Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ

Go through BSE Odisha Class 8 Science Notes Odia Medium and Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ to understand important concepts and topics more clearly.

8th Class Science Chapter 9 Notes Odia Medium

BSE Odisha Class 8 Science Chapter 9 Notes Odia Medium

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
ମିଶ୍ରଣ ଓ ଏହାର ପ୍ରକାର ଭେଦ (Mixture and its types) :
ଦୁଇଟି ବା ତହିଁରୁ ଅଧୁକ ବସ୍ତର ଏକତ୍ରୀକରଣ ଦ୍ଵାରା ଯେଉଁ ପଦାର୍ଥ ତିଆରି ହୁଏ, ତାହାକୁ ମିଶ୍ରଣ କହନ୍ତି । ମିଶ୍ରଣରେ ଉପାଦାନଗୁଡ଼ିକର ବଣ୍ଟନ ପ୍ରକ୍ରିୟା ଦୃଷ୍ଟିକୋଣରୁ ଏହା ଦୁଇପ୍ରକାର ।
ଯଥା – ସମତୁଲ ମିଶ୍ରଣ ଓ ଅସମତୁଲ ମିଶ୍ରଣ ।
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 1
ଚିତ୍ର ଚିନି, ଲୁଣ ଏବଂ ଜଳଗୁଣ୍ଡ
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 2
ଚିତ୍ର (କ) ବାଲି ଏବଂ ଜଳର ମିଶ୍ରଣ (ଖ) କରତ ଗୁଣ୍ଡ ଏବଂ ଜଳର ମିଶ୍ରଣ

ଉଦାହରଣ : ଲୁଣ ଏବଂ ଚିନିକୁ ଜଳରେ ମିଶାଇଲେ ଉପାଦାନଗୁଡ଼ିକ ସମାନ ଭାବରେ ମିଶ୍ରିତ ହୁଏ, ସେଥ‌ିପାଇଁ ଏହାକୁ ସମତୁଲ ମିଶ୍ରଣ କୁହାଯାଏ ।
ଚକ୍ ଗୁଣ୍ଡ, ବାଲି, କିମ୍ବା କରତଗୁଣ୍ଡକୁ ଜଳରେ ମିଶାଇଲେ ଉପାଦାନଗୁଡ଼ିକ ସମାନ ଭାବରେ ମିଶି ନଥାଏ । ଏପରି ମିଶ୍ରଣଗୁଡ଼ିକୁ ଅସମତୁଲ (non- uniform) ମିଶ୍ରଣ ବୋଲି କୁହାଯାଏ । ଚିତ୍ରରେ ପ୍ରଦର୍ଶିତ ORS ଏକ ସମତୁଲ ମିଶ୍ରଣ

ଦ୍ରବ, ଦ୍ରାବକ ଓ ଦ୍ରବଣ (Solute, Solvent and Solution) :
ଜଳରେ ଲୁଣ କିମ୍ବା ଚିନି ପରି ଏକ ସମତୁଲ ମିଶ୍ରଣକୁ ଦ୍ରବଣ (solution) କୁହାଯାଏ ।
ଯେତେବେଳେ ଗୋଟିଏ କଠିନ ପଦାର୍ଥକୁ ତରଳ ପଦାର୍ଥରେ ମିଶ୍ରଣ କରି ଦ୍ରବଣ ଗଠନ କରାଯାଏ ସେତେବେଳେ କଠିନ ପଦାର୍ଥକୁ ଦ୍ରବ (solute) କୁହାଯାଏ ଏବଂ ତରଳ ଉପାଦାନକୁ ଦ୍ରାବକ କୁହାଯାଏ (solvent) କୁହାଯାଏ । ଦ୍ରାବକରେ ଦ୍ରବ ଦ୍ରବୀଭୂତ ହୋଇ ଏକ ଦ୍ରବଣ ସୃଷ୍ଟି କରେ ।
ଦ୍ରବ + ଦ୍ରାବକ. → ଦ୍ରବଣ (Solute + Solvent = Solution)
ଯେତେବେଳେ ଦୁଇଟି ତରଳ ପଦାର୍ଥର ମିଶ୍ରଣ ଦ୍ଵାରା ଏକ ଦ୍ରବଣ ସୃଷ୍ଟି ହୁଏ, ସେଥ‌ିରେ କେଉଁଟି ଦ୍ରବ ଓ କଉଁଟି ଦ୍ରାବକ ତାହା ସ୍ପଷ୍ଟ ଭାବରେ ଜଣାପଡ଼େ ନାହିଁ । ଏପରି କ୍ଷେତ୍ରରେ ଦ୍ରବଣରେ କମ୍ ପରିମାଣରେ ଥ‌ିବା ପଦାର୍ଥକୁ ଦ୍ରବ କୁହାଯାଏ ଏବଂ ଅଧ‌ିକ ପରିମାଣରେ ଥ‌ିବା ପଦାର୍ଥକୁ ଦ୍ରାବକ କୁହାଯାଏ ।
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 3
ଚିତ୍ର ଏକ ଦ୍ରାବକରେ ସମାନ ଭାବରେ ବଣ୍ଟନ ହୋଇଥିବା ଦ୍ରବ (ବର୍ଜିତ ଚିତ୍ର)

ବାୟୁରେ ଥ‌ିବା ଦ୍ରାବକ ଓ ଦ୍ରବ :
ତରଳ ପଦାର୍ଥ ପରି ଗ୍ୟାସଗୁଡ଼ିକ ମଧ୍ୟ ଦ୍ରବଣ ଗଠନ କରିଥାନ୍ତି । ଏହାର ଏକ ସାଧାରଣ ଉଦାହରଣ ହେଉଛି ବାୟୁ । ବାୟୁ ଏକ ଗ୍ୟାସୀୟ ଦ୍ରବଣ । ଯବକ୍ଷାରଜାନ ବାୟୁରେ ଅଧ‌ିକ ପରିମାଣରେ ଥ‌ିବାରୁ, ଏହାକୁ ସ୍ରାବକ ଏବଂ ଅମ୍ଳଜାନ, ଆର୍ଗନ୍, ଅଙ୍ଗାରକାମ୍ଳ ଏବଂ ଅନ୍ୟାନ୍ୟ ଗ୍ୟାସଗୁଡ଼ିକ ବାୟୁରେ କମ୍ ପରିମାଣରେ ଥବାରୁ ସେଗୁଡ଼ିକୁ ଦ୍ରବ ଭାବେ ନିଆଯାଏ ।

ଦ୍ରାବକର ପରିମାଣ ଦ୍ରବଠାରୁ ମଧ୍ଯ କମ୍ ହୋଇପାରେ – ରସଗୋଲାର ରସକୁ ‘ସିରା’ କହନ୍ତି । ଅଳ୍ପ ଜଳରେ ଅଧୂକ ଚିନି ମିଶାଇ ‘ସିରା’ ତିଆରି କରାଯାଏ । ଜଳର ପରିମାଣ ଚିନି ତୁଳନାରେ କମ୍ ହେଲେ ମଧ୍ୟ ଏଠାରେ ଜଳକୁ ସ୍ରାବକ ଓ ଚିନିକୁ ଦ୍ରବ କୁହାଯାଏ ।

ଅସଂତୃପ୍ତ ଓ ସଂତୃପ୍ତ ଦ୍ରବଣ କ’ଣ ଜାଣିବା ପାଇଁ ପରୀକ୍ଷା
କାର୍ଯ୍ୟ – ୧ : ଆସ ଅନୁସନ୍ଧାନ କରିବା
ଶିକ୍ଷଣର ଲକ୍ଷ୍ୟ : ଜଳରେ ଲୁଣର ଦ୍ରବଣତା କ୍ଷମତା ଏବଂ ସଂତୃପ୍ତ ଦ୍ରବଣ ଗଠନ ବିଷୟରେ ଜାଣିବା
କାର୍ଯ୍ୟ ପ୍ରଣାଳୀ :
(i) ଏକ ସଫା କାଚପାତ୍ର ନିଆଯାଉ ଏବଂ ଏହାକୁ ଅଧା ଜଳରେ ପୂର୍ଣ୍ଣ କରାଯାଉ ।
(ii) ଏଥ‌ିରେ ଗୋଟିଏ ଚାମଚ ଲୁଣ ମିଶାଯାଉ ଏବଂ ଏହା ସମ୍ପୂର୍ଣ୍ଣ ଦ୍ରବୀଭୂତ ହେବା ପର୍ଯ୍ୟନ୍ତ ଭଲ ଭାବରେ ଘଣ୍ଟାଯାଉ ।
(iii) ଧୀରେ ଧୀରେ କାଚ ପାତ୍ରରେ ଆଉ ଏକ ଚାମଚ ଲୁଣ ମିଶାଯାଉ ଏବଂ ଘଣ୍ଟାଯାଉ । ଏହା ସମ୍ପୂର୍ଣ୍ଣ ଦ୍ରବୀଭୂତ ହେବା ବନ୍ଦ ନ ହେବା ପର୍ଯ୍ୟନ୍ତ ଆମେ କେତେ ଚାମଚ ଲୁଣ ମିଶାଇଲେ ତାହା ଲକ୍ଷ୍ୟ କରିବା ।
(iv) ସାରଣୀରେ ପର୍ଯ୍ୟବେକ୍ଷଣ ଲିପିବଦ୍ଧ କରାଯାଉ ।

ସାରଣୀ : ଜଳରେ ଲୁଣର ଦ୍ରବଣୀୟତା

ନିଆଯାଇଥ‌ବା ଲୁଣର ପରିମାଣ (ଚାମଚରେ) ପର୍ଯ୍ୟବେକ୍ଷଣ (ଲୁଣ ଦ୍ରବୀଭୂତ ହୁଏ। ଲୁଣ ଦ୍ରବୀଭୂତ ହୁଏ ନାହିଁ
ଏକ ଲୁଣ ସଂପୂର୍ଣ୍ଣଭାବେ ଦ୍ରବୀଭୂତ ହେବ ।
ଦୁଇ ଲୁଣ ସଂପୂର୍ଣ୍ଣଭାବେ ଦ୍ରବୀଭୂତ ହେବ ।
ତିନି ଲୁଣ ସଂପୂର୍ଣ୍ଣଭାବେ ଦ୍ରବୀଭୂତ ହେବ ।
ଚାରି ଲୁଣ ଦ୍ରବୀଭୂତ ହେବ ନାହିଁ ।

ପର୍ଯ୍ୟବେକ୍ଷଣ :
ଯେତେବେଳେ ଲୁଣ ଆଉ ଦ୍ରବୀଭୂତ ହେଲାନାହିଁ ତା’ ପୂର୍ବରୁ ଆମେ ତିନି ଚାମଚ ଲୁଣ ଦ୍ରବୀଭୂତ କରିପାରିଥିଲେ । ଏଥୁରୁ ଜଳର ଲୁଣ ଦ୍ରବୀଭୂତ କରିବାର କ୍ଷମତା ବିଷୟରେ ସୂଚନା ମିଳିଲା
ଯଦି ଆମେ ନିର୍ଦ୍ଦିଷ୍ଟ ପରିମାଣର ଜଳରେ ଅଧ୍ବକ ଲୁଣ ମିଶାଇବା ତେବେ ଲୁଣ ଏକ ନିର୍ଦ୍ଦିଷ୍ଟ ମାତ୍ରାଠାରୁ ଅଧ‌ିକ ଦ୍ରବୀଭୂତ ହେବନାହିଁ ।
ପ୍ରାରମ୍ଭରେ ଲୁଣ ଜଳରେ ସମ୍ପୂର୍ଣ ଭାବରେ ଦ୍ରବୀଭୂତ ହୋଇ ଏକ ଦ୍ରବଣ ତିଆରି କରେ । ଚାମଚ ପରେ ଚାମଚ ଲୁଣ ମିଶାଇ ଚାଲିଲେ ଏପରି ଏକ ସମୟ ଆସେ, ଯେତେବେଳେ ଲୁଣ ସମ୍ପୂର୍ଣ୍ଣ ଭାବରେ ଆଉ ଦ୍ରବୀଭୂତ ହୁଏ ନାହିଁ ଏବଂ ଅଦ୍ରବଣୀୟ ଲୁଣ ତଳେ ସ୍ଥିର ହୋଇ ରହିଯାଏ । ଏହା ସୂଚାଇ ଦିଏ ଯେ, ଜଳ ଆଉ ଲୁଣକୁ ଦବୀଭୂତ କରି ପାରିବ ନାହିଁ କାରଣ ଏହା ତାର ଦ୍ରବୀଭୂତ କରିବା କ୍ଷମତାର ସୀମାରେ ପହଞ୍ଚି ଯାଇଛି ।

Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ

ସିଦ୍ଧାନ୍ତ : ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଦ୍ରାବକରେ ଯେତେବେଳେ ପର୍ଯ୍ୟନ୍ତ ଦ୍ରବ ଦ୍ରବୀଭୂତ ହେଉଥାଏ ସେତେବେଳ ପର୍ଯ୍ୟନ୍ତ ଦ୍ରବଣକୁ ଅସଂତୃପ୍ତ ଦ୍ରବଣ (unsaturated solution) କୁହାଯାଏ । କିନ୍ତୁ, ଯେତେବେଳେ ଦ୍ରବ ପଦାର୍ଥ ଦ୍ରବୀଭୂତ ହେବା ବନ୍ଦ ହୋଇ ତଳେ ସ୍ଥିର ହେବାକୁ ଆରମ୍ଭ କରେ, ଅର୍ଥାତ୍ ଆଉ ଅଧୁକ ଦ୍ରବ ଦ୍ରବୀଭୂତ ହୁଏ ନାହିଁ ସେତେବେଳେ ସେ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଦ୍ରବଣକୁ ଏକ ସଂତୃପ୍ତ ଦ୍ରବଣ (saturated solution) କୁହାଯାଏ (ଚିତ୍ର) ।
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 4

ଦ୍ରବଣରେ ଦ୍ରବର ସାନ୍ଦ୍ରତା ଦୃଷ୍ଟିକୋଣରୁ ଦ୍ରବଣ ପ୍ରକାରଭେଦ :
ଏକ ନିର୍ଦ୍ଦିଷ୍ଟ ପରିମାଣ ଦ୍ରବଣ (କିମ୍ବା ଦ୍ରାବକ)ରେ ଉପସ୍ଥିତି ଦ୍ରବର ପରିମାଣକୁ ଏହାର ସାନ୍ଦ୍ରତା (concentration) କୁହାଯାଏ । ଦ୍ରବଣରେ ଦ୍ରବର ସାନ୍ଦ୍ରତା ଦୃଷ୍ଟିରୁ ଏହା ଦୁଇ ପ୍ରକାର, ଯଥା ଲଘୁ (Dilute) ଦ୍ରବଣ ଓ ଗାଢ଼ ବା ସାନ୍ଦ୍ର (Concentrated) ଦ୍ରବଣ । ଯେଉଁ ଦ୍ରବଣରେ କମ୍ କରିମାଣର ଦ୍ରବ ଦ୍ରବୀଭୂତ ହୋଇଥାଏ ତାହାକୁ ଲଘୁ ଦ୍ରବଣ କହନ୍ତି । ଯେଉଁ ଦ୍ରବଣରେ ଅଧ‌ିକ ପରିମାଣର ଦ୍ରବ ଦ୍ରବୀଭୂତ ହୋଇଥାଏ ତାହାକୁ ଗାଢ଼ଦ୍ରବଣ ବା ଘନଦ୍ରବଣ ବା ସାନ୍ଦ୍ର ଦ୍ରବଣ କହନ୍ତି ।

ଲଘୁ ଓ ସାନ୍ଦ୍ର ହେଉଛି ଆପେକ୍ଷିକ ଶବ୍ଦ

ଦ୍ରବଣୀୟତା (Solubility) :
ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ କୌଣସି ଦ୍ରବଣରେ ଯେଉଁ ସର୍ବାଧ‌ିକ ପରିମାଣର ଦ୍ରବ ଦ୍ରବୀଭୂତ ହୋଇଥାଏ, ତାହାକୁ ଦ୍ରବର ଦ୍ରବଣୀୟତା କହନ୍ତି । ଦ୍ରବଣୀୟତା ଦ୍ରବଣର ତାପମାତ୍ରା, ଚାପ ଏବଂ ଦ୍ରବ ଓ ଦ୍ରାବକର ପ୍ରକୃତି ଉପରେ ନିର୍ଭରକରେ ।

ଦ୍ରବଣୀୟତା ଉପରେ ତାପମାତ୍ରାର ପ୍ରଭାବ ଜାଣିବା :
କାର୍ଯ୍ୟ –୨ : ଆସ ପରୀକ୍ଷା କରିବା
ଶିକ୍ଷଣର ଲକ୍ଷ୍ୟ : ତାପମାତ୍ରା ବୃଦ୍ଧି କିପରି ଏକ ପଦାର୍ଥର ଦ୍ରବଣତାକୁ ପ୍ରଭାବିତ କରେ ତାହା ପରୀକ୍ଷା କରିବା ।

କାର୍ଯ୍ୟ ପ୍ରଣାଳୀ :
(i) ଏକ ଗ୍ଲାସ ବିକରରେ ପ୍ରାୟ 50 ମିଲି ଜଳ ନିଆଯାଉ ଏବଂ ଏକ ପରୀକ୍ଷାଗାର ଥର୍ମୋମିଟର ବ୍ୟବହାର କରି ଏହାର ତାପମାତ୍ରା ମାପ କରାଯାଉ, ମନେକର ଏହାର ତାପମାତ୍ରା 20°C 1
(ii) ଜଳରେ ଏକ ଚାମଚ ବେକିଂ ସୋଡ଼ା (sodium hydrogen carbonate) ମିଶାଯାଉ ଏବଂ ଏହା ଦ୍ରବୀଭୂତ ହେବା ପର୍ଯ୍ୟନ୍ତ ଘଣ୍ଟାଯାଉ । ଘାଣ୍ଟିବା ସମୟରେ ଅଳ୍ପ ଅଳ୍ପ କରି ବେକିଂ ସୋଡ଼ା ମିଶାଯାଉ ଯେ ପର୍ଯ୍ୟନ୍ତ କିଛି କଠିନ ବେକିଂ ସୋଡ଼ା ଦ୍ରବୀଭୂତ ନ ହୋଇ ବିକରର ଜଳ ଭାଗରେ ବସି ନ ଯାଇଛି ।
(iii) ଏବେ ଘାଣ୍ଟୁ ଥ‌ିବା ସମୟରେ ସାମଗ୍ରୀକୁ 50 C ପର୍ଯ୍ୟନ୍ତ ଗରମ କରାଯାଉ ।
(iv) ବି କରର ତଳେ ବସିଯାଇଥ‌ିବା ଅଦ୍ରବୀଭୂ ତ ବେକିଂ ସୋଡ଼ା ଦ୍ରବୀଭୂତ ହେବାର ଦେଖାଯିବ ।
(v) ଏହି ତାପମାତ୍ରାରେ ଘାଣ୍ଟୁଥ‌ିବା ସମୟରେ ପୁଣି ଥରେ ଅଳ୍ପ ଅଳ୍ପ କରି ବେକିଂ ସୋଡ଼ା ମିଶାଇବା ଜାରି ରଖୁଲେ କିଛି ସମୟ ପରେ କିଛି ବେକିଂ ସୋଡ଼ା ଅଦ୍ରବୀଭୂତ ହୋଇ ତଳେ ବସି ଯିବାର ଦେଖାଯିବ ।
(vi) ଘାଣ୍ଟୁଥିବା ସମୟରେ ମିଶ୍ରଣକୁ 70° C ପର୍ଯ୍ୟନ୍ତ ଆଉଥରେ ଗରମ କଲେ ଅଦ୍ରବୀଭୂତ ବେକିଂ ସୋଡ଼ା ପାଣିରେ ଦ୍ରବୀଭୂତ ହେବ ।
(vii) 20 C ତାପମାତ୍ରାରେ ଜଳରେ ଯେତି କି ପରମାଣରେ ବେକିଙ୍ଗ ସୋଡ଼ା ଦ୍ରବୀଭୂତ ହୁଏ, 50° C ତାପମାତ୍ରାରେ ଜଳରେ ତା’ଠାରୁ ଅଧିକ ପରି ମାଣରେ ଦ୍ରବୀଭୂତ ହୁଏ । 70° C ତାପମାତ୍ରାରେ ବେକିଙ୍ଗ ସୋଡ଼ାର ପରିମାଣ ଆହୁରି ଅଧ‌ିକ ହୁଏ ।
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 5
ଚିତ୍ର ପାଣିରେ ବେକିଂ ସୋଡ଼ା ଗୋଳାଇବା
ସିଦ୍ଧାନ୍ତ : ପରୀକ୍ଷା କରି ଦେଖାଯାଇଛି ଯେ, ଅଧିକାଂଶ ପଦାର୍ଥ ପାଇଁ ତାପମାତ୍ରା ବୃଦ୍ଧି ସହିତ ଦ୍ରବଣୀୟତା ବୃଦ୍ଧି ପାଏ । ଅର୍ଥାତ୍ ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଥିବା ଏକ ସଂତୃପ୍ତ ଦ୍ରବଣ ତାପମାତ୍ରା ବୃଦ୍ଧି ସହିତ ଏକ ଅସଂତୃପ୍ତ ଦ୍ରବଣ ପରି ବ୍ୟବହାର କରେ ।

ଭାରତୀୟ ଔଷଧ ପ୍ରଣାଳୀରେ ବିଭିନ୍ନ ପଦାର୍ଥକୁ ଦ୍ରାବକ ରୂପେ ବ୍ୟବହାର :
ଭାରତରେ ଆୟୁର୍ବେଦ, ସିଦ୍ଧ ଏବଂ ଅନ୍ୟାନ୍ୟ ପାରମ୍ପରିକ ଔଷଧ ପ୍ରସ୍ତୁତି ପ୍ରଣାଳୀରେ ଜଳକୁ ମୁଖ୍ୟତଃ ଦ୍ରାବକ ଭାବରେ ବ୍ୟବହାର କରାଯାଇ ଆସୁଛି । ଔଷଧୀୟ ଉଦ୍ଭଦ, ଜଳ ଓ ଆଲକୋହଲ ମିଶ୍ରଣକୁ ଅର୍କ କୁହାଯାଏ । ଏହି ଅର୍କକୁ ବ୍ୟବହାର କରି ଆୟୁର୍ବେଦୀୟ ଔଷଧ ପ୍ରସ୍ତୁତ କରାଯାଏ । ଭାରତୀୟ ଔଷଧ ପ୍ରଣାଳୀରେ ଔଷଧର ଚିକିତ୍ସାତ୍ମକ ଉପଚାର ଉପଲବ୍ଧ କରିବା ପାଇଁ ତାହାର ପ୍ରସ୍ତୁତିରେ ତେଲ, ଘିଅ, ଦୁଗ୍ଧ ଓ ଅନ୍ୟାନ୍ୟ ପଦାର୍ଥକୁ ଦ୍ରାବକ ଭାବେ ବ୍ୟବହାର କରିବାର କଥା ମଧ୍ୟ ଉଲ୍ଲେଖ କରାଯାଇଛି ।

ରସାୟନବିଦ୍ ଡକ୍ଟର ଅସୀମା ଚାଟାର୍ଜୀଙ୍କ କୃତିତ୍ଵ :
ଡକ୍ଟର ଅସୀମା ଚାଟାର୍ଜୀ ଜଣେ ରସାୟନବିତ୍ । ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ମଧ୍ୟରେ ମୂର୍ଚ୍ଛା ରୋଗ ପ୍ରତିରୋଧୀ ଏବଂ ମ୍ୟାଲେରିଆ ପ୍ରତିରୋଧୀ ଔଷଧର ବିକାଶ ଅନ୍ତର୍ଭୁକ୍ତ । ସେ ଔଷଧୀୟ ଉଦ୍ଭଦରୁ ଗୁରୁତ୍ଵପୂର୍ଣ୍ଣ ଯୌଗିକ ପଦାର୍ଥ ନିଷ୍କାସନ ଏବଂ ପୃଥକ୍ କରିବା ପାଇଁ ଦ୍ରାବକ ଏବଂ ଦ୍ରବଣକୁ ବ୍ୟାପକ ଭାବରେ ବ୍ୟବହାର କରିଥିଲେ । ଜାନକୀ ଆମ୍ମାଲଙ୍କ ପରେ ସେ ଦ୍ଵିତୀୟ ଭାରତୀୟ ମହିଳା ଭାବରେ ବିଜ୍ଞାନରେ ଡକ୍ଟରେଟ୍ ଉପାଧ୍ ହାସଲ କରିଥିଲେ । ସେ ରସାୟନ ବିଜ୍ଞାନରେ ଶାନ୍ତି ସ୍ଵରୂପ ଭଟ୍ଟନାଗର ପୁରସ୍କାର ପାଇଥିବା ପ୍ରଥମ ମହିଳା ଅଟନ୍ତି । ଏହା ସହିତ ସେ ପଦ୍ମଭୂଷଣ ଉପାର୍ଶ୍ଵରେ ମଧ୍ୟ ସମ୍ମାନିତ ହୋଇଥିଲେ ।

ଜଳରେ ଗ୍ୟାସଗୁଡ଼ିକର ଦ୍ରବଣୀୟତା :
(i) ଅମ୍ଳଜାନ ସମେତ ଅନେକ ଗ୍ୟାସ୍‌ ଜଳରେ ଦ୍ରବୀଭୂତ ହୁଏ । ଅମ୍ଳଜାନ କେବଳ ଅଳ୍ପ ପରିମାଣରେ ଜଳରେ ଦ୍ରବୀଭୂତ ହୁଏ । ଜଳରେ ଅଳ୍ପ ମାତ୍ରାରେ ଦ୍ରବୀଭୂତ ଏହି ଅମ୍ଳଜାନ ଜଳଜ ଉଭିଦ, ମାଛ ଓ ଅନ୍ୟାନ୍ୟ ସମସ୍ତ ଜଳଚର ଜୀବମାନଙ୍କୁ ବଞ୍ଚାଇ ରଖେ ।
(ii) ଜଳରେ ଗ୍ୟାସଗୁଡ଼ିକର ମିଶ୍ରଣକୁ ସମତୁଲ ମିଶ୍ରଣ କୁହାଯାଏ, କାରଣ ଗ୍ୟାସ ସମାନ ଭାବରେ ଦ୍ରବୀଭୂତ ହୋଇ ଦ୍ରବଣ ପ୍ରସ୍ତୁତ କରେ ।
(iii) ତାପମାତ୍ରା ବୃଦ୍ଧି ପାଇଲେ ଜଳରେ ଗ୍ୟାସଗୁଡ଼ିକର ଦ୍ରବଣୀୟତା ସାଧାରଣତଃ ହ୍ରାସପାଏ ।
(iv) ଏହି କାରଣରୁ ଥଣ୍ଡାଜଳରେ ଅଧିକ ଅମ୍ଳଜାନ ଦ୍ରବୀଭୂତ ହେବାରୁ ଜଳଚର ଜୀବମାନେ ଯଥେଷ୍ଟ ଅମ୍ଳଜାନ ପାଇଥାଆନ୍ତି । ଅନ୍ୟପକ୍ଷରେ ତାପମାତ୍ରା ବୃଦ୍ଧିହେଲେ ଜଳରେ ଅମ୍ଳଜାନର ଦ୍ରବଣୀୟତା ହ୍ରାସପାଏ ଯାହା ଫଳରେ ଜଳଚର ଜୀବମାନଙ୍କ ପାଇଁ ବିପଦ ଅଟେ ।

ଜଳରେ କେତେକ ବସ୍ତ ଭାସନ୍ତି ଏବଂ ଅନ୍ୟ କେତେକ ବସ୍ତ ବୁଡ଼ିଯିବାର କାରଣ :
ଗୋଟିଏ ବସ୍ତର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ ଅଧିକ ହେଲେ, ବସ୍ତଟି ଜଳରେ ବୁଡ଼ିଯାଏ । ଅନ୍ୟପକ୍ଷରେ ବସ୍ତର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ କମ୍ ହେଲେ ବସ୍ତୁଟି ଜଳରେ ଭାସିଥାଏ । ଜଳରେ ବସ୍ତୁଟି ଭାସିବା କେବଳ ବସ୍ତର ସାନ୍ଦ୍ରତା ଉପରେ ନିର୍ଭର କରେ ନାହିଁ କାରଣ ଏହା ବସ୍ତର ଆକାର ଓ ଆୟତନ ଉପରେ ମଧ୍ୟ ନିର୍ଭର କରେ ।
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 6
ଚିତ୍ର କିଛି ବସ୍ତୁ ଜଳରେ ଭାସେ ଓ କିଛି ବସ୍ତୁ ଜଳରେ ବୁଡ଼ିଯାଏ ।

ସାନ୍ଦ୍ରତା (Density) :
ବସ୍ତର ଏକକ ଆୟତନରେ ଥିବା ବସ୍ତତ୍ଵକୁ ସାନ୍ଦ୍ରତା କହନ୍ତି । ଗାଣିତିକ ଭାଷାରେ ସାନ୍ଦ୍ରତା ସୂତ୍ର ହେଉଛି-
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 7
ଏଣୁ ଆୟତନ ସମାନ ଥାଇ ବସ୍ତୁତ୍ଵ ବୃଦ୍ଧି ପାଇଲେ, ସାନ୍ଦ୍ରତା ବୃଦ୍ଧିପାଏ, ଅନ୍ୟ ପକ୍ଷରେ ବସ୍ତୁତ୍ଵ ସମାନ ଥାଇ ଆୟତନ ବୃଦ୍ଧି ପାଇଲେ, ସାନ୍ଦ୍ରତା ହ୍ରାସ ପାଏ । ପଦାର୍ଥର ସାନ୍ଦ୍ରତା ଏହାର ଆକାର କିମ୍ବା ଆକୃତି ଉପରେ ନିର୍ଭର କରେ ନାହିଁ । ସାନ୍ଦ୍ରତା ତାପମାତ୍ରା ଓ ଚାପ ଉପରେ ନିର୍ଭର କରେ । ଚାପ ମୁଖ୍ୟତଃ ଗ୍ୟାସ ଗୁଡ଼ିକର ସାନ୍ଦ୍ରତାକୁ ପ୍ରଭାବିତ କରେ । କଠିନ ଓ ତରଳ ପଦାର୍ଥର ସାନ୍ଦ୍ରତା ଉପରେ ଚାପର ପ୍ରଭାବ ନଗଣ୍ୟ ଅଟେ ।

ସାନ୍ଦ୍ରତାର ଏକକ :
ସାନ୍ଦ୍ରତାର ଏକକଗୁଡ଼ିକ ବସ୍ତୁତ୍ଵ ଓ ଆୟତନର ଏକକ ଉପରେ ନିର୍ଭର କରେ । ବସ୍ତୁତ୍ଵର SI ଏକକ କିଲୋଗ୍ରାମ (kg) ଏବଂ ଆୟତନର SI ଏକକ ଘନମିଟର (m3) । ଏଣୁ ସାନ୍ଦ୍ରତାର SI ଏକକ କି.ଗ୍ରା. ପ୍ରତି ଘନମିଟର ବା ସଂକ୍ଷେପରେ kg/m3 । ତରଳ ପଦାର୍ଥ କ୍ଷେତ୍ରରେ ସୁବିଧା ପାଇଁ ସାନ୍ଦ୍ରତାର ଅନ୍ୟାନ୍ୟ ଏକକ ଯଥା ଗ୍ରାମ ପ୍ରତି ମିଲିଲିଟର ବା g/mL ଏବଂ ଗ୍ରାମ ପ୍ରତି ଘନ ସେଣ୍ଟିମିଟର ବା g/cm ବ୍ୟବହାର କରାଯାଏ ।
ସାଧାରଣ ତାପମାତ୍ରାରେ 1 ମିଲିଲିଟର ଜଳର ବସ୍ତୁତ୍ଵ 1 ଗ୍ରାମ୍ । ଏଣୁ ଜଳର ବସ୍ତୁତ୍ୱ ମାପିବାପାଇଁ ଆମେ ଆୟତନକୁ ମିଲିଲିଟର (mL) ଓ ବସ୍ତୁତ୍ଵକୁ ଗ୍ରାମ (g) ରେ ପ୍ରକାଶ କରିଥାଉ ।

ସାନ୍ଦ୍ରତାର ରୂପାନ୍ତରିତ ଏକକ :
1kg/m3 = 1000 g/m3 = 1000g/1000L = 1g/L = 1g/1000mL = 1g/1000cm3 → 1g/cm2 = 1000 kg/m3
ସାଧାରଣ ତାକମାତ୍ରାରେ 1 ମିଲିଲିଟର (mL) ଜଳର ବସ୍ତୁତ୍ଵ ପ୍ରାୟ 1 ଗ୍ରାମ୍ (g) ହୋଇଥାଏ । ଜଳର ବସ୍ତୁତ୍ଵ ମାପିବା ପାଇଁ, ଆମେ ସାଧାରଣତଃ ଆୟତନକୁ (mL) ରେ ଏବଂ ତାର ବସ୍ତୁତ୍ଵକୁ (g) ରେ ବିଚାର କରିଥାଉ, ତେଣୁ 10 mL ପାଣିରେ ବସ୍ତୁତ୍ଵ ପ୍ରାୟ 10g ହେବ । ସେହିଭଳି 100mL ପାଣିର ବସ୍ତୁତ୍ଵ ପ୍ରାୟ 100g ହେବ ।
1 ଲିଟର (L) = 1000 ମିଲିଲିଟର (mL) = 1000 ଘନ ସେ.ମି. (cm’)
1 ଘନମିଟର (m3) = 1000 ଲିଟର (L)

ଆପେକ୍ଷିକ ସାନ୍ଦ୍ରତା (Relative Density) :
କୌଣସି ବସ୍ତର ଆପେକ୍ଷିକ ସାନ୍ଦ୍ରତା କହିଲେ ଆମେ ଉକ୍ତ ବସ୍ତର ସାନ୍ଦ୍ରତା ଓ ସମାନ ତାପମାତ୍ରାରେ ଜଳର ସାନ୍ଦ୍ରତାର ଅନୁପାତକୁ ବୁଝିଥାଉ ।
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 8
4° C ତାପମାତ୍ରାରେ ଜଳର ସାନ୍ଦ୍ରତା = \(\frac{1 \mathrm{~g}}{1 \mathrm{ml}}=\frac{1 \mathrm{~g}}{1 \mathrm{~cm}^3}\)
10 ଘନ ସେ.ମି. ଏଲୁମିନିୟମ୍‌ର ବସ୍ତୁତ୍ଵ 27 ଗ୍ରାମ୍, ଏଣୁ ଏହାର ସାନ୍ଦ୍ରତା = \(\begin{gathered}
27 \mathrm{~g} \\
10 \mathrm{~cm}^3=\frac{2.7 \mathrm{~g}}{\mathrm{~cm}^3}
\end{gathered}\)
ଏଥୁରୁ ଜଣାପଡ଼େ, ଏଲୁମିନିୟମ୍ ଜଳ ଅପେକ୍ଷା 2.7 ଗୁଣ ସାନ୍ଦ୍ର ଅଟେ । ତେଣୁ ଏଲୁମିନିୟମ୍‌ର ଆପେକ୍ଷିକ ସାନ୍ଦ୍ରତା 2.7 ଅଟେ ।

1 ଲିଟର ପ୍ୟାକେଟ ତେଲର ଓଜନ 910 ଗ୍ରାମ କାହିଁକି ? :
ଘିଅ କିମ୍ବା ତେଲର କିଛି ପ୍ୟାକେଟ ଉପରେ 1 ଲିଟର ଆୟତନ କିନ୍ତୁ ଓଜନର 910 ଗ୍ରାମ ଲେଖାଯାଇଥାଏ । ଏହାର କାରଣ ହେଲା l ମିଲିଲିଟର ବା 1 ଘନ ସେ.ମି. ଜଳର ବସ୍ତୁତ୍ଵ । ଗ୍ରାମ ବେଳେ ସମ ପରିମାଣର ତେଲ ବା ଘିଅର ବସ୍ତୁତ୍ଵ 0.91 ଗ୍ରାମ । ଏହା ସୂଚାଇଦିଏ ତେଲ ବା ଘିଅର ସାନ୍ଦ୍ରତା ଜଳର ସାନ୍ଦ୍ରତା ଠାରୁ କମ୍ । ତେଣୁ ତେଲ ଓ ଘିଅ, ଜଳରେ ଭାସନ୍ତି ଏବଂ 1 ଲିଟର ବା 1000 ମିଲିଲିଟର ତେଲ ଓ ଘିଅରେ 910 ଗ୍ରାମ ଓଜନର ପଦାର୍ଥ ରହେ ।

ସାନ୍ଦ୍ରତା ନିଶ୍ଚୟ :
ବସ୍ତର ସାନ୍ଦ୍ରତା ହେଉଛି ଏହାର ବସ୍ତୁତ୍ଵ ଓ ଆୟତନର ଅନୁପାତ । ଏଣୁ ବସ୍ତର ବସ୍ତତ୍ଵ ମାପକରି ଏବଂ ଏହାର ଆୟତନ ନିର୍ଣ୍ଣୟ କରିସାରିବା ପରେ ସାନ୍ଦ୍ରତା ନିର୍ଣ୍ଣୟ କରାଯାଏ । ବସ୍ତତ୍ଵ ମାପିବା ପାଇଁ ବିଭିନ୍ନ ପ୍ରକାରର ନିକିତି ବା ତରାଜୁ ବ୍ୟବହାର କରାଯାଏ । ବର୍ତ୍ତମାନ ଡିଜିଟାଲ ଓଜନ ମାପକ ନିକିତି ବ୍ୟବହାର କରାଯାଉଛି ।

ଡିଜିଟାଲ ଓଜନ ନିକିତିରେ ବସ୍ତତ୍ଵ ମାପ ପଦ୍ଧତି :
କାର୍ଯ୍ୟ – ୩ : ଆସ ମାପିବା
ଶିକ୍ଷଣର ଲକ୍ଷ୍ୟ : ଡିଜିଟାଲ୍ ଓଜନ ନିକିତିର ସଠିକ୍ ବ୍ୟବହାର କରି କୌଣସି କଠିନ ବସ୍ତର ବସ୍ତତ୍ଵ ମାପ କରିବା କାର୍ଯ୍ୟ ପ୍ରଣାଳୀ :
(i) ଡିଜିଟାଲ୍ ଓଜନ ନିକିତିକୁ ଚାଲୁ କରାଯାଉ ।
(ii) ଡିଜିଟାଲ୍ ଓଜନ ନିକିତିର ପରଦାରେ ଆରମ୍ଭରୁ ଦେଖାଯାଉଥ‌ିବା ପାଠକକୁ ଲକ୍ଷ୍ୟ କରାଯାଉ ।
(iii) ଏହା ଏକ ଶୂନ୍ୟ ପାଠ୍ୟଙ୍କ (zero reading) ଦେଖାଇବା ଉଚିତ୍ । ଯଦି ଦେଖାଉ ନାହିଁ ତେବେ ଆମକୁ ପାସଙ୍ଗ ଦେଇ କିମ୍ବା ଚେୟାର୍ ବା ରିସେଟ୍ ବଟନ୍ ଦବାଇ ଏହାକୁ ଶୂନ୍ୟକୁ ଆଣିବାକୁ ପଡ଼ିବ । (ଚିତ୍ର)
(iv) ନିକିତିର ପାତ୍ର ଉପରେ ଏକ ଶୁଖୁଲା ଏବଂ ସଫା ୱାଚ୍ ଗ୍ଲାସ୍ କିମ୍ବା ବଟର ପେପର୍ ରଖାଯାଉ ।
(v) ଡିଜିଟାଲ୍ ଓଜନ ନିକିତି ଉପରେ ପାଠ୍ୟଙ୍କ ଲକ୍ଷ୍ୟ କରାଯାଉ ।
(vi) ଚିତ୍ର ‘ଖ’ରେ ଦେଖାଯାଇଥ‌ିବା ଭଳି ପାସଙ୍ଗ ଦେଇ କିମ୍ବା ରିସେଟ୍ ବସନ୍ ଦବାଇ ଡିଜିଟାଲ୍ ଓଜନ ନିକିତିର ପାଠ୍ୟଙ୍କ ଶୂନ୍ୟକୁ ଅଣାଯାଉ ।
(vii) ବର୍ତ୍ତମାନ କଠିନ ବସ୍ତୁ, ଯେପରିକି ଏକ ପଥରକୁ ସତର୍କତାର ସହିତ ଓ୍ୱାଡ୍ ଗ୍ଲାସ୍ ଉପରେ (ଚିତ୍ର ଗ) ରଖାଯାଉ ।
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 9
ପର୍ଯ୍ୟବେକ୍ଷଣ : ନିକିତିରେ ଦେଖାଯାଉଥ‌ିବା ପଠନକୁ ଲକ୍ଷ୍ୟ କର, ଯାହା ପଥରର ବସ୍ତୁତ୍ଵ ଦେଖାଇଥାଏ । ତାହା ପଥରଟିର ବସ୍ତୁତ୍ଵ ଅଟେ । ବିଜ୍ଞାନରେ ବସ୍ତୁର ବସ୍ତୁତ୍ଵ ଓ ଓଜନ ଭିନ୍ନ ଅର୍ଥରେ ଦେଖାଯାଇଥାଏ ।

ସିଦ୍ଧାନ୍ତ : ବସ୍ତୁତ୍ଵ ହେଉଛି ପଦାର୍ଥର ପରିମାଣ ଯାହାର ଏକକ ଗ୍ରାମ ଓ କିଲୋଗ୍ରାମ କିନ୍ତୁ ଓଜନ ହେଉଛି ବସ୍ତୁ ସହ
ସଂଯୁକ୍ତ ପୃଥ‌ିବୀର ଆକର୍ଷଣ ବଳ ଯାହାର ଏକକ ନିଉଟନ୍ । ଅଧିକାଂଶ ନିକିତିରେ ଓଜନ ମପା ଯିବା ସମୟରେ ସୂଚକ ଗୁଡ଼ିକ ବସ୍ତୁତ୍ୱ ଏକକରେ ଲେଖାଯାଇଥାଏ ।

ତରଳ ପଦାର୍ଥର ଆୟତନ ମାପ :
ଗୋଟିଏ ବସ୍ତ୍ର ଯେତିକି ସ୍ଥାନ ଅସ୍ଵୀକାର କରେ ତାହାକୁ ତା’ର ଆୟତନ କହନ୍ତି । ଆୟତନର SI ଏକକ ଘନ ମିଟର ବା m୬, ଘନ ଡେସିମିଟର ବା dm କିମ୍ବା ଘନ ସେ.ମି. ଏକକ cm ବା cc । ତଳର ପଦାର୍ଥର ଆୟତନର ଏକକ ଲିଟର ଓ ମିଲିଲିଟର ।
1 ଲିଟର (L) = 1000 ମିଲିଲିଟର (mL)
1 ମିଲିଲିଟର (mL) = 1 ଘନ ସେ.ମି. (cm3 ବା cc)
1 ଘନମିଟର (m3) = 1000 ଲିଟର (L)

Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ

ମାପକ ସିଲିଣ୍ଡର (Measuring Cylinder) :
(i) ମାପକ ସିଲିଣ୍ଡର ହେଉଛି ଏକ ସରୁ, ସ୍ୱଚ୍ଛ ଓ ସିଲିଣ୍ଡର ଆକୃତିର ପାତ୍ର ଯାହାର ଗୋଟିଏ ପାର୍ଶ୍ଵ ଖୋଲା ଓ ଅନ୍ୟ ପାର୍ଶ୍ଵଟି ବନ୍ଦ ଥାଏ ।
(ii) ମାପକ ସିଲିଣ୍ଡର ଦ୍ଵାରା ଏକ ତରଳ ପଦାର୍ଥ ର ଆୟତନ ମପାଯାଏ ।
(iii) ଆୟତନ ମାପିବା ପାଇଁ ବିଭିନ୍ନ ଆୟତନର ମାପକ ସିଲିଣ୍ଡର ବ୍ୟବହାର କରାଯାଏ । ଯଥା 5 mL, 10 mL, 25 mL, 50 mL, 100 mL, 250 mL ଇତ୍ୟାଦି ।
(iv) ଗୋଟିଏ 100 mL ମାପକ ସିଲିଣ୍ଡରର 10 mL, 20 mL, 30 mL, 40 mL ପାଠ୍ୟଙ୍କ ଗୁଡ଼ିକ ବଡ଼ଚିହ୍ନ ଦ୍ଵାରା ସୂଚାଇ ଦିଆଯାଏ । ଦୁଇଟି ବଡ଼ଚିହ୍ନ ମଧ୍ୟରେ 10 ଟି ବିଭାଜନ ସଂଖ୍ୟା ଥାଏ । ଗୋଟିଏ ଛୋଟ ବିଭାଜନ 1 mL ମାପ କରିପାରେ । ଏହା କ୍ଷୁଦ୍ର ଆୟତନ ସୂଚାଙ୍କ ଅଟେ ।
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 10
ଚିତ୍ର ବିଭିନ୍ନ ଆୟତନର ମାପକ ସିଲିଣ୍ଡର
(v) ବିଭିନ୍ନ ଆୟତନର ମାପକ ସିଲିଣ୍ଡରର କ୍ଷୁଦ୍ରତ୍ତମ ବିଭାଜନ ମୂଲ୍ୟ ଭିନ୍ନ ଭିନ୍ନ ।
10 mL ଓ 25 mL କ୍ଷମତା ବିଶିଷ୍ଟ ସିଲିଣ୍ଡରର କ୍ଷୁଦ୍ରତମ ଆୟତନ ମାନ 0.1 mL.
100 mL କ୍ଷମତା ବିଶିଷ୍ଟ ସିଲିଣ୍ଡରର କ୍ଷୁଦ୍ରତ୍ତମ ଆୟତନ ମାନ 1 mL.
250 mL କ୍ଷମତା ବିଶିଷ୍ଟ ସିଲିଣ୍ଡରର କ୍ଷୁଦ୍ରତ୍ତମ ଆୟତନ ମାନ 2 mL.
ବିଶିଷ୍ଟ ସିଲିଣ୍ଡରର କ୍ଷୁଦ୍ରତ୍ତମ ଆୟତନ ମାନ 5 mL. 500 mL କ୍ଷମତା
(vi) 70 mL ଆୟତନ ତରଳର ଆୟତନ ମାପିବା ପାଇଁ 100 mL ମାପକ ସିଲିଣ୍ଡର ସବୁଠାରୁ ସୁବିଧାଜନକ ।

କାର୍ଯ୍ୟ ୪ : ଆସ ପର୍ଯ୍ୟବେକ୍ଷଣ କରିବା ଓ ଗଣନା କରିବା
ଶିକ୍ଷଣର ଲକ୍ଷ୍ୟ : ଏକ ମାପକ ସିଲିଣ୍ଡରର ଚିହ୍ନଗୁଡ଼ିକୁ ପର୍ଯ୍ୟବେକ୍ଷଣ କରି ଏହାର ଆୟତନ ମାପିବାର ସର୍ବନିମ୍ନ କ୍ଷମତା ନିର୍ଣ୍ଣୟ କରିବା ।

କାର୍ଯ୍ୟ ପ୍ରଣାଳୀ :
(i) ଏକ ମାପକ ସିଲିଣ୍ଡର ନେଇ ଏହାକୁ ଭଲଭାବରେ ଲକ୍ଷ୍ୟ କର ।
(ii) ଏହା ସର୍ବାଧ‌ିକ କେତେ ଆୟତନ ମାପିପାରିବ ତାହା ନିର୍ଦ୍ଧାରଣ କର ।
(iii) ପ୍ରତ୍ୟେକ ଦୁଇଟି ବଡ଼ ଚିହ୍ନ ମଧ୍ୟରେ ଥିବା ଆୟତନର ପାର୍ଥକ୍ୟକୁ ହିସାବ କର ।
(iv) ସେହି ବଡ଼ ଚିହ୍ନଗୁଡ଼ିକ ମଧ୍ୟରେ ଥିବା ଛୋଟ ବିଭାଜନ ସଂଖ୍ୟାକୁ ଗଣତି କର ।
(v) ଗୋଟିଏ ଛୋଟ ବିଭାଜନର ମୂଲ୍ୟ କେତେ ଆୟତନ ସୂଚାଉଛି ତାହା ଗଣନା କର ।
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 11
100 mL ମାପ ସିଲିଣ୍ଡର

ପର୍ଯ୍ୟବେକ୍ଷଣ :
(i) ସିଲିଣ୍ଡରଟିକୁ 100 mL ଭାବରେ ଚିହ୍ନିତ କରାଯାଇଛି । ତେଣୁ ଏହା
ସର୍ବାଧ‌ିକ 100 mL ପର୍ଯ୍ୟନ୍ତ ଆୟତନ ମାପ କରାଯାଇପାରିବ ।
(ii) ଦୁଇଟି ବଡ଼ ଚିହ୍ନ ମଧ୍ଯରେ ସୂଚିତ ଆୟତନର ପାର୍ଥକ୍ୟ ହେଉଛି 10 mL ।
(iii) ଦୁଇଟି ବଡ଼ ଚିହ୍ନ ମଧ୍ଯରେ 10 ଟି ଛୋଟ ବିଭାଜନ ଅଛି ।
ସିଦ୍ଧାନ୍ତ : ମାପକ ସିଲିଣ୍ଡରର ଛୋଟ ବିଭାଜନର ମାପ ଜାଣିବା ଦ୍ଵାରା
ତରଳ ପଦାର୍ଥର ଆୟତନକୁ ସଠିକ୍ ଭାବରେ ମାପ କରାଯାଇପାରିବ ।

ମାପକ ସିଲିଣ୍ଡରରେ 50 mL ଜଳ କିପରି ମାପ କରାଯାଏ :
କାର୍ଯ୍ୟ – ୫ : ଆସ 50 mL ଜଳ ମାପିବା

ଶିକ୍ଷଣର ଲକ୍ଷ୍ୟ : ଏକ ମାପକ ସିଲିଣ୍ଡରର ବ୍ୟବହାର କରି ତରଳ ପଦାର୍ଥର ଆୟତନ ସଠିକ୍ ଭାବରେ ମାପିବା ।
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 12
ଚିତ୍ର ମଫଳ ସିଲିଣ୍ଡରରେ ଜଳ କରିବା
କାର୍ଯ୍ୟ ପ୍ରଣାଳୀ :
ନିଜ ପାଠଙ୍କ ନିର୍ଣ୍ଣୟ କରିବା
(i) ଏକ ସମତଳ ପୃଷ୍ଠରେ ଏକ ସଫା ଓ ଶୁଖୁଲା ମାପକ ସିଲିଣ୍ଡର ରଖାଯାଉ ।
(ii) ମାପକ ସିଲିଣ୍ଡରରେ ଆବଶ୍ୟକ ଚିହ୍ନ ପର୍ଯ୍ୟନ୍ତ ଧୀରେ ଧୀରେ ଜଳ ଢଳାଯାଉ ।
(iii) ଯଦି ଆବଶ୍ୟକ ହୁଏ ଡ୍ରପର ସାହାଯ୍ୟରେ ଅଳ୍ପ ପରିମାଣର ଜଳ ମିଶାଇ କିମ୍ବା ବାହାର କରି ମାପକ ସିଲିଣ୍ଡରରେ ଜଳ ସ୍ତରକୁ 50 mL ଚିହ୍ନ ସହିତ ସମାନ କରାଯାଉ ।
(iv) ଧ୍ୟାନର ସହିତ ଲକ୍ଷ୍ୟ କଲେ ଆମେ ଦେଖୁବା ଯେ ମାପକ ସିଲିଣ୍ଡର ଭିତରେ ଜଳ ଏକ ବକ୍ର ପୃଷ୍ଠ ସୃଷ୍ଟି କରିଛି । ଏହି ବଜ୍ରପୃଷ୍ଠକୁ ତରଳ ବଜ୍ରପୃଷ୍ଠ (meniscus) କୁହାଯାଏ ।
(v) ଜଳ କିମ୍ବା ଅନ୍ୟାନ୍ୟ ରଙ୍ଗହୀନ ତରଳ ପଦାର୍ଥ ପାଇଁ ମେନିସ୍କସର ତଳ ଅଂଶ ସହିତ ମେଳ ଖାଉଥିବା ମାପକ ସିଲିଣ୍ଡରରେ ଥ‌ିବା ଚିହ୍ନକୁ ପଢାଯାଉ ।

ପର୍ଯ୍ୟବେକ୍ଷଣ :
(i) ପାଠ୍ୟଙ୍କଗୁଡ଼ିକୁ ଲକ୍ଷ୍ୟ କରିବା ସମୟରେ ଆଖୁ ଯେପରି ମେନିସ୍କସର ତଳ ଭାଗ ସହିତ ସମାନ ରହେ ତାହା ନିଶ୍ଚିତ କରାଯାଉ ।
(ii) ଏହା ଆବଶ୍ୟକ ସ୍ତର-ଅର୍ଥାତ୍ 50 mL ପହଞ୍ଚିବା ପରେ ଏହି ଜଳକୁ ଆବଶ୍ୟକ ପାତ୍ରଙ୍କୁ ସ୍ଥାନାନ୍ତର କରାଯାଉ । ରଙ୍ଗୀନ ତରଳ ପଦାର୍ଥ କ୍ଷେତ୍ରରେ ମାପକ ସିଲିଣ୍ଡରରେ ଥିବା ଚିହ୍ନ ମେନିସ୍କସ ଉପରେ ଅଂଶ ସହିତ ମେଳ ଖାଏ ।

ସିଦ୍ଧାନ୍ତ : ମାପକ ସିଲିଣ୍ଡରରେ ତରଳ ପଦାର୍ଥର ସଠିକ୍ ଆୟତନ ମାପିବା ପାଇଁ ତରଳର ବକ୍ରତଳକୁ ଆଖର ସିଧା ସ୍ତରରେ ରଖୁ ମାପ ନେବା ଅତ୍ୟନ୍ତ ଆବଶ୍ୟକ ।

ଆୟତନ (Volume) :
କୌଣସି ବସ୍ତୁ ଶୂନ୍ୟରେ ବା ତରଳ ପଦାର୍ଥରେ ଯେଉଁ ସ୍ଥାନ ଅଧିକାର କରେ ତାହାକୁ ଆୟତନ କହନ୍ତି । ଆୟତନ SI ଏକକ ଘନମିଟର ବା m । ଏହାର ଛୋଟ ଏକକ ଘନ ସେ.ମି. ବା cm ବା cc ହୋଇପାରିବ ।

ନିୟମିତ (Regular) ଆକୃତି କଠିନ ବସ୍ତର ଆୟତନ ନିର୍ଣ୍ଣୟ :

କାର୍ଯ୍ୟ – ୬ : ଆସି ଗଣନା କରିବା
ଶିକ୍ଷଣର ଲକ୍ଷ୍ୟ : ଏକ ନିୟମିତ ଆକୃତିର କଠିନ ବସ୍ତର ଆୟତନ ଏହାର ଲମ୍ବ, ପ୍ରସ୍ଥ, ଉଚ୍ଚତା ମାପି ଗଣନା କରିବା ।

କାର୍ଯ୍ୟ ପ୍ରଣାଳୀ :
(i) ନିଜ ପାଖରେ ଥିବା ଏକ ଘନାକୃତି ବସ୍ତୁ ବା ନୋଟ୍ ବୁକ୍ ସଂଗ୍ରହ କରାଯାଉ ।
(ii) ଏକ ସ୍କେଲ୍ ଦ୍ଵାରା ବସ୍ତୁଟିର ଲମ୍ବ (l), ପ୍ରସ୍ଥ (w) ଏବଂ ଉଚ୍ଚତା (h) ମାପ ।
ପର୍ଯ୍ୟବେକ୍ଷଣ : ମନେକର ଏକ ନୋଟ୍ ବୁକ୍‌ର ଦୈର୍ଘ୍ୟ (l) = 25 ସେ.ମି., ପ୍ରସ୍ଥ (b) = 12 ସେ.ମି. ଓ ଉଚ୍ଚତା (h)
= 2 ସେ.ମି. ।
ଆୟତନ = l × b × h
= 25 × 18 × 2
= 900 cm3
ସିଦ୍ଧାନ୍ତ : ନିୟମିତ ଆକୃତି ଧାରଣ କରିଥିବା କଠିନ ବସ୍ତୁର ନିର୍ଦ୍ଦିଷ୍ଟ ଦୈର୍ଘ୍ୟ, ପ୍ରସ୍ଥ ଓ ଉଚ୍ଚତା ଥାଏ । ଦୈର୍ଘ୍ୟ × ପ୍ରସ୍ଥ × ଉଚ୍ଚତାର ପରିମାଣ ଏହାର ଆୟତନ ସୂଚାଇଥାଏ ।

ଅନିୟମିତ ବସ୍ତ (Irregular bodies) ର ଆୟତନ ନିର୍ଣ୍ଣୟ :
କାର୍ଯ୍ୟ – ୭ : ଆସ ମାପ କରିବା
ଶିକ୍ଷଣର ଲକ୍ଷ୍ୟ : ଜଳ ଅପସାରଣ ପଦ୍ଧତି ମାଧ୍ୟମରେ ଅନିୟମିତ ଆକୃତିର କଠିନ ବସ୍ତଗୁଡ଼ିକର ଆୟତନ ନିର୍ଣ୍ଣୟ କରିବା ।
କାର୍ଯ୍ୟ ପ୍ରଣାଳୀ :
(i) ଚାରିପାଖରୁ ପଥର, ଧାତୁଚାବି ଭଳି ବିଭିନ୍ନ ବସ୍ତ ସଂଗ୍ରହ କରାଯାଉ ।
(ii) ଏକ ମାପକ ସିଲିଣ୍ଡରରେ ଇଚ୍ଛାନୁସାରେ ଯେ କୌଣସି ଆୟତନର ଜଳ ଭର୍ତ୍ତି କରାଯିବ, ଯେପରି 50 mL ଏବଂ ସାରଣୀରେ ପ୍ରାରମ୍ଭିକ ଆୟତନ ଲେଖୁ ରଖାଯାଉ ।
(iii) ଏକ ପଥରକୁ ସୂତା ସହିତ ବାନ୍ଧି ଧୀରେ ଧୀରେ ମାପକ ସିଲିଣ୍ଡରରେ ଭିତରକୁ ଓହ୍ଲାଇ ଦିଆଯାଉ ।
im-12
ଚିତ୍ର ମାପକ ସିଲିଣ୍ଡରରେ
ଜଳର ସ୍ତର (କ) ବସ୍ତୁ ବିନା (ଖ) ବସ୍ତ୍ ସହିତ
(iv) ଜଳ ସ୍ତର ବୃଦ୍ଧି ପରେ ଅନ୍ତିମ ଆୟତନ ଚିହ୍ନ ଦେଖୁ ଲେଖୁ ରଖୁ, ମନେକର, ଏହା 55 mL ହେଲା ।
(v) ବସ୍ତୁକୁ ମାପକ ସିଲିଣ୍ଡରରେ ରଖୁବା ପରେ ଅନ୍ତିମ ଆୟତନରୁ ପ୍ରାରମ୍ଭିକ ଆୟତନ ବିୟୋଗ କଲେ ଏହା ହେଉଛି ବସ୍ତର ଆୟତନ ।
(vi) ସାରଣୀରେ ପର୍ଯ୍ୟବେକ୍ଷଣଗୁଡ଼ିକ ଲେଖୁ ରଖୁବା ।

ସାରଣୀ ୯.୨ : ଅନିୟମିତ କଠିନର ଆୟତନ
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 13
(vii) ଏହି ପ୍ରକାରର ନିର୍ଣ୍ଣୟ କରାଯାଇଥିବା ବସ୍ତର (mL) ଏକକରେ ପ୍ରକାଶ କରାଯାଏ, ଯାହାକୁ କଠିନ ପଦାର୍ଥ ପାଇଁ ସମତୁଲ ଏକକ cm ରେ ଲେଖାଯାଇପାରିବ ।
ସିଦ୍ଧାନ୍ତ : କୌଣସି ଅନିୟମିତ ଆକୃତିର କଠିନ ବସ୍ତର ଆୟତନ ତାହାଦ୍ୱାରା ଅପସାରିତ ହେଉଥ‌ିବା ଜଳର ଆୟତନ ସହିତ ସମାନ ହୋଇଥାଏ । ଜଳରେ ବୁଡ଼ାଇ ସେହି ବୃଦ୍ଧି ପାଇଥିବା ଆୟତନ ମାପି ବସ୍ତର ଆୟତନ କରିହେବ ।

ପୃଥ‌ିବୀ ଗ୍ରହର ବଭିନ୍ନ ସ୍ତରଗୁଡ଼ିକର ସାନ୍ଦ୍ରତା :
ଭୂପୃଷ୍ଠରୁ ପୃଥ‌ିବୀର କେନ୍ଦ୍ର ଆଡ଼କୁ ରହିଥ‌ିବା ବିଭିନ୍ନ ସ୍ତରଗୁଡ଼ିକ ଯଥାକ୍ରମେ ଭୂଦ୍ରକ୍, ଉପର ମାଣ୍ଟାଲ, ନିମ୍ନ ମାଣ୍ଟାଲ, ବାହ୍ୟ କୋର୍ ଓ ଭିତର କୋର୍ ଅଟନ୍ତି । ଭୂପୃଷ୍ଠରୁ ପୃଥ‌ିବୀର କେନ୍ଦ୍ରଆଡ଼କୁ ତାପମାତ୍ରା ଓ ଚାପ ବୃଦ୍ଧିହେତୁ ଏହାର ସ୍ତରଗୁଡ଼ିକର ସାନ୍ଦ୍ରତା କ୍ରମଶଃ ବୃଦ୍ଧିପାଏ ।
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 14
ସାନ୍ଦ୍ରତା ଉପରେ ତାପମାତ୍ରା ଓ ଚାପର ପ୍ରଭାବ :
ତାପମାତ୍ରା ବୃଦ୍ଧିଘଟିଲେ କଠିନ, ତରଳ ଓ ଗ୍ୟାସୀୟ ପଦାର୍ଥର କଣିକାଗୁଡ଼ିକ ପରସ୍ପରଠାରୁ ଦୂରେଇ ଯାଆନ୍ତି । ଫଳରେ ସେମାନଙ୍କର ଆୟତନ ବୃଦ୍ଧିପାଏ ମାତ୍ର ବସ୍ତୁତ୍ଵର ପରିବର୍ତ୍ତନ ଘଟେ ନାହିଁ । ଆୟତନ ବୃଦ୍ଧିଯୋଗୁଁ ତାପମାତ୍ରା ବୃଦ୍ଧି କ୍ଷେତ୍ରରେ ସାନ୍ଦ୍ରତା କମିଯାଏ । ଏହି କାରଣରୁ ଗରମ ବାୟୁ ପୂର୍ଣ୍ଣ ବେଲୁନ୍ ଉପରକୁ ଉଠିଯାଏ ।
ଚାପ ବୃଦ୍ଧି ହେତୁ ଗ୍ୟାସଗୁଡ଼ିକର କଣିକା ନିକଟତର ହୁଅନ୍ତି । ଫଳରେ ଆୟତନ କମିଯାଏ ଏବଂ ସାନ୍ଦ୍ରତା ବୃଦ୍ଧିପାଏ । ତରଳ ପଦାର୍ଥ ଅସଙ୍କୋଚନୀୟ ହୋଇଥିବାରୁ ଏହାର ସାନ୍ଦ୍ରତା ଚାପଦ୍ଵାରା ସେତେ ପ୍ରଭାବିତ ହୁଏନାହିଁ । ଚାପ ପ୍ରୟୋଗ ଦ୍ଵାରା କଠିନ ପଦାର୍ଥ ସର୍ବନିମ୍ନ ପ୍ରଭାବିତ ହେବାଯୋଗୁଁ ସେଗୁଡ଼ିକର ସାନ୍ଦ୍ରତାରେ ପରିବର୍ତ୍ତନ ନଗଣ୍ୟ ହୁଏ ।

ବରଫ କାହିଁକି ଜଳରେ ଭାସେ ? :
4° C ତାପମାତ୍ରାରେ ଜଳ ସର୍ବାଧ‌ିକ ଓଜନପ୍ରାପ୍ତ ହୁଏ । ତାପମାତ୍ରା ୦° କୁ କମିଲେ ଜଳୁରୁ ଆଭ୍ୟନ୍ତରୀଣ ଗଠନରେ ପରିବର୍ତ୍ତନ ଘଟି ଏହାର ବରଫ ରୂପେ ଅଧୂକ ସ୍ଥାନ ନିଏ । ଆୟତନ ଅଧୁକ ଯୋଗୁଁ ସାନ୍ଦ୍ରତା କମିଯାଏ ।

Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ

ଆମେ ଯାହା ଜାଣିଲୁ

ସମତୁଲ ମିଶ୍ରଣ – ଯେଉଁ ମିଶ୍ରଣରେ ଉପାଦାନଗୁଡ଼ିକ ସମାନ ଭାବରେ ମିଶ୍ରିତ ହୁଏ ତାହାକୁ ସମତୁଲ ମିଶ୍ରଣ (Uniform Mixture) କହନ୍ତି ।
ଉଦାହରଣ : ଲୁଣ ଓ ଜଳର ମିଶ୍ରଣ, ଚିନି ଓ ଜଳର ମଶ୍ରଣ, ORS ଦ୍ରବଣ ପ୍ରଭୃତି ।

ଅସମତୁଲ ଦ୍ରବଣ – ଯେଉଁ ମିଶ୍ରଣରେ ଉପାଦାନଗୁଡ଼ିକ ସମାନ ଭାବରେ ମିଶି ନଥାଏ, ତାହାକୁ ଅସମତୁଲ ମିଶ୍ରଣ (Non-uniform Mixture) କୁହାଯାଏ ।
ଉଦାହରଣ : ଚକ୍ ଗୁଣ୍ଡ ଓ ବାଲିର ମିଶ୍ରଣ, କରତ ଗୁଣ୍ଡ ଓ ଜଳର ମିଶ୍ରଣ ଇତ୍ୟାଦି ।

ଦ୍ରବଣ (Solution) – ଗୋଟିଏ ସମତୁଲ ମିଶ୍ରଣ ଯାହାର ଉପାଦାନଗୁଡ଼ିକୁ ଖାଲିଆସ୍‌ରେ କିମ୍ବା ପରିବର୍ଷକ ଯନ୍ତ୍ର ସାହାଯ୍ୟରେ ଦେଖୁବା ସମ୍ଭବ ନୁହେଁ, ତାହାକୁ ଦ୍ରବଣ କହନ୍ତି । ଦ୍ରବଣର ଦୁଇ ପ୍ରକାର ଉପାଦାନ ହେଲା – ଦ୍ରବ (solute) ଓ ଦ୍ରାବକ (solvent) । ଏଣୁ ବୈଜ୍ଞାନିକ ଭାଷାରେ – ଦ୍ରବ + ଦ୍ରାବକ → ଦ୍ରବଣ

ଅସଂତୃପ୍ତ ଦ୍ରବଣ (Unsaturated Solution) – ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଯେଉଁ ଦ୍ରବଣ ତହିଁରେ ଆହୁରି ଅଧିକ ପରିମାଣରେ ଦ୍ରବ ଦ୍ରବୀଭୂତ କରିବାକୁ ଦେଇଥାଏ, ତାହାକୁ ଅସଂତୃପ୍ତ ଦ୍ରବଣ କୁହାଯାଏ ।

ସଂତୃପ୍ତ ଦ୍ରବଣ (Saturated Solution) – ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଯେଉଁ ଦ୍ରବଣ ତହିଁରେ ଆଉ ଅଧିକ ପରିମାଣରେ ଦ୍ରବ ଦ୍ରବୀଭୂତ କରିବାକୁ ଦିଏନାହିଁ, ତାହାକୁ ସଂତୃପ୍ତ ଦ୍ରବଣ କୁହାଯାଏ ।

ଲଘୁ ଓ ଘନ ଦ୍ରବଣ (Dilute and Concentrated Solution) ଦ୍ରବଣରେ ଦ୍ରବର ସାନ୍ଦ୍ରତାକୁ ଭିଭିକରି ଲଘୁ ଦବ୍ରଣ ଓ ଘନ ଦ୍ରବଣ ପ୍ରସ୍ତୁତ ହୁଏ । କମ୍ ପରିମାଣରେ ଦ୍ରବ ଥ‌ିବା ଦ୍ରବଣକୁ ଲଘୁ ଦ୍ରବଣ ଓ ଅଧୂକ ପରିମାଣରେ ଦ୍ରବଥୁବା ଦ୍ରବଣକୁ ଘନ ଦ୍ରବଣ କହନ୍ତି ।

ଦ୍ରବଣୀୟତା (Solubility) – ଏକ ନିର୍ଦ୍ଦିଷ୍ଟ ପରିମାଣର ଦ୍ରାବକ (ସାଧାରଣତଃ ୧୦୦ ମିଲିଲିଟର) ରେ ଯେଉଁ ସର୍ବାଧ‌ିକ ପରିମାଣର ଦ୍ରବ ଦ୍ରବୀଭୂତ ହୋଇପାରେ ତାହାକୁ ଦ୍ରବଣର ଦ୍ରବଣୀୟତା କୁହାଯାଏ । ଦ୍ରବଣୀୟତା ତାପମାତ୍ରା ଓ ଚାପ ଦ୍ଵାରା ପ୍ରଭାବିତ ହୁଏ ।

ସାନ୍ଦ୍ରତା (Density) – ବୈଜ୍ଞାନିକ ଭାଷାରେ ଏକକ ଆୟତନରେ ଥିବା ବସ୍ତର ବସ୍ତତ୍ଵକୁ ସାନ୍ଦ୍ରତା କୁହାଯାଏ ।
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 15
। ବସ୍ତର ସାନ୍ଦ୍ରତା ତାପମାତ୍ରା ଓ ଚାପଦ୍ଵାରା ପ୍ରଭାବିତ ହୁଏ ।

ଆପେକ୍ଷିକ ସାନ୍ଦ୍ରତା (Relative Density) – କୌଣସି ବସ୍ତର ସାନ୍ଦ୍ରତା ଓ ସମ ତାପମାତ୍ରାରେ ଜଳର ସାନ୍ଦ୍ରତାର ଅନୁପାତକୁ ଆପେକ୍ଷିକ ସାନ୍ଦ୍ରତା କହନ୍ତି । ଏହା ଏକ ଏକକ ବିହୀନ ସଂଖ୍ୟା ।

ବସ୍ତୁତ୍ଵ ଓ ଓଜନ (Mass and Weight ) – କୌଣସି ବସ୍ତୁରେ ଥିବା ପଦାର୍ଥର ପରିମାଣକୁ ବସ୍ତୁତ୍ଵ କହନ୍ତି କିନ୍ତୁ ବସ୍ତଠାରେ କାର୍ଯ୍ୟକାରୀ ହେଉଥ‌ିବା ପୃଥ‌ିବୀର ମାଧ୍ୟାକର୍ଷଣ ବଳକୁ ଓଜନ କହନ୍ତି ।

Leave a Comment