ ଥିଲେ କେଉଁ କଥା ଆଖିରେ ପଡ଼ିଯିବ ବୋଲି ଲେଖକ କହିଛନ୍ତି ?
Answer:
ଜଳଦର ଭାଗ୍ୟରେ ଥିଲେ ସଂକୀର୍ଣ୍ଣ ପଥରେ ଶ୍ରେଣୀବଦ୍ଧ ନରନାରୀଙ୍କ ପ୍ରବାହ ଆଖ୍ୟାରେ ପଡ଼ିଯିବ ବୋଲି ଲେଖକ

Question ୧୪ ।
କେଉଁମାନେ ନିର୍ଝର ପରି ଗତି କରି ଚାଲୁଥ୍ ବୋଲି କୁହାଯାଇଛି ?
Answer:
ଭସାଇ ଶ୍ରେଣୀବଦ୍ଧ ବନବାସୀ ନରନାରୀମାନେ ନିର୍ଝର ପରି ଗତି କରି ଚାଲୁଥୁବେ ବୋଲି କୁହାଯାଇଛି ।

Question ୧୫ ।
ବାରିବାହ ! ଏ ସମସ୍ତେ ତୋର ବାନ୍ଧବୀ । କାହା ପ୍ରସଙ୍ଗରେ କୁହାଯାଇଛି ?
Answer:
ଯେଉଁ ବନବାସୀ ନାରୀମାନେ ସୁସ୍ଥ, ସବଳ ଓ ସୁବଳିତ ତନୁଲତାରେ ବନପୁଷ୍ପଭରା ଗଭାର ଶୋଭା ଧାରଣ କରି ସଂକୀର୍ଣ୍ଣ, ବନ୍ଧୁର, କର୍କଶ ଓ ଉରଗକୁଟିଳ ଗିରିପଥକୁ ହାସ୍ୟ ଓ ସଙ୍ଗୀତରେ ମୁଖର କରି ନିର୍ଝରିଣୀ ପରି ଗତି କରନ୍ତି, ସେହିମାନଙ୍କୁ ବାରିବାହର ବାନ୍ଧବୀ ବୋଲି କୁହାଯାଇଛି ।

Question ୧୬ ।
ବନବାସୀ ନାରୀଗଣ ଜଳଦକୁ ଅପରିଚିତ ଜାଣିଲେ କ’ଣ କରିବେ ବୋଲି କୁହାଯାଇଛି ?
Answer:
ବନବାସୀ ନାରୀଗଣ ଜଳଦକୁ ଅପରିଚିତ ଜାଣିଲେ ଉଚ୍ଚହାସ୍ୟରେ ବନଭୂମି କମ୍ପାଇଦେବେ ବୋଲି କୁହାଯାଇଛି ।

Question ୧୭ ।
ମାନବ ଜୀବନର ପରମ କାମ୍ୟ କ’ଣ ବୋଲି ଲେଖକ କହିଛନ୍ତି ?
Answer:
ସ୍ବେଦାର୍ଜିତ ଧନରେ ଉଦରପୋଷଣ, ସୁନ୍ଦର ସ୍ବାସ୍ଥ୍ୟ ଓ ନିର୍ମଳ ମନ ମାନବ ଜୀବନର ପରମ କାମ୍ୟ ।

Question ୧୮ ।
କ’ଣ ଶିଖିବାପାଇଁ ସଭ୍ୟ ସମାଜ ବନବାସୀମାନଙ୍କ ପାଖକୁ ଆସିବବୋଲି କୁହାଯାଇଛି ?
Answer:
ଜଗତରୁ ତସ୍କରତା ଲୋପ ପାଇଲେ, ମାନବିକତା ଶିଖିବାପାଇଁ ସଭ୍ୟସମାଜ ବନବାସୀମାନଙ୍କ ପାଖକୁ ଆସିବ ।

Question ୧୯ ।
ଜଳଦକୁ ଅବିରତ ବାରିପାତ କରିବାକୁ ଲେଖକ କାହିଁକି ଅନୁରୋଧ କରିଛନ୍ତି ?
Answer:
ଜଳଦକୁ ଅବିରତ ବାରିପାତ କରିବାକୁ ଲେଖକ ଅନୁରୋଧ କରିଛନ୍ତି, କାରଣ ବାରିପାତରେ ବନଭୂମି ଶ୍ୟାମଳ ଓ ଉଜ୍ଜ୍ବଳ ହୋଇଉଠିବ ।

Question ୨୦ ।
ଜଳଦକୁ କ୍ଳାନ୍ତି ଆସିଲେ ସେ କେଉଁଠାରେ ଅବସର ନେବ ?
Answer:
ଜଳଦକୁ କ୍ଳାନ୍ତି ଆସିଲେ ସେ ମେଘାସନ, ଗନ୍ଧମାର୍ଦନ ବା ମାଲ୍ୟଗିରିରେ ଅବସର ନେବ ।

Question ୩୧ ।
ମୂକମନ୍ଦିର କୋଣାର୍କର ମୁଖ ଫିଟିଲେ କ’ଣ ହୁଅନ୍ତା ?
Answer:
ମୂକମନ୍ଦିର କୋଣାର୍କର ମୁଖ ଫିଟିଲେ, ସେ ଅତୀତ ବିଭବର ଗାଥା କହି ବିଜନବେଳାକୁ ମୁଖରିତ କରିଦିଅନ୍ତା ।

Question ୩୨ ।
ଶତଶତାବ୍ଦୀ ଧରି ଜଗନ୍ନାଥଙ୍କଠାରେ ସବୁ ଏକାଧାରରେ କ’ଣ ପୁଞ୍ଜିଭୂତ ହୋଇଆସିଛି ?
Answer:
ଶତଶତାବ୍ଦୀ ଧରି ଜଗନ୍ନାଥଙ୍କଠାରେ ସବୁ ଏକାଧାରରେ ଶାନ୍ତି, ମୁକ୍ତି, ମୈତ୍ରୀ, ଭକ୍ତି ଓ ଭୀତି ପୁଞ୍ଜିଭୂତ ହୋଇଆସିଛି ।

Question ୩୩ ।
ନୀଳାଚଳ ନାଥ ଆଜିକାଲି କ’ଣ ବାଣ୍ଟିଦେଇ ନିଜେ କାଙ୍ଗାଳ ହୋଇ ବସିଛନ୍ତି ?
Answer:
ନୀଳାଚଳନାଥ ଆଜିକାଲି ଶାନ୍ତି ଓ ମୈତ୍ରୀ ସବୁ ବାଣ୍ଟିଦେଇ ନିଜେ କାଙ୍ଗାଳ ହୋଇ ବସିଛନ୍ତି ।

Question ୩୪ ।
ବାରିବାହର ଭୀମ ରୂପ ଦେଖି କେଉଁମାନେ ବାତାୟନ ପଥ ଛାଡ଼ି ପଳାଇଯିବେ ବୋଲି କୁହାଯାଇଛି ?
Answer:
ବାରିବାହର ଭୀମରୂପ ଦେଖି ଭୀରୁ ନୀଳାଚଳ ଲଳନାମାନେ ବାତାୟନ ପଥ ଛାଡ଼ି ପଳାଇଯିବେ ବୋଲି କୁହାଯାଇଛି ।

Question ୩୫ ।
ବାରିବାହ ନୀଳାଚଳଠାରୁ ଆରମ୍ଭ କରି ଉତ୍କଳର କେଉଁ ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଯାଇ ତା’ର କର୍ମ ଶେଷ କରିବ ?
Answer:
ବାରିବାହ ନୀଳାଚଳଠାରୁ ଆରମ୍ଭକରି ଉତ୍କଳର ସମଗ୍ର ଉପକୂଳ ଓ ମାଳ ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଯାଇ ଉତ୍କଳରେ ତା’ର ସ୍ଵକର୍ମ ଶେଷ କରିବ ।

(ଘ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ୩୦ଟି ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଠିକ୍ ଉତ୍ତର ପାଇଁ ୨ ନମ୍ବର ।

ପ୍ରବନ୍ଧ ପୁଷ୍ପପୁରରେ ବର୍ଷାବରଣ, ପ୍ରାବନ୍ଧିକ – କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ।

Question ୧।
ଇତିହାସର କେଉଁ ଅନାମ ଯୁଗର କଥା ଲେଖକ ଶୁଣିଥିଲେ ?
Answer:
ସ୍ଵର୍ଗପୁରରୁ ବିତାଡ଼ିତ ବିରହୀ ଯକ୍ଷଟିଏ ପୁଷ୍ପଅର୍ଘ୍ୟରେ ମେଘକୁ ପୂଜାକରି ଅଳକାପୁରୀର ପ୍ରିୟା ନିକଟକୁ ସେହି ମେଘ ହାତରେ ବାର୍ତ୍ତା ପଠାଇଥିଲା । ଇତିହାସର କେଉଁ ଅନାମ ଯୁଗର ଏହି କଥାକୁ ଲେଖକ ଶୁଣିଥିଲେ ।

Question ୨ ।
ଉତ୍କଳ ଭୂମିର ଦୁଇ ଦିଗର ବର୍ଣ୍ଣନା କର ।
Answer:
ପ୍ରାବନ୍ଧିକ ପୁଷ୍ପପୁରରେ ଥିଲାବେଳେ ମେଘକୁ ନିଜର ଜନ୍ମଭୂମିକୁ ପ୍ରେରଣ କରିଛନ୍ତି । ସେ କହିଛନ୍ତି, ଉତ୍କଳଭୂମି ଗୋଟିଏ ଦିଗରେ ପୂଗ, ପୁନ୍ନାଗ, ତାଳ, ତମାଳ, ତାମ୍ବୁଳ ଓ ନାରିକେଳ ବନରେ ବିଶୋଭିତ ମହୋଦଧୂର ବେଳାରେ ବଳୟିତ ହୋଇଛି, ଆଉ ଅନ୍ୟ ଦିଗରେ ତୁଙ୍ଗଶିଖରୀ ସମାକୁଳ-ନିବିଡ଼ ବନରାଜିର ଅସରନ୍ତି ଶ୍ୟାମଶୋଭାରେ ଅପରୂପା ହୋଇଛି ।

Question ୩ ।
ଲେଖକଙ୍କ ଜନ୍ମଭୂମିର ରୂପଚିତ୍ର ଉପସ୍ଥାପନ କର ।
Answer:
ଲେଖକଙ୍କ ଜନ୍ମଭୂମିର ଗୋଟିଏ ଦିଗରେ ପୂଗ, ପୁନ୍ନାଗ, ତାଳ, ତମାଳ, ତାମ୍ବୁଳ ଓ ନାରିକେଳ ବନରେ ବିଶୋଭିତ ମହୋଦଧୂର ବେଳାରେ ସେ ବଳୟିତ ହୋଇଛି, ଆଉ ଅନ୍ୟ ଦିଗରେ ତୁଙ୍ଗଶିଖରୀ ସମାକୁଳ-ନିବିଡ଼ ବନରାଜିର ଅସରନ୍ତି ଶ୍ୟାମ ଶୋଭାରେ ଅପୂର୍ବ ଶ୍ରୀଧାରଣ କରିଛି ।

Question ୪ ।
ନିଘଞ୍ଚ ବନ ମଧ୍ୟରେ ଥ‌ିବା ବନବାସୀମାନଙ୍କ ବାସଭୂମିକୁ ଜଳଦ କିପରି ଚିହ୍ନିପାରିବ ?
Answer:
ନିଘଞ୍ଚ ବନ ମଧ୍ୟରେ ଥ‌ିବା ବନବାସୀମାନଙ୍କ ବାସଭୂମିକୁ ଜଳଦ ସହକରେ ଚିହ୍ନିପାରିବ ନାହିଁ ବୋଳି ପ୍ରାବନ୍ଧିକ ବନବାସୀଙ୍କ ବାସଭୂମିର କେତେକ ସୂଚନା ଦେଇଛନ୍ତି । ସେ ଜଳଦକୁ କହିଛନ୍ତି, ଗୋ-ପଲର ଗଳଘଣ୍ଟି ବା ଗୋପାଳର ବେଣୁପ୍ସନ ଶୁଣି କିମ୍ବା କୁଟୀରରୁ ଉଦ୍‌ଗତ କୁଣ୍ଡଳୀଭୂତ ଧୂମ ଦେଖ୍ ଗ୍ରାମସୀମା ଜାଣିପାରିବୁ । ଅଥବା ସଂକୀର୍ଣ୍ଣ ପଥରେ ଶ୍ରେଣୀବଦ୍ଧ ନରନାରୀଙ୍କ ପ୍ରବାହ, ଅଗ୍ରସର ନବଯୁବକମାନଙ୍କ ବେଣୁସ୍ଵନର ଅନୁକୃତିରେ ଲଳନା କଣ୍ଠର ଐକତାନିକ ଲଳିତସ୍ୱରରେ ବନଭୂମିକୁ ନିନାଦିତ କରୁଥିଲେ, ସେଠାରେ ବନବାସୀଙ୍କ ବାସଭୂମିକୁ ଚିହ୍ନିପାରିବୁ ।

Question ୫।
କେଉଁମାନଙ୍କୁ ନିରାଶ ନ କରି ଅବିରତ ବାରିପାତ କରିବାକୁ ଲେଖକ ଜଳଦକୁ ଅନୁରୋଧ କରିଛନ୍ତି ?
Answer:
ବନବାସୀମାନେ ଜଳଦ ବ୍ୟତୀତ ଆଉ କାହାରି ଅନୁଗ୍ରହ ଲୋଡ଼ନ୍ତି ନାହିଁ । ସ୍ବେଦାର୍ଜିତ ଧନରେ ଉଦର ପୋଷଣ, ସୁନ୍ଦର ସ୍ବାସ୍ଥ୍ୟ ଓ ନିର୍ମଳ ମନ ସେମାନଙ୍କ ଜୀବନର କାମ୍ୟ ଥିବାରୁ ଏମାନଙ୍କୁ ନିରାଶ ନ କରି ଅବିରତ ବାରିପାତରେ ବନଭୂମିକୁ ଶ୍ୟାମଳ ଓ ଉଜ୍ଜ୍ବଳ କରିଦେବୁ ବୋଲି ମଧ୍ୟ କହିଛନ୍ତି ।

Question ୬ |
ମେଘାସନ, ଗନ୍ଧମାର୍ଦ୍ଦନ ଓ ମାଲ୍ୟଗିରିର ସଂକ୍ଷିପ୍ତ ଚିତ୍ର ଦିଅ ।
Answer:
ପ୍ରାବନ୍ଧିକ ମେଘକୁ ନିଜର ଜନ୍ମଭୂମିକୁ ପ୍ରେରଣ କରି, ମେଘାସନ, ଗନ୍ଧମାର୍ଦ୍ଦନ ଓ ମାଲ୍ୟାଗିରିରେ ଅବସର ନେବାକୁ କହିଛନ୍ତି । କାରଣ ଏହି ଗିରିସଙ୍କୁଳ ମହାବନରେ ମହାସଙ୍ଗୀତ ସଭ୍ୟଜଗତ ଶୁଣିନାହିଁ । ପୁନଶ୍ଚ ଏଥରେ ରହିଛି ଅସରନ୍ତି ରତ୍ନଭଣ୍ଡାର; ଯାହାକୁକି ଆଜିଯାଏ କେହି କଳି ନାହାଁନ୍ତି ।

Question ୭ ।
ସମ୍ବଲପୁର ଅଞ୍ଚଳର ନାରୀମାନଙ୍କ ବୈଶିଷ୍ଟ୍ୟ ଉପସ୍ଥାପନ କର ।
Answer:
ସମ୍ବଲପୁରର ନାରୀମାନେ ସଦାପ୍ରଫୁଲ୍ଲ; ସେମାନଙ୍କ ମନକୁ କେତେବେଳେ ହେଲେ ବିଷାଦର କାଳିମା ଛୁଏଁ ନାହିଁ । ରାତି ନ ପାହୁଣୁ, ଏଠାକାର ବଧୂମାନେ ସ୍ନାନସାରି ଶିଶିରସ୍ନାତ ଶେଫାଳୀ ପରି ହାସ୍ୟମୟୀ ହୋଇଉଠନ୍ତି । ଏମାନଙ୍କ ଅନଳସ ଚରଣରେ କମଳ ଫୁଟିଉଠେ ଓ କଳାକୁଶଳ କରସ୍ପର୍ଶରେ କ୍ଷୁଦ୍ରକୁଟୀର ସୁଦ୍ଧା ହସିଉଠେ ।

CHSE Odisha Class 12 Odia Solutions Chapter 2 ପୁଷ୍ପପୁରରେ ବର୍ଷାବରଣ

Question ୮ ।
କଟକର ବୈଶିଷ୍ଟ୍ୟ ଉପସ୍ଥାପନ କର ।
Answer:
କଟକ ସୌଧାବଳୀରେ ପରିପୂର୍ଣ୍ଣ ଯାହାକି ଉତ୍କଳର ଉତ୍ତମାଙ୍ଗ । ଏହା ପୂର୍ବରୁ ଗଜପତିଙ୍କର ରାଜଧାନୀ ଥୁଲା, ଆଉ ଏହିଠାରୁ ହିଁ ତା’ର ଅଜେୟ ବାହିନୀ ଝିଟିକା ବେଗରେ ଦୁର୍ଗରୁ ଦୁର୍ଗାନ୍ତରକୁ ଗତିକରି ଚାଲିଥିଲା । ସ୍ମୃତିପୂତ ବିଡ଼ାନାସୀ, ବାରବାଟୀ ଆଦିର ସ୍ମୃତି ଓ କୀର୍ତ୍ତି ମର୍କତ କେଶରୀଙ୍କ ମହାକୀର୍ତ୍ତି ଆଜିଯାଏ ଚିତ୍ରୋତ୍ପଳାର ମେଖଳା ପରି ଦିଶୁଛି । ଏଠାରେ ବହୁ କବି, ଜ୍ଞାନୀ, ଗୁଣୀ ଓ କର୍ମୀ ଅଳ୍ପଦିନ ତଳେ ଉତ୍କଳର ମହାନିଶାରେ ଉଜାଗର ରହି ଜ୍ଞାନଦୀପ ଜାଳି ଯାଇଛନ୍ତି ।

Question ୯ ।
କୋଣାର୍କ ହୃପ୍ତ ଓ ଗର୍ବିତ ଜାତିର ପରାକ୍ରମର ପ୍ରତୀକ – ଆଲୋଚନା କର ।
Answer:
ମହୋଦଧୂର ତୁଙ୍ଗ ତରଙ୍ଗାବଳୀରୁ ଉଦ୍‌ଗତ ହେଲାଭଳି ବହୁଦୂରରୁ କୋଣାର୍କର କୃଷ୍ଣଚୂଡ଼ା ଦେଖାଯାଏ । କୋଣାର୍କ ହେଉଛି କାରୁକାର୍ଯ୍ୟ ବିମଣ୍ଡିତ ଭୁବନମୋହନ ସ୍ୱରୂପ । ସ୍ଵର୍ଗଚ୍ୟୁତ ପାରିଜାତ ପରି ତାହା ଆଜି ମ୍ଳାନ ଓ ଛିନ୍ନ ହୋଇ ବିଜନ ବେଳାରେ ପଡ଼ିରହିଛି । ପ୍ରାବନ୍ଧିକ କୋଣାର୍କ ସମ୍ବନ୍ଧରେ କହିଛନ୍ତି, ଏହି ମୂକ ମନ୍ଦିରର ଯଦି ମୁଖ ଫିଟନ୍ତା; ତେବେ ସେ ଅତୀତ ବିଭବର ଗାଥା କହି ବିଜନ ବେଳାକୁ ମୁଖରିତ କରିଦିଅନ୍ତା ।

Question ୧୦ ।
‘‘ଉତ୍କଳ କମଳର କେଶର’’ ବୋଲି କାହାକୁ କୁହାଯାଇଛି ଓ କାହିଁକି ?
Answer:
ନୀଳାଚଳକୁ ‘ଉତ୍କଳ କମଳର କେଶର’ ବୋଲି କୁହାଯାଇଛି କାରଣ, ଏଭଳି କହିବାର ଅର୍ଥ ସମଗ୍ର ଉତ୍କଳକୁ ଯଦି ଏକ କମଳ ସହିତ ତୁଳନା କରାଯାଏ, ତା’ହେଲେ ସେହି କମଳର କେଶର ହେଉଛି ନୀଳାଚଳଧାମ । କାରଣ ନିଜେ ଲୀଳାମୟ ଜଗନ୍ନାଥ ଏହାକୁ ବାସସ୍ଥଳୀ ଭାବେ ବାଛିଛନ୍ତି । ଇତିହାସକୁ ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ, ଜଗନ୍ନାଥ ହିଁ ଉତ୍କଳର ଇତିହାସ । ଶାନ୍ତି, ମୁକ୍ତି, ମୈତ୍ରୀ, ଭକ୍ତି ଓ ଭୀତି ସବୁ ଏକାଧାରରେ ଏହିଠାରେ ହିଁ ପୁଞ୍ଜୀଭୂତ ହୋଇ ରହିଛି ।

Question ୧୧ ।
ଗୋପବନ୍ଧୁଙ୍କ ରୂପଚିତ୍ର ଦିଅ ।
Answer:
ପ୍ରାବନ୍ଧିକ ଉତ୍କଳମଣି ଗୋପବନ୍ଧୁଙ୍କର ଜୀବନ ଓ କର୍ମମୟ ସାଧନାକୁ ଅତି ସୂଚନାତ୍ମକ ଓ ଅନୁଶୀଳନାତ୍ମକ ଭାବରେ ପ୍ରକାଶ କରିଛନ୍ତି । ଗୋପବନ୍ଧୁଙ୍କର ରୂପଚିତ୍ର ଦେଇ ସେ କହିଛନ୍ତି, ‘ସେ ଥିଲେ ଶ୍ମଶୁଳ, ଅଶୁଳ, ଖର୍ବ, କ୍ଷମ ମନୁଷ୍ୟଟିଏ, ଯେକି ବକୁଳ ବନରେ କୁଟୀର ରଚି ବନବିଦ୍ୟାଳୟ ଗଠନ କରି ଓଡ଼ିଶାର ଭବିଷ୍ୟତ ଗଠନ କରିବାର ସଂକଳ୍ପ ନେଇଥିଲେ ।’’

Question ୧୨ ।
ଗଞ୍ଜାମ ଓ ଜୟପୁରର ଅତୀତ ଐତିହ୍ୟ ଉପସ୍ଥାପନ କର ।
Answer:
ଗଞ୍ଜାମ ଓ ଜୟପୁର, ଉତ୍କଳ ଖଣ୍ଡିତ ଥିଲାବେଳେ, ଏମାନେ ଦକ୍ଷିଣାଶାପଥର-ପ୍ରହରୀ ରୂପେ ଜାଗ୍ରତ ହୋଇ ରହିଥିଲେ । ସିନ୍ଧୁପାରି-ସାଧବ ସ୍ମୃତି-ପୂତ ଏ ଭୂମିରେ ଜାଗ୍ରତ ଜନତା ଭାବରେ ରହିଥିଲେ । ଫଳରେ ନୌବାଣିଜ୍ୟ କରି

(ଙ) ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୧୫୦ ଶବ୍ଦରେ ଦେବାକୁ ହେବ । ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୫ ନମ୍ବର ।

Question ୧।
‘ପୁଷ୍ପପୁରରେ ବର୍ଷାବରଣ’ ପ୍ରବନ୍ଧର ସାରମର୍ମ ଲେଖ ।
Answer:
ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଜଣେ ଭାରତ ବିଖ୍ୟାତ ପ୍ରତ୍ନତତ୍ତ୍ୱବିଦ୍ ଓ ଐତିହାସିକ । ମାଟି, ପଥର, ମୂର୍ତ୍ତି, ମନ୍ଦିର, ସ୍ତୂପ ମଧ୍ୟରୁ ମାନବଜାତିର ଇତିହାସ ଅନୁସନ୍ଧାନ କରିବା ଥିଲା ତାଙ୍କର କାର୍ଯ୍ୟ । କର୍ତ୍ତବ୍ୟ ଆହ୍ଵାନରେ ସେ ରହିଥିଲେ ପାଟନାଠାରେ; ଯାହାକି ପୁଷ୍ପପୁର ଭାବରେ ପରିଚିତ । ସେ ନୂଆମେଘକୁ ଦେଖି, ନିଜର ଜନ୍ମଭୂମି ଓଡ଼ିଶା କଥା ମନେ ପକାଇଛନ୍ତି । ନିଦାଘକ୍ଳିଷ୍ଟ ଓଡ଼ିଶାକୁ ମେଘ ଯାଇ ସବୁଜ ଶ୍ୟାମଳ ଓ ଶସ୍ୟବିମଣ୍ଡିତ କରିବ ବୋଲି ସେ ଆଶାପୋଷଣ କରିଛନ୍ତି । ସେଭଳି ଆଶାରୁ ପ୍ରାବନ୍ଧିକ ପାଣିଗ୍ରାହୀଙ୍କର ଜାତୀୟତାବୋଧ ଓ ଉପସ୍ଥାପନରେ କାବ୍ୟକତାର ଛଟା ସ୍ପଷ୍ଟ ହୋଇଉଠେ ।

ବର୍ଷାବରଣ ସାହିତ୍ୟ ରାଜ୍ୟରେ ଏକ ସୁପ୍ରାଚୀନ ପରମ୍ପରା । ମହାକବି କାଳିଦାସଙ୍କଠାରୁ ଆରମ୍ଭ କରି, କବିବର ରାଧାନାଥ ରାୟ, ଉତ୍କଳମଣି ଗୋପବନ୍ଧୁ ଦାସ ପ୍ରକୃତିକୁ ଦୂତ କରି ନିଜର ଜାତୀୟତାବୋଧ ପରିପ୍ରକାଶ କରିଛନ୍ତି । ସ୍ବର୍ଗରାଜ୍ୟରୁ ବିଚ୍ୟୁତ ଯକ୍ଷ, ପ୍ରଣୟନୀ ପାଖକୁ ମେଘ ହାତରେ ଉଦନ୍ତ ପଠାଇଛନ୍ତି । ଏଠାରେ ପ୍ରାବନ୍ଧିକ ପାଣିଗ୍ରାହୀ ବ୍ୟକ୍ତି ଅପେକ୍ଷା ଗୋଷ୍ଠୀ ଉପରେ ଅଧ‌ିକ ଗୁରୁତ୍ଵ ଦେଇ ସମଗ୍ର ଓଡ଼ିଶାରେ ମେଘ ତା’ର ବାରିପାତରେ କିପରି ସଜୀବ କରିବ, ସେଥ୍ପାଇଁ ଅନୁରୋଧ କରିଛନ୍ତି । ଭାବପ୍ରବଣ ହୋଇ ସେ ଲେଖିଛନ୍ତି -‘ଆଜି ଯଦି ମୁଁ ଧୂମ, ଜ୍ୟୋତି ବା ସଲିଳ ହୋଇ ତୋହ ସହିତ ମିଶିପାରନ୍ତି, ତେବେ ବାତାୟନ ପଥରେ ଉଡ଼ିଯାଇ ଅଗ୍ରଗତିରେ ମୋର ଜନ୍ମଭୂମିକୁ ତୋତେ ଚିହ୍ନାଇ ଦିଅନ୍ତି । ତଥାପି, ପଥପ୍ରଦର୍ଶକ ବିନା ଭାରତର ସାରଭୂତା ଉତ୍କଳ ଭୂମିକୁ ଚିହ୍ନିବାପାଇଁ ତୋ’ର ଭ୍ରମ ହେବ ନାହିଁ ।’’

ବାରିପାତର ଭୌଗୋଳିକ ସୀମାରେଖା ନିଶ୍ଚୟ କଲାପରି ସେ ଓଡ଼ିଶାର ପ୍ରାକୃତିକ ଶୋଭା ଓ ଐତିହାସିକ ମହତ୍ତ୍ବ ଦେଖାଇଅଛନ୍ତି । ସେ ପଶ୍ଚିମ ଓଡ଼ିଶାରୁ ମେଘକୁ ସଂଚାରିତ କରାଇ ଉପକୂଳ ଓଡ଼ିଶା ଓ ଶେଷରେ ନୀଳାଚଳଧାମରେ ପରିସମାପ୍ତି କରାଇଛନ୍ତି । ପ୍ରଥମେ ସେ ବନବାସୀମାନେ ବର୍ଷା ଉପରେ ନିର୍ଭର କରି କିପରି ଜୀବନଧାରଣ କରନ୍ତି, ସେ ସମ୍ପର୍କରେ ସୂଚନା ଦେଇଛନ୍ତି । ସେଠାରୁ ସେ ମେଘାସନ, ଗନ୍ଧମାର୍ଦ୍ଦନ ଓ ମାଲ୍ୟଗିରିର ମହିମା ବଖାଣି ବସିଛନ୍ତି । ସମ୍ବଲପୁରର ବର୍ଣ୍ଣନାରେ, ବିଶେଷକରି ସମ୍ବଲପୁର ନାରୀମାନେ କିପରି ସଦାପ୍ରଫୁଲ୍ଲା ଓ କର୍ମଚଞ୍ଚଳ ସେ ସମ୍ପର୍କରେ କହିଛନ୍ତି । ପରବର୍ତ୍ତୀ ସମୟରେ କଟକ, ଭୁବନେଶ୍ଵର, କୋଣାର୍କ ଓ ନୀଳାଚଳ ଧାମର ମହିମା ପ୍ରକାଶ କରିଛନ୍ତି । ସେହି ଅବସରରେ ଲେଖକ ଉତ୍କଳମଣି ଗୋପବନ୍ଧୁଙ୍କ ସତ୍ୟବାଦୀ ପୀଠ, ସାକ୍ଷୀଗୋପାଳ, ଚିଲିକା, ଗଞ୍ଜାମ ଓ ଜୟପୁରର ବିଶେଷତା ଉଲ୍ଲେଖ କରିଛନ୍ତି । ମୋଟ ଉପରେ ଲେଖକ ନୀଳାଚଳଧାମର ବିଶେଷତ୍ଵକୁ ସୁନ୍ଦର ଭାବରେ ଉପସ୍ଥାପନ କରି ନିଜର ଜାତୀୟତାବୋଧକୁ ଦେଖାଇଛନ୍ତି । ବାସ୍ତବରେ କାବ୍ୟକ ଶୈଳୀ ଦୃଷ୍ଟିରୁ ପ୍ରବନ୍ଧଟି ମନୋଜ୍ଞ ହୋଇପାରିଛି ।

ବାସ୍ତବରେ କାବ୍ୟକ ଶୈଳୀ ଦୃଷ୍ଟିରୁ ପ୍ରବନ୍ଧଟି ମନୋଜ୍ଞ ହୋଇପାରିଛି ।

Question ୨।
‘ପୁଷ୍ପପୁରରେ ବର୍ଷାବରଣ’ ପ୍ରବନ୍ଧରେ ପ୍ରାବନ୍ଧିକ ଉତ୍କଳର ଯେଉଁ ଭୌଗୋଳିକ ଚିତ୍ର ଉପସ୍ଥାପନ କରିଛନ୍ତି ଆଲୋଚନା କର ।
Answer:
ପ୍ରାବନ୍ଧିକ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଥିଲେ ଜଣେ ଐତିହାସିକ ଓ ପ୍ରତ୍ନତତ୍ତ୍ୱବିଦ୍ । ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାର ସେ ଅଧୀକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ସେ ବିଭିନ୍ନ ସମୟରେ ପ୍ରତ୍ନତତ୍ତ୍ବବିଦ୍ୟାଭାବରେ କର୍ତ୍ତବ୍ୟ ଅନୁରୋଧରେ ଅନେକ ମଠ, ମନ୍ଦିର, ଦୁର୍ଗ, ପ୍ରାସାଦ, ଗୁମ୍ଫା ଓ ଅଭିଲେଖଆଦି ଦେଖିବାର ସୁଯୋଗ ପାଇଥିଲେ । ଫଳରେ ଐତିହାସିକ ଜ୍ଞାନ ସହିତ ତାଙ୍କର ରହିଥୁଲା ଭୌଗୋଳିକ ଅଭିଜ୍ଞତା । ପୁନଶ୍ଚ ଜଣେ ଜାତୀୟତାବାଦୀ ଲେଖକ ଭାବରେ ସେ ଉତ୍କଳର ବିଭିନ୍ନ ସ୍ଥାନ ସେ ଦୂତଭାବରେ ପ୍ରେରଣକରି ମେଘ କିପରି ଉତ୍କଳର ବିଭିନ୍ନ ସ୍ଥାନକୁ ଯାଇ, ସେଠାକାର ପରିବେଶକୁ ଶସ୍ୟଶ୍ୟାମଳ ଓ ସବୁଜମୟ କରିଥାଏ, ତାହାକୁ ଭୌଗୋଳିକ ଚିତ୍ର ମାଧ୍ୟମରେ ଉପସ୍ଥାପିତ କରିଛନ୍ତି ।

ପ୍ରାବନ୍ଧିକ ପ୍ରଥମେ ଉତ୍କଳର ଭୌଗୋଳିକ ସୀମାରେଖା ନିର୍ଣ୍ଣୟ କରିଛନ୍ତି । ଉତ୍କଳର ଗୋଟିଏ ପଟରେ ପୂଗ, ପୁନ୍ନାଗ, ତାଳ, ତମାଳ, ତାମ୍ବୁଳ ଓ ନାରିକେଳ ବନରେ ବିଶୋଭିତ ଶ୍ୟାମଭାର ଅପରୂପ କାନ୍ତି । ସେହି ଜନ୍ମଭୂମି ଉତ୍କଳ ଅସାଧାରଣ । ଉତ୍କଳର ବନଭୂମି ଟଙ୍କିଳ, ଅନୁର୍ବର, ଉଚ୍ଚବାଚ ହେଲେବି, ସେଠାକାର ଅଧିବାସୀ ପରିଶ୍ରମକରି, ପ୍ରାକୃତିକ ବର୍ଷା ଉପରେ ନିର୍ଭର କରି ନିଜର ଜୀବିକାନିର୍ବାହ କରନ୍ତି । ଯେତେ ପରିଶ୍ରମ କଲେ ବି ସେମାନଙ୍କ ମନରେ ବିଷାଦଭାବ ନ ଥାଏ; ବରଂ ସେମାନେ ବେଣୁସ୍ଵନର ତାଳେ ତାଳେ ଗୀତ ଗାଇ ବନଭୂମିକୁ ମୁଖରିତ କରନ୍ତି ।

ପ୍ରାବନ୍ଧିକ ପ୍ରଥମେ ଉତ୍କଳର ଭୌଗୋଳିକ ସୀମାରେଖା ନିର୍ଣ୍ଣୟ କରିଛନ୍ତି । ଉତ୍କଳର ଗୋଟିଏ ପଟରେ ପୂଗ, ପୁନ୍ନାଗ, ତାଳ, ତମାଳ, ତାମ୍ବୁଳ ଓ ନାରିକେଳ ବନରେ ବିଶୋଭିତ ଶ୍ୟାମଶୋଭାର ଅପରୂପ କାନ୍ତି । ସେହି ଜନ୍ମଭୂମି ଉତ୍କଳ ଅସାଧାରଣ । ଉତ୍କଳର ବନଭୂମି ଟଙ୍କିଳ, ଅନୁର୍ବର, ଉଚ୍ଚବାଚ ହେଲେବି, ସେଠାକାର ଅଧିବାସୀ ପରିଶ୍ରମକରି, ପ୍ରାକୃତିକ ବର୍ଷା ଉପରେ ନିର୍ଭର କରି ନିଜର ଜୀବିକାନିର୍ବାହ କରନ୍ତି । ଯେତେ ପରିଶ୍ରମ କଲେ ବି ସେମାନଙ୍କ ମନରେ ବିଷାଦଭାବ ନ ଥାଏ; ବରଂ ସେମାନେ ବେଣୁସ୍ଵନର ତାଳେ ତାଳେ ଗୀତ ଗାଇ ବନଭୂମିକୁ ମୁଖରିତ କରନ୍ତି ।

ପ୍ରାବନ୍ଧିକ ମେଘାସନ, ଗନ୍ଧମାର୍ଦନ ବା ମାଲ୍ୟଗିରି ପ୍ରଭୃତି ପର୍ବତର ବର୍ଣ୍ଣନା ଦେଇଛନ୍ତି । ଏହି ପର୍ବତଗୁଡ଼ିକରେ ଅସରନ୍ତି ରତ୍ନଭଣ୍ଡାର ରହିଛି । ସେହିପରି ଖଣ୍ଡାଧାର ଓ ଦେବଗଡ଼ର ପ୍ରପାତ କିପରି ବନଭୂମିରେ କ୍ରୀଡ଼ାକରି ଚାଲିଥା’ନ୍ତି, ତାହାକୁ ପ୍ରାବନ୍ଧିକ ମନୋଜ୍ଞ ଭାବରେ ସୂଚିତ କରିଛନ୍ତି ।

ସମ୍ବଲପୁରର ବର୍ଣ୍ଣନା ଦେବାକୁ ଯାଇ, ସେଠାକାର ମହାନଦୀ କିପରି ତନ୍ତ୍ରୀ ଏବଂ ଉପଳ ଶଯ୍ୟାରେ ଯାଉ ଯାଉ ତୀର ଦେଶରେ ସ୍ଵର୍ଣ୍ଣରେଣୁ ଢାଳିଦିଏ, ତାହାକୁ ମଧ୍ୟ ବର୍ଣ୍ଣନା କରିଛନ୍ତି । ଏହାପରେ ବେଣୁବନ ଉପରେ ମେଘ ସଞ୍ଚରଣ କରି ଉପକୂଳ ଆଡ଼କୁ ଯିବାକୁ କହିଛନ୍ତି । ସେହି ବାଂଶବଣରେ ବାନର-ବାନରୀଙ୍କୁ ଦେଖିବାକୁ ମିଳିଥାଏ ବୋଲି କୁହାଯାଇଛି । ପରେ କପିଳାସ, କଟକ, ଭୁବନେଶ୍ଵର, କୋଣାର୍କ ଆଦି ବିଭିନ୍ନ ସ୍ଥାନରେ ବର୍ଣ୍ଣନା ଦେଇ, ଶେଷରେ ନୀଳାଚଳଧାମର ପ୍ରସଙ୍ଗ ସୂଚିତ କରିଛନ୍ତି । ନୀଳାଚଳ କ୍ଷେତ୍ରରେ ରହିଥ‌ିବା ପୁଗ, ପୁନ୍ନାଗ, ତାଳ ତରୁର୍ ଦୀର୍ଘଭୂତ ବନସ୍ତ, ସେହି ସ୍ଥାନକୁ ଶ୍ରୀବିମଣ୍ଡିତ କରିଥାଏ । ଶେଷରେ ପ୍ରାବନ୍ଧିକ ଲେଖିଛନ୍ତି, ‘ନୀଳାଚଳଠାରୁ ଚାରୁଚିଲିକା ବକ୍ଷ ଦେଇ ତୁ ଅଚିରେ ସମଗ୍ର ଉପକୂଳ ଓ ମାଳ ଅଞ୍ଚଳ ବ୍ୟାପିଯାଇ ଉତ୍କଳରେ ତୋର ସ୍ଵକର୍ମ ଶେଷ କରିବୁ ।’

ଏଭଳି ବର୍ଣ୍ଣନାରୁ ଡଃ. ପାଣିଗ୍ରାହୀଙ୍କ ଭୌଗୋଳିକ ଚିତ୍ର ଉପସ୍ଥାପନର ମହତ୍ତ୍ବ ଜଣାଯାଇଥାଏ ।

Question ୩ ।
ପଠିତ ପ୍ରବନ୍ଧରେ ପ୍ରାବନ୍ଧିକ ଅତୀତ ଉତ୍କଳର ଯେଉଁ ସ୍ମୃତି ରୋମନ୍ଥନ କରିଛନ୍ତି ଆଲୋଚନା କର ।
Answer:
‘ପୁଷ୍ପପୁରରେ ବର୍ଷାବରଣ’ ପ୍ରବନ୍ଧଟି ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ‘ପ୍ରବନ୍ଧ ମାନସ’ ପ୍ରବନ୍ଧ ସଙ୍କଳନର ଅନ୍ୟତମ ପ୍ରବନ୍ଧ । ଏଥ‌ିରେ ପ୍ରାବନ୍ଧିକ ମହାକବି କାଳିଦାସ ‘ମେଘଦୂତ କାବ୍ୟ’ରେ ମେଘକୁ ଦୂତକରି ନିଜର ପ୍ରଣୟିନୀ ପାଖକୁ ପ୍ରେରଣ କଲାଭଳି, ସେ ମେଘକୁ ଉତ୍କଳ ଭୂଇଁକୁ ପଠାଇଛନ୍ତି, ନିଦାଘ କ୍ଳିଷ୍ଟ ନିଜର ଜନ୍ମଭୂମିକୁ ଶସ୍ୟଶ୍ୟାମଳା ଓ ସବୁଜଶ୍ରୀରେ ବିମଣ୍ଡିତ କରିବାପାଇଁ । ସେ ମେଘକୁ କେବଳ ଉତ୍କଳ ଭୂଇଁକୁ ପଠାଇ ନାହାଁନ୍ତି, ଯେଉଁ ସ୍ଥାନରେ ମେଘ ପହଞ୍ଚିଛି, ସେଠାକାର ଗୌରବମୟ ଐତିହ୍ୟକୁ ଉଲ୍ଲେଖ କରିଛନ୍ତି । ଉତ୍କଳର ମହିମା ଗାନ କରି ଡଃ. ପାଣିଗ୍ରାହୀ ନିଜର ଜାତୀୟତାବୋଧ ପରିପ୍ରକାଶ କରିଛନ୍ତି ।

ପ୍ରାବନ୍ଧିକ ଉତ୍କଳର ପ୍ରାକୃତିକ ଶୋଭା ବର୍ଣ୍ଣନା କରିବା ଅବକାଶରେ, ତାହାର ମହିମାଗାନ କରି କହିଛନ୍ତି – ‘ସେହି ମୋର ଜନ୍ମଭୂମି କୋଟିବୀରପ୍ରସବିନୀ, କୋଟିକୀର୍ତିକିରୀଟିନୀ, ତଟିନୀତଟମାଳିନୀ, ପ୍ରଚ୍ଛନ୍ନରତ୍ନଧାରିଣୀ, ସୁଜଳା, ସୁଫଳା, ଶ୍ୟାମଳା ଅଥଚ ଆଜି ପତିତା, ଲାଞ୍ଛିତା ଓ ଖଣ୍ଡିତା ।’’ ସେହିପରି ସେ ସୌଧାବଳୀ ପରିପୂର୍ଣ୍ଣା କଟକକୁ ଉତ୍କଳର ଉତ୍ତମାଙ୍ଗ ବୋଲି କହିଛନ୍ତି । କାରଣ ଏହି କଟକ ଦିନେ ଗର୍ବିତ ଗଜପତିର ରାଜଧାନୀ ଥିଲା ।

ଏହିଠାରୁ ହିଁ ଗଜପତିଙ୍କର ଅଜେୟ ବାହିନୀ ଝଟିକା ବେଗରେ ଦୁର୍ଗରୁ ଦୁର୍ଗାନ୍ତରକୁ ଗତିକରି ଚାଲିଥିଲା; ମାତ୍ର କଟକର ସେହି ଗୌରବ ନାହିଁ । ବରଂ ସ୍ମୃତିପୂତ ବିଡ଼ାନାସୀ ଆଜି ମୂର୍ତ୍ତିକାରେ ଅବଲୁପ୍ତ ହୋଇଛି । ବାରବାଟୀ ଦୁର୍ଗର ପ୍ରସ୍ତରଖଣ୍ଡ ସ୍ଖଳିତ ହୋଇଛି । ତଥାପି ସେହି ଦୁର୍ଗ ଏବେସୁଦ୍ଧା ମର୍କତ- କେଶରୀଙ୍କ ମହାକୀର୍ତ୍ତି, ଚିତ୍ରୋତ୍ପଳାର ମେଖଳା ପରି ଦିଶୁଛି। ଏହି କଟକରେ ବହୁ କବି, ଜ୍ଞାନୀ, ଗୁଣୀ ଓ କର୍ମୀ ଅଳ୍ପଦିନ ତଳେ ଉତ୍କଳର ମହାନିଶାରେ ଉଜାଗର ରହି ଜ୍ଞାନଦୀପ ଜାଳିଛନ୍ତି ।

ପ୍ରାବନ୍ଧିକ ପରବର୍ତ୍ତୀ ପର୍ଯ୍ୟାୟରେ ମନ୍ଦିରମାଳିନୀ ଭୁବନେଶ୍ଵରର ବର୍ଣ୍ଣନା କରି, ତାହାକୁ ସ୍ମୃତି ଶ୍ମଶାନ ବୋଲି କହିଛନ୍ତି । କାରଣ ଏହାର ମନ୍ଦିର ଶ୍ରେଣୀ ଉତ୍କଳର ମାନଦଣ୍ଡ ପରି ଦଣ୍ଡାୟମାନ ହୋଇଥିଲା । ପୁନଶ୍ଚ ପ୍ରାବନ୍ଧିକ ଉତ୍କଳ ଗୌରବ କୋଣାର୍କ ମନ୍ଦିରକୁ ସ୍ଵର୍ଗଚ୍ୟୁତ ପାରିଜାତ ସହିତ ତୁଳନା କରିଛନ୍ତି । ଏହି ମନ୍ଦିର ଦୃପ୍ତ ଓ ଗର୍ବିତ ଜାତିର ପରାକ୍ରମ ଏବଂ ବିପୁଳ ବିଭବର ବାର୍ତ୍ତା ପରିପ୍ରଚାର କରିଛି । ପ୍ରାବନ୍ଧିକଙ୍କ ଭାଷାରେ ‘‘ଏହି ମୂକ ମନ୍ଦିର ଯଦି ମୁଖ ଫିଟନ୍ତା, ତେବେ ସେ ତୋତେ ଅତୀତ ବିଭବର ଗାଥା କହି ବିଜନ ବେଳାକୁ ମୁଖରିତ କରିଦିଅନ୍ତା ।’’ ଉତ୍କଳର ଉନ୍ନତି ପାଇଁ ପ୍ରାଣପାତ ଉଦ୍ୟମ କରିଥିବା ଉତ୍କଳମଣି ଗୋପବନ୍ଧୁଙ୍କ ସାଧନାର ପୀଠ ସାକ୍ଷୀଗୋପାଳର ବନବିଦ୍ୟାଳୟ, ଗୋପବନ୍ଧୁଙ୍କୁ ଉତ୍କଳର ମହାନିଶାର ଧ୍ରୁବଜ୍ୟୋତି, ଦଧୀଚି ଋଷି ସହିତ ତୁଳନା କରିଛନ୍ତି । ପ୍ରବନ୍ଧର ଶେଷ ପର୍ଯ୍ୟାୟରେ ନୀଳାଚଳ କ୍ଷେତ୍ରର ମହିମା, ଗଞ୍ଜାମ ଓ ଜୟପୁର ଦକ୍ଷିଣାଶାପଥର ଜାଗ୍ରତ ପ୍ରହରୀ ରୂପେ ଥିଲେ ବୋଲି ପ୍ରାବନ୍ଧିକ ଉଲ୍ଲେଖ କରିଛନ୍ତି ।

ପ୍ରବନ୍ଧର ପ୍ରତ୍ୟେକ ପର୍ଯ୍ୟାୟରେ ପ୍ରାବନ୍ଧିକ ପାଣିଗ୍ରାହୀ ଅତୀତ ଉତ୍କଳର ମହିମାଗାନ କରିଛନ୍ତି ।

Question ୪।
ନିଜ ଜନ୍ମଭୂମି ପ୍ରତି ଆପଣାର ଭାବ ‘ପୁଷ୍ପପୁରରେ ବର୍ଷାବରଣ’ ପ୍ରବନ୍ଧରେ କିପରି ପ୍ରତିଫଳିତ – ଆଲୋଚନା କର ।
Answer:
ପ୍ରତ୍ନତତ୍ତ୍ୱବିତ୍ ତଥା ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଥିଲେ ଜାତୀୟତାବାଦୀ ସାହିତ୍ୟିକ । ସେ ତାଙ୍କର ସାରସ୍ଵତ ସାଧନାରେ ଉତ୍କଳର ବିଭିନ୍ନ ମନ୍ଦିର, ସ୍ତୂପ, ମୂର୍ତ୍ତିକୁ ଅନୁଶୀଳନ କରି, ନିଜ ଜନ୍ମଭୂମିର ମହିମା ଗାନ କରିଛନ୍ତି । ତାଙ୍କର ଦୃଷ୍ଟିଭଙ୍ଗୀ ଥିଲା ସ୍ଵତନ୍ତ୍ର । ତାଙ୍କର ବିଚାରଧାରା ଥିଲା ଅସାଧାରଣ । ତେଣୁ ସେ ଏକ ସୁପ୍ରାଚୀନ ପରମ୍ପରାକୁ ଆଧାର କରି ମେଘକୁ ଦୂତଭାବରେ ପ୍ରେରଣ କରିଛନ୍ତି । କାର୍ଯ୍ୟ ଉପଲକ୍ଷେ ପୁଷ୍ପପୁରରେ ରହିଥିଲେ ବି, ବାରିବାହକୁ ପ୍ରେରଣ କରି ସେ ନିଜ ଜନ୍ମଭୂମି ପ୍ରତି ଆପଣାର ଭାବକୁ ମନୋଜ୍ଞ ଭାବରେ ପ୍ରକାଶ କରିଛନ୍ତି ।

ପ୍ରାବନ୍ଧିକ ପାଣିଗ୍ରାହୀ ମାନସିକ ସ୍ତରରେ ନିଜର ଜନ୍ମଭୂମିରେ ବିଚରଣ କରିଛନ୍ତି । ମେଘକୁ ସମ୍ବୋଧନ କରି କହିଛନ୍ତି – ‘ଆଜି ଯଦି ମୁଁ ଧୂମ, ଜ୍ୟୋତି ବା ସଲିଳ ହୋଇ ତୋହ ସହିତ ମିଶିପାରନ୍ତି, ତେବେ ବାତାୟନ ପଥରେ ଉଡ଼ିଯାଇ ଅଗ୍ରଗତିରେ ମୋର ଜନ୍ମଭୂମିକୁ ତୋତେ ଚିହ୍ନାଇ ଦିଅନ୍ତି ।’’ ଓଡ଼ିଶାର ପ୍ରାକୃତିକ ଶୋଭା ଥିଲା ସଦାରୁଚିର । ପୂଗ, ପୁନ୍ନାଗ, ତାଳ, ତମାଳ, ତାମ୍ବୁଳ ଓ ନାରିକେଳ ବନରେ ବିଶୋଭିତ ମହୋଦଧୂବେଳାରେ ସେ ବଳୟିତ । ସେହିପରି ଅନ୍ୟଦିଗରେ ତୁଙ୍ଗଶିଖରୀ ସମାକୁଳ- ନିବିଡ଼ ବନରାଜିର ଅସରନ୍ତି ଶ୍ୟାମଶୋଭାରେ ସେ ହୋଇଛି ଅପରୂପା । ତାଙ୍କର ଜନ୍ମଭୂମି କୋଟିବୀରପ୍ରସବିନୀ, କୋଟି କୀର୍ତ୍ତିକିରୀଟିନୀ, ତଟିନୀତଟମାଳିନୀ, ପ୍ରଚ୍ଛନ୍ନ ରତ୍ନଧାରିଣୀ, ସୁଜଳା, ସୁଫଳା, ଶ୍ୟାମଳା ହେଲେ ବି ଆଜି ସେ ହୋଇଛି ପତିତା, ଲାଞ୍ଛିତା ଓ ଖଣ୍ଡିତା ।

ବନବାସୀଙ୍କ ପ୍ରତି ସହାନୁଭୂତି ଭାବ ପ୍ରକାଶ କରି ସେ ଲେଖିଛନ୍ତି, ସୁସ୍ଥ, ସବଳ ଓ ସୁବଳିତ ତନୁଲତାରେ ବନପୁଷ୍ପଭରା ଗଭାର ଶୋଭା ଧାରଣ କରି ଏମାନେ ସଂକୀର୍ଣ୍ଣ, ବନ୍ଧୁର, କର୍କଶ ଓ ଉରଗକୁଟିଳ ଗିରିପଥକୁ ହାସ୍ୟ ଓ ସଙ୍ଗୀତରେ ମୁଖର କରି ନିର୍ଝରିଣୀ ପରି ଗତି କରିଥା’ନ୍ତି । ପୁନଶ୍ଚ ସେମାନଙ୍କ ସ୍ୱେଦାର୍ଜିତ ଧନରେ ଉଦର ପୋଷଣ, ସୁନ୍ଦର ସ୍ବାସ୍ଥ୍ୟ ଓ ନିର୍ମଳ ମନ ମାନବ ଜୀବନର କାମ୍ୟ ବୋଲି କହିଛନ୍ତି । ମେଘାସନ, ଗନ୍ଧମାର୍ଦ୍ଦନ ବା ମାଲ୍ୟଗିରିରେ ପ୍ରଚୁର ଖଣିଜ ସମ୍ପଦ ପୂରିରହିଛି ବୋଲି, ପ୍ରାବନ୍ଧିକ ସୂଚନା ଦେଇଛନ୍ତି । ସେହିପରି ସମ୍ବଲପୁରକୁ ସୂକ୍ଷ୍ମଶାଳିର ଗନ୍ତାଘର ବୋଲି କହିଛନ୍ତି । କାରଣ ଏଠାରେ ପରବର୍ତ୍ତୀ ପର୍ଯ୍ୟାୟରେ ମନ୍ଦିରମାଳିନୀ ଭୁବନେଶ୍ଵର ଓ ଲିଙ୍ଗରାଜ ମନ୍ଦିରର ମହିମା, କୋଣାର୍କର ସ୍ଥାପତ୍ୟ, ସାକ୍ଷୀଗୋପାଳରେ ଉତ୍କଳମଣିଙ୍କ କର୍ମଭୂମିର ମହତ୍ତ୍ବ ଆଦି ବର୍ଣ୍ଣନା କରି ପ୍ରାବନ୍ଧିକ ନିଜ ଜାତୀୟତାବୋଧର ପରିଚୟ ଦେଇଛନ୍ତି ।

ବାସ୍ତବରେ ଆଲୋଚ୍ୟ ପ୍ରବନ୍ଧରେ ପ୍ରାବନ୍ଧିକ ଜନ୍ମଭୂମି ପ୍ରୀତିକୁ ଅତି ମନୋଜ୍ଞ ଭାବରେ ଉପସ୍ଥାପନ କରିଛନ୍ତି ।

Additional Multiple Choice Question (MCQs) With Answers

Question ୧ ।
କାହାକୁ କେନ୍ଦ୍ରକରି ଉତ୍କଳର ଇତିହାସ ଗଢ଼ି ଉଠିଛି ?
(i) ଗଜପତି
(ii) ଶ୍ରୀଜଗନ୍ନାଥ
(iii) ମହୋଦଧ୍
(iv) ସବୁଗୁଡ଼ିକ
Answer:
(ii) ଶ୍ରୀଜଗନ୍ନାଥ

Question ୨ ।
ଜଗନ୍ନାଥ ଶାନ୍ତି ମୈତ୍ରୀସବୁ ବାଣ୍ଟିଦେଇ କାହାପରି କାଙ୍ଗାଳ ହୋଇ ବସିରହିଛନ୍ତି ?
(i) ଦୀନ ଦୁଃଖୀ ପରି
(ii) ଅବସର କର୍ମଚାରୀ ବୃଦ୍ଧାବସ୍ଥା ଭୋଗ କଲାପରି
(iii) ମନୁଷ୍ୟ ଦୂରାରୋଗ୍ୟ ରୋଗରେ ପୀଡ଼ିତ ହେଲାପରି
(iv) ସବୁଗୁଡ଼ିକ
Answer:
(ii) ଅବସର କର୍ମଚାରୀ ବୃଦ୍ଧାବସ୍ଥା ଭୋଗ କଲାପରି

Question ୩।
କେଉଁମାନଙ୍କୁ ଦକ୍ଷିଣାପଥ ପ୍ରହରୀ ବୋଲି କୁହାଯାଇଛି ?
(i) କଟକ ଓ ପୁରୀବାସୀଙ୍କୁ
(ii) ଗଞ୍ଜାମ ଓ ଜୟପୁରବାସୀଙ୍କୁ
(iii) ମୟୂରଭଞ୍ଜ ଓ ବାଲେଶ୍ଵରବାସୀଙ୍କୁ
(iv) କୌଣସିଟି ନୁହେଁ
Answer:
(ii) ଗଞ୍ଜାମ ଓ ଜୟପୁରବାସୀଙ୍କୁ

Question ୪ ।
ଉତ୍କଳର ମହାନିଶାରେ କିଏ ଧ୍ରୁବଜ୍ୟୋତି ଥିଲେ ?
(i) ଗୋପବନ୍ଧୁ
(ii) ମଧୁସୂଦନ
(iii) ଉପେନ୍ଦ୍ର ଭଞ୍ଜ
(iv) ରାଧାନାଥ ରାୟ
Answer:
(i) ଗୋପବନ୍ଧୁ

Question ୫।
କେଉଁ ରାଜାଙ୍କ ମହାକୀର୍ତ୍ତି ଚିତ୍ରୋତ୍ପଳାର ମେଖଳା ପରି ଦିଶୁଛି ?
(i) ଯଯାତିକେଶରୀ
(ii) ମର୍କତକେଶରୀ
(iii) କପିଳେନ୍ଦ୍ର ଦେବ
(iv) ରାମଚନ୍ଦ୍ର ଭଞ୍ଜ
Answer:
(ii) ମର୍କତକେଶରୀ

CHSE Odisha Class 12 Odia Solutions Chapter 2 ପୁଷ୍ପପୁରରେ ବର୍ଷାବରଣ

Question ୬ |
କାହାର କୋଳାହଳ ପାଇଁ ନୀଳାଚଳନାଥଙ୍କ କାନରେ ଭକ୍ତର କାତର ଡାକ ପଡ଼େନାହିଁ ?
(i) ପ୍ରଭଞ୍ଜନ
(ii) ସିନ୍ଧୁ
(iii) ଝାଉଁବଣ
(iv) ଜନତା
Answer:
(ii) ସିନ୍ଧୁ

Question ୭ ।
ନିର୍ଝରିଣୀ କେଉଁଠାରେ କ୍ରୀଡ଼ାରତ ବତ୍ସତରୀ ପରି ନାଚି ଉଠେ ?
(i) ଗିରିଦରୀ
(ii) ମହୋଦଧୂ
(iii) ସରିତ
(iv) ସାଗର
Answer:
(i) ଗିରିଦରୀ

Question ୮ ।
ଉତ୍କଳର ଉତ୍ତମାଙ୍ଗ ବୋଲି ପ୍ରାବନ୍ଧିକ କାହାକୁ କହିଛନ୍ତି ?
(i) ସମ୍ବଲପୁର
(ii) କଟକ
(iii) ଭୁବନେଶ୍ଵର
(iv) ଗଞ୍ଜାମ
Answer:
(ii) କଟକ

Question ୧୦ ।
ପ୍ରାବନ୍ଧିକଙ୍କ ଆତ୍ମଜୀବନୀର ନାମ କ’ଣ ?
(i) ପଥ ଓ ପୃଥ‌ିବୀ
(ii) ସ୍ମୃତି ଓ ଅନୁଭୂତି
(iii) ମୋ ସମୟର ଓଡ଼ିଶା
(iv) ଆତ୍ମଜୀବନୀ ଚରିତ
Answer:
(iii) ମୋ ସମୟର ଓଡ଼ିଶା

Question ୧୧ ।
କେଉଁ ପୁସ୍ତକ ପାଇଁ ପ୍ରାବନ୍ଧିକ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି ?
(i) ପ୍ରବନ୍ଧ ମାନସ
(ii) ଇତିହାସ ଓ କିମ୍ବଦନ୍ତୀ
(iii) ମୋ ସମୟର ଓଡ଼ିଶା
(iv) ଭାରତୀୟ ପ୍ରସୂତତ୍ତ୍ଵ
Answer:
(iii) ମୋ ସମୟର ଓଡ଼ିଶା

Question ୧୨ ।
ଆଲୋଚ୍ୟ ପ୍ରବନ୍ଧ ‘ପୁଷ୍ପପୁରରେ ବର୍ଷାବରଣ’ ପ୍ରାବନ୍ଧିକଙ୍କ କେଉଁ ପୁସ୍ତକରୁ ସଂଗୃହୀତ ?
(i) ଇତିହାସ ଓ କିମ୍ବଦନ୍ତୀ
(ii) ପ୍ରବନ୍ଧ ମାନସ
(iii) ଇତିହାସରେ ଯାଜପୁର
(iv) ସାରଳା ସାହିତ୍ୟରେ ଐତିହାସିକ ଚିତ୍ର
Answer:
(ii) ପ୍ରବନ୍ଧ ମାନସ

Question ୧୩ ।
ଉତ୍କଳର କେଉଁ ସହର ଦିନେ ଗର୍ବିତ ଗଜପତିର ରାଜଧାନୀ ଥିଲା ?
(i) ଯାଜପୁର
(ii) କଟକ
(iii) ସମ୍ବଲପୁର
(iv) ମୟୂରଭଞ୍ଜ
Answer:
(ii) କଟକ

Question ୧୪ ।
କେଉଁଠାରେ ଉତ୍କଳର ବହୁ କବି, ଜ୍ଞାନୀ, ଗୁଣୀ ଜ୍ଞାନଦୀପ ପ୍ରଜ୍ଜ୍ୱଳିତ କରିଥିଲେ ?
(i) ପୁରୀ
(ii) ମୟୁରଭଞ୍ଜ
(iii) କଟକ
(iv) ସମ୍ବଲପୁର
Answer:
(iii) କଟକ

Question ୧୫ ।
କିଏ ଉତ୍କଳମହୀର ମାନଦଣ୍ଡ ପରି ଦଣ୍ଡାୟମାନ ବୋଲି କୁହାଯାଇଛି ?
(i) କୋଣାର୍କ ମନ୍ଦିର
(ii) ଲିଙ୍ଗରାଜ ମନ୍ଦିର
(iii) ଶ୍ରୀଜଗନ୍ନାଥ ମନ୍ଦିର
(iv) ବିରଜା ମନ୍ଦିର
Answer:
(ii) ଲିଙ୍ଗରାଜ ମନ୍ଦିର

Question ୧୬ ।
କେଉଁ ପୀଠସ୍ଥଳୀକୁ ଲେଖକ ‘ଭୁବନମୋହନ’ ବୋଲି ଆଖ୍ୟା ଦେଇଛନ୍ତି ?
(i) କୋଣାର୍କ ମନ୍ଦିର
(ii) ଶ୍ରୀମନ୍ଦିର
(iii) ଲିଙ୍ଗରାଜ ମନ୍ଦିର
(iv) କୌଣସିଟି ନୁହେଁ
Answer:
(i) କୋଣାର୍କ ମନ୍ଦିର

Question ୧୭ ।
ଉନ୍ନତ ଉତ୍କଳର ସ୍ଵପ୍ନ ଦେଖୁଥ‌ିବା ଶ୍ମଶୁଳ, ଅଶୁଳ, ଖର୍ବ ଓ କ୍ଷମ ମନୁଷ୍ୟଟି କିଏ ?
(i) ମଧୁସୂଦନ ଦାସ
(ii) ଗୋପବନ୍ଧୁ ଦାସ
(iii) ନୀଳକଣ୍ଠ ଦାସ
(iv) ହରେକୃଷ୍ଣ ମହତାବ
Answer:
(ii) ଗୋପବନ୍ଧୁ ଦାସ

Question ୧୮ ।
କିଏ ଦଧୀଚି ପରି ଅସ୍ଥି ଦେଇ ଅକାଳରେ ଝାଉଁଳି ପଡ଼ିଲା
(i) ମଧୁସୂଦନ ଦାସ
(ii) ନୀଳକଣ୍ଠ ଦାସ
(iii) ହରେକୃଷ୍ଣ ମହତାବ
(iv) ଗୋପବନ୍ଧୁ ଦାସ
Answer:
(iv) ଗୋପବନ୍ଧୁ ଦାସ

Question ୧୯ ।
ଉତ୍କଳବାସୀ କେଉଁ ନଦୀ ତୀରରେ ବସି ମଧ୍ଯ ପିପାସୀ ?
(i) ମହାନଦୀ
(ii) ଭାଗୀରଥୀ
(iii) ବୈତରଣୀ
(iv) କାଠଯୋଡ଼ି
Answer:
(ii) ଭାଗୀରଥୀ

Question ୨୦ ।
ପ୍ରାବନ୍ଧିକ କେଉଁ ପରମ୍ପରାକୁ ଅନୁସରଣ କରି ବର୍ଷାକୁ ଜନ୍ମଭୂମିର ଗୌରବଗାନ ପାଇଁ ବ୍ୟବହାର କରିଛନ୍ତି ?
(i) ବିଶ୍ଳେଷଣାତ୍ମକ ଶୈଳୀ
(ii) ଅଭିଜାତ୍ୟ କଥନଶୈଳୀ
(iii) ସାହିତ୍ୟରେ ବର୍ଷାବରଣ
(iv) ବର୍ଣ୍ଣନାର ଅପୂର୍ବ ଦକ୍ଷତା
Answer:
(iii) ସାହିତ୍ୟରେ ବର୍ଷାବରଣ

(କ) ପ୍ରାବନ୍ଧିକ ପରିଚିତି :

ବିଶିଷ୍ଟ ଐତିହାସିକ ପ୍ରତ୍ନତତ୍ତ୍ୱବିତ୍ ସୁଲେଖକ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଓଡ଼ିଆ ସାହିତ୍ୟର ଏକ ସ୍ମରଣୀୟ ପ୍ରତିଭା । ୧୯୦୯ ମସିହାରେ ସେ ମୟୂରଭଞ୍ଜ ଜିଲ୍ଲାର ଖୁଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ସାଗର ପାଣିଗ୍ରାହୀ, ମାତା ସରସ୍ଵତୀ ଦେବୀ । ସାଗର ଓ ସରସ୍ୱତୀଙ୍କର ନବମ ସନ୍ତାନ ଥିଲେ କୃଷ୍ଣଚନ୍ଦ୍ର । ପରିବାର ବଡ଼ ହୋଇଥବାରୁ ପାଣିଗ୍ରାହୀ ପରିବାର ଖୁବ୍ ଅଭାବ ଅନଟନରେ କାଳାତିପାତ କରୁଥିଲେ । କୃଷ୍ଣଚନ୍ଦ୍ରଙ୍କୁ ବାଲ୍ୟଶିକ୍ଷାଠାରୁ ଏଇ କ୍ରୂର ଅନଟନର ଶିକାର ହେବାକୁ ପଡ଼ିଥିଲା । କିନ୍ତୁ ସେ ମେଧାବୀ ଥିଲେ । ମେଧାବୃତ୍ତି ଲାଭକରି ସ୍କୁଲଶିକ୍ଷା ସମାପ୍ତ କରିଥିଲେ । ତଦାନୀନ୍ତନ ବାରିପଦାର ଉଦାର ହୃଦୟ ନରପତି ମହାରାଜା ପ୍ରତାପଚନ୍ଦ୍ର ଭଞ୍ଜଦେବଙ୍କ କୃପାଦୃଷ୍ଟି କୃଷ୍ଣଚନ୍ଦ୍ରଙ୍କ ଉପରେ ପଡ଼ିଲା । ରାଜାଙ୍କଠାରୁ ଆର୍ଥିକ ସହାୟତା ଲାଭକରି ସେ ରେଭେନ୍ସା କଲେଜରେ ବି.ଏ. ଓ କଲିକତା ବିଶ୍ବବିଦ୍ୟାଳୟରୁ ଇତିହାସରେ ଏମ୍. ଏ. ପାସ୍ କଲେ ।

ଏମ୍. ଏ. ପାସ୍ କରିବାପରେ ପ୍ରଥମେ ମାସିକ ୭୦ ଟଙ୍କା ବେତନରେ ଡଃ. ପାଣିଗ୍ରାହୀ ବିଶିଷ୍ଟ ଐତିହାସିକ | ପ୍ରତ୍ନତତ୍ତ୍ବବିତ୍ ରମାପ୍ରସାଦ ଚାନ୍ଦଙ୍କ ସହଯୋଗୀ ଭାବରେ କାର୍ଯ୍ୟକଲେ । ପରେ ମହାରାଜା ତାଙ୍କୁ ପ୍ରତ୍ନତତ୍ତ୍ବ ଅଧ୍ୟୟନ ଲାଗି ପାଟନା ପଠାଇଥିଲେ । ସ୍ଵର୍ଗତ ପାଣିଗ୍ରାହୀ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗର ସହତତ୍ତ୍ଵାବଧାରକ ଓ ତତ୍ତ୍ଵାବଧାରକଭାବେ କାର୍ଯ୍ୟ କରିଥିଲେ । ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ପ୍ରତ୍ନତତ୍ତ୍ବ ବିଭାଗର କ୍ୟୁରେଟର ଭାବରେ ମଧ୍ୟ ସେ କିଛିଦିନ କାର୍ଯ୍ୟ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ଅଧ୍ୟାପକ, ପ୍ରାଧ୍ୟାପକ ଓ ପ୍ରଫେସର ଭାବରେ କାର୍ଯ୍ୟକରି ଅବସର ନେଇଥିଲେ । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ସେ ଚାରିବର୍ଷ ପ୍ରଫେସର ହୋଇଥିଲେ । ରେଭେନ୍ସା ମହାବିଦ୍ୟାଳୟରେ ଇତିହାସ ବିଭାଗରେ ଭିଜିଟିଙ୍ଗ୍ ପ୍ରଫେସର ଭାବରେ କାର୍ଯ୍ୟ କରିଥିଲେ ।

ଇତିହାସ ଓ ପ୍ରତ୍ନତତ୍ତ୍ବ ଥିଲା ଡଃ. ପାଣିଗ୍ରାହୀଙ୍କ ଅଧୀତବ୍ୟ ବିଷୟ । ଜନ୍ମସ୍ଥାନ ମୟୂରଭଞ୍ଜର ଖିଚିଂଠାରୁ ଆରମ୍ଭକରି କଟକ, ଚଉଦ୍ଵାର, ଭୁବନେଶ୍ଵର, ଶିଶୁପାଳଗଡ଼, ଧଉଳି, ଜଉଗଡ଼ଆଦି ବିଷୟରେ ଗବେଷଣା କରି ସେ ବହୁ ପ୍ରବନ୍ଧ ରଚନା କରିଛନ୍ତି । ତାଙ୍କ ଗବେଷଣା ପୁସ୍ତକ ହେଲା ‘ଭୁବନେଶ୍ଵରର ପ୍ରତ୍ନତାତ୍ତ୍ଵିକ ବିଭବ’। ଇତିହାସପ୍ରସିଦ୍ଧ ଭୁବନେଶ୍ଵର ସହରକୁ ବିଶ୍ଵ ଦରବାରରେ ପରିଚିତ କରାଇବାପାଇଁ ଏହା ଏକ ଅତି ଉପାଦେୟ ଗ୍ରନ୍ଥ । ଅତି ସରଳ ସୁଖପାଠ୍ୟ ଭାଷାରେ ଡକ୍ଟର ପାଣିଗ୍ରାହୀ ଇତିହାସର ତଥ୍ୟକୁ ଭିଭିକରି ପ୍ରବନ୍ଧମାନ ରଚନା କରିଥିଲେ । ଇତିହାସ ଗବେଷଣା ସମ୍ପର୍କିତ ନିଜ ପୁସ୍ତକଟିକୁ ମଧ୍ୟ ସେ ସୁନ୍ଦର ଭାଷାରେ ରଚନା କରିଛନ୍ତି । ଡକ୍ଟର ପାଣିଗ୍ରାହୀଙ୍କ ରଚନାର ବୈଶିଷ୍ଟ୍ୟ ସମ୍ପର୍କରେ ପ୍ରଫେସର କୁଞ୍ଜବିହାରୀ ଦାଶ ଲେଖିଛନ୍ତି –

‘‘କଥା ଅଛି, ହିତକର ଅଥଚ ମନୋହର ବଚନ ସଂସାରରେ ଦୁର୍ଲଭ । ରୂଢ଼, ରୁକ୍ଷବୋଧ ହେଲେବି ପରିଣାମରେ ହିତକର ହେବ, ଏଇ ବିଶ୍ଵାସରେ ଡକ୍ଟର ପାଣିଗ୍ରାହୀ ସ୍ପଷ୍ଟୋକ୍ତି କରିଅଛନ୍ତି । ଆଖିରୁ ପରଳ ଦୃଷ୍ଟି ଫିଟାଇବା ତାଙ୍କର ଲକ୍ଷ୍ୟ । ଜାତି ସଂସ୍କୃତିର ସର୍ବାଙ୍ଗୀନ ଉନ୍ନତି ତାଙ୍କର କାମନା । ଶିକ୍ଷିତ ଗୋଷ୍ଠୀଙ୍କ ଚିନ୍ତାଶୂନ୍ୟତା, ଅଥର୍ବତା ଦୂରକରିବା ଲାଗି ସେ ଆଘାତ କରିଛନ୍ତି । କୌଣସି ବ୍ୟକ୍ତି ପ୍ରତି ତିଳାର୍ଷ ଈର୍ଷା ବା ଅସୂୟା ଏଥରେ ପ୍ରକାଶିତ ହୋଇନାହିଁ । ଅନ୍ଧାନୁସରଣ, ଜାଲ୍ ଗବେଷଣା, ଭଣ୍ଡ ଧର୍ମ, ଭାଲ୍ଲିକ ମିଥ୍ୟା, ପ୍ରଚାର, ନିର୍ବିଚାରରେ ପରଧର୍ମ ଗ୍ରହଣ ଓ ଉତ୍କଳ ପରମ୍ପରା ତ୍ୟାଗ କିପରି ଓଡ଼ିଶାର ଘୋର କ୍ଷତି ଘଟାଇଛି ଲେଖକ ଦୁଃଖରେ ପ୍ରିୟମାଣ ହୋଇ ପ୍ରକାଶ କରିଅଛନ୍ତି । ଏ ପ୍ରଦେଶରେ ସ୍ବାଧୀନ ଚିନ୍ତାର ବିକାଶ, ଆତ୍ମବିଶ୍ଵାସ ଓ ଆତ୍ମସମ୍ମାନବୋଧ ଅଭାବରୁ ଏଭଳି ଦୁର୍ଗତି ଘଟୁଛି ବୋଲି ତାଙ୍କର ଦୃଢ଼ ମତ । ‘ମୋ ସମୟର ଓଡ଼ିଶା’ ଓଡ଼ିଆ ଜାତି ପ୍ରତି ଏକ ଚେତାବନୀ, ପ୍ରଗତି ପୋତର ଏକ ଦିଗନିର୍ଣ୍ଣାୟକ ଖୁଣ୍ଟ ।”’

ଡକ୍ଟର ପାଣିଗ୍ରାହୀ ଉଭୟ ଇଂରାଜୀ ଓ ଓଡ଼ିଆରେ ବହୁ ଉପାଦେୟ ଗ୍ରନ୍ଥର ପ୍ରଣେତା । ତାଙ୍କ ରଚିତ ଗ୍ରନ୍ଥଗୁଡ଼ିକ ହେଲା – (୧) ଭାରତୀୟ ପ୍ରତ୍ନତତ୍ତ୍ବ — ୧୯୬୦ ।

  1. ଇତିହାସ ଓ କିମ୍ବଦନ୍ତୀ – ୧୯୬୪ ।
  2. ପ୍ରବନ୍ଧ ମାନସ ୧୯୭୨ ।
  3. ଓଡ଼ିଶାର ସଂସ୍କୃତି ଓ ଇତିହାସରେ ଯାଜପୁର – ୧୯୭୩ ।
  4. ସାରଳା ସାହିତ୍ୟରେ ଐତିହାସିକ ଚିତ୍ର – ୧୯୭୬ ।
  5. ମୋ ସମୟର ଓଡ଼ିଶା – ୧୯୭୮ ।

ଇଂରାଜୀ ଗ୍ରନ୍ଥ –

  1. Archaeological remains at Bhubaneswar.
  2. History of Orissa.

୧୯୮୭ ଫେବୃୟାରୀ ୨୫ ତାରିଖରେ ଏହି ମହାନ୍‌ ପ୍ରତିଭାଙ୍କର ମହାପ୍ରୟାଣ ହେଲା । ଓଡ଼ିଶା ଜଣେ ସୁଯୋଗ୍ୟ ସନ୍ତାନକୁ ଚିରକାଳ ପାଇଁ ହରାଇ ବସିଲା ।

(ଖ) ପ୍ରବନ୍ଧର ପୃଷ୍ଠଭୂମି :
‘ପୁଷ୍ପପୁରରେ ବର୍ଷାବରଣ’ ପ୍ରବନ୍ଧଟି ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ‘ପ୍ରବନ୍ଧ ମାନସ’ ପ୍ରବନ୍ଧ ସଂକଳନର ଅନ୍ୟତମ ପ୍ରବନ୍ଧ । ପ୍ରାବନ୍ଧିକ ପାଣିଗ୍ରାହୀ ଯେତେବେଳେ କାର୍ଯ୍ୟ ଉପଲକ୍ଷେ ଆଧୁନିକ ପାଟନା/ପାଟଳିପୁତ୍ର ଯାହାକୁ ପୁଷ୍ପପୁର ବୋଲି କୁହାଯାଉଥିଲା, ସେଠାରେ ଥିଲାବେଳେ ସେ ଦେଖିଛନ୍ତି, ମେଘକୁ । ମେଘକୁ ଦୂତଭାବରେ ପ୍ରେରଣ କରିଛନ୍ତି ଓଡ଼ିଶାକୁ । ମେଘକୁ ଦୂତକରି ପ୍ରଣୟିନୀ ପାଖକୁ ପଠାଇଛନ୍ତି । ପ୍ରାବନ୍ଧିକ ସେହି ପରମ୍ପରାକୁ ଅନୁସରଣ କରିଛନ୍ତି । ପୁନଶ୍ଚ କବିବର ରାଧାନାଥ ରାୟ ‘ମହାଯାତ୍ରା’ରେ ଓଡ଼ିଶାର ବର୍ଣ୍ଣନା ଓ ଉତ୍କଳମଣି ଗୋପବନ୍ଧୁ ବନ୍ଦୀଭାବରେ ଥିଲାବେଳେ ଓଡ଼ିଶାର ମହତ୍ତ୍ବ ପ୍ରତିପାଦନ କଲାଭଳି, ପ୍ରାବନ୍ଧିକ ଏଥରେ ସୁଜଳା, ସୁଫଳା ଉତ୍କଳର ଗୌରବ ଗାନ କରିଛନ୍ତି । ମୋଟ ଉପରେ ଏହା ଏକ ଗଦ୍ୟ କାବ୍ୟଭଳି ମନେହୋଇଥାଏ ।

(ଗ) ପ୍ରବନ୍ଧର ସାରକଥା :

ପ୍ରାବନ୍ଧିକ ମେଘକୁ ସମ୍ବୋଧନ କରି, ମେଘର ଅପରୂପ ଶୋଭାକୁ ସୂଚିତ କରି, ଓଡ଼ିଶାକୁ ଯାଇ ମେଘ ଯେପରି ନିଦାଘ ନବମେଘର ହୋଇଛି ଆଗମନ । ମେଘକୁ ଦେଖି ପ୍ରାବନ୍ଧିକଙ୍କ ମନରେ ଦେଖାଦେଇଛି ଉତ୍‌ଫୁଲ୍ଲିତ ଭାବ । ତେଣୁ ମେଘର ଗତି କ୍ରମଶଃ ଓଡ଼ିଶା ଅଭିମୁଖେ ଗଲେ, ଓଡ଼ିଶା ହେବ ସବୁଜ ଓ ଶସ୍ୟଶ୍ୟାମଳ, ସେହି ଆଶା ମନରେ ସେ ପ୍ରତିପୋଷଣ କରିଛନ୍ତି ।

ପ୍ରାବନ୍ଧିକ ମେଘକୁ ସ୍ବାଗତ ଜଣାଇଛନ୍ତି । ମେଘର ସ୍ନିଗ୍ଧ ଉଜ୍ଜ୍ବଳକାନ୍ତ କବିଙ୍କ ନୟନମନକୁ କରିଛି ବିଭୋର । ସେ ବାତାୟନ ପାର୍ଶ୍ଵରେ ବସି, ତା’ର ଗୁରୁଗମ୍ଭୀର ଧ୍ଵନିରେ ଶୁଭ ଆଗମନୀକୁ ଶ୍ରବଣ କରିଛନ୍ତି । ମେଘକୁ ସେ ଦୂରବନ୍ଧୁ ବୋଲି ସମ୍ବୋଧନ କରି, ତା’ର ଶୁଭାଗମନରେ ପରିବେଶ ମଙ୍ଗଳକର ଓ ମଧୁମୟ ହୋଇଉଠିଛି ବୋଲି କହିଛନ୍ତି । ଦୀର୍ଘଦିନର ପ୍ରତୀକ୍ଷା ପରେ, ତା’ର ଶୀତଳ ସ୍ପର୍ଶରେ ପୁଷ୍ପପୁର ଜୀବନ୍ତ ଓ ସବୁଜ ହୋଇଉଠିବ ବୋଲି କବି ପରିକଳ୍ପନା କରିଛନ୍ତି ।

ମେଘର ଅପରୂପ କାନ୍ତିକୁ ଦେଖି କବିଙ୍କ ମାନସପଟରେ ଦେଖାଦେଇଛି, ମହାକବି କାଳିଦାସ ମେଘକୁ ଦୂତ କରି ପ୍ରଣୟିନୀ ନିକଟକୁ ପଠାଇଥିବା ପ୍ରସଙ୍ଗକୁ । ପ୍ରାବନ୍ଧିକ ପାଣିଗ୍ରାହୀ ସେଇ ପରମ୍ପରାକୁ ଅନୁସରଣ କରି ବର୍ଷାକୁ ଜନ୍ମଭୂମିର ଗୌରବ ଗାନ କରିବାପାଇଁ ବ୍ୟବହାର କରିଛନ୍ତି । ସୁଜଳା ସୁଫଳା ଶସ୍ୟଶ୍ୟାମଳା ଉତ୍କଳଭୂମିର ଗୌରବାବହ ଅତୀତ ଓ ଅବହେଳିତ ବର୍ତ୍ତମାନ ବିଷୟ ଉଲ୍ଲେଖକରି ପୂର୍ବର ସେହି ଗୌରବ ଫେରେଇ ଆଣିବାଲାଗି ପ୍ରେରଣା ପ୍ରଦାନ କରିଛନ୍ତି । ବ୍ୟକ୍ତିଠାରୁ ଗୋଷ୍ଠୀ ବଡ଼ । ଜଣଙ୍କ ପାଇଁ ବା ବିରହୀ ଯକ୍ଷପାଇଁ ଯଦି ବାରିଦ ସନ୍ଦେଶ ନେଇଯାଇ ପାରିଲା, ତା’ହେଲେ ମେଘ କାହିଁକି ନିଦାଘ ତୃଷିତ ଓଡ଼ିଶା ଯାଇପାରିବ ନାହିଁ । ସେ ଜାଣିଛନ୍ତି ଜଳ ଭାବରେ ଆଜି ଉତ୍କଳ ହାହାକାର ହେଉଛି । ତେଣୁ ପ୍ରାବନ୍ଧିକ ମେଘକୁ ଅତି ବିନୟ ସହକାରେ ମାନସ କମଳ ଅର୍ପଣ କରି, କାତରଭାବରେ ପୁଷ୍ପପୁରରୁ ଉତ୍କଳକୁ ଗତି କରିବାପାଇଁ କହିଛନ୍ତି ।

ପ୍ରାବନ୍ଧିକ ଏତେ ଭାବପ୍ରବଣ ହୋଇଛନ୍ତି ଯେ, ସେ ମନେକରିଛନ୍ତି, ଯଦି ସେ ଧୂମ, ଜ୍ୟୋତି ବା ସଲିଳ ସହିତ ମିଶିପାରନ୍ତେ, ତା’ହେଲେ ସେ ବାତାୟନ ପଥରେ ଉଡ଼ିଯାଇ ବାରିଦକୁ ନିଜର ଜନ୍ମଭୂମିକୁ ଚିହ୍ନାଇ ଦିଅନ୍ତେ । ତଥାପି ମେଘକୁ ସେ କହିଛନ୍ତି, ଭାରତର ସାରଭୂତା ଉତ୍କଳଭୂମିକୁ ଚିହ୍ନିବାପାଇଁ ତୋ’ର ଭୁଲ୍ ହେବ ନାହିଁ । କାରଣ ଉତ୍କଳର ବିଶେଷତ୍ଵ ହେଉଛି, ତାହା ପୂଗ, ପୁନ୍ନାଗ, ତାଳ, ତମାଳ, ତାମ୍ବୁଳ ଓ ନାରିକେଳ ବନରେ ବିଶୋଭିତ । ଗୋଟିଏ ପଟେ ମହୋଦଧୂ ଥିଲାବେଳେ, ଅନ୍ୟ ଏକ ପଟରେ ତୁଙ୍ଗଶିଖରୀ ସମାକୁଳ ନିବିଡ଼ ବନରାଜି। ସେହିସ୍ଥାନ ହେଉଛି ଅସରନ୍ତି ଶ୍ୟାମଶୋଭାରେ ଶୋଭିତ । ପ୍ରାବନ୍ଧିକ ସେହି ପ୍ରସଙ୍ଗରେ ଉତ୍କଳର ପୂର୍ବ ଗୌରବକୁ ସ୍ମରଣ କରାଇ କହିଛନ୍ତି, ‘‘କୋଟିବୀର ପ୍ରସବିନୀ, କୋଟିକୀର୍ତ୍ତିକିରୀଟିନୀ, ତଟନୀତଟମାଳିନୀ, ପ୍ରଚ୍ଛନ୍ନରତ୍ନଧାରିଣୀ, ସୁଜଳା, ସୁଫଳା, ଶ୍ୟାମଳା ଅଥଚ ଆଜି ପତିତା, ଲାଞ୍ଛିତା ଓ ଖଣ୍ଡିତା ।’’ କାବ୍ୟକ ଭାବରେ ବିଭୋର ହୋଇ ଶ୍ରୀଯୁକ୍ତ ପାଣିଗ୍ରାହୀ ଲେଖିଛନ୍ତି – ‘ଜଳଦ ! ଏପରି ଭୂମିକୁ ଚିହ୍ନିବାପାଇଁ ତୋ’ର ଭ୍ରମ ହେବନାହିଁ । ବିଜୁଳିବିମଣ୍ଡିତ ଓ ବଳକା-ବିଶୋଭିତ ହୋଇ ଗନ୍ଧବହ ହିଲ୍ଲୋଳରେ ଭାସି ଭାସି ପୀତବସନ ବନମାଳୀ ପରି ଉତ୍କଳର ଆକାଶରେ ଆବିର୍ଭୂତ ହୋଇଯିବୁ । ଗୋପାଙ୍ଗନାମାନଙ୍କ ଅପାଙ୍ଗ ଘନଶ୍ୟାମର ରୂପସୁଧା ପାନକଲାପରି ଉତ୍କଳରେ ଆଜି କୋଟି ନେତ୍ର ତୋ’ର ରୂପସୁଧା ପାନ କରିବ ।’’

ପ୍ରାବନ୍ଧିକ ପାଣିଗ୍ରାହୀଙ୍କ ଜନ୍ମଭୂମି ଥିଲା ମୟୂରଭଞ୍ଜ । ତେଣୁ ସେଠାକାର ଜନଜାତି ଓ ବନବାସୀଙ୍କ ସହ ଥିଲା ତାଙ୍କର ନିବିଡ଼ ସମ୍ପର୍କ । ତେଣୁ ଜଳଦକୁ ଅନୁରୋଧ କରି ସେ କହିଛନ୍ତି, ଦରିଦ୍ରମାନଙ୍କୁ ଜଳଦାନ କରି ନିଜର ବଦାନ୍ୟତା ପରିପ୍ରକାଶ କରିବାକୁ । ବନବାସୀମାନେ ଟଙ୍କିଳ, ଅନୁର୍ବର ଭୂମିରେ ପରିଶ୍ରମକରି ଫସଲ ଲଗାଇଥିଲେ ବି ଜଳ ଅଭାବରୁ ସେଗୁଡ଼ିକ ଝାଉଁଳି ଯାଇଥବ । ପ୍ରାବନ୍ଧିକ ସେହି ଶସ୍ୟକୁ ରୋଗଶଯ୍ୟା ଶାୟିତ ପୁତ୍ରକନ୍ୟାଙ୍କ ସହିତ ତୁଳନା କରିଛନ୍ତି । ସେଠାକାର ପ୍ରାକୃତିକ ପରିବେଶ ଓ ବନବାସୀଙ୍କର ଚଳଣିର ସୂଚନା ଦେଇ ପ୍ରାବନ୍ଧିକ ଲେଖିଛନ୍ତି – ‘ନିଘଞ୍ଚ ବନ ମଧ୍ୟରେ ଏମାନଙ୍କ ବାସଭୂମି ମଧ୍ଯ ତୁ ସହଜରେ ଖୋଜି ପାଇବୁ ନାହିଁ ।

ଗୋ-ପଲର ଗଳଘଣ୍ଟି ବା ଗୋପାଳର ବେଣୁମ୍ବନ ଶୁଣି କିମ୍ବା କୁଟୀରରୁ ଉଦ୍‌ଗତ କୁଣ୍ଡଳୀଭୂତ ଧୂମ ଦେଖି ଗ୍ରାମ-ସୀମା ଜାଣିପାରିବୁ । ଅଥବା ଯଦି ତୋ’ର ଭାଗ୍ୟରେ ଥାଏ, ତେବେ ସଂକୀର୍ଷ ପଥରେ ଶ୍ରେଣୀବଦ୍ଧ ନରନାରୀଙ୍କ ପ୍ରବାହଟିଏ ତୋ’ ଆଖିରେ ପଡ଼ିଯିବ । ଅଗ୍ରସର ନବଯୁବକମାନଙ୍କ ବେଣୁସ୍ୱନର ଅନୁକୃତିରେ ଲଳନାକଣ୍ଠର ଐକାର୍ତ୍ତିକ ଲଳିତସ୍ୱରରେ ବନଭୂମିକୁ ଭସାଇ ଏମାନେ ନିର୍ଝର ପରି ଗତି କରି ଚାଲିଥିବେ ।’’ ପୁନଶ୍ଚ ପ୍ରାବନ୍ଧିକ ସେଠାକାର ଯୁବତୀମାନଙ୍କର ରୂପଶୋଭାକୁ ବର୍ଣ୍ଣନା କରିବାପାଇଁ ଭୁଲି ନାହାଁନ୍ତି । କାରଣ ସେହି ଯୁବତୀମାନେ କେବଳ ଆକର୍ଷଣୀୟା ନୁହଁନ୍ତି, ସେମାନେ ମଧ୍ୟ ପରିଶ୍ରମୀ । ପ୍ରକୃତି ସହିତ ନିଜକୁ ମିଶାଇ, ସେମାନେ ବଞ୍ଚିବାର ଉପାଦାନ ସଂଗ୍ରହ କରନ୍ତି । ମେଘ ବର୍ଷାକୁ ସେମାନଙ୍କର ଖାତିର ନ ଥାଏ, ବରଂ ବର୍ଷା ସାଙ୍ଗରେ ତାଳମିଳାଇ ସେମାନେ ଚାଷକାର୍ଯ୍ୟରେ ନିଜକୁ ନିୟୋଜିତ କରନ୍ତି ।

ପ୍ରାବନ୍ଧିକ ଜଳଦକୁ ପୁନର୍ବାର ସମ୍ବୋଧନ କରି କହିଛନ୍ତି, ବନବାସୀମାନେ ତୋ’ ବ୍ୟତୀତ ଆଉ କାହାରି ଅନୁଗ୍ରହ ଇଚ୍ଛା କରନ୍ତି ନାହିଁ । ବାରିପାତକୁ ନେଇ ସେମାନେ ପରିଶ୍ରମ କରନ୍ତି । କୃଷିକାର୍ଯ୍ୟକରି ବଞ୍ଚିବାର ସାମର୍ଥ୍ୟ ସଂଗ୍ରହ କରନ୍ତି । ପୁନଶ୍ଚ ଶ୍ରୀଯୁକ୍ତ ପାଣିଗ୍ରାହୀ ବନବାସୀଙ୍କର ସରଳ, ନିଷ୍କପଟ ଜୀବନଯାପନର ସୂଚନା ଦେଇଛନ୍ତି । ବର୍ଷାରେ ସେଠାକାର ପ୍ରକୃତି କିପରି ଅପରୂପ ଶୋଭା ଧାରଣ କରିବ, ତାହାକୁ ବିଭିନ୍ନ ତୁଳନାତ୍ମକ ଉଦାହରଣ ଦେଇ, ବକ୍ତବ୍ୟକୁ ଚମତ୍କାର କରିଛନ୍ତି ।

ପ୍ରାବନ୍ଧିକ ଜଳଦକୁ ପୁନର୍ବାର ସମ୍ବୋଧନ କରି କହିଛନ୍ତି, ବନବାସୀମାନେ ତୋ’ ବ୍ୟତୀତ ଆଉ କାହାରି ଅନୁଗ୍ରହ ଇଚ୍ଛା କରନ୍ତି ନାହିଁ । ବାରିପାତକୁ ନେଇ ସେମାନେ ପରିଶ୍ରମ କରନ୍ତି । କୃଷିକାର୍ଯ୍ୟକରି ବଞ୍ଚିବାର ସାମର୍ଥ୍ୟ ସଂଗ୍ରହ କରନ୍ତି । ପୁନଶ୍ଚ ଅପରୂପ ଶୋଭା ଧାରଣ କରିବ, ତାହାକୁ ବିଭିନ୍ନ ତୁଳନାତ୍ମକ ଉଦାହରଣ ଦେଇ, ବକ୍ତବ୍ୟକୁ ଚମତ୍କାର କରିଛନ୍ତି ।

ଲେଖକ ମେଘକୁ ସମ୍ବୋଧନ କରି କହିଛନ୍ତି, ଯଦି କ୍ଳାନ୍ତି ଆସେ, ତା’ହେଲେ ତୁ ମେଘାସନ, ଗନ୍ଧମାର୍ଦ୍ଦନ ବା ମାଲ୍ୟଗିରିରେ ଅବସର ନେବୁ ! ଏହି ସ୍ଥାନ ଓଡ଼ିଶାର ଖଣିଜ ସମ୍ପଦରେ ପରିପୂର୍ଣ୍ଣ । ମାତ୍ର ଏହି ଖଣିଜ ସମ୍ପଦର ସୁବିନିଯୋଗ ହେଉ ନ ଥ‌ିବାରୁ ଓଡ଼ିଶାବାସୀ ଭାଗୀରଥୀ ତୀରରେ ବସି ପିପାସୀ ଓ ରତ୍ନସ୍ତୂପରେ ବସି ଉପବାସୀ ହେଉଛନ୍ତି ବୋଲି କହିଛନ୍ତି । ପୁନଶ୍ଚ ସେଠାକାର ପ୍ରାକୃତିକ ଶୋଭାକୁ ପ୍ରାବନ୍ଧିକ ଚମତ୍କାର ଭାବରେ ବର୍ଣ୍ଣନା କହିଛନ୍ତି । ଖଣ୍ଡାଧାର ଓ ଦେବଗଡ଼ର ଜଳପ୍ରପାତ ଦୃଶ୍ୟକୁ ବର୍ଣ୍ଣନା କରିବା ପାଇଁ ମଧ୍ୟ ସେ ଭୁଲି ନାହାଁନ୍ତି। ପରବର୍ତୀ ସମୟରେ ଲେଖକ ଜଳଦକୁ କଳ୍ପନାରେ ପଠାଇ ଦେଇଛନ୍ତି ସୂକ୍ଷ୍ମଶାଳିର ସଦାପ୍ରଫୁଲ୍ଲ । ଦୁଃଖ ଦୈନ୍ୟରେ ଥାଇ ସୁଦ୍ଧା ବିଷାଦକାଳିମା କେବେ ତାଙ୍କୁ ସ୍ପର୍ଶ କରେନାହିଁ । ପ୍ରାତଃ ସମୟରୁ ସେଠାକାର ବଧୂମାନେ ସ୍ନାନ ସାରିଥା’ନ୍ତି । ଏହାକୁ ବର୍ଣ୍ଣନା କରି ଲେଖକ କହିଛନ୍ତି – ‘ପ୍ରାଚୀବଧୂ ଅରୁଣିତ ମୁଖରୁ ଅବଗୁଣ୍ଠନ ଖୋଲିବା ଆଗରୁ ଏଠାରେ ବଧୂମାନେ ସ୍ନାନସାରି ଶିଶିର ସ୍ନାତ ଶେଫାଳି ପରି ହାସ୍ୟମୟୀ ହୋଇଉଠନ୍ତି । ଏମାନଙ୍କ ଅନଳସ ଚରଣରେ କମ ଫୁଟି ଉଠେ ଓ କଳାକୁଶଳ କରସ୍ପର୍ଶରେ କ୍ଷୁଦ୍ର କୁଟୀର ସୁଦ୍ଧା ହସିଉଠେ । ସମ୍ବଲପୁରର କେଦାରଭରା ଶ୍ୟାମଳିମାକୁ ସେ ସୂଚିତ କରାଇଛନ୍ତି ।

ସମ୍ବଲପୁରରୁ ବାରିଦ ବେଣୁବନକୁ ଅତିକ୍ରମ କରି ଅନୁଗୋଳ ପଥରେ କପିଳାସ ଦେଇ କଟକରେ ପହଞ୍ଚିବ । ଏହି ଅବସରରେ ଲେଖକ କଟକର ମହିମାଗାନ କରିଛନ୍ତି । କାରଣ ଏହି କଟକ ଦିନେ ଥିଲା ଗଜପତିଙ୍କର ରାଜଧାନୀ । ପରେ ସ୍ମୃତିପୂତ ବିଡ଼ାନାସୀ, ବାରବାଟୀ ଦୁର୍ଗ ଓ ବହୁ କବି, ଜ୍ଞାନୀ, ଗୁଣୀ ଓ କର୍ମୀଙ୍କ ପାଇଁ ଉତ୍କଳର ମହିମା ଅଖଣ୍ଡ ରହିଥିଲା । ଅତୀତର କାରୁକାର୍ଯ୍ୟ ବିମଣ୍ଡିତ ମନ୍ଦିର ସମ୍ବନ୍ଧରେ ସେ ଯାହା କହିଛନ୍ତି, ସେଥୁରୁ ଉତ୍କଳର ଗୌରବ ଗାଥା ସ୍ପଷ୍ଟ ହୋଇଛି । ପ୍ରାବନ୍ଧିକଙ୍କ ଭାଷାରେ – ‘ତୁ ଜାଣିବୁ ଯେ ଏହି ସେହି ଭୁବନମୋହନ କୋଣାର୍କ ! ସ୍ବର୍ଗଚ୍ୟୁତ ପାରିଜାତପରି ତାହା ଆଜି ମ୍ଳାନ ଓ ଛିନ୍ନ ହୋଇ ବିଜନବେଳାରେ ପଡ଼ିରହିଛି । ଦୃପ୍ତ ଓ ଗର୍ବିତ ଜାତିର ପରାକ୍ରମର ପ୍ରତୀକ ଏହି ମହାମନ୍ଦିର ଏକ ପକ୍ଷରେ ତୋତେ ବିପୁଳ ବିଭବର ବାର୍ଷା ଓ ଅନ୍ୟପକ୍ଷରେ ଅତୁଳିତ ଲଳିତ କଳାର ଛନ୍ଦୋମୟୀ ଗାଥା ଏକାବେଳକେ ଆଣିଦେବ । ଏହି ମୂକମନ୍ଦିରର ସିନ୍ଧୁ ଘୋଷକୁ ବୁଡ଼ାଇ ଦିଅନ୍ତା । ଘନ ! ଅତୀତର ଏହି ମ୍ଳାନ ଶ୍ମଶାନରେ ଆଉ ବେଶୀ କ୍ଷଣ ରହିଲେ ଲାଭ କ’ଣ ହେବ ? ଏହାର ଚାରୁଚୂଡ଼ାକୁ ଚୁମ୍ବନ କରି ଓ ମହୋଦଧ୍ ଉପକୂଳକୁ ଶ୍ୟାମଳ କରି ତ୍ୱରାଗତିରେ ନୀଳାଚଳପଥ ଧରିବୁ ।’’

ନୀଳାଚଳ ପଥରେ ଯାଉଁ ଯାଉଁ ମେଘ ପହଞ୍ଚିବ ସାକ୍ଷୀଗୋପାଳର ଧବଳିତ ସଦନରେ । ସେହି ପରିପ୍ରେକ୍ଷୀରେ ଲେଖକ ସ୍ମରଣ କରାଇଛନ୍ତି ଶ୍ମଶୁଳ, ଅଶୁଳ, ଖର୍ବ, କ୍ଷମ ମନୁଷ୍ୟର କଥା । ଯେ କି ବକୁଳ ବନରେ କୁଟୀର ରଚି ଉନ୍ନତ ଉତ୍କଳର ସ୍ବପ୍ନ ଦେଖିଥିଲା । ସେ ଥିଲା ଉତ୍କଳର ମହାନିଶାରେ ଧ୍ରୁବ ଜ୍ୟୋତି, ଯେ କି ଦଧୀଚିପରି ଅସ୍ଥିଦେଇ ଦେଶମାତୃକାପାଇଁ ଅକାଳରେ ଝାଉଁଳି ଯାଇଥିଲା । ସେଠାକାର ଛୁରିଅନା କୁଞ୍ଜ, ବକୁଳବନକୁ ସ୍ପର୍ଶକରି ଶ୍ୟାମଳ ଓ ଉଜ୍ଜଳ କରିଯିବୁ ବୋଲି ଲେଖକ ମେଘକୁ ଅନୁରୋଧ କରିଛନ୍ତି । ତା’ପରେ ଗୋପାଳଙ୍କ ପ୍ରତି ପ୍ରଣତି ଜଣାଇ ନୀଳାଚଳ ପଥ ଧରିବାକୁ ମଧ୍ୟ ସେ କହିଛନ୍ତି । ଲେଖକ ଏହି ପ୍ରସଙ୍ଗରେ ନୀଳାଚଳ କ୍ଷେତ୍ର ପୁରୀର ପ୍ରାକୃତିକ ଶୋଭା, ଶ୍ରୀଜଗନ୍ନାଥଙ୍କର ମହିମାକୁ ଅତି ମନୋଜ୍ଞ ଭାବରେ ଉଲ୍ଲେଖ କରିଛନ୍ତି ।

ଜଗନ୍ନାଥଙ୍କ ମହିମା ପ୍ରସଙ୍ଗରେ ସେ ଲେଖିଛନ୍ତି – ‘ତୁ ଯେବେ ଇତିହାସର ପ୍ରତିଲୋମରେ ଗତି କରିଯିବୁ, ତେବେ ଜାଣିବୁ ଯେ ଏହି ଜଗନ୍ନାଥ ହିଁ ଉତ୍କଳର ଇତିହାସ । ଶାନ୍ତି, ମୁକ୍ତି, ମୈତ୍ରୀ, ଭକ୍ତି ଓ ଭୀତି ସବୁ ଏକାଧାରରେ ଏହିଠାରେ ହିଁ ଶତ ଶତାବ୍ଦୀ ଧରି ପୁଞ୍ଜୀଭୂତ ହୋଇ ଆସିଛି ।’’ ପୁନଶ୍ଚ ନୀଳାଚଳ କ୍ଷେତ୍ରର ବିପର୍ଯ୍ୟୟ ପରିସ୍ଥିତି କଥା ମଧ୍ୟ ଲେଖକ ସୂଚାଇ ଅଛନ୍ତି । ଶେଷରେ ନୀଳାଚଳଠାରୁ ଚିଲିକା ବକ୍ଷଦେଇ ସମଗ୍ର ଉପକୂଳ ଓ ମାଳଅଞ୍ଚଳ ବ୍ୟାପୀଯିବାକୁ କହିଛନ୍ତି । ଗଞ୍ଜାମ ଓ ଜୟପୁରକୁ ଦକ୍ଷିଣାଶାପଥ – ପ୍ରହରୀ ବୋଲି ଲେଖକ ସମ୍ବୋଧନ କହିଛନ୍ତି । ଏହାର ନୌବାଣିଜ୍ୟ ଐତିହ୍ୟକୁ ସୂଚିତ କରିବାପାଇଁ ସେ ଭୁଲି ନାହାଁନ୍ତି । ଶେଷରେ ତୈଲଙ୍ଗୀ ନାରୀମାନେ ସ୍ବାଗତ ଜଣାଇବେ ଘନକୁ । ସେହି ଘନ କାହାକୁ ନିରାଶ ନ କରି ତା’ର ଶ୍ୟାମ ସ୍ପର୍ଶରେ ସମସ୍ତ ଅଞ୍ଚଳକୁ ଶ୍ୟାମଳ କରିବବୋଲି ଲେଖକ କହିଛନ୍ତି ।

(ଘ) କଠିନ ଶବ୍ଦ ଓ ଏହାର ଅର୍ଥ :
CHSE Odisha Class 12 Odia Solutions Chapter 2 ପୁଷ୍ପପୁରରେ ବର୍ଷାବରଣ 1

Leave a Comment