Odisha State Board BSE Odisha 9th Class History Important Questions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ Important Questions and Answers.
BSE Odisha Class 9 History Important Questions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ
ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧। ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ କ’ଣ ? ଏହାର ଲକ୍ଷ୍ୟ କ’ଣ ? ଏହି ଆନ୍ଦୋଳନରେ ଭାରତର ଭୂମିକା ଉଲ୍ଲେଖ କର ।
Answer:
- ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ସ୍ବାଧୀନତା ଲାଭ କରିଥିବା ଏସିଆ ଓ ଆଫ୍ରିକା ମହାଦେଶର ଅଧିକାଂଶ ରାଷ୍ଟ୍ର କୌଣସି ଗୋଷ୍ଠୀରେ ଯୋଗ ନଦେଇ ନିଜର ଜାତୀୟ ପୁନର୍ଗଠନ ଓ ଅର୍ଥନୈତିକ ଉନ୍ନତି ନିମନ୍ତେ ପରସ୍ପର ମଧ୍ୟରେ ସହଯୋଗ ସ୍ଥାପନ କରିବାରୁ ସେମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ସହଯୋଗ ସ୍ଥାପିତ ହେଲା । ଏହାକୁ ‘ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ’ କୁହାଯାଏ ।
- ସ୍ଵାଧୀନତାର ସୁରକ୍ଷା, ସାମ୍ରାଜ୍ୟବାଦ ଓ ଉପନିବେଶବାଦର ବିଲୋପ ଶାନ୍ତପୂଶ ସହାବସ୍ଥାନ ଓ ବିଶ୍ୱଶାନ୍ତି ପ୍ରତିଷ୍ଠା ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ଲକ୍ଷ୍ୟ ଅଟେ ।
- ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ରୂପରେଖ ପ୍ରପ୍ତତକାରା ବାଦୁଙ୍ଗ ସମ୍ମଳନୀର ଆତ୍ମା ଥିଲେ । ସେଠାରେ ତାଙ୍କର ପଞ୍ଚଶୀଳ ବା ସମସ୍ତ ଜାତିର ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନୀତି ଉପସ୍ଥାପିତ ହୋଇ ଗୃହୀତ ହୋଇଥିଲା ।
- ତାଙ୍କ ନେତୃତ୍ଵରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ସୁଦୃଢ଼ ହୋଇଥିଲା । ୧୯୮୩ ମସିହା ମାର୍ଚ୍ଚ ମାସରେ ନୂଆଦିଲ୍ଲୀଠାରେ ସପ୍ତମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
୨। ଗୋଷ୍ଠୀ ନିରପେକ୍ଷତା କହିଲେ କ’ଣ ବୁଝ ? ପ୍ରଥମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ କେବେ ଓ କେଉଁଠାରେ ଅନୁଷ୍ଠିତ ହୋଇଥିଲା ? ଏଥିରେ କେତୋଟି ରାଷ୍ଟ୍ର ଯୋଗ ଦେଇଥିଲେ ? ଏହି ସମ୍ମିଳନୀରେ ପ୍ରତିନିଧୁମାନେ କେଉଁ ବିଷୟ ଉପରେ ଗୁରୁତ୍ଵ ଦେଇଥିଲେ ?
Answer:
- ସାମ୍ୟବାଦୀ ବା ପୁଞ୍ଜିବାଦୀ ଗୋଷ୍ଠୀ ମଧ୍ୟରୁ କୌଣସି ଗୋଷ୍ଠୀରେ ଯୋଗ ନଦେଇ ନିରପେକ୍ଷ ଭାବରେ କାର୍ଯ୍ୟ କରିବାକୁ ଗୋଷ୍ଠୀ ନିରପେକ୍ଷତା କୁହାଯାଏ ।
- ୧୯୬୧ ମସିହା ସେପ୍ଟେମ୍ବର ମାସରେ ଯୁଗୋସ୍ଲୋଭିଆ ରାଜଧାନୀ ବେଲ୍ଟ୍ରୋଡ୍ଠାରେ ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ରଗୁଡ଼ିକର ପ୍ରଥମ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
- ଏଥିରେ ପୃଥିବୀର ୨୫ଟି ରାଷ୍ଟ୍ର ଯୋଗ ଦେଇଥିଲେ ।
- ଏହି ସମ୍ମିଳନୀରେ ପ୍ରତିନିଧିମାନେ ବିଶ୍ୱଶାନ୍ତି ୨ ଓ ନିରପେକ୍ଷ ନୀତି ପାଳନ ଉପରେ ଗୁରୁତ୍ଵ ଦେଇଥିଲେ । ସେମାନେ ସମଗ୍ର ବିଶ୍ଵରେ ଅଣୁଅସ୍ତ୍ର ପ୍ରସ୍ତୁତି ଓ ପ୍ରୟୋଗକୁ ବିରୋଧ କରିଥିଲେ ଓ ନିରସ୍ତ୍ରୀକରଣ ସପକ୍ଷରେ ମତପ୍ରକାଶ କରିବା ସହିତ ପରମାଣୁ ଅସ୍ତ୍ର ପରୀକ୍ଷଣକୁ ସମ୍ପୂର୍ଣ୍ଣ ରୂପେ ନିଷେଧ କରିବାକୁ ସୁପାରିସ କରିଥିଲେ ।
- ସେମାନେ ଉପନିବେଶବାଦ ଓ ସାମ୍ରାଜ୍ୟବାଦ “ବିରୋଧରେ ଏକ ସାଧାରଣ ନିନ୍ଦା ପ୍ରସ୍ତାବ ଗ୍ରହଣ କରିବା ସଙ୍ଗେ ସଙ୍ଗେ ସଂଯୁକ୍ତ ରାଷ୍ଟ୍ରସଂଘ ସନନ୍ଦରେ ସେମାନଙ୍କ ଆସ୍ଥା ପ୍ରକଟ କରିଥିଲେ ।
କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
୧। କଲମ୍ବୋଠାରେ ଅନୁଷ୍ଠିତ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ କେଉଁ ଅଧିକାର ଉପରେ ଗୁରୁତ୍ଵ ଆରୋପ କରାଯାଇଥିଲା ? ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ପଥବୀର କେତୋଟି ରାଷ୍ଟ୍ର ଯୋଗ ଦେଇଥିଲେ ?
Answer:
- କଲମ୍ବୋଠାରେ ଅନୁଷ୍ଠିତ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ବିକାଶୋନୁଖା ରାଷୁମାନଙ୍କର ନ୍ୟାୟୋଚିତ ଆର୍ଥନୀତିକ ଅଧୂକାର ପାଇବା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା ।
- ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ପଥବୀର ୯୯ଟି ରାଷ୍ଟ୍ର ଯୋଗ ଦେଇଥିଲେ ।
୨। ଅଷ୍ଟମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ କେଉଁଠାରେ ଓ କେବେ ଅନୁଷ୍ଠିତ ହୋଇଥିଲା ? ଏଥିରେ କେତୋଟି ରାଷ୍ଟ୍ରର ପ୍ରତିନିଧୂ ଯୋଗ ଦେଇଥିଲେ ?
Answer:
- ୧୯୮୬ ମସିହା ସେପ୍ଟେମ୍ବର ମାସରେ ଜିମ୍ବାୱେର ରାଜଧାନୀ ହାରାରେଠାରେ ଅଷ୍ଟମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଅନୁଷ୍ଠିତ ହୋଇଥଲା ।
- ଏଥିରେ ୧୦୧ଟି ରାଷ୍ଟ୍ରର ପ୍ରତିନିଧ୍ ଯୋଗ ଦେଇଥିଲେ ।
୩। କେଉଁଠାରେ ଓ କେବେ ଅନୁଷ୍ଠିତ ହୋଇଥିଲା ? ଏହି ସମ୍ମିଳନୀରେ କେତୋଟି ରାଷ୍ଟ୍ର ଯୋଗଦାନ କରିଥିଲେ ?
Answer:
- ୧୯୭୦ ମସିହା ସେପ୍ଟେମ୍ବର ମାସରେ ଜିମ୍ବାଆର ରାଜଧାନା ଳୁସାକାଠାରେ ତୃତାୟ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
- ଏଥିରେ ୫୪ଟି ରାଷ୍ଟ୍ର ଯୋଗଦାନ କରିଥିଲେ ।
A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
୧। କେବେ ପ୍ରଥମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଅନୁଷ୍ଠିତ ହୋଇଥଲା ?
Answer:
୧୯୬୧ ମସିହା ସେପ୍ଟେମ୍ବର ମାସରେ ପ୍ରଥମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
୨। ବାନ୍ଦୁଙ୍ଗ୍ ସମ୍ମିଳନୀରେ କେତେଗୋଟି ରାଷ୍ଟ୍ର ଯୋଗଦାନ କରିଥିଲେ ?
Answer:
ବାନ୍ଦୁଙ୍ଗ୍ ସମ୍ମିଳନୀରେ ୨୩ଟି ଏସୀୟ ଓ ୬ଟି ଆଫ୍ରିକୀୟ ରାଷ୍ଟ୍ର ଯୋଗଦାନ କରିଥିଲେ ।
୩। ଚତୁର୍ଥ ଗୋଷ୍ଠୀ ନିରପେକ୍ଷ ସମ୍ମିନଳୀ କେବେ ଓ କେଉଁଠାରେ ଅନୁଷ୍ଠିତ ହୋଇଥିଲା ?
Answer:
୧୯୭୩ ମସିହା ସେପ୍ଟେମ୍ବର ମାସରେ ଚତୁର୍ଥ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଆଫ୍ରିକା ମହାଦେଶ ସ୍ଥ ଆଲ୍ ଜେରି ଆର ରାଜଧାନୀ ଆଲଜିୟର୍ସଠାରେ ଅନୁଷ୍ଠିତ ହୋଇଥିଲା ।
୪। ଷଷ୍ଠ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ କେତେଗୋଟି ରାଷ୍ଟ୍ରର ପ୍ରତିନିଧ୍ ଅଂଶଗ୍ରହଣ କରିଥିଲେ ?
Answer:
ଷଷ୍ଠ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ୯୪ଟି ରାଷ୍ଟ୍ରର ପ୍ରତିନିଧ୍ ଅଂଶଗ୍ରହଣ କରିଥିଲେ ।
୫। ରାଷ୍ଟ୍ରମାନଙ୍କୁ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତାରୁ ନିବୃତ୍ତ ରହିବାପାଇଁ କେଉଁ ସମ୍ମିଳନୀରେ ନିବେଦନ କରାଯାଇଥିଲା ?
Answer:
ନୂଆଦିଲ୍ଳୀ ସମ୍ମିଳନୀରେ ରାଷ୍ଟ୍ରମାନଙ୍କୁ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତାରୁ ନିବୃତ୍ତ ରହିବାପାଇଁ ନିବେଦନ କରାଯାଇଥିଲା
୬ । କେଉଁ ଚୁକ୍ତିଗୁଡ଼ିକର ବିଫଳତା ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର କାର୍ଯ୍ୟଦକ୍ଷତାର ପ୍ରମାଣ ଦିଏ ?
Answer:
ଦକ୍ଷିଣ ପୂର୍ବ ଏସିଆ ଚୁକ୍ତି ସଙ୍ଗଠନ, କେନ୍ଦ୍ରୀୟ ଚୁକ୍ତି ସଙ୍ଗଠନ ଓ ୱାରସ୍ ଚୁକ୍ତି ଆଦିର ବିଫଳତା ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର କାର୍ଯ୍ୟଦକ୍ଷତାର ପ୍ରମାଣ ଦିଏ ।
୭ । ପଞ୍ଚଦଶ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ କେଉଁଠାରେ ଅନୁଷ୍ଠିତ ହୋଇଥିଲା ?
Answer:
ପଞ୍ଚଦଶ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଇଜିପ୍ଟର ଶାର୍ମ ଏଲ୍ ଶେଖାଠାରେ ଅନୁଷ୍ଠିତ ହୋଇଥିଲା ।
୮। ପ୍ରଥମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ କେଉଁଠାରେ ଅନୁଷ୍ଠିତ ହୋଇଥିଲା ?
Answer:
ପ୍ରଥମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଯୁଗୋସ୍ଲୋଭିଆର ରାଜଧାନୀ ବେଲଗେଡ଼ଠାରେ ଅନୁଷ୍ଠିତ ହୋଇଥିଲା ।
B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।
୧। ଦୁଇ ମହାଶକ୍ତି ମଧ୍ୟରେ ଅସ୍ତ୍ରଶସ୍ତ୍ର ବୃଦ୍ଧି ପାଇଁ ଲାଗି ରହିଥିବା ପ୍ରତିଯୋଗିତା ବିପକ୍ଷରେ କେଉଁ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ପ୍ରତିବାଦ କରାଯାଇଥିଲା ?
Answer:
କାଇରୋ
୨। କେଉଁ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ଉପନିବେଶବାଦକୁ ନିନ୍ଦା କରାଯାଇଥିଲା ?
Answer:
ଲୁସାକା
୩। ସଂଯୁକ୍ତ ରାଷ୍ଟ୍ରସଂଘର ନିରାପତ୍ତା ପରିଷଦରେ ସ୍ଥାୟୀ ସଦସ୍ୟମାନଙ୍କର ଥିବା ‘ଭିଟୋ’ କ୍ଷମତାର ଉଚ୍ଛେଦ ନିମନ୍ତେ ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ରମାନଙ୍କର କେଉଁ ସମ୍ମିଳନୀରେ ଦାବି ଉପସ୍ଥାପନ କରାଯାଇଥିଲା ?
Answer:
କଲମ୍ବୋ
୪। ଭାରତ ମହାସାଗରକୁ ଶାନ୍ତିର ଅଞ୍ଚଳରୂପେ ରଖୁବା ନିମନ୍ତେ କେଉଁ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ଗୁରୁତ୍ଵ ଆରୋପ କରାଯାଇଥିଲା ?
Answer:
ହାଭାନ
୫। ଆଣବିକ ଯୁଦ୍ଧରୁ ନିବୃତ୍ତ ରହିବାକୁ କେଉଁ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ରାଷ୍ଟ୍ରମାନଙ୍କର ନିବେଦନ କରାଯାଇଥିଲା ?
Answer:
ନୂଆଦିଲ୍ଲୀ
୬। କେଉଁ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ବୃହତ୍ ଶକ୍ତିମାନଙ୍କୁ ସେମାନଙ୍କର ସାମରିକ ଘାଟିଗୁଡ଼ିକୁ ନଷ୍ଟ କରିଦେବାକୁ ଆହ୍ବାନ ଦିଆଯାଇଥୁଲ ?
Answer:
ହାଭାନା
୭। କେଉଁ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ଆଫଗାନିସ୍ତାନରୁ ରୁଷିଆର ସୈନ୍ୟ ଅପସାରଣ ପାଇଁ ଆହ୍ବାନ ଦିଆଯାଇଥିଲା ?
Answer:
ହାରାରେ ସମ୍ମିଳନୀ ୧୯୮୬
୮। କେଉଁ ବିଷୟଟି ୧୯୮୯ ମସିହାରେ ବେଲଗ୍ରେଡ୍ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ଆଲୋଚିତ ହୋଇଥିଲା ?
Answer:
ବିଶ୍ୱ ଅର୍ଥନୀତି ବ୍ୟବସ୍ଥା
୯। କେଉଁ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ବିଶ୍ଵ ଉତ୍ତେଜନା ଦୂର କରିବାକୁ ସାମରିକ ମେଣ୍ଟଗୁଡ଼ିକ ନଷ୍ଟ କରିଦେବାପାଇଁ ମତ ପ୍ରକାଶ ପାଇଥିଲା ?
Answer:
ଲୁସାକା ସମ୍ମିଳନୀ – ୧୯୭୦
୧୦। କେଉଁ ବିଷୟରେ ୧୯୮୬ ମସିହାର ହାରାରେ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ଆଲୋଚନା ହୋଇଥିଲା ?
Answer:
ବର୍ଣ୍ଣ ବୈ ଷମ୍ୟ ନୀତି ର ବି ଲୋପ
୧୧। ବିଶ୍ବବ୍ୟାଙ୍କ ଓ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ସଂସ୍କାର ଉପରେ କେଉଁ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ଗୁରୁତ୍ଵ ଦିଆଯାଇଥିଲା ?
Answer:
କାର୍ଟାଜେନା,
୧୨। କେଉଁ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ଯୁକ୍ତରାଷ୍ଟ୍ର ଆମେରିକା ଗୋଟିଏ ପର୍ଯ୍ୟବେକ୍ଷକ ରାଷ୍ଟ୍ର ଭାବରେ ଯୋଗ ଦେଇଥିଲା ?
Answer:
ଡର୍ବାନ୍
୧୩। ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀର ସର୍ବଶେଷ ସମ୍ମିଳନୀ କେଉଁଠାରେ ୨୦୦୯ ମସିହାରେ ଅନୁ ଷ୍ଠି ତ ହୋଇଥିଲା ?
Answer:
ଶାର୍ମ ଏଲ୍ ଶେଖ୍
୧୪। କେଉଁମାନଙ୍କୁ ନେଇ ତୃତୀୟ ବିଶ୍ଵର ସୃଷ୍ଟି ହୋଇଥିଲା ?
Answer:
ନୂତନ ଭାବରେ ସ୍ବାଧୀନ ହୋଇଥିବା ରାଷ୍ଟ୍ର,
୧୫। ୨୦୦୯ ମସିହାରେ ଅନୁଷ୍ଠିତ ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ରମାନଙ୍କର ଶାର୍ମ ଏଲ୍ ଶେଖ୍ ସମ୍ମିଳନୀରେ କେତୋଟି ଦେଶ ଯୋଗ ଦେଇଥିଲେ ?
Answer:
୧୧୮
୧୬। କଲମ୍ବିଆର ରାଜଧାନୀ କାର୍ଟାଜେନାଠାରେ କେତେ ତମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ?
Answer:
ଏକାଦଶତମ
୧୭। ହାରାରେ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ କେତୋଟି ରାଷ୍ଟ୍ର ଯୋଗ ଦେଇଥିଲେ ?
Answer:
୧୦୧ଟି
୧୮। ପ୍ରଥମ ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ରମାନଙ୍କ ସମ୍ମିଳନୀରେ ଏକମାତ୍ର ଇଉରୋପୀୟ ରାଷ୍ଟ୍ରଭାବେ କେଉଁ ଦେଶଟି ଯୋଗ ଦେଇଥିଲା ?
Answer:
ଯୁଗୋସ୍ଲୋଭିଆ
୧୯। କେତେ ତମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଆମ ଦେଶର ନୂଆଦିଲ୍ଲୀଠାରେ କେବେ ଅନୁଷ୍ଠିତ ହୋଇଥିଲା ?
Answer:
ସପ୍ତମ
C. ଶୂନ୍ୟସ୍ଥାନ ପୂରଣ କର ।
୧। ଯୁକ୍ତରାଷ୍ଟ୍ର ଆମେରିକା _______________ ସମ୍ମିଳନୀରେ ପର୍ଯ୍ୟବେକ୍ଷକ ରାଷ୍ଟ୍ର ଭାବରେ ଯୋଗ ଦେଇଥିଲା ।
Answer:
ଡରବାନ୍
୨। ଦକ୍ଷିଣ ଆଫ୍ରିକାରେ ବଣ୍ଣବୈଷମ୍ୟ ନୀତିର ସମ୍ପୂର୍ଣ୍ଣ ବିଲୋପ ପାଇଁ _____________ ସମ୍ମିଳନୀରେ ପ୍ରପ୍ତାବ ବୃହାତ୍ ହୋଇଥିଲା ।
Answer:
ହାରାରେ
୩। କ୍ୟବାର ରାଜଧାନୀ _____________ ଅଟେ ।
Answer:
ହାଭାନା
୪। ବାନ୍ଦୁଙ୍ଗ୍ ସମ୍ମିଳନୀର ଆତ୍ମା ______________ ଥିଲେ ।
Answer:
ପଣ୍ଡିତ ନେହ ରୁ
୫। ଲୁସାକା ସମ୍ମିଳନୀରେ ______________ ଟି ରାଷ୍ଟ୍ର ଯୋଗଦାନ କରିଥିଲେ ।
Answer:
୫୪
୬। ବାନ୍ଦଙ୍କ ସହରଟି ______________ ଦେଶରେ ଅବସ୍ଥିତ ।
Answer:
ଇଣ୍ଡୋନେସିଆ
୭। ଭାରତ ଓ ଚୀନ୍ ମଧ୍ଯରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ _____________ ନୀତି ସମ୍ପାଦିତ ହୋଇଥିଲା ।
Answer:
ପଞ୍ଚଶୀଳ
୮| ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ପ୍ରଥମ ସମ୍ମିଳନୀ _______________ ଠାରେ ଅନୁଷ୍ଠିତ ହୋଇଥିଲା ।
Answer:
ବେଲଗ୍ରେଡ଼
୯। ‘ସୁକର୍ଣ୍ଣୋ’ _____________ ଦେଶର ରାଷ୍ଟ୍ରପତି ଥିଲେ ।
Answer:
ଇଣ୍ଡୋନେସିଆ
୧୦। ଅଷ୍ଟମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ _______________ ମସିହାରେ ଅନୁଷ୍ଠିତ ହୋଇଥିଲା ।
Answer:
୧୯୮୬
୧୧। ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷମ୍ୟ ନୀତିର ସମ୍ପୂର୍ଣ ବିଲୋପ ପାଇଁ _______________ ସମ୍ମିଳନୀରେ ପ୍ରପ୍ତାବ ବୃହାତ୍ ହୋଇଥିଲା ।
Answer:
ହାରାରେ
୧୨। _______________ ଆଲଜେରିଆର ରାଜଧାନୀ ଅଟେ ।
Answer:
ଆଲ୍ୟସ
୧୩। ________________ ସମ୍ମିଳନୀର ଆତ୍ମା ପଣ୍ଡିତ ଜବାହାରଲାଲ ନେହେରୁ ଥିଲେ ।
Answer:
ବାନ୍ଦୁଙ୍ଗ୍
୧୪। _______________ ସମ୍ମିଳନୀରେ ୫୪ଟି ରାଷ୍ଟ୍ର ଯୋଗଦାନ କରିଥିଲେ ।
Answer:
ଲୁସାକା
୧୫। ______________ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ବିଶବ୍ୟାଙ୍କ ଓ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ସଂସ୍କାର ଉପରେ ଗୁରୁତ୍ଵ ଦିଆଯାଇଥଲା ।
Answer:
କାର୍ଟାଜେନା
୧୬ । ଶାର୍ମ ଏଲ୍ ଶେଖ୍ ସମ୍ମିଳନୀ _____________ ଖ୍ରାଷ୍ଠାଦ୍ଧରେ ଅନୁଷ୍ଠିତ ହୋଇଥିଲା ।
Answer:
୨୦୦୯
୧୭ । ମାଲୟେସିଆର ରାଜଧାନୀ କୁଆଲାଲାମ୍ପୁର ସମ୍ମିଳନୀ _____________ ମସିହାରେ ଅନୁଷ୍ଠିତ ହୋଇଥିଲା ।
Answer:
୨୦୦୩
୧୮। ୨୦୦୯ ଜୁଲାଇ ମାସରେ _______________ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା
Answer:
ପଞ୍ଚଦଶ
୧୯। ଦକ୍ଷିଣ ଆଫ୍ରିକାର _____________ ହାରାରେ ସମ୍ମିଳନୀରେ ଆଲୋଚନା କରାଯାଇ ପ୍ରପ୍ତାବ ବୃହାତ୍ ହୋଇଥିଲା ।
Answer:
ବର୍ଣ୍ଣବୈଷମ୍ୟ
୨୦। ଡରବାନ୍ ସମ୍ମିଳନୀରେ ଯୁକ୍ତରାଷ୍ଟ୍ର ଆମେରିକା _______________ ରାଷ୍ଟ୍ରଭାବେ ଯୋଗ ଦେଇଥିଲା ।
Answer:
ପର୍ଯ୍ୟବେକ୍ଷକ
D. ଠିକ୍ ଉକ୍ତି ପାଇଁ (✓) ଓ ଭୁଲ ଉକ୍ତି ପାଇଁ (x) ଲେଖ ।
୧। ଗୋଷ୍ଠୀ ନିରପେକ୍ଷ ନୀତି ପୃଥିବୀରେ ପ୍ରଥମେ ଜବାହାରଲାଲ ନେହେରୁ ଆରମ୍ଭ କରିଥିଲେ ।
Answer:
✓
୨। ଭାରତ ଓ ଚୀନ୍ ମଧ୍ଯରେ ପଞ୍ଚଶୀଳ ନୀତି ୧୯୫୪ରେ ସ୍ବାକ୍ଷରିତ ହୋଇଥିଲା ।
Answer:
✓
୩। ସାମ୍ୟବାଦୀ ବା ପୁଞ୍ଜବାଦୀ ଗୋଷ୍ଠୀ ମଧ୍ୟରୁ କୌଣସ ଗୋଷ୍ଠୀରେ ଯୋଗ ନ ଦେବାକୁ ଗୋଷ୍ଠୀ ସପକ୍ଷତା କୁହାଯାଉଥିଲା ।
Answer:
x
୪। ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନକୁ ଭାରତର ରାଷ୍ଟ୍ରପତି ଜବାହାରଲାଲ ନେହେରୁ ନେତୃତ୍ଵ ଦେଇଥିଲେ ।
Answer:
x
୫। ମାର୍ଶାଲ ଟିଟୋ ଯୁଗୋସ୍ଲୋଭିଆର ପ୍ରଧାନମନ୍ତ୍ରୀ ଥିଲେ ।
Answer:
x
୬। ଇଜିପ୍ଟର ରାଷ୍ଟ୍ରପତି ଅବଦୁଲ ନାସେର ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନକୁ ପରିପୁଷ୍ଟ କରିଥିଲେ ।
Answer:
✓
୭। ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ରମାନଙ୍କୁ ନେଇ ଚତୁର୍ଥ ବିଶ୍ୱ ସୃଷ୍ଟି ହୋଇଥିଲା ।
Answer:
x
୮। ୧୯୬୨ ମସିହାରେ ପ୍ରଥମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
Answer:
x
୯। କାଇରୋ ଇଜିପ୍ଟର ରାଜଧାନୀ ଥିଲା ।
Answer:
✓
୧୦। ନୂଆଦିଲ୍ଲୀଠାରେ ଅଷ୍ଟମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
Answer:
x
E. ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।
F. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭ୍ରମ ସଂଶୋଧନ କର ।
୧। ପଞ୍ଚଶୀଳ ନୀତିର ପ୍ରବକ୍ତା ଥିଲେ ନେଲସନ ମାଣ୍ଡେଲା ।
Answer:
ଜବାହାରଲାଲ ନେହେରୁ
୨। ବାନ୍ଦୁଙ୍ଗ ସହର ଶ୍ରୀଲଙ୍କାରେ ଅବସ୍ଥିତ ।
Answer:
ଇଣ୍ଡୋନେସିଆ
୩। ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ରମାନଙ୍କର କାଇରୋ ସମ୍ମିଳନୀ ୧୯୬୩ ମସିହାରେ ଆହୂତ ହୋଇଥିଲା ।
Answer:
୧୯୬୪
୪। ହାଭାନ ସମ୍ମିଳନୀରେ ଯୁକ୍ତରାଷ୍ଟ୍ର ଆମେରିକା ପର୍ଯ୍ୟବେକ୍ଷକ ରାଷ୍ଟ୍ରଭାବେ ଯୋଗ ଦେଇଥିଲା ।
Answer:
ଡରବାନ୍
୫। ଜାମ୍ବିଆର ରାଜଧାନୀ ଥିଲା କଲମ୍ବୋ ।
Answer:
ଲୁସାକା
୬। ୧୯୮୦ ମସିହାରେ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଲୁସାକାଠାରେ ଅନୁଷ୍ଠିତ ହୋଇଥିଲା ।
Answer:
୧୯୭୦
୭। ୧୯୭୯ ମସିହାରେ ଶ୍ରୀଲଙ୍କା ଠାରେ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ବସିଥିଲା ।
Answer:
ହାଭାନା
୮। ପ୍ରଥମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଏସିଆ ମହାଦେଶରେ ଅନୁଷ୍ଠିତ ହୋଇଥିଲା ।
Answer:
ଇଉରୋପ
୯। କାଇରୋ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ୫୦ଟି ଦେଶର ପ୍ରତିନିଧ୍ଵ ଯୋଗ ଦେଇଥିଲା ।
Answer:
୪୭ଟି
୧୦। ମାର୍ଶାଲ ଟିଟୋ ଯୁଗୋସ୍ଲୋଭିଆର ପ୍ରଧାନମନ୍ତ୍ରୀ ଥିଲେ ।
Answer:
ରାଷ୍ଟ୍ରପତି
G. ଚାରୋଟି ସମ୍ଭାବ୍ୟ ବିକଳ୍ପ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।
1. ପ୍ରପ୍ତମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ କେବେ ଅନୁଷ୍ଠିତ ହୋଇଥିଲା ହୋଇଥିଲା ?
(A) ୧୯୬୧
(B) ୧୯୮୩
(C) ୧୯୭୦
(D) ୧୯୯୦
Answer:
(B) ୧୯୮୩
2. ପ୍ରଥମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ କେଉଁଠାରେ ଅନୁଷ୍ଠିତ ହୋଇଥିଲା ?
(A) ନୂଆଦିଲ୍ଲୀ
(B) ବେଲ୍ଗ୍ରେଡ୍
(C) କାଇରୋ
(D) କଲମ୍ବୋ
Answer:
(B) ବେଲ୍ଗ୍ରେଡ୍
3. ଚତୁର୍ଥ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ କେଉଁଠାରେ ଅନୁଷ୍ଠିତ ହୋଇଥିଲା ?
(A) ହାଭାନା
(B) ଆଲ୍ୟର୍ସ
(C) କଲମ୍ବୋ
(D) ଲୁସାକା
Answer:
(B) ଆଲ୍ୟର୍ସ
4. ଶାମ ଏଲ୍ ଶେଖ୍ ସମ୍ମିଳନୀ କେତେ ଖ୍ରୀଷ୍ଟାବ୍ଦରେ ଅନୁଷ୍ଠିତ ହୋଇଥିଲା ?
(A) ୨୦୦୬
(B) ୨୦୦୯
(C) ୨୦୦୩
(D) ୨୦୧୦
Answer:
(B) ୨୦୦୯
5. ଯୁକ୍ତରାଷ୍ଟ୍ର ଆମେରିକା କେଉଁ ସମ୍ମିଳନୀରେ ପର୍ଯ୍ୟବେକ୍ଷକ ରାଷ୍ଟ୍ର ଭାବରେ ଯୋଗ ଦେଇଥିଲା ?
(A) ଡରବାନ୍
(C) ବେଲ୍ଟ୍ରେଡ଼
(B) ଜାକର୍ତ୍ତା
(D) କାର୍ଟାଜେନା
Answer:
(A) ଡରବାନ୍
6. ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷମ୍ୟ ନୀତିର ସମ୍ପୂର୍ଣ୍ଣ ବିଲୋପ ପାଇଁ କେଉଁ ସମ୍ମିଳନୀରେ ପ୍ରସ୍ତାବ ଗୃହୀତ ହୋଇଥିଲା ?
(A) ଡରବାନ୍
(B) ଜାକର୍ତ୍ତା
(C) ହାରାରେ
(D) କାର୍ଟାଜେନା
Answer:
(C) ହାରାରେ
7. ନିମ୍ନୋକ୍ତ କେଉଁଟି କ୍ୟୁବାର ରାଜଧାନୀ ଅଟେ ?
(A) ହାଭାନା
(B) କାଇରୋ
(C) କଲମ୍ବୋ
(D) ନୂଆଦିଲ୍ଲୀ
Answer:
(A) ହାଭାନା
8. ଲୁସାକା ସମ୍ମିଳନୀରେ କେତୋଟି ରାଷ୍ଟ୍ର ଯୋଗଦାନ କରିଥିଲେ ?
(A) ୫୫
(B) ୫୪
(C) ୫୮
(D) ୫୭
Answer:
(B) ୫୪
9. କେଉଁ ଯୁଦ୍ଧ ପରେ ଏସିଆ ଓ ଆଫ୍ରିକା ମହାଦେଶର ବହୁ ରାଷ୍ଟ୍ର ଉପନିବେଶବାଦ ତଥା ସାମ୍ରାଜ୍ୟବାଦ ବିରୋଧରେ ଆନ୍ଦୋଳନ କରି ସ୍ଵାଧୀନତା ହାସଲ କରିଥିଲେ ?
(A) ପ୍ରଥମ ବିଶ୍ଵଯୁଦ୍ଧ
(B) ବଲକାନ୍ ଯୁଦ୍ଧ
(C) ଦ୍ଵିତୀୟ ବିଶ୍ଵଯୁଦ୍ଧ
(D) ଚୀନ୍-ଭିଏତ୍ନାମ ଯୁଦ୍ଧ
Answer:
(C) ଦ୍ଵିତୀୟ ବିଶ୍ଵଯୁଦ୍ଧ
10. ୧୯୫୫ ମସିହା ଏପ୍ରିଲ ମାସରେ କେଉଁଠାରେ ଅନୁଷ୍ଠିତ ଆଫ୍ରୋ-ଏସୀୟ ରାଷ୍ଟ୍ରମାନଙ୍କର ଏକ ସମ୍ମିଳନୀରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ରୂପରେଖ ପ୍ରସ୍ତୁତ କରାଯାଇଥିଲା ?
(A) ହାଭାନା
(B) ବାନ୍ଦୁଙ୍ଗ୍
(C) କାଇରୋ
(D) ଲସାକା
Answer:
(B) ବାନ୍ଦୁଙ୍ଗ୍
11. କେବେ ଭାରତ ଓ ଚୀନ୍ ମଧ୍ଯରେ ପଞ୍ଚଶୀଳ ନୀତି ସମ୍ପାଦିତ ହୋଇଥିଲେ ?
(A) ୧୯୪୮
(B) ୧୯୫୨
(C) ୧୯୫୪
(D) ୧୯୫୫
Answer:
(C) ୧୯୫୪
12. ମାର୍ଶାଲ ଟିଟୋ କେଉଁ ଦେଶର ରାଷ୍ଟ୍ରପତି ଥିଲେ ଏବଂ ଗୋଷ୍ଠୀନିରପେକ୍ଷ ଆନ୍ଦୋଳନରେ ଯୋଗଦାନ କରିଥିଲେ ?
(A) ଭାରତ
(B) ଇଣ୍ଡୋନେସିଆ
(C) ଯୁଗୋସ୍ଲୋଭିଆ
(D) କ୍ୟୁବା
Answer:
(C) ଯୁଗୋସ୍ଲୋଭିଆ
13. ଇଜିପ୍ଟର କେଉଁ ରାଷ୍ଟ୍ରପତି ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନରେ ସାମିଲ ହୋଇଥିଲେ ?
(A) ପଣ୍ଡିତ ନେହେରୁ
(B) ରେବା ଖାଁ
(C) ମାର୍ଶାଲ ଟିଟୋ
(D) ଅବ୍ଦୁଲ୍.ନାସେର୍
Answer:
(D) ଅବ୍ଦୁଲ୍.ନାସେର୍
14. ବେଲ୍ ଗ୍ରେଡ଼ ସମ୍ମିଳନୀରେ କେତୋଟି ଏସୀୟ ଓ ଆଫ୍ରିକୀୟ ରାଷ୍ଟ୍ର ଯୋଗ ଦେଇଥିଲେ ?
(A) ୧୫
(B) ୧୮
(C) ୨୨
(D) ୨୫
Answer:
(D) ୨୫
15. ବେଲ୍ ଗ୍ରେଡ଼ଠାରେ ଅନୁଷ୍ଠିତ ଗୋଷ୍ଠୀନି ର ପେକ୍ଷ ରାଷ୍ଟ୍ରମାନଙ୍କର ପ୍ରଥମ ସମ୍ମିଳନୀରେ କେଉଁ ଏକମାତ୍ର ଇଉରୋପୀୟ ରାଷ୍ଟ୍ର ଯୋଗ ଦେଇଥିଲା ?
(A) ଯୁଗୋସ୍ଲୋଭିଆ
(B) ସ୍ବିଡ଼େନ
(C) ଆଲ୍ଜରିଆ
(D) କ୍ୟୁବା
Answer:
(A) ଯୁଗୋସ୍ଲୋଭିଆ
16. କେଉଁ ସମ୍ମିଳନୀ ଗୋଷ୍ଠୀନିରପେକ୍ଷ ଆନ୍ଦୋଳନ ପ୍ରତି ବିଶ୍ବବାସୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲା ?
(A) ଆଲ୍ପିଜିୟର୍ସ
(B) ବେଲ୍ଟ୍ରେଡ଼
(C) ନୂଆଦିଲ୍ଲୀ
(D) ହାରାରେ
Answer:
(B) ବେଲ୍ଟ୍ରେଡ଼
17. କାଇରୋ ସମ୍ମିଳନୀରେ କେତୋଟି ଦେଶର ପ୍ରତିନିଧ୍ ଯୋଗ ଦେଇଥିଲେ ?
(A) ୩୮ଟି
(B) ୪୦ଟି
(C) ୪୪ଟି
(D) ୪୭ଟି
Answer:
(D) ୪୭ଟି
18. ୧୯୬୪ ମସିହାରେ ଅନୁଷ୍ଠିତ କେଉଁ ସମ୍ମିଲନୀରେ ସାମ୍ରାଜ୍ୟବାଦ ଓ ଉପନିବେଶବାଦ ବିରୋଧରେ ଦୃଢ଼ ସ୍ଵର ଉତ୍ତୋଳନ କରାଯାଇଥିଲା ?
(A) ହାଭାନା
(B) ବେଲ୍ଟ୍ରେଡ଼
(C) ଆଲଜିୟର୍ସ
(D) କାଇରୋ
Answer:
(D) କାଇରୋ
19, ଗୋଷ୍ଠୀ ନିରପେକ୍ଷ ଅନ୍ଦୋଳନର ପରବର୍ତ୍ତୀ ସମ୍ମିଳନୀ ୧୯୭୩ ମସିହା ସେପ୍ଟେମ୍ବର ମାସରେ କେଉଁଠରେ ଅନୁଷ୍ଠିତ ହୋଇଥିଲା ?
(A) ହାରାରେ
(B) କାର୍ଟାଜେନା
(C) ଜାକର୍ତ୍ତା
(D) ଆଲଜିୟର୍ସ
Answer:
(D) ଆଲଜିୟର୍ସ
20. ଅଜିୟର୍ସ ସମ୍ମିଳନୀରେ କେତୋଟି ରାଷ୍ଟ୍ରର ପ୍ରତିନିଧ୍ ଯୋଗଦାନ କରି ବିଭିନ୍ନ ଆନ୍ତର୍ଜାତିକ ସମସ୍ୟା ଉପରେ ଆଲୋଚନା କରିଥିଲେ ଏବଂ ଅର୍ଥନୈତିକ ଶୋଷଣକୁ ବିରୋଧ କରିଥିଲେ ?
(A) ୭୦ଟି
(B) ୭୧ଟି
(C) ୭୬ଟି
(D) ୭୭ଟି
Answer:
(C) ୭୬ଟି
21. ୧୯୭୬ ମସିହା ଅଗଷ୍ଟ ମାସରେ ୮୬ଟି ଦେଶର ପ୍ରତିନିଧିଙ୍କୁ ନେଇ କେଉଁଠାରେ ପଞ୍ଚମ ଗୋଷ୍ଠୀ ନିରପେକ୍ଷ ସମ୍ମିଲନୀ ବସିଥିଲା ?
(A) କଲମ୍ବୋ
(B) ଆଲ୍ୟର୍ସ
(C) ନୂଆଦିଲ୍ଲୀ
(D) ଜାକର୍ତ୍ତା
Answer:
(A) କଲମ୍ବୋ
22. କ୍ୟୁବାର ରାଜଧାନୀ ହାଭାନାଠାରେ ୧୯୭୯ ମସିହା ସେପ୍ଟେମ୍ବର ମାସରେ ଆହୂତ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ କେତୋଟି ରାଷ୍ଟ୍ରର ପ୍ରତିନିଧ୍ ଅଶଗ୍ରହଶ କରିଥିଲେ ?
(A) ୮୦ଟି
(B) ୮୧ଟି
(C) ୯୧ଟି
(D) ୯୪ଟି
Answer:
(D) ୯୪ଟି
23. କେଉଁ ସମ୍ମିଳନୀରେ ଭାରତ ମହାସାଗରକୁ ଶାନ୍ତି ଅଞ୍ଚଳରୂପେ ରଖୁବା ଉପରେ ଗୁରୁତ୍ବ ଆରୋପ କରାଯାଇଥିଲା ?
(A) ଲୁସାକା
(B) କାର୍ଟାଜେନା
(C) ଜାକର୍ତ୍ତା
(D) ହାଭାନା
Answer:
(D) ହାଭାନା
24. ୧୯୮୩ ମସିହା ମାର୍ଚ୍ଚ ମାସରେ ନୂଆଦିଲ୍ଲୀଠାରେ କେତୋଟି ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ର ଏକ ଶିଖର ବୈଠକରେ ମିଳିତ ହୋଇଥିଲେ ?
(A) ୮୯ଟି
(B) ୯୨ଟି
(C) ୯୪ଟି
(D) ୯୯ଟି
Answer:
(D) ୯୯ଟି