Odisha State Board BSE Odisha 9th Class History Solutions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା Textbook Exercise Questions and Answers.
BSE Odisha Class 9 History Solutions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା
୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।
(କ) ଭାରତୀୟ ସଂସ୍କୃତିର ଉଦାରତା କିପରି ପ୍ରତିଫଳିତ ହୁଏ ?
Answer:
ନିମ୍ନଲିଖିତ କାରଣରୁ ଭାରତୀୟ ସଂସ୍କୃତିର ଉଦାରତା ପ୍ରତିଫଳିତ ହୁଏ ।
- ଭାରତୀୟ ସଂସ୍କୃତି ନିଜର ମୌଳିକ ଉପାଦାନଗୁଡ଼ିକ ସହିତ ବିଭିନ୍ନ ସମୟରେ ବିନା ଦ୍ୱିଧାରେ ଭିନ୍ନ ଭିନ୍ନ ମତବାଦ, ଧର୍ମବିଶ୍ଵାସ, ଭାଷା, ପ୍ରଥା, ପରମ୍ପରା ପ୍ରଭୃତିକୁ ଉଦାରତା ସହିତ ଗ୍ରହଣ କରି ନିଜକୁ ବଳିଷ୍ଠ କରିଛି । ଜୈନ ଓ ବୌଦ୍ଧଧର୍ମର ନୀତିଗୁଡ଼ିକ ମଧ୍ୟ ଏହି ସଂସ୍କୃତିରେ ସ୍ଥାନ ପାଇଛି ।
- ଭାରତରେ ଇସ୍ଲାମ୍ ଧର୍ମର ପ୍ରବେଶ ପରେ ହିନ୍ଦୁ ଓ ଇସଲାମ୍ ଧର୍ମର ସମନ୍ୱୟ ଏବଂ ଉଭୟ ଧର୍ମାବଲମ୍ବୀଙ୍କ ସୌହାର୍ଘ୍ୟପୂର୍ଣ୍ଣ ସହାବସ୍ଥାନ ଭାରତୀୟ ସଂସ୍କୃତିର ଉଦାରତା ପ୍ରତିଫଳିତ କରେ ।
- ମଧ୍ୟଯୁଗରେ ରାମାନୁଜ, ରାମାନନ୍ଦ ପ୍ରଭୃତି ଭକ୍ତି ଆନ୍ଦୋଳନର ପ୍ରବକ୍ତା ଏବଂ ଖୁଜା ମୁଇନୁଦ୍ଦିନ୍ ଚିପ୍ସି, ଶେଖ୍ ନିଜାମୁଦ୍ଦିନ୍ ଆଉଲିଆ ପ୍ରଭୃତି ସୁଫି ସନ୍ଥମାନଙ୍କର ଏକେଶ୍ୱରବାଦ, ମାନବସେବା, ଭକ୍ତି, ପ୍ରେମ, ଏକତା ଓ ଭ୍ରାତୃତ୍ୱର ବାର୍ତ୍ତାକୁ ଦେଶର ବିଭିନ୍ନ ସ୍ଥାନରେ ପ୍ରଚାର କରାଯାଇଥିଲା ।
- ପାଶ୍ଚାତ୍ୟ ଦେଶଗୁଡ଼ିକର ଭାରତକୁ ଆଗମନ ପରେ ଖ୍ରୀଷ୍ଟଧର୍ମ ତଥା ପାଶ୍ଚାତ୍ୟ ଦର୍ଶନ, ସାହିତ୍ୟ, ବିଜ୍ଞାନ ଓ
- ଏହିପରି ଭାବରେ ବିଭିନ୍ନ ସମୟରେ ଭାରତକୁ ଆଗମନ କରିଥିବା ଭିନ୍ନ ଭିନ୍ନ ଜାତି, ଧର୍ମ, ବର୍ଣ୍ଣ ଓ ଭାଷାର ଲୋକଙ୍କୁ ଆଦରି ନେଇ ଭାରତୀୟ ସଂସ୍କୃତି ଏହାର ଉଦାରତାର ପରିଚୟ ଦେଇଛି ।
(ଖ) ଭାରତର ଭୌଗୋଳିକ ବିଭିନ୍ନତାଗୁଡ଼ିକ କ’ଣ ?
Answer:
ନିମ୍ନରେ ଭାରତର ଭୌଗୋଳିକ ବିଭିନ୍ନତାଗୁଡ଼ିକ ଆଲୋଚନା କରାଯାଇଛି ।
- ଭାରତର ଭିନ୍ନ ଭିନ୍ନ ସ୍ଥାନର ପ୍ରାକୃତିକ ଲକ୍ଷଣଗୁଡ଼ିକ ମଧ୍ୟରେ ଅନେକ ପ୍ରଭେଦ ପରିଲକ୍ଷିତ ହୋଇଥାଏ । ଉତ୍ତରରେ ହିମାଳୟ ପର୍ବତମାଳା, ଦକ୍ଷିଣରେ ମାଳଭୂମି ଏବଂ ପୂର୍ବ ଓ ପଶ୍ଚିମରେ ସମତଳଭୂମି ରହିଛି । କେତେକ ସ୍ଥାନରେ ଘଞ୍ଚ ଜଙ୍ଗଲ ଥିଲାବେଳେ ଆଉ କେତେକ ସ୍ଥାନରେ ମରୁଭୂମି ରହିଛି ।
- ଭାରତର କେଉଁଠାରେ ପର୍ବତମାଳା ଅଛି ତ ଆଉ କେଉଁଠି ନଦୀନାଳର ପ୍ରାଚୁର୍ଯ୍ୟ ରହିଛି । କେଉଁଠାରେ ନଦୀ ଉପତ୍ୟକାର ଉର୍ବର ମାଟି ଉପଲବ୍ଧ ହେଉଥିବାବେଳେ ଆଉ କେଉଁଠି ଟାଙ୍ଗରା ଜମିର ଅନୁର୍ବର ମାଟି ଶସ୍ୟ ଉତ୍ପାଦନ ପାଇଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିଛି ।
- ଭୌଗୋଳିକ ସ୍ଥିତିର ପ୍ରଭେଦ ଯୋଗୁଁ ଜଳବାୟୁରେ ମଧ୍ୟ ବିଭିନ୍ନତା ଦେଖାଯାଏ । ମରୁଭୂମି ଅଞ୍ଚଳର ପ୍ରଖର ଗ୍ରୀଷ୍ମ, ହିମାଳୟ ଅଞ୍ଚଳରେ ପ୍ରବଳ ଶୀତ, ଦାକ୍ଷିଣାତ୍ୟ ପାହାଡ଼ିଆ ଅଞ୍ଚଳରେ ଶୁଷ୍କ ଜଳବାୟୁ, ପୂର୍ବ ଓ ପଶ୍ଚିମରେ ଆର୍ଦ୍ର ଗ୍ରୀଷ୍ମମଣ୍ଡଳୀୟ ଜଳବାୟୁ ଅନୁଭୂତ ହୋଇଥାଏ ।
- ଭାରତରେ ବାର୍ଷିକ ବୃଷ୍ଟିପାତ ହାରରେ ମଧ୍ୟ ଅଞ୍ଚଳ ଭେଦରେ ତାରତମ୍ୟ ଦେଖାଯାଏ ।
(ଗ) ଧର୍ମଗତ ବିଭିନ୍ନତା ସତ୍ତ୍ଵେ ଭାରତରେ କିପରି ଏକତା ସୃଷ୍ଟି ହୋଇଛି ?
Answer:
- ଭାରତରେ ଧର୍ମଗତ ବିଭିନ୍ନତା ଥିଲେ ସୁଦ୍ଧା ସମସ୍ତ ଧର୍ମାବଲମ୍ବୀଙ୍କ ମଧ୍ୟରେ ସମନ୍ବୟ, ସହନଶୀଳତା ଓ ସହଯୋଗ ରାଜ୍ୟରେ ସ୍ଥାପିତ ପ୍ରତ୍ୟେକ ଧର୍ମର ଧର୍ମପୀଠଗୁଡ଼ିକୁ ସଂପୃକ୍ତ ଧର୍ମର ବିଶ୍ବାସୀ ଯାତ୍ରା କରିବାଦ୍ଵାରା ଧର୍ମଗତ ସମସ୍ତଙ୍କ ଯୋଗଦାନ ଧର୍ମଗତ ବିଭିନ୍ନତାର ଏକତାକୁ ଦୃଢ଼ୀଭୂତ କରିଛି ।
- ବେଦ, ଉପନିଷଦ୍, ଗୀତା, ରାମାୟଣ ଓ ମହାଭାରତର ସାରମର୍ମ ବ୍ୟକ୍ତିଗତ ଧର୍ମମତ ନିର୍ବିଶେଷରେ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରଭାବିତ କରିଛି ।
- ଭାରତରେ ଅବସ୍ଥିତ ହିନ୍ଦୁ ଧର୍ମର ତୀର୍ଥସ୍ଥାନଗୁଡ଼ିକୁ ଦେଶର ସଂଖ୍ୟାଗରିଷ୍ଠ ହିନ୍ଦୁମାନଙ୍କ ଯାତ୍ରା ଯୋଗୁଁ ଓ ବିଭିନ୍ନ ରାଜ୍ୟରେ ସ୍ଥାପିତ ପ୍ରତ୍ୟେକ ଧର୍ମର ଧର୍ମପୀଠଗୁଡ଼ିକୁ ସଂପୃକ୍ତ ଧର୍ମର ବିଶ୍ବାସୀ ଯାତ୍ରା କରିବାଦ୍ଵାରା ଧର୍ମଗତ ବିଭିନ୍ନତାରେ ଏକତା ସୃଷ୍ଟି ହୋଇଛି ।
- ମଧ୍ୟଯୁଗର ଶେଷଭାଗରେ ଭକ୍ତି ଆନ୍ଦୋଳନ ଓ ସୁଫି ଆନ୍ଦୋଳନ ହିନ୍ଦୁ ଓ ମୁସଲମାନଙ୍କ ଏକତା ସୃଷ୍ଟି କରିବାରେ ସହାୟକ ହୋଇପାରିଛି ।
(ଘ) କେଉଁ କାରଣଗୁଡ଼ିକ ପାଇଁ ଭାରତରେ ଭାଷାଗତ ବିଭିନ୍ନତାରେ ଏକତା ସମ୍ଭବ ହୋଇପାରିଛି ?
Answer:
ନିମ୍ନଲିଖ୍ କାରଣଗୁଡ଼ିକ ଯୋଗୁଁ ଭାରତରେ ଭାଷାଗତ ବିଭିନ୍ନତାରେ ଏକତା ସମ୍ଭବ ହୋଇପାରିଛି ।
- ଭାରତରେ ପ୍ରତ୍ୟେକ ଅଞ୍ଚଳର ଭାଷା ଭିନ୍ନ ଏବଂ ଗୋଟିଏ ଅଞ୍ଚଳରେ ଏକାଧ୍ଵ ଭାଷାର ବ୍ୟବହାର କରାଗଲେ ମଧ୍ୟ ଭାଷାଗତ ବିଭିନ୍ନତାରେ ଏକତା ରହିଛି ।
- ଆଞ୍ଚଳିକ ଭାଷାଗୁଡ଼ିକର ବହୁ ଅଂଶ ସଂସ୍କୃତ ଭାଷାରୁ ଆନୀତ ହୋଇଥିବାରୁ ତାହା ଭଷାଗତ ବିଭିନ୍ନତାରେ ଏକତା ଭାବ ଆଣିବାରେ ସାହାଯ୍ୟ କରିଛି ।
- ମୁସଲମାନ ରାଜତ୍ଵ କାଳରେ ଭାରତରେ ପ୍ରଚଳିତ ଉର୍ଦ୍ଧ୍ଵ ଓ ପାରସୀ ଭାଷାର ହିନ୍ଦୀ ଭାଷା ସହିତ ସାମଞ୍ଜସ୍ୟ ରହିଥିବାରୁ ପାର୍ଥକ୍ୟ ଅତି ସ୍ପଷ୍ଟଭାବେ ପରିଲକ୍ଷିତ ହୋଇ ନଥିଲା ।
- ଭାରତରେ ବ୍ରିଟିଶ୍ ଶାସନ ସମୟରେ ଇଂରାଜୀ ଭାଷାର ପ୍ରଚଳନ ପ୍ରତ୍ୟେକ ଭାରତବାସୀଙ୍କୁ ଏକ ଶାସନର ଡୋରରେ ବାନ୍ଧି ରଖିବା ସହିତ ପରୋକ୍ଷରେ ଭାରତୀୟମାନଙ୍କ ମନରେ ଏକତାଭାବ ଜାଗ୍ରତ କରିବାରେ ସାହାଯ୍ୟ କରିଥିଲା ।
- ସ୍ଵାଧୀନ ଭାରତରେ ହିନ୍ଦୀ ଭାଷାକୁ ରାଷ୍ଟ୍ରଭାଷାର ମାନ୍ୟତା ଦିଆଯିବା ସହ ହିନ୍ଦୀ, ଇଂରାଜୀ ଓ ଆଞ୍ଚଳିକ ଭାଷାକୁ ହୋଇପାରିଥିଲା ।
୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।
(କ) ସଂସ୍କୃତି କହିଲେ କ’ଣ ବୁଝାଯାଏ ?
Answer:
କୌଣସି ସମାଜରେ ଏହାର ସଭ୍ୟମାନଙ୍କ ଜରିଆରେ ତଥା ସାମୂହିକ ମୂଲ୍ୟବୋଧରେ ଥିବା ପରିପକ୍ବତା ଓ ମାର୍ଜିତ ଚିନ୍ତାଧାରର ପ୍ରତିଫଳନ ହେଉଛି ସଂସ୍କୃତି ।
(ଖ) କାହାକୁ ଭାରତୀୟ ସଂସ୍କୃତିର ମୂଳ ଉତ୍ସ ବୋଲି ବିବେଚନା କରାଯାଏ ?
Answer:
ସିନ୍ଧୁ ସଭ୍ୟତା ଓ ବୈଦିକ ସଭ୍ୟତାର ସଂସ୍କୃତିକୁ ଭାରତୀୟ ସଂସ୍କୃତିର ମୂଳ ଉତ୍ସ ବୋଲି ବିବେଚନା କରାଯାଏ ।
(ଗ) କେଉଁ ଧର୍ମଗୁଡ଼ିକ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଆବିର୍ଭୂତ ହୋଇଥିଲା ?
Answer:
ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଜୈନ ଓ ବୌଦ୍ଧ ଧର୍ମର ଆବିର୍ଭାବ ହୋଇଥିଲା ।
(ଘ) କେଉଁମାନେ ଭକ୍ତି ଆନ୍ଦୋଳନର ପ୍ରବକ୍ତା ଥିଲେ ?
Answer:
ରାମାନୁଜ, ରାମାନନ୍ଦ, ବଲ୍ଲଭାଚାର୍ଯ୍ୟ, ଶ୍ରୀଚୈତନ୍ୟ, କବୀର, ନାନକ, ମୀରାବାଈ ପ୍ରଭୃତି ଭକ୍ତି ଆନ୍ଦୋଳନର ପ୍ରବକ୍ତା ଥିଲେ ।
(ଙ) ଦୁଇଜଣ ସୁଫି ସନ୍ଥଙ୍କ ନାମ ଲେଖ ।
Answer:
ଦୁଇଜଣ ସୁଫି ସନ୍ଥଙ୍କର ନାମ ହେଲା – ଖୁଜା ମୁଇନୁଦ୍ଦିନ୍ ଚିସ୍ତି ଏବଂ ଶେଖ୍ ନିଜାମୁଦ୍ଦିନ୍ ଆଉଲିଆ ।
(ଚ)ଉଦାର ଧର୍ମନୀତି ଗ୍ରହଣ କରିଥିବା ପ୍ରାଚୀନଯୁଗର ଚାରିଜଣ ଶାସକଙ୍କ ନାମ ଲେଖ ।
Answer:
ଉଦାର ଧର୍ମନୀତି ଗ୍ରହଣ କରିଥିବା ପ୍ରାଚୀନ ଯୁଗର ଚାରିଜଣ ଶାସକଙ୍କର ନାମ ହେଲା – ଅଶୋକ, କନିଷ୍କ, ହର୍ଷବର୍ଦ୍ଧନ ଓ ଆକବର ।
(ଛ) ସିନ୍ଧୁ ସଭ୍ୟତା ସମୟରେ ଭାରତ ବାହାରେ କେଉଁ ଅଞ୍ଚଳଗୁଡ଼ିକରେ ଭାରତୀୟ ସଂସ୍କୃତି ବ୍ୟାପିଥିଲା ?
Answer:
ସିନ୍ଧୁ ସଭ୍ୟତା ସମୟରେ ଭାରତ ବାହାରେ ଇରାନ୍, ଇଜିପ୍ଟ, ମେସୋପଟାମିଆ ଓ ଗ୍ରୀକ୍ ଦେଶରେ ଭାରତୀୟ ସଂସ୍କୃତି ବ୍ୟାପିଥିଲା ।
(ଜ) ଭାରତରେ କିଭଳି ଭିନ୍ନ ଭିନ୍ନ ଜଳବାୟୁ ଅନୁଭୂତ ହୁଏ ?
Answer:
- ଭାରତରେ ମରୁଭୂମି ଅଞ୍ଚଳରେ ପ୍ରଖର ଗ୍ରୀଷ୍ମ, ହିମାଳୟର ବରଫାଚ୍ଛନ୍ନ ଅଞ୍ଚଳରେ ପ୍ରବଳ ଶୀତ, ଦାକ୍ଷିଣାତ୍ୟର ପାହାଡ଼ିଆ ଅଞ୍ଚଳରେ ଶୁଷ୍କ ଜଳବାୟୁ ତଥା ପୂର୍ବ ଓ ପଶ୍ଚିମରେ ଥିବା ଉପକୂଳବର୍ତ୍ତୀ ଅଞ୍ଚଳରେ ଆର୍ଦ୍ର ଗ୍ରୀଷ୍ମମଣ୍ଡଳୀୟ ଜଳବାୟୁ ଅନୁଭୂତ ହୋଇଥାଏ ।
- ମୋଟାମୋଟି କହିବାକୁ ଗଲେ ଭାରତରେ ମେରୁଦେଶୀୟ, ନାତିଶୀତୋଷ୍ଣ ଓ ଗ୍ରୀଷ୍ମମଣ୍ଡଳୀୟ ଜଳବାୟୁ ଅନୁଭୂତ ହୋଇଥାଏ ।
(ଝ) ପ୍ରାଚୀନ ଯୁଗରେ ଶାସକମାନେ ନିଜକୁ କେଉଁ ଉପାଧ୍ଧରେ ଭୂଷିତ କରି ସାର୍ବଭୌମ କ୍ଷମତା ଘୋଷଣା କରିଥିଲେ ?
Answer:
ପ୍ରାଚୀନ ଯୁଗର ଶାସକମାନେ ନିଜକୁ ମହାରାଜା, ରାଜାଧୁରାଜ, ମହାରାଜାଧୁରାଜ, ଚକ୍ରବର୍ତୀ ଓ ସମ୍ରାଟ ଭାବେ ଭୂଷିତ କରି ସାର୍ବଭୌମ କ୍ଷମତା ଘୋଷଣା କରିଥିଲେ ।
(ଞ) ଭାରତରେ ବାସ କରୁଥିବା ଯେ କୌଣସି ଚାରିଗୋଟି ଜାତି (ବର୍ଷ)ର ନାମ ଲେଖ ।
Answer:
ଭାରତରେ ବାସ କରୁଥିବା ଚାରିଗୋଟି ଜାତି (ବର୍ଷ)ର ନାମ ହେଲା – ନେଗ୍ରିଟୋ, ପ୍ରୋଟୋ-ଅଷ୍ଟ୍ରୋଲଏଡ୍, ମଙ୍ଗୋଲଏଡ୍, ମେଡ଼େଟେରେନିଆନ୍ ବା ଦ୍ରାବିଡ଼ିଆନ୍ ।
୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।
(କ) ଭାରତୀୟ ସଂସ୍କୃତିର ସ୍ଵାତନ୍ତ୍ର୍ୟ କ’ଣ ?
Answer:
‘ବିଭିନ୍ନତାରେ ଏକତା’ ହେଉଛି ଭାରତୀୟ ସଂସ୍କୃତିର ସ୍ବାତନ୍ତ୍ର୍ୟ ।
(ଖ) ଭାରତର ବିଭିନ୍ନ ସ୍ଥାନରେ କାହିଁକି ଭିନ୍ନ ଭିନ୍ନ ପ୍ରକାର ଜଳବାୟୁ ଅନୁଭୂତ ହୁଏ ?
Answer:
ଭୌଗୋଳିକ ସ୍ଥିତିର ପ୍ରଭେଦ ଯୋଗୁଁ ଭାରତର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାର ଜଳବାୟୁ ଅନୁଭୂତ ହୁଏ ।
(ଗ) ପ୍ରାଚୀନ କାଳର ମୁନିଋଷିମାନେ ହିମାଳୟ ପର୍ବତକୁ କ’ଣ ଭାବେ ବର୍ଣ୍ଣନା କରିଛନ୍ତି ?
Answer:
ପ୍ରାଚୀନ କାଳର ମୁନିଋଷିମାନେ ହିମାଳୟ ପର୍ବତକୁ ଦେବସ୍ଥାନ ବୋଲି ବର୍ଣ୍ଣନା କରିଛନ୍ତି ।
(ଘ) ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଭାରତରେ କେତୋଟି ମହାଜନପଦ ଥିଲା ?
Answer:
ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଭାରତ ଷୋହଳଟି ମହାଜନପଦ ବା ରାଜ୍ୟ ଥିଲା ।
(ଙ)‘‘ବୈଜ୍ଞାନିକ ପଦ୍ଧତିରେ ବିଭିନ୍ନ ମାନବଗୋଷ୍ଠୀର ତୁଳନାତ୍ମକ ଅଧ୍ୟୟନ ପାଇଁ ଭାରତ ଏକ ସଂଗ୍ରହାଳୟ’’– ଏହି ଉକ୍ତିଟି କାହାର ?
Answer:
‘‘ବୈଜ୍ଞାନିକ ପଦ୍ଧତିରେ ବିଭିନ୍ନ ମାନବଗୋଷ୍ଠୀର ତୁଳନାତ୍ମକ ଅଧ୍ୟୟନ ପାଇଁ ଭାରତ ଏକ ସଂଗ୍ରହାଳୟ’’– ଏହି ଉକ୍ତିଟି ଐତିହାସିକ ଭିନ୍ସେଣ୍ଟ ସ୍ମିଥ୍ଙ୍କର ।
(ଚ) କେଉଁ ବଂଶର ରାଜତ୍ଵ ସମୟରେ ସଂସ୍କୃତ ଭାଷାର ଗୁରୁତ୍ଵ ବୃଦ୍ଧି ପାଇଲା ?
Answer:
ଗୁପ୍ତ ବଂଶର ରାଜତ୍ଵ ସମୟରେ ସଂସ୍କୃତ ଭାଷାର ଗୁରୁତ୍ଵ ବୃଦ୍ଧି ପାଇଲା ।
(ଛ) କେଉଁ ସମୟରୁ ଭାରତରେ ପାରସୀ ଭାଷାର ପ୍ରଚଳନ ହେଲା ?
Answer:
ମୁସଲମାନମାନଙ୍କ ଆଗମନ ପରଠାରୁ ଭାରତରେ ପାରସୀ ଭାଷାର ପ୍ରଚଳନ ହେଲା ।
(କ) କେଉଁ ବେଦରୁ ଭାରତୀୟ ଶାସ୍ତ୍ରୀୟ ସଂଗୀତର ଉତ୍ପତ୍ତି ହୋଇଛି ?
Answer:
ସାମବେଦରୁ ଭାରତୀୟ ଶାସ୍ତ୍ରୀୟ ସଂଗୀତର ଉତ୍ପତ୍ତି ହୋଇଛି ।
(ଝ) ଭାରତୀୟ ଲୋକଗୀତରୁ ଆନୀତ ଯେକୌଣସି ଦୁଇଟି ସଙ୍ଗୀତ ରାଗର ନାମ ଲେଖ ।
Answer:
ଭାରତୀୟ ଲୋକଗୀତରୁ ଆନୀତ ଦୁଇଟି ସଙ୍ଗୀତ ରାଗର ନାମ ହେଲା – ଭୈରବ ଓ ସାରଙ୍ଗ ।
(ଞ) ଭାରତୀୟ ସଂସ୍କୃତିକୁ କାହିଁକି ବହୁ ସଂସ୍କୃତି ବିଶିଷ୍ଟ କୁହାଯାଏ ?
Answer:
ବିଭିନ୍ନତାରେ ଏକତା ଭଳି ସ୍ବାତନ୍ତ୍ର୍ୟ ଭାରତୀୟ ସଂସ୍କୃତିକୁ ବହୁ ସଂସ୍କୃତି ବିଶିଷ୍ଟ କରି ଉନ୍ନତ ଓ ସମୃଦ୍ଧ କରିପାରିଥିବାରୁ ଭାରତୀୟ ସଂସ୍କୃତିକୁ ବହୁ ସଂସ୍କୃତି ବିଶିଷ୍ଟ ବୋଲି କୁହାଯାଏ ।
୪। ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ସଙ୍ଗେ ତା’ର କ୍ରମିକ ନମ୍ବର ବାଛି ଲେଖ ।
(କ) ବୈଦିକ ଯୁଗରେ କେଉଁ ଧର୍ମର ପ୍ରାଧାନ୍ୟ ରହିଥିଲା ?
(i) ଭକ୍ତି ଧର୍ମ
(ii ଜୈନ ଧର୍ମ
(iii) ବ୍ରାହ୍ମଣ୍ୟ ଧର୍ମ
(iv) ବୌଦ୍ଧ ଧର୍ମ
Answer:
(iii) ବ୍ରାହ୍ମଣ୍ୟ ଧର୍ମ
(ଖ) ଦ୍ରାବିଡ଼ ଜାତିର ଲୋକଙ୍କୁ ଅନ୍ୟଥା କ’ଣ କୁହାଯାଏ ?
(i) ନେଗ୍ରିଟୋ
(ii) ମଙ୍ଗୋଲଏଡ୍
(iii) ମେଡ଼େଟେରେନିଆନ୍
(iv) ନର୍ଡ଼ିକ୍
Answer:
(iii) ମେଡ଼େଟେରେନିଆନ୍
(ଗ) କେଉଁମାନଙ୍କୁ ‘ମଜ୍ବି’ କୁହାଯାଏ ?
(i) ମୁସଲମାନ ସୁନି
(ii) ମୁସଲମାନ ସିଆ
(iii) ନିମ୍ନଜାତିର ଶିଖ୍
(iv) କଳା ଜୀଉ
Answer:
(iii) ନିମ୍ନଜାତିର ଶିଖ୍
(ଘ) ମଧ୍ୟଯୁଗର ଶେଷ ଭାଗରେ କେଉଁ ଧର୍ମମତ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଏକତା ଭାବ ଜାଗ୍ରତ କଲା ?
(i) ଭକ୍ତି
(ii) ସୁଫି
(iii) ସତ୍ୟପୀର
(iv) ଦିନ୍-ଇ-ଲ୍ଲାହୀ
Answer:
(iii) ସତ୍ୟପୀର
(ଙ) ଆର୍ଯ୍ୟ ସମାଜର ପ୍ରତିଷ୍ଠାତା କିଏ ?
(i) ରାମମୋହନ ରାୟ
(ii) ଦୟାନନ୍ଦ ସରସ୍ଵତୀ
(iii) ସ୍ଵାମୀ ବିବେକାନନ୍ଦ
(iv) ମହାଦେବ ଗୋବିନ୍ଦ ରାନାଡ଼େ
Answer:
(ii) ଦୟାନନ୍ଦ ସରସ୍ଵତୀ
(ଚ) ଥ୍ଓସୋଫିକାଲ୍ ସୋସାଇଟି କିଏ ପ୍ରତିଷ୍ଠା କରିଥିଲେ ?
(i) ଦୟାନନ୍ଦ ସରସ୍ୱତୀ
(ii) ଆନିବେସାନ୍ତ
(iii) ମିର୍ଜା ଘୁଲାମ୍ ମହମ୍ମଦ
(iv) ସୟଦ ଅହମ୍ମଦ ଖାନ୍
Answer:
(ii) ଆନିବେସାନ୍ତ
(ଛ) ଅହମ୍ମଦିଆ ଆନ୍ଦୋଳନ କିଏ ଆରମ୍ଭ କରିଥିଲେ ?
(i) ସୟଦ ଅହମ୍ମଦ ଖାନ୍
(ii) ମିର୍ଜା ଘୁଲାମ୍ ଅହମ୍ମଦ
(iii) ରାମମୋହନ ରାୟ
(iv) ଆନିବେସାନ୍ତ
Answer:
(ii) ମିର୍ଜା ଘୁଲାମ୍ ଅହମ୍ମଦ
(ଜ) ଭାରତର ପ୍ରାୟ କେତୋଟି ମାତୃଭାଷା ଥିବାର ଜଣାଯାଏ ?
(i) ୫୪୪
(ii) ୨୨
(iii) ୧୬୫୨
(iv) ୩୧
Answer:
(iii) ୧୬୫୨
(ଝ) କେଉଁ ଭାଷା ଭାରତର ସର୍ବ ପୁରାତନ ଭାଷାଭାବେ ପରିଗଣିତ ହୁଏ ?
(i) ପାଲି
(ii) ପ୍ରାକୃତ
(iii) ସଂସ୍କୃତ
(iv) ଆରବୀ
Answer:
(ii) ପ୍ରାକୃତ
(ଞ) କେଉଁ ତିନୋଟି ଭାଷାକୁ ନେଇ ଭାରତରେ ତ୍ରିଭାଷା ନୀତି ପ୍ରଚଳନ କରାଗଲା?
(i) ହିନ୍ଦୀ-ଇଂରାଜୀ-ଆଞ୍ଚଳିକ ଭାଷା
(ii) ହିନ୍ଦୀ-ଉର୍ଦୁ-ଆଞ୍ଚଳିକ ଭାଷା
(iii) ହିନ୍ଦୀ-ଇଂରାଜୀ-ଉର୍ଦୁ
(iv) ହିନ୍ଦୀ-ଇଂରାଜୀ -ସଂସ୍କୃତ
Answer:
(i) ହିନ୍ଦୀ-ଇଂରାଜୀ-ଆଞ୍ଚଳିକ ଭାଷା