Odisha State Board BSE Odisha 8th Class Odia Solutions Chapter 6 ରୋଗୀସେବା Textbook Exercise Questions and Answers.
BSE Odisha Class 8 Odia Solutions Chapter 6 ରୋଗୀସେବା
ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର
Question ୧ ।
ଆସ, କଥାବାର୍ତ୍ତା ହେବା ।
(କ) ସେ ସମୟରେ ଗ୍ରାମବାସୀମାନଙ୍କର ଡାକ୍ତର ବିଷୟରେ କ’ଣ ଧାରଣା ଥିଲା ?
Answer:
ସେ ସମୟରେ ଗ୍ରାମବାସୀଙ୍କର ଧାରଣାଥିଲା, ଡାକ୍ତରମାନେ କେବଳ କଟାକଟି କରନ୍ତି । ତେଣୁ ରୋଗ ହେଲେ କେହି ଡାକ୍ତରଙ୍କ ପାଖକୁ ନଯାଇ ବୈଦ୍ୟ ପାଖକୁ ଯାଆନ୍ତି ।
(ଖ) ଛୋଟ ପିଲାମାନେ କାହିଁକି ବୈଦ୍ୟଙ୍କୁ ଦେଖ୍ ଡରୁଥିଲେ ?
Answer:
ଛୋଟ ପିଲାମାନଙ୍କୁ ରୋଗ ହେଲେ, ଅନେକ ସମୟରେ ବୈଦ୍ୟମାନେ, ପିଠିପାଖ ବେକରେ ଲୁହା ତତାଇ ଚଡୁ ଦେଉଥିଲେ ଓ ସେହି ସ୍ଥାନ ପାଚି ଘାଆ ହୋଇଯାଉଥିଲା । ସେଥିପାଇଁ ଛୋଟ ପିଲାମାନେ ବୈଦ୍ୟକୁ ଦେଖୁ ଡରୁଥିଲେ ।
(ଗ) କଟାଘା’ର ଚିକିତ୍ସା ବିଷୟରେ ସ୍ଵାସ୍ଥ୍ୟରକ୍ଷା ବହିରେ କ’ଣ ଲେଖାଥିଲା ?
Answer:
ପାଠ୍ୟପୁସ୍ତକର ସ୍ବାସ୍ଥ୍ୟରକ୍ଷା ବହିରେ ଉଲ୍ଲେଖ ଥିଲା ଯେ କଟା ଘା’ରେ ଦୂବକୁ ଛେଚି ବା ପାଟିରେ ଚୋବାଇ ଲଗାଇଦେଲେ ରକ୍ତ ବୋହିବା ସଙ୍ଗେ ସଙ୍ଗେ ବନ୍ଦ ହୋଇଯାଏ ଓ ଘା’ ମଧ୍ୟ ଶୀଘ୍ର ଶୁଖ୍ଯାଏ ।
(ଘ) ବୈଦ୍ୟ ଗୋଡ଼ର କଟାଘାଆ ଶୁଖାଇବା ପାଇଁ କେଉଁ ଜିନିଷର ବ୍ୟବହାର କରୁଥିଲେ ?
Answer:
ବୈଦ୍ୟ ଗୋଡର କଟା ଘା’ ଶୁଖାଇବା ପାଇଁ, କୌଣସି ଏକ ଗଛର ଗୁଡିଏ ପତ୍ର ଛେଦି ପୂରାଇ ଦେଉଥିଲେ ଓ ଖଣ୍ଡିଏ କନାରେ କଟାସ୍ଥାନକୁ ଜୋରରେ ବାନ୍ଧି ଦେଉଥିଲେ । ପ୍ରତିଦିନ କିଛି କଅଁଳ ଦୁବଘାସ ଛିଡାଇ ତାକୁ ଛେଚି ଗୋଟିଏ ପତ୍ର ପୁଡ଼ିଆରେ ବାନ୍ଧି ଔଷଧରୂପେ ଦେଉଥିଲେ ।
(ଙ) ‘ସୁଦୁରିଆନା’ କିଏ ?
Answer:
‘ସୁଦୁରିଆନା’ ହେଉଛନ୍ତି ମହାନ ଜନସେବକ ସୁଦର୍ଶନ ପ୍ରହରାଜ । ସେ ସାଇକେଲରେ ବୁଲିବୁଲି ଖରାବର୍ଷାକୁ ଖାତିର ନକରି ଅକୁଣ୍ଠ ଚିତ୍ତରେ ରୋଗୀ ଓ ଦୁଃଖୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ ।
Question ୨ ।
ଦୁଇ ବା ତିନୋଟି ଧାଡ଼ିରେ ଆସ ଉତ୍ତର ଲେଖିବା ।
(କ) ‘ଯାହା କରିବେ ସାଇଁ, ତାହା କାହାରି ହାତରେ ନାହିଁ? ଲେଖକଙ୍କ ବାପା ଏକଥା କାହିଁକି କହିଥିଲେ ?
Answer:
ଲେଖକଙ୍କ ବାପା ରୋଗ ଶଯ୍ୟାରେ ପଡ଼ିଥିବା ବେଳେ, ଈଶ୍ଵରଙ୍କ ଉପରେ ଭରସା କରି ଏହା କହିଥିଲେ । ବିଧୂର ବିଧାନକୁ କେହି ଅଟକାଇପାରିବେ ନାହିଁ, ଯାହା ହେବାର ଥିବ ତାହା ନିଶ୍ଚୟ ହେବ ।
(ଖ) ବୋଉଙ୍କର ସ୍ନେହପୂର୍ଣ ଆଦେଶ ଲେଖକ ଭାଙ୍ଗି ନ ପାରିବାର କାରଣ କ’ଣ ?
Answer:
ଦିନକ ପାଇଁ ଛୁଟି ନେଇ ଲେଖକ ଘରକୁ ଆସିଥିଲେ ଓ ବୋଉଙ୍କର ଅସୁସ୍ଥତା ହେତୁ ତାଙ୍କୁ ତିନିଦିନ ଅଟକିଯିବାକୁ ପଡ଼ିଲା । କର୍ମକ୍ଷେତ୍ର କଟକ ଫେରିବାକୁ ବୋଉଠାରୁ ଅନୁମତି ମାଗିଲାରୁ, ବୋଉ ସ୍ନେହପୂର୍ଣ ଦୃଷ୍ଟିରେ ଚାହିଁ ଆଉ ଦୁଇଦିନ ରହିଯିବାକୁ କହିଲେ । ଲେଖକଙ୍କର ବୋଉଙ୍କ ପ୍ରତି ଗଭୀର ଭଲପାଇବା ବା ଅସୁସ୍ଥ ଅବସ୍ଥାରେ ତାହା ଛାଡିଯିବା ଉଚିତ୍ ନୁହେଁ ବୋଲି ବିଚାରକରି, ବୋଉଙ୍କର ସ୍ନେହପୂର୍ଣ୍ଣ ଆଦେଶକୁ ସେ ଭାଙ୍ଗି ପାରି ନଥିଲେ ।
(ଗ) ସୁଦର୍ଶନ ପ୍ରହରାଜଙ୍କର ବ୍ୟକ୍ତିତ୍ଵ କିପରି ଥୁଲା ?
Answer:
ସୁଦର୍ଶନ ପ୍ରହରାଜ ଜଣେ ମହାନ୍ ଜନସେବକ ଥିଲେ, ଯିଏ କି ଗାଁ ଗାଁ ବୁଲି ରୋଗୀଙ୍କର ସେବା କରୁଥିଲେ । ସେ ଥିଲେ ବଳିଷ୍ଠ, କର୍ମଠ ଓ ପରଦୁଃଖକାତର, ନିରଳସ ବ୍ୟକ୍ତି । ଶୀତ, ଖରା, ବର୍ଷାକୁ ଖାତିର ନକରି ଭୋକ ଶୋଷ ଭୁଲି ସେ ଅକୁଣ୍ଠ ଚିତ୍ତରେ ରୋଗୀ ଓ ଦୁଃଖୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ ।
(ଘ) ସତ୍ୟବାଦୀ ବିଦ୍ୟାଳୟର ଛାତ୍ରମାନେ କିପରି ରୋଗୀସେବା କରୁଥିଲେ ?
Answer:
ସତ୍ୟବାଦୀ ବିଦ୍ୟାଳୟରେ ରୋଗୀସେବା ପାଠ୍ୟନ୍ତର୍ଭୁକ୍ତ ଥିଲା ଏବଂ ଆଚାର୍ଯ୍ୟ ମହାଶୟଙ୍କ ତତ୍ତ୍ୱାବଧାନରେ ଅନ୍ତେବାସୀଙ୍କୁ ପାଳିକରି ଏହି ସେବାକାର୍ଯ୍ୟ କରିବାକୁ ହେଉଥିଲା । ଛାତ୍ରାବାସରେ କୌଣସି ପିଲା ଜ୍ଵର କିମ୍ବା ବେମାରରେ ପଡ଼ିଲେ, ତାହାର ସେବା କରିବା ଓ ପଥକରାଇବା ଏବଂ ଡାକ୍ତରଖାନାରୁ ଔଷଧ ଆଣି ଦେବା ବ୍ୟବସ୍ତା କରିବାକୁ ହେଉଥିଲା । ଝାଡା ପରିସ୍ରା ହୋଇଗଲେ ବିଛଣା ଧୋଇ ପରିଷ୍କାର କରିବା ଆଦି କାର୍ଯ୍ୟ ରୋଗୀ ସେବା କରୁଥିବା ଛାତ୍ରକୁ ହିଁ କରିବାକୁ ପଡୁଥିଲା ।
Question ୩ ।
ଆସ, ମନେ ପକାଇ ଉତ୍ତର ଲେଖୁ ।
(କ) ଲେଖକ ଉଦୟନାଥ ଷଡ଼ଙ୍ଗୀ ତାଙ୍କ ବାପା ବୋଉଙ୍କର କିପରି ସେବା କରିଥିଲେ ?
Answer:
ଲେଖକ ସତ୍ୟବାଦୀ ବିଦ୍ୟାଳୟରେ ଜଣେ ଆଦର୍ଶ ଛାତ୍ରଭାବେ ଅଧ୍ୟୟନ କରି ରୋଗୀସେବା ସମ୍ପର୍କରେ ଉପଯୁକ୍ତ ଜ୍ଞାନ ଆହରଣ କରିଥିଲେ । ମାଟ୍ରିକ୍ୟୁଲେସନ୍ ପରୀକ୍ଷା ପରେ ଘରେ ଥିଲାବେଳେ ତାଙ୍କ ବାପା ଗ୍ରହଣୀ ଝାଡା ରୋଗରେ ଆକ୍ରାନ୍ତ ହୋଇଥିଲେ । ଲେଖକ ପିତାଙ୍କ ରୋଗଶଯ୍ୟା ନିକଟରେ ଦିନରାତି ବସି ସେବା କରିଥିଲେ । ଝାଡା ରୋଗ ହେତୁ ବାପାଙ୍କ ବିଛଣା ଚାଦର ବାରମ୍ବାର ମଇଳା ହୋଇଯାଉଥିଲା । ତେଣୁ ଘନଘନ ବିଛଣା ଚାଦର ବଦଳାଇବା, ପଥ୍ ଖୁଆଇ ଦେବା, ଉଠି ବସାଇବାରେ ସହାୟତା ପ୍ରଦାନ କରିବା ଆଦି କାର୍ଯ୍ୟ ଲେଖକ ନିଜେ କରୁଥିଲେ । ସାରାରାତି ଅନିଦ୍ରା ହୋଇ ସେ ବାପାଙ୍କ ଦେହ ହାତ ଆଉଁଶି ଦେଉଥିଲେ । ଲେଖକଙ୍କ ସେବାଶୈଳୀ ଏହିପରି ଥିଲା ଯେ ନିଦରୁ ଉଠିଲାମାତ୍ରେ ବାପା ପ୍ରଥମେ ତାଙ୍କୁ ହିଁ ଖୋଜୁଥିଲେ ।
ବାପାଙ୍କ ପରି ବୋଉଙ୍କ ଶେଷ ସମୟରେ ମଧ୍ୟ ଲେଖକ ତାଙ୍କ ପାଖେପାଖେ ରହି ସେବା କରିବାର ସୁଯୋଗ ପାଇଥିଲେ । କଟକରେ ଚାକିରି କରିଥିବା ସମୟରେ ସେଥିଲେ ଦିନକ ପାଇଁ ଛୁଟି ନେଇ ଘରକୁ ଆସି ଦେଖନ୍ତି ତ ବୋଉ ଜ୍ଵର ରୋଗରେ ଶଯ୍ୟାଶାୟୀ ହୋଇଛନ୍ତି । ଲେଖକ ବୋଉଙ୍କ ପାଖରେ ବସିରହି ତାଙ୍କ ପିଠି ଆଉଁସି ଦେଉଥିଲେ । ତିନିଦିନ ରହିଲା ପରେ, କର୍ମକ୍ଷେତ୍ରକୁ ଯିବା ପାଇଁ ଲେଖକ ବୋଉଙ୍କର ଅନୁମତି ମାଗିଥିଲେ । କିନ୍ତୁ ବୋଉ ହୁଏତ ଆଉ ବେଶିଦିନ ବଞ୍ଚେ ନାହିଁ ବୋଲି ଅନୁଭବ କରି ପୁଅକୁ ଆଉ ଦୁଇଦିନ ରହିଯିବାକୁ କହିଲେ ।
ବୋଉଙ୍କ କଥାରେ ଲେଖକ କଟକ ଯିବା କାର୍ଯ୍ୟକ୍ରମ ବାତିଲି କଲେ । ବୋଉଙ୍କର ବିଛଣାରେ ହିଁ ମଳମୂତ୍ର ହୋଇଯାଉଥିଲା । ଲେଖକ ନିଜେ ସେ ସବୁ ବଦଳାଇ ନିଜ ହାତରେ ବିଛଣା ଚାଦର ସଫାକରି ଦେଉଥିଲେ । ଏହି ପରି ଭାବରେ ଲେଖକ ପିତୃମାତୃ ସେବାକରି ନିଜ ଜୀବନକୁ ଧନ୍ଯକରି ପାରିଥିଲେ ଓ ସେମାନଙ୍କ ଆଶୀର୍ବାଦପ୍ରାପ୍ତ ହୋଇ ଜୀବନର ଉନ୍ନତି ପଥରେ ଅଗ୍ରସର ହୋଇଥିଲେ।
(ଖ) ସତ୍ୟବାଦୀ ବିଦ୍ୟାଳୟରେ ଛାତ୍ରମାନଙ୍କୁ ରୋଗୀସେବା କାହିଁକି ଶିକ୍ଷା ଦିଆଯାଉଥିଲା ?
Answer:
ସତ୍ୟବାଦୀ ବନବିଦ୍ୟାଳୟ, ସାଧାରଣ ବିଦ୍ୟାଳୟ ନଥିଲା, ତାହା ଥିଲା ମଣିଷ ତିଆରି କାରଖାନା । ସେଠାକାର ଛାତ୍ରମାନେ ପ୍ରତ୍ୟେକ ବିଷୟରେ ଶିକ୍ଷାଲାଭ କରୁଥିଲେ । ସ୍ବାବଲମ୍ବୀ ହେବା ଓ ସେବା ମନୋବୃତ୍ତି ପ୍ରକାଶ କରିବା ତାଙ୍କ ବିଦ୍ୟଳୟର ଅନ୍ୟତମ ଉଦ୍ଦେଶ୍ୟ ଥିଲା । ଏପରିକି ସେଠାରେ ରୋଗୀସେବା ପାଠ୍ୟନ୍ତର୍ଭୁକ୍ତ ଥିଲା । ଆଚାର୍ଯ୍ୟ ମହାଶୟଙ୍କ ଦାୟିତ୍ଵ ଓ ତତ୍ତ୍ୱାବଧାନରେ ଅନ୍ତେବାସୀଙ୍କୁ ପାଳିକରି ରୋଗୀସେବଂ କାର୍ଯ୍ୟ କରିବାକୁ ପଡୁଥିଲା ।
ରୋଗୀସେବା ପାଳି ଦାୟିତ୍ଵରେ ଥିବା ପିଲା ପ୍ରତିଦିନ ସକାଳେ ଗୋଟିଏ ଛୋଟ କ୍ଲାସରେ କିଛିକିଛି ନିମ ଛେଲି ବା ଚିରେଇତା ସିଝାପାଣି ପ୍ରତି ପିଲାଙ୍କୁ ଦେଉଥିଲେ । ଯେତେ ଅରୁଚିକର ହେଲେ ମଧ୍ୟ ସମସ୍ତେ ତାହା ପିଇବାକୁ ବାଧ୍ୟ ଥିଲେ । କାରଣ ରୋଗୀସେବ କାଳେ ଆଚାର୍ଯ୍ୟ ମହାଶୟଙ୍କୁ କହିଦେବ, ସେହି ଭୟରେ କେହି ପିଇବାକୁ ବାରଣ କରିପାରୁ ନଥିଲେ ।
ଛାତ୍ରାବାସର କୌଣସି ପିଲା ଜ୍ଵର ବା କିଛି ବେମାରରେ ପଡ଼ିଲେ ତା’ ପାଖରେ ରାତିଦିନ ବସି ରହିବାକୁ ପଡ଼ୁଥିଲା । ଡାକ୍ତରଖାନାରୁ ଔଷଧ ଆଣି ଠିକ୍ ସମୟରେ ଖୁଆଇବା, ନିର୍ଦ୍ଦିଷ୍ଟ ବେଳାରେ ଦେହରେ ଉତ୍ତାପ ମାପି ଚାର୍ଟରେ ଲେଖୁବା, ଦୁଧ, ସାଗୁ, ବାଲି, ପସାରୁଣି ପତ୍ର ସଂଗ୍ରହ କରିଆଣି ପଥ୍ କରାଇବା ଆଦି ଦାୟିତ୍ୱ ରୋଗୀ-ସେବକ ଉପରେ ନ୍ୟସ୍ତ ଥିଲା । ଏପରିକି ରୋଗୀର ମୁଣ୍ଡ, ଗୋଡ ଚିପିଦେବା, ଝାଡା, ପରିସ୍ରା ହୋଇଗଲେ ବିଛଣା ଧୋଇ ପରିଷ୍କାର କରିବା ଆଦି କାର୍ଯ୍ୟ ରୋଗୀ ସେବକକୁ ହିଁ କରିବାକୁ ପଡୁଥିଲା । ଏହାହିଁ ଥିଲା ସତ୍ୟବାଦୀ ବିଦ୍ୟାଳୟର ବିଶେଷତ୍ଵ ।
(ଗ) ଆଚାର୍ଯ୍ୟ ମହାଶୟ ଛାତ୍ରାବାସରେ ଶିକ୍ଷାର୍ଥୀମାନଙ୍କର ସେବା କରିବାର କାରଣ କ’ଣ ଥିଲା ?
Answer:
ଆଚାର୍ଯ୍ୟ ମହାଶୟ ଛାତ୍ରାବାସ ଦାୟିତ୍ଵରେ ରହିଥିଲେ । ପ୍ରତ୍ୟେକ ପିଲା କିପରି ସୁସ୍ଥ ଓ ନୀରୋଗ ରହିବେ, ତାହା ତାଙ୍କର ମୂଳଲକ୍ଷ୍ୟ ଥିଲା ( ସେଥିପାଇଁ ସେ ଥିଲେ ଋଷି ପ୍ରତିପ, ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ । ସେତେବେଳେ ସେହି ବିଦ୍ୟାଳୟରେ ରୋଗୀସେବା ପାଠର ଏକ ଅଙ୍ଗ ଥିଲା । ଛାତ୍ରାବାସରେ ରହୁଥିବା ଛୋଟ ପିଲାମାନଙ୍କ ଦେହରେ କାଛୁ ପୂରି ଯାଇଥାଏ । ଆଚାର୍ଯ୍ୟ ମହାଶୟ ନିଜେ ସକାଳେ ନିମପତ୍ର ସିଝା ଚରମ ପାଣିରେ ପିଲାମାନଙ୍କ କାଛୁକୁ ଧୋଇ ଦେଉଥିଲେ । କଷ୍ଟ ହେଉଥିଲେ ମଧ୍ୟ ଆଚାର୍ଯ୍ୟ ମହାଶୟଙ୍କ ଆଗରେ କୌଣସି ପିଲା ମୁଖ ବିକୃତ କରିବାକୁ ସାହସ କରୁ ନଥିଲେ । ପିଲାଙ୍କ ଯନ୍ତ୍ରଣା ଲାଘବ କରିବାକୁ ସେ ସରସ ମଜାଳିଆ କଥା କହି ଏପରି ମଜାଇ ଦେଉଥିଲେ ଯେ, ପିଲା କାଛୁଧୁଆ କଷ୍ଟ ଜାଣିପାରୁ ନଥିଲେ ।
Question ୪।
ଆସ, ସରଳ ଭାଷାରେ ବୁଝାଇ ଲେଖୁ ।
(କ) ବଡ଼ ସ୍ନେହଭରା ଅଥଚ କରୁଣ ସେ ଚାହାଁଣୀ ।
Answer:
ବଡ଼ ସ୍ନେହଭରା ……………………………. ସେ ଚାହାଣି ।
ପ୍ରୟତ୍ତ ଗଦ୍ଦ୍ୟାଂଶଟି ଉଦୟନାଥ ଷଡ଼ଙ୍ଗାଙ୍କ ଆମ୍ଚରିତ ‘ଗାନ୍ଧି ମହାରାଜାଙ୍କ ଶିଷ୍ୟ’ ରୁ ସଂଗୃହୀତ ‘ରୋଗା ସେବା’ ଶୀର୍ଷକ ବିଷୟରୁ ଆନୀତ । ଏଠାରେ ଲେଖକ ନିଜ ରୋଗାକ୍ରାନ୍ତ ବୋଉଙ୍କର ମୃତ୍ୟୁର ଅବ୍ୟବହିତ ପୂର୍ବ ଚାହାଣିରେ ଭରିରହିଥିବା କାରୁଣ୍ୟ ଉପରେ ଆଲୋକପାତ କରିଛନ୍ତି । ପିତାଙ୍କ ମୃତ୍ୟୁର ଠିକ୍ ପାଞ୍ଚବର୍ଷ ପରେ ଲେଖକଙ୍କ ବୋଉ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ । ସେ ସମୟକୁ ଲେଖକ କଟକର ଦତ୍ତ ପ୍ରେସରେ ଚାକିରି କରୁଥିଲେ । ଦିନକ ପାଇଁ ଛୁଟି ନେଇ ଘରକୁ ଆସି ସେ ବୋଉଙ୍କୁ ଜ୍ଵର ରୋଗରେ ପୀଡ଼ିତ ଥିବା ଅବସ୍ଥାରେ ଦେଖିଲେ । ବାଧ୍ୟ ହୋଇ ଦୁଇଦିନ ଛୁଟି ବଢ଼ାଇ ବୋଉଙ୍କ ସେବା ଶୁଶ୍ରୂଷା କଲେ । ବୋଉ ସାମାନ୍ୟ ସୁସ୍ଥ ହେବାପରେ କର୍ମକ୍ଷେତ୍ରକୁ ବାହାରିବାକୁ ଅଗ୍ରସର ହେବାରୁ ଆଉ ଦୁଇଦିନ ରହିଯିବାକୁ ବୋଉ ଅତି ବିକଳ ଭାବେ ପୁଅକୁ କହିଲେ ।
ବୋଉଙ୍କ ସ୍ନେହପୂର୍ଣ କଥା କାଟି ନପାରି ଲେଖକ ରହିବାକୁ ବାଧ୍ୟ ହେଲେ । କିନ୍ତୁ ସେଦିନ ରାତିକୁ ହଠାତ୍ ବୋଉ ସଂଜ୍ଞାହୀନ ହୋଇପଡ଼ିଲେ । ଡାକ୍ତର ଔଷଧର ବ୍ୟବସ୍ଥା କରିବାର ଦିନକ ପରେ ସେ ପ୍ରକୃତିସ୍ଥ ହେଲେ । ମାତ୍ର ରାତିକୁ ଅବସ୍ଥାରେ ଅବନତି ଘଟିଲା । ପାହାନ୍ତା ପହରକୁ ଦୁଆରକୁ ଉଠାଇ ନେବାକୁ ବୋଉ ଲେଖକଙ୍କୁ କହିଲେ । ସେତେବେଳକୁ ତାଙ୍କ ଶେଷ ସମୟ ଆସି ସାରିଥିଲା । ଅନ୍ତିମ ଆଶୀର୍ବାଦ ଦେବାକୁ ଅତି କରୁଣ ଦୃଷ୍ଟିରେ ପୁଅକୁ ଚାହିଁ ହାତ ‘ଉଠାଇବାକୁ ଚେଷ୍ଟା କରି ମଧ୍ୟ ଉଠାଇ ପାରିଲେ ନାହିଁ । ଏହା ଜାଣିପାରି ଲେଖକ ବୋଉଙ୍କ ହାତକୁ ଧରି ଟେକିବାକୁ ଚେଷ୍ଟା କଲେ । ଲେଖକଙ୍କ ହାତକୁ ଧରି ବୋଉ ଆଖବୁଜିଲେ । ସେହି ସମୟରେ ବୋଉଙ୍କ ଆଖୁର ଚାହାଣିରେ ଭରି ରହିଥୁଲା ଆକୁଳତା ଯାହାକୁ ଲେଖକ ଶ୍ରେଷ୍ଠ ଆର୍ଶୀବାଦ ବୋଲି ପରବର୍ତ୍ତୀ ସମୟରେ ଅନୁଭବ କରିଥିଲେ ।
(ଖ) ଯଦି ଚିତ୍ରକର ହୋଇଥାଆନ୍ତି, ତେବେ ତା’ର ଗୋଟିଏ ଅପରୂପ ଛବି ଆଙ୍କି ଦେଇପାରନ୍ତି ।
Answer:
ଯଦି ଚିତ୍ରକର …………………….. ଆଙ୍କି ଦେଇପାରନ୍ତି ।
ଶଂସିତ ଗଦ୍ୟାଂଶଟି ଉଦୟନାଥ ଷଡଙ୍ଗାଙ୍କ ରଚିତ ଆମ୍ଚରିତ ‘ଗାନ୍ଧି ମହାରାଜାଙ୍କ ଶିଷ୍ୟ’ରୁ ସଂଗୃହାତ ‘ରୋଗୀସେବା’ ଶୀର୍ଷକ ବିଷୟରୁ ଆନୀତ । ଏଠାରେ ଲେଖକ ନିଜ ପିତାଙ୍କ ମୃତ୍ୟୁ ପୂର୍ବର ସ୍ନେହପୂର୍ଣ ଢଳଢ଼ଳ ମୁହଁ ଓ ଆବେଗଭରା ଚାହାଣି ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ଲେଖକଙ୍କ ପିତା ୭୨ ବର୍ଷ ବୟସରେ ଇହଲୀଳା ସାଙ୍ଗ କରିଥିଲେ । ମୃତ୍ୟୁ ପୂର୍ବରୁ ସେ ଗ୍ରହଣୀ ଝାଡ଼ା ରୋଗରେ ପୀଡ଼ିତ ଥିଲେ । ଶେଷ ମୁହୂର୍ଭ ପର୍ଯ୍ୟନ୍ତ ଲେଖକ ତାଙ୍କର ସେବା ଶୁଶ୍ରୂଷା କରିଥିଲେ । ଡାକ୍ତର ଡାକିବାକୁ କହିଥିଲେ ମଧ୍ୟ ତାଙ୍କ ପିତା ବାରଣ କରିଥିଲେ । ହୁଏତ ସେହି ରୋଗରେ ସେ ଶେଷନିଃଶ୍ୱାସ ତ୍ୟାଗ କରିବାକୁ ଚାହିଁଥିଲେ । ଲେଖକ ଗାଁ ବୈଦ୍ୟଙ୍କ ନିକଟରୁ ଔଷଧ ଆଣିଥିଲେ ମଧ୍ୟ ସେ ଖାଇନଥିଲେ ।
ମୃତ୍ୟୁ ପୂର୍ବରୁ ଶେଷ ତିନିଦିନ ସେ ଅଚୈତନ୍ୟ ଅବସ୍ଥାରେ ରହିଥିଲେ । ଯେତେବେଳେ ଚେତନା ଫେରିଆସେ, ଅତି ଆଦରରେ ସେ ଲେଖକଙ୍କ ମୁହଁ ଓ ପିଠିରେ ହାତ ବୁଲାଇ ଆଣନ୍ତି, ସ୍ନେହପୂର୍ଣ ଚକ୍ଷୁରେ ଚାହିଁ ରହନ୍ତି । ସେହି ଆଖୁର ଢଳଢଳ ଚାହାଣିରୁ ସତେଯେପରି ଆଶୀର୍ବାଦର କିରଣ ଝରି ଆସୁଥିବା ପରି ଲେଖକ ଚକ୍ଷୁରେ ଚାହିଁ ରହନ୍ତି । ସେହି ଆଖୁର ଢଳଢଳ ଚାହାଣିରୁ ସତେଯେପରି ଆଶୀର୍ବାଦର କିରଣ ଝରି ଆସୁଥିବା ପରି ଲେଖକଅନୁଭବ କରୁଥିଲେ । ପରବର୍ତ୍ତୀ ସମୟରେ ବାପାଙ୍କର ସେହି ମୁହଁ ଲେଖକଙ୍କ ମାନସପଟରେ ନାଚି ଉଠେ । କୌଣସି ଏକ ମନୋମୁଗ୍ଧକାରୀ ଦୃଶ୍ୟକୁ କେବଳ ଚିତ୍ରକର ହିଁ ରଙ୍ଗତୂଳୀରେ ରୂପ ଦେଇପାରେ । ଲେଖକ ଜଣେ ଚିତ୍ରଶିଳ୍ପୀ ହୋଇ ନଥିବାରୁ ପିତାଙ୍କର ସେହି ରୂପକୁ କେବଳ ସ୍ମରଣ ମାତ୍ର କରିପାରନ୍ତି, ମାତ୍ର ଆଙ୍କି ପାରନ୍ତି ନାହିଁ ।
Question ୫।
ଆସ, ତଳେ ଦିଆଯାଇଥିବା ଅନୁଚ୍ଛେଦଟି ପଢ଼ିବା ଓ ତାକୁ ଉତ୍ତର ମନେକରି ତା’ ପାଇଁ କିଛି ପ୍ରଶ୍ନ ତିଆରି କରିବା । ଘରଘର ବୁଲି ରୋଗୀଙ୍କ ଅବସ୍ଥା ଦେଖୁ । ଡାକ୍ତରଖାନାରୁ ଔଷଧ ନେଇ ଖାଇବାକୁ ଦେଉ । ଗୁରୁତର ରୋଗୀମାନଙ୍କୁ ଡାକ୍ତରଖାନାକୁ ଆଣିବାର ବ୍ୟବସ୍ଥା କରୁ । ସାନିଟାରୀ ଇନ୍ସପେକ୍ଟରଙ୍କୁ ଧରି କୂଅ, ପୋଖରୀ ବିଶୋଧନ କରାଉ । ଅନେକ ସମୟରେ ସାଗୁପାଣି ତିଆରି କରି ସଙ୍ଗରେ ନେଇଥାଉ । ଗରିବମାନଙ୍କର ତାହା ପଥ୍ ହୁଏ, ଆଶ୍ରମରୁ ସକାଳୁ ବାହାରିଗଲେ ଦିନେ ଦିନେ ଫେରିବାକୁ ରାତି ବେଶି ହୋଇଯାଏ । କିନ୍ତୁ ଶ୍ରୀଯୁକ୍ତ ଗୋପବନ୍ଧୁ ଚୌଧୁରୀଙ୍କର କଡ଼ା ତାଗିଦା ଥାଏ, ସନ୍ଧ୍ୟା ପୂର୍ବରୁ ଫେରିବ । ଆଶ୍ରମ ଭିତରକୁ ଯିବା ପୂର୍ବରୁ ଗୋଡ଼ହାତ ଫିନାଇଲ୍ ପାଣିରେ ଧୋଇବ, ଗରମ ପାଣିରେ ଗାଧୋଇବ ।
Answer:
(କ) ଗୁରୁତର ରୋଗୀମାନଙ୍କ ପାଇଁ କିପରି ବ୍ୟବସ୍ଥା କରିବାକୁ ହୋଇଥାଏ ?
(ଖ) କାହାକୁ ଧରି କୂଅ ପୋଖରୀ ବିଶୋଧନ କରାଯାଏ ?
(ଗ) ସାନିଟାରୀ ଇନିସ୍କ୍ଲେରଙ୍କୁ ଧରି କ’ଣ କରାଯାଏ ?
(ଘ) ସାଗୁପାଣି କାହିଁକି ସାଙ୍ଗରେ ନେବାକୁ ହୋଇଥାଏ ?
(ଙ) ଅନେକ ସମୟରେ କ’ଣ ତିଆରି କରି ସାଙ୍ଗରେ ନେବାକୁ ହୋଇଥାଏ ?
(ଚ) ସକାଳୁ ବାହାରି ଗଲେ, ଆଶ୍ରମକୁ କେତେବେଳେ ଫେରିବାକୁ ହୋଇଥାଏ ?
(ଛ) ଗୋପବନ୍ଧୁ ଚୌଧୁରୀଙ୍କର କଡ଼ା ତାଗିଦା କ’ଣ ଥାଏ ?
(ଜ) ସଂନ୍ଧ୍ୟା ପୂର୍ବରୁ ଫେରିବା ପାଇଁ କିଏ ତାଗିଦ କରିଥାନ୍ତି ?
(ଝ) ଆଶ୍ରମ ଭିତରକୁ ଯିବା ପୂର୍ବରୁ କିପରି ପରିଷ୍କାର ହେବାକୁ ପଡ଼ିଥାଏ ?
Question ୬।
ଆସ, ତଳେ ଥିବା କୋଠରୀରୁ ଅକ୍ଷର ନେଇ ଶବ୍ଦ ଗଢ଼ିବା ।
Answer:
ତାଲିମ, ସମାଗମ, ସ୍ଵେଚ୍ଛାସେବକ, ପ୍ରଖର, ବିକୃତି, ଛେଉଣ୍ଡ, ତାଗିଦା, ଖଞ୍ଜା ପ୍ରକୃତି, ଛେଲି, ବଚ୍ଛା, ସେବା ।
Question ୭ ।
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କରିବା ।
(କ) ବାପା ଶେଷ ତିନି ଦିନ ________ ଅବସ୍ଥାରେ ପଡ଼ି ରହିଲେ । (ଅଚତୈନ, ଅନୌତନ, ଅଚୈତନ୍ୟ)
(ଖ) ବୋତର ଶରାରରେ ରୋଗ ________ ଶକ୍ତି ନଥିଲା । (ପ୍ରତିଶେଧକ, ପ୍ରତିଷେଧକ, ପ୍ରତିସେଧକ)
(ଗ) ମା’ ପୁଅକୁ ________କଲେ । (ଆଶ୍ରିବାଦ, ଆଶୀର୍ବାଦ, ଆର୍ଶୀବାଦ)
(ଘ) ଶୁଭ ________ ଆସିଗଲା । (ମୁହୂର୍ଭ, ମୂହୁର୍ତ୍ତ, ମୁହୂର୍ର)
(ଙ) ରୋଗା ପାଇଁ ଉପଯୁକ୍ତ ________ ଆବଶ୍ୟକ । (ଶୁଶ୍ରୂଷା, ଶୁଶ୍ରୂଷା, ସୁଶ୍ରୂଷା)
Answer:
(କ) ବାପା ଶେଷ ତିନି ଦିନ ଅବସ୍ଥାରେ ପଡ଼ି ରହିଲେ ।
(ଖ) ବୋତର ଶରାରରେ ରୋଗ ପ୍ରତିଷେଧକ ଶକ୍ତି ନଥିଲା ।
(ଗ) ମା’ ପୁଅକୁ ଆଶୀର୍ବାଦ କଲେ ।
(ଘ) ଶୁଭ ମୁହୂର୍ଭ ଆସିଗଲା ।
(ଙ) ରୋଗା ପାଇଁ ଉପଯୁକ୍ତ ଶୁଶ୍ରୂଷା ଆବଶ୍ୟକ ।
Question ୮।
ଆରମ୍ଭରେ ‘ଅ’ ଅକ୍ଷର ଯୋଗ କରି ପାଞ୍ଚଟି ଶବ୍ଦ ଗଢ଼ିବା ।
ନୂତନ ଶବ୍ଦଗୁଡ଼ିକୁ ଏଠାରେ ଲେଖୁବା ।
Answer:
ଅଚୈତନ୍ୟ, ଅସାମାନ୍ୟ, ଅହିତକର, ଅଗୋଚର, ଅନୈତିକ ସେହି ଶବ୍ଦଗୁଡ଼ିକୁ ନେଇ ବାକ୍ୟ ଗଠନ କରିବା ।
ଅଚୈତନ୍ୟ – ରୋଗୀଟି ରୋଗରେ ଅଚୈତନ୍ୟ ହୋଇଯାଇଛି ।
ଅସାମାନ୍ଯ – ଗଙ୍ଗାଧର ମେହେର ଅସାମାନ୍ୟ କବି ପ୍ରତିଭାର ଅଧିକାରୀ ଥିଲେ ।
ଅହିତକର – ଅତ୍ୟଧ୍ୟ ତେଲମସଲାଯୁକ୍ତ ଖାଦ୍ୟ ସ୍ୱାସ୍ଥ୍ୟପ୍ରତି ଅହିତକର ।
ଅଗୋଚର – ବିଶ୍ୱକବିଙ୍କ ପୂରାନାମ କାହାକୁ ଅଗୋଚର ନଥିବ ।
ଅନୈତିକ – ଅନୈତିକ କାର୍ଯ୍ୟରେ ଲିପ୍ତ ହେଲେ ଅବଶ୍ୟ ଦଣ୍ଡ ଭୋଗିବାକୁ ପଡ଼ିଥାଏ ।
Question ୯।
ଆସ, ଉପଯୁକ୍ତ ବିପରୀତ ଅର୍ଥବୋଧକ ଶବ୍ଦଗୁଡ଼ିକୁ ବଡ଼ କୋଠରିରୁ ବାଛି ସାନ କୋଠରିରେ ଲେଖୁବା ।
ଆସହଯୋଗ, ରୋଗାକ୍ରାନ୍ତ, ପ୍ରତ୍ୟୁଷ, ଅଶାର୍ବାଦ, ଆସମ୍ଭବ,
Answer:
ଆସହଯୋଗ – ସହଯୋଗ
ରୋଗାକ୍ରାନ୍ତ – ରୋଗ ମୁକ୍ତ
ପ୍ରତ୍ୟୁଷ – ପ୍ରଦେ।ଷ
ଅଶାର୍ବାଦ – ଅଭିଶାପ
ଆସମ୍ଭବ – ସମ୍ଭବ
Question ୧୦ ।
ଏକଥା କିଏ କାହାକୁ କହିଛନ୍ତି ପାଖ ବନ୍ଧନୀ ମଧ୍ଯରେ ଲେଖୁବା ।
(କ) ‘‘ଯାହା କରିବେ ସାଇଁ, ତାହା
(ଖ) ‘‘ପିଲାଟା କାଲି ରାତିରେ ଜମା ଶୋଇ ନାହିଁ ।
(ଗ) ‘‘ମୋ ଧନକୁ କିଏ ଆଣିଲାଟି। !!
(ଘ) ‘‘ଆସିଛୁ ଯେତେବେଳେ ଆଉ ଦୁଇଟାଦିନ ରହିଯା’’ ।
Answer:
(କ) ଲେଖକଙ୍କ ବାପା, ଲେଖକଙ୍କୁ କହିଥିଲେ ।
(ଖ) ଲେଖକଙ୍କ ବାପା, ଲେଖକଙ୍କ ବୋଉକୁ କହିଥିଲେ ।
(ଗ) ଲେଖକଙ୍କ ବୋଉ ଲେଖକଙ୍କୁ କହିଥିଲେ ।
(ଘ) ଲେଖକଙ୍କ ବୋଉ ଲେଖକଙ୍କୁ କହିଥିଲେ ।
Question ୧୧ ।
ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକୁ ସନ୍ଧିବିଚ୍ଛେଦ କରି ଲେଖୁବା
ପ୍ରଶ୍ନୋତ୍ତର ________ + ________
ଅଧିକାଂଶ ________ + ________
ଛାତ୍ର।ବାସ ________ + ________
ଜରନ୍ନ।ଥ ________ + ________
ସ୍ଵେଚ୍ଛା ________ + ________
Answer:
ପ୍ରଶ୍ନୋତ୍ତର = ପ୍ରଶ୍ନ + ଉତ୍ତର
ଅଧିକାଂଶ = ଅଧିକ + ଅଂଶ
ଛାତ୍ରାବାସ = ଛାତ୍ର + ଆବାସ
ଜଗନ୍ନାଥ = ଜଗତ୍ + ନାଥ = ସ୍ୱ + ଇଚ୍ଛା
Question ୧୨ ।
ଭୁଲ୍ ଲେଖାଥିବା ଶବ୍ଦକୁ ତା’ ପାଖରେ ଠିକ୍ କରି ଲେଖୁବା ।
ଭୁଲ୍ ଶବ୍ଦ | ଠିକ୍ ଶବ୍ଦ |
ଶିଘ୍ର | |
ଆଶ୍ୱାଶନା | |
ବିକ୍ରୁତି | |
ସ୍ନେହପୁର୍ଣ୍ଣ | |
ଯିଦ୍ | |
ଚାଟଷାଳୀ | |
ଅସ୍ପଷ୍ଟ | |
ସ୍ନେହପୁର୍ଣ୍ଣ | |
ସଂଜ୍ଞାହିନ | |
ସଂଜ୍ଞାହିନ | |
ଯିଦ୍ | |
ଅସ୍ପଷ୍ଟ | |
ଶୁଶ୍ରୂଷା |
Answer:
ଭୁଲ୍ ଶବ୍ଦ | ଠିକ୍ ଶବ୍ଦ |
ଶିଘ୍ର | ଶାଘ୍ର |
ଆଶ୍ୱାଶନା | ଆଶ୍ୱାସନା |
ବିକ୍ରୁତି | ବିକୃତି |
ସ୍ନେହପୁର୍ଣ୍ଣ | ଆଶାର୍ବାଦ |
ଯିଦ୍ | ଚାଟଶାଳା |
ଚାଟଷାଳୀ | ପ୍ରଭୂତି |
ଅସ୍ପଷ୍ଟ | ସ୍ନେହପୂର୍ଣ୍ଣ |
ସ୍ନେହପୁର୍ଣ୍ଣ | ସଂଜ୍ଞାହାନ |
ସଂଜ୍ଞାହିନ | ଜିଦ୍ |
ଯିଦ୍ | ବ୍ୟବସ୍ଥା |
ଅସ୍ପଷ୍ଟ | ଅସ୍ତଷ୍କ |
ଶୁଶ୍ରୂଷା | ଶୁଶ୍ରୂଷା |
Question ୧୩ ।
କୌଣସି ସେବାମୂଳକ କାର୍ଯ୍ୟରେ ଅଂଶଗ୍ରହଣ ମାଧ୍ୟମରେ ତୁମେ ଲାଭ କରିଥିବା ଅନୁଭୂତିକୁ ବର୍ଣନା କରି ବନ୍ଧୁଙ୍କ ନିକଟକୁ ଚିଠିଟିଏ ଲେଖ ।
Answer:
ତା ୨୫.୪.୨୦୧୯
ସୁଜନପୁର
ପ୍ରିୟ ସୁରେଶ,
ଶୁଭେଚ୍ଛା ନେବୁ । ଗତ ଶନିବାର ଦିନ ତୋ’ ଚିଠି ପାଇଲି । ହଷ୍ଟେଲ ଜୀବନ ତୋତେ ଭଲ ଲାଗୁଛି ଜାଣି ଖୁସି ହେଲି । ଆଜି ତୋତେ ଗୋଟିଏ ଗୁରୁତ୍ବପୂର୍ଣ୍ଣ ଖବର ଜଣାଉଛି । ତୁ ଜାଣି ଖୁସି ହେବୁ ଯେ ମୁଁ ରେଭେନ୍ସା କଲିଜିଏଟ୍ ସ୍କୁଲ୍ର ନେତାଜୀ ସ୍ଵେଚ୍ଛାସେବକ ବାହିନୀରେ ଯୋଗ ଦେଇଛି । ଆମ ସ୍କାଉଟ୍ ଶିକ୍ଷକଙ୍କ ତତ୍ତ୍ୱାବଧାନରେ ଆମେ ଗତିରାଉତପାଟଣାଠାରେ ଅନୁଷ୍ଠିତ ଝାମୁ ଯାତ୍ରାରେ ସେବାକାର୍ଯ୍ୟ କରିବାପାଇଁ ଯାଇଥିଲୁ ।
ସଙ୍ଗରେ ଗୋଟିଏ ତମ୍ବୁ, ଦରି ଓ ବ୍ୟାନର ନେଇଥିଲୁ । ପହଞ୍ଚିଲା ପରେ ସ୍ଥାନୀୟ ୱାର୍ଡମେମ୍ବର ଓ କେତେଜଣ ଯୁବକ ଆମକୁ ସ୍ଵାଗତ କରିଥିଲେ । ନିକଟସ୍ଥ ଏକ ଆମ୍ବତୋଟାରେ ତମ୍ବୁ ପକାଇଲା ପରେ ସଙ୍ଗରେ ନେଇଥିବା ପାନୀୟ ଜଳ ଯୋଗାଣର ସରଞ୍ଜାମ ଧରି ଯାତ୍ରାସ୍ଥଳକୁ ବାହାରିଲୁ । ପୂର୍ବରୁ ଆମ ପାଇଁ ସେଠାରେ ଜଳଖୁର ବନ୍ଦୋବସ୍ତ କରାଯାଇଥିଲା । ଜଳଖୁଆ ଖାଇସାରିଲା ପରେ ପରେ ସ୍ଥାନୀୟ ସରପଞ୍ଚ ଆସି ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ କରିଗଲେ । ତମ୍ବୁରେ ଥିବା ଆମ ଜିନିଷପତ୍ର ଦାୟିତ୍ବରେ ବିଦ୍ୟାଳୟର ପିଅନ ରବି ଭାଇ ରହିଲେ ।
ମଧ୍ୟାହ୍ନରେ ଯାତ୍ରା ଆରମ୍ଭ ହେବାର ଥିଲା । ଗ୍ରୀଷ୍ମର ପ୍ରାଦୁର୍ଭାବ କ୍ରମେ ବଢ଼ିବାକୁ ଲାଗିଲା । ଯାତ୍ରୀସଂଖ୍ୟା ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଇବାକୁ ଲାଗିଲା । ସ୍ଥାନୀୟ ନଳକୂପରୁ ପାଣି ଆଣି ଚାରିଗୋଟି ଡ୍ରମରେ ରଖୁ । ଖରାତାତି ବଢ଼ିବା ସହିତ ଆମ କାର୍ଯ୍ୟର ତତ୍ପତା ବୃଦ୍ଧି ପାଇଲା । ଚାରିଜଣ ଜଳ ଯୋଗାଣ ଦାୟିତ୍ଵରେ ରହିଲେ, ଦୁଇଜଣ ପିଲା ନଳକୂପରୁ ପାଣି ଆଣି ଡ୍ରମରେ ଭରିବା ଦାୟିତ୍ୱରେ ଥିଲେ । ଆଉ ଦୁଇଜଣ ଯାତ୍ରୀମାନଙ୍କୁ ଶୃଙ୍ଖଳିତଭାବେ ଯାତ୍ରା ଦେଖିବା କାର୍ଯ୍ୟରେ ସାହାଯ୍ୟ କରିବାକୁ ମୁତୟନ ହେଲେ । ଆମ ଗୁରୁଜୀ ଆମମାନଙ୍କର କାର୍ଯ୍ୟ କିପରି ସୁପରିଚାଳିତ ହେବ ତାହା ବୁଝାବୁଝି କରୁଥିଲେ । ଖରା ତେଜ ସହି ନପାରି ଦୁଇ ତିନିଜଣ ବୃଦ୍ଧା ଅଚେତ ହୋଇ ପଡ଼ିଥିଲେ । ସେମାନଙ୍କୁ ଟେକିଆଣି ଶିବିରରେ ପ୍ରାଥମିକ ଚିକିତ୍ସା ପ୍ରଦାନ କରିଥିଲୁ । ଆମର କାମ ଦେଖି ସ୍ଥାନୀୟ ଲୋକେ ପ୍ରଶଂସା କରୁଥିଲେ ବୟସ୍କ ଲୋକମାନେ ଆମକୁ କଲ୍ୟାଣ କରୁଥିଲେ ।
ସୁରେଶ, ତୁ ବିଶ୍ଵାସ କରିପାରିବୁନି, ସେଦିନର ସେ ଅନୁଭୂତି ଆମକୁ ଏତେ ଆନନ୍ଦ ଦେଇଥିଲା ଯେ ଆମେ ଜୀବନରେ ତାହା ଭୁଲିପାରିବୁନି । ମଧ୍ୟାହ୍ନ ଭୋଜନ ଆମ କ୍ୟାମ୍ପକୁ ଆସିଲାପରେ ଜଣ ଜଣ କରି ଯାଇ ଖାଇଆସି କାମରେ ଲାଗିପଡ଼ିଥିଲୁ । ଅପରାହ୍ନକୁ ଗହଳି ଧୀରେ ଧୀରେ କମିବାକୁ ଲାଗିଲା। ୫ଟା ପରେ ଆମେ ଶିବିରକୁ ଫେରିଲୁ । ସ୍ଥାନୀୟ କିଛି ଭଦ୍ରବ୍ୟକ୍ତି ଜଳଖୁ ଆଣି ଆମକୁ ଖାଇବାକୁ ଦେଲେ । ସନ୍ଧ୍ୟାରେ ଜିନିଷପତ୍ର ଗାଡ଼ିରେ ଲଦି ହଷ୍ଟେଲକୁ ଫେରିଲୁ । ପରଦିନ ପ୍ରଧାନଶିକ୍ଷକ ପ୍ରାର୍ଥନା ସଭାରେ ଆମକୁ ଗୋଟିଏ ଗୋଟିଏ ପ୍ରଶଂସାପତ୍ର ଦେଇ ପୁରସ୍କୃତ କଲେ । ମୁଁ ପୁରୀ ଗଲେ ତମ ହଷ୍ଟେଲକୁ ନିଶ୍ଚୟ ଯିବି । କାଲି ମୁଁ ବାପାଙ୍କ ସହ ଘରକୁ ଆସିଥୁଲି । ସୋମବାର ସକାଳୁ ହଷ୍ଟେଲ ଚାଲିଯିବି । ଚିଠି ପାଇ ଚିଠି ଦେବୁ । ଏତିକିରେ ରହୁଛି । । ଇତି ।
ତୋର ମମତାବଦ୍ଧ ରଘୁ
ତୁମ ପାଇଁ କାମ
କୌଣସି ସେବାମୂଳକ କାର୍ଯ୍ୟରେ ଅଂଶଗ୍ରହଣ ମାଧ୍ୟମରେ ତୁମେ ଲାଭ କରିଥିବା ଅନୁଭୂତିକୁ ବର୍ଣନା କରି ଏକ ବିବରଣୀ ଲେଖ ।
ପରାକ୍ଷା ଉପଯେ।ଗା ଅତିରିକ୍ତ ପ୍ରଶ୍ନୋତ୍ତର
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନେ।ତ୍ତର
Question ୧।
ଲେଖକଙ୍କ ବାପାଙ୍କ ପାଦରୁ ରକ୍ତ କାହିଁକି ଝରୁଥୁଲା ?
Answer:
ଲେଖକଙ୍କ ବାପା ବାଡ଼ିରେ କାମ କରୁଥିଲାବେଳେ ଖଣ୍ଡେ ଭଙ୍ଗାକାଚ ପାଦରେ ପଶିଯିବାରୁ ତାଙ୍କ ପାଦରୁ ରକ୍ତ ଝରୁଥିଲା ।
Question ୨।
ଲେଖକଙ୍କ ବାପାଙ୍କର ମୃତ୍ୟୁ କିପରି ହୋଇଥିଲା ?
Answer:
ଲେଖକଙ୍କ ବାପା ଗ୍ରହଣୀ ଝାଡ଼ା ରୋଗରେ ଆକ୍ରାନ୍ତ ହୋଇଥିଲେ । ଲେଖକ ଡାକ୍ତର ଡାକିବା କଥା କହିବାରୁ ସେ ବାରଣ କଲେ । ଗ୍ରାମର ବୈଦ୍ୟଙ୍କଠାରୁ ଆଣିଥିବା ଔଷଧ ମଧ୍ଯ ସେ ଖାଇନଥିଲେ । ଦଶ ବାର ଦିନ ଶଯ୍ୟାଶାୟୀ ହେବା ପରେ ସେହି ରୋଗରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।
Question ୩ ।
ଲେଖକଙ୍କ ବୋଉଙ୍କର ଦେହାନ୍ତ କେବେ ହୋଇଥିଲା ?
Answer:
୧୯୨୭ ମସିହାରେ ଲେଖକଙ୍କ ବାପା ଦେହତ୍ୟାଗ କରିବାର ପାଞ୍ଚବର୍ଷ ପରେ ତାଙ୍କ ବୋଉଙ୍କ ଦେହାନ୍ତ ହୋଇଥୁଲା, ଅର୍ଥାତ୍ ୧୯୩୨ ମସିହାରେ ତାଙ୍କ ବୋଉ ଇହଧାମ ତ୍ୟାଗ କରିଥିଲେ ।
Question ୪ ।
ସେତେବେଳେ ଲେଖକ କେଉଁଠାରେ ଚାକିରି କରୁଥିଲେ ?
Answer:
ଲେଖକଙ୍କ ବୋଉ ରୋଗଗ୍ରସ୍ତ ହୋଇ ମୃତ୍ୟୁବରଣ କଲା ସମୟରେ ଲେଖକ କଟକର ଦତ୍ତ ପ୍ରେସରେ ଚାକିରୀ କରୁଥିଲେ ।
Question ୫ ।
୧୯୨୨ ମସିହାରେ କେଉଁଠାରେ ହଇଜା ବ୍ୟାପିଥିଲା ?
Answer:
୧୯୨୨ ମସିହାରେ ଜଗତ୍ସିଂହପୁରର ଅଳକାଶ୍ରମ ଆଖପାଖ କେତୋଟି ଗ୍ରାମରେ ହଇଜା ବ୍ୟାପିଥିଲା ।
Question ୬।
ସୁଦର୍ଶନଙ୍କ ସହିତ ମିଶି ଲେଖକ କିପରି ରୋଗୀସେବା କରୁଥିଲେ ?
Answer:
ଲେଖକ ସୁଦର୍ଶନ ପ୍ରହରାଜଙ୍କୁ ଗୁରୁଜ୍ଞାନ କରୁଥିଲେ । ଶ୍ରଦ୍ଧାରେ ସେ ତାଙ୍କୁ ସୁଦୁରିଆନା ବୋଲି ଡାକୁଥିଲେ । ତାଙ୍କ ସହିତ ଘର ଘର ବୁଲି ଲେଖକ ରୋଗୀମାନଙ୍କ ଅବସ୍ଥା ଦେଖିବା, ଡାକ୍ତରଖାନାରୁ ଔଷଧ ଆଣିଦେବା, ସାନିଟାରୀ ଇନିସ୍ପେକ୍ଟରଙ୍କ ସହାୟତାରେ କୂଅ, ପୋଖରୀ ବିଶୋଧନ କରାଇବା ଆଦି କାର୍ଯ୍ୟ କରୁଥିଲେ । ଅନେକ ସମୟରେ ସାରୁପାଣି ତିଆରି କରି ଗରିବ ଲୋକଙ୍କୁ ପଥ ଯୋଗାଇବା କାର୍ଯ୍ୟ ମଧ୍ୟ କରୁଥିଲେ । ଆଶ୍ରମରୁ ବେଳେବେଳେ ବାହାରିଗଲେ ଫେରିବାକୁ ବେଶି ରାତି ହୋଇଯାଏ ।
Question ୭ ।
ଲେଖକ କେଉଁଠାରୁ ରୋଗୀସେବା ଶିକ୍ଷା କରିଥିଲେ ?
Answer:
ପାଠ୍ୟନ୍ତର୍ଭୁକ୍ତ ବିଷୟ ସହ ରୋଗୀସେବାର ଶିକ୍ଷା ଦେଉଥଲେ ଆଚାର୍ଯ୍ୟ ହରିହର । ଆଚାର୍ଯ୍ୟ ମହାଶୟ ସେବା କରିବାକୁ କେବଳ ଶିକ୍ଷା ଦେଉନଥିଲେ, ବରଂ ନିଜେ ତାହା କରି ଦେଖାଇ ଦେଉଥିଲେ । ଲେଖକ ତାଙ୍କଠାରୁ ରୋଗୀସେବା ଶିକ୍ଷା କରିଥିଲେ ।
Question ୮।
‘ରୋଗୀସେବା’ ପ୍ରବନ୍ଧର ଲେଖକ କିଏ ? ତାଙ୍କର କେଉଁ ଉପନ୍ୟାସ ଓଡ଼ିଆ ପାଠକମାନଙ୍କ ମଧ୍ୟରେ ସୁପରିଚିତ?
Answer:
‘ରୋଗୀସେବା’ ପ୍ରବନ୍ଧର ଲେଖକ ହେଉଛନ୍ତି ଶିଶୁ ସାହିତ୍ୟିକ ଉଦୟନାଥ ଷଡ଼ଙ୍ଗୀ । ତାଙ୍କ ଅନୁବାଦ ଉପନ୍ୟାସ ‘ଟମକକାଙ୍କ କୁଟୀର’ ଓଡ଼ିଆ ସାହିତ୍ୟର ପାଠକ ମହଲରେ ବେଶ୍ ସୁପରିଚିତ ।
Question ୯।
ବାପାଙ୍କ ପାଦରୁ ରକ୍ତ ଝରୁଥିବା ଦେଖୁ ଲେଖକ କ’ଣ କରିଥିଲେ ?
Answer:
ବାପାଙ୍କ ପାଦରୁ ରକ୍ତ ଝରୁଥିବା ଦେଖୁ ଲେଖକ ପ୍ରଥମେ ବିଚଳିତ ହୋଇ ପଡ଼ିଥିଲେ । ତଥାପି ସାହସର ସହ କ୍ଷତ ସ୍ଥାନରେ ଗାମୁଛା ବାନ୍ଧି ଗ୍ରାମର ବୈଦ୍ୟଙ୍କ ନିକଟକୁ ନେଇ ଚିକିତ୍ସା ବ୍ୟବସ୍ଥା କରିଥିଲେ । ବୈଦ୍ୟଙ୍କଠାରୁ ଚିକିତ୍ସା ପଦ୍ଧତି ଶିଖ୍ ବାଡ଼ିର କଅଁଳ ଦୂବଘାସ ଛେଚି କ୍ଷତସ୍ଥାନରେ ବାନ୍ଧିବା କାର୍ଯ୍ୟ କରିଥିଲେ । ବାପା କଷ୍ଟ ପାଉଥିବାବେଳେ ସେ ପାଦ ଓ ଆଉଁଶି ଦେଇଥିଲେ ।
Question ୧୦।
ଲେଖକ କେବେ ସତ୍ୟବାଦୀ ବନବିଦ୍ୟାଳୟର ଛାତ୍ରାବାସରୁ ଘରକୁ ଫେରିଥିଲେ ? ସେହି ସମୟରେ କି ଘଟଣା ଘଟିଲା ?
Answer:
୧୯୨୭ ମସିହାରେ ମାଟ୍ରିକ୍ୟୁଲେସନ ପରୀକ୍ଷା ଘରକୁ ଫେରିଥିଲେ । ସେହି ସମୟରେ ତାଙ୍କ ବାପା ଗ୍ରହଣୀ କରିଥିଲେ । ଦେଇସାରି ଲେଖକ ସତ୍ୟବାଦୀ ବନବିଦ୍ୟାଳୟର ଛାତ୍ରାବାସରୁ ରୋଗରେ ଆକ୍ରାନ୍ତ ହୋଇ ୭୨ ବର୍ଷ ବୟସରେ ଦେହତ୍ୟାଗ
Question ୧୧ ।
ଲେଖକ ଗ୍ରହଣୀ ଝାଡ଼ା ରୋଗରେ ଆକ୍ରାନ୍ତ ତାଙ୍କ ପିତାଙ୍କର କିପରି ସେବା ଶୁଶ୍ରୂଷା କରିଥିଲେ ?
Answer:
ଲେଖକ ଗ୍ରହଣୀ ଝାଡ଼ା ରୋଗରେ ଆକ୍ରାନ୍ତ ବାପାଙ୍କ ପାଇଁ ବୈଦ୍ୟଙ୍କଠାରୁ ଔଷଧ ଆଣିଦେବା ଓ ବାପାଙ୍କ ସେବାଶ୍ରୁଶୁଷା କରିବାରେ ଅବହେଳା କରିନଥିଲେ । ବାପାଙ୍କ ଶେଷ ସମୟକୁ ସେ ତାଙ୍କ ପାଖେ ପାଖେ ରହି ମଇଳା ବିଛଣା ସଫା କରିବା, ପଥ୍ ଖୋଇଦେବା, ରାତି ଅନିଦ୍ରା ହୋଇ ଜଗି ବସିବା ପରି ସେବାକାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ ।
Question ୧୨ ।
ଆଚାର୍ଯ୍ୟ ମହାଶୟ କିଏ ? ତାଙ୍କୁ ଲୋକେ ଆଚାର୍ଯ୍ୟ ମହାଶୟ ବୋଲି କହିଥିଲେ ?
Answer:
ଋଷିପ୍ରତିମ ହରିହର ଦାସ ଥିଲେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସାଥୀ ଏବଂ ସତ୍ୟବାଦୀ ବନବିଦ୍ୟାଳୟର ଅନ୍ୟତମ ଶିକ୍ଷକ । ଶ୍ରଦ୍ଧାରେ ଲୋକେ ତାଙ୍କୁ ଆଚାର୍ଯ୍ୟ ହରିହର ଅଥବା ଆଚାର୍ଯ୍ୟ ମହାଶୟ ବୋଲି କହୁଥିଲେ । ସେ ୧୮୭୯ ମସିହାରେ ଜନ୍ମଗ୍ରହଣ କରି ୧୯୭୧ ମସିହାରେ ମୃତ୍ୟୁବରଣ କରିଥିଲେ ।
ସରଳ ଭାଷାରେ ଚୁଝାଇ ଲେଖ :
Question ୧୩ ।
ସତ୍ୟବାଦୀ ସ୍କୁଲରେ ରୋଗୀସେବା କରିବା ତାଲିମ ପାଇଥିଲି, ତାହା ହିଁ କାର୍ଯ୍ୟରେ ଲଗାଇଲି ।
Answer:
ସତ୍ୟବାଦୀ ସ୍କୁଲରେ ………. କାର୍ଯ୍ୟରେ ଲଗାଇଲି ।
ଶଂସିତ ଗଦ୍ୟାଶଟି ଉଦୟନାଥ ଷଡ଼ଙ୍ଗୀଙ୍କ ଆତ୍ମଜୀବନୀ ‘ଗାନ୍ଧି ମହାରାଜାଙ୍କ ଶିଷ୍ୟ’ ଶୀର୍ଷକ ପୁସ୍ତକରୁ ସଂଗୃହୀତ ‘ରୋଗୀସେବା’ବିଷୟରୁ ଆନୀତ । ଏଠାରେ ଲେଖକ ନିଜ ରୋଗଗ୍ରସ୍ତ ବୃଦ୍ଧ ପିତାଙ୍କ ସେବା ଶୁଶ୍ରୂଷା କରିବାରେ ସତ୍ୟବାଦୀ ବିଦ୍ୟାଳୟର ସେବା ତାଲିମ କିପରି ସହାୟକ ହୋଇଥିଲା ତାହା ବର୍ଣ୍ଣନା କରିଛନ୍ତି । ୧୯୨୭ ମସିହାରେ ମାଟ୍ରିକ୍ୟୁଲେସନ୍ ପରୀକ୍ଷା ପରେ ଘରେ ଅବସ୍ଥାନ କରୁଥିବା କାଳରେ ଲେଖକଙ୍କ ପିତା ଦଶ ବାର ଦିନ ଧରି ରୋଗଗ୍ରସ୍ତ ହୋଇ ଶଯ୍ୟାଶାୟୀ ହୋଇଥିଲେ । ଗ୍ରହଣୀ ଝାଡ଼ା ରୋଗରେ ପୀଡ଼ିତ ହୋଇଥିବା ପିତାଙ୍କୁ ସେ ସୁଚାରୁରୂପେ ସେବା ପ୍ରଦାନ କରିଥିଲେ। ସତ୍ୟବାଦୀ ସ୍କୁଲ ଛାତ୍ରାବାସରେ ଲେଖକ ରୋଗୀସେବା କରିବା ତାଲିମ ପାଇଥିଲେ । ତେଣୁ ପିତାଙ୍କ ସେବା କରିବାରେ ତାଙ୍କର କୌଣସି ଅସୁବିଧା ହୋଇନଥିଲା ।
ରାତିଦିନ ପାଖରେ ବସିରହି ମଇଳା ବିଛଣା ଚାଦର ଘନ ଘନ ପରିବର୍ତ୍ତନ କରିବା, ଦୁର୍ବଳ, କ୍ଷୀଣ ଶରୀର ବିଶିଷ୍ଟ ପିତାଙ୍କୁ କାଖ ପାଖରେ ଓ ଅଣ୍ଟାରେ ହାତ ଦେଇ ଉଠାଇ ବିଛଣା ବଦଳାଇବା କାର୍ଯ୍ୟ କରିବାରେ ତାଙ୍କୁ କଷ୍ଟକର ଲାଗିନଥିଲା । ଦିନସାରା ପାଖରେ ରହିବା ସହ ରାତି ସାରା ଅନିଦ୍ରା ରହି ସେ ପିତାଙ୍କର ସେବା କରିଥିଲେ । ରାତିରେ ବାପାଙ୍କ ନିଦ ଟିକେ ଭାଙ୍ଗିଗଲେ ସେ ଲେଖକଙ୍କୁ ହିଁ ଖୋଜୁଥିଲେ । ଲେଖକ ମଧ୍ଯ ଜଣେ ଦକ୍ଷ ତାଲିମପ୍ରାପ୍ତ ସେବକ ପରି ନିର୍ବିକାର ଚିତ୍ତରେ ପିତାଙ୍କ ସେବା କରିପାରିଥିଲେ ଓ ରୋଗଗ୍ରସ୍ତ ପିତାଙ୍କର ଅନ୍ତର ଖୋଲା ଆର୍ଶୀବାଦ ଲାଭ କରିଥିଲେ ।
Question ୧୪ ।
ମୋର ଜୀବନକାଳ ମଧ୍ୟରେ ସବୁ କାର୍ଯ୍ୟରେ, ପିତାମାତାଙ୍କର ସେହି ଅନ୍ତିମ ଆର୍ଶୀବାଦ ହିଁ ତା’ ପଛରେ ରହି ପ୍ରେରଣା ଦେଉଅଛି।
Answer:
ମେର ଜାବନକାଳ ………………… ପ୍ରେରଣା ନ୍ଦେଉଅଛା
ପ୍ରୋକ୍ତ ଗଦ୍ୟାଶଟି ଉଦୟନାଥ ଷଡ଼ଙ୍ଗୀଙ୍କ ରଚିତ ଆତ୍ମଜୀବନୀ ‘ଗାନ୍ଧି ମହାରାଜାଙ୍କ ଶିଷ୍ୟ’ ପୁସ୍ତକରୁ ସଂଗୃହୀତ ‘ରୋଗୀସେବା’ ଶୀର୍ଷକ ବିଷୟରୁ ଆନୀତ । ଏଠାରେ ଲେଖକ ପିତାମାତାଙ୍କ ଆଶୀର୍ବାଦଦ୍ଵାରା ମାନବ କିପରି ଜୀବନ ଯୁଦ୍ଧରେ ସର୍ବତ୍ର ବିଜୟଲାଭ କରିଥାଏ ତାହା ବର୍ଣ୍ଣନା କରିଛନ୍ତି । ବାଲ୍ୟକାଳରୁ ସେବାକୁ ଜୀବନର ମହାନ୍ ବ୍ରତଭାବେ ଗ୍ରହଣ କରିଥିଲେ ଲେଖକ । ଏପରିକି ଚାଟଶାଳୀର ଛାତ୍ର ଥିଲାବେଳେ ମଧ୍ୟ ସେ ବାପାଙ୍କ କଟା ଘା’ର ଚିକିତ୍ସାରେ ସହାୟତା କରିଥିଲେ । ସତ୍ୟବାଦୀ ବନବିଦ୍ୟାଳୟରେ ଶିକ୍ଷାଲାଭ କରି ରୋଗୀସେବା ସମ୍ପର୍କରେ ସେ ଆଚାର୍ଯ୍ୟ ହରିହରଙ୍କଠାରୁ ତାଲିମ ପାଇଥିଲେ । ନିଜ ପିତାମାତାଙ୍କ ଶେଷ ସମୟରେ
ସେମାନଙ୍କ ରୋଗଶଯ୍ୟା ନିକଟରେ ରହି ସେ ଉପଯୁକ୍ତ ସେବା ପ୍ରଦାନ କରିଥିଲେ । ପିତାମାତା ଯେ ଜୀବନ୍ତ ଦେବତା ଓ ତାଙ୍କୁ ସେବା କରିବାଦ୍ଵାରା ଯେଉଁ ଧର୍ମ ଅର୍ଜନ କରାଯାଏ ତାହା ହିଁ ପରବର୍ତ୍ତୀ ସମୟରେ ମଣିଷକୁ ସବୁକ୍ଷେତ୍ରରେ ସଫଳତା ଆଣିଦିଏ । ଏହା ମର୍ମେ ମର୍ମେ ଲେଖକ ଅନୁଭବ କରିଛନ୍ତି । ଜୀବନରେ ପାଇଥିବା ସମସ୍ତ ସାଫଲ୍ୟ ଅନ୍ତରାଳରେ ଯେ ପିତାମାତାଙ୍କର ଆର୍ଶୀବାଦ ରହିଥିଲା, ଏହା ଲେଖକ ମୁକ୍ତକଣ୍ଠରେ ସ୍ୱୀକାର କରିଛନ୍ତି । ‘ମାନବ ସେବା ହିଁ ମାଧବ ସେବା’ ଏହି ମହାମନ୍ତ୍ରରେ ଦୀକ୍ଷିତ ହୋଇ ପ୍ରତ୍ୟେକ ବ୍ୟକ୍ତି ପ୍ରଥମେ ନିଜ ପିତାମାତାଙ୍କୁ ସେବା ପ୍ରଦାନ କଲେ ଈଶ୍ବରଙ୍କ ଆଶିଷ ଲାଭ କରିପାରିବେ, ଲେଖକ ଏହାହିଁ କହିବାକୁ ଚାହିଁଛନ୍ତି ।
Question ୧୫ ।
‘ସେବା କାମେ ମନ ନ ଥିଲେ ମାତି
ସଇତାନ ତହିଁ କରେ ରାଜୁତି ।’
ଏହି କବିତାଂଶର ଭାବ ସମ୍ପ୍ରସାରଣ କରି ଗୋଟିଏ ଅନୁଚ୍ଛେଦ ଲେଖ ।
Answer:
‘ମାନବ ସେବା ହିଁ ମାଧବ ସେବା’ – ଏହି ଉକ୍ତିଟିର ଯଥାର୍ଥତା ରହିଛି । ସେବାଦ୍ୱାରା ମଣିଷ ଆତ୍ମପ୍ତି ଲାଭ କରିବା ସହ ସେବା ପାଉଥିବା ବ୍ୟକ୍ତିର କଲ୍ୟାଣ ପ୍ରାପ୍ତ ହୋଇଥାଏ । ପ୍ରତ୍ୟେକ ଜୀବ ମଧ୍ଯରେ ଭଗବାନଙ୍କ ସତ୍ତା ନିହିତ ଅଛି । ତେଣୁ ସେବକ ଉପରେ ଭଗବାନଙ୍କ ଅପାର ଆଶୀର୍ବାଦ ଝରିପଡ଼େ । ଭଗବାନ ଯେଉଁ ସ୍ଥାନରେ ନଥା’ନ୍ତି ସେଠାରେ ସଇତାନ ରାଜୁତି କରେ । ଅର୍ଥାତ୍ ମନ ମଧ୍ୟକୁ କୁଭାବନା ପ୍ରବେଶ କରି ମନ ଓ ଶରୀରକୁ ଗ୍ରାସ କରେ । ଈର୍ଷା, ଦ୍ବେଷ, ପରଶ୍ରୀକାତରତା ଆଦି କୁ-ପ୍ରବୃତ୍ତି ମନରେ ଜାଗରିତ ହୁଏ । ସେବାକାର୍ଯ୍ୟରେ ମନୋନିବେଶ କରୁଥିବା ବ୍ୟକ୍ତି ମଧ୍ୟକୁ ଏପରି ଭାବନା ପ୍ରବେଶ କରିପାରେ ନାହିଁ । ଶାସ୍ତ୍ର ପୁରାଣାଦିରେ ସେବାର ମହତ୍ତ୍ବ ସମ୍ପର୍କରେ ବହୁଳଭାବେ ବର୍ଣ୍ଣନା କରାଯାଇଛି ।
ସେହି ସେବା ମାଧ୍ୟମରେ ମନୁଷ୍ୟ ପିତା-ମାତା, ଗୁରୁ-ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ସେବାକାର୍ଯ୍ୟ ପ୍ରତି ବୀତସ୍ପୃହ ବ୍ୟକ୍ତିର ଅନ୍ତର କର୍କଶତାରେ ଭରିଯାଏ ଯେଉଁଠାରେ କି ଆସୁରିକ ପ୍ରବୃଷ୍ଟି ଜନ୍ମନିଏ । ଗାନ୍ଧି, ଗୋପବନ୍ଧୁ, ମଦର ଟେରେସା ଆଦି ମହାମିନୀଷୀମାନେ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରି ଜୀବନକୁ ଧନ୍ୟ କରିପାରିଛନ୍ତି । ପୁରାଣରୁ ଆମେ ଆରୁଣି, ଉପମନ୍ୟୁ ଓ ଏକଲବ୍ୟଙ୍କ କଥା ଶୁଣିଛେ । ତେଣୁ ସେହି ମହନୀୟ ଆଦର୍ଶର ଅନୁଗାମୀ ହେବା ସର୍ବାଦୌ ଉଚିତ । ସେମାନଙ୍କ ଭଳି ମାନବ ସେବାରେ ନିଜକୁ ନିୟୋଜିତ କରି ଭଗବାନ୍ଙ୍କ କରୁଣାରେ ନିଜ ଚଲାପଥକୁ କୁସୁମିତ କରିବା ସମସ୍ତଙ୍କ ଲକ୍ଷ୍ୟ ହେବା ବିଧେୟ ।
Question ୧୬ ।
ତୁମ ବିଦ୍ୟାଳୟରେ ସ୍ଵେଚ୍ଛାସେବକ ବାହିନୀଟିଏ ଗଠନ କରିବା ନିମନ୍ତେ ଅନୁରୋଧ ଜଣାଇ ପ୍ରଧାନ ଶିକ୍ଷକଙ୍କ ନିକଟକୁ ଦରଖାସ୍ତ ଲେଖ ।
Answer:
ମାନନାୟ
ଶ୍ରାଯୁକ୍ତ ଅସୁରେଶ୍ଵର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ
ମହୋଦୟ ……………………………… ସମାପେକ୍ଷୁ ।
ମହାଶୟା,
ବିହିତ ସମ୍ମାନ ଓ ଆନୁଗତ୍ୟ ସହକାରେ ଆମ୍ଭେ ଅଷ୍ଟମ ଶ୍ରେଣୀର ନିମ୍ନ ସ୍ଵାକ୍ଷରକାରୀ ମନିଟରମାନେ ଆପଣଙ୍କ ନିକଟରେ ନିମ୍ନଲିଖ୍ ନିବେଦନ କରି ଆପଣଙ୍କ ସ୍ବୀକୃତି ନିମିତ୍ତ ଅନୁରୋଧ ଜଣାଉଛୁ । ନିବେଦ୍ୟ ଏହିକି ଆମ୍ଭ ଅଷ୍ଟମ ଶ୍ରେଣୀର ‘କ’, ‘ଖ’ ଓ ‘ଗ’ ବିଭାଗର ଛାତ୍ରମାନେ ଏକ ସ୍ୱେଚ୍ଛାସେବକ ବାହିନୀ ଗଠନକରି ଆସନ୍ତା ରାମଜନ୍ମୋତ୍ସବରେ ରଘୁନାଥଜୀଉଙ୍କ ମନ୍ଦିର ନିକଟରେ ଯାତ୍ରୀମାନଙ୍କୁ ପାନୀୟ ଜଳ ଯୋଗାଣ ତଥା ସେବାକାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଅଛୁ ।
ଏ ଦିଗରେ ଆମକୁ ସାହାଯ୍ୟ ଓ ସହଯୋଗ ପ୍ରଦାନ କରିବାପାଇଁ ଆମ ବିଦ୍ୟାଳୟର ସ୍କାଉଟ ଶିକ୍ଷକ ମହାଶୟ ସଦୟ ପ୍ରତିଶ୍ରୁତି ଦେଇଛନ୍ତି । ମାତ୍ର ଆପଣଙ୍କ ଅନୁମତି ବିନା ଏହି ବାହିନୀ ଗଠନ କରିବା ଅସମ୍ଭବ । ଏଣୁ ଆପଣଙ୍କୁ ସବିନୟ ନିବେଦନ କରୁଅଛୁ କି ଆପଣ ଦୟାପରବଶ ହୋଇ ସ୍ଵେଚ୍ଛାସେବକ ବାହିନୀ ଗଠନ କରିବାପାଇଁ ଅନୁମତି ପ୍ରଦାନ ପୂର୍ବକ ଆବଶ୍ୟକ ଅର୍ଥ ବିଦ୍ୟାଳୟ ସ୍କାଉଟ ଫଣ୍ଡରୁ ମଞ୍ଜୁର କଲେ ଆମେ ଆପଣଙ୍କ ନିକଟରେ ଚିର ଉପକୃତ ରହିବୁ ।
ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନେ।ତ୍ତର :
Question ୧୭ ।
ନିମ୍ନଲିଖ ଶବ୍ଦଗୁଡ଼ିକୁ ବାକ୍ୟରେ ବ୍ୟବହାର କର । ଅବାଞ୍ଛିତ, ପ୍ରତିଷେଧକ, ରୋଗାକ୍ରାନ୍ତ, ପାଠ୍ୟପୁସ୍ତକ, ପଟ୍ଟଶିଷ୍ୟ
Answer:
ଅବାଞ୍ଛିତ – ଅବାଞ୍ଛିତ ଆର୍ଥିକ ସାହାଯ୍ୟ ଓ ସହଯୋଗ ଯୋଗୁଁ ଆମ ଗ୍ରାମର ପାଠାଗାର ପାଇଁ ଏକ ପକ୍କା ଗୃହ ନିର୍ମାଣ ସମ୍ଭବ ହେଲା ।
ପ୍ରତିଷେଧକ – ଗତକାଲି ହାଇଜା ପ୍ରତିଷେଧକ ଇୱୈକ୍ସନ୍ ଦେବାକୁ ଟାକାଦାର ଆମ ବିଦ୍ୟାଳୟକୁ ଆସିଥ୍ ଲୋ
ରୋଗାକ୍ରାନ୍ତ – ରୋଗାକ୍ରାନ୍ତ ବ୍ୟକ୍ତିର ସେବା କରିବା ମାନବ ଜୀବନର ପରମ ଧର୍ମ ।
ପାଠ୍ୟପୁସ୍ତକ – ଛାତ୍ରଛାତ୍ରାମାନଙ୍କୁ ପାଠ୍ୟପୁସ୍ତକ ସମୟରେ ଯୋଗାଇବା ନିମନ୍ତେ ସରକାର ସମସ୍ତ୍ର ପଦଷେପ ନେଉଛନ୍ତି।
ପଟ୍ଟଶିଷ୍ୟ – ଗୋପବନ୍ଧୁ ଗାନ୍ଧିଜାଙ୍କ ପଟ୍ଟଶିଷ୍ୟ ଭାବେ ଦାନଦୁଃଖା ସେବାରେ ନିଜ କାବନକୁ ଉତ୍ସର୍ଗ କରିଥିଲେ।
Question ୧୮।
‘ଭୋକଶୋଷ’, ‘ଛଟପଟ’ ଗୋଟିଏ ଗୋଟିଏ ଯୁଗ୍ମ ଶବ୍ଦ । ପଠିତ ପ୍ରବନ୍ଧରେ ଥିବା ଯୁଗ୍ମଶବ୍ଦଗୁଡ଼ିକୁ ବାଛି ଲେଖ ।
Answer:
ଧରାଧରି, କଟାକଟି, ସେବାଶୁଶ୍ରୂଷା, ବୁଲାଉ ବୁଲାଉ, ଖନେଇ ଖନେଇ, ସଙ୍ଗେ ସଙ୍ଗେ, ଜୀବନକାଳ, ଆପଦବିପଦ, ଦୁଃଖସୁଖ, ରୋଗଯନ୍ତ୍ରଣା, ଯୁକ୍ତିତର୍କ, ପଟ୍ଟଶିଷ୍ୟ, ଶାଗୁପାଣି, ଗୋଡ଼ହାତ, ରୋଗୀସେବା, ରୋଗୀ-ସେବକ, ରାତିଦିନ, ଲକ୍ଷଲକ୍ଷ, ଖାଦ୍ୟପେୟ, ରଥଯାତ୍ରା, ସ୍ଵେଚ୍ଛାସେବକ ।
Question ୧୯ ।
ତଳ ବାକ୍ୟମାନଙ୍କରେ ଥିବା’ରେଖାଙ୍କିତ ଶବ୍ଦଗୁଡ଼ିକର ଅର୍ଥ ଲେଖ ।
(କ) ଗାଡ଼ିରେ ବହୁତ ଭିଡ ହୋଇଛି ।
(ଖ) ତାଙ୍କ ଘରେ କାମର ଭିଡ଼ ନ ଥାଏ
(ଗ) ସେପାଖରେ ଠିଆ ହୋଇ ତୁମେ ଦଉଡ଼ିକୁ ଭିଡ଼ ।
Answer:
(କ) ଭିଡ଼ – ଗହଳି
(ଗ) ଭିଡ଼ – ଟାଣ ଓଟାର
(ଗ) ଭିଡ଼ – ଟାଣ / ଓଟାର
Question ୨୦ ।
‘ଶୁଆଇବା’ ଗୋଟିଏ ପ୍ରେରଣାର୍ଥକ କ୍ରିୟା । ସେହିପରି ଆଉ ଚାରୋଟି ପ୍ରେରଣାର୍ଥକ କ୍ରିୟା ଲେଖ ।
Answer:
ଖୁଆଇବା, ଖେଳାଇବା, ହସାଇବା, କନ୍ଦାଇବା ।
Question ୨୧ ।
‘ମାରିବା’ଗୋଟିଏ କ୍ରିୟାପଦ, କିନ୍ତୁ ଘୁଙ୍ଗୁଡ଼ି ମାରିବା’ ଗୋଟିଏ କ୍ରିୟାଯୁକ୍ତ ରୂଢ଼ି । କାରଣ ଏଠାରେ ‘ମାରିବା’ର ଅର୍ଥ ଅଲଗା । ‘ମାରିବା’ ଶବ୍ଦକୁ ନେଇ ୫ଟି କ୍ରିୟାଯୁକ୍ତ ରୂଢ଼ି ଲେଖ ।
Answer:
ଠାସୁକ ମାରିବା, ଫୁଟୁକି ମାରିବା, ହାତ ମାରିବା, ମୁହଁ ମାରିବା, ଦାନା ମାରିବା
ଲେଖକ ପରିଚୟ :
ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଶିଶୁ ସାହିତ୍ୟ ରଚୟିତାଭାବେ ଯେଉଁ କେତେଜଣ ସ୍ୱନାମଧନ୍ୟ ସାରସ୍ଵତ ସାଧକ ପ୍ରସିଦ୍ଧି ଲାଭ କରିଛନ୍ତି, ସେମାନଙ୍କ ମଧ୍ୟରେ ଉଦୟନାଥ ଷଡ଼ଙ୍ଗୀ ଅନ୍ୟତମ । କେବଳ ଶିଶୁ ସାହିତ୍ୟ ନୁହେଁ ଅନୁବାଦ କ୍ଷେତ୍ରରେ ମଧ୍ୟ ତାଙ୍କର ପାରଦର୍ଶିତା ରହିଛି । ତାଙ୍କ ରଚିତ ‘ଟୁଉକୁ ମୂଷି’, ‘ଚକାଚକା ଭଉଁରୀ’, ‘ଜହ୍ନମାମୁ’, ‘ବିଲୁଆନନାର ବାହାଘର’, ‘ମିନିର ମନକଥା’, ‘ଆମ ଗ୍ରହ ଉପଗ୍ରହ’, ‘ଜଳଜନ୍ତୁ ସିରିଜ୍’ ଓ ‘ଆଦିବାସୀ କଥା’ ଆଦି ଉଲ୍ଲେଖଯୋଗ୍ୟା ତାଙ୍କ ଅନୁବାଦ ଭପନ୍ୟାସ ‘ଟମକକାଙ୍କ କୁଟାର’ ଓଡ଼ିଆ ସାହିତ୍ୟର ପାଠକମାନଙ୍କ ମଧ୍ୟରେ ସୁପରିଚିତ । ତାଙ୍କ ଆତ୍ମଜୀବନୀ ‘ଗାନ୍ଧି ମହାରାଜାଙ୍କ ଶିଷ୍ୟ’ ପୁସ୍ତକଟି ବହୁଭାବେ ଶିକ୍ଷଣୀୟ ବିଷୟବସ୍ତୁରେ ପରିପୂର୍ଣ୍ଣ ।
ପ୍ରବନ୍ଧର ପୃଷ୍ଠଭୂମି :
ମଣିଷ ତିଆରି କାରଖାନା । ସେହି ବିଦ୍ୟାଳୟର ଛାତ୍ର ଥିଲେ ଲେଖକ ଉଦୟନାଥ ଷଡ଼ଙ୍ଗୀ । ଏହି ଆବାସିକ ବିଦ୍ୟାଳୟରେ ସେବାକାର୍ଯ୍ୟ ଥିଲା ପାଠ୍ୟର ଏକ ଅଙ୍ଗ । ସେହି ଆଦର୍ଶରେ ଅନୁପ୍ରାଣିତ ହୋଇ ଲେଖକ ଛାତ୍ରାବସ୍ଥାରୁ ‘ମାନବସେବା ହିଁ ମାଧବ ସେବା’ ମନ୍ତ୍ରରେ ଦୀକ୍ଷିତ ହୋଇଥିଲେ । ପିତାମାତା ହିଁ ଜୀବନ୍ତ ଦେବତା ଓ ତାଙ୍କରି ସେବାଦ୍ୱାରା ହିଁ ମାନବ ଜୀବନ ଧନ୍ୟ ହୁଏ, ଏହି ଶିକ୍ଷା ଲେଖକ ତାଙ୍କ ବିଦ୍ୟାଳୟରୁ ଲାଭ କରିଥିଲେ । ସେବା କରିବାରେ ଯେଉଁ ଶାଶ୍ବତ ଆନନ୍ଦ ମିଳେ ତାହା ଅନୁଭବୀ ହିଁ ଜାଣେ । ଏହି ରଚନାଟିରେ ଲେଖକ ନିଜ ଜୀବନର ଅନୁଭୂତିକୁ ଅତି ଆବେଗପୂର୍ଣ ଭାଷାରେ ବର୍ଣ୍ଣନା କରିଛନ୍ତି । ଲେଖକଙ୍କ ଆତ୍ମଜୀବନୀ ‘ଗାନ୍ଧି ମହାରାଜାଙ୍କ ଶିଷ୍ୟ’ ଶୀର୍ଷକ ପୁସ୍ତକରୁ ଆଲୋଚ୍ୟ ପ୍ରବନ୍ଧଟି ସଂଗୃହୀତ ।
ପ୍ରବନ୍ଧର ସାରକଥା :
ସେବା ମଣିଷର ପରମ ଧର୍ମ । ବାଲ୍ୟାବସ୍ଥାରୁ ଏହି ମହାନ୍ ଆଦର୍ଶରେ ଲେଖକ ଅନୁପ୍ରାଣିତ ହୋଇଥିଲେ । ଚାଟଶାଳୀର ଛାତ୍ର ଥିଲାବେଳେ ବାପାଙ୍କ ଗୋଡ଼ରୁ ରକ୍ତ ଝରିପଡ଼ୁଥିବା ଦେଖ୍ ଯଦିଓ ସେ ବିଚଳିତ ହୋଇ ପଡ଼ିଥିଲେ, ତଥାପି ସାହସର ସହିତ କ୍ଷତ ସ୍ଥାନରେ ଗାମୁଛା ବାନ୍ଧି ଗ୍ରାମର ବୈଦ୍ୟଙ୍କ ନିକଟରେ ଚିକିତ୍ସା ବ୍ୟବସ୍ଥା କରିଥିଲେ । ବୈଦ୍ୟଙ୍କଠାରୁ ଚିକିତ୍ସା ପଦ୍ଧତି ଶିଖ୍ ନିଜେ ବାଡ଼ିର କଅଁଳ ଦୂବଘାସ ଛେଚି କ୍ଷତ ସ୍ଥାନରେ ବାନ୍ଧିବା କାର୍ଯ୍ୟ କରିଥିଲେ । ସେ ସମୟରେ ଯନ୍ତ୍ରଣାର ଉପଶମ ପାଇଁ କୌଣସି ଡାକ୍ତରୀ ଔଷଧ ମଫସଲ ଗାଁରେ ମିଳୁନଥିଲା । ବାପା ଯନ୍ତ୍ରଣାରେ କଷ୍ଟ ପାଉଥିବା ଲକ୍ଷ୍ୟ
କରି ସେ ତାଙ୍କ ପାଦ ଓ ଦେହକୁ ଆଉଁଶି ଦେଇଥିଲେ । ପନ୍ଦର ଦିନ ଧରି ଏହିପରି ସେବା କଲାପରେ ବାପା ସୁସ୍ଥ ହୋଇଥିଲେ । ବାପାଙ୍କ ପାଦର ଘା’ ଭଲ ହେଲାପରେ ମଧ୍ୟ ତାଙ୍କର ସେହି ଅଭ୍ୟାସ ଦୈନନ୍ଦିନ କର୍ତ୍ତବ୍ୟରେ ପରିଣତ ହୋଇଥିଲା । ଏପରିକି ବାର୍ଷିକ ପରୀକ୍ଷା ପାଇଁ ରାତି ଅନିଦ୍ରା ହୋଇ ପାଠ ପ୍ରସ୍ତୁତ କଲାବେଳେ ମଧ୍ୟ ବାପାଙ୍କ ବାରଣ ସତ୍ତ୍ଵେ ସେ ତାଙ୍କ ଗୋଡ଼ ଘଷିଦେବାରେ ଏକ ଘଣ୍ଟା ସମୟ ବ୍ୟୟ କରୁଥିଲେ । ପ୍ରତିଦିନ ରାତିରେ କିଛି ସମୟ ପାଇଁ ବାପାଙ୍କ ଅଣ୍ଟା, ପିଠି, ଗୋଡ଼ ଚିପି ଦେଲାପରେ ସେ ଶୋଇବାକୁ ଯାଉଥିଲେ ।
ଲେଖକ ସତ୍ୟବାଦୀ ବନବିଦ୍ୟାଳୟରେ ମାଟ୍ରିକ୍ୟୁଲେସନ ପର୍ଯ୍ୟନ୍ତ ଶିକ୍ଷାଲାଭ କରିଥିଲେ । ୧୯୨୭ ମସିହାରେ ମାଟ୍ରିକ ପରୀକ୍ଷା ପରେ ସେ ଛାତ୍ରାବାସରୁ ଘରକୁ ଆସିଲେ । ସେହି ସମୟକୁ ତାଙ୍କ ବାପା ଗ୍ରହଣୀ ଝାଡ଼ା ରୋଗରେ ଆକ୍ରାନ୍ତ ହୋଇ ୭୨ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ । ରୋଗଗ୍ରସ୍ତ ଅବସ୍ଥାରେ ଥିଲାବେଳେ ସେ ବାପାଙ୍କ ପାଇଁ ବୈଦ୍ୟଙ୍କଠାରୁ ଔଷଧ ଆଣିଦେବା ଓ ବାପାଙ୍କ ସେବାଶୁଶ୍ରୁଷା କରିବାରେ ଅବହେଳା କରିନଥିଲେ । ପିଲାଦିନୁ ସେବା କାର୍ଯ୍ୟରେସେ ଯେପରି ଆଗ୍ରହୀ ଥିଲେ, ପରେ ସତ୍ୟବାଦୀ ବନ ବିଦ୍ୟାଳୟରେ ତାହା ଅଧିକ ଶୃଙ୍ଖଳିତ ହୋଇପାରିଥିଲା ।
କାରଣ ସେଠାରେ ରୋଗୀସେବା କରିବାର ତାଲିମ ତାଙ୍କୁ ସେହି କାର୍ଯ୍ୟରେ ଅଧିକ ପରିପକ୍ବ କରାଇଥିଲା । ବାପାଙ୍କ ଶେଷ ସମୟକୁ ସେ ତାଙ୍କ ପାଖେ ପାଖେ ରହି ମଇଳା ବିଛଣା ସଫା କରିବା, ପଥ୍ ଖୋଇଦେବା, ରାତି ଅନିଦ୍ରା ହୋଇ ଜଗି ରହିବା ପରି ସେବାକାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ ।
ପିତାଙ୍କ ଦେହତ୍ୟାଗର ପାଞ୍ଚବର୍ଷ ପରେ ଲେଖକଙ୍କର ମାତୃବିୟୋଗ ହୋଇଥିଲା । ସେ ସମୟକୁ ସେ ଦତ୍ତ ପ୍ରେସରେ ଚାକିରି କରିସାରିଥିଲେ ।
ଘରୋଇ ସଂସ୍ଥାରେ ଚାକିରି କରୁଥିବାରୁ ତାଙ୍କୁ ଖୁବ୍ କମ୍ ଛୁଟି ମିଳୁଥିଲା । ଦିନକ ପାଇଁ ଘରକୁ ଆସି, ଘରେ ବୋଉ ବେମାର ଥିବାରୁ ଆଉ ଦୁଇଦିନ ଘରେ ରହିବାକୁ ବାଧ୍ୟ ହୋଇଥିଲେ । ମାତ୍ର ବୋଉଙ୍କ ଜ୍ଵର ରୋଗ ବଢ଼ିବାରେ ଲାଗିଥିଲା । ବୋଉଙ୍କ ଶଯ୍ୟାପାଖରେ ବସି ରହି ଦେହହାତ ଆଉଁଶି ଦେବା, ପଥ୍ ଖୋଇଦେବା, ଦେହର ଉତ୍ତାପ ମାପିବା ଆଦି କାର୍ଯ୍ୟ କରି ଦେଉଥିଲେ । ଶେଷ ସମୟ ଆସିବା ପୂର୍ବରୁ ବୋଉ ପୁଅକୁ ସ୍ନେହପୂର୍ଣ ଆସ୍ରେ ଚାହିଁ ସତେ ଯେପରି କଲ୍ୟାଣ କରୁଥିଲେ । ଶେଷରେ ଲେଖକଙ୍କ ହାତକୁ ମୁଠାଇ ଧରି ଶେଷନିଃଶ୍ୱାସ ତ୍ୟାଗ କରିଥିଲେ ।
୧୯୨୨ ମସିହାରେ ଜଗତ୍ସିଂହପୁର ଅଳକାଶ୍ରମ ଆଖପାଖ ଅଞ୍ଚଳରେ ପ୍ରବଳ ହଇଜା ବ୍ୟାପିଥିଲା । ସୁଦର୍ଶନ ପ୍ରହରାଜଙ୍କ ସହ ମିଶି ଲେଖକ ଗାଁ ଗାଁ ବୁଲି ରୋଗୀଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ । ଘର ଘର ବୁଲି ରୋଗୀଙ୍କ ଅବସ୍ଥା ଦେଖ୍, ଡାକ୍ତରଖାନାରୁ ଔଷଧ ନେଇ ରୋଗୀଙ୍କୁ ଖୁଆଇବା, ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କୁ ଡାକ୍ତରଖାନାକୁ ଆଣିବା ଏବଂ ସାନିଟାରୀ ଇନସ୍ପେକ୍ଟରଙ୍କୁ ଧରି କୂଅ, ପୋଖରୀ ବିଶୋଧନ କରାଇବା ଆଦି କାର୍ଯ୍ୟରେ ଲେଖକ ବ୍ୟସ୍ତ ରହୁଥିଲେ । ଆଶ୍ରମରୁ ସକାଳୁ ବାହାରି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଅକୁଣ୍ଠ ଚିତ୍ତରେ ରୋଗୀମାନଙ୍କର ସେବା କରିବାରେ ସେ ବ୍ୟସ୍ତ ରହୁଥିଲେ । ସୁଦର୍ଶନ ପ୍ରହରାଜ ଜଣେ କର୍ମଠ, ବଳିଷ୍ଠ ଓ ପରଦୁଃଖକାତର ବ୍ୟକ୍ତି ଥିଲେ । କାମରେ ଲାଗିଗଲେ ସେ ଭୋକଶୋଷ, ଖରାବର୍ଷା, ଶୀତକାକର ଭୁଲିଯା’ନ୍ତି । ଏଭଳି ଗୁରୁଙ୍କ ପାଖରେ ଥିବାରୁ ତାଙ୍କୁ ସେବାକାର୍ଯ୍ୟରୁ ତ୍ରାହି ମିଳୁ ନଥିଲା ।
ସତ୍ୟବାଦୀ ବନବିଦ୍ୟାଳୟରେ ପଢୁଥିବାବେଳେ ରୋଗୀସେବା କିପରି ପାଠ୍ୟର ଗୋଟିଏ ଅଙ୍ଗ ଥିଲା ସେ ବିଷୟରେ ଲେଖକ ଉଲ୍ଲେଖ କରିଛନ୍ତି । ଆଚାର୍ଯ୍ୟ ହରିହର ଥିଲେ ବିଦ୍ୟାଳୟର ଜଣେ ଆଦର୍ଶ ଛାତ୍ରବତ୍ସଳ ଶିକ୍ଷକ । ରୋଗୀମାନଙ୍କୁ କିପରି ସେବା କରାଯାଏ ସେହି ଶିକ୍ଷା ଲେଖକ ତାଙ୍କରିଠୁ ଶିଖୁଥିଲେ । ନିମ୍ବପତ୍ର ସିଝା ପାଣିରେ କାଛୁ କୁଣ୍ଡିଆକୁ ଆଚାର୍ଯ୍ୟ ମହାଶ୍ରୟ ନିଜ ହାତରେ ଧୋଇ ସଫା କରୁଥିଲେ । ନିର୍ବିକାର ଭାବେ ଏ କାର୍ଯ୍ୟ କରିବାକୁ ପିଲାମାନେ ତାଙ୍କଠାରୁ ଶିଖୁଥିଲେ । ପାଳି ଅନୁସାରେ ପ୍ରତ୍ୟେକ ପିଲାଙ୍କୁ ଏ କାର୍ଯ୍ୟ କରିବାକୁ ପଡ଼େ । ଚର୍ମରୋଗ ନ ବ୍ୟାପିବାପାଇଁ ସବୁ ଛାତ୍ରମାନଙ୍କୁ ନିମଛେଲି ବା ଚିରେଇତା ସିଝା ପାଣି ପିଇବାକୁ ପଡ଼ିଥାଏ । ଛାତ୍ରାବାସରେ କେହି ପିଲା ଜ୍ଵର ବା ଅନ୍ୟ କିଛି ବେମାରରେ ପଡ଼ିଲେ ତା’ ପାଖରେ ସାରା ରାତି ଜଗି ରହିବାକୁ ପଡ଼ିଥାଏ । ଯେଉଁ ପିଲାର ପାଳି ଥାଏ ସେ କାର୍ଯ୍ୟଟିକୁ ନିଷ୍ଠାର ସହିତ କରିଥାଏ । ପାଠପଢ଼ା ସଙ୍ଗେ ସଙ୍ଗେ ପ୍ରତ୍ୟେକ ପିଲା ଏହି ସେବାକାର୍ଯ୍ୟରେ ଅଭ୍ୟସ୍ତ ହୋଇପଡ଼ନ୍ତି । ଅନ୍ୟାନ୍ୟ ସ୍କୁଲଠାରୁ ସତ୍ୟବାଦୀ ବିଦ୍ୟାଳୟର ଏହି ବିଶେଷତ୍ଵ ରହିଥିଲା ।
ସେ ସମୟରେ ପୁରୀ ରଥଯାତ୍ରାବେଳେ ଯାତ୍ରୀ ସମାଗମ ହେତୁ ବେଳେବେଳେ ହଇଜାର ପ୍ରାଦୁର୍ଭାବ ଦେଖାଯାଉଥିଲା । ପୁରୀ ଯାଇ ରୋଗୀମାନଙ୍କ ସେବା କରିବା ଦାୟିତ୍ଵ ସତ୍ୟବାଦୀ ବିଦ୍ୟାଳୟର ଛାତ୍ରମାନଙ୍କ ଉପରେ ନ୍ୟସ୍ତ କରାଯାଉଥିଲା । ଏଥ୍ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ୍ ସ୍ବତନ୍ତ୍ର ଭାବେ ସତ୍ୟବାଦୀ ସ୍କୁଲର ଛାତ୍ରମାନଙ୍କୁ ନିମନ୍ତ୍ରଣ କରୁଥିଲେ । ଛାତ୍ରମାନେ ମଧ୍ୟ ଆନନ୍ଦ ମନରେ ସ୍ଵେଚ୍ଛାସେବୀ ଭାବେ ଶିବିରରେ ଯୋଗଦେଇ ଥାଆନ୍ତି । ଲେଖକଙ୍କୁ କେବଳ ଦୁଇଟି ରଥଯାତ୍ରାରେ ସ୍ୱେଚ୍ଛାସେବକ ହେବାର ସୁଯୋଗ ମିଳିଥିଲା ବୋଲି ଲେଖକ ଆତ୍ମଜୀବନୀରେ ଉଲ୍ଲେଖ କରିଛନ୍ତି ।
ସୂଚନା ଓ କଠିନ ଶବ୍ଦାର୍ଥ :
- ଚଉତିବା – ଚାରିଭାଇ କରିବା ।
- ଚଡ଼ୁ ଦେବା – ଲୁହାକୁ ଗରମ କରି ଦେହରେ ଚିଆଁ ଦେବା, ଯାହା ବାତ ରୋଗର ଚିକିତ୍ସାରେ ଦିଆଯାଇଥାଏ ।
- ଯାହା କରିବେ ସାଇଁ, ତାହା କାହାରି ହାତରେ ନାହିଁ – ଏହା ଏକ ଲୋକବାଣୀ । ବିଧାତାଙ୍କ ବିଧାନକୁ କେହି ଅଟକାଇ ପାରିବେ ନାହିଁ । (ଯାହା ଘଟିବାର ଥବ, ତାହା ଅବଶ୍ୟ ଘଟିବ ।)
- ଅଚୈତନ୍ୟ ଅବସ୍ଥା – ଚେତାଶୂନ୍ୟ ଅବସ୍ଥା ।
- ଅପରୂପ – ଅତ୍ୟନ୍ତ ସୁନ୍ଦର / ଯାହାର ତୁଳନା ନଥାଏ ।
- ସଂଜ୍ଞାହୀନ – ଚେତାଶୂନ୍ୟ ।
- ଆଚାର୍ଯ୍ୟ ମହାଶୟ – ଋଷିପ୍ରତିମ ହରିହର ଦାସ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସାଥୀ ଏବଂ ସତ୍ୟବାଦୀ ବନବିଦ୍ୟାଳୟର ଅନ୍ୟତମ ଶିକ୍ଷକ । ଶ୍ରଦ୍ଧାରେ ଲୋକେ ତାଙ୍କୁ ଆଚାର୍ଯ୍ୟ ହରିହର ଅଥବା ଆଚାର୍ଯ୍ୟ ମହାଶୟ କହନ୍ତି । ସେ
- ୧୮୭୯ ମସିହାରେ ଜନ୍ମଗ୍ରହଣ କରି ୧୯୭୧ ମସିହାରେ ମୃତ୍ୟୁବରଣ କରିଥିଲେ ।
- ଅଳକାଶ୍ରମ – ଜଗତ୍ସିଂହପୁର ଜିଲ୍ଲାର ଆଶ୍ରମ । ସ୍ଵାଧୀନତା ଆନ୍ଦୋଳନ ସମୟରେ ଏହାର ଏକ ପ୍ରମୁଖ ଭୂମିକା ଥିଲା
- ସ୍ଵେଚ୍ଛାସେବକ – ବିନା ପାରିଶ୍ରମିକରେ ଯିଏ ସେବାକାର୍ଯ୍ୟରେ ଆଗଭର ହୋଇଥାଏ ।
କେତୋଟି ନୂତନ ଶବ୍ଦ ଓ ଏହାର ଅର୍ଥ :
- ସମାଗମ – ମିଳିତ ହେବା ।
- ଠୁଳ ହେବା ପ୍ରଖର – ତିବ୍ର । ଅଧ୍ଵ
- ବିକୃତି – ବିକାରଭାବ ।
- ଯନ୍ତ୍ରଣାକ୍ତ ଭାବ ତାଗିଦା – ଟାଣକରି କହିବା
- ତାଲିମ୍ – କୌଶଳ | କାମ କରିବାର ଉପାୟ
- ସ୍ଵେଚ୍ଛାସେବକ – ନିଜ ଇଚ୍ଛାରେ ଓ ନିଜ ପାରିଶ୍ରମିକରେ ସେବା
- ଛେଉଣ୍ଡ – ବାପା ଓ ମା’ଙ୍କୁ ହରାଇଥ୍ବା ପିଲା
- ଖଞ୍ଜା – ନିଯୁକ୍ତ ହେବା