Class 7 Science Chapter 5 Question Answer Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

Go through 7th Class Science Book Odia Medium Question Answer and Class 7 Science Chapter 5 Question Answer Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ to understand textbook questions more clearly.

7th Class Science Chapter 5 Question Answer Odia Medium

Class 7 Science Chapter 5 Odia Medium

ଆସ ଆମ ଶିକ୍ଷଣର ଅଭିବୃଦ୍ଧି କରିବା

Question 1.
ନିମ୍ନ ଉକ୍ତିଗୁଡ଼ିକ ମଧ୍ୟରୁ କେଉଁଗୁଡ଼ିକ ଏକ ଭୌତିକ ପରିବର୍ତ୍ତନର ଲକ୍ଷଣ ଅଟନ୍ତି ?
(i) ପଦାର୍ଥର ଅବସ୍ଥା ପରିବର୍ତ୍ତନ ହୋଇପାରେ କିମ୍ବା ହୋଇ ନପାରେ ।
(ii) ଭିନ୍ନ ଧର୍ମ ବିଶିଷ୍ଟ ଏକ ପଦାର୍ଥ ସୃଷ୍ଟି ହୁଏ ।
(iii) କୌଣସି ନୂତନ ପଦାର୍ଥ ସୃଷ୍ଟି ହୁଏ ନାହିଁ ।
(iv) ପଦାର୍ଥଟି ଏକ ରାସାୟନିକ ପ୍ରତିକ୍ରିୟା କରିଥାଏ ।
(କ) (i) ଓ (ii)
(ଖ) (ii) ଓ (iii)
(ଗ) (i) ଓ (iii)
(ଘ) (iii) ଓ (iv)
Answer:
(ଗ) (i) ଓ (iii)

Class 7 Science Chapter 5 Question Answer Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

Question 2.
ନିମ୍ନରେ ଦିଆଯାଇଥବା କେଉଁ ପରିବର୍ତ୍ତନଗୁଡ଼ିକ ପ୍ରତ୍ୟାବର୍ତ୍ତୀ ହୋଇପାରିବ ଓ କେଉଁଗୁଡ଼ିକ ହୋଇପାରିବ ନାହିଁ ଅନୁମାନ କର । ଯଦି ତୁମେ ନିଶ୍ଚିତ ନୁହେଁ, ତେବେ ତଳେ ତାହା ଲେଖିପାରିବ । ଏସବୁ ସମ୍ବନ୍ଧରେ ତୁମେ କାହିଁକି ନିଶ୍ଚିତ ନୁହଁ ।
(କ) କପଡ଼ା ସିଲେଇ ସାର୍ଟ କରିବା
(ଖ) ସିଧା ସୂତାକୁ ବଙ୍କା କରିବା
(ଗ) ପିଠଉରୁ ଇଡ଼ଲି କରିବା
(ଘ) ପାଣିରେ ଚିନି ଦ୍ରବୀଭୂତ କରିବା
(ଙ) କୂଅରୁ ପାଣି କାଢ଼ିବା
(ଚ) ଫଳ ପାଚିବା
(ଛ) ଏକ ଖୋଲା ପାତ୍ରରେ ପାଣି ପୁଟାଇବା
(ଜ) ଏକ ଗାଲିଚାକୁ ଗୁଡ଼ାଇବା
(ଝ) ଗହମ ପେଷି ଅଟା ପ୍ରସ୍ତୁତ କରିବା
(ଞ) ଶିଳାରୁ ମୃଭିକା ପ୍ରସ୍ତୁତି
Answer:
(କ) କପଡ଼ା ସିଲେଇ ସାର୍ଟ କରିବା – (ଅପ୍ରତ୍ଯାବର୍ତୀ)
(ଖ) ସିଧା ସୂତାକୁ ବଙ୍କା କରିବା – (ପ୍ରତ୍ଯାବର୍ତୀ)
(ଗ) ପିଠଉରୁ ଇଡ଼ଲି କରିବା – (ଅପ୍ରତ୍ଯାବର୍ତ୍ତୀ)
(ଘ) ପାଣିରେ ଚିନି ଦ୍ରବୀଭୂତ କରିବା – (ପ୍ରତ୍ଯାବର୍ତୀ)
(ଙ) କୂଅରୁ ପାଣି କାଢ଼ିବା – (ଅପ୍ରତ୍ଯାବର୍ତ୍ତୀ)
(ଚ) ଫଳ ପାଚିବା – (ଅପ୍ରତ୍ୟାବର୍ତ୍ତୀ)
(ଛ) ଏକ ଖୋଲା ପାତ୍ରରେ ପାଣି ପୁଟାଇବା – (ଅପ୍ରତ୍ୟାବର୍ତ୍ତୀ)
(ଜ) ଏକ ଗାଲିଚାକୁ ଗୁଡ଼ାଇବା – (ପ୍ରତ୍ଯାବର୍ତୀ)
(ଝ) ଗହମ ପେଷି ଅଟା ପ୍ରସ୍ତୁତ କରିବା – (ଅପ୍ରତ୍ଯାବର୍ତ୍ତୀ)
(ଞ) ଶିଳାରୁ ମୃଭିକା ପ୍ରସ୍ତୁତି – (ଅପ୍ରତ୍ୟାବର୍ତ୍ତୀ)

Question 3.
ନିମ୍ନ ଉକ୍ତିଗୁଡ଼ିକ ସତ୍ୟ ବା ମିଥ୍ୟା ଦର୍ଶାଅ । ଯଦି କୌଣସି ଉକ୍ତ ମିଥ୍ୟା ହୋଇଥାଏ ତେବେ ସତ୍ୟ ଉକ୍ତିଟି ଲେଖ ।
(କ) ମହମବତୀ ଜଳିବା ପାଇଁ ମହମ ତରଳିବା ଆବଶ୍ୟକ । (ସତ୍ୟ/ମିଥ୍ୟା)
Answer:
ସତ୍ୟ

Class 7 Science Chapter 5 Question Answer Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

(ଖ) ଜଳୀୟବାଷ୍ପକୁ ଘନୀଭୂତ କରି ଜଳ ସଂଗ୍ରହ କରିବା ରାସାୟନିକ ପରିବର୍ତ୍ତନର ଅନ୍ତର୍ଭୁକ୍ତ । (ସତ୍ୟ/ମିଥ୍ୟା)
Answer:
ମିଥ୍ୟା
ସତ୍ୟ – ଜଳୀୟବାଷ୍ପକୁ ଘନୀଭୂତ କରି ଜଳ ସଂଗ୍ରହ କରିବା ଭୌତିକ ପରିବର୍ତ୍ତନର ଅନ୍ତର୍ଭୁକ୍ତ ।

(ଗ) ପତ୍ରକୁ କମ୍ପୋଷ୍ଟରେ ପରିଣତ କରିବା ଏକ ରାସାୟନିକ ପରିବର୍ତ୍ତନ ଅଟେ । (ସତ୍ୟ/ମିଥ୍ୟା)
Answer:
ସତ୍ୟ

(ଘ) ଲେମ୍ବୁରସ ସହ ଖାଇବା ସୋଢ଼ା ମିଶାଇବା ଏକ ରାସାୟନିକ ପରିବର୍ତ୍ତନ । (ସତ୍ୟ/ମିଥ୍ୟା)
Answer:
ସତ୍ୟ

Question 4.
ନିମ୍ନ ଉକ୍ତିଗୁଡ଼ିକରେ ଥିବା ଶୂନ୍ୟସ୍ଥାନ ପୂରଣ କର ।
(କ) ନଳିନୀ ଲକ୍ଷ୍ୟ କଲା ତା’ ସାଇକେଲ ହ୍ୟାଣ୍ଡେଲରେ ଧୂସର ରଙ୍ଗର ପଦାର୍ଥ ଜମିଯାଇଛି । ସେହି ଯେ ପଦର୍ଥଗୁଡ଼ିକ _______ ଯୋଗୁ ଜମିଛି ଏବଂ ଏହା ଏକ ଧୂସର _____ ପରିବର୍ତ୍ତନ ।
Answer:
କଳଙ୍କି, ରାସାୟନିକ

(ଖ) ଗୋଟିଏ ରୁମାଲକୁ ଭାଙ୍ଗିବା ଏକ ______ ପରିବର୍ତ୍ତନ ଏବଂ ଏହାକୁ _____ କରାଯାଇ ପାରିବ ।
Answer:
ଉପଯୋଗୀ, ରୁମାଲ

(ଗ) ଯେଉଁ ରାସାୟନିକ ପ୍ରତିକ୍ରିୟାରେ ଗୋଟିଏ ପଦାର୍ଥ ଅମ୍ଳଜାନ ସହ ପ୍ରତିକ୍ରିୟା କରିବା ସହିତ ତାପ ନିର୍ଗତ କରେ ତାହାକୁ ______ କହନ୍ତି ଏବଂ ଏହା ଏକ _______ ପରିବର୍ତ୍ତନ ।
Answer:
ଦହନ, ଅପ୍ରତ୍ୟାବର୍ତ୍ତୀ

(ଘ) ମ୍ୟାଗ୍ନେସିୟମ ବାୟୁରେ ଜଳି ଉତ୍ପନ୍ନ କରୁଥିବା ପଦାର୍ଥକୁ — କହନ୍ତି । ଉତ୍ପନ୍ନ ପଦାର୍ଥଟିର ପ୍ରକୃତି ମ୍ୟାଗ୍ନେସିୟମ ଜଳିବା ଏକ ______ ପରିବର୍ତ୍ତନ ।
Answer:
ମ୍ୟାଗ୍ନେସିୟମ୍ ଅକ୍ସାଇଡ଼, ଧଳା ପାଉଡ଼ର, ରାସାୟନିକ ପରିବର୍ତ୍ତନ

Class 7 Science Chapter 5 Question Answer Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

Question 5.
ଜଳ ବରଫକୁ ଏବଂ ଜଳ ଜଳୀୟବାଷ୍ପକୁ ପରିବର୍ତ୍ତନ ହେବା ଭୌତିକ ପରିବର୍ତ୍ତନ ବା ରାସାୟନିକ ପରିବର୍ତ୍ତନ ବୁଝାଅ ।
Answer:

  1. ଜଳ ବରଫରେ ପରିଣତ ହେବା ଭୌତିକ ପରିବର୍ତ୍ତନ ଅଟେ, କାରଣ ବରଫକୁ ଗରମ କଲେ ସେଥୁରୁ ଜଳ ମିଳିପାରିବ ।
  2. ଜଳ ବାଷ୍ପରେ ପରିଣତ ହେବା ଭୌତିକ ପରିବର୍ତ୍ତନ ଅଟେ, କାରଣ ଜଳୀୟବାଷ୍ପ ଶୀତଳ ହେଲେ ଜଳ ମିଳିପାରିବ ।

Question 6.
ଦୁଧକୁ ଦହି କରିବା ଏକ ଭୌତିକ ନା ରାସାୟନିକ ପରିବର୍ତ୍ତନ ? ତୁମ ଉକ୍ତିର ଯଥାର୍ଥତା ପ୍ରତିପାଦନ କରିବା ।
Answer:
ଦୁଧକୁ ଦହି କରିବା ଏକ ରାସାୟନିକ ପରିବର୍ଭନ କାରଣ ଦହିକୁ ପୁନଶ୍ଚ ଦୁଗ୍ଧ ପ୍ରସ୍ତୁତ କରାଯାଇ ପାରିବ ନାହିଁ ।

Question 7.
ପ୍ରାକୃତିକ କାରକ – ପବନ, ବର୍ଷା ଇତ୍ୟାଦି ଶିଳାରୁ ମୃତ୍ତିକା କରିବାରେ ସାହାଯ୍ୟ କରନ୍ତି । ଏହି ପରିବର୍ତ୍ତନ ଭୌତିକ ନା ରାସାୟନିକ ଏବଂ କାହିଁକି ?
Answer:
ଏହା ଏକ ରାସାୟନିକ ପରିବର୍ତ୍ତନ କାରଣ ମୃତ୍ତିକାରୁ ଶିଳା ପ୍ରସ୍ତୁତ ହେବା ସମ୍ଭବ ନୁହେଁ ।

Question 8.
ତଳେ ଦିଆଯାଇଥିବା ପରିବେଶ ଅନୁକୂଳ ପୃଥ‌ିବୀ ଶୀର୍ଷକ ଗଳ୍ପଟିକୁ ପଢ଼ି ବନ୍ଧନୀ ମଧ୍ୟରେ ଥିବା ସବୁଠାରୁ ବିକଳ୍ପ ବା ବିକଳ୍ପଗୁଡ଼ିକୁ ଠିକ୍ ଚିହ୍ନ ଦିଅ । ନିଜ ପସନ୍ଦରେ ଏହି ଗଳ୍ପର ଏକ ଉପଯୁକ୍ତ ଶୀର୍ଷକ ଦିଅ । (ପ୍ରଶ୍ନ ସହିତ ଉତ୍ତର)
ନନ୍ଦିନୀ ରୋଷେଇଘରେ ଭୋଜନ ପ୍ରସ୍ତୁତ କଲାବେଳେ ପନିପରିବା କାଟେ, ଆଳୁରୁ ଚୋପା ଛଡ଼ାଏ ଏବଂ ଫଳ କାଟେ (ଭୌତିକ ପରିବର୍ତ୍ତନ/ରାସାୟନିକ ପରିବର୍ତ୍ତନ) । ସେ ମଞ୍ଜି, ଫଳ ଓ ପନିପରିବା ଚୋପାକୁ ଗୋଟିଏ ମାଟିପାତ୍ରରେ ସଂଗ୍ରହ କରେ (ଭୌତିକ ପରିବର୍ତ୍ତନ/ରାସାୟନିକ ପରିବର୍ତ୍ତନ) । ସେହି ଫଳ, ପରିବା ଚୋପା ଓ ଅନ୍ୟ ସମାଗ୍ରୀଗୁଡ଼ିକ ବୀଜାଣୁ ଓ କବକମାନଙ୍କ ଯୋଗୁ ବିଘଟିତ ହୋଇ କମ୍ପୋଷ୍ଟରେ ପରିଣତ ହେବାକୁ ଆରମ୍ଭ କରେ (ଭୌତିକ ପରିବର୍ତ୍ତନ/ରାସାୟନିକ ପରିବର୍ତ୍ତନ) । ସେ ସେହି କମ୍ପୋଷ୍ଟରେ ମଞ୍ଜି ଲଗାଇବାକୁ ସ୍ଥିର କରେ ଓ ନିୟମିତ ପାଣି ଦିଏ । ଅଳ୍ପଦିନ ପରେ ସେ ଦେଖେ ଯେ ମଞ୍ଜିଗୁଡ଼ିକ ଅଙ୍କୁରିତ ହେବାକୁ ଆରମ୍ଭ କରେ ଓ ଛୋଟ ଚାରାଗୁଡ଼ିକ ବଢ଼ିବାକୁ ଲାଗେ । ଶେଷରେ ସେଥୁରେ ରଙ୍ଗୀନ ପୁଲଗୁଡ଼ିଏ ଫୁଟେ (ଭୌତିକ ପରିବର୍ତ୍ତନ/ରାସାୟନିକ ପରିବର୍ତ୍ତନ) । ତା’ର ଏହି ପ୍ରୟାସ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କଦ୍ଵାରା ପ୍ରଶଂସିତ ହୋଇଛି ।
ଶୀର୍ଷକ – ନନ୍ଦିନୀଦ୍ଵାରା ଜୈବସାର ପ୍ରସ୍ତୁତି

Class 7 Science Chapter 5 Question Answer Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

Question 9.
ଏଠାରେ କେତେକ ପରିବର୍ତ୍ତନ ଦିଆଯାଇଛି । ଭୌତିକ ପରିବର୍ତ୍ତନଗୁଡ଼ିକ (କ) ଚିହ୍ନିତ ଅଞ୍ଚଳରେ ଓ ରାସାୟନିକ ପରିବର୍ତ୍ତନଗୁଡ଼ିକୁ (ଖ) ଚିହ୍ନିତ ଅଞ୍ଚଳରେ ଲେଖ । ଉଭୟ ଭୌତିକ ଓ ରାସାୟନିକ ପରିବର୍ତ୍ତନଗୁଡ଼ିକୁ (ଗ) ଚିହ୍ନିତ ଅଞ୍ଚଳରେ ସୂଚିତ କର । (ପ୍ରଶ୍ନ ସହିତ ଉତ୍ତର)
ମହମବତୀ ଜଳିବା ପ୍ରକ୍ରିୟା, କାଗଜ ଚିରିବା, କଳଙ୍କି ଧରିବା, ଦୁଧରୁ ଦହି ହେବା, ଫଳ ପାଚିବା, ବରଫ ତରଳିବା, ପୋଷାକ ଭାଙ୍ଗିବା, ମ୍ୟାଗ୍ନେସିୟମ ଜଳିବା, ଭିନେଗାରରେ ଖାଇବା ସୋଡ଼ା ମିଶିବା ।
Class 7 Science Chapter 5 Question Answer Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ 1
Answer:
Class 7 Science Chapter 5 Question Answer Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ 2

Question 10.
ଚିତ୍ର ୫.୧୧ ‘କ’, ‘ଖ’, ‘ଗ’, ‘ଘ’ରେ କରାଯାଇଥିବା ପରୀକ୍ଷଣଗୁଡ଼ିକ ପ୍ରଦର୍ଶିତ ହୋଇଛି । କେଉଁ କ୍ଷେତ୍ର ବା କ୍ଷେତ୍ରଗୁଡ଼ିକରେ ଚୂନପାଣି ଦୁଧୂଆ ହୋଇଛି ଖୋଜ ଓ କାହିଁକି ?
Class 7 Science Chapter 5 Question Answer Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ 3
Answer:
ଊ. ‘କ’, ‘ଖ’ ଓ ‘ଘ’ ରେ ଚୂନପାଣି ଦୁଧୁଆ ହେବ, କାରଣ ଏଠାରେ ପ୍ରତିକ୍ରିୟାରୁ ଅଙ୍ଗାରକାମ୍ଳ ଗ୍ୟାସ୍ ସୃଷ୍ଟି ହୋଇଥାଏ । ଅଙ୍ଗାରକାମ୍ଳ ଗ୍ୟାସ ସଂସ୍ପର୍ଶରେ ଚୂନପାଣି ଆସିଲେ ଦୁଗ୍ଧବର୍ଣ୍ଣ ହୋଇଥାଏ ।

ଅନୁସନ୍ଧାନମୂଳକ ପ୍ରକଳ୍ପ

Question 1.
ଖଣ୍ଡେ କାଗଜ ଉପରେ ଲେମ୍ବୁରସକୁ କାଳିରୂପେ ବ୍ୟବହାର କରି ଗୋଟିଏ ବାର୍ତ୍ତା ଲେଖ । ଏହାକୁ ଶୁଖୁବାକୁ ଦିଅ । ଦେଖୁ ବାର୍ତ୍ତାଟି ଅଦୃଶ୍ୟ ହୋଇଯାଇଛି । ବର୍ତ୍ତମାନ ଏହା ଉପରେ ଏକ ଉତ୍ତପ୍ତ ଇସ୍ତ୍ରୀ ରଖ । (କିମ୍ବା କାଗଜଟିକୁ ଏକ ଜଳୁଥିବା ଶିଖା ଉପର ସାବଧାନତାର ସହ ଧର ଯେପରି ଏଥୁରେ ନିଆଁ ଲାଗି ନଯାଏ) । କାଗଜଟି ଉତ୍ତପ୍ତ ହେବା ମାତ୍ରେ ଅଦୃଶ୍ୟ ଅକ୍ଷରଗୁଡ଼ିକ ଧୂସର ରଙ୍ଗକୁ ବଦଳିଯିବ । ଏହି ପରିବର୍ତ୍ତନଗୁଡ଼ିକ ମଧ୍ୟରୁ କୌଣସିଟି ପ୍ରତ୍ୟାବର୍ତ୍ତୀ ହୋଇପାରିବ କି ?
Answer:
ଏହା ପ୍ରତ୍ୟାବର୍ତ୍ତୀ ହୋଇପାରିବ ନାହଁ ।

Class 7 Science Chapter 5 Question Answer Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

Question 2.
ଆଜିକାଲି ଆମେ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଓ ପଥର ଭାଙ୍ଗିବାଦ୍ଵାରା ବହୁ ଧନଜୀବନ କ୍ଷୟ ହେଉଥ‌ିବାର ଅନେକ ଖବର ଶୁଣୁଛେ । ଭୂସ୍ଖଳନ ଓ ପଥର କ୍ଷୟ ହ୍ରାସ କରିବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇପାରିବ
ଆଲୋଚନା କର ।
Answer:
(କ) ପ୍ରାକୃତିକ ଜଳ ନିଷ୍କାସନର ପଥକୁ ସୁଗମ କରିବା ।
(ଖ) କୃଷି, କାଠ ଏବଂ ଇନ୍ଧନ ପାଇଁ ଜଙ୍ଗଲ କ୍ଷୟ ନ କରିବା ।
(ଗ) ଝରଣାର ଗତିପଥକୁ ଅବରୋଧ ନ କରିବା ।
(ଘ) ମୃତ୍ତିକା କ୍ଷୟ ଏବଂ ଅବରୋଧକୁ ହ୍ରାସ କରିବା ।
(ଘ) ଏହାର ନିବାରଣ, ପ୍ରଶମନ ଓ ଗବେଷଣା ଉପରେ ଧ୍ୟାନ ଦେବା ।
(ଙ) ବନ୍ୟା ଆଶ୍ରୟସ୍ଥଳ ପାଇଁ ପାଇଲଟ ପ୍ରକଳ୍ପ ହାତକୁ ନେବା ।
(ଚ) ପରିବେଶ ଅନୁକୂଳ ଏବଂ ଭୂମିଗତ ବାସ୍ତବତା ପ୍ରତି ଧ୍ୟାନ ଦେବା ।
(ଛ) ମାଟି ଏବଂ ପଥରର ଗତିକୁ ରୋକିବା ପାଇଁ ରିଟେନିଙ୍ଗ କାନ୍ଥ, ପଥର ବୋଲ୍ଟ, ମାଟିକଣ୍ଟା ଏବଂ ଭୂମି ଆଙ୍କର ବ୍ୟବହାର କରିବା ।
(ଜ) ଜଳ ପ୍ରବାହକୁ ନିୟନ୍ତ୍ରଣ କରିବା ।
(ଖ) ଜିଓଟେକ୍ସଟାଇଲ ଏବଂ ଜିଓଗ୍ରୀଡ଼ ପରି ସାମଗ୍ରୀ ବ୍ୟବହାର କରିବା ।
(ଞ) ଗଛ, ଗୁଳ୍ମ ଏବଂ ଘାସ ଲଗାଇବା ।
(ଟ) ଇନ୍‌କ୍ଲିନୋମିଟର ଭଳି ଉପକରଣ ବ୍ୟବହାର କରିବା ।
(୦) ଜଳ ନିଷ୍କାସନ ପ୍ରଣାଳୀ ଡିଜାଇନ୍ କରିବା ।

Question 3.
ରୋଷେଇ ଘରେ ଚାଲୁଥିବା କାର୍ଯ୍ୟକଳାପଗୁଡ଼ିକୁ ଅନୁଧ୍ୟାନ କର ଏବଂ କେଉଁ ପରିବର୍ତ୍ତନକୁ ପ୍ରତ୍ୟାବର୍ତ୍ତୀ କରାଇ ହେବ ଟିପି ରଖ । ଏଗୁଡ଼ିକ ଭୌତିକ ନା ରାସାୟନିକ ପରିବର୍ତ୍ତନ ?
Answer:
(କ) ପାଣିରୁ ବରଫ ଓ ବରଫରୁ ପାଣି ପାଇବା ।
(ଖ) ପାଣିରେ ଚିନି ବା ଲୁଣ ମିଶିବା ଓ ଏହାକୁ ପୃଥକ୍ କରିବା ।
(ଗ) ବଟର ନରମ ହେବା ଓ ଥଣ୍ଡା ହେଲେ କଠିନ ହେବା ।
(ଘ) ଚକୋଲେଟ୍ ଗରମ ହେଲେ ତରଳିବା ଓ ଥଣ୍ଡା ହେଲେ କଠିନ ହେବା ।
(ଙ) ରବର ବ୍ୟାଣ୍ଡକୁ ଟାଣିବା ଓ ଛାଡ଼ିଦେବା ।
(ଚ) ଅଟା ବା ମଇଦାକୁ ଚକଟି ଗୁଳାରେ ପରିଣତ କରିବା ।
(ଛ) କଳା ଲୁଣକୁ ଛେଚି ଗୁଣ୍ଡ କରିବା
ଉପରୋକ୍ତ ଉଦାହରଣ ମଧ୍ୟରୁ ପ୍ରଥମ ୫ଟି ପରିବର୍ତ୍ତନକୁ ପ୍ରତ୍ୟାବର୍ତ୍ତୀ କରାଇହେବ, ତେଣୁ ଏଗୁଡ଼ିକ ଭୌତିକ ପରିବର୍ତ୍ତନର ଉଦାହରଣ ଅଟେ ।

Class 7 Science Chapter 5 Question Answer Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

Question 4.
ପାଉଁରୁଟି ପ୍ରସ୍ତୁତି ସମୟରେ ଏହାକୁ ଫୁଲାଇବା ଓ ନରମ କରିବା ପାଇଁ ଏଥ‌ିରେ ଇଷ୍ଟ ମିଶାଯାଏ । ଇଷ୍ଟ କିପରି କାର୍ଯ୍ୟ କରେ ? ଚେଷ୍ଟା କର ଓ ଖୋଜି ବାହାର କର ।
(କ) ଗୋଟିଏ ଛୋଟ ବୋତଲ, କିଛି ଚିନି, ତାଜା ଇଷ୍ଟ, ଜଳ ଓ ଏକ ବେଲୁନ୍ ନିଅ । ଦୁଇ ଚାମଚ ଚିନି ଓ ଅଳ୍ପ ଜଳ ବୋତଲରେ ନେଇ ଏକ ଶର୍କରା ଦ୍ରବଣ ପ୍ରସ୍ତୁତ କର । ଏଥୁରେ ଏକ ଚାମଚ ଇଷ୍ଟ ମିଶାଇ ବୋତଲ ମୁହଁକୁ ବେଲୁନ୍ ସାହାଯ୍ୟରେ ଅବରୋଧ କରିଦିଅ । ଏହାକୁ ଏକ ଘଣ୍ଟା ପାଇଁ ସ୍ଥିର ଭାବରେ ରହିବାକୁ ଛାଡ଼ି ଦିଅ ।
(ଖ) ତୁମେ କ’ଣ ପର୍ଯ୍ୟବେକ୍ଷଣ କରୁଛ ?
Answer:
ପର୍ଯ୍ୟବେକ୍ଷଣ : ବୋତଲ ଉପରେ ଥିବା ବେଲୁନ୍ ଫୁଲିବାକୁ ଲାଗିବ କାରଣ ଶର୍କରା ଦ୍ରବଣ ଉପସ୍ଥିତିରେ ଇଷ୍ଟ ରାସାୟନିକ ପ୍ରତିକ୍ରିୟା କରି ଅଙ୍ଗାରକାମ୍ଳ ଗ୍ୟାସ୍ ସୃଷ୍ଟି କରେ ।

(ଗ) ସାବଧାନତାର ସହିତ ବେଲୁନ୍ ମୁହଁକୁ ଦୃଢ଼ ଭାବରେ ଧରି ବୋତଲରୁ ବାହାର କର ଓ ସଦ୍ୟ ପ୍ରସ୍ତୁତ ଚୂନପାଣି ଥିବା ଅନ୍ୟ ଏକ ଛୋଟ ବୋତଲରେ ଏହାକୁ ଯୋଡ଼ି ଦିଅ । ବୋତଲକୁ ହଲାଅ, ଯେପରି ବେଲୁନରେ ଉପାଦାନଗୁଡ଼ିକ ଚୂନପାଣି ସହିତ ମିଶିଯିବ ।
(ଘ) ତୁମେ କ’ଣ ପର୍ଯ୍ୟବେକ୍ଷଣ କରୁଛ ?
Answer:
ବର୍ତ୍ତମାନ ବୋତଲରେ ସୃଷ୍ଟି ହୋଇଥିବା ଗ୍ୟାସ୍‌କୁ ଚୂନପାଣି ମଧ୍ୟରେ ପ୍ରବେଶ କରାଇଲେ ଏହା ଦୁଗ୍ଧ ବର୍ଷ ଧାରଣ କରିବ ।

(ଙ) ତୁମେ ଏହି ପରୀକ୍ଷଣରୁ କ’ଣ ସିଦ୍ଧାନ୍ତ ନେଇ ପାରିବ ?
Answer:
ଉକ୍ତ ପରୀକ୍ଷଣରୁ ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ, ଶର୍କରା ଦ୍ରବଣ ଉପସ୍ଥିତିରେ ଇଷ୍ଟ ରସାୟନିକ ପ୍ରତିକ୍ରିୟା କରି ଅଙ୍ଗାରକାମ୍ଳ ଗ୍ୟାସ୍‌ ସୃଷ୍ଟି କରେ ଓ ଏହି ଗ୍ୟାସ ଚୂନପାଣି ସଂସ୍ପର୍ଶରେ ଆସିବାରୁ ଏହା ଦୁଗ୍ଧବର୍ଣ୍ଣ ଧାରଣ କରୁଅଛି ।

(ଚ) ଏହି ପରୀକ୍ଷଣରେ ହୋଇଥ‌ିବା ସମସ୍ତ ପରିବର୍ତ୍ତନକୁ ଖୋଜ ଏବଂ ସେଗୁଡ଼ିକ ଭୌତିକ ନା ରାସାୟନିକ ପରିବର୍ତ୍ତନ ଉଲ୍ଲେଖ କର ।
Answer:
ଏହି ପରୀକ୍ଷଣରେ ହୋଇଥିବା ସମସ୍ତ ପରିବର୍ତ୍ତନ ହେଉଛି ରାସାୟନିକ ପରିବର୍ତ୍ତନ ।

Class 7 Science Chapter 5 Question Answer Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

Question 5.
ବହୁରୂପୀ ଏଣ୍ଡୁଅ ତା’ର ପରିବେଶ ସହିତ ମିଶିଯିବା ପାଇଁ ନିଜର ରଙ୍ଗ ପରିବର୍ତ୍ତନ କରେ । ସେମାନେ ଯେତେବେଳେ ରାଗି ଯାଆନ୍ତି କିମ୍ବା ବିପଦ ଆଶଙ୍କା କରନ୍ତି, ସେତେବେଳେ ରଙ୍ଗ ପରବର୍ତ୍ତନ କରନ୍ତି । ଏହି ପରିବର୍ତ୍ତନ ପ୍ରତ୍ୟାବର୍ତ୍ତୀ କି ? ଇଣ୍ଟରନେଟ୍ କିମ୍ବା ପାଠାଗାରରୁ ଏହି ତଥ୍ୟ ଅନୁସନ୍ଧାନ କର ।
Class 7 Science Chapter 5 Question Answer Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ 4
Answer:
(କ) ବହୁରୂପୀ ଏଣ୍ଡୁଅର ଚର୍ମରେ ଇରିଡ଼ୋଫୋର କୋଷର ଏକ ସ୍ତର ରହିଥାଏ, ଯେଉଁଥରେ କ୍ଷୁଦ୍ର, ଅତ୍ୟନ୍ତ ପ୍ରତିଫଳିତ ସ୍ଫଟିକ ରହିଥାଏ । ଏହି ସ୍ଫଟିକଗୁଡ଼ିକର ଭୌତିକ ବ୍ୟବସ୍ଥା ଯୋଗୁ ଆଲୋକର କମ୍ ତରଙ୍ଗ ଦୈର୍ଘ୍ୟକୁ ପ୍ରତିଫଳିତ କରିଥା’ନ୍ତି, ଯାହା ଫଳରେ ନୀଳ ଏବଂ ସବୁଜ ପରି ରଙ୍ଗ ସୃଷ୍ଟି ହୋଇଥାଏ ।
(ଖ) ଯେତେବେଳେ ସ୍ଫଟିକଗୁଡ଼ିକ ଅଧ୍ବକ ବିସ୍ତାରିତ ହୁଅନ୍ତି, ସେମାନେ ଦୀର୍ଘ ତରଙ୍ଗ ଦୈର୍ଘ୍ୟକୁ ପ୍ରତିଫଳିତ କରନ୍ତି, ଫଳରେ ହଳଦିଆ, କମଳା ଏବଂ ଲାଲ ରଙ୍ଗ ସୃଷ୍ଟି ହୋଇଥାଏ ।
(ଗ) ବହୁରୂପୀ ଏଣ୍ଡୁଅର ରଙ୍ଗ ପରିବର୍ତ୍ତନ ‘ସମ୍ପୂର୍ଣ୍ଣରୂପେ ଭୌତିକ ଅଟେ ଏବଂ ଏଥରେ କୌଣସି ରାସାୟନିକ ପ୍ରତିକ୍ରିୟା ଜଡ଼ିତ ନଥାଏ ।

ଶୂନ୍ୟସ୍ଥାନ ପୂରଣ କର ।

(i) ଚୂନପାଣିର ରାସାୟନିକ ନାମ _____ ଅଟେ ।
Answer:
କ୍ୟାଲସିୟମ୍ ହାଇଡ୍ରକ୍‌ସାଇଡ୍

(ii) ପ୍ରଶ୍ଵାସ ବାୟୁରେ ______ ଅଧ୍ବକ ପରିମାଣରେ ଥାଏ ।
Answer:
ଅମ୍ଳଜାନ

(iii) ନିଃଶ୍ଵାସ ବାୟୁରେ ______ ଅଧ୍ବକ ପରିମାଣରେ ଥାଏ ।
Answer:
ଅଙ୍ଗାରକାମ୍ଳ

(iv) ନୂତନ ପଦାର୍ଥ ସବୁ ______ ପ୍ରତିକ୍ରିୟାରେ ସୃଷ୍ଟି ହୋଇଥା’ନ୍ତି ।
Answer:
ରାସାୟନିକ

Class 7 Science Chapter 5 Question Answer Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

(v) ଯେଉଁ ପରିବର୍ତ୍ତନରେ ପଦାର୍ଥର ଭୌତିକ ଧର୍ମ ଗୁଡ଼ିକର ପରି ବ ର୍ତ୍ତ ନ ହୋଇଥାଏ, ତାହାକୁ _____ ପରିବର୍ତ୍ତନ କୁହାଯାଏ ।
Answer:
ଭୌତିକ

(vi) ଖାଇବା ସୋଡ଼ାର ରାସାୟନିକ ନାମ ______ ଅଟେ ।
Answer:
ସୋଡ଼ିୟମ୍ ହାଇଡ୍ରୋଜେନ କାର୍ବୋନେଟ

(vii) ଅଙ୍ଗାରକାମ୍ଳ ଗ୍ୟାସର ରାସାୟନିକ ନାମ ______ ଅଟେ ।
Answer:
କାର୍ବନ ଡାଇଅକ୍ସାଇଡ୍

(viii)ଅଙ୍ଗାରକାମ୍ଳ ଗ୍ୟାସ ଚୂନ ପାଣି ସହ ପ୍ରତିକ୍ରିୟା କରି ______ ସୃଷ୍ଟି କରେ ।
Answer:
କାଲସିୟମ୍ କାର୍ବୋନେଟ୍

(ix) ଫୁଙ୍କିବା ବାୟୁରେ _______ ଅଧ୍ବକ ପରିମାଣରେ ରହିଥାଏ ।
Answer:
ଅଙ୍ଗାରକାମ୍ଳ

(x) ଯେଉଁ ପରିବର୍ତ୍ତନରେ ଏକ ବା ଏକାଧିକ ନୂତନ ପଦାର୍ଥ ସୃଷ୍ଟି ହୋଇଥାଏ, ତାହାକୁ ______ ପରିବର୍ତ୍ତନ କୁହାଯାଏ ।
Answer:
ରାସାୟନିକ

(xi) ଚୂନ ପାଣି କୁ ଦୁଗ୍ଧ ବର୍ଣ୍ଣ ______ ଗ୍ୟାସ୍ କରାଇଥାଏ ।
Answer:
ଅଙ୍ଗାରକାମ୍ଳ

(xii) ରାସାୟନିକ ପ୍ରତିକ୍ରିୟାକୁ ______ ରୂପରେ ଦର୍ଶାଯାଇପାରିବ ।
Answer:
ରାସାୟନିକ ସମୀକରଣ

Class 7 Science Chapter 5 Question Answer Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

(xiii)ଖାଇବା ସୋଡ଼ା ସହ ______ ଅଙ୍ଗାରକାମ୍ଳ ଗ୍ୟାସ୍ ସୃଷ୍ଟି ହୁଏ ।
Answer:
ଭିନେଗାର

(xiv)କଳଙ୍କି ଧରିବା ଏକ ______ ପରିବର୍ତ୍ତନ ଅଟେ ।
Answer:
ରାସାୟନିକ

(xv) ଖାଇବା ସୋଡ଼ାର ଅନ୍ୟନାମ ______ ଅଟେ ।
Answer:
ବେକିଙ୍ଗ ସୋଡ଼ା

ଉକ୍ତିଟି ଭୁଲ୍ ଥିଲେ (✗) ଓ ଠିକ୍ ଥିଲେ (✓) ଚିହ୍ନ ଦିଅ । (ପ୍ରଶ୍ନ ସହିତ ଉତ୍ତର)

(i) ଦହନଶୀଳ ପଦାର୍ଥକୁ ଇନ୍ଧନ କୁହାଯାଏ ।
Answer:
(✓)

(ii) ଇନ୍ଧନ ଜଳିବା ପାଇଁ ପ୍ରଜ୍ଜ୍ୱଳନ ତାପମାତ୍ରା ଅନାବଶ୍ୟକ ।
Answer:
(✗)

(iii) ଗୋଟିଏ ପଦାର୍ଥ ବିନ। ନିଆଁରେ ମଧ୍ୟ ଜଳିପାରିବ ।
Answer:
(✓)

(iv) କଳଙ୍କି ର ରାସାୟନିକ ନାମ ଆଇର ନ୍ ଅକ୍ସାଇଡ଼ ଅଟେ ।
Answer:
(✓)

(v) ଆମ ଚାରିପାଖରେ ଘଟୁଥ‌ିବା ପରିବର୍ତ୍ତନ – ‘ ଗୁଡ଼ିକୁ ଆମେ ଆମର ଇନ୍ଦ୍ରିୟମାନଙ୍କ ଦ୍ଵାରା ପର୍ଯ୍ୟବେକ୍ଷଣ କରିଥାଉ ।
Answer:
(✓)

(vi) ଜଳ କଠିନ, ତରଳ ଓ ବାଷ୍ପ ଏପରି ତିନୋଟି ଅବସ୍ଥାରେ ରହିପାରିବ ।
Answer:
(✓)

Class 7 Science Chapter 5 Question Answer Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

(vii) ମ୍ୟାଗ୍ନେସିୟମ୍ ଫିତା ଜଳିଲେ ମ୍ୟାଗ୍ନେସିୟମ୍ ସଲଫାଇଡ୍ ସୃଷ୍ଟି ହୁଏ ।
Answer:
(✗)

(viii) ତୁଳା ଏକ ଦହନଶୀଳ ପଦାର୍ଥ ଅଟେ ।
Answer:
(✓)

(ix) ଦହନ ପାଇଁ ଅମ୍ଳଜାନ ଆବଶ୍ୟକ ।
Answer:
(✓)

(x) ଜୁଳୁଜୁଳିଆ ପୋକର ଆଲୋକ ଉତ୍ପାଦନକୁ ଜୈବଦୀପ୍ତି କୁହାଯାଏ ।
Answer:
(✓)

(xi) ଜଳ ଗୋଟିଏ ଅବସ୍ଥାରୁ ଅନ୍ୟ ଅବସ୍ଥାକୁ ପରିବର୍ତ୍ତନ ହୋଇପାରିବ ।
Answer:
(✓)

(xii) ଦହନ ପାଇଁ ଅଙ୍ଗାରକାମ୍ଳର ଉପସ୍ଥିତି ଆବଶ୍ୟକ ଅଟେ ।
Answer:
(✗)

(xiii)ସିନ୍ଥେଟିକ୍ କମ୍ବଳକୁ ନିଆଁ ଲିଭାଇବା ପାଇଁ ବ୍ୟବହାର କରାଯାଏ ।
Answer:
(✗)

(xiv)ଖଦ୍ୟୋତ କୀଟମାନେ ପ୍ରକୃତିର ବିସ୍କ ୟ ଅଟନ୍ତି ।
Answer:
(✓)

(xv) ଦହନ ପାଇଁ କେବଳ ଦହନଶୀଳ ପଦାର୍ଥ ଆବଶ୍ୟକ ।
Answer:
(✗)

Class 7 Science Chapter 5 Question Answer Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

ସ୍ତମ୍ଭ ଓ ‘ଖ’ ସ୍ତମ୍ଭ ମଧ୍ଯରେ ସମ୍ପର୍କ ସ୍ଥାପନ କର । (ପ୍ରଶ୍ନ ସହିତ ଉତ୍ତର)

Question 1.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(a) ମାଇକେଲ ଫାରାଡ଼େ କ୍ଷୀର ଦହିରେ ପରିଣତ ହେବା
(b) ଉପଯୋଗୀ ପରିବର୍ତ୍ତନ ଲୁହାରେ କଳଙ୍କି ଲାଗିବା
(c) ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ ମହମବତୀ
(d) ପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ ଜଳ ବରଫ ହେବା
(e) ଅନାବଶ୍ୟକ ପରିବର୍ତ୍ତନ ଚାଉଳରୁ ମୁଢ଼ି ହେବା

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(a) ମାଇକେଲ ଫାରାଡ଼େ ମହମବତୀ
(b) ଉପଯୋଗୀ ପରିବର୍ତ୍ତନ କ୍ଷୀର ଦହିରେ ପରିଣତ ହେବା
(c) ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ ଚାଉଳରୁ ମୁଢ଼ି ହେବା
(d) ପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ ଜଳ ବରଫ ହେବା
(e) ଅନାବଶ୍ୟକ ପରିବର୍ତ୍ତନ ଲୁହାରେ କଳଙ୍କି ଲାଗିବା

Class 7 Science Chapter 5 Question Answer Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

Question 2.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(a) ଭୌତିକ ପରିବର୍ତ୍ତନ, ବାଲିଗରଡ଼ା
(b) କଳା ରଙ୍ଗର ପଥର ଶିଳା ଅବକ୍ଷୟ
(c) ଲାଲ ରଙ୍ଗ ଶିଳା ଭାଙ୍ଗି ପଥରରେ ପରିଣତ ହେବା
(d) ଭୌତିକ ଓ ରାସାୟନିକ ପରିବର୍ତ୍ତନ ବାସାଲଟ୍
(e) ଜଳସ୍ରୋତ ଆଇରନ୍ ଅକ୍ସାଇଡ୍

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(a) ଭୌତିକ ପରିବର୍ତ୍ତନ, ରଙ୍ଗଶିଳା ଭାଙ୍ଗି ପଥରରେ ପରିଣତ ହେବା
(b) କଳା ବାସାଲଟ୍
(c) ଲାଲ ରଙ୍ଗ ଆଇରନ୍ ଅକ୍ସାଇଡ୍
(d) ଭୌତିକ ଓ ରାସାୟନିକ ପରିବର୍ତ୍ତନ ବାଲିଗରଡ଼ା
(e) ଜଳସ୍ରୋତ ଶିଳା ଅବକ୍ଷୟ

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question 1.
ଗୋଟିଏ ବା ଦୁଇଟି ଶବ୍ଦରେ ଉତ୍ତର ଦିଅ ।
(i) କେଉଁ ପରିବର୍ତ୍ତନରେ ଗୋଟିଏ ପଦାର୍ଥ ବା ବସ୍ତର ଭୌତିକ ଗୁଣରେ ପରିବର୍ତ୍ତନ ହୋଇଥାଏ ଓ ନୂତନ ପଦାର୍ଥ ସୃଷ୍ଟି ହୁଏ ନାହିଁ ?
Answer:
ଭୌତିକ ପରିବର୍ତ୍ତନ

Class 7 Science Chapter 5 Question Answer Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

(ii) କେଉଁ ପରିବର୍ତ୍ତନରେ ଏକ ବା ଏକାଧୁକ ନୂତନ ପଦାର୍ଥ ସୃଷ୍ଟି ହୋଇଥାଏ ?
Answer:
ରାସାୟନିକ ପରିବର୍ତ୍ତନ

(iii) ଦହନ, ଇନ୍ଧନ ଓ କଳଙ୍କି ଧରିବା କେଉଁ ପରିବର୍ତ୍ତନର ଉଦାହରଣ ଅଟେ ?
Answer:
ରାସାୟନିକ ପରିବର୍ତ୍ତନ

(iv) ଯେଉଁ ପଦାର୍ଥଗୁଡ଼ିକୁ ଦହନ କରାଯାଇପାରେ, ସେଗୁଡ଼ିକୁ କ’ଣ କୁହାଯାଏ ?
Answer:
ଦହନଶୀଳ ପଦାର୍ଥ

(v) ଯେଉଁ ସର୍ବନିମ୍ନ ତାପମାତ୍ରାରେ ପଦାର୍ଥ ନିଆଁ ଧରିଥାଏ, ତାହାକୁ କ’ଣ କୁହାଯାଏ ?
Answer:
ପ୍ରଜ୍ଜ୍ୱଳନ ତାପମାତ୍ରା

(vi) କେଉଁ ପରିବର୍ତ୍ତନ ଦେଇ ଗତିକରି ଶିଳା ବିଭାଜିତ ହୁଏ ?
Answer:
ଭୌତିକ ଓ ରାସାୟନିକ ପରିବର୍ତ୍ତନ

(vii) ଜଳସ୍ରୋତ ଓ ପବନଦ୍ଵାରା ହେଉଥ‌ିବା କେଉଁ ପ୍ରକ୍ରିୟା ଏକ ଭୌତିକ ପରିବର୍ତ୍ତନ ଅଟେ
Answer:
କ୍ଷୟ

(viii)ନଦୀର ପଥର ଓ ବାଲିଗରଡ଼ା ଜଳସ୍ରୋତରେ କ୍ରମାଗତ କ୍ଷୟ ଯୋଗୁଁ କିପରି ଆକାର ଧାରଣ କରନ୍ତି ?
Answer:
ଚିକ୍କଣ

Class 7 Science Chapter 5 Question Answer Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

(ix) ଶିଳା ଭାଙ୍ଗିବାର ମୁଖ୍ୟ କାରଣ କ’ଣ ?
Answer:
ଜଳବାୟୁ ପରିବର୍ତ୍ତନ

(x) ବର୍ଜ୍ୟବସ୍ତୁକୁ କମ୍ପୋଷ୍ଟରେ ପରିଣତ କରିବା କେଉଁ ପ୍ରକାର ପରିବର୍ତ୍ତନ ଅଟେ ?
Answer:
ଉପଯୋଗୀ ପରିବର୍ତ୍ତନ

କାହାକୁ କୁହନ୍ତି ସଂକ୍ଷେପରେ ଲେଖ । (ପ୍ରଶ୍ନ ସହ ଉତ୍ତର)

(a) ଭୌତିକ ପରବର୍ତ୍ତନ (Physical change) : ଯେଉଁ ପରି ବର୍ତ୍ତନରେ ପଦାର୍ଥର କେବଳ ଆକାର, ଆକୃତି, ଅବସ୍ଥା ଭଳି ଭୌତିକ ଧର୍ମଗୁଡ଼ିକର ପରିବର୍ତ୍ତନ ହୋଇଥାଏ, ତାହାକୁ ଭୌତିକ ପରିବର୍ତ୍ତନ କୁହାଯାଏ । ଏ ପ୍ରକାର ପରିବର୍ତ୍ତନରେ କୌଣସି ନୂତନ ପଦାର୍ଥ ସୃଷ୍ଟି ହେବାର ଦେଖିବାକୁ ମିଳି ନଥାଏ । ଉଦାହରଣ : ଜଳ ବରଫ ହେବା ।

(b) ରାସାୟନିକ ପରିବର୍ତ୍ତନ (Chemical change) : ଯେଉଁ ପରିବର୍ତ୍ତନରେ ଏକ ବା ଏକାଧ୍ଵକ ନୂତନ ପଦାର୍ଥ ସୃଷ୍ଟି ହୋଇଥା’ନ୍ତି, ତାହାକୁ ରାସାୟନିକ ପରିବର୍ତ୍ତନ କୁହାଯାଏ । ନୂତନ ପଦାର୍ଥ ସବୁ ଯେଉଁ ପ୍ରକ୍ରିୟାରେ ସୃଷ୍ଟି ହୋଇଥା’ନ୍ତି, ତାହାକୁ ରାସାୟନିକ ପ୍ରତିକ୍ରିୟା କୁହାଯାଏ ।
ଉଦାହରଣ : ଚୂନପାଣି ଅଙ୍ଗାରକାମ୍ଳ ଗ୍ୟାସ୍ ସଂସ୍ପର୍ଶରେ ଆସିଲେ କ୍ୟାଲସିୟମ୍ କାର୍ବୋନେଟ୍ ନାମକ ଅଦ୍ରବଣୀୟ ପଦାର୍ଥ ସୃଷ୍ଟି କରେ ।

(c) ରାସାୟନିକ ସମୀକରଣ (Chemical equation) : ରାସାୟନିକ ପ୍ରତିକ୍ରିୟାଦ୍ଵାରା ନୂତନ ପଦାର୍ଥ ସୃଷ୍ଟି ହୋଇଥାଏ । ରାସାୟନିକ ପରି ବର୍ତ୍ତନ ସହ ସମ୍ପୃକ୍ତ ରସାୟନି କ ପ୍ରତି କ୍ରି ୟାକୁ ସଂକ୍ଷେପରେ ରାସାୟନି କ ସମୀକରଣ କୁହାଯାଏ । ଉଦାହରଣ : କ୍ୟାଲ୍‌ସିୟମ ହାଇଡ୍ରକ୍‌ସାଇଡ୍ + (ଚୂନପାଣି)
କାର୍ବନ ଡାଇଅକ୍‌ସାଇଡ଼ (ଅଙ୍ଗାରକାମ୍ଳ ) → କ୍ୟାଲସିୟମ୍ କାର୍ବୋନେଟ (ଅଦ୍ରବଣୀୟ ପଦାର୍ଥ) + ଜଳ

(d) କଳଙ୍କି (Rusting) : ଲୁହାରେ କଳଙ୍କି ଧରିଲେ ସେଥୁରେ ଧୂସର ରଙ୍ଗର ଏକ ନୂତନ ପଦାର୍ଥ ସୃଷ୍ଟି ହୋଇଥାଏ । କଳଙ୍କି ଧରିବା ଏକ ରାସାୟନିକ ପରିବର୍ତ୍ତନ କାରଣ ଏହା ଏକ ନୂତନ ପଦାର୍ଥ ‘ଆଇରନ୍ ଅକ୍ସାଇଡ୍’’ ସୃଷ୍ଟି ହେବା ପ୍ରକ୍ରିୟା ସହ ସଂପୃକ୍ତ ଅଟେ ।

(e) ଦହନ (Combustion) : ଯେଉଁ ରାସାୟନିକ ପ୍ରତିକ୍ରିୟାରେ ଗୋଟିଏ ପଦାର୍ଥ ଅମ୍ଳଜାନ ସହ ପ୍ରତିକ୍ରିୟା କରି ତାପ କିମ୍ବା ଆଲୋକ କିମ୍ବାଉଭୟ ତାପ ଓ ଆଲୋକ ଉତ୍ପନ୍ନ କରେ, ତାହାକୁ ଦହନ କୁହାଯାଏ । ଯେଉଁ ପଦାର୍ଥଗୁଡ଼ିକ ଦହନ ପ୍ରତିକ୍ରିୟା କରନ୍ତି, ସେମାନଙ୍କୁ ଦହନଶୀଳ ପଦାର୍ଥ କୁହାଯାଏ ।
ଉଦାହରଣ :
ମ୍ୟାଗ୍ନେସିୟମ୍ + ଅମ୍ଳଜାନ (ବାୟୁ) → ମ୍ୟାଗ୍ନେସିୟମ୍ ଅକ୍ସାଇଡ଼ + ଆଲୋକ (ଧଳା ପାଉଡ଼ର)
କାଠ, କାଗଜ, ତୁଳା ଓ କିରୋସିନ୍ ପ୍ରଭୃତି ଦନନଶୀଳ ପଦାର୍ଥ ଅଟନ୍ତି ।

(f) ଜୈବ ଦୀପ୍ତି (Bioluminescence) : ବିଳମ୍ବିତ ସନ୍ଧ୍ୟାରେ ଏକ ଉଦ୍ୟାନ ବା ପ୍ରାନ୍ତରରେ କିଛି କୀଟଙ୍କଠାରୁ ଆଲୋକ ବାହାରୁଥ‌ିବାର ଦେଖାଯାଏ । ଜୁଳୁଜୁଳିଆ ପୋକ ପରି ଏହି କୀଟମାନଙ୍କୁ ଖଦ୍ୟୋତ କୁହାଯାଏ । ଏମାନଙ୍କ ଶରୀରରେ ଆଲୋକ ଏକ ରାସାୟନିକ ପରିବର୍ତ୍ତନଦ୍ୱାରା ଉତ୍ପନ୍ନ ହୋଇଥାଏ । ସଜୀବଙ୍କଠାରେ ଏ ପ୍ରକାର ତାପ ବିନା ଆଲୋକ ଉତ୍ପାଦନକୁ ଜୈବଦୀପ୍ତି କୁହାଯାଏ ।

Class 7 Science Chapter 5 Question Answer Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

(g) ପ୍ରଜ୍ଜଳନ ତାପମାତ୍ରା (Ignition point) : ଯେଉଁ ସର୍ବନିମ୍ନ ତାପମାତ୍ରରେ କୌଣସି ପଦାର୍ଥ ଜଳିବାକୁ ଆରମ୍ଭ କରେ ତାହାକୁ ସେହି ପଦାର୍ଥର ପ୍ରଜ୍ଜଳନ ତାପମାତ୍ରା କୁହାଯାଏ ।
କାଗଜ ଉପରେ ସୂର୍ଯ୍ୟକିରଣକୁ କେନ୍ଦ୍ରୀଭୂତ କରି ଜବକାଚଦ୍ଵାରା ପକାଇଲେ ସମୟକ୍ରମେ କାଗଜରେ ତାପମାତ୍ରା ବୃଦ୍ଧି ପାଇଥାଏ ଓ କିଛି ସମୟ ପରେ କାଗଜଟି ଉତ୍ତପ୍ତ ହୋଇ ଜଳିବାକୁ ଆରମ୍ଭ କରିଥାଏ ।

(h) ପ୍ରତ୍ୟାବର୍ତ୍ତୀ ପରି ବର୍ତ୍ତନ (Reversible physical change) : ଯେଉଁ ପରିବର୍ତ୍ତନରେ ଆମେ ପଦାର୍ଥର ମୂଳ ଅବସ୍ଥାକୁ ଫେରି ପାଇଥାଉ ତାହା ପ୍ରତ୍ୟାବର୍ତ୍ତୀ ଅଟେ । ବରଫ ତରଳି ଜଳରେ ପରିଣତ ହୁଏ । ତାହାକୁ ପୁନଃ ଥଣ୍ଡାକରି ବରଫ ପାଇହୁଏ । ସେହିପରି ଜଳ ବାଷ୍ପୀଭୂତ ହୋଇ ଜଳୀୟବାଷ୍ପରେ ପରିଣତ ହୁଏ ଓ ଏହାକୁ ଘନୀଭୂତ କରି ତରଳ ଜଳ ପାଇହୁଏ । ଏଗୁଡ଼ିକ ପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନର ଉଦାହରଣ ଅଟନ୍ତି ।

(i) ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ (Irreversible physical change) : ଯେଉଁ ପରିବର୍ତ୍ତନରେ ଆମେ ପଦାର୍ଥର `ମୂଳ ଅବସ୍ଥାକୁ ଫେରିଯାଇ ପାରିବ ନାହିଁ ତାହାକୁ ଅପ୍ରତ୍ୟାବର୍ତ୍ତୀ ପରି ବର୍ତ୍ତନ କୁହାଯାଏ । କଟାଯାଇଥିବା । ପନିପରିବାକୁ ଆମ ସେମାନଙ୍କର ପୂର୍ବ ଆକାର ଓ ଆକୃତିକୁ ଫେରାଇ ଅଣାଯାଇପାରିବ ନାହିଁ । ସେହିଭଳି ମୁଢ଼ି ପ୍ରସ୍ତୁତି ପରେ ଆଉ ଚାଉଳ ପାଇହେବ ନାହିଁ ।

(j) ଉପଯୋଗୀ ପରି ବର୍ତ୍ତନ (Desirable change) : ଯେଉଁ ପରିବର୍ତ୍ତନ ଆମର ଆବଶ୍ୟକତା ପୂରଣ କରିଥାଏ, ତାହାକୁ ଉପଯୋଗୀ ପରିବର୍ତ୍ତନ କୁହାଯାଏ । କ୍ଷୀର ଦହିରେ ପରିଣତ ହେବା, ଫଳ ପାଚିବା, ଫଳ କାଟିବା ଏବଂ ଖାଦ୍ୟ ରନ୍ଧନ କରିବା ଇତ୍ୟାଦି ଏ ପ୍ରକାର ପରିବର୍ତ୍ତନର ଉଦାହରଣ ଅଟେ ।

(k) ଅଣଉପଯୋଗୀ ପରିବର୍ତ୍ତନ (Undesirable change) : କେତେକ ପରିବର୍ତ୍ତନ ଆମ ପାଇଁ ଅନ। ବ ଶ୍ୟ କ ଅଟେ । ଏଗୁ ଡ଼ି କ ଅଣଉପଯୋଗୀ ପରିବର୍ତ୍ତନ ଅଟେ । ଲୁହାରେ କଳଙ୍କି ଲାଗିବା କିମ୍ବା ସଂରକ୍ଷଣ ବେଳେ ଖାଦ୍ୟ ପଚିଯିବା ଇତ୍ୟାଦି ଏହାର ଉଦାହରଣ ଅଟେ । ବର୍ଷ ବର୍ଷ ଧରି ମାନ ବ ର କାର୍ଯ୍ୟକଳାପ ଯୋଗୁ କିଛି ପରିବର୍ତ୍ତନ ପରିବେଶଗତ ପ୍ରଭାବ ପକାଇଥାଏ । ବାୟୁ ପ୍ରଦୂଷଣ ଏହାର ଉଦାହରଣ ଅଟେ ।

(l) ମୃତ୍ତିକା କ୍ଷୟ (Soil Erosion) : ଶିଳାଗୁଣ୍ଡ ମୃତ୍ତିକା ଓ ଅବକ୍ଷେପ ସବୁ ଭାଙ୍ଗି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପବନ, ଜଳସ୍ରୋତ ଆଦି ପ୍ରାକୃତିକ ବଳଦ୍ଵାରା ସ୍ଥାନାନ୍ତରିତ ହୋଇ ବାଲି ସୃଷ୍ଟି ହୋଇଥାଏ । ଏହି ପ୍ରକ୍ରିୟାକୁ କ୍ଷୟ କୁହାଯାଏ । ଭୂସ୍ଖଳନ ସମୟରେ ମୃତ୍ତିକା କ୍ଷୟ ଏକ ଭୌତିକ ପରିବର୍ତ୍ତନର ଉଦାହର ଣ ଅଟେ ।

ଦୀର୍ଘ ପ୍ରଶ୍ନୋତ୍ତର

Question 1.
‘‘ଏକ ପଦାର୍ଥର ରୂପରେ ପରିବର୍ତ୍ତନ ହୋଇପାରେ କିନ୍ତୁ ମୂଳ ପଦାର୍ଥ ସମାନ ରହିପାରେ?? ୩ ଟି ଉଦାହରଣଦ୍ଵାରା ବୁଝାଅ ।
Answer:

  1. କିଛି କାଗଜ ଫର୍ଦ୍ଦଦ୍ଵାରା ନୂଆ ବସ୍ତୁ ତିଆରି କରାଯାଉ ଓ ପୁନଶ୍ଚ କାଗଜକୁ ଖୋଲି ଦିଆଯାଉ ।
  2. ଗୋଟିଏ ବେଲୁନକୁ ଫୁଙ୍କି ଏହାର ମୁହଁକୁ ବାନ୍ଧି ଦି ଆଯାଉ ଓ ବେ ଲୁ ନ କୁ ପି ନ୍ ଦ୍ଵା । ର । ଫୁଟାଯାଉ ।
  3. ଖଣ୍ଡେ ଚକ୍ ଖଡ଼ି ନେଇ ଏହାକୁ ଗୁଣ୍ଡ କରି ଦି ଆଯାଉ । ଉପରୋକ୍ତ ଉଦାହରଣମାନଙ୍କରେ ପଦାର୍ଥର ରୂପରେ ପରିବର୍ତ୍ତନ ହୋଇଥାଏ ମାତ୍ର କୌଣସି ନୂତନ ପଦାର୍ଥ ସୃଷ୍ଟି ହୋଇ ନଥାଏ । ଏ ସମସ୍ତ ପ୍ରକାର ପରିବର୍ତ୍ତନକୁ ଭୌତିକ ପରିବର୍ତ୍ତନ କୁହାଯାଇପାରେ ।

Class 7 Science Chapter 5 Question Answer Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

Question 2.
‘‘ଏକ ପଦାର୍ଥର ରୂପରେ ପରିବର୍ତ୍ତନ ହୋଇପାରେ କିନ୍ତୁ ମୂଳ ପଦାର୍ଥ ସମାନ ନରହିପାରେ?’ ୨ ଟି ଉଦାହରଣ ଦ୍ଵାରା ବୁଝାଅ ।
Answer:
(i) ଗୋଟିଏ ପାତ୍ରରେ କିଛି ଚୂନପାଣି ନେଇ ଏକ ପ୍ଲାଷ୍ଟିକ ନଳୀ ଦ୍ଵାରା ଫୁଙ୍କିଲେ ଚୂନପାଣିର ରଙ୍ଗ ବଦଳି ଦୁଧୂଆ ରଙ୍ଗ ବି ଶି ଷ୍ଟ ହୋଇଥାଏ । ନିଃଶ୍ୱାସ ବାୟୁରେ ଥିବ। ଅଙ୍ଗାରକାମ୍ଳ ଗ୍ୟାସ୍ ଚୂନ ପାଣି ସହ ରାସାୟନିକ ପ୍ରତିକ୍ରିୟା କରି ଅଦ୍ରବଣୀୟ କ୍ୟାଲସୟମ୍ କାର୍ବୋନେଟ୍ ନାମକ ନୂତନ ପଦାର୍ଥ ସୃଷ୍ଟି କରିଥାଏ ।
କ୍ୟାଲ୍‌ସିୟମ ହାଇଡ୍ରକ୍‌ସାଇଡ୍ (ଚୂନପାଣି) + କାର୍ବନ ଡାଇଅକ୍‌ସାଇଡ଼ ( ଅଙ୍ଗାରକାମ୍ଳ) → କ୍ୟାଲସିୟମ୍ କାର୍ବୋନେଟ (ଅଦ୍ରବଣୀୟ ପଦାର୍ଥ) + ଜଳ

(ii) ଗୋଟିଏ ପରୀକ୍ଷାନଳୀର ଭିନେଗାର ନେଇ ଏଥ‌ିରେ ଅଳ୍ପ ଖାଇବା ସୋଡ଼ା ମିଶାଇଲେ ଯେଉଁ ଗ୍ୟାସ୍ ସୃଷ୍ଟି ହେବ ତାହାକୁ ଚୂନପାଣି ମଧ୍ୟରେ ପ୍ରବେଶ କରାଇଲେ ଚୂନପାଣିର ରଙ୍ଗ ଦୁଗ୍ଧ ବର୍ଣ୍ଣ ହୋଇଥାଏ ।

ଭିନେଗାର + ବେକିଙ୍ଗ ସୋଡ଼ା → କାର୍ବନ ଡାଇଅକ୍ସାଇଡ଼ + ଜଳ + ଅନ୍ୟ ପଦାର୍ଥ ଉପରୋକ୍ତ ଉଦାହରଣମାନଙ୍କରେ ପଦାର୍ଥର ରୂପରେ ପରିବର୍ତ୍ତନ ହେବା ସହିତ ମୂଳ ପଦାର୍ଥ ସମାନ ରୁହେ ନାହିଁ । ଏଗୁଡ଼ିକୁ ରାସାୟନିକ ପରିବର୍ତ୍ତନ କୁହାଯାଏ । ଏହା ରାସାୟନିକ ପ୍ରତିକ୍ରିୟା ଯୋଗୁଁ ସମ୍ଭବ ହୋଇଥାଏ ।

Question 3.
ମ୍ୟାଗ୍ନେସିୟମ୍ ଫିତା ଜଳିବା କେଉଁ ପ୍ରକାର ରାସାୟନିକ ପ୍ରତିକ୍ରିୟା ଅଟେ ? କାରଣ ଓ ସମୀକରଣ ସହ ବୁଝାଅ ।
Answer:
(i) ମ୍ୟାଗ୍ନେ ସି ୟମ୍ ଫିତ। ଜଳିବା। ଦ୍ଵା। ର। ମ୍ୟାଗ୍ନେସିୟମ୍‌ ଅକ୍‌ସାଇଡ୍ ନାମକ ଏକ ନୂତନ ପଦାର୍ଥ (ଉତ୍ପାଦ) ସୃଷ୍ଟି ହୁଏ, ତେଣୁ ଏହାର ଦହନ ଏକ ରାସାୟନିକ ପରିବର୍ତ୍ତନ ଅଟେ । ଏହି ପ୍ରତିକ୍ରିୟାରେ ଏକ ନୂତନ ପଦାର୍ଥ ସୃଷ୍ଟି ହେବା ସହିତ ତାପ ଓ ଆଲୋକ ନିର୍ଗତ ହୋଇଥାଏ ।
(ii) ରାସାୟନିକ ପ୍ରତ୍ରିକିୟା :
ମ୍ୟାଗ୍ନେସିୟମ୍ + ଅମ୍ଳଜାନ → ମ୍ୟାଗ୍ନେସିୟମ୍ ଅକ୍ସାଇଡ଼୍ + ତାପ + ଆଲୋକ (ଧଳା ପାଉଡ଼ର)

Question 4.
ଦହନ ଓ ଦହନଶୀଳ ପଦାର୍ଥ କାହାକୁ କୁହନ୍ତି ? ଉଦାହରଣ ସହ ବୁଝାଅ ।
Answer:

  1. ଯେଉଁ ରାସାୟନିକ ପ୍ରକ୍ରିୟାରେ ଗୋଟିଏ ପଦାର୍ଥ ଅମ୍ଳଜାନ ସହ ପ୍ରତିକ୍ରିୟା କରି ତାପ କିମ୍ବା ଆଲୋକ କିମ୍ବା ଉଭୟ ତାପ ଓ ଆଲୋକ ଉତ୍ପନ୍ନ କରେ ତାହାକୁ ଦହନ କୁହାଯାଏ ।
  2. ମ୍ୟାଗ୍ନେ ସୟମ୍ ଅମ୍ଳଜାନ ଉପସ୍ଥିତିରେ .ରାସାୟନିକ ପ୍ରତିକ୍ରିୟା କରି ମ୍ୟାଗ୍ନେସିୟମ୍ ଅକ୍ସାଇଡ୍ (ଉତ୍ପାଦ) ସୃଷ୍ଟି କରିଥାଏ। ଏହି ପ୍ରତିକ୍ରିୟାରୁ ତାପ ଓ ଆଲୋକ ସୃଷ୍ଟି ହୁଏ ।
  3. ଯେଉଁ ପଦାର୍ଥଗୁଡ଼ିକ ଦହନ ପ୍ରତିକ୍ରିୟା କରନ୍ତି ସେମାନଙ୍କୁ ଦହନଶୀଳ ପଦାର୍ଥ କୁହାଯାଏ । କାଠ, କାଗଜ, ତୁଳା ଓ କିରୋସିନ୍ ଇତ୍ୟାଦି ଏହାର ଉଦାହରଣ ଅଟନ୍ତି ।

Question 5.
ଦହନ ପାଇଁ ଅମ୍ଳଜାନର ଉପସ୍ଥିତି ଜାଣିବା ପାଇଁ ଏକ ପରୀକ୍ଷଣ ବର୍ଣ୍ଣନା କର ।
Answer:
Class 7 Science Chapter 5 Question Answer Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ 5
ମହମବତୀ (କ) ଜଳୁଥିବା (ଖ) ଢଙ୍କା ଯାଇଥୁବା

  1. ଉପରୋକ୍ତ ଚିତ୍ରରେ ଦୁଇଟି ଏକ ପ୍ରକାର ମହମବତୀ ପୃଥକ ଭାବେ ଦୁଇଟି ଭିନ୍ନ ଚଟକା ପାତ୍ରରେ ରଖ୍ ଜଳାଯାଇଛି ଓ ଗୋଟିଏ ଉପରେ ଗୋଟିଏ କାଚ ଗ୍ଲାସ୍ ଢାଙ୍କି ଦିଆଯାଇଛି ।
  2. ଦେଖାଯିବ ଯେ, ଯେଉଁ ମହମବତୀ ଉପରେ ଗ୍ଲାସ୍ ଢଙ୍କା ଯାଇନାହିଁ, ତାହା ନିରନ୍ତର ଜଳୁଥିବା ବେଳେ ଅନ୍ୟଟି କିଛି ସମୟ ପରେ ଲିଭିଯାଉଛି । ଯେହେତୁ ଗ୍ଲାସଦ୍ବାରା ଢଙ୍କାଯାଇଥିବା ମହମବତୀ ନିରନ୍ତର ଭାବେ ବାୟୁ ପାଉନାହିଁ ।
  3. ଦହନ ପ୍ରକ୍ରିୟାରେ ସହାୟକ ହେଉଥ‌ିବା ବାୟୁର ସେହି ଉପାଦାନଟି ହେଉଛି ଅମ୍ଳଜାନ ଗ୍ୟାସ୍ । କାଚ ଗ୍ଲାସ୍ ଭିତରେ ଏହି ଗ୍ୟାସ ନଥ‌ିବା! କାରଣରୁ ମହମବତୀ ଲିଭିଯାଉଛି । ଏଣୁ ଦହନ ପାଇଁ ଅମ୍ଳଜାନ ଆବଶ୍ୟକ ।

Class 7 Science Chapter 5 Question Answer Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

Question 6.
ଗୋଟିଏ ପଦାର୍ଥ ବିନା ନିଆଁରେ ମଧ୍ୟ ଜଳି ପାରିବା । ଏହାକୁ ଦର୍ଶାଇବା ପାଇଁ ଏକ ପରୀକ୍ଷଣ ବର୍ଣ୍ଣନା କର ।
Answer:
Class 7 Science Chapter 5 Question Answer Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ 6

  1. ଉପରୋକ୍ତ ଚିତ୍ରରେ ଦର୍ଶାଯାଇଥ‌ିବା ଭଳି ଗୋଟିଏ ଜବକାଚ ଦ୍ଵାର ସୂର୍ଯ୍ୟକିରଣକୁ କେନ୍ଦ୍ରୀଭୂତ କରି ଏକ କାଗଜ ଉପରେ ପକାଯାଉ ।
  2. ଦେଖାଯିବ ଯେ କାଗଜରୁ ଧୂଆଁ ନିର୍ଗତ ହେବା ଆରମ୍ଭ କରୁଛି ଓ ଏଥରେ ନିଆଁ ଲାଗିଯାଉଛି ।
  3. ଏହି ପରୀକ୍ଷାରୁ ଆମେ ଜାଣିଲୁ ଯେ, ଗୋଟିଏ ପଦାର୍ଥ ବିନା ନିଆଁରେ ମଧ୍ୟ ଜଳିପାରିବ ।
  4. କାଗଜ ଉପରେ ସୂର୍ଯ୍ୟକିରଣ କେନ୍ଦ୍ରୀଭୂତ ହୋଇ ଏହାକୁ ଉତ୍ତପ୍ତ କରେ ଫଳରେ କାଗଜର ତାପମାତ୍ରା ବଢ଼ିବାକୁ ଲାଗେ । କିଛି ସମୟ ପରେ କାଗଜଟି ଏତେ ଉତ୍ତପ୍ତ ହୋଇଯାଏ ଯେ, ଏହା ଜଳିବାକୁ ଆରମ୍ଭ କରେ ।

Class 7 Science Chapter 5 Question Answer Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

Question 7.
ପ୍ରଜ୍ଜଳନ ତାପମାତ୍ରା କାହାକୁ କୁହାଯାଏ ? ଦହନ ପ୍ରକ୍ରିୟା ଘଟିବା ପାଇଁ ଆବଶ୍ୟକ କାରକଗୁଡ଼ିକୁ ଲେଖ ।
Answer:
(i) ଯେଉଁ ସର୍ବନିମ୍ନ ତାପମାତ୍ରାରେ କୌଣସି ପଦାର୍ଥ ଜଳିବାକୁ ଆରମ୍ଭ କରେ ତାହାକୁ ସେହି ପଦାର୍ଥର ପ୍ରଜ୍ଜ୍ୱଳନ ତାପମାତ୍ରା କୁହାଯାଏ ।
(ii) ଦହନ ପ୍ରକ୍ରିୟା ପାଇଁ 3 ଟି କାରକ ଆବଶ୍ୟକ
ହୋଇଥାଏ । ଯଥା –
(a) ଏକ ଦହନଶୀଳ ପଦାର୍ଥ (ଇନ୍ଧନ)
(b) ଅମ୍ଳଜାନ ଓ
(c) ପ୍ରଜ୍ଜ୍ୱଳନ ତାପମାତ୍ରା

Question 8.
ଗୋଟିଏ ମହମବତୀ ଜଳିବା କେଉଁ ପ୍ରକାର ପରିବର୍ତ୍ତନ ଅଟେ ?
Answer:

  1. ଦହନ ପ୍ରକ୍ରିୟାରେ ମହମ ତରଳିଯାଏ ଓ ବତୀ ଉପରକୁ ଉଠିଯାଏ । ଶିଖାର ଉତ୍ତାପ ଯୋଗୁଁ ମହମ ବାଷ୍ପୀଭୂତ ହୋଇଯାଏ ।
  2. ମହମର ବାଷ୍ପ ଜଳି ଶିଖା ସୃଷ୍ଟିକରେ । ମହମ ତରଳିବା, ଘନୀଭୂତ ହେବା ଏବଂ ବାଷ୍ପୀଭୂତ ହେବା ଭୌତିକ ପରିବର୍ତ୍ତନ ଅଟେ ।
  3. ଏଠାରେ ମହମର ବାଷ୍ପ ଜଳିବା। ଏକ ରାସାୟନିକ ପରି ବର୍ତ୍ତନ ଅଟେ । ଏହା ଦର୍ଶାଯାଇଥାଏ ଯେ, ମହମବତୀ ଜଳିବା ଉଭୟ ଭୌତିକ ଓ ରାସାୟନିକ ପରିବର୍ତ୍ତନର ଉଦାହରଣ ଅଟେ ।

Question 9.
ପ୍ରତ୍ୟାବର୍ତୀ ଓ ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ

  1. ଯେଉଁ ପରିବର୍ତ୍ତନରେ ଆମେ ପଦାର୍ଥର ମୂଳ ଅବସ୍ଥାକୁ ଫେରି ପାଉଥାଉ, ତାହାକୁ ପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ କୁହାଯାଏ ।
  2. ଜଳ ବରଫ ହେବା ଓ ବରଫରୁ ପୁନଃ ଜଳ ପାଇବା ଏ ପ୍ରକାର ପରିବର୍ତ୍ତନର ଉଦାହରଣ ଅଟେ ।

ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ

  1. ଯେଉଁ ପରିବର୍ତ୍ତନରେ ଆମେ ପଦାର୍ଥର ମୂଳ ଅବସ୍ଥାକୁ ଫେରି ପାଇ ନଥାଉ ତାହାକୁ ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ କୁହାଯାଏ ।
  2. ଚାଉଳରୁ ମୁଢ଼ି ହେବା ଓ ପନିପରିବା କାଟି ଖଣ୍ଡ ଖଣ୍ଡ କରିଦେବା ଏ ପ୍ରକାର ପରିବର୍ତ୍ତନର ଉଦାହରଣ ଅଟେ ।

Class 7 Science Chapter 5 Question Answer Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

Question 10.
ଉପଯୋଗୀ ପରିବର୍ତ୍ତନ ଓ ଅଣ-ଉପଯୋଗୀ ପରିବର୍ତ୍ତନ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:ଉ
ପଯୋଗୀ ପରିବର୍ତ୍ତନ

  1. ଯେଉଁ ପ୍ରକାର ପରିବର୍ତ୍ତନ ଆମ ଆବଶ୍ୟକତା ପୂରଣ କରିଥାଏ ବା ଉପକାରରେ ଆସିଥାଏ, ତାହାକୁ ଉପଯୋଗୀ ପରିବର୍ତ୍ତନ କୁହାଯାଏ ।
  2. କ୍ଷୀର ଦହିରେ ପରିଣତ ହେବା, ଫଳ ପାଚିବା, ଫଳ କାଟିବା ଏବଂ ଖାଦ୍ୟ ରନ୍ଧନ କରିବା ଇତ୍ୟାଦି ଏ ପ୍ରକାର ପରିବର୍ତ୍ତନର ଉଦାହରଣ ଅଟେ ।

ଅଣ-ଉପଯୋଗୀ ପରିବର୍ତ୍ତନ

  1. ଯେଉଁ ପ୍ରକାର ପରିବର୍ତ୍ତନ ଆମ ପାଇଁ ଅନବ ଶ୍ୟକ ହୋଇଥାଏ ଓ ଆମର ଉପକାର ରେ ଆସେ ନାହିଁ, ତାହାକୁ ଅଣଉପଯୋଗୀ ପରିବର୍ତ୍ତନ କୁହାଯାଏ ।
  2. ଖାଦ୍ୟ ପଦାର୍ଥର ବିଘଟନ, ଇନ୍ଧନର ଦହନରୁ ଉତ୍ପନ୍ନ ବାୟୁ ପ୍ରଦୂଷଣ ଇତ୍ୟାଦି ଏ ପ୍ରକାର ପରିବର୍ତ୍ତନର ଉଦାହରଣ ଅଟେ ।

Question 11.
ଶିଳ ଅବକ୍ଷୟ କାହାକୁ କୁହାଯାଏ ? ଏଥୁରୁ କିପରି ମୁଭିକା ସୃଷ୍ଟି ହୁଏ ?
Answer:

  1. ପର୍ବତ ପାଦଦେଶରେ ଯେଉଁ ବାଲି, ମାଟି, ପଥର ସବୁ ଗଦା ହେବାର ଦେଖାଯାଏ, ତାହାକୁ ଅବକ୍ଷେପ କୁହାଯାଏ । ଭୌତିକ ପରିବର୍ତ୍ତନ ଦ୍ଵାରା ବଡ଼ ବଡ଼ ଶିଳା ଭାଙ୍ଗି ଛୋଟ ଛୋଟ ଖଣ୍ଡରେ ପରିଣତ ହୁଏ ।
  2. ଜଳବାୟୁର ଅବସ୍ଥା ଯୋଗୁଁ ତାପମାତ୍ରାରେ ପରିବର୍ତ୍ତନ, ଗଛମାନଙ୍କର ଚେର ବୃଦ୍ଧି, ଏପରିକି ଶିଳା ଫାଟରେ ଜଳ ବରଫ ହୋଇ ଜମିବା କାରଣରୁ ଶିଳା ସବୁ ଭାଙ୍ଗିଯାଏ ।
  3. ଜଳ ଓ ଜଳରେ ଥ‌ିବା ରାସାୟନିକ ପଦାର୍ଥମାନ ଶିଳା ସହ ପ୍ରତିକ୍ରିୟା କରିଥାଏ । ସେମାନଙ୍କ ରାସାୟନିକ ସଂଗଠନରେ ପରିବର୍ତ୍ତନ କରାଇଥାଏ । ଶିଳାରେ ଏହିସବୁ ଭୌତିକ ଓ ରାସାୟନିକ ପରିବର୍ତ୍ତନ ସମୂହକୁ ଶିଳା ଅବକ୍ଷୟ କୁହାଯାଏ ଯାହା ଶେଷରେ ମୃଭିକାରେ ପରିଣତ ହୁଏ ।

Class 7 Science Chapter 5 Question Answer Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

Question 12.
ବାଲି ଓ ନୂତନ ଶିଳା କିପରି ଗଠିତ ହୋଇଥାଏ ? ଏହା ପ୍ରତ୍ୟାବର୍ତ୍ତୀ ହୋଇପାରିବ କି ?
Answer:

  1. ନଦୀ ଶଯ୍ୟାରେ ବା ହ୍ରଦରେ ସୂକ୍ଷ୍ମ ବାଲି ଜମା ହୋଇଥାଏ । ଶିଳାଗୁଣ୍ଡ ମୃତ୍ତିକା ଓ ଅବକ୍ଷେପ ସବୁ ଭାଙ୍ଗି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପବନ, ଜଳସ୍ରୋତ ଆଦି ପ୍ରାକୃତିକ କାରକ ଦ୍ଵାରା ସ୍ଥାନାନ୍ତରିତ ହୋଇ ବାଲି ସୃଷ୍ଟି ହୋଇଥାଏ । ଏହି ପ୍ରକ୍ରିୟାକୁ କ୍ଷୟ କୁହାଯାଏ ।
  2. ଭୂସ୍ଖଳନ ସମୟରେ ମୁଭିକା କ୍ଷୟ ଏକ ଭୌତିକ ପରିବର୍ତ୍ତନ ଅଟେ । ନଦୀର ପଥର ଓ ବାଲିଗରଡ଼ା ସବୁ ଜଳସ୍ରୋତରେ କ୍ରମାଗତ କ୍ଷୟ ଯୋଗୁଁ ଚିକ୍କଣ ଦେଖାଯାଆନ୍ତି ।
  3. ଯେତେବେଳେ ପବନ ବା ଜଳ ସ୍ରୋତ ର ବେଗ ହ୍ରାସପାଏ ଶିଳାକ୍ଷୟ ଯୋଗୁଁ ଏସବୁ ବାହିତ ହୋଇ ଆସିଥ‌ିବା ପଦାର୍ଥ ସାଗର ବା ହ୍ରଦର ନିମ୍ନ ଶଯ୍ୟାରେ ବସିଯାଆନ୍ତି ।
  4. ଏହି ଅବକ୍ଷେପ ସବୁ ବହୁ ବର୍ଷଧରି ଜମାହୋଇ ଶକ୍ତ ହୁଏ ଓ ନୂତନ ଶିଳା ଗଠିତ ହୋଇଥାଏ । ହଜାର ହଜାର ବର୍ଷଧରି ଏ ପ୍ରକାର ପରିବର୍ତ୍ତନ ହେଉଥ‌ିବାରୁ ଏହା ଅପ୍ରତ୍ୟାବର୍ତ୍ତୀ ଅଟେ ।

Leave a Comment