Odisha State Board BSE Odisha 8th Class Science Solutions Chapter 15 କେତେକ ପ୍ରାକୃତିକ ଘଟଣା Textbook Exercise Questions and Answers.
BSE Odisha Class 8 Science Solutions Chapter 15 କେତେକ ପ୍ରାକୃତିକ ଘଟଣା
Question 1.
ନିମ୍ନୋକ୍ତ ପ୍ରତ୍ୟେକ ପ୍ରଶ୍ନର ଠିକ୍ ଉତ୍ତର ବାଛି ଲେଖ ।
(i) କେଉଁଟି ଘର୍ଷଣ ଦ୍ବାରା ସହଜରେ ଚାର୍ଜିତ ହୁଏ ନାହିଁ ?
(a) ଏକ ପ୍ଲାଷ୍ଟିକ୍ ସ୍କେଲ୍
(b) ଏକ ତମ୍ବା ଦଣ୍ଡ
(c) ଏକ ଫୁଙ୍କା ହୋଇଥିବା ବେଲୁନ୍
(d) ଏକ ପଶମ କପଡ଼ା
ଉ-
(b) ଏକ ତମ୍ବା ଦଣ୍ଡ
(ii) ଏକ କାଚଦଣ୍ଡକୁ ଛୋଟ ରେଶମ କପଡ଼ାରେ ଘଷିଲେ ।
(a) ଦଣ୍ଡ ଏବଂ କପଡ଼ା ଉଭୟ ଯୁକ୍ତଚାର୍ଜ ଗ୍ରହଣକରନ୍ତି ।
(b) ଦଣ୍ଡଟି ଯୁକ୍ତଭାବେ ଚାର୍ଜିତ ଓ କପଡ଼ାଟି ବିଯୁକ୍ତ ଭାବେ ଚାର୍ଜିତ ହୁଏ ।
(c) ଦଣ୍ଡ ଏବଂ କପଡ଼ା ଉଭୟ ବିଯୁକ୍ତ ଭାବେ ଚାର୍ଜିତ ହୁଅନ୍ତି ।
(d) ଦଣ୍ଡଟି ବିଯୁକ୍ତ ଭାବେ ଚାର୍ଜିତ ହୁଏ ଓ କପଡ଼ା ଯୁକ୍ତଭାବେ ଚାର୍ଜିତ ହୁଏ ।
ଉ-
(b) ଦଣ୍ଡଟି ଯୁକ୍ତ ଭାବେ ଚାର୍ଜିତ ହୁଏ ଓ କପଡ଼ା ବିଯୁକ୍ତଭାବେ ଚାର୍ଜିତ ହୁଏ ।
Question 2.
ନିମ୍ନ ଉକ୍ତିଗୁଡିକ ଠିକ୍ ଥିଲେ T, ଭୁଲ୍ ଥିଲେ I ଲେଖ ।
(a) ସମ ଚାର୍ଜ ପରସ୍ପରକୁ ଆକର୍ଷଣ କରନ୍ତି ।
(b) ଏକ ଚାର୍ଜିତ କାଚଦଣ୍ଡ ଏକ ଚାର୍ଜିତ ପ୍ଲାଷ୍ଟିକ୍ ଷ୍ଟ୍ରକୁ ଆକର୍ଷଣ କରେ ।
(c) ବିଜୁଳି ପରିଚାଳକ ଏକ କୋଠାଘରକୁ ବିଜୁଳି ଆଘାତରୁ ରକ୍ଷା କରି ପାରିବ ନାହିଁ ।
(d) ଭୂକମ୍ପର ପୂର୍ବାନୁମାନ କରି ହେବ ।
Answers
(a) F
(b) T
(c) F
(d) F
Question 3.
ଶୀତଦିନେ ସ୍ଟେଟର ଓହ୍ଲାଇବା ବେଳେ କାହିଁକି ଚଡ୍ ଚଡ୍ ଶବ୍ଦ ହୁଏ, ବୁଝାଅ ।
ଉ-
ସ୍ଵେଟର ପଶମରେ ନିର୍ମିତ ହୋଇଥାଏ । ଏହାକୁ ଓହ୍ଲାଇବା ସମୟରେ ଏହା ଶରୀରରେ ଲୋମସହ ଘର୍ଷଣ ହୋଇ ସ୍ପାର୍କ ସହ ଚଡ଼ ଚଡ଼ ଶବ୍ଦ ହୋଇଥାଏ ।
Question 4.
ଚାର୍ଜିତ ବସ୍ତୁକୁ ହାତରେ ଛୁଇଁଲେ ଏହା କାହିଁକି ଚାର୍ଜ ହରାଇ ଥାଏ, ବୁଝାଅ ।
ଉ-
ଆମ ଶରୀର ବିଦ୍ୟୁତ୍ ସୁପରିବାହୀ ହୋଇଥିବାରୁ ଚାର୍ଜିତ ବସ୍ତୁକୁ ହାତରେ ଛୁଇଁଲେ ଚାର୍ଜ ଆମ ଶରୀର ମଧ୍ୟରେ ଭୂପୃଷ୍ଠକୁ ସ୍ଥାନାନ୍ତରିତ ହୁଏ; ଫଳରେ ଚାର୍ଜିତ ବସ୍ତୁ ଚାର୍ଜ ହରାଇଥାଏ ।
Question 5.
ବିଜୁଳି ଆଘାତରୁ ରକ୍ଷାପାଇବାପାଇଁ ତିନୋଟି ପ୍ରତିକାର ବ୍ୟବସ୍ଥା ଲେଖ ।
ଉ-
(a) ବଡ଼ ବଡ଼ କୋଠାଘରମାନଙ୍କରେ ବିଦ୍ୟୁତ୍ ଚାଳକ ସଂଯୁକ୍ତ କରିବା ଆବଶ୍ୟକ ।
(b) ବିଜୁଳି ଘଡ଼ଘଡ଼ି ହେଉଥିବାବେଳେ ନିରାପଦ ସ୍ଥାନରୁ ବାହାରକୁ ନ ଯାଇ କିଛି ସମୟ ଅପେକ୍ଷା କରିବା ଉଚିତ ।
(c) ଏ ସମୟରେ କୌଣସି ଘର କିମ୍ବା କୋଠାଘର ନିରାପଦ ସ୍ଥାନ ।
Question 6.
ଏକ ଚାର୍ଜିତ ବେଲୁନ୍ ଆଉ ଏକ ଚାର୍ଜିତ ବେଲୁନ୍କୁ କାହିଁକି ବିକର୍ଷଣ କରେ ଏବଂ ଏକ ଚାର୍ଜ ନଥିବା ବେଲୁନ୍ ଆଉ ଏକ ଚାର୍ଜିତ ବେଲୁକୁ କାହିଁକି ଆକର୍ଷଣ କରେ, ବୁଝାଅ ।
ଉ-
ଏକା ଚାର୍ଜଥିବା ଦୁଇଟି ବେଲୁନ ପରସ୍ପରକୁ ବିକର୍ଷଣ କରନ୍ତି, କାରଣ ‘ସମପ୍ରକାର ଚାର୍ଜ ପରସ୍ପରକୁ ବିକର୍ଷଣ କରନ୍ତି’ ଓ ‘ଏକା ଚାର୍ଜ ହୀନ ଦୁଇଟି ବେଲୁନ ଚାର୍ଜ ଗ୍ରହଣ କରିବା ପାଇଁ ଆଉ ଏକ ଚାର୍ଜିତ ବେଲୁନ୍କୁ ଆକର୍ଷଣ କରନ୍ତି’ ।
Question 7.
ଚାର୍ଜିତ ବସ୍ତୁ ବିଷୟରେ ଜାଣିହେଉଥିବା ଯନ୍ତ୍ରଟିର ନାମ ଲେଖ ଓ ଚିତ୍ରସହ ଏହାର ଗଠନ ବର୍ଣ୍ଣନା କର ।
ଉ-
ଚାର୍ଜିତ ବସ୍ତୁ ବିଷୟରେ ଜାଣିହେଉଥିବା ଯନ୍ତ୍ରଟିର ନାମ ‘ସରଳ ଇଲେକ୍ଟ୍ରୋସ୍କୋପ୍’ ।
ଗଠନ :
- ଗୋଟିଏ ଖାଲି କାଚ ବୋତଲ ଉପରେ ଏହାର ମୁହଁଠାରୁ ସାମାନ୍ୟ ବଡ଼ ଗୋଟିଏ କାର୍ଡ଼ବୋର୍ଡ଼ ରଖାଯାଇଥାଏ ।
- କାର୍ଡ଼ବୋର୍ଡ଼ ମଝିରେ ଗୋଟିଏ ରନ୍ଧ୍ର କରାଯାଇଥାଏ ।
- ରନ୍ଧ୍ର ବାଟେ ଗୋଟିଏ ଧାତବ କ୍ଲିପରେ ଦୁଇଟି ପତଳା ଆଲୁମିନିୟମ୍ ଫଏଲ ଝୁଲାଇ ରଖାଯାଇଥାଏ ।
- ଆଲୁମିନିୟମ୍ ଫଏଲର ଦୈର୍ଘ୍ୟ 4 ସେ.ମି. ଓ ପ୍ରସ୍ଥ । ସେ.ମି. ହୋଇଥାଏ ।
- ଧାତବ କ୍ଲିପଟି କାର୍ଡ଼ବୋର୍ଡ଼ ସହ ଲମ୍ବ ଭାବରେ ଅବସ୍ଥାନ କରିଥାଏ ।
- କ୍ଲିପ୍ର ଯେଉଁ ପ୍ରାନ୍ତରେ ଫଏଲ ଝୁଲାଯାଏ ତାହା ବୋତଲ ଭିତରକୁ ଓ ଅନ୍ୟ ପ୍ରାନ୍ତଟି କାର୍ଡ଼ବୋର୍ଡ଼ ଉପରକୁ ରହିଥାଏ ।
Question 8.
ଭାରତର ତିନୋଟି ଭୂକମ୍ପ ପୀଡ଼ିତ ରାଜ୍ୟର ନାମ ଲେଖ ।
ଉ-
ଜାମ୍ମୁ ଓ କାଶ୍ମୀର, ରାଜସ୍ଥାନ, ଗୁଜରାଟ
Question 9.
ମନେକର ତୁମେ ଘର ବାହାରେ ଅଛ । ହଠାତ୍ ଭୂମିକମ୍ପ ହେଲା, ନିଜର ସୁରକ୍ଷା ପାଇଁ କି ପ୍ରକାର ପ୍ରତିକାର ବ୍ୟବସ୍ଥା ଗ୍ରହଣକରିବ, ଲେଖ ।
ଉ-
- ଖୋଲାଜାଗା ଦେଖୁ ରହିବୁ; ଗଛ, କୋଠାଘର ଏବଂ ଉପରେ ଯାଇଥିବା ବିଦ୍ୟୁତ୍ ଲାଇନ୍ ଇତ୍ୟାଦିଠାରୁ ଦୂରରେ ରହିବୁ, ଯଥାସମ୍ଭବ ଦୂରରେ ଭୂମି ଉପରେ ଆଣ୍ଠୁ ମଝିରେ ମୁହଁ ପୋତି ବସିରହିବୁ ।
- ବସ୍ କିମ୍ବା କାରରେ ଥିଲେ ଭିତରୁ ବାହାରକୁ ଆସିବା ଉଚିତ ନୁହେଁ । ଧୀରେ ଗାଡ଼ି ଚଳାଇ ନିକଟସ୍ଥ କୌଣସି ଖୋଲାଜାଗାକୁ ଯିବୁ ଏବଂ ଭୂମିକମ୍ପ ବନ୍ଦ ନହେବା ପର୍ଯ୍ୟନ୍ତ ଗାଡ଼ି ଖୋଲିବା ଉଚିତ ନୁହେଁ ।
Question 10.
ପାଣିପାଗ ବିଭାଗ ଦ୍ବାରା ସୂଚନା ଦିଆଗଲା ଯେ ଏକ ନିର୍ଦ୍ଦିଷ୍ଟ ଦିନରେ ଝଡ଼ ହେବ, ତୁମକୁ ସେଦିନ ବାହାରକୁ ଯିବାକୁ ଅଛି, ତୁମେ ସାଥୀରେ ଛତା ନେଇ ଯିବ କି, ବୁଝାଅ ।
ଉ-
ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷାବେଳେ ଛତାଧରି ଯିବା ବିପଦ ଅଟେ; କାରଣ
- ଛତାର ମଧ୍ୟଭାଗରେ ଥିବା ବେଣ୍ଟ ସାଧାରଣତଃ ଲୁହାରେ ତିଆରି ହୋଇଥାଏ ।
- ଛତାର ଗୋଟିଏ ପ୍ରାନ୍ତକୁ ଆମେ ହାତରେ ଧରୁଥିବାବେଳେ ଅନ୍ୟ ପ୍ରାନ୍ତଟି ଗୋଜିଆ ହୋଇ ଉପର ଆଡ଼କୁ ରହିଥାଏ ।
- ଛତାର ଏହି ମୁନ ବାଟ ଦେଇ ବିଦ୍ୟୁତ୍ ବିସର୍ଜନ ପ୍ରକ୍ରିୟା ସହଜ ହୁଏ ଓ ବାୟୁମଣ୍ଡଳରୁ ବିଦ୍ୟୁତ୍ ଚାର୍ଜ ଶରୀରକୁ ଆସିବାର ସମ୍ଭାବନା ରହିଥିବା ସହ ଦୂର୍ଘଟଣା ଘଟିବାର ମଧ୍ୟ ଆଶଙ୍କା ରହିଥାଏ ।
ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
ବସ୍ତୁନିଷ୍ଠ ପ୍ରଶ୍ନେ। ଭର
1. ଶୂନ୍ୟସ୍ଥାନ ପୂରଣ କର ।
(i) ବିଜୁଳି ଓ ଘଡ଼ଘଡ଼ି ପ୍ରକୃତିରେ ଘଟୁଥିବା ଏକପ୍ରକାର ………………….. ଅଟେ ।
(ii) ଅମ୍ବର ଏକପ୍ରକାର ପ୍ରାକୃତିକ ପଲିମର୍ ବା …………………… ଅଟେ ।
(iii) ଘର୍ଷଣଦ୍ଵାରା ପଦାର୍ଥକୁ …………………. କରାଯାଇପାରେ ।
(iv) ସମପ୍ରକାର ଚାର୍ଜ ପରସ୍ପରକୁ …………………… କରନ୍ତି ।
(v) ଅସମ ପ୍ରକାରର ଚାର୍ଜ ପରସ୍ପରକୁ ………………….. କରନ୍ତି ।
(vi) କାଚଦଣ୍ଡକୁ ରେଶମ କନାରେ ଘଷିଲେ କାଚଦଣ୍ଡରେ ……………………… ଚାର୍ଜ ସୃଷ୍ଟି ହୁଏ ।
(vii) କାଚଦଣ୍ଡକୁ ରେଶମ କନାରେ ଘଷିଲେ ରେଶମ କନାରେ …………………….. ଚାର୍ଜ ସୃଷ୍ଟି ହୁଏ ।
(viii) ଘର୍ଷଣଜନିତ ପଦାର୍ଥରେ ସୃଷ୍ଟ ଚାର୍ଜକୁ …………………… ଚାର୍ଜ କୁହାଯାଏ ।
(ix) ଯେଉଁ ସାଧନ ଦ୍ଵାରା ବସ୍ତୁଟି ଚାର୍ଜ ହୋଇଛି …………………. କୁହାଯାଏ ।
(xi) ବିଜୁଳି ଦେଖାଯିବାର କିଛି ସମୟପରେ …………………… ଶବ୍ଦ ଶୁଭେ ।
(xii) ବିଜୁଳି ଘଡ଼ଘଡ଼ି ସହ ବର୍ଷାବେଳେ …………………. ଧରି ଯିବା ବିପଦ ଅଟେ ।
(xiii) ବଜ୍ରପାତର ପ୍ରଭାବରୁ ସୁରକ୍ଷାପାଇଁ କୋଠାଘରଗୁଡ଼ିକରେ ……………………. ସଂଯୁକ୍ତ କରାଯାଇଥାଏ ।
(xiv) ବର୍ତ୍ତମାନ ସୁଦ୍ଧା ……………………… ପରି ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ କୌଣସି ପୂର୍ବାନୁମାନ କରାଯାଇପାରୁ ନାହିଁ ।
(xv) 2005 ମସିହା ଅକ୍ଟୋବର ……………………….. ତାରିଖରେ ଉତ୍ତର କାଶ୍ମୀରରେ ବଡ଼ଧରଣର ଭୂମିକମ୍ପ ହୋଇଥିଲା ।
(xvi) 2001 ମସିହା ଜାନୁଆରୀ …………………….. ତାରିଖରେ ଉତ୍ତର କାଶ୍ମୀରରେ ବଡ଼ଧରଣର ଭୂମିକମ୍ପ ହୋଇଥିଲା ।
(xvii) ପୃଥିବୀପୃଷ୍ଠ ହଠାତ୍ ଥରିବାକୁ ଆରମ୍ଭକଲେ ………………….. ଅନୁଭୂତ ହୁଏ ।
(xviii) ବନ୍ୟା, ଭୂସ୍ଖଳନ ଓ ସୁନାମି …………………… ର ପ୍ରଭାବରେ ହୋଇଥାଏ ।
(xix) ପୃଥିବୀର ବାହ୍ୟ ଆବରଣ ଅନେକ ସ୍ତରରେ ଗଠିତ । ପ୍ରତ୍ୟେକ ସ୍ତରକୁ ………………….. କୁହାଯାଏ ।
(xx) ଭୂକମ୍ପ ତରଙ୍ଗକୁ …………………. ଲିପିବଦ୍ଧ କରାଯାଏ ।
Answer:
(i) ଷ୍ଟାର୍କ
(ii) ରେ ଚ୍ଚିନ୍
(iii) ଚାର୍ଜିତ
(iv) ବିକର୍ଷଣ
(v) ଆକର୍ଷଣ
(vi) ଯୁକ୍ତ
(vii) ବିଯୁକ୍ତ
(viii) ସ୍ଥିର ବିଦ୍ୟୁତ୍
(ix) ଇଲେକ୍ଷ୍ଟୋପ
(xiii) ବିଜୁଳି ଚାଳକ
(xii) ଭୂକମ୍ପ
(x) 212
(xi) ଘଡ଼ଘଡ଼ି
(xii) ଛତା
(Xiv) ଭୂମିକମ୍ପ ଓ ସୁନାମି
(xv) 8
(xvi) 26
(xviii) ଭୂମିକମ୍ପ
(xix) ପ୍ଲେଟ୍
(xx) ସେସ୍ମୋଗ୍ରାଫ୍
2. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(i) ……………….. ଗୋଟିଏ ପ୍ରାକୃତିକ ଘଟଣା ନୁହେଁ ! (ବନ୍ୟା, ବାତ୍ୟା, ଭୂମିକମ୍ପ, ପରମାଣୁ ବୋମା ପରୀକ୍ଷଣ )
(ii) ବିଜୁଳି ଓ ଘଡ଼ଘଡ଼ି ଯୋଗୁଁ କୋଠାଘର ଫାଟିଗଲେ ଏହାକୁ ……………………….. କୁହାଯାଏ । (ଭୂମିକମ୍ପ, ସୁନାମି, ବଜ୍ରପାତ, ବାତ୍ୟା)
(iii) ର୍କ ଓ ବିଜୁଳି ପ୍ରାୟ ଏକାପ୍ରକାରର । ଏହା ବୈଜ୍ଞାନିକ …………………. ଦର୍ଶାଇଥିଲେ । (ଫ୍ରାଙ୍କ୍ଲିନ୍, ଆଇନ୍ଷ୍ଟାଇନ୍, ନିଉଟନ୍, ବ୍ଲାକ୍ମ୍ୟାନ୍)
(iv) ସମପ୍ରକାର ଚାର୍ଜ ପରସ୍ପରକୁ …………………… କରନ୍ତି । (ଆକର୍ଷଣ, ବିକର୍ଷଣ, ନିରପେକ୍ଷ, କୌଣସିଟି ନୁହେଁ)
(v) ଅସମ ପ୍ରକାର ଚାର୍ଜ ପରସ୍ପରକୁ …………………. କରନ୍ତି । ( ଆକର୍ଷଣ, ବିକର୍ଷଣ, ନିରପେକ୍ଷ, କୌଣସିଟି ନୁହେଁ )
(vi) କାଚଦଣ୍ଡକୁ ରେଶମ କନାରେ ଘଷିଲେ କାଚଦଣ୍ଡରେ …………………….. ଚାର୍ଜ ସୃଷ୍ଟି ହୁଏ । (ଧନାତ୍ମକ, ରଣାତ୍ମକ, ନିରପେକ୍ଷ, କୌଣସିଟି ନୁହେଁ)
(vii) କାଚଦଣ୍ଡକୁ ରେଶମ କନାରେ ଘଷିଲେ ରେଶମ କନାରେ ………………….. ଚାର୍ଜ ସୃଷ୍ଟି ହୁଏ । (ଧନାତ୍ମକ, ଋଣାତ୍ମକ, ନିରପେକ୍ଷ, କୌଣସିଟି ନୁହେଁ)
(viii) ଘର୍ଷଣଜନିତ ପଦାର୍ଥରେ ସୃଷ୍ଟ ଚାର୍ଜକୁ …………………… ଚାର୍ଜ କୁହାଯାଏ । (ଧନାତ୍ମକ, ଋଣାତ୍ମକ, ସ୍ଥିର ବିଦ୍ୟୁତ୍ ଚାର୍ଜ, କୌଣସିଟି ନୁହେଁ)
(ix) ଇଲେକ୍ଟ୍ରୋସ୍କୋପ୍ରେ ……………………. ସମ୍ବକ୍ଷରେ ପରୀକ୍ଷଣ କରାଯାଏ । (ଚାର୍ଜ, ବିଦ୍ୟୁତ୍ ସ୍ରୋତ, ବିଭବ ପାର୍ଥକ୍ୟ, ପ୍ରତିରୋଧ )
(x) ଗୋଟିଏ ଚାର୍ଜ ହୋଇଥିବା ବସ୍ତୁରୁ ପୃଥିବୀମଧ୍ୟକୁ ଚାର୍ଜର ସ୍ଥାନାନ୍ତରଣକୁ …………………… କୁହାଯାଏ । (ବିଦ୍ୟୁତ୍ ବିସର୍ଜନ, ସ୍ଥର ବିଦ୍ୟୁତ୍, ବଜ୍ରପାତ, ଆଣ୍ଟିଂ)
Answer:
(i) ପରମାଣୁ ବୋମା ପରୀକ୍ଷଣ
(ii) ବଜ୍ରପାତ
(iii) ଫ୍ରାଙ୍କ୍ଲିନ୍
(iv) ବିକର୍ଷଣ
(v) ଆକର୍ଷଣ
(vi) ଧନାତ୍ମକ
(vii) ଋଣାତ୍ମକ
(viii) ସ୍ଥିର ବିଦ୍ୟୁତ୍ ଚାର୍ଜ
(ix) ଚାର୍ଜ
(x) ଆର୍ଥି
3. ବାମ ପାର୍ଶ୍ୱସ୍ଥ ଶବ୍ଦପୁଞ୍ଜକୁ ଲକ୍ଷ୍ୟ କରି ଦକ୍ଷିଣ ପାର୍ଶ୍ଵରେ ଥିବା ଶୂନ୍ୟସ୍ଥାନ ପୂରଣ କର ।
(i) ମେଘ : ବିଯୁକ୍ତାତ୍ମକ :: ଭୂପୃଷ୍ଠ : …………………….।
(ii) ଆଲୋକ : ବିଜୁଳି :: ଶବ୍ଦ : …………………….।
(iii) ଆଲୋକ : ଶୀଘ୍ର :: ଶବ୍ଦ : …………………….।
(iv) ଯୁକ୍ତାତ୍ମକ ଚାର୍ଜ : ମେଘର ଉପର ସ୍ତର :: ବିଯୁକ୍ତାତ୍ମକ ଚାର୍ଜ : …………………….।
(v) 2005 : କାଶ୍ମୀରର ୟୁରି :: 2001 : …………………….।
(vi) ବିଦ୍ୟୁତ୍ ଚାର୍ଜ : ଇଲେକ୍ଟ୍ରୋସ୍କୋପ୍ :: ସେସ୍ମିକ୍ ତରଙ୍ଗ : …………………….।
(vii) କ୍ଷୟକ୍ଷତି କମ୍ : ରୁ କମ୍ :: କ୍ଷୟକ୍ଷତି ଅଧୂକ : …………………….।
(viii) ସମ ପ୍ରକାର ଚାର୍ଜ : ବିକର୍ଷଣ :: ଅସମ ପ୍ରକାର ଚାର୍ଜ :
(ix) ଯୁକ୍ତାତ୍ମକ : କାଚଦଣ୍ଡ :: ଋଣାତ୍ମକ : …………………….।
(x) ପେନ୍ସିଲ : ପଶମକନା :: ପ୍ଲାଷ୍ଟିକ୍ ପାନିଆ : …………………….।
Answer:
(i) ଧନ। ମୂକ
(ii) ଘଡ଼ଘଡ଼ି
(iii) ଡେରି
(iv) ମେଘର ତଳ ସ୍ତର
(v) ଗୁଜରାଟର ଭୁଜ୍
(vi) ସେସ୍ମୋଗ୍ରାଫ୍
(vii) ରୁ ଅଧିକ
(viii) ଆକର୍ଷଣ
(ix) ରେଶମ କନା
(x) ଶୁଷ୍କ କେଶ
4. ‘କ’ସ୍ତମ୍ଭରେ ଥିବା ଶବ୍ଦ ସହିତ ‘ଖ’ ସ୍ତମ୍ଭରେ ଥିବା ସମ୍ପର୍କିତ ଶବ୍ଦକୁ ମିଳାଅ ।
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
(i) ଆମ୍ବର | (i) ଇଲେକ୍ଟ୍ରୋସ୍କୋପ୍ |
(ii) ର୍କ – ବିଜୁଳି | (ii) ପଣମକନା |
(iii) ବ୍ୟବହୃତ ରିଫିଲ | (iii) ବିଜୁଳି ଚାଳକ |
(iv) ଚାର୍ଜର ସ୍ଥାନାନ୍ତରଣ | (iv) ଚୁର୍ କି |
(v) ବଜ୍ରପାତ | (v) ଆଣବିକ ବୋମା ବିସ୍ଫୋରଣ |
(vi) ଭୂମିକମ୍ପର ମାତ୍ରା | (vi) ପ୍ଲେଟ୍ |
(vii) C.B.R.I. | (vii) ସେସ୍ମିକ୍ ଜୋନ୍ |
(viii) ପୃଥିବୀ ବାହ୍ୟ ଆବରଣ ସ୍ତର | (viii) ଫ୍ରାଙ୍କଲିନ୍ |
(ix) ଭୂକମ୍ପନ | (ix) ରେଜିନ୍ |
(x) ଦୁର୍ବଳ ଜୋନ୍ | (x) ରିକ୍ଟର |
Answer:
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
(i) ଆମ୍ବର | (ix) ରେଜିନ୍ |
(ii) ର୍କ – ବିଜୁଳି | (viii) ଫ୍ରାଙ୍କଲିନ୍ |
(iii) ବ୍ୟବହୃତ ରିଫିଲ | (ii) ପଣମକନା |
(iv) ଚାର୍ଜର ସ୍ଥାନାନ୍ତରଣ | (i) ଇଲେକ୍ଟ୍ରୋସ୍କୋପ୍ |
(v) ବଜ୍ରପାତ | (iii) ବିଜୁଳି ଚାଳକ |
(vi) ଭୂମିକମ୍ପର ମାତ୍ରା | (x) ରିକ୍ଟର |
(vii) C.B.R.I. | (iv) ଚୁର୍ କି |
(viii) ପୃଥିବୀ ବାହ୍ୟ ଆବରଣ ସ୍ତର | (vi) ପ୍ଲେଟ୍ |
(ix) ଭୂକମ୍ପନ | (v) ଆଣବିକ ବୋମା ବିସ୍ଫୋରଣ |
(x) ଦୁର୍ବଳ ଜୋନ୍ | (vii) ସେସ୍ମିକ୍ ଜୋନ୍ |