BSE Odisha 9th Class History Important Questions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

Odisha State Board BSE Odisha 9th Class History Important Questions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ Important Questions and Answers.

BSE Odisha Class 9 History Important Questions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ସୋଭିଏତ୍ ସଂଘର ବିଖଣ୍ଡୀକରଣ ପାଇଁ କେଉଁ କେଉଁ କାରଣଗୁଡ଼ିକ ଦାୟୀ ଆଲୋଚନା କର ।
Answer:
ନିମ୍ନଲିଖ କାରଣଗୁଡ଼ିକ ସୋଭିଏତ୍ ସଂଘର ବିଖଣ୍ଡୀକରଣ ପାଇଁ ଦାୟୀ ଅଟେ ।

  • ସୋଭିଏତ୍ ସଂଘ ଏବଂ ସାମ୍ୟବାଦୀ ଚୀନ୍ ମଧ୍ୟରେ ତୀବ୍ର ମତଭେଦ ଘଟି ବିଶ୍ୱରେ ସୋଭିଏତ୍ ସଂଘର ପ୍ରାଧାନ୍ୟ କ୍ଷୁଣ୍ଣ ହୋଇଥିଲା ।
  • ଅଶୀ ଦଶକର ଆରମ୍ଭରୁ ମୁଦ୍ରାସ୍ପତି, ଆବଶ୍ୟକ ସାମଗ୍ରୀର ଅଭାବ, କୃଷି ଉତ୍ପାଦ ହ୍ରାସ ଏବଂ କଳାବଜାରର ପ୍ରଭାବରୁ ଦେଶର ଅର୍ଥନୀତି ସମ୍ପୂର୍ଣ୍ଣ ଦୁର୍ବଳ ହୋଇପଡ଼ିଲା । ଯୁକ୍ତ ରାଷ୍ଟ୍ର ଆମେରି କାର ରାଷ୍ଟ୍ର ପତି ରୋନାଲ୍ଡ ରିଗାନ୍‌ଙ୍କଦ୍ୱାରା ଘୋଷିତ ତାରକା ଯୁଦ୍ଧ ଯୋଜନା ସୋଭିଏତ୍ ସଂଘର ଦୁର୍ବଳ ଅର୍ଥନୀତି ଉପରେ ଅତ୍ୟଧ୍ଵ ସାମରିକ ଖର୍ଚ୍ଚର ବୋଝ ଲଦି ଦେଇଥିଲା ।
  • ୧୯୮୬ ମସିହାରେ ଗୋର୍ବାଚେର୍‌ଙ୍କଦ୍ଵାରା ଘୋଷିତ ଗ୍ଲାସ୍‌ସ୍ତ ନୀତିଦ୍ୱାରା ୱାରସ୍ ଚୁକ୍ତି ଅନ୍ତର୍ଭୁକ୍ତ ରାଷ୍ଟ୍ର ସମୂହର ଆଭ୍ୟନ୍ତରୀଣ ବ୍ୟାପାରରେ ସୋଭିଏତ୍ ସଂଘର ହସ୍ତକ୍ଷେପ ବନ୍ଦ କରି ନିୟନ୍ତ୍ରଣ କୋହଳ କରି ଦିଆଯିବାରୁ ସେସବୁ ରାଷ୍ଟ୍ର ଗୁଡ଼ିକରେ ସାମ୍ୟବାଦୀ ସରକାରର ପତନ ଘଟିଲା ।
  • ଗୋର୍ବାଚେଲ୍‌ଙ୍କ ଘୋଷିତ ପେରିସ୍ପାଇକା ଓ ଉସ୍କୋରେନୟ ନୀତିଦ୍ଵାରା ଲାଭ ହେଉନଥ୍ବା ଉଦେଗଗୁଡ଼ିକୁ ବଞ୍ଚ।ଈବାକୁ ଯାଇ ସରକାରୀ ଖର୍ଚ୍ଚ ବଢ଼ି ଚାଲିଲା । ସୋଭିଏତ୍ ସଂଘ ଅନ୍ତର୍ଭୁକ୍ତ ରାଷ୍ଟ୍ରଗୁଡ଼ିକ ସଂଘୀୟ ସରକାରକୁ ରାଜସ୍ୱ ଦେବାକୁ ମନା କରିଦେବାରୁ ଏହାର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇଗଲା ।
  • କ୍ରମେ ସୋଭି ଏତ୍ ସଂଘର ଅନ୍ତର୍ଭୁକ୍ତ ରାଷ୍ଟ୍ରଗୁଡ଼ିକରେ ସାମାଜିକ ଓ ସାଂସ୍କୃତିକ ବିଭେଦ ତୀବ୍ରତର ହେଲା । ସେହି ରାଷ୍ଟ୍ରଗୁଡ଼ିକ ବହୁ ଦଳୀୟ ବ୍ୟବସ୍ଥା ପ୍ରବର୍ତ୍ତନ କରି ସମାଜବାଦୀ ଓ ଗଣତାନ୍ତ୍ରିକ ଦଳ ଗଠନ କଲେ ଏବଂ ସ୍ଵାଧୀନତା ଘୋଷଣା କଲେ । ଫଳରେ ସୋଭିଏତ୍ ସଂଘର କେନ୍ଦ୍ରୀୟ କ୍ଷମତା ଦୁର୍ବଳ ହୋଇଗଲା ।
  • କ୍ଷମତା ଦଖଲ ପାଇଁ ସାମ୍ୟବାଦୀଙ୍କ ସମସ୍ତ ଚେଷ୍ଟା ବିଫଳ ହେଲା । ୧୯୯୧ ମସିହା ଡିସେମ୍ବର ୨୫ ତାରିଖରେ ଗୋର୍ବାଚେଭ୍ ସୋଭିଏତ୍ ସଂଘର ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଓ ତା’ ପରଦିନ ସୋଭିଏତ୍ ସଂଘର ଅସ୍ତିତ୍ବ ଲୋପ ପାଇଲା ।

BSE Odisha 9th Class History Important Questions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। କେବେ ସୋଭିଏତ୍ ରୁଷ୍ ପୃଥ‌ିବୀର ଅନ୍ୟତମ ବୃହତ୍ ଶକ୍ତି ରୂପେ ଆତ୍ମପ୍ରକାଶ କରିଥିଲା ? କାହାର ନେତୃତ୍ବରେ ଆନ୍ତର୍ଜାତିକ କ୍ଷେତ୍ରରେ ସୋଭିଏତ୍ ରୁପ୍‌ର ପ୍ରଭାବ ଓ ପ୍ରତିପତ୍ତି ବୃଦ୍ଧି ପାଇଥିଲା ?
Answer:

  • ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ସୋଭିଏତ୍ ରୁଷ୍ ପୃଥ‌ିବୀର ଅନ୍ୟତମ ବୃହତ୍ ଶକ୍ତିରୂପେ ଆତ୍ମପ୍ରକାଶ କରିଥିଲା ।
  • ଯୋସେଫ୍ ଷ୍ଟାଲିନ୍‌ଙ୍କ ବଳିଷ୍ଠ ନେତୃତ୍ଵରେ ଆନ୍ତର୍ଜାତିକ କ୍ଷେତ୍ରରେ ରୁଷ୍ ପ୍ରଭାବ ଓ କ୍ଷମତା ବୃଦ୍ଧି ପାଇଲା ।

୨। କିଏ, କେବେ ଓ କେଉଁ ପରିସ୍ଥିତିରେ ଗ୍ଳାସ୍‌ନସ୍ତ ଓ ପେରିସ୍ତ୍ରୋଇକା ନୀତି ଘୋଷଣା କରିଥିଲେ ?
Answer:
ସୋଭିଏତ୍ ରୁଷ ରାଷ୍ଟ୍ରପତି ମିଖାଇଲ୍ ଗୋର୍ବାଚେଭ୍ ୧୮୮୬ ମସିହାରେ ରୁଷିଆର ବିପର୍ଯ୍ୟସ୍ତ ରାଜନୈତିକ ଓ ଆର୍ଥନୀତିକ ଅବସ୍ଥାକୁ ସୁଧାରିବାପାଇଁ ଗ୍ଲାସ୍‌ନସ୍ତ ଓ ପେରିସ୍ତ୍ରୋଇକା ନୀତି ଘୋଷଣା କରିଥିଲେ ।

୩ । ଜାର୍ ଶାସନର ପତନ କିପରି ଘଟିଥିଲା ?
Answer:
୧୯୧୭ ମସିହାରେ ରୁଷ୍ ଦେଶରେ ଏକଚ୍ଛତ୍ରବାଦୀ ଓ ଅତ୍ୟାଚାରୀ ଜାର୍ ଶାସନ ବିରୋଧରେ ବୋଲ୍‌ସେଭିକ୍ ଆନ୍ଦୋଳନ ସଂଘଟିତ ହେବାଦ୍ୱାରା ଜାର୍ ଶାସନର ପତନ ଘଟିଥିଲା ।

୪। ୧୯୪୯ ମସିହା ବେଳକୁ ସୋଭିଏତ୍ ସଂଘ କେଉଁ କେଉଁ ଦେଶମାନଙ୍କରେ ସାମ୍ୟବାଦୀ ଶାସନ ପ୍ରତିଷ୍ଠା କରିଥିଲା ?
Answer:
୧୯୪୯ ମସିହା ବେଳକୁ ସୋଭିଏତ୍ ସଂଘ ପୂର୍ବ ଇଉରୋପୀୟ ଦେଶ ଯଥା ପୋଲାଣ୍ଡ, ହଙ୍ଗେରୀ, ଚେକୋସ୍ଲୋଭାକିଆ, ରୁମାନିଆ, ବୁଲ୍‌ଗେରିଆ, ଆଲବାନିଆ, ପୂର୍ବ-ଜର୍ମାନୀ ପ୍ରଭୃତିରେ ସାମ୍ୟବାଦୀ, ଶାସନ ପ୍ରତିଷ୍ଠା କରିଥିଲା ।

BSE Odisha 9th Class History Important Questions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

Objective Type Questions With Answers
A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। କେବେ ଲେନିନ୍‌ଙ୍କ ନେତୃତ୍ୱରେ ୧୫ଟି ରାଜ୍ୟର ସମାହାରରେ ସାମ୍ୟବାଦୀ ସୋଭିଏତ୍ ସଂଘ ଆତ୍ମପ୍ରକାଶ କରିଥିଲା ?
Answer:
୧୯୨୩ ମସିହାରେ ଲେନିନ୍‌ଙ୍କ ନେତୃତ୍ବରେ ୧୫ଟି ରାଜ୍ୟର ସମାହାରରେ ସାମ୍ୟବାଦୀ ସୋଭିଏତ୍ ସଂଘ ଆତ୍ମପ୍ରକାଶ କରିଥିଲା ।

୨ । ରୁଷ୍ଠର ଶେଷ ଜାର୍ ଦ୍ବିତୀୟ ନିକୋଲାସ୍ କେଉଁ ବିପ୍ଳବଦ୍ଵାରା ଗାଦିଚ୍ୟୁତ ହୋଇଥିଲେ ?
Answer:
ରୁଷ୍ ଶେଷ ଜାର୍ ଦ୍ବିତୀୟ ନିକୋଲାସ୍ ୧୯୧୭ ମସିହା ଫେବୃୟାରୀ ବିପ୍ଳବଦ୍ଵାରା ଗାଦିଚ୍ୟୁତ ହୋଇଥିଲେ ।

୩ । ରୁଷ୍ଠ ସମ୍ରାଟମାନେ କେଉଁ ମସିହାରୁ ଜାର୍ ଉପାଧ୍ ଧାରଣ କରୁଥିଲେ ?
Answer:
ରୁପ୍‌ର ସମ୍ରାଟମାନେ ୧୫୪୭ ମସିହାରୁ ଜାର୍ ଉପାଧ୍ ଧାରଣ କରିଥିଲେ ।

୪ । କେଉଁ ସମୟ ପର୍ଯ୍ୟନ୍ତ ଷ୍ଟାଲିନ୍ ସୋଭିଏତ୍ ସଂଘର ଶାସନ ଦୃଢ଼ ହସ୍ତରେ ପରିଚାଳନା କରିଥିଲେ ?
Answer:
୧୯୫୩ ମସିହା ପର୍ଯ୍ୟନ୍ତ ଷ୍ଟାଲିନ୍ ସୋଭିଏତ୍ ସଂଘର ଶାସନ ଦୃଢ଼ ହସ୍ତରେ ପରିଚାଳନା କରିଥିଲେ ।

୫। ଷ୍ଟାଲିନ୍‌ଙ୍କ ମୃତ୍ୟୁ ପରେ ସୋଭିଏତ୍ ସଂଘର ପ୍ରଧାନମନ୍ତ୍ରୀ କିଏ ହୋଇଥିଲେ ?
Answer:
ଷ୍ଟାଲିନ୍‌ଙ୍କ ମୃତ୍ୟୁ ପରେ ନିକିତା କୃଶ୍ଚେଭ୍ ସୋଭିଏତ୍ ସଂଘର ପ୍ରଧାନମନ୍ତ୍ରୀ ହୋଇଥିଲେ।

BSE Odisha 9th Class History Important Questions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

୬। ଷ୍ଟାର୍ଲିନ୍‌ଙ୍କର ବଳିଷ୍ଠ ନେତୃତ୍ବର କି’ ପ୍ରଭାବ ସୋଭିଏତ୍ ସଂଘ ଉପରେ ପଡ଼ିଥିଲା ?
Answer:
ଷ୍ଟାର୍ଲିନ୍‌ଙ୍କର ବଳିଷ୍ଠ ନେତୃତ୍ବ ସୋଭିଏତ୍ ସଂଘର ଚତୁଃପାର୍ଶ୍ବରେ ସାମ୍ୟବାଦର ଲୌହ ପରଦାକୁ ସୁଦୃଢ଼ କରିବା ସଙ୍ଗେ ସଙ୍ଗେ ଆନ୍ତର୍ଜାତିକ କ୍ଷେତ୍ରରେ ଏହାର ପ୍ରତିପତ୍ତିକୁ ବୃଦ୍ଧି କରିଥିଲା ।

୭ । ସାମ୍ୟବାଦୀ ଲୌହ ପରଦା ନୀତି ଯୋଗୁଁ ସୋଭିଏତ୍ ସଂଘ କିପରି କ୍ଷତିଗ୍ରସ୍ତ ହେଲା ?
Answer:
ସାମ୍ୟବାଦୀ ଲୌହ ପରଦା ନୀତି ଯୋଗୁଁ ବିଶ୍ବସ୍ତରୀୟ ସୂଚନା ଓ ପ୍ରଯୁକ୍ତିବିଦ୍ୟାର ଶିଳ୍ପାୟନ ସୁଫଳରୁ ସୋଭିଏତ ସଂଘ ବଞ୍ଚିତ ହୋଇ ଅନଗ୍ରସରତାର ଶିକାର ହୋଇଥିଲା ।

୮ । ଗୋର୍ବାଚେଭ୍ କେବେ ସୋଭିଏତ୍ ସଂଘର ପ୍ରଥମ କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ରୂପେ ନିର୍ବାଚିତ ହେଲେ ?
Answer:
୧୯୯୦ ମସିହା ମାର୍ଚ୍ଚ ମାସ ୧୫ ତାରିଖରେ ଗୋର୍ବାଚେଭ୍ ସୋଭିଏତ୍ ସଂଘର ପ୍ରଥମ ରାଷ୍ଟ୍ରପତି ରୂପେ ନିର୍ବାଚିତ ହେଲେ ।

୯ । ବୋରିସ୍ ୟେଲସିନ୍ କିଏ ?
Answer:
ବୋରିସ୍ ୟେଲସିନ୍ ରୁଷ୍ ସାଧାରଣତନ୍ତ୍ରର ରାଷ୍ଟ୍ରପତି ଥିଲେ ।

୧୦ । କେବେ ସୋଭିଏତ୍ ସଂଘର ଅସ୍ତିତ୍ବ ଲୋପ
Answer:
୧୯୯୧ ମସିହା ଡିସେମ୍ବର ୨୬ ତାରିଖରେ ସୋଭିଏତ୍ ସଂଘର ଅସ୍ତିତ୍ଵ ଲୋପ ପାଇଲା ।

BSE Odisha 9th Class History Important Questions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

୧ । ସୋଭିଏତ୍ ରୁମ୍‌ରେ କେବେ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ ହୋଇଥିଲା ?
Answer:
୧୯୨୮ ମସିହା

୨ । ଲେନିନ୍‌ଙ୍କ ନେତୃତ୍ୱରେ କେତୋଟି ରାଜ୍ୟର ସମାହାରରେ ସୋଭିଏତ୍ ସଂଘ ଗଠିତ ହୋଇଥିଲା ?
Answer:
୧୫

୩। ସୋଭିଏତ୍ ରୁଷ୍ କେଉଁ ପ୍ରଧାନମନ୍ତ୍ରୀଙ୍କ ସମୟରେ ସୋଭିଏତ୍ ରୁଷ ପ୍ରାଧାନ୍ୟ କ୍ଷୁଣ୍ଣ ହୋଇଥିଲା ?
Answer:
ନିକିତ କୃଶ୍ଚେଭ୍

୪। କେଉଁ ଘଟଣା ଯୋଗୁଁ ସୋଭିଏତ୍ ସଂଘର ବିପର୍ଯ୍ୟସ୍ତ କେଉଁ ମନୋଭାବ ଯୋଗୁଁ ସେ ସାମ୍ୟବାଦୀଙ୍କଦ୍ଵାରା ହୋଇଥିଲା ?
Answer:
ଚେର୍ଣ୍ଣୋବିଲ୍ ଆଣବିକ ଦୁର୍ଘଟଣା

୫ । ସୋଭିଏତ୍ ସଂଘରେ ଅର୍ଥନୈତିକ ସଂସ୍କାର କେବେଠାରୁ ଆରମ୍ଭ ହୋଇଥିଲା ?
Answer:
୧୯୨୧

BSE Odisha 9th Class History Important Questions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

୬ । ସୋଭିଏତ୍ ରୁଷ୍ ପ୍ରଧାନମନ୍ତ୍ରୀ ନିକିତା କୃଶ୍ଚେର୍‌ଙ୍କର କେଉଁ ମନୋଭାବ ଯୋଗୁଁ ସେ ସାମ୍ୟବାଦୀଙ୍କଦ୍ଵାରା ନିନ୍ଦିତ ହେଲେ ?
Answer:
ଉଦାରବାଦୀ ମନୋଭାବ

୭। ଯୁକ୍ତରାଷ୍ଟ୍ର ଆମେରିକାର ତାରକା ଯୁଦ୍ଧ ଯୋଜନା ସୋଭିଏତ୍ ସଂଘ ଉପରେ କି ପ୍ରଭାବ ପକାଇଥୁଲା ?
Answer:
ସୋଭିଏତ୍ ସଂଘ ଉପରେ ଅତ୍ୟକ ସାମରିକ ଖର୍ଚ୍ଚର ବୋଝ ଲଦି ଦେଇଥୁଲା

୮। ୧୯୯୦ ମସିହାରେ କିଏ ସୋଭିଏତ୍ ସଂଘର ପ୍ରଥମ କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ରୂପେ ନିର୍ବାଚିତ ହୋଇଥିଲେ ?
Answer:
ମିଖାଇଲ୍ ଗୋର୍ବାଚେଭ୍

୯। କେଉଁ ମସିହା ସୁଦ୍ଧା ସୋଭିଏତ୍ ରୁଷର ସରକାର ଦେଶର ଅର୍ଥନୀତି ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହରାଇଥିଲେ ?
Answer:
୧୯୯୦

୧୦ । ଜର୍ଜିଆ କେବେ ସୋଭିଏତ୍ ରୁଷ୍ ର ସ୍ଵାଧୀନ ରାଜ୍ୟମାନଙ୍କର ରାଜ୍ୟ ଗୋଷ୍ଠୀ ସହିତ ମିଶିଥିଲା ?
Answer:
୧୯୯୩

୧୧ । ଆମେରିକାର ତାରକା ଯୁଦ୍ଧ କେଉଁ ଦେଶର ଅର୍ଥନୀତି ଉପରେ ଅଧିକ ଚାପ ପକାଇଥିଲା ?
Answer:
ରୁ ଷ୍

୧୨ । ୧୯୮୬ ମସିହାରେ ସୋଭିଏତ୍ ରୁମ୍‌ରେ କେଉଁ ଦୁର୍ଘଟଣା ଘଟିଥିଲା ?
Answer:
ଚେର୍ଣ୍ଣୋବିଲ୍ ଆଣବିକ ଦୁର୍ଘଟଣା

୧୩ । ‘ମିଖାଇଲ୍ ଗୋର୍ବାଚେଭ୍’ କେବେ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ ?
Answer:
୧୯୮୫

BSE Odisha 9th Class History Important Questions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

୧୪ । ସୋଭିଏତ୍ ସଂଘ ଅନ୍ତର୍ଭୁକ୍ତ ରାଷ୍ଟ୍ରମାନେ ସଂଘୀୟ ସରକାରଙ୍କୁ କ’ଣ ଦେବାକୁ ମନା କରିଥିଲେ ?
Answer:
ରାଜସ୍ଵ

୧୫ । ସୋଭିଏତ୍ ରୁଷର ‘ପେରିସ୍ତ୍ରୋଇକା’ର ଅର୍ଥ କ’ଣ ?
Answer:
ଆର୍ଥନୀତିକ ପୁନର୍ବିନ୍ୟାସ

୧୬ । ସୋଭିଏତ୍ ରୁଷ୍ ‘ଉସ୍କୋରେନିୟେ’ର ଅର୍ଥ କ’ଣ ?
Answer:
ଦ୍ରୁତ ଆର୍ଥନୀତିକ ବିକାଶ

୧୭ । ରୁଷିଆରେ ନୂତନ ଆର୍ଥିକ ନୀତି କେବେ ଘୋଷଣା କରାଯାଇଥିଲା ?
Answer:
୧୯୮୬

୧୮। କେଉଁ ନୀତିଦ୍ୱାରା ସୋଭିଏତ୍ ସଂଘରେ ସ୍ଵାଧୀନତା ଅଧିକାର ସମ୍ଭବ ହୋଇଥିଲା ?
Answer:
ଗ୍ଳାସନସ୍ତ

୧୯ । ସହସ୍ରାଧୂକ ରାଜନୈତିକ ବନ୍ଦୀ ଏବଂ ବିରୋଧୀମାନଙ୍କୁ ରୁଷରେ କେବେ କାରମୁକ୍ତ କରାଯାଇଥିଲା ?
Answer:
୧୯୮୬ ମସିହା

୨୦ । ୧୯୮୭ ମସିହା ଜାନୁଆରୀ ମାସରେ ଗୋର୍ବାଚେଭ୍ ରୁଷରେ କେଉଁ ପ୍ରକ୍ରିୟା ଆରମ୍ଭ କରିଥିଲେ ?
Answer:
ଗଣତାନ୍ତ୍ରିକ ପ୍ରକ୍ରିୟା

BSE Odisha 9th Class History Important Questions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

C. ଶୂନ୍ୟସ୍ଥାନ ପୂରଣ କର ।

୧। ୧୯୨୮ ମସିହାରେ ରୁଷ୍ଠରେ ପଞ୍ଚବାର୍ଷିକ _______ ଯୋଜନା ପ୍ରବର୍ତ୍ତନ କରିଥିଲେ ।
Answer:
ଯୋସେଫ୍ ଷ୍ଟାଲିନ୍

୨ । __________ ମସିହା ପର୍ଯ୍ୟନ୍ତ ଷ୍ଟାଲିନ୍ ସୋଭିଏତ୍ ସଂଘର ଶାସନକୁ ଦୃଢ଼ ହସ୍ତରେ ପରିଚାଳନା କରିଥିଲେ ।
Answer:
୧୯୫୩

୩ । ୧୫୪୭ ମସିହାରେ ୧୭ ବର୍ଷ ବୟସରେ ରୁଷର ପ୍ରଥମ ଜାର୍ _______ ହୋଇଥିଲେ ।
Answer:
ଚତୁର୍ଥ ଇଭାନ୍

୪। ରୁଷର ଶେଷ ଜାର୍ _______ ଥିଲେ ।
Answer:
ଦ୍ଵିତୀୟ ନିକେଲାସ୍

୫। ଷ୍ଟାଲିନ୍‌ଙ୍କ ମୃତ୍ୟୁପରେ _________ ସୋଭିଏତ୍ ସଂଘର ପ୍ରଧାନମନ୍ତ୍ରୀ ହୋଇଥିଲେ ।
Answer:
ନିକିତା କୃଶ୍ଚେଭ୍

BSE Odisha 9th Class History Important Questions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

୬। ରୁଷ୍ ରାଷ୍ଟ୍ରପତି ମାନଙ୍କ ମଧ୍ୟରୁ ________ ଜଣେ ଉଦାରବାଦୀ ନେତା ଥିଲେ ।
Answer:
ନିକିତା କୃଶ୍ଚେଭ୍

୭। ‘ତାରକା ଯୁଦ୍ଧ’ ଆମେରିକାର ରାଷ୍ଟ୍ରପତି ________ ଘୋଷଣା କରିଥିଲେ ।
Answer:
ରୋନାଲଡ଼ ରିଗାନ୍

୮।  __________ ମସିହାରେ ଯୋସେଫ୍ ଷ୍ଟାଲିନ୍‌ଙ୍କଦ୍ୱାରା ରୁପ୍‌ରେ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ କରାଯାଇଥିଲା ।
Answer:
୧୯୨୮

୯। ଚେର୍ଣ୍ଣୋବିଲ୍ ଆଣବିକ ଶକ୍ତି କେନ୍ଦ୍ରରେ ଦୁର୍ଘଟଣା _________ ମସିହାରେ ଘଟିଥିଲା ।
Answer:
୧୯୮୬

୧୦ । ‘କୃଶ୍ଚେଭ୍’ _________ ମସିହାରେ କ୍ଷମତାରୁ ଅପସରି ଯାଇଥିଲେ ।
Answer:
୧୯୬୪

୧୧। _________ ମସିହାରେ ରୁଷ୍ଠରେ ଜାର୍ ଶାସନର ପତନ ଘଟିଥିଲା ।
Answer:
୧୯୧୭

BSE Odisha 9th Class History Important Questions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

୧୨ । ଲେନିନ୍‌ଙ୍କ ନେତୃତ୍ୱରେ ________ ଟି ରାଜ୍ୟର ସମାହାରରେ ସାମ୍ୟବାଦୀ ସୋଭିଏତ୍ ସଂଘ ଆତ୍ମପ୍ରକାଶ କରିଥିଲା ।
Answer:
୧୫

୧୩ । ୧୯୨୮ ମସିହାରେ ଯୋସେଫ୍ ଷ୍ଟାଲିନ୍‌ ଙ୍କଦ୍ୱାରା
Answer:
ପଞ୍ଚବାର୍ଷିକ

୧୪। _______ ମସିହାରେ ସୋଭିଏତ୍ ସଂଘର ଅସ୍ତିତ୍ବ ଲୋପ ପାଇଥିଲା ।
Answer:
୧୯୯୧

D. ଠିକ୍ ଉକ୍ତି ପାଇଁ ( ✓) ଓ ଭୁଲ ଉକ୍ତି ପାଇଁ (✗) ଲେଖ ।

୧। ୧୯୨୮ ମସିହାରେ ଯୋସେଫ୍ ଷ୍ଟାଲିନ୍ ରୁଷିଆରେ ପଞ୍ଚବାର୍ଷିକ ଯୋଜନା ଆରମ୍ଭ କରିଥିଲେ ।
୨ । ରୁଷର ସମ୍ରାଟମାନେ ୧୫୪୬ ମସିହାରୁ ଜାର୍ ଉପାଧ୍ ଧାରଣ କରୁଥିଲେ ।
୩। ଚତୁର୍ଥ ଇଭାନ୍ ରୁଷିଆର ଦ୍ବିତୀୟ ଜାର୍ ଥିଲେ ।
୪। ରୁଷିଆର ଶେଷ ଜାରି ଥିଲେ ଜାର ଦ୍ଵିତୀୟ ଆଲେକ୍‌ଜାଣ୍ଡର ।
୫। ଷ୍ଟାଲିନ୍‌ଙ୍କ ପରେ ନିକିତା କୃଶ୍ଚେଭ୍ ସୋଭିଏତ୍ ସଂଘର ପ୍ରଧାନମନ୍ତ୍ରୀ ହୋଇଥିଲେ ।
୬। ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜର୍ଜ ବୁଶ୍ ‘ତାରକା ଯୁଦ୍ଧ’ ଘୋଷଣା କରିଥିଲେ ।
୭। ୧୯୮୫ ମସିହାରେ ଚେର୍ଣ୍ଣୋବିଲ୍ ଆଣବିକ ଶକ୍ତିକେନ୍ଦ୍ରରେ ଦୁର୍ଘଟଣା ଘଟିଥିଲା ।
୮ । ମିଖାଇଲ ଗୋର୍ବାଚେଭ୍ ମାର୍ଚ୍ଚ ମାସ ୧୯୮୬ ମସିହାରେ ସୋଭିଏତ୍ ପଲିଟିବ୍ୟୁରେର ସମ୍ପାଦକ ହେଲେ ।
୯ । ସୋଭିଏତ୍ ସଂଘର ବିଲୋପ ୧୯୯୧ ଡିସେମ୍ବର ୨୬ ତରିଖରେ ହୋଇଥିଲା ।
୧୦ । ୧୦ଗୋଟି ରାଜ୍ୟକୁ ନେଇ ଏକ ରାଜ୍ୟଗୋଷ୍ଠୀ ଗଠିତ ହୋଇଥିଲା ।

Answer:
୧। (✓)
୨ । (✗)
୩ । (✗)
୪। (✗)
୫। (✓)
୬। (✗)
୭। (✗)
୮ । (✗)
୯ । (✓)
୧୦ । (✗)

BSE Odisha 9th Class History Important Questions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

E. ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।

E ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ । 1
E ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ । 2

F. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭ୍ରମ ସଂଶୋଧନ କର ।

୧ । ଜର୍ଜିଆ ୧୯୯୨ ମସିହାରେ ସ୍ଵାଧୀନ ରାଜ୍ୟମାନଙ୍କର ରାଜ୍ୟଗୋଷ୍ଠୀ ସହିତ ମିଶି ଯାଇଥିଲା ।
Answer:
୧୯୯୩

୨। ୧୯୯୧ ଡିସେମ୍ବର ୨୧ ତାରିଖ ସୁଦ୍ଧା ୧୨ଗୋଟି ରାଜ୍ୟକୁ ନେଇ ସ୍ଵାଧୀନ ରାଜ୍ୟମାନଙ୍କର ଏକ ରାଜ୍ୟଗୋଷ୍ଠୀ ଗଠିତ ହୋଇସାରିଥିଲା ।
Answer:
୧୧ ଗୋଟି

BSE Odisha 9th Class History Important Questions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

୩। ଜାର୍ ଦ୍ୱିତୀୟ ନିକୋଲାସ୍ ୧୯୧୭ ମସିହା ଅକ୍ଟୋବର ବିପ୍ଳବଦ୍ଵାରା ଗାଦିଚ୍ୟୁତ ହୋଇଥିଲେ ।
Answer:
ଫେବୃୟାରୀ

୪ । ମିଖାଇଲ ଗୋର୍ବାଚେଭ ସୋଭିଏତ ସଂଘରେ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ କରିଥିଲେ ।
Answer:
ଯୋସେଫ୍ ଷ୍ଟାଲିନ୍

୫। ତାରକା ଯୁଦ୍ଧ ସୋଭିଏତ ସଂଘର ଯୋଜନା ଥିଲା ।
Answer:
ଯୁକ୍ତରାଷ୍ଟ୍ର ଆମେରିକା

୬ । ୧୫୪୭ ମସିହାରେ ଜାର ଦ୍ଵିତୀୟ ନିକୋଲାସ ରୁଷର ପ୍ରଥମ ଜାର୍ ହୋଇଥିଲେ ।
Answer:
ଚତୁର୍ଥ ଇଭାନ୍

୭। ସୋଭିଏତ୍ ସଂଘରେ ଅର୍ଥନୈତିକ ସଂସ୍କାର ପ୍ରକ୍ରିୟା ୧୯୨୦ ମସିହାରୁ ଆରମ୍ଭ ହୋଇଥିଲା ।
Answer:
୧୯୨୧

୮। ଲିଓନିଡ୍ର ବେଜନେଇ ୧୯୫୩ ମସିହା ପର୍ଯ୍ୟନ୍ତ ସୋଭିଏତ୍ ସଂଘର ଶାସନ ଦୃଢ଼ ହସ୍ତରେ ପରିଚାଳନା କରିଥିଲେ ।
Answer:
ଯୋସେଫ୍ ଷ୍ଟାଲିନ୍

୯ । ୧୯୮୮ ମସିହାରେ ଗୋର୍ବାଚେଭ୍ ତାଙ୍କର ନୂତନ ଆର୍ଥନୀତିକ ନୀତି ଘୋଷଣା କରିଥିଲେ ।
Answer:
୧୯୮୬

BSE Odisha 9th Class History Important Questions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

୧୦ । ରୁଷ୍ ଗଣତାନ୍ତ୍ରିକ ପ୍ରକ୍ରିୟା ୧୯୮୭ ମସିହାରେ ଯୋଶେଫ ଷ୍ଟାଲିନ ଆରମ୍ଭ କରିଥିଲେ ।
Answer:
ମିଖାଇଲ୍ ଗୋର୍ବଚେଭ୍

G. ଚାରୋଟି ସମ୍ଭାବ୍ୟ ବିକଳ୍ପ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

Question 1.
ମିଖାଇଲ୍ ଗୋର୍ବାଚେଭ୍ କେବେ ରୁଷରେ ଗଣତାନ୍ତ୍ରିକ ପ୍ରକ୍ରିୟା ଆରମ୍ଭ କରିଥିଲେ ?
(A) ୧୯୮୫
(B) ୧୯୮୭
(C) ୧୯୮୮
(D) ୧୯୯୦
Answer:
(B) ୧୯୮୭

Question 2.
ମିଖାଇଲ୍ ଗୋର୍ବାଚେଭ୍ ସୋଭିଏତ୍ ସଂଘର ରାଷ୍ଟ୍ରପତି ପଦରୁ କେବେ ଇସ୍ତଫା ପ୍ରଦାନ କରିଥିଲେ ?
(A) ୧୯୮୯
(B) ୧୯୯୦
(C) ୧୯୯୧
(D) ୧୯୯୨
Answer:
(C) ୧୯୯୧

Question 3.
କେବେ ସୋଭିଏତ୍ ସଂଘର ଅସ୍ଥିତ୍ଵ କେବେ ଲୋପ ପାଇଥିଲା ?
(A) ୧୯୮୭
(B) ୧୯୮୯
(C) ୧୯୯୦
(D) ୧୯୯୧
Answer:
(D) ୧୯୯୧

Question 4.
କୃଷ୍ଟେଭ୍ କେବେ କ୍ଷମତାରୁ ଅପସରି ଯାଇଥିଲେ ?
(A) ୧୯୬୨
(B) ୧୯୬୩
(C) ୧୯୬୪
(D) ୧୯୬୭
Answer:
(C) ୧୯୬୪

BSE Odisha 9th Class History Important Questions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

Question 5.
କେଉଁ ମସିହାରେ ରୁଷ୍ଠରେ ଜାର୍ ଶାସନର ପତନ ଘଟିଥିଲା ?
(A) ୧୯୧୭
(B) ୧୯୧୯
(C) ୧୯୬୪
(D) ୧୯୬୭
Answer:
(A) ୧୯୧୭

Question 6.
ଲେନିନ୍ ଙ୍କ ନେତୃତ୍ବରେ କେତୋଟି ରାଜ୍ୟର ସମାହାରରେ ସାମ୍ୟବାଦୀ ସୋଭିଏତ୍ ସଂଘ ଆତ୍ମପ୍ରକାଶ କରିଥିଲା ?
(A) ୨୧
(B) ୧୯
(C) ୧୫
(D) ୧୭
Answer:
(C) ୧୫

Question 7.
କେଉଁ ମସିହାରେ ସୋସେଫ୍ ଷ୍ଟ୍ର।ଲିନ୍ ଙ୍କତୃ।ରା ରୁଷ୍ରେ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ କରାଯାଇଥିଲା ।
(A) ୧୯୨୪
(B) ୧୯୨୮
(C) ୧୯୧୮
(D) ୧୯୨୯
Answer:
(B) ୧୯୨୮

Question 8.
ଚେୟୌବିଲ୍ ଆଣବିକ ଶକ୍ତି ଦୁର୍ଘଟଣା କେଉଁ ମସିହାରେ ଘଟିଥିଲା ?
(A) ୧୯୯୧
(B) ୧୯୯୦
(C)୧୯୮୫
(D) ୧୯୮୬
Answer:
(D) ୧୯୮୬

Question 9.
୧୯୨୩ ମସିହାରେ କାହା ନେତୃତ୍ୱରେ ୧୫ଟି ରାଜ୍ୟର ସମାହାରରେ ସାମ୍ୟବାଦୀ ସୋଭିଏତ୍ ସଂଘ ଆତ୍ମପ୍ରକାଶ କରିଥିଲା ?
(A) ଭ୍ଲାଡ଼ିମିର ଲେନିନ୍
(B) ଯୋସେଫ୍ ଷ୍ଟାଲିନ୍
(C) ଆଲେକ୍ସି କୋସିଜିନ୍
(D) ଲିଓନିଡ୍ ବ୍ରେଜନେଭ୍
Answer:
(A) ଭ୍ଲାଡ଼ିମିର ଲେନିନ୍

BSE Odisha 9th Class History Important Questions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

Question 10.
ଲେନିନ୍‌ଙ୍କର ନୂତନ ଅର୍ଥନୈତିକ ନୀତିଦ୍ୱାରା କେବେଠାରୁ ସୋଭିଏତ୍ ସଂଘରେ ଅର୍ଥନୈତିକ ସଂସ୍କାର ଆରମ୍ଭ ହୋଇଥିଲା ?
(A) ୧୯୧୯ ମସିହା
(B) ୧୯୨୧ ମସିହା
(C) ୧୯୨୩ ମସିହା
(D) ୧୯୨୫ ମସିହା
Answer:
(B) ୧୯୨୧ ମସିହା

Question 11.
କେବେଠାରୁ ରୁଷର ସମ୍ରାଟମାନେ ଜାର୍ ଉପାଧ୍ ଧାରଣ କରୁଥିଲେ ?
(A) ୧୫୪୧ ମସିହା
(B) ୧୫୪୫ ମସିହା
(C) ୧୫୪୬ ମସିହା
(D) ୧୫୪୭ ମସିହା
Answer:
(D) ୧୫୪୭ ମସିହା

Question 12.
କେବେ ଚତୁର୍ଥ ଇଭାନ୍ ରୁ ଷ୍ଠ ପ୍ରଥମ ଜାର୍ ହୋଇଥିଲେ ?
(A) ୧୫୪୬ ମସିହା
(B) ୧୫୪୭ ମସିହା
(C) ୧୫୪୯ ମସିହା
(D) ୧୫୫୨ ମସିହା
Answer:
(B) ୧୫୪୭ ମସିହା

Question 13.
ଷ୍ଟାଲିନ୍‌ଙ୍କ ମୃତ୍ୟୁପରେ କିଏ ସୋଭିଏତ୍ ସଂଘର ପ୍ରଧାନମନ୍ତ୍ରୀ ହୋଇଥିଲେ ?
(A) ଲେନିନ୍
(B) ବ୍ରେଜ୍‌ନେଭ୍
(C) କୃଶ୍ଚେଭ୍
(D) କୋସିଜିନ୍
Answer:
(C) କୃଶ୍ଚେଭ୍

Question 14.
କେଉଁ ସୋଭିଏତ୍ ପ୍ରଧାନମନ୍ତ୍ରୀଙ୍କ ସମୟରେ ଚୀନ୍‌ରଶାସକ ମାଓ-ସେ-ତୁକ୍‌ଙ୍କ ସହିତ ସୋଭିଏତ୍ ସଂଘର ସମ୍ପର୍କ ତିକ୍ତ ହୋଇଥିଲା ?
(A) ଲେନିନ୍
(B) କଣ୍ଢେଭ୍
(C) କୋସିଜିନ୍
(D) ବ୍ରେଜ୍‌ନେଭ୍
Answer:
(B) କଣ୍ଢେଭ୍

Question 15.
କେଉଁ ଦେଶ ସାଙ୍ଗରେ ତୀବ୍ର ମତଭେଦ ଯୋଗୁଁ ବିଶ୍ଵରେ ସୋଭିଏତ୍ ସଂଘର ପ୍ରାଧାନ୍ୟ କ୍ଷୁଣ୍ଣ ହୋଇଥିଲା ?
(A) ଯୁକ୍ତରାଷ୍ଟ୍ର ଆମେରିକା
(B) ଚୀନ୍
(C) ଜର୍ମାନୀ
(D) ଜାପାନ
Answer:
(B) ଚୀନ୍

BSE Odisha 9th Class History Important Questions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

Question 16.
କିଏ ତାଙ୍କର ଉଦାରବାଦୀ ମନୋଭାବ ଯୋଗୁଁ କ୍‌ର ପନ୍ଥୀଙ୍କଦ୍ୱାରା ନିନ୍ଦିତ ହୋଇ ୧୯୬୪ ମସିହାରେ କ୍ଷମତାରୁ ଅପସରି ଯାଇଥିଲେ ?
(A) ଲେନିନ୍
(B) କୋସିଜିନ୍
(C) ବ୍ରେଜ୍ନେଭ୍
(D) କୃଶ୍ଚେଭ୍
Answer:
(D) କୃଶ୍ଚେଭ୍

Question 17.
ସୋଭିଏତ୍ ସଂଘର କେଉଁ ଶାସକଙ୍କ ସମୟରେ ଏହାର ସାମରିକ ଖର୍ଚ୍ଚ ଯଥେଷ୍ଟ ବୃଦ୍ଧି ପାଇଥିଲା ?
(A) ଯୋସେଫ୍ ଷ୍ଟାଲିନ୍
(B) କୋସିଜିନ୍
(C) ଲିଓନିଡ୍ ବ୍ରେଡ୍‌ନେଭ୍
(D) ମିଖାଇଲ୍ ଗୋର୍ବାଚେଭ୍
Answer:
(C) ଲିଓନିଡ୍ ବ୍ରେଡ୍‌ନେଭ୍

Question 18.
କିଏ ୧୯୮୫ ମସିହା ମାର୍ଚ୍ଚ ମାସରେ ସୋଭିଏତ୍ ପଲିଟିବ୍ୟୁରୋର ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ ?
(A) ଲେନିନ୍
(B) ଆଲେକ୍ସି କୋସିଜିନ୍
(C) ଲିଓନିଡ୍ ବ୍ରେଜନେଭ୍
(D) ମିଖାଇଲ୍ ଗୋର୍ବାଚେଭ୍
Answer:
(D) ମିଖାଇଲ୍ ଗୋର୍ବାଚେଭ୍

Question 19.
କେବେ ଗୋର୍ବାଚେଭ୍ ତାଙ୍କର ଗ୍ଳାସ୍‌ସ୍ତ ଓ ପେରିସ୍ପୋଇକା ନୀତି ଘୋଷଣା କରିଥିଲେ ?
(A) ୧୯୮୦
(C) ୧୯୮୭
(B) ୧୯୮୬
(D) ୧୯୮୮
Answer:
(B) ୧୯୮୬

Question 20.
କେଉଁ ନୀତିଦ୍ଵାରା ସୋଭିଏତ୍ ସଂଘରେ ମତବ୍ୟକ୍ତ କରିବାର ସ୍ଵାଧୀନତା ଏବଂ ସମ୍ବାଦପତ୍ରର ସ୍ଵାଧୀନତା ସମ୍ଭବ ହୋଇଥିଲା ?
(A) ପେରିସ୍ତ୍ରୋଇକା
(B) ଉସ୍କୋରେନିୟୋ
(C) କ୍ଳାସ୍‌ନସ୍ତ
(D) ପଞ୍ଚବାର୍ଷିକ ଯୋଜନା
Answer:
(C) କ୍ଳାସ୍‌ନସ୍ତ

BSE Odisha 9th Class History Important Questions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

Question 21.
୧୯୯୦ ମସିହା ମାର୍ଚ୍ଚ ୧୫ ତାରିଖରେ କିଏ ସୋଭିଏତ୍ ସଂଘର ପ୍ରଥମ କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ରୂପେ ନିର୍ବାଚିତ ହୋଇଥିଲେ ?
(A) ଲେନିନ
(B) ମିଖାଇଲ୍ ଗୋର୍ବାଚେଭ୍
(C) ବୋରିସ୍ ୟେଲ୍‌ସିନ୍
(D) ଲିଓନିଡ୍ ବ୍ରେଜନେଭ୍
Answer:
(B) ମିଖାଇଲ୍ ଗୋର୍ବାଚେଭ୍

Question 22.
ଆର୍ଥନୀତିକ ପୁନର୍ଗଠନ ଓ ଦ୍ରୁତ ଆର୍ଥନୀତିକ ବିକାଶ ନିମନ୍ତେ କିଏ ପେରିସ୍ପୋଇକା ଏବଂ ଉସ୍କୋରେନିୟୋ ନୀତିଦ୍ଵୟ ପ୍ରଣୟନ କରିଥିଲେ ?
(A) ଗୋର୍ବାଚେଭ୍
(B) ଲେନିନ୍‌
(C) କୋସିଜିନ୍
(D) କୃଶ୍ଚେଭ୍
Answer:
(A) ଗୋର୍ବାଚେଭ୍

Question 23.
କେଉଁ ମସିହା ସୁଦ୍ଧା ସୋଭିଏତ୍ ସରକାର ଦେଶର ଅର୍ଥନୀତି ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହରାଇଥିଲେ ?
(A) ୧୯୮୬
(B) ୧୯୮୮
(C) ୧୯୯୦
(D) ୧୯୯୧
Answer:
(C) ୧୯୯୦

Question 24.
୧୯୯୧ ମସିହା ଡିସେମ୍ବର ୨୫ ତାରିଖ ଦିନ କିଏ ସୋଭିଏତ୍ ସଂଘର ରାଷ୍ଟ୍ରପତି ପଦରୁ ଇସ୍ତଫା ପ୍ରଦାନ କରିଥିଲେ ?
(A) ୟେସିନ୍
(B) ଗୋର୍ବାଚେଭ୍
(C) ଲେନିନ୍
(D) କୋସିଜିନ୍
Answer:
(B) ଗୋର୍ବାଚେଭ୍

Question 25.
ଜର୍ଜିଆ କେବେ ସ୍ଵାଧୀନ ରାଜ୍ୟମାନଙ୍କର ରାଜ୍ୟଗୋଷ୍ଠୀ ସହିତ ମିଶିଥିଲା ?
(A) ୧୯୮୬
(C) ୧୯୯୦
(B) ୧୯୮୮
(D) ୧୯୯୩
Answer:
(D) ୧୯୯୩

BSE Odisha 9th Class History Important Questions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

Question 26.
କେଉଁଟି ସ୍ଵାଧୀନ ରାଜ୍ୟମାନଙ୍କର ରାଜ୍ୟଗୋଷ୍ଠୀର ଅନ୍ତର୍ଭୁକ୍ତ ନ ଥିଲା ?
(A) ବେଲାରୁଷ୍
(B) ଆର୍ମେନିଆ
(C) ଲାଟ୍‌ଭିଆ
(D) ମୋଲ୍‌ଲା
Answer:
(C) ଲାଟ୍‌ଭିଆ

Leave a Comment