BSE Odisha 7th Class Science Important Questions Chapter 7 ପାଣିପାଗ, ଜଳବାୟୁ, ପ୍ରାଣୀମାନଙ୍କ ଉପଯୋଜନ

Odisha State Board BSE Odisha 7th Class Science Important Questions Chapter 7 ପାଣିପାଗ, ଜଳବାୟୁ, ପ୍ରାଣୀମାନଙ୍କ ଉପଯୋଜନ Important Questions and Answers.

BSE Odisha Class 7 Science Important Questions Chapter 7 ପାଣିପାଗ, ଜଳବାୟୁ, ପ୍ରାଣୀମାନଙ୍କ ଉପଯୋଜନ

Question 1.
ମେରୁଭାଲୁର ଉପଯୋଜନ ବର୍ଣ୍ଣନା କର ।
Solution:
(i) ମେରୁ ଅଞ୍ଚଳରେ ତାପମାତ୍ରା ଶୀତରୁତୁରେ –40°C ଖସି ଆସେ, ଏହି ଅଞ୍ଚଳ ସବୁବେଳେ ପ୍ରାୟ ବରଫାବୃତ ରହେ । ଧଳା ଭାଲୁ ଏହି ପରିବେଶରେ ନିଜକୁ ଉପଯୋଜିତ କରିପାରେ ।
(ii) ମେରୁଭାଲୁର ଶରୀର ଲୋମଶ ହୋଇଥ‌ିବାରୁ ଶୀତଦାଉରୁ ରକ୍ଷା ପାଇଥାଏ । ଶରୀରର ବର୍ଣ୍ଣ ବରଫ ପରି ଧଳା ।
(iii) ଅନୁକୂଳ ସମୟରେ (ଗ୍ରୀଷ୍ମ ବା ଶରତ ଋତୁରେ) ଏମାନେ ଶିକାର କରି ଅଧ୍ଵ ଖାଦ୍ୟ ଖାଇଥାଆନ୍ତି ଓ ଚର୍ବି ଜାତୀୟ ଖାଦ୍ୟ ଶରୀରରେ ସଞ୍ଚୟ କରି ରଖନ୍ତି । ଖାଦ୍ୟାଭାବ ସମୟରେ ଶୀତଋତୁରେ ବିଶେଷତଃ ମାଈ ଧଳାଭାଲୁ ନିଜର ଛୁଆକୁ ଧରି ବରଫରେ ଗାତ କରି ପଡ଼ିରହେ । ସେତେବେଳେ ଏହି ଚର୍ବିଜାତୀୟ ଖାଦ୍ୟକୁ ହିଁ ବ୍ୟବହାର “କରିଥାଏ ଓ ଶରୀରର ବିପଚନ କମ୍ ହୋଇଥିବାରୁ ଅଧିକ ଖାଦ୍ୟ ଆବଶ୍ୟକ ହୁଏ ନାହିଁ ।
(iv) ଏହାର ଘ୍ରାଣଶକ୍ତି ଅତି ପ୍ରଖର । ଏହା ତା’କୁ ଶିକାରରେ ସାହାଯ୍ୟ କରେ ।
(v) ପଞ୍ଝା ଓସାରିଆ, ବଡ଼ ଆକାରର ଓ ତୀକ୍ଷ୍ଣ ନଖଯୁକ୍ତ ହୋଇଥିବାରୁ ଏମାନେ ବରଫ ଉପରେ ସହଜରେ ଚାଲିପାରନ୍ତି ଓ ଖରାଦିନେ ପାଣିରେ ମଧ୍ୟ ପହଁରିପାରନ୍ତି ।

Question 2.
ଜଳ ପରିବେଶରେ ମାଛର ଉପଯୋଜନଗୁଡ଼ିକ ବର୍ଣ୍ଣନା କର ।
Solution:
(i) ମାଛର ଧାରାରୈଖୀକ (streamlined) ଶରୀର ଜଳକୁ କାଟି ପହଁରିବାରେ ସାହାଯ୍ୟ କରେ ।
(ii) ଡେଣା (ପକ୍ଷ) ଓ ଲାଞ୍ଜ କ୍ଷିପ୍ରଗତିରେ ଚଳାଚଳ ପାଇଁ ଏବଂ ଦିଗ ପରିବର୍ତ୍ତନ ପାଇଁ ଉଦ୍ଦିଷ୍ଟ ।
(iii) ମାଛ ତା’ର ଗାଲି ସାହାଯ୍ୟରେ ଜଳରୁ ଦ୍ରବୀଭୂତ ଅମ୍ଳଜାନ ଗ୍ରହଣ କରି ଶ୍ଵାସକ୍ରିୟା ସମ୍ପାଦନ କରେ ।
(iv) ମାଛର କାତିଥିବାରୁ ଦେହରୁ ଜଳ କ୍ଷୟ ବା ଦେହ ଭିତରେ ଜଳ ପ୍ରବେଶ କରେ ନାହିଁ ଏବଂ ବାହ୍ୟ ଆଘାତର ପ୍ରଭାବ କାତି ଯୋଗୁଁ ବିଛୁରିତ ହୋଇଯାଏ; ଫଳରେ ଆଘାତର କୁପରିଣାମ କମିଯାଏ ।
(v) ମାଛର ଆଖ‌ିରେ ଥ‌ିବା ପରଦା ଆଖୁକୁ ସୁରକ୍ଷା ପ୍ରଦାନ କରିବା ସହ ଜଳ ମଧ୍ୟରେ ଖାଦ୍ୟ ଖୋଜିବାରେ ସାହାଯ୍ୟ
(vi) ଏତଦ୍‌ବ୍ୟତୀତ ମାଛ ଏବଂ ଅନ୍ୟ ଜଳଚର ପ୍ରାଣୀ ସେମାନଙ୍କ ଉଦରରେ ଥ‌ିବା ବାୟୁ ଥଳୀ (Gas bladders)ରେ ବାୟୁ ରଖୁପାରନ୍ତି । ତାହା ସେମାନଙ୍କୁ ଜଳରେ ବୁଡ଼ିବାକୁ କିମ୍ବା ଜଳ ଉପରକୁ ଉଠିବାକୁ ସାହାଯ୍ୟ କରେ । ଏହା ସେମାନଙ୍କୁ ଜଳର ଏକ ନିର୍ଦ୍ଦିଷ୍ଟ ସ୍ତରରେ ରହିବାରେ ସହାୟକ ହୁଏ ।

BSE Odisha 7th Class Science Important Questions Chapter 7 ପାଣିପାଗ, ଜଳବାୟୁ, ପ୍ରାଣୀମାନଙ୍କ ଉପଯୋଜନ

Question 3.
ପକ୍ଷୀମାନଙ୍କର ଶରୀର ଆକାଶରେ ଉଡ଼ିବାକୁ କିପରି ଉପଯୋଜିତ ହୋଇଥାଏ ଲେଖ ।
Solution:
ଖାଦ୍ୟାଭ୍ୟାସରେ ଉପଯୋଜନ ଦୃଷ୍ଟିରୁ ସ୍ଥଳଭାଗ, ନଦୀ, ଜଳାଶୟ ଓ ସମୁଦ୍ରତଟ ଅଞ୍ଚଳରେ ଭିନ୍ନ ଭିନ୍ନ ପକ୍ଷୀ ବାସ କରନ୍ତି । ହେଲେ ଅଧିକାଂଶ ପକ୍ଷୀ ସ୍ଥଳଭାଗରେ ବାସ କଲେ ମଧ୍ୟ ଆକାଶରେ ଉଡ଼ି ବୁଲନ୍ତି । ଏଥିପାଇଁ
(i) ବାୟୁର ପ୍ରତିରୋଧକୁ ଏଡ଼ାଇବା ପାଇଁ ପକ୍ଷୀମାନଙ୍କର ଶରୀର ଧାରାରୈଖୀକ, ମୁଣ୍ଡଟି କୋନ୍ ଆକାର ବିଶିଷ୍ଟ ଓ ଥଣ୍ଟ ଗୋଜିଆ ହୋଇଥାଏ ।
(ii) ଉଡ୍ଡୟନରେ ସାହାଯ୍ୟ କରିବାକୁ ଅଗ୍ର ଅବୟବଟି ପକ୍ଷ (wing) ଭାବେ ରୂପାନ୍ତରିତ ହୋଇଛି । ସକ୍ରିୟ ଉଡ୍ଡୟନ ପାଇଁ ଦୃଢ଼ ଓ ଉନ୍ନତ ଉଡ୍ଡୟନ ପେଶୀ (flight muscles) ରହିଛି ଏବଂ ପକ୍ଷୀଙ୍କ କଙ୍କାଳର ବକ୍ଷଭାଗରେ ଏକ ବିହଙ୍ଗ ବକ୍ଷାସ୍ଥି (keel) ରହିଛି ।
(iii) ଶରୀର ଓ ପକ୍ଷ ବିଭିନ୍ନ ପରଦ୍ଵାରା ଆବୃତ । ଏହା ଶରୀରକୁ ସୁରକ୍ଷାଦେବାସହ ଉଡ଼ିବାରେ ସାହାଯ୍ୟକରେ । ଲାଞ୍ଜ ଦିଗ ନିର୍ଦ୍ଧାରଣରେ ସହାୟକ ହୁଏ ।
(iv) ଅସ୍ଥି ଛିଦ୍ରଯୁକ୍ତ ଓ ବାୟୁପୂର୍ଣ୍ଣ ହୋଇଥିବାରୁ ହାଲୁକା ଅଥଚ ଦୃଢ଼ ଓ ମଜ୍ଜାରହିତ ଅସ୍ଥି ଥ‌ିବାଯୋଗୁଁ ଶରୀରର ଓଜନ କମ୍ ହୋଇଥାଏ ।
(v) ଓଜନକୁ ଆହୁରି କମାଇବା ପାଇଁ ପକ୍ଷୀମାନଙ୍କ ଶରୀରରେ ମୂତ୍ରଥଳୀ ଓ ଦାନ୍ତ ଆଦୌ ନ ଥାଏ; ମାତ୍ର ଗୋଟିଏ ଡିମ୍ବାଶୟ ଥାଏ ।
(vi) ଅତିଦୂରରୁ ଖାଦ୍ୟ ପଦାର୍ଥ ଠାବ କରିବା ପାଇଁ ପକ୍ଷୀମାନଙ୍କ ଚକ୍ଷୁ ବେଶ୍ ପାରଙ୍ଗମ ।

Question 4.
ପେଙ୍ଗୁଇନ୍ ଶୀତଳ ପରିବେଶରେ ନିଜକୁ କିପରି ଉପଯୋଜିତ କରିଥାଏ ଲେଖ ।
Solution:
(i) ଶୀତଳ ପରିବେଶରେ ପେଙ୍ଗୁଇନ୍ ପକ୍ଷୀ ନିଜକୁ ଉପଯୋଜିତ କରିଥାଏ ।
(ii) ଏମାନେ ମାଛ ଖାଇ ବଞ୍ଚୁଥ‌ିବାରୁ ଖାଦ୍ୟ ପାଇଁ ଅନ୍ୟତ୍ର ଉଡ଼ିବାର ଆବଶ୍ୟକତା ନ ଥାଏ । ଏଥିସହ ସେମାନଙ୍କ (flightless birds), କିନ୍ତୁ ଏମାନେ ଜଳରେ ଭଲ ପହଁରି ପାରନ୍ତି ।
(iii) ଏହିପରି ଉଡ଼ିପାରୁନଥିବା ପକ୍ଷୀମାନଙ୍କର ଶରୀରର ଆକାରରେ ବଡ଼ ଓ ଓଜନିଆ (large body size) ଅଟେ ।
(iv) ଏମାନଙ୍କର ଚର୍ମ ମୋଟା ଓ ତାହା ତଳେ ଏକ ଚର୍ବିର ଆବରଣ ଥାଏ । ଏହା ସେମାନଙ୍କୁ ଉତ୍ତାପ ଯୋଗାଏ ।

Question 5.
ମରୁଜ ଉଦ୍ଭିଦର ଉପଯୋଜନଗୁଡ଼ିକ ଲେଖ ।
Solution:
କଳାଇବ ସଦ ଖାପମୋକନଣ୍ଡହ୍ନିକ ପାଇଁ ଏବଂ କଳ ସମୁଦୃରେ ରହିଥିବା ସମସ୍ୟାର ସମାଧାନ ପାଇଁ ମରୁକ ଭରିଦରେ
(i) ମରୁଜ ଉଭିଦର ଚେର ବେଶ୍ ବ୍ୟାପକ ଭାବେ ବିକାଶ ଲାଭ କରିଥାଏ । ଯଥା – ସପ୍ତଫେଣୀ ଳାତୀୟ ଉଭିଦରେ ଚେର ପ୍ରଣାଳୀ ଅତି ବ୍ୟାପକ ।
(ii) ତା ଛଡା ଅତି ଣ୍ଢଶ ପରିମ୍ବାନଭେ ଶରାଉର ଭଲ ସରଗଣ ମଧ୍ୟ ଥପରିହାଯ୍ୟ | ପେଣ୍ଡ କଲଯୟ ଭୋକିବା ପାଇଁ ଥପନ ଓ ଉତ୍ସଦନର ମାତ୍ରା କମ୍ ହୋଇଥାଏ ।
(iii) ଜରାନାଶକ (Acacia)ରେ ପତ୍ର ଖୁବ୍ ଛୋଟ ଥ‌ିବା ବେଳେ ଝଡ଼ିଯାଏ ଏବଂ ତା’ର ସ୍ଥାନ ଡେମ୍ଫ ଗ୍ରହଣ କରିଥାଏ । ଜଳକ୍ଷୟ ହେବାକୁ ଦିଏନାହିଁ ।
(iv) ଝାଉଁଗଛର ସ୍ତୋମ୍‌ଗୁଡ଼ିକ ନିମଗ୍ନ (Sunken) । ଏଥୂସହ ଏହି ଉଭିଦଗୁଡ଼ିକର ମୋଟା ତ୍ୱଚାବରଣ (cuticle), ସପ୍ତଫେଣୀରେ ମହମ ପରି ଏକ ପଦାର୍ଥର ଆବରଣ ଜଳକ୍ଷୟରୁ ରୋକିବାରେ ସହାୟକ ହୋଇଥାଏ ।
(v) କେତେକ ବୀଜ ପ୍ରସ୍ତୁପ୍ତ ହୋଇ ଶୁଷ୍କଋତୁ ଅତିକ୍ରମ କରେ ଏବଂ ବର୍ଷାଋତୁର ପ୍ରାରମ୍ଭରୁ ହିଁ ଅଙ୍କୁରିତ ହୁଏ ।

ସଂଶିପ୍ତଧାମା ପ୍ରଣୋଉର :

Question 1.
ଗୋଟିଏ ସ୍ଥାନର ମାନକ ତାପମାତ୍ରା କହିଲେ ତୁମେ କ’ଣ ବୁଝ ।
Solution:
(i) ଏହିପରି ଗୋଟିଏ ସ୍ଥାନର ଦୈନିକ ତାପମାତ୍ରା ବିଭିନ୍ନ ସମୟରେ ମାପି ସେ ସ୍ଥାନର ଦୈନିକ ହାରାହାରି ତାପମାତ୍ରା ଗଣନା କରାଯାଏ ।
(ii) ଗତ 25 ବର୍ଷ ଅବଧ‌ିରେ ପ୍ରତ୍ୟେକ ବର୍ଷର ହାରାହାରି ତାପମାତ୍ରା ବ୍ୟବହାର କରି ସେ ସ୍ଥାନରେ 25 ବର୍ଷର ହାରାହାରି ତାପମାତ୍ରା ନିର୍ଣ୍ଣୟ କରାଯାଏ । ଏହାକୁ ମାନକ ତାପମାତ୍ରା କୁହାଯାଏ ।
(iii) ଗୋଟିଏ ସ୍ଥାନର ଜଳବାୟୁ ନିର୍ଦ୍ଧାରଣ କଲାବେଳେ ଆମକୁ ସେ ସ୍ଥାନର ବାୟୁର ମାନକ ଚାପ, ମାନକ ଆର୍ଦ୍ରତା, ମାନକ ବୃଷ୍ଟିପାତ ଓ ଏଥସହ ମାନକ ତାପମାତ୍ରା ଜାଣିବାକୁ ପଡ଼େ ।

Question 2.
ଧଲାର୍ଭାଲୁ ଆକ ଗ୍ରାଣ୍ଟମଣ୍ଡଲାୟ ଅରଣ୍ୟରେ ରହିଲେ ରପମୋକାନରେ ବ୍ୟତିକ୍ରମ ହେତ୍ର ପାଉ କା ଶ ଥପୁଣି ଧା ହେବ ଚାରୋଟି ବାକ୍ୟରେ ଲେଖ ।
Solution:
(i) ଧାଲାରାଲ୍ସ ବେହ ଲୋମଶ ଗଦିଲଥ୍ଦାର୍ ଶ୍ଶ୍ନମଣ୍ଡଳରୟ ଆର୍ଥଲଭ ଥତ୍ୟଧ୍କ ତାପମାତ୍ରା ସଦ୍ୟ କରିପାରିବ ନାହିଁ ।
(ii) ଏହା ଆବଶ୍ୟକୀୟ ଖାଦ୍ୟ ପାଇବ ନାହିଁ ।
(iii) ଏହା ଭୂମି ଉପରେ ସୁବିଧାରେ ଯାତାୟତ କରିପାରିବ ନାହିଁ ।
(iv) ଏହା ଅନ୍ୟ ହିଂସ୍ର ପ୍ରାଣୀର ଶିକାର ହେବ ।

ସଂଶିପ୍ତଧାମା ପ୍ରଣୋଉର :

I. ଶୂନ୍ୟସ୍ଥାନ ପୂରଣ କର ।
(i) କୌଣସି ଏକ ଦିନର ଏକ ସମୟର ବାୟୁମଣ୍ଡଳର ଅବସ୍ଥାକୁ __________ କହନ୍ତି ।
(ii) ଅଳ୍ପ ବର୍ଷା ସହ ଅଧ୍ଵ ଖରାହେଲେ ଆମେ __________ ଅନୁଭବ କରିଥାଉ ।
(iii) ଧାନବୁଣିବା ପର୍ବକୁ __________ କହନ୍ତି ।
(iv) ଛତା ସଂକେତ __________ କୁ ବୁଝାଏ ।
(v) ପ୍ରାୟତଃ ଦିନର ସର୍ବୋଚ୍ଚ ତାପମାତ୍ରା __________ ରେ ହୋଇଥାଏ ।
(vi) ଆର୍ଦ୍ରତା ମାପିବା ପାଇଁ __________ ଯନ୍ତ୍ର ବ୍ୟବହାର କରାଯାଏ ।
(vii) ସ୍ଥାନର ଜଳବାୟୁ ନିର୍ଦ୍ଧାରଣ କରାଯାଏ ।
(viii) ନରୱେର ଜଳବାୟୁ __________ |
(ix) ବେଙ୍ଗ ସ୍ଥଳଭାଗରେ __________ ଦ୍ବାରା ତା’ର ଶ୍ଵାସକ୍ରିୟା କରେ ।
(x) ଧଳାଭାଲୁର __________ ଓସାରିଆ ହୋଇଥିବାରୁ ଏହା ତାକୁ ବରଫ ଉପରେ ଚାଲିବାରେ ଓ ଜଳରେ ପହଁରିବାରେ ସାହାଯ୍ୟ କରେ ।
Solution:
(i) ପାଗ
(ii) ଗୁଳୁଗୁଳି
(iii) ଅକ୍ଷୟ ତୃତୀୟା
(iv) ଜୋର ବର୍ଷା ପାଗ
(v) ଅପରାହ୍ନରେ
(vi) ହାଇଡ୍ରୋମିଟର
(vii) ୨୫
(viii) ଅତିଶୀତଳ
(ix) ଫୁସ୍‌ଫୁସ୍
(x) ପଞ୍ଝା

II. ପ୍ରଥମ ଯୋଡ଼ା ଶବ୍ଦର ସମ୍ପର୍କକୁ ଲକ୍ଷ୍ୟକରି ଶୂନ୍ୟସ୍ଥାନ ପୂରଣ କର ।
(i) ଏଣ୍ଡୁଅ ବୃକ୍ଷୀୟ ଉପଯୋଜନ :: ପାରା : __________
(ii) ଗୁଳୁଗୁଳି : ଗୁଳୁଗୁଳିଆ ପାଗ :: କୁହୁଡ଼ି : __________
(iii) ଆର୍ଦ୍ରତା : ହାଇଡ୍ରୋମିଟର :: ପବନର ବେଗ : __________
(iv) କେରଳ : ଉଷ୍ମ ଓ ଆର୍ଦ୍ର ଜଳବାୟୁ :: ରାଜସ୍ଥାନ : __________
(v) ହିମାଳୟ : ପାଇବଣ :: ପୁରୀ ସମୁଦ୍ରକୂଳ : __________
(vi) ମରୁଜ ଉଭିଦ : ଖଜୁରୀ ଓ କାକ୍‌ଟସ୍ :: ପାର୍ବତ୍ୟାଞ୍ଚଳ ଉଦ୍ଭିଦ : __________
(vii) ଗୁଳୁଗୁଳି : ଗୁଳୁଗୁଳିଆ ପାଗ :: କୁହୁଡ଼ି : __________
(viii) ଆର୍ଦ୍ରତା : ହାଇଡ୍ରୋମିଟର :: ପବନର ବେଗ : __________
(ix) କେରଳ : ଉଷ୍ଣ ଓ ଆର୍ଦ୍ର ଜଳବାୟୁ :: ରାଜସ୍ଥାନ : __________
(x) ହିମାଳୟ : ପାଇବଣ :: ପୁରୀ ସମୁଦ୍ରକୂଳ : __________
Solution:
(i) ରଣଯନ ଉପଯୋଲନ
(ii) କୁହୁଡ଼ିଆ ପାଗ
(iii) ଆନିମୋମିଟର
(iv) ଶୁଷ୍କ ଓ ଉଷ୍ମ ଜଳବାୟୁ
(v) ଝାଉଁବଣ
(vi) ପାଇନ୍ ଓ ଦେବଦାରୁ
(vii) କୁହୁଡ଼ିଆ ପାଗ
(viii) ଆନିମୋମିଟର
(ix) ଶୁଷ୍କ ଓ ଉଷ୍ଣ ଜଳବାୟୁ
(x) ଝାଉଁବଣ

III. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦବାଛି ଶୂନ୍ୟସ୍ଥାନ ପୂରଣ କର ।
(i) ମାଛର __________ ଦିଗ ପରିବର୍ତ୍ତନ କରିବାରେ ସାହାଯ୍ୟ କରେ । (ପକ୍ଷ, ଗାଲି, ଲାଞ୍ଜ, କୌଣସିଟି ନୁହେଁ )
(ii) ଦ୍ୱାପାର __________ ତା’ଦେହର ତାପକୁ ବିକିରଣ କରିବାରେ ସାହାଯ୍ୟ କରିଥାଏ । (ଶୁଣ୍ଢ, ଲାଞ୍ଜ, ଗୋଡ଼, କାନ)
(iii) ତିମିମାଛି __________ ଜାତୀୟ ପ୍ରାଣୀ । (ମାଂସାସୀ, ତୃଣଭୋଜୀ, ସ୍ତନ୍ୟପାୟୀ, କୌଣସିଟି ନୁହେଁ)
(iv) ଅଞ୍ଚଳରେ ଦେଖାଯାଏ । (ମେରୁ, ବିଷୁବ, କ୍ରାନ୍ତୀୟ, ଉପକ୍ରାନ୍ତୀୟ)
(v) ଟାୟର ଆକ୍ରତା __________ ଯନ୍ତ୍ର ସାହାଯ୍ୟରେ ମପାଯାଏ । (ଥର୍ମୋମିଟର, ଅକ୍‌ସାନୋମିଟର, ହାଇଡ୍ରୋମିଟର, ଆନିମୋମିଟର)
Solution:
(i) ଗାଲି
(ii) କାନ
(iii) ସ୍ତନ୍ୟପାୟୀ
(iv) ବିଷୁବ
(v) ହାଇଡ୍ରୋମିଟର

BSE Odisha 7th Class Science Important Questions Chapter 7 ପାଣିପାଗ, ଜଳବାୟୁ, ପ୍ରାଣୀମାନଙ୍କ ଉପଯୋଜନ

IV. ‘କ’ ସ୍ତମ୍ଭରେ ଥ‌ିବା ଶବ୍ଦ ସହିତ ‘ଖ’ ସ୍ତମ୍ଭରେ ଥ‌ିବା ଶବ୍ଦର ମେଳନ କର ।
Solution:
BSE Odisha 7th Class Science Important Questions Chapter 7 Img 1

V. ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(i) ପବନର ବେଗ ମାପିବା ପାଇଁ ହାଇଡ୍ରୋମିଟର ବ୍ୟବହାର କରାଯାଏ ।
(ii) ବିଷୁବ ମଣ୍ଡଳରେ ସର୍ବନିମ୍ନ ତାପମାତ୍ରା 40°C ଅଟେ ।
(iii) ଏକ ଅଞ୍ଚଳରେ 100 ବର୍ଷ ହାରାହାରି ପାଣିପାଗରୁ ସେ ଅଞ୍ଚଳର ଜଳବାୟୁ ନିର୍ଣ୍ଣୟ କରାଯାଏ ।
(iv) ମାଛ ଫୁସ୍‌ଫୁସ୍ ଓ ଚର୍ମ ଉଭୟ ଦ୍ବାରା ଶ୍ଵାସକ୍ରିୟା କରିଥାଏ ।
(v) ଭୋର ସମୟର ତାପମାତ୍ରା ସର୍ବୋଚ୍ଚ ଅଟେ ।
Solution:
(i) ପବନର ବେଗ ମାପିବା ପାଇଁ ଆନିମୋମିଟର ବ୍ୟବହାର କରାଯାଏ ।
(ii) ବିଷୁବ ମଣ୍ଡଳରେ ସର୍ବନିମ୍ନ ତାପମାତ୍ରା 15°C ଅଟେ ।
(iii) ଏକ ଅଞ୍ଚଳରେ 25 ବର୍ଷ ହାରାହାରି ପାଣିପାଗରୁ ସେ ଅଞ୍ଚଳର ଜଳବାୟୁ ନିର୍ଣ୍ଣୟ କରାଯାଏ ।
(iv) ବେଙ୍ଗ ଫୁସ୍‌ଫୁସ୍ ଓ ଚର୍ମ ଉଭୟ ଦ୍ବାରା ଶ୍ଵାସକ୍ରିୟା କରିଥାଏ ।
(v) ଭୋର ସମୟର ତାପମାତ୍ରା ସର୍ବନିମ୍ନ ଅଟେ ।

VI. ଠିକ୍ ଉତ୍ତରଟି ବାଛି ଲେଖ ।
(କ) କେଉଁଟି ମାଛର ମଙ୍ଗପରି କାର୍ଯ୍ୟ କରେ ?
(i) ଡେଣା
(ii) ଗାଲି
(iii) ଲାଞ୍ଜ
(iv) କାତି
Solution:
(iii) ଲାଞ୍ଜ

(ଖ) ନିମ୍ନୋକ୍ତ ମଧ୍ଯରୁ କିଏ ଶୀତସ୍ତୁପି କରେ ନାହିଁ ?
(i) ବେଙ୍ଗ
(ii) ମାଛ
(iii) ଜିଆ
(iv) ପାମ
Solution:
(ii) ମାଛ

(ଗ) ନିମ୍ନୋକ୍ତ କେଉଁ ପ୍ରାଣୀର ଘ୍ରାଣଶକ୍ତି ଅତି ପ୍ରଖର ?
(i) ପେଙ୍ଗୁଇନ୍
(ii) ବେଙ୍ଗ
(iii) ମାଛ
(iv) ଧଳାଭାଲୁ
Solution:
(iv) ଧଳାଭାଲୁ

(ଘ) କେଉଁ ଅଞ୍ଚଳରେ ଅଧ‌ିକ ବର୍ଷା ହୋଇଥାଏ ?
(i) ମେରୁ ଅଞ୍ଚଳ
(ii) ବିଷୁବମଣ୍ଡଳ
(iii) ମେରୁ
(iv) ପାର୍ବତ୍ୟ
Solution:
(ii) ବିଷୁବମଣ୍ଡଳ

(ଙ) କେଉଁ ଅଞ୍ଚଳର ଉଭିଦର ପତ୍ର ସରୁ ହୋଇଥାଏ ?
(i) ମରୁଭୂମି
(ii) ବିଷୁବମଣ୍ଡଳ
(iii) ମେରୁ
(iv) ପାର୍ବତ୍ୟ
Solution:
(iv) ପାର୍ବତ୍ୟ

(ଚ) ଆକାଶରେ ସୂର୍ଯ୍ୟ ଥ‌ିବା ଚିତ୍ର କେଉଁ ପାଗକୁ ସୂଚାଏ ?
(i) କୁହୁଡ଼ିଆ
(ii) ମେଘୁଆ
(iii) ଟାଣଖରା
(iv) ନିର୍ମଳ ପାଗ
Solution:
(iii) ଟାଣଖରା

(ଛ) ପବନର ବେଗ କାହାଦ୍ଵାରା ମପାଯାଏ ?
(i) ବାରୋମିଟର
(ii) ଥର୍ମୋମିଟର
(iii) ଆନିମୋମିଟର
(iv) ହାଇଡ୍ରୋମିଟର
Solution:
(iii) ଆନିମୋମିଟର

(ଜ) ଆର୍ଦ୍ରତା ମାପିବା ପାଇଁ କେଉଁ ଯନ୍ତ୍ର ବ୍ୟବହାର କରାଯାଏ ?
(i) ଆନିମୋମିଟର
(ii) ହାଇଡ୍ରୋମିଟର
(iii) ଥର୍ମୋମିଟର
(iv) ବାରୋମିଟର
Solution:
(ii) ହାଇଡ୍ରୋମିଟର

(ଝ) ନିମ୍ନୋକ୍ତ କେଉଁଥବରେ ତାରତମ୍ୟ ହେଲେ ପବନ ବହିଥାଏ ?
(i) ବାୟୁଚାପ
(ii) ତାପମାତ୍ରା
(iii) ଆର୍ଦ୍ରତା
(iv) ବାୟୁର ଗତି
Solution:
(i) ବାୟୁଚାପ

(ଞ) ବାୟୁରେ କେଉଁଟି ବଢ଼ିଗଲେ ଆମକୁ ଗୁଳୁଗୁଳିଆ ଲାଗେ ?
(i) ବାୟୁର ଚାପ
(ii) ତାପମାତ୍ରା
(iii) ଆର୍ଦ୍ରତା
(iv) ବାୟୁର ଗତି
Solution:
(iii) ଆର୍ଦ୍ରତା

BSE Odisha 7th Class Science Important Questions Chapter 7 ପାଣିପାଗ, ଜଳବାୟୁ, ପ୍ରାଣୀମାନଙ୍କ ଉପଯୋଜନ

VII. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(i) ପାଗ କାହାକୁ କହନ୍ତି ?
(ii) ବାହାରେ କୁହୁଡ଼ି ହୋଇଥିଲେ ସେହି ପାଗକୁ କେଉଁ ପାଗ କୁହାଯାଏ ?
(iii) ପାଗର ଆଗୁଆ ଅନୁମାନ କିପରି ଜଣାଯାଏ ?
(iv) ଦିନ ରାତିର ଅବଧୂ କିପରି ଜଣାଯାଏ ?
(v) ଗୋଟିଏ ଦିନର ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା କେଉଁ ସମୟରେ ହୋଇଥାଏ ?
(vi) ବୃଷ୍ଟିପାତର ପରିମାଣ କେଉଁ ଯନ୍ତ୍ର ସାହାଯ୍ୟରେ ମପାଯାଏ ?
(vii) ପବନର ବେଗ କେଉଁ ଯନ୍ତ୍ର ସାହାଯ୍ୟରେ ମପାଯାଏ ?
(viii)ବାୟୁର ଆର୍ଦ୍ରତା କେଉଁ ଯନ୍ତ୍ର ସାହାଯ୍ୟରେ ମପାଯାଏ ?
(ix) ପବନ ବହିବାର ଦିଗ କେଉଁ ଯନ୍ତ୍ର ସାହାଯ୍ୟରେ ଜଣାଯାଏ ?
(x) ଜଳବାୟୁ କ’ଣ ?
(xi) ପ୍ରାଣୀମାନଙ୍କର ଉପଯୋଜନ କାହା ଉପରେ ନିର୍ଭର କରେ ?
(xii) ଛତା ଚିହ୍ନ କି ପ୍ରକାର ପାଗର ସୂଚନା ଦିଏ ?
Solution:
(i) କୌଣସି ଏକ ଦିନର ଏକ ସମୟର ବାୟୁମଣ୍ଡଳର ଅବସ୍ଥାକୁ ପାଗ କହନ୍ତି ।
(ii) ବାହାରେ କୁହୁଡ଼ି ହୋଇଥିଲେ ସେପରି ପାଗକୁ କୁହୁଡ଼ିଆ ପାଗ କୁହାଯାଏ ।
(iii) ପାଗର ଆଗୁଆ ଅନୁମାନ ରେଡ଼ିଓ, ଟେଲିଭିଜନ ଘୋଷଣାରୁ ଜଣାଯାଏ ।
(iv) ସୂର୍ଯ୍ୟାସ୍ତ ଓ ସୂର୍ଯ୍ୟୋଦୟ ସମୟରୁ ଦିନ ରାତିର ଅବଧୂ ଜାଣିପାରିବା ।
(v) ଗୋଟିଏ ଦିନର ସର୍ବୋଚ୍ଚ ତାପମାତ୍ରା ମଧ୍ୟାହ୍ନରେ ଓ ସର୍ବନିମ୍ନ ତାପମାତ୍ରା ଭୋର ସମୟରେ ହୋଇଥାଏ ।
(vi) ବୃଷ୍ଟିପାତର ପରିମାଣ ବୃଷ୍ଟିମାପକ ଯନ୍ତ୍ର ସାହାଯ୍ୟରେ ମପାଯାଏ ।
(vii) ପବନର ବେଗ ଆନିମୋମିଟର ଯନ୍ତ୍ର ସାହାଯ୍ୟରେ ମପାଯାଏ ।
(viii)ବାୟୁର ଆର୍ଦ୍ରତା ହାଇକ୍ରୋମିଟର ଯନ୍ତ୍ର ସାହାଯ୍ୟରେ ମପାଯାଏ ।
(ix) ପବନ ବହିବା ଦିଗବାରେଣୀ ଯନ୍ତ୍ର ସାହାଯ୍ୟରେ ଜଣାଯାଏ ।
(x) 25 ବର୍ଷର ଗୋଟିଏ ସ୍ଥାନର ପାଣିପାଗର ହାରାହାରି ବିବରଣୀକୁ ଜଳବାୟୁ କହନ୍ତି ।
(xi) ପ୍ରାଣୀମାନଙ୍କର ଉପଯୋଜନ ସେମାନଙ୍କର ପରିସ୍ଥାନର ତାପମାତ୍ରା, ଆର୍ଦ୍ରତା, ଆଲୋକ ତଥା ପୋଷଣ ଉପରେ ନିର୍ଭର କରେ ।
(xii) ଛତା ଚିହ୍ନ ପ୍ରବଳ ବର୍ଷା ପାଗର ସୂଚନା ଦିଏ ।

Leave a Comment