Odisha State Board BSE Odisha 9th Class Odia Solutions Chapter 5 ଗୋପ ପ୍ରୟାଣ Textbook Exercise Questions and Answers.
BSE Odisha Class 9 Odia Solutions Chapter 5 ଗୋପ ପ୍ରୟାଣ
ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର
ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର
Question ୧।
ଗୋପବନ୍ଧୁଙ୍କ ଉଦ୍ଦେଶ୍ୟରେ କବିତାରେ ବ୍ୟବହୃତ ଶବ୍ଦଗୁଡ଼ିକ ଲେଖ ।
Answer:
ମହାବୀର, ଓଡ଼ିଆ ଜାତି ମଥାମଣି, ମହାଜନ, ଦରିଦ୍ର-ନାରାୟଣ, ପୂଜ୍ୟଜନ, କର୍ମବୀର ।
Question ୨।
‘ଖୋଳତାଳ’ ଏହି ଶବ୍ଦର ନିମ୍ନରେ ଚାରୋଟି ଅର୍ଥ ଲେଖାଯାଇଛି । ତନ୍ମଧ୍ୟରୁ ଠିକ୍ ଅର୍ଥଟି ବାଛି ଲେଖ ।
(କ) ଏକ ପ୍ରକାର ଯନ୍ତ୍ର
(ଖ) ତାଳ ଦେଇ ଖୋଳିବା
(ଗ) ତାଳର ଖୋଳ କରିବା
(ଘ) ବାଦ୍ୟଯନ୍ତ୍ର
Answer:
(ଘ) ବାଦ୍ୟଯନ୍ତ୍ର ।
Question ୩।
କବିତାଟିର ଅନୁସରଣରେ ନିମ୍ନରେ ଦିଆଯାଇଥିବା ବାକ୍ୟଗୁଡ଼ିକ ମଧ୍ୟରୁ ଗୋପବନ୍ଧୁଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ବାକ୍ୟଗୁଡ଼ିକୁ ବାଛ ।
(କ) ଗୋପବନ୍ଧୁଙ୍କ ମୃତ୍ୟୁରେ ଓଡ଼ିଆ ଜାତି ଭାଙ୍ଗିପଡ଼ିଲା ।
(ଖ) ଗୋପବନ୍ଧୁଙ୍କ ମୃତ୍ୟୁରେ ଓଡ଼ିଶାର ସବୁ ବିଜୁଳିବତି ଲିଭିଗଲା ।
(ଗ) ଗୋପବନ୍ଧୁ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତଙ୍କର ପ୍ରିୟ ଥିଲେ ।
(ଘ) ଗୋପବନ୍ଧୁ ଦରିଦ୍ର, ପୀଡ଼ିତମାନଙ୍କର ସେବା କରୁଥିଲେ ।
(ଡି) ଗୋପବନ୍ଧୁଙ୍କ ମୃତ୍ୟୁରେ ବ୍ରାହ୍ମଣମାନେ ବିଜୟ ମନ୍ତ୍ର ଗାନ କରିବାପାଇଁ କୁହାଯାଇଛି ।
Answer:
(କ) ଗୋପବନ୍ଧୁଙ୍କ ମୃତ୍ୟୁରେ ଓଡ଼ିଆ ଜାତି ଭାଙ୍ଗିପଡ଼ିଲା ।
(ଗ) ଗୋପବନ୍ଧୁ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତଙ୍କର ପ୍ରିୟ ଥିଲେ ।
(ଘ) ଗୋପବନ୍ଧୁ ଦରିଦ୍ର, ପୀଡ଼ିତମାନଙ୍କର ସେବା କରୁଥିଲେ ।
Question ୪।
ନିମ୍ନଲିଖତ ଶବ୍ଦଗୁଡ଼ିକର ବ୍ୟାସବାକ୍ୟ ସହ ସମାସର ନାମ ଲେଖ ।
ମହାବୀର, କୁଳବଧୂ, ପୂଜ୍ୟଜନ, ଖୋଳତାଳ, ଅଶୁନୀର, ମଥାମଣି, ପ୍ରାଣପ୍ରିୟ
Answer:
Question ୫।
ନିମ୍ନଲିଖ ଶବ୍ଦଗୁଡ଼ିକୁ ବ୍ୟବହାର କରି ଗୋଟିଏ ଗୋଟିଏ ସାର୍ଥକ ବାକ୍ୟ ଗଠନ କର ।
ଅଧର, ମଥାମଣି, ରାଜପଥ, ସ୍ବର୍ଗତ, ମନ୍ତ୍ର, ପ୍ରିୟ, ଧର୍ମ
Answer:
ଅଧର – ଝିଅଟିର ଅଧର ଜବାପୁଷ୍ପ ପରି ଲାଲ ।
ମଥାମଣି – ରାଣୀଙ୍କର ରତ୍ନଖଚିତ ମଥାମଣିଟି ହଜିଗଲା ।
ରାଜପଥ – ରାଜପଥ ପାର୍ଶ୍ବରେ ବୃକ୍ଷରୋପଣ କରିବାକୁ ରାଜା ନିର୍ଦ୍ଦେଶ ଦେଲେ ।
ସ୍ବର୍ଗତ – ସ୍ଵର୍ଗତ ପିତାଙ୍କ ସ୍ମୃତିରେ ରାମବାବୁ ଏକ ପାଠାଗାର ସ୍ଥାପନ କଲେ ।
ମନ୍ତ୍ର – ପଣ୍ଡିତମାନେ ସ୍ପଷ୍ଟଭାବେ ମନ୍ତ୍ର ଉଚ୍ଚାରଣ କରନ୍ତି ।
ପ୍ରିୟ – ଅର୍ଜୁନ ଶ୍ରୀକୃଷ୍ଣଙ୍କର ପ୍ରିୟ ସଖା ଥିଲେ ।
ଧର୍ମ – ପୃଥିବୀରେ ପ୍ରଚଳିତ ସମସ୍ତ ଧର୍ମ ମଧ୍ୟରେ ମାନବଧର୍ମ ହିଁ ଶ୍ରେଷ୍ଠ ।
Question ୬।
ନିମ୍ନଲିଖୂତ ଶବ୍ଦଗୁଡ଼ିକର ବିପରୀତାର୍ଥବୋଧକ ଶବ୍ଦ ଲେଖ ।
ସମ୍ମାନ, ଧର୍ମ, ଦରିଦ୍ର, ମରଣ, ପୁଣ୍ୟ
Answer:
ସମ୍ମାନ – ଅସମ୍ମାନ
ଧର୍ମ – ଅଧର୍ମ
ଦରିଦ୍ର – ଧନୀ
ମରଣ – ଜନ୍ମ
ପୁଣ୍ୟ – ପାପ
Question ୭।
ନିମ୍ନଲିଖ ପ୍ରତ୍ୟେକ ଶବ୍ଦର ଚାରିଗୋଟି ଅର୍ଥ ସୂଚିତ ହୋଇଛି । ତହିଁରୁ ଠିକ୍ ଅର୍ଥଟିକୁ ବାଛ
(କ) ଗବାକ୍ଷ– ଗାଈର ଆଖୁ, ଗବଗଛ, ଝରକା, ଖଡ଼ିକା
(ଖ) ମହାପ୍ରୟାଣ– ଦୀର୍ଘଯାତ୍ରା, ତୀର୍ଥସ୍ଥାନ, ବିରାଟ ଚେଷ୍ଟା, ମୃତ୍ୟୁ
(ଗ) ଅନୀକିନୀ– ଅନିକିଳି, ଏକୁଟିଆ, ପାଇକ, ଚତୁରଙ୍ଗ ସୈନ୍ୟ
(ଘ) ଜନପଦବାସୀ– ଜନତାଙ୍କ ପାଦରେ ବାସ କରୁଥିବା, ଜନପଦ ନାମକ ଗ୍ରାମରେ ବାସ କରୁଥିବା, ଜନତାଙ୍କ ପାଦ ବାସିବା, ଲୋକାଳୟ ବା ଗ୍ରାମବାସୀ ।
Answer:
(କ) ଝରକା, (ଖ) ମୃତ୍ୟୁ, (ଗ) ଚତୁରଙ୍ଗ ସୈନ୍ୟ, (ଘ) ଲୋକାଳୟ ବା ଗ୍ରାମବାସୀ
Question ୮।
ନିମ୍ନରେ ଲେଖାଯାଇଥିବା ପ୍ରତ୍ୟେକ ଶବ୍ଦଗୁଚ୍ଛରୁ ଅଲଗା ଶବ୍ଦଟିକୁ ବାଛ ।
(କ) ଅଧର, କପାଳ, ପାପୁଲି, ବଙ୍କୁଲି, ଚରଣ
(ଖ) ପତାକା, ନେତ, କାତ, ବାନା, କେତନ
(ଗ) ପାଣି, ଜଳ, ଅଶ୍ରୁ, ନୀର, ଜୀବନ
(ଘ) ଖୋଳ, ମୃଦଙ୍ଗ, ଢୋଲ, ଖଞ୍ଜଣୀ, ମହୁରି
(ଙ) କାଙ୍ଗାଳ, ଦରିଦ୍ର, ଅଭାବୀ, ଗପୁଡ଼ି, ନିର୍ଜନ
Answer:
(କ) ବଙ୍କୁଲି, (ଖ) କାତ, (ଗ) ଅଶ୍ରୁ, (ଘ) ମହୁରି, (ଡ) ଗପୁଡ଼ି
Question ୯।
ଏପଟ ସେପଟ ହୋଇ ଲେଖା ଯାଇଥିବା ଅକ୍ଷରଗୁଡ଼ିକୁ ସଜାଇ ଅର୍ଥପୂର୍ଣ ଶବ୍ଦ ଗଠନ କର ।
ଅରକାନ୍ଧ, କିନୀଅନୀ, ନମଜହା, ତାରକଳ୍ପ, ଋକବୀର୍ମ
Answer:
ଅରକାନ୍ଧ – ଅନ୍ଧକାର
କିନୀଅନୀ – ଅନୀକିନୀ
ନମଜହା – ମହାଜନ
ତାରକଳ୍ପ – କରତାଳ
ଋକବୀର୍ମ – କର୍ମବୀଋ
କ୍ଷୁଦ୍ର ଭତ୍ତରମୂଳକ ପ୍ରଶ୍ନୋତ୍ତର
Question ୧୦ ।
କବି ମହାବୀର ବୋଲି କାହାକୁ କହିଛନ୍ତି ?
Answer:
କବି ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ‘ମହାବୀର’ ବୋଲି କହିଛନ୍ତି ।
Question ୧୧ ।
ଗୋପବନ୍ଧୁଙ୍କ ମୃତ୍ୟୁରେ ଓଡ଼ିଆ ଜାତିର କି କ୍ଷତି ଘଟିଲା ?
Answer:
ଗୋପବନ୍ଧୁଙ୍କ ମୃତ୍ୟୁରେ ଏ ଜାତିର ଗର୍ବ କ୍ଷୁଣ୍ଣ ହେବା ସହ ଜାତି ମଥାମଣି ଭୂ-ଲୁଣ୍ଠିତ ହୋଇ ଅପୂରଣୀୟ କ୍ଷତି ସୃଷ୍ଟି ହେଲା ।
Question ୧୨ ।
‘ଅନୀକିନୀ’ ବୋଲି ଏଠାରେ କାହାକୁ ଅଭିହିତ କରାଯାଇଛି ?
Answer:
କବିତାରେ ଗୋପବନ୍ଧୁଙ୍କୁ ଅନୁଗତମାନଙ୍କୁ କବି ‘ଅନୀକିନୀ’ ବା ଚତୁରଙ୍ଗ ସେନାନୀ ବୋଲି ଅଭିହିତ କରିଛନ୍ତି ।
Question ୧୩ ।
ଗୋପବନ୍ଧୁଙ୍କ ମର ଶରୀରକୁ କବି କିପରି ସମ୍ମାନ ଜଣାଇବାପାଇଁ ନିବେଦନ କରିଛନ୍ତି ?
Answer:
କବି ସମସ୍ତ ନାଗରିକଙ୍କୁ ରାଜରାସ୍ତାରେ ଉପସ୍ଥିତ ରହି ଖାଲିପାଦରେ ମଥାନତ ପୂର୍ବକ ଅଶ୍ରୁଳ ନୟନରେ ଗୋପବନ୍ଧୁଙ୍କ ମର ଶରୀରକୁ ସମ୍ମାନ ଜଣାଇବାକୁ ନିବେଦନ କରିଛନ୍ତି ।
Question ୧୪ ।
ଗୋପବନ୍ଧୁଙ୍କ ଶବ ସହିତ ଯିବାପାଇଁ କେଉଁମାନଙ୍କୁ କବି ଆହ୍ୱାନ କରିଛନ୍ତି ?
Answer:
ଗୋପବନ୍ଧୁଙ୍କ ଶବ ସହିତ ଯିବାପାଇଁ କବି ରାଜା, ଧନିକ, ବଣିକ, ସୌଦାଗର, ପୁରୋହିତ, କୃଷକ, କ୍ଷତ୍ରିୟ ଆଦି ସମସ୍ତଙ୍କୁ ଆହ୍ଵାନ କରିଛନ୍ତି ।
Question ୧୫ ।
ଗୋପବନ୍ଧୁଙ୍କ ମହାଯାତ୍ରାରେ ସାମିଲ ହୋଇଥିବା ବ୍ୟକ୍ତିମାନଙ୍କୁ କ’ଣ କରିବାପାଇଁ କବି କହିଛନ୍ତି ?
Answer:
ଗୋପବନ୍ଧୁଙ୍କ ମହାଯାତ୍ରାରେ ସାମିଲ୍ ହୋଇଥବା ବ୍ରାହ୍ମଣମାନେ ମରଣମନ୍ତ୍ର ଉଚ୍ଚାରଣ କରିବେ ଓ ଜନତା ତା’ର ପାଳି ଧରିବେ ଏବଂ ଜନପଦବାସୀ ଖୋଳ କରତାଳ ଧରି ସଂକୀର୍ତ୍ତନ କରିବା ସହିତ ତାଳି ମାରିବାକୁ କବି ନିବେଦନ କରିଛନ୍ତି ।
Question ୧୬ ।
କୁଳବଧୂମାନେ ଗବାକ୍ଷ-ପୁଡ଼ା ଧରି ଠିଆ ହେବାପାଇଁ କହିବାର ଉଦ୍ଦେଶ୍ୟ କ’ଣି ?
Answer:
ତତ୍କାଳୀନ ରକ୍ଷଣଶୀଳ ସମାଜର ନାରୀର ସ୍ଵାଧୀନତା ନ ଥିବାରୁ କବି କୁଳବଧୂମାନଙ୍କୁ ଝରକା ଆଢୁଆଳରେ ଛିଡ଼ାହୋଇ ଅଶ୍ରୁବିସର୍ଜନ କରିବାକୁ ନିବେଦନ କରିଛନ୍ତି ।
Question ୧୭ ।
ଗୋପବନ୍ଧୁଙ୍କର ପ୍ରାଣଠାରୁ ପ୍ରିୟ କ’ଣ ଥିଲା ବୋଲି କବି କହିଛନ୍ତି ?
Answer:
ଜନ୍ମମାଟି ହିଁ ଗୋପବନ୍ଧୁଙ୍କର ପ୍ରାଣଠାରୁ ପ୍ରିୟ ଥିଲା ।
Question ୧୮ ।
କେଉଁ କଥା ଭୁଲି ସମସ୍ତେ ଗୋପବନ୍ଧୁଙ୍କ ମର ଶରୀରକୁ ସମ୍ମାନ ଜଣାଇବାପାଇଁ କବି ନିବେଦନ କରିଛନ୍ତି ?
Answer:
ଜାତି, ଧର୍ମ, ବର୍ଣ୍ଣ ତଥା ସଂପ୍ରଦାୟଗତ କ୍ଷୁଦ୍ରତାକୁ ଭୁଲି ସମସ୍ତେ ଗୋପବନ୍ଧୁଙ୍କ ମରଶରୀରକୁ ସମ୍ମାନ ଜଣାଇବାପାଇଁ କବି ନିବେଦନ କରିଛନ୍ତି ।
Question ୧୯ ।
କବି ଗୋପବନ୍ଧୁଙ୍କୁ ଦରିଦ୍ର-ନାରାୟଣ ରୂପେ ଅଭିହିତ କରିଛନ୍ତି କାହିଁକି ?
Answer:
ଗୋପବନ୍ଧୁ ଦରିଦ୍ର ଜନତାଙ୍କ ମେଳରେ ରହି ସେମାନଙ୍କ ମୁଖରେ ଅନ୍ନ ଦେବା ସହ ସମସ୍ତଙ୍କ ଦୁଃଖରେ ସମଭାଗୀ ହୋଇ ଅଶୁ ବିସର୍ଜନ କରୁଥିବାରୁ କବି ତାଙ୍କୁ ଦରିଦ୍ର-ନାରାୟଣ ବୋଲି ଅଭିହିତ କରାଯାଇଛି ।
Question ୨୦ ।
ଗୋପବନ୍ଧୁଙ୍କ ମର ଶରୀରକୁ ଓଡ଼ିଆ ଜାତି କାହିଁକି ସମ୍ମାନ ଦେବେ ?
Answer:
ଗୋପବନ୍ଧୁଙ୍କ ପୁଣ୍ୟକର୍ମ ବଳରେ ଓଡ଼ିଶାର ମାଟି ପବିତ୍ର ହୋଇଥିବାରୁ ଓଡ଼ିଆ ଜାତି ତାଙ୍କ ମର ଶରୀରକୁ ସମ୍ମାନ ଦେବେ ।
Question ୨୧ ।
ଓଡ଼ିଆ ଜାତି ଗୋପବନ୍ଧୁଙ୍କୁ କିପରି ସମ୍ମାନ ଜଣାଇବେ ?
Answer:
ଶବ ଶୋଭାଯାତ୍ରାରେ ସମ୍ମିଳିତ ହୋଇ ଓଡ଼ିଆ ଜାତି ନିଜର କୋଟି ମସ୍ତକକୁ ଅବନତ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ଗୋପବନ୍ଧୁଙ୍କୁ ସମ୍ମାନ ଜଣାଇବାକୁ କବି କହିଛନ୍ତି ।
Question ୨୨ ।
‘ମରଣ’ କେଉଁ କଥା ଜାଣିବା ଆବଶ୍ୟକ ବୋଲି କବି କହିଛନ୍ତି ?
Answer:
କର୍ମବୀର ଗୋପବନ୍ଧୁ ଆମର କେତେ ପ୍ରିୟ ଥିଲେ, ତାହା ମରଣ ଜାଣିବା ଆବଶ୍ୟକ ବୋଲି କବି କହିଛନ୍ତି ।
Question ୨୩ ।
କର୍ମବୀରଙ୍କ ପ୍ରତି ‘ପ୍ରିୟଭାବ’ ଜନତା କିପରି ପ୍ରକାଶ କରିପାରିବେ ?
Answer:
ଖୋଳତାଳର ସଂକୀର୍ତ୍ତନରେ ପରିବେଶକୁ ମୁଖରିତ କରି ବରବଧୂମାନେ ଅଶ୍ରୁ ବିସର୍ଜନ କରି ଶୋକାକୁଳ ପରିବେଷ ସୃଷ୍ଟି କରିବାଦ୍ୱାରା ହିଁ ଜନତା କର୍ମବୀରଙ୍କ ପ୍ରତି ପ୍ରିୟଭାବ ପ୍ରକାଶ କରିପାରିବେ ।
Question ୨୪ ।
କବି ଉକ୍ତ କବିତାରେ ଗୋପବନ୍ଧୁଙ୍କ ପାଇଁ କେଉଁ କେଉଁ ବିଶେଷଣ ପ୍ରୟୋଗ କରିଛନ୍ତି ?
Answer:
କବି ଉକ୍ତ କବିତାରେ ଗୋପବନ୍ଧୁଙ୍କପାଇଁ ମହାବୀର, ମହାଜନ, ଓଡ଼ିଆଜାତିର ମଥାମଣି, ଦରିଦ୍ର ନାରାୟଣ ଓ କର୍ମବୀର ପ୍ରଭୃତି ବିଶେଷଣମାନ ପ୍ରୟୋଗ କରିଛନ୍ତି ।
Question ୨୫ ।
କେଉଁ ଘଟଣା ପାଇଁ ଘରେ ଘରେ କ୍ରନ୍ଦନ-ରୋଳ ବାଜି ଉଠିଲା ?
Answer:
ଉତ୍କଳମଣି ଗୋପବନ୍ଧୁଙ୍କ ମହାପ୍ରୟାଣରେ ଓଡ଼ିଶାର ଘରେ ଘରେ କ୍ରନ୍ଦନ ରୋଳ ବାଜି ଉଠିଲା ।
Question ୨୬ ।
କବି ଗୋପବନ୍ଧୁଙ୍କୁ ‘ମହାଜନ’ ବୋଲି ସମ୍ବୋଧନ କରିବାର ତାତ୍ପର୍ଯ୍ୟ ବୁଝାଅ ।
Answer:
ଉତ୍କଳମଣି ଗୋପବନ୍ଧୁ ଥିଲେ ସତ୍ୟ, ସେବା, ତ୍ୟାଗ, ଅହିଂସାର ମୂର୍ତ୍ତିମନ୍ତ ବିଗ୍ରହ, ମାତୃଭୂମି ତଥା ଓଡ଼ିଆ ଜାତିର ଉନ୍ନତି ପାଇଁ ସଦା ବ୍ୟାକୁଳ ଥିବା ସେହି ମହାନ୍ ବ୍ୟକ୍ତିଙ୍କୁ କବି ଯଥାର୍ଥରେ ମହାଜନ ବୋଲି ସମ୍ବୋଧନ କରିଛନ୍ତି ।
Question ୨୭ ।
ସମସ୍ତ ପ୍ରକାର ସଂକୀର୍ୟତାକୁ ଭୁଲି ଗୋପବନ୍ଧୁଙ୍କୁ ସମ୍ମାନ ଦେବାପାଇଁ କବି କେଉଁମାନଙ୍କୁ ଆହ୍ୱାନ କରିଛନ୍ତି ?
Answer:
ସମସ୍ତ ପ୍ରକାର ସଂକୀର୍ଣ୍ଣତାକୁ ଭୁଲି ଗୋପବନ୍ଧୁଙ୍କୁ ସମ୍ମାନ ଦେବାପାଇଁ କବି ସନାତନୀ, ଖ୍ରୀଷ୍ଟିୟାନ ତଥା ମୁସଲମାନ ସଂପ୍ରଦାୟର ଲୋକମାନଙ୍କୁ ଆହ୍ବାନ ଦେଇଛନ୍ତି ।
Question ୨୮ ।
ଧର୍ମର ଊର୍ଦ୍ଧ୍ବରେ ରହି ଗୋପବନ୍ଧୁ କାହା ମୁଖରେ ଅନ୍ନ ଦେଉଥିଲେ ?
Answer:
ଧର୍ମର ଊର୍ଦ୍ଧ୍ବରେ ରହି ଗୋପବନ୍ଧୁ ନିରନ୍ନ ଜନତା ମୁଖରେ ଅନ୍ନ ଦେଉଥିଲେ ।
Question ୨୯ ।
ଗୋପବନ୍ଧୁ ଦରିଦ୍ରଙ୍କ ମୁଖରେ ଅନ୍ନ ଦେଲାବେଳେ କ’ଣ ଭୁଲି ଯାଉଥିଲେ ?
Answer:
ଗୋପବନ୍ଧୁ ଦରିଦ୍ରଙ୍କ ମୁଖରେ ଅନ୍ନ ଦେଲାବେଳେ ଜାତି-ଧର୍ମ-ବର୍ଣ୍ଣ- ସଂପ୍ରଦାୟଗତ ସଂକୀର୍ୟ ଭେଦଭାବକୁ ଭୁଲିଯାଉଥିଲେ ।
Question ୩୦ ।
ଗୋପବନ୍ଧୁଙ୍କ ଶବାଧାରରେ ଜନତା ଚରଣ ନଗ୍ନ କରି ଯିବାପାଇଁ କବି କାହିଁକି ନିବେଦନ କରିଛନ୍ତି ?
Answer:
ପାଦରୁ ପାଦୁକା ବାହାର କରି ଦେବତାଙ୍କୁ ଭକ୍ତିର ଅର୍ଘ୍ୟ ଅର୍ପଣ କରାଯାଏ, ତେଣୁ ଦେବୋପମ ବ୍ୟକ୍ତି ଗୋପବନ୍ଧୁଙ୍କୁ ସମ୍ମାନ ଜଣାଇବାପାଇଁ କବି ଜନତାକୁ ଚରଣ ନଗ୍ନ କରିବାକୁ ନିବେଦନ କରିଛନ୍ତି ।
ସପ୍ରସଙ୍ଗ ସରଳାର୍ଥ ଲେଖ
Question ୩୧ ।
ମହାବୀର ମହାପ୍ରୟାଣ ରଚିଲା ଆଜି
ତା’ ମହାଜାତିର ଗର୍ବ ଯେ ଗଲା ଭାଜି !
ଅନୀକିନୀ ତା’ର ସ୍ତସ୍ଥିତେ ଅଛି ରହି
ପ୍ରତି କରେ କରେ ପତାକା ଯାଇଛି ନଇଁ ।
Answer:
ମହାବୀର ମହାପ୍ରୟାଣ……………………………ଯାଇଛି ନଇଁ ।
ଶଂସିତ ପଦ୍ୟାଶଟି ସବୁଜ ସମସାମୟିକ ରୋମାଣ୍ଟିକ୍ କବି ଡ. ମାୟାଧର ମାନସିଂହଙ୍କ ରଚିତ ‘ମାଟିବାଣୀ’ କବିତା ସଂକଳନ ଅନ୍ତର୍ଗତ ଦୀର୍ଘ କବିତାର ଅଂଶବିଶେଷ ‘ଗୋପ ପ୍ରୟାଣ’ ଶୀର୍ଷକ କବିତାରୁ ଉଦ୍ଧୃତ ।
ଏଠାରେ କବି ଉତ୍କଳମଣି ଗୋପବନ୍ଧୁଙ୍କ ତିରୋଧାନରେ ନିଜ ବ୍ୟଥାତୁର ହୃଦୟର କାରୁଣ୍ୟ ପ୍ରକାଶ କରିବା ସହ ଓଡ଼ିଆ ଜାତିର ଅପୂରଣୀୟ କ୍ଷତି ଉପରେ ଆଲୋକପାତ କରିଛନ୍ତି । ଗୋପବନ୍ଧୁ ଥିଲେ ଓଡ଼ିଶାବାସୀଙ୍କ ପାଇଁ ମୁକୁଟ ବିହୀନ ସମ୍ରାଟ, ଓଡ଼ିଆ ଜାତିର କର୍ଣ୍ଣଧାର ତଥା ପ୍ରପୀଡ଼ିତ, ଦୁଗ୍ଧ, ଦୁର୍ଗତ ଜନତାର ବନ୍ଧୁ । ତାଙ୍କ ବିୟୋଗରେ ମ୍ରିୟମାଣ ଓଡ଼ିଶାବାସୀଙ୍କ ହୃଦୟ ଦୁଃଖରେ ଭାଙ୍ଗିପଡ଼ିଥିଲା ।
କବିଙ୍କ ମତରେ ଏ ଜାତିର ମହାବୀରଙ୍କ ମହାପ୍ରୟାଣରେ ଓଡ଼ିଶାର ଶିକ୍ଷାବିତ୍, ବୁଦ୍ଧିଜୀବୀଙ୍କଠାରୁ ଆରମ୍ଭ କରି ଦୀନ-ଦୁର୍ଗତ, ସାଧାରଣ କୃଷକ ଓ ଶ୍ରମିକ ପର୍ଯ୍ୟନ୍ତ ତାଙ୍କ ଚତୁରଙ୍ଗ ସେନାନୀ ସ୍ତମ୍ବିତ ହୋଇ ଉଠିଥିଲେ । ଓଡ଼ିଆ ଜାତିର ଗର୍ବୋନ୍ନତ ପତାକା ଦୁଃଖରେ ନଇଁ ପଡ଼ିଥିଲା । ଗୋପବନ୍ଧୁ କେବଳ ଅସହାୟ ଦୁର୍ଗତ ଲୋକଙ୍କ ପାଇଁ ଦେବତୁଲ୍ୟ ନ ଥିଲେ, ସେ ଥିଲେ ସମଗ୍ର ଓଡ଼ିଶାର ଅଦ୍ବିତୀୟ ପ୍ରତିନିଧୂ । ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତିର ସ୍ୱପ୍ନ ତାଙ୍କୁ ସଦା ବିଚଳିତ କରୁଥିଲା ।
ନୀତିନିଷ୍ଠ ରାଜନୀତି, ସାହିତ୍ୟ, ସାମ୍ବାଦିକତା ଆଦି ସବୁ କ୍ଷେତ୍ରରେ ଓଡ଼ିଶାର ଟେକ ରଖ୍ ସେ ସବୁ ଓଡ଼ିଆଙ୍କ ହୃଦୟରେ ଏପରିଭାବେ ସ୍ଥାନିତ ହୋଇଥିଲେ ଯେ, ତାଙ୍କ ବିୟୋଗରେ ଓଡ଼ିଆ ଜାତି ଦୁଃଖରେ ଭାଙ୍ଗିପଡ଼ିଲା । ଜାତିର ଗର୍ବ ଭାଜିଗଲା ବୋଲି ରାଜ୍ୟବାସୀଙ୍କ ଆଖୁ ବହିଗଲା ଅମାନିଆ ଲୋତକର ଧାର ।
Question ୩୨ ।
ଧର୍ମ ଭୁଲି ସେ ଦରିଦ୍ର ମୁଖେ
ଅନ୍ନ ଦେଇଛି ଆଣି,
ସକଳ ଦୁଃଖକୁ ନିଜ ଦୁଃଖ କରି
ଚକ୍ଷୁ ଦେଇଛି ପାଣି ।
Answer:
ଧର୍ମ ଭୁଲି ସେ……………………………………….ଚକ୍ଷୁ ଦେଇଛି ପାଣି।
ପ୍ରଦତ୍ତ ପଦ୍ୟାଶଟି ପ୍ରଖ୍ୟାତ କବି ଡ. ମାୟାଧର ମାନସିଂହଙ୍କ ରଚିତ ‘ମାଟିବାଣୀ’ କବିତା ସଂକଳନ ଅନ୍ତର୍ଗତ ଏକ ଦୀର୍ଘ କବିତାର ଅଂଶବିଶେଷ ‘ଗୋପ ପ୍ରୟାଣ’ ଶୀର୍ଷକ କବିତାରୁ ଉଦ୍ଧୃତ ।
ଏଠାରେ କବି ମାନସିଂହ ଗୋପବନ୍ଧୁଙ୍କ ବିଶାଳ ହୃଦୟର ମାନବିକ ସମ୍ବେଦନଶୀଳତା, ସେବା, ତ୍ୟାଗର ମହାନତା ଏବଂ ଧର୍ମନିରପେକ୍ଷତା ଆଦି ସ୍ଵର୍ଗୀୟ ଗୁଣାବଳୀ ଉପରେ ଆଲୋକପାତ କରିଛନ୍ତି ।
ବନ୍ୟା, ବାତ୍ୟା ଓ ମରୁଡ଼ିର କରାଳଗ୍ରାସରେ ସଦା କବଳିତ ଓଡ଼ିଶାର ଦୁସ୍ଥ, ଦୁର୍ଗତ ଜନସାଧାରଣ ପ୍ରାୟ ପ୍ରତିବର୍ଷ ଚାହିଁ ରହିଥାଆନ୍ତି ଗୋପବନ୍ଧୁଙ୍କ ଉପସ୍ଥିତିକୁ ।
ପ୍ରପୀଡ଼ିତ ଜନତା ତାଙ୍କ ହାତରୁ ଆହାର ମୁଠିଏ ପାଇଲେ, ସମ୍ବେଦନଭରା କଥା ପଦିଏ ଶୁଣିଦେଲେ ସେମାନଙ୍କ ହୃଦୟରେ ଆଶା ଆଶ୍ବାସନା ଭରିଯାଏ । ନିରନ୍ନ, ଦରିଦ୍ର ଲୋକଙ୍କ ଦୁସ୍ଥ ଓ ଦୟନୀୟ ଅବସ୍ଥା ଦେଖୁ ଗୋପବନ୍ଧୁଙ୍କ ଚକ୍ଷୁରୁ ଧାର ଧାର ଅଶୁ ନିଗିଡ଼ିପଡ଼େ । ସେମାନଙ୍କ ଦୁଃଖରେ ସମଦୁଃଖୀ ହୋଇ ଆବଶ୍ୟକ ସମୟରେ ସେ ଯତ୍ପରୋନାସ୍ତି ସାହାଯ୍ୟ, ସହଯୋଗ ଓ ସହାନୁଭୂତି ଦେବାକୁ ଆଗେଇ ଆସନ୍ତି । ସାହାଯ୍ୟ ଦେଲାବେଳେ ଜାତି, ଧର୍ମ ଓ ବର୍ଣ୍ଣ ପ୍ରତି ପକ୍ଷପାତିତା କରିବା ଦୂରେ ଥାଉ; ସଭିଙ୍କୁ ସମଦୃଷ୍ଟି ଦେଇ ମଣିଷ ହୃଦୟ ମଧ୍ଯରେ ଥିବା ଈଶ୍ବରଙ୍କ ସେବା କରୁଛନ୍ତି ବୋଲି ସେ ଅନୁଭବ କରିଥାଆନ୍ତି ।
ସେଥିପାଇଁ ସେ ହୋଇଥା’ନ୍ତି ଦୀନ-ଦୁର୍ଗତର ବନ୍ଧୁ, ଅସହାୟ-ପୀଡ଼ିତ ଜନର ଭଗବାନ । ତାଙ୍କ ତିରୋଧାନରେ କବିଙ୍କ ବ୍ୟଥାତୁର ହୃଦୟରେ କାରୁଣ୍ୟ ଭରିଯାଇଛି । ତେଣୁ ସେହି ପୁଣ୍ୟାତ୍ମାଙ୍କ ଶବାଧାର ପାର୍ଶ୍ଵରେ ଉପସ୍ଥିତ ରହି ତାଙ୍କ ଅମର ଆତ୍ମା ପ୍ରତି ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରିବାକୁ କବି ସବୁବର୍ଗ, ସବୁ ସମ୍ପ୍ରଦାୟର ଜନତାଙ୍କୁ ଆହ୍ଵାନ କରିଛନ୍ତି ।
Question ୩୩ ।
ଆସ ସନାତନୀ, ଆସ ଖ୍ରୀଷ୍ଟାନ,
ଆସ ହେ ମୁସଲମାନ
କର ଥରେ ସମ୍ମାନ ।
Answer:
ଆସ ସନାତନୀ,……………………..ଥରେ ସମ୍ମାନ ।
ଶଂସିତ ପଦ୍ୟାଶଟି ଡ. ମାୟାଧର ମାନସିଂହଙ୍କ ରଚିତ ‘ମାଟିବାଣୀ’ କବିତା ସଂକଳନ ଅନ୍ତର୍ଗତ ଏକ ଦୀର୍ଘ କବିତାର ଅଂଶବିଶେଷ ‘ଗୋପ ପ୍ରୟାଣ’ ଶୀର୍ଷକ କବିତାରୁ ଉଦ୍ଧୃତ ।
ଏଠାରେ କବି ମାନସିଂହ ଗୋପବନ୍ଧୁଙ୍କର ଉଦାର ମାନବିକତା ତଥା ଧର୍ମନିରପେକ୍ଷତାର ଜୟଗାନ କରି, ସେହି ମହାନ୍ ଆତ୍ମାଙ୍କ ପ୍ରତି ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରିବାକୁ ଜନତାଙ୍କୁ ଆହ୍ଵାନ କରିଛନ୍ତି ।
ଭଗବାନଙ୍କ ସୃଷ୍ଟିରେ ସବୁ ରକ୍ତ-ମାଂସ ଦେହଧାରୀ, ମଣିଷ ଭାବେ ପରିଚିତ ଏବଂ ସବୁ ନର କଳେବର ମଧ୍ୟରେ ଈଶ୍ବରସତ୍ତା ବିଦ୍ୟମାନ । ଏ
ହା ଅନୁଭବ କରିଥିଲେ ପୁଣ୍ୟାତ୍ମା ଉତ୍କଳମଣି । ଦୈବୀ ଦୁର୍ବିପାକବେଳେ ଅସହାୟ, ଦୁଗ୍ଧ, ଦୁର୍ଗତ, ନିରନ୍ନ, ବୁଭୁକ୍ଷୁ ଲୋକଙ୍କ ମୁଖରେ ଆହାର ଦେବାବେଳେ ସେ କିଏ କେଉଁ ଜାତିର, କେଉଁ ସମ୍ପ୍ରଦାୟର କି କେଉଁ ଧର୍ମର ତାହା ଦେଖୁ ନ ଥିଲେ । ତାଙ୍କ ପାଇଁ ସମଗ୍ର ମାନବ ଜାତି ଥିଲେ ତାଙ୍କର ଭାଇ । ଜାତି-ଭେଦ, ବର୍ଣ୍ଣ-ବୈଷମ୍ୟ ଓ ସାମ୍ପ୍ରଦାୟିକ ବିଶ୍ଳେଷ ସମାଜର ନ୍ୟସ୍ତସ୍ଵାର୍ଥ ତଥା ରକ୍ଷଣଶୀଳ ମନୋବୃତ୍ତିସମ୍ପନ୍ନ ବ୍ୟକ୍ତିଙ୍କର ଚକ୍ରାନ୍ତ ବୋଲି ସେ କହୁଥିଲେ । କବି ସେହି ମାନବବାଦୀ ଦିବ୍ୟାତ୍ମାଙ୍କ ଶବ ଶୋଭାଯାତ୍ରାରେ ସବୁ ବର୍ଗର ଓ ସବୁ ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କୁ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି । ପାର୍ଶ୍ବରେ ଲୋତକାପ୍ଲ ତ ନୟନରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ନିବେଦନ କରିବାକୁ କବି ସମସ୍ତଙ୍କୁ ଆହ୍ଵାନ କରିଛନ୍ତି ।
Question ୩୪ ।
ସେ ଥିଲା କୋଟିଏ ଦରିଦ୍ର ମେଳେ
ଛି କହ କିଏ ?
ତାହାଠାରୁ ବଳି ଅଛି କହ କିଏ ?
ତୁମର ପୂଜ୍ୟଜନ ?
Answer:
ସେ ଥୁଲା………………………………..…..ପୂଜ୍ଯଜନ ?
ପ୍ରୋକ୍ତ ପଦ୍ୟାଶଟି ଡ. ମାୟାଧର ମାନସିଂହଙ୍କ ରଚିତ ‘ମାଟିବାଣୀ’ କବିତା ସଂକଳନ ଅନ୍ତର୍ଗତ ଏକ ସୁଦୀର୍ଘ କବିତାର ଅଂଶବିଶେଷ ‘ଗୋପ ପ୍ରୟାଣ’ ଶୀର୍ଷକ କବିତାରୁ ଉଦ୍ଧୃତ ।
ଏଠାରେ କବି ଦରିଦ୍ରର ଭଗବାନ, ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଅତୁଳନୀୟ ସେବା ଓ ତ୍ୟାଗର ମହତ୍ତ୍ବ ଉପସ୍ଥାପନ କରିବା ସହ ତାଙ୍କ ଅନନ୍ୟ ବ୍ୟକ୍ତିତ୍ଵର ମହନୀୟତା ଉପରେ ଆଲୋକପାତ କରିଛନ୍ତି ।
ପ୍ରପୀଡ଼ିତ, ଦୁଃସ୍ଥ, ଦୁର୍ଗତ ଜନତାର ବନ୍ଧୁ ଉତ୍କଳମଣି ଗୋପବନ୍ଧୁଙ୍କ ଆର୍ଥିକ ଅବସ୍ଥା ସେତେ ସ୍ଵଚ୍ଛଳ ନ ଥିଲା । କିନ୍ତୁ ଅସହାୟ, ଦରିଦ୍ର, ନିରନ୍ନ, ବୁଭୁକ୍ଷୁ ଜନତା ପ୍ରତି ତାଙ୍କ ପ୍ରାଣରେ ଭରି ରହିଥିଲା ଦରଦ । ବନ୍ୟା, ବାତ୍ୟା ପ୍ରପୀଡ଼ିତ ଲୋକଙ୍କ ଦୁଃଖ କଷ୍ଟ ଦେଖିଲେ ତାଙ୍କ ଆଖରେ ଲୋତକ ଭରି ଉଠୁଥିଲା ।
ଗାଁ ଗାଁ ବୁଲି ଭିକ୍ଷା କରି ସେ ଦୁସ୍ଥ, ଦୁର୍ଗତଙ୍କ ମୁଖରେ ଆହାର ଦେବାକୁ ବାହାରି ପଡୁଥିଲେ । ଏପରିକି ନିଜ ପରିବାରକୁ ଉପେକ୍ଷା କରି, ନିଜ ସ୍ବାସ୍ଥ୍ୟ ପ୍ରତି ଉଦାସୀନ ରହି ସେ ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ରିଲିଫ୍ ବଣ୍ଟନ କରିବାକୁ ସାହସର ସହିତ ଆଗେଇ ଯାଉଥିଲେ । ତାଙ୍କ ହାତରୁ ଅନ୍ନ ମୁଠାଏ ପାଇବାକୁ ଓ ତାଙ୍କ ସମ୍ବେଦନାଭରା କଥା ପଦିଏ ଶୁଣିବାକୁ ଦରିଦ୍ର ଜନତା ଚାହିଁ ବସୁଥିଲେ । ତାଙ୍କ ମୁଖନିଃସୃତ ସ୍ନେହବୋଳା କଥାପଦିକ ସେମାନଙ୍କ ‘ମାନବ ସେବା ହିଁ ମାଧବ ସେବା’କୁ ଜୀବନର ବ୍ରତ କରିଥିବା ସେହି ଋଷିପ୍ରତିମ ବ୍ୟକ୍ତିଠାରୁ ଅଧ୍ବକ ପୂଜ୍ୟଜନ ଏ ଧରାଧାମରେ ନାହାନ୍ତି । ତେଣୁ ତାଙ୍କ ବିୟୋଗରେ ଏ ଜାତିର ଅପୂରଣୀୟ କ୍ଷତି ଘଟିଗଲା ବୋଲି କବି କହିଛନ୍ତି ।
Question ୩୫ ।
ମରଣ ଜାଣୁ ହେ, କେଡ଼େ ପ୍ରିୟ ଥିଲେ
ଆମର କର୍ମବୀର ।
Answer:
ମରଣ ଜାଣୁ ହେ, ………………………………କର୍ମବୀର ।
ଶଂସିତ ପଦ୍ୟାଶଟି ଡ. ମାୟାଧର ମାନସିଂହଙ୍କ ରଚିତ ‘ମାଟିବାଣୀ’ କବିତା ସଂକଳନ ଅନ୍ତର୍ଗତ ଏକ ଦୀର୍ଘ କବିତାର ଅଂଶବିଶେଷ ‘ଗୋପ ପ୍ରୟାଣ’ ଶୀର୍ଷକ କବିତାରୁ ଉଦ୍ଧୃତ ।
ଏଠାରେ କବି ଗୋପବନ୍ଧୁଙ୍କ ମରଶରୀରର ଶ୍ମଶାନଯାତ୍ରା ପଟୁଆରକୁ ଏକ ଅତୁଳନୀୟ ଶୋଭାଯାତ୍ରାରେ ପରିଣତ କରି ମୃତ୍ୟୁକୁ ଚକିତ କରିଦେବାକୁ ସମବେତ ଜନତାକୁ ଆହ୍ଵାନ କରିଛନ୍ତି ।
‘‘ପ୍ରାଣୀର ଭଲମନ୍ଦ ବାଣୀ, ମରଣ କାଳେ ତାହା ଜାଣି’’– ଭାଗବତ ମହାପୁରାଣରେ ଉଲ୍ଲିଖ୍ ଏ ପଦର ଯଥାର୍ଥତା ରହିଛି । ବ୍ୟକ୍ତିର ଜୀବନକାଳ ମଧ୍ୟରେ ଘଟିଥିବା ସମସ୍ତ କର୍ମଫଳ ତା’ର ମୃତ୍ୟୁ ସମୟରେ ପରିଦୃଷ୍ଟ ହୁଏ । ଗୋପବନ୍ଧୁଙ୍କ ମହାପ୍ରୟାଣ ସମ୍ବାଦରେ ସାରା ଓଡ଼ିଶାର ଅଗଣିତ ଜନତା ଶୋକାତୁର ହୋଇ ତାଙ୍କ ମରଶରୀରକୁ ଶେଷ ଦର୍ଶନ କରିବାକୁ ଧାଇଁ ଆସିଥିଲେ ।
ତାଙ୍କ ଶବାଧାର ପାର୍ଶ୍ଵରେ ତଥା ଶବ ଶୋଭାଯାତ୍ରାରେ ସମବେତ ଜନସମୁଦ୍ର ଓ ସଭିଙ୍କ ବିକଳ କ୍ରନ୍ଦନରେ ଶୋକାକୁଳ ପରିବେଶ କାରୁଣ୍ୟରେ ଭରି ଉଠିଥିଲା । ଉପସ୍ଥିତ ଜନତାଙ୍କ ଉଦ୍ଦେଶ୍ୟରେ କବି କହିଛନ୍ତି ଯେ ସମସ୍ତେ ସେମାନଙ୍କ ପ୍ରାଣପ୍ରିୟ ନେତାଙ୍କ ଅମର ଆତ୍ମାର ସଦ୍ଗତି ନିମିତ୍ତ ଖୋଳ, କରତାଳ ଧରି ନାମ ସଂକୀର୍ତ୍ତନ କରିବା ପୂର୍ବକ ଲୋତକାପ୍ଲ ତ ନୟନରେ ପ୍ରାର୍ଥନା କରନ୍ତୁ । ଅପୂର୍ବ ପରିବେଶରେ ସେହି ଅଗଣିତ ଜନତାଙ୍କ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦର୍ଶନ କରି ମୃତ୍ୟୁ ବିସ୍ମିତ ହେଉ ଓ ପୁଣ୍ୟାତ୍ମାଙ୍କ ଲୋକପ୍ରିୟତା ତଥା ମହନୀୟ ମାନବତାକୁ ତିଳେ ତିଳେ ଅନୁଭବ କରୁ ବୋଲି କବିଙ୍କ ଶୋକାତୁର ହୃଦୟର ଆବେଗଭା ଆହ୍ବାନ ବାସ୍ତବିକ ପ୍ରଣିଧାନଯୋଗ୍ୟ ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question ୩୬ ।
ଗୋପବନ୍ଧୁଙ୍କ ମହାପ୍ରୟାଣ ଓଡ଼ିଆ ଜାତିର ଗର୍ବକୁ କିପରି କ୍ଷୁଣ୍ଣ କଲା ବୁଝାଅ ।
କିମ୍ବା, ଗୋପବନ୍ଧୁଙ୍କ ପାର୍ଥିବ ଶରୀରର ଅବସାନ ଓଡ଼ିଆ ଜାତିର ଗର୍ବ ଓ ଗୌରବକୁ କିପରି ଆଘାତ କରିଥିଲା, ତାହା ଉଲ୍ଲେଖ କର ।
କିମ୍ବା, ଗୋପବନ୍ଧୁଙ୍କର ଦେହାବସାନ ଓଡ଼ିଆ ଜାତିର ଗର୍ବ ଓ ଗୌରବର ଅବସାନ – ପଠିତ ‘ଗୋପ ପ୍ରୟାଣ’ କବିତାରେ ଏହା କିପରି ଭାବରେ ପ୍ରତିଫଳିତ ହୋଇଛି, ତାହା ବର୍ଣ୍ଣନା କର ।
Answer:
ଓଡ଼ିଆ କାବ୍ୟକବିତାରେ ସବୁଜ ସମସାମୟିକ କବି ଡ. ମାୟାଧର ମାନସିଂହ ପ୍ରେମ-ପ୍ରଣୟର ଚିତ୍ରକାର ଭାବେ କାବ୍ୟାମୋଦୀ ପାଠକଙ୍କ ମାନସପଟରେ ସଦା ସ୍ମରଣୀୟ । ସାହିତ୍ୟର ଏପରି କୌଣସି ବିଭାଗ ନାହିଁ, ଯେଉଁଥରେ ସେ ଲେଖନୀ ଚାଳନା କରିନାହାନ୍ତି । ବହୁ କବିତା ସଂକଳନ ସହ ସେ କାବ୍ୟ, ନାଟକ, ଜୀବନୀ, ଆତ୍ମଜୀବନୀ, ପ୍ରବନ୍ଧ, ସାହିତ୍ୟ ସମାଲୋଚନା, ସାହିତ୍ୟର ଇତିହାସ, ଭ୍ରମଣ କାହାଣୀ ଏବଂ ଜଗନ୍ନାଥ ସଂସ୍କୃତି ଉପରେ ଗ୍ରନ୍ଥ ରଚନା କରି ତାଙ୍କ ଅନନ୍ୟ ସାରସ୍ଵତ ପ୍ରତିଭାର ସ୍ବାକ୍ଷର ରଖ୍ଯାଇଛନ୍ତି । ‘ଧୂପ’, ‘ହେମଶସ୍ୟ’, ‘ହେମପୁଷ୍ପ’, ‘କୋଣାର୍କ’, ‘ଉପେକ୍ଷିତା’, ‘ସାଧବ ଝିଅ’, ‘ପଶ୍ଚିମ ପଥକ’ ଓ ‘କବି ଓ କବିତା’ଆଦି ତାଙ୍କର କେତୋଟି ଉଲ୍ଲେଖଯୋଗ୍ୟ ସୃଷ୍ଟି ।
ମାନସିଂହ ହେଉଛନ୍ତି ଏକାଧାରରେ ପ୍ରେମ ଓ ସୌନ୍ଦର୍ଯ୍ୟର, ଜାତୀୟତା ଓ ମାନବିକତାର, ରୂପ ଓ ଅରୂପର ଏବଂ ଅଶ୍ରୁ ଓ ଆନନ୍ଦର କବି । ଆଲୋଚ୍ୟ କବିତା ‘ଗୋପ ପ୍ରୟାଣ’କବିଙ୍କ ‘ମାଟିବାଣୀ’କବିତା ସଂକଳନ ଅନ୍ତର୍ଗତ ଏକ ଦୀର୍ଘ କବିତାର ଅଂଶବିଶେଷ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ମହାପ୍ରୟାଣ କବି ମାନସିଂହଙ୍କ ମାନସପଟରେ ଯେଉଁ କ୍ଷତ ସୃଷ୍ଟି କରିଥିଲା ତା’ର କଳାତ୍ମକ ଅଭିବ୍ୟକ୍ତି କବିତାରେ ଆତ୍ମପ୍ରକାଶ କରିଛି । କବି ଉତ୍କଳମଣିଙ୍କ ମହନୀୟ ଆଦର୍ଶ ଓ ମାନବିକ ମୂଲ୍ୟବୋଧ ଉପରେ ଆଲୋକପାତ କରିବା ସହ ତାଙ୍କ ବିୟୋଗ ଉତ୍କଳବାସୀଙ୍କ ହୃଦୟରେ ଯେଉଁ ଶୋକୋକ୍ସାସର କାରୁଣ୍ୟ ଭରିଦେଇଛି ଓ ଓଡ଼ିଆ ଜାତିର ଯେଉଁ ଅପୂରଣୀୟ କ୍ଷତି ଘଟାଇଛି ତାହା ଅବତାରଣା କରିଛନ୍ତି ।
ଜାତିର କର୍ଣ୍ଣଧାର ଗୋପବନ୍ଧୁ ଥିଲେ ଓଡ଼ିଆ ଜାତିର ଗର୍ବ ଓ ଗୌରବ, ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ଅବତାର । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଜନଜାଗରଣ ସୃଷ୍ଟି କରିବାରେ ତାଙ୍କ ବଳିଷ୍ଠ ଭୂମିକାକୁ ଏ ଜାତି କଦାପି ଭୁଲିପାରିବ ନାହିଁ । ରାଜନୀତିକୁ ତ୍ୟାଗସର୍ବସ୍ଵ କରାଇବାପାଇଁ ତାଙ୍କର ପ୍ରଚେଷ୍ଟା ଉଲ୍ଲେଖଯୋଗ୍ୟ । ଜାତୀୟ ସ୍ତରରେ, ଜନ୍ମଭୂମି ଓଡ଼ିଶାର ସ୍ଵାତନ୍ତ୍ର୍ୟ ପ୍ରତିଷ୍ଠା କରାଇବାରେ ତାଙ୍କର ଅବଦାନ କମ୍ ନୁହେଁ । ସର୍ବୋପରି ବନ୍ୟା, ବାତ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ଦୁର୍ବିପାକର କରାଳ ଗ୍ରାସରେ ଓଡ଼ିଶା ଚିର ପ୍ରପୀଡ଼ିତ ହେଉଥିଲାବେଳେ ଦୁସ୍ଥ, ଅସହାୟ, ଦୁର୍ଗତ ଲୋକଙ୍କ ପାଖରେ ଉପସ୍ଥିତ ହୋଇ ସେ ଯେଉଁ ଅଯାଚିତ ସାହାଯ୍ୟ, ସହଯୋଗ ଓ ସହାନୁଭୂତିର ହସ୍ତ ପ୍ରସାରଣ କରିଥିଲେ ତାହା ତାଙ୍କ ଉଦାର ମାନବିକତାର ଉଜ୍ଜ୍ଵଳ ଦୃଷ୍ଟାନ୍ତ । ଏତଦ୍ଭିନ୍ନ ସାହିତ୍ୟ, ସଂସ୍କୃତି, ଶିକ୍ଷା, ସାମ୍ବାଦିକତା ଓ ଆଧ୍ୟାତ୍ମିକତା ସହ ଓତପ୍ରୋତ ଭାବେ ଜଡ଼ିତ ରହି ସେ ସାଜିଥିଲେ ଓଡ଼ିଆ ଜାତିର ମହାନାୟକ ।
ଗୋପବନ୍ଧୁଙ୍କ ମହାପ୍ରୟାଣରେ ଓଡ଼ିଆ ଜାତି ତା’ର ମହାନାୟକଙ୍କୁ ହରାଇ ଦୁଃଖରେ ହତବାକ୍ ହୋଇଯାଇଛି । ଜାତି ମହାବୀରର ମହାଯାତ୍ରାରେ ଶୋକାକୁଳ ହୋଇପଡ଼ିଛନ୍ତି ସାରା ଓଡ଼ିଶାର ଅଗଣିତ ଜନତା । ଓଡ଼ିଆ ଜାତିର ମଥାମଣି ଯେ ଭୂ- ଲୁଣ୍ଠିତ ହୋଇଯାଇଛି, ଏ ଦୁଃସମ୍ବାଦ ଶ୍ରବଣରେ ଓଡ଼ିଶାର ବୁଦ୍ଧିଜୀବୀ, ଶିକ୍ଷାବିତ୍ଙ୍କଠାରୁ ଆରମ୍ଭ କରି ସାଧାରଣ କୃଷକ, ଶ୍ରମଜୀବୀ ପର୍ଯ୍ୟନ୍ତ ସଭିଙ୍କ ହୃଦୟରେ ଭରିଯାଇଛି ଦୁଃଖର କାରୁଣ୍ୟ । ଓଡ଼ିଶାବାସୀ ତାଙ୍କ ମୁକୁଟବିହୀନ ସମ୍ରାଟଙ୍କୁ ହରାଇ ଶୋକରେ ଅଧୀର ହୋଇଉଠିଛନ୍ତି । କବି ମାନସିଂହ ଶୋକାତୁର ହୃଦୟରେ ରାଜ୍ୟର ସବୁବର୍ଗର ଲୋକଙ୍କୁ ଶବାଧାର ପାର୍ଶ୍ଵରେ ଉପସ୍ଥିତ ହେବାକୁ ଆହ୍ଵାନ ଦେଇଛନ୍ତି । ବିଷାଦଗ୍ରସ୍ତ ଓଡ଼ିଶାବାସୀଙ୍କୁ ରାଜପଥ ପାର୍ଶ୍ଵରେ ନଗ୍ନପାଦରେ ଦଣ୍ଡାୟମାନ ରହି ସଶ୍ରଦ୍ଧ ଶେଷ ପ୍ରଣାମ ଜଣାଇବାକୁ ଡାକରା ଦେଇଛନ୍ତି । କବିଙ୍କ କଣ୍ଠରୁ ଝରିପଡ଼ିଛି–
‘ମଥା ନତ କରି ସମ୍ମାନ କର,
ସ୍ଵର୍ଗତ ମହାଜନେ,
ତୁମ ମେଳେ କହ ଅଛି କିଏ ଆଉ
ତାହା ପରି ଆଉ ଜଣେ ?’
ବାସ୍ତବିକ ଗୋପବନ୍ଧୁଙ୍କ ପରି ଜଣେ ରକ୍ତ-ମାଂସ-ଦେହଧାରୀ ଦେବାତ୍ମା ଥିଲେ କୋଟିକରେ ଗୋଟିଏ ପରି । ମାନବ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିଲେ ସେ । ଅସହାୟର ସାହା, ଦୁର୍ଗତ, ପ୍ରପୀଡ଼ିତ ଜନତାର ସେବାରେ ସେ ନିଜକୁ ଉତ୍ସର୍ଗ କରି ମହନୀୟ ଆଦର୍ଶର ପରାକାଷ୍ଠା ପ୍ରଦର୍ଶନ କରିଯାଇଛନ୍ତି । ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ସେ ସବୁ ଓଡ଼ିଶାବାସୀଙ୍କର ଅତି ପ୍ରିୟ ଥିଲେ । ତାଙ୍କ ମନରେ ସଂକୀର୍ଣ୍ଣ ଜାତିଭେଦ କି ଛୁଆଁ-ଅଛୁଆଁ ଭେଦଭାବ ନ ଥିଲା । ତାଙ୍କ ପାଇଁ ସମଗ୍ର ମାନବ ସମାଜ ଥିଲା ଗୋଟିଏ ଜାତି ।
ସବୁ ମଣିଷ ଭିତରେ ସେ ଭଗବାନଙ୍କ ସ୍ୱରୂପ ଦର୍ଶନ କରୁଥିଲେ । ତେଣୁ ମାନବ ସେବାକୁ ସେ ମାଧବ ସେବା ବୋଲି ଧରିନେଇଥିଲେ । କୌଣସି ଏକ ନିର୍ଦ୍ଦିଷ୍ଟ ଧର୍ମ ବା ସମ୍ପ୍ରଦାୟ ମଧ୍ୟରେ ଆବଦ୍ଧ ନ ରହି ସବୁ ମଣିଷଙ୍କୁ ସମଦୃଷ୍ଟିରେ ଦେଖୁଥିଲେ ସେ । ତାଙ୍କ ପରି ଆଉ ଜଣେ ପୁଣ୍ୟାତ୍ମା ଯେ ଧରାପୃଷ୍ଠରେ ସମ୍ଭବ ହେବ ଏହି ସଂଶୟ କବି ମନରେ ଜାତ ହୋଇଛି । ତେଣୁ ଓଡ଼ିଆ ଜାତିର ଗର୍ବ, ଏହି ଦିବ୍ୟାତ୍ମାଙ୍କ ତିରୋଧାନରେ ମ୍ରିୟମାଣ ହୋଇ କବି ରାଜା, ପ୍ରଜା, ଧନିକ, ବଣିକ, ସୌଭାଗ୍ୟଶାଳୀ ସୌଦାଗର, କୃଷକ, ଶ୍ରମଜୀବୀ, କ୍ଷତ୍ରିୟ, ପୁରୋହିତ ସବୁ ଶ୍ରେଣୀର ଲୋକଙ୍କୁ ତାଙ୍କ ଶବ ଶୋଭାଯାତ୍ରାରେ ସାମିଲ ହେବାକୁ ଆହ୍ଵାନ ଦେଇଛନ୍ତି ।
ଦିବଂଗତ ଆତ୍ମାର ସଦ୍ଗତି ପାଇଁ ମନ୍ତ୍ରାଚ୍ଚାରଣ କରିବାକୁ ବ୍ରାହ୍ମଣଙ୍କୁ କବି ଅନୁରୋଧ କରିଛନ୍ତି । ମୃଦଙ୍ଗ ଓ କରତାଳ ଧରି ସଂକୀର୍ତ୍ତନ କରିବାକୁ ସମବେତ ଜନତାକୁ କବି ନିବେଦନ କରିଛନ୍ତି । ମନରୁ ସବୁ ଭେଦ-ଭାବ, ବିଦ୍ବେଷ ଭୁଲି ସବୁ ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କୁ ଶବାଧାର ପାର୍ଶ୍ବରେ ଉପସ୍ଥିତ ହେବାକୁ କବି ନିବେଦନ କରିଛନ୍ତି । କବିଙ୍କ ଭାଷାରେ –
‘ଆସ ସନାତନୀ, ଆସ ଖ୍ରୀଷ୍ଟାନ,
ଆସ ହେ ମୁସଲମାନ
ଜାତିର ରାଜାକୁ କ୍ଷୁଦ୍ରତା ଭୁଲି
କର ଥରେ ସମ୍ମାନ ।’’
ଦରିଦ୍ର ଓ ପ୍ରପୀଡ଼ିତଙ୍କ ମୁଖରେ ଆହାର ଦେଲାବେଳେ ତାଙ୍କ ଚକ୍ଷୁ ଲୋତକାପ୍ଲୁତ ହୋଇଉଠୁଥିଲା । ଅନ୍ୟର ଦୁଃଖରେ ସମଦୁଃଖୀ ହୋଇ ସେ ସାହାଯ୍ୟ, ସହଯୋଗର ହାତ ବଢ଼ାଇ ଦେଉଥିଲେ । ତେଣୁ ତାଙ୍କ ପରି ଜଣେ ଦେବୋପମ, ଋଷିପ୍ରତିମ ବ୍ୟକ୍ତି ଯେ ସମସ୍ତଙ୍କର ପୂଜ୍ୟ ତଥା ବିଶେଷକରି ଓଡ଼ିଆ ଜାତିର ଗର୍ବ ଏଥିରେ ସନ୍ଦେହର ଅବକାଶ ନାହିଁ । ତେଣୁ ତାଙ୍କ ଶବାଧାର ପାର୍ଶ୍ଵରେ ଉପସ୍ଥିତ ଜନତା ନତମସ୍ତକ ପୂର୍ବକ ଅଶୁବିସର୍ଜନ କରିବାକୁ କବି ନିବେଦନ କରିଛନ୍ତି । ସଂକୀର୍ତ୍ତନର ଗୁରୁଗମ୍ଭୀର ନିନାଦ ଓ କୋଟି ଜନତାର ଅଶୁବର୍ଷଣ ଦେଖ୍ ଜୀବନର ମହାସତ୍ୟ ‘ମରଣ’ ବିସ୍ମିତ ହେଉ ବୋଲି ଶୋକାକୁଳ ଜନତାଙ୍କୁ ବାଷ୍ପରୁଦ୍ଧ କଣ୍ଠରେ କବି ଆହ୍ୱାନ କରି କହିଛନ୍ତି –
‘ବାଜୁ ଖୋଳତାଳ, ବରବଧୂ ସବୁ
ତେଜ ହେ ଅଶୁନୀର,
ମରଣ ଜାଣୁ ହେ, କେଡ଼େ ପ୍ରିୟ ଥିଲେ
ଆମର କର୍ମବୀର ।’
Question ୩୭ ।
ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଗୋପବନ୍ଧୁ ଥିଲେ ଜଣେ ମହାନାୟକ– ଏହାର ଯଥାର୍ଥତା ପ୍ରତିପାଦନ କର ।
କିମ୍ବା, ଜାତି, ଧର୍ମ, ବର୍ଣ୍ଣ ବିଚାରକୁ ପଛକୁ ଠେଲି ସମଗ୍ର ମଣିଷ ଜାତିର ବନ୍ଧୁ ସାଜିଥିଲେ ଗୋପବନ୍ଧୁ – ମାନସିଂହଙ୍କ ‘ଗୋପ ପ୍ରୟାଣ’ କବିତା ଆଧାରରେ ଏହାର ଆଲୋଚନା କର ।
କିମ୍ବା, ସେବା ଓ ତ୍ୟାଗ କ୍ଷେତ୍ରରେ ଜାତି, ଧର୍ମ, ବର୍ଣ୍ଣର ସ୍ଥାନ ନାହିଁ – ଏହା ଗୋପବନ୍ଧୁଙ୍କ ଜୀବନ କ୍ଷେତ୍ରରେ କିପରି ପ୍ରମାଣିତ ହୋଇଛି, ତାହା ଉଲ୍ଲେଖ କର ।
Answer:
କବି ଡ. ମାୟାଧର ମାନସିଂହ ଥିଲେ ଓଡ଼ିଆ ସାହିତ୍ୟରେ ଅନନ୍ୟ ପ୍ରତିଭାର ଅଧିକାରୀ । ତାଙ୍କ ଅମଳିନ କାଳଜୟୀ ସାରସ୍ବତ ସୃଷ୍ଟି ପାଇଁ ତାଙ୍କୁ ଭାରତ ସରକାର ୧୯୬୭ ମସିହାରେ ‘ପଦ୍ମଶ୍ରୀ’ ଉପାସ୍ରେ ଭୂଷିତ କରିଥିଲେ । ସେ ଥିଲେ ଏକାଧାରରେ ଜଣେ ସଫଳ କାବ୍ୟକାର, ଦରଦୀ କବି, ଦକ୍ଷ ପ୍ରାବନ୍ଧିକ, ସୁଯୋଗ୍ୟ ସାହିତ୍ୟ ସମ୍ପାଦକ ଓ ସମାଲୋଚକ ତଥା ପ୍ରଜ୍ଞାଦୀପ୍ତ ଭାଷା ଗବେଷକ । ଏତଦ୍ଭିନ୍ନ ଭ୍ରମଣ କାହାଣୀ ଲେଖକ ଓ ଜୀବନୀ ତଥା ଆତ୍ମଜୀବନୀ ଲେଖକ ଭାବେ ସେ ବହୁ ଗୌରବର ଅଧିକାରୀ ହୋଇଛନ୍ତି ।
ତାଙ୍କ ସାରସ୍ବତ ସୃଷ୍ଟିସମ୍ଭାର ମଧ୍ୟରେ ‘ଧୂପ’, ‘ହେମଶସ୍ୟ’, ‘ହେମପୁଷ୍ପ’, ‘ମାଟିବାଣୀ’, ‘ଅକ୍ଷତ’ ଓ ‘ଜୀବନଚିତା’ ପରି କବିତା ସଂକଳନ; ‘ଉପେକ୍ଷିତା’, ‘ନିକ୍କଣ’, ‘ସାଧବଝିଅ’, ‘ଶୁଭଦୃଷ୍ଟି’ ଓ ‘କମଳାୟନ’ ପରି କାବ୍ୟ; ‘ନଷ୍ଟନୀଡ଼’, ‘ବାରବାଟୀ’ ଓ ‘ପୂଜାରିଣୀ’ ପରି ନାଟକ ଏବଂ ଅନ୍ୟାନ୍ୟ ବହୁ ପ୍ରବନ୍ଧ ତାଙ୍କ ବହୁମୁଖୀ ପ୍ରତିଭାର ପରିଚାୟକ । ରୋମାଣ୍ଟିକ୍ ଚେତନା, ଜାତୀୟତାବାଦ, ସୌନ୍ଦର୍ଯ୍ୟାନୁଭୂତି, ଐତିହ୍ୟ ସଚେତନତା, ପୂଜ୍ୟପୂଜା ଓ ଉଦାର ମାନବିକତା ତାଙ୍କ କାବ୍ୟକବିତାର ମର୍ମବାଣୀ ।
କବିତା ‘ଗୋପ ପ୍ରୟାଣ’ କବିଙ୍କ ‘ମାଟିବାଣୀ’ କବିତା ସଂକଳନ ଅନ୍ତର୍ଗତ ଏକ ଦୀର୍ଘ କବିତାର ଅଂଶବିଶେଷ । ବ୍ୟକ୍ତି ନୀରାଜନା ପର୍ଯ୍ୟାୟରେ ପୂଜ୍ୟପୂଜା ପରମ୍ପରା ତଥା ଜାତୀୟତାବୋଧ ସୃଷ୍ଟି ପାଇଁ କବିତାଟିରେ ଅଜସ୍ର ପ୍ରେରଣା ଭରିରହିଛି । ଆଲୋକିତ ହେବା ସହ ତାଙ୍କ ବିୟୋଗରେ କବିପ୍ରାଣର ବିଷାଦ ଓ କାରୁଣ୍ୟ ରୂପାୟିତ ହୋଇଛି ।
କବି ମାନସିଂହଙ୍କ ମତରେ ଗୋପବନ୍ଧୁ ଥିଲେ ଓଡ଼ିଆ ଜାତିର କର୍ଣ୍ଣଧାର ଓ କୋଟି ଓଡ଼ିଆ ପ୍ରାଣର ଅପ୍ରତିଦ୍ବନ୍ଦୀ ମହାବୀର, ମୁକୁଟବିହୀନ ସମ୍ରାଟ । ତାଙ୍କ ବିୟୋଗରେ ଏ ମହାଜାତିର ଯେଉଁ ଅପୂରଣୀୟ କ୍ଷତି
ଘଟିଲା ତାହା ଚିର ଅପୂରଣୀୟ ରହିବ । ମାନବିକତାର ପୂଜାରୀ, ପୁଣ୍ୟାତ୍ମା ଗୋପବନ୍ଧୁ ଥିଲେ ଦୀନ-ଦୁର୍ଗତର ବନ୍ଧୁ । ତାଙ୍କ ପରି ଜଣେ ରକ୍ତ-ମାଂସ ଦେହଧାରୀ ଦେବାତ୍ମା କୋଟିକରେ ଗୋଟିଏ ମିଳିବା ଅସମ୍ଭବ । ତେଣୁ ତାଙ୍କ ତିରୋଧାନରେ ଓଡ଼ିଶାର ପୁରପଲ୍ଲୀ, ନଗର, ଜନପଦର ଆବାଳ- ବୃଦ୍ଧ-ବନିତାଙ୍କ ହୃଦୟରେ ଶୋକର ଛାୟା ଘୋଟିଯାଇଛି । ଓଡ଼ିଆ ଜାତିର ମଥାମଣି ଭୂ-ଲୁଣ୍ଠିତ ହେବା ସମ୍ବାଦ ଶ୍ରବଣରେ, ଓଡ଼ିଶାର କୋଣ ଅନୁକୋଣରୁ ଜନତାର ସୁଅ ଛୁଟିଛି ତାଙ୍କ ଶେଷଦର୍ଶନ ପାଇଁ । ଜାତିର ମହାନାୟକଙ୍କ ନାମୋଚ୍ଚାରଣ କରି ଉପସ୍ଥିତ ଜନତା ଉଚ୍ଚସ୍ବରରେ କ୍ରନ୍ଦନ କରିଛନ୍ତି । ଶୋକାଭିଭୂତ କବି ମଧ୍ୟ ବିଷାଦରେ ଭାଙ୍ଗିପଡ଼ି ସମବେତ ଜନତାଙ୍କୁ ଦିବଂଗତ ଆତ୍ମାର ସଦ୍ଗତି-ନିମିତ୍ତ ନଗ୍ନପାଦରେ ନତମସ୍ତକ ରହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଆହ୍ୱାନ ଦେଇଛନ୍ତି । ତାଙ୍କ ବାଷ୍ପକୁଳିତ କଣ୍ଠରୁ ଝରିପଡ଼ିଛି –
‘ମଥା ନତ କରି ସମ୍ମାନ କର
ସ୍ଵର୍ଗତ ମହାଜନେ,
ତୁମ ମେଳେ କହ ଅଛି କିଏ ଆଉ
ତାହା ପରି ଆଉ ଜଣେ ?’
ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ଦୀନ-ଦୁର୍ଗତର ବନ୍ଧୁ ଗୋପବନ୍ଧୁ । ବନ୍ୟା, ବାତ୍ୟା ଓ ମରୁଡ଼ିର କରାଳ ଗ୍ରାସରେ ଓଡ଼ିଶାର ବାସହରା, ବୁଭୁକ୍ଷୁ, ନିରନ୍ନ ଜନତାଙ୍କ ପାଖରେ ଅବିଳମ୍ବେ ଉପସ୍ଥିତ ହୋଇ ସେମାନଙ୍କ ମୁଖରେ ଆହାର ଦେଉଥିଲେ ସେ । ତାଙ୍କ ସହାନୁଭୂତିଭରା ସ୍ନେହପୂର୍ଣ୍ଣ କଥାପଦିକ ଦୁସ୍ଥ ଲୋକଙ୍କ ପ୍ରାଣରେ ଭରି ଦେଉଥିଲା ଆଶା ଓ ଆଶ୍ଵାସନା । ଦୈବୀ ଦୁର୍ବିପାକରେ କି ଧନୀ, କି ଦରିଦ୍ର ସମସ୍ତେ ସମଦଶାପନ୍ନ ହୋଇ ଗୋପବନ୍ଧୁଙ୍କ ଉପସ୍ଥିତିକୁ ବିକଳରେ ଚାହିଁ ବସୁଥିଲେ । ସାହାଯ୍ୟ ଦେଲାବେଳେ ଉତ୍କଳମଣି ଜାତି, ଧର୍ମ, ସମ୍ପ୍ରଦାୟର ବହୁ ଊରେ ରହି ଦୁର୍ଦ୍ଦଶାଗ୍ରସ୍ତ ମାନବକୁ ଗୋଟିଏ ଜାତିର ବୋଲି ଧରିନେଇ ସଭିଙ୍କ ପ୍ରତି ସମଦୃଷ୍ଟିପାତ କରୁଥିଲେ ।
ଜାତିଭେଦ, ବର୍ଣ୍ଣବୈଷମ୍ୟ ତଥା ସାମ୍ପ୍ରଦାୟିକ ଭେଦାଭେଦର ସଂକୀର୍ଣ୍ଣତା ତାଙ୍କୁ ସ୍ପର୍ଶ କରୁ ନ ଥିଲା । ସବୁ ମଣିଷ ଯେ ଈଶ୍ୱରଙ୍କ ସନ୍ତାନ ଓ ‘ମାନବ ସେବା ହିଁ ମାଧବ ସେବା’ଏହି ଉଚ୍ଚାଦର୍ଶ ତାଙ୍କ ଉଦାର ମାନବିକତାର ପରିଚାୟକ । ଦୁର୍ଗତ ମଣିଷର ଦୁରବସ୍ଥା ଦର୍ଶନରେ ତାଙ୍କ ଚକ୍ଷୁରୁ ଧାର ଧାର ଅଶ୍ରୁ ନିର୍ଗତ ହେଉଥିଲା । ଦୁର୍ବିପାକ ଅଧୁଷିତ କ୍ଷୁଧାତୁର ଶିଶୁଙ୍କୁ କୋଳାଗ୍ରତ କରି ତାଙ୍କ ମୁଖରେ ଆହାର ଦେଉଥିଲେ ସେ । ସେତେବେଳେ ସେ କେଉଁ ଧର୍ମର କି କେଉଁ ଜାତିର ତାହା ତାଙ୍କ ମନକୁ ସ୍ପର୍ଶ କରୁ ନ ଥିଲା । ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ସବୁ ମଣିଷ ଥିଲେ ତାଙ୍କର ଭ୍ରାତୃପ୍ରତିମ । ସେଥିପାଇଁ କବି ତାଙ୍କ ଶବାଧାର ପାର୍ଶ୍ଵକୁ ସବୁବର୍ଗର ଲୋକଙ୍କୁ ଆହ୍ୱାନ କରି କହିଛନ୍ତି –
ଆସ ସନାତନୀ, ଆସ ଖ୍ରୀଷ୍ଟାନ,
ଆସ ହେ ମୁସଲମାନ
ଜାତିର ରାଜାକୁ କ୍ଷୁଦ୍ରତା ଭୁଲି
କର ଥରେ ସମ୍ମାନ ।’’
ତାଙ୍କ ଶବାଧାର ପାର୍ଶ୍ବରେ ଉପସ୍ଥିତ ହୋଇ ଶେଷ ଶ୍ରଦ୍ଧାଞ୍ଜଳି ବାଢ଼ିଦେବାକୁ ସେ ରାଜା, ପ୍ରଜା, ଧନିକ, ସୌଭାଗ୍ୟଶାଳୀ, ସୌଦାଗର, କୃଷକ, ଶ୍ରମଜୀବୀ, କ୍ଷତ୍ରିୟ, ପୁରୋହିତ ଓ ଶୂଦ୍ର ସବୁ ଶ୍ରେଣୀର ଲୋକଙ୍କୁ ଆହ୍ଵାନ କରିଛନ୍ତି । ସ୍ବର୍ଗତ ଆତ୍ମାର ସଦ୍ଗତି ପାଇଁ ବ୍ରାହ୍ମଣଙ୍କୁ ମନ୍ତ୍ରାଚ୍ଚାରଣ କରିବାକୁ କହିଛନ୍ତି । ସମବେତ ଜନତାକୁ ଖୋଳ-କରତାଳ ଧରି ନାମ ସଂକୀର୍ତ୍ତନ କରିବାକୁ କହିଛନ୍ତି । ପୁଣ୍ୟାତ୍ମାଙ୍କ ଶୁଭ ସ୍ୱର୍ଗବାସ ପାଇଁ ନଗ୍ନ ଚରଣରେ ନତମସ୍ତକ ହୋଇ ଅଶ୍ରୁଳ ଶ୍ରଦ୍ଧାସୁମନ ଅର୍ପଣ କରିବାକୁ କବିଙ୍କ ଆବେଗଭରା ଆହ୍ବାନ ବାସ୍ତବିକ ହୃଦୟସ୍ପର୍ଶୀ ହୋଇଛି । କବିଙ୍କ ଭାଷାରେ –
‘ଶବ ପଛେ ତା’ର କୋଟି ମସ୍ତକ
ନୁଆଁଇ ଓଡ଼ିଆ ଜାତି,
ସମ୍ମାନ କର ତା’ରେ ଯେ କରିଲା
ପୁଣ୍ୟ ତୋହର ମାଟି ।’’
ଧର୍ମନିରପେକ୍ଷ ଚେତନାରେ ଚିର ଉର୍ଜସ୍ବଳ ଗୋପବନ୍ଧୁଙ୍କ ଉଦାର ମାନବିକ ଆଦର୍ଶ ତାଙ୍କୁ ଚିର ନମସ୍ୟ କରିଛି । ତାଙ୍କ ମହାପ୍ରୟାଣ ଓଡ଼ିଶା ଓ ଓଡ଼ିଆ ଜାତିର ଯେଉଁ ଅପୂରଣୀୟ କ୍ଷତି ସାଧନ କରିଛି ତାହା ବର୍ଣ୍ଣନାତୀତ । ଉତ୍କଳମାତା ସେପରି ଜଣେ ଜଣେ ଯୋଗ୍ୟତମ ସନ୍ତାନଙ୍କୁ ଏ ସଂସାରକୁ ପ୍ରେରଣ କରି ଏ ମହାଜାତି ପ୍ରାଣରେ ମାନବିକ ମୂଲ୍ୟବୋଧ ଜାଗ୍ରତ କରାନ୍ତୁ ଓ ନେତୃବୃନ୍ଦଙ୍କ ମନରେ ସେବା ଓ ତ୍ୟାଗ ପ୍ରତି ଅଙ୍ଗୀକାରବଦ୍ଧତା ସୃଷ୍ଟି କରାନ୍ତୁ ।
Question ୩୮ ।
କବିତା ଆଧାରରେ ‘ଗୋପବନ୍ଧୁଙ୍କ ମହାପ୍ରୟାଣ’ ଦୃଶ୍ୟ ବର୍ଣ୍ଣନା କରି ଦୂରରେ ଥିବା ତୁମର ଜଣେ ବନ୍ଧୁଙ୍କ ନିକଟକୁ ପତ୍ରଟିଏ ଲେଖ ।
Answer:
ନେତାଜୀ ଛାତ୍ରାବାସ୍
ରେଭେନ୍ସା କଲିଜିଏଟ୍ ସ୍କୁଲ
୧୦ । ୧୨ ।୧୯
ପ୍ରିୟ ସଲିମ୍,
ଶୁଭେଚ୍ଛା ନେବୁ । ତୋ ମା’ ଓ ବାପାଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଜଣାଇବୁ । ସାନଭଉଣୀ ରେଶ୍ମାକୁ ମୋର ସ୍ନେହ ଦେବୁ । ଗତକାଲି ତୋ’ ଚିଠି ପାଇଲି । ତମ ଷାଣ୍ଡାସିକ ପରୀକ୍ଷା ସରିଗଲାଣି ବୋଲି ଜାଣିଲି । ହେଲେ ଆମ ପରୀକ୍ଷା ହୋଇନି । ଗଲା ସପ୍ତାହରେ ଆମ ସାହିତ୍ୟ ବହିର ‘ଗୋପ ପ୍ରୟାଣ’ ବୋଲି ଗୋଟିଏ ପଦ୍ୟ ପଢ଼ାହେଲା । ତୁ’ ତ ପବ୍ଲିକ ସ୍କୁଲରେ ପଢୁଛୁ । ଏ ବିଷୟ ତୁମ ବହିରେ ନ ଥିବ । ସେହି କବିତାଟି ଡ. ମାୟାଧର ମାନସିଂହ, ଗୋପବନ୍ଧୁଙ୍କ ବିୟୋଗରେ ମ୍ରିୟମାଣ ହୋଇ ରଚନା କରିଛନ୍ତି । ସେହି କବିତାଟିରୁ ଉତ୍କଳମଣିଙ୍କ ମହନୀୟ ଆଦର୍ଶ, ସେବା, ତ୍ୟାଗ, ମାନବିକ ମୂଲ୍ୟବୋଧ ପ୍ରଭୃତି ବିଷୟରେ ଜାଣିହେବ ।
ସଲିମ୍, କବିତାଟି ଗୋପବନ୍ଧୁଙ୍କ ମହାପ୍ରୟାଣରେ ଓଡ଼ିଶାର ଶୋକସନ୍ତପ୍ତ ଜନତାଙ୍କ ଆବେଗ ଓ ପ୍ରତିକ୍ରିୟା ଉପରେ ଆଧାରିତ । ଦୀନ-ଦୁଃଖୀଙ୍କ ବନ୍ଧୁ ଗୋପବନ୍ଧୁଙ୍କ ତିରୋଧାନ ସମ୍ବାଦ ପ୍ରଚାରିତ ହେବା ପରେ ଓଡ଼ିଶାର କୋଣ ଅନୁକୋଣରୁ ଲୋକଙ୍କ ଧାଡ଼ି ସୁଆଣ୍ଡୋ ଗ୍ରାମ ଅଭିମୁଖେ ମାଡ଼ିଚାଲିଲା । ସମସ୍ତଙ୍କ ମୁଖମଣ୍ଡଳରେ ଥିଲା ବିଷାଦର କାରୁଣ୍ୟ । ତାଙ୍କ ଶବାଧାର ପାର୍ଶ୍ଵକୁ ଯାଇ ତାଙ୍କୁ ଶେଷ ସମ୍ମାନ ଜଣାଇବାକୁ ଲୋକଙ୍କ ମନରେ ଉତ୍କଣ୍ଠା ଭରି ରହିଥିଲା ।
ଅଧିକାଂଶ ଲୋକଙ୍କ ହାତରେ ଥିଲା ଫୁଲମାଳ, ଫୁଲତୋଡ଼ା । ଓଡ଼ିଶାର ବହୁ ବିଶିଷ୍ଟ ଶିକ୍ଷାବିତ୍, ବୁଦ୍ଧିଜୀବୀ, ରାଜନୀତିଜ୍ଞ ତାଙ୍କ ଶେଷ ଦର୍ଶନ ପାଇଁ ଧାଇଁ ଆସିଥିଲେ କାହିଁ କେତେ ଦୂରରୁ । ବିଶାଳ ଜନସମାଗମ ମଧ୍ଯରେ ଶବବାହକମାନେ ତାଙ୍କ ଶବାଧାର ଧରି ଶ୍ମଶାନ ଅଭିମୁଖେ ଯାତ୍ରା ଆରମ୍ଭ କଲେ । ଶବ ଶୋଭାଯାତ୍ରାରେ ବିଶାଳ ଜନତା ‘ହରିବୋଲ’ ଧ୍ୱନି ଦେଇ ରାଜରାସ୍ତାରେ ଆଗେଇ ଯାଉଥାଏ । ଶୋଭାଯାତ୍ରାରେ ଯୋଗ ଦେଇଥିବା ହିନ୍ଦୁ, ମୁସଲମାନ ଓ ଖ୍ରୀଷ୍ଟିୟାନ ସମସ୍ତେ ସମସ୍ତରରେ ‘ଗୋପବନ୍ଧୁ ଅମର ରହେ’, ‘ଉତ୍କଳମଣି ଜିନ୍ଦାବାଦ’ ଧ୍ୱନି ଦେଇ ଚାଲିଥାଆନ୍ତି । ରାଜପଥ ପାର୍ଶ୍ଵରେ ଅପେକ୍ଷାରତ ଆବାଳ-ବୃଦ୍ଧ-ବନିତା ଆଖ୍ ଛଳ ଛଳ କରି ନତମସ୍ତକ ହୋଇ ଠିଆ ହୋଇ ଅପେକ୍ଷା କରିଥାଆନ୍ତି ତାଙ୍କ ପ୍ରିୟ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ । ସଭିଏଁ ଖାଲିପାଦରେ ଠିଆ ହୋଇ ଉତ୍କଳମଣିଙ୍କ ଜୟ ଜୟ ନାଦରେ ଗଗନ ପବନ ନିନାଦିତ କରୁଥାଆନ୍ତି ।
ଗୋପବନ୍ଧୁ ଥିଲେ ଓଡ଼ିଆ ଜାତିର କର୍ଣ୍ଣଧାର, ଏ ଜାତିର ମଥାମଣି ତୁଲ୍ୟ । ତୁ’ ତ ଏକଥା ଜାଣିଥୁବୁ । ତୁ’ ମଧ୍ୟ ଜାଣିଥୁବୁ, ବନ୍ୟା ସମୟରେ ସେ ଘରେ ତାଙ୍କର ଏକମାତ୍ର ରୋଗାକ୍ରାନ୍ତ ପୁତ୍ରକୁ ପତ୍ନୀଙ୍କ ଦାୟିତ୍ଵରେ ଛାଡ଼ି ବନ୍ୟା ପ୍ରପୀଡ଼ିତ ଲୋକମାନଙ୍କୁ ରିଲିଫ୍ ଦେବାକୁ ବାହାରି ଯାଇଥିଲେ । ଏପରି ଜଣେ ଅଦ୍ବିତୀୟ ମାନବବାଦୀ ଓଡ଼ିଶା ମାଟିରେ ଆଉଥରେ ଜନ୍ମ ନେବେ ବୋଲି ବିଶ୍ଵାସ ହୁଏନା । ତାଙ୍କର ରଚିତ କବିତାର ଗୋଟିଏ ପଦ ମୋର ସବୁବେଳେ ମନେପଡ଼ିଯାଏ –
‘ମାନବ ଜୀବନ ନୁହଁଇ କେବଳ
ବର୍ଷ, ମାସ, ଦିନ, ଦଣ୍ଡ
କର୍ମେ ଜୀଏଁ ନର କର୍ମ ଏକା ତା’ର
ଜୀବନର ମାନଦଣ୍ଡ ।’’
ସେ କେବଳ ଯେ ଦୁଗ୍ଧ, ଦୁର୍ଗତ ଜନତାର ସେବା କରୁଥିଲେ ତାହା ନୁହେଁ, ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ସେ ନିଜକୁ ଏତଦ୍ଭିନ୍ନ ସାହିତ୍ୟ ସାଧନାରେ, ନିର୍ମଳ ସାମ୍ବାଦିକତାରେ ତାଙ୍କର ସ୍ବାତନ୍ତ୍ର୍ୟ ଅନସ୍ବୀକାର୍ଯ୍ୟ । ସତ୍ୟବାଦୀ ବନବିଦ୍ୟାଳୟକୁ ସେ କରିଥିଲେ ‘ମଣିଷ ତିଆରି କାରଖାନା’ । ସେହି ଜାତୀୟ ବିଦ୍ୟାଳୟର ଶିକ୍ଷାନୀତି ନୈତିକ ମୂଲ୍ୟବୋଧ, ଦେଶପ୍ରେମ ଓ ସ୍ଵାବଲମ୍ବନ ଉପରେ ଆଧାରିତ ଥିଲା । ଏପରି ଜଣେ ବହୁମୁଖୀ ପ୍ରତିଭାବନ୍ତ ବ୍ୟକ୍ତିତ୍ୱଙ୍କ ବିୟୋଗରେ ଓଡ଼ିଶାର ଯେ ଅପୂରଣୀୟ କ୍ଷତି ସାଧୂ ହେଲା ତାହା ନିଃସନ୍ଦେହରେ କୁହାଯାଇପାରେ । ଡ. ମାନସିଂହଙ୍କ ରଚିତ କବିତାର ଶେଷପଦଟି ଲେଖ୍ ଜଣାଉଛି, ସେଥୁରୁ ତୁ ଜାଣିପାରିବୁ ଯେ ତାଙ୍କ ତିରୋଧାନରେ ଓଡ଼ିଶାର କୋଟି କୋଟି ହୃଦୟ କିପରି ଦୁଃଖରେ ଭାଙ୍ଗି ପଡ଼ିଥିଲା ।
‘‘ବାଜୁ ଖୋଳତାଳ, ବରବଧୂ ସବୁ
ତେଜ ହେ ଅଶୂନୀର,
ମରଣ ଜାଣୁ ହେ, କେଡ଼େ ପ୍ରିୟ ଥିଲେ
ଆମର କର୍ମବୀର ।’
ସଲିମ୍, ଲେଖୁ ଲେଖୁ ବହୁତ କଥା ଲେଖୁଦେଲି । ହଁ, ପରୀକ୍ଷା ସରିଯାଇଥିଲେ ମଧ୍ୟ ପାଠପଢ଼ା ଚାଲୁ ରଖୁ । ତୁ ତ ମେଧାବୀ ପିଲା । ତୋତେ ସେ ବିଷୟରେ ଅଧିକ କ’ଣ ବା କହିବି । ଚିଠି ପାଇ ଚିଠି ଦେବୁ । ରହୁଛି ।
ତୋର ସାଙ୍ଗ ସୁନୀଲ
ଠିକଣା | |
ପ୍ରେରକ : | ପ୍ରାପ୍ତେଷୁ : [ଉ।କଟିକଟ] |
ସୁନୀଲ ରଥ ମାଫିତ୍ – ସନ୍ତଷ ରଥ ଛେଣ୍ତ କଲୋନୀ ବକିବଜାର, କଟକ ପିନ୍ – ୭୫୩୦୦୧ |
ସଲିମି ଅହମମ୍ମଦ ରାଉରକେଲା ପିନ୍ – ୭୮୩୦୨୫ |
ତୁମପାଇଁ କାମ
୩୯ । ମାୟାଧର ମାନସିଂହଙ୍କ ଅନ୍ୟ ସାହିତ୍ୟକୃତିଗୁଡ଼ିକ ସଂଗ୍ରହ କରି ପଢ଼ ।
୪୦ । ଓଡ଼ିଶାର ବିଭିନ୍ନ କବିଙ୍କୁ ମିଳିଥିବା ଉପାଧ୍ଗୁଡ଼ିକ ଟିପାଖାତାରେ ଲେଖ ।
୪୧ । ଗୋପବନ୍ଧୁଙ୍କ ମହାନତା ପ୍ରକାଶ ପାଉଥିବା ପଦଗୁଡ଼ିକ ଟିପାଖାତାରେ ଲେଖୁ ରଖ ।
୪୨ । ‘ଗୋପ ପ୍ରୟାଣ’ କବିତାଟିର ଅନ୍ୟ ଅଂଶଗୁଡ଼ିକ ସଂଗ୍ରହ କରି ପଢ଼ ।
ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
1. କବି ମହାବୀର ବୋଲି କାହାକୁ କହିଛନ୍ତି ?
Answer:
କବି ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ‘ମହାବୀର’ ବୋଲି କହିଛନ୍ତି ।
2. ଗୋପବନ୍ଧୁଙ୍କ ମୃତ୍ୟୁରେ ଓଡ଼ିଆ ଜାତିର କି କ୍ଷତି ଘଟିଲା ?
Answer:
ଗୋପବନ୍ଧୁଙ୍କ ମୃତ୍ୟୁରେ ଏ ଜାତିର ଗର୍ବ କ୍ଷୁଣ୍ଣ ହେବା ସହ ଜାତି ମଥାମଣି ଭୂ-ଲୁଣ୍ଠିତ ହୋଇ ଅପୂରଣୀୟ କ୍ଷତି ସୃଷ୍ଟି ହେଲା ।
3.‘ଅନୀକିନୀ’ ବୋଲି ଏଠାରେ କାହାକୁ ଅଭିହିତ କରାଯାଇଛି ?
Answer:
କବିତାରେ ଗୋପବନ୍ଧୁଙ୍କ ଅନୁଗତ ମାନଙ୍କୁ କବି ‘ଅନୀକିନୀ’ ବା ଚତୁରଙ୍ଗ ସେନାନୀ ବୋଲି ଅଭିହିତ କରିଛନ୍ତି ।
4. ଗୋପବନ୍ଧୁଙ୍କ ମର ଶରୀରକୁ କବି କିପରି ସମ୍ମାନ ଜଣାଇବାପାଇଁ ନିବେଦନ କରିଛନ୍ତି ?
Answer:
ଗୋପବନ୍ଧୁଙ୍କ ମର ଶରୀରକୁ ସମ୍ମାନ ଜଣାଇବାକୁ ନିବେଦନ କରିଛନ୍ତି ।
5. ଗୋପବନ୍ଧୁଙ୍କ ଶବ ସହିତ ଯିବାପାଇଁ କେଉଁମାନଙ୍କୁ କବି ଆହ୍ୱାନ କରିଛନ୍ତି ?
Answer:
ଗୋପବନ୍ଧୁଙ୍କ ଶବ ସହିତ ଯିବାପାଇଁ କବି ସମସ୍ତ ରାଜା, ଧନିକ, ବଣିକ, ସୌଦାଗର, ପୁରୋହିତ, କୃଷକ, କ୍ଷତ୍ରିୟଙ୍କୁ ଆହ୍ଵାନ କରିଛନ୍ତି ।
6. ବ୍ୟକ୍ତିମାନଙ୍କୁ କ’ଣ କରିବାପାଇଁ କବି କହିଛନ୍ତି ?
Answer:
ଗୋପବନ୍ଧୁଙ୍କ ମହାଯାତ୍ରାରେ ସାମିଲ ହୋଇଥିବା ବ୍ରାହ୍ମଣମାନେ ମରଣମନ୍ତ୍ର ଉଚ୍ଚାରଣ କରିବେ ଓ ଜନତା ତା’ର ପାଳି ଧରିବେ ଏବଂ ଜନପଦବାସୀ ଖୋଳ କରତାଳ ଧରି ସଂକୀର୍ତ୍ତନ କରିବା ସହିତ ତାଳି ମାରିବାକୁ କବି ନିବେଦନ କରିଛନ୍ତି ।
7. କୁଳବଧୂମାନେ ଗବାକ୍ଷ-ପୁଡ଼ା ଧରି ଠିଆ ହେବାପାଇଁ କହିବାର ଉଦ୍ଦେଶ୍ୟ କ’ଣ ?
Answer:
ତତ୍କାଳୀନ ରକ୍ଷଣଶୀଳ ସମାଜର ନାରୀର ସ୍ବାଧୀନତା ନ ଥିବାରୁ କବି କୁଳବଧୂମାନଙ୍କୁ ଝରକା ଆଢୁଆଳରେ ଛିଡ଼ାହୋଇ ଅଶ୍ରୁବି ସର୍ଜନ କରିବାକୁ ନିବେଦନ କରିଛନ୍ତି ।
8. ଗୋପବନ୍ଧୁଙ୍କର ପ୍ରାଣଠାରୁ ପ୍ରିୟ କ’ଣ ଥିଲା ବୋଲି କବି କହିଛନ୍ତି ?
Answer:
ଜନ୍ମମାଟି ହିଁ ଗୋପବନ୍ଧୁଙ୍କର ପ୍ରାଣଠାରୁ ପ୍ରିୟ ଥିଲା ବୋଲି କବି କହିଛନ୍ତି।
9. କେଉଁ କଥା ଭୁଲି ସମସ୍ତେ ଗୋପବନ୍ଧୁଙ୍କ ମର ଶରୀରକୁ ସମ୍ମାନ ଜଣାଇବାପାଇଁ କବି ନିବେଦନ କରିଛନ୍ତି ?
Answer:
ଜାତି, ଧର୍ମ, ବର୍ଣ୍ଣ ତଥା ସଂପ୍ରଦାୟଗତ କ୍ଷୁଦ୍ରତାକୁ ଭୁଲି ସମସ୍ତେ ଗୋପବନ୍ଧୁଙ୍କ ମର ଶରୀରକୁ ସମ୍ମାନ ଜଣାଇବାପାଇଁ କବି ନିବେଦନ କରିଛନ୍ତି ।
10. କବି ଗୋପବନ୍ଧୁଙ୍କୁ ଦରିଦ୍ର-ନାରାୟଣ ରୂପେ ଅଭିହିତ କରିଛନ୍ତି କାହିଁକି ?
Answer:
ଗୋପବନ୍ଧୁ ଦରିଦ୍ର ଜନତାଙ୍କ ମେଳରେ ରହି ସେମାନଙ୍କ ମୁଖରେ ଅନ୍ନ ଦେବା ସହ ସମସ୍ତଙ୍କ ଦୁଃଖରେ ସମଭାଗୀ ହୋଇ ଅଶ୍ରୁ ବିସର୍ଜନ କରୁଥିବାରୁ କବି ତାଙ୍କୁ ଦରିଦ୍ର-ନାରାୟଣ ବୋଲି ଅଭିହିତ
11. ଗୋପବନ୍ଧୁଙ୍କ ମର ଶରୀରକୁ ଓଡ଼ିଆ ଜାତି କାହିଁକି ସମ୍ମାନ ଦେବେ ?
Answer:
ଗୋପବନ୍ଧୁଙ୍କ ପୁଣ୍ୟକର୍ମ ବଳରେ ଓଡ଼ିଶାର ମାଟି ପବିତ୍ର ହୋଇଥିବାରୁ ତାଙ୍କ ମର ଶରୀରକୁ ଓଡ଼ିଆ ଜାତି ସମ୍ମାନ ଦେବେ ।
12. ଓଡ଼ିଆ ଜାତି ଗୋପବନ୍ଧୁଙ୍କୁ କିପରି ସମ୍ମାନ ଜଣାଇବେ ?
Answer:
ଶବ ଶୋଭାଯାତ୍ରାରେ ସମ୍ମିଳିତ ହୋଇ ଓଡ଼ିଆ ଜାତି ନିଜର କୋଟି ମସ୍ତକକୁ ଅବନତ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ଗୋପବନ୍ଧୁଙ୍କୁ ସମ୍ମାନ ଜଣାଇବାକୁ କବି କହିଛନ୍ତି ।
13. ‘ମରଣ’ କେଉଁ କଥା ଜାଣିବା ଆବଶ୍ୟକ ବୋଲି କବି କହିଛନ୍ତି ?
Answer:
କର୍ମବୀର ଗୋପବନ୍ଧୁ ଆମର କେତେ ପ୍ରିୟ ଥିଲେ, ତାହା ମରଣ ଜାଣିବା ଆବଶ୍ୟକ ବୋଲି କବି କହିଛନ୍ତି ।
14. କର୍ମବୀରଙ୍କ ପ୍ରତି ‘ପ୍ରିୟଭାବ’ ଜନତା କିପରି ପ୍ରକାଶ କରିପାରିବେ ?
Answer:
ଖୋଳତାଳର ସଂକୀର୍ତ୍ତନରେ ପରିବେଶକୁ ମୁଖରିତ କରି ବରବଧୂମାନେ ଅଶ୍ରୁ ବିସର୍ଜନ କରି ଶୋକାକୁଳ ପରିବେଶ ସୃଷ୍ଟି କରିବାଦ୍ୱାରା ହିଁ ଜନତା କର୍ମବୀରଙ୍କ ପ୍ରତି ପ୍ରିୟଭାବ ପ୍ରକାଶ କରିପାରିବେ ।
15. କବି ଉକ୍ତ କବିତାରେ ଗୋପବନ୍ଧୁଙ୍କ ପାଇଁ କେଉଁ କେଉଁ ବିଶେଷଣ ପ୍ରୟୋଗ କରିଛନ୍ତି ?
Answer:
କବି ଉକ୍ତ କବିତାରେ ଗୋପବନ୍ଧୁଙ୍କ ପାଇଁ ମହାବୀର, ମହାଜନ, ଓଡ଼ିଆଜାତିର ମଥାମଣି, ଦରିଦ୍ର ନାରାୟଣ ଓ କର୍ମବୀର ପ୍ରଭୃତି ବିଶେଷଣମାନ ପ୍ରୟୋଗ କରିଛନ୍ତି ।
16. କେଉଁ ଘଟଣା ପାଇଁ ଘରେ ଘରେ କ୍ରନ୍ଦନ-ରୋଳ ବାଜି ଉଠିଲା ?
Answer:
ଉତ୍କଳମଣି ଗୋପବନ୍ଧୁଙ୍କ ମହାପ୍ରୟାଣରେ ଓଡ଼ିଶାର ଘରେ ଘରେ କ୍ରନ୍ଦନ ରୋଳ ବାଜି ଉଠିଲା ।
17. କରିବାର ତାତ୍ପର୍ଯ୍ୟ ବୁଝାଅ ।
Answer:
ଉତ୍କଳମଣି ଗୋପବନ୍ଧୁ ଥିଲେ ସତ୍ୟ, ସେବା, ତ୍ୟାଗ, ଅହିଂସାର ମୂର୍ତ୍ତିମନ୍ତ ବିଗ୍ରହ, ମାତୃଭୂମି ତଥା ଓଡ଼ିଆ ଜାତିର ଉନ୍ନତି ପାଇଁ ସଦା ବ୍ୟାକୁଳ ଥିବା ସେହି ମହାନ୍ ବ୍ୟକ୍ତିଙ୍କୁ କବି ଯଥାର୍ଥରେ ମହାଜନ ବୋଲି ସମ୍ବୋଧନ କରିଛନ୍ତି ।
18. ସମସ୍ତ ପ୍ରକାର ସଂକୀର୍ଣ୍ଣତାକୁ ଭୁଲି ଗୋପବନ୍ଧୁଙ୍କୁ ସମ୍ମାନ ଦେବାପାଇଁ କବି କେଉଁମାନଙ୍କୁ ଆହ୍ବାନ କରିଛନ୍ତି ?
Answer:
ସମସ୍ତ ପ୍ରକାର ସଂକୀର୍ଣ୍ଣତାକୁ ଭୁଲି ଗୋପବନ୍ଧୁଙ୍କୁ ସମ୍ମାନ ଦେବାପାଇଁ କବି ସନାତନୀ, ଖ୍ରୀଷ୍ଟିୟାନ ତଥା ମୁସଲମାନ ସଂପ୍ରଦାୟର ଲୋକମାନଙ୍କୁ ଆହ୍ବାନ ଦେଇଛନ୍ତି ।
19. ଧର୍ମର ଊର୍ଦ୍ଧ୍ବରେ ରହି ଗୋପବନ୍ଧୁ କାହା ମୁଖରେ ଅନ୍ନ ଦେଉଥିଲେ ?
Answer:
ଧର୍ମର ଊର୍ଦ୍ଧ୍ବରେ ରହି ଗୋପବନ୍ଧୁ ନିରନ୍ନ ଜନତା ମୁଖରେ ଅନ୍ନ ଦେଉଥିଲେ ।
20. ଗୋପବନ୍ଧୁ ଦରିଦ୍ରଙ୍କ ମୁଖରେ ଅନ୍ନ ଦେଲାବେଳେ କ’ଣ ଭୁଲି ଯାଉଥିଲେ ?
Answer:
ଗୋପବନ୍ଧୁ ଦରିଦ୍ରଙ୍କ ମୁଖରେ ଅନ୍ନ ଦେବାବେଳେ ଜାତି – ଧର୍ମ -ବଣ୍ଠ – ସଂପ୍ରଦାୟଗତ ସଂକୀର୍ଣ ଭେଦଭାବକୁ ଭୁଲିଯାଉଥିଲେ ।
B ଗୋଟିଏ ଶବ୍ଦରେ ଉତ୍ତର ଲେଖ ।
1. ପଦାତିକ, ଅଶ୍ଵାରୋହୀ, ଗଜାରୋହୀ, ରଥାରୋହୀ ପ୍ରଭୃତି ସେନାକୁ କ’ଣ କୁହାଯାଏ ?
Answer:
ଅନୀକିନୀ
2. କରତାଳ ନାମକ ବାଦ୍ୟଯନ୍ତ୍ର କେଉଁଥିରେ ତିଆରି ହୋଇଥାଏ ?
Answer:
କଂସା
3. ଯଜ୍ଞର ପୁରୋହିତଙ୍କୁ କ’ଣ କୁହାଯାଏ ?
Answer:
ଋତ୍ତିକ୍
4. କାହାକୁ ସମ୍ମାନ ଜଣାଇବାକୁ କବି ନିବେଦନ କରିଛନ୍ତି ?
Answer:
ଗୋପବନ୍ଧୁଙ୍କ ମରଶରୀରକୁ
5. ଗୋପବନ୍ଧୁଙ୍କ ସମ୍ମାନାର୍ଥେ କ’ଣ ନଗ୍ନ କରି ରାଜପଥକୁ ଆସିବାକୁ କବି କହିଛନ୍ତି ?
Answer:
ଚରଣ
6. ସ୍ଵର୍ଗତ ମହାଜନଙ୍କୁ କ’ଣ ନତ କରି ସମ୍ମାନ ଜଣାଇବାକୁ କବି କହିଛନ୍ତି ?
Answer:
ମଥା
7. ବ୍ରାହ୍ମଣମାନଙ୍କୁ କ’ଣ କରିବାପାଇଁ କବି କହିଛନ୍ତି ?
Answer:
ମନ୍ତ୍ର ଗାଇବାପାଇଁ
8. ବ୍ରାହ୍ମଣମାନେ ମନ୍ତ୍ର ଗାଇବାବେଳେ ଜନତାକୁ କ’ଣ କରିବାପାଇଁ କବି ନିବେଦନ କରିଛନ୍ତି ?
Answer:
ପାଳି ଧରିବାକୁ
9. ଖୋଳତାଳ – କହିଲେ କ’ଣ ବୁଝ ?
Answer:
ବାଦ୍ୟଯନ୍ତ୍ର
10. କୁଳବଧୂମାନଙ୍କୁ କେଉଁ ସ୍ଥାନରେ ଆସି ଛିଡ଼ା ହେବାକୁ କବି ନିବେଦନ କରିଛନ୍ତି ?
Answer:
ଗବାକ୍ଷ ନିକଟରେ
11. କାହାର ମହାପ୍ରୟାଣରେ ‘ଗୋପ ପ୍ରୟାଣ’ କବିତାଟି ରଚିତ ?
Answer:
ଗୋପବନ୍ଧୁ ଦାସ
12. ପ୍ରତିଟି ନଗରରେ ନାଗରିକମାନେ ଗୋପବନ୍ଧୁ ଙ୍କ ବିୟୋଗରେ କ’ଣ ବିସର୍ଜନ କରିବାକୁ କବି ଆହ୍ଵାନ ଦେଇଛନ୍ତି ?
Answer:
ଅଶୁ
13. କୁଳବଧୂମାନେ କ’ଣ ଧରି ଠୁଳ ହେବାପାଇଁ କବିତାରେ କୁହାଯାଇଛି ?
Answer:
ଗବାକ୍ଷ ପୁଡ଼ା
14. କେଉଁ କଥା ଭୁଲି ସମସ୍ତେ ଗୋପବନ୍ଧୁଙ୍କ ମରଶରୀରକୁ ସମ୍ମାନ ଜଣାଇବାକୁ କବି ନିବେଦନ କରିଛନ୍ତି ?
Answer:
ସକଳ କ୍ଷୁଦ୍ରତା
15. ଗୋପବନ୍ଧୁ କାହା ମୁଖରେ ଅନ୍ନ ଦେଉଥିଲେ ବୋଲି କବି ମନେ କରିଛନ୍ତି ?
Answer:
ଦରିଦ୍ର
16. ଗୋପବନ୍ଧୁ କ’ଣ ଥିଲେ ବୋଲି ‘ମରଣ’ ଜାଣିବା ଆବଶ୍ୟକ ବୋଲି କବି କହିଛନ୍ତି ?
Answer:
କେତେ ଲୋକପ୍ରିୟ
17. ‘ଗୋପ ପ୍ରୟାଣ’ କବିତାର କବି କିଏ ?
Answer:
ମାୟାଧର ମାନସିଂହ
18. ‘ଗୋପ ପ୍ରୟାଣ’ କବିତାଟି କବିଙ୍କର କେଉଁ କବିତା ସଂକଳନରୁ ଆସିଅଛି ?
Answer:
ମାଟିବାଣୀ
19. ‘ଗୋପ ପ୍ରୟାଣ’ କବିତାରେ ‘ଗୋପ’ କିଏ ?
Answer:
ଗୋପବନ୍ଧୁ
20. ‘ମହାପ୍ରୟାଣ’ କହିଲେ କ’ଣ ବୁଝ ?
Answer:
ମୃତ୍ୟୁ
C ଶୂନ୍ୟସ୍ଥାନ ପୂରଣ କର ।
1. _______________ ଙ୍କ ପରି ଦୁନିଆରେ ଆଉ ଜଣେ ନାହାନ୍ତି ବୋଲି କବି କହିଛନ୍ତି ।
Answer:
ଗୋପବନ୍ଧୁ
2. କବି ରାଜା, ଧନିକ, ବଣିକମାନଙ୍କୁ. _____________________ ସାଥ୍ରେ ଚାଲିବାପାଇଁ ନିଦେଦନ କରିଛନ୍ତି ।
Answer:
ଗୋପବନ୍ଧୁଙ୍କ ଶବ
3. ଗୋପବନ୍ଧୁଙ୍କ ପ୍ରାଣପ୍ରିୟ ମାଟି ଉପରେ ଅଶ୍ରୁ ଝରାଇବାକୁ କବି ____________________ ମାନଙ୍କୁ ନିବେଦନ କରିଛନ୍ତି ।
Answer:
କୁଳବଧୂ
4. କବି _______________ ଙ୍କୁ ଜାତିର ରାଜା ବୋଲି ଅଭିହିତ କରିଛନ୍ତି ।
Answer:
ଗୋପବନ୍ଧୁ
5. କବି କବିତାରେ ଗୋପବନ୍ଧୁଙ୍କୁ ______________ ବୋଲି ଅଭିହିତ କରିଛନ୍ତି ।
Answer:
ଜାତିର ରାଜା
6. ସନାତନ ଧର୍ମ।ବଲମ୍ୱମାନଙ୍କୁ ______________ କୁହାଯାଏ ।
Answer:
ସନାତନୀ
7. _________________ ଭୁଲି ଜାତିର ରାଜାଙ୍କୁ ସମ୍ମାନ ଜଣାଇବାକୁ କବି ହିନ୍ଦୁ, ଖ୍ରୀଷ୍ଟାନ ଓ ମୁସଲମାନମାନଙ୍କୁ ନିବେଦନ କରିଛନ୍ତି ।
Answer:
ସକଳ ଷୁଦ୍ରତା
8. ଗୋପବନ୍ଧୁ ଦରିଦ୍ରଙ୍କ ମୁଖରେ ଅନ୍ନ ଦେଲାବେଳେ _______________ ଭୁଲିଯାଉଥିଲେ ।
Answer:
ଧର୍ମ
9. ଗୋପବନ୍ଧୁଙ୍କ ଶବ ଶୋଭାଯାତ୍ରାରେ ସାମିଲ ହୋଇଥିବା ବ୍ୟକ୍ତିବର୍ଗଙ୍କୁ କବି _________________ ବୋଲି ଅଭିହିତ କରିଛନ୍ତି ।
Answer:
ବ୍ରାହ୍ମଣ
10. ଆତ୍ମାର ଅମରତ୍ୱ ଲାଭ ପାଇଁ କରାଯାଉଥିବା ପ୍ରାର୍ଥନାକୁ _______________ କୁହାଯାଏ
Answer:
ମରଣ ମନ୍ତ୍ର
11. ଜାତି ଧର୍ମ ନିର୍ବିଶେଷରେ ଗୋପବନ୍ଧୁ ________________ ମୁଖରେ ଅନ୍ନ ଆଣି ଦେଇଥିଲେ ।
Answer:
ଦରିଦ୍ର
12. ଗୋପବନ୍ଧୁ କୋଟିଏ ଦରିଦ୍ର ମେଳରେ _________________ ଥିଲେ ।
Answer:
ଦରିଦ୍ର-ନାରାୟଣ
13. କବି ____________________ ଙ୍କୁ ଆମର ପ୍ରିୟ କର୍ମବୀର ବୋଲି ହୋଇଛି ।
Answer:
ଗୋପବନ୍ଧୁଙ୍କୁ
14. ______________ ଙ୍କର ମହାପ୍ରୟାଣରେ ଓଡ଼ିଆ ଜାତିର ଗର୍ବ ଭାଙ୍ଗିଗଲା ବୋଲି କବି କହିଛନ୍ତି ।
Answer:
ଗୋପବନ୍ଧୁ
15. _________________ ଙ୍କର ମହାପ୍ରୟାଣରେ ‘ଗୋପ ପ୍ରୟାଣ’ କବିତାଟି ରଚିତ ହୋଇଛି ।
Answer:
ଗୋପବନ୍ଧୁ
16. ଗୋପବନ୍ଧୁଙ୍କ ମହାପ୍ରୟାଣରେ ଘରେ ଘରେ ___________________ ଶବ୍ଦ ଶୁଭିଛି ।
Answer:
କ୍ରନ୍ଦନ
17. ଗୋପବନ୍ଧୁଙ୍କ ବିୟୋଗରେ ___________________ ଜାତିର ମଥାମଣି ଭୂତଳେ ଖସିପଡ଼ିଲା ବୋଲି କବି କହିଛନ୍ତି ।
Answer:
ଓଡ଼ିଆ
18. ନୟନରେ ______________ ଭରି ଦେଶକୁ କବି ଗୋରିକମାନଙ୍କୁ ଆହ୍ୱ।ନ ଜଣାଇଛନ୍ତି ।
Answer:
ଅଶ୍ରୁ
19. ଚରଣ ନଗ୍ନ କରି ______________ କୁ ଆସିବାକୁ କବି ସମସ୍ତଙ୍କୁ ନିବେଦନ କରିଛନ୍ତି ।
Answer:
ରାଜପଥ
20. ମଥା ନତ କରି _________________ କୁ ସମ୍ମାନ ଜଣାଇବାକୁ କବି ନିବେଦନ କରିଛନ୍ତି ।
Answer:
ଗୋପବନ୍ଧୁଙ୍କ ମରଶରୀର
D ଠିକ୍ କିମ୍ବା ଭୁଲ୍ ଲେଖ ।
1. କରତାଳ ନାମକ ବାଦ୍ୟଯନ୍ତ୍ର ପିତଳରେ ତିଆରି ହୋଇଥାଏ ?
Answer:
ଠିକ୍
2. ଗୋପବନ୍ଧୁଙ୍କ ମରଶରୀରକୁ ସମ୍ମାନ ଜଣାଇବାକୁ କବି ନିବେଦନ କରିଛନ୍ତି ।
Answer:
ଠିକ୍
3. ସ୍ଵର୍ଗତ ମହାଜନଙ୍କୁ ମଥାନତ କରି ସମ୍ମାନ ଜଣାଇବାକୁ କବି କହିଛନ୍ତି ।
Answer:
ଠିକ୍
4. ବ୍ରାହ୍ମଣମାନେ ମନ୍ତ୍ର ଗାଇବାବେଳେ ଜନତାକୁ ପାଳି ଧରିବାପାଇଁ କବି ନିବେଦନ କରିଛନ୍ତି ।
Answer:
ଠିକ୍
5. କୁଳବଧୂମାନଙ୍କୁ ଗବାକ୍ଷ ନିକଟରେ ଆସି ଛିଡ଼ା ହେବାକୁ କବି ନିବେଦନ କରିଛନ୍ତି ।
Answer:
ଠିକ୍
6. ପ୍ରତିଟି ନଗରରେ ନାଗରିକମାନେ ଗୋପବନ୍ଧୁଙ୍କ ବିୟୋଗରେ ଅଶ୍ରୁ ବିସର୍ଜନ କରିବାକୁ କବି ଆହ୍ଵାନ ଦେଇଛନ୍ତି ।
Answer:
ଠିକ୍
7. ସକଳ କ୍ଷୁଦ୍ରତା କଥା ଭୁଲି ସମସ୍ତେ ଗୋପବନ୍ଧୁଙ୍କ ମରଶରୀରକୁ ସମ୍ମାନ ଜଣାଇବାକୁ କବି ନିବେଦନ କରିଛନ୍ତି ।
Answer:
ଠିକ୍
8. ଗୋପବନ୍ଧୁ କେତେ ଲୋକପ୍ରିୟ ଥିଲେ ବୋଲି ‘ମରଣ’ ଜାଣିବା ଆବଶ୍ୟକ ବୋଲି କବି କହିଛନ୍ତି ।
Answer:
ଠିକ୍
9. ‘ଗୋପ ପ୍ରୟାଣ’ କବିତାଟି କବିଙ୍କର ‘ମାଟିବାଣୀ’ କବିତା ସଂକଳନରୁ ଆସିଅଛି ।
Answer:
ଠିକ୍
10. କବି ରାଜା, ଧନିକ, ବଣିକମାନଙ୍କୁ ଗୋପବନ୍ଧୁଙ୍କ ଶବ ସାଥ୍ରେ ଚାଲିବାପାଇଁ ନିବେଦନ କରିଛନ୍ତି ।
Answer:
ଠିକ୍
11. କବି ଭଗବାନଙ୍କୁ ଜାତିର ରାଜା ବୋଲି ଅଭିହିତ କରିଛନ୍ତି ।
Answer:
ଠିକ୍
12. ସନାତନ ଧର୍ମାବଲମ୍ବୀମାନଙ୍କୁ ହିନ୍ଦୁ କୁହାଯାଏ ।
Answer:
ଭୁଲ୍
13. ଗୋପବନ୍ଧୁ ଦରିଦ୍ରଙ୍କ ମୁଖରେ ଅନ୍ନ ଦେଲାବେଳେ କର୍ମ ଭୁଲିଯାଉଥିଲେ ।
Answer:
ଭୁଲ୍
14. ଆତ୍ମାର ଅମରତ୍ୱ ଲାଭ ପାଇଁ କରାଯାଉଥିବା ପ୍ରାର୍ଥନାକୁ ମରଣ ମନ୍ତ୍ର କୁହାଯାଏ ।
Answer:
ଠିକ୍
15. ଗୋପବନ୍ଧୁ କୋଟିଏ ଦରିଦ୍ର ମେଳରେ ଦରିଦ୍ର ନାରାୟଣ ଥିଲେ ।
Answer:
ଠିକ୍
E ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. ପଦାତିକ, ଅଶ୍ଵାରୋହୀ, ଗଜାରୋହୀ, ରଥାରୋହୀ ପ୍ରଭୃତି ସେନାକୁ କ’ଣ କୁହାଯାଏ ?
(A) ଅନିକିନୀ
(B) ଅନୀକିନୀ
(C) ଅନୀକୀନୀ
(D) ଅନିକୀନୀ
Answer:
(A) ଅନିକିନୀ
2. ନିମ୍ନପ୍ରଦତ୍ତ ମଧ୍ୟରୁ କେଉଁଟି ଏକ ପ୍ରକାର କଂସାରେ ତିଆରି ବାଦ୍ୟଯନ୍ତ୍ର ?
(A) କରତାଳ
(B) ପଖଉଜ
(C) ଖୋଳ
(D) ବେହେଲା
Answer:
(B) ପଖଉଜ
3. ଯଜ୍ଞର ପୁରୋହିତଙ୍କୁ କ’ଣ କୁହାଯାଏ ?
(A) ଆଚାର୍ଯ୍ୟ
(B) ବ୍ରହ୍ମା
(C) ଋତ୍ବିକ୍
(D) କର୍ରା
Answer:
(C) ଋତ୍ବିକ୍
4. କାହାକୁ ସମ୍ମାନ ଜଣାଇବାକୁ କବି ନିବେଦନ କରିଛନ୍ତି ?
(A) ଗୋପବନ୍ଧୁଙ୍କୁ
(B) ଉତ୍କଳମଣିଙ୍କୁ
(C) ଗୋପବନ୍ଧୁଙ୍କ ମରଶରୀରକୁ
(D) ଉତ୍କଳର ମଥାମଣିଙ୍କୁ
Answer:
(A) ଗୋପବନ୍ଧୁଙ୍କୁ
5. ଗୋପବନ୍ଧୁଙ୍କ ସମ୍ମାନାର୍ଥେ କ’ଣ ନଗ୍ନ କରି ରାଜପଥକୁ ଆସିବାକୁ କବି କହିଛନ୍ତି ?
(A) ହସ୍ତ
(B) ଚରଣ
(C) ଆନନ
(D) ନୟନ
Answer:
(A) ହସ୍ତ
6. ସ୍ଵର୍ଗତ ମହାଜନ କୁ କ’ଣ ନତ କରି ସମ୍ମାନ ଜଣାଇବାକୁ କବି କହିଛନ୍ତି ?
(A) ଶରୀର
(B) ମଥା
(C) ଆଣ୍ଠୁ
(D) ନୟନ
Answer:
(A) ଶରୀର
7. ବ୍ରାହ୍ମଣମାନଙ୍କୁ କ’ଣ କରିବାପାଇଁ କବି କହିଛନ୍ତି ?
(A) ଯଜ୍ଞ କରିବାପାଇଁ
(B) ପୂଜା କରିବାପାଇଁ
(C) ମନ୍ତ୍ର ଗାଇବାପାଇଁ
(D) ହୋମ କରିବାପାଇଁ
Answer:
(B) ପୂଜା କରିବାପାଇଁ
8. ବ୍ରାହ୍ମଣମାନେ ମନ୍ତ୍ର ଗାଇବାବେଳେ ଜନତାକୁ କ’ଣ କରିବାପାଇଁ କବି ନିବେଦନ କରିଛନ୍ତି ?
(A) ବାଦ୍ୟ ବଜାଇବାକୁ
(B) ଗୀତ ଗାଇବାକୁ
(C) ପାଳି ଧରିବାକୁ
(D) ନୀରବରେ ଯିବାକୁ
Answer:
(D) ନୀରବରେ ଯିବାକୁ
9. ଖୋଳତାଳ – କହିଲେ କ’ଣ ବୁଝ ?
(A) ଏକ ପ୍ରକାର ଯନ୍ତ୍ର
(B) ଏକ ପ୍ରକାର ବାଦ୍ୟଯନ୍ତ୍ର
(C) ତାଳରେ ଖୋଳ କରିବା
(D) ଖୋଳ ଓ ତାଳ
Answer:
(D) ଖୋଳ ଓ ତାଳ
10. କୁଳବଧୂମାନଙ୍କୁ କେଉଁ ସ୍ଥାନରେ ଆସି ଛିଡ଼ା ହେବାକୁ କବି ନିବେଦନ କରିଛନ୍ତି ?
(A) ରାଜମାର୍ଗରେ
(C) ସଭାସ୍ଥଳରେ
(B) ଦ୍ଵାରଦେଶରେ
(D) ଗବାକ୍ଷ ନିକଟରେ
Answer:
(D) ଗବାକ୍ଷ ନିକଟରେ
11. କାହା ପରି ଦୁନିଆରେ ଆଉ ଜଣେ ନାହାନ୍ତି ବୋଲି କବି କରିଛନ୍ତି ?
(A) ଗୋପବନ୍ଧୁଙ୍କ ପରି
(B) ରାଜାଙ୍କ ପରି
(C) ସେନାପତିଙ୍କ ପରି
(D) ମନ୍ତ୍ରୀଙ୍କ ପରି
Answer:
(A) ଗୋପବନ୍ଧୁଙ୍କ ପରି
12. କବି ରାଜା, ଧନିକ, ବଣିକମାନଙ୍କୁ କାହା ସାଥ୍ରେ ଚାଲିବାପାଇଁ ନିବେଦନ କରିଛନ୍ତି ?
(A) ଗୋପବନ୍ଧୁଙ୍କ ସହିତ
(B) ଗୋପବନ୍ଧୁଙ୍କ ଶବ ସହିତ
(C) ଜନତାଙ୍କ ସହ
(D) ଏକାକୀ
Answer:
(C) ଜନତାଙ୍କ ସହ
13. ଗୋପବନ୍ଧୁଙ୍କ ପ୍ରାଣପ୍ରିୟ ମାଟି ଉପରେ ଅଶ୍ରୁ ଝରାଇବାକୁ କବି କାହାକୁ ନିବେଦନ କରିଛନ୍ତି ?
(A) ଓଡ଼ିଆମାନଙ୍କୁ
(B) ନାଗରିକମାନଙ୍କୁ
(C) କୁଳବଧୂମାନଙ୍କୁ
(D) ସୈନ୍ୟମାନଙ୍କୁ
Answer:
(D) ସୈନ୍ୟମାନଙ୍କୁ
14. କବି କାହାକୁ ଜାତିର ରାଜା ବୋଲି ଅଭିହିତ କରିଛନ୍ତି ?
(A) ମଧୁବାବୁଙ୍କୁ
(B) ଫକୀରମୋହନଙ୍କୁ
(C) ଗୌରୀଶଙ୍କରଙ୍କୁ
(D) ଗୋପବନ୍ଧୁଙ୍କୁ
Answer:
(A) ମଧୁବାବୁଙ୍କୁ
15. କବି କବିତାରେ ଗୋପବନ୍ଧୁଙ୍କୁ କ’ଣ ବୋଲି ଅଭିହିତ କରିଛନ୍ତି ?
(A) ଜାତିର ଜନକ
(B) ଜାତିର ରାଜା
(C) ଜାତିର ସ୍ରଷ୍ଟା
(D) ଜାତିର କର୍ତ୍ତା
Answer:
(B) ଜାତିର ରାଜା
16. ସନାତନ ଧର୍ମାବଲମ୍ବୀମାନଙ୍କୁ କ’ଣ କୁହାଯାଏ ?
(A) ସନାତନି
(B) ସନାନ୍ତନି
(C) ସନନ୍ତନୀ
(D) ସନାତନୀ
Answer:
(A) ସନାତନି
17. କ’ଣ ଭୁଲି ଜାତିର ରାଜାଙ୍କୁ ସମ୍ମାନ ଜଣାଇବାକୁ କବି ହିନ୍ଦୁ, ଖ୍ରୀଷ୍ଟାନ ଓ ମୁସଲମାନମାନଙ୍କୁ ନିବେଦନ କରିଛନ୍ତି ?
(A) ରାଗ
(B) ଲୋଭ
(C) ପରଶ୍ରୀକାତରତା
(D) ସକଳ କ୍ଷୁଦ୍ରତା
Answer:
(D) ସକଳ କ୍ଷୁଦ୍ରତା
18. ଗୋପବନ୍ଧୁ ଦରିଦ୍ରଙ୍କ ମୁଖରେ ଅନ୍ନ ଦେଲାବେଳେ କ’ଣ ଭୁଲିଯାଉଥିଲେ ?
(A) ସ୍ଵାର୍ଥ
(B) ଧର୍ମ
(C) ଶତ୍ରୁତା
(D) ଜାତି
Answer:
(B) ଧର୍ମ
19. ଗୋପବନ୍ଧୁ ଙ୍କ ଶବର ଶୋଭାଯାତ୍ରାରେ ସାମିଲ ହୋଇଥିବା ବ୍ୟକ୍ତିବର୍ଗଙ୍କୁ କବି କ’ଣ ବୋଲି ଅଭିହିତ କରିଛନ୍ତି ?
(A) ଶବଯାତ୍ରୀ
(B) ଶୋଭାଯାତ୍ରୀ
(C) ବ୍ରାହ୍ମଣ
(D) ବରଯାତ୍ରୀ
Answer:
(C) ବ୍ରାହ୍ମଣ
20. ଆତ୍ମାର ଅମରତ୍ୱ ଲାଭ ପାଇଁ କରାଯାଉଥିବା ପ୍ରାର୍ଥନାକୁ କ’ଣ କୁହାଯାଏ ?
(A) ଅମର ମନ୍ତ୍ର
(B) ମରଣ ମନ୍ତ୍ର
(C) ବିଜୟ ମନ୍ତ୍ର
(D) ଜୟ ମନ୍ତ୍ର
Answer:
(B) ମରଣ ମନ୍ତ୍ର
21. ଜାତି ଧର୍ମ ନିର୍ବିଶେଷରେ ଗୋପବନ୍ଧୁ କାହା ମୁଖରେ ଆଣି ଅନ୍ନ ଦେଇଥିଲେ ?
(A) ଦରିଦ୍ରର
(B) ଦୁଃଖୀର
(C) ଧନିକର
(D) ଜାତିର
Answer:
(A) ଦରିଦ୍ରର
22. ଗୋପବନ୍ଧୁ କୋଟିଏ ଦରିଦ୍ର ମେଳରେ କ’ଣ ଥିଲେ ?
(A) ଜଣେ ଦରିଦ୍ର
(B) ଏକମାତ୍ର ଧନୀ ବ୍ୟକ୍ତି
(C) ଦରିଦ୍ର-ନାରାୟଣ
(D) ଦରିଦ୍ରଜନ
Answer:
(B) ଏକମାତ୍ର ଧନୀ ବ୍ୟକ୍ତି
23. କବି କାହାକୁ ଆମର ପ୍ରିୟ କର୍ମବୀର ବୋଲି କହିଛନ୍ତି ?
(A) ଗୌରୀଶଙ୍କର ରାୟଙ୍କୁ
(B) ବିଜୁ ପଟ୍ଟନାୟକଙ୍କୁ
(C) ଗୋଦାବରୀଶଙ୍କୁ
(D) ଗୋପବନ୍ଧୁଙ୍କୁ
Answer:
(C) ଗୋଦାବରୀଶଙ୍କୁ
24. କାହାର ମହାପ୍ରୟାଣରେ ଓଡ଼ିଆ ଜାତିର ଗର୍ବ ଭାଙ୍ଗିଗଲା ବୋଲି କବି କହିଛନ୍ତି ?
(A) ଗୋପବନ୍ଧୁଙ୍କର
(B) ରାଜାଙ୍କର
(C) ସୌଦାଗରଙ୍କର
(D) ମହାଜନଙ୍କର
Answer:
(D) ମହାଜନଙ୍କର
25. ମହାବୀରଙ୍କ ମହାପ୍ରୟାଣରେ ପ୍ରତିଟି ଅଧରରେ କାହାର ନାମ ଉଚ୍ଚାରିତ ହେଉଥିଲା ?
(A) ଭଗବାନଙ୍କର
(B) ଗୋପବନ୍ଧୁ ଙ୍କର
(C) ରାମଙ୍କର
(D) କୃଷ୍ଣଙ୍କର
Answer:
(B) ଗୋପବନ୍ଧୁ ଙ୍କର
26. କେଉଁ କଥା ଭୁଲି ସମସ୍ତେ ଗୋପବନ୍ଧୁଙ୍କ ମରଶରୀରକୁ ସମ୍ମାନ ଜଣାଇବାକୁ କବି ନିବେଦନ କରିଛନ୍ତି ?
(A) କ୍ଷୁଦ୍ରତ
(B) ସାମ୍ପ୍ରଦାୟିକତା
(C) ଦୁଃଖ ଓ ଯନ୍ତ୍ରଣା
(D) ଭାଷା
Answer:
(C) ଦୁଃଖ ଓ ଯନ୍ତ୍ରଣା
27. ଗୋପବନ୍ଧୁଙ୍କ ମରଶରୀରକୁ ଓଡ଼ିଆ ଜାତି କାହିଁକି ସମ୍ମାନ ଦେବା ଉଚିତ ବୋଲି କବି ମନେ କରିଛନ୍ତି ?
(A) ଦରିଦ୍ର ମୁଖରେ ଅନ୍ନ ଦେଇଥିବାରୁ
(B) ଓଡ଼ିଆ ଭାଷାର ଉନ୍ନତି କରିଥିବାରୁ
(C) ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିଥିବାରୁ
(D) ଦେଶ ସ୍ଵାଧୀନ କରିଥିବାରୁ
Answer:
(B) ଓଡ଼ିଆ ଭାଷାର ଉନ୍ନତି କରିଥିବାରୁ
କବିଙ୍କ ସମ୍ବନ୍ଧରେ :
ପ୍ରେମ ଓ ପ୍ରଣୟର ସାର୍ଥକ ରୂପକାର କବି ଡ. ମାୟାଧର ମାନସିଂହ ଏକାଧାରରେ ଜଣେ କବି, ପ୍ରାବନ୍ଧିକ, ଜୀବନୀ, ଆତ୍ମଜୀବନୀ ଓ ଭ୍ରମଣ କାହାଣୀ ଲେଖକ, ସାହିତ୍ୟ ସମାଲୋଚକ ଏବଂ ଜଗନ୍ନାଥ ସଂସ୍କୃତି ଗବେଷକ ଭାବେ ବହୁମୁଖୀ ପ୍ରତିଭାସମ୍ପନ୍ନ ବ୍ୟକ୍ତିତ୍ଵ । ଏତଦ୍ଭିନ୍ନ ବିଭିନ୍ନ ପତ୍ରପତ୍ରିକାର ସମ୍ପାଦକ ତଥା ‘ଓଡ଼ିଆ ସାହିତ୍ୟର ଇତିହାସ ର ଲେଖକ ଭାବେ ସେ ଅସାଧାରଣ ଗୌରବର ଅଧିକାରୀ । ସାହିତ୍ୟର ଏପରି କୌଣସି ବିଭାଗ ନାହିଁ ଯେଉଁଥରେ ସେ ଲେଖନୀ ଚାଳନା କରିନାହାନ୍ତି । ଓଡ଼ିଆ ସାହିତ୍ୟରେ ଏକ ସ୍ଵତନ୍ତ୍ର ସମ୍ମାନର ଅଧିକାରୀ ମାନସିଂହ ଅବିଭକ୍ତ ପୁରୀ ଜିଲ୍ଲା ଉତ୍କଳ-କମଳା-ବିଳାସ-ଦୀର୍ଘକା -ମରାଳମାଳିନୀ – ନୀଳାମ୍ବୁ ଚିଲିକା ଗର୍ଭସ୍ଥିତ ପାରିକୁଦ ଦ୍ଵୀପରେ ୧୯୦୫ ମସିହା ନଭେମ୍ବର ମାସ ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ।
ତାଙ୍କ ପିତା ଥିଲେ ପଦ୍ମଚରଣ ମାନସିଂହ ଓ ମାତା ସୁଭଦ୍ରା ଦେବୀ । କବିଙ୍କ ପରିବାରର ଆର୍ଥିକ ଅବସ୍ଥା ସେତେ ସ୍ବଚ୍ଛଳ ନ ଥିଲା । ମାତ୍ର ତାଙ୍କ ସାଧନା, ଅଧ୍ୟବସାୟ ଓ ଉଚ୍ଚାଭିଳାଷ ତଥା ବିଦ୍ୟାତ୍ସାହିତା ତାଙ୍କୁ ଅଖ୍ୟାତ ପାରିକୁଦରୁ ନେଇ ବିଖ୍ୟାତ ଡରହାମ୍ ବିଶ୍ବବିଦ୍ୟାଳୟରେ ପହଞ୍ଚାଇ ଦେଇଥିଲା । କବି ଖୋର୍ଦ୍ଧା ଓ ବାଣପୁରରୁ ସ୍କୁଲ ଶିକ୍ଷା ସମାପ୍ତ କରି ରେଭେନ୍ସା କଲେଜ ଓ ପାଟଣା ବିଶ୍ଵବିଦ୍ୟାଳୟରୁ ଇଂରାଜୀ ସାହିତ୍ୟରେ ଏମ୍.ଏ. ଡିଗ୍ରୀ ହାସଲ କରିଥିଲେ । ସେକସ୍ପିଅର ଓ କାଳିଦାସଙ୍କ ଉପରେ ତୁଳନାତ୍ମକ ଗବେଷଣା କରି ସେ ୧୯୩୯ ମସିହାରେ ଡରହାମ୍ ବିଶ୍ଵବିଦ୍ୟାଳୟରୁ ସମ୍ମାନଜନକ ପି.ଏଚ୍.ଡ଼ି. ଉପାଧ୍ ଲାଭ କରିଥିଲେ ।
ଶିକ୍ଷା ସମାପ୍ତି ପରେ ସେ ପ୍ରଥମେ ଗୋଟିଏ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଓ ପରେ ଶିକ୍ଷା ପରିଦର୍ଶକ ଚାକିରି କରି ପ୍ରାୟ ପ୍ରୌଢ଼ ବୟସରେ ଅଧ୍ୟାପକ ଚାକିରିରେ ଯୋଗ ଦେଇଥିଲେ । ଅଧ୍ୟାପକ ପଦରେ ତାଙ୍କର ଦକ୍ଷତା ଥିଲା ସର୍ବାଧିକ ।ପରେ ସେ ସମ୍ବଲପୁରର ଗଙ୍ଗାଧର ମେହେର ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ସୂଚାରୁରୂପେ ଦାୟିତ୍ଵ ନିର୍ବାହ କରି ପରିଶେଷରେ ଉତ୍କଳ ବିଶ୍ଵବିଦ୍ୟାଳୟ ଜ୍ଞାନକୋଷର ସମ୍ପାଦକ ପଦବୀ ମଣ୍ଡନ କରି ଚାକିରିରୁ ଅବସର ଗ୍ରହଣ କରିଥିଲେ । ଡ. ମାନସିଂହ ଉତ୍କଳ ବିଶ୍ଵବିଦ୍ୟାଳୟର ସିନେଟ୍ ସଭ୍ୟ ଥିଲେ ଓ କେନ୍ଦ୍ର ସାହିତ୍ୟ ଏକାଡ଼େମୀର ସଭ୍ୟ ମଧ୍ଯ ଥିଲେ । ୧୯୬୭ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧିରେ ଭୂଷିତ କରିଥିଲେ । ୧୯୭୩ ମସିହାରେ ଏହି ମହାକବିଙ୍କର ମହାପ୍ରୟାଣ ହୋଇଥିଲା ।
କବି ଡ. ମାନସିଂହ ଥିଲେ ଓଡ଼ିଆ ସାହିତ୍ୟରେ ଅନନ୍ୟ ପ୍ରତିଭାର ଅଧିକାରୀ । ତାଙ୍କ ସାରସ୍ବତ ସୃଷ୍ଟି ମଧ୍ୟରେ ‘ଉପେକ୍ଷିତ’, ‘ନିକ୍କଣ’, ‘ଶୁଭଦୃଷ୍ଟି’, ‘ସାଧବ ଝିଅ’, ‘ଜେମା’, ‘କମଳାୟନ’ପରି କାବ୍ୟ; ‘ଧୂପ’, ‘ହେମଶସ୍ୟ’, ‘ହେମପୁଷ୍ପ’, ‘କୋଣାର୍କ’, ‘ପ୍ରେମପୁଷ୍ପ’, ‘ପ୍ରେମଶସ୍ୟ’, ‘ମାଟିବାଣୀ’, ‘ଜୀବନଚିତା’, ‘ବାପୁତର୍ପଣ’, ‘ଅକ୍ଷତ’, ‘କୁଶ’, ‘ସିନ୍ଧୁ’ ଓ ‘ବିନ୍ଦୁ’ପରି କବିତା ସଂକଳନ; ‘ରାଜକବି’, ‘ପୁଷିତା’, ‘ପୂଜାରିଣୀ’, ‘ନଷ୍ଟନୀଡ଼’, ‘ବାରବାଟୀ’, ‘ବୁଦ୍ଧ’, ‘ଶାସନଚକ୍ର’, ‘ଦୁର୍ଭିକ୍ଷ’ପରି ନାଟକ- ନାଟିକା, ‘କବି ଓ କବିତା’, ‘ଜୀବନପଥ’, ‘ଓଡ଼ିଆ ସମାଜ ଓ ସାହିତ୍ୟ’, ‘ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ’, ‘ମାଟିର ମହାକବି ସାରଳା ଦାସ’ ଓ ‘ଗୀତା ମାହାତ୍ମ୍ୟ’ ପରି ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟ; ‘ପଶ୍ଚିମ ପଥକ’ ପରି ଭ୍ରମଣ କାହାଣୀ ଓ ଉପନ୍ୟାସ ‘ଅନ୍ଵେଷଣ’ କବିଙ୍କ ଅନନ୍ୟ ବହୁମୁଖୀ ସାରସ୍ବତ ପ୍ରତିଭାର ପରିଚାୟକ । ଏତଦ୍ଭିନ୍ନ ‘ସାହିତ୍ୟର ଇତିହାସ’ ଓ ‘ଜଗନ୍ନାଥ ସଂସ୍କୃତି ଗ୍ରନ୍ଥ’ ଏହି କବିଙ୍କର ଦୁଇଟି ଅନନ୍ୟ କୃତି । କବିଙ୍କ ସାହିତ୍ୟରେ ଜାତୀୟତାବାଦ, ରୋମାଣ୍ଟିକ୍ ଚେତନା, ଐତିହ୍ୟ ସଚେତନତା, ସଂସ୍କୃତି ସୁରକ୍ଷା, ସଂସ୍କାରଧର୍ମିତା, ମାନବ ବନ୍ଦନା ତଥା ପୂଜ୍ୟପୂଜା ପରମ୍ପରା ବଳିଷ୍ଠ ଭୂମିକା ଗ୍ରହଣ କରିଛି ।
କବିତାର ପୃଷ୍ଠଭୂମି :
ଧରାଧାମରେ ଅନେକ ମଣିଷ ଜନ୍ମ ନିଅନ୍ତି ଓ ସ୍ଵାଭାବିକ ଭାବେ ଜୀବନ ସମ୍ପାଦନ କରି ମୃତ୍ୟୁବରଣ କରନ୍ତି । ମାତ୍ର ଏପରି କେତେଜଣ ଯୋଗଜନ୍ମା ଥାଆନ୍ତି, ସେମାନେ ଇହଲୀଳା ସମ୍ବରଣ କଲାପରେ ସାଧାରଣ ମଣିଷ ବିଶ୍ବାସ କରିପାରେନା ଯେ ଏପରି ରକ୍ତ-ମାଂସ ଦେହଧାରୀ ମଣିଷ ସେମାନଙ୍କ ମଧ୍ୟରେ ବିଚରଣ କରୁଥିଲେ । କାରଣ ସେମାନେ ଥାଆନ୍ତି ସାଧାରଣଙ୍କ ମଧ୍ୟରେ ଅସାଧାରଣ । ସେମାନେ ନିଜ ଜୀବନର ଉତ୍ତାପରେ ଅନ୍ୟର ଶୀତଳତା ଦୂର କରନ୍ତି । ନିଜେ ଜଳି ଅନ୍ୟ ପାଇଁ ସାଜନ୍ତି ଆଲୋକବର୍ତ୍ତିକା ।
ନିଜର କର୍ମ ମାଧ୍ୟମରେ ଅପର ପାଇଁ ସିଞ୍ଚି ଯାଆନ୍ତି ବଞ୍ଚି ରହିବାର ସ୍ଵପ୍ନ । ସବୁ ଶୁକ୍ତି ମଧ୍ୟରେ ମିଳେନା ମୁକ୍ତାର ସନ୍ଧାନ । ମୁକ୍ତାଭର ଶୁକ୍ତି କେବଳ ଏକ ଦୈବୀ ସଂଯୋଗ । ପ୍ରକୃତିର ନିର୍ମମ ଅତ୍ୟାଚାରରେ ଚିରନିପୀଡ଼ିତ ତଥା ଦାରିଦ୍ର୍ୟର କଷାଘାତରେ ସଦା ଜର୍ଜରିତ ଓଡ଼ିଶା ପାଇଁ ଏମିତି ଏକ ରତ୍ନ ଥିଲେ ଦୀନ ଦୁର୍ଗତର ବନ୍ଧୁ ଉତ୍କଳ ଜନତାର ମଉଡ଼ମଣି ପଣ୍ଡିତ ଗୋପବନ୍ଧୁ । ତାଙ୍କ ବିୟୋଗରେ ସ୍ତସ୍ଥିତ ହୋଇଯାଇଥିଲା ଉତ୍କଳ ଭୂଇଁର ପାଣି ପବନ ।
ଶୋକରେ ଅଧୀର ହୋଇଥିଲେ ଓଡ଼ିଶାର ଅଗଣିତ ଜନତା । ଅସହାୟ ଓଡ଼ିଆ ଜାତି ହରାଇ ବସିଥିଲା ତା’ର ପ୍ରାଣର ସୋଦର । ତା’ ମୁଖର ସ୍ନେହବୋଳା କରୁଣା ଶବ୍ଦ ଓ ସଦିଚ୍ଛା, ସହଯୋଗର ପ୍ରସାରିତ ହସ୍ତ ଶୂନ୍ୟରାଜ୍ୟରେ ମିଶିଗଲା । ସମାଜର ଦୁଃସ୍ଥ, ପୀଡି଼ତ, ବେସାହାରା, ଦୁର୍ଗତ ମଣିଷ ପାଇଁ ଦେବତାର ଆସନ-ଅଳଂକୃତ କରିଥିବା ଗୋପବନ୍ଧୁଙ୍କ ତିରୋଧାନରେ ଦରଦୀ କବି ମାନସିଂହଙ୍କ ହୃଦୟର ଗଭୀର ଶୋକ ରୂପ ପାଇଛି ତାଙ୍କ କବିତା ‘ଗୋପ ପ୍ରୟାଣ ରେ । କବିଙ୍କ ବିଷାଦିତ ହୃଦୟରୁ ଝରିପଡ଼ିଛି –
‘ମହାବୀର ମହାପ୍ରୟାଣ ରଚିଲା ଆଜି
ତା’ ମହାଜାତିର ଗର୍ବ ଗଲା ଯେ ଭାଜି !
ଅନୀକିନୀ ତା’ର ସ୍ତମ୍ଭତେ ଅଛି ରହି
ପ୍ରତି କରେ କରେ ପତାକା ଯାଇଛି ନଇଁ ।’’
କବି ମାନସିଂହ ବିଚାରରେ ଉତ୍କଳମଣି ଗୋପବନ୍ଧୁ ଥୁଲେ ଜାତିର କର୍ଣ୍ଣଧାର, କୋଟି ଓଡି଼ଆଙ୍କ ମଧ୍ୟରେ ମହାବୀର । ତାଙ୍କ ବିୟୋଗରେ ଏ ମହାଜାତିର ଯେଉଁ ଅପୂରଣୀୟ କ୍ଷତି ଘଟିଲା ତାହା ଅବର୍ଣ୍ଣନୀୟ । ଓଡ଼ିଆ ଜାତି ତା’ ପ୍ରାଣର ମୁକୁଟବିହୀନ ସମ୍ରାଟଙ୍କୁ ହରାଇ ଦୁଃଖରେ ସତେ ଯେପରି ନିର୍ବାକ୍ ହୋଇ ପଡ଼ିଥିବାର ଅନୁଭବ କରିଛନ୍ତି କବି । ଜାତିର ଗର୍ବୋନ୍ନତ ପତାକା ସ୍ଵତଃ ଅର୍ଦ୍ଧନମିତ ହୋଇଯାଇଛି । ମହାବୀରର ମହାଯାତ୍ରା ଦର୍ଶନରେ ତା’ର ଚତୁରଙ୍ଗ ସେନାନୀ ସ୍ତମ୍ବିତ ହୋଇପଡ଼ିଛି । ଦୁର୍ଗତ, ପ୍ରପୀଡ଼ିତ ମାନବର ବନ୍ଧୁଙ୍କ ଚିର ବିଦାୟରେ ସାଧାରଣ ଜନତାର ହୃଦୟ କାରୁଣ୍ୟରେ ଭରିଉଠିଛି ।ସଭିଙ୍କ ବୁକୁଫଟା କ୍ରନ୍ଦନ-ରୋଳରେ ପରିବେଶ ଶିହରି ଉଠିଛି ।
ବିରାଟ ଓଡ଼ିଆ ଜାତିର ମଥାମଣି ଯେ ଭୂ-ଲୁଣ୍ଠିତ, ଏହି ସମ୍ବାଦ ଶ୍ରବଣରେ ଦୁନିଆ ହତବାକ୍ ହୋଇଉଠିଛି । କୋଟି ପ୍ରାଣରେ ଭରିଯାଇଛି ଦୁଃଖର କାରୁଣ୍ୟ । ଜାତି ମହାବୀର ନାମୋଚ୍ଚାରଣ କରି ପଲ୍ଲୀ, ନଗର, ଜନପଦର ଆବାଳ-ବୃଦ୍ଧ-ବନିତା ଉଚ୍ଚସ୍ୱରରେ ବିକଳଭାବେ ବାହୁନି ଉଠିଛନ୍ତି । ସଭିଙ୍କ ଆଖୁରୁ ବହିଯାଇଛି ଅମାନିଆ ଲୁହଧାର । ଶୋକାଭିଭୂତ କବି ବିଷାଦରେ ଭାଙ୍ଗିପଡ଼ି ଓଡ଼ିଶାବାସୀଙ୍କୁ ରାଜରାସ୍ତାକୁ ଓହ୍ଲାଇ ଆସି ସଶ୍ରଦ୍ଧ ଶେଷ ପ୍ରଣାମ ଜଣାଇବାକୁ ଆହ୍ଵାନ ଦେଇଛନ୍ତି । ସ୍ୱର୍ଗତ ମହାନାୟକଙ୍କୁ ଅନ୍ତିମ ସମ୍ମାନ ଜଣାଇବାପାଇଁ ଖାଲିପାଦରେ ରାଜପଥ ପାର୍ଶ୍ଵରେ ମଥାନତ କରି ଏକତ୍ର ଉପସ୍ଥିତ ହେବାପାଇଁ ଡାକରା ଦେଇଛନ୍ତି କବି । ଦିବଂଗତ ଆତ୍ମାର ସଦ୍ଗତି ନିମନ୍ତେ ଈଶ୍ବରଙ୍କ ନିକଟରେ ସମ୍ମିଳିତ ଭାବେ ପ୍ରାର୍ଥନା କରିବାକୁ କବି ଅନୁରୋଧ କରିଛନ୍ତି । କବିଙ୍କ ଭାଷାରେ
‘ମଥା ନତ କରି ସମ୍ମାନ କର
ସ୍ଵର୍ଗତ ମହାଜନେ,
ତୁମ ମେଳେ କହ ଅଛି କିଏ ଆଉ
ତାହା ପରି ଆଉ ଜଣେ ?’’
ଗୋପବନ୍ଧୁଙ୍କ ପରି ରକ୍ତ-ମାଂସ ଦେହଧାରୀ ଦେବାତ୍ମା ଯେ କୋଟିକରେ ଗୋଟିଏ ଥୁଲେ, ତାହା ଏ ଓଡ଼ିଆଜାତି ବଞ୍ଚୁଥୁବା ପର୍ଯ୍ୟନ୍ତ ଅସ୍ବୀକାର କରିପାରିବ ନାହିଁ । ଅସହାୟର ସାହା, ଦୀନ, ଦୁର୍ଗତର ବନ୍ଧୁ ଭାବେ ସେ ଥିଲେ ମହନୀୟ ଆଦର୍ଶର ମୂର୍ତ୍ତିମନ୍ତ ପ୍ରତୀକ । ବନ୍ୟା, ବାତ୍ୟା ଓ ମରୁଡ଼ିର କରାଳ କବଳରେ ନିଷ୍ପେଷିତ ରାଜ୍ୟର ପ୍ରତିଟି ବ୍ୟକ୍ତି ସେହି କୃଷ୍ଣ ଶ୍ମଶ୍ରୁଧାରୀ ବ୍ୟକ୍ତିଟିର ଛଳଛଳ ଆଖ୍ ଓ ସମ୍ବେଦନାଭରା ଶବ୍ଦ କେତୋଟି ଶୁଣି ଆଶ୍ଵାସନା ପାଉଥିଲା ।
ତ୍ୟାଗ ଓ ସେବାକୁ ଜୀବନର ଆଦର୍ଶଭାବେ ବାଛି ନେଇଥିବା ସେହି ପୁଣ୍ୟାତ୍ମାଙ୍କ ଶବାଧାର ପାର୍ଶ୍ଵରେ ଉପସ୍ଥିତ ରହି ଶେଷ ଶ୍ରଦ୍ଧାଞ୍ଜଳି ବାଢ଼ିଦେବାକୁ କବି ରାଜା, ପ୍ରଜା, ଧନୀକ, ବଣିକ, ସୌଭାଗ୍ୟଶାଳୀ ସୌଦାଗର, କ୍ଷତ୍ରିୟ, ପୁରୋହିତ, କୃଷକ, ଶ୍ରମିକ ସଭିଙ୍କୁ ଆହ୍ୱାନ କରିଛନ୍ତି । ରାଜା, ପ୍ରଜା, ଧନୀକ, ବଣିକ, ସୌଭାଗ୍ୟଶାଳୀ ସୌଦାଗର, କ୍ଷତ୍ରିୟ, ପୁରୋହିତ, କୃଷକ, ଶ୍ରମିକ ସଭିଙ୍କୁ ଆହ୍ଵାନ କରିଛନ୍ତି । ବାହାରି ଗବାକ୍ଷଧାରରେ ଉପସ୍ଥିତ ହେବା ସହ ପରମପ୍ରିୟ, ଜାତିର କର୍ଣ୍ଣଧାର, ମହାନାତ୍ମା ଦେଶବନ୍ଧୁଙ୍କୁ ସଶ୍ରଦ୍ଧ ସମ୍ମାନ ପ୍ରଦର୍ଶନ କରିବାପାଇଁ ଅନ୍ତତଃ ଦୁଇଧାର ଲୋତକ ବର୍ଷଣ କରିବାପାଇଁ କବି ବ୍ୟଥାଭରା
ସ୍ବରରେ ମିନତି କରିଛନ୍ତି । ଜାତି-ଧର୍ମ-ବର୍ଣ୍ଣ କରିବାପାଇଁ ଅନ୍ତତଃ ଦୁଇଧାର ଲୋତକ ବର୍ଷଣ କରିବାପାଇଁ କବି ଆହ୍ବାନ କରିଛନ୍ତି । କାରଣ ଜାତି-ଭେଦ, ବର୍ଣ୍ଣ-ବୈଷମ୍ୟ, ଧର୍ମ-ସମ୍ପ୍ରଦାୟର ଊର୍ଦ୍ଧ୍ବରେ ଥାଇ ସେହି ଦିବ୍ୟାତ୍ମା ପ୍ରପୀଡ଼ିତ ମଣିଷ ଜାତିର ସେବାରେ ନିଜକୁ ଉତ୍ସର୍ଗ କରିଥିଲେ । ସଭିଙ୍କ ଦୁଃଖରେ ସମଦୁଃଖୀ ହୋଇ ଦୀନ ଦୁର୍ଗତଙ୍କ ମୁଖରେ ଆହାର ଦେବାକୁ ଯାଇ ସେ ନିଜ ସୁଖ ସୁବିଧାକୁ ଜଳାଞ୍ଜଳି ଦେଇଥିଲେ । କବିଙ୍କ ଭାଷାରେ–
‘ଧର୍ମ ଭୁଲି ସେ ଦରିଦ୍ର ମୁଖେ
ଅନ୍ନ ଦେଇଛି ଆଣି,
ସକଳ ଦୁଃଖକୁ ନିଜ ଦୁଃଖ କରି
ଚକ୍ଷୁ ଦେଇଛି ପାଣି ।’’
ଗୋପବନ୍ଧୁଙ୍କ ପରି ଜଣେ ଦେବୋପମ ବ୍ୟକ୍ତି ଯେ ସମସ୍ତଙ୍କ ପାଇଁ ପୂଜ୍ୟ ଓ ନମସ୍ୟ ଏଥିରେ ତିଳେମାତ୍ର ସନ୍ଦେହଜ ଅବକାଶ ନାହିଁ । ସେହି ପୁଣ୍ୟାତ୍ମା ଆମ ଏ ଓଡ଼ିଶା ମାଟିକୁ ପବିତ୍ର କରିଯାଇଛନ୍ତି ଓ ଓଡ଼ିଆ ଜାତିକୁ ଯେପରି ଭାବେ ଧନ କରିଯାଇଛନ୍ତି, ତା’ର ପ୍ରତିଦାନରେ ତାଙ୍କ ଅମର ଆତ୍ମାଙ୍କ ଉଦ୍ଦେଶ୍ୟରେ କେବଳ ଦୁଇବୁନ୍ଦା ଅଶ୍ରୁଜଳ ବ୍ୟତୀତ କ’ଣ ବ ଦିଆଯାଇପାରେ ! ତେଣୁ ତାଙ୍କ ଶବାଧାର ପାର୍ଶ୍ବରେ ନତମସ୍ତକ ହୋଇ କେବଳ ନୀରବରେ ଅଶ୍ରୁ ବିସର୍ଜନ କରିବାକୁ ଆବେଗଭର କଣ୍ଠରେ ଉପସ୍ଥିତ ଜନତାକୁ କବି ନିବେଦନ କରିଛନ୍ତି । ହରିବୋଲ, ସଂକୀର୍ତ୍ତନର ଗୁରୁଗମ୍ଭୀର ନିନାଦ ଓ କୋଟି ଜନତା ଅଶ୍ରୁବର୍ଷଣ ଦେଖ୍ ଜୀବନର ମହାସତ୍ୟ ମୃତ୍ୟୁ ବିସ୍ମିତ ହୋଇଉଠୁ ବୋଲି ଉପସ୍ଥିତ ଜନତାଙ୍କ ଉଦ୍ଦେଶ୍ୟରେ ବାଷ୍ପକୁଳିତ ସ୍ୱର ବିଳପି ଉଠିଛି ।
‘‘ବାଜୁ ଖୋଳତାଳ, ବରବଧୂ ସବୁ
ତେଜ ହେ ଅଶୁନୀର,
ମରଣ ଜାଣୁ ହେ, କେଡ଼େ ପ୍ରିୟ ଥିଲେ
ଆମର କର୍ମବୀର ।’
ବିଷୟଗତ ଶବ୍ଦ ଓ ଅର୍ଥ :
- ମହାବାର – ମହାନ୍ ବ୍ୟକ୍ତିତ୍ଵ ।
- ମହାଜାନୀ – ବିରାଟ ଜାତି ।
- ଭାଜି – ଭାଙ୍ଗିଯିବା ।
- ଅନୀକିନୀ – ପଦାତିକ, ଅଶ୍ଵାରୋହୀ, ଗଜାରୋହୀ, ରଥାରୋହୀ ପ୍ରଭୃତି ସେନା ।
- ସ୍ତମିତ – ଚକିତ
- ହିୟା – ହୃଦୟ ।
- ଅଧରେ – ଓଷ୍ଠରେ ।
- ଅଶ୍ରୁ – ଲୁହ ।
- ଚରଣ ନଗ୍ନ – ଖାଲି ପାଦରେ ।
- ମହାଜନ – ମହାପୁରୁଷ ।
- ଧନିକ – ଧନୀଲୋକ ।
- ସୌଦାଗର – ବଣିକ ।
- କୃଷକ – ଚାଷୀ ।
- ଜନପଦ – ଦେଶ/ଲୋକାଳୟ ।
- ଗମୀରେ – ହୃଦୟ ଅନ୍ତଃପ୍ରଦେଶରୁ, ହୃଦୟକୁ ଭେଦକରି ।
- କୁଳବଧୂ – କୁଳର ବୋହୂ, ପୁରନାରୀ ।
- ଗବାକ୍ଷ – ଝରକା
- ତବ – ତୁମର ।
- ମହାପ୍ରୟାଣ – ମହାଯାତ୍ର। ।
- ଗର୍ବ – ଟାଣ ।
- ନଇଁ – ନତହେବା ।
- ଘୋଟିଛି – ବ୍ୟ।ପି ଯାଇଛି
- ଉଚ୍ଚାର – ଉଚ୍ଚାରଣ କର ।
- ମଥାମଣି – ମସ୍ତକର ମୁକ୍ତ। ବା ମୁକୁଟ
- ନୟନେ – ଆଖୁର ।
- ଭରି – ପୂର୍ଣ୍ଣକରି ।
- ସ୍ବର୍ଗତ – ସ୍ବର୍ଗଗାମୀ ।
- ବଣିକ – ବ୍ୟବସାୟୀ ।
- ସୁଭଗ – ଭାଗ୍ୟବାନ ।
- ୠତ୍ୱିକ – ଯଜ୍ଞ ପୁରୋହିତ ।
- କ୍ଷତ୍ରୀ – କ୍ଷତ୍ରିୟ ।
- କରତାଳ – ଝାଞ୍ଜ
- ଠୁଳ – ଏକାଠି ।
- କ୍ଷୁଦ୍ରତା – ହୀନମନ୍ୟତା
- ଜାତିର ରାଜା – ଜାତିର ନାୟକ ମଉଡ଼ମଣି ।
- ଧର୍ମ ଭୁଲି – ଜାତିଭେଦ ନ ମାନି ।
- ଚକ୍ଷୁ – ଆଖ୍ ।
- କୋଟି – ସଂଖ୍ୟାର ଗରିଷ୍ଠତା, ଅଧ୍ଵ ପରିମାଣ ।
- ଦରିଦ୍ର-ନାରାୟଣ – ଗରିବର ବନ୍ଧୁ ।
- ଶବ – ମରଶରୀର
- ପୁଣ୍ୟ – ପବିତ୍ର ।
- ବନବଧୂ – ବନକନ୍ୟା ।
- ପ୍ରିୟ – ଆଦରର ।
- ସମ୍ମ।ନ – ମାନ୍ୟଦେବା
- ଅନ୍ମ – ଭାତ ।
- ପାଣି – ଜଳ (ଏଠାରେ ଲୁହ)
- ପୂଜ୍ୟଜନ – ସମ୍ମ।ନନୀୟ ବ୍ୟକ୍ତି
- ନୁଆଇଁ – ନତ କରି ।
- ଅଶ୍ରୁନୀର – ଆଖୁ ଲୁହ ।
- କର୍ମବାର – କର୍ତ୍ତବ୍ୟପରାୟଣ ।
- ଗୋପ – ପଣ୍ଡିତ ଗୋପବନ୍ଧୁ ଦାସ ।
- ପୁଡ଼। – ଦୁଇପାଖ ଥିବା ବସ୍ତୁର ଏକ ଫାଳ (ଏଠାରେ ଝରକାର ଏକ ଫାଳ) ।
- ବ୍ର।ହ୍ନଣ – (ଏଠାରେ) ଶବ ଶୋଭାଯାତ୍ରାରେ ସାମିଲ ହୋଇଥିବା ବ୍ୟକ୍ତିବର୍ଗ ।
- ମରଣ-ମନ୍ତ – ଆତ୍ମାର ଅମରତ୍ଵ ଲାଭପାଇଁ କରାଯାଉଥିବା ପ୍ରାର୍ଥନା ।
- ସନାତନୀ – ସନାତନ ଧର୍ମାବଲମ୍ବୀ/ହିନ୍ଦୁ ।