BSE Odisha 8th Class History Solutions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

Odisha State Board BSE Odisha 8th Class History Solutions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ Textbook Exercise Questions and Answers.

BSE Odisha Class 8 History Solutions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

୧। ପ୍ରାୟ ୭୫ଟି ଶବ୍ଦରେ ଉତ୍ତର ଦିଅ ।

(କ) ସାମାଜିକ ସଂସ୍କାର ଆନ୍ଦୋଳନ କାହିଁକି ଆରମ୍ଭ ହୋଇଥିଲା ?
Answer:
ସମାଜର କୁସଂସ୍କାର ପ୍ରଥା :-

  • ଦୀର୍ଘଦିନରୁ ଭାରତର ସାମାଜିକ ଜୀବନରେ ଜାତିପ୍ରଥା, ବାଲ୍ୟ ବିବାହ, ସତୀଦାହ ପ୍ରଥା ତଥା ନରବଳି ଆଦି ନାନା କୁସଂସ୍କାର ପ୍ରଚଳିତ ଥିଲା ।
  • ଇଂରେଜମାନେ ଦେଶର ଅବନତି ପାଇଁ ଏହି ପ୍ରଥାଗୁଡ଼ିକୁ ଦାୟୀ କଲେ । କାରଣ ସେଗୁଡ଼ିକ ପଛରେ କୌଣସି ବିଜ୍ଞାନସମ୍ମତ ଯୁକ୍ତି ନଥିଲା ।
  • ଭାରତ ଭଳି ଏକ ବିଶାଳ ଉପନିବେଶକୁ ପାଶ୍ଚାତ୍ୟ ସଂସ୍କୃତିର ଅନୁଗାମୀ କରିବା ନିମନ୍ତେ ଭାରତର ସାମାଜିକ ପରମ୍ପରାରେ ଇଂରେଜମାନଙ୍କୁ ହସ୍ତକ୍ଷେପ କରିବାର ଆବଶ୍ୟକତା ପଡ଼ିଲା ।

ଶିକ୍ଷିତ ବୁଦ୍ଧିଜୀବୀଙ୍କ ଆବିର୍ଭାବ :

  • ଇଂରେଜ ସରକାରଙ୍କ ନୂଆ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ଫଳରେ ଉନବିଂଶ ଶତାବ୍ଦୀରେ ଦେଶରେ ଏକ ଆଧୁନିକ ଶିକ୍ଷିତ ବୁଦ୍ଧିଜୀବୀ ବର୍ଗର ଅଭ୍ୟୁଦୟ ହେଲା । ସେମାନେ ଦେଶର ଉନ୍ନତି ପାଇଁ ସାମାଜିକ କୁସଂସ୍କାରଗୁଡ଼ିକର ବିଲୋପ ସାଧନ ଏକାନ୍ତ ଆବଶ୍ୟକ ବୋଲି ହୃଦୟଙ୍ଗମ କଲେ ।
  • ଏହି ସମୟରେ ଭାରତରେ ରାଜା ରାମମୋହନ ରାୟ, ଈଶ୍ଵରଚନ୍ଦ୍ର ବିଦ୍ୟାସାଗର, ଦୟାନନ୍ଦ ସରସ୍ଵତୀ, ସ୍ଵାମୀ ବିବେକାନନ୍ଦ, ମହାଦେବ ଗୋବିନ୍ଦ ରାଣାଡ଼େ ପ୍ରଭୃତି ଏସବୁ କୁସଂସ୍କାର ବିଲୋପ ପାଇଁ ଜନସଚେତନତା ସୃଷ୍ଟିକଲେ ଓ ସେସବୁ ଉଚ୍ଛେଦ ପାଇଁ ସରକାରଙ୍କୁ ସହଯୋଗ କଲେ । ଫଳରେ ଭାରତରେ ସାମାଜିକ ସଂସ୍କାର ଆନ୍ଦୋଳନ ଆରମ୍ଭ ହେଲା ।

BSE Odisha 8th Class History Solutions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

(ଖ) ଓଡ଼ିଶାରେ ସମାଜ ସଂସ୍କାର ଆନ୍ଦୋଳନ ଉପରେ ଏକ ଟିପ୍‌ପଣୀ ଲେଖ ।
Answer:
ଓଡ଼ିଶାର ସମାଜ ସଂସ୍କାରକଗଣ :

  1. ଊନବିଂଶ ଶତାବ୍ଦୀରେ ଚାଲିଥିବା ସମାଜ ସଂସ୍କାର ଆନ୍ଦୋଳନର ପ୍ରଭାବ ଓଡ଼ିଶାରେ ଅନୁଭୂତ ହୋଇଥିଲା ।
  2. ଓଡ଼ିଶାରେ ଫକୀରମୋହନ ସେନାପତି, ମଧୁସୂଦନ ରାଓ ଓ ପ୍ୟାରୀମୋହନ ଆଚାର୍ଯ୍ୟ ଆଦି ନିଜ ରଚନା ମାଧ୍ୟମରେ ବାଲ୍ୟବିବାହର ତୀବ୍ର ବିରୋଧ କରିଥିଲେ ଏବଂ ବିଧବା ବିବାହ, ନାରୀଶିକ୍ଷା ଏବଂ ମାତୃଭାଷା ମାଧ୍ୟମରେ ଶିକ୍ଷାର ପ୍ରସାର ପାଇଁ ଯୁକ୍ତି କରିଥିଲେ ।

ନୂତନ ବିଦ୍ୟାଳୟ ସ୍ଥାପନ :

  1. ଊନବିଂଶ ଶତାବ୍ଦୀର ଉତ୍ତରାଦ୍ଧରେ ହରିହର ଦାସଶର୍ମା ନାମକ ଜଣେ ପଣ୍ଡିତ ସଂସ୍କୃତ ସହିତ ଇଂରାଜୀ, ଗ୍ରୀକ୍, ଲାଟିନ୍ ଆଦି ଭାଷାର ଶିକ୍ଷାପାଇଁ ପୁରୀଠାରେ ଏକ ନୂତନ ଧରଣର ସଂସ୍କୃତ ବିଦ୍ୟାଳୟ ସ୍ଥାପନ କରିଥିଲେ ।
  2. ସେତେବେଳେ ଓଡ଼ିଶାରେ ରକ୍ଷଣଶୀଳ ହିନ୍ଦୁମାନେ କାଗଜ ଓ କଲମ ସାହାଯ୍ୟରେ ଅଧ୍ୟୟନ କଲେ ଜାତି ଯିବ ବୋଲି କହୁଥିଲେ ।
  3. ଏହା ବିରୁଦ୍ଧରେ ହରିହର ଲୋକମାନଙ୍କୁ କାଗଜ କଲମ ବ୍ୟବହାର କରିବାକୁ ଉତ୍ସାହିତ କରିଥିଲେ ।

(ଗ) ବିଜ୍ଞାନ ଓ ବୈଷୟିକ ଶିକ୍ଷା ପ୍ରତି ଇଂରେଜମାନଙ୍କ ମନୋଭାବ ସମ୍ପର୍କରେ ଆଲୋଚନା କର ।
Answer:
ବିଶ୍ବବିଦ୍ୟାଳୟ ସ୍ଥାପନ :

  • ଔପନିବେଶିକ ସ୍ଵାର୍ଥସିଦ୍ଧି ନିମନ୍ତେ ଭାରତରେ ଆଧୁନିକ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ହୋଇଥିଲା । ତେଣୁ ଇଂରେଜ ସରକାର ବିଜ୍ଞାନ ଓ ବୈଷୟିକ ଶିକ୍ଷା ପ୍ରତି ଯଥେଷ୍ଟ ଧ୍ୟାନ ଦେଇନଥିଲେ । ୧୮୯୯ରେ ପ୍ରଥମକରି ବମ୍ବେ ବିଶ୍ଵବିଦ୍ୟାଳୟରେ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ଶିକ୍ଷା ଦିଆଗଲା ।
  • ସେତେବେଳେ ସ୍କୁଲ ପରି କଲେଜରେ ମଧ୍ୟ ଜଣେ ବିଜ୍ଞାନ ଅଧ୍ୟାପକ ପଦାର୍ଥ ବିଜ୍ଞାନ, ରସାୟନ ବିଦ୍ୟା, ଜୀବ ବିଜ୍ଞାନ ଆଦି ବିଜ୍ଞାନର ସବୁ ବିଷୟକୁ ପଢ଼ାଉଥିଲେ ।
  • ୧୮୭୫ ମସିହା ସୁଦ୍ଧା ସାରା ଦେଶରେ କେବଳ ବମ୍ବେ, ମାନ୍ଦ୍ରାଜ୍ କଲିକତାରେ ତିନୋଟି ମେଡ଼ିକାଲ କଲେଜ ରହିଥିଲା ଏବଂ ୧୮୭୬ରେ କଟକରେ ଏକ ମେଡ଼ିକାଲ ସ୍କୁଲ ଆରମ୍ଭ ହୋଇଥିଲା ।

ଇଞ୍ଜିନିୟରିଂ କଲେଜ ସ୍ଥାପନ :

  • ଇଂରେଜ ଶାସନରେ ବୈଷୟିକ ଶିକ୍ଷା ବିଶେଷ ପ୍ରଗତି କରିନଥିଲା । ଉତ୍ତର ପ୍ରଦେଶର ରୁର୍କିଠାରେ ଏକ ଇଞ୍ଜିନିୟରିଂ କଲେଜ ସ୍ଥାପନ କରାଯାଇଥିଲା ଯେଉଁଠି କେବଳ ଇଉରୋପୀୟ ଛାତ୍ରଙ୍କ ପାଇଁ ପ୍ରବେଶାଧୂର ରହିଥିଲା ।
  • ୧୯୩୦ ମସିହା ସୁଦ୍ଧା ସମଗ୍ର ଦେଶରେ ମାତ୍ର ୧୦ଟି ଇଞ୍ଜିନିୟରିଂ କଲେଜ ଥିଲା । ମାତ୍ର ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟରେ ଇଞ୍ଜିନିୟରିଂ ପାଠର ଆବଶ୍ୟକତାକୁ ଅନୁଭବ କରି ଇଂରେଜ ସରକାର ଅନେକ ଇଞ୍ଜିନିୟରିଂ କଲେଜ ସ୍ଥାପନ କରିବାକୁ ବାଧ୍ୟ ହୋଇଥିଲେ ।

BSE Odisha 8th Class History Solutions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

(ଘ) ଇଂରେଜ ଶାସନ କାଳରେ ଶିକ୍ଷା ସମ୍ବନ୍ଧରେ ଇଂରେଜମାନଙ୍କ ମଧ୍ୟରେ ଚାଲିଥିବା ବିତର୍କର ଦିଅ ।
Answer:
ଶିକ୍ଷାନୀତିକୁ ନେଇ ବିତର୍କ :

  1. ଊନବିଂଶ ଶତାବ୍ଦୀର ତୃତୀୟ, ଚତୁର୍ଥ ଦଶକରେ ଭାରତରେ କେଉଁ ପ୍ରକାର ଶିକ୍ଷାନୀତି ପ୍ରଚଳନ ହେବ ସେଥ୍‌ପାଇଁ ଇଂଲଣ୍ଡର ବୁଦ୍ଧିଜୀବୀ ମହଲରେ ଘୋର ତର୍କବିତର୍କ ହୋଇଥିଲା ।
  2. ଗୋଟିଏ ଗୋଷ୍ଠୀ ଯୁକ୍ତି କଲେ ଯେ ଭାରତରେ ଆଧୁନିକ ପାଶ୍ଚାତ୍ୟ ଶିକ୍ଷାର ପ୍ରସାର କରାଗଲେ ଏହାଦ୍ଵାରା ଆଧୁନିକ ବିଜ୍ଞାନ ଓ ସମାଜଶାସ୍ତ୍ର ସମ୍ବନ୍ଧୀୟ ଜ୍ଞାନ ଆହରଣ ସହଜ ହେବ । ଏହି ଶିକ୍ଷା ପାଇବାଦ୍ୱାରା ଭାରତୀୟମାନେ ଇଂରେଜ ସଂସ୍କୃତି ପ୍ରତି ଆକୃଷ୍ଟ ହେବେ ଏବଂ ଆଧୁନିକ ଶିକ୍ଷିତ ଗୋଷ୍ଠୀର ସହାୟତାରେ ଭାରତରେ ଇଂରେଜ ସାମ୍ରାଜ୍ୟ ସୁଦୃଢ଼ ହେବ ।
  3. ଅନ୍ୟପକ୍ଷରେ ଦ୍ବିତୀୟ ଗୋଷ୍ଠୀର ବୁଦ୍ଧିଜୀବୀ କହୁଥିଲେ ଯେ ଭାରତରେ ପାରମ୍ପରିକ ଦେଶୀୟ ଶିକ୍ଷା ଅବ୍ୟାହତ ରହିବା ଉଚିତ । କାରଣ ଆଧୁନିକ ଶିକ୍ଷାର ସଂସ୍ପର୍ଶରେ ଆସିଲେ ଭାରତୀୟମାନେ ସ୍ବାଧୀନତା ଓ ଗଣତନ୍ତ୍ରର ଚିନ୍ତାଧାରାରେ ଅନୁପ୍ରାଣିତ ହେବେ ଏବଂ ଇଂରେଜ ସରକାରଙ୍କର ବିରୁଦ୍ଧାଚରଣ କରିବେ ।

ମାତୃଭାଷା ଉପରେ ଗୁରୁତ୍ଵ :

  • ପୁନଶ୍ଚ ଆଧୁନିକ ଶିକ୍ଷା ନାମରେ ଲୋକମାନଙ୍କର ପରମ୍ପରାରେ ହସ୍ତକ୍ଷେପ କରାଗଲେ ଭାରତୀୟମାନେ ସହ୍ୟ କରିପାରିବେ ନାହିଁ । ଏହିପରି ଉଭୟ ବୁଦ୍ଧିଜୀବୀ ଗୋଷ୍ଠୀ ଇଂରେଜ ସାମ୍ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖ୍ ଯୁକ୍ତି ବାଢ଼ିଲେ ।
  • ଆଧୁନିକ ଶିକ୍ଷା ପାଇଁ ଇଂରାଜୀ ବଦଳରେ ମାତୃଭାଷା ମାଧମ ହେଲେ ଶିକ୍ଷାଗ୍ରହଣ ଯେ ସହଜ ହେବ ଏହା ସେମାନେ ବୁଝିପାରିଲେ ନାହିଁ ।

(ଙ) ସ୍ଵାମୀ ବିବେକାନନ୍ଦଙ୍କ ବିଚାରଧାରା ବିଶ୍ଳେଷଣ କର ।
Answer:
ରାମକୃଷ୍ଣ ମିଶନ ପ୍ରତିଷ୍ଠା :

  • ୧୮୯୭ ମସିହାରେ ସ୍ଵାମୀ ବିବେକାନନ୍ଦ ସମାଜ ସଂସ୍କାର ନିମନ୍ତେ ରାମକୃଷ୍ଣ ମିଶନ ପ୍ରତିଷ୍ଠା କରିଥିଲେ ।
  • ସେ ଥିଲେ ଜଣେ ମାନବବାଦୀ । ତାଙ୍କ ମତରେ “ମାନବ ସେବା ହିଁ ଈଶ୍ଵରସେବା’’ ।
  • ସମାଜରେ ସମାନତା, ବ୍ୟକ୍ତି ସ୍ଵାଧୀନତା ଓ ମୁକ୍ତ ବିଚାରକୁ ମହତ୍ତ୍ବ ଦେବାକୁ ହେଲେ ଜାତିପ୍ରଥା, କୁସଂସ୍କାର ଓ ଅନ୍ଧବିଶ୍ୱାସକୁ ବିରୋଧ କରିବାକୁ ହେବ ବୋଲି ସେ ଯୁକ୍ତି କରୁଥିଲେ ।

ସଂସ୍କାରମୂଳକ କାର୍ଯ୍ୟ :

  • ଜନସେବାକୁ ଧର୍ମସଂସ୍କାରର ମୂଳ ଆଧାରରୂପେ ପ୍ରତିଷ୍ଠା କରିବାକୁ ରାମକୃଷ୍ଣ ମିଶନ ଲକ୍ଷ୍ୟ ରଖିଲା ।
  • ତେଣୁ ଏହା ବହୁ ସଂଖ୍ୟାରେ ବିଦ୍ୟାଳୟ, ଚିକିତ୍ସାଳୟ, ପାଠାଗାର ତଥା ଅନାଥାଶ୍ରମମାନ ସ୍ଥାପନ କରିଥିଲେ ।

BSE Odisha 8th Class History Solutions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

୨। ନିମ୍ନଲିଖୂ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ଟି ଶବ୍ଦରେ ଦିଅ ।

(କ) ସତୀପ୍ରଥା କ’ଣ ?
Answer:

  • ଉତ୍ତର ଭାରତ ଓ ବଙ୍ଗ ପ୍ରଦେଶର କୁଳୀନ ଓ ଉଚ୍ଚବର୍ଗରେ ମୃତ ପତିର ଚିତାରେ ପତ୍ନୀକୁ ଆତ୍ମହ କରିବାକୁ ପଡୁଥିଲା । ଏଭଳି ଦାହ ହେଉଥ‌ିବା ପତ୍ନୀକୁ ସତୀ କୁହାଯାଉଥିଲା ।
  • ଏହି ପ୍ରଥାକୁ ସତୀପ୍ରଥା କୁହାଯାଉଥିଲା। ଏହା ଏକ ସାମାଜିକ କୁସଂସ୍କାର ଥିଲା ।

(ଖ) କନ୍ୟା ହତ୍ୟାର ପ୍ରମୁଖ କାରଣ ଦର୍ଶାଅ ।
Answer:

  1. ଯୁଦ୍ଧରେ ପୁରୁଷମାନେ ବହୁସଂଖ୍ୟାରେ ନିହତ ହେଉଥିବାରୁ କନ୍ୟାର ବିବାହକୁ ଏକ ସମସ୍ୟା ବୋଲି ମନେ କରାଯାଉଥିଲା । ଯୌତୁକ ମଧ୍ଯ କନ୍ୟାର ବିବାହ ପାଇଁ ଏକ ବାଧକ ଥିଲା ।
  2. କୃଷି ପାଇଁ ଆବଶ୍ୟକ କଠିନ ପରିଶ୍ରମ କରିବାକୁ ମଧ୍ଯ କନ୍ୟା ସନ୍ତାନଟି ଉପଯୋଗୀ ନୁହେଁ ବୋଲି ମନେ କରାଯାଉଥିଲା । ତେଣୁ ରାଜପୁତ ଓ ଅନ୍ୟ କେତେକ ଜାତିରେ କନ୍ୟାକୁ ଶିଶୁ ଅବସ୍ଥାରେ ହତ୍ୟା କରିବା ଏକପ୍ରକାର ପ୍ରଥାରେ ପରିଣତ ହୋଇଥିଲା ।

(ଗ) ବ୍ରାହ୍ମ ସମାଜ ପ୍ରତିଷ୍ଠା ପଛରେ କି ପ୍ରମୁଖ ଉଦ୍ଦେଶ୍ୟ ରହିଥିଲା ?
Answer:

  • ଧର୍ମରେ କୁସଂସ୍କାରଗୁଡ଼ିକର ଅନୁପ୍ରବେଶ ଭାରତୀୟ ସମାଜର ଦୁର୍ଗତି ପାଇଁ ଦାୟୀ ବୋଲି ରାଜା ରାମମୋହନ ରାୟ ଜାଣିଥିଲେ ।
  • ତେଣୁ ସମାଜରେ ସଂସ୍କାର ଆଣିବାପାଇଁ ସେ ୧୮୩୦ ମସିହାରେ କଲିକତାରେ ବ୍ରାହ୍ମ ସମାଜ ପ୍ରତିଷ୍ଠା କରିଥିଲେ ?

BSE Odisha 8th Class History Solutions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

(ଘ) ପ୍ରାର୍ଥନା ସମାଜ କିଏ ଓ କାହିଁକି ଆରମ୍ଭ କରିଥିଲେ ?
Answer:

  1. ମହାଦେବ ଗୋବିନ୍ଦ ରାଣାଡ଼େ ପ୍ରାର୍ଥନା ସମାଜ ଆରମ୍ଭ କରିଥିଲେ ।
  2. ଜାତିପ୍ରଥା ଓ ଅସ୍ପୃଶ୍ୟତାର ବିରୋଧ, ବିଧବା ବିବାହ, ନାରୀଶିକ୍ଷା ଓ ହିନ୍ଦୁ ମୁସଲମାନ୍ ଏକତା ପ୍ରତିଷ୍ଠା ଉଦ୍ଦେଶ୍ୟରେ ସେ ପ୍ରାର୍ଥନା ସମାଜ ଆରମ୍ଭ କରିଥିଲେ ।

(ଙ)ରାମକୃଷ୍ଣ ମିଶନର ପ୍ରତିଷ୍ଠାତା କିଏ ?
Answer:

  • ରାମକୃଷ୍ଣ ମିଶନର ପ୍ରତିଷ୍ଠାତା ହେଉଛନ୍ତି ସ୍ଵାମୀ ବିବେକାନନ୍ଦ ।
  • ସେ ସମାଜ ସଂସ୍କାର ନିମନ୍ତେ ୧୮୯୭ ମସିହାରେ ଏହି ମିଶନ ପ୍ରତିଷ୍ଠା କରିଥିଲେ ।

୩ । ଶୂନ୍ୟସ୍ଥାନ ପୂରଣ କର ।

(କ) ଉଡ୍‌ସ୍ ଡେସ୍‌ଚ୍ _______ ମସିହାରେ ଅନୁମୋଦିତ ହୋଇଥିଲା ।
Answer:
୧୮୫୪

(ଖ) ୧୮୬୮ରେ ଓଡ଼ିଶାର ________ ଠାରେ ପ୍ରଥମ କଲେଜ ସ୍ଥାପିତ ହୋଇଥିଲା ।
Answer:
କଟକ

BSE Odisha 8th Class History Solutions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

(ଗ) କଲିକତାରେ ________ ମସିହାରେ ବିଶ୍ୱବିଦ୍ୟାଳୟ ସ୍ଥାପିତ ହୋଇଥିଲା ।
Answer:
୧୮୫୭

(ଘ) ଓଡ଼ିଶାରେ ପ୍ରଥମ ମେଡ଼ିକାଲ ସ୍କୁଲ ______ ମସିହାରେ ପ୍ରତିଷ୍ଣତ ହୋଇଥିଲା ।
Answer:
୧୮୭୬

(ଙ) ଆର୍ଯ୍ୟ ସମାଜ ______ ମସିହାରେ ସ୍ଥାପିତ ହୋଇଥିଲା ।
Answer:
୧୮୭୫

୪ । ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭ ଯୋଗକର ।

ଭାରତରେ ଇଂରେଜ ଶାସନର ପ୍ରଭାବ Chapter -2
Answer:

ଭାରତରେ ଇଂରେଜ ଶାସନର ପ୍ରଭାବ Chapter -2.1

୫। ଭାରତୀୟ ନବଜାଗରଣର ଧାର୍ମିକ ଓ ସାମାଜିକ ସଂସ୍କାର ଆନ୍ଦୋଳନରେ ମୁଖ୍ୟ ଭୂମିକା ଯେଉଁମାନେ ଗ୍ରହଣ କରିଥିଲେ, ସେମାନଙ୍କ ଫଟୋ ସଂଗ୍ରହ କରି ଗୋଟିଏ ଆଲ୍‌ବମ୍ ତିଆରି କର ।
ଉତ୍ତର :
ଭାରତୀୟ ନବଜାଗରଣର ଧାର୍ମିକ ଓ ସାମାଜିକ ସଂସ୍କାର ଆନ୍ଦୋଳନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତିମାନଙ୍କର ଫଟୋ ନିମ୍ନରେ ପ୍ରଦର୍ଶନ କରାଗଲା ।

ଭାରତରେ ଇଂରେଜ ଶାସନର ପ୍ରଭାବ Chapter -2.2

Leave a Comment