Odisha State Board BSE Odisha 8th Class Odia Solutions Chapter 11 ଚେଙ୍କ ଆତଙ୍କ Textbook Exercise Questions and Answers.
BSE Odisha Class 8 Odia Solutions Chapter 11 ଚେଙ୍କ ଆତଙ୍କ
ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର
Question ୧ ।
ଆସ, କଥାବାର୍ତ୍ତା ହେବା :
(କ) ସହରରେ ରହୁଥିବା ସାଙ୍ଗର ଚଳଣି କିପରି ଥିଲା ?
Answer:
ସହରରେ ରହୁଥିବା ସାଙ୍ଗ ସୁରେଶର ଆଧୁନିକ ଚଳଣି ଥିଲା । ବିଜ୍ଞାନ ଆଧାରରେ ସେ ସବୁ କଥାକୁ ବିଚାର କରୁଥିଲା ।
(ଖ) ଗାଁରେ କିଏ ରହୁଥିଲା ?
Answer:
ଗାଁରେ ହରି ରହୁଥିଲା । ହରି ଦିଶାରୀ କଥାକୁ ବିଶ୍ଵାସ କରୁଥିଲା ।
(ଗ) ଦିଶାରୀ କଥାକୁ କିଏ ବିଶ୍ଵାସ କରୁଥିଲା ?
Answer:
ଗାଁରେ ରହୁଥିବା ହରି ଦିଶାରୀ କଥାକୁ ବିଶ୍ଵାସ କରୁଥିଲା ।
(ଘ) ପୁଅକୁ ଭଲ ଲାଗିବା ପାଇଁ ହରି କ’ଣ କଲା ?
Answer:
ପୁଅକୁ ଭଲ ଲାଗିବା ପାଇଁ ହରି ଗୁଣିଆକୁ ଡାକି, ଗୁଣିଆ କଥାନୁସାରେ ପୁଅର ପେଟରେ ଚେଙ୍କ ଦେବାର ବ୍ୟବସ୍ଥା କରିଥିଲା ।
(ଙ) ପିଲାଟି କଷ୍ଟ ପାଇବାର କାରଣ କ’ଣ ବୋଲି ତୁମେ ଭାବୁଛ ?
Answer:
ପିଲାଟି କଷ୍ଟ ପାଇବାର କାରଣ ହେଉଛି, ଦିଶାରୀ ପିଲାଟିର ପେଟରେ ଯେଉଁ ଚେଙ୍କ ଦେଇଥିଲେ ସେ ଜାଗାଟି ଆକ୍ରାନ୍ତ ହୋଇ ବିଷାକ୍ତ ଓ ସଂକ୍ରମିତ ହୋଇଯାଇଥିଲା ।
Question ୨ ।
(କ) କାହାକୁ ଆଧାର କରି ସୁରେଶ ବିଚାର କରେ ଓ କାହାର ପରାମର୍ଶ ନିଏ ?
Answer:
ସୁରେଶ ସହରରେ ରହୁଥିବାରୁ ବିଜ୍ଞାନ ଆଧାରରେ ସେ ସବୁକଥାକୁ ବିଚାର କରେ । ପିଲାଙ୍କ ଦେହ ଖରାପ ହେଲେ ସେ ଡାକ୍ତରଙ୍କ ପରାମର୍ଶ ନିଏ ।
(ଖ) ହରି ଗ୍ରାମଠାକୁରାଣୀଙ୍କଠାରେ ବୋଦା, କୁକୁଡ଼ା ବଳି କାହିଁକି ଚଢ଼ାଏ ?
Answer:
ହରି ଦିଶାରୀ କଥାକୁ ବିଶ୍ଵାସ କରେ । ଛୁଆଙ୍କୁ ହାଡ଼ଫୁଟି, ମିଳିମିଳା ହେଲେ ପଣା ଦିଏ, ଗୁଣିଆ ଡକାଇ ଝଡ଼ାଫୁଙ୍କା କରେ ଏବଂ ଠାକୁରାଣୀଙ୍କଠାରେ ବୋଦା, କୁକୁଡ଼ା ଆଦି ବଳି ଚଢ଼ାଏ ।
(ଗ) ସହରର ପିଲାମାନେ ଜ୍ଵର ହେଲେ କିପରି ଭଲ ହୁଅନ୍ତି ?
Answer:
ସହରର ପିଲାମାନେ ଜ୍ଵର ହେଲେ ଡାକ୍ତରଙ୍କ ପାଖକୁ ଯାଆନ୍ତି । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇ ଭଲ ହୁଅନ୍ତି ।
Question ୩।
ଭୁଲ୍ ଥିବା ଶବ୍ଦଗୁଡ଼ିକୁ ଠିକ୍ କରି ତା’ ପାଖରେ ଲେଖୁବା । (ପ୍ରଶ୍ନ ସହ ଉତ୍ତର)
ମୂଖ୍ୟମନ୍ତ୍ରୀ – ମୁଖ୍ୟମନ୍ତ୍ରୀ
ପୁରଷ୍କାର – ପୁରସ୍କାର
ପ୍ରଶାରୀତ – ପ୍ରସାରିତ
ଜିବନଜୀପନ – ଜୀବନଯାପନ
ପଡ଼ୋଶି – ପଡ଼ୋଶୀ
ଗୁଣିଆ – ଗୁଣିଆ
ତୁମପାଇଁ କାମ:
Question ୧ ।
ତଳେ ଦିଆଯାଇଥିବା କବିତାଟିକୁ ମନେରଖ୍ ଜନସଚେତନତା କାର୍ଯ୍ୟକ୍ରମ ବା ପଥପ୍ରାନ୍ତ ନାଟକରେ ଅଭିନୟ କର ।
ଆଜି ଏହି ବୈଜ୍ଞାନିକ ଯୁଗରେ
‘ଚେଙ୍କ’ ଦେବା ନାହିଁ ଶିଶୁ ଦେହରେ ।
ରୋଗବଇରାଗ ହୋଇଲେ ତାକୁ
ଦେଖାଇବ ନେଇ ଡାକ୍ତରଙ୍କୁ !
ଖାଇଲେ ଔଷଧ ତୁଟିବ ରୋଗ
ସେଥିପାଇଁ ସଦା ହୁଅ ସଜାଗ ।
ଗୁଣିଗାରେଡ଼ି ତ ଅନ୍ଧବିଶ୍ଵାସ
ଗୁଣିଆ କରନ୍ତି ପ୍ରାଣର ନାଶ ।
ପଢ଼ିଲେ ବିଜ୍ଞାନ ପାଠ ଆମେରେ
ଜାଣିବା କାରଣ ସବୁ କଥାରେ ।
କୁସଂସ୍କାର ଦିଅ ମନୁ ଦୂରେଇ
ଶିକ୍ଷତ ସମସ୍ତେ ହୁଅରେ ଭାଇ ।
କମିବ ଶିଶୁଙ୍କ ମୃତ୍ୟୁର ହାର
ବୈଜ୍ଞାନିକ ଚିନ୍ତା ୟାର ପ୍ରତିକାର ।
Question ୨ ।
ଆମ ସମାଜରେ ଏବେ ବି ରହିଥିବା ଆଉ କେତୋଟି ଅନ୍ଧବିଶ୍ଵାସର ତାଲିକା ପ୍ରସ୍ତୁତ କର ।
Answer:
ଭୂତ ବା ଡାଆଣୀ ଲାଗିବା
ଭୈରବ ଡାକିବା
ରାତିରେ ସାପ ନାଁ ନ ଧରିବା
ପ୍ରେତ କର୍ମ କରିବା
ପୂର୍ବପାଠ:
ପିଲାମାନେ, ପୂର୍ବରୁ ତୁମେମାନେ ‘‘ବୈଜ୍ଞାନିକ ମନୋବୃତ୍ତି’’ ଓ ‘ରୋଗୀସେବା’’ ଗଦ୍ୟରଚନା ଦୁଇଟି ପାଠ କରିଛ । ଏଥିରେ ମନୁଷ୍ୟ ଜୀବନରେ ବୈଜ୍ଞାନିକ ମନୋବୃତ୍ତିର ପ୍ରୟୋଜନ ଓ ଅନ୍ଧବିଶ୍ଵାସର ଅପକାରିତା ବିଷୟ ବୁଝିପାରିଛ । ଆମ ସମାଜରେ ବର୍ତ୍ତମାନ ମଧ୍ୟ ବହୁ ପ୍ରକାର ଅନ୍ଧବିଶ୍ଵାସ ରହିଛି । ଏହିସବୁ ଅନ୍ଧବିଶ୍ଵାସ ସମ୍ବନ୍ଧରେ ଲୋକମାନଙ୍କୁ ଶିକ୍ଷା ଦେବା ଓ ସେଗୁଡ଼ିକ ଦୂରକରିବା ପାଇଁ ଚେଷ୍ଟା କରିବା ଆମର କର୍ତ୍ତବ୍ୟ । ନିମ୍ନରେ ଦିଆଯାଇଥିବା ବିଷୟଟିକୁ ପଢ଼ିଲେ ଏଇ ଅନ୍ଧବିଶ୍ଵାସ ଫଳରେ ଏବେ ବି ଆମ ସମାଜରେ କିପରି ଶିଶୁମାନେ ଏହାର ଶିକାର ହୋଇ ଅସହ୍ୟ ଯନ୍ତ୍ରଣା ସହି ମୃତ୍ୟୁବରଣ କରୁଛନ୍ତି ତାହା ବୁଝିହେବ ।
ଏ ପ୍ରକାର ପ୍ରଥା ବିଷୟରେ ତୁମେ କ’ଣ ଭାବୁଛ ? ଏସବୁ କ’ଣ ଭଲ ? ଏ ଅନ୍ଧବିଶ୍ଵାସର ପରିସମାପ୍ତି ପାଇଁ ତୁମର କିଛି ଦାୟିତ୍ଵ ଅଛି ବୋଲି ତୁମେ ଭାବୁଛ କି ? ତଳେ ଦିଆଯାଇଥିବା ପାଠଟି ପଢ଼ିଲେ ସମାଜରୁ ଏଭଳି କୁପ୍ରଥା ଦୂର କରିବା ପାଇଁ ତୁମେ କ’ଣ କରିପାରିବ, ବୁଝିବ ।
ଓଡ଼ିଶାର ଉପାନ୍ତ ଅଞ୍ଚଳର ଏକ ଗାଁ ବାଘପଦାରେ ଦୁଇସାଙ୍ଗ ସୁରେଶ ଓ ହରିଙ୍କ ଘର । ସୁରେଶ ସହରରେ ଚାକିରି କରୁଥିବାବେଳେ ହରି ଗାଁରେ ରହି ଚାଷବାସ କରି ଚଳେ । ସୁରେଶର ଆଧୁନିକ ଚଳଣି ଓ ସବୁ କଥାକୁ ବୈଜ୍ଞାନିକ ମନୋବୃତ୍ତି ନେଇ ବିଚାର କରେ । ପିଲାମାନେ ଅସୁସ୍ଥ ହେଲେ ଡାକ୍ତରଙ୍କ ପରାମର୍ଶ ନିଏ । ମାତ୍ର ହରି ପାଠପଢ଼ି ନ ଥିବାରୁ ଗାଁର ଗୁଣିଆ, ପୂଜାରୀ ଓ ଦିଶାରୀଙ୍କ କଥାରେ ବିଶ୍ଵାସ କରେ । ଛୁଆଙ୍କୁ ହାଡ଼ଫୁଟି କି ମିଳିମିଳା ହେଲେ ଗୁଣିଆ ଡକାଇ ଝଡ଼ାଫୁଙ୍କା କରେ । ଠାକୁରାଣୀଙ୍କୁ ପଣା ଦିଏ ଓ ବୋଦା ଓ କୁକୁଡ଼ା ବଳି ଦିଏ । ସୁରେଶ ତାକୁ ଏ ବିଷୟରେ ଯେତେ ବୁଝାଇଲେ ବି ହରିର ମନ ବଦଳେ ନାହିଁ । ସେ ଗୁଣିଗାରେଡ଼ି ଓ ଅନ୍ଧବିଶ୍ୱାସକୁ ମାନେ ।
ଥରେ ହରିର ଛଅମାସର ପୁଅର ଦେହ ଖରାପ ହୋଇ ଜ୍ଵର ଓ ଝାଡ଼ା ହେଲା । ପିଲାଟା ସୁସ୍ଥ ନ ହେବାରୁ ସେ ଗୁଣିଆକୁ ଡାକି ଆଣିଲା । ଗୁଣିଆ ଚୁଲିରେ ଲୁହା ଗରମ କରି ଶିଶୁଟିର ପେଟରେ ଚେଙ୍କ ଦେଲେ । କୁକୁଡ଼ା ବଳି ଦେଲେ ଦେହରୁ ଡାଆଣୀ ଛାଡ଼ିଯିବ ଓ ପିଲାଟି ଭଲ ହୋଇଯିବ ବୋଲି କହିଲେ । ହରି ଏସବୁ କଲାପରେ ମଧ୍ୟ ପିଲାଟା ଭଲ ହେଲା ନାହିଁ, ବରଂ ଚେଙ୍କ ଜାଗାଟି ଆକ୍ରାନ୍ତ ହୋଇ ସଂକ୍ରମିତ ହେଲା । ପିଲାଟି ଯନ୍ତ୍ରଣାରେ ଛଟପଟ ହୋଇ ନିସ୍ତେଜ ହୋଇଗଲା । ଖବର ପାଇ ସୁରେଶ ଆସି ପିଲାଟିକୁ ଡାକ୍ତରଖାନାକୁ ନେଇଗଲା । ଆଠଦିନ କାଳ ଡାକ୍ତରଖାନାରେ ରହିବା ପରେ ପିଲାଟି ଭଲ ହେଲା, ହେଲେ ଦେହଯାକ ଫୋଟକାଦାଗ ରହିଗଲା । ଏହି ଘଟଣା ପରେ ହରିର ଅନ୍ଧବିଶ୍ଵାସ ତୁଟିଗଲା । ଗାଁ ସ୍କୁଲରେ ପଢ଼ୁଥିବା ଦିପୁ ସିପୁ ଏକଥା ଗାଁ ଲୋକଙ୍କୁ ବୁଝାଇଲେ । ଏଣିକି କାହାର ପିଲାର ଦେହ ଖରାପ ହେଲେ କେହି ଚେଙ୍କ ଦିଆ ଗୁଣିଆ ପାଖକୁ ନ ଯାଇ ଡାକ୍ତରଙ୍କ ପାଖକୁ ଗଲେ ।
ଦିପୁ ଓ ସିପୁଙ୍କ ଏପରି କାର୍ଯ୍ୟ କଥା ଖବରକାଗଜରେ ବାହାରିଲା ଓ ସେମାନେ ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର ପାଇଲେ । ଏ ଖବର ପ୍ରସାରିତ ହେବା ଫଳରେ ଲୋକମାନେ ଏଣିକି ରୋଗୀଙ୍କୁ ଡାକ୍ତରଖାନାକୁ ନେଲେ । ଫଳରେ ଚେଙ୍କ ଆତଙ୍କ ଦୂର ହେଲା ଓ ଶିଶୁ ମୃତ୍ୟୁହାର ମଧ୍ୟ କମିଗଲା। ,
ଏଥୁରୁ କ’ଣ ଶିଖୁଲେ ?
ଚିକିତ୍ସା ଶାସ୍ତ୍ରରେ କୁଶଳତା ନଥିବା ଗୁଣିଆଠାରୁ ଚିକିତ୍ସା ସହାୟତା ନେବା ନାହିଁ ।
ମନରୁ ଡାଆଣୀ, ଭୂତପ୍ରେତ, ଝଡ଼ାଫୁଙ୍କା ଭଳି ଗୁଣିଗାରେଡ଼ି ଅନ୍ଧବିଶ୍ଵାସ ଓ ଭୟ ଦୂର କରିଦେବା ।
ଆମ ପଡ଼ୋଶୀଙ୍କୁ ଏ ବିଷୟରେ ବୁଝାଇ ଜନ ସଚେତନତା ସୃଷ୍ଟି କରିବା ।
ଆଧୁନିକ ଚିକିତ୍ସା ପଦ୍ଧତିର ସୁଯୋଗ ନେବା ଓ ପିଲାଙ୍କୁ ରୋଗମୁକ୍ତ ରଖୁ ।
ଶିଶୁ ମୃତ୍ୟୁହାର କମାଇବାପାଇଁ ଜୀବନଯାପନ ଶୈଳୀକୁ ଉନ୍ନତ କରିବା ।
ଆସ, ଜାଣିବା କେତୋଟି ନୂତନ ଶବ୍ଦ
- ଉପାନ୍ତ – ନିକଟ
- ପରାମର୍ଶ – ଅଭିମତ, ମନ୍ତ୍ରଣା
- ଯୁକ୍ତିଯୁକ୍ତ – ଯଥାର୍ଥ
- ଦିଶାରୀ – ଆଦିବାସୀ ଅଞ୍ଚଳରେ ଦେବଦେବୀ ପୂଜକ।
- ଝଡ଼ାଫୁଙ୍କା – ମନ୍ତ୍ର ବୋଲି ଦେହକୁ ଝାଡ଼ିବା ଓ ଫୁଙ୍କିବା ।
- ବଳି – ଉତ୍ସର୍ଗ
- ଚେଙ୍କ – ଅନ୍ଧବିଶ୍ଵାସରେ ଶିଶୁପେଟରେ ତାତିଲା ଲୁହା ମଡ଼ାଇବା ।
- ଅନ୍ଧବିଶ୍ଵାସ – ସତ୍ୟାସତ୍ୟ ନଥାଇ ପାରମ୍ପରିକ ବିଶ୍ୱାସ ।
- ଗୁଣିଗାରେଡ଼ି – ତନ୍ତ୍ରମନ୍ତ୍ର ବିଦ୍ୟଶ ।