BSE Odisha 8th Class Odia Solutions Chapter 2 ଉଦ୍‌ବୋଧନ

Odisha State Board BSE Odisha 8th Class Odia Solutions Chapter 2 ଉଦ୍‌ବୋଧନ Textbook Exercise Questions and Answers.

BSE Odisha Class 8 Odia Solutions Chapter 2 ଉଦ୍‌ବୋଧନ

ପାଠ୍ୟପୁସ୍ତ୍ରକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଆସ, କଥାବାର୍ତ୍ତା ହେବା ।
(କ) କାହା କିରଣର ସ୍ପର୍ଶରେ ପଦ୍ମଫୁଲ ଫୁଟିଥାଏ ?
Answer:
ସୂର୍ଯ୍ୟଙ୍କ କିରଣର ସ୍ପର୍ଶରେ ପଦ୍ମଫୁଲ ଫୁଟିଥାଏ ।

(ଖ) ‘ଉଦ୍‌ବୋଧନ’ କବିତାରେ ମହୁମାଛି ବିଷୟରେ କବି କ’ଣ କହିଛନ୍ତି ?
Answer:
ମହୁମାଛି ମଧୁ ସଂଗ୍ରହ ଉଦ୍ଦେଶ୍ୟରେ ଆଳସ୍ୟ ପରିତ୍ୟାଗ କରି ଅଗମ୍ୟ ବନ ପର୍ବତରେ ବିଚରଣ କରେ । ଆମ ଦେଶବାସୀ ବଳବିକ୍ରମ ଥ‌ିବା ସତ୍ତ୍ବେ ଆଳସ୍ୟପରାୟଣ ହୋଇ ଦୟନୀୟ ଜୀବନଯାପନ କରୁଥିବା ଦେଖ୍ କବି ସେମାନଙ୍କୁ କର୍ମତତ୍ପର ହେବାପାଇଁ ଉଦ୍‌ବୋଧନ ଦେବା ଉଦ୍ଦେଶ୍ୟରେ ‘ଉଦ୍‌ବୋଧନ’ କବିତାରେ ମହୁମାଛି କଥା ଲେଖ୍ଛନ୍ତି।

(ଗ) ପିମ୍ପୁଡ଼ିଠାରୁ ଆମର କ’ଣ ଶିଖୁବାର ଅଛି ?
Answer:
ଆଗାମୀ ଦିନର ଆବଶ୍ୟକତା ପାଇଁ ଅନବରତ ଶ୍ରମ କରି ଖାଦ୍ୟ ସାଇତି ରଖ୍ କଥା ଆମର ପିମ୍ପୁଡ଼ିଠାରୁ ଶିଖୁବାର ଅଛି ।

(ଘ) ଜାତିର ଉନ୍ନତି ସାଧନ ପାଇଁ କବି କ’ଣ କହିଛନ୍ତି ?
Answer:
ଜାତିର ଉନ୍ନତି କରିବାପାଇଁ ସର୍ବପ୍ରଥମେ ନିଜର ମାତୃଭାଷାକୁ ଉଚ୍ଚ ଓ ଉନ୍ନତ କରିବାପାଇଁ କବି ପରାମର୍ଶ

(ଙ) ‘ମାତୃଭାଷା ପୋଥ୍ ଛୁଇଁବାକୁ କରେ, ଅନ୍ୟ ଅନ୍ୟ କେଉଁ ଜାତି ଲଜ୍ଜାବୋଧ କରେ ?’– କେଉଁମାନଙ୍କୁ ଲକ୍ଷ୍ୟ କରି ଏହା କୁହାଯାଇଛି ?
Answer:
‘‘ମାତୃଭାଷା ପୋଥି ଛୁଇଁବାକୁ କରେ,
ଅନ୍ୟ କେଉଁ ଜାତି ଲଜ୍ଜାବୋଧ କରେ ?’’
ଏକଥା ମାତୃଭାଷାକୁ ନିନ୍ଦା କରୁଥ୍ବା ଓ ଉପୟୁକ୍ତ ମର୍ଯ୍ୟାଦା ଦେଉନଥ୍ ବା ଲୋକମାନଙ୍କୁ ଲଯ୍ୟକରି କୁହାଯାଇଛି ।

BSE Odisha 8th Class Odia Solutions Chapter 2 ଉଦ୍‌ବୋଧନ

Question ୨।
ଆସ, ଦୁଇ ବା ତିନୋଟି ବାକ୍ୟରେ ତଳ ପ୍ରଶ୍ନର ଉତ୍ତର ଲେଖିବା ।
(କ) ଶୋଇ ରହିଥ‌ିବା ସିଂହ କି ପ୍ରକାର ଅସୁବିଧା ଭୋଗ କରେ ?
Answer:
ଶୋଇ ରହିଥ‌ିବା ସିଂହକୁ ଉପବାସ ରହିବାକୁ ହୋଇଥାଏ, କାରଣ ସେ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ତା’ ମୁହଁରେ ଆପେ ଆପେ ଆହାର ଆସି ପ୍ରବେଶ କରେନାହିଁ ।

(ଖ) ନିଜଠାରୁ ଅଧିକ ବଳଶାଳୀ ଜନ୍ତୁମାନଙ୍କୁ ମଣିଷ ଆୟତ୍ତ କରିପାରିଛି, ଏହାର କାରଣ କ’ଣ ?
Answer:
ମଣିଷ ନିଜର ଜ୍ଞାନ କୌଶଳ ପ୍ରୟୋଗ କରି ନିଜଠାରୁ ଅଧ‌ିକ ବଳଶାଳୀ ଗଜ, ସିଂହ ଓ ବ୍ୟାଘ୍ର ଆଦି

(ଗ) ମଣିଷର ଉନ୍ନତି ସହିତ ଭାଷାର କି ସମ୍ପର୍କ ରହିଛି ?
Answer:
ମଣିଷର ଉନ୍ନତି ସହିତ ଭାଷାର ଗଭୀର ସମ୍ପର୍କ ରହିଛି; କାରଣ ଉପଯୁକ୍ତ ଭାଷାଜ୍ଞାନ ନଥିଲେ ବ୍ୟକ୍ତିବିଶେଷ

(ଘ) କ’ଣ ପାଇଁ ଆମେ ହୃଦୟରେ ଉଚ୍ଚ ଅଭିଳାଷ ପୋଷଣ କରିବା ?
Answer:
ମାତୃଭାଷାର ସ୍ୱାଭିମାନ, ସୁରକ୍ଷା ଓ ଉନ୍ନତି ପାଇଁ ହୃଦୟରେ ଉଚ୍ଚ ଅଭିଳାଷ ପୋଷଣ କରିବା ଦରକାର । ଫଳରେ ଆମେ ସମାଜରେ ଉଚ୍ଚ ସମ୍ମାନର ଅଧ୍ୟାକାରୀ ହୋଇପାରିବା ।

(ଙ) କବି ଦେଶବାସୀଙ୍କୁ କି ଆହ୍ବାନ ଦେଇଛନ୍ତି ?
Answer:
କବି ଦେଶବାସୀଙ୍କୁ ଆହ୍ଵାନ ଜଣାଇ କହିଛନ୍ତି, ନିଜକୁ ଉଚ୍ଚ କରିବାକୁ ହେଲେ, ନିଜର ମାତୃଭାଷା ଓ ମାତୃଭିର ଉନ୍ନତି କର । ପ୍ରତିବେଶୀଙ୍କ ସହିତ ସମକକ୍ଷ ହେବାକୁ ହେଲେ, ଶୁଭକର୍ମ ପଥରେ ଅଗ୍ରସର ହୁଁ, ମାତୃଭୂମି ଓ ମାତୃଭାଷା ପାଇଁ ନିଜକୁ ଉତ୍ସର୍ଗ କର ।

BSE Odisha 8th Class Odia Solutions Chapter 2 ଉଦ୍‌ବୋଧନ

Question ୩।
ତୁମକୁ ଭଲ ଲାଗୁଥ‌ିବା ପଦଗୁଡିକ ଆବୃତ୍ତି କରି ସାଙ୍ଗମାନଙ୍କୁ ଶୁଣାଅ ।
Answer:
ପିଲାମାନେ ନିଜେ ଆବୃତ୍ତି କରିବେ ।

Question ୪।
ଆସ, ତଳ ପ୍ରଶ୍ନଗୁଡିକର ଉତ୍ତର ୧୦୦ରୁ ୧୨୦ ଶବ୍ଦ ମଧ୍ଯରେ ଲେଖିବା ।
(କ) ଜୀବନକୁ ସଫଳ କରିବାପାଇଁ କବି ଦେଶବାସୀଙ୍କୁ କି ପରାମର୍ଶ ପ୍ରଦାନ କରିଛନ୍ତି ?
Answer:
ଓଡ଼ିଆ ଆଧୁନିକ ସାହିତ୍ୟର ଜଣେ ପଟ୍ଟ-ପୁରୋଧା ଥିଲେ ସ୍ବଭାବକବି ଗଙ୍ଗାଧର ମେହେର । ଓଡ଼ିଶାର ନଦନଦୀ, ବନଗିରି, କାନନକାନ୍ତାର ତାଙ୍କ ଯଶସ୍ୱୀ ଲେଖନୀ ମୁନରେ ଅମରତ୍ୱ ଲାଭ କରିଛି । ତାଙ୍କର ରଚନାଗୁଡ଼ିକ

ମଧ୍ୟରେ ‘ତପସ୍ବିନୀ’, ‘ପ୍ରଣୟବଲ୍ଲରୀ’, ‘କୀଚକ ବଧ’, ‘ଇନ୍ଦୁମତୀ’, ‘ଉତ୍କଳ-ଲକ୍ଷ୍ମୀ’, ‘ଅର୍ଘ୍ୟଥାଳୀ’, ‘କୃଷକ ସଙ୍ଗୀତ’ ଇତ୍ୟାଦି ଉଲ୍ଲେଖଯୋଗ୍ୟ । ‘ଉଦ୍‌ବୋଧନ’ କବିତାଟି କବିଙ୍କ ‘ଅର୍ଘ୍ୟଥାଳୀ’ ପୁସ୍ତକରୁ ସଂଗୃହୀତ । ଏଠାରେ ଜୀବନର ସାଫଲ୍ୟ ନିମିତ୍ତ କେତେକ ଅମୂଲ୍ୟ ସୁପରାମର୍ଶ ଉଦ୍‌ବୋଧତ ହୋଇଛି ।

ଜୀବନର ସାଫଲ୍ୟ ବ୍ୟକ୍ତିର କର୍ମପ୍ରବଣତା ଉପରେ ନିର୍ଭରଶୀଳ । ନବୋଦିତ ବାଳସୂର୍ଯ୍ୟର ପାବନ ସ୍ପର୍ଶରେ କ୍ରିୟାଶୀଳ ହୋଇ ପଦ୍ମ ବିକଶିତ ହୁଏ । ପ୍ରଭାତର ମାଙ୍ଗଳିକ ଗାଇ ଗାଇ ଦଳ ଦଳ ବିହଙ୍ଗ ଆହାର ବିହାର ପାଇଁ ତତ୍ପର ହୋଇଉଠି ଦୂରଦୂରାନ୍ତକୁ ଉଡ଼ିଯାଆନ୍ତି । ବନବନାନୀ ଓ ଶୈଳଶିଖରରେ ଘୂରିବୁଲି ମଧୁମକ୍ଷିକା ମଧୁ ସଂଗ୍ରହ କରେ । ଜୀବନକାଳର ପ୍ରତି ମୁହୂର୍ତ୍ତରେ କର୍ମ ନକରି କେହି ମୌନତା ଅବଲମ୍ବନ କରେନାହିଁ । କାହାରି ମୂଲ୍ୟବାନ୍ ଜୀବନ କେବେ ନୂନ ହୋଇ ନପାରେ । କବିଙ୍କ ଭାଷାରେ –

‘‘ବଳ ଥାଉଁ କେହି ନିଶ୍ଚୟ ମଉନ,
ଥାଇ ନ କରନ୍ତି ଜୀବନ ନିଜନ ।’’

ନାନାଦି କଳକୌଶଳରେ କର୍ମ କଲେ କାହାରିକୁ କ୍ଷୁଧାର ତାଡ଼ନା ସହ୍ୟ କରି ଉପବାସରେ ସନ୍ତୁଳିତ ହେବାକୁ ପଡ଼େନାହିଁ । ଦୁନିଆର ପ୍ରତ୍ୟେକ ବଳଶାଳୀ ଜୀବ ନିଜ ନିଜର ଉଦରପୂର୍ତ୍ତି ନିମିତ୍ତ କର୍ମତତ୍ପର ହୁଅନ୍ତି । କଳେ-ବଳେ- କୌଶଳେ ନିଜର ଆହାର ଆହରଣ କରନ୍ତି । ଅମିତ ବଳଶାଳୀ ବନପତି ସିଂହ ଜାଗ୍ରତ ନ ହେଲେ ତା’ ମୁଖରେ ସ୍ଵତଃ ଆହାର ପ୍ରବେଶ କରେନାହିଁ । ପିମ୍ପୁଡ଼ି ଅନବରତ ଶ୍ରମ କରି ତା’ ଖାଦ୍ୟଭଣ୍ଡାରକୁ ପରିପୂର୍ଣ୍ଣ କରି ସାଇତି ରଖେ । ବୃକ୍ଷ ମୂଳରେ ପାଟି ଖୋଲି ଶ୍ରମବିମୁଖ ହୋଇ କେବଳ ଶୋଇରହିଲେ ବୃକ୍ଷଚ୍ୟୁତ ଫଳ ସ୍ଵତଃ ଆମର ପାଟିକୁ ଆସେନାହିଁ କି ଆମର ଭୋକ ମେଣ୍ଟାଏ ନାହିଁ । ଅଶେଷ ବଳବାନ୍ ହୋଇଥିଲେ ବି ଗଜ, ସିଂହ ଓ ବ୍ୟାଘ୍ର ଆଦି ଭୟଙ୍କର ପଶୁଙ୍କୁ ବୁଦ୍ଧିମାନ୍ ମଣିଷ କଳ- କୌଶଳ ପ୍ରୟୋଗ କରି ବନ୍ଧନଯୁକ୍ତ କରିଥାଏ । ସଫଳ ଓ ସାର୍ଥକ ଜୀବନ ପାଇଁ ବୁଦ୍ଧିମତ୍ତା ଓ ପାରଦର୍ଶିତା ଅପରିହାର୍ଯ୍ୟ ଅଟେ । କବିଙ୍କ ଭାଷାରେ –

“ଗଜ ସିଂହ ବ୍ୟାଘ୍ର ଦେହେ ଅଛି ବଳ,
ତାଙ୍କୁ ବାନ୍ଧେ ନର ପ୍ରକାଶି କୌଶଳ ।’’

ନିଜ ମାତୃଭାଷାର ଉନ୍ନତି ଉପରେ ଜୀବନର ସଫଳତା ନିର୍ଭର କରେ । ଆମ ମାତୃଭାଷାକୁ ହୀନ ମନେକଲେ ଆମେ ସବୁଦିନେ ହୀନମନ୍ୟ ହୋଇ ରହିବା । ତେଣୁ ମାତୃଭାଷାର ଉନ୍ନତି ପାଇଁ ଆମେ ସତତ ଚେଷ୍ଟିତ ହେବା ଉଚିତ । ସୁତରାଂ ଆମ ମାତୃଭାଷାରେ ରଚିତ ପୋଥ୍-ପୁସ୍ତକର ପ୍ରଶଂସାରେ ଆମେ ଶତମୁଖ ହୋଇଉଠିବା । ଆମ ଭାଷାଗତ ସମୃଦ୍ଧିର ନବୀନ ଆଲୋକରେ ଆମେ ଆଲୋକିତ ହେବା । ସୁପ୍ତ ହୋଇ ଆମେ ଲୋକହସା ହେବାନାହିଁ । ଆମେ ସଦା ଜାଗ୍ରତ ରହିବା । ଆମ ମାତୃଭୂମି ଓ ମାତୃଭାଷାର ଶୁଭ କର୍ମପଥରେ ଆମେ ଅଗ୍ରସର ହେବା । ଜାତିଗତ ଓ ଭାଷାଗତ ଚିନ୍ତାରେ ଆମ ମନରୁ ଆଳସ୍ୟ ଅପସରି ଯିବ । ଏହାର ସମୃଦ୍ଧି ନିମିତ୍ତ ଆମେ ଧନ-ଧାନ-ମନ ସବୁକିଛି ଉତ୍ସର୍ଗ କରିଦେବା । ଏପରି ଏକ ଶୁଭକର୍ମ ନିମନ୍ତେ ବିଭୁକୃପା ଆମ ପାଇଁ ଶୁଭଙ୍କର ହେବ। ସୁତରାଂ, କବିଙ୍କର ପରାମର୍ଶ ଅନୁଯାୟୀ କର୍ମପ୍ରବଣତା, କଳକୌଶଳ ଓ ମାତୃଭାଷାର ଉନ୍ନତି କରିପାରିଲେ ହିଁ ଆମେ ଆମ ଜୀବନକୁ ସଫଳ କରିପାରିବା ।

(ଖ) ‘ମାତୃଭାଷାର ଉନ୍ନତି ନ ହେଲେ ଜାତିର ଉନ୍ନତି ଆସିବା ଅସମ୍ଭବ’ – ଏ ଉକ୍ତିଟିକୁ ଉଦାହରଣ ସହ, ବୁଝାଇ ଲେଖୁବା ।
Answer:
ରଙ୍ଗାଜୀବ ସ୍ବଭାବକବି ଗଙ୍ଗାଧର ମେହେରଙ୍କ କାଳଜୟୀ କାବ୍ୟକବିତା ମାନବୀୟ ଅଟେ । ଉତ୍କଳର ବାଣୀଭଣ୍ଡାର ତାଙ୍କର ରଚନାବଳୀରେ ପରିପୁଷ୍ଟ ହୋଇଅଛି । ତାଙ୍କ ରଚନାଗୁଡ଼ିକ ମଧ୍ୟରେ ‘ତପସ୍ବିନୀ’, ‘ପ୍ରଣୟବଲ୍ଲରୀ’, ‘କୀଚକ ବଧ’, ‘ଇନ୍ଦୁମତୀ’, ‘ଉତ୍କଳ-ଲକ୍ଷ୍ମୀ’, ‘ଅର୍ଘ୍ୟଥାଳୀ’, ‘କୃଷକ ସଙ୍ଗୀତ’ ଇତ୍ୟାଦି ପ୍ରଧାନ । ଆଲୋଚ୍ୟ ‘ଉଦ୍‌ବୋଧନ’ କବିତାଟି କବିଙ୍କ ‘ଅର୍ଘ୍ୟଥାଳୀ’ ପୁସ୍ତକର ଅଂଶବିଶେଷ । ଏଠାରେ ଦେଶ ଓ ଦଶର ଉନ୍ନତି ମାତୃଭାଷାର ଉନ୍ନତି ଉପରେ ମୁଖ୍ୟତଃ ନିର୍ଭରଶୀଳ ବୋଲି ସୂଚନା ଦେଇ କବି ନାନା ଉଦାହରଣ ପ୍ରଦାନ କରିଅଛନ୍ତି ।

ଦୁର୍ବଳ ଭାଷା ନେଇ କେହି ବିଶ୍ଵରେ ରାଜପଣ କରେନାହିଁ । ସାଧାରଣତଃ ନିଜ ମାତୃଭାଷାରେ ଯଥେଷ୍ଟ ଜ୍ଞାନ ନଥିଲେ ନାହିଁ । ସେଇଥ୍‌ପାଇଁ ତ ଭାଷାବିହୀନ ଶକ୍ତିଶାଳୀ ମୂକ ଜୀବଗଣ ଆଜି ଭାଷା-ଅଭିଜ୍ଞ ମାନବ ନିକଟରେ ଚିର ପଦାନତ ହୋଇ ପଡିରହିଛନ୍ତି । କବିଙ୍କ ମତରେ ମାତ ଭାଷାରେ ଦର୍ବଳ ବ୍ୟକ୍ତି ମାନେହିଁ ଅଧମ ପଦବାଚ୍ୟ । ସେମାନେ ଭାଷା ବିଜ୍ଞାନୀମାନଙ୍କ ସହିତ ପ୍ରତିଯୋଗିତାରେ କେବେ ସମକକ୍ଷ ହୋଇପାରିବେ ନାହିଁ । ଉଚ୍ଚଶିକ୍ଷିତ ହୋଇ ସମାଜରେ ଅଗ୍ରଣୀ ଭୂମିକା ନିର୍ବାହ କରୁଥିବା ଉଚ୍ଚଭାଷୀ ବ୍ୟକ୍ତିମାନେ ସେମାନଙ୍କୁ ହୀନ, ହେୟ ଓ ନୀଚ ଭାବେ ବିବେଚନା କରିବେ । କବିଙ୍କ ଭାଷାରେ

‘‘ଯା ଭାଷା ଦୁର୍ବଳା ସେ ନିଶ୍ଚେ ଅଧମ,
କାହିଁ ହେବ ଆନେ ପ୍ରତିଯୋଗେ କ୍ଷମ ?’’

ଭାଷା ଅନଭିଜ୍ଞ ଲାଞ୍ଚିତ ଓ ଅପମାନିତ ମୂର୍ଖ ବ୍ୟକ୍ତିଗଣ ଜ୍ଞାନହୀନ ପଶୁ ସହିତ ସମାନ । ଭାଷାଗତ ଦୁର୍ବଳତା ନେଇ ଅଜ୍ଞାନ ବକ୍ତି ଶିକ୍ଷିତଜନଙ୍କ ରାଜଦାରବାରରେ କେବେ ସମ୍ମାନିତ ହୋଇପାରନ୍ତି ନାର୍ହି। ଆମୋଦପ୍ରମୋଦର ପଲଙ୍କରେବିଳାସବ୍ୟସନର ସୁଖସ୍ଵପ୍ନ ଦେଖ୍ ଶୟନ କଲେ ଆମେ କେବେ ପ୍ରଗତି ପଥର ପଥକ ହୋଇପାରିବା ନାହିଁ । ଆମ ପଡ଼ୋଶୀ ରାଜ୍ୟର କ୍ରମୋନ୍ନତ ପ୍ରତିବେଶୀମାନେ ଆମକୁ ହୀନହେୟ ଭାବେ ବିବେଚନା କରିବେ । ଆମର ପ୍ରଗତି ବିନା, ମାତୃଭାଷାର ଉନ୍ନତି ବିନା ଆମେ କେବେ ରାଜାନୁଗ୍ରହ ଲାଭ କରିପାରିବା ନାହିଁ, ଶାସିତ ହେବା ପଛେ ଶାସକ ହୋଇପାରିବା ନାହିଁ। ଆମ ପ୍ରତିବେଶୀଙ୍କ ସହିତ ଆମ ନିଜକୁ ତୁଳନା କଲେ ଆମର ଦୀନତା ଓ ନ୍ୟୁନତା ପ୍ରତିପାଦିତ ହୁଏ । ତେଣୁ ମାତୃଭାଷାର ଉନ୍ନତି ବିଧାନ ଉଦ୍ଦେ ଘ୍ୟରେ କବି ମତପୋଷଣ କରିଛନ୍ତି

‘ଉଚ୍ଚ ହେବା ପାଇଁ କର ଯେବେ ଆଶା,
ଉଚ୍ଚ କର ଆଗେ ନିଜ ମାତୃଭାଷା ।’’

ଆମ ମାତୃଭାଷାର ଉନ୍ନତି ଉପରେ ଆମ ଜୀବନର ସଫଳତା ନିର୍ଭର କରେ । ଆମ ମାତୃଭାଷାକୁ ହୀନକଲେ ଆମେ ସବୁଦିନ ହୀନମନ୍ୟ ହୋଇ ରହିଯିବା । ତେଣୁ ମାତୃଭାଷାର ଉନ୍ନତି ପାଇଁ ଆମେ ସତତ ଚେଷ୍ଟିତ ହେବା ଉଚିତ । ଏଥ‌ିପାଇଁ ଆମ ମାତୃଭାଷାରେ ରଚିତ ପୋଥ୍-ପୁସ୍ତକର ପ୍ରଶଂସାରେ ଆମେ ଶତମୁଖ ହୋଇଉଠିବା । ଆମ ଭାଷାଗତ ସମୃଦ୍ଧିର ନବୀନ ଆଲୋକରେ ଆମେ ଆଲୋକିତ ହେବା । ସୁପ୍ତ ହୋଇ ଆମେ ଲୋକହସା ହେବାନାହିଁ । ଆମେ ଜାଗ୍ରତ ହେବା । ଆମ ମାତୃଭୂମି ଓ ମାତୃଭାଷାର ଶୁଭ କର୍ମପଥରେ ଆମେ ଅଗ୍ରସର ହେବା । ଜାତିଗତ ଓ ଭାଷାଗତ ଚିନ୍ତାଚେତନାରେ ଆମ ମନରୁ ଆଳସ୍ୟ ଅପସରି ଯିବ । ଏହାର ସମୃଦ୍ଧି ନିମିତ୍ତ ଆମେ ଧନ-ଧାନ-ମନ ସବୁକିଛି ଉତ୍ସର୍ଗ କରିଦେବା । ଏପରି ଏକ ଶୁଭକର୍ମ ପାଇଁ ବିଭୁକୃପା ଆମ ପାଇଁ ଶୁଭଙ୍କର ହେବ । ଏହାଦ୍ଵାରା ଆମର ଜୀବନପଥ ଶୁଭପ୍ରଦ ହେବ ଏବଂ ମାତୃଭାଷାର ଗୁଣଗାନରେ ଆମ ଦେଶବାସୀଙ୍କ ଜୀବନ ସଫଳ ହେବ । ସୁତରାଂ, ଉପରୋକ୍ତ ଆଲୋଚନାରୁ ଜଣାଯାଏ ଯେ ମାତୃଭୂମି ଓ ମାତୃଭାଷାର ସମୁନ୍ନତିକୁ ଆମ ଜୀବନପଣ କଲେ ଆମ ଦେଶ ପ୍ରଗତିଶୀଳ ହୋଇଉଠିବ ଏବଂ ଆମ ଦେଶବାସୀଙ୍କ ଜୀବନ ସଫଳ ହେବ ।

(ଗ) ଏହି କବିତାର ନାମ ‘ଉଦ୍‌ବୋଧନ’ ରଖାଯିବାର କି ଯଥାର୍ଥତା ରହିଛି ?
Answer:
ପ୍ରକୃତିପ୍ରାଣତା ଓ ଦେଶବତ୍ସଳତା ଯାହାଙ୍କର କାବ୍ୟ-କବିତାର ମୁଖ୍ୟ ସ୍ବର, ସେ ହେଲେ ବରପାଲିର ବରପୁତ୍ର ସ୍ଵଭାବକବି ଗଙ୍ଗାଧର ମେହେର । ତାଙ୍କର ସାରସ୍ବତ ସୃଷ୍ଟି ଅନନ୍ୟ ଓ ଅସାଧାରଣ । ତାଙ୍କ କାବ୍ୟକବିତାଗୁଡ଼ିକ ମଧ୍ୟରେ ‘ତପସ୍ବିନୀ’, ‘ପ୍ରଣୟବଲ୍ଲରୀ’, ‘କୀଚକ ବଧ’, ‘ଇନ୍ଦୁମତୀ’, ‘ଉତ୍କଳ-ଲକ୍ଷ୍ମୀ’, ‘ଅର୍ଘ୍ୟଥାଳୀ’, ‘କୃଷକ ସଙ୍ଗୀତ’ ଇତ୍ୟାଦି ପ୍ରଧାନ । ଆଲୋଚ୍ୟ ‘ଉଦ୍‌ବୋଧନ’ କବିତାଟି କବିଙ୍କ ‘ଅର୍ଘ୍ୟଥାଳୀ’ ପୁସ୍ତକରୁ ସଂଗୃହୀତ । ଏହି କବିତାର ପ୍ରତିଟି ପଂକ୍ତି ଦେଶବାସୀଙ୍କୁ ଉଦ୍ବୁଦ୍ଧି କରିବାରେ ସହାୟ୍ଟତା ପ୍ରଦାନ କରିଛି ।

ମଣିଷ ଏକ ବିବେକୀ ପ୍ରାଣୀ । ନିଜର ଜ୍ଞାନ, ଗୁଣ ଓ କଳକୌଶଳ ବଳରେ ସେ ଅସାଧ୍ୟ ସାଧନ କରିପାରୁଛି । ବୁଦ୍ଧିବିବେକ ନଥ‌ିବା ଶକ୍ତିଶାଳୀ ଏବଂ ଅତ୍ୟଧ‌ିକ ହିଂସ୍ର ଗଜ, ସିଂହ ଓ ବ୍ୟାଘ୍ର ଆଦି ପଶୁମାନଙ୍କୁ ସେ ବନ୍ଧନ କରି ଆୟତ୍ତରେ ରଖ୍ଯାରୁଛି । ଏହି ବିଶ୍ୱବ୍ରହ୍ମାଣ୍ଡରେ ମଣିଷ ଜୀବଶ୍ରେଷ୍ଠ ଗୌରବରେ ଗୌରବାନ୍ବିତ ହୋଇପାରିଛି; କିନ୍ତୁ ସବୁ ପାରଙ୍ଗମତା ସତ୍ତ୍ବେ ବି ବେଳେବେଳେ ସୁପ୍ତ ସିଂହ ପରି ଆଳସ୍ୟରେ ବୁଡ଼ିରହି ସେ ବିଳାସବ୍ୟସନରେ ଜୀବନ ନିର୍ବାହ କରେ । ଅତି କ୍ଷୁଦ୍ର ହେଲେ ବି ପିମ୍ପୁଡ଼ିଟିଏ ଅନବରତ ପରିଶ୍ରମ କରି ଆଗାମୀ ଦିନର ଦୁର୍ଦ୍ଦିନରୁ ରକ୍ଷା ପାଇବାପାଇଁ ଖାଦ୍ୟସଂଗ୍ରହ କରେ ।

ତା’ର ଖାଦ୍ୟଭଣ୍ଡାରକୁ ପରିପୂର୍ଣ୍ଣ କରି ସାଇତି ରଖେ; କିନ୍ତୁ ଆମେ ବେଳେବେଳେ ଆମ ଭବିଷ୍ୟତ୍ ଚିନ୍ତାରୁ ବିରତ ରହିବାକୁ ପସନ୍ଦ କରୁ । ଆମ ପ୍ରତିବେଶୀଙ୍କ ପାଖରେ ପଦାନତ ହୋଇ ରହିବାକୁ ଶ୍ରେୟ ମନେକରୁ । ହୁଏତ ସେଇଥପାଇଁ ଆମ ସ୍ବଭାବକବି ରଙ୍ଗାଜୀବ ଗଙ୍ଗାଧର ତାଙ୍କ ବିରଚିତ ଆଲୋଚ୍ୟ କବିତାଟିର ନାମକରଣ ‘ଉଦ୍‌ବୋଧନ’ କରିଛନ୍ତି । ଏଥ‌ିରେ ସେ ଆମ ସୁପ୍ତ ଦେଶବାସୀଙ୍କୁ ଜାଗୃତିର ଆବାହନୀ ଶୁଣାଇଅଛନ୍ତି । ନିଜ ଗୁଣକୁ ବିକଶିତ କରି କର୍ମପ୍ରବଣ ହେବାପାଇଁ କବି ଆମକୁ ଉଦ୍‌ବୋଧ କରି ଗାଇଉଠିଛନ୍ତି-

“ବୃକ୍ଷଚ୍ୟୁତ ଫଳ ନ ପଡ଼େ କବଳେ ।’
ବୃକ୍ଷଗ୍ୟୁତ ଫଳ ନ ପଡ଼େ କଚଳେ ।”

ସମୃଦ୍ଧ ମାତୃଭାଷା ମାତୃଭୂମିର ନରନାରୀଙ୍କୁ ଉଚ୍ଚାସୀନ କରେ । ଉଚ୍ଚାଭିଳାଷୀ ହେବାକୁ ହେଲେ ନିଜ ମାତୃଭାଷାକୁ ସର୍ବପ୍ରଥମେ ଉଚ୍ଚ ଓ ଉନ୍ନତ କରିବାକୁ ହେବ । ଆମୋଦପ୍ରମୋଦର ପଲଙ୍କରେ ବିଳାସବ୍ୟସନର ସୁଖସ୍ଵପ୍ନ ଦେଖ୍ ଶୟନ କଲେ ଆମ ରାଜ୍ୟର ଉନ୍ନତି କେବେ ସମ୍ଭବପର ହେବନାହିଁ । ଆମ ପଡ଼ୋଶୀ ରାଜ୍ୟର କ୍ରମୋନ୍ନତ ପ୍ରତିବେଶୀମାନେ ଆମକୁ ହୀନହେୟ ଭାବେ ବିବେଚନା କରିବେ । ଆମର ପ୍ରଗତି ବିନା, ମାତୃଭାଷାର ଉନ୍ନତି ବିନା ଆମେ କେବେ ଶାସକର ରାଜାନୁଗ୍ରହ ଲାଭ କରିପାରିବା ନାହିଁ । ତେଣୁ ଆଲୋଚ୍ୟ ‘ଉଦ୍‌ବୋଧନ’ କବିତାରେ ଜଣେ ସ୍ମାରକଭାବରେ କବି ଆମକୁ ସ୍ମରଣ କରାଇଦେଇ କହିଛନ୍ତି ।

‘ଉଚ୍ଚ ହେବା ପାଇଁ କର ଯେବେ ଆଶା,
ଉଚ୍ଚ କର ଆଗେ ନିଜ ମାତୃଭାଷା ।’’

ଲାଞ୍ଛିତ ଓ ଅପମାନିତ ମୂର୍ଖବ୍ୟକ୍ତି ଜ୍ଞାନହୀନ ପଶୁ ସହିତ ସମାନ । ଭାଷାଗତ ଦୁର୍ବଳତା ନେଇ ଅଜ୍ଞାନ ଅଧମ ବ୍ୟକ୍ତି ଶିକ୍ଷିତଜନଙ୍କ ରାଜଦରବାରରେ କେବେ ସମ୍ମାନିତ ହୋଇପାରେ ନାହିଁ । ତେଣୁ ମାତୃଭାଷାର ଉନ୍ନତି ପାଇଁ ଆମେ ସତତ ଚେଷ୍ଟିତ ହେବା ଉଚିତ । ଏଥିପାଇଁ ଆମ ଭାଷାଗତ ସମୃଦ୍ଧିର ନବୀନ ଆଲୋକରେ ଆମେ ଆଲୋକିତ ହେବା । ସୁପ୍ତ ହୋଇ ଆମେ ଲୋକହସା ହେବାନାହିଁ । ଜାତିଗତ ଓ ଭାଷାଗତ ଚିନ୍ତାରେ ଆମ ମନରୁ ଆଳସ୍ୟ ଅପସରି ଯିବ । ଏହାର ସମୃଦ୍ଧି ପାଇଁ ଆମେ ଧନ-ଧାନ-ମନ ସବୁକିଛି ଉତ୍ସର୍ଗ କରିଦେବା । ସେଇଥପାଇଁ ଆଲୋଚ୍ୟ ‘ଉଦ୍‌ବୋଧନ’ କବିତାରେ କବି ଆମକୁ ଉଦ୍‌ବୋଧ କରି ଶୁଣାଇ ଅଛନ୍ତି –

“ଶୁଭ ପଥେ ବିଭୁ କରିବେ ମଙ୍ଗଳ
ଶୁଭ କର୍ମେ ହେବ ଜୀବନ ସଫଳ ।’’

ସୁତରାଂ, ଆମ ପଠିତ କବିତା ‘ଉଦ୍‌ବୋଧନ’ର ପ୍ରତି ପଦରେ ଉଦ୍‌ବୋଧନର ବାଣୀ ଶୁଣାଇ କବି ଆମକୁ ଆମର ମାତୃଭୂମି ଓ ମାତୃଭାଷା ଉଦ୍ଦେଶ୍ୟରେ ଉଦ୍‌ବୋଧତ କରାଇ ଥ‌ିବାରୁ କବିତାଟିର ନାମକରଣ ଯଥାର୍ଥ ଅଟେ ।

BSE Odisha 8th Class Odia Solutions Chapter 2 ଉଦ୍‌ବୋଧନ

Question ୫।
ଆସ, ସରଳ ଭାଷାରେ ବୁଝାଇ ଲେଖୁବା ।
(କ) ସୁପ୍ତ ସିଂହ ମୁଖେ ନ ପଶେ ଆହାର,
ଶ୍ରମେ ପିପୀଲିକା ପୂରାଏ ଭଣ୍ଡାର ।
Answer:
ସୁପ୍ତ ସିଂହ ………………………….. ପୂରାଏ ଭଣ୍ଡାର ।
ଉକ୍ତ ପଦ୍ୟାଶଟି ସ୍ବଭାବକବି ଗଙ୍ଗାଧର ମେହେରଙ୍କ ରଚିତ ‘ଉଦ୍‌ବୋଧନ’ କବିତାରୁ ଆନୀତ । ଏଠାରେ କବି ସବୁବେଳେ ଶୋଇରହିଥ‌ିବା ସିଂହଟିର ଦୁର୍ଭାଗ୍ୟ ଓ ଅନବରତ ଶ୍ରମ କରି ଖାଦ୍ୟ ସଞ୍ଚୟ କରୁଥିବା ପିମ୍ପୁଡ଼ିର ସୌଭାଗ୍ୟ କଥା ବର୍ଣ୍ଣନା କରି ଅଛନ୍ତି ।

ଏହି ବିଶ୍ୱ ସୃଷ୍ଟିରେ ଭଗବାନ୍ କର୍ମତତ୍ପର ହେବାପାଇଁ ଆମକୁ ବଳ ପ୍ରଦାନ କରିଛନ୍ତି । ନିଜ ନିଜର ସୁଖ ସୌଭାଗ୍ୟପାଇଁ ସମସ୍ତେ କର୍ମକ୍ଷମ ହୋଇଥାଆନ୍ତି । ସକାଳେ ସୂର୍ଯ୍ୟ ଉଇଁଲେ ପଦ୍ମ ପାଖୁଡ଼ା ମେଲାଏ, ପକ୍ଷୀମାନେ ଆହାର ବିହାର ପାଇଁ ବସା ଛାଡ଼ି ଚାରିଆଡ଼େ ଉଡ଼ିବୁଲନ୍ତି, ମହୁମାଛି ମହୁ ସଂଗ୍ରହ କରେ । ଶକ୍ତି ସାମର୍ଥ୍ୟ ଥାଉ ଥାଉ କେହି ନୂନ ହୋଇ ମୌନଭାବେ ବସି ନରହି ସତତ କର୍ମପ୍ରବଣ ହୋଇଉଠନ୍ତି ।

ପଶୁରାଜ ସିଂହ ବନପତି । ସେ ଅପ୍ରମିତ ବଳର ଅଧିକାରୀ । ତା’ର ଭୀମ ଭୈରବ ଗର୍ଜନରେ ବନପର୍ବତ ପ୍ରକମ୍ପିତ . ଶୋଇରହି ଆଳସ୍ୟପରାୟଣ ହୁଏ, ତେବେ ତାକୁ ଉପବାସରେ ଭୋକିଲା ରହିବାକୁ ପଡ଼େ । ତା’ ମୁହଁରେ ଆହାର ଆସି ଆପେ ଆପେ ପ୍ରବେଶ କରେନାହିଁ । ଆହାର ପାଇବାକୁ ହେଲେ ତାକୁ ଶିକାର କରିବାକୁ ହୋଇଉଠେ; ମାତ୍ର ସିଂହଟି ଯଦି ସର୍ବଦା ପୂର୍ଣ୍ଣ କରେ । କ୍ଷୁଦ୍ର ହେଲେ ବି ସେ ନିଜ ଗୁଣରେ ମହାନ୍ ଅଟେ । ସୁତରାଂ, ଆଳସ୍ୟପରାୟଣ ବଳଶାଳୀ ସିଂହ ଓ କ୍ଷୁଦ୍ର ପିମ୍ପୁଡ଼ି ଦୁହିଁଙ୍କୁ ଲକ୍ଷ୍ୟ କରି ଆମେ ଆଳସ୍ୟ ତ୍ୟାଗକରି ଆସନ୍ନ ବିପଦ ପାଇଁ ସତର୍କ ଓ ସାବଧାନ ହେବା ଦରକାର ।

ପଶୁରାଜ ସିଂହ ବନପତି । ସେ ଅପ୍ରମିତ ବଳର ଅଧିକାରୀ । ତା’ର ଭୀମ ଭୈରବ ଗର୍ଜନରେ ବନପର୍ବତ ପ୍ରକମ୍ପିତ ହୋଇଉଠେ; ମାତ୍ର ସିଂହଟି ଯଦି ସର୍ବଦା ଶୋଇରହି ଆଳସ୍ୟପରାୟଣ ହୁଏ, ତେବେ ତାକୁ ଉପବାସରେ ଭୋକିଲା ରହିବାକୁ ପଡ଼େ। ତା’ ମୁହଁରେ ଆହାର ଆସି ଆପେ ଆପେ ପ୍ରବେଶ କରେନାହିଁ । ଆହାର ପାଇବାକୁ ହେଲେ ତାକୁ ଶିକାର କରିବାକୁ ପଡ଼େ । ପିମ୍ପୁଡ଼ିଟିଏ ଅନବରତ ଶ୍ରମ କରି ଆଗାମୀ ଦିନର ଦୁର୍ଦ୍ଦିନକୁ ଲକ୍ଷ୍ୟରଖ୍ ଖାଦ୍ୟ ସଂଗ୍ରହ ଓ ସଞ୍ଚୟ କରି ତା’ର ଭଣ୍ଡାର ପୂର୍ଣ୍ଣ କରେ । କ୍ଷୁଦ୍ର ହେଲେ ବି ସେ ନିଜ ଗୁଣରେ ମହାନ୍ ଅଟେ । ସୁତରାଂ, ଆଳସ୍ୟପରାୟଣ ବଳଶାଳୀ ସିଂହ ଓ କ୍ଷୁଦ୍ର ପିମ୍ପୁଡ଼ି ଦୁହିଁଙ୍କୁ ଲକ୍ଷ୍ୟ କରି ଆମେ ଆଳସ୍ୟ ତ୍ୟାଗକରି ଆସନ୍ନ ବିପଦ ପାଇଁ ସତର୍କ ଓ ସାବଧାନ ହେବା ଦରକାର ।

(ଖ) ଉଚ୍ଚ ହେବାପାଇଁ କର ଯେବେ ଆଶା,
ଉଚ୍ଚ କର ଆଗେ ନିଜ ମାତୃଭାଷା ।
Answer:
ଉଚ୍ଚ ହେବାପାଇଁ ………………………ନିଜ ମାତୃଭାଷା ।
ଶଂସିତ ପଦ୍ୟାଶଟି ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଲିଖ୍ ‘ଉଦ୍‌ବୋଧନ’ କବିତାରୁ ଗୃହୀତ । ଏଠାରେ କବି ନିଜର ମାତୃଭାଷାର ସମୃଦ୍ଧି ପାଇଁ ଅଭିଳାଷ ପୋଷଣ କରିବାକୁ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି । ଏହି ଧୂଳି ଧରଣୀରେ ଯେଉଁଠି ଆମର ପ୍ରଥମ କୁଆଁରବ ଶୁଭିଛି, ସେ ଆମର ମାତୃଭୂମି। ଏହାର ଫୁଲଫଳ, ଶାକତଣ୍ଡୁଳ ଆମ ଶରୀରକୁ ପରିପୁଷ୍ଟ କରିଛି । ଏହାର ସକାଳ, ସଞ୍ଜ ଆମ କଣ୍ଠରେ ଭାଷା ଦେଇଛି । ସେ ଭାଷା ଆମର ପ୍ରଥମ ଭାଷା, ଆମର ମାତୃଭାଷା । ଏହି ମାତୃଭାଷା ସାହାଯ୍ୟରେ ଆମେ ଆମର ଭାବ ଆଦାନପ୍ରଦାନ କରିବାରେ ସକ୍ଷମ ହୋଇପାରିଛୁ ।

ଆମ ମାତୃଭାଷାରେ ଆମେ ଶିକ୍ଷାଲାଭ କରୁ । ଆମେ ମଣିଷ ହେଉ । ଦୁନିଆକୁ ଚିହ୍ନ । ଶିକ୍ଷିତ ବୋଲି ଗର୍ବ ଅନୁଭବ କରୁ । ଏହି ଆଦ୍ୟଭାଷା ଆମକୁ ପ୍ରଥମ ଅକ୍ଷର, ପ୍ରଥମ କଥା କହିବା ଶିକ୍ଷା ଦେଇଛି । ଏହାର ଉନ୍ନତି ସହ ଆମର ଉନ୍ନତି ଜଡ଼ିତ । ଏହାର ସମୃଦ୍ଧିହିଁ ଆମର ସମୃଦ୍ଧି । ଏହା ପ୍ରତି ଆମର ମମତା ରହିବା ଦରକାର । ମାତୃଭୂମି ଓ ମାତୃଭାଷାକୁ ଅବଜ୍ଞା କରୁଥିବା ଲୋକ ଅଜ୍ଞାନ ଅଟେ । ଯାହାର ଭାଷା ଯେତେ ଉନ୍ନତ, ସେ ଜାତି ସେତେ ଶିକ୍ଷିତ । ନିଜ ଭାଷାର ସମୃଦ୍ଧିକୁ ନେଇ ଗୋଟିଏ ଜାତି ଅନ୍ୟମାନଙ୍କ ନିକଟରେ ମର୍ଯ୍ୟାଦା ବା ସମ୍ମାନ ଲାଭ କରେ । ଗୋଟିଏ ଦେଶର ପ୍ରଗତି ତା’ର ମାତୃଭାଷାର ଉନ୍ନତି ଉପରେ ନିର୍ଭର କରେ । ସୁତରାଂ, ନିଜେ ଉଚ୍ଚ ହେବାପାଇଁ ହୃଦୟରେ ଆଶାପୋଷଣ କଲେ ନିଜ ମାତୃଭାଷାକୁ ସର୍ବାଦୌ ଉଚ୍ଚ କରିବା ଆବଶ୍ୟକ । ଏହାର ପୋଥ୍-ପୁସ୍ତକ ଅଧ୍ୟୟନ କରି, ଏହାର ଗୁଣଗାନ କରି, ଏହାରି ପ୍ରଶଂସାରେ ଶତମୁଖ ହେବା ଉଚିତ ।

(ଗ) ଶୁଭ ପଥେ ବିଭୁ କରିବେ ମଙ୍ଗଳ,
ଶୁଭ କର୍ମେ ହେବ ଜୀବନ ସଫଳ ।
Answer:
ଶୁଭ ପଥେ ……………………………… ଜାଗନ ସଫଳା
ଶଂସିତ ପଦ୍ୟାଶଟି ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଲିଖ୍ ‘ଉଦ୍‌ବୋଧନ’ କବିତାରୁ ଗୃହୀତ । ଏଠାରେ କବି ଉତ୍କଳୀୟମାନଙ୍କ ମନରେ ପ୍ରେରଣା ସୃଷ୍ଟି କରିବା ପାଇଁ, ଭଲକାମ ଲାଗି ଭଗବାନ ନିଶ୍ଚୟ ସହାୟ ହେବେ ବୋଲି ସୂଚନା ଦେଇଛିନ୍ତା

କବି ଦେଶବାସୀଙ୍କୁ ଆହ୍ଵାନ ଦେଇ କହିଛନ୍ତି, ନିଜର ମାତୃଭୂମି ଓ ମାତୃଭାଷାକୁ କେବେହେଲେ ହୀନ ଦୃଷ୍ଟିରେ ଦେଖୁବା ନାହିଁ । ବରଂ ଉଚ୍ଚାଭିଳାଷୀ ହୋଇ, ଆମ ମାତୃଭାଷାରେ ରଚିତ ପୋଥ୍ ପୁସ୍ତକରେ ଶତମୁଖ ହୋଇ ଉଠିବା । ଆମ ଭାଷାଗତ ସମୃଦ୍ଧିର ନବୀନ ଆଲୋକରେ ଆମେ ଆଲୋକିତ ହେବା । ଆମ ମାତୃଭୂମି ଓ ମାତୃଭାଷାର ଶୁଭ କର୍ମ ପଥରେ ଆଗେଇ ଯିବା । ଏଭଳି ଶୁଭକର୍ମ କଲେ, ଆମର ପରିଶ୍ରମ କେବେହେଲେ ବ୍ୟର୍ଥ ହେବ ନାହିଁ । ବରଂ ଏହି କର୍ମପାଇଁ ଆମକୁ ବିଭୁ ସହାୟ ହେବେ । ବିଭୁ କୃପା ଲାଭକରି, ଆମର ଏହି ମଙ୍ଗଳମୟ, ଶୁକକାର୍ଯ୍ୟରେ ଆମେ ଆଗେଇଯିବା । ଉତ୍କଳ ମାତାର ଯୋଗ୍ୟ ସନ୍ତାନ ରୂପେ ଆମେ ପରିଚିତ ହେବା । ଆମ ଜୀବନ ଧନ୍ୟ ହେବ । ଉତ୍କଳ ଭୂମି ଓ ଉତ୍କଳ ଭାଷାର ଆମେ ଗୌରବମୟ ଅଧ୍ୟାୟ ସୃଷ୍ଟି କରିବା । ଜୀବନରେ ଆଉ କୌଣସି ଅବଶୋଷ ରହିବ ନାହିଁ । ବାସ୍ତବରେ କବିତାର ଶେଷ ପର୍ଯ୍ୟାୟରେ ଏହାକୁ ଉଲ୍ଲେଖ କରି କବି ଦେଶବାସୀଙ୍କୁ ଯଥାର୍ଥ ଉଦ୍‌ବୋଧନଦେଇଛିନ୍ତା

BSE Odisha 8th Class Odia Solutions Chapter 2 ଉଦ୍‌ବୋଧନ

Question ୬ ।
ଆସ, କବିତାରେ କେତେକ ପଦ ପୂରଣ କରିବା ।
(କ) ଯା ଭାଷା ଦୁର୍ବଳ କାହିଁ ତାର ଜ୍ଞାନ ?
…………………………………..
Answer:
କାହିଁ ତା’ର ରାଜଦୁଆରେ ସମ୍ମାନ !

(ଖ) …………………………………………………..,
ଚକ୍ଷୁ ମିଳିବାକୁ ନାହିଁ ଅବସର ।
Answer:
ଶୁଭ କର୍ମ ପଥେ ହୁଅ ଅଗ୍ରସର,

Question ୭ ।
‘କ’ ସ୍ତମ୍ଭରେ ଦିଆଯାଇଥିବା ଧାଡି ସହିତ ‘ଖ’ ସ୍ତମ୍ଭରେ ଥ‌ିବା ଉପଯୁକ୍ତ ଧାଡିକୁ ଯୋଗ କରି କବିତାଂଶଟିକୁ ସଜାଡି ଲେଖୁବା !
ଗଜ ସିଂହ ବ୍ୟାଘ୍ର ଦେହେ ଅଛି ବଳ, – ଜନମି ନ ପାରେ ଜ୍ଞାନ ଭାଷା ବିନା ।
କୌଶଳ ଜନକ ଜ୍ଞାନ ଅଟେ ସିନା, – କାହିଁ ହେବ ଆନେ ପ୍ରତିଯୋଗେ କ୍ଷମ ?
ଭାଷା ଯୋଗୁଁ ସିନା ଦମି ଜୀବଗଣ, – ନୁହଁଇ କି ସେତୁ ପଶୁର ସମାନ ?
ଯା ଭାଷା ଦୁର୍ବଳା ସେ ନିଶ୍ଚେ ଅଧମ, – ତାଙ୍କୁ ବାନ୍ଧି ନର ପ୍ରକାଶି କୌଶଳ ।
ଯେ ନର ନ ବୁଝେ ମାନ ଅପମାନ, – ମାନବ କରଇ ବିଶ୍ଵ ରାଜପଣ ।
Answer:
ଗଜ ସିଂହ ବ୍ୟାଘ୍ର ଦେହେ ଅଛି ବଳ, – ତାଙ୍କୁ ବାନ୍ଧି ନର ପ୍ରକାଶି କୌଶଳ ।
କୌଶଳ ଜନକ ଜ୍ଞାନ ଅଟେ ସିନା, – ଜନମି ନ ପାରେ ଜ୍ଞାନ ଭାଷା ବିନା ।
ଭାଷା ଯୋଗୁଁ ସିନା ଦମି ଜୀବଗଣ, – ମାନବ କରଇ ବିଶ୍ଵ ରାଜପଣ ।
ଯା ଭାଷା ଦୁର୍ବଳା ସେ ନିଶ୍ଚେ ଅଧମ, – କାହିଁ ହେବ ଆନେ ପ୍ରତିଯୋଗେ କ୍ଷମ ?
ଯେ ନର ନ ବୁଝେ ମାନ ଅପମାନ, – ନୁହଁଇ କି ସେତୁ ପଶୁର ସମାନ ?

Question ୮।
ଆସ, ନିମ୍ନଲିଖ୍ ଶବ୍ଦଗୁଡିକର ଗଦ୍ୟରୂପ ଲେଖୁବା ।
ପଦ୍ୟରୂପ …………
ମଉନ …………..
ନିଉନ …………….
ଦୁଆର ……………
ଜନମି …………….
Answer:

ପଦ୍ୟରୂପ ଗଦ୍ୟରୂପ
ମଉନ ମୌନ
ନିଉନ ନ୍ୟୁନ
ଦୁଆର ଦ୍ଵାର
ଜନମି ଜନ୍ମି

BSE Odisha 8th Class Odia Solutions Chapter 2 ଉଦ୍‌ବୋଧନ

Question ୯।
ଶ୍ରୁତିମଧୁର କରିବାପାଇଁ ନିମ୍ନଲିଖ୍ ଶବ୍ଦଗୁଡିକୁ ପଦ୍ୟରେ କିପରି ଲେଖୁବା ?

ପ୍ରକାଶ …………………
କୌଶଳ ……………….
ଦୁର୍ବଳ …………………
ମୂର୍ଚ୍ଛନା ………………..
ଶୈଶବ ………………
ପର୍ବତ ……………….
Answer:

ପ୍ରକାଶ ଶୁତିମଧୁର ପଦ୍ୟରୂପ
କୌଶଳ ପରକାଶ
ଦୁର୍ବଳ କଉଶଳ
ମୂର୍ଚ୍ଛନା ଦୁରୁବଳ
ଶୈଶବ ମୂରୁଛନା
ପର୍ବତ ଶଇଶବ

Question ୧୦ ।
ତଳେ ପ୍ରତ୍ୟେକ ଧାଡିରେ ଚାରୋଟି ଲେଖାଏଁ ଶବ୍ଦ ଲେଖାଯାଇଛି । ପ୍ରତି ଧାଡିରେ ଥ‌ିବା ଭିନ୍ନ ଜାତୀୟ ଶବ୍ଦଟିକ ଚିହ୍ନଟ କରି ଲେଖୁବା ।
(କ) ଭଜନ, ଭୋଜନ, ପୂଜନ, ରାଜନ
(ଖ) ଟାଣପଣ, ରାଜପଣ, ଷୋଳପଣ, ବଡ଼ପଣ
(ଗ) ହିନ୍ଦୀଭାଷୀ, ଉଚ୍ଚଭାଷୀ, ସ୍ପଷ୍ଟଭାଷୀ, ମିଷ୍ଟଭାଷୀ
Answer:
(କ) ରାଜନ,
(ଖ) ଷୋଳପଣ,
(ଗ) ହିନ୍ଦୀଭାଷୀ

Question ୧୧ ।
ଆସ, ତଳ ଲିଖ୍ ଶବ୍ଦଗୁଡିକର ବିପରୀତ ଅର୍ଥବୋଧକ ଶବ୍ଦ ଲେଖୁବା
ସୁପ୍ତ ……., ଦୁର୍ବଳ …….., କ୍ଷମ…………., ନାଚ…………, ଆଶା …………, ଶୁଭ…………., ମଙ୍ଗଳ…………….
Answer:

ଶବ୍ଦ ବିପରୀତ ଅଧିବେ।ଧକ ଶବ୍ଦ
ପୁସ୍ତ କାଗ୍ରତ
ଷମ ଅକ୍ଷମ
ଆଶା ନିରାଶା
ମଙ୍ଗଳ ଅମଙ୍ଗଳ
ହୁଗୁଳ ସବୁକ
ନାଚ ଉଚ୍ଚ
ଶୁଭ ଅଶୁଭ

Question ୧୨ ।
ଆସ, ତଳଲିଖ୍ ଶବ୍ଦଗୁଡିକର ପ୍ରତିଶବ୍ଦ ଲେଖୁବା ।
କମଳ………, ପକ୍ଷୀ……., ସିଂହ………., ଚକ୍ଷୁ……, ମଣିଷ……….
Answer:

ଶବ୍ଦ ପ୍ରତିଶବ୍ଦ
କାମଳ ପଦ୍ମ
ପକ୍ଷା ଚିହଙ୍ଗ
ସିଂହ କେଶରା
ଚକ୍ଷୁ ଆଖି
ମଣିଷ ନର

BSE Odisha 8th Class Odia Solutions Chapter 2 ଉଦ୍‌ବୋଧନ

Question ୧୩ ।
ଆସ, ସମୋଚ୍ଚାରିତ ଶବ୍ଦର ଅର୍ଥ ଲେଖୁବା ।
କର ………………
କର ……………..
ପୁର …………….
ପୁର …………….
Answer:
କର – ହାତ
କର – ଖଜଣା
ପୁର – ଘର
ପୁର – ପିଠାର ପୂର

Question ୧୪ ।
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କରିବା ।
(କ) ……………. ଲୋକେ ତାକୁ …………..
ଉଚ୍ଚ ସମାଜରେ ………………।
(ଲୋକେ, ଉଚ୍ଚଭାଷୀ, ଗଣି, ଅଗ୍ରଣୀ, ହୁଅନ୍ତି, ନୀଚ)
Answer:
ଉଚ୍ଚାଭାଷୀ ଲୋକେ ତାକୁ ନୀଚ ଗଣି
ଉଚ୍ଚ ସମାଜରେ ହୁଥନ୍ମ୍ରି ଅଗ୍ରଶିା

(ଖ)ଯା ଭାଷା………….. ସେ, ………….. ଅଧମା
ନାହିଁ ହେବ …………. ପ୍ରତିଯୋଗେ …………….?
(ସବଳା, ନିଶ୍ଚଳା, ଦୁର୍ବଳା, ପରା, ନିଶ୍ଚେ, ସତେ, ଆନ, ମନେ, ଦିନେ, କ୍ଷମ, ସମ, ବାମ)
Answer:
ଯା ଭାଷା ଦୁର୍ବଳା ସେ, ନିଶ୍ଚେ ଅଧମ ।
କାହିଁ ହେବ ଆନେ ପ୍ରତିଯୋଗେ କ୍ଷମ ?

Question ୧୫ ।
‘କାହିଁ ତା’ର ରାଜଦୁଆରେ ସମ୍ମାନ ?’ ଏଠାରେ ‘ରାଜଦୁଆର’ ଶବ୍ଦର ଠିକ୍ ଉତ୍ତରକୁ ପ୍ରଦତ୍ତ ଉତ୍ତରମାନଙ୍କ ମଧ୍ୟରୁ ବାଛ ।
(କ) ରାଜା ରହୁଥ‌ିବା ଘରର ଦ୍ଵାର
(ଖ) ଯେଉଁ ଦ୍ବାରବାଟେ ରାଜା ଯିବାଆସିବା କରନ୍ତି
(ଗ) ରାଜା ବସାଉଥ୍‌ ଦରବାର
(ଘ) ଅନ୍ୟମାନଙ୍କୁ ରାଜା ଦେଖାଦେବା ସ୍ଥାନ
Answer:
(ଗ) ରାଜା ବସାଉଥ୍ ଦରବାର ।

Question ୧୬ ।
ସିନା, ବିନା, ପ୍ରହାର, ଜୁହାର, ବଦନ, ସପନ, ଦୀନ, ହୀନ, ଆହାର, ବିହାର – ଏହି ଶବ୍ଦଗୁଡିକୁ ବିଭିନ୍ନ ଧାଡିରେ ଶେଷ ଶବ୍ଦ ଭାବରେ ବ୍ୟବହାର କରି ଛୋଟ କବିତାଟିଏ ଲେଖୁବାକୁ ଚେଷ୍ଟା କରିବା । ଧାଡିରେ ଶେଷ ଶବ୍ଦ ଭାବରେ ବ୍ୟବହାର କରି ଛୋଟ କବିତାଟିଏ ଲେଖିବାକୁ ଚେଷ୍ଟା କରିବା ।
Answer:
ବିଦ୍ୟାଳୟ ଗଲେ ବିଦ୍ୟା ହେବ ସିନା,
ବିଦ୍ୟାହୀନ ହେବା ବିଦ୍ୟାଳୟ ବିନା ।
ବିଦ୍ୟାଳୟ ଠାରେ ନଥାଏ ପ୍ରହାର,
ଗୁରୁଙ୍କ ଆମର ଭକ୍ତିରେ ଜୁହାର ।
ବିଦ୍ୟାର୍ଥୀର ଥାଏ ସରସ ବଦନ,
ଭବିଷ୍ୟତେ ତା’ର ପୂରିବ ସପନ ।
ପାଠ ପଢ଼ିଥିଲେ ନ ହୋଇବା ହୀନ,
ନିଜେ ନ ମିଶିବା କେବେହେଲେ ହୀନ ।
ବିଦ୍ୟାଳୟେ ମିଳେ ଉତ୍ତମ ଆହାର,
ସ୍ବଚ୍ଛ ପରିବେଶ କରିବା ବିହାର ।

BSE Odisha 8th Class Odia Solutions Chapter 2 ଉଦ୍‌ବୋଧନ

Question ୧୭ ।
‘ମାତୃଭାଷା ପୋଥ୍ ଛୁଇଁବାକୁ କରେ,
ଅନ୍ୟ କେଉଁ ଜାତି ଲଜ୍ଜାବୋଧ କରେ ?’
ଏହା କହିବା ମୂଳରେ କବିଙ୍କର ଉଦ୍ଦେଶ୍ୟଟି କ’ଣ ? ପ୍ରଦତ୍ତ ଉତ୍ତରଗୁଡ଼ିକ ମଧ୍ୟରୁ ଠିକ୍ ଉତ୍ତରଟି ବାଛ ।
(କ) ପ୍ରଶଂସା କରିବା
(ଖ) ନିନ୍ଦା କରିବା
(ଗ) ପରିହାସ କରିବା
(ଘ) ଖୋସାମତ କରିବା
Answer:
(ଖ) ନିନ୍ଦା କରିବା ।

ପରାକ୍ଷା ଉପଯେ।ଗା ଅତିରିକ୍ତ ପ୍ରଶ୍ନୋତ୍ତର

ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନେ।ତ୍ତର :

Question ୧ ।
‘ଆହାରବିହାର’, ‘ମାନଅପମାନ’ ଗୋଟିଏ ଗୋଟିଏ ଯୁଗ୍ମଶବ୍ଦ । ତୁମେ ଆଉ ପାଞ୍ଚୋଟି ଯୁଗ୍ମ ଶବ୍ଦ ଲେଖ ।
Answer:
ଆମୋଦପ୍ରମୋଦ, ଜୀବନଜୀବିକା, ଦୁଃଖକଷ୍ଟ, ଘରଦ୍ୱାର, ଖାଦ୍ୟପେୟ ।

Question ୨ ।
ବୃକ୍ଷରୁ ଯାହା ଖସି ପଡ଼ିଥାଏ ତାକୁ କୁହାଯାଏ ‘ବୃକ୍ଷଚ୍ୟୁତ’ । ସେହିପରି ଶେଷରେ ‘ବ୍ୟତ’ ଥ‌ିବା ଆଉ ଚାରୋଟି ଶବ୍ଦ ଲେଖ ଏବଂ ପ୍ରତ୍ୟେକକୁ ନେଇ ଗୋଟିଏ ଗୋଟିଏ ବାକ୍ୟ ଗଠନ କର ।
Answer:
ବୃନ୍ତ – ବୃନ୍ତଚ୍ୟୁତ ।
କକ୍ଷ – କକ୍ଷଚ୍ୟୁତ ।
ଲକ୍ଷ୍ୟ – ଲକ୍ଷ୍ୟଚ୍ୟୁତ ।
ପଦ – ପଦଚ୍ୟୁତ ।
ବାକ୍ୟ – ପତ୍ରଟି ବୃନ୍ତଚ୍ୟୁତ ହେଲା ।
ବାକ୍ୟ – ଉଲ୍‌କା କକ୍ଷଚ୍ୟୁତ ହେଲେ ତଳକୁ ଖସିପଡ଼େ ।
ବାକ୍ୟ – ଛାତ୍ରମାନେ କେବେବି ଲକ୍ଷ୍ୟଚ୍ୟୁତ ହେବା ଉଚିତ ନୁହେଁ ।
ବାକ୍ୟ – ଭୁଲ୍ କଲେ ନିଶ୍ଚୟ ପଦଚ୍ୟୁତ ହେବାକୁ ପଡ଼ିବ ।

Question ୩ ।
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
………………………. ସିଂହ ମୁଖେ ନ ପଶେ
ଶ୍ରମେ ପିପୀଲିକା ଭଣ୍ଡାର ।
(କ୍ଷିପ୍ତ, ସୁପ୍ତ, ଦୃପ୍ତ, ଫେରାଏ, ଘୂରାଏ, ପୂରାଏ, ଆହାର, ବିହାର, ତାହାର )
Answer:
ସୁପ୍ତ ସିଂହ ମୁଖେ ନ ପଶେ ଆହାର,
ଶ୍ରମେ ପିପୀଲିକା ପୂରାଏ ଭଣ୍ଡାର ।

ସଂକ୍ଷିପ୍ତ ତ୍ତରମୂଳକ ପ୍ରଶ୍ନେ।ତ୍ତର :

Question ୧।
‘ଉଦ୍‌ବୋଧନ’ କବିତାଟି କେଉଁମାନଙ୍କୁ ଲକ୍ଷ୍ୟ କରି ଲେଖାଯାଇଛି ?
Answer:
‘ଉଦ୍‌ବୋଧନ’ କବିତାଟି ମାତୃଭାଷାକୁ ଯଥାର୍ଥ ମର୍ଯ୍ୟାଦା ପ୍ରଦାନ କରୁନଥ‌ିବା ଦେଶବାସୀଙ୍କୁ ଲକ୍ଷ୍ୟ କରି ଲେଖାଯାଇଛି ।

Question ୨ ।
ସକାଳ ହେଲେ ପକ୍ଷୀମାନେ ଖାଦ୍ୟ ଅନ୍ଵେଷଣ ପାଇଁ ଏବଂ ବିଭିନ୍ନ ପ୍ରକାର ଲୀଳାଖେଳା କରିବାପାଇଁ ନିଜ ନିଜ
Answer:
ସକାଳ ହେଲେ ପକ୍ଷାମାନେ ଖାଦ୍ୟ ଅନ୍ୱେଷଶ ପାଙ୍ଗଁ ଏବଂ ବିଭିନ୍ନ ପ୍ରକାର ଲାଳାଖେଳା କରିବାପାଇଁ ନିଜ ନିଜ ବସାରୁ ବାହାରି ହରକୁ ଉଢ଼ିଯାଇଥାଆନ୍ତି।

Question ୩ ।
ପକ୍ଷୀ, ମହୁମାଛି, ପିମ୍ପୁଡ଼ି ଓ ସିଂହ ବିଷୟରେ କହିବା ମୂଳରେ କବିଙ୍କର କି ଉଦ୍ଦେଶ୍ୟ ରହିଛି ?
Answer:
ସକାଳ ହେଲେ ପକ୍ଷୀମାନେ ଖାଦ୍ୟ ଅନ୍ଵେଷଣ ପାଇଁ ଏବଂ ବିଭିନ୍ନ ପ୍ରକାର ଲୀଳାଖେଳା କରିବାପାଇଁ ନିଜ ନିଜ ବସାରୁ ବାହାରି ଦୂରକୁ ଉଡ଼ିଯାଇଥାଆନ୍ତି । ଉଦ୍ଦେଶ୍ୟରେ କବି ପକ୍ଷୀ, ମହୁମାଛି, ପିମ୍ପୁଡ଼ି ଓ ସିଂହ ବିଷୟରେ କହିଛନ୍ତି । ପକ୍ଷୀ, ମହୁମାଛି, ପିମ୍ପୁଡ଼ି କ୍ଷୁଦ୍ରଜୀବ ହେଲେ ବି ନିଜର କର୍ମଚଞ୍ଚଳତା ପାଇଁ ସେମାନେ ଖୁସିରେ ରହିଥିଲାବେଳେ, ସିଂହ ଭଳି ବଳଶାଳୀ ଜୀବ ନିଜ ଆଳସ୍ୟ କାରଣରୁ ଉପବାସରେ ରହିଥା’ନ୍ତି ।

BSE Odisha 8th Class Odia Solutions Chapter 2 ଉଦ୍‌ବୋଧନ

Question ୪।
ଭାଷାର ଉନ୍ନତି ନହେଲେ ଆମର କି କି ଅସୁବିଧା ହେବ ?
Answer:
ଭାଷାର ଉନ୍ନତି ନ ହେଲେ ଆମେ ଅଧମ ରୂପେ ଗଣ୍ୟ ହେବା ଏବଂ ଅନ୍ୟମାନଙ୍କ ସହ ପ୍ରତିଯୋଗତା କରିପାରିବା ନାହିଁ । ଉଚ୍ଚଭାଷୀ ଲୋକମାନେ ଆମକୁ ହୀନହେୟ ମନେକରିବେ ଓ ଆମେ ସମାଜରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବା ନାହିଁ।

Question ୫।
କବିଙ୍କ ବିଚାରରେ ଅଧମ କିଏ ?
କବିଙ୍କ ବିଚାରରେ ଯାହାର ଭାଷା ଦୁର୍ବଳ, ସେ ଅଧମ । କାରଣ ସେ କାହାରି ସହିତ ପ୍ରତିଯୋଗିତାର କ୍ଷମତା ହାସଲ କରିନଥାଏ ।

Question ୬ ।
ମାନ ଓ ଅପମାନ ମଧ୍ୟରେ ପାର୍ଥକ୍ୟ ବୁଝୁନଥିବା ଲୋକ ପଶୁ ସହିତ ସମାନ ବୋଲି କବି କାହିଁକି ଭାବିଛନ୍ତି ?
Answer:
ପଶୁ ମାନ ଓ ଅପମାନ ମଧ୍ୟରେ ପାର୍ଥକ୍ୟ ବୁଝିପାରେ ନାହିଁ । ତେଣୁ ମାନ ଓ ଅପମାନ ମଧ୍ୟରେ ପାର୍ଥକ୍ୟ ବୁଝୁ ନ ଥ‌ିବା ଲୋକଙ୍କୁ କବି ପଶୁ ସହ ସମାନ ବୋଲି ଭାବିଛନ୍ତି।

Question ୭ ।
କେଉଁ କେଉଁ ଭାଷାଭାଷୀ ଲୋକେ ଓଡ଼ିଶାର ପ୍ରତିବେଶୀ ?
Answer:
ବଙ୍ଗଳା, ତେଲୁଗୁ ଓ ହିନ୍ଦୀ ଭାଷାଭାଷୀ ଲୋକେ ଓଡ଼ିଶାର ପ୍ରତିବେଶୀ ।.

Question ୮।
“ଉଦ୍‌ବୋଧନ” କବିତାର କବି କିଏ ? ତାଙ୍କର କେଉଁ ପୁସ୍ତକରୁ ଏହି କବିତାଟି ଆନୀତ ?
Answer:
“ ଉଦ୍‌ବୋଧନ” କବିତାର କବି ହେଉଛନ୍ତି ସ୍ବଭାବ କବି ଗଙ୍ଗାଧର ମେହେର। ତାଙ୍କର ‘ଅର୍ଘ୍ୟଥାଳୀ’ ପୁସ୍ତକରୁ ଏହି କବିତାଟି ଆନୀତ ।

Question ୯ ।
କାହାର ଜ୍ଞାନ ନଥାଏ ?
Answer:
ଯେଉଁ ବ୍ୟକ୍ତିର ଭାଷା ଅନୁନ୍ନତ ତଥା ଦୁର୍ବଳ, ସେ ଜ୍ଞାନହୀନ ଅଟେ । କାରଣ ସେ କୌଣସି କଥା ଠିକ୍ ଭାବେ ବୁଝିପାରେନା କିମ୍ବା ନିଜର ମନୋଭାବ ମଧ୍ୟ ଠିକ୍ ଭାବେ ପ୍ରକାଶ କରିପାରେନା ।

Question ୧୦ ।
ପ୍ରତ୍ୟେକ ଜୀବ କାହିଁକି କର୍ମତତ୍ପର ହୁଏ ଓ କିପରି ଉଦରପୂର୍ତ୍ତି କରିଥାଏ ?
Answer:
ସଂସାରର ପ୍ରତ୍ୟେକ ଜୀବ ନିଜ ନିଜର ଉଦରପୂର୍ତ୍ତି ନିମିତ୍ତ କର୍ମତତ୍ପର ହୁଅନ୍ତି । ଉଦରପୂର୍ତ୍ତି ନିମିତ୍ତ ସେମାନେ ବିଭିନ୍ନ କଳକୌଶଳ ପ୍ରୟୋଗ କରି ଖାଦ୍ୟ ଆହରଣ କରନ୍ତି ।

ସରଳ ଭାଷାରେ ବୁଝାଇ ଲେଖ :

Question ୧।
ପ୍ରତିବେଶୀଙ୍କର ସହିତ ତୁଳନା,
କରି କର ନିଜ ମଧ୍ୟରେ କଳନା ।
Answer:
ପ୍ରତିବେଶୀଙ୍କର ………………………..ମଧ୍ୟରେ କଳନା।
ଆମ ପଡ଼ୋଶୀ ରାଜ୍ୟବାସୀଙ୍କ ଭାଷାଗତ ସମୃଦ୍ଧିକୁ ଆମର ସ୍ଥିତାବସ୍ଥା ସହିତ ତୁଳନା କରିବାକୁ ଆହ୍ୱାନ ଜଣାଇଛନ୍ତି । ଯାହାର ମାତୃଭାଷା ଯେତେ ଦୁର୍ବଳ ସେ ସେତେ ଅଜ୍ଞାନ, ଅଧମ ଭାବେ ବିବେଚିତ ହୁଏ । ମାତୃଭାଷାକୁ ଉଚ୍ଚ କଲେ ଜଣେ ନିଜ ହୃଦୟରେ ଉଚ୍ଚ ଆଶା ପୋଷଣ କରିବାକୁ ସକ୍ଷମ ହୋଇପାରିବ । ନିଜ ଭାଷାର ଗୁରୁତ୍ଵ ନଥିଲେ କେହି ରାଜଦରବାରରେ, ଶାସନ କ୍ଷେତ୍ରରେ ସୁଯୋଗ୍ୟ ସାବ୍ୟସ୍ତ ହୋଇପାରିବନାର୍ହିଁ।

ଏହି ଦୃଷ୍ଟିରୁ ବିଚାର କଲେ ଆମ ପ୍ରତିବେଶୀଙ୍କର ମାତୃଭାଷାର ଉନ୍ନତି ପ୍ରତି ଆମକୁ ଦୃଷ୍ଟିନିବଦ୍ଧ କରିବାକୁ ପଡ଼ିବ । ନିଜର ସମୃଦ୍ଧ ମାତୃଭାଷା ପାଇଁ ସେମାନେ ଅଧ୍ବକ ଶିକ୍ଷିତ ହୋଇପାରିଛନ୍ତି । ଅଧ‌ିକ ମାତ୍ରାରେ ଯୋଗ୍ୟ ବିବେଚିତ ହୋଇ ଶାସନ କାର୍ଯ୍ୟରେ ନିୟୋଜିତ ହୋଇପାରିଛନ୍ତି । ନିଜ ମାତୃଭାଷାରେ ଉନ୍ନତ କାବ୍ୟକବିତା ରଚନା କରି ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ସେମାନଙ୍କ ସହିତ ଆମେ ନିଜକୁ ତୁଳନା କରି ଆମ ଭାଷାଗତ ଶକ୍ତିସାମର୍ଥ୍ୟକୁ କଳନା କରିବାର ବେଳ ଆସିଛି । ଏଥୁରୁ ଆମର ଦୀନତା, ଆମର ହୀନମନ୍ୟତା ସ୍ପଷ୍ଟ ବାରିହୋଇଯିବ । ସୁତରାଂ ନିଜ ମାତୃଭାଷାର ପ୍ରଶଂସା କରିବାରେ ଲଜ୍ଜାବୋଧ ନକରି ଏହାର ଉନ୍ନତି ପାଇଁ ଆମର ଧନ, ଧ୍ୟାନ, ମନ ଅର୍ପଣ କରିବା ବିଧେୟ ।

BSE Odisha 8th Class Odia Solutions Chapter 2 ଉଦ୍‌ବୋଧନ

Question ୨ ।
ଶୁଭ କର୍ମପଥେ ହୁଅ ଅଗ୍ରସର,
ଚକ୍ଷୁ ମଳିବାକୁ ନାହିଁ ଅବସର ।
Answer:
ଶୁଭ କର୍ମପଥେ …………………………. ନାହିଁ ଅବସରା
ଉପର୍ୟ୍ୟକ୍ତ କବିତାଂଶଟି ସ୍ବଭାବକବି ଗଙ୍ଗାଧର ମେହେରଙ୍କ ପ୍ରଣୀତ ‘ଉଦ୍‌ବୋଧନ’ କବିତାରୁ ଆନୀତ । ଏଠାରେ କବି ମାତୃଭାଷାର ଉନ୍ନତି ପାଇଁ କର୍ମପ୍ରବଣ ହେବା ଶୁଭଙ୍କର ଅଟେ ବୋଲି ମତ ପ୍ରଦାନ କରିଛନ୍ତି ।

ମଣିଷର ଶୁଭାଶୁଭ ନିଜର କର୍ମ ଉପରେ ନିର୍ଭର କରେ । କର୍ମହିଁ ଆମ ପ୍ରଗତିର ମୂଳମନ୍ତ୍ର । ମାତୃଭାଷାକୁ ଉଚ୍ଚ ଓ ସମୃଦ୍ଧ କରିବାଦ୍ୱାରା ଆମର ମଙ୍ଗଳ ହେବ । ଏହି ସତ୍ଵକର୍ମ ବଳରେ ଦେଶବାସୀ ପ୍ରଗତି ହାସଲ କରିପାରିବେ । ନିଜ ମାତୃଭାଷା ଏହି କର୍ମ ପାଇଁ ଉନ୍ନତ, ସମୃଦ୍ଧ ହୋଇଉଠିବ । ଆମେ ଜାଗ୍ରତ ହୋଇଉଠିଲେ ନବୀନ ଆଲୋକରେ ଆମ କର୍ମପ୍ରବଣତା ଉଦ୍ଭାସିତ ହୋଇଉଠିବା

ନିଜ ମାତୃଭୂମି ଓ ମାତୃଭାଷା ପାଇଁ କର୍ମ କରିବା ଶୁଭକର୍ମ ଅଟେ । ଆମେ ନିଜର ଧନ, ଧାନ, ମନ ଏହାରି ପାଇଁ ଅର୍ପଣ କଲେ ଆମ ମାତୃଭୂମି ଓ ମାତୃଭାଷାର ବଦନ ଉଦୀପ୍ତ ହୋଇଉଠିବ । ସୁପ୍ତ ମନୋଭାବ ନେଇ କାର୍ଯ୍ୟକଲେ ଆମେ ଲୋକହସା ହେବା । ନୀରବରେ ଆଖୁମଳି ଲୁହ ଝରେଇବାର ଅବକାଶ ଆଉ ନାହିଁ । ସୁତରାଂ, ନିଜ ମାତୃଭାଷାର ସମୃଦ୍ଧି ପାଇଁ କର୍ମପଥରେ ଅଗ୍ରସର ହେଲେ ଆମର ମଙ୍ଗଳବିଧାନ ହେବ ଏବଂ ଜୀବନ ସଫଳ ହେବ ।

Question ୩ ।
ସପ୍ରସଙ୍ଗ ସରଳାର୍ଥ ଲେଖ ।
ଯା ଭାଷା ଦୁର୍ବଳା ସେ ନିଶ୍ଚେ ଅଧମ,
କାହିଁ ହେବ ଆନେ ପ୍ରତିଯୋଗେ କ୍ଷମ ।
Answer:
ଯା ଭାଷା ………………………….ପ୍ରତିଯୋଗେ କ୍ଷମ ।
ଶଂସିତ ପଦ୍ୟାଶଟି ପଠିତ ପୁସ୍ତକର “ଉଦ୍‌ବୋଧନ” ଶୀର୍ଷକ କବିତାରୁ ଗୃହୀତ। ଆଲୋଚିତ କବିତାଂଶରେ କବି ଗଙ୍ଗାଧର ମେହେର ଭାଷାରେ ଦୁର୍ବଳା ଥିବା ମନୁଷ୍ୟ କିପରି ନରାଧମ ଓ ପ୍ରତିଯୋଗିତାରେ ଅକ୍ଷମ ବା ଅସମର୍ଥ, ତତ୍ ସଂପର୍କରେ ସୂଚନା ପ୍ରଦାନ କରିଛନ୍ତି ।

କବିଙ୍କର ଅସାଧାରଣ ଜାତୀୟ ଚେତନା ଓ ମାତୃଭାଷା ପ୍ରୀତି କବିତା ମାଧ୍ୟମରେ ପରିଲକ୍ଷିତ ହୁଏ । ମାତୃଭାଷାର ପ୍ରଗତି ନିମିତ୍ତ ସେ ଓଡ଼ିଶାର ଜନସମାଜକୁ ପ୍ରେରଣା ପ୍ରଦାନ କରିଛନ୍ତି । କବିଙ୍କ ମତରେ ଜ୍ଞାନ ହେଉଛି କୌଶଳର ଜନକ। ଭାଷା ବ୍ୟତିରେକେ ଜ୍ଞାନର ଅଭିବୃଦ୍ଧି ଆସମ୍ଭବା ଭାଷାର ପୂର୍ଣ୍ଣ ବିକାଶରେ ହିଁ ମନୁଷ୍ୟ ତା’ର ଶ୍ରେଷ୍ଠତା ପ୍ରତିପାଦନ କରିବାରେ ସମର୍ଥ ହୋଇଥାଏ। ଯେଉଁ ମନୁଷ୍ୟର ଭାଷା ଦୁର୍ବଳ ସେ ନରାଧମ, ଏତାଦୃଶ ବ୍ୟକ୍ତି ପ୍ରତିଯୋଗିତା କ୍ଷେତ୍ରରେ ସମର୍ଥ ହୋଇପାରେ ନାହିଁ। କବିଙ୍କର ଏପରି ଚିନ୍ତାଧାରା ଯଥାର୍ଥରେ ଉଚ୍ଚ ଭାବାପନ୍ନ।

ବାର୍ଘ ତ୍ତରମୂଳକ ପ୍ରଶ୍ନୋତ୍ତର :

Question ୧।
ପ୍ରଗତି ହାସଲ କରିବାପାଇଁ ଦେଶବାସୀଙ୍କୁ କବି ଯେଉଁ ସନ୍ଦେଶ ଓ ପରାମର୍ଶ ଦେଇଛନ୍ତି ଆଲୋଚନା କର ।
Answer:
ରଙ୍ଗାଜୀବ ସ୍ବଭାବକବି ଗଙ୍ଗାଧର ମେହେର ଥିଲେ ବରପାଲିର ବରପୁତ୍ର । ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗର ସ୍ରଷ୍ଟାମାନଙ୍କ ମଧ୍ୟରେ ସେ ଏକ ବିଶିଷ୍ଟ ସ୍ଥାନର ଅଧିକାରୀ । ତାଙ୍କ ରଚନାସମ୍ଭାର ମଧ୍ଯରେ ‘ତପସ୍ବିନୀ’, ‘ପ୍ରଣୟବଲ୍ଲରୀ’, ‘କୀଚକ ବଧ’, ‘ଇନ୍ଦୁମତୀ’, ‘ଉତ୍କଳ-ଲକ୍ଷ୍ମୀ’, ‘ଅର୍ଘ୍ୟଥାଳୀ’, ‘କୃଷକ ସଙ୍ଗୀତ’ ଇତ୍ୟାଦି ପ୍ରଧାନ । ଆଲୋଚ୍ୟ ‘ଉଦ୍‌ବୋଧନ’ କବିତାଟି ତାଙ୍କର ‘ଅର୍ଘ୍ୟଥାଳୀ’ ପୁସ୍ତକରୁ ସଂଗୃହୀତ । ଏଠାରେ କବି ଦେଶବାସୀଙ୍କ ପ୍ରଗତି ସମ୍ପର୍କରେ ଆଲୋକପାତ କରିଛନ୍ତି ।

ଗୋଟିଏ ଦେଶର ପ୍ରଗତି ସେ ଦେଶର ଦେଶବାସୀଙ୍କ କାର୍ଯ୍ୟପଦ୍ଧତି ଉପରେ ନିର୍ଭର କରେ । ବଳ ଥାଉ ଥାଉ ନିର୍ବଳର ଅଭିନୟ କଲେ, ସୁପ୍ତ ସିଂହ ପରି ଶୋଇରହିଲେ, କ୍ଷୁଦ୍ର ପିମ୍ପୁଡ଼ି ପରି କର୍ମତତ୍ପର ନ ହେଲେ ଏବଂ ମହୁମାଛି ପରି ସଞ୍ଚୟ ମନୋବୃତ୍ତି ପୋଷଣ ନ କଲେ କେହି କେବେ ପ୍ରଗତି ହାସଲ କରିପାରିବ ନାହିଁ । କଳକୌଶଳ ଜ୍ଞାନରେ ମହାବଳବାନ୍ ପ୍ରାଣୀଙ୍କୁ ଆୟତ୍ତାଧୀନ କରି ଆମ କର୍ମରେ ଆମେ ପ୍ରଗତି ହାସଲ କରିପାରିବା ।

ପ୍ରତ୍ୟେକ କାର୍ଯ୍ୟ ପାଇଁ ଭାଷାଜ୍ଞାନର ଆବଶ୍ୟକତା ଅତି ଜରୁରୀ ଅଟେ । ଦୁର୍ବଳ ଭାଷା ନେଇ କେହି ବିଶ୍ଵରେ ରାଜପଣ କରିପାରେ ନାହିଁ। ଉଚ୍ଚଭାଷୀ ହେଲେ ଆମେ ଆମ ସମାଜରେ ଅଗ୍ରଣୀ ହୋଇପାରିବା । ନିଜର ମାତୃଭାଷାକୁ ଉଚ୍ଚ କଲେ ଆମେ ପ୍ରଗତିଶୀଳ ହୋଇ ହୃଦୟରେ ଉଚ୍ଚାଭିଳାଷ ପୋଷଣ କରିପାରିବା । କାରଣ-

“ଯା ଭାକ୍ଷା ଦୁର୍ବଳା କାର୍ଦିତା’ର ଜ୍ଞାନ?
କାହିଁ ତା’ର ରାଜଦୁଆରେ ସମ୍ମାନ ?’’

ଆମୋଦପ୍ରମୋଦର ପଲଙ୍କରେ ବିଳାସବ୍ୟସନର ସୁଖସ୍ଵପ୍ନ ଦେଖ୍ ଶୟନ କଲେ ଗୋଟିଏ ଦେଶର ଦେଶବାସୀ କେବେ ପ୍ରଗତିପଥର ଯାତ୍ରୀ ହୋଇପାରିବେ ନାହିଁ । ପ୍ରଗତି ହାସଲ ପାଇଁ ଆମ ପଡ଼ୋଶୀ ରାଜ୍ୟର ପ୍ରତିବେଶୀମାନଙ୍କ ସହିତ ଆମକୁ ସମକକ୍ଷ ହେବାକୁ ପଡ଼ିବ । ଆମ ମନରୁ ହୀନମନ୍ୟତା ପରିହାର କରିବାକୁ ପଡ଼ିବ । ଶାସନ କାର୍ଯ୍ୟରେ ରାଜାନୁଗ୍ରହ ଲାଭ କରିବାପାଇଁ ଆମର ଦକ୍ଷତା ଅଛି କି ନାହିଁ ତାକୁ ତଉଲିବାକୁ ପଡ଼ିବ । ସେଇଥପାଇଁ ତ କବି ଆମକୁ ପ୍ରଶ୍ନ କରିଛନ୍ତି—

‘ଉଚ୍ଚ ପଦ ପାଇଁ ଡାକିଲେ ରାଜନ,
କେତେ ଜଣ ଅଛ ନାହିଁକି ଭାବନ?

ଆମ ଦୀନତାକୁ ଆମେ ଦୂରେଇ ଦେବା । ମାନ ଅପମାନକୁ ଗୁରୁତ୍ବ ସହକାରେ ବିଚାର ନକଲେ ଆମେ ପଶୁ ସହିତ ସମାନ ହୋଇଯିବା । ଜାଗ୍ରତ ହେଲେ, ଆମ ପ୍ରଗତିର ପୃଷ୍ଠା ଉନ୍ମୋଚିତ ହେବ । କେବଳ ଚକ୍ଷୁମଳି ବସିରହିଲେ ପ୍ରଗତି ହୋଇପାରିବ ନାହିଁ । ଆମ ଦେଶବାସୀଙ୍କ ସଫଳ ଜୀବନ ପାଇଁ ମାତୃଭୂମି ଓ ମାତୃଭାଷା ସମୃଦ୍ଧ ହେବା ଦରକାର । କବିଙ୍କ ଭାଷାରେ-

“ମାତୃଭୂମି ମାତୃଭାଷାର ବଦନ,
ଦାପ୍ତ କର ଦେଇ ଧନ ଧ୍ୟାନ ମନା”

ଉପରୋକ୍ତ ଆଲୋଚନାରୁ ଆମ ଦେଶବାସୀଙ୍କ ପ୍ରଗତି ହାସଲ ନିମିତ୍ତ କବି କିପରି ସୁପରାମର୍ଶ ପ୍ରଦାନ କରିଛନ୍ତି ତା’ର ସୂଚନା ମିଳେ ।

Question ୨ ।
ବିଦ୍ୟାଳୟରେ ଅନ୍ୟାନ୍ୟ ବିଷୟ ପଢ଼ିବା, ବୁଝିବା ଓ ଉତ୍ତର ଲେଖୁବା କ୍ଷେତ୍ରରେ ଓଡ଼ିଆ ଭାଷାଜ୍ଞାନ ତୁମକୁ କିପରି ସାହାଯ୍ୟ କରୁଛି ଲେଖ।
Answer:
ଓଡ଼ିଆ ମୋର ମାତୃଭାଷା । ମୁଁ ମୋର ମାତୃଭାଷା ଓଡ଼ିଆରେ ହିଁ ପ୍ରଥମେ ଶିକ୍ଷାଗ୍ରହଣ କରିଛି । ସେହି ଭାଷାରେ ଲେଖୁବା ଓ ପଢ଼ିବାରେ ମୋର କୌଣସି ଅସୁବିଧା ନାହିଁ । ମୋ ପରିବାର ହେଉଛି ଏକ ଓଡ଼ିଆ ପରିବାର । ମୋର ବାପା, ମା’ ଓ ବଡ଼ ଭାଇଭଉଣୀମାନେ ଓଡ଼ିଆ ଭାଷାରେ କଥାବାର୍ତ୍ତା କରନ୍ତି । ସୁତରାଂ ମୁଁ ଓଡ଼ିଆ ଭାଷାରେ କଥାବାର୍ତ୍ତା କରି ମୋର ମନର ଭାବକୁ ଅନ୍ୟମାନଙ୍କ ନିକଟରେ ପ୍ରକାଶ କରିବାପାଇଁ ଅଧୂକ ସହଜ ମନେକରେ ।

ଓଡ଼ିଆ ଭାଷା ଓ ସାହିତ୍ୟ ବ୍ୟତୀତ ମୁଁ ଗଣିତ, ବିଜ୍ଞାନ, ଇତିହାସ, ଭୂଗୋଳ, ରାଜନୀତି ବିଜ୍ଞାନ ଆଦି ଅନ୍ୟାନ୍ୟ ବିଷୟସବୁକୁ ଓଡ଼ିଆ ଭାଷା ମାଧ୍ୟମରେ ପଢୁଛି । ଓଡ଼ିଆ ଭାଷାରେ ପଡୁଥିବା ଗଣିତ ପ୍ରଶ୍ନ ଓ ତାହାର ଅଙ୍କଗୁଡ଼ିକ ଓଡ଼ିଆ ଭାଷା ଓ ଅଙ୍କର ସମନ୍ଵୟରେ ହୋଇଥ‌ିବାରୁ, ସେହି ପ୍ରଶ୍ନ ମୋତେ ବେଶ୍ ସହଜ ଲାଗେ । ସେସବୁ ପ୍ରଶ୍ନକୁ ମୁଁ ଠିକ୍ ରୂପେ ବୁଝିପାରେ । ତାହାକୁ ଉପଯୁକ୍ତ ଧାରାରେ ସମାଧାନ କରିପାରେ । ଏପରିକି ମିଶାଣ, ଫେଡ଼ାଣ, ହରଣ, ଗୁଣନ ସବୁକିଛି ଓଡ଼ିଆ ଅଙ୍କ ମାଧ୍ୟମରେ ସହଜରେ କରିପାରେ ।

ସେହିପରି ବିଜ୍ଞାନର ପ୍ରତ୍ୟେକ ଅଧ୍ୟାୟକୁ ମୁଁ ଓଡ଼ିଆ ଭାଷାରେ ପଢ଼ୁଥ‌ିବାରୁ ସେସବୁ ମୋତେ ସହଜ ଲାଗେ । ଜୀବବିଜ୍ଞାନଠାରୁ ଆରମ୍ଭ କରି ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ସବୁକିଛି ଓଡ଼ିଆ ଭାଷାରେ ପଢୁଥ‌ିବାରୁ ମୋତେ ପରୀକ୍ଷା ଖାତାରେ ଉତ୍ତର ଲେଖିବାପାଇଁ ସୁବିଧା ହୁଏ । ପୁନଶ୍ଚ ଇତିହାସ ଓ ଭୂଗୋଳକୁ ମୁଁ ଓଡ଼ିଆ ଭାଷାରେ ପଢ଼ୁଥ‌ିବାରୁ ସେସବୁକୁ ଠିକ୍‌ଭାବେ ବୁଝିପାରେ । ସେହି ବିଷୟରେ ପଡ଼ୁଥ‌ିବା ପ୍ରଶ୍ନର ଉତ୍ତରକୁ ସହଜରେ ଲେଖିପାରେ ।

ମୁଁ ଯଦି ଓଡ଼ିଆ ଭାଷାରେ ପାଠ ନପଢ଼ି ଇଂରାଜୀ ବା ଅନ୍ୟ କେଉଁ ମାଧ୍ୟମରେ ପାଠ ପଢ଼ିଥା’ନ୍ତି, ତା’ହେଲେ ସେହି ଭାଷାରେ ସ୍ଵଳ୍ପ ଜ୍ଞାନ ଯୋଗୁଁ ପ୍ରଶ୍ନଗୁଡ଼ିକର ଉତ୍ତର ସଠିକ୍‌ଭାବେ ଦେଇପାରି ନଥା’ନ୍ତି । କାରଣ ତାହା ମୋର ମାତୃଭାଷା ହୋଇ ନ ଥ‌ିବାରୁ ସେଥୁରେ ଶିକ୍ଷାଲାଭଦ୍ବାରା ମୋର କୌଣସି ଉପକାର ହୋଇ ନଥା’ନ୍ତା କିମ୍ବା ପାଠପଢ଼ାରେ ଆଗ୍ରହ ସୃଷ୍ଟି ହୋଇ ନଥା’ନ୍ତା । ଓଡ଼ିଆ ଭାଷାରେ ପଢ଼ିବାଦ୍ଵାରା ମୋର ଶବ୍ଦଜ୍ଞାନ, ବ୍ୟାକରଣଜ୍ଞାନର ଉନ୍ନତି ହୋଇଛି । ପାଠକୁ ମୁଁ ଆଗ୍ରହ ସହିତ ଅନୁଭବ କରି, ବୁଝି ଅଭ୍ୟାସ କରୁଛି । ଏସବୁ କେବଳ ମୋର ମାତୃଭାଷା ଓଡ଼ିଆ ପାଇଁ ସମ୍ଭବ ହେଉଛି । ପୁନଶ୍ଚ ମାତୃଭାଷାରେ ବ୍ୟାକରଣ ପାଠ ବୁଝିଲା ପରେ ଅନ୍ୟାନ୍ୟ ଭାଷାର ବ୍ୟାକରଣ ପାଠ ବୁଝିବା ମୋତେ ସହଜ ହେଉଛି ।

BSE Odisha 8th Class Odia Solutions Chapter 2 ଉଦ୍‌ବୋଧନ

Question ୩ ।
ତୁମର କେଉଁ କେଉଁ କାର୍ଯ୍ୟ ମାତୃଭାଷାର ଉନ୍ନତି ଦିଗରେ ସହାୟକ ହେବ ସେ ସମ୍ପର୍କରେ ସହପାଠୀମାନଙ୍କ ସହ ଆଲୋଚନା କରି ଶିକ୍ଷକମାନଙ୍କ ପରାମର୍ଶ ନେଇ ଏକ କାର୍ଯ୍ୟଯୋଜନା ଫର୍ଦ୍ଦ ପ୍ରସ୍ତୁତ କର ।
Answer:
ସ୍ଵାଧୀନତା ପ୍ରାପ୍ତି ପରେ ଦେଶର ରାଜନୀତିଜ୍ଞ ତଥା ବିଶିଷ୍ଟ ଶିକ୍ଷାବିତ୍‌ମାନେ ମାତୃଭାଷା ମାଧ୍ୟମରେ ଶିକ୍ଷାଦାନ ଉପରେ ଗୁରୁତ୍ବ ଦେଇଛନ୍ତି । ଜାତିର ଜନକ ମହାତ୍ମା ଗାନ୍ଧି ମଧ୍ୟ ମାତୃଭାଷାରେ ଶିକ୍ଷା ଦେବାପାଇଁ ସମସ୍ତଙ୍କ ମନରେ ପ୍ରେରଣା ଦେଇଥିଲେ। ଡକ୍ଟର ଜୀବରାମ ମେହେଟ୍ଟା ଡାକ୍ତରୀ ପାଠକୁ ଏବଂ ଡକ୍ଟର ସତ୍ୟେନ୍ ବୋଷ ବିଜ୍ଞାନ ପାଠକୁ ମାତୃଭାଷା ମାଧ୍ୟମରେ ଶିକ୍ଷା ଦିଆଯାଇ ପାରିବ ବୋଲି କହିଛନ୍ତି । ଅବଶ୍ୟ ଏଭଳି ପଦକ୍ଷେପ ନେଲେ ପ୍ରାଥମିକ ସ୍ତରରେ ଅସୁବିଧା ହୋଇପାରେ, ମାତ୍ର ପରବର୍ତ୍ତୀ ସମୟରେ ମାତୃଭାଷାରେ ସେହିସବୁ ବିଷୟରେ ପୁସ୍ତକ ପ୍ରକାଶନ, ଶିକ୍ଷକମାନଙ୍କର ପାଠଦାନରେ ଆଗ୍ରହ ରହିଲେ, ଯେ କୌଣସି ପାଠକୁ ମାତୃଭାଷା ମାଧ୍ୟମରେ ଶିକ୍ଷାଦାନ କରାଯାଇପାରେ । ଯଦି ସେଥ‌ିରେ

ଅସୁବିଧା ହୁଏ ସ୍ଵତନ୍ତ୍ର ଭାବରେ ଶିକ୍ଷକମାନଙ୍କୁ ତାଲିମ୍ ଦେଲେ କ୍ରମଶଃ ସେହି ଅସୁବିଧା ସୁଧୁରିଯିବ । କୋଠାରୀ କମିଶନ ମଧ୍ୟ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ସପକ୍ଷରେ ଅଭିମତ ପ୍ରଦାନ କରିଥିଲେ । ସୁତରାଂ ସମସ୍ତେ ପ୍ରଥମେ ନିଜ ମାତୃଭାଷାର ଗୁରୁତ୍ଵ ବୁଝିବା ଉଚିତ । ତା’ ନକରି ଯଦି ଗୋଡ଼ାଣିଆ ମନୋଭାବ ପ୍ରତିପୋଷଣ କରି କେବଳ ଅନ୍ୟ ଭାଷାରେ ବା ଇଂରାଜୀ ଭାଷାରେ ଶିକ୍ଷା ପାଇବାପାଇଁ ଇଚ୍ଛାକରନ୍ତି, ତା’ହେଲେ ନିଜର ସ୍ଵାଭିମାନ କ୍ଷୁଣ୍ଣ ହେବ । ମାତୃଭାଷା ମାଧ୍ୟମରେ ଶିକ୍ଷାଦାନ

ମାତୃଭାଷାର ଉନ୍ନତି ପାଇଁ ଆବଶ୍ୟକ ପଦକ୍ଷେପ :

ପ୍ରଥମେ ବିଦ୍ୟାଳୟ ସ୍ତରରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ମାତୃଭାଷା ଉପରେ ଗୁରୁତ୍ଵ ଦିଆଯିବା ଆବଶ୍ୟକ । ଏଭଳି ନହେଲେ ଛାତ୍ରଛାତ୍ରୀମାନେ ମାତୃଭାଷା ପ୍ରତି ଆଗ୍ରହ ପ୍ରକାଶ କରିବେ ନାହିଁ । ବିଭିନ୍ନ ସମୟରେ ମାତୃଭାଷାର ଉନ୍ନତି ପାଇଁ ବିଭିନ୍ନ ଆଲୋଚନାଚକ୍ର ଅନୁଷ୍ଠିତ ହେବା ଉଚିତ । ଏପରି କି ମାତୃଭାଷାରେ ସୃଜନଶାଳ ଲେଖା ସୃଷ୍ଟି କରିବାକୁ ଉତ୍ସାହିତ କରିବା ବିଧେୟ। ସଭାସମିତିରେ ଭାଷଣ ମାତୃଭାଷାରେ ଦେବା ବାଞ୍ଛନୀୟ । ଏହାଦ୍ୱାରା ବକ୍ତାର ବକ୍ତବ୍ୟ ବା ଅଭିଭାଷଣକୁ ସମସ୍ତେ ଠିକ୍ ରୂପେ ବୁଝିପାରିବେ । ଓଡ଼ିଆ ଘରର ବିବାହ, ବ୍ରତ ଆଦି ନିମନ୍ତ୍ରଣପତ୍ର ମାତୃଭାଷାରେ ଛାପିବା ଦରକାର । ମାତୃଭାଷାରେ ନଛାପି ଇଂରାଜୀ ଭାଷାରେ ନିମନ୍ତ୍ରଣପତ୍ର ଛାପିବାଦ୍ୱାରା ହୀନମନ୍ୟତା ପ୍ରକାଶ ପାଏ ବୋଲି ମନେକରିବା ଉଚିତ ।

ସବୁବେଳେ ଆମର ସମ୍ଭାଷଣ ମାତୃଭାଷାରେ ହେବା ବାଞ୍ଚନାୟ । ମାତୃଭାଷାରେ ନିଜ ନିଜ ଭିତରେ ସ୍ୱାଗତ ସମ୍ଭାଷଣଦ୍ଵାରା ମନ ଭିତରେ ଆନ୍ତରିକତା ବୃଦ୍ଧିପାଏ । ଅନ୍ୟ ଭାଷାରେ ସମ୍ଭାଷଣ କେବଳ ଦେଖାଣିଆ ଭଳି ମନେ ହୋଇଥାଏ । ଓଡ଼ିଆ ଭାଷାର ପତ୍ରପତ୍ରିକାକୁ ନିଜର ବୋଲି ଭାବିବା ଉଚିତ । ତେଣୁ ମାତୃଭାଷାରେ ପ୍ରକାଶିତ ପୁସ୍ତକ, ପତ୍ରପତ୍ରିକାକୁ କ୍ରୟ କରି ଅଧ୍ୟୟନ କରିବାର ମାନସିକତା ରଖୁବା ଦରକାର ।

ଆମ ମାତୃଭାଷାରେ ଯଦି କିଛି ଭୁଲ ଥାଏ କିମ୍ବା କିଛି ବିଶେଷତ୍ଵ ଥାଏ, ତାହାକୁ ଗବେଷଣା ମାଧ୍ୟମରେ ପ୍ରକାଶ କରିବା ବିଧେୟ । ଠିକ୍ ରୂପେ କାର୍ଯ୍ୟକାରୀ ହୋଇ ପାରୁନାହିଁ । ତେଣୁ ପୁସ୍ତକ ପ୍ରକାଶନ ସଂସ୍ଥା ତଥା ବ୍ୟକ୍ତିବିଶେଷ ମାତୃଭାଷାର ଉନ୍ନତି ପାଇଁ ଜନସଚେତନତା ସୃଷ୍ଟ କରିବା ବାଞ୍ଚନାୟା ଜାତି ବଞ୍ଚେ ଭାଷାକୁ ନେଇ । ଗୋଟିଏ ଜାତିର ଭାଷା ତା’ର ଶ୍ରେଷ୍ଠ ସମ୍ପଦ । ଭାଷାକୁ ନେଇ ଜାତି ଗର୍ବ କରେ । ଭାଷାହିଁ ତା’ ଜାତି ପ୍ରଗତିର ଦ୍ୟୋତକ । ମାତୃଭାଷା ହିଁ ଜାତି ମନରେ ଭରିଦିଏ ସ୍ବାଭିମାନ । ସୁତରାଂ ମାତୃଭାଷାର ଉନ୍ନତିରେ ଯେ ଜାତିର ଉନ୍ନତି ଏହା ସମସ୍ତେ ବୁଝିବା ଉଚିତ ।

କବି ପରିଚୟ :

ଉତ୍କଳ ସାହିତ୍ୟ – ସମାଜରେ ସ୍ୱଭାବ କବି ରୂପେ ଚିରପୂଜିତ ରଙ୍ଗାଜାବ ଗଇଂ।ଧର ମେହେର ସମ୍ବଲପୁରସ୍ଥ ବରପାଲିରେ ୧୮୬୨ ମସିହାରେ ଭୂମିଷ୍ଠ ହୋଇଥିଲେ । ଉତ୍କଳର ନୈସର୍ଗିକ ରୂପ ମାଧୁରୀରେ ସେ ମୁଗ୍‌ଧ ବିଭୋର ହୋଇ ଅଜସ୍ର ମଧୁସ୍ରାବୀ ସୃଷ୍ଟିସମୂହ ସର୍ଜନା କରିଥିଲେ । ଓଡ଼ିଶାର ନଦ-ନଦୀ, ବନ-ଗିରି, କାନନ-କାନ୍ତାର ତାଙ୍କ ଅମୃତ-ହସ୍ତର ଲେଖନୀ ସ୍ପର୍ଶରେ ଜ୍ଵଳନ୍ତ ଓ ଜୀବନ୍ତ ହୋଇଯାଇଥିଲା । ସମ୍ବଲପୁର ଜିଲ୍ଲାର ଏକ ଦରିଦ୍ର ତନ୍ତୁବାୟ ପରିବାରରେ ସମ୍ଭୂତ ହୋଇ ସ୍ଵଳ୍ପ ଶିକ୍ଷାପ୍ରାପ୍ତ ହେଲେ ବି ତାଙ୍କ ସାରସ୍ବତ ସୃଷ୍ଟି ଅନନ୍ୟ ଓ ଅସାଧାରଣ ଥିଲା । ପିତା ଚୈତନ୍ୟ ମେହେରଙ୍କ କୌଳିକ ବୃତ୍ତିକୁ ସେ ଆପଣେଇ ନେଇଥିଲେ । ସ୍ଵକୀୟ ସାଧନା ଓ ଏକାଗ୍ରତା ବଳରେ କବି ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗର ଯୁଗନ୍ଧର ସ୍ରଷ୍ଟାମାନଙ୍କ ମଧ୍ୟରେ ସମାସାନ ହେ।ଇପାରିଥ୍ ଲୋ ପ୍ରକୃତିପ୍ରାଣତା ଓ ଦେଶପ୍ରାତିରେ ତାଙ୍କ ସୃଷ୍ଟିସମୂହ ଚିରଜାକ୍ଵ ଲ୍ୟମାନା

କବି ଓ କବିତା :

ଗଙ୍ଗାଧର ମେହେରଙ୍କ କାବ୍ୟ-ପ୍ରକୃତି ମାନବୀୟ । ତାଙ୍କର କାଳଜୟୀ କାବ୍ୟକବିତା ଉତ୍କଳର ବାଣୀ -ଭଣ୍ଡାରକୁ ପରିପୁଷ୍ଟ କରିଅଛି । ତାଙ୍କ ରଚନାଗୁଡ଼ିକ ମଧ୍ୟରେ ‘ତପସ୍ବିନୀ’, ‘ପ୍ରଣୟବଲ୍ଲରୀ’, ‘କୀଚକ ବଧ’, ‘ଇନ୍ଦୁମତୀ’, ‘ଉତ୍କଳଲକ୍ଷ୍ମୀ’, ‘ଅର୍ଘ୍ୟଥାଳୀ’, ‘କୃଷକ ସଙ୍ଗୀତ’ ଇତ୍ୟାଦି ପ୍ରଧାନ । ଆଲୋଚ୍ୟ ‘ଉଦ୍‌ବୋଧନ’ କବିତାଟି କବିଙ୍କ ‘ଅର୍ଘ୍ୟଥାଳୀ’ ପୁସ୍ତକର ଅଂଶବିଶେଷ । ଏଠାରେ ଦେଶ ଓ ଦଶ ଉଦ୍ଦେଶ୍ୟରେ କବି ଚିନ୍ତା ପ୍ରକଟ କରି ଦେଶବାସୀଙ୍କୁ ଅନେକ ଅମୂଲ୍ୟ ସଦୁପଦେଶ ପ୍ରଦାନ କରିଛନ୍ତ୍ରି

କବିତାର ସାରକଥା:

(୧) ଶକ୍ତିବାନ୍ କେବେ ନୂନ ହୋଇ ବସେନାହିଁ : ନବୋଦିତ ବାଳସୂର୍ଯ୍ୟଙ୍କ ରକ୍ତିମ ଆଭାର ପ୍ରଥମ ସ୍ପର୍ଶରେ ପ୍ରସ୍ଫୁଟିତ ହୁଏ କମଳ କଳିକା । ପ୍ରଭାତର ଶୁଭାଗମନରେ ପକ୍ଷୀଦଳ ଉଲ୍ଲସିତ ହୋଇଉଠନ୍ତି । ଆହାର ବିହାର ପାଇଁ ବସା ଛାଡ଼ନ୍ତି । ନୀଳାକାଶ ତଳେ ଦୂରଦୂରାନ୍ତକୁ ଉଡ଼ିଯାଆନ୍ତି । ମଧୁ ସଞ୍ଚୟ ଆଶାରେ ଆଳସ୍ୟ ପରିତ୍ୟାଗ କରି ମଧୁମକ୍ଷିକା ଅଗମ୍ୟ ବନପର୍ବତରେ ବିଚରଣ କରେ । ଏହିପରିଭାବେ ଶୁଭ ସକାଳରେ ପ୍ରତ୍ୟେକ ଚଳମାନ ଓ ବଳବାନ୍ ପ୍ରାଣୀ ଆଳସ୍ୟ ପରିତ୍ୟାଗ କରି କର୍ମକ୍ଷମ ହୋଇଉଠନ୍ତି । କେହି ମୌନ ହୋଇ ନୀରବତା ଅବଲମ୍ବନ କରନ୍ତି ନାହିଁ । କେହି ବଳ ଥାଉ ଥାଉ
ନିଜକୁ ନ୍ୟୁନ କରିଦିଅନ୍ତି ନାହିଁ ।

(୨) କଳକୌଶଳରେ କର୍ମ କଲେ କେହି ଉପବାସ ରହେନାହିଁ : ଦୁନିଆର ପ୍ରତ୍ୟେକ ବଳଶାଳୀ ଜୀବ ନିଜ ନିଜର ଉଦରପୂର୍ତ୍ତି ନିମିତ୍ତ କର୍ମତତ୍ପର ହୁଅନ୍ତି । ବିଭିନ୍ନ କଳକୌଶଳ ପ୍ରୟୋଗ କରି ଖାଦ୍ୟ ଆହରଣ କରନ୍ତି । ଅମିତ ବଳଶାଳୀ ବନପତି ସିଂହ ଜାଗ୍ରତ ନ ହେଲେ ତା’ ମୁଖକୁ ସ୍ୱତଃ ଆହାର ଆସିଯାଏ ନାହିଁ । ପିମ୍ପୁଡ଼ି ଅନବରତ ଶ୍ରମକରି ତା’ର ଖାଦ୍ୟଭଣ୍ଡାରକୁ ପରିପୂର୍ଣ୍ଣ କରି ସାଇତି ରଖେ । ବୃକ୍ଷମୂଳରେ ପାଟି ଖୋଲି ଶ୍ରମବିମୁଖ ହୋଇ କେବଳ ଶୋଇ ରହିଲେ ବୃକ୍ଷଚ୍ୟୁତ ଫଳ ସ୍ଵତଃ ଆମର ପାଟିକୁ ଆସିଯାଇ ଆମର ଭୋକ ମେଣ୍ଟାଏ ନାହିଁ । ବୁଦ୍ଧିମାନ୍ ମଣିଷ ନିଜ ବୁଦ୍ଧି କୌଶଳ ବଳରେ ଗଜ, ସିଂହ ଓ ବ୍ୟାଘ୍ର ପରି ବଳବାନ୍‌ ପ୍ରାଣୀଙ୍କୁ ବାନ୍ଧି ରଖ୍ଯାରିଥାଏ ।

(୩) ଦୁର୍ବଳ ଭାଷା ନେଇ କେହି ବିଶ୍ଵରେ ରାଜପଣ କରେନାହିଁ : ଜ୍ଞାନୀମାନେହିଁ କୌଶଳୀ । ଯଥେଷ୍ଟ ଭାଷାଜ୍ଞାନ ନ ଥୁଲେ କେହି ଜ୍ଞାନୀଗୁଣୀ ହୋଇପାରେ ନାହିଁ । ବଳଶାଳୀ ବ୍ୟକ୍ତି ଯଦି ମୂକ ହୋଇଥାଏ, ତେବେ ସେ କେବେ ବିଶ୍ବରେ ରାଜପଣ କରିପାରିବ ନାହିଁ । ସେଇଥପାଇଁ ତ ଭାଷାବିହୀନ ଶକ୍ତିଶାଳୀ ମୂକ ଜୀବଗଣ ଆଜି ଭାଷା-ଅଭିଜ୍ଞ ମାନବ ନିକଟରେ ପଦାନତ ହୋଇ ଗର୍ଡରହିଛନ୍ତି। ଯେଉଁମାନଙ୍କ ଭାଷା ଦୁର୍ବଳ ସେମାନେ ଅଧମ ପଦବାଚ୍ୟ । ସେମାନେ ଭାଷା –

ବିଜ୍ଞାନୀମାନଙ୍କ ସହିତ ପ୍ରତିଯୋଗିତା କରି ସମକକ୍ଷ ହୋଇପାରିବେ ନାହିଁ । ଉଚ୍ଚଶିକ୍ଷିତ ହୋଇ ସମାଜରେ ଅଗ୍ରଣୀ ଭୂମିକା ନିର୍ବାହ କରୁଥ‌ିବା ଉଚ୍ଚଭାଷୀ ବ୍ୟକ୍ତିମାନେ ସେମାନଙ୍କୁ ହୀନ, ହେୟ ଓ ନୀଚ ବୋଲି ବିବେଚନା କରିବେ । ଯେଉଁ ବ୍ୟକ୍ତି ମାନ ଆପମାନ କ’ଣ ଜାଣିପାରେ ନାହିଁ, ସେ ନିଶ୍ଚିତରୂପେ ଜ୍ଞାନହୀନ ପଶୁ ସହିତ ସମାନ । ଯାହାର ଭାଷା ଦୁର୍ବଳ ସେ କେବେ ଜ୍ଞାନୀ ହୋଇପାରେ ନାହିଁ ଏବଂ ଶିକ୍ଷିତ ବ୍ୟକ୍ତିଙ୍କ ପରି ରାଜଦରବାରରେ ସମ୍ମାନିତ ହୋଇପାରେ ନାହିଁ ।

(୪) ସମୃଦ୍ଧ ମାତୃଭାଷାହିଁ ମାତୃଭୂମିର ନରନାରୀଙ୍କୁ ଉଚ୍ଚାସୀନ କରେ ; ଉଚ୍ଚାଭିଳାଷୀ ହେବାକୁ ହେଲେ ନିଜ ମାତୃଭାଷାକୁ ସର୍ବପ୍ରଥମେ ଉଚ୍ଚ ଓ ଉନ୍ନତ କରିବାକୁ ହେବ । ନିଜ ହୃଦୟରେ ସର୍ବଦା ଉଚ୍ଚ ଅଭିଳାଷ ପୋଷଣ କରିବାକୁ ହେବ । ଆମୋଦପ୍ରମୋଦର ପଲଙ୍କରେ ବିଳାସବ୍ୟସନର ସୁଖସ୍ଵପ୍ନ ଦେଖ୍ ଶୟନ କଲେ ହୃଦୟର ଉଚ୍ଚାଭିଳାଷ କେବେ ପୂରଣ ହେବନାହିଁ । ଆମ ରାଜ୍ୟ ସେହିପରି ଅନୁନ୍ନତ ଅବସ୍ଥାରେ ପଡ଼ିରହିବ । ଆମ ପଡ଼ୋଶୀ ରାଜ୍ୟର କ୍ରମୋନ୍ନତ ପ୍ରତିବେଶୀମାନେ ଆମକୁ ହୀନହେୟ ବୋଲି ବିବେଚନା କରିବେ । ଆମର ପ୍ରଗତି ବିନା, ମାତୃଭାଷାର ଉନ୍ନତି ବିନା ଆମେ କେବେ ରାଜାନୁଗ୍ରହ ଲାଭ କରିପାରିବା ନାହିଁ ଆମ ପ୍ରତିବେଶୀଙ୍କ ସହିତ ଆମେ କେବେ ତୁଳନୀୟ ହୋଇପାରିବା ନାହିଁ । ଏଥୁରୁ ଆମର ଦୀନତା, ନୂନତା ପ୍ରତିପାଦିତ ହେବ ।

(୫) ମାତୃଭାଷାର ଉନ୍ନତି ଉପରେ ଜୀବନର ସଫଳତା ନିର୍ଭର କରେ : ଆମ ମାତୃଭାଷାକୁ ହୀନ ବିବେଚନା କଲେ ଆମେ ସବୁଦିନ ହୀନମନ୍ୟ ହୋଇ ରହିଯିବା । ତେଣୁ ଉଚ୍ଚାଭିଳାଷୀ ହେବାକୁ ହେଲେ ଆମ ମାତୃଭାଷାରେ ରଚିତ ପୋଥୁପୁସ୍ତକର ପ୍ରଶଂସାରେ ଆମେ ଶତମୁଖ ହୋଇଉଠିବା । ଆମ ଭାଷାଗତ ସମୃଦ୍ଧିର ନବୀନ ଆଲୋକରେ ଆମେ ଆଲୋକିତ ହେବା । ସୁପ୍ତ ହୋଇ ଆମେ ଲୋକହସା ହେବାନାହିଁ । ଆମେ ଜାଗ୍ରତ ହେବା । ଆମ ମାତୃଭୂମି ଓ ମାତୃଭାଷାର ଶୁଭ କର୍ମପଥରେ ଆମେ ଅଗ୍ରସର ହେବା । ଜାତିଗତ ଓ ଭାଷାଗତ ଚିନ୍ତାରେ ଆମ ମନରୁ ଆଳସ୍ୟ ଅପସରି ଯିବ । ଏହାର ସମୃଦ୍ଧି ନିମିତ୍ତ ଆମେ ଧନ-ଧାନ-ମନ ସବୁକିଛି ଉତ୍ସର୍ଗ କରିଦେବା । ଏପରି ଏକ ଶୁଭକର୍ମ ପାଇଁ ବିଭୁକୃପା ଆମ ପାଇଁ ଶୁଭଙ୍କର ହେବ । ଆମର ଜୀବନପଥ ଶୁଭପ୍ରଦ ହେବ ଏବଂ ମାତୃଭାଷାର ଗୁଣଗାନରେ ଆମ ଜୀବନ ସଫଳ ହେବ ।

ସୂଚନା ଓ କଠିନ ଶବ୍ଦାର୍ଥ :

  • ଉଦବୋଧନ – ବର୍ତ୍ତମାନର ଦୁରବସ୍ଥାକୁ ଦେଖୁ ଚାର୍ହିରେ ଉନ୍ନତି ଆଶିବା ଉଦ୍ଦେଶ୍ୟରେ ଦେଶବାସୀଙ୍କ ମଧ୍ୟରେ ଚେତନା ସୃଷ୍ଟି କରିବା ଏବଂ ଜାଗରଣ ଆଣିବା ନିମନ୍ତେ ଦିଆଯାଇଥ‌ିବା ପରାମର୍ଶ ।
  • ରବି କରେ – ସୂର୍ଯ୍ୟଙ୍କ କିରଣରେ ।
  • କମଳ – ପଦ୍ମା
  • ଭତ୍ ଫୁଲ୍ଲେ – ଆନନ୍ଦରେ ।
  • ଆକାର – ଖାଦ୍ୟ ।
  • ବିହାର – ବିଚରଣ, ଚୁଲିବା
  • ବିହଙ୍ଗମଦଳ – ପକ୍ଷୀଦଳା (ଏମାନେ ବିହାୟସ ଅର୍ଥାତ୍ ଆକାଶରେ ଗମନ କରି ପାରୁଥିବା ହେତୁ ଏମାନଙ୍କୁ ବିହଙ୍ଗମ କୁହାଯାଏ।)
  • ଲାଳସେ – ଲୋଭରେ | ଉଦ୍ଦେଶ୍ୟରେ ।
  • ବିଲେସ – ବୁଲେ| / ବିହାର କରେ ।
  • ନିଉନ (ନୂନ) – ଛୋଟ ।
  • ସଭନ – ନୀରବ ।
  • ସୁପ୍ତ – ଶୋଇଥ‌ିବା ।
  • ପିପାଲିକା – ପିମ୍ପୁଡ଼ି ।
  • ବୃକ୍ଷଗ୍ୟୁତ – ଗଛରୁ ପଡ଼ିବା ।
  • କବଳେ – ପାଟିରେ ମୁଖଗହ୍ଵରରେ ।
  • ଗଜ – ହାତୀ ।
  • ପ୍ରକାଶି – ପ୍ରକାଶ କରି ।

କେତୋଟି ନୂତନ ଶବ୍ଦ ଓ ତା’ର ଅର୍ଥ:

  • ତେଜି – ତ୍ୟାଗ କରିା
  • ଅଧମ – ନାଚ / ହାନ
  • ଭାଜନ – ଯୋଗ୍ୟ।
  • ପ୍ରତିଯୋଗେ – ପ୍ରତିଯୋଗିତାରେ।
  • କ୍ଷମ – ସମାନ।
  • ଉଚ୍ଚଭାଷା – ଉଚ୍ଚଭା କହେ ଯେ (ଉପପଦ ତତ୍ପୁରୁଷ ସମାସ)।
  • ନାଚ – ଛୋଟା
  • ଅପ୍ରଶା – ଆଗୁଆ ।
  • ରାଜକୁଆରେ – ରାଜଦରବାରରେ / ସରକାରା ଦପ୍ତରରେ।
  • ପିଲାସ – ସୁଖା
  • ପ୍ରତିବେଶୀ – ପଡ଼େ।ଶା ।
  • ଶ୍ରେଣୀ – ସୋପାନା
  • ନବାନ – ନୂଆା
  • ଅଗ୍ରସର – ଆଗୁଥା
  • ଦାସ୍ତ – ଉଢୃଳା
  • ଧ୍ୟାନ – ଦୃଷ୍ଟି।
  • ଆମୋଦ – କ୍ରାଡ଼ା କୌତୁକ / ମଚ୍ଚା / ଆନନ୍ଦା
  • ବିଭୁ – ଈଶ୍ଵରା
  • କଳନା – କଳନା କରିବା
  • ଅବସର – ଛୁଟି।

Leave a Comment