Odisha State Board BSE Odisha 7th Class Science Solutions Chapter 12 ବିଦ୍ୟୁତ୍ ସ୍ରୋତ ଓ ଏହାର ପ୍ରଭାବ Textbook Exercise Questions and Answers.
BSE Odisha Class 7 Science Solutions Chapter 12 ବିଦ୍ୟୁତ୍ ସ୍ରୋତ ଓ ଏହାର ପ୍ରଭାବ
Question 1.
ଶୂନ୍ୟସ୍ଥାନ ପୂରଣ କର ।
(କ) ବିଦ୍ୟୁତ୍ ସେଲ୍ ସଙ୍କେତ (-| ।-) ଲେଖିଲା ବେଳେ ଛୋଟ ରେଖାଖଣ୍ଡ ________ ବିଦ୍ୟୁତ୍ ଅଗ୍ରକୁ ସୂଚାଏ ।
(ଖ) ବିଦ୍ୟୁତ୍ ହିଟରର ସୁଇଚକୁ ମୁଦିତ କଲେ, ଏହା ________ ହୁଏ ।
(ଗ) ଦୁଇ ବା ତତୋଧୀକ ବିଦ୍ୟୁତ୍ ସେଲ୍ ସଂଯୁକ୍ତ ହେଲେ ତାହାକୁ ________ କୁହାଯାଏ ।
(ଘ) ବିଦ୍ୟୁତ୍ କେସ୍କୋର. ________ ଅଂଶଟି ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ଉତ୍ତପ୍ତ ହୁଏ ।
Solution:
(କ) ବିଯୁକ୍ତ
(ଖ) ଉତ୍ତପ୍ତ
(ଗ) ବ୍ୟାଟେରୀ
(ଘ) ତାରକୁଣ୍ଡଳୀ
Question 2.
ରୁଲଥିଲେ ସଂଶୋଧନ କର ।
(କ) ବିଦ୍ୟୁତ୍ ପରିପଥରେ ଅଧିକ ମାତ୍ରାର ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ଫ୍ୟୁଜ୍ ତାରଟି ସେହିପରି ରହିଥାଏ ।
(ଖ) ଗୋଟିଏ କାଠ ସ୍ତୁ ଉପରେ ରୋଧ ବିଦ୍ୟୁତ୍ ତାର ଗୁଡ଼ାଇ ବିଦ୍ୟୁତ୍ ସ୍ରୋତ ପ୍ରବାହିତ କଲେ ତାହା ଲୁହାଗୁଣ୍ଡକୁ ଆକର୍ଷଣ କରିବ ।
(ଗ) ବ୍ୟାଟେରୀର ଗୋଟିଏ ବିଦ୍ୟୁତ୍ ସେଲ୍ର ଯୁକ୍ତ ବିଦ୍ୟୁତ୍ ଅଗ୍ର ଅନ୍ୟ ସେଲ୍ର ଯୁକ୍ତ ବିଦ୍ୟୁତ୍ ଅଗ୍ର ସହ ସଂଯୁକ୍ତ ହୋଇଥାଏ ।
(ଘ) ବିଦ୍ୟୁତ୍ ସେଲ୍ର ସଂକେତରେ ବଡ଼ ଗାରଟି ବିଯୁକ୍ତ ବିଦ୍ୟୁତ୍ ଅଗ୍ର ଦର୍ଶାଇଥାଏ ।
Solution:
(କ) ବିଦ୍ୟୁତ୍ ପରିପଥରେ ଅଧିକ ମାତ୍ରାର ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ଫ୍ୟୁଜ୍ ତାରଟି ତରଳିଯାଏ ।
ଆକର୍ଷଣ କରିବ ।
(ଗ) ବ୍ୟାଟେରୀର ଗୋଟିଏ ବିଦ୍ୟୁତ୍ ସେଲ୍ର ଯୁକ୍ତ ବିଦ୍ୟୁତ୍ ଅଗ୍ର ଅନ୍ୟ ସେଲ୍ର ବିଯୁକ୍ତ ବିଦ୍ୟୁତ୍ ଅଗ୍ରସହ ସଂଯୁକ୍ତ
ହୋଇଥାଏ ।
(ଘ) ବିଦ୍ୟୁତ୍ ସେଲ୍ର ସଙ୍କେତରେ ବଡ଼ ଗାରଟି ଯୁକ୍ତ ବିଦ୍ୟୁତ୍ ଅଗ୍ର ଦର୍ଶାଇଥାଏ ।
Question 3.
ନିମ୍ନ ବିଦ୍ୟୁତ୍ ଅଂଶଗୁଡ଼ିକର ସଙ୍କେତ ଲେଖ ।
(କ) ବିଦ୍ୟୁତ୍ ସେଲ୍
(ଖ) ମୁକ୍ତ ଅବସ୍ଥାରେ ଥିବା ବିଦ୍ୟୁତ୍ ସୁଇଚ୍
(ଗ) ବିଦ୍ୟୁତ୍ ବଲ୍ବ
(ଘ) ବିଦ୍ୟୁତ୍ ତାର
(ଙ) ମୁଦିତ ଅବସ୍ଥାରେ ଥିବା ବିଦ୍ୟୁତ୍ ସୁଇଚ୍
(ଚ) ବ୍ୟାଟେରା
Solution:
Question 4.
ଚାରିଗୋଟି ବିଦ୍ୟୁତ୍ ସେଲ୍ ଏକ କାଠପଟା ଉପରେ ରଖାଯାଇଛି । ଏଗୁଡ଼ିକୁ ବ୍ୟବହାର କରି ଏକ ବ୍ୟାଟେରୀର ପରିପଥ ଅଙ୍କନ କର ।
Solution:
Question 5.
ବିଦ୍ୟୁତ୍ ସ୍ରୋତର ଯେ କୌଣସି ଦୁଇଟି ପ୍ରଭାବର ନାମ ଲେଖ ।
Solution:
ବିଦ୍ୟୁତ୍ ସ୍ରୋତର ଦୁଇଟି ପ୍ରଭାବର ନାମ ହେଲା
(i) ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ ଓ (ii) ବିଦ୍ୟୁତ୍ ସ୍ରୋତର ତାପୀୟ ପ୍ରଭାବ ।
Question 6.
ଦତ୍ତ ଚିତ୍ରଟିକୁ ଲକ୍ଷ୍ୟ କର ।
(କ) ଏହି ବିଦ୍ୟୁତ୍ ପରିପଥରେ ବିଦ୍ୟୁତ୍ ବଲ୍ବଟି କାହିଁକି ଜଳୁନାହିଁ ?
Solution:
(କ) ବିଦ୍ୟୁତ୍ ପରିପଥରେ ଥିବା ବ୍ୟାଟେରୀ ଦୁଇଟିର ଯୁକ୍ତ ଅଗ୍ର ସହ ଯୁକ୍ତ ଅଗ୍ର ଲାଗିଥିବାରୁ ବିଦ୍ୟୁତ୍ ବଲବଟି ଜଳୁନାହିଁ । ବଲ୍ବଟି ଜଳିବା ପାଇଁ ଗୋଟିଏ ସେଲ୍ର ଯୁକ୍ତ ଅଗ୍ର ସହିତ ଅନ୍ୟ ସେଲ୍ର ବିଯୁକ୍ତ ଅଗ୍ର ରହିବା ଆବଶ୍ୟକ ।
(ଖ) ଏହି ବିଦ୍ୟୁତ୍ ପରିପଥରେ ବଲ୍ବଟି କିପରି ଜଳିବ ଚିତ୍ରଦ୍ୱାରା ଦର୍ଶାଅ ।
Question 7.
ଫ୍ୟୁଜ୍ ତାରର ଧର୍ମ କ’ଣ ହେବା ଆବଶ୍ୟକ ?
Solution:
(i) ଫ୍ୟୁଜ୍ ତାର ମିଶ୍ରଧାତୁରୁ ତିଆରି ହେବା ଆବଶ୍ୟକ ।
(ii) ଏହାର ଗଳନାଙ୍କ କମ୍ ହେବା ଆବଶ୍ୟକ ଅର୍ଥାତ୍ ଅଧିକ ବିଦ୍ୟୁତ୍ ପ୍ରବାହ ଘଟିଲେ ଏହା ତରଳିଯିବା ଆବଶ୍ୟକ ।
Question 8.
ବିଦ୍ୟୁତ୍ ଯନ୍ତ୍ରପାତି ବ୍ୟବହାର କଲାବେଳେ କାହିଁକି ସମୟେ ସମୟେ ବିଦ୍ୟୁତ୍ ଧକ୍କା ଦିଏ ?
Solution:
(i) ବିଦ୍ୟୁତ୍ ଯନ୍ତ୍ରପାତିର ଗଠନଗତ ତ୍ରୁଟି ରହିଲେ ଏହାର ବଡି (ଶରୀର)ରେ ବିଦ୍ୟୁତ୍ ପ୍ରବାହ ଘଟିଥାଏ । ଏହି ସମୟରେ ଏହି ଯନ୍ତ୍ରକୁ ସ୍ପର୍ଶ କଲେ ଆମକୁ ବିଦ୍ୟୁତ୍ ଧକ୍କା ଲାଗିଥାଏ ।
(ii) ଖାଲି ହାତରେ ବା ଓଦା ହାତରେ ବିଦ୍ୟୁତ୍ ଯନ୍ତ୍ରପାତିକୁ ସ୍ପର୍ଶ କଲେ ବିଦ୍ୟୁତ୍ ଧକ୍କା ଲାଗିବାର ସମ୍ଭାବନା ଥାଏ ।
Question 9.
ତୁମ ଘରକୁ ଆସିଥିବା ଇଲେକ୍ଟ୍ରିସିଆନ୍ ଫ୍ଲୁଜ୍ର ବଦଳରେ ଗୋଟିଏ ମୋଟା ତମ୍ବାତାର ସଂଯୋଗ କଲା । ଏଥିସହ ତୁମେ ସହମତ କି ? ତୁମ ଉତ୍ତର ପାଇଁ ଠିକ୍ ଯୁକ୍ତି ଲେଖ ।
Solution:
(i) କୌଣସି କାରଣରୁ ବିଦ୍ୟୁତ୍ ସଂଯୋଗ ପାଇଁ ବ୍ୟବହୃତ ଦୁଇ ତାର ମଧ୍ଯରେ ସିଧା ସଂଯୋଗ ହୋଇଯାଏ, ତେବେ ପରିପଥରେ ବିଦ୍ୟୁତ୍ ପ୍ରବାହ ଅତ୍ୟଧିକ ବଢ଼ିଯାଏ । ଫଳରେ ବିଦ୍ୟୁତ୍ ଉପକରଣ ନଷ୍ଟ ହେବାର ଆଶଙ୍କା ଥାଏ ।
(ii) ଫ୍ୟୁଜ୍ର (ତମ୍ବା + ଟିଣ) ମିଶ୍ରଧାତୁରୁ ତିଆରି ହୋଇଥିବାରୁ ଏହାର ଗଳନାଙ୍କ କମ୍ ହୋଇଥାଏ । ତେଣୁ ଏହି ତାର ଅଧୂକ ତାପମାତ୍ରାରେ ତରଳିଯାଇଥାଏ । ଏହା ଫଳରେ ବିଦ୍ୟୁତ୍ ପରିପଥ ବିଚ୍ଛିନ୍ନ ହୋଇଥାଏ ଏବଂ ବୈଦ୍ୟୁତିକ ଯନ୍ତ୍ରପାତି ନଷ୍ଟହେବାରୁ ରକ୍ଷା ପାଇଥାଏ ।
(iii) ଫ୍ୟୁଜ୍ ତାର ବଦଳରେ ମୋଟା ତମ୍ବା ତାର ବ୍ୟବହାର କଲେ ଏହାର ଗଳନାଙ୍କ ଅଧ୍ଵ ହେତୁ ଏହା ତାପ ପାଇଲେ ମଧ୍ୟ ସହଜରେ ତରଳି ନଥାଏ । ତେଣୁ ପରିପଥ ବିଚ୍ଛିନ୍ନ ହୁଏ ନାହିଁ । ଏହା ଫଳରେ ପରିପଥରେ ବ୍ୟବହୃତ ତାର
Question 10.
ଦୁଇଟି ଦେଢ଼ ଦେଢ଼ ଭୋଲ୍ଡର ସେଲ୍, ଗୋଟିଏ ବିଜୁଳିବତୀ ଓ ଗୋଟିଏ ସୁଇଚ୍ ବ୍ୟବହାର କରି ଚାରିଗୋଟି ବିଦ୍ୟୁତ୍ ପରିପଥ ତଳେ ଅଙ୍କାଯାଇଛି । ସେଗୁଡ଼ିକ ଅନୁଧ୍ୟାନ କର ଏବଂ ପ୍ରତ୍ୟେକ କ୍ଷେତ୍ରରେ ସୁଇଚ୍ ମୁଦିତ ଓ ମୁକ୍ତ କଲେ ବିଜୁଳିବତୀର କ’ଣ ହେବ ଲେଖ ।
Solution:
(i) ଚିତ୍ର (କ), (ଖ) ଓ (ଗ) କ୍ଷେତ୍ରରେ ସୁଇଚ୍ ମୁଦିତ କଲେ ବିଜୁଳିବତୀ ଜଳିବ ନାହିଁ । ଏହି ଚିତ୍ର ତିନୋଟିରେ ସେଲଦୟଭ ସମାନ ଅଗ୍ର ସଂପ୍ ହୋଇଛି |
(ii) କେବଳ (ଘ) କ୍ଷେତ୍ରରେ ସୁଇଚ୍ ମୁଦିତ କଲେ ବିଜୁଳିବତୀ ଜଳିବ । ଏହି ଚିତ୍ରରେ ଗୋଟିଏ ସେଲ୍ର ଯୁକ୍ତ ଅଗ୍ରସର ଅନ୍ୟ ସେଲ୍ର ବିଯୁକ୍ତ ଅଗ୍ର ସଂଯୁକ୍ତ ହୋଇଛି ।
ବିପଯୁବସ୍ତୁ ସପୂଜାପ ପୂଚନା ଓ ବିଶେଷଣ :
→ ବିଦ୍ୟୁତ୍ ସ୍ରୋତ :
- ବିଦ୍ୟୁତ୍ ସେଲ୍ ବିଦ୍ୟୁତ୍ର ଉତ୍ସ ଅଟେ । ଏକାଧ୍ଵ ବିଦ୍ୟୁତ୍ ସେଲ୍ର ସଂଯୋଗକୁ ବ୍ୟାଟେରୀ କୁହାଯାଏ ।
- ବିଦ୍ୟୁତ୍ ସ୍ରୋତ ପ୍ରବାହ ପାଇଁ ସୁପରିବାହୀ ଧାତବ ତାରର ଆବଶ୍ୟକତା ଅଛି । କୌଣସି ବିଦ୍ୟୁତ୍ ପରିପଥକୁ ମ୍ନଦିତ ବା ମ୍ଳକ୍ତ କରିବାକୁ ନିଦୁଗର ଆବଶ୍ୟକତା ଅଛି |
→ ବିନ୍ଦୁପତ୍ ଅଂଶକର ମକେତ :
- ତୈହିପଡିକ ପରିପଥରେ ବ୍ୟବହୃତ ଅଂଶକରୁଣିକ୍ତ ସଂକେତ ପାଦ୍ରାଜ୍ୟରେ ପରିପୃକାଣ କରାଯାଏ |
- ବିଦ୍ୟୁତ୍ ସେଲ୍ର ସଙ୍କେତ ରୂପେ ଦୁଇଟି ସମାନ୍ତରାଳ ରେଖା ଟଣାଯାଇଥାଏ । ଏହି ଦୁଇ ରେଖା ମଧ୍ୟରୁ ଗୋଟିଏ ବଡ଼ ଏବଂ ଅନ୍ୟଟି ଛୋଟ ଅଟେ । ବଡ଼ ଗାରଟି ଯୁକ୍ତ ବିଦ୍ୟୁତ୍ ଅଗ୍ର ସଙ୍କେତ ରୂପେ ଏବଂ ଛୋଟ ଗାରଟି ବିଯୁକ୍ତ ବିଦ୍ୟୁତ୍ ଅଗ୍ରର ସଙ୍କେତ ରୂପେ ବ୍ୟବହୃତ ହୁଏ ।
- ଟର୍ଚ୍ଚ, ରେଡ଼ିଓ, ଟିଭି ରିମୋଟ୍ ଓ ଗାଡ଼ିରେ ଗୋଟିଏରୁ ଅଧ୍ଵ ବିଦ୍ୟୁତ୍ ସେଲ୍ ବ୍ୟବହାର କରାଯାଏ । ସେହି ବ୍ୟବସ୍ଥାକୁ ବ୍ୟାଟେରୀ କୁହାଯାଏ । ଗୋଟିଏ ବିଦ୍ୟୁତ୍ ସେଲ୍ର ଯୁକ୍ତ ବିଦ୍ୟୁତ୍ ଅଗ୍ର ଅନ୍ୟ
- ସେଲ୍ର ବିଯୁକ୍ତ ବିଦ୍ୟୁତ୍ ଅଗ୍ରସହ ସଂଯୁକ୍ତ ହୋଇଥାଏ ।
- ବିଦ୍ୟୁତ୍ ସେଲ୍କୁ ବ୍ୟାଟେରୀ ରୂପେ ଧରି ରଖୁବାକୁ ଗୋଟିଏ ସେଲ୍ ହୋଲଡ଼ର ବା ପରିଧାନୀର ଆବଶ୍ୟକତା ଥାଏ ।
- ବିଦ୍ୟୁତ୍ ପରିପଥରେ ବିଦ୍ୟୁତ୍ ସୁଇଚ୍ ବା କି ଯେକୌଣସି ସ୍ଥାନରେ ଖଞ୍ଜା ଯାଇପାରିବ ।
- ଯେଉଁ ପଥଦେଇ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୁଏ, ତାହାକୁ ବିଦ୍ୟୁତ୍ ପରିପଥ କୁହାଯାଏ । ବିଦ୍ୟୁତ୍ ପରିପଥକୁ ବିଦ୍ୟୁତ୍ ସୁଇଚ୍ ମୁଦିତ ଅବସ୍ଥାରେ ବିଦ୍ୟୁତ୍ ପରିପଥରେ ବିଦ୍ୟୁତ୍ ସ୍ରୋତ ଯୁକ୍ତ ବିଦ୍ୟୁତ୍ ଅଗ୍ରରୁ ବିଯୁକ୍ତ ବିଦ୍ୟୁତ୍ ଅଗ୍ରକୁ ପ୍ରବାହିତ ହୁଏ ।
- ଯେତେବେଳେ ବିଦ୍ୟୁତ୍ ସୁଇଚ୍ଟିକୁ ମୁକ୍ତ କରାଯାଏ, ସେତେବେଳେ ବିଦ୍ୟୁତ୍ ସ୍ରୋତ ପରିପଥରେ ପ୍ରବାହିତ ହୁଏ ନାହିଁ ।
ବିଦ୍ୟୁତ୍ ସୁଇଚ୍କୁ ମୁଦିତ କଲେ ବିଜୁଳି ବତୀଟି ଜଳେ ଓ ବିଦ୍ୟୁତ୍ ସୁଇଚକୁ ମୁକ୍ତକଲେ ବିଜୁଳିବତୀ ଲିଭିଯାଏ ।
ବିଦ୍ୟୁତ୍ ବଲ୍ବରେ ଗୋଟିଏ ଫିଲାମେଣ୍ଟ ଥାଏ । ଏହା ମଧ୍ୟଦେଇ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ଫିଲାମେଣ୍ଟଟି ଉତ୍ତପ୍ତ ହୁଏ ଏବଂ ଆଲୋକ ପ୍ରଦାନ କରେ । ବିଦ୍ୟୁତ୍ ବଲବଟି ଫ୍ୟୁଜ୍ ହୋଇଛି ଅର୍ଥାତ୍ ତାହାର ଫିଲାମେଣ୍ଟ୍ ଛିଣ୍ଡି ମୁକ୍ତ ହୋଇଛି । ତେଣୁ ବିଦ୍ୟୁତ୍ ବଲବଟି ଜଳୁନାହିଁ ।
→ ବିଦ୍ୟୁତ୍ ସ୍ରୋତର ତାପୀୟ ପ୍ରଭାବ :
(i) ନିକ୍ରୋମ୍ ତାରଟିରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ତାହା ଉତ୍ତପ୍ତ ହୁଏ । ଏହାକୁ ବିଦ୍ୟୁତ୍ ସ୍ରୋତର ‘ତାପୀୟ ପ୍ରଭାବ’ କୁହାଯାଏ ।
(ii) ରୋଷେଇ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ବିଦ୍ୟୁତ୍ ହିଟର୍ରେ ନିକ୍ରୋମ୍ ଧାତୁର ଏକ ତାରକୁଣ୍ଡଳୀ ଥଏ । ବିଦ୍ୟୁତ୍ ସ୍ରୋତ ଏହି ତାର କୁଣ୍ଡଳୀ ମଧ୍ୟଦେଇ ପ୍ରବାହିତ ହେଲେ କୁଣ୍ଡଳିଟି ଉତ୍ତପ୍ତ ହୁଏ ଏବଂ ତାପ ପ୍ରଦାନ କରେ ।
(iii) ତାପର ପରିମାଣ, ତାର ଯେଉଁ ପଦାର୍ଥରୁ ତିଆରି ତାହା ଉପରେ ନିର୍ଭର କରେ । ତାରର ଦୈର୍ଘ୍ୟ ଓ ମୋଟେଇ ଉପରେ ନିର୍ଭର ମଧ୍ଯ କରେ ।
(iv) ଗୋଟିଏ ବିଦ୍ୟୁତ୍ ବଲ୍ବ ଆଲୋକ ଦେବା ସଙ୍ଗେ ସଙ୍ଗେ ତାପ ମଧ୍ଯ ଦେଇଥାଏ । ଏହି ତାପ ବିକିରଣ ଦ୍ବାରା ଶକ୍ତି ନଷ୍ଟ ହୁଏ । ଏହି ଶକ୍ତି-ନଷ୍ଟ କମାଇବାପାଇଁ ଟ୍ୟୁବ୍ଲାଇଟ୍ ବା ସି.ଏଫ୍.ଏଲ୍. (CFL) ବଲ୍ବ ବ୍ୟବହାର କରିବା ଉଚିତ୍ ।
(v) ସ୍ବତନ୍ତ୍ର ଭାବରେ ତିଆରି କେତେକ ତାରରେ ଅଧିକ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ତାରଟି ସହଜରେ ଏବଂ ଶୀଘ୍ର ତରଳି ଛିଣ୍ଡିଯାଏ । ଏହି ପ୍ରକାରର ତାର ବିଦ୍ୟୁତ୍ ଫ୍ୟୁଜ୍ ଭାବେ ବ୍ୟବହୃତ ହୁଏ ।
(vi) ଫ୍ୟୁଜ୍ ତାର ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ପରିମାଣରୁ କମ୍ ବିଦ୍ୟୁତ୍ ପ୍ରବାହିତ ହେଲେ ତାହାର କିଛି ହୁଏ ନାହିଁ । ମାତ୍ର ଏହି ନିର୍ଦ୍ଦିଷ୍ଟ ମାତ୍ରାରୁ ଅଧିକ ପରିମାଣ ବିଦ୍ୟୁତ୍ ପ୍ରବାହିତ ହେଲେ ତାହା ଉତ୍ତପ୍ତ ହୋଇ ତରଳି ଛିଣ୍ଡିଯାଏ । ଫଳରେ
(vii) ବିଦ୍ୟୁତ୍ ପରିବାହୀ ତାର ଉପରେ କୁପରିବାହୀ ପଦାର୍ଥର ଗୋଟିଏ ଆବରଣ ଦିଆଯାଇଥାଏ । ଏହାକୁ ରୋଧନ କହନ୍ତି । ଫଳରେ ତାରକୁ ହାତରେ ଧରିଲେ ମଧ୍ୟ କୌଣସି କ୍ଷତି ହୁଏ ନାହିଁ ।
(viii) ସମୟେ ସମୟେ ବିଦ୍ୟୁତ୍ ତାରର ଏହି ରୋଧନ କଟିଯାଇଥାଏ । ସେହି ରୋଧନ ନ ଥିବା ତାରର ଅଂଶକୁ ହାତରେ ଧରିଲେ ବିଦ୍ୟୁତ୍ ଧକ୍କା ଲାଗିପାରେ ।
(ix) ବିଭିନ୍ନ ପ୍ରକାର ଯନ୍ତ୍ରପାତିକୁ ବିଦ୍ୟୁତ୍ ପରିପଥରେ ଗୋଟିଏ ସକେଟ୍ରେ ସଂଯୁକ୍ତ କଲେ ଅଧିକ ବିଦ୍ୟୁତ୍ ପ୍ରବାହ ହେତୁ ସମୟେ ସମୟେ ତାର ଅଧ୍ବକ ଉତ୍ତପ୍ତ ହୋଇ ସେଠାରୁ ନିଆଁ ବାହାରି ପଡ଼େ ।
ବର୍ତ୍ତମାନ ବଜାରରେ ପୁଂଜ ବଦଳରେ ମିନିଏଚର ସର୍କିଟ୍ ବ୍ରେକର (MCB) ବ୍ୟବହୃତ ହେଉଛି ।
(x) ପରିପଥରେ ଅତ୍ୟକ ବିଦ୍ୟୁତ୍ ପ୍ରବାହିତ ହେଲାବେଳେ ସର୍କିଟ୍ ବ୍ରେକର୍ ସ୍ବତଃ ବନ୍ଦ ହୋଇଯାଏ । ଏହାକୁ ପରେ
→ ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ :
- ସୂଚୀ ଚୁମ୍ବକ ହେଉଛି ଗୋଟିଏ ଛୋଟ ଚୁମ୍ବକ । ଏହା ସବୁବେଳେ ଉତ୍ତର-ଦକ୍ଷିଣ ଦିଗ ହୋଇ ରହେ ।
- ଏହା ନିକଟକୁ ଏକ ଚୁମ୍ବକ ଆଣିଲେ ସୂଚୀ ଚୁମ୍ବକଟି ବିକ୍ଷେପିତ ହୁଏ । ପରିପଥରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲାବେଳେ ସୂଚୀ ଚୁମ୍ବକଟି ବିକ୍ଷେପିତ ହେଉଛି ।
- ବିଦ୍ୟୁତ୍ ପରିବାହୀରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଉଥିବା ବେଳେ ତାରଟି ଚୁମ୍ବକ ପରି କାର୍ଯ୍ୟକରେ । ଏହାକୁ ବିଦ୍ୟୁତ୍ ସ୍ରୋତର ‘ଚୁମ୍ବକୀୟ ପ୍ରଭାବ’ କୁହାଯାଏ ।
- ବିଦ୍ୟୁତ୍ ସ୍ରୋତକୁ ପ୍ରୟୋଗ କରି ବିଦ୍ୟୁତ୍-ଚୁମ୍ବକ ପ୍ରସ୍ତୁତ କରାଯାଏ ।
- ବିଦ୍ୟୁତ୍-ଚୁମ୍ବକକୁ ଆବଶ୍ୟକତା ଅନୁଯାୟୀ ଶକ୍ତିଶାଳୀ କରାଯାଇ ଏହା ସାହାଯ୍ୟରେ ଓଜନିଆ ପଦାର୍ଥକୁ ମଧ୍ଯ ଇଠାମାନପାରେ |
- ଆଖୁ ଡାକ୍ତରମାନେ ଆଖରେ ପଡ଼ିଥିବା ଚୁମ୍ବକୀୟ ପଦାର୍ଥକୁ ବିଦ୍ୟୁତ୍-ଚୁମ୍ବକ ସାହାଯ୍ୟରେ କାଢ଼ି ଆଣନ୍ତି ।
- ଅନେକ ପ୍ରକାର ଖେଳନାରେ ମଧ୍ୟ ବିଦ୍ୟୁତ୍ ଚୁମ୍ବକ ବ୍ୟବହୃତ ହେଉଛି । ଘରେ ବ୍ୟବହୃତ ହେଉଥିବା ବିଦ୍ୟୁତ୍ ଘଣ୍ଟିରେ ମଧ୍ୟ ବିଦ୍ୟୁତ୍ ଚୁମ୍ବକୀୟ ବ୍ୟବସ୍ଥା ଅଛି ।
→ ଆସ, ଜାଣିବା :
- ବୈଦୁତିକ ପରିପଥରେ ବ୍ୟବହୃତ ଅଂଶକ ଗୁଡ଼ିକୁ ସଙ୍କେତ ସାହାଯ୍ୟରେ ପରିପ୍ରକାଶ କରାଯାଏ ।
- ଯେଉଁ ପଥଦେଇ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୁଏ ତାହାକୁ ବିଦ୍ୟୁତ୍ ପରିପଥ କୁହାଯାଏ । ବିଦ୍ୟୁତ୍ ପରିପଥକୁ ସୁଇଚ୍ ବ୍ୟବହାର କରି ମୁଦିତ କରାଯାଏ କିମ୍ବା ମୁକ୍ତ କରାଯାଏ ।
- କେତେକ ବିଦ୍ୟୁତ୍ ତାରରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ତାହା ଉତ୍ତପ୍ତ ହୁଏ । ଏହାକୁ ବିଦ୍ୟୁତ୍ ସ୍ରୋତରେ ତାପୀୟ ପ୍ରଭାବ କୁହାଯାଏ । ଏହି ତାପୀୟ ପ୍ରଭାବର ଅନେକ ଉପଯୋଗିତା ଅଛି ।
- ସ୍ବତନ୍ତ୍ର ଭାବେ ନିର୍ମିତ କେତେକ ବିଦ୍ୟୁତ୍ ତାରରେ ବିଦ୍ୟୁତ ସ୍ରୋତ ପ୍ରବାହିତ କରାଇଲେ ତାହା ଶୀଘ୍ର ତରଳି ଛିଣ୍ଡିଯାଏ । ଏହି ପ୍ରକାର ତାରରୁ ବିଦ୍ୟୁତ୍ ଫ୍ୟୁଜ୍ ତିଆରି ହୁଏ ।ଏହି ଫ୍ୟୁଜ୍ ବିଦ୍ୟୁତ୍ ପରିପଥରେ ବ୍ୟବହୃତ ହେବା ଫଳରେ ବୈଦ୍ୟୁତିକ ଯନ୍ତ୍ରପାତି ନଷ୍ଟହେବାରୁ ରକ୍ଷାପାଏ ।
- ବିଦ୍ୟୁତ୍ ତାରରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ଏହାର ଚୁମ୍ବକୀୟ ପ୍ରଭାବ ଅନୁଭୂତ ହୁଏ ।
- ଅନ୍ତରକ ବା ରୋଧନ ଯୁକ୍ତ ବିଦ୍ୟୁତ୍ ପରିବାହୀ ତାରକୁ କୋମଳ ଲୁହା ଉପରେ ଗୁଡ଼ାଇ ବିଦ୍ୟୁତ୍ ସ୍ରୋତ ପ୍ରବାହିତ କଲେ କୋମଳ ଲୁହାଟି ବିଦ୍ୟୁତ୍-ଚୁମ୍ବକରେ ପରିଣତ ହୁଏ ।
- ଏହି ବିଦ୍ୟୁତ୍-ଚୁମ୍ବକୀୟ ଧର୍ମକୁ ବ୍ୟବହାର କରି ବିଭିନ୍ନ ଯନ୍ତ୍ରପାତି ଆମର ବିଭିନ୍ନ କାର୍ଯ୍ୟରେ ଲାଗୁଛି ।