Odisha State Board BSE Odisha 9th Class History Solutions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ Textbook Exercise Questions and Answers.
BSE Odisha Class 9 History Solutions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ
୧।ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।
(କ) ଜାତିସଂଘ ‘ପରିଷଦ’ର କ୍ଷମତାଗୁଡ଼ିକ ଆଲୋଚନା କର ।
Answer:
- ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଥିବା ବିବାଦଗୁଡ଼ିକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବା ପରିଷଦର ମୁଖ୍ୟ କାର୍ଯ୍ୟ ଥିଲା ଏବଂ ଏଥିପାଇଁ ଆବଶ୍ୟକ ହେଲେ ଆନ୍ତର୍ଜାତିକ ସମ୍ମିଳନୀ ଡାକିବା ଏହାର ଅଧିକାର ଥିଲା ।
- କୌଣସି ସଦସ୍ୟ ରାଷ୍ଟ୍ର ଚୁକ୍ତି ପାଳନରେ ଅବହେଳା କଲେ ତାକୁ ପରିଷଦ ଜାତିସଂଘର ସଭ୍ୟପଦରୁ ବଞ୍ଚ କରୁଥିଲା ।
- ଅହେତୁକ ଆକ୍ରମଣକାରୀ ରାଷ୍ଟ୍ର ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅଧ୍ୟାର ପରିଷଦର ଥିଲା ।
- ରାଷ୍ଟ୍ରଗୁଡ଼ିକର ଅସ୍ତ୍ରଶସ୍ତ୍ର ପରିମାଣକୁ ହ୍ରାସ କରିବାପାଇଁ ପରିଷଦ ଉଦ୍ୟମ କରୁଥିଲା ।
- ସଂଖ୍ୟାଲଘୁଙ୍କ ସ୍ଵାର୍ଥର ସୁରକ୍ଷା ପାଇଁ କାର୍ଯ୍ୟ କରିବା, ସାର ବେସିନ୍ ଓ ଡାନଜିଗ୍ ସହରକୁ ଶାସନ କରିବା, ତଦାରଖ କରିବା ଏବଂ ଜାତିସଂଘର ବିଭିନ୍ନ ସ୍ବତନ୍ତ୍ର ସଂସ୍ଥାଗୁଡ଼ିକର ବିବରଣୀ ଗ୍ରହଣ କରିବା ପରିଷଦର କର୍ତ୍ତବ୍ୟ ଥିଲା ।
(ଖ) ସ୍ଥାୟୀ ଆନ୍ତର୍ଜାତିକ ନ୍ୟାୟାଳୟ କିପରି ଗଠିତ ହୋଇଥିଲା ଏବଂ ଏହାର କାର୍ଯ୍ୟଗୁଡ଼ିକ କ’ଣ ଥିଲା ?
Answer:
- ସ୍ଥାୟୀ ଆନ୍ତର୍ଜାତିକ ନ୍ୟାୟାଳୟ ୧୯୨୨ ମସିହା ଫେବୃୟାରୀ ୧୫ ତାରିଖରେ ନେଦରଲାଣ୍ଡର ହେଗୁଠାରେ ପ୍ରତିଷ୍ଠିତ ହୋଇଥିଲା ।
- ଆରମ୍ଭ ସମୟରେ ଏଥିରେ ୧୧ ଜଣ ବିଚାରପତି ଓ ଚାରିଜଣ ଉପବିଚାରପତି ଥିଲେ । ୧୯୩୦ ମସିହା ବେଳକୁ ଏହାର ବିଚାରପତିଙ୍କ ସଂଖ୍ୟା ୧୫କୁ ବୃଦ୍ଧି ହୋଇଥିଲା ଏବଂ ୧୯୩୬ ମସିହାରେ ଉପବିଚାରପତି ପଦ ଉଚ୍ଛେଦ କରାଯାଇଥିଲା ।
- ସଭା ଓ ପରିଷଦର ପୃଥକ୍ ଭାବେ ଭୋଟଦାନ ପଦ୍ଧତିଦ୍ଵାରା ବିଚାରପତି ନିର୍ବାଚିତ ହେଉଥିଲେ । ନିର୍ବାଚିତ ହେବା ପାଇଁ ଉଭୟ ଗୃହରେ ନିରଙ୍କୁଶ ସଂଖ୍ୟାଗରିଷ୍ଠ ମତ ହାସଲ କରିବା ଆବଶ୍ୟକ ଥିଲା ।
- ନିଜ ଦେଶରେ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ହେବାପାଇଁ ଯୋଗ୍ୟତା ଥିବା ଓ ଆନ୍ତର୍ଜାତିକ ଆଇନରେ ଜ୍ଞାନ ଥବା ଯେକୌଣସି ଜାତୀୟତାର ବ୍ୟକ୍ତି ଏହାର ବିଚାରପତି ହେଉଥିଲେ । ସେମାନଙ୍କ କାର୍ଯ୍ୟକାଳ ୯ ବର୍ଷ ଥିଲା ।
- ଆନ୍ତର୍ଜାତିକ ଚୁକ୍ତିଗୁଡ଼ିକର ସର୍ଭ ଓ ଉଦ୍ଦେଶ୍ୟକୁ ବ୍ୟାଖ୍ୟା କରିବା, ପରସ୍ପର କଳହରତ ଥିବା ରାଷ୍ଟ୍ରକୁ ଆଇନଗତ ପରାମର୍ଶ ଦେବା, ଜାତିସଂଘର କୋଭେନାଣ୍ଟକୁ ସ୍ପଷ୍ଟ ଓ ବୋଧଗମ୍ୟ କରିବା ଏବଂ ଆନ୍ତର୍ଜାତିକ ବିବାଦର ବିଚାର କରିବା, ସଭା ବା ପରିଷଦଦ୍ବାରା ପ୍ରେରିତ କୌଣସି ବିବାଦ ସମ୍ବନ୍ଧୀୟ ବିଷୟ ଉପରେ ଉପଦେଶାତ୍ମକ ମତ ଦେବା ଆନ୍ତର୍ଜାତିକ ନ୍ୟାୟାଳୟର କାର୍ଯ୍ୟ ଥିଲା ।
(ଗ) କେଉଁ କାର୍ଯ୍ୟଗୁଡ଼ିକରେ ଜାତିସଂଘ ସଫଳତା ପାଇପାରି ନଥିଲା ?
Answer:
- ଲିଥୁଆନିଆ ଦଖଲରେ ଥିବା ଭିଲ୍ ସହର ଉପରେ ପୋଲାଣ୍ଡର ନିୟନ୍ତ୍ରଣ, ଗ୍ରୀସ୍ ଓ ଆଲ୍ବାନିଆ ମଧ୍ଯରେ ସୀମା ନିରୂପଣ କରିବାକୁ ଯାଇଥିବା ଇଟାଲୀୟ ପ୍ରତିନିଧିଙ୍କୁ ହତ୍ୟା ଘଟଣାରେ ଇଟଲୀଦ୍ଵାରା କୋର୍ଫ୍ୟୁ ଦ୍ବୀପ ଧ୍ବଂସ ଓ ଗ୍ରୀସ୍ଠାରୁ କ୍ଷତିପୂରଣ ଆଦାୟ, ଜାତିସଂଘ ସୁରକ୍ଷା ଦେଉଥିବା ଓ ଜଣେ ଫରାସୀ କମିଶନରଙ୍କଦ୍ୱାରା ପ୍ରଶାସିତ ହେଉଥିବା ମେମେଲ୍ ବନ୍ଦର ଉପରେ ଲିଥୁଆନିଆର ପ୍ରଭାବ ବିସ୍ତାର, ଜାପାନର ମାଞ୍ଚୁରିଆ ଅଧିକାର, ଜାତିସଂଘ ଅକୃତକାର୍ଯ୍ୟ ହୋଇଥିଲା ।
- ପୃଥିବୀରେ ଯୁଦ୍ଧର ଆଶଙ୍କାକୁ ଦୂରୀଭୂତ କରି ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବାରେ ଜାତିସଂଘ ଅସଫଳ ହୋଇଥିଲା ।
- ୧୯୩୯ ମସିହାରେ ହୋଇଥିବା ଦ୍ବିତୀୟ ବିଶ୍ବଯୁଦ୍ଧକୁ ପ୍ରତିରୋଧ କରିବାରେ ଏହା ସଫଳ ହୋଇପାରି ନଥିଲା ।
(ଘ) ଜାତିସଂଘର ବିଫଳତା ପାଇଁ ଏହାର ସମ୍ବିଧାନର କେଉଁ ତ୍ରୁଟିଗୁଡ଼ିକ ଦାୟୀ ଥିଲା ?
Answer:
- ଜାତିସଂଘର ବିଫଳତା ପାଇଁ ଏହାର ସମ୍ବିଧାନର ନିମ୍ନଲିଖିତ ତ୍ରୁଟିଗୁଡ଼ିକ ଦାୟୀ ଥିଲା । ସଭା ଓ ପରିଷଦରେ ନିଷ୍ପତ୍ତି ନେବାପାଇଁ ସର୍ବସମ୍ମତିର ଆବଶ୍ୟକତା ଥିବାରୁ ନିଷ୍ପତ୍ତି ନେବାପାଇଁ ଅସୁବିଧା ହେଉଥିଲା । କିନ୍ତୁ କୌଣସି ବିଷୟରେ ସୁପାରିସ କରିବାକୁ ସର୍ବସମ୍ମତିର ଆବଶ୍ୟକତା ନ ଥିଲା । ତେଣୁ
- ପ୍ରତ୍ୟେକ ରାଷ୍ଟ୍ର ଜାତୀୟ ନିରାପତ୍ତାକୁ ଦୃଷ୍ଟିରେ ରଖି ନିଜର ଅସ୍ତ୍ରଶସ୍ତ୍ର ସର୍ବନିମ୍ନ ପରିମାଣକୁ ହ୍ରାସ କରିବାପାଇଁ ଯୋଗୁଁ ରାଷ୍ଟ୍ରଗୁଡ଼ିକ ଯଥେଷ୍ଟ ପରିମାଣରେ ଅସ୍ତ୍ରଶସ୍ତ୍ର ମହଜୁଦ ରଖିଲେ ।
- ଜାତିସଂଘ ଯୁଦ୍ଧକୁ ଅସିଦ୍ଧ ଘୋଷଣା କରିନଥିବାରୁ ଅନେକ ସଦସ୍ୟ ରାଷ୍ଟ୍ର କୌଣସି ବିବାଦୀୟ ପ୍ରସଙ୍ଗର ସମାଧାନ ପାଇଁ ପରସ୍ପର ମଧ୍ୟରେ ଯୁଦ୍ଧ କଲେ ।
- ଜାତିସଂଘର ନିଜର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ସୈନ୍ୟବାହିନୀ ନ ଥିବାରୁ ଅନ୍ୟାୟରେ ଆକ୍ରମଣ କରୁଥିବା ପଡ଼ୁଥିଲା ।
- ଜାତିସଂଘକୁ ବିଭିନ୍ନ ସାମାଜିକ ଓ ଅର୍ଥନୈତିକ କାର୍ଯ୍ୟ ସମ୍ପାଦନ କରିବାକୁ ଦାୟିତ୍ଵ ଦିଆଗଲେ ମଧ୍ୟ ଏହାର ନିଷ୍ପତ୍ତି କାର୍ଯ୍ୟକାରୀ କରିବାପାଇଁ ଯଥେଷ୍ଟ କ୍ଷମତା ଦିଆଯାଇ ନ ଥିଲା ।
୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।
(କ) ଜାତିସଂଘର ମୁଖ୍ୟ ଉଦ୍ଦେଶ୍ୟଗୁଡ଼ିକ କ’ଣ ଥିଲା ?
Answer:
ଜାତିସଂଘର ମୁଖ୍ୟ ଉଦ୍ଦେଶ୍ୟଗୁଡ଼ିକ ନିମ୍ନରେ ଉଲ୍ଲେଖ କରାଯାଇଛି ।
- ଆନ୍ତର୍ଜାତିକ ସହଯୋଗ, ଶାନ୍ତ ଓ ସୁରକ୍ଷାକୁ ଉତ୍ସାହିତ କରିବା ।
- ଯୁଦ୍ଧର ଆଶ୍ରୟ ନ ନେବାକୁ ଏବଂ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ମୁକ୍ତ, ନିରପେକ୍ଷ ଓ ସମ୍ମାନଜନକ ସମ୍ପର୍କକୁ ନୈତିକ କର୍ତ୍ତବ୍ୟ ଭାବେ ଗ୍ରହଣ କରିବା ।
- ଆନ୍ତର୍ଜାତିକ ଆଇନକୁ ରାଷ୍ଟ୍ରଗୁଡ଼ିକ ପରସ୍ପର ମଧ୍ୟରେ ଆଚରଣର ପ୍ରକୃତ ବିଧାଭାବରେ ପ୍ରତିଷ୍ଠିତ କରିବା ।
- ନିରପେକ୍ଷତା ବଜାୟ ରଖିବା ଏବଂ ଅନୁମୋଦିତ ଚୁକ୍ତିଗୁଡ଼ିକ ପ୍ରତି ସଚେତନ ସମ୍ମାନ ଜଣାଇବା ।
(ଖ) ଜାତିସଂଘର ‘ସଭା’ରେ ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ରକୁ କିପରି ସମାନ ସ୍ଥାନ ଦିଆଯାଇଥିଲା ?
Answer:
- ଜାତିସଂଘର ‘ସଭା’କୁ ପ୍ରତ୍ୟେକ ସ୍ବାଧୀନ ରାଷ୍ଟ୍ର ତିନିଜଣ ପ୍ରତିନିଧି ପଠାଇ ପାରୁଥିଲେ; କିନ୍ତୁ କେବଳ ଗୋଟିଏ ଭୋଟର ଅଧିକାର ପାଉଥିଲେ ।
- ଏହିପରି ସଭାରେ ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ରକୁ ସମାନ ସ୍ଥାନ ଦିଆଯାଉଥିଲା ।
(ଗ) କେଉଁ ରାଷ୍ଟ୍ରଗୁଡ଼ିକ ଜାତିସଂଘ ‘ପରିଷଦ’ର ପ୍ରଥମ ସ୍ଥାୟୀ ସଭ୍ୟ ହୋଇଥିଲେ ?
Answer:
ଗ୍ରେଟ୍ ବ୍ରିଟେନ୍, ଫ୍ରାନ୍ସ, ଯୁକ୍ତରାଷ୍ଟ୍ର ଆମେରିକା, ଇଟାଲୀ ଓ ଜାପାନ ଜାତିସଂଘର ପରିଷଦର ପ୍ରଥମ ସ୍ଥାୟୀ ସଭ୍ୟ ହୋଇଥିଲେ ।
(ଘ) ଜାତିସଂଘ ‘ପରିଷଦ’ର ଅସ୍ଥାୟୀ ସଭ୍ୟଙ୍କ କାର୍ଯ୍ୟକାଳ କେତେ ବର୍ଷ ଥିଲା ଏବଂ ପ୍ରତ୍ୟେକ ବର୍ଷ କେତେ ଜଣ ଅସ୍ଥାୟୀ ସଭ୍ୟ ନିର୍ବାଚିତ ହେଉଥିଲେ ?
Answer:
- ଜାତିସଂଘ ‘ପରିଷଦ’ର ଅସ୍ଥାୟୀ ସଭ୍ୟଙ୍କ କାର୍ଯ୍ୟକାଳ ତିନି ବର୍ଷ ଥିଲା ।
- ପ୍ରତ୍ୟେକ ବର୍ଷ ୩ ଜଣ ଅସ୍ଥାୟୀ ସଭ୍ୟ ନିର୍ବାଚିତ ହେଉଥିଲେ ।
(ଙ) କେବେ ଓ କେଉଁଠାରେ ଜାତିସଂଘର ସ୍ଥାୟୀ ଆନ୍ତର୍ଜାତିକ ନ୍ୟାୟାଳୟ ପ୍ରତିଷ୍ଠିତ ହୋଇଥିଲା ?
Answer:
୧୯୨୨ ମସିହା ଫେବୃୟାରୀ ୧୫ ତାରିଖ ଦିନ ନ୍ୟାୟାଳୟ ପ୍ରତିଷ୍ଠିତ ହୋଇଥିଲା ।
(ଚ) ଆନ୍ତର୍ଜାତିକ ଶ୍ରମ ସଙ୍ଗଠନର ମୁଖ୍ୟ ଉଦ୍ଦେଶ୍ୟ କ’ଣ ଥିଲା ?
Answer:
- ପ୍ରତ୍ୟେକ ପୁରୁଷ, ମହିଳା ଓ ଶିଶୁମାନଙ୍କ ପାଇଁ ତାଙ୍କ ନିଜ ଦେଶରେ ଏବଂ ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ତାଙ୍କ ଦେଶର ସମ୍ପର୍କ ଥିବା ଅନ୍ୟ ଦେଶର ଅନୁକୂଳ ଓ ମାନବୋଚିତ ଅବସ୍ଥା ସୁରକ୍ଷିତ କରିବା ଆନ୍ତର୍ଜାତିକ ଶ୍ରମ ସଙ୍ଗଠନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।
- ସାରା ବିଶ୍ୱରେ ଶ୍ରମିକମାନଙ୍କର ସ୍ୱାର୍ଥରକ୍ଷା କରିବା ଏବଂ ସେମାନଙ୍କର ଅବସ୍ଥାରେ ଉନ୍ନତି ଆଣିବା ଏହି ସଙ୍ଗଠନର କାର୍ଯ୍ୟ ଥିଲା ।
(ଛ) ଆନ୍ତର୍ଜାତିକ ଶ୍ରମ ସଙ୍ଗଠନର ‘ସାଧାରଣ ସମ୍ମିଳନୀ’ରେ ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ରର କେତେଜଣ ପ୍ରତିନିଧ୍ ଥିଲେ ଏବଂ ସେମାନେ କିପରି ମନୋନୀତ ହେଉଥିଲେ ?
Answer:
- ଜାତିସଂଘ ‘ପରିଷଦ’ର ଅସ୍ଥାୟୀ ସଭ୍ୟଙ୍କ କାର୍ଯ୍ୟକାଳ ତିନି ବର୍ଷ ଥିଲା ।
- ପ୍ରତ୍ୟେକ ବର୍ଷ ୩ ଜଣ ଅସ୍ଥାୟୀ ସଭ୍ୟ ନିର୍ବାଚିତ ହେଉଥିଲେ ।ଅଧିକାର ଦିଆଯାଇଥିଲା ।
(ଜ) ଜାତିସଂଘଦ୍ଵାରା ଆଲାଣ୍ଡ ଦ୍ଵୀପର ସମସ୍ୟା କିପରି ସମାଧାନ କରାଯାଇଥିଲା ?
Answer:
- ଆନ୍ତର୍ଜାତିକ ଶ୍ରମ ସଙ୍ଗଠନର ‘ସାଧାରଣ ସମ୍ମିଳନୀ’ରେ ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ରର ୪ ଜଣ ପ୍ରତିନିଧି ଥିଲେ । ସେମାନଙ୍କ ମଧ୍ୟରୁ ଦୁଇଜଣ ସରକାରଙ୍କଦ୍ୱାରା, ଜଣେ ଶିଳ୍ପପତିଙ୍କଦ୍ୱାରା ଓ ଜଣେ ଶ୍ରମିକମାନଙ୍କଦ୍ୱାରା ମନୋନୀତ ହେଉଥିଲେ ।
- ୧୯୨୧ ମସିହାରେ ଆଲାଣ୍ଡ ଦ୍ବୀପର ଅଧିକାରକୁ ନେଇ ସ୍ବିଡ଼େନ୍ ଓ ଫିନ୍ଲାଣ୍ଡ ମଧ୍ଯରେ ଲାଗିଥିବା କଳହର
(ଝ) ପ୍ରଥମ ବିଶ୍ୱଯୁଦ୍ଧରେ ପରାଜିତ ରାଷ୍ଟ୍ରମାନେ ଜାତିସଂଘକୁ ସମର୍ଥନ ଦେବାପାଇଁ କାହିଁକି କୁଣ୍ଠାବୋଧ କଲେ ?
Answer:
- ଜାତିସଂଘର ଆରମ୍ଭରେ ବିଜିତ ରାଷ୍ଟ୍ରମାନଙ୍କୁ ସଭ୍ୟପଦ ଦିଆନଯିବାରୁ ସେମାନେ ଜାତିସଂଘକୁ କେବଳ ବିଜେତାମାନଙ୍କର ଏକ ସଙ୍ଗଠନ ବୋଲି ମନେକଲେ ।
- ଏଥିପାଇଁ ଜାତିସଂଘକୁ ସେମାନେ ଘୃଣା କଲେ ଏବଂ ସମର୍ଥନ ଦେବାପାଇଁ କୁଣ୍ଠାବୋଧ କଲେ ।
(ଞ) ଜର୍ମାନୀ କେବେ ଜାତିସଂଘର ସଦସ୍ୟ ହୋଇଥିଲା ଏବଂ କେବେ ଏହାର ସଦସ୍ୟ ପଦ ତ୍ୟାଗ କରିଥିଲା ?
Answer:
ଜର୍ମାନୀ ୧୯୨୬ ମସିହାରେ ଜାତିସଂଘର ସଦସ୍ୟ ହୋଇଥିଲା ଏବଂ ୧୯୩୩ରେ ହିଟଲରଙ୍କ ଉତ୍ଥାନ ପରେ ସେ ଏହାର ସଦସ୍ୟପଦ ତ୍ୟାଗ କରିଥିଲା ।
୩। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।
(କ) କେବେ ପ୍ୟାରିସ୍ ସମ୍ମିଳନୀରେ ଜାତିସଂଘ କୋଭେନାଣ୍ଟର ଚିଠା ଗୃହୀତ ହୋଇଥିଲା ?
Answer:
୧୯୧୯ ମସିହା ଏପ୍ରିଲ୍ ୨୮ ତାରିଖରେ ପ୍ୟାରିସ୍ ସମ୍ମିଳନୀରେ ଜାତିସଂଘ କୋଭେନାଣ୍ଟର ଚିଠା ଗୃହୀତ ହୋଇଥିଲା ।
(ଖ) ଜାତିସଂଘ କେବେ ଆନୁଷ୍ଠାନିକ ଭାବେ ପ୍ରତିଷ୍ଠିତ ହେଲା ?-
Answer:
୧୯୨୦ ମସିହା ଜାନୁୟାରୀ ୧୦ ତାରିଖରେ ଜାତିସଂଘ ଆନୁଷ୍ଠାନିକ ଭାବେ ପ୍ରତିଷ୍ଠିତ ହେଲା ।
(ଗ) ଯୁକ୍ତରାଷ୍ଟ୍ର ଆମେରିକା କାହିଁକି ଜାତିସଂଘର ସଭ୍ୟ ହୋଇପାରିଲା ନାହିଁ ?
Answer:
ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ୟାରିସ୍ ଶାନ୍ତିଚୁକ୍ତିକୁ ସିନେଟ୍ ଅନୁମୋଦନ ନ କରିବାରୁ ଏହା ଜାତିସଂଘର ସଭ୍ୟ ହୋଇପାରିଲା ନାହିଁ ।
(ଘ) ସ୍ଥାୟୀ ଆନ୍ତର୍ଜାତିକ ନ୍ୟାୟାଳୟର ଦୁଇ ପ୍ରକାର ଆଇନଗତ ଅଧିକାର କ’ଣ ଥିଲା ?
Answer:
ସ୍ଥାୟୀ ଆନ୍ତର୍ଜାତିକ ନ୍ୟାୟାଳୟର ଦୁଇ ପ୍ରକାର ଆଇନଗତ ଅଧିକାର ଥିଲା; ଯଥା – ସ୍ୱେଚ୍ଛାକୃତ ଓ ବାଧ୍ୟତାମୂଳକ ।
(ଙ) ଆନ୍ତର୍ଜାତିକ ଶ୍ରମ ସଙ୍ଗଠନର ମୁଖ୍ୟ କାର୍ଯ୍ୟାଳୟ କେଉଁଠାରେ ଥିଲା ?
Answer:
ଆନ୍ତର୍ଜାତିକ ଶ୍ରମ ସଙ୍ଗଠନର ମୁଖ୍ୟ କାର୍ଯ୍ୟାଳୟ ଜେନେଭାଠାରେ ସ୍ଥାପିତ ହୋଇଥିଲା ।
(ଚ) ଆନ୍ତର୍ଜାତିକ ଶ୍ରମ କାର୍ଯ୍ୟାଳୟର ମୁଖ୍ୟ ଉଦ୍ଦେଶ୍ୟ କ’ଣ ଥିଲା ?
Answer:
ପ୍ରତ୍ୟେକ ପୁରୁଷ, ମହିଳା ଓ ଶିଶୁମାନଙ୍କ ପାଇଁ ତାଙ୍କ ନିଜ ଦେଶରେ ଏବଂ ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ତାଙ୍କ ଦେଶର ସମ୍ପର୍କ ଥିବା ଅନ୍ୟ ଦେଶର ଅନୁକୂଳ ଓ ମାନବୋଚିତ ଅବସ୍ଥା ସୁରକ୍ଷିତ କରିବା ଆନ୍ତର୍ଜାତିକ ଶ୍ରମ ସଙ୍ଗଠନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।
(ଛ) ‘ସାର୍’ ଅଞ୍ଚଳକୁ କେଉଁ ପଦ୍ଧତିରେ ନିଷ୍ପତ୍ତି ନିଆଯାଇ ଜର୍ମାନୀ ସହିତ ମିଶାଇ ଦିଆଯାଇଥିଲା ?
Answer:
ସାର୍ ଅଞ୍ଚଳରେ ଏକ ଗଣଭୋଟ ସଙ୍ଗଠିତ କରାଯାଇ ଏହି ଅଞ୍ଚଳକୁ ଜର୍ମାନୀ ସହିତ ମିଶାଇ ଦିଆଯାଇଥିଲା ।
(ଜ) ସୋଭିଏତ୍ ରୁଷିଆକୁ କାହିଁକି ଜାତିସଂଘ ସଦସ୍ୟ ପଦରୁ ବହିଷ୍କାର କରାଯାଇଥିଲା ?
Answer:
୧୯୩୯ ମସିହାରେ ଫିନ୍ଲାଣ୍ଡ ଆକ୍ରମଣ କରିବାରୁ ରୁଷିଆକୁ ଜାତିସଂଘ ସଦସ୍ୟ ପଦରୁ ବହିଷ୍କାର କରାଗଲା ।
(ଝ) ୧୯୩୦ର ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ରାଷ୍ଟ୍ରଗୁଡ଼ିକ କିପରି ଅହେତୁକ ଆକ୍ରମଣ ପ୍ରତି ମୌନ ସମ୍ମତି ଜଣାଇଲେ ?
Answer:
୧୯୪୬ ମସିହା ଏପ୍ରିଲ୍ ୧୮ ତାରିଖରେ ଜାତିସଂଘ ନୂତନଭାବେ ଗଠିତ ସଂଯୁକ୍ତ ରାଷ୍ଟ୍ରସଂଘ ସହିତ ମିଶିଗଲା । ଆକ୍ରମଣ ପ୍ରତି ମୌନ ସମ୍ମତି ଜଣାଇଲେ ।
(ଞ) ଜାତିସଂଘ କେବେ ସଂଯୁକ୍ତ ରାଷ୍ଟ୍ରସଂଘ ସହିତ ମିଶିଗଲା ?
Answer:
୧୯୪୬ ମସିହା ଏପ୍ରିଲ୍ ୧୮ ତାରିଖରେ ଜାତିସଂଘ ନୂତନଭାବେ ଗଠିତ ସଂଯୁକ୍ତ ରାଷ୍ଟ୍ରସଂଘ ସହିତ ମିଶିଗଲା ।
୪ । ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ସଙ୍ଗେ ତା’ର କ୍ରମିକ ନମ୍ବର ବାଛି ଲେଖ ।
(କ) କିଏ ପ୍ୟାରିସ୍ ସମ୍ମିଳନୀରେ ଜାତିସଂଘ ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ ?
(i) ଆଭେନଲ୍
(ii) ଲେଷ୍ଟ୍ରଚ
(iii) ଉଡ୍ରୋ ଉଇଲ୍ସନ୍
(iv) ଏରିକ୍ ଡୁମଣ୍ଡ
Answer:
(iii) ଉଡ୍ରୋ ଉଇଲ୍ସନ୍
(ଖ) ଜାତିସଂଘ କୋଭେନାଣ୍ଟକୁ କେବେ ଭର୍ସାଇ ସନ୍ଧିର ଅନ୍ତର୍ଭୁକ୍ତ କରାଯାଇଥିଲା ?
(i) ୧୯୧୯ ଜାନୁଆରୀ ୧୮
(ii) ୧୯୧୯ ଏପ୍ରିଲ୍ ୨୮
(iii) ୧୯୧୯ ଜୁନ୍ ୨୮
(iv) ୧୯୨୦ ଜାନୁଆରୀ ୧୦
Answer:
(iii) ୧୯୧୯ ଜୁନ୍ ୨୮
(ଗ) ନୂତନ ରାଷ୍ଟ୍ରକୁ ସଭ୍ୟପଦ ଦେବାପାଇଁ ଅତି କମ୍ରେ
(i) ଏକ ତୃତୀୟାଂଶ
(ii) ଏକ ଚତୁର୍ଥାଂଶ
(iii) ଦୁଇ ତୃତୀୟାଂଶ
(iv) ତିନି ଚତୁର୍ଥାଂଶ
Answer:
(iii) ଦୁଇ ତୃତୀୟାଂଶ
(ଘ) ରୁଷିଆ କେବେ ଜାତିସଂଘ ପରିଷଦର ସ୍ଥାୟୀ ସଭ୍ୟ
(i) ୧୯୨୬
(ii) ୧୯୩୪
(iii) ୧୯୩୬
(iv) ୧୯୩୯
Answer:
(ii) ୧୯୩୪
(ଙ) ଜାତିସଂଘର ସଚିବାଳୟ କେଉଁଠାରେ ଅବସ୍ଥିତ ଥିଲା ?
(i) ପ୍ୟାରିସ୍
(ii) ହେଗ୍
(iii) ଜେନେଭା
(iv) ଭିନା
Answer:
(iii) ଜେନେଭା
(ଚ) ସ୍ଥାୟୀ ଆନ୍ତର୍ଜାତିକ ନ୍ୟାୟାଳୟର ବିଚାରପତିଙ୍କ କାର୍ଯ୍ୟକାଳ କେତେ ବର୍ଷ ଥିଲା ?
(i) ଏଗାର ବର୍ଷ
(ii) ଚାରି ବର୍ଷ
(iii) ପନ୍ଦର ବର୍ଷ
(iv) ନଅ ବର୍ଷ
Answer:
(iv) ନଅ ବର୍ଷ
(ଛ) ଆନ୍ତର୍ଜାତିକ ଶ୍ରମ ସଙ୍ଗଠନର ଶାସନ ନିୟନ୍ତ୍ରକ ଦଳରେ କେତେଜଣ ସଦସ୍ୟ
(i) ଚାରି ଜଣ
(ii) ଆଠ ଜଣ
(ii) ଷୋହଳ ଜଣ
(iv) ବତ୍ରିଶ ଜଣ
Answer:
(iv) ବତ୍ରିଶ ଜଣ
(ଜ) କଲମ୍ବିଆକୁ ହସ୍ତାନ୍ତର କରିଥିବାକେଉଁ ସହରକୁ ପେରୁ ୧୯୩୩ ମସିହାରେ ପୁନଃ ଅଧିକାର କରିଥ ରହିଥିଲେ ?
(i)ଡାନା ଡାଗ୍
(ii) ଆଲାଣ୍ଡ
(iii) ହେଗ୍
(iv) ଲେଟିସିଆ
Answer:
ଲେଟିସିଆ
(ଝ) ଇଟାଲୀୟ ପ୍ରତିନିଧିଙ୍କୁ ହତ୍ୟା ଘଟଣାରେ କେଉଁ ଅଞ୍ଚଳକୁ ଇଟାଲୀ ଧ୍ୱଂସ କରିଥିଲା ?
(i) ଅଲାଣ୍ଡ ଦ୍ବୀପ
(ii) ‘ସାର୍’ କୋଇଲା ଅଞ୍ଚଳ
(iii) ନିଭିନା
(iv) କୋଫ୍ୟୁ ଦ୍ବୀପ
Answer:
(iv) କୋର୍ଫ୍ୟୁ ଦ୍ବୀପ
(ଞ) ଇଟାଲୀ କେବେ ଜାତିସଂଘ ସଦସ୍ୟ ପଦ ଛାଡ଼ିଥିଲା ?
(i)୧୯୩୩
(ii)୧୯୩୪
(iii) ୧୯୩୭
(iv) ୧୯୩୯
Answer:
(iii) ୧୯୩୭