BSE Odisha 9th Class Odia Solutions Chapter 9 ଭାଷା ଓ ଜାତୀୟତା

Odisha State Board BSE Odisha 9th Class Odia Solutions Chapter 9 ଭାଷା ଓ ଜାତୀୟତା Textbook Exercise Questions and Answers.

BSE Odisha Class 9 Odia Solutions Chapter 9 ଭାଷା ଓ ଜାତୀୟତା

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର
ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର

Question ୧।
ବିଭିନ୍ନ ଶବ୍ଦ ଓ ଧାତୁରେ ପ୍ରତ୍ୟୟ ଯୋଗ କରାଯାଇଛି । ନୂତନ ଶବ୍ଦ କ’ଣ ହେବ ଲେଖ ।
(ପ୍ରଶ୍ନ ସହ ଉତ୍ତର)

  • ପ୍ରଦେଶ + ଇକ = ପାଦେଶିକ
  • ସ୍ବତନ୍ତ୍ର + ଯ = ସ୍ନାତନ୍ତ୍ର୍ୟ
  • ବେଦ + ଇକ = ବୈଦିକ
  • ଜାତି + ଈୟ = ଜାତୀୟ

Question ୨।
ଭ୍ରମ ସଂଶୋଧନ କର ।
ଯାତାୟତ, ସାହାସ, କାର୍ଯ୍ୟପଲକ୍ଷେ, ଶାସନାଧ୍ଵନ
Answer:
ଯାତାୟତ – ଯାତାୟ।ତ
ସାହାସ – ସାହସ
କାର୍ଯ୍ୟପଲକ୍ଷେ – କାର୍ଯେପଲକ୍ଷେ
ଶାସନାଧ୍ଵନ – ଶାସନାଧୀନ

BBSE Odisha 9th Class Odia Solutions Chapter 9 ଭାଷା ଓ ଜାତୀୟତା

Question ୩।
ବାକ୍ୟ ଗଠନ କର ।
ଭରସା, ଆସ୍ଥା, ପନ୍ଥା, ଏକତା, ନିରନ୍ତର
Answer:
ଭରସା – ଦୁର୍ବଳ ଲୋକ ଉପରେ ଭରସା ରଖ ନାହିଁ ।
ଆସ୍ଥା – ସଦ୍‌ଗୁରୁଙ୍କ ଉପରେ ଆସ୍ଥା ରଖ ।
ପନ୍ଥା – ଉଦାର ପନ୍ଥା ମଣିଷକୁ ବଡ଼ କରିଥାଏ ।
ଏକତା – ଏକତାଦ୍ଵାରା ଜାତୀୟତା ସମ୍ଭବ ।
ନିରନ୍ତର – ନିରନ୍ତର ଅଭ୍ୟାସଦ୍ବାରା ସବୁ କାମ ସହଜ ହୋଇଥାଏ ।

Question ୪।
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦ ମିଳନ କର ।
BSE Odisha 9th Class Odia Solutions Chapter 9 ଭାଷା ଓ ଜାତୀୟତା 1
Answer:
BSE Odisha 9th Class Odia Solutions Chapter 9 ଭାଷା ଓ ଜାତୀୟତା 2

Question ୫।
ଶୂନ୍ୟସ୍ଥାନ ପୂରଣ କର ।
(କ) କେତେ ପ୍ରଦେଶ, ପ୍ରତି ପ୍ରଦେଶରେ ପୁଣି କେତେ __________________ ପାର୍ଥକ୍ୟ।
Answer:
ବ୍ୟବହାରଗତ

(ଖ) ଆର୍ଯ୍ୟରୁଷିମାନେ ବୁଝିଥିଲେ ଭାବ ଏବଂ ତେଣୁ ଏକତା ମାନବ ପ୍ରାଣର ମିଳନ ପକ୍ଷେ ଏକମାତ୍ର ପନ୍ଥା ।
Answer:
ଭାଷାର

(ଗ) ଭାବ ଓ ସଭ୍ୟତର ମୂଳରେ ରହିଛି _________________ ।
Answer:
ଭାଷା

(ଘ) ସଭ୍ୟତା ଏକ ନହୋଇ _______________ ହୋଇନପାରେ ।
Answer:
ଅନ୍ୟଥା

(ଙ) ଯୁକ୍ତରାଷ୍ରର ରାଜ୍ୟଭାଷା __________________ ଅଟେ ।
Answer:
ଇଂରେଜୀ ଭାଷା

BBSE Odisha 9th Class Odia Solutions Chapter 9 ଭାଷା ଓ ଜାତୀୟତା

କ୍ଷୁଦ୍ର ଭତ୍ତରମୂଳକ ପ୍ରଶ୍ନୋତ୍ତର

Question ୬।
ଆଜି ସମସ୍ତେ କେଉଁଥୂପାଇଁ ବ୍ୟାକୁଳ ?
Answer:
ଆଜି ସମସ୍ତେ ଭାରତୀୟ ଜାତୀୟତା ନିମନ୍ତେ ବ୍ୟାକୁଳ ।

Question ୭ ।
ଜାତୀୟ ସମସ୍ୟା ଭାରତରେ ଆଜି କାହିଁକି ଗୁରୁତର ?
Answer:
ଭାରତରେ ରହିଛି କେତେ ପ୍ରଦେଶ, ପ୍ରତି ପ୍ରଦେଶରେ ରହିଛି ବ୍ୟବହାରଗତ ପାର୍ଥକ୍ୟ, ସେଥୁରେ ପୁଣି ଅସଂଖ୍ୟ ପ୍ରକାର ଶ୍ରେୟସ୍ବାର୍ଥର ବିବାଦ ରହିଥ‌ିବାରୁ ଜାତୀୟ ସମସ୍ୟା ହୋଇଛି ଗୁରୁତର ।

Question ୮।
ଆର୍ଯ୍ୟଋଷିମାନେ କ’ଣ ଭାବିଥିଲେ ?
Answer:
ଆର୍ଯ୍ୟଋଷିମାନେ ଭାବିଥିଲେ ଭାବ, ଯାହାଦ୍ଵାରା ଭାଷାର ଏକତା ମାନବ ପ୍ରାଣର ମିଳନ ପକ୍ଷେ ଏକମାତ୍ର ପନ୍ଥା ।

Question ୯।
ପ୍ରାଦେଶିକ ଏକତା ସମ୍ଭବ ହୋଇପାରୁ ନାହିଁ କାହିଁକି ?
Answer:
ପ୍ରତ୍ୟେକ ପ୍ରଦେଶରେ ଶତ ନୂତନ ସ୍ୱାର୍ଥ ଓ ସ୍ବାତନ୍ତ୍ର୍ୟ ସୃଷ୍ଟି ହେଉଥ‌ିବାରୁ, ପ୍ରାଦେଶିକ ଏକତା ସମ୍ଭବ ହୋଇପାରୁ ନାହିଁ ।

Question ୧୦ ।
ଭାବର ଏକତା କିପରି ପ୍ରତିଷ୍ଠିତ ହୋଇପାରିବ ?
Answer:
ଭାବର ଏକତା କେବଳ ଭାଷାଦ୍ୱାରା ପ୍ରତିଷ୍ଠିତ ହୋଇପାରିବ ।

Question ୧୧ ।
ଭାବ ଓ ସଭ୍ୟତାର ମୂଳରେ କ’ଣ ରହିଛି ?
Answer:
ଭାବ ଓ ସଭ୍ୟତାର ମୂଳରେ ଭାଷା ରହିଛି ।

Question ୧୨ ।
ଭାରତର କୌଣସି ସ୍ଥାନରେ ପୂର୍ବର ସେହି ଅବିମିଶ୍ରଣ ନାହିଁ କାହିଁକି ?
Answer:
ଆଜିକାଲି ଭାରତରେ ଗୋଟିଏ ଗୋଟିଏ ପ୍ରଦେଶରେ ବିଭିନ୍ନ ପ୍ରକାର ଲୋକ ରହୁଛନ୍ତି ଏବଂ ଆହୁରି ଆହୁରି ନୂତନ ସଂପ୍ରଦାୟ ଓ ସମାଜର ଲୋକ ମିଶୁଥିବାରୁ, କୌଣସି ସ୍ଥାନରେ ପୂର୍ବର ସେହି ଅବିମିଶ୍ରଣ ନାହିଁ ।

BBSE Odisha 9th Class Odia Solutions Chapter 9 ଭାଷା ଓ ଜାତୀୟତା

Question ୧୩ ।
ନାନାବିଧ ଲୋକମାନଙ୍କ ମଧ୍ୟରେ ଏକତା ରକ୍ଷା କରିବାକୁ ହେଲେ କ’ଣ କରିବାକୁ ହେବ ?
Answer:
ନାନାବିଧ ଲୋକମାନଙ୍କ ମଧ୍ୟରେ ଏକତା ରକ୍ଷା କରିବାକୁ ହେଲେ ସମସ୍ତଙ୍କୁ ସେହି ଦେଶର ଭାଷା ଗ୍ରହଣ କରିବାକୁ ହେବ ।

ସପ୍ରସଙ୍ଗ ସରଳାର୍ଥ ଲେଖ

Question ୧୪।
‘‘ଆର୍ଯ୍ୟଋଷିମାନେ ବୁଝିଥିଲେ ଭାବ ଏବଂ ତେଣୁ ଭାଷାର ଏକତା ମାନବ ପ୍ରାଣର ମିଳନ ପକ୍ଷେ ଏକମାତ୍ର ପନ୍ଥା ।”?
Answer:
ଆର୍ଯ୍ୟଋଷିମାନେ ……………………………. ଏକମାତ୍ର ପନ୍ଥା ।
ବହୁ ଆଞ୍ଚଳିକ ଭିନ୍ନତା ସତ୍ତ୍ଵେ ଭାରତରେ କିପରି ଜାତୀୟତା ସମ୍ଭବ ହୋଇପାରିବ, ସେ ସମ୍ପର୍କରେ ପ୍ରାବନ୍ଧିକ ନିଜସ୍ବ ଅଭିମତ ପ୍ରଦାନ କରିବାକୁ ଯାଇ ଏହା କହିଛନ୍ତି ।

ବହୁ ଆଞ୍ଚଳିକ ଭିନ୍ନତା ସତ୍ତ୍ବେ ଭାରତରେ କିପରି ଜାତୀୟତା ସମ୍ଭବ ହୋଇପାରିବ, ସେ ସମ୍ପର୍କରେ ପ୍ରାବନ୍ଧିକ ନିଜସ୍ୱ ଅଭିମତ ପ୍ରଦାନ କରିବାକୁ ଯାଇ ଏହା କହିଛନ୍ତି । ଭାରତର ଅତୀତ ଇତିହାସର ସୂଚନା ଦେଇ ସେ କହିଛନ୍ତି, ପୂର୍ବରୁ ଭାରତରେ ପ୍ରାଦେଶିକ ସ୍ୱାତନ୍ତ୍ର୍ୟ ଥିଲା । ତଥାପି ସବୁ ଭିତରେ ଭାରତୀୟଙ୍କ ମନରେ ଜାତୀୟତା ଭାବ ରହିଥିଳା । ଏହାର ମୂଳ କାରଣ ହେଉଛି ଆର୍ଯ୍ୟଋଷିଙ୍କର ଦୃଷ୍ଟିଭଙ୍ଗୀ ଓ ବିଚାରବୋଧ । ଅତୀତରେ ଭାରତୀୟ ଏକତାର ମୂଳସୂତ୍ର ଥିଲା ଆର୍ଯ୍ୟ ସଭ୍ୟତା । ସେହି ଆର୍ଯ୍ୟଋଷିମାନଙ୍କର ଭାବଗତ ଏକତାହିଁ ଜାତୀୟତାର ଥିଲା ମେରୁଦଣ୍ଡ ।

ଏହି ଭାବଗତ ଏକତା ପାଇଁ ଭାଷାର ଭୂମିକା ଥିଲା ଗୁରୁତ୍ଵପୂର୍ଣ୍ଣ । ଅତୀତରେ ସଂସ୍କୃତ ଭାଷାହିଁ ଭାରତରେ ଐକ୍ୟ ପ୍ରତିଷ୍ଠା ପାଇଁ ଥିଲା ସହାୟକ । ଆର୍ଯ୍ୟଋଷିମାନେ ଅନୁଭବ କରିଥିଲେ ଭାଷାର ଏକତାହିଁ ବିଭିନ୍ନ ପ୍ରଦେଶରେ ଥିବା ନରନାରୀଙ୍କ ଭିତରେ ପ୍ରାଣର ମିଳନକୁ ସମ୍ଭବ କରିପାରିବ । ପ୍ରାଚୀନ ଭାରତର ଏକତା ଓ ଜାତୀୟତାବୋଧକୁ ବୈଦିକ ଭାବ ଓ ସଂସ୍କୃତ ଭାଷାହିଁ ସୁଦୃଢ଼ କରିପାରିଥିଲା ।
ବାସ୍ତବରେ ପ୍ରାବନ୍ଧିକଙ୍କ ଅଭିମତ ବେଶ୍ ଯୁକ୍ତିଯୁକ୍ତ ମନେ ହୋଇଥାଏ ।

Question ୧୫ ।
‘‘ଭାଷାର ଏକତା ଥିଲେ ଭାବର ଏକତା ସୁନିଶ୍ଚିତ ।’’
Answer:
ଭାଷାର ………………………… ଭାବର ଏକତା ସୁନିଶ୍ଚିତ ।
ଆଲୋଚ୍ୟ ଗଦ୍ୟାଶଟି ପ୍ରାବନ୍ଧିକ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଲିଖ୍ ‘ଭାଷା ଓ ଜାତୀୟତା’ ପ୍ରବନ୍ଧରୁ ଆସିଅଛି । ଏଠାରେ ପ୍ରାବନ୍ଧିକ ଭାବଗତ ଏକତାପାଇଁ ଭାଷାଗତ ଏକତା ଉପରେ ଗୁରୁତ୍ଵ ଦେବାପାଇଁ ସୁଚିନ୍ତିତ ପରାମର୍ଶ ଦେଇଛନ୍ତି । ପ୍ରାଦେଶିକ ସ୍ୱାତନ୍ତ୍ର୍ୟ ରକ୍ଷା ପାଇଁ ଭାବ ଓ ଭାଷା ଉପରେ ଦୃଷ୍ଟିଦେବା ଆବଶ୍ୟକ । ପ୍ରଥମେ ଏସବୁ ଉପରେ ଗୁରୁତ୍ଵ ଦେଲେ ଜଣାଯାଏ ଯେ ଭାବ ଏବଂ ସଭ୍ୟତା ମୂଳରେ ରହିଛି ଭାଷା । ଯଦି ଭାଷାର ଏକତା ରହିବ, ତା’ହେଲେ ଭାବର ଏକତା ନିଶ୍ଚୟ ରହିବ ।

ଆଧୁନିକ ପୃଥ‌ିବୀର ସମସ୍ତ ସଭ୍ୟଦେଶ ଏହି ନୀତିକୁ ଦୃଢ଼ଭାବରେ ଗ୍ରହଣ କରିଛନ୍ତି । ଭାରତବର୍ଷରେ ବିଭିନ୍ନ ପ୍ରଦେଶ ରହିଛି । ସମସ୍ତଙ୍କ ମଧ୍ୟରେ ବ୍ୟକ୍ତିଗତ ସ୍ଵାର୍ଥ ମଧ୍ୟ ରହିଛି । ଏହି ସ୍ୱାର୍ଥ ସାଧନ ହେତୁ, ଭାରତରେ ଏକତା ରକ୍ଷା କରିବା ଅସମ୍ଭବ ହୋଇପଡୁଛି । ଏହି ପରିପ୍ରେକ୍ଷୀରେ ଭାଷାଗତ ଏକତାହିଁ, ଏହି ସମସ୍ୟାର ସମାଧାନ କରିପାରିବ । କାରଣ ଭାବ ଓ ସଭ୍ୟତାର ମୂଳରେ ରହିଛି ଭାଷା । ଭାଷାର ଏକତା ନ ଆସିବା ପର୍ଯ୍ୟନ୍ତ ଭାବର ମିଳନ ସମ୍ଭବ ହେବନାହିଁ । ଏହି ଭାବର ଅଭାବରେ ଏକତା ଅସମ୍ଭବ ବୋଲି ପ୍ରାବନ୍ଧିକ ଉଲ୍ଲେଖ କରିଛନ୍ତି । ପ୍ରାବନ୍ଧିକଙ୍କ ଅଭିମତ ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇପାରିଛି ।

BBSE Odisha 9th Class Odia Solutions Chapter 9 ଭାଷା ଓ ଜାତୀୟତା

Question ୧୬ ।
‘‘ଏହି ନାନାବିଧ ଲୋକଙ୍କ ମଧ୍ୟରେ ଏକତା ରକ୍ଷା କରିବାକୁ ହେଲେ ସେ ସମସ୍ତଙ୍କର ସେହି ଦେଶଭାଷା ଗ୍ରହଣ
Answer:
ଏହି ନାନାବିଧ…………………………….ଗ୍ରହଣ କରିବା ଉଚିତ ।
ଉକ୍ତ ଗଦ୍ୟାଶଟି ପ୍ରାବନ୍ଧିକ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ରଚିତ ‘ଭାଷା ଓ ଜାତୀୟତା’ ପ୍ରବନ୍ଧରୁ ଆସିଅଛି । ପ୍ରାଦେଶିକ ସ୍ତରରେ ରହିଥ‌ିବା ବିଭିନ୍ନ ଲୋକଙ୍କ ମଧ୍ୟରେ ଏକତା ରକ୍ଷା କରିବାକୁ ହେଲେ, ସମସ୍ତଙ୍କୁ ସେହି ସ୍ଥାନର ଭାଷାକୁ ଆପଣେଇ ନେବାକୁ ହେବ ବୋଲି ପ୍ରାବନ୍ଧିକ ଏଠାରେ ସୂଚନା ଦେଇଛନ୍ତି ।

ପ୍ରାବନ୍ଧିକଙ୍କ ମତରେ, ବର୍ତ୍ତମାନର ସବୁପ୍ରକାର ସୁବିଧା ପାଇଁ, ଗୋଟିଏ ପ୍ରଦେଶରେ ଅନେକ ଲୋକ ବାସ କରୁଛନ୍ତି । ସେହି ଲୋକମାନେ ଯଦି ଗୋଟିଏ ଭାଷାକୁ ଗ୍ରହଣ କରିନିଅନ୍ତେ, ତା’ହେଲେ ସେମାନଙ୍କ ମଧ୍ୟରେ ଭାବ ବିନିମୟର ଆଉ କୌଣସି ଅସୁବିଧା ରହନ୍ତା ନାହିଁ । ଭାବ ଓ ଭାଷା ଏକ ହେଲେ ଜାତୀୟତାବୋଧ ଆଣିବା ଅସମ୍ଭବ ହେବ ନାହିଁ । ପ୍ରାବନ୍ଧିକ ଯୁକ୍ତରାଷ୍ଟ୍ର ଆମେରିକାର ଉଦାହରଣ ଦେଇ କହିଛନ୍ତି, ସେଠାରେ ନାନା ଜାତିର ଲୋକେ ବାସ କରୁଥିଲେ ବି, ଇଂରେଜୀ ଭାଷାକୁ ମୂଳଭାଷା ରୂପେ ଗ୍ରହଣ କରାଯାଇଛି ।

ଇଂରେଜୀ ଭାଷାକୁ ଗ୍ରହଣ ନ କରିବାଯାଏ, କାହାକୁ ଯୁକ୍ତରାଷ୍ଟ୍ରର ପ୍ରଜା ଭାବରେ ପରିଚିତ କରାଯିବ ନାହିଁ । ବର୍ତ୍ତମାନ ଭାରତରେ ବିଭିନ୍ନ ଭାଷାଭାଷୀ ଲୋକ ବାସ କରୁଛନ୍ତି । ସେମାନଙ୍କ ମଧ୍ୟରେ ଏକତା ରକ୍ଷା କରିବାକୁ ହେଲେ, ଦେଶର ନିର୍ଦ୍ଦିଷ୍ଟ ଭାଷାକୁ ଗ୍ରହଣ କରିବାକୁ ପଡ଼ିବ । ଭାଷାର ଏକତା ଆସିଲେ, ସମସ୍ତଙ୍କ ମଧ୍ୟରେ ଜାତୀୟତା ଭାବ ସୃଷ୍ଟି ହେବ । ବାସ୍ତବିକ ପ୍ରାବନ୍ଧିକଙ୍କ ଚିନ୍ତାଧାରା ବେଶ୍ ଯୁକ୍ତିଯୁକ୍ତ ମନେ ହୋଇଥାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୧୭ ।
ଜାତୀୟତା ଭାବ ନିରନ୍ତର ଜାତୀୟତା ଭାବ ନିରନ୍ତର ଜାଗ୍ରତ ରହିବାପାଇଁ ଲେଖକଙ୍କର ଉଦାହରଣମୂଳକ ପରାମର୍ଶ ପଠିତ ପ୍ରବନ୍ଧରୁ ବର୍ଣ୍ଣନା କର ।
Answer:
ଉତ୍କଳମଣି ଗୋପବନ୍ଧୁ ଦାସ ଥିଲେ ଓଡ଼ିଶାର ଜାତୀୟ ବାଦୀ ବୀର । ତାଙ୍କର ସାହିତ୍ୟ ସାଧନା ଓଡ଼ିଶାବାସୀଙ୍କ ମନରେ ଜାତୀୟତା ଭାବ ସୃଷ୍ଟି କରିବାପାଇଁ ଅଭିପ୍ରେତ ଥିଲା । ‘ସତ୍ୟବାଦୀ’ ସାହିତ୍ୟ ପତ୍ରିକା ସମ୍ପାଦନା ଓ ‘ସମାଜ’ ସମ୍ବାଦପତ୍ର ପ୍ରକାଶନରେ ଏହି ସ୍ଵର ଦୃଢ଼ ହୋଇଥିଲା । ‘ବନ୍ଦୀର ଆତ୍ମକଥା’, ‘କାରାକବିତା’, ‘ଧର୍ମପଦ’, ‘ଅବକାଶ ଚିନ୍ତା’ ଆଦି କବିତା ପୁସ୍ତକରେ ସେ ଜାତି ଉଦ୍ଦେଶ୍ୟରେ ଉଦ୍‌ବୋଧନମୂଳକ ବାର୍ତ୍ତା ଶୁଣାଇଛନ୍ତି । ଆଲୋଚ୍ୟ ପ୍ରବନ୍ଧରେ ସେ ଭାଷା ମାଧ୍ୟମରେ ସର୍ବଭାରତୀୟ ସ୍ତରରେ ଏକତା ଆସିପାରିବ ବୋଲି ଦୃଢ଼ ମତ ଉପସ୍ଥାପନ କରିଛନ୍ତି । ତାଙ୍କର ଚିନ୍ତାଧାରାକୁ ଯୁକ୍ତିଯୁକ୍ତ ଭାବେ ବିଭିନ୍ନ ଉଦାହରଣ ଦେଇ ସେ ପ୍ରମାଣ କରିଛନ୍ତି ।

ପ୍ରାବନ୍ଧିକ ସମୟାନୁସାରୀ ଅନୁଚିନ୍ତାକୁ ପ୍ରକାଶ କରି ଲେଖୁଛନ୍ତି, ସମସ୍ତେ ଜାତୀୟତା ନିମନ୍ତେ ବ୍ୟାକୁଳ, ମାତ୍ର କେହି ସମାଧାନର ଯଥାର୍ଥ ଉପାୟ ଚିନ୍ତା କରିପାରୁ ନାହାଁନ୍ତି । ସମ୍ବାଦପତ୍ରରେ, ସଭାସମିତିରେ, ସାହିତ୍ୟର ବିଭିନ୍ନ ବିଭାଗ ମାଧ୍ୟମରେ ଏହାର ସୂଚନା ଦିଆଯାଉଛି, ମାତ୍ର କୌଣସି ବ୍ୟକ୍ତି ଏଥ‌ିରେ ସଫଳତା ଅର୍ଜନ କରିପାରୁ ନାହାଁନ୍ତି ।

ସେ ସମୟର ପରିସ୍ଥିତିକୁ ସ୍ପଷ୍ଟ କରିବାପାଇଁ ପ୍ରାବନ୍ଧିକ କହିଛନ୍ତି, କେତେକ ବିଜ୍ଞ ବ୍ୟକ୍ତି ଇତିହାସରୁ ଏହାର ସମାଧାନର ବାଟ ଖୋଜୁଛନ୍ତି, ଆଉ କେତେକ ବ୍ୟକ୍ତି କୌଣସି ପ୍ରକାର ପ୍ରଚେଷ୍ଟା ନକରି ଭବିଷ୍ୟତ ଉପରେ ନିର୍ଭର କରି ରହିଛନ୍ତି । ସେମାନଙ୍କର ବିଶ୍ଵାସ, ସମୟକ୍ରମେ ଭାରତର ପରାଧୀନତାର ଅବସାନ ଘଟିବ । ଅନ୍ୟ ଭାବରେ ପରମୁଖାପେକ୍ଷୀ ଜନସମାଜ, ପାଶ୍ଚାତ୍ୟ ଶାସକମାନଙ୍କ ଦୟା ଉପରେ ନିର୍ଭରଶୀଳ ହୋଇ ରହିଛନ୍ତି ।

ଭାରତରେ ରହିଥ‌ିବା ବିଭିନ୍ନତା ସମ୍ପର୍କରେ ସୂଚନା ଦେଇ ସେ ଲେଖୁଛନ୍ତି, ପୂର୍ବରୁ ଭାରତ ଥିଲା ବିଭାଜିତ । ବର୍ତ୍ତମାନ ପରି ସେ ସମୟରେ ପ୍ରଦେଶ ପ୍ରଦେଶ ମଧ୍ୟରେ ଯାତାୟାତର ସୁବିଧା ନଥିଲା । ଫଳସ୍ଵରୂପ ବିଭିନ୍ନ ପ୍ରଦେଶରେ ବିଭିନ୍ନ ପ୍ରକାର ଚାଲିଚଳନ, ଚିନ୍ତାଚେତନା, ଖାଦ୍ୟ ପୋଷାକ ଆଦିର ପାର୍ଥକ୍ୟ ପରିଲକ୍ଷିତ ହେଉଥିଲା । ତଥାପି ସେ ସମୟରେ ଆର୍ଯ୍ୟଋଷିମାନେ ବୁଝିଥିଲେ ଭାବ ଏବଂ ଭାଷା । ତେଣୁ ଭାଷାର ଏକତା ମାନବ ପକ୍ଷରେ ବର୍ତ୍ତମାନ ଏକମାତ୍ର ପନ୍ଥା ବୋଲି ସେମାନେ ସ୍ଵୀକାର କରିଥିଲେ ।

ପ୍ରାବନ୍ଧିକଙ୍କ ମତରେ, ପୂର୍ବରୁ ଦ୍ରାବିଡ଼ ଓ ଆର୍ଯ୍ୟମାନଙ୍କ ମଧ୍ୟରେ ସଂଘର୍ଷ ଜାତ ହୋଇଥିଲା । କିନ୍ତୁ ସମୟକ୍ରମେ ପରସ୍ପର ପରସ୍ପରଦ୍ଵାରା ପ୍ରଭାବିତ ହୋଇଥିଲେ । ପରିଣାମରେ ଦ୍ରାବିଡ଼ ଆର୍ଯ୍ୟ ସଙ୍ଗେ ମିଶିଗଲେ । ଭାରତ ଯଦି ସେ ସମୟରେ ରହିଥ‌ିବା ଆର୍ଯ୍ୟମାନଙ୍କର ମୂଳସୂତ୍ରକୁ ଅନୁସରଣ କରିବ, ତା’ହେଲେ ଯେତେ ଭିନ୍ନତା ରହିଥିଲେ ବି ଭାରତର ଏକତା ସମ୍ଭବ ହେବ ।

ଭାରତରେ ପୂର୍ବରୁ ଗମନାଗମନର ସୁବିଧା ନଥିଲା । ବର୍ତ୍ତମାନ ପୂର୍ବର ସେହି ଅବସ୍ଥା ଦୂର ହୋଇଛି । ସହଜରେ ଲୋକ ଗୋଟିଏ ସ୍ଥାନରୁ ଅନ୍ୟ ଗୋଟିଏ ସ୍ଥାନକୁ ଯାଇପାରୁଛନ୍ତି । ମାତ୍ର ଦୁଃଖର କଥା ଗୋଟିଏ ପ୍ରଦେଶର ଲୋକ ଅନ୍ୟ ପ୍ରଦେଶରେ ବାସକଲେ ମଧ୍ୟ ସେମାନେ ନିଜର ଭାଷା, ଭାବ, ବ୍ୟବହାର, ରୀତି, ନୀତି, ସମାଜ, ସାହିତ୍ୟ ଓ ଇତିହାସକୁ ସାଙ୍ଗରେ ଧରି ରଖୁଛନ୍ତି । ଯଦି ସେମାନେ ବସବାସ କରୁଥିବା ସ୍ଥାନର ଭାଷା ଓ ଭାବକୁ ଉଦାର ମନୋଭାବ ନେଇ ଗ୍ରହଣ କରିନିଅନ୍ତେ, ତା’ହେଲେ ଜାତୀୟତାଭାବ ଆଉ ଅସମ୍ଭବ ହୁଅନ୍ତା ନାହିଁ ।

ଭାଷାଦ୍ୱାରା କିପରି ଜାତୀୟତା ସମ୍ଭବ ହେବ, ତାହାକୁ ବୁଝାଇବାକୁ ଯାଇ ପ୍ରାବନ୍ଧିକ ଯୁକ୍ତରାଷ୍ଟ୍ର ଆମେରିକାର ଉଦାହରଣ ଦେଇଛନ୍ତି । ସେଠାରେ ଇଂରେଜ, ଜର୍ମାନ୍, ପର୍ତ୍ତୁଗୀଜ ଆଦି ବିଭିନ୍ନ ପ୍ରକାର ଲୋକ ବାସ କଲେ ମଧ୍ୟ ସମସ୍ତେ ଇଂରେଜୀ ଭାଷାକୁ ନିଜର ଭାଷା ଭାବରେ ଗ୍ରହଣ କରିନେଇଥା’ନ୍ତି । ଏହି କାରଣରୁ ଆମେରିକାବାସୀଙ୍କ ମଧ୍ୟରେ ଜାତୀୟତାଭାବ ଜାଗ୍ରତ ହୋଇ ରହିଛି । ତତ୍‌କାଳୀନ ପରିସ୍ଥିତିରେ ଭାରତରେ ଜାତୀୟତା କିପରି ସମ୍ଭବ ହେବ ସେ ସମ୍ବନ୍ଧରେ ବିଭିନ୍ନ ଉଦାହରଣ ଦେଇ ପ୍ରାବନ୍ଧିକ ବୁଝାଇଛନ୍ତି । ଏକକ ଭାଷା ମାଧ୍ୟମରେ ଭାବଗତ ସଂହତି ଯେ ପ୍ରତିଷ୍ଠା ହୋଇପାରିବ, ଏହାକୁ ପ୍ରାବନ୍ଧିକ ସ୍ପଷ୍ଟ ଭାବରେ ବୁଝାଇଛନ୍ତି ।

BBSE Odisha 9th Class Odia Solutions Chapter 9 ଭାଷା ଓ ଜାତୀୟତା

Question ୧୮।
ପ୍ରାଦେଶିକ ସମସ୍ୟା କିପରି ଭାରତୀୟ ଜାତୀୟତା ସୃଷ୍ଟି ହେବାରେ ବାଧକ, ପ୍ରବନ୍ଧକୁ ଆଧର କରି ଲେଖ ।
Answer:
ଜାତୀୟତାବାଦୀ ବୀର ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ‘ଭାଷା ଓ ଜାତୀୟତା’ ପ୍ରବନ୍ଧରେ ଏହାକୁ ସ୍ପଷ୍ଟରୂପେ ବିଭିନ୍ନ ଉଦାହରଣ ଦେଇ ବୁଝାଇଛନ୍ତି । ପ୍ରାବନ୍ଧିକ ଗୋପବନ୍ଧୁ ଏକାଧାରରେ କବି, ପ୍ରାବନ୍ଧିକ, ଦେଶସେବକ ଓ ରାଜନୀତିକ ନେତା ଥିଲେ । ସବୁ କାର୍ଯ୍ୟରେ ସେ ନିଜ ଜାତିକୁ ଓ ଦେଶକୁ କିପରି ଭଲ ପାଉଥିଲେ, ତାହାର ସୂଚନା ପ୍ରଦାନ କରିଛନ୍ତି । ବନବିଦ୍ୟାଳୟରେ ଛାତ୍ରମାନଙ୍କୁ ଯଥାର୍ଥ ଶିକ୍ଷାଦେବା ସଙ୍ଗେ ସଙ୍ଗେ, ସ୍ଵାବଲମ୍ବୀ ହେବାପାଇଁ ଉଦ୍‌ବୋଧନ ଦେଉଥିଲେ ।

ଜୀବନବ୍ୟାପୀ ନିଜକୁ ଜାତି ଉଦ୍ଦେଶ୍ୟରେ ସମର୍ପଣ କରି ସେ ସମସ୍ତଙ୍କ ନିକଟରେ ଉତ୍କଳମଣି ଭାବରେ ପରିଚିତ ଥିଲେ । ପ୍ରାବନ୍ଧିକ ଭାରତରେ କିପରି ଜାତୀୟତାଭାବ ସୃଷ୍ଟି ହେବ, ସେ ସମ୍ପର୍କରେ ବିଚାର ଆଲୋଚନା କରି ପୂର୍ବରୁ ରହିଥ‌ିବା ପ୍ରାଦେଶିକ ସମସ୍ୟା କଥା ସୂଚନା ଦେଇଛନ୍ତି । ପୂର୍ବରୁ ପ୍ରାକୃତିକ ବର୍ଗୀକରଣଦ୍ୱାରା ଗୋଟିଏ ପ୍ରଦେଶ ଅନ୍ୟ ପ୍ରଦେଶଠାରୁ ସ୍ୱତନ୍ତ୍ର ଥିଲା । ପ୍ରତ୍ୟେକଙ୍କର ଚାଲିଚଳନ, ଖାଦ୍ୟ, ପୋଷାକ, ସାହିତ୍ୟ, ଇତିହାସ ଓ ସଂସ୍କୃତି ଅନ୍ୟଠାରୁ ଅଲଗା ଥିଲା । ଏତେ ବିଶେଷତ୍ଵ ଥିଲେ ହେଁ ପ୍ରତ୍ୟେକ ପ୍ରଦେଶରେ ଏକତ୍ଵର ମୂଳଧାରାଟି ଅପରିବର୍ତ୍ତିତ ରହିଥିଲା । ମୂଳ ଆର୍ଯ୍ୟ ଭାଷା ଓ ସଭ୍ୟତାକୁ ସମସ୍ତେ ମେରୁଦଣ୍ଡ ରୂପେ ଗ୍ରହଣ କରିଥିଲେ । ଆର୍ଯ୍ୟଋଷିମାନେ ବୁଝାଇଥିଲେ ଭାବ ଓ ଭାଷାର ଗୁରୁତ୍ଵ ।

ପାଶ୍ଚାତ୍ୟ ରାଷ୍ଟ୍ର ଓ ଭାରତର ବୈଦିକ ଯୁଗର ଦୃଷ୍ଟାନ୍ତ ଦେବାବେଳେ ପ୍ରାବନ୍ଧିକ ଓଡ଼ିଶା ପ୍ରଦେଶର ପରିସ୍ଥିତିକୁ ବର୍ଣ୍ଣନା କରିଛନ୍ତି । ବର୍ତ୍ତମାନ ଗମନାଗମନର ସୁବିଧା ହୋଇଛି । ବିଭିନ୍ନ କାର୍ଯ୍ୟ ଉପଲକ୍ଷେ ଗୋଟିଏ ପ୍ରଦେଶର ଲୋକ ଅନ୍ୟ ପ୍ରଦେଶରେ ବସବାସ କରୁଛନ୍ତି । ବହୁ ଭାଷାଭାଷୀ ଓ ସଂପ୍ରଦାୟର ଲୋକ ଗୋଟିଏ ସ୍ଥାନରେ ରହୁଛନ୍ତି । ଏମାନେ ଆସିବା ସମୟରେ ନିଜ ନିଜର ଭାଷା, ଆଚାର, ସଂସ୍କୃତିକୁ ସାଙ୍ଗରେ ଧରି ଆସୁଛନ୍ତି । ଯେଉଁ ସ୍ଥାନରେ ରହୁଛନ୍ତି, ସେଠାକାର ଭାଷା ଓ ସଂସ୍କୃତିକୁ ସହଜରେ ଗ୍ରହଣ କରୁନାହାଁନ୍ତି ।

ଏହାଦ୍ଵାରା ଗୋଟିଏ ପ୍ରଦେଶରେ ଏକତା ଆସିପାରୁ ନାହିଁ । ଗୋଟିଏ ପ୍ରଦେଶରେ ଏକତା ନ ଥ‌ିବାରୁ, ମହାଭାରତୀୟ ଜାତୀୟତା ଏକାବେଳକେ ଅସମ୍ଭବ ବୋଲି ସମସ୍ତେ ଆଶଙ୍କା କରୁଛନ୍ତି । ସେଥ୍ପାଇଁ ପ୍ରାବନ୍ଧିକ କହିଛନ୍ତି, ପ୍ରତ୍ୟେକ ବ୍ୟକ୍ତି ଯଦି ନିଜର ସ୍ବାର୍ଥ ପ୍ରତି ଧ୍ୟାନ ଦେବେ, ତାହେଲେ ଭାରତରେ ଜାତୀୟତା ସମ୍ପୂର୍ଣ୍ଣ ରୂପେ ଲୋପ ପାଇଯିବ । ଗୋଟିଏ ସ୍ଥାନରେ ଅନେକ ଲୋକ ରହିବାଦ୍ଵାରା ସେ ସ୍ଥାନର ଜନବସତି ସିବା ବଢ଼ିବ, ମାତ୍ର ଏକତ୍ଵ ଭାବ ରହିବ ନାହିଁ ।

ଭାରତୀୟମାନଙ୍କ ମଧ୍ୟରେ ଏକତା ରକ୍ଷା ପାଇଁ ଓ ଜାତୀୟତାଭାବ ସୃଷ୍ଟି ପାଇଁ ପ୍ରାବନ୍ଧିକ ଭାଷା ଉପରେ ଗୁରୁତ୍ବ ଦେଇଛନ୍ତି । ତାଙ୍କ ମତରେ ଗୋଟିଏ ପ୍ରଦେଶରେ ବାସ କରୁଥିବା ଲୋକମାନେ କିମ୍ବା ସେଠାକୁ ଆସୁଥିବା ଲୋକମାନେ ଯଦି କୌଣସି ଏକ ଭାଷାକୁ ଗ୍ରହଣ କରିନିଅନ୍ତି, ତା’ହେଲେ ପରସ୍ପର ମଧ୍ୟରେ ଚିନ୍ତାର ସମନ୍ଵୟ ଆସିବ । ସେ ପ୍ରଦେଶର ସଂସ୍କୃତି, ସାହିତ୍ୟ ଓ ଇତିହାସକୁ ସେଠାରେ ବସବାସ କରୁଥିବା ସମସ୍ତ ଲୋକ ନିଜର ବୋଲି ଗ୍ରହଣ କରିନେବେ । ସେହି ପ୍ରଦେଶର ଅତୀତ ଓ ଭବିଷ୍ୟତ ସମ୍ପର୍କରେ କାହାର ଅବିଶ୍ବାସ ଆସିବ ନାହିଁ; ବରଂ ସମସ୍ତଙ୍କ ପ୍ରତି ଆଶା ଓ ବିଶ୍ୱାସ ଜନ୍ମିବ ଏବଂ ଜାତୀୟ ଏକତା ସୃଷ୍ଟି ହୋଇପାରିବ ।

ତୁମପାଇଁ କାମ

୧୯। ଭାଷା ଓ ଜାତୀୟତା ପ୍ରବନ୍ଧ ସମ୍ପର୍କରେ ତୁମର ମତାମତ ଶ୍ରେଣୀ ଗୃହରେ ଉପସ୍ଥାପନ କର ।
୨୦ । ଗୋପବନ୍ଧୁ ରଚିତ ବିଭିନ୍ନ ପ୍ରବନ୍ଧ ଓ କବିତା ସଂଗ୍ରହ କରି ପାଠ କର ଓ ତୁମକୁ ଭଲ ଲାଗୁଥ‌ିବା ଭକ୍ତି ବା ପଦଗୁଡ଼ିକୁ ମନେ ରଖ ।

ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. ଆଜି ସମସ୍ତେ ଭାରତୀୟ କ’ଣ ପାଇଁ ବ୍ୟାକୁଳ ?
Answer:
ଆଜି ସମସ୍ତେ ଭାରତୀୟ ଜାତୀୟତା ନି ମନ୍ତେ ବ୍ୟାକୁଳ ।

2. ଭାରତ ପକ୍ଷେ କ’ଣ ଗୁରୁତର ?
Answer:
ଭାରତ ପକ୍ଷେ ଜାତୀୟ ସମସ୍ୟା ବଡ଼ ଗୁରୁତର ।

BBSE Odisha 9th Class Odia Solutions Chapter 9 ଭାଷା ଓ ଜାତୀୟତା

3. ପ୍ରତି ପ୍ରଦେଶରେ କ’ଣ ପାର୍ଥକ୍ୟ ଦେଖାଯାଏ ?
Answer:
ପ୍ରତି ପ୍ରଦେଶରେ କେତେ ପ୍ରକାର ବ୍ୟବହାରଗତ ପାର୍ଥକ୍ୟ ଦେଖାଯାଏ ।

4. କ’ଣ ମାନବ ପ୍ରାଣର ମିଳନ ପକ୍ଷେ ଏକମାତ୍ର ପନ୍ଥା ?
Answer:
ଭାଷାର ଏକତା ମାନବ ପ୍ରାଣର ମିଳନ ପକ୍ଷେ ଏକମାତ୍ର ପନ୍ଥା ।

5. କାହା ସଙ୍ଗରେ ଆର୍ଯ୍ୟର ସଂଘର୍ଷ ହେଲା ?
Answer:
ଦ୍ରାବିଡ଼ ସଙ୍ଗରେ ଆର୍ଯ୍ୟର ସଂଘର୍ଷ ହେଲା ।

6. ଭାରତରେ କ’ଣ କ୍ରମେ ନଷ୍ଟ ହୋଇଯାଉଅଛି ?
Answer:
ଭାରତରେ ପ୍ରାଦେଶିକ ସ୍ୱାତନ୍ତ୍ର୍ୟ କ୍ରମେ ନଷ୍ଟ ହୋଇଯାଉଅଛି ।

7. ଏକ ପ୍ରଦେଶରେ କ’ଣ ଦେଖାଯା’ନ୍ତି ନାହିଁ ?
Answer:
ଏକ ପ୍ରଦେଶରେ କେବଳ ଏକ ଜାତୀୟ ଲୋକ ଦେଖାଯାନ୍ତି ନାହିଁ ।

8. ଭାବ ଓ ସଭ୍ୟତାର ମୂଳରେ କ’ଣ ରହିଛି ?
Answer:
ଭାବ ଓ ସଭ୍ୟତାର ମୂଳରେ ଭାଷା ରହିଛି ।

9. ପ୍ରତ୍ୟେକ ପ୍ରଦେଶରେ କେଉଁ ବ୍ୟବସ୍ଥା ପୃଥକ୍ ?
Answer:
ପ୍ରତ୍ୟେକ ପ୍ରଦେଶରେ ଆଇନକାନୁନ୍ ଓ ବିଧ୍ ବ୍ୟବସ୍ଥା ପୃଥକ୍ ।

10. କେଉଁ ଭାଷାକୁ ଯୁକ୍ତରାଷ୍ଟ୍ରର ସମସ୍ତେ ରାଜ୍ୟର ଭାଷା ରୂପେ ଗ୍ରହଣ କରିଅଛନ୍ତି ?
Answer:
ଇଂରାଜୀ ଭାଷାକୁ ଯୁକ୍ତରାଷ୍ଟ୍ରର ସମସ୍ତେ ରାଜ୍ୟର ଭାଷା ରୂପେ ଗ୍ରହଣ କରିଅଛନ୍ତି।

11. ଭାଷା କହିଲେ କ’ଣ ବୁଝ ?
Answer:
ଭାବ ପ୍ରକାଶର ମାଧ୍ୟମକୁ ଭାଷା କୁହାଯାଏ ।

12. ଜାତୀୟତାର ଅର୍ଥ କ’ଣ ?
Answer:
ଆମେ ଗୋଟିଏ ଜାତିର ମଣିଷ, ଏହି ଭାବ ସୃଷ୍ଟିକୁ ଜାତୀୟତା କୁହାଯାଏ ।

13. ବ୍ୟାକୁଳର ଅର୍ଥ କ’ଣ ?
Answer:
ଅତି ବ୍ୟସ୍ତଭାବରେ କାର୍ଯ୍ୟ କରିବା ।

BBSE Odisha 9th Class Odia Solutions Chapter 9 ଭାଷା ଓ ଜାତୀୟତା

14. ରୂପକ କହିଲେ କ’ଣ ବୁଝ ?
Answer:
ପରିକଳ୍ପିତ କାହାଣୀକୁ ରୂପକ କୁହାଯାଏ ।

15. ଶ୍ରେୟର ଅର୍ଥ କ’ଣ ?
Answer:
କଲ୍ୟାଣ/ମଙ୍ଗଳ ।

16. ପନ୍ଥା କାହାକୁ କୁହାଯାଏ ?
Answer:
ବାଟ/ଉପାୟ/ସାଧନାର ମାର୍ଗକୁ ପନ୍ଥା କୁହାଯାଏ ।

17. ଉପନିବେଶ କହିଲେ କ’ଣ ବୁଝ ?
Answer:
ବିଦେଶସ୍ଥ ବାସଭୂମିକୁ ଉପନିବେଶ କୁହାଯାଏ ।

18. କାର୍ଯ୍ୟୋପଲକ୍ଷେ କହିଲେ କ’ଣ ବୁଝ ?
Answer:
କୌଣସି କାର୍ଯ୍ୟ ସାଧନ କରିବାକୁ କାର୍ଯ୍ୟୋପଲକ୍ଷେ କୁହାଯାଏ ।

B ଶୂନ୍ୟସ୍ଥାନ ପୂରଣ କର ।
1. ଭାବ ଓ ସଭ୍ୟତାର ମୂଳରେ _______________________ ।
Answer:
ଭାଷା

2. ପ୍ରକୃତରେ __________________ ସମସ୍ୟା ବଡ଼ ଗୁରୁତର ।
Answer:
ଜାତୀୟ

3. ଯାତାୟାତର ଏତେ __________________ ନଥିଲା ।
Answer:
ସୁବିଧା

4. ଭାରତର ______________________ ସ୍ବାତନ୍ତ୍ର୍ୟ କ୍ରମେ ନଷ୍ଟ ହେଉଛି ।
Answer:
ପ୍ରାଦେଶିକ

5. ଏକ ଏକ ପ୍ରଦେଶରେ ________________ ଲୋକେ ଅଛନ୍ତି ।
Answer:
ନାନାବିଧ

BBSE Odisha 9th Class Odia Solutions Chapter 9 ଭାଷା ଓ ଜାତୀୟତା

6.ଭାଷାର ଏକତା ଥୁଲେ __________________ ସୁନିଶ୍ଚିତ ।
Answer:
ଭାବର ଏକତା

7. ଯୁକ୍ତରାଷ୍ଟ୍ରର ସମସ୍ତେ __________________ ଭାଷାକୁ ରାଜ୍ୟର ଭାଷା ରୂପେ ଗ୍ରହଣ କରୁଛନ୍ତି ।
Answer:
ଇଂରାଜୀ

8. ଇଂରାଜୀ ଭାଷା ସ୍ଵୀକାର ନକରିବା ଯାଏ କାହାରିକୁ ___________________ ରେ ପ୍ରଜାର ଅଧ୍ୟାର ଦିଆଯାଏ ନାହିଁ ।
Answer:
ଯୁକ୍ତରାଷ୍ଟ୍ର

C ଭ୍ରମ ସଂଶୋଧନ କର ।
1. ଏ ଜାତୀୟ ସମସ୍ୟା ଜାତି ପକ୍ଷେ ବଡ଼ ଗୁରୁତର ।
Answer:
ଏ ଜାତୀୟ ସମସ୍ୟା ଭାରତ ପକ୍ଷେ ବଡ଼ ଗୁରୁତର ।

2. ଭାଷା ଓ ଜାତୀୟତା’ ପ୍ରବନ୍ଧର ପ୍ରାବନ୍ଧିକ ହେଉଛନ୍ତି ଗୋଦାବରୀଶ ମିଶ୍ର ।
Answer:
ଭାଷା ଓ ଜାତୀୟତା’ ପ୍ରବନ୍ଧର ପ୍ରାବନ୍ଧିକ ହେଉଛନ୍ତି ଗୋପବନ୍ଧୁ ଦାସ ।

3. ‘ସମାଜ’ ସମ୍ବାଦପତ୍ର ପ୍ରକାଶନ ରାଧାନାଥ ରଥଙ୍କ ଅକ୍ଷୟ କୀର୍ତ୍ତି ।
Answer:
‘ସମାଜ’ ସମ୍ବାଦପତ୍ର ପ୍ରକାଶନ ଗୋପବନ୍ଧୁ ଦାସଙ୍କ ଅକ୍ଷୟ କୀର୍ତ୍ତି ।

4. ଭାରତରେ ଦ୍ରାବିଡ଼ ଉପନିବେଶ କ୍ରମଶଃ ବଢ଼ିଲା ।
Answer:
ଭାରତରେ ଆର୍ଯ୍ୟ ଉପନିବେଶ କ୍ରମଶଃ ବଢ଼ିଲା ।

5. ଭାରତରେ ବର୍ତ୍ତମାନ ଏକ ଧର୍ମର ଲୋକେ ରହୁଛନ୍ତି ।
Answer:
ଭାରତରେ ବର୍ତ୍ତମାନ ଭିନ୍ନ ଭିନ୍ନ ଧର୍ମର ଲୋକେ ରହୁଛନ୍ତି ।

D ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. ଅନେକେ ଭାରତ-ଜାତୀୟତା ଏକାବେଳକେ କ’ଣ ବୋଲି ଭାବି ହତାଶ ହେଉଛନ୍ତି ?
(A) ଅସମ୍ଭବ
(B) ଅଜଣା
(C) ଅବିଚାର
(D) ଅମୂଳକ
Answer:
(A) ଅସମ୍ଭବ

BBSE Odisha 9th Class Odia Solutions Chapter 9 ଭାଷା ଓ ଜାତୀୟତା

2. କେହି ନିଜ ଭିତରକୁ ଚାହିଁ ଜାତୀୟତା ପାଇଁ କ’ଣ ମହୁଛନ୍ତି ?
(A) ପ୍ରାଚୀନ ପରମ୍ପରା
(B) ପ୍ରାଚୀନ ସଂସ୍କୃତି
(C) ପ୍ରାଚୀନ ସଭ୍ୟତା
(D) ପ୍ରାଚୀନ ଗ୍ରନ୍ଥରାଜି
Answer:
(C) ପ୍ରାଚୀନ ସଭ୍ୟତା

3. ପ୍ରକୃତରେ ଏ ଜାତୀୟ ସମସ୍ୟା ଭାରତ ପକ୍ଷେ କ’ଣ ?
(A) ବିତର୍କର ବିଷୟ
(B) ବଡ଼ ଗୁରୁତର
(C) ସମାଧାନ ବିହୀନ
(D) ଅଚିନ୍ତନୀୟ
Answer:
(B) ବଡ଼ ଗୁରୁତର

4. ଗୋଟିଏ ଗୋଟିଏ ପ୍ରଦେଶ ବନ ଜଙ୍ଗଲ ନଦୀ ଆଦି କି ପ୍ରକାର ସୀମାଦ୍ଵାରା ଆବଦ୍ଧ ଥିଲା ?
(A) ସ୍ଵାଭାବିକ
(B) ପରିକଳ୍ପିତ
(C) ଭୌଗୋଳିକ
(D) ନିର୍ଦ୍ଧାରିତ
Answer:
(A) ସ୍ଵାଭାବିକ

5. ଆଜି ଭାରତରେ କେଉଁ ସ୍ବାତନ୍ତ୍ର୍ୟ କ୍ରମେ ନଷ୍ଟ ହୋଇ ଯାଉଅଛି ?
(A) ସାଂସ୍କୃତିକ
(B) ମୌଳିକ
(C) ବୈଷୟିକ
(D) ପ୍ରାଦେଶିକ
Answer:
(D) ପ୍ରାଦେଶିକ

6. ଟିକିଏ ତଳେଇ ଦେଖ‌ିଲେ, ଭାବ ଓ ସଭ୍ୟତାର ମୂଳରେ କ’ଣ ରହିଥ‌ିବାର ଦେଖାଯିବ ?
(A) ଭାଷା
(B) ପରମ୍ପରା
(C) ଚିନ୍ତାଧାରା
(D) ସ୍ବାତନ୍ତ୍ର୍ୟ
Answer:
(A) ଭାଷା

7. କେଉଁ ଭାଷା ସ୍ବୀକାର ନ କରିବା ଯାଏ, କାହାରିକୁ ଯୁକ୍ତରାଷ୍ଟ୍ରରେ ପ୍ରଜାର ଅଧ୍ୟାର ଦିଆଯାଏ ନାହିଁ ?
(A) ଜର୍ମାନ୍
(B) ପର୍ତ୍ତୁଗୀଜ୍
(C) ପ୍ରାଦେଶିକ
(D) ଇଂରାଜୀ
Answer:
(D) ଇଂରାଜୀ

BBSE Odisha 9th Class Odia Solutions Chapter 9 ଭାଷା ଓ ଜାତୀୟତା

8. ନାନାବିଧ ଲୋକଙ୍କ ମଧ୍ୟରେ ଏକତା ରକ୍ଷା କରିବାକୁ ହେଲେ ସମସ୍ତଙ୍କୁ କ’ଣ ଗ୍ରହଣ କରିବାକୁ ହେବ ?
(A) ସେହି ଦେଶର ଭାଷା
(B) ସେହି ଦେଶର ସଂସ୍କୃତି
(C) ସେହି ଦେଶର ପରମ୍ପରା
(D) ସେହି ଦେଶର ଭାବ
Answer:
(A) ସେହି ଦେଶର ଭାଷା

9. ଭାବ ଓ ସଭ୍ୟତାର ମୂଳରେ କ’ଣ ରହିଛି ?
(A) ଭାଷା
(B) ସଂସ୍କୃତି
(C) ଜାତି
(D) ଜାତୀୟତା
Answer:
(A) ଭାଷା

10. କାହା ସଙ୍ଗରେ ଆର୍ଯ୍ୟର ସଂଘର୍ଷ ହେଲା ?
(A) ମଙ୍ଗେଲୀୟ
(B) ଦ୍ରାବିଡ
(C) ତିବ୍ବତୀୟ
(D) ନିଗ୍ରିଟୋ
Answer:
(B) ଦ୍ରାବିଡ

11. ଭାରତ-ଜାତୀୟତା ପ୍ରତିଷ୍ଠା ପାଇଁ କେହି କେବଳ ଅତୀତ ଆଡକୁ ଚାହିଁ ଅଛନ୍ତି କାହିଁକି ?
(A) ନିର୍ଦ୍ଦିଷ୍ଟ ତଥ୍ୟ ପାଇବାଲାଗି
(B) ଅତୀତ ଜାତୀୟତା ବିଷୟରେ ଜାଣିବାଲାଗି
(C) ପ୍ରେରଣା ପାଇବା ଲାଗି
(D) ଅତୀତର ଘଟଣାବଳୀ ଜାଣିବାଲାଗି
Answer:
(C) ପ୍ରେରଣା ପାଇବା ଲାଗି

12. ଭାଷାର ଏକତା ଥିଲେ କ’ଣ ସୁନିଶ୍ଚିତ ହେବ ?
(A) ଭାବର ଏକତା
(B) ସଂସ୍କୃତିର ଏକ
(C) ଜାତିର ଏକତା
(D) ର୍ବ ଚ । ର ଧାର। ର
Answer:
(A) ଭାବର ଏକତା

13. ଯୁକ୍ତରାଷ୍ଟ୍ରର ସମସ୍ତେ କେଉଁ ଭାଷାକୁ ରାଜ୍ୟର ଭାଷା ରୂପେ ଗ୍ରହଣ କରୁଛନ୍ତି ?
(A) ହିନ୍ଦୀ
(B) ଜର୍ମାନ୍
(C) ଇଂରାଜୀ
(D) ଆରବୀ
Answer:
(C) ଇଂରାଜୀ

14. ‘ଭାଷା ଜାତୀୟତା’ ପ୍ରବନ୍ଧର ପ୍ରାବିନ୍ଧିକଙ୍କ ନାମ କ’ଣ ?
(A) ଗୋପବନ୍ଧୁ ଦାସ
(B) ଗୋଦାବରୀଶ ମିଶ୍ର ଧଳ
(C) ଗୋଲୋକ ବିହାରୀ
(D) ମଧୁସୂଦନ ଦାସ
Answer:
(A) ଗୋପବନ୍ଧୁ ଦାସ

15. ଆଜି ସମସ୍ତେ କେଉଁଥିପାଇଁ ବ୍ୟାକୁଳ ?
(A) ଭାରତୀୟ ଜାତୀୟତା
(B) ଉକ୍କୀୟ ଜାତୀୟତା
(C) ପ୍ରାଦେଶିକ ଜାତୀୟତା
(D) ସାଂସ୍କତିକ ଜାତୀୟତା
Answer:
(A) ଭାରତୀୟ ଜାତୀୟତା

BBSE Odisha 9th Class Odia Solutions Chapter 9 ଭାଷା ଓ ଜାତୀୟତା

16. କେଉଁ ଭାଷା ଭାରତରେ ବହୁଳ ସ୍ୱାତନ୍ତ୍ର୍ୟ ମଧ୍ଯରେ ସୁନ୍ଦର ସୁଦୃଢ଼ ଏକତା ରଖୁଲା ଓ ଆଜିଯାଏ ରଖୁଛି ?
(A) ହିନ୍ଦୀ ଭାଷା
(B) ସଂସ୍କୃତ ଭାଷା
(C) ବଙ୍ଗଳା ଭାଷା
(D) ତେଲୁଗୁ ଭାଷା
Answer:
(B) ସଂସ୍କୃତ ଭାଷା

17. ଭାରତରେ ଅନେକ ପ୍ରଦେଶ, ପ୍ରତି ପ୍ରଦେଶରେ ପୁଣି କେଉଁ ପ୍ରକାର ପାର୍ଥକ୍ୟ ରହିଛି ?
(A) ସଂସ୍କୃତିଗତ
(B) ଭାବଗତ
(C) ପାରମ୍ପରିକ
(D) ବ୍ୟବହାରଗତ
Answer:
(D) ବ୍ୟବହାରଗତ

18. ମାନବ ପ୍ରାଣର ମିଳନପକ୍ଷେ ଏକମାତ୍ର ପନ୍ଥା କ’ଣ ?
(A) ଭାଷାର ଏକତା
(B) ସଂସ୍କୃତିର ଏକତା
(C) ପ୍ରାଦେଶିକ ଏକତା
(D) ଚଳଣିଗତ ଏକତା
Answer:
(A) ଭାଷାର ଏକତା

19. ଭାରତ ପକ୍ଷେ କେଉଁ ସମସ୍ୟା ଗୁରୁତର ?
(A) ପ୍ରାଦେଶିକ ସମସ୍ୟା
(B) ଜାତିଗତ ସମସ୍ୟା
(C) ଜାତୀୟ ସମସ୍ୟା
(D) ସାମାଜିକ ସମସ୍ୟା
Answer:
(C) ଜାତୀୟ ସମସ୍ୟା

ପ୍ରାବନ୍ଧିକଙ୍କ ପରିଚୟ :
ପ୍ରାବନ୍ଧିକଙ୍ ନାମ – ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ।
ପିତାଙ୍କ ନାମ – ଦୈତାରି ଦାସ ।
ମାତାଙ୍କ ନାମ – ସ୍ପଶ୍ଚିମୟୀ ଦେବୀ ।
ଜନ୍ମସ୍ଥାନ – ପୁରୀ ଜିଲ୍ଲାର ସତ୍ୟବାଦୀ ଥାନା ଅନ୍ତର୍ଗତ ‘ସୁଆଣ୍ଡୋ’ ନାମକ ଏକ କ୍ଷୁଦ୍ର ବ୍ରାହ୍ମଣ ଶାସନ ।

BBSE Odisha 9th Class Odia Solutions Chapter 9 ଭାଷା ଓ ଜାତୀୟତା

ଓଡ଼ିଆ ସାହିତ୍ୟ ଓ ଜନଜୀବନ ସହିତ ପରିଚିତ ପ୍ରତିଭା ପଣ୍ଡିତ ଗୋପବନ୍ଧୁ ଦାସ । ଜୀବନର ସକଳ ସୁଖ ଦୁଃଖ ଓ ପଦମର୍ଯ୍ୟାଦାକୁ ପରିହାର କରି ସେ ଜନମଙ୍ଗଳ ଓ ସମାଜସେବାରେ ନିଜକୁ ଉତ୍ସର୍ଗ କରିଥିଲେ । ତାଙ୍କ ଜୀବନର ଲକ୍ଷ୍ୟ ଥିଲା ଓଡ଼ିଶାକୁ ପୂର୍ବପ୍ରାଣରେ ଭଲପାଇବା । ତେଣୁ ଓଡ଼ିଶାର ବନ୍ୟା, ବାତ୍ୟା, ମରୁଡ଼ିରେ ଭାଙ୍ଗି ପଡୁଥ‌ିବା ମଣିଷ ପାଖରେ ସେ ଦମ୍ଭିଲା ବନ୍ଧୁ ଭାବରେ ଠିଆ ହେଉଥିଲେ । ଏପରିକି ନିଜର ଏକମାତ୍ର ପୁତ୍ରକୁ ରୋଗଶଯ୍ୟାରେ ଛାଡ଼ି ସେ ବନ୍ୟାଦୁର୍ଗତଙ୍କୁ ସହାୟତା କରିବାପାଇଁ ବାହାରି ଯାଇଥିଲେ ।

ପୁଣ୍ୟତୋୟା ଭାର୍ଗବୀ ନଦୀକୂଳସ୍ଥ ସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଦୈତାରି ଦାସ ଓ ମାତାଙ୍କ ନାମ ସ୍ଵର୍ଣ୍ଣମୟୀ ଦେବୀ । ଉତ୍କଳରେ ସଚ୍ଚାମଣିଷ ତିଆରି କରିବାପାଇଁ ଓ ଶିକ୍ଷାର ଅଭିବୃଦ୍ଧି ଉଦ୍ଦେଶ୍ୟରେ ସେ ସତ୍ୟବାଦୀରେ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ‘ସତ୍ୟବାଦୀ’ ସାହିତ୍ୟ ପତ୍ରିକା ସଂପାଦନା ଓ ‘ସମାଜ’ ସମ୍ବାଦ ପ୍ରକାଶନ କରି, ସେ ସେତେବେଳର ଦୁଃଖ ଓ ଅଭାବନୀୟ ପରିସ୍ଥିତି ବିଷୟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରାଇପାରିଥିଲେ । ସ୍ଵାଧୀନତା ସଂଗ୍ରାମରେ ସର୍ବଭାରତୀୟ ସ୍ତରରେ ମହାତ୍ମା ଗାନ୍ଧି ଯେଭଳି ଭୂମିକା ଗ୍ରହଣ କରିଥିଲେ; ଗୋପବନ୍ଧୁ ଓଡ଼ିଶା ବା ପ୍ରାଦେଶିକ ସ୍ତରରେ ଅନୁରୂପ ପଦକ୍ଷେପ ନେଇଥିଲେ ।

ଗୋପବନ୍ଧୁ ଏକାଧାରରେ ଥିଲେ କବି, ପ୍ରାବନ୍ଧିକ, ଆଲୋଚକ, ସମାଜସେବୀ ଓ ଦେଶସେବକ । ତାଙ୍କ ରଚିତ କବିତା ଓ କାବ୍ୟ ସୃଷ୍ଟିଗୁଡ଼ିକ ହେଲା– ‘କାରାକବିତା’, ‘ବନ୍ଦୀର ଆତ୍ମକଥା’, ‘ଅବକାଶ ଚିନ୍ତା’, ‘ଗୋମାହାତ୍ମ୍ୟ’ ଓ ‘ଧର୍ମପଦ’। ଏ ସମସ୍ତ ସୃଷ୍ଟି ରାଜନୀତି, ସମାଜସେବା ଓ ଦେଶସେବାରେ ଥିଲା ଆଚ୍ଛନ୍ନ । ମଣିଷ ପ୍ରତି ତାଙ୍କ ହୃଦୟାବେଗରୁ ପ୍ରବାହିତ ହେଉଥିଲା ପ୍ରେମର ଝରଣା । ଦରଦୀ କବି ଲେଖୁଥିଲେ –

‘ମିଶୁ ମୋର ଦେହ ଏ ଦେଶ ମାଟିରେ,
ଦେଶବାସୀ ଚାଲି ଯାଆନ୍ତୁ ପିଠିରେ
ଦେଶର ସ୍ଵରାଜ୍ୟ ପଥେ ଯେତେ ଗାଡ଼
ପୂରୁ ପଡ଼ି ତହିଁ ମୋର ମାଂସହାଡ଼ ।’’

ଓଡ଼ିଶାର ସାମାଜିକ ଅବସ୍ଥା, ରାଜନୀତି, ଶିକ୍ଷାବ୍ୟବସ୍ଥା ଓ ଜାତୀୟ ଜୀବନକୁ ନେଇ ସେ ଅନେକ ପ୍ରବନ୍ଧ ରଚନା କରିଥିଲେ । ସଭାସମିତିରେ ତାଙ୍କଦ୍ୱାରା ପ୍ରଦତ୍ତ ଅଭିଭାଷଣ ଶ୍ରୋତାଙ୍କୁ ମନ୍ତ୍ରମୁଗ୍‌ଧ କରିଦେଉଥିଲା । ‘ସମାଜ’ ଅନୁଷ୍ଠାନ ତାଙ୍କ ସକଳ ସାହିତ୍ୟ ସୃଷ୍ଟିକୁ ‘ଗୋପବନ୍ଧୁ ରଚନାବଳୀ’ ଶିରୋନାମାରେ ବହୁଖଣ୍ଡରେ ପ୍ରକାଶ କରିଛନ୍ତି । ସେହି କାଳଜୟୀ ପୁରୁଷ ୧୯୨୮ ମସିହା ଜୁନ୍ ୧୭ ତାରିଖ ନେତ୍ରୋତ୍ସବ ଦିନ ଅମର ପଥର ଯାତ୍ରୀ ହୋଇଥିଲେ ।

ପ୍ରବନ୍ଧର ପୃଷଭୂମି :
ଆଲୋଚ୍ୟ ପ୍ରବନ୍ଧଟି ‘ସତ୍ୟବାଦୀ’ ପତ୍ରିକାର ୧୨ଶ ଭାଗ, ୬ଷ୍ଠ ଖଣ୍ଡ, ୧୯୧୫ ଜୁନରେ ପ୍ରକାଶ ପାଇଥିଲା । ତତ୍‌କାଳୀନ ପରିବେଶରେ ପ୍ରାବନ୍ଧିକ ଭାଷାଭିଭିରେ ଜାତୀୟତା ଗଠନ ନିମିତ୍ତ ପରାମର୍ଶ ଦେଇ ଏହାକୁ ରଚନା କରିଥିଲେ । ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଭାବରେ ଗୋପବନ୍ଧୁ ଭାଷା ଭିତ୍ତିରେ ପ୍ରଦେଶ ଗଠନ ପାଇଁ ଯୋଜନା କରିଥିଲେ । ଭାଷାଦ୍ୱାରା କେବଳ ଜାତୀୟତା ସମ୍ଭବ ବୋଲି ସେ ଅଭିମତ ଦେଇଥିଲେ । ଭାଷା ଭିନ୍ନ ଭାବପ୍ରକାଶ ସହଜ ହୋଇ ନଥାଏ । ତେଣୁ ଭାଷା ଉପରେ ଗୁରୁତ୍ଵ ଦେଇ ଏଭଳି ମନ୍ତବ୍ୟ ସେ ପ୍ରକାଶ କରିଥିଲେ ।

ପ୍ରବନ୍ଧର ସାରମର୍ମ :
ପ୍ରବନ୍ଧର ପ୍ରଥମ ପର୍ଯ୍ୟାୟରେ ପ୍ରାବନ୍ଧିକ ଗୋପବନ୍ଧୁ ଦାସ ଭାରତର ଏକ ସଙ୍କଟଜନକ ପରିସ୍ଥିତିର ସୂଚନା ଦେଇଛନ୍ତି । ସେ ସମୟରେ ଭାରତୀୟଙ୍କ ମନରେ କିପରି ଜାତୀୟତାଭାବ ସୃଷ୍ଟି ହେବ, ସେ ସମ୍ବନ୍ଧରେ ସମସ୍ତେ ବିଭିନ୍ନ ଉପାୟ ଚିନ୍ତା କରୁଛନ୍ତି; ମାତ୍ର କେହି ଜଣେ ହେଲେ ଜାତୀୟତା ପ୍ରତିଷ୍ଠା ପାଇଁ ଉପଯୁକ୍ତ ବାଟ ପାଉ ନାହାଁନ୍ତି । ଅନେକ ସମ୍ବାଦପତ୍ର ଏ ବିଷୟରେ ଲେଖାମାନ ପ୍ରକାଶ କରୁଛନ୍ତି । ସଭାସମିତିରେ ଏହାକୁ ନେଇ ଭାଷଣ କାର୍ଯ୍ୟକ୍ରମ ହେଉଛି ।

ସମସ୍ତଙ୍କ ମନରେ ଗୋଟିଏ ଉଦ୍ଦେଶ୍ୟ ଲୋକମାନଙ୍କ ମନରେ କିପରି ଜାଗୃତି ସୃଷ୍ଟିହେବ । ଏପରିକି, କାବ୍ୟ, ନାଟକ ଓ ଉପନ୍ୟାସ ମାଧ୍ୟମରେ ଏହାର ସୂଚନା ଦିଆଯାଉଛି । ସବୁ ବ୍ୟବସ୍ଥା ହେଲେ ମଧ୍ୟ ସମାଧାନର ସୂତ୍ର ବାହାରି ପାରୁନାହିଁ । ଯାହାଫଳରେ ଅନେକ ଲୋକଙ୍କ ମନରେ ହତାଶା ଭାବ ସୃଷ୍ଟି ହେଉଛି । ଜାତୀୟତା ଭାବ ଏକାବେଳେକେ ଅସମ୍ଭବ ବୋଲି ସମସ୍ତେ କହୁଛନ୍ତି । କେହି କେହି ଅତୀତର ପ୍ରେରଣାଦାୟୀ ଅନୁଚିନ୍ତାକୁ ପ୍ରକାଶ କରୁଛନ୍ତି । ଏବେ ନହେଲେ ବି ଭବିଷ୍ୟତରେ ଏହା ସମ୍ଭବ ହେବ ବୋଲି କହୁଛନ୍ତି । କେତେକ ଭାରତୀୟ ଜାତୀୟତା ପାଇଁ ପ୍ରାଚ୍ୟ ଚିନ୍ତାଧାରାକୁ ବିଶ୍ଳେଷଣ କରୁଛନ୍ତି । ପୁଣି ଅନ୍ୟ କେତେକ ପରମୁଖାପେକ୍ଷୀ ହୋଇ ରହିଛନ୍ତି ।

ଭାରତରେ ଜାତୀୟତାଭାବ ସୃଷ୍ଟି କରିବା ସହଜ ନୁହେଁ । ଏହା କଷ୍ଟକର ବ୍ୟାପାର । କାରଣ ଏଥିରେ ରହିଛି କେତେ ପ୍ରଦେଶ । ପୁଣି ପ୍ରତି ପ୍ରଦେଶରେ ରହିଛି ବ୍ୟବହାରଗତ ପାର୍ଥକ୍ୟ । ସେଥ‌ିରେ ପୁଣି ରହିଛି ପ୍ରଦେଶ ପ୍ରଦେଶ ମଧ୍ୟରେ ସ୍ବାର୍ଥପର ଅନୁଚିନ୍ତା । ଏହି ବିରାଟ ଭୂଖଣ୍ଡକୁ ଯେ ଏକତା ସୂତ୍ରରେ ବନ୍ଧାଯାଇ ପାରିବ, ଭାବି ବସିଲେ ସମୟେ ସମୟେ ହତାଶ ହେବାକୁ ପଡ଼ିଥାଏ ।

ପ୍ରାଚୀନ କାଳରେ ଭାରତରେ ଗମନାଗମନର ସୁବିଧା ନଥିଲା । ପ୍ରାକୃତିକ ବିଭେଦ ହିଁ ଗୋଟିଏ ପ୍ରଦେଶକୁ ଅନ୍ୟ ପ୍ରଦେଶଠାରୁ ସ୍ଵତନ୍ତ୍ର କରି ରଖୁଥିଲା । ବଣ, ପର୍ବତ ଓ ନଦୀ ଥିଲା ପ୍ରଦେଶର ସୀମାରେଖା । ସେଥ‌ିରେ ଇତିହାସ, ସାହିତ୍ୟ ଓ ଭାଷା ଇତ୍ୟାଦି ପରସ୍ପରଠାରୁ ପୃଥକ୍ ହୋଇ ରହିଥୁଳା । ମାତ୍ର ସମସ୍ତଙ୍କର ମୂଳସୂତ୍ର ଥିଲା ଏକ । ସମସ୍ତେ ଆର୍ଯ୍ୟ ସଭ୍ୟତାରୁ ସୃଷ୍ଟି ହୋଇଥିଲେ । ସେହି ଆର୍ଯ୍ୟ ସଂସ୍କୃତି ଭାରତୀୟଙ୍କ ଜାତୀୟତାର ମୂଳପିଣ୍ଡ ରୂପେ କାର୍ଯ୍ୟ କରୁଥିଲା । ଆର୍ଯ୍ୟ ଋଷିମାନେ ବୁଝିଥିଲେ ଭାବ ଏବଂ ଭାଷାକୁ । ମଣିଷ ବିଭିନ୍ନ ପରିବେଶରେ ବଢ଼ିପାରେ, ମାତ୍ର ଭାଷାର ଏକତା ମାନବ ପ୍ରାଣର ମିଳନ ପକ୍ଷେ ଏକମାତ୍ର ପନ୍ଥା ।

BBSE Odisha 9th Class Odia Solutions Chapter 9 ଭାଷା ଓ ଜାତୀୟତା

ଭାରତବର୍ଷରେ ପ୍ରଥମେ ଆର୍ଯ୍ୟ ସଭ୍ୟତା ଓ ଆର୍ଯ୍ୟ ସଂସ୍କୃତି ଗଢ଼ି ଉଠିଥିଲା । ସମୟକ୍ରମେ ମହାରାଷ୍ଟ୍ରର ଆର୍ଯ୍ୟ ଓ ମଗଧ ଆର୍ଯ୍ୟଙ୍କ ମଧ୍ୟରେ ପାର୍ଥକ୍ୟ ଦେଖାଦେଇଥିଲା । ପ୍ରାଦେଶିକ ସ୍ତରରେ ସେମାନଙ୍କର ସ୍ବାତନ୍ତ୍ର୍ୟ ବଢ଼ିଯାଇଥିଲା । ଅନେକେ ସ୍ଵାତନ୍ତ୍ର୍ୟ ସତ୍ତ୍ଵେ ଗୋଟିଏ ଭାବଗତ ସଂହତି ରହିଥିଲା । ସଂସ୍କୃତ ଭାଷା ଓ ବୈଦିକ ଭାବ, ସ୍ଵାତନ୍ତ୍ର୍ୟ ମଧ୍ୟରେ ଏକତା ଜାରି ରଖୁଥୁଲା, ଯାହାକି ଏଯାବତ୍ ରଖୁସିଛି । ଆର୍ଯ୍ୟ ସଙ୍ଗେ ଦ୍ରାବିଡ଼ଙ୍କର ସଂଘର୍ଷ ହୋଇଛି, ମାତ୍ର ପରବର୍ତ୍ତୀ ସମୟରେ ଦ୍ରାବିଡ଼ମାନେ ଆର୍ଯ୍ୟର ଭାଷା ଓ ଭାବକୁ ଗ୍ରହଣ କରିନେଇଛନ୍ତି ।

ଆଜିକାଲି ଭାରତରେ ଗମନାଗମନ ସହଜ ଓ ସରଳ ହୋଇଛି । ଗୋଟିଏ ପ୍ରଦେଶର ଲୋକ ଅନ୍ୟ ପ୍ରଦେଶକୁ ସହଜରେ ଯାଇପାରୁଛନ୍ତି ଓ ସେଠାରେ ବସବାସ କରୁଛନ୍ତି । ଗୋଟିଏ ପ୍ରଦେଶରେ, ବିଭିନ୍ନ ପ୍ରଦେଶର ଲୋକ ବସବାସ କଲେ ମଧ୍ୟ, କେହି ନିଜର ଭାଷା, ଭାବ, ବ୍ୟବହାର, ରୀତି, ନୀତି, ସମାଜ, ସାହିତ୍ୟ ଓ ଇତିହାସକୁ ଭୁଲୁ ନାହାଁନ୍ତି । ସେଠାକାର ଭାଷା, ଭାବ ଓ ଚଳଣିକୁ ଗ୍ରହଣ କରିବାକୁ କୁଣ୍ଠିତ ହେଉଛନ୍ତି । ଗୋଟିଏ ପ୍ରଦେଶର ପରିସ୍ଥିତି ଯଦି ଏପରି, ତେଣୁ ସମଗ୍ର ଭାରତର ଏକତା ପରିକଳ୍ପନା ଅସମ୍ଭବ ।

ଏଭଳି ସମସ୍ୟାର ନିରାକରଣ ପାଇଁ ପ୍ରାବନ୍ଧିକ ପରାମର୍ଶ ଦେଇ କହିଛନ୍ତି, ଯେଉଁ ଭାବ ଓ ଭାଷାଦ୍ୱାରା ପ୍ରାଦେଶିକ ସ୍ୱାତନ୍ତ୍ର୍ୟ ରକ୍ଷାକରାଯାଇ ପାରିବ, ସେଭଳି ସ୍ୱାତନ୍ତ୍ର୍ୟ ଉପରେ ପ୍ରଥମେ ଗୁରୁତ୍ୱ ଦିଆଯିବା ଆବଶ୍ୟକ । କାରଣ ଭାବ ଓ ସଭ୍ୟତାର ମୂଳ ଯୋଗସୂତ୍ର ରକ୍ଷାକାରୀ ହେଉଛି ଭାଷା । ଭାଷାର ଏକତା ରହିଲେ ଭାବର ଏକତା ସମ୍ଭବ ହୋଇପାରିବ । ପୃଥ‌ିବୀର ପ୍ରାୟ ସମସ୍ତ ଆଧୁନିକ ରାଷ୍ଟ୍ର ଏହାକୁ ଗ୍ରହଣ କରିନେଇଛନ୍ତି । ପ୍ରାବନ୍ଧିକ ଯୁକ୍ତରାଷ୍ଟ୍ର ଆମେରିକାର ଉଦାହରଣ ଦେଇ ଏହି ନିୟମକୁ ବୁଝାଇଛନ୍ତି । ଆମେରିକାରେ ଅନେକ ଜାତିର ଲୋକେ ବାସ କରନ୍ତି । ମାତ୍ର ଇଂରେଜୀ ଭାଷାକୁ ରାଷ୍ଟ୍ରଭାଷାରୂପେ ଗ୍ରହଣ ନ କରିବାଯାଏ, କେହି ସେ ଦେଶର ନାଗରିକ ହୋଇପାରିବେ ନାହିଁ । ଏହି କାରଣରୁ ଆମେରିକବାସୀଙ୍କ ମଧ୍ୟରେ ବିଭିନ୍ନତା ସତ୍ତ୍ବେ ଜାତୀୟତାଭାବ ରହିଛି ।

ଯୁକ୍ତରାଷ୍ଟ୍ର ଆମେରିକାର ଉଦାହରଣ ଦେଇସାରିବା ପରେ, ପ୍ରାବନ୍ଧିକ ବୁଝାଇଛନ୍ତି, ବର୍ତ୍ତମାନ ପରିପ୍ରେକ୍ଷୀରେ ଭାରତକୁ ଏହି ନୀତି ଗ୍ରହଣ କରିବାକୁ ହେବ । ପ୍ରତ୍ୟେକ ପ୍ରଦେଶରେ ଅନ୍ୟ ପ୍ରଦେଶର ଲୋକ ଆସି ମିଶୁଛନ୍ତି । କୌଣସି ସ୍ଥାନର ପୂର୍ବର ଅପମିଶ୍ରଣ ନାହିଁ । ଯଦି ବାହାର ପ୍ରଦେଶରୁ ଆସୁଥିବା ଲୋକମାନେ, ଯେଉଁ ସ୍ଥାନରେ ବାସ କରୁଛନ୍ତି, ସେହି ସ୍ଥାନର ଭାଷା ଓ ଚଳଣିକୁ ଗ୍ରହଣ କରିନିଅନ୍ତି, ତାହେଲେ ଭାବ ଓ ଚିନ୍ତାରେ ସାମଞ୍ଜସ୍ୟ ଆସିବ । ସେହି ସ୍ଥାନର ସଂସ୍କୃତି, ସାହିତ୍ୟ ଓ ଇତିହାସକୁ ସେମାନେ ଅପାଣାର କରିନେବେ । ଏହାଦ୍ଵାରା ସେହି ସ୍ଥାନ ପ୍ରତି ସେମାନଙ୍କର ଆନ୍ତରିକତା ବଢ଼ିଯିବ । ଶେଷରେ ପ୍ରାବନ୍ଧିକ କହିଛନ୍ତି, ଏକ ଭାଷା ପ୍ରଚଳିତ ସ୍ଥାନମାନ ଏକ ଶାସନାଧୀନରେ ନ ଅସିଲେ ଏ ଉଦ୍ଦେଶ୍ୟ ସମ୍ଭବ ହେବ ନାହିଁ ।

BBSE Odisha 9th Class Odia Solutions Chapter 9 ଭାଷା ଓ ଜାତୀୟତା

ବିଷୟଗତ ଶବ୍ଦ ଓ ଅର୍ଥ :

  • ଭାଷା – ଭାବ ପ୍ରକାଶର ମାଧ୍ୟମ ।
  • ଜାତାୟତା – ଆମେ ଗୋଟିଏ ଜାତିର ମଣିଷ, ଏହି ଭାବ ସୃଷ୍ଟି ।
  • ବ୍ୟ।କୁଳ – ଅତି ବ୍ୟସ୍ତଭାବ ।
  • ରୂପକ – ପରିକଳ୍ପିତ କାହାଣୀ ।
  • ଛଳରେ – ମାଧ୍ୟମରେ ।
  • ହତାଶ – ନିରାଶଭାବ
  • ମନ୍ଥୁ ଛନ୍ତି – ବିଚାର କରୁଛନ୍ତି ।
  • ଗୁରୁତର – ଅତ୍ୟନ୍ତ କଠିନ ।
  • ଶ୍ର୍ରେୟ- କଲ୍ୟାଣ/ମଙ୍ଗଳ ।
  • ସ୍ୱ।ତନ୍ତ୍ୟ – ପାର୍ଥକ୍ୟ
  • ପନ୍ଥ।- ବାଟ/ଉପାୟ/ସାଧନାର ମାର୍ଗ ।
  • ଉପନିବେଶ – ବିଦେଶସ୍ଥ ବାସଭୂମି ।
  • ବୈଦିକ ଭାବ – ବେଦର ଚଳିଣି ।
  • ଯାତାୟାତ – ଯିବାଆସିବା ।
  • କାର୍ଯେ୍ୟ।ପଲକ୍ଷେ – କୌଣସି କାର୍ଯ୍ୟ ସାଧନ କରିବାପାଇଁ ।
  • ନାବାବିଧ – ନାନାପ୍ରକାର ।
  • ନିରନ୍ତର – ସର୍ବଦା ନିରବଚ୍ଛିନ୍ନ ।
  • ଅବିମିଶ୍ରଣ – ବିଶୁଦ୍ଧ ।
  • ସାମଞ୍ଜସ୍ୟ – ମେଳ/ସମତା/ସଙ୍ଗତି ।
  • ଆସ୍ଥ। – ଭରସା/ବିଶ୍ୱାସ/ନିର୍ଭର ।
  • ମମତା – ସ୍ନେହ/ଭଲ ପାଇବା ।

Leave a Comment