Odisha State Board BSE Odisha 7th Class Science Solutions Chapter 16 ଜଙ୍ଗଲ ସମ୍ପଦ Textbook Exercise Questions and Answers.
BSE Odisha Class 7 Science Solutions Chapter 16 ଜଙ୍ଗଲ ସମ୍ପଦ
Question 1.
ନିମ୍ନରେ ଦିଆଯାଇଥିବା ପ୍ରତ୍ୟେକ ବ୍ୟବହାର୍ଯ୍ୟ ଜିନିଷପାଇଁ ଜଙ୍ଗଲରେ ଥିବା 3ଟି ଗଛର ନାମ ଲେଖ ।
(କ) କାଠ
(ଖ) ଫଳ
(ଗ) ପତ୍ର
Solution:
ଉ – ଶାଳ, ପିଆଶାଳ, ଶାଗୁଆନ୍
ଉ – ଆମ୍ବ, ପଣସ, ହରିଡ଼ା
ଉ – ବେଲ, ବିଶଲ୍ୟକରଣୀ, ତୁଳସୀ
Question 2.
ଜଙ୍ଗଲକୁ କାହିଁକି ପ୍ରାକୃତିକ ସମ୍ପଦ କହିବା ଉଦାହରଣ ସହ ଦର୍ଶାଅ ।
Solution:
- ମୃତ୍ତିକା, ବାୟୁ, ଜଳ,ଖଣିଜଦ୍ରବ୍ୟ , ଉଭିଦ, ଜଙ୍ଗଲ, ପଶୁପକ୍ଷୀ ଆଦି ପ୍ରତ୍ୟେକ ଆମ୍ଭମାନଙ୍କ ପାଇଁ ଅମୂଲ୍ୟ ସମ୍ପଦ । ଏଗୁଡ଼ିକ ସବୁ ମାନବ ଜାତିର କଲ୍ୟାଣ ପାଇଁ ପ୍ରକୃତିର ଅବଦାନ । ଜଙ୍ଗଲ ଏଥିମଧ୍ୟରୁ ଅନ୍ୟତମ ହୋଇଥିବାରୁ ଏହାକୁ ପ୍ରାକୃତିକ ସମ୍ପଦ କୁହାଯାଏ ।
- ଏହାଛଡ଼ା ଜଙ୍ଗଲ କାଟି ଦେଲେ, ପୁଣି ସେହି ସ୍ଥାନରେ ନୂଆ ଜଙ୍ଗଲ ସୃଷ୍ଟି ହେବା ପାଇଁ ବହୁ ସମୟ ଲାଗିଥାଏ । ବର୍ତ୍ତମାନ ସର୍ବେକ୍ଷଣରୁ ଦେଖାଯାଉଛି ଯେ, ପୃଥିବୀ ପୃଷ୍ଠରୁ ଜଙ୍ଗଲର ହ୍ରାସ ଖୁବ୍ ଦ୍ରୁତ ଗତିରେ ହେଉଛି । ଅର୍ଥାତ୍ ଏହାର ନବୀକରଣ ଗତିର ହାର ଖୁବ୍ ମନ୍ଥର । ତେଣୁ ଏହାକୁ ସରନ୍ତି ପ୍ରାକୃତିକ ସମ୍ପଦ କୁହାଯାଏ କାରଣ ମନୁଷ୍ୟ ପକ୍ଷରେ ଜଙ୍ଗଲଟିଏ ସୃଷ୍ଟି କରିବା ବ୍ୟୟବହୁଳ, କଷ୍ଟସାଧ୍ୟ ଓ ସମୟସାପେକ୍ଷ ବ୍ୟାପାର ଅଟେ ।
Question 3.
ତଳେ ଦିଆଯାଇଥିବା ପ୍ରାକୃତିକ ସମ୍ପଦଗୁଡ଼ିକୁ ଅସରନ୍ତି ଓ ସରନ୍ତି ସମ୍ପଦ ରୂପରେ ବର୍ଗୀକରଣ କର । କୋଇଲା, ବାଘ, କୁମ୍ଭୀର, ହରିଡ଼ାଗଛ, ଚିଲ, ହାତୀ, ଖଣିଜତୈଳ, ସୂର୍ଯ୍ୟାଲୋକ, ମାଟି, ପବନ ।
Solution:
ଅସରନ୍ତି ସମ୍ପଦ – ସୂର୍ଯ୍ୟାଲୋକ, ପବନ
ସରନ୍ତି ସମ୍ପଦ – ଖଣିଜତୈଳ, କୋଇଲା, ବାଘ, କୁମ୍ଭୀର, ହରିଡ଼ା ଗଛ, ଚିଲ, ହାତୀ ଏଥ୍ ମଧ୍ୟରୁ କୋଇଲା ଓ ଖଣିଜ ତୈଳ ନବୀକରଣ ଅଯୋଗ୍ୟ ସମ୍ପଦ ।
Question 4.
‘ଶୀତଦିନେ ଗରମ ଲାଗିବା’’ ବା ‘ହାତୀପଲ ଗାଁ ଓ ସହରକୁ ଆସି ଧନଜୀବନ ନଷ୍ଟ କରିବା’’ ପରି ପରିସ୍ଥିତି ହେଉଛି ନିଜ ଅଭିଜ୍ଞତାରୁ ଲେଖ ।
Solution:
- ପ୍ରାକୃତିକ ଭାରସାମ୍ୟ ବ୍ୟାହତ ହେବାରୁ ସୃଷ୍ଟି ହୋଇଥିବା ସଂକଟ ପାଇଁ ମଣିଷହିଁ ମୁଖ୍ୟତଃ ଦାୟୀ । ଅବିଚାରିତ ଭାବେ ନିଜ ସ୍ବାର୍ଥସିଦ୍ଧି ପାଇଁ ସେ ଜଙ୍ଗଲ କାଟି ଚାଲିଛି ଫଳରେ ଅଙ୍ଗାରକାମ୍ଳର ପରିମାଣ ବଢ଼ିଚାଲିଛି ଓ ସବୁଜ କୋଠରୀ ପ୍ରଭାବ ଅନୁଭୂତ ହେଲାଣି ।
- ହୋଇଯିବ । ଜଙ୍ଗଲହିଁ ଜଳଚକ୍ରକୁ ନିୟନ୍ତ୍ରଣ କରି ପ୍ରକାରାନ୍ତରେ ଋତୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରେ । ଫଳରେ ପନ୍ତୁଲନ ଦ୍ୟାହତ ହେଲେ ତାଦ୍ବାର କୁପୃଭାଦ ପରିବେଶ ସମଗୁ କାବକଗତ ଭପରେ ପଡେ |
- ଅନିୟମିତ ବର୍ଷା ହେବା, ବନ୍ୟା ପ୍ରକୋପ ବଢ଼ିଚାଲିବା, ମୁରୁଡ଼ି, ବାତ୍ୟା ଓ ସୁନାମୀ ଆଦି ପ୍ରାକୃତିକ ବିପର୍ଯ୍ୟୟ ଦେଖାଯିବା ଏହାର ପ୍ରଧାନ କାରଣ ।
- ଏହା ଫଳରେ କେତେକ ପ୍ରାଣୀ ଓ ଉଦ୍ଭିଦ ପୃଥିବୀ ପୃଷ୍ଠରୁ ସମ୍ପୂର୍ଣ ବିଲୁପ୍ତ ହେବାକୁ ବସିଲେଣି । ଆମ ଭାରତରେ ଚିତାବାଘ, ସିଂହ ଓ ଗଣ୍ଡା ଆଦିଙ୍କର ସଂଖ୍ୟା ଦ୍ରୁତ ହାରରେ କମିବାରେ ଲାଗିଛି ।
Question 5.
‘ଜଙ୍ଗଲ ସମ୍ପଦର ସୁରକ୍ଷା’’ ଆମ ତିଷ୍ଠିରହିବା ପାଇଁ ଆବଶ୍ୟକ । ତୁମେ କାରଣ ସହ ଦର୍ଶାଅ ।
Solution:
ଜଙ୍ଗଲ ସମ୍ପଦର ସୁରକ୍ଷା ନହେଲେ –
- ଜଙ୍ଗଲରୁ ଆମେ କାଠ, ପତ୍ର, ଫୁଲ, ଫଳ, ଅଠା, ଲାଖ, ଝୁଣା, ଔଷଧ, ମହୁ, ବାଉଁଶ ପାଇବା ନାହିଁ ।
- ବର୍ଷାର ପରିମାଣ ହ୍ରାସ ପାଇବ ।
- ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ପାଇବ ।
- ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବ ।
- ମୃତ୍ତିକା କ୍ଷୟ ଘଟିବ ଓ ବନ୍ୟା
Question 6.
ଜଙ୍ଗଲ ଧ୍ଵଂସ ପାଇବା ପଛରେ ଥିବା ୫ଟି କାରଣ ଲେଖ ।
Solution:
ଜଙ୍ଗଲ ଏକ ଜଟିଳ ପରିସଂସ୍ଥା । ଏହାକୁ ବଞ୍ଚାଇ ରଖୁବାକୁ ହେଲେ ମୃତ୍ତିକା, ଜଳ ଓ ବାୟୁର ସଂରକ୍ଷଣ ଆବଶ୍ୟକ ।
ଜଙ୍ଗଲ ଧ୍ଵଂସର କାରଣ :
- ଜଙ୍ଗଲଠାରୁ ଦୂରରେ ପ୍ରତିଷ୍ଠା କରିବା ଉଚିତ ।
- ପୋଡୁଚାଷ ଯୋଜନା ଅବିଳମ୍ବେ ବନ୍ଦ କରିବାକୁ ହେବ ।
- ମଣିଷ ତା’ର ଆବଶ୍ୟକତା ପୂରଣ ପାଇଁ ଜଙ୍ଗଲ ଓ ଜଙ୍ଗଲଜାତ ଦ୍ରବ୍ୟ ବ୍ୟବହାର କରିଚାଲିଛି । ଏଣୁ ଆମର ପ୍ରବେଶ କରୁଛି ।
- ମଣିଷ ତା’ର କୃତ୍ରିମ ଆବଶ୍ୟକତା ପୂରଣ କରିବା ପାଇଁ ଶିକାର କରୁଛି । ଏଣୁ ଏହା ନିଷେଧ କରାଯିବା ଉଚିତ ।
- ପଶୁ ଚାରଣ ବାରଣ କରିବା ନିହାତି ଆବଶ୍ୟକ, ନଚେତ୍ ବିସ୍ତୀର୍ଣ୍ଣ ଅଞ୍ଚଳ ଟାଙ୍ଗରା ଭୂମିରେ ପରିଣତ ହୋଇଯିବ ।
Question 7.
ତଳେ ଦିଆଯାଇଥିବା ପ୍ରତ୍ୟେକ ଉକ୍ତିପାଇଁ ଗୋଟିଏ ଲେଖାଁଏ କାରଣ ଲେଖ । ( ପ୍ରତ୍ୟେକ କାରଣ ଗୋଟିଏ
(କ) ଆମେ କୌଣସି ପଶୁ ଚମଡ଼ା ତିଆରି ସାମଗ୍ରୀ ବ୍ୟବହାର କରିବା ଉଚିତ ନୁହେଁ ।
Solution:
ପଶୁ ଚମଡ଼ା ପାଇଁ ପଶୁ ଶିକାର କରିବାଦ୍ୱାରା ସେମାନଙ୍କ ସଂଖ୍ୟା ହ୍ରାସ ପାଇବ ।
(ଖ) ପୃଥିବୀ ପୃଷ୍ଠରୁ ବିଲୁପ୍ତ ଡାଇନୋସୋରସ ପରି ‘ବାଘ’ ପ୍ରଜାତିର ପଶୁ ଲୋପ ପାଇଯିବା ଆଶଙ୍କା କରା ଯାଉଛି ।
Solution:
ଜଙ୍ଗଲ ହେଉଛି ପ୍ରାଣୀମାନଙ୍କ ପ୍ରାକୃତିକ ବାସସ୍ଥଳୀ, ଏଣୁ ଜଙ୍ଗଲ ଧ୍ବଂସ କଲେ ‘ବାଘ’ ପ୍ରଜାତିର ପଶୁ ଲୋପ ପାଇଯିବାର ଆଶଙ୍କା ଅଛି | କାରଣ ଏମାନେ କେବଳ ଶଞ୍ଚଁ ନରନ୍ତି |
(ଗ) ‘‘ପ୍ରାକୃତିକ ଭାରସାମ୍ୟ’’ପୁନଃସ୍ଥାପିତ କରି ମନୁଷ୍ୟ ଭବିଷ୍ୟତରେ ଏକ ସୁସ୍ଥ ପରିବେଶ ସୃଷ୍ଟି କରିପାରିବ ବୋଲି ଆଶା କରାଯାଏ ।
Solution:
ମାନବ ସମାଜ ପାଇଁ ସୁସ୍ଥ ପରିବେଶ ଅପରିହାର୍ଯ୍ୟ ଅଟେ ।
(ଗ) ‘‘ପ୍ରାକୃତିକ ଭାରସାମ୍ୟ’’ପୁନଃସ୍ଥାପିତ କରି ମନୁଷ୍ୟ ଭବିଷ୍ୟତରେ ଏକ ସୁସ୍ଥ ପରିବେଶ ସୃଷ୍ଟି କରିପାରିବ ବୋଲି ଆଶା କରାଯାଏ ।
Solution:
ମାନବ ସମାଜ ପାଇଁ ସୁସ୍ଥ ପରିବେଶ ଅପରିହାର୍ଯ୍ୟ ଅଟେ ।
ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ :
→ କାଳଲକ୍ତ ପ୍ରାତ୍କତିକ ସମନ କାତୃକି କଦ୍ରିନା :
- ମୃତ୍ତିକା, ବାୟୁ, ଜଳ,ଖଣିଜ ଦ୍ରବ୍ୟ, ଉଭିଦ, ଜଙ୍ଗଲ,ପଶୁ, ପକ୍ଷୀ ଆଦି ପ୍ରତ୍ୟେକ ଆମ୍ଭମାନଙ୍କ ପାଇଁ ଅମୂଲ୍ୟ ସମ୍ପଦ ଓ ଏଗୁଡ଼ିକ ସବୁ ମାନବ ଜାତିର କଲ୍ୟାଣ ପାଇଁ ପ୍ରକୃତିର ଅବଦାନ । ତେଣୁ ଏଗୁଡ଼ିକୁ ‘ପ୍ରାକୃତିକ ସମ୍ପଦ’ କୁହାଯାଏ ।
- ଏହିପରି ପ୍ରାକୃତିକ ଉପପରେ ବିଭିନ୍ନ କାଭିର ଉଡିର ଆପେ ନଡି ଘଞ ସତୁଲ ଆପ୍ରେଣ ସୃଷି କରୁଥିବା ପରିସଂସ୍ଥାକୁ ଜଙ୍ଗଲ କୁହାଯାଏ ।
- ଜଙ୍ଗଲରୁ ଆମେ କାଠ, ବିଭିନ୍ନ ଫଳ, ଝୁଣା, ଔଷଧ ଓ ଲାଖ ଆଦି ପାଇଥାଉ । ଏଥୁସହ ଜଙ୍ଗଲ ହିଁ ଜୀବଜଗତ ପାଇଁ ଅମ୍ଳଜାନ ଯୋଗାଉଥିବା ‘ପ୍ରାକୃତିକ କାରଖାନା’ ।
- ସବୁଜ ଉଭିଦ ତା’ର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ରହଣ କରେ ଓ ଅମ୍ଳଜାନ ଛାଡ଼ିଥାଏ । ଏହି ଅମ୍ଳଜାନ ଜୀବଜଗତର ଶ୍ଵାସକ୍ରିୟା ପାଇଁ ନିହାତି ଆବଶ୍ୟକ । ନଚେତ୍ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ପରିମାଣ ବଢ଼ିଯିବାର ସମ୍ଭାବନା ରହିଛି ।
- ଜଙ୍ଗଲଯୋଗୁଁ ଜଳଚକ୍ର ଅବ୍ୟାହତ ରହେ, ଏକ ବିସ୍ତୀର୍ଣ୍ଣ ଅଞ୍ଚଳର ଜଳବାୟୁକୁ ଏହା ନିୟନ୍ତ୍ରଣ କରେ, ଭୂନିମ୍ନସ୍ଥ ଜଳସ୍ତରକୁ ବଜାୟ ରଖେ, ମୃତ୍ତିକା କ୍ଷୟର ଅବରୋଧ କରେ, ବାତ୍ୟାର ପ୍ରକୋପ ଓ ବନ୍ୟାଜଳର ବେଗକୁ ମଧ୍ୟ କମାଇ ଦିଏ, ଅନେକ ପ୍ରକାରର ପଶୁପକ୍ଷୀ, କୀଟ ପତଙ୍ଗ ଏବଂ ବୃକ୍ଷଲତାକୁ ଆଶ୍ରୟ ଦେଇଥାଏ ।
- ପ୍ରାକୃତିକ ସମ୍ପଦ ମଧ୍ୟରୁ ଯେଉଁଗୁଡ଼ିକ ସରିଗଲେ ବା ବ୍ୟବହାର ହୋଇଗଲେ ଆଉ ମିଳିବ ନାହିଁ ସେମାନଙ୍କୁ ସରନ୍ତି ପ୍ରାକୃତିକ ସମ୍ପଦ କୁହାଯାଏ । ଖଣିରୁ ମିଳୁଥିବା କୋଇଲା ଓ ଖଣିଜତୈଳ ଆଦି ସରନ୍ତି ପ୍ରାକୃତିକ ସମ୍ପଦ ।
- ପୃଥିବୀପୃଷ୍ଠରୁ ଲୋପ ପାଇଯାଇଥିବା ବିଭିନ୍ନ ଉଦ୍ଭିଦ ଓ ପ୍ରାଣୀଙ୍କୁ ମଧ୍ଯ ନବୀକରଣ ଅଯୋଗ୍ୟ ପ୍ରାକୃତିକ ସମ୍ପଦ କୁହାଯାଏ ।
- ଯେଉଁ ସମ୍ପଦର ବ୍ୟବହାର କରିସାରିଲା ପରେ ବି ଅଳ୍ପ ସମୟ ମଧ୍ୟରେ ଆଉ ଥରେ ସୃଷ୍ଟି କରାଯାଇପାରିବ ବା ଭରଣା କରାଯାଇପାରିବ ତାକୁ ଅସରନ୍ତି ପ୍ରାକୃତିକ ସମ୍ପଦ କୁହାଯାଏ ।
- ବର୍ତ୍ତମାନ ଅଭିନବ କୌଶଳ ପ୍ରୟୋଗକରି ଅଦରକାରୀ ଭାବେ ଜିନିଷଗୁଡ଼ିକୁ ତରଳାଇ ସେଥୁରୁ ମୂଳ ଧାତୁକୁ ପୁନରୁଦ୍ଧାର କରାଯାଉଅଛି । ଏହି କୌଶଳକୁ ‘ପୁନଃଚକ୍ରଣ ପଦ୍ଧତି’’ କୁହାଯାଏ ।
→ କଲଲଭେ କିଏ ସବୁ ଥାନ୍ତି / କିଏ କିପରି ଆଛି :
- ଜଙ୍ଗଲ ଏକ ଜଟିଳ ପରିସଂସ୍ଥା ଏବଂ ଏଥିରେ ବହୁ ସଂଖ୍ୟକ ଖାଦ୍ୟଶୃଙ୍ଖଳ କାର୍ଯକ୍ଷମ ଥାଏ । ଜୀବ ବିଜ୍ଞାନବିତ୍ମାନେ ଏହି ଖାଦ୍ୟଶ୍ଵଖଲଭ ସମାରୋହକୁ “ଖାଦ୍ୟଲା” ଆଖ୍ୟା ଦେଇଛନ୍ତି |
- ଜଙ୍ଗଲରେ ଶାଳ, ପିଆଶାଳ, ମହୁଲ, ତେନ୍ତୁଳି, ଶାଗୁଆନ ପରି ବଡ଼ ଗଛ, ଅନେକ ପ୍ରକାର ବୁଦାଳିଆ ଗଛ, ବିରିନ୍ନ ଲତା ଶାସ ଦେଖାଯାଆନ୍ତି |
- ଜଙ୍ଗଲରେ ବାଘ, ଚିତାବାଘ, ହରିଣ, ଠେକୁଆ, ବାରହା, କୁଟୁରା, ବିଲୁଆ ପରି ପଶୁ ହରଡ଼, ଶୁଆ, କୁମ୍ଭାଟୁଆ, କପୋତ, କାଠହଣା ଓ କୋଚିଲାଖାଇ ପରି ପକ୍ଷୀ ଏବଂ ସାପ, ନେଉଳ, ଝିଟିପିଟି, ଏଣ୍ଡୁଅ ପରି ସରୀସୃପ ଓ କୀଟ, ପତଙ୍ଗ, ପୋକ, ପିମ୍ପୁଡ଼ି, ବିଛା, ବୁଢ଼ିଆଣୀ ଆଦି ରହିଥାନ୍ତି ।
- ଜଙ୍ଗଲ ପରିବେଶ ଓ ଏକ ନିର୍ଦ୍ଦିଷ୍ଟ ସ୍ଥାନର ଜଳବାୟୁ ଅନୁସାରେ ଏହାକୁ ଖାପ ଖୁଆଇ ପାରୁଥିବା ଉଭିଦ ଓ ପ୍ରାଣୀ ହିଁ ସେଠାରେ ବାସ କରିଥାନ୍ତି ।
- ଗୁଜୁରାଟର ଗିଭ୍ ଅରଣ୍ୟରେ ସିଂହ ପ୍ରକଳ୍ପ ପାଇଁ ଏବଂ ଆସାମର କାଜିରଙ୍ଗା ଅଭୟାରଣ୍ୟ ଗଣ୍ଡା ପ୍ରକଳ୍ପ ପାଇଁ ଭାରତ ପ୍ରସିଦ୍ଧ । ହିମାଳୟର ଜଙ୍ଗଲରେ ଚମରୀଗାଈ ଦେଖାଯାଆନ୍ତି । ଘଞ୍ଚ ଜଙ୍ଗଲରେ ବାଘ ରହୁଥିବା ବେଳେ ତୃଣଭୂମି ଅଞ୍ଚଳରେ ହରିଣ ଓ ଠେକୁଆ ଆଦି ବାସ କରନ୍ତି । ଓଡ଼ିଶାର ଶିମିଳିପାଳଠାରେ ମହାବଳ ବାଘ ପାଇଁ ଆଶ୍ରୟ ସ୍ଥଳ ଥିବା ତୁମେ ଜାଣିଥବ ।
- ସମୁଦ୍ର ତଟରେ ଝାଉଁବଣ ଦେଖାଯିବା ସହ ଏଠାରେ ହେନ୍ତାଳ, ନଡ଼ିଆ ଗଛ ଅଧିକ ଦେଖାଯାଏ । ମାଳ ଅଞ୍ଚଳରେ ଶାଳ, ପିଆଶାଳ ଓ ମହୁଲ ଗଛ ଦେଖାଯାଇଥାଏ ।
- କେତେକ ପକ୍ଷୀ ଗଛ ଡାଳରେ ବା ବସାରେ ରହୁଥିବାବେଳେ ଆଉ କେତେକ ଗୀତକରି ରହିବା ଦେଖାଯାଏ ।
- ଗଛଗୁଡ଼ିକର ଶାଖାପ୍ରଶାଖା ଡାଳପତ୍ର ଘଞ୍ଚହୋଇ ସୂର୍ଯ୍ୟାଲୋକକୁ ତଳକୁ ପଡ଼ିବାକୁ ନ ଦେବାରୁ ଜଙ୍ଗଲ ଭିତରଟା ଦିନବେଳେ ମଧ୍ଯ ଅନ୍ଧାରିଆ ଦେଖାଯାଏ ।
- ଜଙ୍ଗଲ ମଧ୍ୟରେ ଡାଳ,ପତ୍ର ଓ ପ୍ରାଣୀଙ୍କ ମୃତ ଶରୀର କିଛିଦିନ ପରେ ବୀଜାଣୁ ଓ କବକଙ୍କ ପରି କେତେକ (Decomposition) କୁହାଯାଏ । ଏହି ଅପଘଟନ ଘଟାଉଥିବା ଅଣୁଜୀବମାନଙ୍କୁ ଅପଘଟକ (Decomposer) କୁହାଯାଏ ।
→ କଲଲ ପ୍ରକତିକ ଭାରସାଯ୍ୟ :
- ଆମର ପୃଥିବୀ କେତେକ ଅଜୈବ ଓ ଜୈବ ଉପାଦାନକୁ ନେଇ ଗଢ଼ା । ଏଗୁଡ଼ିକ ପରସ୍ପର ଉପରେ ନିର୍ଭରଶୀଳ । ଏପରିକି ଜୀବଗୋଷ୍ଠୀରେ ଥିବା ଜୀବମାନେ ମଧ୍ୟ ଜୀବନଯାପନ ପାଇଁ ପରସ୍ପର ଉପରେ ନିର୍ଭର କରନ୍ତି ।
- ଆମେ ବାସକରୁଥିବା ପୃଥିବୀ ଅଜୈବ ଓ ଜୈବ ଏହିପରି ଦୁଇ ପ୍ରକାର ଉପାଦାନକୁ ନେଇ ଗଠିତ । ଅଙ୍ଗାରକାମ୍ଳ, ଉଦ୍ଜାନ, ଅମ୍ଳଜାନ ପରି ସମସ୍ତ ଗ୍ୟାସ୍; ଲୌହ, କ୍ୟାଲସିୟମ୍ ପରି ସମସ୍ତ ଧାତୁ; ସଲ୍ଫର, ଫସ୍ଫରସ୍ ପରି ଅଧାତୁ; ଜଳ, ବାୟୁ, ମାଟି, ତାପ ଓ ଆଲୋକଶକ୍ତି, ଆର୍ଦ୍ରତା ଇତ୍ୟାଦି ଅଜୈବ ପଦାର୍ଥ ପୃଥିବୀର ଉପାଦାନ ଅଟନ୍ତି । ସମସ୍ତ ପ୍ରକାରର ପ୍ରାଣୀ, ଉଭିଦ ଓ ଅଣୁଜୀବ ଜୈବିକ ଉପାଦାନ ଅନ୍ତର୍ଭୁକ୍ତ ।
- ଜୀବ ଓ ପରିବେଶ ଉଭୟ ଉଭୟଙ୍କଦ୍ଵାରା ପ୍ରଭାବିତ ହୋଇଥାନ୍ତି । ଫଳରେ ଜୀବ ଓ ତା’ର ପରିବେଶର ଭୌତିକ, ପରିବେଶରେ ଏକ ସନ୍ତୁଳନ ସମ୍ଭବ ହୁଏ ।
- ସମଗ୍ର ଜୀବମଣ୍ଡଳରେ ଏହିପରି ଶକ୍ତି ଓ ଖାଦ୍ୟ ତଥା ଅନ୍ୟ ଉପାଦାନ ଦୃଷ୍ଟିରୁ ଏକ ନିଶ୍ଚିତ ସମନ୍ଵୟ ରହିଛି ।
- ପ୍ରାକୃତିକ ଭାରସାମ୍ୟ ରକ୍ଷା କରିବା ଦିଗରେ ଜଙ୍ଗଲର ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । କାରଣ ଏହାଯୋଗୁଁ ବାୟୁ ବିଶୁଦ୍ଧ ହୁଏ, ପ୍ରଦୂଷଣକୁ ଅନେକାଂଶରେ ରୋକା ଯାଇପାରେ, ଜଳଚକ୍ର ନିୟନ୍ତ୍ରତ ହୁଏ, ଭୂପୃଷ୍ଠସ୍ଥ ଜଳର ପରିସଂସାର ଖାଦ୍ୟଶଖଲ ପୋଷକଚକୁ ବ୍ୟାହୃତ ତଦ୍ରୋ
- ପ୍ରକୃତିରେ ଘଟୁଥିବା ଏହି ପ୍ରାକୃତିକ ପ୍ରକ୍ରିୟାଗୁଡ଼ିକ ନିର୍ଦ୍ଦିଷ୍ଟ ନିୟମାନୁସାରେ ଓ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ କାର୍ଯ୍ୟ ସଂକଟ ଦେଖାଯାଏ ।
→ ଆମ ରାଜ୍ୟ ଓ ଦେଶର ଜଙ୍ଗଲ ସମ୍ପଦ :
- (i) ସ୍ଵାଧୀନତା ବେଳେ ଆମ ଦେଶରେ ପ୍ରାୟ 45% ଭୂମିରେ ଜଙ୍ଗଲ ଥିବାବେଳେ ଆଜି 22% ରେ ପହଞ୍ଚିଲାଣି । ସର୍ବେକ୍ଷଣ ଅନୁଯାୟୀ ପ୍ରତିଦିନ ଆମ ଦେଶରେ ହାରାହାରି 375 ବର୍ଗ କିଲୋମିଟର ଜଙ୍ଗଲ ନଷ୍ଟ ହେବାରେ ରହିଛି ।
- ଆମ ଦେଶ ସ୍ବାଧୀନ ହେବା ସମୟରେ ପ୍ରାୟ 45% ଭୂମିରେ ଜଙ୍ଗଲ ଥିବାବେଳେ ବର୍ତ୍ତମାନ 22% ଭୂମିରେ ଜଙ୍ଗଲ ଅଛି ।
- ପ୍ରତିଦିନ ଆମ ଦେଶର ହାରାହାରି 375 ବର୍ଗ କି.ମି. ଜଙ୍ଗଲ ନଷ୍ଟ ହେଉଛି ।
- ମସିହାରେ ଆମ ରାଜ୍ୟ ଓଡ଼ିଶାରେ ପ୍ରାୟ 58,136.23 ବର୍ଗ କି.ମି. ବା ପ୍ରାୟ 37.74 ଜଙ୍ଗଲ ଥିବାବେଳେ 2008ରେ ଏହା ପ୍ରାୟ 48,374 ବର୍ଗ କି.ମି. ବା ପ୍ରାୟ 31.07%କୁ କମିଆସିଲାଣି । ଏପରିକି ପ୍ରାୟ 80% ଜଙ୍ଗଲ ନଷ୍ଟ ରହିଛି ।
- ଜଙ୍ଗଲ କ୍ଷୟ ଦ୍ଵାରା ମନୁଷ୍ୟ ସମାଜ, ପ୍ରାଣୀଜଗତ ଓ ଉଭିଦ ଜଗତର ଅଶେଷ କ୍ଷତି ହୁଏ ଏବଂ ପରିସଂସ୍ଥାୟ ସନ୍ତୁଳନ ଅତ୍ୟଧ୍ଵ ମାତ୍ରାରେ ବାଧାପ୍ରାପ୍ତ ହୁଏ ।
→ କଲିଂନ ଶୟର କାରଣ :
- ଜନସଂଖ୍ୟା ବୃଦ୍ଧିର ମୁକାବିଲା କରିବା ଉଦ୍ଦେଶ୍ୟରେ ଅଧ୍ଵରୁ ଅଧିକ ବାସଗୃହ ନିର୍ମାଣ, ରାସ୍ତାଘାଟ ନିର୍ମାଣ, ଅଧ୍ଵକ ଚାଷଜମି ଓ କଳକାରଖାନା ବସାଇବାପାଇଁ ମଣିଷ ଅବିଚାରିତ ଭାବେ ଜଙ୍ଗଲ କାଟିବାରେ ଲାଗିଛି ।
- ଜଙ୍ଗଲରେ ନିଆଁ ଲାଗିଲେ ବା ପୋଡୁଚାଷ ପାଇଁ ଆଦିବାସୀ ଲୋକଙ୍କର ଜଙ୍ଗଲ କାଟି ନିଆଁ ଲଗାଇ ଚାଷ କରିବା ପାଇଁ ଜମି ସୃଷ୍ଟି କରିବା ପ୍ରଚେଷ୍ଟା ଆଦି ଜଙ୍ଗଲ କ୍ଷୟର ମୁଖ୍ୟ କାରଣ ।
→ କଲଲ ସମଦର ପ୍ନଭଣ :
- ଆମ ଦେଶରେ ଜଙ୍ଗଲର ସୁରକ୍ଷା ପାଇଁ ‘ଜଙ୍ଗଲ ନିୟମ’ ଓ ‘ଜାତୀୟ ଜଙ୍ଗଲ ନୀତି’ ପ୍ରଣୀତ ହୋଇଛି ।
- ଆମ ଦେଶରେ 1972ରେ ‘ବନ୍ୟଜୀବନ ସୁରକ୍ଷା ଆଇନ୍’ ପ୍ରଣୟନ କରାଯାଇ 1991 ରେ ଏହାର ସଂଶୋଧନ କରାଯାଲଛି |
- ଜଙ୍ଗଲ ସୁରକ୍ଷା ପାଇଁ ଆମ ଦେଶରେ ପ୍ରାୟ 73ଟି ଜାତୀୟ ଉଦ୍ୟାନ, 416 ଟି ଅଭୟାରଣ୍ୟ ଓ 12ଟି ଜୀବମଣ୍ଡଳ ସଂରକ୍ଷିତ ସଂସ୍ଥା ରହିଛି ।
- ସରକାରୀ ନୀତି ବା ଆଇନ୍ ଯଥେଷ୍ଟ ନୁହେଁ । ଏହାକୁ ସଫଳ ଓ ଫଳପ୍ରଦ କାର୍ଯ୍ୟକାରୀ ହେବାକୁ ହେଲେ ସମସ୍ତଙ୍କ ସଚେତନତା ଓ ଦୃଢ଼ ପଦକ୍ଷେପ ଆବଶ୍ୟକ ।
ଜିଲ୍ଲାର ଭିତରକନିକାକୁ ଏକ ଜାତୀୟ ଉଦ୍ୟାନ ଓ ଚିଲିକା ହ୍ରଦକୁ ପକ୍ଷୀମାନଙ୍କର ଏକ ଅଭୟାରଣ୍ୟ ରୂପେ ମାନ୍ୟତା ଦିଆଯାଇଛି ।
→ ଆସ, ଜାଣିବା :
- ଜଙ୍ଗଲରୁ ଆମେ କାଠ, ପତ୍ର, ଫୁଲ, ଫଳ, ଲାଖ, ଝୁଣା ଇତ୍ୟାଦି ପାଉ ।
- ଜଙ୍ଗଲରେ ଥିବା ଉଭିଦ ସମଗ୍ର ଜୀବଜଗତ ପାଇଁ ଖାଦ୍ୟ ଓ ଅମ୍ଳଜାନ ଯୋଗାଏ ।
- ପ୍ରାକୃତିକ ଭାରସାମ୍ୟ ରକ୍ଷା କରିବାରେ ଜଙ୍ଗଲର ଭୂମିକା ମହତ୍ତ୍ବପୂର୍ଣ୍ଣ ।
- ଜଙ୍ଗଲରେ ବିଭିନ୍ନ ପ୍ରକାର ଗଛ, ପଶୁପକ୍ଷୀ ବାସକରନ୍ତି ।
- ଆମର ଏତେ ଉପକାର କରୁଥିବା ଜଙ୍ଗଲକୁ ଆମେ ହିଁ ଧ୍ୱଂସ କରି ଚାଲିଛୁ ।
- କେବଳ ସରକାର ନୁହେଁ ଆମେ ସମସ୍ତେ ଓ ତୁମେ ମଧ୍ଯ ଜଙ୍ଗଲ ସୁରକ୍ଷା ପାଇଁ ପଦକ୍ଷେପ ନେବା ଆବଶ୍ୟକ ଓ ସାମାକିକ ନଳାକରଣ ପକଲ୍ଲଭ ସକ୍ତିୟ ମୁଖ୍ୟ ହେବା ଦରକାର |