BSE Odisha 8th Class Political Science Solutions Chapter 1 କେନ୍ଦ୍ର ସରକାର

Odisha State Board BSE Odisha 8th Class Political Science Solutions Chapter 1 କେନ୍ଦ୍ର ସରକାର Textbook Exercise Questions and Answers.

BSE Odisha Class 8 Political Science Solutions Chapter 1 କେନ୍ଦ୍ର ସରକାର

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୧୦୦ ଗୋଟି ଶବ୍ଦରେ ଲେଖ ।

(କ) ରାଷ୍ଟ୍ରପତି କିପରି ବହିଷ୍କୃତ ହୁଅନ୍ତି ?
Answer:
ପଦଚ୍ୟୁତି ପ୍ରକ୍ରିୟା :

  • ରାଷ୍ଟ୍ରପତି କେବଳ ସମ୍ବିଧାନ ଭଙ୍ଗ ଅଭିଯୋଗରେ ଅଭିଯୁକ୍ତ ହୋଇ ମହାଭିଯୋଗ ପ୍ରସ୍ତାବଦ୍ୱାରା ପଦଚ୍ୟୁତ ହୁଅନ୍ତି ।
  • ମହାଭିଯୋଗ ଏକ ଅର୍ଦ-ନ୍ୟାୟିକ ଜଟିଳ ପ୍ରକ୍ରିୟା । ପ୍ରଥମେ ସଂସଦର ଯେକୌଣସି ଗୃହର ସର୍ବମୋଟ ସଭ୍ୟସଂଖ୍ୟାର ଏକ-ଚତୁର୍ଥାଂଶ ସଭ୍ୟ ୧୪ ଦିନ ପୂର୍ବରୁ ଲିଖ୍ତ ନୋଟିସ୍ ଦେଇ ସେହି ଗୃହରେ ମହାଭିଯୋଗ ମସ୍ତାବ ଆଗତ କରିଥାଆନ୍ତି ।

ସଂସଦର କାର୍ଯ୍ୟ :

  • ଏହାପରେ ପ୍ରସ୍ତାବଟି ସେହି ଗୃହର ସର୍ବମୋଟ ସଭ୍ୟସଂଖ୍ୟାର ଅନ୍ୟୁନ ଦୁଇ-ତୃତୀୟାଂଶ ସଭ୍ୟଙ୍କଦ୍ବାରା ଅନୁମୋଦିତ ହେବାପରେ ତାହା ଅନ୍ୟ ଗୃହକୁ ଅଭିଯୋଗର ଅନୁସନ୍ଧାନ (investigation) ପାଇଁ ପଠାଯାଏ ।
  • ଉକ୍ତ ଗୃହ ମହାଭିଯୋଗ ପ୍ରସ୍ତାବ ଉପରେ ଅନୁସନ୍ଧାନ କଲାବେଳେ ରାଷ୍ଟ୍ରପତି ଚାହିଁଲେ, ସେ ନିଜେ ବା ତାଙ୍କର ପ୍ରତିନିଧୂ ସେଠାରେ ଉପସ୍ଥିତ ରହିପାରିବେ ।
  • ଅନୁସନ୍ଧାନ ପରେ ଏହି ଗୃହ ଯଦି ସର୍ବମୋଟ ସଭ୍ୟସଂଖ୍ୟାର ଅନ୍ୟୁନ ଦୁଇ-ତୃତୀୟାଂଶ ସଭ୍ୟଙ୍କ ସମର୍ଥନରେ ପ୍ରେରିତ ମହାଭିଯୋଗ ପ୍ରସ୍ତାବକୁ ଅନୁମୋଦନ କରନ୍ତି, ତାହାହେଲେ ସେହିଦିନଠାରୁ ରାଷ୍ଟ୍ରପତି ବହିଷ୍କୃତ ହୁଅନ୍ତି ।

(ଖ) ରାଷ୍ଟ୍ରପତିଙ୍କ ପ୍ରଶାସନିକ କ୍ଷମତା ବୁଝାଇ ଲେଖ ।
Answer:

  • କେନ୍ଦ୍ର ସରକାରଙ୍କର ସମସ୍ତ ପ୍ରଶାସନିକ କାର୍ଯ୍ୟ ରାଷ୍ଟ୍ରପତିଙ୍କ ନାମରେ ସମ୍ପାଦିତ ହୁଏ ।
  • ମନ୍ତ୍ରୀମାନେ ବିଭିନ୍ନ ପ୍ରଶାସନିକ ବିଭାଗର ମୁଖ୍ୟ ଭାବରେ ଦାୟିତ୍ୱ ବହନ କରନ୍ତି ଓ ପ୍ରଶାସନିକ କାର୍ଯ୍ୟ ତଦାରଖ କରନ୍ତି ।

BSE Odisha 8th Class Political Science Solutions Chapter 1 କେନ୍ଦ୍ର ସରକାର

ସାମ୍ବିଧାନିକ ମୁଖ୍ୟଙ୍କ ନିଯୁକ୍ତି :

  • ରାଷ୍ଟ୍ରପତି ଅନେକ ସମ୍ବିଧାନିକ ପଦାଧିକାରୀଙ୍କୁ ନିଯୁକ୍ତ କରନ୍ତି; ଯଥା – ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟବୃନ୍ଦ, ମହାଧ୍ଵବକ୍ତା, ମୁଖ୍ୟ ଆୟବ୍ୟୟ ହିସାବ ରକ୍ଷକ ଓ ମହାସମୀକ୍ଷକ, ସର୍ବୋଚ୍ଚ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟମାନଙ୍କର ମୁଖ୍ୟ ନ୍ୟାୟାଧୀଶ ଓ ଅନ୍ୟ ନ୍ୟାୟାଧୀଶବୃନ୍ଦ, କେନ୍ଦ୍ର ଲୋକସେବା ଆୟୋଗର ଅଧ୍ଯକ୍ଷ ଓ ସଦସ୍ୟବୃନ୍ଦ, ରାଜ୍ୟପାଳ, ନିର୍ବାଚନ ଆୟୋଗର ମୁଖ୍ୟ ଆୟୁକ୍ତ ଓ ଅନ୍ୟ ଆୟୁକ୍ତଦ୍ଵୟ, ସରକାରୀ ଭାଷା ଆୟୋଗର ଅଧକ୍ଷ ଓ ସଦସ୍ୟ, ଅନୁସଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ ଆୟୋଗର ଅଧ୍ଯକ୍ଷ ଓ ସଦସ୍ୟବୃନ୍ଦ ।
  • ସେ ମହାଧ୍ଵବକ୍ତା, ରାଜ୍ୟପାଳ, କେନ୍ଦ୍ର ଲୋକସେବା ଆୟୋଗର ଅଧକ୍ଷ ଓ ଅନ୍ୟ ସଦସ୍ୟ, ସର୍ବୋଚ୍ଚ ନ୍ୟାୟାଳୟ ଓ ରାଜ୍ୟ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତିବୃନ୍ଦ, ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ଯେକୌଣସି ମନ୍ତ୍ରୀଙ୍କୁ ବହିଷ୍କାର କରିପାରନ୍ତି ।

(ଗ) ରାଷ୍ଟ୍ରପତିଙ୍କ ଜରୁରୀକାଳୀନ କ୍ଷମତା କ’ଣ ?
Answer:

  • ଜାତୀୟ ଜରୁରୀ ପରିସ୍ଥିତି – ଯେତେବେଳେ ଯୁଦ୍ଧ, ବାହ୍ୟଶତ୍ରୁ ଆକ୍ରମଣ ବା ସଶସ୍ତ୍ର ବିପ୍ଳବଦ୍ଵାରା ଦେଶର ନିରାପତ୍ତା ବିପନ୍ନ ହୋଇଛି ବୋଲି ରାଷ୍ଟ୍ରପତିଙ୍କର ହୃଦ୍‌ବୋଧ ହୁଏ, ସେ ମନ୍ତ୍ରୀମଣ୍ଡଳର ଲିଖ୍ ପରାମର୍ଶରେ ସମ୍ବିଧାନର ୩୫୨ ଧାରା ଅନୁସାରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରନ୍ତି ।
  • ୧ ମାସ ମଧ୍ୟରେ ସଂସଦର ଉଭୟ ଗୃହଦ୍ଵାରା ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠ ଭୋଟ ସମର୍ଥନରେ ଗୃହୀତ ହେଲେ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣାନାମା ୬ ମାସ ଯାଏ ବଳବତ୍ତର ରହେ ।
  • ରାଜ୍ୟ ଜରୁରୀ ପରିସ୍ଥିତି – ଯେତେବେଳେ ରାଷ୍ଟ୍ରପତି ରାଜ୍ୟପାଳଙ୍କ ରିପୋର୍ଟରୁ ବା ଅନ୍ୟ କୌଣସି ସୂତ୍ରରୁ ଅବଗତ ହୁଅନ୍ତି ଯେ କୌଣସି ରାଜ୍ୟରେ ସମ୍ବିଧାନ ଅନୁସାରେ ଶାସନ ପରିଚାଳିତ ହେଉନାହିଁ ସେତେବେଳେ ରାଷ୍ଟ୍ରପତି ସମ୍ବିଧାନର ୩୫୬ ଧାରା ଅନୁସାରେ ସେହି ରାଜ୍ୟ ପାଇଁ ଜରୁରୀ ପରିସ୍ଥିତି ଘୋଷଣା କରନ୍ତି ।
  • ଏହା ସଂସଦର ଉଭୟ ଗୃହରେ ୨ ମାସ ମଧ୍ୟରେ ଅନୁମୋଦିତ ହେଲେ ୬ ମାସ ପାଇଁ ବଳବତ୍ତର ରହେ ।
  • ଆର୍ଥକ ଜରୁରୀ ପରିସ୍ଥିତି – ଯଦି ଭାରତର ଆର୍ଥିକ ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି ବୋଲି ରାଷ୍ଟ୍ରପତିଙ୍କର ହୃଦ୍‌ବୋଧ ହୁଏ, ତେବେ ସେ ସମ୍ବିଧାନର ୩୬୦ ଧାରା ବଳରେ ଆର୍ଥକ ଜରୁରୀ ପରିସ୍ଥିତି ଘୋଷଣା କରିଥା’ନ୍ତି । ଏହା ୨ ମାସ ମଧ୍ୟରେ ସଂସଦଦ୍ୱାରା ଅନୁମୋଦିତ ହେବା ଆବଶ୍ୟକ ।

(ଘ) ଉପରାଷ୍ଟ୍ରପତିଙ୍କ କାର୍ଯ୍ୟ କ’ଣ ?
Answer:
ଅସ୍ଥାୟୀ ରାଷ୍ଟ୍ରପତି :

  • ଯେତେବେଳେ ମୃତ୍ୟୁ, ପଦତ୍ୟାଗ, ପଦଚ୍ୟୁତି କିମ୍ବା ନିର୍ବାଚନ ଅସିଦ୍ଧ କାରଣରୁ ରାଷ୍ଟ୍ରପତିଙ୍କ ପଦବୀ ଶୂନ୍ୟ ପଡ଼େ, ସେତେବେଳେ ଉପରାଷ୍ଟ୍ରପତି ସର୍ବାଧ୍ଵ ୬ ମାସ ବା ରାଷ୍ଟ୍ରପତି ନିର୍ବାଚନ ହେବା ପର୍ଯ୍ୟନ୍ତ ଅସ୍ଥାୟୀ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରନ୍ତି ।
  • ରାଷ୍ଟ୍ରପତି ଯଦି ଅସୁସ୍ଥତାବଶତଃ ବା ଅନୁପସ୍ଥିତ ରହିବା ହେତୁ ବା ଅନ୍ୟ କୌଣସି କାରଣରୁ ତାଙ୍କର କାର୍ଯ୍ୟ ସମ୍ପାଦନ କରିବାରେ ଅସମର୍ଥ ହୁଅନ୍ତି, ତେବେ ଉପରାଷ୍ଟ୍ରପତି ରାଷ୍ଟ୍ରପତିଙ୍କର କାର୍ଯ୍ୟ ସମ୍ପାଦନ କରନ୍ତି ।

ଅଧ୍ଯକ୍ଷତା :

  • ଉପରାଷ୍ଟ୍ରପତି ରାଜ୍ୟସଭାର ଅଧ୍ୟକ୍ଷଭାବେ କାର୍ଯ୍ୟ କରନ୍ତି ।
  • ସେ ରାଷ୍ଟ୍ରପତିଙ୍କ ପରି ବିଦେଶ ଗସ୍ତ କରି ସରକାରଙ୍କର ନୀତି ଓ ଆଦର୍ଶକୁ ଉପସ୍ଥାପିତ କରନ୍ତି ।
  • ବିଭିନ୍ନ ସାମାଜିକ ତଥା ସାଂସ୍କୃତିକ ଉତ୍ସବରେ ସେ ମୁଖ୍ୟ ଅତିଥ୍‌ ଭାବରେ ଯୋଗଦାନ କରନ୍ତି ।

(ଙ) ପ୍ରଧାନମନ୍ତ୍ରୀଙ୍କର କାର୍ଯ୍ୟାବଳୀ ବର୍ଣ୍ଣନା କର ।
Answer:

  • ମନ୍ତ୍ରୀମଣ୍ଡଳ ଗଠନ : କେନ୍ଦ୍ର ମନ୍ତ୍ରୀମଣ୍ଡଳର ମୁଖ୍ୟ ହିସାବରେ ପ୍ରଧାନମନ୍ତ୍ରୀ ମନ୍ତ୍ରୀମାନଙ୍କର ପାହ୍ୟା ନିର୍ଦ୍ଧାରଣ କରନ୍ତି ଓ ସେମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରନ୍ତି, ମନ୍ତ୍ରୀମଣ୍ଡଳ ବୈଠକରେ ସଭାପତିତ୍ବ କରନ୍ତି ଓ ବୈଠକର କାର୍ଯ୍ୟସୂଚୀ ପ୍ରସ୍ତୁତ କରନ୍ତି ।
  • ଯୋଗସୂତ୍ରଧର : ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଓ ମନ୍ତ୍ରୀମଣ୍ଡଳ ମଧ୍ୟରେ ଯୋଗସୂତ୍ର ରକ୍ଷା କରନ୍ତି । ସେ ମନ୍ତ୍ରୀମଣ୍ଡଳର ନିଷ୍ପତ୍ତି ରାଷ୍ଟ୍ରପତିଙ୍କୁ ଜଣାନ୍ତି ଓ ରାଷ୍ଟ୍ରପତିଙ୍କ ବାର୍ତ୍ତା ମନ୍ତ୍ରୀମଣ୍ଡଳରେ ଆଲୋଚନା ପାଇଁ ଉପସ୍ଥାପନ କରନ୍ତି ।

ଅଧ୍ଯକ୍ଷତା :

  • ପ୍ରଧାନମନ୍ତ୍ରୀ ମନ୍ତ୍ରୀମଣ୍ଡଳ ଓ ସଂସଦ ମଧ୍ୟରେ ସମନ୍ଵୟ ରକ୍ଷା କରନ୍ତି । ସେ ମନ୍ତ୍ରୀମଣ୍ଡଳ ବୈଠକରେ ଅଧ୍ୟକ୍ଷତା କରନ୍ତି ଓ ମନ୍ତ୍ରୀମଣ୍ଡଳରେ ଗୃହୀତ ନୀତିଗୁଡ଼ିକୁ ସଂସଦରେ ଉପସ୍ଥାପନ କରନ୍ତି ।
  • ସେ ଭାରତର ଆଭ୍ୟନ୍ତରୀଣ ଶାସନ ତଥା ଆନ୍ତର୍ଜାତୀୟ ସମ୍ପର୍କ ବିଷୟରେ ନୀତି ନିର୍ଦ୍ଧାରଣ କରି ସଂସଦରେ ଗୃହୀତ କରାଇଥା’ନ୍ତି ।
  • ପ୍ରଧାନମନ୍ତ୍ରୀ ଶାସକ ଦଳର ନୀତି ଓ କାର୍ଯ୍ୟକ୍ରମ ନିର୍ଦ୍ଧାରଣରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥା’ନ୍ତି ।
  • ପ୍ରଧାନମନ୍ତ୍ରୀ ନୀତି ଆୟୋଗର ଅଧ୍ୟକ୍ଷଭାବେ କାର୍ଯ୍ୟ କରନ୍ତି ।

BSE Odisha 8th Class Political Science Solutions Chapter 1 କେନ୍ଦ୍ର ସରକାର

(ଚ) କେନ୍ଦ୍ର ମନ୍ତ୍ରୀମଣ୍ଡଳର କାର୍ଯ୍ୟ କ’ଣ ?
Answer:
ନୀତି ଆୟୋଗ :

  • କେନ୍ଦ୍ର ମନ୍ତ୍ରୀମଣ୍ଡଳ ଦେଶର ଶାସନ ତଥା ବୈଦେଶିକ ବ୍ୟାପାର ସମ୍ପର୍କରେ ବିଭିନ୍ନ ନୀତି ନିର୍ଦ୍ଧାରଣ କରିଥାଏ ।
  • ବିଭିନ୍ନ ଆଇନର ରୂପରେଖ ଓ ବିଷୟବସ୍ତୁ ନିର୍ଦ୍ଧାରଣ ମନ୍ତ୍ରୀମଣ୍ଡଳ ସ୍ଥିର କରିଥାଏ ।

ବଜେଟ୍ ପ୍ରସ୍ତୁତି :

  • ଦେଶର ଆୟବ୍ୟୟର ବିଭିନ୍ନ ସୂତ୍ର ନିର୍ଦ୍ଧାରଣ ଓ ବଜେଟ୍ ପ୍ରସ୍ତୁତି ଇତ୍ୟାଦି କାର୍ଯ୍ୟ ମନ୍ତ୍ରୀମଣ୍ଡଳଦ୍ୱାରା ଅନୁମୋଦିତ ହୁଏ ।
  • ଦେଶ ଶାସନ ଏବଂ ରାଷ୍ଟ୍ରପତିଙ୍କ କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ତାଙ୍କୁ ସମୁଚିତ ପରାମର୍ଶ ପ୍ରଦାନ କରିବା ମନ୍ତ୍ରୀମଣ୍ଡଳର ମୁଖ୍ୟ କାର୍ଯ୍ୟ ।

ଯୋଜନାର ସଫଳ ରୂପାୟନ :

  • ସରକାରଙ୍କର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ କରିବା ମନ୍ତ୍ରୀମଣ୍ଡଳର ମୁଖ୍ୟ କର୍ତ୍ତବ୍ୟ ।
  • ବିଭିନ୍ନ ନୀତିଗୁଡ଼ିକ ଠିକ୍‌ଭାବେ ଓ ଉପଯୁକ୍ତ ସମୟରେ କାର୍ଯ୍ୟକାରୀ କରିବାପାଇଁ ମନ୍ତ୍ରୀମଣ୍ଡଳ ନିଷ୍ପତ୍ତି ଗ୍ରହଣ କରିଥାଏ ।

(ଛ) ଲୋକସଭାର ଗଠନ ଓ କାର୍ଯ୍ୟାବଳୀ ବର୍ଣ୍ଣନା କର ।
Answer:
ଗଠନ :

  • ଲୋକସଭା ଦେଶର ନାଗରିକମାନଙ୍କଦ୍ୱାରା ସାର୍ବଜନୀନ ସାବାଳକ ଭୋଟ ପ୍ରଥା ମାଧ୍ୟମରେ ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ପ୍ରତିନିଧୁମାନଙ୍କୁ ନେଇ ଗଠିତ ।
  • ଲୋକସଭାର ସର୍ବମୋଟ ସଭ୍ୟସଂଖ୍ୟା ସର୍ବାଧ‌ିକ ୫୫୨ ହୋଇପାରିବ । ଏଥ‌ିରୁ ୫୩୦ ଜଣ ବିଭିନ୍ନ ରାଜ୍ୟରୁ ଓ ସର୍ବାଧ‌ିକ ୨୦ଜଣ କେନ୍ଦ୍ରଶାସିତ ଅଞ୍ଚଳରୁ ନିର୍ବାଚିତ ହେବେ ଏବଂ ୨ଜଣ ଆଙ୍ଗୋ ଭାରତୀୟଙ୍କୁ ରାଷ୍ଟ୍ରପତି ମନୋନୀତ କରିପାରିବେ ।
  • ବର୍ତ୍ତମାନ ଲୋକସଭାର ସଭ୍ୟ ସଂଖ୍ୟା ୫୪୫ । ସେଥିରୁ ୫୩୦ ଜଣ ବିଭିନ୍ନ ରାଜ୍ୟରୁ, ୧୩ ଜଣ କେନ୍ଦ୍ରଶାସିତ ଅଞ୍ଚଳରୁ ଓ ୨ ଜଣ ଅଙ୍ଗୋ ଭାରତୀୟଙ୍କୁ ରାଷ୍ଟ୍ରପତି ମନୋନୀତ କରିଛନ୍ତି ।

କାର୍ଯ୍ୟାବଳୀ :

  • ଲୋକସଭା ଦେଶ ପାଇଁ ଆଇନ ପ୍ରଣୟନ କରେ, ଅଧ୍ୟାଦେଶ ଓ ଜରୁରୀ ପରିସ୍ଥିତି ଘୋଷଣାକୁ ଅନୁମୋଦନ କରେ ।
  • ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ, ମୁଲତବୀ ପ୍ରସ୍ତାବ, ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଓ ସର୍ବୋପରି ଅନାସ୍ଥା ପ୍ରସ୍ତାବ ଜରିଆରେ ଲୋକସଭାରେ ସାଂସଦମାନେ କାର୍ଯ୍ୟପାଳିକାର ମନମୁଖୀ ଶାସନକୁ ନିୟନ୍ତ୍ରଣ କରନ୍ତି ।
  • କେନ୍ଦ୍ର ସରକାରଙ୍କର ଆୟବ୍ୟୟର ବାର୍ଷିକ ଅଟକଳ ଲୋକସଭାରେ ଅନୁମୋଦିତ ହୋଇଥାଏ ।
  • ସର୍ବୋଚ୍ଚ ନ୍ୟାୟାଳୟ ଓ ରାଜ୍ୟର ଉଚ୍ଚତମ ନ୍ୟାୟାଳୟର ବିଚାରପତିମାନଙ୍କର ପଦଚ୍ୟୁତି ପ୍ରସ୍ତାବ ଏହି ଲୋକସଭାରେ ଗୃହୀତ ହୋଇଥାଏ ।
  • ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ଲୋକସଭାର ସଭ୍ୟମାନେ ଭାଗ ନେଇଥା’ନ୍ତି ।
  • ଏତଦ୍‌ବ୍ୟତୀତ ଲୋକସଭା ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିଥାଏ ।

(ଜ) ରାଜ୍ୟସଭାର ଗଠନ ଓ କାର୍ଯ୍ୟାବଳୀ ବର୍ଣନା କର ।
Answer:
ଗଠନ :

  • ରାଜ୍ୟସଭା ଆମ ସଂସଦର ଦ୍ବିତୀୟ ସଦନ ବା ଉଚ୍ଚ ସଦନ । ଏହା ରାଜ୍ୟମାନଙ୍କର ପ୍ରତିନିଧୂ କରେ ।
  • ରାଜ୍ୟସଭାର ସର୍ବାଧ‌ିକ ସଭ୍ୟସଂଖ୍ୟା ୨୫୦ । ଏଥୁରୁ ସର୍ବାଧ୍ଵ ୨୩୮ ଜଣ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପରୋକ୍ଷ ଭାବେ ନିର୍ବାଚିତ ହୁଅନ୍ତି ଏବଂ ୧୨ ଜଣଙ୍କୁ ରାଷ୍ଟ୍ରପତି କଳା, ବିଜ୍ଞାନ, ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ମନୋନୀତ କରନ୍ତି ।
  • ରାଜ୍ୟସଭାର ସଭ୍ୟମାନଙ୍କର କାର୍ଯ୍ୟକାଳ ୬ ବର୍ଷ । ଏହା ଗୋଟିଏ ସ୍ଥାୟୀ ସଭା । କେବଳ ଏକ-ତୃତୀୟାଂଶ ସଦସ୍ୟ ପ୍ରତି ଦୁଇ ବର୍ଷରେ ଅବସର ଗ୍ରହଣ କରନ୍ତି ।

କାର୍ଯ୍ୟାବଳୀ :

  • ଏହି ସଭା କେନ୍ଦ୍ର ତଥା ଯୁଗ୍ମ ତାଲିକାଭୁକ୍ତ ସମସ୍ତ ବିଷୟରେ ଆଇନ ପ୍ରଣୟନ କରେ ।
  • ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ, ମୁଲତବୀ ପ୍ରସ୍ତାବ, ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଓ ସର୍ବୋପରି ଅନାସ୍ଥା ପ୍ରସ୍ତାବ ଜରିଆରେ ଏହି ସଭାର ସାଂସଦମାନେ କାର୍ଯ୍ୟପାଳିକାର ମନୋମୁଖୀ ଶାସନକୁ ନିୟନ୍ତ୍ରଣ କରନ୍ତି ।
  • କେନ୍ଦ୍ର ସରକାରଙ୍କର ବାର୍ଷିକ ଆୟବ୍ୟୟ ଅଟକଳ ଏହି ସଭାରେ ଅନୁମୋଦିତ ହୋଇଥାଏ ।
  • ସର୍ବୋଚ୍ଚ ନ୍ୟାୟାଳୟ ଓ ରାଜ୍ୟର ଉଚ୍ଚତମ ନ୍ୟାୟାଳୟର ବିଚାରପତିମାନଙ୍କର ପଦଚ୍ୟୁତି ପ୍ରସ୍ତାବ ଏହି ସଭାରେ ଗୃହୀତ ହୋଇଥାଏ ।
  • ଏହି ସଭା ସମ୍ବିଧାନ ସଂଶୋଧନ ବିଲ୍ ଆଗତକରି ଗୃହୀତ କରାଇଥାଏ ।

BSE Odisha 8th Class Political Science Solutions Chapter 1 କେନ୍ଦ୍ର ସରକାର

(ଝ) ସଂସଦରେ ସାଧାରଣ ବିଲ୍ କିପରି ଗୃହୀତ ହୁଏ ?
Answer:

  • ସାଧାରଣ ଚିଠା ଆଇନ ବା ବିଲ୍ ସଂସଦର ଯେକୌଣସି ଗୃହରେ ଆଗତ କରାଯାଇପାରେ ।
  • ପ୍ରତ୍ୟେକ ବିଲ୍ ଗୃହରେ ଉପସ୍ଥାପିତ ହେବାପରେ ତିନିଗୋଟି ପାଠ ମାଧ୍ୟମରେ ଗୃହୀତ ହୋଇଥାଏ ।

ପ୍ରଥମ ପାଠ :
ପ୍ରଥମ ପାଠ ସମୟରେ କେବଳ ବିଲ୍‌ର ଉଦ୍ଦେଶ୍ୟ ଏବଂ ଶିରୋନାମା ପାଠ କରାଯାଏ ।

ଦ୍ଵିତୀୟ ପାଠ :
ଦ୍ଵିତୀୟ ପାଠ ସମୟରେ ବିଲ୍ ଉପରେ ଗୃହରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଏ ବା ଆବଶ୍ୟକସ୍ଥଳେ ବିଭିନ୍ନ ଯାଞ୍ଚ କମିଟିକୁ ପଠାଯାଏ କିମ୍ବା ଜନମତ ସଂଗ୍ରହ ପାଇଁ ଜନସାଧାରଣଙ୍କ ନିକଟକୁ ପଠାଯାଏ ।

ତୃତୀୟ ପାଠ :
ତୃତୀୟ ପାଠ ସମୟରେ ବିଲ୍ ଉପରେ ମତଦାନ ବା ଭୋଟ ଗ୍ରହଣ କରାଯାଏ ।

ରାଷ୍ଟ୍ରପତିଙ୍କ ସମ୍ମତି :
ସଂଖ୍ୟାତ୍ମକ ସମର୍ଥନରେ ବିଲ୍‌ ଗୃହୀତ ହେବାପରେ ବିଲ୍‌ ଅନ୍ୟଗୃହକୁ ପ୍ରେରିତ ହୁଏ । ଅନ୍ୟଗୃହରେ ଉପରୋକ୍ତ ପ୍ରଣାଳୀରେ ଚିଠା ଆଇନଟି ଗୃହୀତ ହେବାପରେ ଏହାକୁ ରାଷ୍ଟ୍ରପତିଙ୍କ ସମ୍ମତି ପାଇଁ ପଠାଯାଏ । ରାଷ୍ଟ୍ରପତିଙ୍କ ‘ସମ୍ମତି’ ପାଇବା ପରେ ଚିଠା ଆଇନଟି ପୂର୍ଣାଙ୍ଗ ଆଇନରେ ପରିଣତ ହୁଏ ।

(ଞ) ଲୋକସଭା ବାଚସ୍ପତିଙ୍କର କ୍ଷମତା ଓ କାର୍ଯ୍ୟ କ’ଣ ?
Answer:
ଅଧ୍ଯକ୍ଷତା :

  • ବାଚସ୍ପତି ଗ୍ରହର ଅଧ୍ୟକ୍ଷଭାବେ ଲୋକସଭାର ଅଧ୍ଵଂଶନ କାର୍ଯ୍ୟ ପରିଚାଳନା କରନ୍ତି ।
  • ସେ ଗୃହରେ ଶାନ୍ତିଶୃଙ୍ଖଳା ରକ୍ଷା କରନ୍ତି, ଗୃହର ନୀତି ନିୟମାବଳୀର ବ୍ୟାଖ୍ୟା କରନ୍ତି ।
  • ସେ ସଭ୍ୟମାନଙ୍କ ଅଧିକାର ଓ ସୁବିଧା ସୁଯୋଗକୁ ସୁରକ୍ଷା ଦିଅନ୍ତି । ବିଶୃଙ୍ଖଳିତ ଆଚରଣ ପାଇଁ ସେ ସଦସ୍ୟମାନଙ୍କୁ ଗୃହରୁ ନିଲମ୍ବିତ କରନ୍ତି ।

ନିର୍ଦ୍ଧାରଣ କ୍ଷମତା :

  • ଗୋଟିଏ ଚିଠା ଆଇନ ଏକ ଅର୍ଥ-ସମ୍ବନ୍ଧୀୟ ବିଲ୍ କି ନୁହେଁ ତାହା ସେ ନିର୍ଦ୍ଧାରଣ କରନ୍ତି ।
  • ଯେତେବେଳେ ଏକ ବିଲ୍ ବା ଆଗତ ପ୍ରସ୍ତାବ ସପକ୍ଷ ଓ ବିପକ୍ଷରେ ସମାନ ସଂଖ୍ୟକ ଭୋଟ ମିଳେ ସେ ତାଙ୍କର ନିର୍ଣ୍ଣାୟକ ଭୋଟ ପ୍ରଦାନ କରି ବିଲ୍ ବା ପ୍ରସ୍ତାବରେ ଭାଗ୍ୟ ନିର୍ଦ୍ଧାରଣ କରନ୍ତି ।

BSE Odisha 8th Class Political Science Solutions Chapter 1 କେନ୍ଦ୍ର ସରକାର

(ଟ) ସର୍ବୋଚ୍ଚ ନ୍ୟାୟାଳୟର ମୌଳିକ କ୍ଷେତ୍ରାଧ୍ୟାର ବୁଝାଇ ଲେଖ ।
Answer:

  • ସର୍ବୋଚ୍ଚ ନ୍ୟାୟାଳୟ ଏକ ସଂଘୀୟ ନ୍ୟାୟାଳୟ ହୋଇଥିବାରୁ କେନ୍ଦ୍ର ଏବଂ ରାଜ୍ୟମାନଙ୍କ ମଧ୍ୟରେ ବା ରାଜ୍ୟ- ରାଜ୍ୟମାନଙ୍କ ମଧ୍ୟରେ ବିବାଦ ଉପୁଜିଲେ, ତାହାର ନ୍ୟାୟିକ ସମାଧାନ ଏହି ସର୍ବୋଚ୍ଚ ନ୍ୟାୟାଳୟ କରିପାରିବ । ଏହି କ୍ଷମତା ମୌଳିକ କ୍ଷେତ୍ରାଧିକାର ଅନ୍ତର୍ଭୁକ୍ତ ।
  • କେନ୍ଦ୍ର ଓ ରାଜ୍ୟମାନଙ୍କ ମଧ୍ୟରେ ଉପୁଜୁଥ‌ିବା ବିବାଦଗୁଡ଼ିକ ନିମ୍ନପ୍ରକାରର ହୋଇଥାଏ; ଯଥା— (କ) କେନ୍ଦ୍ର ସରକାର ବନାମ ଏକ ବା ଏକାବ୍ଲକ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ, (ଖ) କେନ୍ଦ୍ର ସରକାର ଓ ଏକ ବା ଏକାଧ୍ଵ ରାଜ୍ୟ ସରକାର ବନାମ ଏକ ବା ଏକାଧ୍ଵ ରାଜ୍ୟସରକାରଙ୍କ ମଧ୍ୟରେ ବିବାଦ, (ଗ) ରାଜ୍ୟ ବନାମ ରାଜ୍ୟ ମଧ୍ୟରେ ବିବାଦ ।
  • ସମ୍ବିଧାନର ୩୨ ଧାରା ବଳରେ ନାଗରିକମାନେ ସେମାନଙ୍କର ମୌଳିକ ଅଧିକାର କ୍ଷୁଣ୍ଣ ହେଲେ ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥାଆନ୍ତି ।
  • ସର୍ବୋଚ୍ଚ ନ୍ୟାୟାଳୟ ପାଞ୍ଚଗୋଟି ନ୍ୟାୟିକ ଆଦେଶ ବା ପରମାଦେଶ (ରିଟ୍) ଜରିଆରେ ନାଗରିକମାନଙ୍କ ମୌଳିକ ଅସ୍ଵୀକାରଗୁଡ଼ିକୁ ସୁରକ୍ଷା ପ୍ରଦାନ କରିଥାଆନ୍ତି । ସେହି ପରମାଦେଶଗୁଡ଼ିକ ହେଲେ : (କ) ହାବିୟସ କର୍ପସ୍ (ଖ) ମାଣ୍ଡାମସ୍, (ଗ) ପ୍ରୋହିବିସନ୍, (ଘ) ସର୍‌ସିଓରାରୀ ଓ (ଙ) କୋରାଣ୍ଟୋ ।

୨। ନିମ୍ନଲିଖ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ଲେଖାଏଁ ବାକ୍ୟରେ ଦିଅ ।

(କ) ଭାରତର ସାମ୍ବିଧାନିକ ରାଷ୍ଟ୍ରମୁଖ୍ୟ କିଏ ?
Answer:
ଭାରତର ସାମ୍ବିଧାନିକ ରାଷ୍ଟ୍ରମୁଖ୍ୟ ହୋଉଛନ୍ତି ରାଷ୍ଟ୍ରପତି ।

(ଖ) ରାଷ୍ଟ୍ରପତି ରାଜ୍ୟସଭାକୁ କେଉଁ ବ୍ୟକ୍ତିବିଶେଷଙ୍କୁ ମନୋନୀତ କରନ୍ତି ?
Answer:
ରାଷ୍ଟ୍ରପତି କଳା, ବିଜ୍ଞାନ, ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କରନ୍ତି ।

(ଗ) ଲୋକସଭାକୁ ରାଷ୍ଟ୍ରପତି କେତେ ଜଣ ସଭ୍ୟ ମନୋନୀତ କରନ୍ତି ଓ ସେମାନେ କେଉଁ ବର୍ଗର ?
Answer:
ଲୋକସଭାକୁ ରାଷ୍ଟ୍ରପତି ୨ ଜଣ ସଭ୍ୟଙ୍କୁ ମନୋନୀତ କରନ୍ତି ଓ ସେମାନେ ଆଙ୍ଗ୍ଲଭାରତୀୟ ବର୍ଗର ଅଟନ୍ତି ।

(ଘ) କେଉଁ କାରଣରୁ ରାଷ୍ଟ୍ରପତିଙ୍କୁ ବହିଷ୍କାର କରାଯାଇପାରିବ ?
Answer:
ସମ୍ବିଧାନ ଭଙ୍ଗ ଅଭିଯୋଗରେ ମହାଭିଯୋଗ ପ୍ରସ୍ତାବଦାରା ରାଷ୍ଟ୍ରପତିଙ୍କ ବହିଷ୍କାର କରାଯାଇପାରିବ ।

BSE Odisha 8th Class Political Science Solutions Chapter 1 କେନ୍ଦ୍ର ସରକାର

(ଙ) ରାଷ୍ଟ୍ରପତି ରାଜ୍ୟସଭାକୁ କେତେଜଣ ସଭ୍ୟ ମନୋନୀତ କରନ୍ତି ?
Answer:
ରାଷ୍ଟ୍ରପତି ୧୨ ଜଣ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କରନ୍ତି ।

(ଚ) ଲୋକସଭାର ସର୍ବାଧ୍ଵ ସଦସ୍ୟ ସଂଖ୍ୟା କେତେ ?
Answer:
ଲୋକସଭାର ସଦସ୍ୟ ସଂଖ୍ୟା ୫୪୫ ।

(ଛ) ଲୋକସଭାରେ କିଏ ଅଧ୍ୟକ୍ଷତା କରନ୍ତି ?
Answer:
ଲୋକସଭାରେ ବାଚସ୍ପତି ଅଧ୍ୟକ୍ଷତା କରନ୍ତି ।

(କ) ରାଜ୍ୟସଭାର ସଭ୍ୟ ହେବାପାଇଁ ସର୍ବନିମ୍ନ ବୟସସୀମା କେତେ ?
Answer:
ରାଜ୍ୟସଭାର ସଭ୍ୟ ହେବା ପାଇଁ ସର୍ବନିମ୍ନ ବୟସସୀମା ୩୦ ।

(ଝ) ରାଷ୍ଟ୍ରପତିଙ୍କର କାର୍ଯ୍ୟକାଳ କେତେ ବର୍ଷ ?
Answer:
ରାଷ୍ଟ୍ରପତିଙ୍କର କାର୍ଯ୍ୟକାଳ ୫ ବର୍ଷ ।

(ଞ) କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ କିଏ ଅଧ୍ୟକ୍ଷତା କରନ୍ତି ?
Answer:
କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରନ୍ତି ।

(ଟ) ‘ଝୁଲା ସଂସଦ’ କ’ଣ ?
Answer:
ଯେତେବେଳେ ସାଧାରଣ ନିର୍ବାଚନରେ କୌଣସି ଗୋଟିଏ ଦଳ ଲୋକସଭାରେ ଆବଶ୍ୟକ ସଂଖ୍ୟାଗରିଷ୍ଠତା ହାସଲ କରିପାରେ ନାହିଁ, ତାହାକୁ ଝୁଲା ସଂସଦ କୁହାଯାଏ ।

BSE Odisha 8th Class Political Science Solutions Chapter 1 କେନ୍ଦ୍ର ସରକାର

(୦) ରାଷ୍ଟ୍ରପତି କେତେବେଳେ ଅଧ୍ୟାଦେଶ ଜାରି କରନ୍ତି ?
Answer:
ସଂସଦର ଅଧୂବେଶନ ବସିନଥୁବା ସମୟରେ ଯଦି କୌଣସି ଜରୁରୀ ପରିସ୍ଥିତିର ମୁକାବିଲା କରିବାପାଇଁ ହଠାତ୍ ଆଇନ ପ୍ରଣୟନର ଆବଶ୍ୟକତା ପଡ଼େ, ତେବେ ରାଷ୍ଟ୍ରପତି ଅଧ୍ୟାଦେଶ ଜାରି କରନ୍ତି ।

(ଙ) ‘କୋରମ’ କହିଲେ କ’ଣ ବୁଝାଏ ?
Answer:
ଯେଉଁ ନ୍ୟୁନତମ ସଂଖ୍ୟକ ସଭ୍ୟଙ୍କର ଉପସ୍ଥିତି ସଭାକାର୍ଯ୍ୟ ଆରମ୍ଭ କରିବାପାଇଁ ଜରୁରୀ, ତାହାକୁ କୋରମ୍ କୁହାଯାଏ ।

(ଢ) କେନ୍ଦ୍ର ମନ୍ତ୍ରିମଣ୍ଡଳ କିପରି ଗଠିତ ହୁଏ ?
Answer:
ପ୍ରତ୍ୟେକ ସାଧାରଣ ନିର୍ବାଚନ ପରେ ରାଷ୍ଟ୍ରପତି ଲୋକସଭାରେ ଥ‌ିବା ସଂଖ୍ୟାଗରିଷ୍ଠ ଦଳର ନେତାଙ୍କୁ ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତ କରନ୍ତି ଓ ତାଙ୍କ ପରାମର୍ଶକ୍ରମେ ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତ କରି ମନ୍ତ୍ରୀମଣ୍ଡଳ ଗଠନ କରନ୍ତି ।

(ଣ) ସଂସଦର ମିଳିତ ଅଧୁବେଶନରେ କିଏ ଅଧ୍ୟକ୍ଷତା କରନ୍ତି ?
Answer:
ସଂସଦର ମିଳିତ ଅଧ୍ଵଶନରେ ବାଚସ୍ପତି ଅଧ୍ୟକ୍ଷତା କରନ୍ତି ।

(ତ) ରାଜ୍ୟସଭାର ସଭ୍ୟମାନେ କେତେ ବର୍ଷ ପାଇଁ ନିର୍ବାଚିତ ହୁଅନ୍ତି ?
Answer:
ରାଜ୍ୟସଭାର ସଭ୍ୟମାନେ ୬ ବର୍ଷ ପାଇଁ ନିର୍ବାଚିତ ହୁଅନ୍ତି ।

(ଥ) ଅର୍ଥବିଲ୍ ସଂସଦର କେଉଁ ଗୃହରେ ଆଗତ ହୁଏ ?
Answer:
ଅର୍ଥବିଲ୍ ସଂସଦର ନିମ୍ନ ସଦନ ବା ଲୋକସଭାରେ ଆଗତ ହୁଏ ।

BSE Odisha 8th Class Political Science Solutions Chapter 1 କେନ୍ଦ୍ର ସରକାର

(ଦ) ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କୁ କିଏ ନିଯୁକ୍ତି ଦିଅନ୍ତି ?
Answer:
ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦିଅନ୍ତି ।

(ଧ) ଭାରତରେ ଜରୁରୀ ପରିସ୍ଥିତି କିଏ ଘୋଷଣା କରନ୍ତି ?
Answer:
ଭାରତରେ ଜରୁରୀ ପରିସ୍ଥିତି ରାଷ୍ଟ୍ରପତି ଘୋଷଣା କରନ୍ତି ।

(ନ) ରାଷ୍ଟ୍ରପତି ଶାସନ କେଉଁ ପରିସ୍ଥିତିରେ ଘୋଷଣା କରାଯାଏ ?
Answer:
ଯେତେବେଳେ ରାଷ୍ଟ୍ରପତି ରାଜ୍ୟପାଳଙ୍କ ରିପୋର୍ଟରୁ ବା ଅନ୍ୟ କୌଣସି ସୂତ୍ରରୁ ଅବଗତ ହୁଅନ୍ତି ଯେ କୌଣସି ରାଜ୍ୟରେ ସମ୍ବିଧାନ ଅନୁସାରେ ସରକାର ପରିଚାଳିତ ହୋଇପାରୁ ନାହିଁ, ସେତେବେଳେ ରାଷ୍ଟ୍ରପତି ସେହି ରାଜ୍ୟ ପାଇଁ ରାଷ୍ଟ୍ରପତି ଶାସନ ଘୋଷଣା କରନ୍ତି ।

(ପ) ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କୁ କିଏ ନିଯୁକ୍ତି ଦିଅନ୍ତି ?
Answer:
ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦିଅନ୍ତି।

(ଫ) ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିମାନେ କେତେ ବର୍ଷ ବୟସରେ ଅବସର ଗ୍ରହଣ କରନ୍ତି ?
Answer:
ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିମାନେ ୬୫ ବର୍ଷ ବୟସରେ ଅବସର ଗ୍ରହଣ କରନ୍ତି ।

BSE Odisha 8th Class Political Science Solutions Chapter 1 କେନ୍ଦ୍ର ସରକାର

(ବ) କେଉଁ ପରିସ୍ଥିତିରେ ରାଷ୍ଟ୍ରପତି ପଦ ଶୂନ୍ୟ ପଡ଼େ ?
Answer:
ମୃତ୍ୟୁ, ପଦତ୍ୟାଗ, ପଦଚ୍ୟୁତି ଆଦି ପରିସ୍ଥିତିରେ ରାଷ୍ଟ୍ରପତି ପଦ ଶୂନ୍ୟ ପଡ଼େ ।

(ଭ) କେଉଁ ପରିସ୍ଥିତିରେ ଉପରାଷ୍ଟ୍ରପତି ରାଷ୍ଟ୍ରପତି ଦାୟିତ୍ୱ ସମ୍ପାଦନ କରନ୍ତି ?
Answer:
ମୃତ୍ୟୁ, ପଦତ୍ୟାଗ, ପଦଚ୍ୟୁତି କାରଣରୁ ରାଷ୍ଟ୍ରପତିଙ୍କ ପଦବୀ ଶୂନ୍ୟ ପଡ଼ିଲେ କିମ୍ବା ରାଷ୍ଟ୍ରପତି ଅସୁସ୍ଥ ହେଲେ କିମ୍ବା ଅନୁପସ୍ଥିତ ରହିଲେ, ଉପରାଷ୍ଟ୍ରପତି ରାଷ୍ଟ୍ରପତି ଦାୟିତ୍ୱ ସମ୍ପାଦନ କରନ୍ତି ।

(ମ) ରାଷ୍ଟ୍ରପତି କେଉଁ ବର୍ଗର ଓ କେତେ ଜଣ ବ୍ୟକ୍ତିଙ୍କୁ ଲୋକସଭାକୁ ମନୋନୀତ କରନ୍ତି ?
Answer:
ରାଷ୍ଟ୍ରପତି ଆଙ୍ଗୋ ଭାରତୀୟ ବର୍ଗର ଦୁଇଜଣ ବ୍ୟକ୍ତିଙ୍କୁ ଲୋକସଭାକୁ ମନୋନୀତ କରନ୍ତି ।

(ଯ) ରାଜ୍ୟସଭାର ଅଧ୍ୟକ୍ଷ କିଏ ?
Answer:
ଉପରାଷ୍ଟ୍ରପତି ରାଜ୍ୟସଭାର ଅଧ୍ୟକ୍ଷ ଅଟନ୍ତି ।

(ର) କେଉଁ ନିର୍ଦ୍ଦିଷ୍ଟ କାରଣ ପାଇଁ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କୁ ପଦଚ୍ୟୁତ କରାଯାଏ ?
Answer:
ପ୍ରମାଣିତ ଅସଦାଚରଣ କିମ୍ବା ଶାରିରୀକ ଅସାମର୍ଥ୍ୟ କାରଣ ପାଇଁ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କୁ ପଦଚ୍ୟୁତ କରାଯାଏ ।

(ଳ) କିପରି ଓ କାହାଦ୍ଵାରା ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ପଦଚ୍ୟୁତ ହୋଇଥାଆନ୍ତି ?
Answer:
ସଂସଦର ଅନୁମୋଦନକ୍ରମେ ରାଷ୍ଟ୍ରପତିଙ୍କଦ୍ୱାରା ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ପଦଚ୍ୟୁତ ହୋଇଥାଆନ୍ତି ।

(ବ) ‘କାଟ ପ୍ରସ୍ତାବ’ ଗୃହୀତ ହେଲେ କି ପରିସ୍ଥିତି ଉପୁଜେ ?
Answer:
‘କାଟ ପ୍ରସ୍ତାବ’ ସଂସଦରେ ଗୃହୀତ ହେଲେ ମନ୍ତ୍ରୀମଣ୍ଡଳ ଇସ୍ତଫା ଦିଅନ୍ତି ।

(ଶ) କେନ୍ଦ୍ର ସରକାରଙ୍କର ବାର୍ଷିକ ଆୟବ୍ୟୟ ଅଟକଳ (ବଜେଟ୍) କିଏ ସଂସଦରେ ଆଗତ କରନ୍ତି ?
Answer:
କେନ୍ଦ୍ର ସରକାରଙ୍କର ବାର୍ଷିକ ଆୟବ୍ୟୟ ଅଟକଳ (ବଜେଟ୍) କେନ୍ଦ୍ର ଅର୍ଥମନ୍ତ୍ରୀ ସଂସଦରେ ଆଗତ କରନ୍ତି ।

BSE Odisha 8th Class Political Science Solutions Chapter 1 କେନ୍ଦ୍ର ସରକାର

(ଷ) ସମ୍ବିଧାନ ସଂଶୋଧନ ଆଇନ କାହାଦ୍ଵାରା ଗୃହୀତ ହୁଏ ?
Answer:
ସଂବିଧାନ ସଂଶୋଧନ ଆଇନ ସଂସଦଦ୍ବାରା ଗୃହୀତ ହୁଏ ।

(ସ) ଲୋକସଭାର ସଦସ୍ୟ ହେବାପାଇଁ ବୟସଗତ ଯୋଗ୍ୟତା କ’ଣ ?
Answer:
ଲୋକସଭାର ସଦସ୍ୟ ହେବାପାଇଁ ଜଣେ ବ୍ୟକ୍ତିଙ୍କୁ ଅନ୍ୟୁନ ୨୫ ବର୍ଷ ହୋଇଥିବା ଆବଶ୍ୟକ ।

(ହ) କାହା ବିରୋଧରେ ଓ କେଉଁ ସଦନରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଏ ?
Answer:
କେନ୍ଦ୍ର ମନ୍ତ୍ରୀମଣ୍ଡଳ ବିରୋଧରେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଏ ।

(କ୍ଷ) ସଂସଦର ‘ପ୍ରୋରୋଗ’ ଘୋଷଣା କିଏ କରନ୍ତି ଓ କେତେବେଳେ ?
Answer:
ଯେତେବେଳେ ସଂସଦ ଆଗାମୀ ଅଧୂବେଶନ ପର୍ଯ୍ୟନ୍ତ ମୁଲତବୀ ବା ସ୍ଥଗିତ ରହେ, ସେତେବେଳେ ରାଷ୍ଟ୍ରପତି ସଂସଦର ‘ପ୍ରୋରୋଗ’ ଘୋଷଣା କରନ୍ତି ।

(ୟ) କେଉଁ ପରିସ୍ଥିତିରେ ସଂସଦର ମିଳିତ ଅଧ‌ିବେଶନ ଡକାଯାଏ ?
Answer:
ଯେତେବେଳେ କୌଣସି ସାଧାରଣ ବିଲ୍ କ୍ଷେତ୍ରରେ ସଂସଦର ଉଭୟ ଗୃହ ମଧ୍ୟରେ ମତପାର୍ଥକ୍ୟ ଦେଖାଯାଏ, ସେତେବେଳେ ସଂସଦର ମିଳିତ ଅଧୂବେଶନ ଡକାଯାଏ ।

(ଲ) ଯୋଜନା ଆୟୋଗର ପରିବର୍ତ୍ତିତ ନାମ କ’ଣ ?
Answer:
ଯୋଜନା ଆୟୋଗର ପରିବର୍ତ୍ତିତ ନାମ ନୀତି ଆୟୋଗ ।

BSE Odisha 8th Class Political Science Solutions Chapter 1 କେନ୍ଦ୍ର ସରକାର

୩ । ବନ୍ଧନୀ ମଧ୍ଯରୁ ଠିକ୍ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।

(କ) _______________ ଆମ ଦେଶର ପ୍ରଥମ ରାଷ୍ଟ୍ରପତି ।
(ଜ୍ଞାନୀ ଜୈଲ ସିଂ, ଅବଦୁଲ କଲାମ, ସର୍ବପଲ୍ଲୀ ଡକ୍ଟର ରାଧାକ୍ରିଷ୍ଣନ୍, ଡକ୍ଟର ରାଜେନ୍ଦ୍ର ପ୍ରସାଦ)
Answer:
ଡକ୍ଟର ରାଜେନ୍ଦ୍ର ପ୍ରସାଦ

(ଖ) କେନ୍ଦ୍ର ମନ୍ତ୍ରୀମଣ୍ଡଳର ମୁଖ୍ୟଙ୍କୁ ______________ କୁହାଯାଏ ।
(ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ବାଚସ୍ପତି, ମୁଖ୍ୟମନ୍ତ୍ରୀ)
Answer:
ପ୍ରଧାନମନ୍ତ୍ରୀ

(ଗ) ______________ ମସିହାରେ ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଜନ୍ମ ଲାଭ କରିଥିଲା ।
(୧୯୨୬, ୧୯୫୦, ୧୯୦୩, ୧୯୦୯)
Answer:
୧୯୫୦

(ଘ) ______________ ମାସ ପାଇଁ ଅସ୍ଥାୟୀ ରାଷ୍ଟ୍ରପତି ଭାବେ କାର୍ଯ୍ୟ ନିର୍ବାହ କରନ୍ତି ।
(୩, ୪, ୫, ୬)
Answer:

BSE Odisha 8th Class Political Science Solutions Chapter 1 କେନ୍ଦ୍ର ସରକାର

(ଙ) ______________ ଏକ ଅସ୍ଥାୟୀ ସଭା ।
(ଲୋକସଭା, ରାଜ୍ୟସଭା, ବିଧାନସଭା, ଏଥୁମଧ୍ୟରୁ କେଉଁଟି ନୁହେଁ)
Answer:
ଲୋକସଭା

Leave a Comment