Odisha State Board BSE Odisha 8th Class Science Solutions Chapter 7 ଉଭିଦ ଏବଂ ପ୍ରାଣୀମାନଙ୍କର ସଂରକ୍ଷଣ Textbook Exercise Questions and Answers. Try More: INDIAMART Pivot Point Calculator
BSE Odisha Class 8 Science Solutions Chapter 7 ଉଭିଦ ଏବଂ ପ୍ରାଣୀମାନଙ୍କର ସଂରକ୍ଷଣଅଧାତୁ
Question 1.
ଶୂନ୍ୟସ୍ଥାନ ପୂରଣ କର ।
(କ) ପ୍ରାଣୀମାନଙ୍କୁ ସେମାନଙ୍କର ନିଜ ପରିବେଶରେ ସୁରକ୍ଷା ଦେବା ସ୍ଥାନିକୁ ………… କୁହାଯାଏ ।
(ଖ) ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ଦେଖାଦେଉଥିବା ପ୍ରାଣୀ |ଉଭିଦ ଜାତିକୁ ………………….. କୁହାଯାଏ ।
(ଗ) ପରିବ୍ରାଜକ ପକ୍ଷୀ ………………… ପରିବର୍ତ୍ତନ ଯୋଗୁଁ ବହୁ ଦୂରକୁ ଉଡ଼ିଯାଆନ୍ତି ।
Answer:
(କ) ଅଭୟାରଣ୍ୟ
(ଖ) ସ୍ଥାନିକ ଜାତି
(ଗ) ପାଗ
Question 2.
ପ୍ରଭେଦ ଦର୍ଶାଅ :
(କ) ଅଭୟାରଣ୍ୟ ଓ ଜୀବମଣ୍ଡଳ ସଂରକ୍ଷିତ ସ୍ଥାନ (81)
(ଖ) ଚିଡ଼ିଆଖାନା ଓ ଅଭୟାରଣ୍ୟ
(ଗ) ବିପଦଗ୍ରସ୍ତ ଓ ବିଲୁପ୍ତ ଜାତି ଉଦ୍ଭଦସମୂହ ଓ ପ୍ରାଣୀକୁଳ
ଉ-
(କ) ଅଭୟାରଣ୍ୟ ଓ ଜୀବମଣ୍ଡଳ ସଂରକ୍ଷିତ ସ୍ଥାନ (81)
(ଖ) ଚିଡ଼ିଆଖାନା ଓ ଅଭୟାରଣ୍ୟ
(ଗ) ବିପଦଗ୍ରସ୍ତ ଓ ବିଲୁପ୍ତ ଜାତି ଉଦ୍ଭଦ ସମୂହ ଓ ପ୍ରାଣୀକୁଳ
ଉ-
Question 3.
ଜଙ୍ଗଲ ଧ୍ବଂସ ହେତୁ ନିମ୍ନଲିଖ୍ଯ ବିଷୟ ଉପରେ କ’ଣ ପ୍ରଭାବ ପଡ଼େ ଆଲୋଚନା କର । (କ) ବନ୍ୟପ୍ରାଣୀ (ଖ) ଗ୍ରାମାଞ୍ଚଳ (ଗ) ପୃଥିବୀ (ଘ) ପରିବେଶ (ଙ) ସହରାଞ୍ଚଳ (ଚ) ପରପିଢ଼ି
ଉ-
(କ) ବନ୍ୟପ୍ରାଣୀ :
ଜଙ୍ଗଲ ଧ୍ଵଂସ ଯୋଗୁଁ ବନ୍ୟପ୍ରାଣୀମାନଙ୍କର ପ୍ରାକୃତିକ ବାସସ୍ଥଳୀ ନଷ୍ଟ ହୋଇଥାଏ; ଫଳରେ ଏମାନେ ପ୍ରଥମେ ବିପଦଗ୍ରସ୍ତ ପ୍ରାଣୀ ଓ ପରବର୍ତ୍ତୀ ପର୍ଯ୍ୟାୟରେ ବିଲୁପ୍ତ ଜାତିରେ ପରିଣତ ହୋଇଥା’ନ୍ତି ।
(ଖ) ଗ୍ରାମାଞ୍ଚଳ :
ଜଙ୍ଗଲ ଧ୍ୱଂସ ଯୋଗୁଁ ସୃଷ୍ଟି ହେଉଥିବା ଅବସ୍ଥା; ଯଥା – ବୃଷ୍ଟିପାତରେ ଅନିୟମିତତା, ମୃତ୍ତିକାର ଉର୍ବରତା ହ୍ରାସ ଓ ବନ୍ୟା ଇତ୍ୟାଦିର ପ୍ରତିକୂଳ ପ୍ରଭାବ ଗ୍ରାମାଞ୍ଚଳ ଉପରେ ଅଧ୍ଵ ମାତ୍ରାରେ ପଡ଼ିଥାଏ ।
(ଗ) ପୃଥିବୀ :
ଜଙ୍ଗଲ ଧ୍ଵଂସ ଯୋଗୁଁ ମାଟିର ଧର୍ମ ବଦଳିଯାଉଛି । ମୃଭିକାର ଉପର ସ୍ତର କ୍ଷୟ ହେଉଥିବାରୁ ତଳେ ଥିବା କଠିନ ଓ ପଥୁରିଆ ସ୍ତର ଉପରକୁ ଦେଖାଯାଉଛି । ଏହି ସ୍ତରରେ ଖତିରର ପରିମାଣ କମ୍ ଥିବାରୁ ଧୀରେ ଧୀରେ ଉର୍ବର ମୃତ୍ତିକା ମରୁଭୂମିରେ ପରିଣତ ହେଉଛି ।
(ଘ) ପରିବେଶ :
ଜଙ୍ଗଲ ଧ୍ଵଂସ କାରଣରୁ ବାୟୁମଣ୍ଡଳରେ ଅଙ୍ଗରାକାମ୍ଳର ପରିମାଣ ବୃଦ୍ଧି ପାଇଥିବାରୁ ପୃଥିବୀର ତାପମାତ୍ରା ବୃଦ୍ଧି- ପାଉଛି; ଫଳରେ ଜଳଚକ୍ର ବାଧାପ୍ରାପ୍ତ ହେଉଛି ଏବଂ ବୃଷ୍ଟିପାତ କମିଯାଉଛି ଓ ମରୁଡ଼ି ଦେଖାଦେଉଛି ।
(ଡ) ସହରାଞ୍ଚଳ :
ଜଙ୍ଗଲ ଧ୍ୱଂସ ଯୋଗୁଁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ପରିମାଣ ବୃଦ୍ଧିପାଉଛି । ସହରାଞ୍ଚଳରେ ଗାଡ଼ିମଟରରୁ ନିର୍ଗତ ଧୂଆଁ ଏହି ବୃଦ୍ଧିକୁ ତ୍ୱରାନ୍ବିତ କରୁଛି । ଅଙ୍ଗାରକାମ୍ଳ ପୃଥିବୀରୁ ବିକିରିତ ତାପ ଶୋଷଣ କରିବାଦ୍ୱାରା ସହରାଞ୍ଚଳର ତାପମାତ୍ରା ଅତ୍ୟଧ୍ବକ ବୃଦ୍ଧି ପାଉଛି ।
(ଚ) ପରପିଢ଼ି
ଜଙ୍ଗଲ ଧ୍ଵଂସ ପ୍ରକ୍ରିୟା ବନ୍ଦ ନ ହେଲେ ବା ଧ୍ଵଂସରୁ ରକ୍ଷାପାଇବାପାଇଁ ପୁନଃବନୀକରଣ କରା ନଗଲେ ପର ପିଢ଼ିର ପ୍ରାଣୀମାନେ ପୃଥିବୀରେ ବଞ୍ଚିରହିବା ପାଇଁ ପ୍ରତ୍ୟେକ ମୁହୂର୍ତ୍ତରେ ପ୍ରକୃତି ବିରୁଦ୍ଧରେ ସଂଗ୍ରାମ କରିବାକୁ ବାଧ୍ୟହେବେ । ସୁତରାଂ ଭବିଷ୍ୟତର ସବୁଜ ଅରଣ୍ୟ ବର୍ତ୍ତମାନର ବୃକ୍ଷରୋପଣ ଉପରେ ହିଁ ନିର୍ଭରଶୀଳ ।
Question 4.
କ’ଣ ଘଟିବ ଯଦି
(କ) ଆମେ ଗଛ କାଟିଚାଲୁ
(ଖ) ଗୋଟିଏ ପ୍ରାଣୀର ପରିସ୍ଥାନ ବିପର୍ଯ୍ୟସ୍ତ ହୁଏ
(ଗ) ମାଟିର ଉପର ସ୍ତର ନଷ୍ଟ ହୁଏ
ଉ-
(କ) ଆମେ ଗଛକଟା ଚାଲୁରଖୁ :
- ବାୟୁମଣ୍ଡଳରେ ଅମ୍ଳଜାନର ସାନ୍ଦ୍ରତା କ୍ରମଶଃ ହ୍ରାସପାଇବ ଓ ପ୍ରାଣୀମାନଙ୍କର ବଞ୍ଚିବା ଅସମ୍ଭବ ହୋଇପଡ଼ିବ ।
- ପୃଥିବୀର ତାପମାତ୍ରା ବୃଦ୍ଧି ପାଇବା ସହ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବ ।
- ପ୍ରାକୃତିକ ବିପର୍ଯ୍ୟୟ ଜନଜୀବନକୁ ପ୍ରଭାବିତ କରିବ ।
- ଚିରାଚରିତ ଜଳଚକ୍ର ବାଧାପ୍ରାପ୍ତ ହେବା ଫଳରେ ଜଳବାୟୁରେ ଘୋର ପରିବର୍ତ୍ତନ ଦେଖାଦେବ ।
(ଖ) ଗୋଟିଏ ପ୍ରାଣୀର ପରିସ୍ଥାନ ବିପର୍ଯ୍ୟସ୍ତ ହେଲେ :
- ସେହି ପ୍ରାଣୀର ସ୍ଥିତିପ୍ରତି ବିପଦ ସୃଷ୍ଟି ହେବ ଓ ତିଷ୍ଠିବା କଷ୍ଟକର ହୋଇପଡ଼ିବ ।
- ସେମାନଙ୍କ ସଂଖ୍ୟା କ୍ରମଶଃ ହ୍ରାସପାଇ ବିପଦଗ୍ରସ୍ତ ପ୍ରାଣୀ ଭାବେ ପରିଚିତ ହେବେ ।
- ସେମାନେ କ୍ରମଶଃ ବିଲୁପ୍ତ ହୋଇ ବିଲୁପ୍ତ ଜାତିରେ ପରିଣତ ହେବେ ।
(ଗ) ମାଟିର ଉପର ସ୍ତର ନଷ୍ଟ ହେଲେ :
- ମାଟିର ଉପର ସ୍ତର ତଳେ ଥିବା କଠିନ ଓ ପଥୁରିଆ ସ୍ତର ବାହାରକୁ ଦେଖାଯିବ ।
- ପଥୁରିଆ ସ୍ତରରେ ହ୍ୟୁମସ୍ର ପରିମାଣ କମ୍ ଥିବାରୁ ଉର୍ବରତା ହ୍ରାସପାଇବ ।
- ଧୀରେ ଧୀରେ ଉର୍ବର ମୃତ୍ତିକା ମରୁଭୂମିରେ ପରିଣତ ହେବ ।
- ମୃତ୍ତିକାରେ ପୋଷକ ପରିମାଣ ଓ ଗଠନ ଇତ୍ୟାଦି ପରିବର୍ତ୍ତିତ ହେବ ।
Question 5.
ସଂକ୍ଷେପରେ ଲେଖ :
(କ) ଆମେ କାହିଁକି ଜୈବବିବିଧତା ସଂରକ୍ଷଣ କରିବା ?
ଉ-
ଜୈବ ବିବିଧତା କହିଲେ ପୃଥିବୀପୃଷ୍ଠରେ ବାସକରୁଥିବା ବିଭିନ୍ନ ପ୍ରକାରର ଉଭିଦ ଓ ପ୍ରାଣୀ, ସେମାନଙ୍କ ମଧ୍ୟରେ ରହିଥିବା ପାରସ୍ପରିକ ସମ୍ପର୍କ ଓ ପରିବେଶ ସହ ସେମାନଙ୍କ ସମ୍ପର୍କକୁ ବୁଝାଇଥାଏ । ଜୈବବିବିଧତାର ସଂରକ୍ଷଣ ଦ୍ଵାରା ପରିସଂସ୍ଥାର ଉପଯୁକ୍ତ ରକ୍ଷଣାବେକ୍ଷଣ ସମ୍ଭବ ହୋଇଥାଏ କାରଣ ବିଭିନ୍ନ ଜାତିର ପ୍ରାଣୀ ଓ ଉଦ୍ଭିଦମାନେ ଖାଦ୍ୟଶୃଙ୍ଖଳ ଓ ଖାଦ୍ୟ ଜାଲିର ଗୋଟିଏ ଗୋଟିଏ ଅଂଶ ଅଟନ୍ତି । ଜୈବ ବିବିଧତାର ସଂରକ୍ଷଣ ଦ୍ବାରା ଉଭୟ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କୁ ଧ୍ୱଂସମୁଖରୁ ରକ୍ଷା କରାଯାଇପାରିବ ।
(ଖ) ସୁରକ୍ଷିତ ଜଙ୍ଗଲ ମଧ୍ୟ କାହିଁକି ପ୍ରାଣୀମାନଙ୍କ ପାଇଁ ସମ୍ପୂର୍ଣ ନିରାପଦ ନୁହେଁ ?
ଉ-
ସୁରକ୍ଷିତ ଜଙ୍ଗଲରେ କୌଣସି ପ୍ରାଣୀକୁ ଶିକାର କରିବା, ସେମାନଙ୍କୁ ଗୁଳିକରି ବା ଫାଶ ବସାଇ ଧରିବା ନିଷିଦ୍ଧ ଅଟେ । ଦୁଃଖର ବିଷୟ ଏହି ସୁରକ୍ଷିତ ଜଙ୍ଗଲଗୁଡ଼ିକ ପ୍ରାଣୀମାନଙ୍କ ପାଇଁ ମଧ୍ଯ ନିରାପଦ ନୁହଁନ୍ତି କାରଣ ଆଖପାଖର ଅଧିବାସୀ ଏହାକୁ ଜବର ଦଖଲ କରି ଜୀବଜନ୍ତୁମାନଙ୍କୁ ନଷ୍ଟ କରିଥା’ନ୍ତି ।
(ଗ) କେତେକ ଆଦିବାସୀ ଜଙ୍ଗଲ ଉପରେ ନିର୍ଭର କରନ୍ତି । କିପରି ?
ଉ-
କେତେକ ଆଦିବାସୀ ଜଙ୍ଗଲ ଉପରେ ସମ୍ପୂର୍ଣ ନିର୍ଭରଶୀଳ କାରଣ ଏମାନେ ବଞ୍ଚିବାପାଇଁ ତାଙ୍କର ସମସ୍ତ ଆବଶ୍ୟକ ଦ୍ରବ୍ଯ ଜଙ୍ଗଲରୁ ହିଁ ସଂଗ୍ରହ କରିଥା’ନ୍ତି । ବାହ୍ୟଜଗତ ସହିତ ଏମାନଙ୍କର ପ୍ରାୟ ସମ୍ପର୍କ ନଥାଏ ।
(ଘ) ଜଙ୍ଗଲଧ୍ୱଂସର କାରଣ ଓ ପରିମାଣ କ’ଣ ?
ଉ-
ଚାଷ ଉପଯୋଗୀ କ୍ଷେତ୍ର ପ୍ରସ୍ତୁତି, ବାସ ଉପଯୋଗୀ ଗୃହ ଓ କଳକାରଖାନା ନିର୍ମାଣ,ଜାଳେଣି କାଠର ବ୍ୟବହାର ଏବଂ ବିଭିନ୍ନ ପ୍ରାକୃତିକ କାରଣ ଯଥା ମରୁଡ଼ି ଓ ବନାଗ୍ନି ଜଙ୍ଗଲ ଧ୍ଵଂସର କାରଣ ଅଟେ I ତାପମାତ୍ରା ପ୍ରଦୂଷଣର ମାତ୍ରା ବୃଦ୍ଧି, ବନ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ, ମରୁଭୂମିକରଣ ଇତ୍ୟାଦି ଜଙ୍ଗଲଧ୍ଵଂସର ପରିମାଣ ଅଟେ ।
(ଙ) ରେଡ୍ ଡାଟା ବୁକ୍ କ’ଣ ?
ଉ-
ସମସ୍ତ ସଂକଟାପନ୍ନ ବା ବିପଦଗ୍ରସ୍ତ ପ୍ରାଣୀ ଓ ଉଦ୍ଭଦମାନଙ୍କର ଅଭିଲେଖ ରେଡ୍ ଡାଟା ବୁକ୍ରେ ସ୍ଥାନ ପାଇଛି । ଉଭିଦ, ପ୍ରାଣୀ ଓ ଅନ୍ୟଜାତିମାନଙ୍କ ପାଇଁ ପୃଥକ ପୃଥକ ରେଡ୍ ଡାଟା ବୁକ୍ ରହିଅଛି ।
(ଚ) ପରିବ୍ରଜନ କହିଲେ କ’ଣ ବୁଝ ?
ଉ-
ବସବାସକରୁଥିବା ଅଞ୍ଚଳର ପାଗ ଅତିଶୟ ଥଣ୍ଡା ବା ପ୍ରତିକୂଳ ହେଲେ ଅଣ୍ଡା ଦେବାପାଇଁ କେତେକ ପକ୍ଷୀ ଅନ୍ୟତ୍ର ଉଡ଼ିଯାଆନ୍ତି । ଏହାକୁ ପରିବ୍ରଜନ କୁହାଯାଏ । ବହୁଦୂର ଅତିକ୍ରମ କରୁଥିବା ପକ୍ଷୀମାନଙ୍କୁ ପରିବ୍ରାଜକ ପକ୍ଷୀ କୁହାଯାଏ ।
Question 6.
କଳକାରଖାନା ଓ ବାସଗୃହର ଆବଶ୍ୟକତା ପୂରଣ ପାଇଁ ଗଛକଟା ସବୁବେଳେ ଚାଲିଛି । ଏହିଭଳି ପ୍ରକଳ୍ପ ପାଇଁ ଗଛ କାଟିବା ବିଧେୟ କି ? ଆଲୋଚନା କରି ଏକ ରିପୋର୍ଟ ପ୍ରସ୍ତୁତ କର ।
ଭ-
କଳକାରଖାନା ଓ ବାସଗୃହର ଆବଶ୍ୟକତା ପୂରଣ ପାଇଁ ଗଛକଟା ସବୁବେଳେ ଚାଲିଛି । ଏହିଭଳି ପ୍ରକଳ୍ପ ପାଇଁ ଗଛ କାଟିବା ବିଧେୟ ନୁହେଁ କାରଣ-
- ଅଣଜଙ୍ଗଲ ଅଞ୍ଚଳରେ କଳକାରଖାନା ଓ ବାସଗୃହ ନିର୍ମାଣ କରାଯାଇପାରିବ ।
- ବୃକ୍ଷରୋପଣଦ୍ୱାରା ପୁନଃ ବନୀକରଣ କରାଯାଇ ପାରିବ ।
Question 7.
ତୁମ ଅଞ୍ଚଳର ସବୁଜ ସମ୍ପଦ ରକ୍ଷାକରିବାପାଇଁ ତୁମେ କ’ଣ କରି ପାରିବ ତା’ର ଏକ ତାଲିକା ପ୍ରସ୍ତୁତ କର 1
ଭ-
ଆମ ଅଞ୍ଚଳର ସବୁଜସମ୍ପଦ ରକ୍ଷାକରିବାପାଇଁ ଆମେ ନିମ୍ନଲିଖତ ପଦକ୍ଷେପମାନ ନେଇପାରିବା; ଯଥା
- ଗଛ କାଟିବାପାଇଁ କାହାକୁ ଅନୁମତି ଦେବା ନାହିଁ ।
- ବୃକ୍ଷରୋପଣ କରି ସବୁଜ ଅରଣ୍ୟ ସୃଷ୍ଟି କରିବା ।
- ଛୋଟ ଗଛରେ ପାଣିଦେଇ ବଢ଼ାଇବା ।
- ଛୋଟ ଗଛକୁ ତାରବାଡ଼ଦ୍ୱାରା ଆବଦ୍ଧ କରି ରଖୁବା ।
- ସବୁଜ ସମ୍ପଦର ସୁରକ୍ଷାପାଇଁ ଜନସଚେତନତା ସୃଷ୍ଟିକରିବା ।
Question 8.
ଜଙ୍ଗଲ ଧ୍ବଂସ ଫଳରେ ବୃଷ୍ଟିପାତ କିପରି କମିଯାଏ ବୁଝାଅ ।
ଭ-
ପ୍ରକ୍ରିୟାରେ ଜଳ ବାୟୁମଣ୍ଡଳକୁ ଆସିପାରେ ନାହିଁ । ମାଟିତଳେ ଥିବା ଜଳ ସ୍ତର ଆହୁରି ତଳକୁ ଖସିଯାଏ । ଗଛ ସଂଖ୍ୟା କମିବା ଫଳରେ ବାୟୁମଣ୍ଡଳ ରେ ଅଙ୍ଗାରକାମ୍ଳର ପରିମାଣ ବୃଦ୍ଧିପାଏ । ଏହି ଅଙ୍ଗାରକାମ୍ଳ ତାପମାତ୍ରା ବୃଦ୍ଧିପାଏ; ଫଳରେ ଜଳଚକ୍ର ବାଧାପ୍ରାପ୍ତ ହେବାଯୋଗୁଁ ବୃଷ୍ଟିପାତ ହ୍ରାସପାଏ ।
Question 9.
ତୁମ ରାଜ୍ୟରେ ଥିବା ଜାତୀୟ ଉଦ୍ୟାନଗୁଡ଼ିକ ଚିହ୍ନଟ କରି ଭାରତର ଏକ ରେଖା ମାନଚିତ୍ରରେ ସେ ଅଞ୍ଚଳ ଦର୍ଶାଅ ।
ଭ-
ଜାତୀୟ ଉଦ୍ୟାନ :
- ଶିମିଳିପାଳ,
- ଭିତରକନିକା
Question 10.
କାଗଜ ସଞ୍ଚୟ କରିବା କାହିଁକି ? କେଉଁ ଉପାୟରେ କାଗଜ ସଞ୍ଚୟ କରିହେବ ତା’ର ଗୋଟିଏ ତାଲିକା ପ୍ରସ୍ତୁତ କର ।
(a) ଜଙ୍ଗଲ ଲୋପପାଇବାର ଅନ୍ୟଏକ କାରଣ ହେଉଛି କାଗଜର ଅତ୍ୟଧିକ ବ୍ୟବହାର । ଗୋଟିଏ ଟନ୍ କାଗଜ ତିଆରି ପାଇଁ 17 ଟି ପୂରା ବଢ଼ିଥିବା ଗଛ ଆବଶ୍ୟକ ହୋଇଥାଏ । ଏହି କାରଣରୁ ଆମେ କାଗଜ ସଞ୍ଚୟ କରିବା ଉଚିତ ।
(b) ନିମ୍ନଲିଖତ ଉପାୟରେ କାଗଜ ସଞ୍ଚୟ କରିହେବ; ଯଥା –
- ଯଥାସମ୍ଭବ ଅଳ୍ପ କାଗଜ ବ୍ୟବହାର କରିବା ।
- କାଗଜର ପୁନଃ ବ୍ୟବହାର ଓ ପୁନଶ୍ଚକ୍ରଣ କରିବା । ନୋଟ୍ବୁକ୍ ବ୍ୟବହାର କରିବା ।
- ଇଲେକ୍ଟ୍ରୋନିକ
- ଗାଣିତିକ ହିସାବ ପାଇଁ log table ଓ calculator ବ୍ୟବହାର କରିବା ।
- Computer ରେ ତଥ୍ୟ ସଂରକ୍ଷିତ ରଖୁବା
ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
ବସ୍ତୁନିଷ୍ଠ ପ୍ରଶ୍ନେ। ଭର
1. ଶୂନ୍ୟସ୍ଥାନ ପୂରଣ କର ।
(i) ଜୀବଜଗତ ଓ ………………. ପରସ୍ପରଦ୍ଵାରା ପ୍ରଭାବିତ ହୋଇଥାଏ ।
(ii) ଆମ ରାଜ୍ୟରେ ସର୍ବମୋଟ …………………. ଟି ଅଭୟାରଣ୍ୟ ଅଛି ।
(iii) ଆମ ରାଜ୍ୟରେ ………………. -ଟି ସାମୁଦ୍ରିକ ଅଭୟାରଣ୍ୟ ଅଛି ।
(iv) ଓଡ଼ିଶାରେ ସଂରକ୍ଷିତ ଜଙ୍ଗଲର ଆୟତନ ………………………. ବର୍ଗ କି.ମି.ରୁ ସାମାନ୍ୟ ଅଧିକ ।
(v) ଭିତରକନିକା ଅଭୟାରଣ୍ୟର କେନ୍ଦ୍ରସ୍ଥଳର ଅବସ୍ଥିତି ପ୍ରାୟ ………………. ବର୍ଗ କି.ମି ।
(vi) ଜଙ୍ଗଲ କ୍ଷୟ ଫଳରେ ପୃଥିବୀର …………………. ଓ ………………… ବିପଜ୍ଜନକ ଭାବେ ବୃଦ୍ଧିପାଇ ଚାଲିଛି ।
(vii) ଜଙ୍ଗଲରୁ ଗଛ କଟାହେଲେ …………………… ଓ …………………. ହ୍ରାସ – ପାଇଥାଏ ।
(viii) ଅଙ୍ଗାରକାମ୍ଳ ପୃଥିବୀରୁ ………………….. ଶୋଷଶ କରିବାଦ୍ୱାରା ପୃଥିବୀର ତାପମାତ୍ରା ବୃଦ୍ଧିପାଏ ।
(ix) ବିଶ୍ଵ ତାପନ ଯୋଗୁଁ …………………… ବିଶ୍ବ ତାପନ ଯୋଗୁ ବୃଷ୍ଟିପାତ କମିଯାଉଛି ।
(x) ଜଙ୍ଗଲ କ୍ଷୟ ଯୋଗୁଁ ମାଟିର ………………… ବଦଳିଯାଉଛି ।
(xi) ବୃକ୍ଷରୋପଣ ଓ ଉଭିଦରାଜି ମାଟିର ……………………….. ଧର୍ମ ଉପରେ ପ୍ରଭାବ ପକାଇଥା’ନ୍ତି ।
(xii) ଜଙ୍ଗଲସମ୍ପଦ ନଷ୍ଟ ହେବା ଫଳରେ ମାଟିର …………………….. ସାମର୍ଥ୍ୟ କମିଯାଉଛି ।
(xiii) ଜୈବ ବିବିଧତାର ସଂରକ୍ଷଣ ପାଇଁ ……………………. ରହିଥାଏ ।
(xiv) ଉଭିଦ ଏବଂ ପ୍ରାଣୀମାନଙ୍କର ଯେଉଁ ଜାତିଗୁଡ଼ିକ କେବଳ ଗୋଟିଏ ଜାଗାରେ ବାସକରନ୍ତି, ସେଗୁଡ଼ିକୁ ସେଠାକାର ……………………. କୁହାଯାଏ ।
(xv) ପଚମାରୀ ଜୈବମଣ୍ଡଳର ………………….. ଗଛ ସ୍ଥାନିକ ଉଦ୍ଭାଦ ଅଟନ୍ତି ।
Answers:
(i) ପରିବେଶ
(ii) 17
(iii) 1
(iv) 26,000
(v) 145
(vi) ତାପମାତ୍ରା, ପ୍ରଦୂଷଣ
(vii) ବୃଷ୍ଟିପାତ, ମାଟିର ଉର୍ବରତ
(viii) ବିକିରିତ ତାପ
(ix) ଜଳଚକ୍ର
(x) ଧର୍ମ
(xi) ଭୌତିକ
(xii) ଜଳଧାରଣ
(xiii) ଜୀବମଣ୍ଡଳ ସଂରକ୍ଷିତ ସ୍ଥାନ
(xiv) ସ୍ଥାନିକ ଜାତି
(xv) ଶାଳ ଓ ବଣୁଆ ଆମ୍ବ
2. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର :
(i) ପଚମାରୀ ଜୀବମଣ୍ତଳ ସଂରକ୍ଷିତ ସ୍ଥାନରେ ……………… ଟି ଶିଳାଲିପି ଚିହ୍ନଟ ହୋଇଛି । [45, 50, 55, 60]
(ii) ଗୋଟିଏ ଟନ୍ କାଗଜ ତିଆରି ପାଇଁ ……………………. ଟି ପୂରା ବଢ଼ିଥିବା ଗଛ ଆବଶ୍ୟକ । [14, 15, 16, 17]
(iii) ଥରେ ବ୍ୟବହାର ହୋଇଥିବା କାଗଜର ପୁନଶ୍ଚକ୍ରଣ ଦ୍ଵାରା ……………………….. ଥର ବ୍ୟବହର କରିହେବ [2-3, 3-4, 4-5, 5-6]
(iv) ଭିତରକନିକା ଜାତୀୟ ଉଦ୍ୟାନରେ ………………………. ମିଳନ୍ତି । [70, 72,63, 73]
(v) ସମଗ୍ର ପୃଥିବୀରେ ……………………… ଜାତିର ଲୁଣା ଉଭିଦ ଦେଖିବାକୁ ମିଳନ୍ତି । [70,71,72,73]
(vi) ଆମ ରାଜ୍ୟରେ ସର୍ବମୋଟ …………………… ଟି ଅଦ୍ଭୟାରଣ୍ୟ ରହଛି I [14, 15, 16, 17]
(vii) ଭିତରକନିକା କେନ୍ଦ୍ରସ୍ଥଳର ଅବସ୍ଥିତି ପ୍ରାୟ ……………………… [140, 145, 150, 155]
(viii) …………….. ଜାତୀୟ ଉଦ୍ୟାନ ଭାରତର ପ୍ରଥମ ସଂରକ୍ଷିତ ଜଙ୍ଗଲ । [ଶିମିଳିପାଳ, ଭିତରକନିକା, କାଜିରଙ୍ଗା, ସାତପୁରା]
Answers:
(i) 55
(ii) 17
(iii) 5-6
(iv) 63
(v) 72
(vi) 17
(vii) 145
(viii) legal
3. ବାମ ପାର୍ଶ୍ଵର ସମ୍ପର୍କକୁ ଲକ୍ଷ୍ୟ କରି ଦକ୍ଷିଣ ପାର୍ଶ୍ୱସ୍ଥ ଶୂନ୍ୟସ୍ଥାନ ପୂରଣ କର ।
(i) ହସ୍ତୀ ପ୍ରକଳ୍ପ : ଚନ୍ଦକା :: ବ୍ୟାଘ୍ର ପ୍ରକଳ୍ପ : …………………….. ।
(ii) ବିପଦଗ୍ରସ୍ତ ପ୍ରାଣୀ : ବାରଶିଂଘା :: ବିଲୁପ୍ତ ଜାତି :…………………….. ।
(iii) ପୃଥିବୀର ଲୁଣାଉଭିଦ ଜାତି : 72 :: ଭିତରକନିକାର ଲୁଣା ଉଭିଦ ଜାତି :…………………….. ।
(iv) ପଚମାରିର ସ୍ଥାନିକ ଉଦ୍ଭଦ : ବଣୁଆ ଆମ୍ବଗଛ :: ପଚମାରୀର ସ୍ଥାନିକ ପ୍ରାଣୀ: ……………………… ।
(v) ଭିତରକନିକା : ଶିମିଳିପାଳ :: ଜାତୀୟ ଉଦ୍ୟାନ : ……………………… ।
(vi) ଜଙ୍ଗଲ ଧ୍ବଂସ : ବିଶ୍ୱତାପନ :: ମୃତ୍ତିକାର ଉର୍ବରତା ହ୍ରାସ : ……………………… ।
(vii) ରାଜ୍ୟର ସର୍ବମୋଟ ଅଭୟାରଣ୍ୟ : 17 :: ରାଜ୍ୟର ସାମୁଦ୍ରିକ ଅଭୟାରଣ୍ୟ : ……………………… ।
Answers:
(i) ଶିମିଳମାଳ
(ii) ଡାଇନୋସର
(iii) 63
(iv) ଗୟଳ
(v) ଜୀବମଣ୍ଡଳ ସଂରକ୍ଷିତ ସ୍ଥାନ
(vi) ମରୁ ଭୂମିକରଣ
(vii) 1
(viii) ସୁନ୍ଦରବନ
4. ସ୍ତମ୍ଭରେ ଥିବା ଶବ୍ଦ ସହିତ ‘ଖ’ ସ୍ତମ୍ଭରେ ଥିବା ସମ୍ପର୍କିତ ଶବ୍ଦକୁ ମିଳାଅ ।
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
(i) ଦ୍ଭବିଷ୍ୟତର ସବୁକଥାରଣ୍ୟ | (i) ବିଶ୍ୱତାପନ |
(ii) ପରିବ୍ରାଜକ ପକ୍ଷୀ | (ii) ଶମିଳିପାଳ |
(iii) ବ୍ୟାଘ୍ର ପ୍ରକଳ୍ପ | (iii) ରେଡ୍ ଡାଟା ବୁକ୍ |
(iv) ପ୍ରଥମ ସଂରକ୍ଷିତ ଜଙ୍ଗଲ | (iv) ହେନ୍ତାଳ ବଣ |
(v) ଭିତରକନିକା | (v) ପୁନଃବନୀକରଣ |
(vi) ସ୍ୱ-ଅଞ୍ଚଳୀୟ ଜାତି | (vi) ମରୁଭୂମିକରଣ |
(vii) ଜଙ୍ଗଲ ଧ୍ବଂସ | (vii) ଜୀବ ଓ ପରିବେଶର ସମ୍ପର୍କ |
(viii) ଜୈବବିବିଧତା | (viii) ଚିଲିକା |
(ix) ମୃତ୍ତିକାର ଉର୍ବରତା ହ୍ରାସ | (ix) ବୃହତ୍ ଗୁଣ୍ଡୁଚି |
(x) ସଂକଟାପନ୍ନ ପ୍ରାଣୀ ଓ ଉଦ୍ଭଦ | (x) ସାତପୁରା |
Answer:
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
(i) ଦ୍ଭବିଷ୍ୟତର ସବୁକଥାରଣ୍ୟ | (v) ପୁନଃବନୀକରଣ |
(ii) ପରିବ୍ରାଜକ ପକ୍ଷୀ | (viii) ଚିଲିକା |
(iii) ବ୍ୟାଘ୍ର ପ୍ରକଳ୍ପ | (ii) ଶମିଳିପାଳ |
(iv) ପ୍ରଥମ ସଂରକ୍ଷିତ ଜଙ୍ଗଲ | (x) ସାତପୁରା |
(v) ଭିତରକନିକା | (iv) ହେନ୍ତାଳ ବଣ |
(vi) ସ୍ୱ-ଅଞ୍ଚଳୀୟ ଜାତି | (ix) ବୃହତ୍ ଗୁଣ୍ଡୁଚି |
(vii) ଜଙ୍ଗଲ ଧ୍ବଂସ | (i) ବିଶ୍ୱତାପନ |
(viii) ଜୈବବିବିଧତା | (vii) ଜୀବ ଓ ପରିବେଶର ସମ୍ପର୍କ |
(ix) ମୃତ୍ତିକାର ଉର୍ବରତା ହ୍ରାସ | (vi) ମରୁଭୂମିକରଣ |
(x) ସଂକଟାପନ୍ନ ପ୍ରାଣୀ ଓ ଉଦ୍ଭଦ | (iii) ରେଡ୍ ଡାଟା ବୁକ୍ |
Follow More: