Odisha State Board BSE Odisha Class 9 History Notes Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ will enable students to study smartly.
BSE Odisha Class 9 History Notes Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ
ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
1. ଜାତିସଂଘ ଗଠନର ପ୍ରସ୍ତାବ :
- ୧୯୧୯ ମସିହା ଜାନୁୟାରୀ ୧୮ ତାରିଖରେ ପ୍ୟାରିସ୍ଠାରେ ଏକ ଶାନ୍ତ ସମ୍ମିଳନୀ ଆହୂତ ହୋଇଥିଲା ।
- ଯୁକ୍ତରାଷ୍ଟ୍ର ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଉଡ୍ରୋ ଉଇଲ୍ସନ୍ ଆନ୍ତର୍ଜାତିକ କ୍ଷେତ୍ରରେ ସ୍ଥାୟୀ ଶାନ୍ତି ଓ ସହଯୋଗ ପ୍ରତିଷ୍ଠା ପାଇଁ ଏହି ସମ୍ମିଳନୀରେ ତାଙ୍କର ଚଉଦ ସୂତ୍ରୀ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ ।
2. ଜାତିସଂଘର କୋଭେନାଣ୍ଟ ବା ରାଜିନାମା :
- ଜାତିସଂଘର କେଭେନାଣ୍ଟ କହିଲେ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଜାତିସଂଘ ଗଠନ ସମ୍ପର୍କିତ ରାଜିନାମାକୁ ବୁଝାଏ ।
- ୧୯୨୦ ମସିହା ଜାନୁୟାରୀ ୧୦ ତାରିଖରୁ କେଭେନାଣ୍ଟ ବଳବତ୍ତର ହେଲା ଏବଂ ଅନୁଷ୍ଠାନିକ ଭାବେ ଜାତିସଂଘ ପ୍ରତିଷ୍ଠିତ ହେଲା ।
3. ଜାତିସଂଘର ଉଦ୍ଦେଶ୍ୟ :
- ଆନ୍ତର୍ଜାତିକ ସହଯୋଗ, ଶାନ୍ତ ଓ ସୁରକ୍ଷାକୁ ଉତ୍ସାହିତ କରିବା ।
- ଯୁଦ୍ଧର ଆଶ୍ରୟ ନ ନେବାକୁ ଏବଂ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ମୁକ୍ତ, ନିରପେକ୍ଷ ଓ ସମ୍ମାନଜନକ ସମ୍ପର୍କକୁ ନୈତିକ କର୍ଭବ୍ୟ ଭାବେ ଗ୍ରହଣ କରିବା ।
- ଆନ୍ତର୍ଜାତିକ ଆଇନକୁ ରାଷ୍ଟ୍ରଗୁଡ଼ିକ ପରସ୍ପର ମଧ୍ୟରେ ଆଚରଣର ପ୍ରକୃତ ବିଧ୍ ଭାବରେ ପ୍ରତିଷ୍ଠିତ କରିବା ।
- ନିରପେକ୍ଷତା ବଜାୟ ରଖିବା ଏବଂ ଅନୁମୋଦିତ ଚୁକ୍ତିଗୁଡ଼ିକ ପ୍ରତି ସଚେତନ ସମ୍ମାନ ଜଣାଇବା ।
- ଜାତିସଂଘ ଗଠନର ପ୍ରସ୍ତାବ
- ଜାତିସଂଘର କୋଭେନାଣ୍ଟ ବା ରାଜିନାମା
- ଜାତିସଂଘର ଉଦ୍ଦେଶ୍ୟ
- ଜାତିସଂଘର ସଙ୍ଗଠନ
- ଜାତିସଂଘର କ।ର୍ଯ୍ୟ।ବଳା
- ଜାତିସଂଘର ବିଫଳତାର କାରଣ
- ପ୍ୟାରିସ୍ ସମ୍ମିଳନୀରେ ସ୍ବାକ୍ଷରିତ ଭର୍ସାଇ ସନ୍ଧିରେ ୨୬ ଧାରା ବିଶିଷ୍ଟ ଜାତିସଂଘ କେଭେନାଣ୍ଟ ଆନ୍ତର୍ଭୁକ୍ତ ଥିଲା ।
4. ଜାତିସଂଘର ସଙ୍ଗଠନ:
ଜାତିସଂଘର ତିନିଗୋଟି ମୁଖ୍ୟ ଅଙ୍ଗ ଓ ଦୁଇଟି ସ୍ଵୟଂଶାସିତ ଅଙ୍ଗ ଥିଲା ।
→ ସଭା :
- ଜାତିସଂଘର ସମସ୍ତ ସଦସ୍ୟ ରାଷ୍ଟ୍ର ଏହି ସଭାର ସଭ୍ୟ ଥିଲେ ।
- ସଭାର ଜଣେ ସଭାପତି ଓ ୮ ଜଣ ଉପସଭାପତି ଥିଲେ । ଏହି ସଭାର ୬ ଗୋଟି ସ୍ଥାୟୀ କମିଟି ଓ ୨ଗୋଟି ଅସ୍ଥାୟୀ କମିଟି ଗଠିତ ହୋଇଥିଲା ।
- ସମସ୍ତ ନିର୍ବାଚିତ ସଦସ୍ୟଙ୍କୁ ନେଇ ଗଠିତ ସାଧାରଣ କମିଟିର ବୈଠକ ବର୍ଷକୁ ଅନ୍ତତଃ ଥରେ ବସୁଥିଲା ।
- ଏହା ଆନ୍ତର୍ଜାତିକ ନ୍ୟାୟାଳୟର ବିଚାରପତି ଓ ଜାତିସଂଘ ପରିଷଦର ଅସ୍ଥାୟୀ ସଭ୍ୟଙ୍କୁ ନିର୍ବାଚିତ କରୁଥିଲା ।
→ ପରିଷଦ :
ଚାରି ଜଣ ସ୍ଥାୟୀ ସଭ୍ୟ ଓ ଚାରିଜଣ ଅସ୍ଥାୟୀ ସଭ୍ୟଙ୍କୁ ନେଇ ପରିଷଦ ଗଠିତ ହୋଇଥିଲା । ଏହା ଜାତିସଂଘର କାର୍ଯ୍ୟକାରିଣୀ ଅଙ୍ଗ ଥିଲା ।
ସ୍ଥାୟୀ ସଭ୍ୟମାନେ ହେଲେ ଗ୍ରେଟ୍ବ୍ରିଟେନ୍, ଫ୍ରାନ୍ସ, ଇଟାଲୀ ଓ ଜାପାନ ।
୧୯୨୬ରେ ସ୍ଥାୟୀ ସଭ୍ୟ ହୋଇଥିବା ଜର୍ମାନୀ ପରେ ଜାତିସଂଘରୁ ଓହରି ଯାଇଥିଲା ।
୧୯୩୪ରେ ରୁଷିଆ ବହିଷ୍କୃତ ହୋଇଥିଲା । ୧୯୩୬ ସୁଦ୍ଧା ଅସ୍ଥାୟୀ ସଭ୍ୟ ସଂଖ୍ୟା ୧୧ ଥିଲା ।
ଜାତିସଂଘର ମୁଖ୍ୟ କାର୍ଯ୍ୟ ଥିଲା ‘ରାଷ୍ଟ୍ରମାନଙ୍କ ମଧ୍ୟରେ ଥିବା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ’ ।
→ ସଚିବାଳୟ :
(ଜାତିସଂଘ ସଚିବାଳୟ)
ମାଣ୍ଡେଟ୍ – ଏହି ବ୍ୟବସ୍ଥା ହେଉଛି ଏକ ଅଧ୍ୟାସନ ପଦ୍ଧତି । ପ୍ରଥମ ବିଶ୍ଵଯୁଦ୍ଧରେ ତୁର୍କୀ ଓ ଜର୍ମାନୀଠାରୁ ଛଡ଼ାଇ ଅଣାଯାଇଥିବା ଉପନିବେଶଗୁଡ଼ିକ ପାଇଁ ଏହି ‘ମାଣ୍ଡେଟ୍’ ବ୍ୟବସ୍ଥା ପଦ୍ଧତି ଗ୍ରହଣ କରାଯାଇଥିଲା ।
ସ୍ଥାୟୀ ଆନ୍ତର୍ଜାତିକ ନ୍ୟାୟାଳୟ :
- ନେଦରଲାଣ୍ଡର ହେଗ୍ରେ ପ୍ରତିଷ୍ଠିତ ଆନ୍ତର୍ଜାତିକ ନ୍ୟାୟାଳୟ ୧୯୨୨ ମସିହା ଫେବୃୟାରୀ ୧୫ ତାରିଖରେ କାର୍ଯ୍ୟ ଆରମ୍ଭ କରିଥିଲା । ପ୍ରତ୍ୟେକ ବିଚାରପତିଙ୍କର କାର୍ଯ୍ୟକାଳ ଥିଲା ୯ ବର୍ଷ ।
- ଆନ୍ତର୍ଜାତିକ ଚୁକ୍ତିଗୁଡ଼ିକର ସର୍ଭ ବ୍ୟାଖ୍ୟା କରିବା, ଦେଶମାନଙ୍କ ମଧ୍ୟରେ ଥିବା କଳହକୁ ସମାଧାନ କରିବାପାଇଁ ଆଇନଗତ ପରାମର୍ଶ ଆନ୍ତର୍ଜାତିକ ନ୍ୟାୟାଳୟର ମୁଖ୍ୟ କାର୍ଯ୍ୟ ଥିଲା ।
- ସଭା ଓ ପରିଷଦଦ୍ଵାରା ପଠାଯାଉଥିବା ବିବାଦ ସମ୍ବନ୍ଧରେ ଏହା ମତାମତ ପ୍ରଦାନ କରିଥାଏ ।
- ଆନ୍ତର୍ଜାତିକ ନ୍ୟାୟାଳୟର ଦୁଇଗୋଟି ଆଇନଗତ ଅଧିକାର ରହିଛି; ଯଥା – ବାଧ୍ୟତାମୂଳକ ଓ ସ୍ୱେଚ୍ଛାକୃତ ।
ଆନ୍ତର୍ଜାତିକ ଶ୍ରମ ସଂଗଠନ :
- ଆନ୍ତର୍ଜାତିକ ଶ୍ରମ ସଂଗଠନ ଏକ ସ୍ଵୟଂଶାସିତ ସଂସ୍ଥା । ଏହାର କାର୍ଯ୍ୟକାଳ ଜେନେଭାଠାରେ ଅବସ୍ଥିତ ।
- ଶ୍ରମିକମାନଙ୍କ ଉନ୍ନତି ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ସହ ଏହି ସଙ୍ଗଠନ ଶ୍ରମିକମାନଙ୍କ ଅବସ୍ଥାର ନିୟନ୍ତ୍ରଣ ପାଇଁ ଆନ୍ତର୍ଜାତିକ ନିୟମ ପ୍ରସ୍ତୁତ କରିଥାଏ ।
- ଜର୍ମାନୀ, ଅଷ୍ଟ୍ରିଆ, ଯୁକ୍ତରାଷ୍ଟ୍ର ଆମେରିକା ଓ ରୁଷିଆ ଏହାର ସଦସ୍ୟ ଥିଲେ ।
- ପୁରୁଷ, ମହିଳା ଓ ଶିଶୁମାନଙ୍କ ପାଇଁ ତାଙ୍କ ନିଜ ଦେଶରେ ଓ ଅନ୍ୟ ଦେଶରେ ଅନୁକୂଳ ଓ ମାନବୋଚିତ ଅବସ୍ଥା ସୁରକ୍ଷିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।
5. ଜାତିସଂଘର କ।ର୍ଯ୍ୟ।ବଳା :
- ଜାତିସଂଘ ୧୯୨୧ ମସିହାରେ ଆଲାଣ୍ଡ ଦ୍ୱୀପ ଅଧିକାରକୁ ନେଇ ସ୍ଵିଡେନ ଓ ଫିନ୍ଲାଣ୍ଡ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ କରିଥିଲା ।
- ଗଣଭୋଟ ଜରିଆରେ ଉତ୍ତର ସାଇଲେସିଆ ସୀମାକୁ ନେଇ ପୋଲାଣ୍ଡ ଓ ଜର୍ମାନୀ ମଧ୍ୟରେ ସୃଷ୍ଟ ବିବାଦର ସମାଧାନ କରିଥିଲା ।
- ୧୯୩୩ ମସିହାରେ ଲେଟିସିଆ ସହରକୁ ପେରୁର ପୁନଃ ଅଧିକାରକୁ ନେଇ କଲମ୍ବିଆ ଓ ପେରୁ ମଧ୍ୟରେ ସଂଘଟିତ ଯୁଦ୍ଧର ସମାଧାନ କରିଥିଲା ।
- ମାଣ୍ଡେଟ୍ ବ୍ୟବସ୍ଥାଦ୍ଵାରା ଉପନିବେଶଗୁଡ଼ିକର ଶୋଷଣ ବନ୍ଦ କରିଥିଲା ।
- କେତେକ କାର୍ଯ୍ୟରେ ଜାତିସଂଘ ଅକୃତକାର୍ଯ୍ୟ ହୋଇଥିଲା; ଯଥା – ଲିଥୁନିଆ ଦଖଲରେ ଥିବା ଭିଲନା ସହର ଉପରେ ପୋଲାଣ୍ଡର ନିୟନ୍ତ୍ରଣ ।
- ଇଟାଲୀଦ୍ଵାରା କୋରଫ୍ୟୁ ଦ୍ବୀପ ଧ୍ବଂସ ଓ ଗ୍ରୀସ୍ଠାରୁ କ୍ଷତିପୂରଣ ଆଦାୟ, ଇଟାଲୀର ଆବିସିନିଆ ଅଧିକାର, ଜାପାନର ମଞ୍ଜୁରିଆ ଅଧ୍ୟାର ଇତ୍ୟାଦି ବିବାଦର ସମାଧାନରେ ଜାତିସଂଘ ବିଫଳ ହୋଇଥିଲା ।
6. ଜାତିସଂଘ ବିଫଳତାର କାରଣ :
- ପ୍ୟାରିସ୍ ଶାନ୍ତିଚୁକ୍ତି ସହିତ ସଂଯୋଗ
- ଯୁକ୍ତରାଷ୍ଟ୍ର ଆମେରିକାର ଅନୁପସ୍ଥିତି
- ରାଷୃମାନଙ୍କର ସ୍ୱ।ର୍ଥପର ମନୋଭାବ
- ସାର୍ବଜନୀନତାର ଅଭାବ ଓ ଆର୍ଥିକ ମାନ୍ଦାବସ୍ଥା
→ ୧୯୪୬ ଏପ୍ରିଲ ୧୮ ତାରିଖରେ ଜାତିସଂଘ, ସଂଯୁକ୍ତ ରାଷ୍ଟ୍ର ସଂଘ (UNO) ସହିତ ମିଶିଯାଇଥିଲେ ।
ଖ୍ରୀଷ୍ଟାବ୍ଦସମୂହ ଓ ପ୍ରମୁଖ ଘଟଣାବଳୀ :
୧୯୧୯ ଖ୍ରୀ.ଅ. – (ଜାନୁୟାରୀ ୧୮ ତାରିଖ) ପ୍ୟାରିସ୍ ଶାନ୍ତ ସମ୍ମିଳନୀ ଆହୂତ, (ଏପ୍ରିଲ୍ ୨୮ ତାରିଖ) ପ୍ୟାରିସ୍ ସମ୍ମିଳନୀର ଏକ ଅଧିବେଶନରେ କେଭେନାଣ୍ଟ ଚିଠା ଗୃହୀତ, (ଜୁନ୍ ୨୮ ତାରିଖ) ପ୍ୟାରିସ୍ଠାରେ ସ୍ଵାକ୍ଷରିତ ଭର୍ସାଇ ସନ୍ଧିରେ କୋଭେନାଣ୍ଟ ଚିଠା ଅନ୍ତର୍ଭୁକ୍ତ ।
୧୯୨୦ ଖ୍ରୀ.ଅ. – ଜାନୁୟାରୀ ୧୦ ତାରିଖଠାରୁ ଜାତିସଂଘ କୋଭେନାଣ୍ଟ ବଳବତ୍ତର ହେବା ସହ ଜାତିସଂଘ ଅନୁଷ୍ଠାନିକ ଭାବେ ପ୍ରତିଷ୍ଠିତ ।
୧୯୨୧ ଖ୍ରୀ.ଅ. – ଜାତିସଂଘଦ୍ବାରା ସ୍ବିଡ଼େନ୍ ଓ ଫିନ୍ଲାଣ୍ଡ ମଧ୍ୟରେ ଥିବା କଳହର ସମାଧାନ ।
୧୯୨୨ ଖ୍ରୀ.ଅ. – (ଫେବୃଆରୀ ୧୫) ଆନ୍ତର୍ଜାତିକ ନ୍ୟାୟାଳୟ ଉଦ୍ଘାଟିତ, ଜାତିସଂଘ ମାଧ୍ୟମରେ ପୋଲାଣ୍ଡ ଓ ଚେକୋସ୍ଲୋଭାକିଆ ମଧ୍ୟରେ ଥିବା ବିବାଦର ସମାଧାନ ।
୧୯୨୬ ଖ୍ରୀ.ଅ. – ଜାତିସଂଘରେ ସ୍ଥାୟୀ ସଭ୍ୟଭାବେ ଜର୍ମାନୀ ସ୍ଵୀକୃତ ।
୧୯୩୪ ଖ୍ରୀ.ଅ. – ରୁଷିଆର ଜାତିସଂଘରେ ଯୋଗଦାନ ।
୧୯୩୫ ଖ୍ରୀ.ଅ. – ଜାତିସଂଘର ସଦସ୍ୟ ସଂଖ୍ୟା ୬୦କୁ ବୃଦ୍ଧି ।
୧୯୩୬ ଖ୍ରୀ.ଅ. – ଆନ୍ତର୍ଜାତିକ ନ୍ୟାୟାଳୟରେ ଉପବିଚାରପତି ପଦ ଉଚ୍ଛେଦ, ଇଟାଲୀର ଜାତିସଂଘ ସଦସ୍ୟ ପଦ ତ୍ୟାଗ ।
୧୯୩୯ ଖ୍ରୀ.ଅ. – ଜାତିସଂଘରୁ ରୁଷିଆ ବହିଷ୍କୃତ, ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ।
୧୯୪୬ ଖ୍ରୀ.ଅ. – ୩୪ଟି ରାଷ୍ଟ୍ରର ପ୍ରତିନିଧ୍ ‘ସଭା’ର ଶେଷ ବୈଠକରେ ଯୋଗଦାନ ।