Odisha State Board BSE Odisha 7th Class Science Solutions Chapter 3 ଅମ୍ଳ, କ୍ଷାରକ ଓ ଲବଣ Textbook Exercise Questions and Answers.
BSE Odisha Class 7 Science Solutions Chapter 3 ଅମ୍ଳ, କ୍ଷାରକ ଓ ଲବଣ
Question 1.
ତିନୋଟି ଲେଖାଏଁ ଅମ୍ଳୀୟ ଓ କ୍ଷାରୀୟ ପଦାର୍ଥର ନାମ ଲେଖ ।
Solution:
ଅମ୍ଳୀୟ ପଦାର୍ଥ – ଲେମ୍ବୁ, ତେନ୍ତୁଳି ଓ ଭିନେଗାର୍ ।
କ୍ଷାରୀୟ ପଦାର୍ଥ – ଖାଇବାସୋଡ଼ା, ସାବୁନ ଓ ଚୂନପାଣି ।
Question 2.
ଅମ୍ଳ ଓ କ୍ଷାରକ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Solution:
(i) ଅମ୍ଳର ସ୍ବାଦ ଖଟା । | (i) କ୍ଷାରକର ସ୍ବାଦ ଖାରିଆ । |
(ii) ଲେମ୍ବୁ, ତେନ୍ତୁଳି, ଭିନେଗାର, କଞ୍ଚା ଆମ୍ବ ଆଦିରେ ଅମ୍ଳ ଅଛି । | (ii) ଖାଇବାସୋଡ଼ା, ସାବୁନ, ଚୂନପାଣି ଆଦିରେ କ୍ଷାରକ ଅଛି । |
(iii) ଅମ୍ଳ ନୀଳ ଲିଟ୍ମସ୍ ପେପରକୁ ନାଲି ରଙ୍ଗ କରେ । | (iii) କ୍ଷାରକ ନାଲି ଲିଟ୍ସ୍ ପେପରକୁ ନୀଳ ରଙ୍ଗ କରେ । |
(iv) ମନ୍ଦାର ଫୁଲ ପାଖୁଡ଼ାରୁ ପ୍ରସ୍ତୁତ ଦ୍ରବଣ ଅମ୍ଳୀୟ ଦ୍ରବଣ ସହ ମିଶିଲେ ଗାଢ଼ ପାଟଳ ରଙ୍ଗ ହୋଇଯାଏ । | (iv) ମନ୍ଦାର ଫୁଲ ପାଖୁଡ଼ାରୁ ପ୍ରସ୍ତୁତ ଦ୍ରବଣ କ୍ଷାରୀୟ ଦ୍ରବଣ ସହ ମିଶିଲେ ସବୁଜ ରଙ୍ଗ ହୋଇଯାଏ । |
Question 3.
ଲିଟ୍ସ୍ କାଗଜ କିପରି ପ୍ରସ୍ତୁତ ହୁଏ ? ଏହାର ବ୍ୟବହାର କ’ଣ ?
Solution:
- ଲିଟମସ୍ ଲାଇକେନ୍ରୁ ପ୍ରସ୍ତୁତ ହୁଏ । ଏହା ଦ୍ରବଣ କିମ୍ବା କାଗଜ ଖଣ୍ଡରୂପରେ ମିଳେ । ଏହି କାଗଜକୁ ଲିଟ୍ସ୍ କାଗଜ କୁହାଯାଏ । ଏହି କାଗଜ ଦୁଇ ପ୍ରକାରର, ଯଥା— ନାଲି ଲିଟ୍ସ୍ କାଗଜ ଓ ନୀଳ ଲିଟ୍ସ୍ କାଗଜ ।
- ବ୍ୟବହାର : କୌଣସି ପଦାର୍ଥର ଅମ୍ଳୀୟ କିମ୍ବା କ୍ଷାରୀୟ ଗୁଣକୁ ଜାଣିବାପାଇଁ ଏହାକୁ ବ୍ୟବହାର କରାଯାଏ, ତେଣୁ ଏହାକୁ ସୂଚକ ମଧ୍ୟ କୁହାଯାଏ । ଅମ୍ଳୀୟ ଦ୍ରବଣରେ ନୀଳ ଲିଟ୍ସ୍ ପେପର ନାଲି ଓ କ୍ଷାରୀୟ ଦ୍ରବଣରେ ନାଲି ଲିଟ୍ସ୍ ପେପର ନୀଳ ରଙ୍ଗ ହୋଇଯାଏ ।
Question 4.
ପ୍ରଶମନୀକରଣ କ’ଣ ? ଉଦାହରଣ ସହ ବୁଝାଅ ।
Solution:
- ଅମ୍ଳ ଓ କ୍ଷାରକ ମଧ୍ୟରେ ପ୍ରତିକ୍ରିୟାକୁ ପ୍ରଶମନୀକରଣ କୁହାଯାଏ । ଏହି ପ୍ରତିକ୍ରିୟାରେ ଲବଣ ଓ ଜଳ ଉତ୍ପନ୍ନ ହୋଇଥାଏ । ଏସ୍ଏସହ ତାପ ମଧ୍ୟ ଉତ୍ପନ୍ନ ହୁଏ ।
ଅମ୍ଳ + କ୍ଷାରକ → ଲବଣ + ଜଳ (ଉତ୍ପାଦିତ ତାପ) - ଲବଣାମ୍ଳ (HCl) + ସୋଡ଼ିଅମ୍ ହାଇଡ୍ରକ୍ସାଇଡ (NaOH) → ଖାଇବା ଲୁଣ (NaCl) + ଜଳ (H,O)
Question 5.
ଚୂନପାଣି ଅମ୍ଳୀୟ| କ୍ଷାରୀୟ | ପ୍ରଶମିତ କି ? କିପରି ପ୍ରମାଣ କରିବ ।
Solution:
ଚୂନପାଣି କ୍ଷାରୀୟ ଅଟେ |
ପରୀକ୍ଷା’ :
- ଗୋଟିଏ ନାକି ଲିଟମପ୍ କାଲେ ଗୋଟିଏ ନାଲ କିଟମାସ କାରକ ନେଇ ପ୍ରକ ଭାବେ ତୁମାପା ଶିରେ ତୁରାଯାଉ |
- ଦେଖାଯିବ ଯେ ନାଲି ଲିଟ୍ସ୍ କାଗଜଟି ନୀଳ ହୋଇଯାଇଛି ଓ ନୀଳ ଲିଟ୍ସ୍ କାଗଜର ରଙ୍ଗ ଅପରିବର୍ତ୍ତିତ ରହିନି | ଏଥିର କଣାଗଲା ଯେ ବ୍ରନପାଣି ଯିରାମ ଅଟେ |
Question 6.
ତୁମେ ନୂଆବର୍ଷରେ ତୁମ ସାଙ୍ଗପାଖକୁ ଅଭିନନ୍ଦନ ପତ୍ର ପଠାଇବା ପାଇଁ ଇଚ୍ଛୁକ । ଏକ ସୂଚକ ପଦାର୍ଥ ମାଧ୍ୟମରେ ଅଭିନନ୍ଦନ ପତ୍ରଟିଏ କିପରି ପ୍ରସ୍ତୁତ କରିବ ?
Solution:
- ପ୍ରଥମେ ଏକ ବଡ଼ ଚାମଚ ହଳଦୀ ଗୁଣ୍ଡରେ ଅଳ୍ପ ପାଣି ମିଶାଇ ବହଳିଆ ଦ୍ରବଣ ପ୍ରସ୍ତୁତ କରାଯାଉ ।
- ବ୍ଲଟିଂ କାଗଜରେ ଏହି ଦ୍ରବଣକୁ ପକାଇ ଶୁଖାଯାଉ ।
- ଏହାପରେ ବିଭିନ୍ନ ଆକାରରେ ଏହାକୁ କାଟି ତା ଉପରେ ସାବୁନ୍ ପାଣିରେ ତୁଳାଲଗା କାଠିଦ୍ୱାରା ବିଭିନ୍ନ ଚିତ୍ର ଅଙ୍କନ କରାଯାଉ ।
Question 7.
ନାଲି ଲିଟ୍ସ୍ ଓ ନୀଳ ଲିଟ୍ସ୍ କାଗଜରେ ଏକ ଦ୍ରବଣ ପକାଇବାରୁ କୌଣସିଟିର ପରିବର୍ତ୍ତନ ହେଲା ନାହିଁ । ଦ୍ରବଣଟି କେଉଁ ପ୍ରକୃତିର ଦର୍ଶାଅ ।
Solution:
ନାଲି ଲିଟ୍ସ୍ ଓ ନୀଳ ଲିଟ୍ସ୍ କାଗଜରେ ଏକ ଦ୍ରବଣ ପକାଇବାରୁ କୌଣସିଟିର ପରିବର୍ତ୍ତନ ହେଲାନାହିଁ ।
Question 8.
ପ୍ରଥମ ଶବ୍ଦଦ୍ୱୟର ସମ୍ପର୍କ ଦେଖ୍ ତୃତୀୟ ଶବ୍ଦ ସହ ସମ୍ପର୍କିତ ଶବ୍ଦଟି ଲେଖ ।
(କ) ଚୂନପାଣି : କ୍ଷାରକ :: ପାତିତ ଜଳ : ______ |
(ଖ) ତେନ୍ତୁଳି : ଟାର୍ଟାରିକ୍ ଅମ୍ଳ :: ଦହି : ______ |
(ଗ) ନୀଳ ଲିଟ୍ସ୍ ନାଲି : ଅମ୍ଳ :: ନାଲି ଲିଟ୍ସ୍କୁ ନୀଳ : ______ |
(ଘ) ପ୍ରତିଅମ୍ଳ : ବଦହଜମ :: କାଲାମିନ୍ : ______ |
Solution:
(କ) ପ୍ରଶମିତ ଦ୍ରବଣ
(ଖ) ଲାକ୍ଟିକ୍ ଅମ୍ଳ
(ଗ) କ୍ଷାରକ
ଘ) ପିମ୍ପୁଡ଼ି କାମୁଡ଼ା
Question 9.
(କ) ଶିଳ୍ପ ଆବର୍ଜନା ଜଳ ସ୍ରୋତରେ ମିଶିବା ପୂର୍ବରୁ ଏହାକୁ ପ୍ରଶମିତ କରିବା ଜରୁରୀ ।
Solution:
- ଶିଳ୍ପ ଆବର୍ଜନା ଜଳରେ ମିଶିଲେ, ଏଥିରେ ଥିବା ଅମ୍ଳ ଜଳକୁ ପ୍ରଦୂଷିତ କରେ ।
- ଫଳରେ ମାଛ, ଅନ୍ୟାନ୍ୟ ଜଳଜୀବ ଓ ସେହି ଜଳକୁ ବ୍ୟବହାର କରୁଥିବା ପ୍ରାଣୀମାନଙ୍କ ପାଇଁ ଏହା କ୍ଷତିକାରକ ହୋଇଥାଏ । ତେଣୁ ପ୍ରଥମେ କ୍ଷାରକ ପ୍ରୟୋଗ କରି ଶିଳ୍ପ କାରଖାନାରୁ ନିର୍ଗତ ଜଳକୁ ପ୍ରଶମିତ କରିବା ଜରୁରୀ ।
(ଖ) ତୁମର ବଦହଜମ ରୋଗ ହେଲେ, ପ୍ରତିଅମ୍ଳ (antacid) ବଟିକା ଖାଅ |
- ଆମ ପାକସ୍ଥଳୀରୁ ଖାଦ୍ୟ ହଜମ ନିମନ୍ତେ ସର୍ବଦା ଲବଣାମ୍ଳ କ୍ଷରିତ ହୋଇଥାଏ ।
- ମାତ୍ର ଏହି ଅମ୍ଳ ଅଧିକ ମାତ୍ରାରେ କ୍ଷରିତ ହେଲେ, ଖାଦ୍ୟ ବଦହଜମ ହୋଇ ଆମକୁ ବହୁ କଷ୍ଟ ହୁଏ । ଅମ୍ଳର ପ୍ରଭାବକୁ ପ୍ରଶମିତ କରିବାପାଇଁ ପ୍ରତିଅମ୍ଳ ବଟିକା ଖାଇବାକୁ ହୁଏ ।
(ଗ) ବାସି ପଖାଳ ଖଟାଳିଆ ଲାଗେ ।
Solution:
- ଅମ୍ଳଥିବା ଖାଦ୍ୟର ସ୍ବାଦ ଖଟାଳିଆ ।
- ବାସି ପଖାଳରେ ବ୍ୟାକ୍ଟେରିଆ ଦ୍ବାରା ଅମ୍ଳ ସୃଷ୍ଟି ହେଉଥିବାରୁ ତାହା ଖଟା ଲାଗେ ।
Question 10.
କେଉଁଟି ଠିକ୍|ଭୁଲ୍ ଚିହ୍ନାଅ ।
(କ) ପୋଟାସିଅମ୍ ହାଇଡ୍ରକ୍ସାଇଡ୍ ନାଲି ଲିଟ୍ସ୍କୁ ନୀଳ କରେ ।
(ଖ) ସୋଡ଼ିଅମ୍ ହାଇଡୁକ୍ସାଇଡ୍ ସହ ଲବଣାମ୍ଳ ମିଶିଲେ ପରସ୍ପର ପ୍ରଶମିତ ହୋଇ ଲବଣ ଓ ଜଳ ସୃଷ୍ଟି ହୁଏ ।
(ଗ) ନାଇଟ୍ରିକ୍ ଅମ୍ଳ ନାଲି ଲିଟ୍ସ୍କୁ ନୀଳ କରେ ।
(ଘ) କ୍ଷାରକ ଅଧିକ ହେଲେ ଦାନ୍ତମୂଳ ବିନ୍ଧେ ।
(ଙ) ଲେମ୍ବୁରସରେ ଅଧ୍ଵ ପରିମାଣରେ ଏସିଟିକ୍ ଅମ୍ଳ ଥାଏ ।
Solution:
(କ) ଠିକ୍ (ଖ) ଠିକ୍ (ଗ) ଭୁଲ୍ (ଘ) ଭୁଲ୍ (ଙ) ଭୁଲ୍
Question 11.
ତୁମକୁ ତିନୋଟି ବୋତଲରେ ଲବଣାମ୍ଳ, ସୋଡ଼ିୟମ୍ ହାଇଡ୍ରକ୍ସାଇଡ୍ ଓ ଚିନିପାଣି ପୃଥକ୍ ଭାବରେ ଦିଆଯାଇଛି । ତୁମ ପାଖରେ ସୂଚକ ଭାବରେ ମନ୍ଦିର ପାଖୁଡ଼ା ଦ୍ରବଣ ଅଛି । ତୁମେ ସେମାନଙ୍କୁ କିପରି ଚିହ୍ନିବ ?
Solution:
- ପ୍ରଥମେ ମନ୍ଦିର ପାଖୁଡ଼ା ଦ୍ରବଣକୁ ତିନୋଟି ବୋତଲରେ ଥିବା ଦ୍ରବଣରେ ସମ ପରିମାଣରେ ମିଶାଯାଉ ।
- ଯେଉଁ ବୋତଲରେ ଥିବା ଦ୍ରବଣର ରଙ୍ଗ ଗାଢ଼ ପାଟଳ ରଙ୍ଗ (Dark pink) ହୋଇଯିବ, ସେହି ବୋତଲରେ ଲବଣାମ୍ଳ ଅଛି ବୋଲି ଜଣାଯିବ ।
- ଯେଉଁ ବୋତଲରେ ଥିବା ଦ୍ରବଣର ରଙ୍ଗ ସବୁଜ ରଙ୍ଗ ହୋଇଯିବ, ସେହି ବୋତଲରେ ସୋଡ଼ିୟମ୍ ହାଇଡ୍ରକ୍ସାଇଡ୍ ଅଛି ବୋଲି ଜଣାଯିବ ।
- ଯେଉଁ ବୋତଲରେ ଦ୍ରବଣର ରଙ୍ଗ ପରିବର୍ତ୍ତନ ହେବ ନାହିଁ, ସେହି ବୋତଲରେ ଚିନିପାଣି ଅଛି ବୋଲି ଜଣାଯିବ ।
ବିପଯୁବସ୍ତୁ ସପୂଜାପ ପୂଚନା ଓ ବିଶେଷଣ :
→ ଅମ୍ଳ ଓ କ୍ଷାରକ :
- ଯେଉଁ ପଦାର୍ଥକୁ ଚାଲେ ଖଟା ଲାଗେ, ସେଗୁଡ଼ିକ ଅମ୍ଳ । ଅମ୍ଳ ଶବ୍ଦଟି ଏକ ଲାଟିନ୍ ଶବ୍ଦ ‘ଆସିସ୍’ରୁ ଆସିଛି, ଯାହାର ଅର୍ଥ ଖଟା ।
ଲେମ୍ବୁରସ, କମଳାରସ, ଭିନେଗାର ଇତ୍ୟାଦି ଅମ୍ଳ ଅଟେ । - ଆଙ୍ଗୁଳିରେ ଚିକ୍କଣ (Soapy) ଲାଗୁଥିବା କ୍ଷାରିଆ ସ୍ବାଦଯୁକ୍ତ ପଦାର୍ଥକୁ କ୍ଷାରକ କୁହାଯାଏ । ଖାଇବା ସୋଡ଼ା, ଚୂନପାଣି, ସାବୁନ ଇତ୍ୟାଦି କ୍ଷାରକ ଅଟେ ।
ନିମ୍ନ ସାରଣୀରେ ଲେଖାଥିବା ବିଭିନ୍ନ ଖାଦ୍ୟ ପଦାର୍ଥର ସ୍ଵାଦ ମନେପକାଅ ଯେଉଁଟିକୁ ତୁମେ ଚାଖୁନାହଁ, ତାହା ବର୍ତ୍ତମାନ ଚାଖ ଓ ସାରଣୀ ପୂରଣ କର । ବିଭିନ୍ନ ଖାଦ୍ୟ ପଦାର୍ଥର ସ୍ବାଦ
(iii) ଯେଉଁ ପଦାର୍ଥ ଦ୍ଵାରା କୌଣସି ପଦାର୍ଥର ଅମ୍ଳୀୟ କିମ୍ବା କ୍ଷାରକୀୟ ଗୁଣ ଜାଣିହୁଏ, ସେଗୁଡ଼ିକୁ ସୂଚକ କୁହାଯାଏ ଏହି ସୂଚକ ପଦାର୍ଥର ସଂସ୍ପର୍ଶରେ ଆସିଲେ ଅମ୍ଳୀୟ କିମ୍ବା ହଳଦୀ, ମନ୍ଦାରଫୁଲ ଆଦି ସୂଚକ ପଦାର୍ଥ ଅଟନ୍ତି ।
→ ପ୍ତାତ୍କତିକ ସୂଚନ :
(a) ଲିଟ୍ମସ୍ :
- ଲିଟ୍ସ୍କୁ ଏକ ମୁଖ୍ୟ ପ୍ରାକୃତିକ ସୂଚକ ଭାବରେ ବ୍ୟବହାର କରାଯାଏ । ଏହା ଲାଇକେନ୍ରୁ ପ୍ରସ୍ତୁତ ହୁଏ ।
- ପାତିତ ଜଳରେ ଏହାର ପାଟଳ ଅମ୍ଳୀୟ ଦ୍ରବଣରେ ମିଶିଲେ ଏହାର ରଙ୍ଗ ଲାଲ ଏବଂ କ୍ଷାରୀୟ ଦ୍ରବଣରେ ମିଶିଲେ ଏହାର ରଙ୍ଗ ନୀଳ ହୁଏ ।
- ଏହା ଦ୍ରବଣ କିମ୍ବା କାଗଜ ଖଣ୍ଡ ରୂପରେ ମିଳେ । ଏହି କାଗଜକୁ ଲିଟ୍ସ୍ କାଗଜ କୁହାଯାଏ । ଏହି କାଗଜ ଦୁଇ ପ୍ରକାରର ଯଥା – ନାଲି ଲିଟ୍ସ୍ କାଗଜ ଓ ନୀଳ ଲିଟ୍ସ କାଗଜ ।
- ଅମ୍ଳୀୟ ଦ୍ରବଣରେ ନୀଳ ଲିଟ୍ସ୍ ପେପର ବୁଡ଼ାଇଲେ ନାଲିରଙ୍ଗ ହୋଇଯାଏ ।
- କ୍ଷାରୀୟ ଦ୍ରବଣରେ ନାଲି ଲିଟମସ ପେପର ବୁଡ଼ାଇଲେ ନୀଳ ରଙ୍ଗ ହୋଇଯାଏ ।
→ ତୁମପାଇଁ କାମ :
କଳପାଣି, ସାବୁନପାଣି, ସାମ୍ପୋ, ଲୁଣପାଣି, ଚିନିପାଣି, ଲୁଗାଧୁଆ ସୋଡ଼ାପାଣି, ଚୂନପାଣି ଓ ପାତିତ ଜଳରେ ଲିଟ୍ସ୍ କାଗଜ ବୁଡ଼ାଇ କେଇଁଥରେ ରଙ୍ଗ ବଦଳୁଛି ଲେଖ । (ପ୍ରଶ୍ନ ସହ ଉତ୍ତର)
(iv) ଯେଉଁ ପଦାର୍ଥରେ କୌଣସି ଲିଟ୍ସ୍ର ରଙ୍ଗ ବଦଳେ ନାହିଁ, ତାହାକୁ ପ୍ରଶମିତ (Neutral) ଦ୍ରବଣ କୁହାଯାଏ । ଏହି ଦ୍ରବଣ ଅମ୍ଳ ନୁହେଁ କି କ୍ଷାର ନୁହେଁ ।
(b) ହଳଦୀ :
ହଲଦାକ୍ତ ଏକ ପ୍ରାକୃତିକ ପୂର୍ବକ ଭାବରେ ବ୍ୟକ୍ତିପ୍ରାର କରାଯାଏ | ଶାରାୟ ଦଶାଶରେ ମିଶିଲେ ଏହାର ହଲଦିଆ ରଙ୍ଗ ବଦଳି ନାଲି ହୋଇଯାଏ ।
→ ତୁମପାଇଁ କାମ :
(c) ମନ୍ଦାର ଫୁଲ :
ମନ୍ଦାର ଫୁଲ ପାଖୁଡ଼ାରୁ ପ୍ରସ୍ତୁତ ଦ୍ରବଣକୁ ମଧ୍ୟ ଏକ ପ୍ରାକୃତିକ ସୂଚକ ଭାବରେ ବ୍ୟବହାର କରାଯାଏ । ଏହି ସୂଚକ ଅମ୍ଳୀୟ ଦ୍ରବଣ ସହ ମିଶିଲେ ଗାଢ଼ ପାଟଳ ରଙ୍ଗ ଏବଂ କ୍ଷାରୀୟ ଦ୍ରବଣ ସହ ମିଶିଲେ ସବୁଜ ରଙ୍ଗ ହୋଇଯାଏ ।
→ ତୁମପାଇଁକାମ :
କିଛି ମନ୍ଦାର ଫୁଲ ପାଖୁଡ଼ା ଆଣି କାଚ ଗ୍ଲାସ୍ରେ ରଖାଯାଉ । ଏଥିରେ ଅଳ୍ପ ଗରମ ପାଣି ମିଶାଇ ନାଲି ରଙ୍ଗ ହେବା ପର୍ଯ୍ୟନ୍ତ ରଖ । ଏହି ରଙ୍ଗୀନ ଦ୍ରବଣ ଏକ ସୂଚକ । ଏହାକୁ ଲେମ୍ବୁରସ ଓ ଚୂନପାଣି ସହ ପୃଥକ ଭାବରେ ମିଶାଯାଉ । ପ୍ରସ୍ତୁତ ଦ୍ରବଣ ଲେମ୍ବୁରସ ସହ ମିଶିଲେ ଗାଢ଼ ପାଟଳ ରଙ୍ଗ ଧାରଣ କରେ । ପ୍ରସ୍ତୁତ ଦ୍ରବଣ ଚୂନପାଣି ସହ ମିଶିଲେ ସବୁଜ ରଙ୍ଗ ଧାରଣ କରିବ ।
- ଅମ୍ଳବର୍ଷା – ବର୍ଷା ଜଳରେ ଅତ୍ୟଧିକ ଅମ୍ଳ ଥିଲେ, ଏହାକୁ ଅମ୍ଳବର୍ଷା (Acid Rain)କୁହାଯାଏ । ବାୟୁମଣ୍ଡଳରେ ଥିବା ପ୍ରଦୂଷକ ଅଙ୍ଗାରକାମ୍ଳ, ସଲ୍ଫର୍ ଡାଇଅକ୍ସାଇଡ୍ ଓ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ବର୍ଷାଜଳରେ ଦ୍ରବୀଭୂତ ହୋଇ ଯଥାକ୍ରମେ କାର୍ବୋନିକ୍ ଅମ୍ଳ, ଗନ୍ଧକାମ୍ଳ ଓ ନାଇଟ୍ରିକ୍ ଅମ୍ଳରେ ପରିଣତ ହୁଏ । ଏହିସବୁ ଅମ୍ଳମିଶା ବର୍ଷାଜଳ କୋଠାବାଡ଼ି, ଗଛଲତା ଓ ପ୍ରାଚୀନ କୀର୍ତ୍ତି, ଏପରିକି ତାଜମହଲର କ୍ଷତି ସାଧନ କରେ ।
- ଡିଅକ୍ରାଇବୋ ନ୍ୟୁକ୍ଲିକ୍ ଅମ୍ଳ (DNA) – ଆମ ଶରୀରର କୋଷରେ ଏକ ଅମ୍ଳ ଅଛି, ଯାହାର ନାମ ଡିଅରାଇବୋ ନ୍ୟୁକ୍ଲିକ୍ ଅମ୍ଳ (DNA) । ଏହା ଆମ ଶରୀରର ଆକୃତି, ଉଚ୍ଚତା, ଆଖୁର ରଙ୍ଗ ପ୍ରଭୃତିକୁ ନିୟନ୍ତ୍ରଣ କରେ । ଶରୀର କୋଷ ଗଠନରେ ଆବଶ୍ୟକୀୟ ପୁଷ୍ଟିସାରରେ ଆମିନୋ ଅମ୍ଳ (Amino acid) ଏବଂ ସ୍ନେହସାରରେ ସ୍ନେହାମ୍ଳ (Fatty acid) ରହିଛି ।
- ସତର୍କତା : ବିଭିନ୍ନ ଅମ୍ଳ ଓ କ୍ଷାର ବ୍ୟବହାର ସମୟରେ ଅଧିକ ସତର୍କ ରହିବା ଆବଶ୍ୟକ । କାରଣ ଏସବୁର ପ୍ରକୃତି କ୍ଷୟକାରୀ (corrosive), ଉତ୍ତେଜକ (irritating) ଓ ଚର୍ମ ପାଇଁ ଏହା କ୍ଷତିକାରକ ।
ଲିଟ୍ମମସ୍ କାଣକ, ହାଲଦା ମନ୍ଦାରଫୁଲ ଦୃରଣ ସହ କେତେକ ଦୃତଗ ମିଲାଇଟାଦ୍ଵାରା ସେମାନକର ରଙ୍ଗରେ କି ପରିବର୍ତ୍ତନ ହେଲା ନିମ୍ନ ସାରଣୀରେ ଲେଖ ।
→ ପ୍ରଣମନାକରଣ (Neutralisation) :
ଅମ୍ଳ ଓ କ୍ଷାରକ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ଘଟି ଲବଣ ଓ ଜଳ ସୃଷ୍ଟି ହୋଇଥାଏ । ଏହି ପ୍ରତିକ୍ରିୟାକୁ ପ୍ରଶମନୀକରଣ କୁହାଯାଏ । ଏଡ୍ସହ ତାପ ମଧ୍ଯ ଉତ୍ପନ୍ନ ହୁଏ । ଲବଣ ଅମ୍ଳୀୟ, କ୍ଷାରୀୟ କିମ୍ବା ପ୍ରଶମିତ ହୋଇପାରେ ।
- ଅମ୍ଳ + କ୍ଷାରକ → ଲବଣ + ଜଳ (ଉତ୍ପାଦିତ ତାପ)
- ଲବଣାମ୍ଳ (HCI) + ସୋଡ଼ିୟମ୍ ହାଇଡ୍ରକ୍ସାଇଡ୍ (NaOH) → ଖାଇବା ଲୁଣ (NaCI) + ଜଳ (H2O)
→ ଦୈନନ୍ଦିନ ଜୀବନରେ ପ୍ରଣମନାକରଣ :
- ବଦହକମ : ପାଳମଲାରୁ ଖାଦ୍ୟ ଦକାପ ପାଇଁ ଖରୁଥିବା ଲଭିଥିବା ମାତ୍ରା ଅଧିକ ହେଲେ, ଖାଦ୍ୟ ବଦହକମ ହୋଇ ବହୁ କଷ୍ଟଦାୟକ ହୁଏ । ତେଣୁ ପ୍ରତିଅମ୍ଳ (Antacid) ଖାଇ ଏହାକୁ ପ୍ରଶମିତ କରାଯାଏ ।
- ପିମ୍ପୁଡ଼ି କାମୁଡ଼ା : ପିମ୍ପୁଡ଼ି କାମୁଡ଼ିଲେ ଆମ ଚର୍ମରେ ଫର୍ମିକ୍ ଅମ୍ଳ ପରି ଅମ୍ଳୀୟ ପଦାର୍ଥ ଆସି ପୀଡ଼ା ପ୍ରଦାନ କରେ । ତେଣୁ ଏହା ଉପରେ ଖାଇବା ସୋଡ଼ା କିମ୍ବା କାଲାମିନ୍ ଦ୍ରବଣ ଘଷିଲେ ଏହା ପ୍ରଶମିତ ହୁଏ ।
- ଶିଳ୍ପ ଆବର୍ଜନା : ଶିଳ୍ପ ଆବର୍ଜନା ଜଳରେ ମିଶିଲେ, ଏଥିରେ ଥିବା ଅମ୍ଳ ଜଳକୁ ଦୂଷିତ କରିଥାଏ ଏବଂ ମାଛ ତଥା ଅନ୍ୟାନ୍ୟ ଜଳଜୀବମାନଙ୍କର ମଧ୍ୟ ଅଶେଷ କ୍ଷତି ସାଧନ କରିଥାଏ । ତେଣୁ କ୍ଷାରକ ପ୍ରୟୋଗ କରି
→ ଆସ, କାଣିବା :
- ଅମ୍ଳର ସ୍ବାଦ ଖଟା, କ୍ଷାରକର ସ୍ବାଦ କ୍ଷାରିଆ ଓ ଲବଣର ସ୍ବାଦ ଲୁଣିଆ ।
- ଅମ୍ଳ ନୀଳ ଲିଟ୍ସ୍କୁ ନାଲି କରେ, କ୍ଷାରକ ନାଲି ଲିଟ୍ସ୍କୁ ନୀଳ କରେ ।
- ଯେଉଁ ପଦାର୍ଥ ଅମ୍ଳ କିମ୍ବା କ୍ଷାରକ ନୁହେଁ, ତାହାକୁ ପ୍ରଶମିତ ପଦାର୍ଥ କୁହାଯାଏ ।
- ଅମ୍ଳ ଓ କ୍ଷାରକକୁ ଚିହ୍ନିବାକୁ ବ୍ୟବହୃତ ପଦାର୍ଥକୁ ସୂଚକ କୁହାଯାଏ ।
- ଅମ୍ଳ ଓ କ୍ଷାର ମିଶିଲେ, ଉଭୟ ପ୍ରଶମିତ ହୋଇ ଲବଣ ସୃଷ୍ଟି ହୁଏ । ଲବଣ ଅମ୍ଳୀୟ, କ୍ଷାରୀୟ କିମ୍ବା ପ୍ରଶମିତ ପଦାର୍ଥ ହୋଲପାରେ |