BSE Odisha 7th Class Odia Solutions Chapter 5 ଛୋଟ ମୋର ଗାଆଁଟି

Odisha State Board BSE Odisha 7th Class Odia Solutions Chapter 5 ଛୋଟ ମୋର ଗାଆଁଟି Textbook Exercise Questions and Answers.

BSE Odisha Class 7 Odia Solutions Chapter 5 ଛୋଟ ମୋର ଗାଆଁଟି

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

୧। ଉତ୍ତର କୁହ ।
(କ) କବିତାଟିରେ କାହା କଥା ବର୍ଣ୍ଣନା କରାଯାଇଅଛି ?
‘ଛୋଟ ମୋର ଗାଆଁଟି’ କବିତାରେ କବି ସଚ୍ଚିଦାନନ୍ଦ ରାଉତରାୟ ନିଜ ଜନ୍ମଭୂମି ପଲ୍ଲୀଗ୍ରାମର ଜୀବନ୍ତ ଛବି ବର୍ଣ୍ଣନା କରିଛନ୍ତି । ଗ୍ରାମଭୂମିର ମଧୁମୟ ପରିବେଶ, କମନୀୟ ପ୍ରକୃତି ଏବଂ ନିଜ ଗ୍ରାମ ସହ ଅନ୍ତରଙ୍ଗ ଅନୁଭୂତିକୁ କବି ତାଙ୍କ କବିତାରେ ବର୍ଣ୍ଣନା କରିଛନ୍ତି ।

(ଖ ) ଜୀବନର ଯେଉଁ ଦୁଇଟି ବିଶେଷ କାର୍ଯ୍ୟ ସହ ଗାଆଁ ମାଟି ଜଡ଼ିତ, ତାହା କୁହ ।
Answer:
ଜନ୍ମ ଓ ମୃତ୍ୟୁ ଦ୍ବୟ ଜୀବନର ସାଧାରଣ ସତ୍ୟ। ପଲ୍ଲୀପ୍ରେମୀ କବି ସେହି ଦୁଇଟି ତଥ୍ୟକୁ ଗାଁ ମାଟି ସହ ଜଡ଼ିତ କରାଇଛନ୍ତି । ଏକଦା ସେ ତାଙ୍କ ପଲ୍ଲୀଗ୍ରାମ ଚାଳଘରେ ମାଟିକାନ୍ଥଘେରା ଏନ୍ତୁଡ଼ିଶାଳରେ ଜନ୍ମ ହୋଇଥିଲେ । ସେଇ ଘରେ ଜୀବନର ଶେଷନିଃଶ୍ବାସ ତ୍ୟାଗ କରିବାକୁ କବି ଇଚ୍ଛାପ୍ରକାଶ କରିଛନ୍ତି। ଏହି ଦୁଇଟି ବିଶେଷ କାର୍ଯ୍ୟ ସହ ଗାଁ ମାଟି ଜଡ଼ିତ ବୋଲି କବି କହିଛନ୍ତି ।

(ଗ) କାହାର ଜଳ ରକ୍ତ ହୋଇ ତାଙ୍କ ଶରୀରରେ ପ୍ରବାହିତ ହେଉଛି ବୋଲି କବି କହିଛନ୍ତି ?
Answer:
କବିଙ୍କର ଜନ୍ମଭୂମି ପଲ୍ଲୀଗ୍ରାମର ବଣ-ବିଲ, ନଦୀ-ପର୍ବତ ତଥା ନିର୍ଝର-ଗୋଚର ସବୁକିଛି ତାଙ୍କ ବାଲ୍ୟ ଜୀବନକୁ କରିଥିଲା ପରିପୁଷ୍ଟ। ଗ୍ରାମ ଉପକଣ୍ଠରେ ଥ‌ିବା ନଦୀ ଓ ଝରଣ! ସହ କବି ଏପରି ଭାବେ ଅନ୍ତରଙ୍ଗ ଥିଲେ ଯେ ସେ ଅନୁଭବ କରିଛନ୍ତି ସତେଯେପରି ସେହି ନଦୀ ଓ ଝରଣାର ଜଳ ରକ୍ତ ହୋଇ ତାଙ୍କ ଶରୀରର ଶିରା ପ୍ରଶିରାରେ ବହି ଚାଲିଛି ।

(ଘ) କବି ନିଜ ଗାଁରୁ କ’ଣ କ’ଣ ପାଇଛନ୍ତି ବୋଲି ବର୍ଣ୍ଣନା କରିଛନ୍ତି ?
Answer:
ନିଜ ଗାଁ ମାଟିର ସବୁକିଛି କବିଙ୍କର ଅତି ଆପଣାର । ଯେଉଁ ଭୂମିକୁ ପ୍ରଥମେ ସ୍ପର୍ଶ କରି ସେ ଦୁନିଆଁର ଆଲୋକ ଦେଖିଥିଲେ, ଯାହାର ପାଣି, ପବନ ତାଙ୍କ ଜୀବନ ଗଠନରେ ସହାୟକ ହୋଇଥିଲା ତାକୁ ସେ କିପରି ବା ଭୁଲିପାରିବେ ? କବି ମୁକ୍ତକଣ୍ଠରେ ସ୍ବୀକାର କରିଛନ୍ତି ଯେ ଗାଁ ଭୂଇଁର ଫୁଲ, ଫଳ, ଗଛ, ଲତା, ବଣ, ପାହାଡ଼ ଏପରିକି ପଲ୍ଲୀ ପ୍ରକୃତିର ପ୍ରତ୍ୟେକଟି ଉପାଦାନ ତାଙ୍କୁ ଜୀବନର ପଥ ପ୍ରଦର୍ଶନ କରିଛି । ଫଗୁଣ ମାସର ପାହାନ୍ତି ପ୍ରହର ଓ ଗାଈଗୋଠ ଧରି ଘରବାହୁଡ଼ା ଗାଈଆଳ ପିଲାର ବଂଶୀସ୍ୱନ, ଶୀତ ସକାଳର ଫସଲ କଟାର ଦୃଶ୍ୟ ସବୁକିଛି ତାଙ୍କ ଜୀବନ ପଥକୁ ପୁଷିତ କରିଛି ।

(ଙ‍) କେଉଁଠାରେ ବସି ସେ ସବୁକୁ ମନେ ପକାଉଛନ୍ତି ?
Answer:
ଗାଁ ଭୂଇଁରେ ବାଲ୍ୟକାଳ ଅତିବାହିତ କଲାପରେ ଉଚ୍ଚଶିକ୍ଷା ଲାଭ କରିବାପାଇଁ ଓ ପରବର୍ତ୍ତୀ ସମୟରେ ଜୀବିକାର୍ଜନପାଇଁ କର୍ମମୟ ଜୀବନକୁ ଆଦରି ନେଇଛନ୍ତି କବି । ସେଥ‌ିପାଇଁ ତାଙ୍କୁ ପ୍ରବାସରେ ରହିବାକୁ ପରିସ୍ଥିତି ବାଧ୍ୟ କରିଛି । ମାତ୍ର ତାଙ୍କ ଅତି ଆପଣାର ଜନ୍ମମାଟି, ପଲ୍ଲୀଭୂଇଁ ତଥା ବାଳକ ଜୀବନର ଖେଳସାଥୀ ଗାଁର ଧୂଳିମାଟିର ପରିବେଶ ତାଙ୍କ କଳ୍ପନା ଚକ୍ଷୁରେ ବାରମ୍ବାର ଭାସିଉଠିଛି । ନିଜ ଜନ୍ମମାଟିଠାରୁ ଦୂର ପ୍ରବାସରେ ବସି ସେସବୁକୁ ସେ ମନେ ପକାଉଛନ୍ତି । ଉତ୍ତର ଲେଖ । (ଦୁଇ ବା ତିନୋଟି ବାକ୍ୟରେ)

BSE Odisha 7th Class Odia Solutions Chapter 5 ଛୋଟ ମୋର ଗାଆଁଟି

୨। ଉତ୍ତର ଲେଖ । (ଦୁଇ ବା ତିନୋଟି ବାକ୍ୟରେ)
(କ) କବି ନିଜର ଜନ୍ମ ସମ୍ବନ୍ଧରେ କ’ଣ କହିଛନ୍ତି ?
Answer:
କବିଙ୍କ ପାଇଁ ତା’ଙ୍କ ଜନ୍ମଭୂମି ପଲ୍ଲୀଗ୍ରାମ ସ୍ଵର୍ଗପରି ମହାନ୍। ଗାଁ ଭୂଇଁର ମାଟି ଘର ଏନ୍ତୁଡ଼ିଶାଳରେ ଜନ୍ମ ନେଇ ସେ ନୂତନ ଆଲୋକ ଦର୍ଶନ କରିଛନ୍ତି । ଏବେ ମଧ୍ୟ ସେହି ଘରକାନ୍ଥରେ କଉଡ଼ି ତିଆରି ଷଠୀଘର ରହିଛି ଯାହାକୁ ଦେଖିଲେ ତାଙ୍କ ବାଲ୍ୟଜୀବନର ଅଭୁଲା ସ୍ମୃତି ମନେପଡ଼ିଯାଏ ।

(ଖ) ଗ୍ରାମର କେଉଁ କେଉଁ ଜିନିଷ ତାଙ୍କୁ ଜୀବନ ଦେଇଛି ?
Answer:
ପଲ୍ଲୀ ପ୍ରକୃତିର ପ୍ରତିଟି ଉପାଦାନ କବିଙ୍କ ଜୀବନକୁ ଧନ୍ୟ କରିଛି । ବିଶେଷ କରି ଗାଁ ମାଟିର ପାଣି ପବନ ତାଙ୍କୁ ଜୀବନୀ ଶକ୍ତି ପ୍ରଦାନ କରିଛି । କବି ଅନୁଭବ କରିଛନ୍ତି ସତେ ଯେପରି ଜନ୍ମଭୂମିର ଜଳ ତାଙ୍କ ଶିରା ପ୍ରଶିରାରେ ରକ୍ତ ହୋଇ ବହିଚାଲିଛି ଏବଂ ପଲ୍ଲୀର ମୁକ୍ତ ପବନ ତାଙ୍କ ନିଃଶ୍ବାସ ପ୍ରଶ୍ବାସରେ ଚଳପ୍ରଚଳ ହୋଇ ତାଙ୍କୁ ଜୀବନ ପ୍ରଦାନ କରିଛି ।

(ଗ) ତାଙ୍କ ଆଖିରେ କିଏ ନୂଆ ଚାହାଣି ଭରିଦେଇଛି ?
Answer:
ଗାଁ ଭୂଇଁର ସବୁଜିମା କବିଙ୍କ କଣ୍ଠରେ ଭାଷା ଭରିଦେଇଛି । ବସନ୍ତ ଋତୁର ମନୋରମ ଉଷାକାଳ, ବିଶେଷତଃ ଫଗୁଣ ମାସର ପାହାନ୍ତି ପ୍ରହର କବିଙ୍କ ଜୀବନରେ ଏକ ସ୍ଵତନ୍ତ୍ର ଭୂମିକା ଗ୍ରହଣ କରିଛି ବୋଲି କବି ଅନୁଭବ କରିଛନ୍ତି ।

(ଘ) ‘ଆଲୁଅଠାରୁ ଅନ୍ଧାର ଭଲ’ କାହିଁକି କୁହାଯାଇଛି ?
Answer:
ପୂର୍ଣ୍ଣମୀ ରାତ୍ରିର ରଜତ ଶୁଭ୍ର ଜ୍ୟୋତ୍ସ୍ନା କେବଳ ଗାଁ ଭୂଇଁରେ ହିଁ ଉପଭୋଗ୍ୟ ହୋଇଥାଏ । ମାତ୍ର କବିଙ୍କ ପାଇଁ ସେହି ଆଲୋକ ଯେତେ ମନୋହର, ଅନ୍ଧକାର ତା’ଠାରୁ ବହୁଗୁଣେ ଭଲ । କାରଣ, ରାତ୍ରିର କଳା ଅନ୍ଧାରକୁ ଡରି ଶିଶୁ ମା’ର କୋଳରେ ଆଶ୍ରୟ ନିଏ । ବାଳକ ବୟସରେ ମଧ୍ଯ କବି ତାରକିତ ଆକାଶର ସୌନ୍ଦର୍ଯ୍ୟ ଉପଭୋଗ କରିପାରିଛନ୍ତି । ମେଘୁଆ ରାତିର ଅନ୍ଧାରରେ ଜୁଳୁଜୁଳିଆ ପୋକର ମିଞ୍ଜି ମିଞ୍ଜି ଆଲୋକ କବିଙ୍କୁ ଆନନ୍ଦ ଦେଇଛି । ଅନ୍ଧକାର ନଥିଲେ ଆଲୋକର ମହାନତା ଅନୁଭୂତ ହୋଇପାରନ୍ତା ନାହିଁ । ହୁଏତ ସେଇଥପାଇଁ କବି ଆଲୋକ ଅପେକ୍ଷା ଅନ୍ଧାରକୁ ଭଲ ବୋଲି କହିଛନ୍ତି। ପଲ୍ଲୀଭୂମିର ସନ୍ତାନମାନେ ଆଧୁନିକତାର ଆଲୋକର ସ୍ପର୍ଶପାଇ ନିଜର ଜନ୍ମଭୂମିକୁ ଭୁଲି ଯାଇଥିବାରୁ କବି ଏପରି ଆକ୍ଷେପ କରିଛନ୍ତି ।

(‍ଙ) କବି ତାଙ୍କ ଜୀବନରେ କ’ଣ ଇଚ୍ଛା କରିଛନ୍ତି ?
Answer:
ସହରର ବିଳାସପୂର୍ଣ୍ଣ ଜୀବନ କବିଙ୍କୁ ଆନନ୍ଦ ଦେଇପାରି ନାହିଁ। ସ୍ଵର୍ଗତୁଲ୍ୟ ଯେଉଁ ପଲ୍ଲୀ ଗାଁର ମାଟିଘରେ ତାଙ୍କର ଜନ୍ମ, ସେହି ଗାଁର ଶ୍ମଶାନରେ ତାଙ୍କର ଅନ୍ତିମ ସମୟର ଜୁଇ ଜଳିବ ବୋଲି କବି ଇଚ୍ଛା କରିଚ୍ଛନ୍ତି।

BSE Odisha 7th Class Odia Solutions Chapter 5 ଛୋଟ ମୋର ଗାଆଁଟି

୩। ଉତ୍ତର ଲେଖ । (୫୦ରୁ ୮୦ଟି ଶବ୍ଦରେ )
ପ୍ରବାସରେ ଥାଇ କବି ନିଜ ଗ୍ରାମର ଅନୁଭୂତି ବିଷୟରେ କେଉଁ ସବୁ କଥା ବର୍ଣ୍ଣନା କରିଛନ୍ତି ?
Answer:
କବି ସଚ୍ଚିଦାନନ୍ଦ ରାଉତରାୟ ସହରର ଚାକଚକ୍ୟ ଭିତରେ ଥାଇମଧ୍ୟ ନିଜ ଜନ୍ମମାଟିକୁ ସ୍ଵର୍ଗଠାରୁ ବଡ଼ ଆସନ ଦେଇଛନ୍ତି। ତାଙ୍କର ଏନ୍ତୁଡ଼ିରେ ଷଠୀଘର, ଗାଁର ପାଣିପବନ, ତୋଟାମାଳ, ବଣଜଙ୍ଗଲ, ଶାଗୁଆ ଶସ୍ୟକ୍ଷେତ୍ରର ସ୍ମୃତିରେ ତାଙ୍କର ବାଲ୍ୟଜୀବନର ଚିତ୍ର କଳ୍ପନା କରିଛନ୍ତି । ଗାଁର ସକାଳ, ଗୋଧୂଳି, ଦିନ ଓ ରାତ୍ରିର ଅପାସୋରା ଦୃଶ୍ୟ ତାଙ୍କର ମାନସପଟରେ ଭାସିଉଠିଛି। ଗାଈପଲଙ୍କର ଗୋଠବାହୁଡ଼ା, ଗାଈଆଳ ପିଲାଙ୍କର ମଧୁର ବଂଶୀସ୍ଵର, ଶୀତଋତୁରେ ଫସଲକଟାର ଦୃଶ୍ୟ କବି ଭୁଲି ପାରୁନାହାନ୍ତି । ଜହ୍ନ ରାତିରେ ଗାଁ ଦାଣ୍ଡରେ ଧୋବଫୁଲ ପରି ଆଲୁଅରେ ପଲ୍ଲୀବାସୀ ଆତ୍ମହରା ହୁଅନ୍ତି। ଅନ୍ଧାର ରାତିର ନିସ୍ତବ୍‌ଧତା, ବେଙ୍ଗମାନଙ୍କର କେଁ କଟର, ବିଲୁଆଙ୍କର ହୁକେ-ହୋ, ବୃକ୍ଷଲତାଙ୍କର ସାଇଁ ସାଇଁ ଶବ୍ଦରେ ଭୟ ଓ ଆଶଙ୍କାରେ ସଞ୍ଜପହରୁ ତାଟିକବାଟ ପଡ଼ିଯିବା ଆହୁରି ମଜ୍ଜା ଦାୟକ। ଏହିସବୁ କଥାଭାବି ଗାଁ ଶ୍ମଶାନରେ ତାଙ୍କର ଶେଷଚିତା ଜଳିବବୋଲି କବି ଇଚ୍ଛା କରିଛନ୍ତି ।

୪। ସରଳ ଭାଷାରେ ବୁଝାଇ ଲେଖ ।
(କ) ‘ଛୋଟ ମୋର ଗାଆଁଟି
ଭୂଗୋଳ ପୋଥ୍-ପତରେ ପଛେ ନ ଥାଉ ତା’ର ନାଆଁଟି ।’
Answer:
ଛୋଟ ମୋର ……………………………… ତା’ର ନାଆଁଟି ।
ଉଦ୍ଧୃତାଂଶଟି କବି ସଚ୍ଚିଦାନନ୍ଦ ରାଉତରାୟଙ୍କ ରଚିତ “ ଛୋଟମୋର ଗାଆଁଟି’’ କବିତାରୁ ଆନୀତ। ଅନାମଧେୟ ହେଲେ ମଧ୍ୟ ନିଜ ଜନ୍ମମାଟି କିପରି ନିଜକୁ ଭଲ ଲାଗେ କବି ସେକଥା କହିଛନ୍ତି । ସହରରେ ରହି ମଧ୍ୟ କବି ନିଜ ଜନ୍ମମାଟି ପଲ୍ଲୀର କଥା ଭାବୁଛନ୍ତି । ଖୋର୍ଦ୍ଧା ଜିଲ୍ଲାର ଏକ ଅନାମଧେୟ ଗାଁ ଗୁରୁଜଙ୍ଗରେ କବିଙ୍କର ଜନ୍ମ । ଓଡ଼ିଶା ମାନଚିତ୍ର କିମ୍ବା ଭୌଗୋଳିକ ତଥ୍ୟରେ ତାଙ୍କ ଗାଁର ନାମ ନାହିଁ । କୌଣସି ଆକର୍ଷଣୀୟ ଗାଁ ତାଙ୍କର ନୁହେଁ । ତଥାପି ତାଙ୍କ ନିକଟରେ ନିଜ ଗାଁ ସ୍ଵର୍ଗଠାରୁ ମହାନ୍ ।

ନିଜ ଜିନିଷ ନିଜକୁ ସୁନ୍ଦର। ଯେଉଁ ଗାଁର ପାଣି- ପବନ ତାଙ୍କ ଶରୀରକୁ ପୁଷ୍ଟ କରିଛି, ଯେଉଁ ମାଟିର ବଣଜଙ୍ଗଲ, ବୃକ୍ଷଲତା, କ୍ଷେତ-ପ୍ରାନ୍ତର, ଦିନ-ରାତି, ଆଲୋକ- ଅନ୍ଧାକାର ଭିତରେ ତାଙ୍କର ବାଲ୍ୟ ଓ କୈଶୋର କଟିଛି, ସେସବୁ କବିଙ୍କ ପାଇଁ ସୁନ୍ଦର ଓ ମନୋହର। ସହରର ଚାକଚକ୍ୟ ଓ ବିଳାସମୟ ଜୀବନ ତାଙ୍କୁ କ’ଣ ଆନନ୍ଦ ଦେଇପାରିବ ? ସହରଠାରୁ ତାଙ୍କର ଧୂଳିଧୂସରିଆ ପଲ୍ଲୀ ଗାଁ ଯେ କେତେ ସୁନ୍ଦର ଓ ମହାନ୍ତି, ତାହା କବି ଏଠାରେ ପ୍ରକାଶ କରିଛନ୍ତି ।

(ଖ) ‘ଇଚ୍ଛା ହୁଏ ମାଟିରେ ତା’ର
ଶିରଟି ମୋର ନୁଆଁନ୍ତି ।’
Answer:
ଇଚ୍ଛା ହୁଏ …………………………… ମୋର ନୁଆଁନ୍ତି ।
ଉଦ୍ଧୃତାଂଶଟି ସଚ୍ଚିଦାନନ୍ଦ ରାଉତରାୟଙ୍କ ରଚିତ ‘ଛୋଟ ମୋର ଗାଆଁଟି’ କବିତାରୁ ଉଦ୍ଧୃତ। କବି ଏଠାରେ ନିଜର ଜନ୍ମମାଟି ପଲ୍ଲୀ ଗାଁକୁ ଶ୍ରେଷ୍ଠ ଆସନ ଦେଇଛନ୍ତି। କବି ନିଜର ଜନ୍ମଭୂମି ପଲ୍ଲୀ ଗାଁକୁ ସ୍ଵର୍ଗଠାରୁ ମହାନ୍ ବୋଲି ବର୍ଣ୍ଣନା କରିଛନ୍ତି । ଜନନୀ ଓ ଜନ୍ମଭୂମି ସ୍ଵର୍ଗଠାରୁ ବଡ଼ । ଗାଁର ସେହି ମାଟି ଘରର ଏନ୍ତୁଡ଼ି ଶାଳରେ ତାଙ୍କର ଜନ୍ମ । ସେଇଠି ତାଙ୍କର ଷଠୀଘର ଅଛି ।

ସେଇ ଗାଁର ପାଣିପବନରେ ତାଙ୍କ ଶରୀର ପୁଷ୍ଟ ହୋଇଛି। ଗାଁର ଶାଗୁଆ ଶସ୍ୟକ୍ଷେତ୍ର, ତୋଟାମାଳ, ବିଭିନ୍ନ ଋତୁରେ ମନଲୋଭା ଅନୁଭୂତି, ଦିନର ଆଳୁଅ ଓ ରାତିର ଅନ୍ଧକାର କବି ସ୍ମୃତିରେ ସବୁକିଛି ଜୀବନ୍ତ ହୋଇ ରହିଛି। ତାଙ୍କ ପିଲାଦିନର ହସଖୁସି, କୈଶୋରର ଚପଳତା ଓ ଯୁବକ ଅବସ୍ଥାର ଉନ୍ମାଦନାରେ ରଙ୍ଗୀନ ହୋଇ ଉଠିଛି । ମାଟି ମା ପାଇଁ ସେ ମଣିଷ ହୋଇଛନ୍ତି। ତେଣୁ ସେଇ ମା’ର ପାଦତଳେ କବି କୋଟିକୋଟି ପ୍ରଣାମ ଜଣାଇ ଭକ୍ତିର ନୈବେଦ୍ୟ ଅର୍ପଣ କରିଛନ୍ତି।

BSE Odisha 7th Class Odia Solutions Chapter 5 ଛୋଟ ମୋର ଗାଆଁଟି

୫। ଅସଜଡ଼ା ପଦକୁ ସଜାଡ଼ି ଲେଖ ।
(କ) ପଞ୍ଜରା କାଠି ମୋର ପାଞ୍ଚଟି
ଡାହାଟି ସେଇଠି ହବ ଡାହାଟି ।
Answer:
ପାଞ୍ଚଟି ମୋର ପଞ୍ଜରା କାଠି
ସେଇଠି ହବ ଡାହାଟି ।

(ଖ) କଣ୍ଠେ ମୋର ଦେଲା ଯେ କଥା
ତାହାରି ଫୁଲ, ଶାଗୁଆ ଲତା ।
Answer:
ତାହାରି ଫୁଲ, ଶାଗୁଆ ଲତା
କଣ୍ଠେ ମୋର ଦେଲା ଯେ କଥା ।

(ଗ) ତାହାରି ବଣ,,ତାହାରି ଲଟା
ତା’ ମୁରଲୀ ସ୍ଵନ, ଗାଈଗୋଠ
Answer:
ତାହାରି ଲଟା ତାହାରି ବଣ
ତା’ ଗାଈଗୋଠ ମୁରଲୀ ସ୍ବନ ।

୬। ‘ପରାଣ’ ଶବ୍ଦରୁ ଯେପରି ‘ପ୍ରାଣ’, ସେହିପରି ନିମ୍ନଲିଖିତ ପଦଗୁଡ଼ିକର ଅନ୍ୟରୂପ ଲେଖ ।
ସରଗ, ରକତ, ମରତ, ଜନମ
Answer:
ସରଗ – ସ୍ୱର୍ଗ
ରକତ – ରକ୍ତ
ପରତ – ମର୍ତ୍ତ୍ୟ
ଜାନମ – ଜନ୍ମ

ତୁମପାଇଁ କାମ :

  • ତୁମ ଅଞ୍ଚଳର ପ୍ରାକୃତିକ ଦୃଶ୍ୟକୁ ଲକ୍ଷ୍ୟକରି ଦୁଇ ବା ତିନି ପଦରେ କବିତାଟିଏ ଲେଖ ।
  • କବି ସଚ୍ଚିଦାନନ୍ଦ ରାଉତରାୟଙ୍କ ଅନ୍ୟାନ୍ୟ କବିତା ସଂଗ୍ରହ କରି ପଢ଼ ।
    Answer:
    ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ କରିବେ ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନେ।ତ୍ତର

ଅତିସଂ ଷିପ୍ତ ପ୍ରଶ୍ନେ।ତ୍ତର

୧ । ‘ଛୋଟ ମୋର ଗାଆଁଟି’ର କବିଙ୍କ ନାମ କ’ଣ ?
Answer:
‘ଛୋଟ ମୋର ଗାଆଁଟି’ର କବି ହେଉଛନ୍ତି ସଚ୍ଚିଦାନନ୍ଦ ରାଉରରାୟ।

୨ । ‘ଛୋଟ ମୋର ଗାଆଁଟି’ କବିଙ୍କର କେଉଁ କବିତା ସଂକଳନରୁ ଆସିଛି ?
Answer:
‘ଛୋଟ ମୋର ଗାଆଁଟି’ କବିଙ୍କ ରଚିତ ‘ପଲ୍ଲୀଶ୍ରୀ’ ନାମକ କବିତା ସଂକଳନରୁ ଆସିଅଛି। ‘

୩। ଛୋଟ ମୋର ଗାଆଁଟି’ରେ କବି କାହାକୁ ସ୍ଵର୍ଗପୁର ଭାବରେ ବର୍ଣ୍ଣନା କରିଛନ୍ତି ?
Answer:
‘ଛୋଟ ମୋର ଗାଆଁଟି’ କବିତାରେ କବି ନିଜ ଗାଁକୁ ସ୍ଵର୍ଗପୁର ଭାବରେ ବର୍ଣ୍ଣନା କରିଛନ୍ତି ।

BSE Odisha 7th Class Odia Solutions Chapter 5 ଛୋଟ ମୋର ଗାଆଁଟି

୪ । କବି ତାଙ୍କ ଷଠୀଘରକୁ ଦେଖ୍ କ’ଣ ପ୍ରକାଶ କରିଛନ୍ତି ?
ଗାଁର ସେହି ମାଟିଘର କାନ୍ଥରେ କବିଙ୍କ ପାଇଁ ନିର୍ମିତ ଷଠୀଘରକୁ ଦେଖ୍ କବି କହିଛନ୍ତି ଯେ ଗାଁ ମାଟିର ଯେଉଁ ଏନ୍ତୁଡ଼ିଶାଳରେ ସେ ଦିନେ ଦୁନିଆର ଆଲୋକ ଦେଖୁଥିଲେ ସେହି ଘରେ ତାଙ୍କ ଜୀବନ ଦୀପ ଲିଭିଯାଉ।

୫। କବି କେଉଁଠାରେ ବୁଲି ବାଲ୍ୟବୟସ ବିତାଇ ଥିଲେ ?
Answer:
କବି ନିଜ ଛୋଟ ଗାଁର ତୋଟାମାଳରେ ସାଙ୍ଗସାଥୀମାନଙ୍କ ସହ ଖେଳିବୁଲି ସେ ତାଙ୍କ ବାଲ୍ୟବୟସ ବିତାଇ ଥିଲେ।

୬ । ଗାଁର ଜଳ କବିଙ୍କ ଶିରା ପ୍ରଶିରାରୋ ରକ୍ତ ହୋଇ ବହିଯାଇଛି ବୋଲି କାହିଁକି କହିଛନ୍ତି ?
ପଲ୍ଲୀଭୂମିର ଜଳ ତାଙ୍କ ଶିରା ପ୍ରଶିରାରେ ରକ୍ତ ହୋଇ ବହିଚାଲିଛି।

୭ । କିଏ କବିଙ୍କ ଆଖରେ ନୂଆ ଚାହାଣୀ ଭରି ଦେଇଥୁଲା ?
Answer:
ପାହାନ୍ତା ଉଷାରେ ସୂର୍ଯ୍ୟୋଦୟର ଲାଲ କିରଣ ଓ ସୂର୍ଯ୍ୟାସ୍ତର ସୁନେଲି ପ୍ରକୃତି କବିଙ୍କ ଆଖରେ ନୂଆ ଚାହାଣି ଭରି ଦେଇଥ୍ ଲା

୮ । କବିଙ୍କ ଜୀବନ ପଥରେ କେଉଁମାନେ ସାହା ହୋଇଛନ୍ତି ?
Answer:
ପଲ୍ଲୀ ଭୂମିର ଲଟା, ବଣ, ଗାଈଗୋଠ ତଥା ଗାଈଆଳର ମୁରଲୀସ୍ଵର ଏବଂ ଫସଲକଟା ବେଳର ସୁମଧୁର ଗାନ ଏ ସମସ୍ତ କବିଙ୍କ ଜୀବନ ପଥରେ ସାହା ହୋଇଛନ୍ତି।

୯ । କବିଙ୍କ କାନରେ କାହାର ବଂଶୀସ୍ଵର ବାଜିଯାଉଛି ?
Answer:
କବିଙ୍କ କାନରେ ବାଜିଯାଉଛି ଗାଈଆଳ ପିଲାର ବଂଶୀସ୍ୱନ।

୧୦ । ଗାଁରେ ଫସଲକଟା ହେଉଥ‌ିବା ସମୟକୁ କବି କିପରି ବର୍ଣ୍ଣନା କରିଛନ୍ତି ?
Answer:
ଶୀତଋତୁରେ ଗ୍ରାମବାସୀମାନେ ଫସଲ କାଟୁଥିବା ବେଳେ ଗାଉଥିବା ଗୀତ ତାଙ୍କୁ ବହୁତ ଭଲ ଲାଗିଥାଏ।

ବସ୍ତ୍ ନିଷ୍ଠ ପ୍ରଶ୍ନୋତ୍ତର :

୧। ‘ଛୋଟ ମୋର ଗାଆଁଟି’ କବିତା କାହାର ରଚନା ?
(କ) ଅନନ୍ତ୍ର ପଟ୍ଟନାୟକ
(ଖ) କୁନ୍ତଳାକୁମାରା ସାବତ
(ଗ) ସଚ୍ଚିଦାନନ୍ଦ ରାଉତରାୟ
(ଘ) ରାମକୃଷ୍ଣ ନନ୍ଦ
Answer:
(ଗ) ସଚ୍ଚିଦାନନ୍ଦ ରାଉତରାୟ

BSE Odisha 7th Class Odia Solutions Chapter 5 ଛୋଟ ମୋର ଗାଆଁଟି

୨ । ସଚ୍ଚି ରାଉତରାୟଙ୍କ ରଚନା ମଧ୍ୟରୁ ନିମ୍ନୋକ୍ତ କେଉଁଟି ଏକ କବିତା ଗ୍ରନ୍ଥ ?
(କ) ମାଟିର ତାଜ
(ଖ) ଚିତ୍ରଗ୍ରlବ
(ଗ) ପାଣ୍ଡୁଲିପି
(ଘ) ମଶାଣିର ଫୁଲ
Answer:
(ଗ) ପାଣ୍ଡୁଲିପି

୩। ନିମ୍ନୋକ୍ତ ମଧ୍ୟରୁ କେଉଁଟି ସଚ୍ଚି ରାଉତରାୟଙ୍କଦ୍ବାରା ରଚିତ ପ୍ରବନ୍ଧ ?
(କ) ସାହିତ୍ୟର ମୂଲ୍ୟବୋଧ
(ଖ) ସାହିତ୍ୟ ପ୍ରସଙ୍ଗ
(ଗ) କଳାଦୃଷ୍ଟି
(ଘ) ମଶାଣିର ଫୁଲ
Answer:
(କ) ସାହିତ୍ୟର ମୂଲ୍ୟବୋଧ

୪। ‘(ଶେଷ) ସେଇଠି ହେବ ଡାହାଟି’ – ଏହି କବିତାଂଶରେ ଥ‌ିବା ‘ଡାହା’ ଶବ୍ଦ କେଉଁ ଶବ୍ଦରୁ ଉତ୍ପନ୍ନ ହୋଇଛି ?
(କ) ହନନ
(ଖ) ମର୍ଦ୍ଦନ
(ଗ) ଦହନ
(ଘ) ମନନ
Answer:
(ଗ) ଦହନ

୫। ‘ତାହାରି ଜଳ ରକତ ହୋଇ’ – ଏହି କବିତା ପଂକ୍ତି ପାଇଁ ନିମ୍ନୋକ୍ତ କେଉଁ ପଂକ୍ତିଟି ଉପଯୁକ୍ତ ?
(କ) ସକଳ ମୋର ସାହାଟି
(ଖ) ଜାବନ ପଥେ ସକଳ ତାର
(ଗ) ଶିରାରେ ବହେ ଯେସନ ନଈ
(ଘ) ସେଇଠି ହେବ ତାହାଟି
Answer:
(ଗ) ଶିରାରେ ବହେ ଯେସନ ନଈ

୬। ନିମ୍ନୋକ୍ତ ମଧ୍ୟରୁ ‘ପ୍ରବାସ’ ଶବ୍ଦର ଅର୍ଥ କେଉଁଟି ?
(କ) ସ୍ବର
(ଖ) ବାସସ୍ଥାନ
(ଗ) ସ୍ବଦେଶ
(ଘ) ବିଦେଶ
Answer:
(ଘ) ବିଦେଶ

୭ । ନିମ୍ନୋକ୍ତ ମଧ୍ୟରୁ କାହାକୁ ଦେଖ୍ କବିଙ୍କର ବାଲ୍ୟଜୀବନର ଅଭୁଲା ସ୍ମୃତି ମନେପଡ଼ିଯାଏ ?
(କ) ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ
(ଖ) ପୂର୍ଣ୍ଣମୀ ରାତିର ରଜତ ଶୁଭ୍ର ଜ୍ୟୋତ୍ସ୍ନା
(ଗ) ଆକାଶର ତାରା
(ଘ) ଘର କାନ୍ଥରେ କଉଡ଼ି ତିଆରି ଷଠିଘର
Answer:
(ଘ) ଘର କାନ୍ଥରେ କଉଡ଼ି ତିଆରି ଷଠିଘର

BSE Odisha 7th Class Odia Solutions Chapter 5 ଛୋଟ ମୋର ଗାଆଁଟି

୮ । କବିଙ୍କ ଚିତା କେଉଁଠି ଜଳିବ ?
(କ) ଗାଆଁ ମଶାଣିରେ
(ଖ) ସ୍ଵର୍ଗଦ୍ଵାରରେ
(ଗ) ନିଜ ବାସଭବନ ପଛପଟରେ
(ଘ) ସ୍ତାଙ୍କ ଇଚ୍ଛାନୁସାରେ
Answer:
(କ) ଗାଆଁ ମଶାଣିରେ

୯ । କବି ପିଲାଦିନେ କେଉଁଠାରେ ଖେଳିବୁଲୁଥୁଲେ ?
(କ) ଗାଁ ଦାଣ୍ଡରେ
(ଖ) ଖେଳପଡ଼ିଆରେ
(ଗ) ତୋଟାମାଳରେ
(ଘ) ଘାସ ବଗିଚାରେ
Answer:
(ଗ) ତୋଟାମାଳରେ

୧୦ । ଭୂଗୋଳ ପୋଥ୍ ପତରରେ କାହାର ନାଆଁ ନାହିଁ ବୋଲି କବି କହିଛନ୍ତି ?
(କ) କବିଙ୍କ ଛୋଟିଆ ଗାଁ
(ଖ) କବିଙ୍କ ଘର
(ଗ) କବିଙ୍କ ଗ୍ରାମ ପଞ୍ଚାୟତ
(ଘ) କବିଙ୍କ ଜମିଜମାର କାଗଜପତ୍ର
Answer:
(କ) କବିଙ୍କ ଛୋଟିଆ ଗାଁ

କବିତାର ପୃଷ୍ଠଭୂମି :

ଓଡ଼ିଆ ଆଧୁନିକ କବିତା ରାଜ୍ୟରେ ଜଣେ ଉଚ୍ଚକୋଟୀର ସାହିତ୍ୟିକ ମର୍ଯ୍ୟାଦା ଲାଭ କରିଛନ୍ତି କବି ସଚ୍ଚିଦାନନ୍ଦ ରାଉତରାୟ । କବି ରାଉତରାୟ ଖୋର୍ଦ୍ଧା ନିକଟବର୍ତ୍ତୀ ଗୁରୁଜଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତା ଥିଲେ ପ୍ରସନ୍ନ କୁମାର ରାଉତରାୟ ମାତା ଥିଲେ ମୁକ୍ତା ଦେବୀ । ଛାତ୍ରାବସ୍ଥାରୁ କବିତା ରଚନା କରିବା ଥିଲା ତାଙ୍କର ସଉକ । ସେ ଏକାଧାରରେ ଥିଲେ ଜଣେ ଅପ୍ରତିଦ୍ବନ୍ଦୀ କବି, ଗାଳ୍ପିକ, ଔପନ୍ୟାସିକ ତଥା ସମାଲୋଚକ । ତାଙ୍କର ନିରଳସ ସାହିତ୍ୟ ସାଧନା ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡ଼େମା ପୁରସ୍କାର ମର୍ଯ୍ୟାଦା – ସମ୍ପନ୍ନ ଜ୍ଞାନପାଠ ପୁରସ୍କାର ଓ ଉତ୍କଳ ରତ୍ନ ଉପାଧ୍ ପାଇଥିଲେ।

ସରଳ ସାବଲାଳ ପ୍ରାଣସ୍ତର୍ଶା ଭାଷା ଓ ନିଜସ୍ୱ ଶୈଳାରେ ରଚିତ କବିଙ୍କ ସାରସ୍ଵତ ସ୍ଠଷ୍ଟିଗୁଡ଼ିକ ତାଙ୍କ ଅମ୍ଳାନ ପ୍ରତିଭାର ପରିଚାୟକ । ‘ପଲ୍ଲୀଶ୍ରୀ’, ‘ବାଜିରାଉତ’, ‘ପାଣ୍ଡୁଲିପି’, ‘ସ୍ଵାଗତ’, ‘ଭାନୁମତୀର ଦେଶ’ ଓ ‘ହସନ୍ତ’ ପରି କବିତା ଗ୍ରନ୍ଥ; ‘ମଶାଣିର ଫୁଲ’, ‘ମାଟିର ତାଜ’, ‘ଛାଇ’, ‘ମାଙ୍କଡ଼ ଓ ଅନ୍ୟାନ୍ୟ ଗଳ୍ପ’ ପରି ଗଳ୍ପ ପୁସ୍ତକ; ‘ଚିତ୍ରଗ୍ରୀବ’, ‘ତଳେ ମାଟି ଉପରେ ଆକାଶ’, ‘ସାଗର ତଳର ଢେଉ’ ପରି ପ୍ରବନ୍ଧ ପୁସ୍ତକମାନ ରଚନା କରି ସେ ପ୍ରଭୃତ ଯଶର ଅଧ୍ କାରା ହୋଇପାରିଛନ୍ତି। ଏତନ୍ଦଭିନ୍ନ ‘ଉତ୍ତର କକ୍ଷ’ ପ୍ରଥମ ଭାଗ ଓ ଦ୍ବିତୀୟ ଭାଗ ହେଉଛି କବିଙ୍କ ଆତ୍ମଚରିତ ।

କବିତାର ପୃଷ୍ଠଭୂମି :

କବିତା ‘ଛୋଟ ମୋର ଗାଆଁଟି’ କବିଙ୍କ ଆଖଣ୍ଡ ପଲ୍ଲୀପ୍ରୀତିର ପରିଚୟ ପ୍ରଦାନ କରେ । ଛୋଟ ଗାଁ ଗୁରୁଜଙ୍ଗରୁ କର୍ମମୟ ଜୀବନ ସେହି ସହରରେ ଅତିବାହିତ କରିଥିଲେ ମଧ୍ୟ ପଲ୍ଲୀଭୂଇଁ ଜନ୍ମସ୍ଥାନ ପ୍ରତି କବିଙ୍କ ଆକର୍ଷଣ ଥିଲା ଅଧ୍ବକ । କର୍ମମୟ ଜୀବନରେ କ୍ଷଣିକ ଅବସର ସମୟଟିକୁ ମଧ୍ୟ ସେ ଗାଁ ମାଟିରେ କଟାଇବାକୁ ଭଲ ପାଉଥିଲେ । ଏପରିକି ସେହି ଜନ୍ମମାଟିରେ ଶେଷ ଜୀବନ ଅତିବାହିତ କରି ଇହଲୀଳା ସମ୍ବରଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ‘ଛୋଟ ମୋର ଗାଆଁଟି’ କବିତାରେ କବି ନିଜ ଜନ୍ମଭୂମିର ବଣ, ପାହାଡ଼, ଶ୍ୟାମଳ ଶସ୍ୟକ୍ଷେତ୍ର, ନଦୀ, ନାଳ, ଗୋଚର, ମନ୍ଦିର ସବୁକିଛିର ଦୃଶ୍ୟ ବର୍ଣ୍ଣନା କରିଛନ୍ତି । ଏକ ପଲ୍ଲୀ ଗାଁର ପ୍ରାକୃତିକ ଜନ୍ତମାଟିରେ ଶେଷ ଜାଚନ ଅତିବାହିତ କରି ଇହଲାଳା ସମ୍ବରଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ‘ଛୋଟ ମୋର ଗାଆଁଟି’ କବିତାରେ କବି ନିଜ ଜନ୍ମଭୂମିର ବଣ, ପାହାଡ଼, ଶ୍ୟାମଳ ଶସ୍ୟକ୍ଷେତ୍ର, ନଦୀ, ନାଳ, ଗୋଚର, ମନ୍ଦିର ସବୁକିଛିର ଦୃଶ୍ୟ ବର୍ଣ୍ଣନା କରିଛନ୍ତି । ଏକ ପଲ୍ଲୀ ଗାଁର ପ୍ରାକୃତିକ ଚିତ୍ର ଦେଖିବାକୁ ମିଳେ ଏଇ କବିତାଟିରେ ।

କବିତାର ସାରକଥା:

ଉତ୍କଳୀୟ ଗ୍ରାମ୍ୟ ଜୀବନର ମନୋଜ୍ଞ ଚିତ୍ର ବର୍ଣ୍ଣନାରେ କବି ସଚ୍ଚିଦାନନ୍ଦ ରାଉତରାୟଙ୍କ ସ୍ଥାନ ସ୍ବତନ୍ତ୍ର । ପଲ୍ଲୀଜୀବନର କୋମଳ ପରିବେଶ, ଶାନ୍ତ, ସରଳ ଜୀବନ ଓ ଲୀଳା-ଚପଳ ପ୍ରକୃତିର ରୂପମାଧୁରୀ କବିଙ୍କ ଲେଖନୀରେ ଜୀବନ୍ତ ହୋଇ ଉଠିଛି ‘ଛୋଟ ମୋର ଗାଆଁଟି’ କବିତା ମାଧ୍ୟମରେ । କବିଙ୍କ ଜନ୍ମଭୂମି, ଓଡ଼ିଶାର ଏକ ଅଜ୍ଞାତ ପଲ୍ଲୀଗ୍ରାମ ଗୁରୁଜଙ୍ଗ ଭୂଗୋଳ ବହିରେ ସ୍ଥାନିତ ହୋଇନଥିଲେ ମଧ୍ୟ କବିଙ୍କ ପାଇଁ ସ୍ବର୍ଗଠାରୁ ବଡ଼ । ଗାଁର ସେହି ମାଟିଘର କାନ୍ଥରେ କବିଙ୍କ

ପାଇଁ ନିର୍ମିତ ଷଠୀଘରକୁ ଦେଖି କବି କହିଛନ୍ତି ଯେ ଗାଁ ମାଟିର ଯେଉଁ ଏନ୍ତୁଡ଼ିଶାଳରେ ସେ ଦିନେ ଦୁନିଆର ଆଲୋକ ଦେଖିଥିଲେ ସେହି ଘରେ ତାଙ୍କ ଜୀବନ ଦୀପ ଲିଭିଯାଉ । ନିଜ ଛୋଟ ଗାଁର ତୋଟାମାଳରେ ସାଙ୍ଗସାଥୀମାନଙ୍କ ସହ ଖେଳିବୁଲି ସେ ତାଙ୍କ ବାଲ୍ୟବୟସ ବିତାଇଥିଲେ । ସେହି ଗାଁର ଧୂଳି ମାଟି ତାଙ୍କ ପାଇଁ ସତେ ଯେପରି ଚନ୍ଦନ ତୁଲ୍ୟ । ଜୀବନର ଅନ୍ତିମ ସମୟ ସେ ସେହି ଭୂମିରେ ଅତିବାହିତ କରି ସେଇ ଗାଁ ତୋଟାମୁଣ୍ଡ ଶ୍ମଶାନରେ ପାଉଁଶ ହୋଇଯିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

ଜନ୍ମଭୂମିର ପାଣି ପବନକୁ ଗଭୀର ଭାବେ ଭଲ ପାଉଥିବା କବି ଅନୁଭବ କରିଛନ୍ତି ଯେ ସତେ ଯେପରି ତାଙ୍କ ପଲ୍ଲୀଭୂମିର ଜଳ ତାଙ୍କ ଶିରା ପ୍ରଶିରାରେ ରକ୍ତ ହୋଇ ବହିଚାଲିଛି । ନିଃଶ୍ଵାସ ପ୍ରଶ୍ଵାସରେ ସେହି ପବନର ଗନ୍ଧ ସେ ଅନୁଭବ କରିଛନ୍ତି । ସେହି ଜଳ ଓ ବାୟୁ ହିଁ ତାଙ୍କ କର୍ମମୟ ଜୀବନକୁ କରିଛି ଚଳଚଞ୍ଚଳ । କବି ତାଙ୍କ କଳ୍ପନାରେ ବାଲ୍ୟ ତି ସ୍ମରଣ କରିଛନ୍ତି । ଶାନ୍ତ ସରଳ ନିଜ ପଲ୍ଲୀଗ୍ରାମର ଗଛ-ଲତା, ଫୁଲ-ଫଳ ସବୁକିଛି ଅତି ଆପଣାର । ସେହି ବିଲ, ବାଡ଼ିର ଶସ୍ୟ ତାଙ୍କ ଶରୀର ଗଠନରେ ସହାୟକ ହୋଇଥିଲା । ସେହି କାନ୍ତକୋମଳ ପରିବେଶ ତାଙ୍କ କଣ୍ଠରେ ଭରି ଦେଇଥିଲା ଦରୋଟି ଭାଷା, ଓଠରେ ବୋଳି ଦେଇଥୁଲା ଚୁନା ଚୁନା ହସ । ପାହାନ୍ତି ଉଷାରେ ସୂର୍ଯ୍ୟୋଦୟର ଲାଲ କିରଣ ଓ ସୂର୍ଯ୍ୟାସ୍ତର ସୁନେଲି ପ୍ରକୃତି ତାଙ୍କ ଆଖିରେ ନୂଆ ଚାହାଣି ଭରି ଦେଇଥିଲା ।

ପଲ୍ଲୀ ବୁକୁରେ ଶରତ ଓ ବସନ୍ତ ଋତୁର ମନଛୁଆଁ ପ୍ରକୃତିକୁ କବି ସ୍ମରଣ କରିଛନ୍ତି । ଗ୍ରାମ ଉପକଣ୍ଠରେ ଥିବା ବଣଲତା ଆଢୁଆଳରୁ ଗାଈଗୋଠ ସହ ଗାଈଆଳ ପିଲାର ଘରବାହୁଡ଼ାର ଦୃଶ୍ୟ ନାଚିଉଠିଛି କବିଙ୍କ କଳ୍ପନେତ୍ରରେ । ତାଙ୍କ କାନରେ ବାଜିଯାଉଛି ଗାଈଆଳ ପିଲାର ବଂଶୀସ୍ୱନ । ଶୀତଋତୁରେ କୃଷିଜୀବୀ ଗ୍ରାମବାସୀମାନେ କିପରି ଆନନ୍ଦ ମନରେ ଫସଲ କାଟି ଖଳାବାଡ଼ିକୁ ବୋହି ଆଣନ୍ତି ସେସବୁ କବିଙ୍କର ମନେ ପଡ଼ିଯାଇଛି । ନିର୍ମଳ ଆକାଶରେ ରୁପେଲୀ ଜହ୍ନର ଶୀତଳ କିରଣ ତଥା ଅମାବାସ୍ୟାର ଅନ୍ଧକାର ସବୁକିଛି ଗାଁ ଭୂଇଁରେ ହିଁ ଅନୁଭୂତ ହୋଇଥାଏ । କବିଙ୍କ ପାଇଁ ସେହି ଆଲୋକ ଓ ଅନ୍ଧକାର ଅଭୁଲା ହୋଇ ରହିଆସିଛି ।

ପ୍ରବାସରେ ସହରୀ ପରିବେଶର ରଙ୍ଗୀନ ଆଲୋକମାଳା କି ବହୁମୂଲ୍ୟ ପ୍ରାସାଦ ତାଙ୍କୁ ଶାନ୍ତି ପ୍ରଦାନ କରିପାରି ନାହିଁ । ମାଟି କାଦୁଅଭରା ଗାଁ ଦାଣ୍ଡ ଓ ମାଟି କାନ୍ଥଘେରା ଗ୍ରାମୀଣ ଜୀବନଶୈଳୀ କବିଙ୍କୁ ସ୍ଵର୍ଗସୁଖ ପ୍ରଦାନ କରିଛି । ଏଥ‌ିପାଇଁ ସେ ଜନ୍ମଭୂମି ପଲ୍ଲୀଗ୍ରାମର ଧୂଳିମାଟିକୁ ଦଣ୍ଡବତ କରି ନିଜକୁ ଧନ୍ୟ ମନେକରିଛନ୍ତି । ବାଲ୍ୟଜୀବନର ସବୁ ସ୍ମୃତିକୁ ଯେପରି ତାଙ୍କ ଛୋଟ ଗାଁଟି ସାଇତି ରଖିଛି, କବି ତାହା ଅନୁଭବ କରିଛନ୍ତି । ସତେ ଯେପରି ତାଙ୍କ ପଲ୍ଲୀଗ୍ରାମ ତାଙ୍କ ଜୀବନର ସୁଖ-ଦୁଃଖ ଓ ହସ-କାନ୍ଦ ଭରା ଦିନଗୁଡ଼ିକର ଅପାସୋରା ବନ୍ଧୁ । ସହରରେ ବିଳାସପୂର୍ଣ୍ଣ ଜୀବନଯାପନ କରୁଥିଲେ ମଧ୍ୟ କବିଙ୍କ ମନ ତାଙ୍କର ସେହି ପଲ୍ଲୀଭୂଇଁ ପ୍ରତି ବାରମ୍ବାର ଆକର୍ଷିତ ହୋଇଛି ଓ ସେଇଥପାଇଁ ସେ ନତମସ୍ତକ ହୋଇ ଜନ୍ମମାଟି ପ୍ରତି ଅନ୍ତରର ଭକ୍ତିଅର୍ଘ୍ୟ ବାଢ଼ିଛନ୍ତି ।

କଠିନ ପଦାର୍ଥ:

  • ଷଠୀଘର – ଶି ଶୁ ଜନ୍ମ ହେବାର ଷଷ୍ଠ ଦିନ ରେ ଏନ୍ତୁଡ଼ିଶାଳର କାନ୍ଥରେ, ମାଟିରେ କଉଡ଼ି ଦିଆଯାଇ ତିଆରି ହୋଇଥ‌ିବା ଏକ ଘର । ଯେଉଁଠାରେ ଷଠୀ ଦେବୀଙ୍କୁ ପୂଜା କରାଯାଏ ।
  • ଚିତା ନିଆଁ – ଶ୍ମଶାନରେ ଶବଦାହ ପାଇଁ ଜଳୁଥିବା ଅଗ୍ନି ।
  • ଏନ୍ତୁଡ଼ିଶାଳ – ଘରର ଯେଉଁ କୋଠରିରେ ଶିଶୁ ଜନ୍ମ ହେବାପାଇଁ ବ୍ୟବସ୍ଥା କରାଯାଇଥାଏ ।
  • ତାହା – ଦାହ (ଦହନ ଶବ୍ଦରୁ ଉପ୍ ନ୍ନ) / ଜଳିବା ।
  • ପ୍ରାଣ – ନାହା – ପ୍ରାଣ ରୂପକ ନାଆ ।
  • ପ୍ରବାସ – ବିଦେଶ / ଅନ୍ୟ ଦେଶ।
  • ଝଳି – ଝଲସି ଉଠିବା / ଉତୃଳ ହେବା ।
  • ରାହା – ବାଟ / ପଥା
  • ଯେସନ – ଯେପରି
  • ଶିର – ମୁଣ୍ତ

Leave a Comment