Odisha State Board BSE Odisha 9th Class History Important Questions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ Important Questions and Answers.
BSE Odisha Class 9 History Important Questions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ
Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧। ସୋଭିଏତ୍ ସଂଘର ବିଖଣ୍ଡୀକରଣ ପାଇଁ କେଉଁ କେଉଁ କାରଣଗୁଡ଼ିକ ଦାୟୀ ଆଲୋଚନା କର ।
Answer:
ନିମ୍ନଲିଖ କାରଣଗୁଡ଼ିକ ସୋଭିଏତ୍ ସଂଘର ବିଖଣ୍ଡୀକରଣ ପାଇଁ ଦାୟୀ ଅଟେ ।
- ସୋଭିଏତ୍ ସଂଘ ଏବଂ ସାମ୍ୟବାଦୀ ଚୀନ୍ ମଧ୍ୟରେ ତୀବ୍ର ମତଭେଦ ଘଟି ବିଶ୍ୱରେ ସୋଭିଏତ୍ ସଂଘର ପ୍ରାଧାନ୍ୟ କ୍ଷୁଣ୍ଣ ହୋଇଥିଲା ।
- ଅଶୀ ଦଶକର ଆରମ୍ଭରୁ ମୁଦ୍ରାସ୍ପତି, ଆବଶ୍ୟକ ସାମଗ୍ରୀର ଅଭାବ, କୃଷି ଉତ୍ପାଦ ହ୍ରାସ ଏବଂ କଳାବଜାରର ପ୍ରଭାବରୁ ଦେଶର ଅର୍ଥନୀତି ସମ୍ପୂର୍ଣ୍ଣ ଦୁର୍ବଳ ହୋଇପଡ଼ିଲା । ଯୁକ୍ତ ରାଷ୍ଟ୍ର ଆମେରି କାର ରାଷ୍ଟ୍ର ପତି ରୋନାଲ୍ଡ ରିଗାନ୍ଙ୍କଦ୍ୱାରା ଘୋଷିତ ତାରକା ଯୁଦ୍ଧ ଯୋଜନା ସୋଭିଏତ୍ ସଂଘର ଦୁର୍ବଳ ଅର୍ଥନୀତି ଉପରେ ଅତ୍ୟଧ୍ଵ ସାମରିକ ଖର୍ଚ୍ଚର ବୋଝ ଲଦି ଦେଇଥିଲା ।
- ୧୯୮୬ ମସିହାରେ ଗୋର୍ବାଚେର୍ଙ୍କଦ୍ଵାରା ଘୋଷିତ ଗ୍ଲାସ୍ସ୍ତ ନୀତିଦ୍ୱାରା ୱାରସ୍ ଚୁକ୍ତି ଅନ୍ତର୍ଭୁକ୍ତ ରାଷ୍ଟ୍ର ସମୂହର ଆଭ୍ୟନ୍ତରୀଣ ବ୍ୟାପାରରେ ସୋଭିଏତ୍ ସଂଘର ହସ୍ତକ୍ଷେପ ବନ୍ଦ କରି ନିୟନ୍ତ୍ରଣ କୋହଳ କରି ଦିଆଯିବାରୁ ସେସବୁ ରାଷ୍ଟ୍ର ଗୁଡ଼ିକରେ ସାମ୍ୟବାଦୀ ସରକାରର ପତନ ଘଟିଲା ।
- ଗୋର୍ବାଚେଲ୍ଙ୍କ ଘୋଷିତ ପେରିସ୍ପାଇକା ଓ ଉସ୍କୋରେନୟ ନୀତିଦ୍ଵାରା ଲାଭ ହେଉନଥ୍ବା ଉଦେଗଗୁଡ଼ିକୁ ବଞ୍ଚ।ଈବାକୁ ଯାଇ ସରକାରୀ ଖର୍ଚ୍ଚ ବଢ଼ି ଚାଲିଲା । ସୋଭିଏତ୍ ସଂଘ ଅନ୍ତର୍ଭୁକ୍ତ ରାଷ୍ଟ୍ରଗୁଡ଼ିକ ସଂଘୀୟ ସରକାରକୁ ରାଜସ୍ୱ ଦେବାକୁ ମନା କରିଦେବାରୁ ଏହାର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇଗଲା ।
- କ୍ରମେ ସୋଭି ଏତ୍ ସଂଘର ଅନ୍ତର୍ଭୁକ୍ତ ରାଷ୍ଟ୍ରଗୁଡ଼ିକରେ ସାମାଜିକ ଓ ସାଂସ୍କୃତିକ ବିଭେଦ ତୀବ୍ରତର ହେଲା । ସେହି ରାଷ୍ଟ୍ରଗୁଡ଼ିକ ବହୁ ଦଳୀୟ ବ୍ୟବସ୍ଥା ପ୍ରବର୍ତ୍ତନ କରି ସମାଜବାଦୀ ଓ ଗଣତାନ୍ତ୍ରିକ ଦଳ ଗଠନ କଲେ ଏବଂ ସ୍ଵାଧୀନତା ଘୋଷଣା କଲେ । ଫଳରେ ସୋଭିଏତ୍ ସଂଘର କେନ୍ଦ୍ରୀୟ କ୍ଷମତା ଦୁର୍ବଳ ହୋଇଗଲା ।
- କ୍ଷମତା ଦଖଲ ପାଇଁ ସାମ୍ୟବାଦୀଙ୍କ ସମସ୍ତ ଚେଷ୍ଟା ବିଫଳ ହେଲା । ୧୯୯୧ ମସିହା ଡିସେମ୍ବର ୨୫ ତାରିଖରେ ଗୋର୍ବାଚେଭ୍ ସୋଭିଏତ୍ ସଂଘର ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଓ ତା’ ପରଦିନ ସୋଭିଏତ୍ ସଂଘର ଅସ୍ତିତ୍ବ ଲୋପ ପାଇଲା ।
କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
୧। କେବେ ସୋଭିଏତ୍ ରୁଷ୍ ପୃଥିବୀର ଅନ୍ୟତମ ବୃହତ୍ ଶକ୍ତି ରୂପେ ଆତ୍ମପ୍ରକାଶ କରିଥିଲା ? କାହାର ନେତୃତ୍ବରେ ଆନ୍ତର୍ଜାତିକ କ୍ଷେତ୍ରରେ ସୋଭିଏତ୍ ରୁପ୍ର ପ୍ରଭାବ ଓ ପ୍ରତିପତ୍ତି ବୃଦ୍ଧି ପାଇଥିଲା ?
Answer:
- ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ସୋଭିଏତ୍ ରୁଷ୍ ପୃଥିବୀର ଅନ୍ୟତମ ବୃହତ୍ ଶକ୍ତିରୂପେ ଆତ୍ମପ୍ରକାଶ କରିଥିଲା ।
- ଯୋସେଫ୍ ଷ୍ଟାଲିନ୍ଙ୍କ ବଳିଷ୍ଠ ନେତୃତ୍ଵରେ ଆନ୍ତର୍ଜାତିକ କ୍ଷେତ୍ରରେ ରୁଷ୍ ପ୍ରଭାବ ଓ କ୍ଷମତା ବୃଦ୍ଧି ପାଇଲା ।
୨। କିଏ, କେବେ ଓ କେଉଁ ପରିସ୍ଥିତିରେ ଗ୍ଳାସ୍ନସ୍ତ ଓ ପେରିସ୍ତ୍ରୋଇକା ନୀତି ଘୋଷଣା କରିଥିଲେ ?
Answer:
ସୋଭିଏତ୍ ରୁଷ ରାଷ୍ଟ୍ରପତି ମିଖାଇଲ୍ ଗୋର୍ବାଚେଭ୍ ୧୮୮୬ ମସିହାରେ ରୁଷିଆର ବିପର୍ଯ୍ୟସ୍ତ ରାଜନୈତିକ ଓ ଆର୍ଥନୀତିକ ଅବସ୍ଥାକୁ ସୁଧାରିବାପାଇଁ ଗ୍ଲାସ୍ନସ୍ତ ଓ ପେରିସ୍ତ୍ରୋଇକା ନୀତି ଘୋଷଣା କରିଥିଲେ ।
୩ । ଜାର୍ ଶାସନର ପତନ କିପରି ଘଟିଥିଲା ?
Answer:
୧୯୧୭ ମସିହାରେ ରୁଷ୍ ଦେଶରେ ଏକଚ୍ଛତ୍ରବାଦୀ ଓ ଅତ୍ୟାଚାରୀ ଜାର୍ ଶାସନ ବିରୋଧରେ ବୋଲ୍ସେଭିକ୍ ଆନ୍ଦୋଳନ ସଂଘଟିତ ହେବାଦ୍ୱାରା ଜାର୍ ଶାସନର ପତନ ଘଟିଥିଲା ।
୪। ୧୯୪୯ ମସିହା ବେଳକୁ ସୋଭିଏତ୍ ସଂଘ କେଉଁ କେଉଁ ଦେଶମାନଙ୍କରେ ସାମ୍ୟବାଦୀ ଶାସନ ପ୍ରତିଷ୍ଠା କରିଥିଲା ?
Answer:
୧୯୪୯ ମସିହା ବେଳକୁ ସୋଭିଏତ୍ ସଂଘ ପୂର୍ବ ଇଉରୋପୀୟ ଦେଶ ଯଥା ପୋଲାଣ୍ଡ, ହଙ୍ଗେରୀ, ଚେକୋସ୍ଲୋଭାକିଆ, ରୁମାନିଆ, ବୁଲ୍ଗେରିଆ, ଆଲବାନିଆ, ପୂର୍ବ-ଜର୍ମାନୀ ପ୍ରଭୃତିରେ ସାମ୍ୟବାଦୀ, ଶାସନ ପ୍ରତିଷ୍ଠା କରିଥିଲା ।
Objective Type Questions With Answers
A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
୧। କେବେ ଲେନିନ୍ଙ୍କ ନେତୃତ୍ୱରେ ୧୫ଟି ରାଜ୍ୟର ସମାହାରରେ ସାମ୍ୟବାଦୀ ସୋଭିଏତ୍ ସଂଘ ଆତ୍ମପ୍ରକାଶ କରିଥିଲା ?
Answer:
୧୯୨୩ ମସିହାରେ ଲେନିନ୍ଙ୍କ ନେତୃତ୍ବରେ ୧୫ଟି ରାଜ୍ୟର ସମାହାରରେ ସାମ୍ୟବାଦୀ ସୋଭିଏତ୍ ସଂଘ ଆତ୍ମପ୍ରକାଶ କରିଥିଲା ।
୨ । ରୁଷ୍ଠର ଶେଷ ଜାର୍ ଦ୍ବିତୀୟ ନିକୋଲାସ୍ କେଉଁ ବିପ୍ଳବଦ୍ଵାରା ଗାଦିଚ୍ୟୁତ ହୋଇଥିଲେ ?
Answer:
ରୁଷ୍ ଶେଷ ଜାର୍ ଦ୍ବିତୀୟ ନିକୋଲାସ୍ ୧୯୧୭ ମସିହା ଫେବୃୟାରୀ ବିପ୍ଳବଦ୍ଵାରା ଗାଦିଚ୍ୟୁତ ହୋଇଥିଲେ ।
୩ । ରୁଷ୍ଠ ସମ୍ରାଟମାନେ କେଉଁ ମସିହାରୁ ଜାର୍ ଉପାଧ୍ ଧାରଣ କରୁଥିଲେ ?
Answer:
ରୁପ୍ର ସମ୍ରାଟମାନେ ୧୫୪୭ ମସିହାରୁ ଜାର୍ ଉପାଧ୍ ଧାରଣ କରିଥିଲେ ।
୪ । କେଉଁ ସମୟ ପର୍ଯ୍ୟନ୍ତ ଷ୍ଟାଲିନ୍ ସୋଭିଏତ୍ ସଂଘର ଶାସନ ଦୃଢ଼ ହସ୍ତରେ ପରିଚାଳନା କରିଥିଲେ ?
Answer:
୧୯୫୩ ମସିହା ପର୍ଯ୍ୟନ୍ତ ଷ୍ଟାଲିନ୍ ସୋଭିଏତ୍ ସଂଘର ଶାସନ ଦୃଢ଼ ହସ୍ତରେ ପରିଚାଳନା କରିଥିଲେ ।
୫। ଷ୍ଟାଲିନ୍ଙ୍କ ମୃତ୍ୟୁ ପରେ ସୋଭିଏତ୍ ସଂଘର ପ୍ରଧାନମନ୍ତ୍ରୀ କିଏ ହୋଇଥିଲେ ?
Answer:
ଷ୍ଟାଲିନ୍ଙ୍କ ମୃତ୍ୟୁ ପରେ ନିକିତା କୃଶ୍ଚେଭ୍ ସୋଭିଏତ୍ ସଂଘର ପ୍ରଧାନମନ୍ତ୍ରୀ ହୋଇଥିଲେ।
୬। ଷ୍ଟାର୍ଲିନ୍ଙ୍କର ବଳିଷ୍ଠ ନେତୃତ୍ବର କି’ ପ୍ରଭାବ ସୋଭିଏତ୍ ସଂଘ ଉପରେ ପଡ଼ିଥିଲା ?
Answer:
ଷ୍ଟାର୍ଲିନ୍ଙ୍କର ବଳିଷ୍ଠ ନେତୃତ୍ବ ସୋଭିଏତ୍ ସଂଘର ଚତୁଃପାର୍ଶ୍ବରେ ସାମ୍ୟବାଦର ଲୌହ ପରଦାକୁ ସୁଦୃଢ଼ କରିବା ସଙ୍ଗେ ସଙ୍ଗେ ଆନ୍ତର୍ଜାତିକ କ୍ଷେତ୍ରରେ ଏହାର ପ୍ରତିପତ୍ତିକୁ ବୃଦ୍ଧି କରିଥିଲା ।
୭ । ସାମ୍ୟବାଦୀ ଲୌହ ପରଦା ନୀତି ଯୋଗୁଁ ସୋଭିଏତ୍ ସଂଘ କିପରି କ୍ଷତିଗ୍ରସ୍ତ ହେଲା ?
Answer:
ସାମ୍ୟବାଦୀ ଲୌହ ପରଦା ନୀତି ଯୋଗୁଁ ବିଶ୍ବସ୍ତରୀୟ ସୂଚନା ଓ ପ୍ରଯୁକ୍ତିବିଦ୍ୟାର ଶିଳ୍ପାୟନ ସୁଫଳରୁ ସୋଭିଏତ ସଂଘ ବଞ୍ଚିତ ହୋଇ ଅନଗ୍ରସରତାର ଶିକାର ହୋଇଥିଲା ।
୮ । ଗୋର୍ବାଚେଭ୍ କେବେ ସୋଭିଏତ୍ ସଂଘର ପ୍ରଥମ କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ରୂପେ ନିର୍ବାଚିତ ହେଲେ ?
Answer:
୧୯୯୦ ମସିହା ମାର୍ଚ୍ଚ ମାସ ୧୫ ତାରିଖରେ ଗୋର୍ବାଚେଭ୍ ସୋଭିଏତ୍ ସଂଘର ପ୍ରଥମ ରାଷ୍ଟ୍ରପତି ରୂପେ ନିର୍ବାଚିତ ହେଲେ ।
୯ । ବୋରିସ୍ ୟେଲସିନ୍ କିଏ ?
Answer:
ବୋରିସ୍ ୟେଲସିନ୍ ରୁଷ୍ ସାଧାରଣତନ୍ତ୍ରର ରାଷ୍ଟ୍ରପତି ଥିଲେ ।
୧୦ । କେବେ ସୋଭିଏତ୍ ସଂଘର ଅସ୍ତିତ୍ବ ଲୋପ
Answer:
୧୯୯୧ ମସିହା ଡିସେମ୍ବର ୨୬ ତାରିଖରେ ସୋଭିଏତ୍ ସଂଘର ଅସ୍ତିତ୍ଵ ଲୋପ ପାଇଲା ।
B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।
୧ । ସୋଭିଏତ୍ ରୁମ୍ରେ କେବେ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ ହୋଇଥିଲା ?
Answer:
୧୯୨୮ ମସିହା
୨ । ଲେନିନ୍ଙ୍କ ନେତୃତ୍ୱରେ କେତୋଟି ରାଜ୍ୟର ସମାହାରରେ ସୋଭିଏତ୍ ସଂଘ ଗଠିତ ହୋଇଥିଲା ?
Answer:
୧୫
୩। ସୋଭିଏତ୍ ରୁଷ୍ କେଉଁ ପ୍ରଧାନମନ୍ତ୍ରୀଙ୍କ ସମୟରେ ସୋଭିଏତ୍ ରୁଷ ପ୍ରାଧାନ୍ୟ କ୍ଷୁଣ୍ଣ ହୋଇଥିଲା ?
Answer:
ନିକିତ କୃଶ୍ଚେଭ୍
୪। କେଉଁ ଘଟଣା ଯୋଗୁଁ ସୋଭିଏତ୍ ସଂଘର ବିପର୍ଯ୍ୟସ୍ତ କେଉଁ ମନୋଭାବ ଯୋଗୁଁ ସେ ସାମ୍ୟବାଦୀଙ୍କଦ୍ଵାରା ହୋଇଥିଲା ?
Answer:
ଚେର୍ଣ୍ଣୋବିଲ୍ ଆଣବିକ ଦୁର୍ଘଟଣା
୫ । ସୋଭିଏତ୍ ସଂଘରେ ଅର୍ଥନୈତିକ ସଂସ୍କାର କେବେଠାରୁ ଆରମ୍ଭ ହୋଇଥିଲା ?
Answer:
୧୯୨୧
୬ । ସୋଭିଏତ୍ ରୁଷ୍ ପ୍ରଧାନମନ୍ତ୍ରୀ ନିକିତା କୃଶ୍ଚେର୍ଙ୍କର କେଉଁ ମନୋଭାବ ଯୋଗୁଁ ସେ ସାମ୍ୟବାଦୀଙ୍କଦ୍ଵାରା ନିନ୍ଦିତ ହେଲେ ?
Answer:
ଉଦାରବାଦୀ ମନୋଭାବ
୭। ଯୁକ୍ତରାଷ୍ଟ୍ର ଆମେରିକାର ତାରକା ଯୁଦ୍ଧ ଯୋଜନା ସୋଭିଏତ୍ ସଂଘ ଉପରେ କି ପ୍ରଭାବ ପକାଇଥୁଲା ?
Answer:
ସୋଭିଏତ୍ ସଂଘ ଉପରେ ଅତ୍ୟକ ସାମରିକ ଖର୍ଚ୍ଚର ବୋଝ ଲଦି ଦେଇଥୁଲା
୮। ୧୯୯୦ ମସିହାରେ କିଏ ସୋଭିଏତ୍ ସଂଘର ପ୍ରଥମ କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ରୂପେ ନିର୍ବାଚିତ ହୋଇଥିଲେ ?
Answer:
ମିଖାଇଲ୍ ଗୋର୍ବାଚେଭ୍
୯। କେଉଁ ମସିହା ସୁଦ୍ଧା ସୋଭିଏତ୍ ରୁଷର ସରକାର ଦେଶର ଅର୍ଥନୀତି ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହରାଇଥିଲେ ?
Answer:
୧୯୯୦
୧୦ । ଜର୍ଜିଆ କେବେ ସୋଭିଏତ୍ ରୁଷ୍ ର ସ୍ଵାଧୀନ ରାଜ୍ୟମାନଙ୍କର ରାଜ୍ୟ ଗୋଷ୍ଠୀ ସହିତ ମିଶିଥିଲା ?
Answer:
୧୯୯୩
୧୧ । ଆମେରିକାର ତାରକା ଯୁଦ୍ଧ କେଉଁ ଦେଶର ଅର୍ଥନୀତି ଉପରେ ଅଧିକ ଚାପ ପକାଇଥିଲା ?
Answer:
ରୁ ଷ୍
୧୨ । ୧୯୮୬ ମସିହାରେ ସୋଭିଏତ୍ ରୁମ୍ରେ କେଉଁ ଦୁର୍ଘଟଣା ଘଟିଥିଲା ?
Answer:
ଚେର୍ଣ୍ଣୋବିଲ୍ ଆଣବିକ ଦୁର୍ଘଟଣା
୧୩ । ‘ମିଖାଇଲ୍ ଗୋର୍ବାଚେଭ୍’ କେବେ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ ?
Answer:
୧୯୮୫
୧୪ । ସୋଭିଏତ୍ ସଂଘ ଅନ୍ତର୍ଭୁକ୍ତ ରାଷ୍ଟ୍ରମାନେ ସଂଘୀୟ ସରକାରଙ୍କୁ କ’ଣ ଦେବାକୁ ମନା କରିଥିଲେ ?
Answer:
ରାଜସ୍ଵ
୧୫ । ସୋଭିଏତ୍ ରୁଷର ‘ପେରିସ୍ତ୍ରୋଇକା’ର ଅର୍ଥ କ’ଣ ?
Answer:
ଆର୍ଥନୀତିକ ପୁନର୍ବିନ୍ୟାସ
୧୬ । ସୋଭିଏତ୍ ରୁଷ୍ ‘ଉସ୍କୋରେନିୟେ’ର ଅର୍ଥ କ’ଣ ?
Answer:
ଦ୍ରୁତ ଆର୍ଥନୀତିକ ବିକାଶ
୧୭ । ରୁଷିଆରେ ନୂତନ ଆର୍ଥିକ ନୀତି କେବେ ଘୋଷଣା କରାଯାଇଥିଲା ?
Answer:
୧୯୮୬
୧୮। କେଉଁ ନୀତିଦ୍ୱାରା ସୋଭିଏତ୍ ସଂଘରେ ସ୍ଵାଧୀନତା ଅଧିକାର ସମ୍ଭବ ହୋଇଥିଲା ?
Answer:
ଗ୍ଳାସନସ୍ତ
୧୯ । ସହସ୍ରାଧୂକ ରାଜନୈତିକ ବନ୍ଦୀ ଏବଂ ବିରୋଧୀମାନଙ୍କୁ ରୁଷରେ କେବେ କାରମୁକ୍ତ କରାଯାଇଥିଲା ?
Answer:
୧୯୮୬ ମସିହା
୨୦ । ୧୯୮୭ ମସିହା ଜାନୁଆରୀ ମାସରେ ଗୋର୍ବାଚେଭ୍ ରୁଷରେ କେଉଁ ପ୍ରକ୍ରିୟା ଆରମ୍ଭ କରିଥିଲେ ?
Answer:
ଗଣତାନ୍ତ୍ରିକ ପ୍ରକ୍ରିୟା
C. ଶୂନ୍ୟସ୍ଥାନ ପୂରଣ କର ।
୧। ୧୯୨୮ ମସିହାରେ ରୁଷ୍ଠରେ ପଞ୍ଚବାର୍ଷିକ _______ ଯୋଜନା ପ୍ରବର୍ତ୍ତନ କରିଥିଲେ ।
Answer:
ଯୋସେଫ୍ ଷ୍ଟାଲିନ୍
୨ । __________ ମସିହା ପର୍ଯ୍ୟନ୍ତ ଷ୍ଟାଲିନ୍ ସୋଭିଏତ୍ ସଂଘର ଶାସନକୁ ଦୃଢ଼ ହସ୍ତରେ ପରିଚାଳନା କରିଥିଲେ ।
Answer:
୧୯୫୩
୩ । ୧୫୪୭ ମସିହାରେ ୧୭ ବର୍ଷ ବୟସରେ ରୁଷର ପ୍ରଥମ ଜାର୍ _______ ହୋଇଥିଲେ ।
Answer:
ଚତୁର୍ଥ ଇଭାନ୍
୪। ରୁଷର ଶେଷ ଜାର୍ _______ ଥିଲେ ।
Answer:
ଦ୍ଵିତୀୟ ନିକେଲାସ୍
୫। ଷ୍ଟାଲିନ୍ଙ୍କ ମୃତ୍ୟୁପରେ _________ ସୋଭିଏତ୍ ସଂଘର ପ୍ରଧାନମନ୍ତ୍ରୀ ହୋଇଥିଲେ ।
Answer:
ନିକିତା କୃଶ୍ଚେଭ୍
୬। ରୁଷ୍ ରାଷ୍ଟ୍ରପତି ମାନଙ୍କ ମଧ୍ୟରୁ ________ ଜଣେ ଉଦାରବାଦୀ ନେତା ଥିଲେ ।
Answer:
ନିକିତା କୃଶ୍ଚେଭ୍
୭। ‘ତାରକା ଯୁଦ୍ଧ’ ଆମେରିକାର ରାଷ୍ଟ୍ରପତି ________ ଘୋଷଣା କରିଥିଲେ ।
Answer:
ରୋନାଲଡ଼ ରିଗାନ୍
୮। __________ ମସିହାରେ ଯୋସେଫ୍ ଷ୍ଟାଲିନ୍ଙ୍କଦ୍ୱାରା ରୁପ୍ରେ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ କରାଯାଇଥିଲା ।
Answer:
୧୯୨୮
୯। ଚେର୍ଣ୍ଣୋବିଲ୍ ଆଣବିକ ଶକ୍ତି କେନ୍ଦ୍ରରେ ଦୁର୍ଘଟଣା _________ ମସିହାରେ ଘଟିଥିଲା ।
Answer:
୧୯୮୬
୧୦ । ‘କୃଶ୍ଚେଭ୍’ _________ ମସିହାରେ କ୍ଷମତାରୁ ଅପସରି ଯାଇଥିଲେ ।
Answer:
୧୯୬୪
୧୧। _________ ମସିହାରେ ରୁଷ୍ଠରେ ଜାର୍ ଶାସନର ପତନ ଘଟିଥିଲା ।
Answer:
୧୯୧୭
୧୨ । ଲେନିନ୍ଙ୍କ ନେତୃତ୍ୱରେ ________ ଟି ରାଜ୍ୟର ସମାହାରରେ ସାମ୍ୟବାଦୀ ସୋଭିଏତ୍ ସଂଘ ଆତ୍ମପ୍ରକାଶ କରିଥିଲା ।
Answer:
୧୫
୧୩ । ୧୯୨୮ ମସିହାରେ ଯୋସେଫ୍ ଷ୍ଟାଲିନ୍ ଙ୍କଦ୍ୱାରା
Answer:
ପଞ୍ଚବାର୍ଷିକ
୧୪। _______ ମସିହାରେ ସୋଭିଏତ୍ ସଂଘର ଅସ୍ତିତ୍ବ ଲୋପ ପାଇଥିଲା ।
Answer:
୧୯୯୧
D. ଠିକ୍ ଉକ୍ତି ପାଇଁ ( ✓) ଓ ଭୁଲ ଉକ୍ତି ପାଇଁ (✗) ଲେଖ ।
୧। ୧୯୨୮ ମସିହାରେ ଯୋସେଫ୍ ଷ୍ଟାଲିନ୍ ରୁଷିଆରେ ପଞ୍ଚବାର୍ଷିକ ଯୋଜନା ଆରମ୍ଭ କରିଥିଲେ ।
୨ । ରୁଷର ସମ୍ରାଟମାନେ ୧୫୪୬ ମସିହାରୁ ଜାର୍ ଉପାଧ୍ ଧାରଣ କରୁଥିଲେ ।
୩। ଚତୁର୍ଥ ଇଭାନ୍ ରୁଷିଆର ଦ୍ବିତୀୟ ଜାର୍ ଥିଲେ ।
୪। ରୁଷିଆର ଶେଷ ଜାରି ଥିଲେ ଜାର ଦ୍ଵିତୀୟ ଆଲେକ୍ଜାଣ୍ଡର ।
୫। ଷ୍ଟାଲିନ୍ଙ୍କ ପରେ ନିକିତା କୃଶ୍ଚେଭ୍ ସୋଭିଏତ୍ ସଂଘର ପ୍ରଧାନମନ୍ତ୍ରୀ ହୋଇଥିଲେ ।
୬। ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜର୍ଜ ବୁଶ୍ ‘ତାରକା ଯୁଦ୍ଧ’ ଘୋଷଣା କରିଥିଲେ ।
୭। ୧୯୮୫ ମସିହାରେ ଚେର୍ଣ୍ଣୋବିଲ୍ ଆଣବିକ ଶକ୍ତିକେନ୍ଦ୍ରରେ ଦୁର୍ଘଟଣା ଘଟିଥିଲା ।
୮ । ମିଖାଇଲ ଗୋର୍ବାଚେଭ୍ ମାର୍ଚ୍ଚ ମାସ ୧୯୮୬ ମସିହାରେ ସୋଭିଏତ୍ ପଲିଟିବ୍ୟୁରେର ସମ୍ପାଦକ ହେଲେ ।
୯ । ସୋଭିଏତ୍ ସଂଘର ବିଲୋପ ୧୯୯୧ ଡିସେମ୍ବର ୨୬ ତରିଖରେ ହୋଇଥିଲା ।
୧୦ । ୧୦ଗୋଟି ରାଜ୍ୟକୁ ନେଇ ଏକ ରାଜ୍ୟଗୋଷ୍ଠୀ ଗଠିତ ହୋଇଥିଲା ।
Answer:
୧। (✓)
୨ । (✗)
୩ । (✗)
୪। (✗)
୫। (✓)
୬। (✗)
୭। (✗)
୮ । (✗)
୯ । (✓)
୧୦ । (✗)
E. ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।
F. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭ୍ରମ ସଂଶୋଧନ କର ।
୧ । ଜର୍ଜିଆ ୧୯୯୨ ମସିହାରେ ସ୍ଵାଧୀନ ରାଜ୍ୟମାନଙ୍କର ରାଜ୍ୟଗୋଷ୍ଠୀ ସହିତ ମିଶି ଯାଇଥିଲା ।
Answer:
୧୯୯୩
୨। ୧୯୯୧ ଡିସେମ୍ବର ୨୧ ତାରିଖ ସୁଦ୍ଧା ୧୨ଗୋଟି ରାଜ୍ୟକୁ ନେଇ ସ୍ଵାଧୀନ ରାଜ୍ୟମାନଙ୍କର ଏକ ରାଜ୍ୟଗୋଷ୍ଠୀ ଗଠିତ ହୋଇସାରିଥିଲା ।
Answer:
୧୧ ଗୋଟି
୩। ଜାର୍ ଦ୍ୱିତୀୟ ନିକୋଲାସ୍ ୧୯୧୭ ମସିହା ଅକ୍ଟୋବର ବିପ୍ଳବଦ୍ଵାରା ଗାଦିଚ୍ୟୁତ ହୋଇଥିଲେ ।
Answer:
ଫେବୃୟାରୀ
୪ । ମିଖାଇଲ ଗୋର୍ବାଚେଭ ସୋଭିଏତ ସଂଘରେ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ କରିଥିଲେ ।
Answer:
ଯୋସେଫ୍ ଷ୍ଟାଲିନ୍
୫। ତାରକା ଯୁଦ୍ଧ ସୋଭିଏତ ସଂଘର ଯୋଜନା ଥିଲା ।
Answer:
ଯୁକ୍ତରାଷ୍ଟ୍ର ଆମେରିକା
୬ । ୧୫୪୭ ମସିହାରେ ଜାର ଦ୍ଵିତୀୟ ନିକୋଲାସ ରୁଷର ପ୍ରଥମ ଜାର୍ ହୋଇଥିଲେ ।
Answer:
ଚତୁର୍ଥ ଇଭାନ୍
୭। ସୋଭିଏତ୍ ସଂଘରେ ଅର୍ଥନୈତିକ ସଂସ୍କାର ପ୍ରକ୍ରିୟା ୧୯୨୦ ମସିହାରୁ ଆରମ୍ଭ ହୋଇଥିଲା ।
Answer:
୧୯୨୧
୮। ଲିଓନିଡ୍ର ବେଜନେଇ ୧୯୫୩ ମସିହା ପର୍ଯ୍ୟନ୍ତ ସୋଭିଏତ୍ ସଂଘର ଶାସନ ଦୃଢ଼ ହସ୍ତରେ ପରିଚାଳନା କରିଥିଲେ ।
Answer:
ଯୋସେଫ୍ ଷ୍ଟାଲିନ୍
୯ । ୧୯୮୮ ମସିହାରେ ଗୋର୍ବାଚେଭ୍ ତାଙ୍କର ନୂତନ ଆର୍ଥନୀତିକ ନୀତି ଘୋଷଣା କରିଥିଲେ ।
Answer:
୧୯୮୬
୧୦ । ରୁଷ୍ ଗଣତାନ୍ତ୍ରିକ ପ୍ରକ୍ରିୟା ୧୯୮୭ ମସିହାରେ ଯୋଶେଫ ଷ୍ଟାଲିନ ଆରମ୍ଭ କରିଥିଲେ ।
Answer:
ମିଖାଇଲ୍ ଗୋର୍ବଚେଭ୍
G. ଚାରୋଟି ସମ୍ଭାବ୍ୟ ବିକଳ୍ପ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।
Question 1.
ମିଖାଇଲ୍ ଗୋର୍ବାଚେଭ୍ କେବେ ରୁଷରେ ଗଣତାନ୍ତ୍ରିକ ପ୍ରକ୍ରିୟା ଆରମ୍ଭ କରିଥିଲେ ?
(A) ୧୯୮୫
(B) ୧୯୮୭
(C) ୧୯୮୮
(D) ୧୯୯୦
Answer:
(B) ୧୯୮୭
Question 2.
ମିଖାଇଲ୍ ଗୋର୍ବାଚେଭ୍ ସୋଭିଏତ୍ ସଂଘର ରାଷ୍ଟ୍ରପତି ପଦରୁ କେବେ ଇସ୍ତଫା ପ୍ରଦାନ କରିଥିଲେ ?
(A) ୧୯୮୯
(B) ୧୯୯୦
(C) ୧୯୯୧
(D) ୧୯୯୨
Answer:
(C) ୧୯୯୧
Question 3.
କେବେ ସୋଭିଏତ୍ ସଂଘର ଅସ୍ଥିତ୍ଵ କେବେ ଲୋପ ପାଇଥିଲା ?
(A) ୧୯୮୭
(B) ୧୯୮୯
(C) ୧୯୯୦
(D) ୧୯୯୧
Answer:
(D) ୧୯୯୧
Question 4.
କୃଷ୍ଟେଭ୍ କେବେ କ୍ଷମତାରୁ ଅପସରି ଯାଇଥିଲେ ?
(A) ୧୯୬୨
(B) ୧୯୬୩
(C) ୧୯୬୪
(D) ୧୯୬୭
Answer:
(C) ୧୯୬୪
Question 5.
କେଉଁ ମସିହାରେ ରୁଷ୍ଠରେ ଜାର୍ ଶାସନର ପତନ ଘଟିଥିଲା ?
(A) ୧୯୧୭
(B) ୧୯୧୯
(C) ୧୯୬୪
(D) ୧୯୬୭
Answer:
(A) ୧୯୧୭
Question 6.
ଲେନିନ୍ ଙ୍କ ନେତୃତ୍ବରେ କେତୋଟି ରାଜ୍ୟର ସମାହାରରେ ସାମ୍ୟବାଦୀ ସୋଭିଏତ୍ ସଂଘ ଆତ୍ମପ୍ରକାଶ କରିଥିଲା ?
(A) ୨୧
(B) ୧୯
(C) ୧୫
(D) ୧୭
Answer:
(C) ୧୫
Question 7.
କେଉଁ ମସିହାରେ ସୋସେଫ୍ ଷ୍ଟ୍ର।ଲିନ୍ ଙ୍କତୃ।ରା ରୁଷ୍ରେ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ କରାଯାଇଥିଲା ।
(A) ୧୯୨୪
(B) ୧୯୨୮
(C) ୧୯୧୮
(D) ୧୯୨୯
Answer:
(B) ୧୯୨୮
Question 8.
ଚେୟୌବିଲ୍ ଆଣବିକ ଶକ୍ତି ଦୁର୍ଘଟଣା କେଉଁ ମସିହାରେ ଘଟିଥିଲା ?
(A) ୧୯୯୧
(B) ୧୯୯୦
(C)୧୯୮୫
(D) ୧୯୮୬
Answer:
(D) ୧୯୮୬
Question 9.
୧୯୨୩ ମସିହାରେ କାହା ନେତୃତ୍ୱରେ ୧୫ଟି ରାଜ୍ୟର ସମାହାରରେ ସାମ୍ୟବାଦୀ ସୋଭିଏତ୍ ସଂଘ ଆତ୍ମପ୍ରକାଶ କରିଥିଲା ?
(A) ଭ୍ଲାଡ଼ିମିର ଲେନିନ୍
(B) ଯୋସେଫ୍ ଷ୍ଟାଲିନ୍
(C) ଆଲେକ୍ସି କୋସିଜିନ୍
(D) ଲିଓନିଡ୍ ବ୍ରେଜନେଭ୍
Answer:
(A) ଭ୍ଲାଡ଼ିମିର ଲେନିନ୍
Question 10.
ଲେନିନ୍ଙ୍କର ନୂତନ ଅର୍ଥନୈତିକ ନୀତିଦ୍ୱାରା କେବେଠାରୁ ସୋଭିଏତ୍ ସଂଘରେ ଅର୍ଥନୈତିକ ସଂସ୍କାର ଆରମ୍ଭ ହୋଇଥିଲା ?
(A) ୧୯୧୯ ମସିହା
(B) ୧୯୨୧ ମସିହା
(C) ୧୯୨୩ ମସିହା
(D) ୧୯୨୫ ମସିହା
Answer:
(B) ୧୯୨୧ ମସିହା
Question 11.
କେବେଠାରୁ ରୁଷର ସମ୍ରାଟମାନେ ଜାର୍ ଉପାଧ୍ ଧାରଣ କରୁଥିଲେ ?
(A) ୧୫୪୧ ମସିହା
(B) ୧୫୪୫ ମସିହା
(C) ୧୫୪୬ ମସିହା
(D) ୧୫୪୭ ମସିହା
Answer:
(D) ୧୫୪୭ ମସିହା
Question 12.
କେବେ ଚତୁର୍ଥ ଇଭାନ୍ ରୁ ଷ୍ଠ ପ୍ରଥମ ଜାର୍ ହୋଇଥିଲେ ?
(A) ୧୫୪୬ ମସିହା
(B) ୧୫୪୭ ମସିହା
(C) ୧୫୪୯ ମସିହା
(D) ୧୫୫୨ ମସିହା
Answer:
(B) ୧୫୪୭ ମସିହା
Question 13.
ଷ୍ଟାଲିନ୍ଙ୍କ ମୃତ୍ୟୁପରେ କିଏ ସୋଭିଏତ୍ ସଂଘର ପ୍ରଧାନମନ୍ତ୍ରୀ ହୋଇଥିଲେ ?
(A) ଲେନିନ୍
(B) ବ୍ରେଜ୍ନେଭ୍
(C) କୃଶ୍ଚେଭ୍
(D) କୋସିଜିନ୍
Answer:
(C) କୃଶ୍ଚେଭ୍
Question 14.
କେଉଁ ସୋଭିଏତ୍ ପ୍ରଧାନମନ୍ତ୍ରୀଙ୍କ ସମୟରେ ଚୀନ୍ରଶାସକ ମାଓ-ସେ-ତୁକ୍ଙ୍କ ସହିତ ସୋଭିଏତ୍ ସଂଘର ସମ୍ପର୍କ ତିକ୍ତ ହୋଇଥିଲା ?
(A) ଲେନିନ୍
(B) କଣ୍ଢେଭ୍
(C) କୋସିଜିନ୍
(D) ବ୍ରେଜ୍ନେଭ୍
Answer:
(B) କଣ୍ଢେଭ୍
Question 15.
କେଉଁ ଦେଶ ସାଙ୍ଗରେ ତୀବ୍ର ମତଭେଦ ଯୋଗୁଁ ବିଶ୍ଵରେ ସୋଭିଏତ୍ ସଂଘର ପ୍ରାଧାନ୍ୟ କ୍ଷୁଣ୍ଣ ହୋଇଥିଲା ?
(A) ଯୁକ୍ତରାଷ୍ଟ୍ର ଆମେରିକା
(B) ଚୀନ୍
(C) ଜର୍ମାନୀ
(D) ଜାପାନ
Answer:
(B) ଚୀନ୍
Question 16.
କିଏ ତାଙ୍କର ଉଦାରବାଦୀ ମନୋଭାବ ଯୋଗୁଁ କ୍ର ପନ୍ଥୀଙ୍କଦ୍ୱାରା ନିନ୍ଦିତ ହୋଇ ୧୯୬୪ ମସିହାରେ କ୍ଷମତାରୁ ଅପସରି ଯାଇଥିଲେ ?
(A) ଲେନିନ୍
(B) କୋସିଜିନ୍
(C) ବ୍ରେଜ୍ନେଭ୍
(D) କୃଶ୍ଚେଭ୍
Answer:
(D) କୃଶ୍ଚେଭ୍
Question 17.
ସୋଭିଏତ୍ ସଂଘର କେଉଁ ଶାସକଙ୍କ ସମୟରେ ଏହାର ସାମରିକ ଖର୍ଚ୍ଚ ଯଥେଷ୍ଟ ବୃଦ୍ଧି ପାଇଥିଲା ?
(A) ଯୋସେଫ୍ ଷ୍ଟାଲିନ୍
(B) କୋସିଜିନ୍
(C) ଲିଓନିଡ୍ ବ୍ରେଡ୍ନେଭ୍
(D) ମିଖାଇଲ୍ ଗୋର୍ବାଚେଭ୍
Answer:
(C) ଲିଓନିଡ୍ ବ୍ରେଡ୍ନେଭ୍
Question 18.
କିଏ ୧୯୮୫ ମସିହା ମାର୍ଚ୍ଚ ମାସରେ ସୋଭିଏତ୍ ପଲିଟିବ୍ୟୁରୋର ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ ?
(A) ଲେନିନ୍
(B) ଆଲେକ୍ସି କୋସିଜିନ୍
(C) ଲିଓନିଡ୍ ବ୍ରେଜନେଭ୍
(D) ମିଖାଇଲ୍ ଗୋର୍ବାଚେଭ୍
Answer:
(D) ମିଖାଇଲ୍ ଗୋର୍ବାଚେଭ୍
Question 19.
କେବେ ଗୋର୍ବାଚେଭ୍ ତାଙ୍କର ଗ୍ଳାସ୍ସ୍ତ ଓ ପେରିସ୍ପୋଇକା ନୀତି ଘୋଷଣା କରିଥିଲେ ?
(A) ୧୯୮୦
(C) ୧୯୮୭
(B) ୧୯୮୬
(D) ୧୯୮୮
Answer:
(B) ୧୯୮୬
Question 20.
କେଉଁ ନୀତିଦ୍ଵାରା ସୋଭିଏତ୍ ସଂଘରେ ମତବ୍ୟକ୍ତ କରିବାର ସ୍ଵାଧୀନତା ଏବଂ ସମ୍ବାଦପତ୍ରର ସ୍ଵାଧୀନତା ସମ୍ଭବ ହୋଇଥିଲା ?
(A) ପେରିସ୍ତ୍ରୋଇକା
(B) ଉସ୍କୋରେନିୟୋ
(C) କ୍ଳାସ୍ନସ୍ତ
(D) ପଞ୍ଚବାର୍ଷିକ ଯୋଜନା
Answer:
(C) କ୍ଳାସ୍ନସ୍ତ
Question 21.
୧୯୯୦ ମସିହା ମାର୍ଚ୍ଚ ୧୫ ତାରିଖରେ କିଏ ସୋଭିଏତ୍ ସଂଘର ପ୍ରଥମ କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ରୂପେ ନିର୍ବାଚିତ ହୋଇଥିଲେ ?
(A) ଲେନିନ
(B) ମିଖାଇଲ୍ ଗୋର୍ବାଚେଭ୍
(C) ବୋରିସ୍ ୟେଲ୍ସିନ୍
(D) ଲିଓନିଡ୍ ବ୍ରେଜନେଭ୍
Answer:
(B) ମିଖାଇଲ୍ ଗୋର୍ବାଚେଭ୍
Question 22.
ଆର୍ଥନୀତିକ ପୁନର୍ଗଠନ ଓ ଦ୍ରୁତ ଆର୍ଥନୀତିକ ବିକାଶ ନିମନ୍ତେ କିଏ ପେରିସ୍ପୋଇକା ଏବଂ ଉସ୍କୋରେନିୟୋ ନୀତିଦ୍ଵୟ ପ୍ରଣୟନ କରିଥିଲେ ?
(A) ଗୋର୍ବାଚେଭ୍
(B) ଲେନିନ୍
(C) କୋସିଜିନ୍
(D) କୃଶ୍ଚେଭ୍
Answer:
(A) ଗୋର୍ବାଚେଭ୍
Question 23.
କେଉଁ ମସିହା ସୁଦ୍ଧା ସୋଭିଏତ୍ ସରକାର ଦେଶର ଅର୍ଥନୀତି ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହରାଇଥିଲେ ?
(A) ୧୯୮୬
(B) ୧୯୮୮
(C) ୧୯୯୦
(D) ୧୯୯୧
Answer:
(C) ୧୯୯୦
Question 24.
୧୯୯୧ ମସିହା ଡିସେମ୍ବର ୨୫ ତାରିଖ ଦିନ କିଏ ସୋଭିଏତ୍ ସଂଘର ରାଷ୍ଟ୍ରପତି ପଦରୁ ଇସ୍ତଫା ପ୍ରଦାନ କରିଥିଲେ ?
(A) ୟେସିନ୍
(B) ଗୋର୍ବାଚେଭ୍
(C) ଲେନିନ୍
(D) କୋସିଜିନ୍
Answer:
(B) ଗୋର୍ବାଚେଭ୍
Question 25.
ଜର୍ଜିଆ କେବେ ସ୍ଵାଧୀନ ରାଜ୍ୟମାନଙ୍କର ରାଜ୍ୟଗୋଷ୍ଠୀ ସହିତ ମିଶିଥିଲା ?
(A) ୧୯୮୬
(C) ୧୯୯୦
(B) ୧୯୮୮
(D) ୧୯୯୩
Answer:
(D) ୧୯୯୩
Question 26.
କେଉଁଟି ସ୍ଵାଧୀନ ରାଜ୍ୟମାନଙ୍କର ରାଜ୍ୟଗୋଷ୍ଠୀର ଅନ୍ତର୍ଭୁକ୍ତ ନ ଥିଲା ?
(A) ବେଲାରୁଷ୍
(B) ଆର୍ମେନିଆ
(C) ଲାଟ୍ଭିଆ
(D) ମୋଲ୍ଲା
Answer:
(C) ଲାଟ୍ଭିଆ