BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

Odisha State Board BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ Important Questions and Answers.

BSE Odisha Class 9 History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଦ୍ବିତୀୟ ବିଶ୍ୱଯୁଦ୍ଧର ପ୍ରମୁଖ କାରଣଗୁଡିକ ଉଲ୍ଲେଖ କର ।
Answer:

  • ଶାନ୍ତି ପ୍ରତିଷ୍ଠା ଦିଗରେ ଭର୍ସାଇ ସନ୍ଧିର କଠୋରତା ଦ୍ବିତୀୟ ବିଶ୍ୱଯୁଦ୍ଧର ମୁଖ୍ୟ କାରଣ ଥିଲା । ଏହି ସନ୍ଧିରେ ଜର୍ମାନୀକୁ ଦୁର୍ବଳ କରି ଦେବାପାଇଁ ସେ ଦେଶ ଉପରେ ରାଜନୈତିକ, ଅର୍ଥନୈତିକ ଓ ସାମରିକ କ୍ଷେତ୍ର ରେ ଅନେକ କଟକଣା ଜାରି କରାଯାଇଥିଲା । ଆକ୍ରମଣ ଭୟରେ ଜର୍ମାନୀ ବାଧ୍ୟ ହୋଇ ଏହି ଅପମାନଜନକ ସନ୍ଧିକୁ ଗ୍ରହଣ କରିଥିଲା ।
  • ଏହି ସନ୍ଧି ଜର୍ମାନୀ ଜନସାଧାରଣଙ୍କ ମନରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା, ଯାହା ପରବର୍ତ୍ତୀ ସମୟରେ ଦ୍ଵିତୀୟ ବିଶ୍ବଯୁଦ୍ଧର ମୁଖ୍ୟ କାରଣ ହୋଇଥିଲା ।
  • ବିଭିନ୍ନ ଆଦର୍ଶବାଦ ମଧ୍ୟରେ ସଂଘର୍ଷ ଦ୍ବିତୀୟ ବିଶ୍ୱ ଯୁଦ୍ଧର ଅନ୍ୟତମ କାରଣ ଥିଲା।। ଇଟାଲୀର ଫାସୀବାଦ, ଜର୍ମାନୀର ନାଜିବାଦ ଓ ଜାପାନର ଏକଚ୍ଛତ୍ରବାଦ ନୀତି ଅନ୍ୟ ଗଣତନ୍ତ୍ର ଓ ସାମ୍ୟବାଦୀ ଚିନ୍ତାଧାରାକୁ ବିରୋଧ କରିଥିଲା ।
  • ସ୍ପେନ୍ ଗୃହଯୁଦ୍ଧରେ ଫାସୀବାଦୀମାନଙ୍କ ବିଜୟ ଓ ଏହି ଘଟଣାରେ ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କ ପ୍ରତିକ୍ରିୟା ପରବର୍ତ୍ତୀ ପର୍ଯ୍ୟାୟରେ ଦ୍ଵିତୀୟ ବିଶ୍ବଯୁଦ୍ଧର ପ୍ରମୁଖ କାରଣ ସାଜିଥିଲା ।

୨। ଜାତିସଂଘ କେଉଁସବୁ କାରଣ ପାଇଁ ନିଜର ସତ୍ତା ହରାଇ ବସିଲା ?
Answer:

  • ପ୍ରଥମ ବିଶ୍ଵଯୁଦ୍ଧ ପରେ ସାମୂହିକ ସୁରକ୍ଷା ଓ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଜାତିସଂଘ ଗଠନ କରିଦେଇଥୁଲା ।
  • ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଉଡ୍ରୋ ଉଇଲ୍ ସନ୍ ଜାତି ସଂଘ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ମଧ୍ୟ ସିନେଟ୍‌ର ବିରୋଧ ଯୋଗୁଁ ଆମେରିକା ଏହାର ସଭ୍ୟପଦ ଗ୍ରହଣ କରିପାରିଲା ନାହିଁ ।
  • ଜାତିସଂଘର ନିର୍ଦ୍ଦେଶ ଅମାନ୍ୟ କରୁଥିବା ଓ ବିଶ୍ୱଶାନ୍ତି ଭଙ୍ଗ କରୁଥିବା ବୃହତ୍ ରାଷ୍ଟ୍ରମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିଲା ନାହିଁ ।
  • ଏହାର ସଭ୍ୟରାଷ୍ଟ୍ରମାନେ ନିଜର ଇଚ୍ଛାନୁସାରେ ସଭ୍ୟପଦରୁ ଓହରି ଯାଇ ପାରୁ ଥିଲେ । ସ୍ବାର୍ଥପୂରଣ ନ ହେବାରୁ ପ୍ରଥମେ ଜର୍ମାନୀ ଓ ପରେ ପରେ ଇଟାଲୀ ଓ ଜାପାନ ସଭ୍ୟପଦ ତ୍ୟାଗ କଲେ ।
  • ବୃହତ୍ ରାଷ୍ଟ୍ରମାନଙ୍କର କାର୍ଯ୍ୟକଳାପ ଯୋଗୁଁ କ୍ଷୁଦ୍ର ରାଷ୍ଟ୍ରମାନେ ନିଜକୁ ସୁରକ୍ଷିତ ମଣିଲେ ନାହିଁ । ତେଣୁ ଜାତିସଂଘରୁ ସେମାନେ ଆସ୍ଥା ଲକ୍ଷ୍ୟ ପୂରଣରେ ବିଫଳ ହୋଇଥିଲା ।

୩। ଦ୍ବିତୀୟ ବିଶ୍ଵଯୁଦ୍ଧ ପରେ ଜର୍ମାନୀର ଅବସ୍ଥା କ’ଣ ହେଲା ?
Answer:

  • ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜର୍ମାନୀରେ ନାଜିଦଳ ସମ୍ପୂର୍ଣ୍ଣ ଲୋପ ପାଇଲା ।
  • ଜର୍ମାନୀର ବିଭିନ୍ନ ଅଞ୍ଚଳରେ ବ୍ରିଟେନ୍ , ଫ୍ରାନ୍ସ, ରୁଷ୍ ଓ ଯୁକ୍ତରାଷ୍ଟ୍ର ଆମେରିକାର କର୍ତ୍ତୃତ୍ଵ ପ୍ରତିଷ୍ଠିତ ହେଲା ।
  • ୧୯୪୯ ମସିହାରେ ଜର୍ମାନୀର ପଶ୍ଚିମାଞ୍ଚଳକୁ ଏକତ୍ର କରାଯାଇ ପଶ୍ଚିମ ଜର୍ମାନୀ ବା ଜର୍ମାନ୍ ସଂଯୁକ୍ତ ସାଧାରଣତନ୍ତ୍ର ଗଠିତ ହୋଇଥିଲା ।
  • ପୂର୍ବ ଜର୍ମାନୀ ଜର୍ମାନ୍ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ନାମରେ ପରିଚିତ ହେଲା ।
  • ପଶ୍ଚିମ ଜର୍ମାନୀର ଶାସନରେ ପାଶ୍ଚାତ୍ୟ ଗଣତନ୍ତ୍ରର ପ୍ରଭାବ ରହୁଥିବାବେଳେ ପୂର୍ବ ଜର୍ମାନୀର ଶାସନରେ ସାମ୍ୟବାଦୀ ପ୍ରଭାବ ରହିଲା ।

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

୪। ଦ୍ଵିତୀୟ ବିଶ୍ୱଯୁଦ୍ଧରେ ଫାସିଷ୍ଟ ଶକ୍ତି କିପରି ପରାସ୍ତ ହେଲା ଆଲୋଚନା କର ।
Answer:

  • ଫାସିବାଦୀ ଓ ନାଜିବାଦର ଅଭ୍ୟୁଦୟ ଫଳରେ ପ୍ରଥମ ପର୍ଯ୍ୟାୟରେ ସେମାନେ ମିତ୍ରଶକ୍ତିକୁ ବିଭିନ୍ନ ରଣାଙ୍ଗନରେ ପରାସ୍ତ କଲେ । ଅକ୍ଷଶକ୍ତିର ଆକ୍ରମଣକୁ ମୁକାବିଲା କରିବାକୁ ମିତ୍ରଶକ୍ତି ଅସମର୍ଥ ହେଲା ।
  • ୧୯୪୧ ମସିହାରେ ହିଟ୍‌ଲର୍ ରୁଷ୍ ଆକ୍ରମଣ କରିବା ଫଳରେ ରୁଷ୍ ମିତ୍ରଶକ୍ତି ପକ୍ଷରେ ଯୋଗଦେଲା । ପୁନଶ୍ଚ ସେହିବର୍ଷ ଜାପାନ ଯୁକ୍ତରାଷ୍ଟ୍ର ଆମେରିକାର ବନ୍ଦର ‘ପର୍ଲ ହାର୍ବର’ ଉପରେ ଆକ୍ରମଣ କରିବାରୁ ଆମେରିକା ମଧ୍ୟ ମିତ୍ରଶକ୍ତି ପକ୍ଷରେ ଯୋଗଦେଲା । ଫଳରେ ମିତ୍ରଶକ୍ତି ବଳିଷ୍ଠ ହୋଇଉଠିଲା ।
  • ବ୍ରିଟେନ୍, ଫ୍ରାନ୍ସ, ଯୁକ୍ତରାଷ୍ଟ୍ର ଆମେରିକା, ସୋଭିଏତ୍ ରୁଷ୍ ପ୍ରଭୃତି ୨୬ଟି ରାଷ୍ଟ୍ର ମିଳିତ ହୋଇ ୧୯୪୨ ମସିହାରେ ଫାସିବାଦ ବିରୁଦ୍ଧରେ ସଂଗ୍ରାମ ଘୋଷଣା କରିବା ପରେ ଯୁଦ୍ଧର ଗତି ମିତ୍ରଶକ୍ତି ସପକ୍ଷରେ ଗଲା। ଯୁଦ୍ଧର ଗତି ମିତ୍ରଶକ୍ତି ସପକ୍ଷରେ ଗଲା । ପରାସ୍ତ ହେବାକୁ ଲାଗିଲା ।
  • ୧୯୪୩ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରିଟେନ୍‌ର ମିଳିତ ସୈନ୍ୟବାହିନୀ ଇଟାଲୀର ସିସିଲି ଅସ୍ଵୀକାର କଲେ । ଜର୍ମାନୀର ସାହାଯ୍ୟ ସତ୍ତ୍ଵେ ଇଟାଲୀ ପରାଜିତ ହୋଇ ୧୯୪୫ ମସିହାରେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିଲା ।
  • ଜାପାନର ହିରୋସୀମା ଓ ନାଗାସାକି ଉପରେ ଆମେରିକାର ପରମାଣୁ ବୋମା ନିକ୍ଷେପ ଯୋଗୁଁ ସହର ଦୁଇଟି ଧ୍ୱଂସ ପାଇଲା ଓ ଜାପାନ ମଧ୍ଯ ବିନା ସର୍ତ୍ତରେ ଆତ୍ମସମର୍ପଣ କଲା । ଏହିଭଳି ଭାବରେ ଫାସିଷ୍ଟ ଶକ୍ତିର ପରାଜୟ ଘଟିଲା ।

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଜର୍ମାନୀ କେବେ ଓ କାହିଁକି ଦ୍ବିତୀୟ ବିଶ୍ବଯୁଦ୍ଧରେ ଆତ୍ମସମର୍ପଣ କଲା ?
Answer:

  • ୧୯୪୫ ମସିହା ଆରମ୍ଭରୁ ଉଭୟ ପୂର୍ବ ଓ ପଶ୍ଚିମ ଦିଗରୁ ମିତ୍ରଶକ୍ତିର ସୈନ୍ୟବାହିନୀ ଜର୍ମାନୀ ଉପରେ ଆକ୍ରମଣ କରିଥିଲେ । ସେମାନେ ବର୍ଲିନ୍ ଆଡ଼କୁ ମାଡ଼ିଆସିଲାବେଳେ ହିଟଲର ମାଟିତଳେ ନିର୍ମିତ ତାଙ୍କ ଆଶ୍ରୟ କକ୍ଷରେ ଆତ୍ମହତ୍ୟା କଲେ ।
  • ରୁଷ୍ ସୈନ୍ୟ ବର୍ଲିନ୍ ଅଧୂର କରିବାରୁ ବାଧ୍ୟହୋଇ ଜର୍ମାନୀ ୧୯୪୫ ମସିହା ମେ ମାସ ୭ ତାରିଖ ଦିନ ବିନା ସର୍ତ୍ତରେ ଆତ୍ମସମର୍ପଣ କରିଥିଲା ।

୨। ଜର୍ମାନୀ ଓ ଇଟାଲୀ କେବେ ଓ କାହିଁକି ଏକ ଚୁକ୍ତି ସମ୍ପାଦନ କଲେ ? ଜାପାନ ଏହି ମେଣ୍ଟରେ କେବେ ଯୋଗଦେଲା ।
Answer:

  • ଯୁଦ୍ଧ ସମୟରେ ପରସ୍ପର କୁ ସାହାଯ୍ୟ କରିବାପାଇଁ ୧୯୩୬ ମସିହାରେ ଜର୍ମାନୀ ଓ ଇଟାଲୀ ଏକ ଚୁକ୍ତି ସମ୍ପାଦନ କରିଥିଲେ ।
  • ୧୯୩୭ ମସିହାରେ ଜାପାନ ଏହି ମେଣ୍ଟରେ ଯୋଗଦେଲା ।

୩। ସ୍ପେନରେ କେବେ ଏକ ଗୃହଯୁଦ୍ଧ ହୋଇଥିଲା ଓ ଏହାର ପରିଣତି କ’ଣ ହେଲା ?
Answer:

  • ୧୯୩୬ ମସିହାରେ ସ୍ପେନ୍‌ରେ ଏକ ଗୃହଯୁଦ୍ଧ ହୋଇଥିଲା ।
  • ପରିଣତିସ୍ୱରୂପ ସ୍ପେନ୍‌ର ନିର୍ବାଚିତ ସରକାର ଗାଦିଚ୍ୟୁତ ହେଲେ ଓ ଜେନେରାଲ୍ ଫ୍ରାଙ୍କୋଙ୍କ ନେତୃତ୍ୱରେ ସେଠାରେ ଏକଚ୍ଛତ୍ରବାଦୀ ଶାସନ ପତିଷ୍ଠିତ ହେଲା ।

୪। ଜାପାନ କାହିଁକି ବିନା ସର୍ତ୍ତରେ ଆତ୍ମସମର୍ପଣ କରିଥିଲା ?
Answer:

  • ୧୯୪୫ ମସିହା ଅଗଷ୍ଟ ୬ ତାରିଖରେ ଜାପାନର ହିରୋସୀମା ଓ ୯ ତାରିଖରେ ନାଗାସାକି ଉପରେ ଆମେରିକା ପରମାଣ
  • ବୋମା ନିକ୍ଷେପ କରି ସହର ଦୁଇଟିକୁ ଧ୍ୱଂସ ୬। କରିଦେଲା ।
  • ପରମାଣୁ ବୋମାର ଭୟାବହତା ଦେଖ ଜାପାନ ୧୯୪୫ ମସିହା ଅଗଷ୍ଟ ୧୪ ତାରିଖରେ ବିନା ସର୍ଭରେ ଆତ୍ମସମର୍ପଣ କରିଥିଲା ।

୫। ଶ୍ରମିକ ଦଳ କେବେ ବ୍ରିଟେନ୍‌ରେ ଶାସନ କ୍ଷମତାକୁ ଆସିଲା ? ଏହାର ଫଳାଫଳ କ’ଣ ହୋଇଥିଲା ?
Answer:

  • ଦ୍ବିତୀୟ ବିଶ୍ଵଯୁଦ୍ଧ ପରେ ୧୯୪୫ ମସିହାରେ ବ୍ରିଟେନ୍‌ରେ ଆଟ୍‌ଲିଙ୍କ ନେତୃତ୍ଵରେ ଶ୍ରମିକ ଦଳ ଶାସନ ଭାର ଗ୍ରହଣ କରିଥିଲା ।
  • ଏହି ଦଳର ସରକାର ବିଭିନ୍ନ ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ କରି ବ୍ରିଟେନ୍‌ର ଅର୍ଥନୈତିକ ଉନ୍ନତି ଘଟାଇଥିଲେ ।

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

୬। ଜାପାନ କେବେ ମାଞ୍ଚୁରିଆ ଅଧିକାର କଲା ? ଜାପାନ କାହିଁକି ଜାତିସଂଘରୁ ଓହରିଗଲା ?
Answer:

  • ୧୯୩୧ ମସିହାରେ ଜାପାନ ତୈଳ ଓ ଖଣିଜ ସମ୍ପଦପୂର୍ଣ୍ଣ ଚୀନ୍‌ର ମାଞ୍ଚୁରିଆ ଅଧ୍ୟାର କରିଥିଲା ।
  • ନିଜ ସ୍ୱାର୍ଥ ଦୃଷ୍ଟିରୁ ଜାପାନ ଜାତିସଂଘରୁ ଓହରିଯାଇଥିଲା ।

୭। ମ୍ୟୁନିକ୍ ଚୁକ୍ତି କେବେ, କାହିଁକି ଓ କାହା କାହା ମଧ୍ୟରେ ସ୍ଵାକ୍ଷରିତ ହୋଇଥିଲା ?
Answer:

  • ମ୍ୟୁନିକ୍ ଚୁକ୍ତି ୧୯୩୮ ମସିହାରେ ଜର୍ମାନୀ, ବ୍ରିଟେନ୍ ଓ ଫ୍ରାନ୍‌ ସ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା ।
  • ଏହି ଚୁକ୍ତିଦ୍ଵାରା ବ୍ରିଟେନ୍ ଓ ଫ୍ରାନ୍ସ ଜର୍ମାନୀର କାର୍ଯ୍ୟକଳାପକୁ ପରୋକ୍ଷରେ ଅନୁମୋଦନ କରିଥଲେ ।

A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। ଜାପାନ କେବେ ଚୀନ୍‌ର ମାଞ୍ଚୁରିଆ ଅଧିକାର କଲା ?
Answer:
ଜାପାନ ୧୯୩୧ ମସିହାରେ ଚୀନ୍‌ର ମାଞ୍ଚୁରିଆ ଆକ୍ରମଣ କରିଥିଲା ।

୨। ଜାପାନ କାହିଁକି ଜାତିସଂଘରୁ ଓହରିଗଲା ?
Answer:
ଜାପାନ ନିଜ ସ୍ୱାର୍ଥ ଦୃଷ୍ଟିରୁ ଜାତିସଂଘର ଓହରିଗଲା ।

୩ । ଜାପାନର କେଉଁ ସହର ଦୁଇଟି ପରମାଣୁ ବୋମାଦ୍ବାରା ଧ୍ଵଂସ ହୋଇଥିଲା ?
Answer:
ଜାପାନର ହୀରୋସୀମା ଓ ନାଗାସାକି ସହର ଦୁଇଟି ପରମାଣୁ ବୋମାଦ୍ଵାରା ଧ୍ଵଂସ ହୋଇଥିଲା ।

୪। ରୁଷ୍ କେବେ ଦ୍ୱିତୀୟ ବିଶ୍ଵଯୁଦ୍ଧରେ ଯୋଗଦେଲା ଓ କାହିଁକି ?
Answer:
୧୯୪୧ ମସିହାରେ ହିଟଲର୍ ରୁଷ୍ ଆକ୍ରମଣ କରିବା ଫଳରେ ରୁଷ୍ ମିତ୍ରଶକ୍ତି ସପକ୍ଷରେ ଦ୍ବିତୀୟ ବିଶ୍ବଯୁଦ୍ଧରେ ଯୋଗଦେଲା ।

୫। କିଏ ସେନ୍ ରେ ଏକଚ୍ଛତ୍ର ଶାସନ ପ୍ରତିଷ୍ଠା କରିଥିଲେ ?
Answer:
ଜେନେରାଲ୍ ଫ୍ରାଙ୍କୋ ସ୍ପେନ୍‌ରେ ଏକଚ୍ଛତ୍ର ଶାସନ ପ୍ରତିଷ୍ଠା କରିଥିଲେ ।

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

୬। ମ୍ୟୁନିକ୍ ଚୁକ୍ତି କ’ଣ ?
Answer:
୧୯୩୮ ମସିହାରେ ବ୍ରିଟେନ୍ ଓ ଫ୍ରାନ୍ ସ ମ୍ୟୁନିକ୍‌ଠାରେ ଜର୍ମାନୀ ସହ ଏକ ଚୁକ୍ତି କରି ଜର୍ମାନୀର କାର୍ଯ୍ୟକଳାପକୁ ଅନୁମୋଦନ କରିଥିଲେ, ଯାହା ମ୍ୟୁନିକ୍ ଚୁକ୍ତି ନାମରେ ପରିଚିତ ।

୭। ଏକଚ୍ଛତ୍ରବାଦୀ ଶକ୍ତିମାନଙ୍କୁ କ’ଣ ପ୍ରୋତ୍ସାହନ ଯୋଗାଇଥିଲା ?
Answer:
ଗଣତାନ୍ତ୍ରିକ ଓ ବୃହତ୍ ରାଷ୍ଟ୍ରମାନଙ୍କ ସନ୍ତୁଷ୍ଟୀକରଣ ନୀତି, ରାଜନୈତିକ ନିଷ୍କ୍ରିୟତା ଓ ଉଦାସୀନତା ଏକଚ୍ଛତ୍ରବାଦୀ ଶକ୍ତିମାନଙ୍କୁ ପ୍ରୋତ୍ସାହନ ଯୋଗାଇଥିଲା ।

B. ଗୋଟିଏ ପଦରେ ଉତ୍ତର ଲେଖ ।

୧। ପ୍ୟାରିସ୍ ଶାନ୍ତ ସମ୍ମିଳନୀରେ କେଉଁ ଦେଶ ବ୍ୟତୀତ ଅନ୍ୟ ଶକ୍ତିମାନେ ସେମାନଙ୍କର ସ୍ଵାର୍ଥସାଧନ ପାଇଁ ବ୍ୟଗ୍ର ଥିଲେ ?
Answer:
ଯୁକ୍ତରାଷ୍ଟ୍ର ଆମେରିକା

୨। ହିଟଲର୍ କେବେ ରାଇନ୍ ଅଞ୍ଚଳ ଅଧିକାର କରିନେଲେ ?
Answer:
୧୯୩୬ ମସିହା

୩। ଜର୍ମାନୀ କେବେ ଅଷ୍ଟ୍ରିଆ ଅଧିକାର କରିଥିଲା ?
Answer:
୧୯୩୮ ମସିହା

୪। ମୁସୋଲିନୀ କେବେ ଆଫ୍ରିକା ମହାଦେଶସ୍ଥ ଆବିସିନିଆକୁ ଜୟକରି ଇଟାଲୀ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ କଲେ ?
Answer:
୧୯୩୬ ମସିହା

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

୫। ଜାପାନ କେବେ ତୈଳ ଓ ଖଣିଜ ସମ୍ପଦପୂର୍ଣ୍ଣ ଚୀନର ମାଞ୍ଚୁରିଆ ପ୍ରଦେଶ ଅଧିକାର କରିଥିଲା ?
Answer:
୧୯୩୧ ମସିହା

୬। ବ୍ରିଟେନ୍‌ ଓ ଫ୍ରାନ୍ସ ୧୯୩୮ ମସିହାରେ କେଉଁ ଚୁକ୍ତି କରି ଜର୍ମାନୀର ଆକ୍ରମଣାତ୍ମକ ରାଜ୍ୟବିସ୍ତାର ନୀତିକୁ ପରୋକ୍ଷରେ ଅନୁମୋଦନ କରିଥିଲେ ?
Answer:
ମ୍ୟୁନିକ୍ ଚୁକ୍ତି

୭। ୧୯୩୩ ମସିହାରେ କେଉଁ ଦେଶ ଜାତିସଂଘରୁ ଓହରି ଆସିଥିଲା ?
Answer:
ଜର୍ମାନୀ

୮। ଜାପାନ ୧୯୩୧ ମସିହାରେ ଚୀନ୍‌ର କେଉଁ ପ୍ରଦେଶ ଆକ୍ରମଣ କରିଥିଲା ?
Answer:
ମାଞ୍ଚୁରିଆ

୯। କେବେ ରୋମ-ବର୍ଲିନ୍-ଟୋକି ଓ ଅକ୍ଷଶକ୍ତି ଗଠିତ ହୋଇଥଲା ?
Answer:
୧୯୩୭ ମସିହା

୧୦। ଜର୍ମାନୀ କେବେ ପୋଲାଣ୍ଡ ଆକ୍ରମଣ କଲା ?
Answer:
୧୯୩୯ ମସିହା

୧୧। ଜର୍ମାନୀ କେବେ ଜାତିସଂଘରୁ ଓହରି ଆସିଲା ?
Answer:
୧୯୩୩ ମସିହା

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

୧୨। ସେନ୍‌ରେ ଗୃହଯୁଦ୍ଧ କେବେ ସଂଘଟିତ ହୋଇଥିଲା ?
Answer:
୧୯୩୬ ମସିହା

୧୩। ଇଟାଲୀ ଓ ଜର୍ମାନୀ କେଉଁ ଦେଶର ବିଦ୍ରୋହୀମାନଙ୍କୁ ସାମରିକ ସାହାଯ୍ୟ ଯୋଗାଇଥିଲେ ?
Answer:
ସ୍ପେନ୍

୧୪। ଜେନେରାଲ ଫ୍ରାଙ୍କା କେଉଁ ଦେଶର ଶାସକ ଥିଲେ ହୋଇଥିଲା ?
Answer:
ସେନ୍

୧୫। ୧୯୩୬ ମସିହାରେ ଗଠିତ ଅକ୍ଷଶକ୍ତିରେ କେଉଁ ଦେଶ ଏକ ବର୍ଷ ପରେ ଯୋଗ ଦେଇଥିଲା ?
Answer:
ଜାପାନ

୧୬। ପୋଲାଣ୍ଡ ମାଟିରୁ ଜର୍ମାନୀକୁ ଅପସରି ଯିବାପାଇଁ କେଉଁ ଦେଶ ଚେତାବନୀ ଦେଇଥିଲା ?
Answer:
ବ୍ରିଟେନ୍

୧୭। ଦ୍ଵିତୀୟ ବିଶ୍ଵଯୁଦ୍ଧ କେବେ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା ?
Answer:
୧୯୩୯ ସେପ୍ଟେମ୍ବର ୧ ତାରିଖ

୧୮। ବ୍ରିଟେନ୍ କେଉଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଜର୍ମାନୀ ଆକ୍ରମଣର ମୁକାବିଲା କରିଥିଲା ?
Answer:
ଚର୍ଚ୍ଚିଲ୍

୧୯। ଜାପାନର ମହାନଗରୀ ଦୁଇଟି ଉପରେ ଯୁକ୍ତରାଷ୍ଟ୍ର ଆମେରିକା କେଉଁ ବୋମା ପକାଇ ଧ୍ବଂସ କରିଦେଇଥିଲା ?
Answer:
ପରମାଣୁ ବୋମା

୨୦। ଜର୍ମାନୀଠାରୁ ସବୁପ୍ରକାର ସାହାଯ୍ୟ ପାଇ ମଧ୍ଯ ଇଟାଲୀ କେବେ ଆତ୍ମସମର୍ପଣ କରିଥିଲା ?
Answer:
୧୯୪୩ ମସିହା ।

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

C. ଶୂନ୍ୟସ୍ଥାନ ପୂରଣ କର ।

୧। ଜାପାନ ଯୁକ୍ତରାଷ୍ଟ୍ର ଆମେରିକାର ବନ୍ଦର ନଗର ______________ ଉପରେ ଆକ୍ରମଣ କରିଥିଲା ।
Answer:
ପର୍ଲ ହାର୍ବର

୨। ଜାପାନ ୧୯୩୧ ମସିହାରେ ____________ ପ୍ରଦେଶ ଆକ୍ରମଣ କରିଥିଲା ।
Answer:
ମାଞ୍ଚୁରିଆ

୩। ରୋମ୍ -ବର୍ଲିନ୍-ଟୋକି ଓ ଅକ୍ଷଶକ୍ତି _____________ ମସିହାରେ ଗଠିତ ହୋଇଥିଲା ।
Answer:
୧୯୩୭

୪। _________________ ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରରପେ ପ୍ରତିଷ୍ଠିତ ହୋଇଥଲା ।
Answer:
ଆମେରିକା

୫। ମୁସୋଲିନୀ ____________ ମସିହାରେ ଆବିସିନିଆକୁ ଜୟକରି ଇଟାଲୀ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ କଲେ ।
Answer:
୧୯୩୬

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

୬। ୧୯୪୨ ମସିହାରେ _____________ ଟି ଦେଶର ପ୍ରତିନିଧ୍ ଫାସୀବାଦ ବିରୋଧରେ ମିଳିତ ସଂଗ୍ରାମ ଘୋଷଣା କରିଥିଲେ ।
Answer:
୨୬

୭। ___________________ ପରେ ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରରପେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିଷ୍ଠା ଲାଭ କଲା ।
Answer:
ଦ୍ଵିତୀୟ ବିଶ୍ୱଯୁଦ୍ଧ

୮। ଯୁକ୍ତରାଷ୍ଟ୍ର ଆମେରିକା ___________ ମସିହାରେ ଜାପାନର ହିରୋସୀମା ନଗର ଉପରେ ପରମାଣୁ ବୋମା ପକାଇଲା ।
Answer:
୧୯୪୫

୯| ______________ ର ଆତ୍ମସମର୍ପଣ ପରେ ଦ୍ଵିତୀୟ ବିଶ୍ବଯୁଦ୍ଧର ପରିସମାପ୍ତ ଘଟିଲା
Answer:
ଜାପାନ

୧୦| ____________ ଯୁଦ୍ଧରେ ପ୍ରଥମ ଥର ପାଇଁ ପରମାଣୁ ବୋମାର ପ୍ରୟୋଗ କରାଯାଇଥିଲା ।
Answer:
ଦ୍ଵିତୀୟ ବିଶ୍ଵ

୧୧। _____________ ଆନୁକୂଲ୍ୟରେ ପୃଥ‌ିବୀର ଶାନ୍ତି ପ୍ରତିଷ୍ଠା ଓ ନି ର ସ୍ୱୀକରଣ ଦିଗରେ ବହୁ ପଦକ୍ଷେପ ଗ୍ରହଣ କରାଯାଇଥିଲା ।
Answer:
ଜାତିସଂଘ

୧୨। ପ୍ରଥମ ବିଶ୍ୱଯୁଦ୍ଧର _______________ ବର୍ଷ ପରେ ଦ୍ଵିତୀୟ ବିଶ୍ଵଯୁଦ୍ଧ ଆରମ୍ଭ ହୋଇଥିଲା ।
Answer:
୨୦

୧୩ । ପ୍ୟାରିସ୍ ଶାନ୍ତ ସମ୍ମିଳନୀର ତ୍ରୁଟିବିଚ୍ୟୁତି ପାଇଁ _______________ ଯୁଦ୍ଧ ପାଇଁ ଅନେକ ପରିମାଣରେ ଦାୟୀ ।
Answer:
ଦ୍ଵିତୀୟ ବିଶ୍ଵ

୧୪ । ଶାନ୍ତି ପ୍ରତିଷ୍ଠା ନିମନ୍ତେ ବିଜୟୀ ରାଷ୍ଟ୍ରମାନଙ୍କର ଜର୍ମାନୀ ସହିତ _______________ ପକ୍ଷର କଠୋରତା ଦ୍ଵିତୀୟ ବିଶ୍ବଯୁଦ୍ଧର ନିମନ୍ତେ ମାର୍ଗ ପ୍ରସ୍ତୁତ କରିଥିଲା ।
Answer:
ଭର୍ସାଇ

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

୧୫ । ସୋଭିଏତ୍ ରୁଷ୍ ______ ମସିହାରେ ମିତ୍ର ଶକ୍ତି ପକ୍ଷରେ ଯୁଦ୍ଧରେ ଯୋଗଦାନ କରିଥିଲା ।
Answer:
୧୯୪୧

୧୬ । ସ୍ଵାର୍ଥପୂରଣ ନ ହେବାରୁ ପ୍ରଥମେ _____________ ଦେଶ ଜାତିସଂଘର ସଭ୍ୟପଦ ତ୍ୟାଗ କରିଥିଲା ।
Answer:
ଜର୍ମାନୀ

୧୭ । ଭାରତର ସଂସଦ ବା ପାର୍ଲାମେଣ୍ଟ ଭଳି ଯୁକ୍ତରାଷ୍ଟ୍ର ଆମେରିକାର ସଂସଦକୁ _______________ କୁହାଯାଏ ।
Answer:
କଂଗ୍ରେସ

୧୮ । ଚେକେସ୍କୋଭାକିଆ ଅଞ୍ଚଳରେ _____________ ଭାଷାଭାଷୀ ଲୋକେ ବାସ କରୁଥିଲେ ।
Answer:
ଜର୍ମାନୀ

୧୯ । ଚାମ୍ବରଲେନ୍ _______________ ଦେଶର ପ୍ରଧାନମନ୍ତ୍ରୀ ଥିଲେ ।
Answer:
ଇଂଲଣ୍ଡ

୨୦ । ୧୯୩୮ ମସିହାର ମ୍ୟୁନିକ୍ ଚୁକ୍ତିଦ୍ୱାରା ମାତ୍ର _____________ ମାସ ପାଇଁ ଶାନ୍ତି ପ୍ରତିଷ୍ଠିତ ହୋଇଥିଲା ।
Answer:
୧୧

D. ଠିକ୍ ଉକ୍ତି ପାଇଁ (✓) ଓ ଭୁଲ ଉକ୍ତି ପାଇଁ (×) ଲେଖ ।

୧। ଯୁକ୍ତରାଷ୍ଟ୍ର ଆମେରିକାର କଂଗ୍ରେସ ଭାରତର ସଂସଦ ବା ପାର୍ଲିଆମେଣ୍ଟ ସଦୃଶ ।
Answer:

୨। ଆମେରିକାର କଂଗ୍ରେସର ଦୁଇଟି ସଦନ ହେଉଛି ସିନେଟ୍ ଓ ପ୍ରତିନିଧୂ ସଭା ।
Answer:

୩। ଜର୍ମାନୀ ଜାତିସଂଘରୁ ୧୯୩୪ ମସିହାରେ ଓହରି ଆସିଥିଲା ।
Answer:
×

୪। ‘ମ୍ୟୁନିକ୍ ଚୁକ୍ତି’ ୧୯୩୭ ମସିହାରେ ସ୍ଵାକ୍ଷରିତ ହୋଇଥଲା ।
Answer:
×

୫। ‘ମ୍ୟୁନିକ୍ ଚୁକ୍ତି’ ଦ୍ଵାରା ପ୍ରତିଷ୍ଠିତ ଶାନ୍ତି ମାତ୍ର ୧୧ ମାସ ପାଇଁ ତିଷ୍ଠି ପାରିଥିଲା ।
Answer:

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

୬ । ୧୯୩୫ ମସିହାରେ ସ୍ପେନ୍ ଦେଶରେ ଗୃହଯୁଦ୍ଧ ସଂଗଠିତ ହୋଇଥଲା ।
Answer:
×

୭। ସ୍ପେନର ଗୃହଯୁଦ୍ଧରେ ଜେନେରାଲ୍ ଫ୍ରାଙ୍କୋ ବିଜୟୀ ହୋଇ ସରକାର ଗଠନ କରିଥିଲେ ।
Answer:

୮। ୧୯୩୭ ମସିହାରେ ରୋମ୍-ବର୍ଲିନ୍-ଟୋକିଓ ଅକ୍ଷଶକ୍ତି ହୋଇଥିଲା ।
Answer:

୯। ଆନୁଷ୍ଠାନିକ ଭାବେ ଦ୍ଵିତୀୟ ବିଶ୍ଵଯୁଦ୍ଧ ୧୯୩୯ ସେପ୍ଟେମ୍ବର ୦୩ ତାରିଖରେ ଆରମ୍ଭ ହୋଇଥିଲା ।
Answer:

୧୦ । ଦ୍ୱିତୀୟ ବିଶ୍ୱଯୁଦ୍ଧର ପରିସମାପ୍ତି ୧୯୪୫, ଅଗଷ୍ଟ ୧୪ ତାରିଖ ଦିନ ହୋଇଥିଲା ।
Answer:

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

E. ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।

‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ । 1
‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ । 2

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

F. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭ୍ରମ ସଂଶୋଧନ କର ।

୧। ପଲି ହାର୍ବର ପ୍ରଶାନ୍ତ ମହାସାଗରର ହାଓ୍ବାର ଦ୍ବୀପରେ ଅବସ୍ଥିତ ଜାପାନର ବନ୍ଦର ନଗର ।
Answer:
ଯୁକ୍ତରାଷ୍ଟ୍ର ଆମେରିକା,

୨ । ଜାପାନ ୧୯୩୧ ମସିହାରେ ଚୀନ୍‌ର ହାହୋଇ ପ୍ରଦେଶ ଆକ୍ରମଣ କରିଥିଲା ।
Answer:
ମାଞ୍ଚୁରି ଆ,

୩। ରୋମ୍-ବର୍ଲିନ୍-ଟୋକିଓ ଅକ୍ଷଶକ୍ତି ୧୯୩୪ ମସିହାରେ ଗଠିତ ହୋଇଥିଲା ।
Answer:
୧୯୩୭

୪। ଯୁକ୍ତରାଷ୍ଟ୍ର ଆମେରିକା ୧୯୪୬ ମସିହାରେ ଜାପାନରେ ହିରୋସୀମା ସହର ଉପରେ ପରମାଣୁ ବୋମା ପକାଇଥିଲା ।
Answer:
୧୯୪୫

୫। ପ୍ରଥମ ବିଶ୍ଵଯୁଦ୍ଧରେ ପ୍ରଥମ କରି ପରମାଣୁ ବୋମା ପ୍ରୟୋଗ କରାଯାଇଥିଲା ।
Answer:
ଦ୍ଵିତୀୟ ବିଶ୍ୱଯୁଦ୍ଧ

୬। ଚାମ୍ବରଲେନ୍ ଜର୍ମାନୀର ପ୍ରଧାନମନ୍ତ୍ରୀ ଥିଲେ ।
Answer:
ଇଂଲଣ୍ଡ

୭। ପ୍ରଥମ ବିଶ୍ବଯୁଦ୍ଧର ୩୦ ବର୍ଷ ପରେ ଦ୍ଵିତୀୟ ବିଶ୍ବଯୁଦ୍ଧ ଆରମ୍ଭ ହୋଇଥିଲା ।
Answer:
୨୦ ବର୍ଷ

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

୮। ଯୁକ୍ତରାଷ୍ଟ୍ର ଆମେରିକାର ସଂସଦକୁ ଡୁମା କୁହାଯାଏ ।
Answer:
କଂଗ୍ରେସ

୯ । ଚେକୋସ୍ଲୋଭାକିଆ ଅଞ୍ଚଳରେ ଫରାସୀ ଭାଷାଭାଷୀ ଲୋକ ବାସ କରୁଥିଲେ ।
Answer:
ଜର୍ମାନୀ

୧୦। ସ୍ବାର୍ଥପୂରଣ ନ ହେବାରୁ ପ୍ରଥମେ ଇଟାଲୀ ଜାତିସଂଘର ସଭ୍ୟପଦ ତ୍ୟାଗ କରିଥିଲେ ।
Answer:
ଜର୍ମାନୀ

G. ଚାରୋଟି ସମ୍ଭାବ୍ୟ ବିକଳ୍ପ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ନିମ୍ନୋକ୍ତ ଦେଶମାନଙ୍କ ମଧ୍ୟରୁ କେଉଁ ଦେଶଟି ଏକଚ୍ଛତ୍ରବାଦୀ ଆଦର୍ଶରେ ବିଶ୍ଵାସ କରୁନଥିଲା ?
(A) ଜର୍ମାନୀ
(B) ଇଟାଲୀ
(C) ଜାପାନ
(D) ରୁଷ୍
Answer:
(D) ରୁଷ୍

2. ନିମ୍ନୋକ୍ତ ଦେଶମାନଙ୍କ ମଧ୍ୟରୁ କେଉଁ ଦେଶଟି ଗଣତାନ୍ତ୍ରିକ ଆଦର୍ଶରେ ବିଶ୍ଵାସ କରୁନଥିଲା ?
(A) ବ୍ରିଟେନ୍
(B) ଫ୍ରାନ୍ସ
(C) ଯୁକ୍ତରାଷ୍ଟ୍ର ଆମେରିକା
(D) ଇଟାଲୀ
Answer:
(D) ଇଟାଲୀ

3. ସ୍ପେନ୍‌ରେ ଗୃହଯୁଦ୍ଧ କେବେ ସଂଘଟିତ ହୋଇଥିଲା ?
(A) ୧୯୩୪
(B) ୧୯୩୫
(C) ୧୯୩୬
(D) ୧୯୩୭
Answer:
(C) ୧୯୩୬

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

4. ଇଟାଲୀ ଓ ଜର୍ମାନୀ କେଉଁ ଦେଶର ବିଦ୍ରୋହୀମାନଙ୍କୁ ସାମରିକ ସାହାଯ୍ୟ ଯୋଗାଇଥିଲେ ?
(A) ସ୍ପେନ୍
(B) ଇଟାଲୀ
(C) ଜର୍ମାନୀ
(D) ତୁର୍କୀ
Answer:
(A) ସ୍ପେନ୍

5. ଜେନେରାଲ ଫ୍ରାଙ୍କା କେଉଁ ଦେଶର ଶାସକ ଥିଲେ ?
(A) ଇଂଲଣ୍ଡ
(B) ଆମେରିକା
(C) ଇଟାଲୀ
(D) ସେନ୍
Answer:
(D) ସେନ୍

6. ୧୯୩୬ ମସିହାରେ ଗଠିତ ଅକ୍ଷଶକ୍ତିରେ କେଉଁ ଦେଶ ଏକ ବର୍ଷ ପରେ ଯୋଗ ଦେଇଥିଲା ?
(A) ଜାପାନ
(B) ତୁର୍କୀ
(C) ଆଲବାନିଆ
(D) ଚେକୋସ୍ଲୋଭାକିଆ
Answer:
(A) ଜାପାନ

7. ପୋଲାଣ୍ଡ ମାଟିରୁ ଜର୍ମାନୀକୁ ଅପସରିଯିବାପାଇଁ କେଉଁ ଦେଶ ଚେତାବନୀ ଦେଇଥିଲା ?
(A) ହଲାଣ୍ଡ
(B) ଜାପାନ
(C) ବ୍ରିଟେନ୍
(D) ରୁଷ୍
Answer:
(C) ବ୍ରିଟେନ୍

8. ବ୍ରିଟେନ୍ କେଉଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଜର୍ମାନୀ ଆକ୍ରମଣର ମୁକାବିଲା କରିଥିଲା ?
(A) ଆଟଲି
(B) ଚର୍ଚ୍ଚିଲ୍
(C) ନିକ୍‌ସନ୍
(D) ଆଲେକ୍ସିନ୍
Answer:
(B) ଚର୍ଚ୍ଚିଲ୍

9. ନିମ୍ନୋକ୍ତ ମଧ୍ୟରୁ କେଉଁଟିରେ ଯୁକ୍ତରାଷ୍ଟ୍ର ଆମେରିକା ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟରେ ଯୋଗ ଦେଇଥିଲା ?
(A) କେନ୍ଦ୍ର ଶକ୍ତି
(B) ମିତ୍ରଶକ୍ତି
(C) ମିଳିତ ଶକ୍ତି
(D) ଅକ୍ଷୟଶକ୍ତି
Answer:
(B) ମିତ୍ରଶକ୍ତି

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

10. ଜର୍ମାନୀଠାରୁ ସବୁପ୍ରକାର ସାହାଯ୍ୟ ପାଇ ମଧ୍ଯ ଇଟାଲୀ କେବେ ଆତ୍ମସମର୍ପଣ କରିଥିଲା ?
(A) ୧୯୪୦
(B) ୧୯୪୧
(C) ୧୯୪୨
(D) ୧୯୪୩
Answer:
(D) ୧୯୪୩

11. ଦ୍ଵିତୀୟ ବିଶ୍ବଯୁଦ୍ଧରେ ଜର୍ମାନୀ କେବେ ବିନା ସର୍ଭରେ ମିତ୍ରଶକ୍ତି ନିକଟରେ ଆତ୍ମ ସମର୍ପଣ କରିଥିଲା ?
(A) ୧୯୪୫ ଅଗଷ୍ଟ ୭
(B) ୧୯୪୫ ଜୁନ୍ ୭
(C) ୧୯୪୫ ମେ ୭
(D) ୧୯୪୫ ଅଗଷ୍ଟ ୨୪
Answer:
(C) ୧୯୪୫ ମେ ୭

12. ଜାପାନର ମହାନଗରୀ ଦୁଇଟି ଉପରେ ଯୁକ୍ତରାଷ୍ଟ୍ର ଆମେରିକା କେଉଁ ବୋମା ପକାଇ ଧ୍ବଂସ କରିଦେଇଥୁଲା ?
(A) ଅଣୁ ବୋମା
(B) ପରମାଣୁ ବୋମା
(C) ଉଦଜାନ୍ ବୋମା
(D) ଜୀବାଣୁ ବୋମା
Answer:
(B) ପରମାଣୁ ବୋମା

13. ଜର୍ମାନୀ କେବେ ଜାତିସଂଘରୁ ଓହରି ଆସିଲା ?
(A) ୧୯୩୨
(B) ୧୯୩୬
(C) ୧୯୩୩
(D) ୧୯୩୫
Answer:
(C) ୧୯୩୩

14. ଜର୍ମାନୀ କେବେ ପୋଲାଣ୍ଡ ଆକ୍ରମଣ କଲା ?
(A) ୧୯୩୯
(B) ୧୯୪୦
(C) ୧୯୩୧
(D) ୧୯୪୨
Answer:
(A) ୧୯୩୯

15. ଦ୍ଵିତୀୟ ବିଶ୍ୱଯୁଦ୍ଧ କେବେ ଆରମ୍ଭ ହୋଇଥିଲା ?
(A) ୧୯୩୬
(B) ୧୯୩୭
(C) ୧୯୩୮
(D) ୧୯୩୯
Answer:
(D) ୧୯୩୯

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

16. ଜେନେରାଲ୍ ଫ୍ରାଙ୍କା କେଉଁ ଦେଶର ଶାସକ ଥିଲେ ?
(A) ଇରାକ୍
(B) ଜାପାନ
(C) ଆଲବାନିଆ
(D) ସ୍ପେନ୍
Answer:
(D) ସ୍ପେନ୍

17. ଜାପାନ କେବେ ଅକ୍ଷଶକ୍ତିରେ ଯୋଗ ଦେଇଥିଲା ?
(A) ୧୯୩୫
(B) ୧୯୩୬
(C) ୧୯୩୭
(D) ୧୯୩୮
Answer:
(C) ୧୯୩୭

18. ଜର୍ମାନ୍ ସଂଯୁକ୍ତ ସାଧାରଣତନ୍ତ୍ର କେବେ ଗଠିତ ହେଲା ?
(A) ୧୯୩୯
(B) ୧୯୪୫
(C) ୧୯୪୯
(D) ୧୯୫୦
Answer:
(C) ୧୯୪୯

19. କେତେ ଖ୍ରୀଷ୍ଟାବ୍ଦରେ ଯୁକ୍ତରାଷ୍ଟ୍ର ଆମେରିକା ଜାପାନର ହିରୋସୀମା ଓ ନାଗାସାକି ଉପରେ ପରମାଣୁ ବୋମା ପକାଇଥଲା ?
(A) ୧୯୩୯
(B) ୧୯୪୨
(C) ୧୯୪୦
(D) ୧୯୪୫
Answer:
(D) ୧୯୪୫

20. ଦ୍ଵିତୀୟ ବିଶ୍ୱଯୁଦ୍ଧ କେବେ ସଂଘଟିତ ହୋଇଥିଲା ?
(A) ୧୯୧୪ ମସିହା
(B) ୧୯୨୦ ମସିହା
(C) ୧୯୩୯ ମସିହା
(D) ୧୯୪୫ ମସିହା
Answer:
(C) ୧୯୩୯ ମସିହା

21. ହିଟଲର୍‌ କେବେ ରାଇନ୍ ଅଞ୍ଚଳ ଅଧିକାର କରିନେଲେ ?
(A) ୧୯୩୩ ମସିହା
(B) ୧୯୩୬ ମସିହା
(C) ୧୯୩୮ ମସିହା
(D) ୧୯୩୯ ମସିହା
Answer:
(B) ୧୯୩୬ ମସିହା

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

22. ଜର୍ମାନୀ କେବେ ଅଷ୍ଟ୍ରିଆ ଅଧିକାର କରିଥିଲା ?
(A) ୧୯୩୩ ମସିହା
(B) ୧୯୩୬ ମସିହା
(C) ୧୯୩୮ ମସିହା
(D) ୧୯୩୯ ମସିହା
Answer:
(C) ୧୯୩୮ ମସିହା

Leave a Comment