BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

Odisha State Board BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ Important Questions and Answers.

BSE Odisha Class 8 History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଭାରତୀୟ ସମାଜରେ ସଂସ୍କାର ଆଣିବା ପାଇଁ ରାଜା ରାମମୋହନ ରାୟ କ’ଣ କରିଥିଲେ ?
Answer:
ସଂସ୍କାର ଆନ୍ଦୋଳନର ଆରମ୍ଭ :

  • ଊନବିଂଶ ଶତାବ୍ଦୀରେ ଆରମ୍ଭ ହୋଇଥିବା ସମାଜ ସଂସ୍କାର ଆନ୍ଦୋଳନର ଜଣେ ପ୍ରମୁଖ ନେତା ଥିଲେ ରାଜା ରାମମୋହନ ରାୟ ।
  • ସେ ଉପଲବ୍‌ କରିଥିଲେ ଯେ ଧର୍ମରେ କୁସଂସ୍କାରଗୁଡ଼ିକର ଅନୁପ୍ରବେଶ ହିଁ ଭାରତୀୟ ସମାଜର ଦୁର୍ଗତି ପାଇଁ ଦାୟୀ ।

ଅନୁଷ୍ଠାନ ପ୍ରତିଷ୍ଠା :

  • ତେଣୁ ୧୮୩୦ ମସିହାରେ ବ୍ରାହ୍ମ ସମାଜ ପ୍ରତିଷ୍ଠା କରି ତା’ ମାଧ୍ୟମରେ ସଂସ୍କାର ଆଣିବାକୁ ସେ ପ୍ରୟାସ କରିଥିଲେ ।
  • ଏହା ମୂର୍ତ୍ତିପୂଜା, ସତୀପ୍ରଥା, ବହୁବିବାହ ପ୍ରଥା, ଜାତିପ୍ରଥା ତଥା ପର୍ଦାପ୍ରଥାକୁ ବିରୋଧ କରୁଥିଲା ।

କୁପ୍ରଥା ଉଚ୍ଛେଦ :
ନାରୀଶିକ୍ଷାର ପ୍ରସାର ପାଇଁ ଓ ସତୀଦାହ ପ୍ରଥାର ଉଚ୍ଛେଦ ପାଇଁ ସେ ଇଂରେଜ ସରକାରକୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

୨ । ସତୀପ୍ରଥା କ’ଣ ? ଏହା କେଉଁ ଅଞ୍ଚଳରେ ପ୍ରଚଳିତ ଥିଲା ? କେଉଁମାନେ ଏହି ପ୍ରଥାର ଉଚ୍ଛେଦ ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ ? ପ୍ରକୃତରେ କିଏ ଏହି ପ୍ରଥାର ଉଚ୍ଛେଦ କରିଥିଲେ ?
Answer:
ସତୀପ୍ରଥା :

  • ଉତ୍ତର ଭାରତ ଏବଂ ବଙ୍ଗ ପ୍ରଦେଶର କୁଳୀନ ଓ ଉଚ୍ଚବର୍ଗରେ ସତୀପ୍ରଥା ନାମରେ ଏକ କୁସଂସ୍କାର ପ୍ରଚଳିତ ଥିଲା ।
  • ଏହି ପ୍ରଥା ଅନୁଯାୟୀ ମୃତ ପତିର ଚିତାରେ ପତ୍ନୀକୁ ଆତ୍ମଦାହ କରିବାକୁ ପଡୁଥିଲା । ଏଭଳି ଦାହ ହେଉଥ‌ିବା ପତ୍ନୀକୁ ସତୀ ଆଖ୍ୟା ମିଳୁଥିଲା ।

କୁପ୍ରଥାର ଉଚ୍ଛେଦ ପାଇଁ ଉଦ୍ୟମ :
ସମାଜର ରକ୍ଷଣଶୀଳ ଗୋଷ୍ଠୀ ଏହାକୁ ଏତେ ସମର୍ଥନ କରୁଥିଲେ ଯେ ମୋଗଲ ସମ୍ରାଟ ଆକବର ଓ ଆଉରଙ୍ଗଜେବ୍ ଏବଂ ମରାଠା ପେଶ ତଥା ଜୟପୁର ରାଜା ଜୟସିଂହ ମଧ୍ୟ ଏହାକୁ ଉଚ୍ଛେଦ କରିବାକୁ ପ୍ରୟାସ କରି ବିଫଳ ହୋଇଥିଲେ ।

ପ୍ରଥା ଉଚ୍ଛେଦ :

  • ଊନବିଂଶ ଶତାବ୍ଦୀରେ ଇଂରେଜମାନେ ଏହି ପ୍ରଥାକୁ ଉଚ୍ଛେଦ କରିବାପାଇଁ ଦୃଢ଼ ପରିକର ହୋଇଥିଲେ ।
  • ୧୮୨୯ ମସିହାରେ ବଡ଼ଲାଟ ଲର୍ଡ ଉଇଲିୟମ୍ ବେଣ୍ଟିଙ୍ଗ୍ ସତୀପ୍ରଥାର ଉଚ୍ଛେଦ କରିଥିଲେ । ସେ ସତୀପ୍ରଥାକୁ ଆଇନ ଦୃଷ୍ଟିରୁ ଅପରାଧ ବୋଲି ଘୋଷଣା କରିଥିଲେ ।

୩ । ଉଡ୍‌ ଡ଼େସ୍‌ଚ ସମ୍ବନ୍ଧରେ ସଂକ୍ଷେପରେ ଲେଖ ।
Answer:
ବୁଦ୍ଧିଜୀବୀଙ୍କ ବିରୋଧ :

  1. ମାକଲେଙ୍କ ପ୍ରଣୀତ ଶିକ୍ଷାନୀତିକୁ ଭାରତର ଆଧୁନିକ ଶିକ୍ଷିତ ବୁଦ୍ଧିଜୀବୀ ବିରୋଧ କରିଥିଲେ । ସେମାନଙ୍କ ମତରେ ଭାରତର ସମସ୍ତ ଲୋକଙ୍କୁ ଶିକ୍ଷିତ କରିବା ହେଉଛି ସରକାରଙ୍କ ଦାୟିତ୍ଵ ।
  2. ଫଳରେ ବ୍ରିଟିଶ ପାର୍ଲାମେଣ୍ଟର ନିର୍ଦ୍ଦେଶରେ କମ୍ପାନୀ ନିୟନ୍ତ୍ରଣ ବୋର୍ଡର ସଭାପତି ଚାର୍ଲସ୍ ଉଙ୍କ ଶିକ୍ଷା ସମ୍ବନ୍ଧୀୟ ଏକ ତଦନ୍ତ ରିପୋର୍ଟ ବା ଉଡ୍‌ସ୍ ଡେସ୍‌ଟ୍‌ ୧୮୫୪ ମସିହାରେ ପ୍ରକାଶ ପାଇଲା ।

ବିଶ୍ବବିଦ୍ୟାଳୟ ସ୍ଥାପନ :

  1. ଏହା ଫଳରେ ପ୍ରତ୍ୟେକ ପ୍ରଦେଶରେ ସ୍ଵତନ୍ତ୍ର ଶିକ୍ଷା ବିଭାଗ ଗଠିତ ହେଲା ଓ ୧୮୫୭ରେ କଲିକତା, ବମ୍ବେ ଓ ମାଡ୍ରାସରେ ତିନୋଟି ବିଶ୍ବବିଦ୍ୟାଳୟ ସ୍ଥାପିତ ହେଲା ।
  2. ଦେଶରେ ଅନେକ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଗଲା ।
  3. ଓଡ଼ିଶାରେ ୧୮୬୮ ମସିହାରେ ପ୍ରଥମେ କଟକରେ ଏକ କଲେଜ ଆରମ୍ଭ ହୋଇଥିଲା । ଓଡ଼ିଶାର ପ୍ରଶାସକ ଟି.ଇ. ରେଭେନ୍ସାଙ୍କ ନାମରେ ଏହାକୁ ପରବର୍ତ୍ତୀ କାଳରେ ରେଭେନ୍ସା କଲେଜ କୁହାଗଲା ।

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

୪। ଲର୍ଡ ମାକଲେଙ୍କ ଶିକ୍ଷାନୀତି ସମ୍ବନ୍ଧରେ ସଂକ୍ଷେପରେ ଆଲୋଚନା କର ।
Answer:
ମାକଲେଙ୍କ ଶିକ୍ଷାନୀତି :

  • ୧୮୩୫ ମସିହାରେ କମ୍ପାନୀର କାର୍ଯ୍ୟକାରୀ ପରିଷଦର ଆଇନ ସଭ୍ୟ ଲର୍ଡ ମାକଲେ ଇଂରାଜୀ ମାଧ୍ୟମରେ ଭାରତରେ ଆଧୁନିକ ପାଶ୍ଚାତ୍ୟ ଶିକ୍ଷାର ପ୍ରଚଳନ ହେବ ବୋଲି ସରକାରଙ୍କର ନିଷ୍ପଭି ଘୋଷଣା କରିଥିଲେ ।
  • ତାଙ୍କ ମତରେ ଭାରତର ପ୍ରାଚୀନ ଶିକ୍ଷା ଯଥେଷ୍ଟ ନୁହେଁ । ପୁନଶ୍ଚ ଦେଶବାସୀଙ୍କୁ ସମୂହଭାବରେ ଆଧୁନିକ ଶିକ୍ଷା ଦେବାକୁ ସରକାରଙ୍କ ନିକଟରେ ଏତେ ଅର୍ଥ ନାହିଁ ।
  • ତାଙ୍କ ମତରେ ଅଳ୍ପ କିଛି ଲୋକ ଇଂରାଜୀ ମାଧ୍ୟମରେ ଶିକ୍ଷା ପାଇଲେ କିରାଣୀ ଓ ନିମ୍ନଶ୍ରେଣୀର କାମ ଲାଗି ସହଜରେ ଲୋକ ମିଳିଯିବେ ।

ମାତୃଭାଷାକୁ ଗୁରୁତ୍ଵ ନ ଦେବା :

  • ମାତୃଭାଷା ମାଧ୍ୟମରେ ଆଧୁନିକ ଓ ପାଶ୍ଚାତ୍ୟ ଶିକ୍ଷା ପ୍ରଦାନ କଲେ ଓ ଇଂରାଜୀକୁ ଦ୍ୱିତୀୟ ଭାଷାରୂପେ ଅଧ୍ୟୟନ କଲେ ଭାରତରେ ଉପନିବେଶବାଦୀ ସ୍ବାର୍ଥର ହାନି ହେବ ବୋଲି ଇଂରେଜ ସରକାର ଜାଣିଥ୍‌ରୁ ମାତୃଭାଷାରେ ଶିକ୍ଷାପ୍ରତି ଯଥେଷ୍ଟ ଧ୍ୟାନ ଦିଆଗଲା ନାହିଁ ।
  • ମାକଲେଙ୍କ ପ୍ରଣୀତ ଶିକ୍ଷାନୀତିକୁ ଇଂରେଜ ସରକାର ଶେଷପର୍ଯ୍ୟନ୍ତ ପାଳନ କରିଥିଲେ ମଧ୍ୟ ଆଧୁନିକ ଶିକ୍ଷିତ ବୁଦ୍ଧିଜୀବୀମାନେ ଏହି ନୀତିକୁ ବିରୋଧ କରିଥିଲେ ।

୫। ସାମାଜିକ-ଧାର୍ମିକ ସଂସ୍କାର ଆନ୍ଦୋଳନର କ’ଣ ଦୁର୍ବଳତା ଥିଲା ?
Answer:
ଆନ୍ଦୋଳନର ଦୁର୍ବଳତା :

  • ସାମାଜିକ-ଧାର୍ମିକ ସଂସ୍କାର ଆନ୍ଦୋଳନମାନ ଉଲ୍ଲେଖନୀୟ ହୋଇଥିଲେ ମଧ୍ୟ ଏହା ମଧ୍ୟରେ କେତେକ ଦୋଷ ଦୁର୍ବଳତା ଅନ୍ତର୍ନିହିତ ଥିଲା ।
  • ଏହି ସଂସ୍କାର ଆନ୍ଦୋଳନ ସମାଜର ମଧ୍ଯମ ଓ ଉଚ୍ଚବର୍ଗ ମଧ୍ୟରେ ସୀମିତ ଥିଲା । ସମାଜର ସାଧାରଣ ବର୍ଗରେ ଏହାର ପ୍ରଭାବ ବିଶେଷକରି ଅନୁଭୂତ ହୋଇନଥିଲା ।
  • ଏହି ସାମାଜିକ ଆନ୍ଦୋଳନ ପଛରେ ସଂସ୍କାରକମାନଙ୍କର ଯେଉଁ ଉଦ୍ଦେଶ୍ୟ ଥିଲା ତାହା ଇଂରେଜ ସରକାରଙ୍କ ଉଦ୍ଦେଶ୍ୟଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା ।

ଉଚ୍ଛେଦ ପାଇଁ ଆଇନ ପ୍ରଣୟନ :

  • କେତୋଟି ନିର୍ଦ୍ଦିଷ୍ଟ କୁସଂସ୍କାରକୁ ଉଚ୍ଛେଦ କରିବାପାଇଁ ଆଇନ ପ୍ରଣୟନ କରିବାବେଳେ ଔପନିବେଶିକ ସ୍ଵାର୍ଥସାଧନ ସରକାରଙ୍କର ଉଦ୍ଦେଶ୍ୟ ଥିଲା ।
  • ସଂସ୍କାରକମାନେ ରାଷ୍ଟ୍ରଗଠନ ଓ ରାଷ୍ଟ୍ରର ଉନ୍ନତି ଚାହୁଁଥିଲେ; ମାତ୍ର ସେମାନଙ୍କୁ ଆବଶ୍ୟକୀୟ ମାତ୍ରାରେ ସରକାରଙ୍କ ପକ୍ଷରୁ ସହଯୋଗ ମିଳୁନଥିଲା ।
  • ଉଦାହରଣସ୍ୱରୂପ, ସଂସ୍କାରକମାନେ ଚାହୁଁଥିଲେ ମାତୃଭାଷା ମାଧ୍ୟମରେ ଆଧୁନିକ ଓ ନାରୀଶିକ୍ଷାର ପ୍ରସାର ହେଉ; ମାତ୍ର ଏଥ‌ିପାଇଁ ସେମାନଙ୍କୁ ସରକାରଙ୍କର ସାହାଯ୍ୟ ମିଳିନଥିଲା

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ | ଇଂରେଜ ଇଷ୍ଟଇଣ୍ଡିଆ କମ୍ପାନୀ କେଉଁ ଉଦ୍ଦେଶ୍ୟରେ ଭାରତକୁ ଆସିଥିଲା ? ଏହା କିପରି ଦେଶକୁ ଶାସନ କରିବାକୁ ଲାଗିଲା ?
Answer:

  1. ଇଂରେଜ ଇଷ୍ଟଇଣ୍ଡିଆ କମ୍ପାନୀ ବାଣିଜ୍ୟ କାରବାର ପାଇଁ ଭାରତକୁ ଆସିଥିଲା ।
  2. ମାତ୍ର ଦେଶର ରାଜନୈତିକ ଦୁର୍ବଳତାର ସୁଯୋଗ ନେଇ ଏହା ଦେଶକୁ ଶାସନ କରିବାକୁ ଲାଗିଲା ।

୨ । ଶିଳ୍ପ ବିପ୍ଳବ ପ୍ରଥମେ କେଉଁଠି ଆରମ୍ଭ ହୋଇଥିଲା ? ଭାରତରୁ ଆବଶ୍ୟକ କଞ୍ଚାମାଲ ନେବା ଆବଶ୍ୟକ ଇଂରେଜମାନଙ୍କ ପକ୍ଷରେ କାହିଁକି ସହଜ ହୋଇଥିଲା ?
Answer:

  • ଶିଳ୍ପ ବିପ୍ଳବ ପ୍ରଥମେ ଇଂଲଣ୍ଡରେ ଆରମ୍ଭ ହୋଇଥିଲା ।
  • ଇଂରେଜମାନଙ୍କ ହାତରେ ଭାରତର ଶାସନ ଡୋରି ଥ‌ିବାରୁ ଭାରତରୁ ଆବଶ୍ୟକ କଞ୍ଚାମାଲ ନେବା ସେମାନଙ୍କ ପକ୍ଷେ ସହଜ ହୋଇଥିଲା ।

୩ । କିଏ କେବେ କାହିଁକି କଲିକତାରେ ଏକ ମଦ୍ରାସା ସ୍ଥାପନ କରିଥିଲେ ?
Answer:

  • ବଡ଼ଲାଟ୍ ୱାରେନ୍ ହେଷ୍ଟିଙ୍ଗ୍‌ସ୍‌ ୧୭୮୧ ମସିହାରେ କଲିକତାରେ ଏକ ମଦ୍ରାସା ସ୍ଥାପନ କରିଥିଲେ ।
  • ଏହା ପାରମ୍ପରିକ ଦେଶୀୟ ଶିକ୍ଷାକୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ସ୍ଥାପନ କରାଯାଇଥିଲା ।

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

୪। ବନାରସଠାରେ ଏକ ସଂସ୍କୃତ କଲେଜ କିଏ ସ୍ଥାପନ କରିଥିଲେ ଏବଂ ଏହା କେଉଁ ଶିକ୍ଷା ନିମନ୍ତେ ଉଦ୍ଦିଷ୍ଟ ଥିଲା ?
Answer:

  • ଜନାଥନ ଡନ୍‌କାନ୍ ବନାରସଠାରେ ଏକ ସଂସ୍କୃତ କଲେଜ ସ୍ଥାପନ କରିଥିଲେ ।
  • ଏହା ହିନ୍ଦୁ ଆଇନ ଓ ଦର୍ଶନ ଶିକ୍ଷା ନିମନ୍ତେ ଉଦ୍ଦିଷ୍ଟ ଥିଲା ।

୫। ଶିକ୍ଷା ସମ୍ବନ୍ଧୀୟ ଚାର୍ଟର ଆଇନ କେବେ ପ୍ରଣୀତ ହେଲା ଏବଂ ଏହି ଆଇନ ଅନୁଯାୟୀ କମ୍ପାନୀ ସରକାର ଆଧୁନିକ ବିଜ୍ଞାନ ଶିକ୍ଷା ପାଇଁ କ’ଣ କରିବାକୁ ନିଷ୍ପତ୍ତି ନେଇଥିଲେ ?
Answer:

  1. ଶିକ୍ଷା ସମ୍ବନ୍ଧୀୟ ଚାର୍ଟର ଆଇନ ୧୮୧୩ ମସିହାରେ ଇଂଲଣ୍ଡରେ ପ୍ରଣୀତ ହେଲା ।
  2. ଏହି ଆଇନ ଅନୁଯାୟୀ ପ୍ରଥମ କରି କମ୍ପାନୀ ସରକାର ଆଧୁନିକ ବିଜ୍ଞାନ ଶିକ୍ଷାର ପ୍ରସାର ଉଦ୍ଦେଶ୍ୟରେ ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ବୋଲି ନିଷ୍ପଭି ନେଇଥିଲେ ।

୬। କେତେବର୍ଷ ବ୍ୟବଧାନରେ ଚାର୍ଟର ଆଇନ ପ୍ରଣୀତ ହେଉଥିଲା ? ଶେଷଥର ପାଇଁ ଏହି ଆଇନ କେବେ ପ୍ରଣୀତ ହୋଇଥିଲା ?
Answer:

  • ପ୍ରତି ୨୦ ବର୍ଷ ବ୍ୟବଧାନରେ ଚାର୍ଟର ଆଇନ ପ୍ରଣୀତ ହେଉଥିଲା ।
  • ଶେଷଥର ପାଇଁ ଏହା ୧୮୫୩ ମସିହାରେ ପ୍ରଣୀତ ହୋଇଥିଲା ।

୭ | ଲର୍ଡ ମାକଲେ କିଏ ? ସେ ଭାରତରେ କେଉଁ ଶିକ୍ଷାର ପ୍ରଚଳନ ପାଇଁ କାର୍ଯ୍ୟ କରିଥିଲେ ?
Answer:

  • ଲର୍ଡ ମାକଲେ କମ୍ପାନୀର କାର୍ଯ୍ୟକାରୀ ପରିଷଦର ଆଇନ ସଭ୍ୟ ଥିଲେ ।
  • ସେ ଭାରତରେ ଇଂରାଜୀ ମାଧ୍ୟମରେ ଆଧୁନିକ ପାଶ୍ଚାତ୍ୟ ଶିକ୍ଷାର ପ୍ରଚଳନ ପାଇଁ କାର୍ଯ୍ୟ କରିଥିଲେ ।

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

୮ । ଓଡ଼ିଶାରେ କେବେ କେଉଁଠାରେ ପ୍ରଥମ କରି ବାଳିକା ବିଦ୍ୟାଳୟ ଆରମ୍ଭ ହୋଇଥିଲା ? ଏହି ବିଦ୍ୟାଳୟର ନାମ କ’ଣ ଥିଲା ?
Answer:

  • ଓଡ଼ିଶାରେ ୧୮୭୩ ମସିହାରେ କଟକଠାରେ ପ୍ରଥମ କରି ବାଳିକା ବିଦ୍ୟାଳୟ ଆରମ୍ଭ ହୋଇଥିଲା ।
  • ଏହି ବିଦ୍ୟାଳୟର ନାମ ରେଭେନ୍ସା ହିନ୍ଦୁ ବାଳିକା ବିଦ୍ୟାଳୟ ଥିଲା ।

୯ । ୧୮୭୫ ମସିହା ସୁଦ୍ଧା ସମଗ୍ର ଦେଶରେ କେତୋଟି ମେଡ଼ିକାଲ କଲେଜ ପ୍ରତିଷ୍ଠା କରାଯାଇଥିଲା ? ଓଡ଼ିଶାରେ ପ୍ରଥମ କରି କେବେ କେଉଁଠାରେ ମେଡ଼ିକାଲ ସ୍କୁଲ୍ ଆରମ୍ଭ ହୋଇଥିଲା ?
Answer:

  1. ୧୮୭୫ ମସିହା ସୁଦ୍ଧା ସମଗ୍ର ଦେଶରେ ତିନୋଟି ମେଡ଼ିକାଲ କଲେଜ ପ୍ରତିଷ୍ଠା କରାଯାଇଥିଲା ।
  2. ଓଡ଼ିଶାରେ ପ୍ରଥମ କରି ୧୮୭୬ରେ କଟକଠାରେ ଏକ ମେଡ଼ିକାଲ ସ୍କୁଲ୍ ଆରମ୍ଭ ହୋଇଥିଲା ।

୧୦ । ଇଂରେଜ ଶାସନ ସମୟରେ ପ୍ରଥମେ କେଉଁଠାରେ ଇଞ୍ଜିନିୟରିଂ କଲେଜ ସ୍ଥାପନ କରାଯାଇଥିଲା ଏବଂ ସେଠାରେ କେଉଁମାନେ ପଢ଼ିବାପାଇଁ ପ୍ରବେଶାତ୍‌କାର ପାଇଥିଲେ ?
Answer:

  • ଇଂରେଜ ଶାସନ ସମୟରେ ପ୍ରଥମ କରି ଉତ୍ତରପ୍ରଦେଶର ରୁର୍କିଠାରେ ଏକ ଇଞ୍ଜିନିୟରିଂ କଲେଜ ସ୍ଥାପନ କରାଯାଇଥିଲା ।
  • ସେଠାରେ କେବଳ ଇଉରୋପୀୟ ଛାତ୍ରମାନେ ପଢ଼ିବାପାଇଁ ପ୍ରବେଶାଧ୍ୟାକାର ପାଇଥିଲେ ।

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର (ଗୋଟିଏ ବାକ୍ୟରେ)

୧ | କେଉଁ ବଡ଼ଲାଟ୍ ସତୀପ୍ରଥାକୁ ଆଇନ ଦୃଷ୍ଟିରୁ ଅପରାଧ ବୋଲି ଘୋଷଣା କରିଥିଲେ ?
Answer:
ବଡ଼ଲାଟ୍ ଉଇଲିୟମ୍ ବେଣ୍ଟିକ୍ ସତୀପ୍ରଥାକୁ ଆଇନ ଦୃଷ୍ଟିରୁ ଅପରାଧ ବୋଲି ଘୋଷଣା କରିଥିଲେ ।

୨ । ଭାରତରେ କେବେ ସର୍ବପ୍ରଥମେ ବିଶ୍ବବିଦ୍ୟାଳୟ ସ୍ଥାପନ କରାଗଲା ?
Answer:
ଭାରତରେ ୧୮୫୭ ମସିହାରେ ସର୍ବପ୍ରଥମେ ବିଶ୍ବବିଦ୍ୟାଳୟ ସ୍ଥାପନ କରାଗଲା ।

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

୩ । ଓଡ଼ିଶାରେ କେବେ ପ୍ରଥମେ କଟକରେ ଏକ କଲେଜ ଆରମ୍ଭ ହୋଇଥିଲା ?
Answer:
ଓଡ଼ିଶାରେ ୧୮୬୮ ମସିହାରେ ପ୍ରଥମେ କଟକରେ ଏକ କଲେଜ ଆରମ୍ଭ ହୋଇଥିଲା ।

୪ । ୧୯୩୦ ମସିହା ସୁଦ୍ଧା ସମଗ୍ର ଦେଶରେ କେତୋଟି ଇଞ୍ଜିନିୟରିଂ କଲେଜ ଥିଲା ?
Answer:
୧୯୩୦ ମସିହା ସୁଦ୍ଧା ସମଗ୍ର ଦେଶରେ ପ୍ରାୟ ୧୦ଟି ଇଞ୍ଜିନିୟରିଂ କଲେଜ ଥିଲା ।

୫। ବ୍ରାହ୍ମ ସମାଜ କେଉଁଠାରେ ସ୍ଥାପନ କରାଯାଇଥିଲା ?
Answer:
ବ୍ରାହ୍ମ ସମାଜ କଲିକତା (କୋଲକାତା)ଠାରେ ସ୍ଥାପନ କରାଯାଇଥିଲା ।

୬। ଅହମ୍ମଦିଆ ଆନ୍ଦୋଳନ କାହାକୁ କୁହାଯାଏ ?
Answer:
୧୮୮୯ ମସିହାରେ ମିର୍ଜା ଗୁଲାମ୍ ଅହମ୍ମଦ ମୁସଲମାନମାନଙ୍କ ମଧ୍ୟରେ ଆରମ୍ଭ କରିଥିବା ସଂସ୍କାର ଆନ୍ଦୋଳନକୁ ଅହମ୍ମଦିଆ ଆନ୍ଦୋଳନ କୁହାଯାଏ ।

୭ । ସ୍ଵାମୀ ଦୟାନନ୍ଦ ସରସ୍ଵତୀଙ୍କ ମତରେ ବେଦ କ’ଣ ଥିଲା ?
Answer:
ସ୍ୱାମୀ ଦୟାନନ୍ଦ ସରସ୍ବତୀଙ୍କ ମତରେ ବେଦ ଥିଲା ସମସ୍ତ ଜ୍ଞାନର ମୂଳ ଉତ୍ସ ଯେଉଁଥରେ ଅନ୍ଧବିଶ୍ଵାସ ଓ କୁସଂସ୍କାରର ସ୍ଥାନ ନାହିଁ ।

୮ | ବିଧବା ବିବାହ ଆଇନ କେବେ ପ୍ରଣୟନ କରାଯାଇଥିଲା ?
Answer:
୧୮୫୬ ମସିହାରେ ବିଧବା ବିବାହ ଆଇନ ପ୍ରଣୟନ କରାଯାଇଥିଲା ।

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

୯। ଶିଳ୍ପ ବିପ୍ଳବ କାହାକୁ କୁହାଯାଏ ?
Answer:
ଶିଳ୍ପ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ଆମୂଳଚୂଳ ପରିବର୍ତ୍ତନକୁ ଶିଳ୍ପ ବିପ୍ଳବ କୁହାଯାଏ ।

୧୦ । ଶିଳ୍ପବିପ୍ଳବ ପ୍ରଥମେ କେଉଁଠାରେ ଆରମ୍ଭ ହୋଇଥିଲା ?
Answer:
ଶିଳ୍ପବିପ୍ଳବ ପ୍ରଥମେ ଇଂଲଣ୍ଡରେ ଆରମ୍ଭ ହୋଇଥିଲା ।

୧୧ । କେବେ ଭାରତରେ ଇଂରାଜୀ ଶିକ୍ଷା ପ୍ରଚଳନ ହୋଇଥିଲା ?
Answer:
୧୮୩୫ ଖ୍ରୀ.ଅ.ରେ ଭାରତରେ ଇଂରାଜୀ ଶିକ୍ଷା ପ୍ରଚଳନ ହୋଇଥିଲା ।

୧୨ । ବିଶ୍ଵବିଦ୍ୟାଳୟ ଉପାଧ୍ ଲାଭ କରିଥିବା ପ୍ରଥମ ଭାରତୀୟ କିଏ ?
Answer:
ପ୍ରସିଦ୍ଧ ବଙ୍ଗଳା ଉପନ୍ୟାସ ‘ଆନନ୍ଦ ମଠ’ର ଲେଖକ ବଙ୍କିମ ଚନ୍ଦ୍ର ଚାଟାର୍ଜୀ ବିଶ୍ବବିଦ୍ୟାଳୟ ଉପାଧ୍ ଲାଭ କରିଥିବା ପ୍ରଥମ ଭାରତୀୟ ଥିଲେ ।

Objective Type Questions With Answers
A. ଶୂନ୍ୟସ୍ଥାନ ପୂରଣ କର ।

୧ । ସ୍ପିନିଂ ଜେନି _________ ଙ୍କ ଦ୍ୱାରା ଉଦ୍ଭାବିତ ହୋଇଥିଲା ।
Answer:
ଜେମ୍‌ସ ହାରଗ୍ରେଭସ୍

୨ । ମଦ୍ରାସା _______ ମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ।
Answer:
ମୁସଲମାନ

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

୩ । ମଠ ଓ ଟୋଲ୍‌ରେ _______ ଶିକ୍ଷା ପ୍ରଦାନ କରାଯାଇଥିଲା ।
Answer:
ସଂସ୍କୃତ

୪। ୱାରେନ୍ ହେଷ୍ଟିଙ୍ଗ୍‌ ________ ଠାରେ ଏକ ମଦ୍ରାସା ସ୍ଥାପନ କରିଥିଲେ ।
Answer:
କଲିକତା

୫ । __________ ବନାରସରେ ହିନ୍ଦୁ ଆଇନ ଓ ଦର୍ଶନ ଶିକ୍ଷା ନିମନ୍ତେ ଏକ ସଂସ୍କୃତ କଲେଜ ସ୍ଥାପନ କରିଥିଲେ ।
Answer:
ଜନାଥନ ଡନ୍କାନ୍

୬ । ପ୍ରଥମ ଚାର୍ଟର ଆଇନ _________ ମସିହାରେ ଗୃହୀତ ହୋଇଥିଲା ।
Answer:
୧୭୯୩

୭ । ଭାରତରେ ଲର୍ଡ ମାକଲେଙ୍କ ଶିକ୍ଷାନୀତି _________ ମସିହାରେ ପ୍ରଚଳିତ ହୋଇଥିଲା ।
Answer:
୧୮୩୫

୮ । _________ ମସିହାରେ କଲିକତା, ବମ୍ବେ ଓ ମାଡ୍ରାସ୍‌ରେ ତିନୋଟି ବିଶ୍ଵବିଦ୍ୟାଳୟ ସ୍ଥାପିତ ହୋଇଥିଲା ।
Answer:
୧୮୫୭

୯ । ବଙ୍ଗଳା ପୁସ୍ତକ ‘ଆନନ୍ଦମଠ’ ________ ରଚନା କରିଥିଲେ ।
Answer:
ବଙ୍କିମଚନ୍ଦ୍ର ଚାଟାର୍ଜୀ

୧୦ । ରେଭେନ୍ସା ହିନ୍ଦୁ ବାଳିକା ବିଦ୍ୟାଳୟ __________ ଠାରେ ଆରମ୍ଭ ହୋଇଥିଲା ।
Answer:
କଟକ

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

୧୧ । _________ ମସିହାରେ ଏକ ଆଇନ ବଳରେ ବିଧବା ବିବାହ ଆଇନ ସମ୍ମତ ବୋଲି ଆଦେଶ ଜାରି ହୋଇଥିଲା ।
Answer:
୧୮୫୬

୧୨ । ରାମକୃଷ୍ଣ ମିଶନ ___________ ପ୍ରତିଷ୍ଠା କରିଥିଲେ ।
Answer:
ବିବେକାନନ୍ଦ

B. ନିମ୍ନୋକ୍ତ ବାକ୍ୟଗୁଡ଼ିକ ମଧ୍ୟରୁ ଠିକ୍ ବାକ୍ୟଗୁଡ଼ିକ ପାଖରେ ( ✓) ଚିହ୍ନ ଓ ଭୁଲ୍ ବାକ୍ୟଗୁଡ଼ିକ ପାଖରେ (✗) ଚିହ୍ନ ଦିଅ ।

୧ । ୧୮୫୭ ମସିହାର ବିଦ୍ରୋହବେଳକୁ ସମଗ୍ର ଦେଶ ଇଂରେଜ ଶାସନାଧୀନ ହୋଇଥିଲା ।
୨। ମଦ୍ରାସା ଓ ମକତବରେ ବିଶେଷକରି ସଂସ୍କୃତ ଶିକ୍ଷା ପ୍ରଦାନ କରାଯାଉଥିଲା ।
୩ । ଲର୍ଡ ଉଇଲିୟମ୍ ବେଣ୍ଟିକ୍ କଲିକତାରେ ମଦ୍ରାସା ସ୍ଥାପନ କରିଥିଲେ ।
୪। ୧୮୫୩ ମସିହାରେ ପ୍ରଥମ ଚାର୍ଟର ଆଇନ ପ୍ରଣୀତ ହୋଇଥିଲା ।
୫। ପ୍ରତି କୋଡ଼ିଏ ବର୍ଷ ବ୍ୟବଧାନରେ ଚାର୍ଟର ଆଇନ ପ୍ରଣୀତ ହେଉଥିଲା ।
୬ । ଓଡ଼ିଶାରେ ପ୍ରତିଷ୍ଠା କରାଯାଇଥିବା ପ୍ରଥମ କଲେଜର ନାମ ରେଭେନ୍ସା କଲେଜ ଥିଲା ।
୭ । ଓଡ଼ିଶାର ବାଲେଶ୍ଵରଠାରେ ପ୍ରଥମ କଲେଜ ଆରମ୍ଭ ହୋଇଥିଲା ।
୮ । ଓଡ଼ିଶାର କଟକଠାରେ ପ୍ରଥମ ମେଡ଼ିକାଲ ସ୍କୁଲ ଆରମ୍ଭ ହୋଇଥିଲା ।
୯ | ୧୮୯୯ରେ ପ୍ରଥମ କରି ବମ୍ବେ ବିଶ୍ବବିଦ୍ୟାଳୟରେ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ଦିଆଯାଇଥଲା ।
୧୦ । ମୋଗଲ ସମ୍ରାଟ ଆକବର ଓ ଆଉରଙ୍ଗଜେବ୍ ସତୀଦାହ ପ୍ରଥାକୁ ଉଚ୍ଛେଦ କରିବାକୁ ପ୍ରୟାସ କରି ସଫଳ ହୋଇଥିଲେ ।
୧୫ । ବ୍ରାହ୍ମ ସମାଜ ମୂର୍ତ୍ତିପୂଜା, ସତୀପ୍ରଥା, ବହୁବିବାହ ପ୍ରଥା, ଜାତିପ୍ରଥା ତଥା ପର୍ଦାପ୍ରଥାକୁ ବିରୋଧ କରୁଥିଲା ।

Answer:
୧ । ( ✓)
୨। (✗ )
୩ । (✗ )
୪ । (✗ )
୫ । ( ✓)
୬ । ( ✓)
୭ । ( ✗)
୮ । (✓ )
୯ | ( ✓)
୧୦ । (✗ )
୧୫ । (✓ )

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

C. ରେଖାଙ୍କିତ ଶବ୍ଦଗୁଡ଼ିକୁ ପରିବର୍ତ୍ତନ ନକରି ଭ୍ରମ ସଂଶୋଧନ କର ।

୧ । ୧୭୬୦ ମସିହାରେ ବଙ୍ଗର ନବାବ ସିରାଜଉଦୌଲା ଓ ଇଂରେଜ ଇଷ୍ଟଇଣ୍ଡିଆ କମ୍ପାନୀ ମଧ୍ୟରେ ପଲାସୀ ଯୁଦ୍ଧ ହୋଇଥିଲା ।
Answer:
୧୭୫୭ ମସିହାରେ ବଙ୍ଗର ନବାବ ସିରାଜଉଦୌଲା ଓ ଇଂରେଜ ଇଷ୍ଟଇଣ୍ଡିଆ କମ୍ପାନୀ ମଧ୍ୟରେ ପଲାସୀ ଯୁଦ୍ଧ ହୋଇଥିଲା ।

୨। ପ୍ରଥମ ଚାର୍ଟର ଆଇନ ୧୭୯୭ରେ ଗୃହୀତ ହୋଇଥିଲା ।
Answer:
ପ୍ରଥମ ଚାର୍ଟର ଆଇନ ୧୭୯୩ରେ ଗୃହୀତ ହୋଇଥିଲା ।

୩ । ୧୮୧୩ରେ ଚାର୍ଟର ଆଇନ ଅନୁଯାୟୀ ମୁସଲମାନମାନଙ୍କୁ ଭାରତରେ ଧର୍ମ ଓ ସଂସ୍କୃତି ପ୍ରଚାର ପାଇଁ କମ୍ପାନୀ ଅନୁମତି ଦେଇଥିଲା ।
Answer:
୧୮୧୩ରେ ପ୍ରଣୀତ ଚାର୍ଟର ଆଇନ ଅନୁଯାୟୀ ଖ୍ରୀଷ୍ଟିଆନ୍ ମିସନାରୀମାନଙ୍କୁ ଭାରତରେ ଧର୍ମ ଓ ସଂସ୍କୃତି ପ୍ରଚାର ପାଇଁ କମ୍ପାନୀ ଅନୁମତି ଦେଇଥିଲା ।

୪ । ଓଡ଼ିଶାର ସମ୍ବଲପୁରଠାରେ ପ୍ରଥମେ ଇଂରେଜମାନଙ୍କଦ୍ୱାରା ଏକ କଲେଜ ଖୋଲାଯାଇଥିଲା ।
Answer:
ଓଡ଼ିଶାର କଟକଠାରେ ପ୍ରଥମେ ଇଂରେଜମାନଙ୍କଦ୍ୱାରା ଏକ କଲେଜ ଖୋଲାଯାଇଥିଲା ।

୫। କଲିକତାରେ ସ୍ଥାପିତ ହୋଇଥିବା କଲେଜ ପରବର୍ତ୍ତୀ ସମୟରେ ରେଭେନ୍ସା କଲେଜ ନାମରେ ନାମିତ ହୋଇଥିଲା ।
Answer:
କଟକରେ ସ୍ଥାପିତ ହୋଇଥିବା କଲେଜ ପରବର୍ତୀ ସମୟରେ ରେଭେନ୍ସା କଲେଜ ନାମରେ ନାମିତ ହୋଇଥିଲା ।

୬ । ସ୍ଵାମୀ ବିବେକାନନ୍ଦ ୧୮୬୭ ମସିହାରେ ପ୍ରାର୍ଥନା ସମାଜ ପ୍ରତିଷ୍ଠା କରିଥିଲେ ।
Answer:
ମହାଦେବ ଗୋବିନ୍ଦ ରାଣାଡ଼େ ୧୮୬୭ ମସିହାରେ ପ୍ରାର୍ଥନା ସମାଜ ପ୍ରତିଷ୍ଠା କରିଥିଲେ ।

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

D. ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। ନିମ୍ନୋକ୍ତ କେଉଁ ମସିହାରେ ପଲାସୀ ଯୁଦ୍ଧ ହୋଇଥିଲା ?
(କ) ୧୭୫୪
(ଖ) ୧୭୫୭
(ଗ) ୧୭୫୬
(ଘ) ୧୭୫୮
Answer:
(ଖ) ୧୭୫୭

୨। ନିମ୍ନୋକ୍ତ ମଧ୍ଯରୁ କିଏ ୱିନିଂ ମ୍ୟୁଲ୍‌ର ଉଦ୍ଭାବକ ଥିଲେ ?
(କ) ନଉକମେନ
(ଖ) ସାମୁଏଲ କ୍ରମ୍ପଟନ୍
(ଗ) ଜେମ୍‌ସ ୱାଟ୍
(ଘ) ଜେମ୍ସ ହାରଗ୍ରୀଭସ୍
Answer:
(ଖ) ସାମୁଏଲ୍ କ୍ରମ୍ପଟନ୍‌

୩ । କେବେ ଦ୍ବିତୀୟ ଚାର୍ଟର ଆଇନ ପ୍ରଣୀତ ହୋଇଥିଲା ?
(କ) ୧୮୧୦ ଖ୍ରୀ.ଅ.
(ଖ) ୧୮୨୫ ଖ୍ରୀ.ଅ.
(ଗ) ୧୮୨୩ ଖ୍ରୀ.ଅ.
(ଘ) ୧୮୧୩ ଖ୍ରୀ.ଅ.
Answer:
(ଘ) ୧୮୧୩ ଖ୍ରୀ.ଅ.

୪ । ୧୯୨୧ ମସିହା ସୁଦ୍ଧା ଦେଶର ମାତ୍ର କେତେ ପ୍ରତିଶତ ମହିଳା ଶିକ୍ଷା ଲାଭ କରିଥିଲେ ?
(କ) ୨୦ ପ୍ରତିଶତ
(ଖ) ୨୪ ପ୍ରତିଶତ
(ଗ) ୨୨ ପ୍ରତିଶତ
(ଘ) ୨୮ ପ୍ରତିଶତ
Answer:
(ଗ) ୨୨ ପ୍ରତିଶତ

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

୫। କେବେ କଟକରେ ପ୍ରଥମେ ରେଭେନ୍ସା ହିନ୍ଦୁ ବାଳିକା ବିଦ୍ୟାଳୟ ଆରମ୍ଭ ହୋଇଥିଲା ?
(କ) ୧୮୭୦ ଖ୍ରୀ.ଅ.
(ଖ) ୧୮୭୯ ଖ୍ରୀ.ଅ.
(ଗ) ୧୮୭୩ ଖ୍ରୀ.ଅ.
(ଘ) ୧୮୮୦ ଖ୍ରୀ.ଅ.
Answer:
(ଗ) ୧୮୭୩ ଖ୍ରୀ.ଅ.

୬। ବାଲେଶ୍ଵର ନିକଟରେ ଏକ ଶିଳ୍ପ ତାଲିମ ସ୍କୁଲ୍ କେବେ ପ୍ରତିଷ୍ଠା ହୋଇଥିଲା ?
(କ) ୧୮୮୪ ଖ୍ରୀ.ଅ.
(ଖ) ୧୮୯୦ ଖ୍ରୀ.ଅ.
(ଗ) ୧୮୮୫ ଖ୍ରୀ.ଅ.
(ଘ) ୧୮୮୮ ଖ୍ରୀ.ଅ.
Answer:
(କ) ୧୮୮୪ ଖ୍ରୀ.ଅ.

୭ | ଇଂରେଜ ସରକାର ପ୍ରଥମେ କେଉଁଠାରେ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା କରିଥିଲେ ?
(କ) ଉତ୍ତରପ୍ରଦେଶର ଆଲ୍ଲାହାବାଦଠାରେ
(ଖ) ଉତ୍ତରପ୍ରଦେଶର ରୁର୍କିଠାରେ
(ଗ) ଉତ୍ତରପ୍ରଦେଶର ବେଲଗାଓଁଠାରେ
(ଘ) ପଞ୍ଜାବର ଚଣ୍ଡୀଗଡ଼ଠାରେ
Answer:
(ଖ) ଉତ୍ତରପ୍ରଦେଶର ରୁର୍କିଠାରେ

୮। କଟକରେ ସ୍ଥାପିତ ହୋଇଥ‌ିବା ସର୍ଭେ ସ୍କୁଲଟି ପରେ କେଉଁ ସ୍କୁଲରେ ପରିଣତ ହୋଇଥିଲା ହୋଇଥିଲା ?
(କ) ମେଡ଼ିକାଲ ସ୍କୁଲ
(ଖ) ଓଡ଼ିଆ ସ୍କୁଲ୍
(ଗ) ଇଞ୍ଜିନିୟରିଂ ସ୍କୁଲ
(ଘ) ଇଂରାଜୀ ସ୍କୁଲ୍
Answer:
(ଗ) ଇଞ୍ଜିନିୟରିଂ ସ୍କୁଲ

୯ । ଇଂରେଜମାନଙ୍କ ସମୟରେ କେଉଁ ପ୍ରଥା ଲୋକମାନଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରିବାରେ ସହାୟକ ହୋଇଥିଲା ?
(କ) ଜାତିପ୍ରଥା
(ଖ) ବିଧବା ବିବାହ ପ୍ରଥା
(ଗ) ସତୀଦାହ ପ୍ରଥା
(ଘ) ନରବଳି ପ୍ରଥା
Answer:
(କ) ଜାତିପ୍ରଥା

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

୧୦ । ବ୍ରାହ୍ମ ସମାଜର ଶାଖା କେଉଁ କେଉଁଠାରେ ଗଠିତ ହୋଇଥିଲା ?
(କ) ମାନ୍ଦ୍ରାଜ ଓ ବମ୍ବେ
(ଖ) ଦିଲ୍ଲୀ ଓ ମହୀଶୂର
(ଗ) ଦିଲ୍ଲୀ ଓ ମାନ୍ଦ୍ରାଜ
(ଘ) ପଞ୍ଜାବ ଓ ଚଣ୍ଡୀଗଡ଼
Answer:
(କ) ମାନ୍ଦ୍ରାଜ୍ ଓ ବମ୍ବେ

୧୧ । “ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦର୍ଶନର ସମନ୍ବିତ ଅଧ୍ୟୟନ ବିନା ପ୍ରକୃତ ଜ୍ଞାନ ସମ୍ଭବ ନୁହେଁ – ଏହା କିଏ କହିଥିଲେ ?
(କ) ସ୍ଵାମୀ ଦୟାନନ୍ଦ ସରସ୍ବତୀ
(ଖ) ମହାଦେବ ଗୋବିନ୍ଦ ରାଣାଡ଼େ
(ଗ) ରାଜା ରାମମୋହନ ରାୟ
(ଘ) ଭୀମଭୋଇ
Answer:
(ଗ) ରାଜା ରାମମୋହନ ରାୟ

E. ‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଶବ୍ଦ ମିଳନ କର ।

ଭାରତରେ ଇଂରେଜ ଶାସନର ପ୍ରଭାବ Chapter 1
Answer:
ଭାରତରେ ଇଂରେଜ ଶାସନର ପ୍ରଭାବ Chapter 1.1

ଭାରତରେ ଇଂରେଜ ଶାସନର ପ୍ରଭାବ Chapter 1.2
Answer:
ଭାରତରେ ଇଂରେଜ ଶାସନର ପ୍ରଭାବ Chapter 1.3
ଭାରତରେ ଇଂରେଜ ଶାସନର ପ୍ରଭାବ Chapter 1.4

F. ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

୧ । ପଲାସୀ ଯୁଦ୍ଧର କେତେ ବର୍ଷ ପରେ ସିପାହୀ ବିଦ୍ରୋହ ହୋଇଥିଲା ?
Answer:
୧୦୦ ବର୍ଷ ପରେ

୨। ପ୍ରଥମ ଚାର୍ଟର ଆଇନ କେବେ ପ୍ରଣୀତ ହୋଇଥିଲା ?
Answer:
୧୭୯୩ ମସିହା

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

୩ । ‘ଉଡ଼ସ୍‌ ଡେସ୍‌ଚ’’ କେବେ ପ୍ରକାଶ ପାଇଥିଲା ?
Answer:
୧୮୫୪ ମସିହା

୪ । କଟକର ରେଭେନ୍ସା ହିନ୍ଦୁ ବାଳିକା ବିଦ୍ୟାଳୟ କେବେ ପ୍ରତିଷ୍ଠା କରାଯାଇଥିଲା ?
Answer:
୧୮୭୩ ମସିହା

୫ । ଓଡ଼ିଶାର ପ୍ରଥମ କରି କଟକରେ କେବେ ଏକ ମେଡ଼ିକାଲ ସ୍କୁଲ ଆରମ୍ଭ ହୋଇଥିଲା ?
Answer:
୧୮୭୬ ମସିହା

୬ । ରୁର୍କି ଇଞ୍ଜିନିୟରିଂ କଲେଜ କେଉଁଠାରେ ସ୍ଥାପନ କରାଯାଇଥିଲା ?
Answer:
ଉତ୍ତରପ୍ରଦେଶ

୭ । ବ୍ରାହ୍ମ ସମାଜର ପ୍ରତିଷ୍ଠାତା କିଏ ?
Answer:
ରାଜା ରାମମୋହନ ରାୟ

୮ | ସ୍ଵାମୀ ବିବେକାନନ୍ଦଙ୍କ ଗୁରୁ କିଏ ଥିଲେ ?
Answer:
ରାମକୃଷ୍ଣ ପରମହଂସ

୯ । ରାମକୃଷ୍ଣ ମିଶନ କିଏ ପ୍ରତିଷ୍ଠା କରିଥିଲେ ?
Answer:
ସ୍ଵାମୀ ବିବେକାନନ୍ଦ

୧୦ । ମହାଦେବ ଗୋବିନ୍ଦ ରାଣାଡ଼େ କେଉଁ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ ?
Answer:
ପ୍ରାର୍ଥନା ସମାଜ

୧୧। ‘‘ବେଦ ସମସ୍ତ ଜ୍ଞାନର ମୂଳ ଉତ୍ସ ।’’ ଏକଥା କିଏ କହିଥିଲେ ?
Answer:
ସ୍ଵାମୀ ଦୟାନନ୍ଦ ସରସ୍ବତୀ

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

୧୨। ‘‘ଆନନ୍ଦ ମଠ’’ ଉପନ୍ୟାସ କିଏ ଲେଖୁଥିଲେ ?
Answer:
ବଙ୍କିମ ଚନ୍ଦ୍ର ଚାଟାର୍ଜୀ

Leave a Comment