BSE Odisha 9th Class History Notes Chapter 2 ପ୍ରଥମ ବିଶ୍ୱଯୁଦ୍ଧ : କାରଣ ଓ ଫଳାଫଳ

Odisha State Board BSE Odisha Class 9 History Notes Chapter 2 ପ୍ରଥମ ବିଶ୍ୱଯୁଦ୍ଧ : କାରଣ ଓ ଫଳାଫଳ will enable students to study smartly.

BSE Odisha Class 9 History Notes Chapter 2 ପ୍ରଥମ ବିଶ୍ୱଯୁଦ୍ଧ : କାରଣ ଓ ଫଳାଫଳ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
→ ଉପକ୍ରମ:

  • ପ୍ରଥମ ବିଶ୍ଵଯୁଦ୍ଧ ୧୯୧୪ ରୁ ଆରମ୍ଭ ହୋଇ ୧୯୧୮ ମସିହା ପର୍ଯ୍ୟନ୍ତ ଦୀର୍ଘ ଚାରି ବର୍ଷ ଧରି ଚାଲିଥିଲା ।
  • ଏହା ମନୁଷ୍ୟ ଜାତିର ଇତିହାସରେ ସବୁଠାରୁ ଅଧ‌ିକ ମାରାତ୍ମକ, ଶକ୍ତିଶାଳୀ, ସଂଗଠିତ ଓ ଭୟାବହ ଯୁଦ୍ଧ ଥିଲା ।
  • ଏଥ‌ିରେ ଅଧିକାଂଶ ଉନ୍ନତ ଦେଶ ଭାଗ ନେବା ସହିତ ଅନେକ ଆଧୁନିକ ଯୁଦ୍ଧାସ୍ତ୍ର ବ୍ୟବହୃତ ହୋଇଥିଲା ।
  • ଯୁଦ୍ଧରେ ସୈନ୍ୟମାନଙ୍କ ବ୍ୟତୀତ ଜନସାଧାରଣଙ୍କୁ ମଧ୍ୟ ପ୍ରକାରାନ୍ତରେ ଭାଗ ନେବାକୁ ପଡ଼ିଥିଲା ।
  • ପ୍ରଥମ ବିଶ୍ଵଯୁଦ୍ଧର କୋଡ଼ିଏ ବର୍ଷ ପରେ ଦ୍ବିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଥିଲା ।
  • କେତେଗୁଡ଼ିଏ ସୁଦୂର ଓ ଆସନ୍ନ କାରଣ ଏହି ଯୁଦ୍ଧ ପାଇଁ ଦାୟୀ ଥିଲା ।

→ ବିଷୟବସ୍ତୁର ରୂପରେଖ:

  • ପ୍ରଥମ ବିଶ୍ଵଯୁଦ୍ଧର କାରଣ : ସୁଦୂର ଓ ଆସନ୍ନ କାରଣ
  • ଯୁଦ୍ଧର ପରସର ବିରୋଧୀ ପଷ
  • ଯୁଦ୍ଧର ଫଳାଫଳ

BSE Odisha 9th Class History Notes Chapter 2 ପ୍ରଥମ ବିଶ୍ୱଯୁଦ୍ଧ : କାରଣ ଓ ଫଳାଫଳ

→ ପ୍ରଥମ ବିଶ୍ଵଯୁଦ୍ଧର କାରଣ :

(1) କୂଟନୈତିକ ଚୁକ୍ତି :

  • ୧୮୭୧ ମସିହା ମେ ୧୦ ତାରିଖରେ ଫ୍ରାଙ୍କ୍‌ଫର୍ଟ ଶାନ୍ତିଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
  • ୧୮୮୨ ମସିହାରେ ଜର୍ମାନୀ, ଅଷ୍ଟ୍ରିଆ ଓ ଇଟାଲୀକୁ ନେଇ ‘ତ୍ରିଶକ୍ତି ମେଣ୍ଟ’ (Triple Alliance) ଗଠିତ ହୋଇଥିଲା ।
  • ୧୯୦୭ ମସିହାରେ ଇଂଲାଣ୍ଡ, ରୁଷିଆ ଓ ଫ୍ରାନ୍ସ ମଧ୍ୟରେ ‘ତ୍ରିମିତ୍ର ପକ୍ଷ’ (Triple Entente) ଗଠିତ ହୋଇଥିଲା ।

(2) ଉଗ୍ର ଜାତୀୟତାବାଦ, ସାମରିକ ପ୍ରତିଯୋଗିତା, ସାମ୍ରାଜ୍ୟବାଦ ନୀତି, ଜର୍ମାନୀର ପ୍ରାଚ୍ୟ ନୀତି, ମରଵେ ସଙ୍କଟ, ବୋସ୍‌ନିଆ – ହର୍ଜିଗୋଭିନା ସମସ୍ୟା, ଅଗାଦିର ସଙ୍କଟ, ବଲକାନ୍ ସମସ୍ୟା, କାଇଜର ଦ୍ବିତୀୟ ଉଇଲିୟମ୍‌ଙ୍କ ନୀତି ଓ ଆନ୍ତର୍ଜାତିକ ସଙ୍ଗଠନର ଅଭାବ ଇତ୍ୟାଦି ପ୍ରଥମ ବିଶ୍ବଯୁଦ୍ଧର ସୁଦୂର କାରଣ ଥିଲା ।
(3) ପାନ୍ତର :

  • ଏହା ଏକ ଯୁଦ୍ଧ ଜାହାଜ । ଫ୍ରାନ୍ସକୁ ଧମକ ଦେବା ଉଦ୍ଦେଶ୍ୟରେ ଜର୍ମାନୀର କାଇଜର ମରକ୍କୋର ଅଗାଦି ବନ୍ଦରକୁ ଏହାକୁ ପଠାଇଥିଲେ ।

ଫ୍ରାଙ୍କ୍‌ଫର୍ଟ ଚୁକ୍ତି – ୧୮୭୧ ମେ ୧୦
ତ୍ରିଶକ୍ତି ମେଣ୍ଟ – ୧୮୮୨ ମସିହା
ତ୍ରିମିତ୍ର ପକ୍ଷ – ୧୯୦୭ ମସିହା

→ ଆସନ୍ନ କାରଣ :

  • ୧୯୧୪ ମସିହା ଜୁନ୍ ୨୮ ତାରିଖରେ ଅଷ୍ଟ୍ରିଆ-ହଙ୍ଗେରୀର ଯୁବରାଜ ଫ୍ରାନ୍‌ସିସ୍ ଫର୍ଜିନାଣ୍ଡ ଓ ତାଙ୍କ ପତ୍ନୀ ସୋଫିଆଙ୍କୁ ବୋସ୍‌ନିଆ ରାଜ୍ୟର ରାଜଧାନୀ ସାରାଜେଭୋଠାରେ ଜଣେ ସର୍ବ ଜାତିର ଯୁବକ ଗୁଳିକରି ହତ୍ୟା କରିଥିଲା ।
  • ଫଳରେ ୧୯୧୪ ମସିହା ଜୁଲାଇ ୨୮ ତାରିଖରେ ଅଷ୍ଟ୍ରିଆ-ହଙ୍ଗେରୀ ସର୍ବିଆ ଉପରେ ଆକ୍ରମଣ କରିବାରୁ ପ୍ରଥମ ବିଶ୍ବଯୁଦ୍ଧର ସୂତ୍ରପାତ ହୋଇଥିଲା ।

→ ଯୁଦ୍ଧର ପରସ୍ପର ବିରୋଧୀ ପକ୍ଷ :

  • କେନ୍ଦ୍ରଶକ୍ତି : ଜର୍ମାନୀ, ଅଷ୍ଟ୍ରିଆ, ତୁର୍କୀ ଓ ବୁଲ୍‌ଗେରିଆ ଇତ୍ୟାଦି ଦେଶମାନଙ୍କୁ ନେଇ ‘କେନ୍ଦ୍ରଶକ୍ତି’ ଗଠିତ ହୋଇଥିଲା ।
  • ମିତ୍ରଶକ୍ତି : ଫ୍ରାନ୍ସ, ସର୍ବିଆ, ରୁଷିଆ, ଇଂଲାଣ୍ଡ, ବେଲଜିୟମ୍, ପର୍ତ୍ତୁଗାଲ, ଗ୍ରୀସ୍, ରୁମାନିଆ, ଜାପାନ ଓ ଚୀକୁ ନେଇ ‘ମିତ୍ରଶକ୍ତି’ ଗଠିତ ହୋଇଥିଲା ।

BSE Odisha 9th Class History Notes Chapter 2 ପ୍ରଥମ ବିଶ୍ୱଯୁଦ୍ଧ

→ ଯୁଦ୍ଧର ଫଳାଫଳ :

  • ପ୍ରଥମ ବିଶ୍ଵଯୁଦ୍ଧରେ ଉଭୟ ପକ୍ଷର ୩୬ଟି ରାଷ୍ଟ୍ରର ୬୫୦ ଲକ୍ଷରୁ ଅଧିକ ଲୋକ ଯୁଦ୍ଧରେ ଅଂଶଗ୍ରହଣ କରିଥିଲେ ।
  • ଏଥିରେ ୧୩୦ ଲକ୍ଷରୁ ଅଧ‌ିକ ଲୋକ ନିହତ, ୨୨୦ ଲକ୍ଷରୁ ଅଧ୍ଵ ଲୋକ ଆହତ ଏବଂ ୭୦ ଲକ୍ଷରୁ ଅଧିକ ଲୋକ ପଙ୍ଗୁ ହୋଇଥିଲେ ।

BSE Odisha 9th Class History Notes Chapter 2 ପ୍ରଥମ ବିଶ୍ୱଯୁଦ୍ଧ : କାରଣ ଓ ଫଳାଫଳ

(1) ପ୍ରଥମ ବିଶ୍ଵଯୁଦ୍ଧର ରାଜନୈତିକ ପରିଣାମ :

  • ରାଜତନ୍ତ୍ର ଶାସନର ଲୋପ, ଗଣତନ୍ତ୍ରର ବିକାଶ, ଆନ୍ତର୍ଜ।ଡିକଡ।ବାଦର କ୍ରମବିକାଶ ଓ ଜାତୀୟତାବାଦର ବିକାଶ ।

(2) ଅର୍ଥନୈତିକ ପରିଣାମ :

  • ପ୍ରଥମ ବିଶ୍ବଯୁଦ୍ଧରେ ପ୍ରାୟ ପ୍ରତ୍ୟକ୍ଷ ଭାବେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଜିନିଷପତ୍ରର ଦରଦାମ୍ ବୃଦ୍ଧି ଓ ଜନସାଧାରଣଙ୍କ ଆର୍ଥିକ ଅବସ୍ଥା ଦୁର୍ବଳ ହେତୁ ସେମାନେ ଦୁଃଖ କଷ୍ଟରେ ଜୀବନଯାପନ କରିଥିଲେ ।
  • ମୁଦ୍ରାଙ୍ଗୀତି ଦେଖାଯିବା ଫଳରେ ଟଙ୍କାର ମୂଲ୍ୟ ହ୍ରାସ ପାଇଥିଲା । ଅତ୍ୟଧ୍ଵ ଋଣ ଯୋଗୁଁ କାଗଜ ଟଙ୍କା ପ୍ରଚଳନ କରାଯାଇଥିଲା । ସରକାରଙ୍କଦ୍ବାରା ଗୃହୀତ ଅର୍ଥନୀତି ଲୋକମାନଙ୍କ ସମସ୍ୟା ଓ ଦୁଃଖକୁ ଅଧ‌ିକ ଉତ୍କଟ କରିଦେଇଥିଲା ।
  • ଆର୍ଥିକ ଆବଶ୍ୟକତାକୁ ପୂରଣ କରିବାପାଇଁ ସରକାର ବିଭିନ୍ନ ପ୍ରକାର ଟିକସ ବ୍ୟବସ୍ଥା ପ୍ରଚଳନ କରିଥିଲେ । ଅତିମାତ୍ରାରେ ଟିକସ ବୋଝ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି କରିଥିଲା ।

କେନ୍ଦ୍ରଶକ୍ତି : ଜର୍ମାନୀ, ଅଷ୍ଟ୍ରିଆ, ତୁର୍କୀ, ବୁଲଗେରିଆ
ମିତ୍ରଶକ୍ତି : ଫ୍ରାନ୍ସ, ସର୍ବିଆ, ରୁଷିଆ, ଇଂଲଣ୍ଡ, ବେଲଜିୟମ, ପର୍ତ୍ତୁଗାଲ, ଗ୍ରୀସ୍, ରୁମାନିଆ, ଜାପାନ, ଚୀନ୍

ବ୍ଲାକ୍‌ହ୍ୟାଣ୍ଡ – ସର୍ବିଆର ଗୁପ୍ତ ସଂଗଠନ
ଜାର – ରୁଷିଆ ଓ ବୁଲଗେରିଆର ଶାସନ
ସୁଲତାନ୍ – ତୁର୍କୀର ଶାସକ
ନିକଟ ପ୍ରାଚ୍ୟ – ବଲକାନ୍ ଅଞ୍ଚଳ
ମଧ୍ୟ ପ୍ରାଚ୍ୟ – ଭୂମଧ୍ଯସାଗର ଓ ଭାରତ ମହାସାଗରର ମଧ୍ୟବର୍ତ୍ତୀ ଅଞ୍ଚଳ
ଦୂରପ୍ରାଚ୍ୟ – ପୂର୍ବ ସାଇବେରି ଆରୁ ଇଣ୍ତେ।ନେସିଆ ପର୍ଯନ୍ତ
ଜର୍ମ।ନା – ହୋଏନଜୋଲେଶ୍ବ
ଅଷ୍ଟ୍ରିଆ – ହାପ୍‌ସବର୍ଗ
ରୁଷିଆ – ରୋମାନୋଭ୍

ପ୍ୟାରିସ ଶାନ୍ତି ସମ୍ମିଳନୀ – ୧୯୧୯ ଜାନୁୟାରୀ ୧୮ ତାରିଖରେ ଫ୍ରାନ୍ସର ପ୍ରଧାନମନ୍ତୀ କି୍ମେନ୍ ସୁଙ୍କ ସଭାପତିତ୍ୱରେ ପ୍ୟାରିସ୍ତାରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ କେବଳ ବିଜୟୀ ରାଷ୍ଟ୍ର ଓ ସେମାନଙ୍କର ସହଯୋଗୀ ରାଷ୍ଟ୍ରର ପ୍ରତିନିଧୁମାନେ ଯୋଗ ଦେଇଥିଲେ ।

BSE Odisha 9th Class History Notes Chapter 2 ପ୍ରଥମ ବିଶ୍ୱଯୁଦ୍ଧ : କାରଣ ଓ ଫଳାଫଳ

(3) ସାମାଜିକ ପରିଣାମ :

  • ମହିଳାମାନଙ୍କ ଜୀବନରେ ପ୍ରଥମ ବିଶ୍ୱଯୁଦ୍ଧ ଅନେକ ପରିବର୍ତ୍ତନ ଆଣିଥିଲା । ଯୁଦ୍ଧ ସାମଗ୍ରୀ ଉତ୍ପାଦନ ଶିଳ୍ପମାନଙ୍କର ପୁରୁଷମାନଙ୍କ ଯୋଗଦାନ ଫଳରେ ଅନ୍ୟାନ୍ୟ କ୍ଷେତ୍ରରେ ମହିଳାମାନେ କାମ କରିବାର ସୁଯୋଗ ପାଇଲେ ।
  • ମହିଳାମାନେ ରାଜନୈତିକ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ଓ ସେମାନଙ୍କର ମର୍ଯ୍ୟାଦା ଓ ସାମାଜିକ ସ୍ଥିତି ବୃଦ୍ଧି ପାଇଥିଲା ।
  • ଏହି ଯୁଦ୍ଧରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଜାତି ଓ ବର୍ଣ୍ଣର ଲୋକମାନେ ଅଂଶଗ୍ରହଣ କରିବା ଫଳରେ ସେମାନଙ୍କ ମଧ୍ୟରେ ଜାତିଗତ ଓ ବର୍ଣ୍ଣଗତ ବିଦ୍ବେଷ ହ୍ରାସ ପାଇଥିଲା ।
  • ଶ୍ରମିକ ଶ୍ରେଣୀର ପୁନରୁତ୍ଥାନ ଅନ୍ୟ ଏକ ସାମାଜିକ ପରିଣାମ ଦେଖାଦେଇଥିଲା । ଶ୍ରମିକମାନେ ଦେଶର ରାଜନୀତିରେ ବିଶିଷ୍ଟ ସ୍ଥାନ ଲାଭ କଲେ ଓ ସେମାନଙ୍କର ଦାବି ପୂରଣ ପାଇଁ ଶ୍ରମିକ ଆନ୍ଦୋଳନ ଆରମ୍ଭ କରିଥିଲେ ।
  • ଶିକ୍ଷା କ୍ଷେତ୍ରରେ ଶିହ୍ବଳତା ଅନ୍ୟ ଏକ ସାମାଜିକ ଉପଲବଧୂ ଥିଲା । ଯୁଦ୍ଧରେ ଅଂଶଗ୍ରହଣ ପାଇଁ ବିଦ୍ୟାର୍ଥୀମାନଙ୍କ ଯୋଗଦାନ ଫଳରେ ଶିକ୍ଷାରେ ଶିଥୁଳତା ଆସିଥିଲା । ଅନେକ ଶିକ୍ଷାନୁଷ୍ଠାନ ନିଷ୍କ୍ରିୟ ହୋଇ ବନ୍ଦ ହୋଇଯାଇଥିଲା ।

(4) ବୈଜ୍ଞାନିକ ପରିଣାମ :

  • ପ୍ରଥମ ବିଶ୍ଵଯୁଦ୍ଧରେ ଉଡ଼ାଜାହାଜ, ବୁଡ଼ାଜାହାଜ, ବୋମା ଓ ବିଷାକ୍ତ ଗ୍ୟାସ୍‌ ବ୍ୟବହାର ପ୍ରଥମ ଥର ପାଇଁ କରାଯାଇଥିଲା ।
  • ବିଜ୍ଞାନ କ୍ଷେତ୍ରରେ ଅଧ‌ିକ ଆବିଷ୍କାର ଓ ଉଦ୍ଭାବନ କରିବାପାଇଁ ବୈଜ୍ଞାନିକମାନଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଇଥିଲା ।
  • ବିଜ୍ଞାନର ବିକାଶ ତଥା ଆଧୁନିକ ବୈଜ୍ଞାନିକ ଉପକରଣ ନିର୍ମାଣ କରିବାପାଇଁ ଦେଶମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତାମୂଳକ ମନୋଭାବ ଜାଗ୍ରତ ହୋଇଥିଲା ।

(5) ସାଂସ୍କୃତିକ ପରିଣାମ :

  • ପ୍ରଥମ ବିଶ୍ୱଯୁଦ୍ଧ କାଳରେ ଅନେକ ସାହିତ୍ୟିକ, ଐତିହାସିକ, ବୈଜ୍ଞାନିକ, କଳାକାର ପ୍ରଭୃତି ନିହତ ହେବା ବ୍ୟତୀତ ବହୁସଂଖ୍ୟକ ଐତିହ୍ୟସମ୍ପନ୍ନ ଅଟ୍ଟାଳିକା, ଦୁର୍ଗ ସହିତ ବିଦ୍ୟାଳୟ, ପ୍ରେକ୍ଷାଳୟ, ଚିକିତ୍ସାଳୟ, ରେଳପଥ, ସଡ଼କପଥ, ଶିଳ୍ପାନୁଷ୍ଠାନ ଧ୍ବଂସ ପାଇଥିଲା ।
  • ସାଂସ୍କୃତିକ କ୍ଷେତ୍ରରେ ପ୍ରଥମ ବିଶ୍ୱଯୁଦ୍ଧର ପରିଣାମ ଥିଲା ନକାରାତ୍ମକ । ଏହା ବିଶ୍ଵସଂସ୍କୃତିର ବହୁ କ୍ଷତି ସାଧନ କରିଥିଲା ।

BSE Odisha 9th Class History Notes Chapter 2 ପ୍ରଥମ ବିଶ୍ୱଯୁଦ୍ଧ : କାରଣ ଓ ଫଳାଫଳ

୧୮୭୦ ଖ୍ରୀ.ଅ. — ଫ୍ରାନ୍ସ ଓ ପ୍ରୁସିଆ ମଧ୍ୟରେ ସିଦାନ୍ ଯୁଦ୍ଧ ସଂଘଟିତ, ଫ୍ରାନ୍ସ ପରାସ୍ତ ।
୧୮୭୭ ଖ୍ରୀ.ଅ. — ରୁଷିଆ ଓ ତୁର୍କୀ ମଧ୍ୟରେ ଯୁଦ୍ଧ ।
୧୮୭୮ ଖ୍ରୀ.ଅ. — ବର୍ଲିନ୍ ମହାସଭାରେ ବଲ୍‌କାନ୍ ଅଞ୍ଚଳରେ ଅଷ୍ଟ୍ରିଆର ପ୍ରବେଶ ପ୍ରତି ବିସ୍‌ମାର୍କଙ୍କ ସମର୍ଥନ ଘୋଷଣାଦ୍ଵାରା ରୁଷିଆ ଅସନ୍ତୁଷ୍ଟ ।
୧୮୭୯ ଖ୍ରୀ.ଅ. — ବିସ୍‌ମାର୍କଙ୍କର ଅଷ୍ଟ୍ରିଆ ସହିତ ରାଜିନାମା ସ୍ବାକ୍ଷର ।
୧୮୮୨ ଖ୍ରୀ.ଅ. — ଅଷ୍ଟ୍ରିଆ ରାଜିନାମାରେ ଇଟାଲୀର ଯୋଗଦାନ ।
୧୮୯୦ ଖ୍ରୀ.ଅ. — ବିସ୍‌ମାର୍କଙ୍କ ପତନ ।
୧୮୯୪ ଖ୍ରୀ.ଅ. — ରୁଷିଆ ଓ ଫ୍ରାନ୍ସ ମଧ୍ୟରେ ସାମରିକ ଚୁକ୍ତି ସ୍ୱାକ୍ଷର ।
୧୮୯୯ ଖ୍ରୀ.ଅ.
୧୯୦୭ ଖ୍ରୀ.ଅ. }  ହେଗ୍ରାଠାରେ ଅନୁଷ୍ଠିତ ସମ୍ମିଳନୀରେ ଯୁଦ୍ଧ ନିବାରଣ ଆଇନ ପ୍ରଣୟନ ।
୧୯୦୨ ଖ୍ରୀ.ଅ. — ଇଂଲାଣ୍ଡର ଜାପାନ ସହିତ ଚୁକ୍ତି ସ୍ବାକ୍ଷର ।
୧୯୦୪ ଖ୍ରୀ.ଅ. — ଇଂଲାଣ୍ଡର ଫ୍ରାନ୍ସ ସହିତ ଚୁକ୍ତି ସ୍ବାକ୍ଷର ।
୧୯୦୫ ଖ୍ରୀ.ଅ. — କାଇଜରଙ୍କ ମରକ୍କୋ ସୁଲତାନଙ୍କୁ ସୁରକ୍ଷା ଘୋଷଣା ।
୧୯୦୬ ଖ୍ରୀ.ଅ. — ଆଲଜେସିରାସ୍ ସମ୍ମିଳନୀ ଅନୁଷ୍ଠିତ ।
୧୯୦୭ ଖ୍ରୀ.ଅ. — ଇଂଲଣ୍ଡର ରୁଷିଆ ସହିତ ଚୁକ୍ତି ସ୍ୱାକ୍ଷର ।
୧୯୦୭ ଖ୍ରୀ.ଅ. — ଜର୍ମାନୀକୁ ଔପନିବେଶିକ ପ୍ରତିଦ୍ବନ୍ଦିତାରୁ ହଟାଇବାପାଇଁ ଇଂଲାଣ୍ଡର ଫ୍ରାନ୍ସ ସହିତ ସମ୍ପର୍କ ସ୍ଥାପନ ।
୧୯୦୮ ଖ୍ରୀ.ଅ. — (ଅକ୍ଟୋବର ୨) ଅଷ୍ଟ୍ରିଆ ସାମ୍ରାଜ୍ୟରେ ବୋସ୍‌ନିଆ ଓ ହର୍ଜିଗୋଭିନାର ମିଶ୍ରଣ ।
୧୯୧୧ ଖ୍ରୀ.ଅ. — ମରକ୍କୋ ଅଧିକାର ପ୍ରଶ୍ନ ନେଇ ଫ୍ରାନ୍ସ ଓ ଜର୍ମାନୀ ମଧ୍ୟରେ ଯୁଦ୍ଧର ଆଶଙ୍କା ।
୧୯୧୧-୧୩ ଖ୍ରୀ.ଅ. — ବଲ୍‌କାନ୍‌ ଯୁଦ୍ଧ ସଂଘଟିତ ।
୧୯୧୪ ଖ୍ରୀ.ଅ. — (ଜୁନ୍ ୨୮) ଅଷ୍ଟ୍ରିଆ-ହଙ୍ଗେରୀର ଯୁବରାଜ ଫ୍ରାନ୍‌ସିସ୍ ଫର୍ଜିନାଣ୍ଡ ଓ ତାଙ୍କ ପତ୍ନୀ ସୋଫିଆଙ୍କୁ ବୋସ୍‌ନିଆର ରାଜଧାନୀ ସାରାଜେଭୋଠାରେ ହତ୍ୟା ।
୧୯୧୪ ଖ୍ରୀ.ଅ.— (ଜୁଲାଇ ୨୮) ପ୍ରଥମ ବିଶ୍ୱଯୁଦ୍ଧର ସୂତ୍ରପାତ ।
୧୯୧୫ ଖ୍ରୀ.ଅ. — ଇଟାଲୀ ମିତ୍ରଶକ୍ତି ପକ୍ଷରେ ଯୁଦ୍ଧରେ ଯୋଗଦାନ ।
୧୯୧୭ ଖ୍ରୀ.ଅ. —ଯୁକ୍ତରାଷ୍ଟ୍ର ଆମେରିକାର ମିତ୍ରଶକ୍ତି ସପକ୍ଷରେ ପ୍ରଥମ ବିଶ୍ବଯୁଦ୍ଧରେ ଯୋଗଦାନ ଓ ରୁଷର ପ୍ରଥମ ବିଶ୍ୱଯୁଦ୍ଧରୁ ବିଦାୟ ।
୧୯୧୮ ଖ୍ରୀ.ଅ. — ଜର୍ମାନୀ ସମ୍ରାଟ କାଇଜର ଦ୍ବିତୀୟ ଉଇଲିୟମ୍ଙ୍କର ସ୍ବେଚ୍ଛାକୃତ ଭାବେ ରାଜଗାଦି ତ୍ୟାଗ ଏବଂ ହଲାଣ୍ଡ ଦେଶକୁ ପଳାୟନ ।
୧୯୧୯ ଖ୍ରୀ.ଅ. — ଫ୍ରାନ୍ସ ପ୍ରଧାନମନ୍ତ୍ରୀ କ୍ଲିମେନ୍‌ସୁଙ୍କ ସଭାପତିତ୍ୱରେ ପ୍ୟାରିସ୍ ଶାନ୍ତ ସମ୍ମିଳନୀ ଆହୂତ ।
୧୯୯୨ ଖ୍ରୀ.ଅ. — (ଏପ୍ରିଲ୍ ୨୭) ସର୍ବିଆ ଏକ ସ୍ବାଧୀନ ରାଷ୍ଟ୍ର ରୂପେ ଗଠିତ ।

Leave a Comment