Odisha State Board BSE Odisha Class 9 History Notes Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ will enable students to study smartly.
BSE Odisha Class 9 History Notes Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ
ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
→ ଉପକ୍ରମ:
- ଦ୍ବିତୀୟ ବିଶ୍ୱଯୁଦ୍ଧ ପରେ ସାମ୍ୟବାଦୀ ରାଷ୍ଟ୍ର ସୋଭିଏତ୍ ରୁଷ୍ ଓ ପୁଞ୍ଜିବାଦୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ବରେ ସମଗ୍ର ବିଶ୍ଵ ଦୁଇଟି ବିବଦମାନ ଗୋଷ୍ଠୀରେ ବିଭକ୍ତ ହୋଇ ଶୀତଳ ଯୁଦ୍ଧର ବାତାବରଣ ସୃଷ୍ଟି କରିଥିଲେ ।
- ଏସିଆ ଓ ଆଫ୍ରିକା ମହାଦେଶର ଅନେକ ରାଷ୍ଟ୍ର ଏହି ଦୁଇ ଗୋଷ୍ଠୀରେ ସାମିଲ ନ ହୋଇ ନିଜର ଜାତୀୟ ପୁନର୍ଗଠନ ଓ ଅର୍ଥନୈତିକ ଉନ୍ନତି ନିମନ୍ତେ ଉଦ୍ୟମ କଲେ ।
- ସେମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ସହଯୋଗ ବୃଦ୍ଧିପାଇ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ଅୟମାରମ୍ଭ ହେଲା ।
- ସାମ୍ୟବାଦୀ ବା ପୁଞ୍ଜିବାଦୀ ଗୋଷ୍ଠୀ ମଧ୍ୟରୁ କୌଣସି ଗୋଷ୍ଠୀରେ ଯୋଗ ନଦେଇ ନିରପେକ୍ଷ ଭାବରେ କାର୍ଯ୍ୟ କରିବାକୁ ଗୋଷ୍ଠୀ ନିରପେକ୍ଷତା (Non-Alignment) କୁହାଯାଏ ।
ବିଷୟବସ୍ତୁର ରୂପରେଖ:
- ବାନ୍ଦୁଙ୍ଗ୍ ସମ୍ମିଳନୀ
- ପଞ୍ଚଶୀଳ ନୀତି
- ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ଅଗ୍ରଗତି
- ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ଅବଦାନ
→ ବାନ୍ଦୁଙ୍ଗ ସମ୍ମିଳନୀ:
- ୧୯୫୫ ମସିହା ଏପ୍ରିଲ ମାସରେ ୨୩ ଗୋଟି ଏସୀୟ ଓ ୬ ଗୋଟି ଆଫ୍ରିକୀୟ ରାଷ୍ଟ୍ର ଇଣ୍ଡୋନେସିଆର ପଶ୍ଚିମ ଜାଭାର ବାହୁଙ୍ଗାଠାରେ ସମ୍ମିଳିତ ହୋଇ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ରୂପରେଖ ପ୍ରସ୍ତୁତ କରିଥିଲେ ।
- ସ୍ଵାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଦ୍ଵାରା ଉପସ୍ଥାପିତ ପଞ୍ଚଶୀଳ ନୀତି ସମସ୍ତ ସଭ୍ୟ ରାଷ୍ଟ୍ରଗଣ ପାଳନ କରିବା ପାଇଁ ସ୍ଥିର ହୋଇଥିଲା ।
- ଇଣ୍ଡୋନେସିଆର ରାଷ୍ଟ୍ରପତି ସୁକର୍ଣ୍ଣୋ, ୟୁଗୋସ୍ଲୋଭିଆର ରାଷ୍ଟ୍ରପତି ମାର୍ଶାଲ୍ ଟିଟୋ ଓ ଇଜିପ୍ଟର ରାଷ୍ଟ୍ରପତି ଅବ୍ଦୁଲ୍ ନାସେରଙ୍କ ସହଯୋଗରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ପରିପୁଷ୍ଟ ହୋଇଥିଲା ଓ ତୃତୀୟ ବିଶ୍ଵ (Third world) ଜନ୍ମ ନେଇଥିଲା ।
→ ପଞ୍ଚଶୀଳ ନୀତି:
- ୧୯୫୪ ମସିହାରେ ଭାରତ ଓ ଚୀନ୍ ମଧ୍ୟରେ ପ୍ରଥମେ ପଞ୍ଚଶୀଳ ନୀତି ସମ୍ପାଦିତ ହୋଇଥିଲା । ଏଥିରେ ପାଞ୍ଚଟି ନୀତି ଥିଲା; ଯଥା—
- ଅନ୍ୟ ରାଷ୍ଟ୍ରର ସୀମା ଓ ସାର୍ବଭୌମତ୍ବ ପ୍ରତି ସମ୍ମାନ ।
- ଅନ୍ୟ ରାଷ୍ଟ୍ର ଉପରେ ଆକ୍ରମଣରୁ ବିରତ ରହିବା ।
- ଅନ୍ୟ ରାଷ୍ଟ୍ରର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବା ।
- ଅନ୍ୟ ରାଷ୍ଟ୍ର ସହ ସମାନତା ଭିତ୍ତିରେ ବନ୍ଧୁତ୍ବ ପ୍ରତିଷ୍ଠା କରିବା ।
- ପରସ୍ପର ପ୍ରତି ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନୀତି ଅବଲମ୍ବନ କରିବା ।
→ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ଅଗ୍ରଗତି:
- ପରସ୍ପର ମଧ୍ୟରେ ସହଯୋଗ ଓ ଉତ୍ତମ ବୁଝାମଣା ପାଇଁ ତଥା ବିଶ୍ବରେ ଶାନ୍ତି ସ୍ଥାପନ ନିମନ୍ତେ ପୃଥିବୀରେ ବିଭିନ୍ନ ସ୍ଥାନରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ସମ୍ମିଳନୀମାନ ହୋଇଥିଲା । ସେସବୁ ସମ୍ମିଳନୀର ବିବରଣୀ ନିମ୍ନସ୍ଥ ସାରଣୀରେ ଦିଆଗଲା ।
→ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ଅବଦାନ:
- ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ଶୀତଳ ଯୁଦ୍ଧର ଅନ୍ତ ଦିଗରେ ସଫଳ ପଦକ୍ଷେପ ନେଇପାରିଛି । ଏହା ବିଶ୍ଵରୁ ଉପନିବେଶବାଦର ବିଲୟକୁ ତ୍ୱରାନ୍ବିତ କରିଛି ।
- ଦକ୍ଷିଣ ଆଫ୍ରିକାର ଘୃଣ୍ୟ ବର୍ଣ୍ଣବୈଷମ୍ୟ ବିଲୋପ ଦିଗରେ ଏହାର ଉଦ୍ୟମ ପ୍ରଶଂସନୀୟ ।
- ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଙ୍ଗଠନ, କେନ୍ଦ୍ରୀୟ ଚୁକ୍ତି ସଙ୍ଗଠନ ଓ ୱାରସ୍ ଚୁକ୍ତି ଆଦିର ବିଫଳତାରୁ ଏହାର କାର୍ଯ୍ୟଦକ୍ଷତା ପ୍ରମାଣିତ ହୋଇଥାଏ ।
- ଏହି ଆନ୍ଦୋଳନ ଯୋଗୁଁ ଦୁର୍ବଳ ରାଷ୍ଟ୍ରମାନଙ୍କୁ ସ୍ୱତନ୍ତ୍ର ପରିଚୟ ମିଳିଛି ଓ ଏମାନେ ତୃତୀୟ ବିଶ୍ଵର ଶକ୍ତିଭାବେ ମାନବୀୟ ଭ୍ରାତୃତ୍ଵର ସଫଳ ପ୍ରସାର କରିପାରିଛନ୍ତି ।