Odisha State Board BSE Odisha 8th Class Geography Important Questions Chapter 5 ମାନବ ସମ୍ବଳ Important Questions and Answers.
BE Odisha Class 8 Geography Important Questions Chapter 5 ମାନବ ସମ୍ବଳ
Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ଭୂମିରୂପ ଜନସଂଖ୍ୟାର ଘନତ୍ବକୁ କିପରି ପ୍ରଭାବିତ କରିଥାଏ ଉଲ୍ଲେଖ କର ।
Answer:
- ଲୋକମାନେ ପାହାଡ଼ିଆ ଓ ମାଳ ଅଞ୍ଚଳ ପରିବର୍ତ୍ତେ ସମତଳ ଅଞ୍ଚଳରେ ବସବାସ କରିବାକୁ ପସନ୍ଦ କରନ୍ତି | କାରଣ ଏଠାରେ କୃଷିକାର୍ଯ୍ୟ, ଶିଳ୍ପାୟନ ତଥା ବିଭିନ୍ନ ସେବା କାର୍ଯ୍ୟ ପାଇଁ ପରିସ୍ଥିତି ଅନୁକୂଳ ଅଟେ ।
- ଗାଙ୍ଗେୟ ସମତଳ ଅଞ୍ଚଳ ପୃଥିବୀର ଏକ ଅତି ଘନ ଜନବସତିପୂର୍ଣ୍ଣ ଅଞ୍ଚଳ ।
- କିନ୍ତୁ ହିମାଳୟ, ଆଣ୍ଡିଜ୍ ଓ ଆଲପ୍ସ ଭଳି ଉଚ୍ଚ ପାର୍ବତ୍ୟାଞ୍ଚଳ ଜନବିରଳ ଅଟେ।
- ଆମ ରାଜ୍ୟର ଉପକୂଳବର୍ତ୍ତୀ ସମତଳ ଅଞ୍ଚଳରେ ଜନସଂଖ୍ୟାର ଘନତ୍ବ କେନ୍ଦ୍ରୀୟ ପାର୍ବତ୍ୟାଞ୍ଚଳ ତୁଳନାରେ ଯଥେଷ୍ଟ ଅଧିକ ।
Question 2.
ଜଳବାୟୁ ଓ ମୃତ୍ତିକା ଜନସଂଖ୍ୟାର ଘନତ୍ବକୁ କିପରି ପ୍ରଭାବିତ କରିଥାଏ ଉଲ୍ଲେଖ କର ।
Answer:
- ଚରମ ଜଳବାୟୁ ବିଶିଷ୍ଟ ଅଞ୍ଚଳରେ ଲୋକମାନେ ବସବାସ କରିବାକୁ ଅନିଚ୍ଛା ପ୍ରକାଶ କରିଥାନ୍ତି ।
- ଅତ୍ୟଧିକ ଉଷ୍ଣ ବା ଶୀତଳ, ବୃଷ୍ଟିହୀନ ବା ବୃଷ୍ଟିବହୁଳ ଜଳବାୟୁ ଅଞ୍ଚଳରେ ଖୁବ୍ କମ୍ ଲୋକ ବାସକରନ୍ତି ବା ଆଦୌ ନ ଥା’ନ୍ତି ।
- ରୁଷିଆ ଓ କାନାଡ଼ା ଅନ୍ତର୍ଗତ ମେରୁ ଅଞ୍ଚଳ, ଆଣ୍ଟାର୍କଟିକା, ସାହାରା ମରୁଭୂମି ଅଞ୍ଚଳ ତଥା ବିଷୁବମଣ୍ଡଳୀୟ ଘଞ୍ଚ ଅରଣ୍ୟ ଅଞ୍ଚଳ ଜନବିରଳ ବା ଜନଶୂନ୍ୟ ହୋଇଥାଏ।
- ଊର୍ବର ମୃତ୍ତିକା କୃଷି କାର୍ଯ୍ୟପାଇଁ ଉପଯୋଗୀ ହୋଇଥାଏ।
- ଭାରତର ଗଙ୍ଗା ଓ ବ୍ରହ୍ମପୁତ୍ର, ଚୀନ୍ର ହ୍ମାଙ୍ଗ-ହୋ ଓ ଚାଙ୍ଗଜିଆଙ୍ଗ ଏବଂ ଇଜିପ୍ଟର ନୀଳନଦୀ ଉପତ୍ୟକାର ଉର୍ବର ପଟୁ ସଞ୍ଚିତ ସମତଳଭୂମିରେ ଘନ ଜନବସତି ଦେଖାଯାଏ।
Question 3.
ସାମାଜିକ, ସାଂସ୍କୃତିକ ଓ ଆର୍ଥିକ କାରଣ ଜନସଂଖ୍ୟାର ଘନତ୍ବକୁ କିପରି ପ୍ରଭାବିତ କରିଥାଏ ଆଲୋଚନା କର ।
Answer:
- ସାମାଜିକ : ଉତ୍ତମ ବାସଗୃହ, ଶିକ୍ଷା ଓ ସ୍ୱାସ୍ଥ୍ୟ ଆଦିର ବ୍ୟବସ୍ଥା ଥୁବା ଅଞ୍ଚଳରେ ଘନ ଜନବସତି ଦେଖାଯାଏ । ଉଦାହରଣ ଭାରତର ପୁଣେ ଓ ଓଡ଼ିଶାର ଭୁବନେଶ୍ଵର।
- ସାଂସ୍କୃତିକ : ଧାର୍ମିକ ତଥା ସାଂସ୍କୃତିକ ଗୁରୁତ୍ଵ ଥିବା ସ୍ଥାନଗୁଡ଼ିକୁ ଲୋକମାନେ ଆକର୍ଷିତ ହୋଇଥାନ୍ତି । ପୁରୀ, ବାରାଣସୀ, ଜେରୁଜେଲମ, ଭାଟିକାନ୍ ସିଟି ଏହାର ଜ୍ଵଳନ୍ତ ଉଦାହରଣ
- ଆର୍ଥିକ : ଶିଳ୍ପାଞ୍ଚଳଗୁଡ଼ିକୁ ବହୁସଂଖ୍ୟକ ଲୋକ ଆକର୍ଷିତ ହୋଇଥାନ୍ତି । ଉଦାହରଣ ରାଉରକେଲା, ଜାପାନର ଓସାକା ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ସଂକ୍ଷେପରେ ଉତ୍ତର ଲେଖ ।
Question 1.
ପୃଥିବୀରେ ଜନସଂଖ୍ୟା ବିତରଣରେ ଅସମାନତା ଦେଖାଯାଏ କାହିଁକି ?
Answer:
- ପୃଥିବୀରେ ଜନସଂଖ୍ୟା ବିତରଣରେ ଅସମାନତା ଦେଖାଯିବାର୍ କାରଣ ହେଲା; ଯଥା— ଭୂମିରୂପ, ଜଳବାୟୁ, ମୃରିକା, ଜଳର ସୁଲଭତା, ଖଣିଜପଦାର୍ଥର ଅବସ୍ଥିତି ଆଦି ପୃଥିବୀର ସର୍ବତ୍ର ସମାନ -ନୁହେଁ ।
- ଅନ୍ୟାନ୍ୟ କାରଣଗୁଡ଼ିକ ମଧ୍ୟରେ ସାମାଜିକ, ଆର୍ଥିକ ଓ ସାଂସ୍କୃତିକ କାରଣଗୁଡ଼ିକ ମଧ୍ୟ ଜନସଂଖ୍ୟାର ବିତରଣରେ ଅସମାନତା ଆଣିଥାଏ ।
Question 2.
ଲୋକମାନଙ୍କୁ କାହିଁକି ସମ୍ବଳ କୁହାଯାଏ ?
Answer:
- ଲୋକମାନେ ସେମାନଙ୍କର ଆବଶ୍ୟକତା ଓ ସାମର୍ଥ୍ୟଭିରିରେ ”ପ୍ରାକୃତିକ ପଦାର୍ଥକୁ ସମ୍ବଳରେ ପରିଣତ କରିଥା’ନ୍ତି ।
- ମାନବ ନିଜର ଶିକ୍ଷା, ବୟସ, ଜ୍ଞାନ, ଦକ୍ଷତା ଓ କୌଶଳର ବିନିଯୋଗ ବଳରେ ସମ୍ବଳକୁ ବିକଶିତ କରେ । ତେଣୁ ମାନବ ହେଉଛି ପ୍ରାଥମିକ ସମ୍ବଳ ।
- ଆମ ଦେଶ ଭାରତରେ ମାନବର କାର୍ଯ୍ୟକୁଶଳତା ବୃଦ୍ଧି ପାଇଁ ‘ମାନବ ସମ୍ବଳ ବିକାଶ’ ନାମକ ଏକ ସ୍ବତନ୍ତ୍ର ମନ୍ତ୍ରଣାଳୟ ରହିଛି ।
Question 3.
ପ୍ରାକୃତିକ ଅଭିବୃଦ୍ଧି ହାର କାହାକୁ କୁହାଯାଏ ?
Answer:
- ଜନ୍ମ ଓ ମୃତ୍ୟୁ ଉଭୟ ଜନସଂଖ୍ୟା ପରିବର୍ତ୍ତନର ପ୍ରାକୃତିକ କାରଣ ।
- କୌଣସି ଦେଶର ଜନ୍ମହାର ଓ ମୃତ୍ୟୁହାରରେ ପାର୍ଥକ୍ୟକୁ ପ୍ରାକୃତିକ ଅଭିବୃଦ୍ଧି ହାର କୁହାଯାଏ ।
- ପ୍ରାକୃତିକ ଅଭିବୃଦ୍ଧି ହାରରେ ଆଧୁକ୍ୟ ହିଁ ପୃଥବୀରେ ଜନସଂଖ୍ୟା ବୃଦ୍ଧିର ମୁଖ୍ୟ କାରଣ ।
Question 4.
ସାମାଜିକ ବ୍ୟବସ୍ଥା ଜନସଂଖ୍ୟାର ଘନତ୍ଵକୁ କିପରି ପ୍ରଭାବିତ କରିଥାଏ ?
Answer:
- ଉତ୍ତମ ବାସଗୃହ, ଶିକ୍ଷା ଓ ସ୍ୱାସ୍ଥ୍ୟ ଆଦିର ବ୍ୟବସ୍ଥା ଥିବା ଅଞ୍ଚଳରେ ଘନ ଜନବସତି ଦେଖାଯାଏ ।
- ଉଦାହରଣ – ଭାରତର ପୁଣେ ସହର ଓ ଓଡ଼ିଶାର ଭୁବନେଶ୍ୱରରେ ଏହି କାରଣରୁ ଅଧିକ ସଂଖ୍ୟାରେ ଲୋକ ବାସକରନ୍ତି।
Question 5.
ଜନସଂଖ୍ୟାର ଘନତ୍ବକୁ କିପରି ଜଳ ପ୍ରଭାବିତ କରିଥାଏ ?
Answer:
- ସହଜରେ ମଧୁର ଜଳ ମିଳୁଥବା ଅଞ୍ଚଳରେ ଲୋକମାନେ ବସବାସ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି।
- ଏଥିପାଇଁ ନଦୀ ଉପତ୍ୟକାଗୁଡ଼ିକ ଘନ ଜନବସତିପୂର୍ଣ୍ଣ ।
- ମଧୁର ଜଳର ଉତ୍କଟ ଅଭାବ ଯୋଗୁ ମରୁଭୂମିଗୁଡ଼ିକ ଜନବିରଳ।
Question 6.
ଖଣିଜ ପଦାର୍ଥ ଜନସଂଖ୍ୟାର ଘନତ୍ଵକୁ କିପରି ପ୍ରଭାବିତ କରିଥାଏ ?
Answer:
- ଖଣିଜ ପଦାର୍ଥ ଥିବା ଅଞ୍ଚଳରେ ଲୋକମାନେ ଅଧିକ ସଂଖ୍ୟାରେ ବାସକରନ୍ତି ।
- ଦକ୍ଷିଣ ଆଫ୍ରିକାର ହୀରାଖଣି ଓ ମଧ୍ୟପ୍ରାଚ୍ୟ ଅଞ୍ଚଳରେ ପେଟ୍ରୋଲିୟମ୍ ଆବିଷ୍କାର ଫଳରେ ଏସବୁ ଅଞ୍ଚଳରେ ଘନ ଜନବସତି ଦେଖାଯାଏ।
ଭୌଗୋଳିକ କାରଣ ଦର୍ଶାଅ ।
Question 1.
ଗାଙ୍ଗେୟ ସମତଳ ଅଞ୍ଚଳ ପୃଥିବୀର ଏକ ଅତି ଘନ ଜନବସତିପୂର୍ଣ୍ଣ ଅଞ୍ଚଳ ।
Answer:
- ଗାଙ୍ଗେୟ ସମତଳ ଅଞ୍ଚଳର ଉର୍ବର ମୃତ୍ତିକା, ଜଳର ସୁଲଭତା, ଅନୁକୂଳ ଜଳବାୟୁ ଯୋଗୁ କୃଷିକାର୍ଯ୍ୟ, ଶିଳ୍ପାୟନ ତଥା ବିଭିନ୍ନ ସେବା କାର୍ଯ୍ୟ ପାଇଁ ଅନୁକୂଳ ।
- ତେଣୁ ଗାଙ୍ଗେୟ ସମତଳ ଅଞ୍ଚଳ ପୃଥିବୀର ଅତି ଘନ ଜନବସତିପୂର୍ଣ୍ଣ ଅଞ୍ଚଳ ।
Question 2.
ମରୁଭୂମିଗୁଡ଼ିକ ଜନବିରଳ ହୋଇଥାଏ ।
Answer:
- ମରୁଭୂମିମାନଙ୍କରେ ଜଳର ଉତ୍କଟ ଅଭାବ ହୋଇଥାଏ ।
- ଚାଷକାର୍ଯ୍ୟ ପାଇଁ ଏଠାରେ ସୁବିଧା ନଥିବା ଯୋଗୁ ଏଠାରେ ଲୋକ ବାସକରନ୍ତି ନାହିଁ । ତେଣୁ ମରୁଭୂମିଗୁଡ଼ିକ ଜନବିରଳ ହୋଇଥାଏ ।
Question 3.
ଜାପାନର ଜନସଂଖ୍ୟା ପିରାମିଡ୍ର ନିୟାଂଶ ସଂକୀର୍ଣ୍ଣ ଅଟେ ।
Answer:
- ଜାପାନରେ ଜନ୍ମହାର କମ୍ ଅଟେ ।
- ତେଣୁ ଜାପାନର ଜନସଂଖ୍ୟା ପିରାମିଡ୍ର ନିଘାଂଶ ସଂକୀର୍ଣ୍ଣ ଅଟେ ।
Question 4.
ବ୍ରିଟେନ୍ରେ ଜନସଂଖ୍ୟା ଅଭିବୃଦ୍ଧି ହାର କମ୍ ।
Answer:
ବ୍ରିଟେନ୍ରେ ଜନ୍ମହାର ଓ ମୃତ୍ୟୁହାର ଅତି କମ୍ ଏବଂ ପ୍ରାୟ ସମାନ ରହିଛି । ତେଣୁ ଜନସଂଖ୍ୟା ଅଭିବୃଦ୍ଧି ହାର କମ୍ ରହୁଛି ।
Question 5.
ପୁରୀରେ ଜନସଂଖ୍ୟାର ଘନତ୍ବ ଅଧ୍ବକ ।
Answer:
- ପୁରୀ ଏକ ଧାର୍ମିକ ତଥା ସାଂସ୍କୃତିକ କେନ୍ଦ୍ର।
- ତେଣୁ ଏହି ସ୍ଥାନକୁ ଆକର୍ଷିତ ହୋଇ ବହୁସଂଖ୍ୟକ ଲୋକ ଆସିଥାନ୍ତି । ତେଣୁ ଏହାର ଘନତ୍ଵ ଅଧିକ ।
Question 6.
ମାନବ ସମ୍ବଳ ହିଁ ପ୍ରାଥମିକ ସମ୍ବଳ ।
Answer:
- ଲୋକମାନେ ସେମାନଙ୍କର ଆବଶ୍ୟକତା ଓ ସାମର୍ଥ୍ୟ ଭିରିରେ ପ୍ରାକୃତିକ ପଦାର୍ଥକୁ ସମ୍ବଳରେ ପରିଣତ କରିଥାନ୍ତି ।
- ଶିକ୍ଷିତ, ସ୍ଵାସ୍ଥ୍ୟବାନ୍ ଓ ଉଦ୍ଯୋଗୀ ମଣିଷ ନିଜର ଆବଶ୍ୟକତା ଅନୁସାରେ ସମ୍ବଳ ବିକଶିତ କରେ। ତେଣୁ ମାନବ ସମ୍ବଳ ହିଁ ପ୍ରାଥମିକ ସମ୍ବଳ।
Question 7.
ଓଡ଼ିଶାର ରାଉରକେଲାର ଜନସଂଖ୍ୟାର ଘନତ୍ୱ ଅଧିକ ।
Answer:
- ଓଡ଼ିଶାର ରାଉରକେଲା ଏକ ଶିଳ୍ପାଞ୍ଚଳ ।
- ଶିଳ୍ପାଞ୍ଚଳଗୁଡ଼ିକରେ ଅଧିକ ନିଯୁକ୍ତି ସୁଯୋଗ ଥିବାରୁ ବହୁସଂଖ୍ୟକ ଲୋକ ଆକର୍ଷିତ ହୋଇଥାନ୍ତି, ତେଣୁ ରାଉରକେଲାର ଜନସଂଖ୍ୟା ଅଧିକ ।
ପାର୍ଥକ୍ୟ ଦର୍ଶାଅ ।
1. ନିର୍ଭରଶୀଳ ଜନସଂଖ୍ୟା ଓ କାର୍ଯ୍ୟକ୍ଷମ ଜନସଂଖ୍ୟା :
Answer:
2. ଜନ୍ମହାର ଓ ମୃତ୍ୟୁହାର:
Answer:
3. ପ୍ରବାସୀ ଓ ବିଦେଶାଗତ :
Answer:
4. ପ୍ରାକୃତିକ ଅଭିବୃଦ୍ଧି ହାର ଓ ମୃତ୍ୟୁହାର :
Answer:
5. ଜନସଂଖ୍ୟା ପରିବର୍ତ୍ତନ ଓ ଜନସଂଖ୍ୟା ବିସ୍ଫୋରଣ :
Answer:
ପରୀକ୍ଷା ଉପଯୋଗୀ ସମ୍ଭାବିତ ପ୍ରଶ୍ନୋତ୍ତର
ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
ଶୂନ୍ୟସ୍ଥାନ ପୂରଣ କର ।
1. ଜାପାନରେ _______ କମ୍ ରହୁଥିବାରୁ ବହୁସଂଖ୍ୟକ ବ୍ୟକ୍ତି ବୃଦ୍ଧାବସ୍ଥାରେ ପହଞ୍ଚିଥାନ୍ତି ।
Answer: ମୃତ୍ୟୁହାର
2. ୬୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ପିରାମିଡ୍ର _______ ଅଂଶକୁ ସୂଚାଇଥାଏ ।
Answer: ଉପର
3. ଜନସଂଖ୍ୟାର ଗଠନ କହିଲେ ଜନସଂଖ୍ୟାର _______ କୁ ମଧ୍ଯ ବୁଝାଇଥାଏ।
Answer: ସଂରଚନା
4. ଉନ୍ନତ ସ୍ୱାସ୍ଥ୍ୟସେବା ଉପଲବ୍ଧ ଯୋଗୁ ______ ହ୍ରାସ ପାଏ ।
Answer: ମୃତ୍ୟୁହାର
5. ଯୁକ୍ତରାଷ୍ଟ୍ର ଆମେରିକା ଓ ଅଷ୍ଟ୍ରେଲିଆ ଭଳି ଦେଶର ଜନସଂଖ୍ୟା ______ ଲୋକଙ୍କଦ୍ୱାରା ବିଶେଷ ଭାବେ ବୃଦ୍ଧି ପାଇଛି ।
Answer: ବିଦେଶାଗତ
6. ______ ମସିହାରେ ପୃଥିବୀର ଜନସଂଖ୍ୟା ୬୦୦ କୋଟିରେ ପହଞ୍ଚିଥିଲା ।
Answer: ୧୯୯୯
7. ମଧ୍ୟପ୍ରାଚ୍ୟ ଅଞ୍ଚଳରେ _______ ର ଆବିଷ୍କାର ଯୋଗୁ ସେଠାରେ ଘନ ଜନବସତି ଗଢ଼ିଉଠିଛି ।
Answer: ପେଟ୍ରୋଲ୍ସିୟମ୍
8. _______ ର ଅଭାବ ଯୋଗୁ ମରୁଭୂମିଗୁଡ଼ିକ ଜନବିରଳ।
Answer: ମଧୁର ଜଳ
9. ________ ଜଳବାୟୁ ବିଶିଷ୍ଟ ଅଞ୍ଚଳରେ ଲୋକମାନେ ବସବାସ କରିବାକୁ ଅନିଚ୍ଛା ପ୍ରକାଶ କରିଥାନ୍ତି ।
Answer: ଚରମ
10. ଭୂ-ପୃଷ୍ଠରେ ମାନବ ସମ୍ବଳ ବିତରଣରେ _______ ଦେଖାଯାଏ ।
Answer: ଅସମାନତା
କି ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
1. ଜନସଂଖ୍ୟା ବିସ୍ଫୋରଣ କାହାକୁ କୁହାଯାଏ ?
Answer:
ଜନସଂଖ୍ୟାର ମାତ୍ରାଧୁକ ବୃଦ୍ଧିକୁ ଜନସଂଖ୍ୟା ବିସ୍ଫୋରଣ କୁହାଯାଏ ।
2. ଜନସଂଖ୍ୟାର ଗଠନ କହିଲେ କ’ଣ ବୁଝ ?
Answer:
ଜନସଂଖ୍ୟାର ସଂରଚନାକୁ ଜନସଂଖ୍ୟାର ଗଠନ କୁହାଯାଏ ।
3. କାର୍ଯ୍ୟକ୍ଷମ ଜନସଂଖ୍ୟା କାହାକୁ କୁହାଯାଏ ?
Answer:
15 ବର୍ଷରୁ ଊର୍ଦ୍ଧ୍ଵ ଓ 65 ବର୍ଷରୁ କମ୍ ବୟସର ଜନସଂଖ୍ୟାକୁ କାର୍ଯ୍ୟକ୍ଷମ ଜନସଂଖ୍ୟା କୁହାଯାଏ।
4. ଶତକଡ଼ା 10 ଭାଗ ସ୍ଥଳଭାଗ ଉପରେ ସମୁଦାୟ ଜନସଂଖ୍ୟାର ଶତକଡ଼ା ପ୍ରାୟ କେତେ ଭାଗ ଲୋକ ବସବାସ କରତି ?
Answer:
ଶତକଡ଼ା 10 ଭାଗ ସ୍ଥଳଭାଗ ଉପରେ ସମୁଦାୟ ଜନସଂଖ୍ୟାର ଶତକଡ଼ା ପ୍ରାୟ ୨୦ ଭାଗ ଲୋକ ବସବାସ କରନ୍ତି ।
5. ଏସିଆ ମହାଦେଶର କେଉଁ ଭାଗରେ ଘନ ଜନବସତି ଦେଖାଯାଏ ?
Answer:
ଏସିଆ ମହାଦେଶର ଦକ୍ଷିଣ-ପୂର୍ବ ଭାଗରେ ଘନ ଜନବସତି ଦେଖାଯାଏ ।
6. ସମୁଦାୟ ଜନସଂଖ୍ୟାର ଶତକଡ଼ା କେତେ ଭାଗ ଲୋକ କେବଳ ଏସିଆ ଓ ଆଫ୍ରିକାରେ ବାସକରନ୍ତି ?
Answer:
ସମୁଦାୟ ଜନସଂଖ୍ୟାର ଶତକଡ଼ା 75 ରାଗ ଲୋକ କେବଳ ଏସିଆ ଓ ଆଫ୍ରିକାରେ ବାସକରନ୍ତି ।
7. ପୃଥିବୀର ମୋଟ ଜନସଂଖ୍ୟାର ଶତକଡ଼ା କେତେ ଭାଗ ଲୋକ ମାତ୍ର ଦଶଟି ଦେଶରେ ରହିଛନ୍ତି ?
Answer:
ପୃଥିବୀର ମୋଟ ଜନସଂଖ୍ୟାର ଶତକଡ଼ା 60 ଭାଗ ଲୋକ ମାତ୍ର ଦଶଟି ଦେଶରେ ରହିଛନ୍ତି ।
8. ପୃଥିବୀର କେଉଁ ମହାଦେଶରେ ଘନ ଜନବସତି ଦେଖାଯାଏ ?
Answer:
ପୃଥିବୀର ଏସିଆ ମହାଦେଶରେ ଘନ ଜନବସତି ଦେଖାଯାଏ ।
9. ଭାରତରେ ଜନସଂଖ୍ୟାର ହାରାହାରି ଘନତ୍ବ ପ୍ରତି ବର୍ଗ କି.ମି. ପିଛା କେତେ ?
Answer:
ଭାରତରେ ଜନସଂଖ୍ୟାର ହାରାହାରି ଘନତ୍ବ ପ୍ରତି ବର୍ଗ କି.ମି. ପିଛା 3241
10. ପୃଥିବୀର ଜନସଂଖ୍ୟାର ଘନତ୍ବ ପ୍ରତି ବର୍ଗ କି.ମି. ପିଛା କେତେ କଣ ଅଟେ ?
Answer:
ପୃଥିବୀର ଜନସଂଖ୍ୟାର ଘନତ୍ବ ପ୍ରତି ବର୍ଗ କି.ମି. ପିଛା 45 ଜଣ ଅଟେ ।
11. ଏସିଆ ମହାଦେଶର କେଉଁ ଅଞ୍ଚଳ ସର୍ବାଧିକ ଘନତ୍ବ ବିଶିଷ୍ଟ ଅଞ୍ଚଳ ?
Answer:
ଏସିଆ ମହାଦେଶର ଦକ୍ଷିଣ-କେନ୍ଦ୍ରୀୟ ଏସିଆ ଅଞ୍ଚଳ ସର୍ବାଧକ ଘନତ୍ଵ ବିଶିଷ୍ଟ ଅଞ୍ଚଳ ।
ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
1. ଶିକ୍ଷିତ, ସ୍ୱାସ୍ଥ୍ୟବାନ୍ ଓ ଉଦ୍ଯୋଗୀ ମଣିଷ କେଉଁ ଅନୁସାରେ ସମ୍ବଳ ବିକଶିତ କରେ ?
Answer: ନିଜର ଆବଶ୍ୟକତା
2. ପୃଥିବୀର ୧୦ ଭାଗ ସ୍ଥଳଭାଗରେ ସମୁଦାୟ ଜନସଂଖ୍ୟାର ଶତକଡ଼ା ପ୍ରାୟ ୯୦ ଭାଗ ଲୋକ ବସବାସ କରିବାରୁ ଜନସଂଖ୍ୟା ବିତରଣରେ କ’ଣ ଥିବାର ଜଣାଯାଏ ?
Answer: ଅସମାନତା
3. ପୃଥିବୀର କେଉଁ ଗୋଲାର୍ଦ୍ଧ ଜନବହୁଳ ଅଟେ ?
Answer: ଉତ୍ତର
4. ଲୋକମାନେ ସାଧାରଣତଃ କେଉଁ ଅଞ୍ଚଳରେ ବସବାସ କରିବାକୁ ପସନ୍ଦ କରନ୍ତି ?
Answer: ସମତଳ
5. ଜନ୍ମ ଓ ମୃତ୍ୟୁ ଉଭୟ ଜନସଂଖ୍ୟା ପରିବର୍ତ୍ତନର କେଉଁ କାରଣ ଅଟେ ?
Answer: ପ୍ରାକୃତିକ
6. ସୁଦାନ ଦେଶର ଜନସଂଖ୍ୟା କ’ଣ ଯୋଗୁ ହ୍ରାସ ପାଇଛି ?
Answer: ପ୍ରବାସ ଗମନ
7. କେଉଁ ଜନସଂଖ୍ୟା ଆର୍ଥନୀତିକ ଦୃଷ୍ଟିରୁ ଆତ୍ମନିର୍ଭରଶୀଳ ?
Answer: କାର୍ଯ୍ୟକ୍ଷମ
ଭୌଗୋଳିକ ଶବ୍ଦଗୁଡ଼ିକୁ ଗୋଟିଏ ଗୋଟିଏ ବାକ୍ୟରେ ଲେଖ।
1. ଜନସଂଖ୍ୟା ବିତରଣ କହିଲେ କ’ଣ ବୁଝାଏ ?
Answer: କୌଣସି ଅଞ୍ଚଳରେ ଯେଉଁପରିଭାବେ ଲୋକମାନେ ବାଣ୍ଟିହୋଇ ରହିଥା’ନ୍ତି ।
2. ଜନସଂଖ୍ୟା ପିରାମିଡ୍ କ’ଣ ?
Answer: କୌଣସି ଜନସଂଖ୍ୟାରେ ବୟସ ଓ ଲିଙ୍ଗଗତ ରୈଖ୍କ ଚିତ୍ର ।
3. ଜନ ସଂଖ୍ୟା ପରି ବର୍ଗ ନ କେଉଁ ତିନୋଟି କାର ଣ ରୁ ହୋଇଥାଏ ?
Answer: ଜନ୍ମ, ମୃତ୍ୟୁ ଓ ସ୍ଥାନାନ୍ତରଣ ।
4. 1999 ମସିହାରେ ପୃଥିବୀର ଜନ ସଂଖ୍ୟା କେ ତେ ହୋଇଥିଲା। ?
Answer: 600 କୋଟି
5. ଜନସଂଖ୍ୟାର ଘନତା ବୃଦ୍ଧିପାଇବାର ଅର୍ଥ କ’ଣ ?
Answer: କୌଣସି ଅଞ୍ଚଳରେ ଅଧୁକ ଲୋକ ବସବାସ କରିବା ।
6. ଯେଉଁମାନେ ନିଜ ଦେଶ ଛାଡ଼ି ଅନ୍ୟ ଦେଶକୁ ଯାଇଥା’ଡି, ସେମାନଙ୍କୁ କ’ଣ କୁହନ୍ତି ?
Answer: ପ୍ରବାସୀ ।
7. କୌଣସି ଦେଶର ଜନ୍ମହାର ଓ ମୃତ୍ୟୁହାରରେ ଥିବା ପାର୍ଥକ୍ୟ ।
Answer: ପ୍ରାକୃତିକ ଅଭିବୃଦ୍ଧି ହାର ।
8. ବାର୍ଷିକ ପ୍ରତି ଏକ ହଜାର ଜନସଂଖ୍ୟାରେ ଜନ୍ମିତ ଜୀବନ୍ତ ଶିଶୁ ସଂଖ୍ୟା ।
Answer: ଜନ୍ମହାର
9. ବାର୍ଷିକ ପ୍ରଶ୍ନ ଏକ ହଜାର ଜନ ସଂଖ୍ୟାରେ ମୃତ୍ୟୁବରଣ କରୁଥିବା ଲୋକ ସଂଖ୍ୟା ।
Answer: ମୃତ୍ୟୁହାର ।
10. କୌଣସି ନିର୍ଦ୍ଦିଷ୍ଟ ଏକକ ପରିମିତ ଅଞ୍ଚଳରେ ବାସକରୁଥିବା ଲୋକଙ୍କ ସଂଖ୍ୟା ।
Answer: ଜନସଂଖ୍ୟା ଘନତ୍ବ
11. ଯେତେବେଳେ କୌଣସି ବ୍ୟକ୍ତି ଅନ୍ୟ ଦେଶରେ ପ୍ରବେଶ କରେ ।
Answer: ବିଦେଶାଗତ
ଅସଂପର୍କିତ ଶବ୍ଦଟିକୁ ବାଛ ।
1. ଦକ୍ଷିଣ-ପୂର୍ବ ଏସିଆ, ଇଉରୋପ, ଉଚ୍ଚ ଅକ୍ଷାଂଶ ଅଞ୍ଚଳ, ଉତ୍ତର- ଆମେରିକାର ଉତ୍ତର-ପୂର୍ବଂଶ ।
Answer: ଉଚ୍ଚ ଅକ୍ଷାଂଶ ଅଞ୍ଚଳ
2. ଦକ୍ଷିଣ-ପୂର୍ବ ଏସିଆ, କ୍ରାନ୍ତୀୟ ମରୁଭୂମି, ଉଚ୍ଚ ପାର୍ବତ୍ୟ ଭୂମି, ବିଷୁବମଣ୍ଡଳୀୟ ଅରଣ୍ୟ।
Answer: ଦକ୍ଷିଣ-ପୂର୍ବ
3. ଭୂମିରୂପ, ଜଳବାୟୁ, ଆର୍ଥିକ, ମୃରିକା।
Answer: ଆର୍ଥିକ
4. ସାମାଜିକ, ସାଂସ୍କୃତିକ, ଆର୍ଥିକ, ଖଣିଜପଦାର୍ଥ ।
Answer: ଖଣିଜପଦାର୍ଥ
ଠିକ୍ ଭଲି ପାଖରେ ଠିକ୍ ଚିହ୍ନ ( ✓ ) ଓ ଭୁଲ୍ ଭଳି ପାଖରେ ଭୁଲ୍ ଚିହ୍ନ ( ✗) ଦିଅ ।
1. ଜନସଂଖ୍ୟା ତଥା ଲୋକଙ୍କ ଗୁଣାବଳୀ ସର୍ବଦା ପରିବର୍ତ୍ତନଶୀଳ । — ଠିକ୍ ( ✓ )
2. ବିଷୁବ ମଣ୍ଡଳୀୟ ଅରଣ୍ୟ ଅଞ୍ଚଳରେ ଅଧିକ ଲୋକ ବାସ କରନ୍ତି । — ଚିହ୍ନ ( ✗)
3. ପୃଥିବୀର ମୋଟ ଜନସଂଖ୍ୟାର ଶତକଡ଼ା ୮୦ ଭାଗ ଲୋକ ମାତ୍ର ୨୦ଟି ଦେଶରେ ରହିଛନ୍ତି । — ଚିହ୍ନ ( ✗)
4. ଚରମ ଜଳବାୟୁ ବିଶିଷ୍ଟ ଅଞ୍ଚଳରେ ଲୋକମାନେ ବସବାସ କରିବାକୁ ଅନିଚ୍ଛା ପ୍ରକାଶ କରିଥାନ୍ତି। — ଠିକ୍ ( ✓ )
5. ନୀଳନଦୀ ଚୀନ୍ ଦେଶରେ ପ୍ରବାହିତ । — ଚିହ୍ନ ( ✗)
6. ଶିଳ୍ପାଞ୍ଚଳଗୁଡ଼ିକରେ ଅଧିକ ଲୋକ ବସବାସ କରନ୍ତି । — ଠିକ୍ ( ✓ )
7. ପ୍ରାକୃତିକ ଅଭିବୃଦ୍ଧି ହାରରେ ଆଧୁକ୍ୟ ହିଁ ପୃଥିବୀର ଜନସଂଖ୍ୟା ବୃଦ୍ଧିର ମୁଖ୍ୟ କାରଣ । — ଠିକ୍ ( ✓ )
8. ସ୍ଥାନାନ୍ତରଣଦ୍ୱାରା ଜନସଂଖ୍ୟାରେ ପରିବର୍ତ୍ତନ ହୁଏ ନାହିଁ । — ଚିହ୍ନ ( ✗)
9. ଗ୍ରାମାଞ୍ଚଳର ଲୋକମାନେ ନିଯୁକ୍ତି, ଶିକ୍ଷା ଓ ସ୍ୱାସ୍ଥ୍ୟସେବା ପାଇବା ଲକ୍ଷ୍ୟରେ ସହରାଞ୍ଚଳକୁ ଆସିଥାନ୍ତି । — ଠିକ୍ ( ✓ )
10. ବ୍ରିଟେନ୍ରେ ଜନସଂଖ୍ୟା ଅଭିବୃଦ୍ଧି ହାର ଅଧିକ ଅଟେ — ଚିହ୍ନ ( ✗)
Objective Type Questions With Answers
ସ୍ତମ୍ଭ ମିଳନ କର ।
Question 1.
Answer:
Question 2.
Answer:
Question 3.
Answer:
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର
1. _________ ମସିହାରେ ‘ମାନବ ସମ୍ବଳ ବିକାଶ’ ମନ୍ତ୍ରଣାଳୟ ସୃଷ୍ଟି କରାଯାଇଥିଲା ।
(୧୯୮୫, ୧୯୮୬, ୧୯୮୭, ୧୯୮୮)
Answer: ୧୯୮୫
2. ପୃଥିବୀର ଶତକଡ଼ା _____ ଭାଗ ସ୍ଥଳଭାଗରେ ଜନସଂଖ୍ୟା ବସବାସ କରନ୍ତି ।
(୫ ଭାଗ, ୧୦ ଭାଗ, ୧୫ ଭାଗ, ୨୦ ଭାଗ)
Answer: ୧୦ ଭାଗ
3. ପୃଥିବୀର ଶତକଡ଼ା ୧୦ ଭାଗ ସ୍ଥଳଭାଗ ଉପରେ ସମୁଦାୟ ଜନସଂଖ୍ୟାର ଶତକଡ଼ା ପ୍ରାୟ _____ ଭାଗ ଲୋକ ବାସ କରନ୍ତି ।
(୬୦%, ୬୦%, ୮୦%, ୯୦%)
Answer: ୯୦%
4. ପୃଥିବୀର _________ ଅଞ୍ଚଳରେ ଅଧିକ ଜନବସତି ଦେଖାଯାଏ ।
(ଉଚ୍ଚ ଅକ୍ଷାଂଶ ଅଞ୍ଚଳ, କ୍ରାନ୍ତୀୟ ମରୁଭୂମି, ଉଚ୍ଚ ପାର୍ବତ୍ୟାଞ୍ଚଳ, ସମତଳଭୂମି)
Answer: ଉଚ୍ଚ ଅକ୍ଷାଂଶ ଅଞ୍ଚଳ
5. ପୃଥିବୀର ସମୁଦାୟ ଜନସଂଖ୍ୟାର ଶତକଡ଼ା __________ ଭାଗ ଏସିଆ ଓ ଆଫ୍ରିକାରେ ଦେଖାଯାଆନ୍ତି।
(୬୦%, ୬୫%, ୬୦%, ୭୫%)
Answer: ୭୫%
6. ପୃଥିବୀର ମୋଟ୍ ଜନସଂଖ୍ୟାର ଶତକଡା ୬୦ ଭାଗ ଲୋକ ମାତ୍ର ________ ଟି ଦେଶରେ ବାସକରନ୍ତି।
(୧୦, ୧୫, ୨୦, ୨୫)
Answer: ୧୦
7. _______ ମହାଦେଶରେ ପୃଥିବୀର ମୋଟ ଜନସଂଖ୍ୟାର ୧୩ ଭାଗ ଲୋକ ବାସକରନ୍ତି ।
(ଏସିଆ, ଆଫ୍ରିକା, ଇଉରୋପ, ଉତ୍ତର ଆମେରିକା)
Answer: ଆଫ୍ରିକା
8. ମହାଦେଶରେ ପୃଥିବୀର ମୋଟ ଜନସଂଖ୍ୟାର ୧୨ ___________ ଭାଗ ଲୋକ ବାସକରନ୍ତି ।
(ଏସିଆ, ଆଫ୍ରିକା, ଇଉରୋପ, ଉତ୍ତର ଆମେରିକା)
Answer: ଇଉରୋପ
9. ___________ ମହାଦେଶରେ ପୃଥିବୀର ମୋଟ ଜନସଂଖ୍ୟାର ୫ ଭାଗ ଲୋକ ବାସକରନ୍ତି ।
(ଏସିଆ, ଆଫ୍ରିକା, ଇଉରୋପ, ଦକ୍ଷିଣ ଆମେରିକା)
Answer: ଦକ୍ଷିଣ ଆମେରିକା
10. __________ ମହାଦେଶରେ ପୃଥିବୀର ମୋଟ ଜନସଂଖ୍ୟାର ୧ ଭାଗ ଲୋକ ବାସକରନ୍ତି ।
(ଆଫ୍ରିକା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଅଷ୍ଟ୍ରେଲିଆ)
Answer: ଅଷ୍ଟ୍ରେଲିଆ
11. ପୃଥିବୀର ଜନସଂଖ୍ୟାର ଘନତ୍ବ ପ୍ରତି ବର୍ଗ କି.ମି. ପିଛା ______ ଜଣ ଅଟେ ।
(୪୦ ଜଣ, ୪୫ ଜଣ, ୫୦ ଜଣ, ୫୫ ଜଣ)
Answer: ୪୫ ଜଣ
12. ଭାରତର ଜନସଂଖ୍ୟାର ହାରାହାରି ଘନତ୍ଵ ପ୍ରତି ବର୍ଗ କି.ମି. ପିଛା __________ ଜଣ ।
(୩୨୧ ଜଣ, ୩୨୨ ଜଣ, ୩୨୩ ଜଣ, ୩୨୪ ଜଣ)
Answer: ୩୨୪ ଜଣ
13. ମେରୁ ଅଞ୍ଚଳରେ କମ୍ ଜନସଂଖ୍ୟା ଦେଖାଯିବାର ମୁଖ୍ୟ କାରଣ ________|
(ଭୂମିରୂପ, ଜଳବାୟୁ, ମୃରିକା, ଜଳ)
Answer: ଜଳବାୟୁ,
14. ଭାରତର ଗଙ୍ଗା ଓ ବ୍ରହ୍ମପୁତ୍ର ଅଞ୍ଚଳର ଘନଜନବସତିର କାରଣ ________|
(ଭୂମିରୂପ, ଜଳବାୟୁ, ମୃରିକା, ଜଳ)
Answer: ମୃରିକା
15. ଦକ୍ଷିଣ ଆଫ୍ରିକାରେ ଅଧ୍ବକ ଜନସଂଖ୍ୟା ହେବାର କାରଣ ________ |
(ଜଳବାୟୁ, ଭୂମିରୂପ, ମୃରିକା, ଖଣିଜ ପଦାର୍ଥ)
Answer: ଖଣିଜ ପଦାର୍ଥ
16. ଶିଳ୍ପାଞ୍ଚଳର ସୁବିଧା ପାଇଁ _________ ସହରରେ ଅଧିକ ଲୋକ ବାସ କରନ୍ତି ।
(ରାଉରକେଲା, ପୁରୀ, କଟକ, କେନ୍ଦ୍ରାପଡ଼ା
Answer: ରାଉରକେଲା
17. ଜାପାନର ଓସାକା ଅଞ୍ଚଳରେ ଅଧିକ ଲୋକ ବାସ କରିବାର କାରଣ
(ଶିଳ୍ପାଞ୍ଚଳ, ସାଂସ୍କୃତିକ, ଖଣିଜପଦାର୍ଥ, ଭିକା)
Answer: ଶିଳ୍ପାଞ୍ଚଳ
18. __________ ବର୍ଷକୁ “ ଜନସଂଖ୍ୟା ବିସ୍ଫୋରଣ’ ବୋଲି କୁହାଗଲା।
(୧୯୬୦, ୧୯୭୦, ୧୯୮୦,୧୯୯୦)
Answer: ୧୯୭୦
19. ୧୯୭୦ ମସିହା ବେଳକୁ ପୃଥିବୀର ଜନସଂଖ୍ୟା ______ ଥିଲା ।
(୧୦୦ କୋଟି, ୨୦୦ କୋଟି, ୩୦୦ କୋଟି, ୪୦୦ କୋଟି)
Answer: ୩୦୦ କୋଟି
20. ___ ମସିହା ବେଳକୁ ପୃଥିବୀର ଜନସଂଖ୍ୟା ୬୦୦ କୋଟିରେ ପହଞ୍ଚିଲା ।
(୧୯୯୬, ୧୯୯୭, ୧୯୯୮, ୧୯୯୯)
Answer: ୧୯୯୯
ସମ୍ଭାବ୍ୟ ଉତ୍ତର ବାଛି ଲେଖ ।
Question 1.
କେଉଁଟି ପ୍ରାଥମିକ ସମ୍ବଳ ?
(A) ଖଣିଜ
(B) ମାନବ
(C) ଅରଣ୍ୟ
(D) ଜଳ
Answer:
(B) ମାନବ
Question 2.
ପୃଥବୀର କେଉଁ ଅଞ୍ଚଳ ଜନଗହଳିପୂର୍ଣ ଅଞ୍ଚଳର ଅନ୍ତର୍ଗତ ନୁହେଁ ?-
(A) ଦକ୍ଷିଣ-ପୂର୍ବ ଏସିଆ
(B) ଭଚ୍ଚ ଅକ୍ଷାଂଶ ଅଞ୍ଚଳ
(C) ଇଉରୋପ
(D) ଉତ୍ତର ଆମେରିକା
Answer:
(B) ଭଚ୍ଚ ଅକ୍ଷାଂଶ ଅଞ୍ଚଳ
Question 3.
ନିମ୍ନୋକ୍ତ କେଉଁ ଅଞ୍ଚଳର କମ୍ ଜନବସତି ଦେଖାଯାଏ ?
(A) ବିଷୁବମଣ୍ଡଳୀୟ ଅରଣ୍ୟ
(B) ଦକ୍ଷିଣ-ପୂର୍ବ ଏସିଆ
(C) ଇଉରୋପ
(D) ଉତ୍ତର ଆମେରିକାର ଉତ୍ତର-ପୂର୍ବାଶ
Answer:
(A) ବିଷୁବମଣ୍ଡଳୀୟ ଅରଣ୍ୟ
Question 4.
କେଉଁଟି ପୃଥିବୀର ସର୍ବାଧିକ ଜନବହୁଳ ମହାଦେଶ ?
(A) ଏସିଆ
(B) ଆଫ୍ରିକା
(C) ଇଉରୋପ
(D) ଉତ୍ତର ଆମେରିକା
Answer:
(A) ଏସିଆ
Question 5.
କେଉଁଟି ପୃଥିବୀର ସର୍ବାଧିକ ଜନବହୁଳ ଦେଶ ?
(A) ଭାରତ
(B) ଯୁକ୍ତରାଷ୍ଟ୍ର
(C) ଚୀନ
(D) ଇଣ୍ଡୋନେସିଆ
Answer:
(C) ଚୀନ
Question 6.
ସମତଳ ଅଞ୍ଚଳର ଜନସଂଖ୍ୟା ଘନତ୍ବ ଅଧ୍ବକ ହେବାର କାରଣ କ’ଣ ଅଟେ ?
(A) କୃଷିକାର୍ଯ୍ୟ, ଶିଳ୍ପାୟନ, ପରିବହନ ସୁବିଧା
(B) ଶିଳ୍ପାୟନ, ମାଳଭୂମି, ଘଞ୍ଚ ଅରଣ୍ୟ
(C) ମରୁଭୂମି, ପାର୍ବତ୍ୟ ଭୂମି, ମେରୁ ଅଞ୍ଚଳ
(D) ନଦୀ ଉପତ୍ୟକା, ପାର୍ବତ୍ୟ ଭୂମି, ମରୁଭୂମି
Answer:
(A) କୃଷିକାର୍ଯ୍ୟ, ଶିଳ୍ପାୟନ, ପରିବହନ ସୁବିଧା
Question 7.
ପୁରୀ, ବାରଣାସୀ, ଜେରୁଜେଲମ୍ ଓ ଭାଟିକାନ୍ ସିଟି ସହରରେ କେଉଁ କାରଣରୁ ଅଧିକ ଲୋକ ବାସକରନ୍ତି ?
(A) ଖଣିଜ ପଦାର୍ଥ
(B) ସାଂସ୍କୃତିକ
(C) ଆର୍ଥିକ
(D) ଭୂମିରୂପ
Answer:
(B) ସାଂସ୍କୃତିକ
Question 8.
କୌଣସି ଦେଶର ଜନ୍ମହାର ଓ ମୃତ୍ୟୁହାରରେ ପାର୍ଥକ୍ୟକୁ କ’ଣ କୁହାଯାଏ ?
(A) ସ୍ଥାନାନ୍ତରଣ
(B) ଜନସଂଖ୍ୟା ପରିବର୍ତ୍ତନ
(C) ପ୍ରାକୃତିକ ଅଭିବୃଦ୍ଧି ହାର
(D) ଜନସଂଖ୍ୟା ଗଠନ
Answer:
(C) ପ୍ରାକୃତିକ ଅଭିବୃଦ୍ଧି ହାର
Question 9.
କେଉଁଟି ଜନସଂଖ୍ୟା ପରିବର୍ତ୍ତନର କାରଣ ?
(A) ଜନ୍ମ, ମୃତ୍ୟୁ, ବିବାହ
(B) ଜନ୍ମ, ମୃତ୍ୟୁ, ସ୍ଥାନାନ୍ତରଣ
(C) ଜନ୍ମ, ମୃତ୍ୟୁ, ବଞ୍ଚିବା ବୟସ
(D) ଜନ୍ମ, ମୃତ୍ୟୁ, ପ୍ରାକୃତିକ ଅଭିବୃଦ୍ଧି ହାର
Answer:
(B) ଜନ୍ମ, ମୃତ୍ୟୁ, ସ୍ଥାନାନ୍ତରଣ
Question 10.
ଜନସଂଖ୍ୟା ପିରାମିଡ୍ କ’ଶ ?
(A) କୌଣସି ଜନସଂଖ୍ୟାରେ ବୟସ ଓ ଲିଙ୍ଗଗତ ରୈଖକ ଚିତ୍ର
(B) ଜନସଂଖ୍ୟା ବୃଦ୍ଧି ଯୋଗୁ ଲୋକମାନେ ରହୁଥିବା କୋଠାଘର
(C) ବଡ଼ ସହରର ଜନସଂଖ୍ୟା ବିତରଣ
(D) ଜନସଂଖ୍ୟା ପରିବର୍ତ୍ତନର ଧାରା
Answer:
(A) କୌଣସି ଜନସଂଖ୍ୟାରେ ବୟସ ଓ ଲିଙ୍ଗଗତ ରୈଖକ ଚିତ୍ର
Question 11.
ପିରାମିଡ୍ରେ କେତେ ବର୍ଷର ’ପିଲାମାନଙ୍କୁ ନିମ୍ନରେ ଦର୍ଶାଇ ଦିଆଯାଇଥାଏ ?
(A) ୧୫ ବର୍ଷ
(B) ୧୬ ବର୍ଷ
(C) ୧୭ ବର୍ଷ
(D) ୧୮ ବର୍ଷ
Answer:
(C) ୧୭ ବର୍ଷ
Question 12.
କେଉଁ ବୟସକୁ ନିର୍ଭରଶୀଳ ଜନସଂଖ୍ୟା କୁହାଯାଏ ?
(A) ୧୫ରୁ କମ୍ ଓ ୬୫ରୁ ଊର୍ଦ୍ଧ୍ବ
(B) ୧୬ରୁ କମ୍ ଓ ୬୬ରୁ ଊର୍ଦ୍ଧ୍ବ
(C) ୧୭ ରୁ କମ୍ ଓ ୬୭ ରୁ ଊର୍ଦ୍ଧ୍ୱ
(D) ୧୮ରୁ କମ୍ ଓ ୬୮ ରୁ ଊର୍ଦ୍ଧ୍ବ
Answer:
(A) ୧୫ରୁ କମ୍ ଓ ୬୫ରୁ ଊର୍ଦ୍ଧ୍ବ
Question 13.
କେଉଁ ବୟସର ଲୋକମାନଙ୍କୁ କାର୍ଯ୍ୟକ୍ଷମ ଜନସଂଖ୍ୟା କୁହାଯାଏ ?
(A) ୧୦ରୁ ଊର୍ଦ୍ଧ୍ଵ ଓ ୫୦ରୁ କମ୍
(B) ୧୫ ରୁ ଊର୍ଦ୍ଧ୍ବ ଓ ୬୫ରୁ କମ୍
(C) ୨୦ରୁ ଊର୍ଦ୍ଧ୍ବ ଓ ୭୦ ରୁ କମ୍
(D) ୧୫ରୁ ଊର୍ଦ୍ଧ୍ବ ଓ ୭୦ରୁ କମ୍
Answer:
(B) ୧୫ ରୁ ଊର୍ଦ୍ଧ୍ବ ଓ ୬୫ରୁ କମ୍
Question 14.
କେଉଁ ଦେଶରେ ଜନ୍ମହାର କମ୍ ରହିଛି ?’
(A) ଭାରତ
(B) ଜାପାନ
(C) ପାକିସ୍ତାନ
(D) ଶ୍ରୀଲଙ୍କା
Answer:
(B) ଜାପାନ
Question 15.
କେଉଁ ଦେଶରେ ବିଦେଶାଗତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ?
(A) ଭାରତ ଓ ଚୀନ
(B) ଜାପାନ ଓ ଇଂଲଣ୍ଡ
(C) ଯୁକ୍ତରାଷ୍ଟ୍ର ଆମେରିକା ଓ ଅଷ୍ଟ୍ରେଲିଆ
(D) ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକା
Answer:
(C) ଯୁକ୍ତରାଷ୍ଟ୍ର ଆମେରିକା ଓ ଅଷ୍ଟ୍ରେଲିଆ
Question 16.
କେତେ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ପିରାମିଡ୍ର ଉପର ଅଂଶ ସୂଚାଇଥାଏ ?
(A) ୬୦ ବର୍ଷ
(B) ୫୯ ବର୍ଷ
(C) ୬୫ ବର୍ଷ
(D) ୬୯ ବର୍ଷ
Answer:
(C) ୬୫ ବର୍ଷ
Question 17.
ନୀଳନଦୀ ଉପତ୍ୟକା କେଉଁ ଦେଶରେ ଅବସ୍ଥିତ ?
(A) ସୁଦାନ
(B) ଇଜିପ୍ଟ
(C) ଚୀନ୍
(D) ଭାରତ
Answer:
(C) ୬୫ ବର୍ଷ
Question 18.
ଏସିଆରେ ସମୁଦାୟ ଜନସଂଖ୍ୟାର କେତେଭାଗ ଲୋକ ବାସକରନ୍ତି ?
(A) 61
(B) 68
(C) 71
(D) 78
Answer:
(A) 61
Question 19.
କେଉଁ ମହାଦେଶରେ କମ୍ ଲୋକ ବାସକରନ୍ତି ?
(A) ଏସିଆ
(B) ଆଫ୍ରିକା
(C) ଉତ୍ତର ଆମେରିକା
(D) ଦକ୍ଷିଣ ଆମେରିକା
Answer:
(C) ଉତ୍ତର ଆମେରିକା
Question 20.
ସମଗ୍ର ପୃଥିବୀରେ ଜନସଂଖ୍ୟାର ଘନତ୍ୱ ପ୍ରତି ବର୍ଗ କିଲୋମିଟର ପିଛା କେତେ ?
(A) 30
(B) 37
(C) 42
(D) 45
Answer:
(D) 45
Question 21.
ଭାରତରେ ଜନସଂଖ୍ୟାର ହାରାହାରି ଘନତ୍ଵ କେତେ ?
(A) 314
(B) 324
(C) 334
(D) 344
Answer:
(B) 324
Question 22.
ଭାରତରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ କେବେ ସୃଷ୍ଟି ହେଲା ?
(A) 1985
(C) 1990
(B) 1986
(D) 1995
Answer:
(A) 1985
Question 23.
ଏସିଆ ଓ ଆଫ୍ରିକାରେ ବାସକରୁଥିବା ଜନସଂଖ୍ୟା ମୋଟ ଜନସଂଖ୍ୟାର କେତେ ଭାଗ ?
(A) 60
(B) 65
(C) 70
(D) 75
Answer:
(C) 70
Question 24.
ଜନସଂଖ୍ୟା ବିତରଣ କହିଲେ କ’ଣ ବୁଝାଏ ?
(A) କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଜନସଂଖ୍ୟାରେ ପରିବର୍ତ୍ତନ
(B) କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଜନ୍ମିତ ବ୍ୟକ୍ତିଙ୍କ ତୁଳନାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା
(C) କୌଣସି ଅଞ୍ଚଳରେ ଯେଉଁପରି ଭାବେ ଲୋକମାନେ ବାଣ୍ଟି ହୋଇ ରହିଥାନ୍ତି
(D) କୌଣସି ଅଞ୍ଚଳରେ ଜନ୍ମିତ ଶିଶୁମାନଙ୍କ ସଂଖ୍ୟା
Answer:
(C) କୌଣସି ଅଞ୍ଚଳରେ ଯେଉଁପରି ଭାବେ ଲୋକମାନେ ବାଣ୍ଟି ହୋଇ ରହିଥାନ୍ତି
Question 25.
1999 ରେ ପୃଥିବୀର ଜନସଂଖ୍ୟା କେତେ ହୋଇଥିଲା ?
(A) 180 କୋଟି
(B) 300 କୋଟି
(C) 600 କୋଟି
(D) 700 କୋଟି
Answer:
(C) 600 କୋଟି