BSE Odisha 7th Class Science Important Questions Chapter 3 ଅମ୍ଳ, କ୍ଷାରକ ଓ ଲବଣ

Odisha State Board BSE Odisha 7th Class Science Important Questions Chapter 3 ଅମ୍ଳ, କ୍ଷାରକ ଓ ଲବଣ Important Questions and Answers.

BSE Odisha Class 7 Science Important Questions Chapter 3 ଅମ୍ଳ, କ୍ଷାରକ ଓ ଲବଣ

Question 1.
ଲବଣ କିପରି ସୃଷ୍ଟି ହୁଏ । ଦୁଇଟି ଲବଣର ନାମ ସହ ତାର ବ୍ୟବହାର ଲେଖ ।
Solution:
(i) ଅମ୍ଳ ଓ କ୍ଷାରକ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ଘଟି ଲବଣ ଓ ଜଳ ସୃଷ୍ଟି ହୋଇଥାଏ ।
(ii) ଭଦାହରଣ ସହପ – ସୋଡିୟମ୍ ହାଲତ୍ରୋକ୍ସାଲତ୍ ଓ ଲବଣାମ୍ଳର ରାସାୟନିକ ପ୍ରତିକ୍ରଯା ଘଟି ସୋଣିୟ କ୍ଲୋରାଇଡ୍ ଲବଣ ସୃଷ୍ଟି ହୁଏ ।
(iii) ଦୁଇଟି ଲବଣର ନାମ ହେଲା – ଖାଇବା ଲୁଣ ଓ ଫିଟିକିରି । ଖାଇବା ଲୁଣକୁ ଖାଦ୍ୟରୂପେ ବ୍ୟବହାର କରାଯାଏ । ଫିଟିକିରିଦ୍ଵାରା ଜଳକୁ ବିଶୁଦ୍ଧ କରାଯାଏ ।

Question 2.
ବିଜ୍ଞାନାଗାରରେ ବ୍ୟବହୃତ ହେଉଥ‌ିବା ଦୁଇଟି ଅମ୍ଳ ଓ ଦୁକଟି ଶ୍ଵାରକର ନାପ ଲେଖ |
Solution:
(i) ବିଜ୍ଞାନାଗାରରେ ବ୍ୟବହୃତ ହେଉଥ‌ିବା ଦୁଇଟି ଅମ୍ଳ ହେଲା – ଗନ୍ଧକାମ୍ଳ (H2SO4 ) ଓ ନାଇଟ୍ରିକ୍ ଅମ୍ଳ (HNO3) ।
(ii) ବିଜ୍ଞାନାଗାରରେ ବ୍ୟବହୃତ ହେଉଥ‌ିବା ଦୁଇଟି କ୍ଷାରକ ହେଲା ସୋଡ଼ିୟମ୍ ହାଇଡ୍ରୋକ୍‌ସାଇଡ୍ (NaOH) ପୋଟାସିୟମ୍ ହାଇଡ୍ରୋକ୍‌ସାଇଡ୍ (KOH) ।

BSE Odisha 7th Class Science Important Questions Chapter 3 ଅମ୍ଳ, କ୍ଷାରକ ଓ ଲବଣ

Question 3.
ସୋଡ଼ିୟମ୍ ଲବଣର ହଇଟି ବ୍ୟବହ୍ୱାର ଲେଖା |
Solution:
(i) ସୋଡ଼ିୟମ୍ ଲବଣକୁ ଖାଦ୍ୟ ପ୍ରକ୍ରିୟାକରଣରେ ବ୍ୟବହାର କରାଯାଏ ।
(ii) କୃତ୍ରିମ ରବର ତିଆରିରେ, ରଙ୍ଗ ଓ କାଗଜ କାରଖାନାରେ ମଧ୍ୟ ବ୍ୟବହାର କରାଯାଏ ।

Question 4.
ଲଦଣାମ୍ଳର ଦୁଲଟି ଟିଣେଶ୍ଶ ଲେଖ |
Solution:
(i) ଲବଣାମ୍ଳ କୌଣସି ଅମ୍ଳୀୟ ଅକ୍‌ସାଇଡ୍‌ରୁ ସୃଷ୍ଟି ହୋଇନାହିଁ ।
(ii) ଆମ ପାକସ୍ଥଳୀରେ ଖାଦ୍ୟ ହଜମ ପାଇଁ ଝରୁଥ‌ିବା ପାଚକ ରସରେ ଲବଣାମ୍ଳ ଥାଏ । ଏହାର ପରିମାଣ ଅଧ୍ଵ ହେଲେ, ପେଟରେ ରୋଗ ହୋଇଥାଏ ।

Question 5.
ଧାତବ ଅକ୍‌ସାଇଡ୍ ସହ ଅମ୍ଳର ରାସାୟନିକ ପ୍ରତିକ୍ରିୟା ଘଟିଲେ କଣ ହୁଏ ?
Solution:
(i) ଧାତବ ଅକ୍‌ସାଇଡ୍ ସହିତ ଅମ୍ଳର ରାସାୟନିକ ପ୍ରତିକ୍ରିୟା ଘଟିଲେ ଧାତବ ଲବଣ ଓ ଜଳ ସୃଷ୍ଟି ହୁଏ ।
(ii) ଉଦାହରଣ ସ୍ୱରୂପ ଚୂନ ସହ ଲବଣାସ୍କର ରାସାୟନିକ ପ୍ରତିକ୍ରିୟା ଘଟି କ୍ୟାଲ୍‌ସିୟମ୍ କ୍ଲୋରାଇଡ୍ ଓ ଜଳ ଉତ୍ପନ୍ନ ହୁଏ । CaO + 2HCl = CaCl2 + H2O

ବସ୍ତୁନିଷ୍ଠ ପ୍ରଣୋଇର :

I. ଶୂନ୍ୟସ୍ଥାନ ପୂରଣ କର :
(i) ଅମ୍ଳ ଶବ୍ଦଟି ଲାଟିନ୍ ଶବ୍ଦ _________ ରୁ ଆସିଅଛି ।
(ii) କୌଣସି ପଦାର୍ଥର ଅମ୍ଳୀୟ କିମ୍ବା କ୍ଷାରୀୟ ଗୁଣକୁ ଜାଣିବାପାଇଁ ବ୍ୟବହୃତ _________ କୁହାଯାଏ ।
(iii) ଲିଟ୍ମସ _________ ରୁ ପ୍ରସ୍ତୁତ ହୁଏ ।
(iv) ହଳଦୀଗୁଣ୍ଡ କ୍ଷାରୀୟ ଦ୍ରବଣରେ ମିଶିଲେ ଦ୍ରବଣର ରଙ୍ଗ ବଦଳି, _________ ହୋଇଯାଏ ।
(v) ବର୍ଷା ଜଳରେ ଅତ୍ୟଧିକ ଅମ୍ଳ ଥିଲେ, ଏହାକୁ _________ କୁହାଯାଏ ।
Solution:
(i) ଆସିଡ଼ସ୍
(ii) ସୂଚକ
(iii) ଲାଇକେନ୍
(iv) ନାଲି
(v) ଅମ୍ଳବର୍ଷା

II. ପ୍ରଥମ ଶବ୍ଦଦ୍ଵୟର ସମ୍ପର୍କ ଦେଖ୍ ତୃତୀୟ ଶବ୍ଦ ସହ ସମ୍ପର୍କିତ ଶବ୍ଦଟି ଲେଖ ।
(i) ମନୁଷ୍ୟ ପାକସ୍ଥଳୀ : ଲବଣାମ୍ଳ :: ମଦ୍ମମାଛି : _________
(ii) ତେନ୍ତୁଳି : ଟାର୍‌ଟାରିକ୍ ଅମ୍ଳ :: ଦହି : _________
(iii) ସାବୁନ ପାଣି : କ୍ଷାରକ :: ପାତିତ ଜଳ : _________
(iv) ନୀଳ ଲିଟ୍‌ସ୍‌ ନାଲି : ଅମ୍ଳ :: ନାଲି ଲିଟ୍‌ସ୍‌କୁ ନୀଳ : _________
(v) ସ୍ନେହସାର : ସ୍ନେହାମ୍ଳ :: ପୁଷ୍ଟିସାର : _________
Solution:
(i) ଫରମିକ୍ ଅମ୍ଳ,
(ii) ଲାକ୍‌ଟିକ୍ ଅମ୍ଳ,
(iii) ପ୍ରଶମିତ ଦ୍ରବଣ,
(iv) କ୍ଷାରକ,
(v) ଆମିନୋ ଅମ୍ଳ

BSE Odisha 7th Class Science Important Questions Chapter 3 ଅମ୍ଳ, କ୍ଷାରକ ଓ ଲବଣ

III. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦବାଛି ଶୂନ୍ୟସ୍ଥାନ ପୂରଣ କର ।
(i) ଅମ୍ଳୀୟ ଦ୍ରବଣରେ ନୀଳ ଲିଟ୍ସ୍ କାଗଜ ବୁଡ଼ାଇଲେ _________ ରଙ୍ଗ ହୁଏ । (ନାଲି, ନୀଳ, ସବୁଜ, ହଳଦିଆ)
(ii) କ୍ଷାରୀୟ ଦ୍ରବଣରେ ନାଲି ଲିଟ୍ସ୍ କାଗଜ ବୁଡ଼ାଇଲେ _________ ରଙ୍ଗ ହୁଏ । (ନାଲି, ନୀଳ, ସବୁଜ, ହଳଦିଆ)
(iii) ସାଇଟ୍ରିକ୍ ଅମ୍ଳର ପ୍ରାକୃତିକ ଉତ୍ସ _________ | (ବାଇଗଣ, ଅଁଳା, ଅଙ୍ଗୁର, କମଳାଲେମ୍ବୁ)
(iv) _________ ଏକ ସୂଚକ ପଦାର୍ଥ ଅଟେ । (ଅଙ୍ଗୁର, ମନ୍ଦାରଫୁଲ, ଚିନି, କମଳାରସ)
(v) ଯେଉଁ ପଦାର୍ଥ ଅମ୍ଳ କିମ୍ବା କ୍ଷାରକ ନୁହେଁ, ତାହାକୁ _________ ପଦାର୍ଥ କୁହାଯାଏ । (ପ୍ରଶମିତ ପଦାର୍ଥ, ଅମ୍ଳୀୟ ପଦାର୍ଥ, କ୍ଷାରୀୟ ପଦାର୍ଥ, ଭୌତିକ ପଦାର୍ଥ )
(vi) ବଦହଜମ ଖାଦ୍ୟକୁ _________ ପ୍ରଶମିତ କରାଏ । ( ଖାଇବାସୋଡ଼ା ଦ୍ରବଣ, ପ୍ରତିଅମ୍ଳ, କ୍ଷାର, ଅମ୍ଳ)
(vii) ଶରୀରର ଆକୃତି, ଉଚ୍ଚତା, ଆଖର ରଙ୍ଗ ପ୍ରଭୃତିକୁ _________ (DNA, RNA, ଆମିନୋ ଅମ୍ଳ, ସ୍ନେହାମ୍ଳ)
Solution:
(i) ନାଲି
(ii) ନୀଳ
(iii) କମଳାଲେମ୍ବୁ
(iv) ମନ୍ଦାରଫୁଲ
(v) ପ୍ରଶମିତ ପଦାର୍ଥ
(vi) ପ୍ରତିଅମ୍ଳ
(vi) DNA

IV. ‘କ’ ସ୍ତମ୍ଭର ପ୍ରତ୍ୟେକ ଶବ୍ଦ ସହ ସମ୍ପର୍କ ଥିବା ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦ ବାଛି ମିଳାଅ ।
BSE Odisha 7th Class Science Important Questions Chapter 3 Img 1

V. ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(i) ଅମ୍ଳ ଓ କ୍ଷାରକକୁ ଚିହ୍ନିବାକୁ ବ୍ୟବହୃତ ପଦାର୍ଥକୁ ପ୍ରଶମିତ ପଦାର୍ଥ କୁହାଯାଏ ।
(ii) ଅମ୍ଳ ନାଲି ଲିଟ୍ରମସ୍‌କୁ ନୀଳ କରେ ।
(iii) ଅମ୍ଳ ଓ କ୍ଷାରକ ମଧ୍ୟରେ ପ୍ରତିକ୍ରିୟାକୁ ପ୍ରଶମିତ ଦ୍ରବଣ କୁହାଯାଏ
(iv) ଅକ୍‌ଲିକ ଅମ୍ଳର ପ୍ରାକୃତିକ ଉତ୍ସ କଞ୍ଚାଆମ୍ବ ଅଟେ ।
(v) ଆମ ପାକସ୍ଥଳୀରେ ଥିବା ସ୍ନେହାମ୍ଳ ଖାଦ୍ୟ ହଜମରେ ସହାୟକ ହୁଏ ।
Solution:
(i) ଅମ୍ଳ ଓ କ୍ଷାରକକୁ ଚିହ୍ନିବାକୁ ବ୍ୟବହୃତ ପଦାର୍ଥକୁ ସୂଚକ କୁହାଯାଏ ।
(ii) କ୍ଷାରକ ନାଲି ଲିଟମସ୍‌ ନୀଳ କରେ ।
(iii) ଅମ୍ଳ ଓ କ୍ଷାରକ ମଧ୍ୟରେ ପ୍ରତିକ୍ରିୟାକୁ ପ୍ରଶମନୀକରଣ କୁହାଯାଏ ।
(iv) ଅକ୍‌ଲିକ ଅମ୍ଳର ପ୍ରାକୃତିକ ଉତ୍ସ ପାଳଙ୍ଗଶାଗ ଅଟେ ।
(v) ଆମ ପାକସ୍ଥଳୀରେ ଥ‌ିବା ଲବଣାମ୍ଳ ଖାଦ୍ୟ ହଜମରେ ସହାୟକ ହୁଏ ।

VI. ନିମ୍ନରେ ପ୍ରତ୍ୟେକ ପ୍ରଶ୍ନ ପାଇଁ ଦିଆଯାଇଥ‌ିବା ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ପାଖରେ ଠିକ୍ (✓) ଚିହ୍ନ ଦିଅ ।
(କ) ଆମେ ପିଉଥ‌ିବା ସୋଡ଼ାପାଣିରେ କ’ଣ ଥାଏ ?
(i) ଏସିଟିକ୍ ଅମ୍ଳ
(ii) ସାଇଟ୍ରିକ୍ ଅମ୍ଳ
(iii) ଲେମ୍ବୁରସ
(iv) କାର୍ବୋନିକ୍ ଅମ୍ଳ
Solution:
(iv) କାର୍ବୋନିକ୍ ଅମ୍ଳ

(ଖ) କାହାଦ୍ଵାରା ଫରମିକ୍ ଅମ୍ଳ ପ୍ରଶମିତ ହୁଏ ?
(i) ଏମୋନିୟମ୍
(ii) କାଲାମିନ୍
(iii) ଲବଣାମ୍ଳ
(iv) ଆମିନୋ ଅମ୍ଳ
Solution:
(ii) କାଲାମିନ୍

(ଗ) କେଉଁ ଦ୍ରବଣରେ ମନ୍ଦାର ଦ୍ରବଣ ମିଶିଲେ ରଙ୍ଗ ଅପରିବର୍ତ୍ତିତ ରହେ ?
(i) ସୋଡ଼ାପାଣି
(ii) ଚିନିପାଣି
(iii) ଲାକ୍‌ଟିକ୍ ଅମ୍ଳ
(iv) ସାମ୍ପୋ
Solution:
(ii) ଚିନିପାଣି

(ଘ) କାହାଦ୍ଵାରା ବଦଳଜମି ପ୍ରଶମିତ ହୁଏ ?
(i) ଲେମ୍ବୁରସ
(ii) ଭିନେଗାର
(iii) ଖାଇବା ସୋଡ଼ା
(iv) ଲୁଣପାଣି
Solution:
(iii) ଖାଇବା ସୋଡ଼ା

(ଙ) ଆମେ ଖାଉଥ‌ିବା କେଉଁ ଖାଦ୍ୟରେ ଅମ୍ଳ ନ ଥାଏ ?
(i) ଖାଇବା ସୋଡ଼ା
(ii) ଦହି
(iii) ବିଲାତି ବାଇଗଣ
(iv) ଲେମ୍ବୁ
Solution:
(i) ଖାଇବା ସୋଡ଼ା

BSE Odisha 7th Class Science Important Questions Chapter 3 ଅମ୍ଳ, କ୍ଷାରକ ଓ ଲବଣ

VII. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(i) ଖଟା ଲାଗୁଥିବା ଦୁଇଟି ପଦାର୍ଥର ନାମ ଲେଖ ।
(ii) ଏସିଟିକ୍ ଅମ୍ଳର ପ୍ରାକୃତିକ ଉତ୍ସର ନାମ କ’ଣ ?
(iii) କ୍ଷାରିଆ ଲାଗୁଥୁବା ଦୁଇଟି ପଦାର୍ଥର ନାମ ଲେଖ ।
(iv) ଆମ ଶରୀରର କୋଷରେ ଥ‌ିବା ଅମ୍ଳର ନାମ ଲେଖ ।
(v) ଯେଉଁ ଦ୍ରବଣରେ ବୁଡ଼ାଇଲେ ଲିଟମସର ରଙ୍ଗ ବଦଳେ ନାହିଁ, ତାହାକୁ କ’ଣ କୁହାଯାଏ ?
(vi) ଲେମ୍ବୁରସରେ ନାଲି ଓ ନୀଳ ଲିଟମସ ବୁଡ଼ାଇଲେ କେଉଁ ରଙ୍ଗ ହେବ ?
(vii) କେଉଁଥରେ ଅକ୍‌ଲିକ୍ ଅମ୍ଳ ଥାଏ ?
(viii)କମଳା ଓ ଲେମ୍ବୁରେ କେଉଁ ଅମ୍ଳ ଥାଏ ?
(ix) ଆସକର୍‌ବିକ୍ ଅମ୍ଳ କେଉଁଥରେ ଥାଏ ?
(x) ଟାର୍‌ଟାରିକ୍ ଅମ୍ଳ କେଉଁଥିରେ ଥାଏ ?
Solution:
(i) ଭିନେଗାର, ଦହି ଖଟା ଲାଗୁଥ‌ିବା ଦୁଇଟି ପଦାର୍ଥ ଅଟେ ।
(ii) ଭିନେଗାର ଏସିଟିକ୍ ଅମ୍ଳର ପ୍ରାକୃତିକ ଉତ୍ସ ।
(iii) କ୍ଷାରିଆ ଲାଗୁଥୁବା ଦୁଇଟି ପଦାର୍ଥ ହେଲା – ଚୂନପାଣି, ସୋଡ଼ିୟମ ଅକ୍ସାଇଡ ।
(iv) ଆମ ଶରୀରର କୋଷରେ ଥ‌ିବା ଅମ୍ଳର ନାମ—ଡିଅକ୍‌ସି ରାଇବୋ ନ୍ୟୁକ୍ଲିକ୍ ଅମ୍ଳ ।
(v) ଯେଉଁ ଦ୍ରବଣରେ ବୁଡ଼ାଇଲେ ଲିଟମସର ରଙ୍ଗ ବଦଳେ ନାହିଁ, ତାହାକୁ ପ୍ରଶମିତ ଦ୍ରବଣ କୁହାଯାଏ ।
(vi) ଲେମ୍ବୁରସରେ ନାଲି ଓ ନୀଳ ଲିଟମସ ବୁଡ଼ାଇଲେ ନୀଳ, ନାଲି ଲିଟମସ ରଙ୍ଗ ହେବ ଓ ନାଲି ଲିଟମସ ନାଲି ରଙ୍ଗ ରହିବ ।
(vii) ପାଳଙ୍ଗ ଶାଗରେ ଅକ୍‌ଲିକ୍ ଅମ୍ଳ ଥାଏ
(viii)କମଳା ଓ ଲେମ୍ବୁରେ ସାଇଟ୍ରିକ୍ ଅମ୍ଳ ଥାଏ ।
(ix) ଆସକର୍‌ବିକ୍ ଅମ୍ଳ ଅଁଳାରେ ଥାଏ ।
(x) ଟାର୍‌ଟାରିକ୍ ଅମ୍ଳ ତେନ୍ତୁଳି, ଅଙ୍ଗୁର, କଞ୍ଚାଆମ୍ବରେ ଥାଏ ।

Leave a Comment