BSE Odisha 9th Class Physical Science Important Questions Chapter 1 ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ

Odisha State Board BSE Odisha 9th Class Physical Science Important Questions Chapter 1 ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ Important Questions and Answers.

BSE Odisha 9th Class Physical Science Important Questions Chapter 1 ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ

SUBJECTIVE TYPE QUESTIONS WITH ANSWERS

1. ବାଷ୍ପୀଭବନ କ’ଣ ? ବାଷ୍ପୀଭବନକୁ ପ୍ରଭାବିତ କରୁଥିବା କାରକଗୁଡ଼ିକ ବିଷୟରେ ବର୍ଣ୍ଣନା କର ।
ଉ-
ବାଷ୍ପୀଭବନ : ଯେଉଁ ପ୍ରକ୍ରିୟାରେ ସ୍ଫୁଟନାଙ୍କଠାରୁ କମ୍ ଥ‌ିବା ଯେକୌଣସି ତାପମାତ୍ରାରେ ତରଳ ପଦାର୍ଥ ଗ୍ୟାସ୍‌ରେ ପରିଣତ ହୋଇଥାଏ, ତାହାକୁ ବାଷ୍ପୀଭବନ କୁହାଯାଏ ।

ବାଷ୍ପୀଭବନକୁ ପ୍ରଭାବିତ କରୁଥିବା କାରକଗୁଡ଼ିକ ହେଲେ –

  • ପୃଷ୍ଠତଳ କ୍ଷେତ୍ରଫଳର ବୃଦ୍ଧି
  • ତାପମାତ୍ରା ବୃଦ୍ଧି
  • ଆର୍ଦ୍ରତାର ହ୍ରାସ
  • ପବନ ବେଗର ବୃଦ୍ଧି

(i) ପୃଷ୍ଠତଳ କ୍ଷେତ୍ରଫଳର ବୃଦ୍ଧି – ପୃଷ୍ଠ ଭ ଗ ର କ୍ଷେତ୍ରଫଳ ବୃଦ୍ଧି ପାଇଲେ ବରାଷ୍ଠୀରନର ବେଗ ବୃଦ୍ଧି ପାଇଥାଏ । ଉଦ। ହ ର ଣ ସ୍ଵ ରୂ ପି, ଲୁ ଗାଁ କୁ ଶୁଖାଇବାବେଳେ ଏହାକୁ ଖୋଲାକରି ଶୁଖାଇଲେ ତାହା ଶୀଘ୍ର ଶୁଖୁଏ ।
(ii) ତାପମାତ୍ରା ବୃଦ୍ଧି – ତରଳର ତାପମାତ୍ରା ବୃଦ୍ଧି ପାଇଲେ ଅଧ‌ିକ ସଂଖ୍ୟକ ଅଣୁମାନେ ତାପଶକ୍ତି ଗ୍ରହଣ କରି ଅଧ‌ିକ ଗତିଜ ଶକ୍ତିର ଅଧିକାରୀ ହୋଇଥାଆନ୍ତି ଓ ଗ୍ୟାସୀୟ ଅବସ୍ଥାକୁ ରୂପାନ୍ତରିତ ହୋଇଥାଆନ୍ତି ।
(iii) ଆର୍ଦ୍ରତାର ହ୍ରାସ – ବାୟୁରେ ଉପସ୍ଥିତ ଥ‌ିବ। ଜଳୀୟବାଷ୍ପର ପରିମାଣକୁ ଆର୍ଦ୍ରତା କୁହାଯାଏ । ଚତୁଃପାର୍ଶ୍ଵରେ ଥ‌ିବା ବାୟୁ ନିର୍ଦ୍ଦିଷ୍ଟ ତାପମାତ୍ରାରେ ସୀମି ତ ପରି ମାଣର ଜଳୀୟବାଷ୍ପ ଧାର ଣ କରିପାରେ । ଯଦି ବାୟୁରେ ପୂର୍ବରୁ ଅଧ୍ୱ କ ଜଳୀୟବାଷ୍ପ ଉପସ୍ଥିତ ଥବ ତେବେ ବାଷ୍ପୀଭବନର ବେଗ ହ୍ରାସ ପାଇବ ।
(iv) ପବନର ବେଗ ବୃଦ୍ଧି – ପବନର ବେଗ ବଢିଲେ ଜଳୀୟବାଷ୍ପର ଅଣୁଗୁଡ଼ିକ ପବନ ସହ ଏକାଠି ହୋଇ ଉଡ଼ିଯାଏ । ତେଣୁ ପରିପାର୍ଶ୍ବରେ ଥିବା ଜଳୀୟବାଷ୍ପର ପରିମାଣ କମିଯାଏ । ଏଥ‌ିପାଇଁ ବାଷ୍ପୀଭବନର ହାର ବୃଦ୍ଧି ପାଏ । ଉଦାହରଣ ସ୍ଵରୂପ, ପବନ ବହୁଥିବା ଦିନଗୁଡ଼ିକରେ ଓଦାଲୁଗା ଶୀଘ୍ର ଶୁଖୁଏ ।

2. ବିସରଣ ପ୍ରକ୍ରିୟା କହିଲେ କ’ଣ ବୁଝ ? ଏହାକୁ ତାପମାତ୍ରା କିପରି ପ୍ରଭାବିତ କରେ, ଏକ ପରୀକ୍ଷା ଦ୍ଵାରା ବୁଝାଅ ।
ଉ-

  • ଦୁଇଟି ଭିନ୍ନ ଭିନ୍ନ ପଦାର୍ଥର କଣିକାଗୁଡ଼ିକର ଅନ୍ତଃ ମ ଶ୍ରି ତ କ ର ଣକୁ ବିସରଣ ପ୍ରକ୍ରିୟା କୁହାଯାଏ ।
  • ଦୁଇଟି ଗ୍ଲାସ୍ ନେଇ ଗୋଟିକରେ ଗରମ ଜଳ ଓ ଅନ୍ୟଟିରେ ଥଣ୍ଡା ଜଳ ନିଅ ।
  • ଉଭୟ ଗ୍ଲାସ୍‌ରେ ଗୋଟିଏ ଲେଖାଏଁ କପର ସଲ୍‌ଫେଟ୍ (CuSO4) କିମ୍ବା ପୋଟାସିୟମ୍ ପରମାଙ୍ଗାନେଟ୍‌ ସ୍ଫଟିକ ପକାଅ ।
  • ଉଭୟଗ୍ଲାସ୍‌କୁ ଗୋଳାଅ ନାହିଁ ଓ ସ୍ଫଟିକ ଦ୍ଵୟକୁ ଗ୍ଲାସ୍ଵତଳେ ଧୀରେ ଧୀରେ ବସିଯିବାକୁ ଦିଅ ।
  • ଏଠାରେ ଦେଖାଯିବ ଯେ ଉଭୟ ପାତ୍ରରେ ବିସରଣ ପ୍ରକ୍ରିୟା ଯୋଗୁଁ ସ୍ଫଟିକଗୁଡ଼ିକ ଜଳରେ ମିଳାଇଯିବ । କିନ୍ତୁ ଗରମ ଜଳଥିବା ଗ୍ଲାସ୍‌ରେ
  • ଏଥୁରୁ ଜଣାଗଲା ଯେ ତାପମାତ୍ରା ବୃଦ୍ଧି ଯୋଗୁଁ ପଦାର୍ଥରେ ଥ‌ିବା କଣିକାଗୁଡ଼ିକର ବେଗ ବୃଦ୍ଧିପାଏ ଅର୍ଥାତ୍ ସେମାନଙ୍କର ଗତି ଜଶକ୍ତି ବୃଦ୍ଧିପାଏ, ତେଣୁ ବିସରଣ ହାର ବୃଦ୍ଧିପାଏ ।

BSE Odisha 9th Class Physical Science Important Questions Chapter 1 ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ

3. ପଦାର୍ଥର ବିଭିନ୍ନ ଅବସ୍ଥାଗୁଡ଼ିକର ନାମ ଲେଖ । ପ୍ରତ୍ୟେକ ଅବସ୍ଥାର ବୈଶିଷ୍ଟ୍ୟଗୁଡିକ ଆଲୋଚନାକର କର ।
ଉ –
ଆମ ଚାରି ପାଖରେ ଥ‌ିବା ପଦାର୍ଥ ଗୁଡ଼ିକ ମୁଖ୍ୟତଃ ତିନୋଟି ଅବସ୍ଥାରେ ରହିଥା’ନ୍ତ; ଯଥା- କଠିନ ଅବସ୍ଥା, ତରଳ ଅବସ୍ଥା ଓ ଗ୍ୟାସୀୟ ଅବସ୍ଥା ।
(a) କଠିନ ଅବସ୍ଥାର ବୈଶିଷ୍ଟ୍ୟ :

  • କଠିନ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର, ଆକୃତି ଓ ଆୟତନ ଥାଏ । ଏଗୁଡ଼ିକର ଖୁବ୍ କମ୍ ସଙ୍କୋଚନ ହୋଇଥାଏ ।
  • କଠିନ ପଦାର୍ଥ ସର୍ବଦା ନିଜର ଆକାର ବଜାୟ ରଖୁଥାଏ ।
  • ବଳ ପ୍ରୟୋଗ କରି କଠିନ ପଦାର୍ଥ କୁ ଭଙ୍ଗାଯାଇ ପାରେ, ହେଲେ ଏହାର ଆକାର ପରିବର୍ତନ କରିବା କଷ୍ଟକର ଅଟେ |

(b) ତରଳ ଅବସ୍ଥାର ବୈଶିଷ୍ଟ୍ୟ :

  • ତରଳ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର ନାହିଁ; କିନ୍ତୁ ଏହାର ନିର୍ଦ୍ଦିଷ୍ଟ ଆୟତନ ରହିଛି ।
  • ଏହା ଯେଉଁ ପାତ୍ରରେ ରହେ, ତାହାର ଆକାର ଧାରଣ କରିଥାଏ ।
  • ତରଳ ପ୍ରବାହିତ ହୋଇଥାଏ ଓ ଆକାର ମଧ୍ୟ ବଦଳାଇଥାଏ ତେଣୁ ଏହା କଠିନ ପଦାର୍ଥ ପରି ଦୃଢ଼ ନୁ ହେଁ । ଏହା ସହଜରେ ବହିଯାଇପାରେ ବୋଲି ତରଳ ପଦାର୍ଥକୁ ପ୍ରବହ ମଧ୍ୟ କୁହାଯାଏ ।

(c) ଗ୍ୟାସୀୟ ଅବସ୍ଥାର ବୈଶିଷ୍ଟ୍ୟ :

  • ଚାପ ପ୍ରୟୋଗଦ୍ଵାରା ଗ୍ୟାସୀୟ ପଦାର୍ଥଗୁଡ଼ିକ କଠିନ ଓ ତରଳ ପଦାର୍ଥ ତୁଳନାରେ ସହଜରେ ଅଧ୍ଵକ ସଙ୍କୁଚିତ ହୋଇଥାଏ ।
  • ରୋଷେଇ ପାଇଁ ବ୍ୟବହୃତ ହେଉଥ‌ିବା ତରଳୀକୃତ ପେଟ୍ରୋଲିୟମ୍ ଗ୍ୟାସ୍ (LPG) ଏବଂ ଡାକ୍ତ ର ଖାନ ରେ ରେ । ଗୀମାନ ଙ୍କ ଶ୍ଵାସକ୍ରିୟା ପାଇଁ ବ୍ୟବହୃତ ଅମ୍ଳଜାନ ଗ୍ୟାସ୍ ସଂପୀଡ଼ିତ ଗ୍ୟାସ୍ ଅଟେ । କାର୍‌, ଅଟୋରିକ୍‌ସା ଆଦି ଯାନରେ ସଂପୀଡ଼ିତ ପ୍ରାକୃତିକ ଗ୍ୟାସ୍‌ (CNG) ଇନ୍ଧନ ରୂପେ ବ୍ୟବହୃତ ହୁଏ ।
  • କଠିନ ଓ ତରଳ ପଦାର୍ଥର ବିସରଣ ହାରଠାରୁ ଗ୍ୟାସୀୟ ପଦାର୍ଥର ବିସରଣ ହାର ଯଥେଷ୍ଟ ଅଧ‌ିକ ହୋଇଥାଏ । ଗ୍ୟାସ୍‌ ଅଣୁମାନଙ୍କ ଦ୍ରୁତ ବେଗ ଓ ଅଣୁମାନଙ୍କ ମଧ୍ୟରେ ଥ‌ିବା ଅଧିକ ଫାଙ୍କା ସ୍ଥାନ ଯୋଗୁ ଗ୍ୟାସ୍‌ର ବିସରଣ ଅନ୍ୟ ଗ୍ୟାସ୍ମାମାନଙ୍କ ମଧ୍ୟରେ ଅତି ଶୀଘ୍ର ହୋଇଥାଏ ।

BSE Odisha 9th Class Physical Science Important Questions Chapter 1 ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ

ସଂକ୍ଷିପ୍ତ ଭତ୍ତରମୂଳକ ପ୍ରଶ୍ନୋତ୍ତର

1. ପଦାର୍ଥ ମଧ୍ୟରେ ଥିବା କଣିକାର ଧର୍ମଗୁଡ଼ିକ ଉଦାହରଣ ସହ ଲେଖ |
ଉ –
(i) ପଦାର୍ଥର କଣିକାମାନଙ୍କ ମଧ୍ୟରେ ଅନେକ ଫାଙ୍କା ସ୍ଥାନ ଅଛି । ଉଦାହରଣ – ଚା, କଫି କିମ୍ବା ଲେମ୍ବୁପାଣି ତିଆରି କରୁଥିବା ସମୟରେ ଗୋଟିଏ ଗୋଟିଏ ପ୍ର କ ର ପଦା। ର୍ଥ ର କଣିକାଗୁଡ଼ିକ ଅନ୍ୟ ପଦାର୍ଥର କଣିକା ମଧ୍ୟରେ ଥିବା ଫାଙ୍କା ସ୍ଥାନ ମଧ୍ୟରେ ରହିଯାଆନ୍ତି ।

(ii) ପଦାର୍ଥର କଣିକାମାନ ଅନବରତ ଗତି କରିଥାଆନ୍ତି ଉଦାହରଣ ଗୋଟିଏ ନିଆଁ ଲାଗିନଥୁବା ଧୂପକାଠି ନେଇ ଶ୍ରେଣୀଗୃହର ଗୋଟିଏ କୋଣରେ ରଖା ଯାଉ । ଧୂପକାଠିରେ ନିଆଁ ଲଗାଇଲେ ଧୂପବତୀର ବାସ୍ନା ଶ୍ରେଣୀଗୃହରେ ସମସ୍ତେ ଜାଣିପାରିବେ ।

(iii) ପଦାର୍ଥର କଣିକାଗୁଡ଼ିକ ପରସ୍ପରକୁ ଆକର୍ଷଣ କରନ୍ତି । ଉଦାହରଣ – ଗୋଟିଏ ପାଣି ଟ୍ୟାପ୍ ଖୋଲି ସେଥୁରୁ ନିର୍ଗତ ଜଳଧାରାକୁ ଆଙ୍ଗୁଳି ସାହାଯ୍ୟରେ ଛିନ୍ନ କଲେ ଜଣାଯିବ ଯେ, ଜଳଧାର ଛୋଟ ଛୋଟ ଖଣ୍ଡରେ ବିଭକ୍ତ ହେବ ନାହିଁ । ଜଳର କଣିକାଗୁଡ଼ିକ ମଧ୍ୟରେ ଆକର୍ଷଣ ବଳ ରହିଥ‌ିବାରୁ ଜଳର ସ୍ରୋତ ଏକାଠି ରହିଥାଏ ।

2. ଆମେ ଖରାଦିନେ ସୂତା ପୋଷାକ ପିନ୍ଧୁ କାହିଁକି ?
ଉ –

  • ଖରା ଦିନେ ଆମ ଦେହରୁ ବହୁତ ଝାଳ ବାହାରିବାରୁ ଦେହ ଥଣ୍ଡା ରହେ ।
  • ବାଷ୍ପୀଭବନ ସମୟରେ ତରଳ ପୃଷ୍ଠରେ ଥ‌ିବା କଣିକାମାନେ ପରି ପାର୍ଶ୍ଵ ରୁ କିମ୍ବା ଶରୀର ପୃଷ୍ଠରୁ ଶକ୍ତି ଆହରଣ କରି ବାଷ୍ପୀଭୂତ ହୋଇଥା’ନ୍ତି । ବାଷ୍ପୀଭବନର ଗୁପ୍ତ ତାପ ସହିତ ସମାନ ତାପଶକ୍ତି ଶରୀରରୁ ଅବଶୋଷିତ ହୁଏ । ଯାହା ଫଳରେ ଶରୀର ଶୀତଳ ରହେ ।
  • ସୂତା ପୋଷାକ ଜଳର ଭଲ ଅବଶୋଷକ ହୋଇଥିବାରୁ ଏହା ଶରୀରର ଝାଳକୁ ଭଲରୂପେ ଅବଶୋଷଣ କରେ, ଯାହା ବାୟୁମଣ୍ଡଳ ସଂସ୍ପର୍ଶରେ ଆସେ ଓ ଶୀଘ୍ର ବାଷ୍ପୀଭୂ ତ ହୋଇଥାଏ ।

BSE Odisha 9th Class Physical Science Important Questions Chapter 1 ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ

3. ପ୍ରତ୍ୟେକ ପଦାର୍ଥର ଅବସ୍ଥା ପରିବର୍ତ୍ତନ ବେଳେ ତାପମାତ୍ରା ସ୍ଥିର ଥାଏ କାହିଁକି ?
ଉ –

  • ତାପ ପ୍ରୟୋଗଦ୍ଵାରା କୌଣସି ପଦାର୍ଥ କଠି ନରୁ ତରଳ ବା ତ ର ଳ ରୁ ଗ୍ୟାସୀୟ ଅବ ସ୍ଥାକୁ ରୂପାନ୍ତରିତ ହେଲା । ବେଳେ ତାପମାତ୍ରା ସ୍ଥିର ରହିଥାଏ । କାରଣ ଏହି ସମୟରେ ପ୍ରୟୋଗ ତାପଶକ୍ତି କଣିକାମାନଙ୍କ ମଧ୍ୟରେ ଥିବା ଆକର୍ଷଣ ବଳର ବନ୍ଧନକୁ ଟପି କେବଳ ଅବସ୍ଥା ପରି ବର୍ତ୍ତନ ପ୍ରକ୍ରିୟାରେ ନିୟୋଜିତ ହୋଇଥାଏ।
  • ଅବସ୍ଥାର ପରିବର୍ତ୍ତନ ଚାଲିଥିବା ସମୟରେ ଆମେ ଯୋଗାଉଥ‌ିବା ତାପଶକ୍ତି ପଦାର୍ଥଦ୍ଵାରା ଶୋଷିତ ହୋଇ କଠି ନ ପଦ। ର୍ଥ କୁ ତରଳାଇବାରେ କିମ୍ବା ତରଳ ପଦାର୍ଥକୁ ଗ୍ୟାସରେ ପରିଣତ କରିବାରେ ସାହାଯ୍ୟ କରି ଥାଏ ।
  • ତେଣୁ ଅବସ୍ଥା ପରିବର୍ତ୍ତନରେ ଆବଶ୍ୟକୀୟ ତାପକୁ ଗୁପ୍ତତାପ କୁହାଯାଏ ଏହି ଗୁପ୍ତତାପ ପଦାର୍ଥର ତାପମାତ୍ରାରେ ବୃଦ୍ଧି କରାଏ ନାହିଁ । ଏହା ଫଳରେ ଅବସ୍ଥା ପରିବର୍ତ୍ତନ ବେଳେ ତାପମାତ୍ରା ସ୍ଥିର ରହିଥାଏ ।

4. ପଦାର୍ଥର ପ୍ଲାଜମା ଅବସ୍ଥା କ’ଣ ସଂକ୍ଷେପରେ ବୁଝାଅ ।
ଉ –

  • ପଦାର୍ଥରେ ଏହି ଅବସ୍ଥା, ଅତି ଶକ୍ତଶାଳୀ ଓ ଅତି ଉତ୍ତେଜିତ କଣିକାମାନଙ୍କଦ୍ୱାରା ଗଠିତ ହୋଇଥାଏ । ଏହି କଣିକାଗୁଡ଼ିକ ଆୟନନ ହୋଇଥ‌ିବା ଗ୍ୟାସ୍ଟ୍ରୋରେ ଆୟନ ଅବସ୍ଥାରେ
  • ପ୍ରତି ଦୀପ୍ତ ନଳୀରେ ଥ‌ିବା ଗ୍ୟାସ୍‌ ମାନଙ୍କ ମଧ୍ଯରେ ଯେତେ ବେଳେ ଦ୍ୟୁତ୍ ଶକ୍ତି ପ୍ରବାହିତ ହୁଏ, ସେତେବେଳେ ସେମାନଙ୍କର କାଣିକାମାନେ ଚାର୍ଜରି ହୋଇପାଆନ୍ତି ଓ ଗ୍ୟାସ୍‌ରେ ପ୍ଲାଜମା କଣିକାମାନ ସୃଷ୍ଟି ହୁଅନ୍ତି ।
  • ଏହି ପ୍ଲାଜମା କଣିକାମାନଙ୍କ ଉପସ୍ଥିତି ହେତୁ ଆମେ ପ୍ରତିଦୀପ୍ତ ନଳୀରେ ଏକ ଶିଖାହୀନ ଆଲୋକ ଦୀପ୍ତି ଦେଖିପାରୁ ।

5. ଚାପ ବୃଦ୍ଧି କିମ୍ବା ହ୍ରାସଦ୍ଵାରା ପଦାର୍ଥର ଅବସ୍ଥାରେ କି ପ୍ରକାର ପରିବର୍ତ୍ତନ ହୁଏ, ଉଦାହରଣ ସହ ବୁଝାଅ ।
ଉ –

  • ପଦାର୍ଥର ଅଣୁମାନଙ୍କ ମଧ୍ୟରେ ଥ‌ିବା ଦୂରତା ପରି ବର୍ତ୍ତନ ହେଲେ, ଏହାର ଅବସ୍ଥା ରେ ପରିବର୍ତ୍ତନ ହୋଇଥାଏ ।
  • ରୋଷେଇ ପାଇଁ ବ୍ୟବହୃତ ହେଉଥ‌ିବା ପେଟ୍ରୋଲିୟମ୍ ଖ୍ୟାସକୁ ପିଲିଣ୍ଡର ମଧ୍ୟରେ ରଖୁ ଏହା ଉପରେ ଚାପ ପ୍ରୟୋଗ କଲେ ଏହା ସହଜରେ ସଙ୍କୁଚିତ ହୋଇ ତରଳରେ ପରିଣତ ହୋଇଥାଏ । ଏହାକୁ ତରଳୀକୃତ ପେଟ୍ରୋଲିୟମ ଗ୍ୟାସ୍ (L. P. G) କୁହାଯାଏ |
  • ସେହିପରି କାର୍ବନ ଡାଇଅକ୍‌ସାଇଡ୍ ଗ୍ୟାସକୁ ଅତ୍ୟଧ‌ିକ ଚାପ ପ୍ରୟୋଗ କରି କଠିନ କାର୍ବନ ଡା। ଇଅକ୍ସାଇଡ୍ ରେ ପରି ଣତ କ ର ଯାଇ ଥାଏ । ଏହାକୁ ଶୁଷ୍କ ବ ର ଫ କୁହାଯାଏ । ପୁନଶ୍ଚ ଏହି ଚାପକୁ ଏକକ ବାୟୁମଣ୍ଡଳୀୟ ଚାପକୁ କମାଇ ଆଣିଲେ, କଠିନ କାର୍ବନ ଡାଇଅକ୍ ସାଇଡ୍ ତ ର ଳ ଅବସ୍ଥାକୁ ନ ଯାଇ ସିଧାସଳଖ ଗ୍ୟାସୀୟ ଅବସ୍ଥାରେ ପରିଣତ ହୋଇଥାଏ ।

6. ଆମେ କାହିଁକି ଗରମ ଚା’କୁ କପୁରୁ ପ୍ଲେଟ୍‌ରେ ଢାଳି ପିଇବାକୁ ଚେଷ୍ଟା କରୁ ।
ଉ –

  • ବାଷ୍ପୀଭବନ ପୃଷ୍ଠଭାଗରେ ସମ୍ପନ୍ନ ହେଉଥ‌ିବା ଏକ ପ୍ରକ୍ରିୟା ଅଟେ । ପୃଷ୍ଠଭାଗର କ୍ଷେତ୍ରଫଳ ବୃଦ୍ଧିଦେଲେ ବାଷ୍ପୀଉବନର ବେଖ ବୃଦ୍ଧି ପାଇଥାଏ |
  • ଗରମ ଚା’କୁ ପ୍ଲେଟ୍‌ରେ ଢାଳି ବାଦ୍ୱାରା ପୃଷ୍ଠଭାଗର କ୍ଷେତ୍ରଫଳ ବୃଦ୍ଧି ପାଇବା ହେତୁ ବାଷ୍ପୀଭବନର ବେଗ ବୃଦ୍ଧି ପାଏ ।
  • ବାଷ୍ପୀଭବନ ଶୀତଳତା ସୃଷ୍ଟି କରୁଥ‌ିବାରୁ ଗରମ ଚା’ ଶୀଘ୍ର ଶୀତଳ ହୋଇଯାଏ ।

7. ବାୟୁମଣ୍ଡଳୀୟ ଗ୍ୟାସ୍‌ଗୁଡ଼ିକରେ ତରଳୀକରଣ ପାଇଁ ଏକ ପ୍ରଣାଳୀ ସମ୍ପର୍କରେ ଦର୍ଶାଅ ।
ଉ –

  • ବାୟୁମଣ୍ଡଳରେ ଥ‌ିବା ଗ୍ୟାସ୍‌ଗୁଡ଼ିକ ହେଉଛି ନାଇଟ୍ରୋଜେନ୍ , ଅକ୍ ସି ଜେନ୍ , ହାଇଡ୍ରୋଜେନ୍, ଅଙ୍ଗାରକାମ୍ଳ ଓ ଅନ୍ୟାନ୍ୟ ବିରଳ ଗ୍ୟାସ୍ (ହିଲିୟମ୍, ନିୟନ, ଆରଗନ୍ ଇତ୍ୟାଦି ରେଡ଼ନ ବ୍ୟତୀତ) ।
  • ଅତ୍ୟଧିକ ଚାପ ପ୍ରୟୋଗ ଏବଂ ତାପମାତ୍ରାର ହ୍ରାସ ଯୋଗୁ ଏହି ବାୟୁମଣ୍ଡଳୀୟ ଗ୍ୟାସ୍‌ଗୁଡ଼ିକ ତରଳ1କୃତ ଏହ୍ଵାଇଥା’ନ୍ତି |
  • ପୁନଶ୍ଚ ଏହି ଚାପକୁ ଏକକ ବାୟୁମଣ୍ଡଳୀୟ ଚାପକୁ କମାଇ ଆଣିଲେ ଏବଂ ତାପମାତ୍ରା ବୃଦ୍ଧି କରାଇଲେ ଏହି ତରଳ1କୃତ ଉପାମାତ୍ରା ପୁନଶ୍ଚ ଗ୍ୟାସୀୟ ପଦାର୍ଥରେ ପରିଣତ ହେବ ।

ଅତିସଂଯିପ୍ର ଉତ୍ତରମ୍ଜଲକ ପ୍ରଣ୍ଟୋତ୍ତର

1. ପଞ୍ଚତତ୍ତ୍ଵ କହିଲେ କ’ଣ ବୁଝ ?
ଉ-

  • ପ୍ରାଚୀନ ଭାରତୀୟ ଦାର୍ଶନିକମାନଙ୍କ ମତରେ ସମସ୍ତ ବସ୍ତୁ ପାଞ୍ଚଟେ।ଟି ମୌଳିକକୁ ନେଇ ଗଠିତ । ଏହାକୁ ପଞ୍ଚତତ୍ତ୍ଵ କୁହାଯାଏ ।
  • ସେଗୁଡ଼ିକ ହେଲା – ମାଟି, ଜଳ, ବାୟୁ, ଅଗ୍ନି ଓ ଆକାଶ ।

2. ପଦାର୍ଥର ଦୁଇଟି ଭୌତିକ ପ୍ରକୃତି ଲେଖ ।
ଉ –

  • ପ୍ରତ୍ୟେକ ପଦାର୍ଥ କଣିକାକୁ ନେଇ ଗଠିତ ।
  • ପଦାର୍ଥର କଣିକାଗୁଡ଼ିକ ଅତି କ୍ଷୁଦ୍ର ।

3. ବିସରଣ କାହାକୁ କୁହାଯାଏ ଓ ବିସରଣ ପ୍ରକ୍ରିୟା କେତେବେଳେ ଦ୍ରୁତତର ହୁଏ ?
ଉ –

  • ଦୁଇଟି ଭିନ୍ନ ଭିନ୍ନ ପଦାର୍ଥର କଣିକାଗୁଡ଼ିକର ଅନ୍ତଃମଶ୍ରିତକରଣକୁ ବିସରଣ (Diffusion) କୁହାଯାଏ ।
  • ତାପ ପ୍ରୟୋଗଦ୍ଵାରା ବିସରଣ ପ୍ରକ୍ରିୟା ଦ୍ରୁତତର ହୋଇଥାଏ ।

4. ପଦାର୍ଥର କଣିକାଗୁଡ଼ିକର ଦୁଇଟି ବୈଶିଷ୍ଟ୍ୟ ଲେଖ ।
ଉ –

  • ପଦାର୍ଥର କଣିକାଗୁଡ଼ିକ ଅତି କ୍ଷୁଦ୍ର ।
  • ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଫାଙ୍କା ସ୍ଥାନ ରହିଥାଏ ।

BSE Odisha 9th Class Physical Science Important Questions Chapter 1 ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ

5. ତାପ ପ୍ରୟୋଗଦ୍ଵାରା କଠିନ ପଦାର୍ଥ କାହିଁକି ପ୍ରସାରିତ ହୁଏ ?
ଉ-

  • କଠିନ ପଦାର୍ଥକୁ ଉତ୍ତପ୍ତ କଲେ, ଅଣୁଗୁଡ଼ିକ ଅଧ୍ୟା ଗତି ଜଶକ୍ତି ଲ।ଭ କରି ଅଧୂକ
  • ତେଣୁ ପ୍ରତ୍ୟେକ ଅଣୁ ଅଧ‌ିକ ସ୍ଥାନ ଦଖଲ କରିବାଦ୍ଵାରା କଠିନ ପଦାର୍ଥ ପ୍ରସାରିତ ହୁଏ ।

6. ତରଳ ପଦାର୍ଥ, କଠିନ ପଦାର୍ଥ ପରି ଦୃଢ଼ ନୁହେଁ କାହିଁକି ?
ଉ-

  • ତରଳ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର ନାହିଁ କିନ୍ତୁ ଏହାର ନିର୍ଦ୍ଦିଷ୍ଟ ଆୟତନ ଅଛି । ଏହା ଯେଉଁ ପାତ୍ରରେ ରହେ, ତାହାର ଆକାର ଧାରଣ କରିଥାଏ ।
  • ତରଳ ପ୍ରବାହିତ ହୋଇଥାଏ ଓ ଆକାର ମଧ୍ୟ ବଦଳାଇଥାଏ । ତେଣୁ ଏହା କଠିନ ପଦାର୍ଥ ପରି ଦୃଢ଼ ନୁହେଁ ।

7. ସଂପୀଡ଼ିତ ଗ୍ୟାସ୍‌ର ବ୍ୟବହାର ଲେଖ ।
ଉ-

  • ରୋଷେଇ ପାଇଁ ବ୍ୟବହୃତ ହେଉଥ‌ିବା । ତରଳୀକୃତ ପେଟ୍ରୋଲିୟମ୍ ଗ୍ୟାସ୍ (LPG) ଏବଂ ଡାକ୍ତର ଖାନାରେ ରୋଗୀମାନ ଙ୍କୁ ଯୋଗାଇ ଦି ଆଯାଉଥ‌ିବ। ଅକ୍ ସି ଜେନ୍ ସିଲିଣ୍ଡରରେ ଅକ୍‌ସିଜେନ୍ ଗ୍ୟାସ୍ ସଂପୀଡ଼ିତ ଗ୍ୟାସ୍ ଅଟେ ।
  • କାର୍, ଅଟୋରିକ୍‌ସା ଆଦି ଯାନରେ ଆଜିକାଲି ସଂପୀଡ଼ିତ ପ୍ରାକୃତିକ ଗ୍ୟାସ୍ (CNG) କୁ ଇଦ୍ଧନାରୂପେ ବ୍ୟବଦ୍ଵାର କରାଯାଉଛି |

8. କଠିନ ପଦାର୍ଥର ଗଳନାଙ୍କ କାହାକୁ କୁହାଯାଏ ? ଏଥୁରୁ କେଉଁ ସୂଚନା ମିଳେ ?
ଉ-

  • ଯେଉଁ ତାପମାତ୍ରା ରେ ଏକ କଠି ନ ବାୟୁମଣ୍ଡଳୀୟ ଚାପରେ ତରଳି ଏକ ତରଳ ପଦାର୍ଥରେ ପରିଣତ ହୁଏ, ତାହାକୁ ସେହି କଠିନ ପଦାର୍ଥର ଗଳନାଙ୍କ (melting point) କୁହାଯାଏ ।
  • ଗୋଟିଏ କଠିନର ଗଳନାଙ୍କ, ଏହା ମଧ୍ୟରେ ଥ‌ିବା କଣିକାମାନଙ୍କ ମଧ୍ୟରେ ରହିଥ‌ିବ । ଆକର୍ଷଣ ବଳର ସାମର୍ଥ୍ୟର ସୂଚନା ଦିଏ ।

9. ବର୍ତ୍ତମାନ ବୈଜ୍ଞାନିକମାନେ ପଦାର୍ଥର କୋରୋଟି ଅବସ୍ଥା ଅଛି ବୋଲି ଜାଣିଲେଣି ?
ଉ-

  • ବର୍ତ୍ତମାନ ବୈଜ୍ଞାନିକମାନେ ପଦାର୍ଥର ପାଞ୍ଚଟି ଅବସ୍ଥା ଅଛି ବୋଲି ଜାଣିଲେଣି ।
  • ସେଗୁଡ଼ିକ ହେଲା।– କଠିନ, ତ ର ଳ, ଗ୍ୟାସୀୟ, ପ୍ଲାଜମା ଓ ବୋଷ –ଆଇନ୍ ଷ୍ଟାଇନ ସଂଘନିତ ଅବସ୍ଥା ।

10. ରବର ବ୍ୟାଣ୍ଡ୍ ଏକ କଠିନ ପଦାର୍ଥ – କାରଣ ଦର୍ଶାଅ ।
ଉ-

  • ପ୍ରତ୍ୟେକ କଠିନ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର, ଆକୃତି ଓ ଆୟତନ ଥାଏ । ଏଗୁଡ଼ିକର ଖୁବ୍ କମ୍ ସଙ୍କୋଚନ ହୋଇଥାଏ ଏବଂ ଏହା ସର୍ବଦା ନିଜର ଆକାର ବଜାୟ ରଖୁଥାଏ ।
  • ରବର ବ୍ୟାଣ୍ଡ୍‌ ବଳ ପ୍ରୟୋଗ କଲେ ଏହାର ଆକାର ପରିବର୍ତ୍ତନ ହୋଇଥାଏ । କିନ୍ତୁ ବଳ ଅପସାରଣ କଲେ ଏହା ପୁନର୍ବାର ପୂର୍ବାବସ୍ଥାକୁ ଫେରିଆସେ । ଯଦି ଅଧ‌ିକ ବଳ ପ୍ରୟୋଗ କରାଯାଏ, ତେବେ ଏହା ଛିଣ୍ଡିଯାଏ । ତେଣୁ ରବର ବ୍ୟାଣ୍ଡ୍ ଏକ କଠିନ ପଦାର୍ଥ ।

11. ଲୁଣ ଓ ଚିନି ପ୍ରତ୍ୟେକ କଠିନ ପଦାର୍ଥ – କାରଣ ଦର୍ଶାଅ ।
ଉ-

  • ପ୍ରତ୍ୟେକ ଲୁଣ ବା ଚିନି କଣିକାର ଆକାର ଦର୍ଶାଅ ଅଟେ |
  • ଆମେ ଲୁଣ ବା ଚିନିକୁ ହାତରେ, ପ୍ଲେଟ୍‌ରେ କିମ୍ବା ବିଭିନ୍ନ ଆକୃତିର ଜାରରେ ରଖିଲେ ମଧ୍ୟ ସେମାନଙ୍କର କଣିକାର ଆକାର ଅପରିବର୍ତ୍ତିତ ରହିଥାଏ । ତେଣୁ ଲୁଣ ବା ଚିନି କଠିନ ପଦାର୍ଥ ଅଟେ

12. ମାଟିପାତ୍ରରେ ରଖାଯାଇଥିବା ଜଳ କାହିଁକି ଖରାଦିନେ ଥଣ୍ଡା ରହେ ?
ଉ-

  • ମାଟିପାତ୍ରରେ ଅସଂଖ୍ୟ ଛିଦ୍ର ରହିଥାଏ । ଏହି ଚ୍ଛଚି ମଧ୍ୟଦେଇ ମାଟିପାତ୍ରରେ ଥିବା ଜଳର ବାଷ୍ପୀଭବନ ଘଟିଥାଏ ।
  • ଖରାଦିନେ ମାଟିପାତ୍ର ବାହାରେ ଥ‌ିବ ବାୟୁମଣ୍ଡଳର ତାପମାତ୍ରା ଅଧିକ ଥିବାରୁ, ଜଳର ବାଷ୍ପୀଭବନ ବେଗ ବୃଦ୍ଧି ପାଇଥାଏ । ବାଷ୍ପୀଭବନ ଶୀତଳତା ସୃଷ୍ଟି କରୁଥିବାରୁ, ମାଟି ପାତ୍ରର ଜଳ ଥଣ୍ଡା ରହିଥାଏ ।

13. ଓଦା ଲୁଗାକୁ ମେଲାକରି ଶୁଖାଇଲେ ଶୀଘ୍ର ଶୁଖୁଯାଏ କାହିଁକି ?
ଉ –

  • ଓଦାଲୁଗାକୁ ମେଲାକରି ଶୁଖାଇଲେ ପୃଷ୍ଠର କ୍ଷେତ୍ରଫଳ ବୃଦ୍ଧିପାଏ ।
  • ପୃଷ୍ଠର କ୍ଷେତ୍ରଫଳ ବୃଦ୍ଧି ହେଲେ ବାଷ୍ପୀଭବନ ହାର ବୃଦ୍ଧିପାଏ । ତେଣୁ ଓଦାଲୁଗା ଶୀଘ୍ର ଶୁଖାଯାଏ ।

BSE Odisha 9th Class Physical Science Important Questions Chapter 1 ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ

14. ହାତ ପାପୁଲିରେ ଏସିଟୋନ୍ ପଡ଼ିଲେ ଥଣ୍ଡା ଲାଗେ କାହିଁକି ?
ଉ –

  • ଏସିଟୋନ୍ ହାତ ପାପୁଲିରେ ପଡ଼ିଲେ ଏହାର କଣିକା ହାତ ପାପୁଲିରୁ ଶକ୍ତି ଗ୍ରହଣ କରେ ଓ ପରିପାର୍ଶ୍ଵରୁ ମଧ୍ୟ କିଛି ଶକ୍ତି ଗ୍ରହଣ କରିଥାଏ ।
  • ଏହା ଯୋଗୁଁ ଏସିଟୋନ୍ ର ବାଷ୍ପୀଭବନ ହୁଏ । ହାତର ପାପୁଲିକୁ ତାହା ଥଣ୍ଡା ଲାଗେ ।

15. ସ୍ପଞ୍ଜ ଯଦିଓ କଠିନ ପଦାର୍ଥ ତଥାପି ଆମେ ଏହାକୁ ସହଜରେ ଚିପି ସଙ୍କୁଚିତ କରିପାରୁ କାହିଁକି ?
ଉ –

  • ସ୍ପଞ୍ଜରେ ଅନେକ କ୍ଷୁଦ୍ର ଛିଦ୍ର ରହିଛି, ଯାହା ମଧ୍ୟରେ ବାୟୁ ଭର୍ଜିହୋଇ ରହିଥାଏ ।
  • ଯେତେବେଳେ ଆମେ ସ୍ପଞ୍ଜକୁ ଚାପୁ ବାୟୁ ବାହାରି ଆସେ । ତେଣୁ ଏହାକୁ ସହଜରେ

Objective Type Questions with Answers 

1. ‘ଗଳନର ଗୁପ୍ତତାପ’ କହିଲେ କ’ଣ ବୁଝ ?
ଉ –
ବାୟୁମଣ୍ଡଳୀୟ ଚାପରେ 1 କି.ଗ୍ରା.ର ଏକ କଠିନ ପଦାର୍ଥକୁ ତା’ର ଗଳନାଙ୍କ ତାପମାତ୍ରା।ରେ ତରଳରେ ପରିଣତ କରିବାକୁ ଯେତିକି ପରିମାଣର ତାପଶକ୍ତି ଆବଶ୍ୟକ ହୁଏ, ତାହାକୁ ସେହି ପଦାର୍ଥର ଗଳନର ଗୁପ୍ତତାପ କୁହାଯାଏ ।

2. ସାନ୍ଦ୍ରତାର ସଂଜ୍ଞା ଲେଖ ।
ଉ –
କୌଣସି ବସ୍ତୁର ଏକକ ଆୟତନରେ ଥିବା ବସ୍ତୁତ୍ଵକୁ ସେହି ବସ୍ତୁର ସାନ୍ଦ୍ରତା କୁହାଯାଏ ।

3. ଚାପ କାହାକୁ କୁହାଯାଏ ?
ଉ –
ଗ୍ୟାସୀୟ ଅଣୁମାନଙ୍କଦ୍ଵାରା ଧାରକ କାନ୍ଥର ପ୍ରତି ଏକକ କ୍ଷେତ୍ରଫଳ ଉପରେ କାର୍ଯ୍ୟ କରୁଥିବା ବଳକୁ ଗ୍ୟାସ୍‌ର ଚାପ କୁହାଯାଏ ।

4. ତରଳ ପଦାର୍ଥକୁ କାହିଁକି ପ୍ରବହ କୁହାଯାଏ ?
ଉ –
ତରଳ ପଦାର୍ଥ ସହଜରେ ବହିଯାଇ ପାରୁଥିବାରୁ ତାହାକୁ ପ୍ରବହ କୁହାଯାଏ ।

5. ସ୍ଫୁଟନାଙ୍କ କାହାକୁ କୁହାଯାଏ ?
ଉ –
ଯେଉଁ ତାପମାତ୍ରାରେ ଏକ ତରଳ ବାୟୁମଣ୍ଡଳୀୟ ଚାପରେ ଫୁଟିବା ଆରମ୍ଭ କରେ ତାହାକୁ ସେହି ତରଳର ସ୍ଫୁଟନାଙ୍କ କୁହାଯାଏ ।

6. ତରଳନ ବା ବିଗଳନ କହିଲେ କ’ଣ ବୁଝ ?
ଉ –
ପଦାର୍ଥ କଠିନ ଅବସ୍ଥାରୁ ତରଳ ଅବସ୍ଥାକୁ ପରିବର୍ତ୍ତନ ହେଉଥ‌ିବା ପ୍ରକ୍ରି ୟାକୁ ବିଗଳନ ବା ତରଳ ନ କୁହାଯାଏ ।

7. ‘ଊର୍ଦ୍ଧ୍ବପାତନ’ କ’ଣ ?
ଉ –
ଯେଉଁ ଅବସ୍ଥା ପରି ବର୍ତ୍ତନରେ କଠିନ ତରଳ ଅବସ୍ଥାକୁ ନଯାଇ ସିଧାସଳଖ ଗ୍ୟାସୀୟ ଅବସ୍ଥାକୁ ପରି ବର୍ତ୍ତିତ ହୁଏ ଏବଂ ସଂଯୁକ୍ତି ନ ବଦଳାଇ ଗ୍ୟାସ୍‌ରୁ କଠିନ ଅବସ୍ଥାକୁ ପରିବର୍ତ୍ତିତ ହୁଏ, ତାହାକୁ ଊର୍ଦ୍ଧ୍ବପାତନ କୁହାଯାଏ ।

8. କେଉଁ କେଉଁ କାରକ ଗୋଟିଏ ପଦାର୍ଥ ର ଅବସ୍ଥାକୁ ନିର୍ଦ୍ଧାରଣ କରିଥାଏ ?
ଉ –
ତାପମାତ୍ରା ଓ ଚାପ ଗୋଟିଏ ପଦାର୍ଥର ଅବସ୍ଥାକୁ ନିର୍ଦ୍ଧାରଣ କରିଥାଏ ।

9. କେ ଉଁ କାର ଣ ରୁ ଡାଇଅକ୍‌ସାଇଡ୍‌କୁ ଶୁଷ୍କ ବରଫ କୁହାଯାଏ ?
ଉ –
କଠିନ କାର୍ବନ ଡାଇଅକ୍ସାଇଡ୍ (CO2) କୁ ଅତ୍ୟଧ୍ଵ ଚାପ ପ୍ରୟୋଗ କରି ଗଚ୍ଛି ରଖାଯାଇଥାଏ । ଏହି ଚାପ କୁ ଏକ ବାୟୁମଣ୍ଡଳୀୟ ଚାପକୁ କମାଇ ଆଣିଲେ କଠିନ କାର୍ବନ ଡାଇଅକ୍‌ସାଇଡ୍ ତରଳ ଅବସ୍ଥାକୁ ନଯାଇ ସିଧାସଳଖ ଗ୍ୟାସୀୟ ଅବସ୍ଥାରେ ପରି ଣତ ହୋଇଥାଏ । ତେଣୁ କଠିନ କାର୍ବନ ଡାଇଅକ୍‌ସାଇଡ଼କୁ ଶୁଷ୍କ ବରଫ କୁହାଯାଏ ।

BSE Odisha 9th Class Physical Science Important Questions Chapter 1 ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ

10. ଗଳନାଙ୍କ କ’ଣ ?
ଉ –
ଯେଉଁ ତାପମାତ୍ରାରେ ଏକ କଠିନ ବାୟୁମଣ୍ଡଳୀୟ ଚାପରେ ତରଳି ଏକ ତରଳ ପଦାର୍ଥରେ ପରିଣତ ହୁଏ, ତାହାକୁ ସେହି କଠିନ ପଦାର୍ଥର ଗଳନାଙ୍କ କୁହାଯାଏ ।

11. CO2 କୁ ସହଜରେ କଠିନରେ ପରିଣତ କରାଯାଇପାରେ । କାରଣ ଲେଖ ।
ଉ –
ଅନ୍ୟ ଗ୍ୟାସ୍ ତୁଳନାରେ CO2 ର ଆକର୍ଷଣ ବଳ ଅଧ୍ବକ, ତେଣୁ ଏହାକୁ ସହଜରେ କଠିନରେ ପରିଣତ କରାଯାଇପାରେ ।

12. ତାପମାତ୍ରା ସ୍ଥିର ରଖ୍ ଗ୍ୟାସ୍‌କୁ ସଂପୀଡନ କଲେ କ’ଣ ଘଟେ ?
ଉ –
ତାପମାତ୍ରା ସ୍ଥିର ରଖ୍ ଗ୍ୟାସ୍‌କୁ ସଂପୀଡନ କଲେ ଗ୍ୟାସୀୟ ଅଣୁଗୁଡିକ ମଧ୍ୟରେ ସଂଘାତର ହ୍ରାସ ଘଟେ |

13. ହିଲିୟମ୍ ଗ୍ୟାସ୍‌ଭର୍ତ୍ତି ବେଲୁନ୍ ବାୟୁରେ ଉପରକୁ ଉଠେ । ଏହାର ସର୍ବାଦୃତ କାରଣ କ’ଣ ?
ଉ –
ଅଶୁଗୁଡିକର ଦ୍ଵାରାଦ୍ଵୀରି ବସ୍ତୁବଠାରୁ ହିଲିୟମ୍ ପରମାଣୁଗୁଡିକର ବସ୍ତତ୍ଵ କମ୍ ଏବଂ ବାୟୁର ଘନତାଠାରୁ ହିଲିୟମ୍‌ର ଘନତା କମ୍ । ବେଲୁନ୍‌ର ଆୟତନଦ୍ଵାରା ଅପସାରିତ ବାୟୁର ଓଜନଠାରୁ ହିଲିୟମ୍‌ର ଓଜନ କମ୍ । ତେଣୁ ହିଲିୟମ୍ ଗ୍ୟାସ୍ ଭର୍ତ୍ତି ବେଲୁନ୍ ବାୟୁରେ ଉପରକୁ ଉଠେ ।

14. ପଦାର୍ଥର ଅବସ୍ଥାର ପରିବର୍ତ୍ତନ ଘଟାଇପାରୁଥିବା କାରକ କ’ଣ ?
ଉ –
ଚାପ ଓ ତାପ ପଦାର୍ଥର ଅବସ୍ଥାର ପରିବର୍ତ୍ତନ ଘଟାଇପାରୁଥିବା କାରକ ଅଟେ ।

15. ଯେତେବେଳେ ଜଳରେ ଚିନି ମିଶାଯାଏ, ଚିନି କଣିକାଗୁଡିକ ଜଳରେ ଅଦୃଶ୍ୟ ହୋଇଯାଏ । କାରକ କ’ଣ ?
ଉ –
ଯେତେବେଳେ ଜଳରେ ଚିନି ମିଶାଯାଏ, ଚିନି କଣିକାଗୁଡିକ ଜଳରେ ଅଦୃଶ୍ୟ ହୋଇଯାଏ । ହୋଇଯାଏ । କାରଣ ସେଗୁଡିକ ଅତି କ୍ଷୁଦ୍ର ଜଳକଣିକାଗୁଡିକର ଫାଙ୍କ ଜାଗାରେ ରହିପା’ନ୍ତି ଓ ଗତିଶୀଳ ଥାଆନ୍ତି ।

16. କଠିନ CO2 ବାଷ୍ପରେ ପରିଣତ ହେବାପାଇଁ କେଉଁ କାରକ ଦାୟୀ ?
ଉ –
କଠିନ CO2 ବାଷ୍ପରେ ପରିଣତ ହେବାପାଇଁ ଚାପ ହ୍ରାସ ଓ ତାପମାତ୍ରା ବୃଦ୍ଧି ଦାୟୀ ।

B ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

1. ପଦାର୍ଥର କେଉଁ ଅବସ୍ଥାରେ କଣିକାଗୁଡ଼ିକ ମଧ୍ୟରେ ଖୁବ୍‌ କମ୍ ଫାଙ୍କା ସ୍ଥାନ ଅଛି ?
2. ପଦାର୍ଥର କେଉଁ ଅବସ୍ଥାରେ ନିର୍ଦିଷ୍ଠ ଆୟତନ ଅଛି ମାତ୍ର ଆକାର ନାହିଁ ?
3. ବାଲି ଓ ଗନ୍ଧକର୍ପୂର ମଶ୍ରଣକୁ କେଉଁ ପଦ୍ଧତିରେ ପୃଥକ୍ କରାଯାଇଥାଏ ?
4. ତାପମାତ୍ରା ବୃଦ୍ଧିହେଲେ କଣିକାମାନଙ୍କର କ’ଣ ବୃଦ୍ଧି 24?
5. ପଦାର୍ଥର ଅବସ୍ଥା ପରିବର୍ତ୍ତନ ପାଇଁ ବ୍ୟବହୃତ ତାପକୁ କେଉଁ ତାପ କୁହାଯାଏ ?
6. ଜଳର ସ୍ଫୁଟନାଙ୍କ କେତେ ?
7. ପଦାର୍ଥର କେଉଁ ଅବସ୍ଥା ଅତି ଶକ୍ତ ଶାଳୀ ଓ ଅରିଡ୍‌ତ୍ତେଜିତ ଜାଣିକାମାନଙ୍କୁ ନେଇ ଗଠିତ ?
8. – 30°Cକୁ କେଲ୍‌ଭିନ୍ ସ୍କେଲ୍‌ରେ ପ୍ରକାଶ କଲେ କେତେ ହେବ ?
9. ଚାପର ଏକକ କ’ଣ ?
10. ଶୁଷ୍କ ବରଫ କେଉଁ ଗ୍ୟାସ୍ତୁରୁ ପ୍ରସ୍ତୁତ କରାଯାଏ ?
11. ରୋଷେଇ ପାଇଁ ବ୍ୟବହୃତ ପେଟ୍ରୋଲିୟମ୍ ଗ୍ୟାସ୍ କେଉଁ ଅବସ୍ଥାରେ ଥାଏ ?
12. ବରଫ ତରଳିବା ବେଳେ ତାହାର କ’ଣ ପରିବର୍ତ୍ତନ ହୁଏ ନାହିଁ ?
13. କଠିନ ଆୟୋଡ଼ିନ୍‌ର ଉର୍ଦ୍ଧପାତନରେ କେଉଁ ରଙ୍ଗର ବାଷ୍ପ ନିର୍ଗତ ହୁଏ ?
14. କେଉଁ ପରି ଘଟଣାରେ ଜଳ ନିମ୍ନ ସ୍ଫୁଟନାଙ୍କରେ ବାଷ୍ପରେ ପରିଣତ ହୁଏ ?
15. ଗୋଟିଏ ଚାମଚ ଚିନିକୁ ଏକ ଗ୍ଲାସ୍ ଜଳରେ ମି ଶାଗଲା।। ମିଶ୍ରଣ ପରେ କେଉଁ ଅବ ସ୍ଥା । ଦେଖାଯାଏ ?
16. ସ୍ଥି ର ତାପମାତ୍ରାରେ ତ ର ଳାବସ୍ଥା ଗ୍ୟାସୀୟ ଅବସ୍ଥାରେ ପରିଣତ ହେବାକୁ କ’ଣ କୁହାଯାଏ ?
17. କେଉଁ ତାପମାତ୍ରାରେ ସମସ୍ତ ଗ୍ୟାସ୍‌ ଆୟତନ 0 ହେବ ?
18. କେଉଁ କାରଣ ଯୋଗୁଁ ବିପୁଳ ପରିମାଣ ରେ ସଂପୀଡିତ ପ୍ରାକୃତିକ ଖ୍ୟାସକୁ ଛୋଟ ଛୋଟ ସିଲିଣ୍ଡରେ ଭର୍ତ୍ତି କରାଯାଇପାରେ ?
19. ବାଷ୍ପୀ ଭ ବ ନ ବେଳେ ତରଳର କଣି କ ଗୁ ଡି କ କେଉଁଠାରେ ବାଷ୍ପରେ ପରିଣତ ହୁଅନ୍ତି ?

ANSWERS

1. କାଠିନ
2. ତରଳ
3. ଉର୍ଦ୍ଧ ପାତନ
4. ଗତିଜ ଶକ୍ତି
5. ଗୁପ୍ତତାପ
6. 373 K
7. ପ୍ଲାଜ୍‌
8. 243 K
9. ପାସୂକାଲ୍‌
10. ଅଙ୍ଗାରକାମ୍ଳ
11. ତରଳ
12. ତାପମାତ୍ରା
13. ବାଇଗଣି
14. ବାଷ୍ପୀଭବନ
15. କେବଳ ତରଳ
16. ସ୍ଫୁଟନ
17. 0°C
18. ଉଚ୍ଚ ସଂପୀଡ଼ତା
19. ପୃଷ୍ଠଭାଗରୁ

BSE Odisha 9th Class Physical Science Important Questions Chapter 1 ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ

C ଶୂନ୍ୟସ୍ଥାନ ପୂରଣ କର ।

1. ତାପ ପ୍ରୟୋଗଦ୍ଵାରା ବିସରଣ ପ୍ରକ୍ରିୟା …………………… ହୋଇଥାଏ ।
2. ………………….. ପଦାର୍ଥକୁ ପ୍ରବହ କୁହାଯାଏ ।
3. ପ୍ରାର1ନ ଭାରତୀୟ ତାର୍ଶନିକମାନଙ୍କ ମତରେ ସମସ୍ତ୍ର ବସ୍ତୁ ……………. ଗୋଟି ମୌଳିକକୁ ନେଇ ଗଠିତ ।
4. ବାୟରେ ଥିବା ଜଳୀୟବାଷ୍ପର ପରିମାଣକୁ …………… କୁହାଯାଏ ।
5. ଗୋଟିଏ ଖୋଲା ପାତ୍ରରେ ଥିବା ତରଳ ପଦାର୍ଥ ………………….. ରୁ ଶକ୍ତି ଅବଶୋଷଣ କରେ ।
6. ଜଳର ଗଳନାଙ୍କ ତାପମାତ୍ରା ହେଉଛି ………………… °C |
7. ବାୟୁରେ ଅଧ୍ଵ ଜଳୀୟବାଷ୍ପ ରହିଲେ ବାଷ୍ପୀଭବନର ବେଗ …………………. ହୁଏ ।
8. ବାଷ୍ପର କଣିକାଗୁଡିକ ………………. ରୂପରେ ଅଧୂକ ଶକ୍ତି ଶୋଷଣ କରିଥାନ୍ତି ।
9. ବରଫର ଗଳନାଙ୍କ ………………….
10. …………………… ଯୋଗୁଁ ଶୀତଳୀକରଣ ହୁଏ ।
11. ସାନ୍ଦ୍ରତାର ଏକକ ……………… |
12. ପୋଟାସି ୟମ୍ ପର ମାଙ୍ଗାନେ ଟ୍ରର ସଙ୍କେ ତ ହେଉଛି …………………
13. କପର ସଲ୍‌ଫେଟ୍‌ର ସଙ୍କେତ ହେଉଛି …………………. |
14. କାର୍, ଅଟୋରିକ୍‌ସା ଆଦି ଯାନରେ, ଆଜିକାଲି …………………….. କୁ ଇନ୍ଧନ ରୂପେ ବ୍ୟବହାର କରାଯାଉଛି ।
15. କଠିନ କାର୍ବନ – ଡାଇଅକ୍ସାଇଡ୍ କୁ ……………….. କୁହାଯାଏ ।
16. ପଦାର୍ଥର ଅବସ୍ଥା ପରିବର୍ତ୍ତନ ବେଳେ ଆବଶ୍ୟକୀୟ ତାପକୁ …………………….. କୁହାଯାଏ ।
17. ବାୟୁରେ ଉପସ୍ଥିତ ଥିବା ଜଳୀୟବାଷ୍ପର ପରିମାଣକୁ …………………….. କୁହାଯାଏ ।
18. ତରଳ ପଦାର୍ଥର ବାଷ୍ଟୀଉଚନ ………………….. ସୃଷ୍ଟି କରେ ।
19. ତାରାମାନଙ୍କରେ ଅତି ଉଚ୍ଚ ତାପମାତ୍ରା ଯୋଗୁ …………………….. ସୃଷ୍ଟି ହୋଇଥାଏ ।
20. ଅଣୁ ଅଣୁ ମଧ୍ୟରେ ଥିବା ଆକର୍ଷଣ ବଳ …………………. ପଦାର୍ଥ କ୍ଷେତ୍ରରେ ସର୍ବାଧ‌ିକ ।
21. ତରଳର ସ୍ଫୁଟନ ଏକ ……………….. ପରିଘଟଣା ।
22. କଠିନର ତାପମାତ୍ରା ବୃଦ୍ଧି ପାଇଲେ ଏହାର ଅଣୁଖୁଡିକର …………………… ଶକ୍ତି ବୃଦ୍ଧି ପାଏ ।
23. ପଦାର୍ଥର କଣିକାମାନଙ୍କର ଗତି …………… ଉପରେ ନିର୍ଭର କରେ ।
24. ତାପ ପ୍ରୟୋଗଦ୍ଵାରା କଠିନ ପଦାର୍ଥ ସିଧାସଳଖ ଗ୍ୟାସ୍‌ରେ ପରିଣତ ହେବାକୁ …………………. କୁହାଯାଏ ।
25. ତରଳର ତାପମାତ୍ରା ବୃଦ୍ଧି ପାଇଲେ ଅଣୁଗୁଡିକ ……………… ଶକ୍ତିର ଅଧିକାରୀ ହୋଇଥାନ୍ତି |

ANSWERS

1. ଦ୍ରୁତତର
2. ତରଳ
3. 5
4. ଆର୍ଦ୍ରତା
5. ପରିପାର୍ଶ୍ବ
6. 100
7. ଦ୍ଵାସ
8. ରାଷ୍ଟ1ଭବନ ଖୁପ୍ରତାସ
9. 273.16K
10. ବାଷ୍ପୀକରଣ
11. kg m-3
12. KMnO4
13. CuSO4
14. ସଂପୀଡ଼ିତ ପ୍ରାକୃତିକ
15. ଶୁଷ୍କ ବରଫ
16. ଗୁପ୍ତତାପ
17. ଆର୍ଦ୍ରତା
18. ଶୀତଳତା
19. ପ୍ଲାଜ୍‌
20. କଠିନ
21. ସାମଗ୍ରିକ
22. ଗତିଜ
23. ତାପମାତ୍ରା
24. ଉର୍ଦ୍ଧ ପାତନ
25. ଗତିକ

(D) ଠିକ୍ ଉକ୍ତି ପାଇଁ (✓) ଓ ଭୁଲ ଉକ୍ତି ପାଇଁ (x) ଚିହ୍ନ ଦିଅ ।

1. ବିଶ୍ଵରେ ଥ‌ିବା ସମସ୍ତ ବସ୍ତୁ ଯେଉଁ ଦ୍ରବ୍ୟକୁ ନେଇ ଗଠିତ ତାକୁ ପଦାର୍ଥ କୁହାଯାଏ ।
2. ବାଲିର କ୍ଷୁଦ୍ର କଣିକା ପଦାର୍ଥର ଅନ୍ତର୍ଭୁକ୍ତ ନୁହେଁ ।
3. ପୋଟାସି ୟମ୍ ପର ମାଙ୍ଗାନେଟ୍‌ ର ସଂକେତ K2MnO4
4. ତାପମାତ୍ରା ବୃଦ୍ଧି ହେଲେ ପଦାର୍ଥର କଣିକାମାନଙ୍କର ଗତିଜ ଶକ୍ତିର ପରିମାଣ ବୃଦ୍ଧି ପାଏ ।
5. କେବଳ ଗ୍ୟାସୀୟ ପଦାର୍ଥରେ ବିସରଣ ପ୍ରକ୍ରିୟା ଦେଖାଯାଏ ।
6. K ପ୍ରତୀକଟି ତାପମାତ୍ରାର ଏକକରୂପେ ବ୍ୟବହୃତ ହୁଏ ।
7. ଖ୍ୟାସ1ଯ ଅଣୁମାନଙ୍କଦ୍ଵାରା ଧାରକ କାନ୍ଥର ପ୍ରତି ଏକକ କ୍ଷେତ୍ରଫଳ ଉପରେ କାର୍ଯ୍ୟ କରୁଥିବା ବଳକୁ ଗ୍ୟାସ୍‌ର ଚାପ କୁହାଯାଏ ।
8. BSE Odisha 9th Class Physical Science Important Questions Chapter 1img-1
9. ବାୟୁ, ଜଳ ଓ ପଥର ମଧ୍ଯରେ ବାୟୁର ସାନ୍ଦ୍ରତା ସର୍ବାପେକ୍ଷା ଅଧିକ ।
10. ଓଜନର ଏକକ ନିଉଟନ୍ ।
11. ତାରାମାନଙ୍କରେ ବିଭିନ୍ନ ପଦାର୍ଥ ପ୍ଲାଜ୍‌ମା ଭୌତିକ ଅବସ୍ଥାରେ ଥାଏ ।
12. ବାୟୁ ମଧ୍ୟରେ ଗ୍ୟାସ୍‌ର ବିସରଣ ଅଧିକ ହେବ ।
13. ପଦାର୍ଥର ଅବସ୍ଥା ପରିବର୍ତ୍ତନ ପାଇଁ ବ୍ୟବହୃତ ତାପକୁ ଗୁପ୍ତତାପ କୁହାଯାଏ ।
14. ପଦାର୍ଥର ପ୍ଲାଜ୍‌ମା ଅବସ୍ଥା ଅତି ଶକ୍ତଶାଳୀ ଓ ଉତ୍ତେଜିତ କଣିକାମାନଙ୍କ ନେଇ ଗଠିତ |
15. ବାଷ୍ପୀଭବନର ବେଗ ଚାପ ଉପରେ ନିର୍ଭର କରେ ନାହିଁ ।
16. ପାସ୍‌କାଲ୍ ଚାପର ଏକକ ଅଟେ ।
17. ରୋଷେଇ ପାଇଁ ବ୍ୟବହୃତ ପେଟ୍ରୋଲିୟମ୍ ଗ୍ୟାସ୍ ଗ୍ୟାସୀୟ ଅବସ୍ଥାରେ ଥାଏ ।
18. ଜଳର ଗଳନାଙ୍କ 373 K |
19. ଶୁଷ୍କ ବରଫ ହେଉଛି CO2 |
20. ସାନ୍ଦ୍ରତା ହେଉଛି ବସ୍ତୁତ୍ଵ ଓ ଆୟତନର ଗୁଣଫଳ ।

ANSWERS

1. (✓)
2. (x)
3. (×)
4. (√)
5. (×)
6. (√)
7. (√)
9. (x)
10. (√)
11. (√)
12. (✓)
13. (✓)
14. (✓)
15. (✓)
16. (✓)
17. (x)
18. (✓)
19. (x)
20. (x)

BSE Odisha 9th Class Physical Science Important Questions Chapter 1 ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ

E ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦ ସହ ମିଳନ କରି ଲେଖ ।

BSE Odisha 9th Class Physical Science Important Questions Chapter 1img-2
BSE Odisha 9th Class Physical Science Important Questions Chapter 1img-3
BSE Odisha 9th Class Physical Science Important Questions Chapter 1img-4
BSE Odisha 9th Class Physical Science Important Questions Chapter 1img-5

F ପ୍ରଥମ ଯୋଡ଼ିର ସମ୍ପର୍କକୁ ଲକ୍ଷ୍ୟ କରି ଦ୍ଵିତୀୟ ଯୋଡ଼ିର ଶୂନ୍ୟସ୍ଥାନ ପୂରଣ କର ।

1. ଆକର୍ଷଣ ବଳ ସର୍ବାଧ‌ିକ : କଠିନ ପଦାର୍ଥ :: ଆକର୍ଷଣ ବଳ ସର୍ବନିମ୍ନ : ………………….
2. ତରଳ ପଦାର୍ଥରୁ ଗ୍ୟାସୀୟ ପଦାର୍ଥ : ବାଷ୍ପୀଭବନ :: କଠିନରୁ ଗ୍ୟାସୀୟ ଅବସ୍ଥା : …………………..
3. ଜଳର ଗଳନାଙ୍କ :373K :: ବରଫର ଗଳନାଙ୍କ : ……………………
4. କଠିନ ପଦାର୍ଥ : ଆକାର ଓ ଆୟତନ ଅଛି :: ତରଳ ପଦାର୍ଥ : ………………
5. ଆୟତନ : m3 :: ସାନ୍ଦ୍ରତା : ……………………….
6. ରୋଷେଇ ପାଇଁ ବ୍ୟବହୃତ ଗ୍ୟାସ୍ : L.P.G. :: କାର୍, ଅଟୋରିକ୍‌ସାରେ ବ୍ୟବହୃତ ଇନ୍ଧନ : ……………………….

ANSWERS

1. ଗ୍ୟାସୀୟ ପଦାର୍ଥ
2. ଉଦ୍ଧପାତନ
3. 273.16K
4. ଆକାର ନାହିଁ ଓ ଆୟତନ ଅଛି
5. kg m-3
6. C.N.G.

BSE Odisha 9th Class Physical Science Important Questions Chapter 1 ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ

G ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

1. କେଉଁଟି ପଞ୍ଚତତ୍ତ୍ଵର ଅଂଶ ନୁହେଁ ?
(A) ମାଟି
(B) ଜଳ
(C) ଅଗ୍ନି
(D) ଚନ୍ଦ୍ର
Answer:
(D) ଚନ୍ଦ୍ର

2. ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକ ପଦାର୍ଥ ନୁହେଁ ?
(A) କାଠ
(B) ବାୟୁ
(C) ଗନ୍ଧ
(D) m
Answer:
(C) ଗନ୍ଧ

3. ନିମ୍ନୋକ୍ତ କାହା ମଧ୍ୟରେ ଗ୍ୟାସ୍‌ର ବିସରଣ ଅଧ୍ଵକ ହେବ ?
(A) ଲୁହା
(B) ବାୟୁ
(C) ଜଳ
(D) ବରଫ
Answer:
(B) ବାୟୁ

4. ନିମ୍ନସ୍ଥ ମଧ୍ୟରୁ କେଉଁଟି ଏକ କଠିନ ପଦାର୍ଥ ନୁହେଁ ?
(A) ସ୍ଵ ଞ୍ଜ
(B) ପାରଦ
(C) ରବର ବ୍ୟାଣ୍ଡ
(D) ଚିନି
Answer:
(B) ପାରଦ

5. ତରଳ ପଦାର୍ଥକୁ କ’ଣ କୁହାଯାଏ ?
(A) ସଂବହୀ
(B) କୁବହୀ
(C) ପ୍ରବହୀ
(D) ସୁବହୀ
Answer:
(C) ପ୍ରବହୀ

6. ପଦାର୍ଥର ଅବସ୍ଥା ପରିବର୍ତ୍ତନ ପାଇଁ ବ୍ୟବହୃତ ତାପକୁ କ’ଣ କୁହାଯାଏ ?
(A) ସୁପ୍ତତାପ
(B) ଗୁପ୍ତତାପ
(C) ସ୍ଵଳ୍ପତାପ
(D) ତାପମାତ୍ରା
Answer:
(B) ଗୁପ୍ତତାପ

7. ଜଳର ସ୍କୁଟନାଙ୍କ କେତେ
(A) –273K
(B) 173K
(C) 273K
(D) 373 K
Answer:
(D) 373 K

8. ନିମ୍ନସ୍ଥ ମଧ୍ୟରୁ କେଉଁଟି ଏକ ଊର୍ଷ୍ଟପାତୀ ପଦାର୍ଥ ?
(A) ଜଳ
(B) ମହମ
(C) କର୍ପୂର
(D) ଚିନି
Answer:
(C) କର୍ପୂର

9. ବାଷ୍ପୀଭବନକୁ ପ୍ରଭାବିତ କରୁଥିବା କେଉଁଟି ଏକ କାରକ ନୁହେଁ ?
(A) ଚାପ ବୃଦ୍ଧି
(B) ପବନର ବେଗ ବୃଦ୍ଧି
(C) ଆର୍ଦ୍ରତା ହ୍ରାସ
(D) ତାପମାତ୍ରା ବୃଦ୍ଧି
Answer:
(A) ଚାପ ବୃଦ୍ଧି

10. ପଦାର୍ଥର କେଉଁ ଅବସ୍ଥା ଅତି ଶକ୍ତି ଶାଳୀ ଓ
(A) କଠିନ
(C) ଗ୍ୟାସୀୟ
(B) ତରଳ
(D) ପ୍ଲାଜ୍‌
Answer:
(D) ପ୍ଲାଜ୍‌

11. ନିମ୍ନୋକ୍ତ ମଧ୍ଯରୁ କେଉଁ ଗ୍ୟାସ୍‌ରୁ ଶୁଷ୍କ ବରଫ ପ୍ରସ୍ତୁତ କରାଯାଏ ?
(A) ଅମ୍ଳଜାନ
(B) ଉଦ୍‌ଜାନ
(C) ଅଙ୍ଗାରକାମ୍ଳ
(D) ଏମୋନି ଆ
Answer:
(C) ଅଙ୍ଗାରକାମ୍ଳ

12. ରୋଷେଇ ପାଇଁ ବ୍ୟବହୃତ ପେଟ୍ରୋଲିୟମ୍ ଗ୍ୟାସ୍ କେଉଁ ଅବସ୍ଥାରେ ଥାଏ ?
(A) କଠିନ
(C) ଗ୍ୟାସୀୟ
(B) ତରଳ
(D) ପ୍ଲାଜ୍‌ମା
Answer:
(B) ତରଳ

13. ବରଫ ତରଳିବା ବେଳେ ତାହାର କ’ଣ ପରିବର୍ତ୍ତନ ହୁଏ ନାହିଁ ?
(A) ଆକାର
(B) ଆକୃତି
(C) ତାପମାତ୍ରା
(D) ସାନ୍ଦ୍ରତା
Answer:
(C) ତାପମାତ୍ରା

14. ନଖରୁ ପଲିସ୍ ଛଡ଼ାଇବା ପାଇଁ କ’ଣ ବ୍ୟବହୃତ ହୁଏ ?
(A) ମିଥାନଲ୍
(B) ଭିନେଗାର୍
(C) ଏସିଟୋନ୍
(D) ତରଳ ଏମୋନିଆ
Answer:
(C) ଏସିଟୋନ୍

BSE Odisha 9th Class Physical Science Important Questions Chapter 1 ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ

15. ଟୋପାଏ ମହୁ ଜଳରେ ସମ ଭାବରେ ମିଶିବାପାଇଁ କେତେ ସମୟ ଲାଗିବ ?
(A) 2ରୁ 3 ସେକେଣ୍ଡ
(B) 2ରୁ 3 ମିନିଟ୍
(C) 2ରୁ 3 ଘଣ୍ଟା।
(D) 2ରୁ 3 ବିନ।
Answer:
(D) 2ରୁ 3 ବିନ।

16. ପ୍ରତିଦୀପ୍ତ ନଳୀରେ କେଉଁ ଗ୍ୟାସ୍‌ ରହିଥାଏ ?
(A) ଉଦ୍‌ଜାନ
(C) ହିଲିୟମ୍
(B) ଆରଗନ୍
(D) ଯବକ୍ଷାରଜାନ
Answer:
(C) ହିଲିୟମ୍

17. ନିମ୍ନୋକ୍ତ କେଉଁ ପଦାର୍ଥରେ ଦୃଢ଼ ଆନ୍ତଃଆଣବିକ ବଳ ରହିଥାଏ ?
(A) ଜଳ
(C) ସୁରାସାର
(B) ଚିନି
(D) ଅଙ୍ଗାରକାମ୍ଳ
Answer:
(B) ଚିନି

18. ଭାରତୀୟ ଦାର୍ଶନିକମାନଙ୍କ ମତରେ ପ୍ରତ୍ୟେକ ପଦାର୍ଥ କେତୋଟି ମୌଳିକକୁ ନେଇ ଗଠିତ ?
(A) 3
(B) 4
(C) 5
(D) 6
Answer:
(C) 5

19. ତରଳର ସାନ୍ଦ୍ରତା ଅଧ‌ିକ ହେଲେ କ’ଣ ହୁଏ ?
(A) ପ୍ଲାଷ୍ଟିକ୍
(B) କଠିନ
(C) ରବର
(D) ସଞ୍ଜ୍
Answer:
(B) କଠିନ

20. ନିମ୍ନୋକ୍ତ କେଉଁ ପଦାର୍ଥ ଗୋଟିଏ ପାତ୍ର କୁ ସଂପୂର୍ଣ୍ଣରୂପେ ପୂର୍ଣ୍ଣ କରିଦିଏ ?
(A) ଧୂଆଁ
(C) ମାଟି
(B) ଜଳ
(D) କାଚ
Answer:
(A) ଧୂଆଁ

21. ବାଷ୍ପୀଭବନ ଏକ କି ପ୍ରକାର ପରିଘଟଣା ?
(A) ଚାପ
(B) ଅପନଭିତ୍ତିକ
(C) ପୃଷ୍ଠଭିଭିକ
(D) ଆୟତନଭିଭିକ
Answer:
(C) ପୃଷ୍ଠଭିଭିକ

22. ଅଣୁ-ଅଣୁ ମଧ୍ୟରେ ଆକର୍ଷଣ ବଳ କେଉଁପରି ପଦାର୍ଥ କ୍ଷେତ୍ରରେ ସର୍ବାଧ‌ିକ ?
(A) କଠିନ
(B) ତରଳ
(C) ଗ୍ୟାସୀୟ
(D) ପ୍ଲାଜ୍‌ମା
Answer:
(A) କଠିନ

23. ତରଳ ପଦାର୍ଥର ବାଷ୍ପୀଭବନ କ’ଣ ସୃଷ୍ଟିକରେ ?
(A) ଉଚ୍ଚତାପ
(B) ଉଚ୍ଚଚାପ
(C) ଶୁଷ୍କତା
(D) ଆର୍ଦ୍ରତା
Answer:
(D) ଆର୍ଦ୍ରତା

Leave a Comment