Odisha State Board BSE Odisha 9th Class Physical Science Notes Chapter 9 ଧ୍ଵନି will enable students to study smartly.
BSE Odisha Class 9 Physical Science Notes Chapter 9 ଧ୍ଵନି
→ ଉପକ୍ରମ (Introduction) :
(i) ଧ୍ଵନି ହେଉଛି ଶକ୍ତିର ଏକ ରୂପ । ଧ୍ଵନି ଶକ୍ତି କାନରେ ଶୁଣିବାର ଏକ ଇନ୍ଦ୍ରିୟାନୁ ଭୂତି ସୃଷ୍ଟିକରେ, ଫଳରେ ଆମେ ଧ୍ଵନିକୁ ଶୁଣିପାରୁ ।
(ii) ଧ୍ଵନି ବ୍ୟତୀତ ଅନ୍ୟ ଶକ୍ତିଗୁଡ଼ିକ ହେଲା- ଯାନ୍ତ୍ରିକ ଶକ୍ତି, ତାପ ଶକ୍ତି, ଆଲୋକ ଶକ୍ତି ଓ ବିଦ୍ୟୁତ୍ ଶକ୍ତି ବତ୍ୟାଦି ।
(iii) ଶକ୍ତି ସଂରକ୍ଷଣର ନିୟମ ହେଲା-ଶକ୍ତିକୁ ସୃଷ୍ଟି କରାଯାଇ ପାରିବ ନାହିଁ କି ବିନାଶ କରାଯାଇ ପାରିବ ନାହିଁ । ଏହା କେବଳ ଗୋଟିଏ ରୂପରୁ ଅନ୍ୟ ଏକ ରୂପକୁ ରୂପାନ୍ତରିତ ହୋଇଥାଏ ।
→ ଧ୍ବନିର ସୃଷ୍ଟି (Production of Sound) :
(i) ବିଭିନ୍ନ ବସ୍ତୁର କମ୍ପନରୁ ଧ୍ୱନି ସୃଷ୍ଟି ହୁଏ ।
(ii) ସିତାର, ଗିଟାର ଆଦି ବାଦ୍ୟଯନ୍ତ୍ରରେ ତାରକୁ ଟାଣି କମ୍ପନ ସୃଷ୍ଟିକରି ଧ୍ଵନି ସୃଷ୍ଟି କରାଯାଏ । ତବଲା, ଡ୍ରମ ଇତ୍ୟାଦି ବାଦ୍ୟଯନ୍ତ୍ରର ଚମଡ଼ା ପଟ୍ଟଳକୁ ଘଷି କିମ୍ବା ହାତରେ ବାଡ଼େଇ କମ୍ପିତ କରି ସେଥୁରୁ ଧ୍ଵନି ସୃଷ୍ଟି କରାଯାଏ । ବଂଶୀ, ସାହାନାଇ, କାହାଳୀ ଧ୍ଵନି ନିଃସୃତ ହୁଏ ।
(iii) ଗୋଟିଏ ବସ୍ତୁ ଦ୍ରୁତଗତିରେ ଏକ ମାଧ୍ଯ ଅବସ୍ଥାନର ଏକଡ଼-ସେକଡ଼ (to & fro) ହେବାକୁ କମ୍ପନ କୁହେଯାଏ ।
(iv) ଦୁଇ ପାର୍ଶ୍ଵ ଟାଣି ହୋଇ ବନ୍ଧା ହୋଇଥବା ରବର ବ୍ୟାଣ୍ଡକୁ ମଝିରୁ ଟାଣି ଛାଡ଼ିଦେଲେ ରବର ବ୍ୟାଣ୍ଡଟି କମ୍ପିତ ହୁଏ । ସେହି କମ୍ପନ ବାୟୁ ମାଧ୍ୟମରେ ସଞ୍ଚାରିତ ହୋଇ ବାୟୁରେ କମ୍ପନ ସୃଷ୍ଟି କରେ । ତେଣୁ ଆମେ ଧ୍ଵନି ଶୁଣିପାରୁ ।
→ ଧ୍ୱନିର ସଞ୍ଚାରଣ (Propagation of Sound):
(i) ବସ୍ତୁର କମ୍ପନରୁ ଧ୍ଵନି ସୃଷ୍ଟି ହୁଏ । ଧ୍ଵନି ଯେଉଁ ପଦାର୍ଥ ବା ବସ୍ତୁ ମଧ୍ୟଦେଇ ସଞ୍ଚାରିତ ହୁଏ, ତାହାକୁ ମାଧ୍ୟମ (medium) କୁହାଯାଏ । ଏହି ମାଧ୍ଯମ କଠିନ, ତରଳ କିମ୍ବା ଗ୍ୟାସୀୟ ହୋଇପାରେ ।
(ii) ଯେତେବେଳେ କୌଣସି ବସ୍ତୁ ବାୟୁ ମାଧ୍ୟମରେ କମ୍ପିତ ହୁଏ, ସେତେବେଳେ କମ୍ପିତ ବସ୍ତୁର କମ୍ପନ ତାହାର ଚତୁଃପାର୍ଶ୍ଵରେ ଥିବା ବାୟୁ ମାଧ୍ୟମକୁ ପ୍ରସାରିତ ହୋଇଥାଏ । ଏହି କମ୍ପନର ଶକ୍ତି (vibrational energy) ଯୋଗୁ ବାୟୁର କଣିକାମାନେ ଦୋଳାୟିତ ହୁଅନ୍ତି ।
(iii) ଏହି କଣିକାମାନଙ୍କ ଦୋଳନ ଶକ୍ତି ଧ୍ଵନି ତରଙ୍ଗ ରୂପରେ ବାୟୁ ମାଧ୍ୟମରେ ସଞ୍ଚାରିତ ହୁଏ । ଧ୍ଵନି ସଞ୍ଚାରଣବେଳେ ମାଧ୍ୟମର କଣିକାମାନେ ମାଧ୍ଯମର ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଗତି କରନ୍ତି ନାହିଁ । ସେମାନେ କେବଳ ନିଜ ସ୍ଥାନରେ ଦୋଳିତ ହୁଅନ୍ତି । ଧ୍ଵନି ତରଙ୍ଗ, କମ୍ପିତ ବସ୍ତୁ ନିକଟରୁ ଶ୍ରୋତାର କାନ ପର୍ଯ୍ୟନ୍ତ ଗତି କରିଥାଏ ।
(iv) ଧ୍ଵନି ହେଉଛି, ମାଧ୍ୟମରେ ସୃଷ୍ଟି ହେଉଥିବା ଏକ ବିଚଳନ (disturbance) ଯାହା ଗୋଟିଏ ବିନ୍ଦୁରୁ ଆରମ୍ଭ ହୋଇ ଆଗକୁ ଆଗକୁ ଗତିକରେ । ମାଧ୍ୟମରେ ଏହି ବିଚଳନର ଗତିକୁ ତରଙ୍ଗ ଗତି (wave motion) କୁହାଯାଏ ।
(v) ଗୋଟିଏ ମାଧ୍ୟମରେ ଧ୍ଵନି ଏହିପରି ଭାବରେ ତରଙ୍ଗ ରୂପରେ ସଞ୍ଚାରିତ ହୁଏ । ଧ୍ଵନିକୁ ଯାନ୍ତ୍ରିକ ତରଙ୍ଗ (mechanical wave) କୁହାଯାଏ ।
(vi) ବାୟୁ ମାଧ୍ୟମରେ ଦେ।ଳ। ୟିତ କଣି କାମ ନେ ହେ ଉଥ୍ ଲ। ବେ ଳେ ନିକଟବର୍ତ୍ତୀ ହୋଇଥା’ନ୍ତି । ଏହା ଫଳରେ ମାଧ୍ୟମରେ ସମ୍ପୀଡ଼ନ (Compression- C) ହୁଏ ।
(vii) ଯେତେବେଳେ କଣିକ।ମନେ ପରସ୍ପରଠାରୁ ଦୂରେଇ ଯା”ନ୍ତି ସେତେବେଳେ ସେହି ଅଞ୍ଚଳରେ ବିରଳନ (Rarefaction – R) ସୃଷ୍ଟି ହୁଏ ।
(viii) ସମ୍ପୀଡ଼ନ ଓ ବିରଳନ ଗୋଟିଏ ଅଞ୍ଚଳରେ ଏକାନ୍ତର ଭାବରେ ସୃଷ୍ଟି ହୁଏ ।
(ix) ମାଧ୍ୟମର ସମ୍ପୀଡ଼ନ ଅଞ୍ଚଳରେ କଣିକାମାନେ ପରସ୍ପର ଆଡ଼କୁ ଗତି କରି ନିକଟବର୍ତ୍ତୀ ହେବା ଫଳରେ ସେଠାରେ ସାନ୍ଦ୍ରତା ଓ ଚାପ ବୃଦ୍ଧି ହୁଏ ।
(x) ବିରଳନ ଅଞ୍ଚଳରେ କଣିକାମାନେ ପରସ୍ପରଠାରୁ ଦୂରେଇ ଯିବା ଫଳରେ ସେଠାରେ ସାନ୍ଦ୍ରତା କମିଯାଏ। ଓ ଚାପ ମଧ୍ଯ ହ୍ରାସ ପାଏ ।
→ ଧ୍ୱନି ଗତି କରିବାପାଇଁ ଏକ ମାଧ୍ୟମ ଆବଶ୍ୟକ (Sound needs a medium to travel) :
(i) ଧ୍ଵନି ଏକ ଯାନ୍ତ୍ରିକ ତରଙ୍ଗ (mechanical wave) । ଏହା ସଞ୍ଚାରିତ ହେବାପାଇଁ ଏକ ଜଡ଼ୀୟ ମାଧ୍ୟମନ୍ତ ଯଥା-ଜଳ, ବାୟୁ, ଷ୍ଟିଲ୍ ଇତ୍ୟାଦି ପରି ମାଧ୍ୟମବ ଆବଶ୍ୟକ କରେ ।
(ii) ଧ୍ଵନି ଶୂନ୍ୟ (vacuum) ରେ ଗତି କରିପାରେ ନାହିଁ ।
ପରୀକ୍ଷା :
(i) ଗୋଟିଏ ବିଦ୍ୟୁତ୍ ବେଲ୍ ଏବଂ ଗୋଟିଏ ବାୟୁରୁଦ୍ଧ (air tight) ବେଲ୍ଜାର୍ ନିଆଯାଉ ।
(ii) ଚିତ୍ରରେ ଦେଖାଯାଇଥିବା ଭଳି ବିଦ୍ୟୁତ୍ ବେଲ୍କୁ ବେଲ୍ଜାର୍ ମଧ୍ଯରେ ଝୁଲାଇ ରଖାଯାଉ ।
(iii) ବେଲ୍ର ଦୁଇ ଶେଷାଗ୍ରକୁ ବେଲ୍ଜାର୍ ମୁହଁରେ ଥିବା କର୍କ ବାଟେ ବାହାରକୁ କାଢ଼ି ଏକ ବାହ୍ୟ ବିଦ୍ୟୁତ୍ ପରିପଥ ସହ ସଂଯୁକ୍ତ କରାଯାଉ ।
(iv) ବିଦ୍ୟୁତ୍ ପରିପଥକୁ ସଂପୂର୍ଣ୍ଣ କଲେ ବିଦ୍ୟୁତ୍ ବେଲ୍ ବାଜିବ ଓ ଧ୍ଵନି ଶୁଣାଯିବ । ବେଲ୍ ଜାର୍ ମଧ୍ଯରେ ବାୟୁ ଥିବାରୁ ଧ୍ଵନି ଶୁଣାଗଲା ।
(v) ବିଦ୍ୟୁତ୍ ବେଲ୍ରୁ ଧ୍ଵନି ନିଃସୃତ ହେଉଥିଲାବେଳେ ବାୟୁ ନିଷ୍କାସନ ପମ୍ପ୍ ସାହାଯ୍ୟରେ ବେଲ୍ଜାର୍ରୁ ବାୟୁ ନିଷ୍କାସନ କରାଯାଉ ।
(vi) ବେଲ୍ର୍ରୁ ବାୟୁ କମି ଆସୁଥିଲାବେଳେ ଧ୍ଵନିର ପ୍ରବଳତା (loudness) ମଧ୍ଯ କ୍ଷୀଣ ହୋଇ ଆସିବ । ଯେତେବେଳେ ବେଲ୍ ଜାର୍ଟି ସମ୍ପୂର୍ଣ୍ଣ ବାୟୁଶୂନ୍ୟ ହୋଇଯିବ, ସେତେବେଳେ ଧ୍ଵନି ଆଉ ଶୁଣାଯିବ ନାହିଁ । ଏହି ପରୀକ୍ଷାରୁ ଜଣାଗଲା ଯେ-ଧ୍ବନି ସଞ୍ଚାରଣ ପାଇଁ ଏକ ମାଧ୍ୟମ ଆବଶ୍ୟକ ହୁଏ ।
→ ଧ୍ୱନି ତରଙ୍ଗର ଲକ୍ଷଣ (Characteristics of a Sound wave):
ଧ୍ୱନି ତରଙ୍ଗର ଲକ୍ଷଣଗୁଡ଼ିକ ହେଲା-ଆବୃତ୍ତି (frequency), ଆୟାମ (amplitude), ତରଙ୍ଗର ଦୈର୍ଘ୍ୟ (wave length) 16° 666 666 (speed of wave) ।
(i) ସମ୍ପୀଡ଼ନ ଅଞ୍ଚଳରେ କଣିକାମାନେ ପରସ୍ପରର ନିକଟବର୍ତ୍ତୀ ହୋଇଥା’ନ୍ତି । ଚିତ୍ର (c) ରେ ଏହାକୁ ପାହାଡ଼ (hill) ସଦୃଶ ଦର୍ଶାଯାଇଛି । ଏହି ଉପର ଅଂଶର ଶୀର୍ଷବିନ୍ଦୁ ସର୍ବାଧିକ ସମ୍ପୀଡ଼ନର ସୂଚନା ଦିଏ । ଏହି ସମ୍ପୀଡ଼ନ ଅଞ୍ଚଳରେ ସାନ୍ଦ୍ରତା ଏବଂ ଚାପ ଅଧିକ ହୋଇଥାଏ ।
(ii) ବିରଳନ ଅଞ୍ଚଳରେ ଚାପ କମ୍ ଥାଏ ଏବଂ କଣିକାଗୁଡ଼ିକ ପରସ୍ପରଠାରୁ ଦୂରେଇ ରହିଥା’ନ୍ତି । ଚିତ୍ର (c)ରେ ଏହାକୁ ଉପତ୍ୟକା (valley) ସଦୃଶ ଦର୍ଶାଯାଇଛି । ଗ୍ରାଫ୍ର ଉପର ଅକ୍ଷାଂଶକୁ ଶିଖର (crest) ଏବଂ ନିମ୍ନ ଅକ୍ଷାଂଶକୁ ଗହ୍ଵର (trough) କହନ୍ତି ।
→ ତରଙ୍ଗ ଦୈର୍ଘ୍ୟ (Wave length):
(i) ଦୁଇଟି କ୍ରମିକ ସମ୍ପୀଡ଼ନ (C) ବା ଦୁଇଟି କ୍ରମିକ ବିରଳନ (R) ର ମଧ୍ୟବିନ୍ଦୁ ମଧ୍ୟରେ ଥିବା ଦୂରତାକୁ ତରଙ୍ଗ ଦୈର୍ଘ୍ୟ କୁହାଯାଏ ।
(ii) ଏହାକୁ ଗ୍ରୀକ୍ ଅକ୍ଷର ଲାମ୍ବଡ଼ା ( λ) ଦ୍ଵାରା ସୂଚିତ କରାଯାଏ ।
(iii) SI ପଦ୍ଧତିରେ ତରଙ୍ଗ ଦୈର୍ଘ୍ୟର ଏକକ ହେଉଛି ମିଟର (m) ।
→ ଆବୃତ୍ତି (Frequency):
(i) ଧ୍ଵନି ଗତି କରୁଥିବା ମାଧ୍ୟମରେ ଗୋଟିଏ କଣିକା ଏକକ ସମୟରେ ଯେତେଥର ଦୋଳିତ ହୁଏ, ତାହାକୁ ଧ୍ଵନି ତରଙ୍ଗର ଆବୃତ୍ତି କୁହାଯାଏ ।
(ii) ଧ୍ଵନି ଏକ ମାଧ୍ୟମରେ ଗତି କଲାବେଳେ, ସର୍ବନିମ୍ନ ମୂଲ୍ୟ ମଧ୍ଯରେ ଦୋଳିତ ହୁଏ ।
(iii) ମାଧ୍ୟମର ଏକ ସ୍ଥାନରେ ସାନ୍ଦ୍ରତା ସର୍ବୋଚ୍ଚ – ମୂଲ୍ୟରୁ ସର୍ବନିମ୍ନ ମୂଲ୍ୟକୁ ପରିବର୍ତ୍ତିତ ହୋଇ ଏକ ସଂପୂର୍ଣ୍ଣ ଦୋଳନ କହନ୍ତି ।
(iv) ଆବୃତ୍ତିକୁ ଗ୍ରୀକ୍ ଅକ୍ଷର ନିଉ (v) ଦ୍ଵାରା ପ୍ରକାଶ କରାଯାଏ । କିନ୍ତୁ ଏଠାରେ f ଦ୍ଵାରା ପ୍ରକାଶ କରାଯାଇଛି ।
(v) S.I. ପଦ୍ଧତିରେ ଆବୃତ୍ତିର ଏକକ ହେଉଛି ହର୍ଜ (Hertz) ବା ହର୍ସ (H2) ।
→ ଆବର୍ଷକାଳ (Time period):
(i) ମାଧ୍ୟମରେ ତରଙ୍ଗ ଗତି କରୁଥିବା ସମୟରେ ମାଧ୍ୟମର ଏକକ କଣିକା ଗୋଟିଏ ଥର ପୂର୍ଣ୍ଣ ଦୋଳନ କରିବାକୁ ଯେତିକି ସମୟ’ନିଏ, ତାହାକୁ ତରଙ୍ଗର ଆବର୍ଷକାଳ କୁହାଯାଏ । ଅର୍ଥାତ୍ ଦୁଇଟି କ୍ରମିକ ସମ୍ପୀଡ଼ନ ବା ବିରଳନ ମାଧ୍ୟମର ଏକ ନିର୍ଦ୍ଦିଷ୍ଟ ବିନ୍ଦୁକୁ ଅତିକ୍ରମ କରିବାର ସମୟକୁ ତରଙ୍ଗର ଆବର୍ତ୍ତକାଳ କୁହାଯାଏ।
(ii) ଏହାକୁ T ସଙ୍କେତଦ୍ଵାରା ପ୍ରକାଶ କରାଯାଏ ।
(iii) S.I. ପଦ୍ଧତିରେ ଆବର୍ତ୍ତକାଳର ଏକକ ହେଉଛି ସେକେଣ୍ଡ (s) ।
→ ତାରତ୍ଵ (Pitch):
(i) ଆମର ମସ୍ତିଷ୍କ ଧ୍ଵନି ତରଙ୍ଗର ଆବୃତ୍ତିକୁ ଯେଉଁ ପ୍ରକାର ବ୍ୟାଖ୍ୟା (interpret) କରେ, ତାହାକୁ ପିଚ୍ କୁହାଯାଏ ।
ଉଦାହରଣ-ମନେକର ଅର୍କେଷ୍ଟ୍ରାରେ ଏକ ସମୟରେ ବେହେଲା (violin) ଏବଂ ବଂଶୀ (flute) ବାଜୁଛି । ସେମାନଙ୍କ ଧ୍ଵନି ବାୟୁ ମାଧ୍ୟମରେ ସମାନ ବେଗରେ ଗତିକରି କାନ ପାଖରେ ଏକା ସମୟରେ ପହଞ୍ଚିଲେ ମଧ୍ୟ ଉଭୟର ଧ୍ଵନି ଭିନ୍ନ ଭିନ୍ନ ଲାଗେ । ଧ୍ଵନି ସହିତ ସଂପୃକ୍ତ ବିଭିନ୍ନ ଲକ୍ଷଣ ହେତୁ ଏମିତି ଲାଗେ । ତାରତ୍ଵ ବା ପିଚ୍ (pitch) ଏହି ଲକ୍ଷଣମାନଙ୍କ ମଧ୍ୟରୁ ଗୋଟିଏ ଅଟେ ।
(ii) ଉତ୍ସର କମ୍ପନ କ୍ଷିପ୍ରତର ହେଲେ ଧ୍ଵନିର ଆବୃତି ଅଧ୍ଯକ ହୁଏ ଏବଂ ପିଚ୍ ମଧ୍ୟ ଅଧିକ ହୁଏ ।
(iii) ଏକ ଅଧ୍ବକ ପିଚ୍ ବିଶିଷ୍ଟ ଧ୍ଵନିରେ ଅଧିକ ଅତିକ୍ରମ କରିଥା’ନ୍ତି ।
(iv) ବିଭିନ୍ନ ଆକାରର ବସ୍ତୁ ଭିନ୍ନ ଭିନ୍ନ ଅବସ୍ଥାରେ ଭିନ୍ନ ଭିନ୍ନ ଆବୃତ୍ତିରେ କମ୍ପିତ ହୋଇ ଭିନ୍ନ ଭିନ୍ନ ପ୍ରକାର ପିଚ୍ ଧ୍ଵନି ସୃଷ୍ଟି କରନ୍ତି ।
→ ଆୟାମ (Amplitude):
(i) ଗୋଟିଏ ମାଧ୍ୟମରେ ଥବ। କଣି କାର ମାଧ୍ୟାବସ୍ଥାର ଉଭୟ ପଟେ ଦୋଳନରତ କଣିକାର ସର୍ବୋଚ୍ଚ ବିସ୍ଥାପନକୁ ତରଙ୍ଗର ଆୟାମ କହାଯାଏ ।
(ii) ଏହାକୁ ଇଂରାଜୀ ‘A’ ଅକ୍ଷରଦ୍ଵାରା ସୂଚିତ କରାଯାଏ ।
(iii) SJ, ପଦ୍ଧତିରେ ଆୟାମର ଏକକ ମିଟର (m) ଅଟେ ।
ଧ୍ୱନିର ପ୍ରବଳତା :
(i) ଧ୍ୱନିର ପ୍ରବଳତା ବା କୋମଳତା ଧ୍ଵନି ତରଙ୍ଗର ଆୟାମ ଉପରେ ନିର୍ଭର କରେ । ଧ୍ୱନି ସୃଷ୍ଟିକାରୀ ବସ୍ତୁ ଯେଉଁ ବଳଦ୍ଵାରା କମ୍ପିତ ହୁଏ, ତାହା ଉପରେ ଧ୍ଵନି ତରଙ୍ଗର ଆୟାମ ନିର୍ଭର କରେ ।
(ii) ଉଚ୍ଚ ସ୍ୱରର ଧ୍ଵନି ଅଧୂକ ଶକ୍ତି ସଂପନ୍ନ ହୋଇଥିବାରୁ ଏକ ମାଧ୍ୟମରେ ଅଧୂକ ଦୂରତା ପର୍ଯ୍ୟନ୍ତ ଗତି କରିବ । ଏହାର ଆୟାମ ଅଧିକ ।
(iii) ଧ୍ଵନି ତରଙ୍ଗ ତାହାର ଉତ୍ସରୁ ବାହାରି ସବୁ ଦିଗକୁ ବ୍ୟାପି ଯାଏ । ଏହି ତରଙ୍ଗ ତାହାର ଉତ୍ସରୁ ଦୂରକୁ ଗଲେ ତାହାର ଶକ୍ତ ଓ ଆୟାମ କମିଯାଏ ।
→ ଟିମ୍ବ୍ରେ (Timbre) ଗୁଣବତ୍ତା (Quality):
(i) ଟିମ୍ବର ବା ସ୍ଵରବୈଶିଷ୍ଟ୍ୟ ଏବଂ ଗୁଣାତ୍ମକ ବୈଶିଷ୍ଟ୍ୟ ବା ଗୁଣବତ୍ତା, ଧ୍ଵନିର ଅନ୍ୟ ଦୁଇଟି ଲକ୍ଷଣ ଅଟେ । ଏହାଦ୍ଵାରା ଦୁଇଟି ସମାନ ତାରତ୍ଵ ଓ ସମାନ ପ୍ରବଳତା ବିଶିଷ୍ଟ ଧ୍ଵନି ମଧ୍ୟରେ ପ୍ରଭେଦ ଜଣାଯାଏ ।
(ii) ଯେଉଁ ଧ୍ଵନି କାନକୁ ପ୍ରୀତିକର (pleasant) ଲାଗେ ତାହାର ଗୁଣାତ୍ମକ ବୈଶିଷ୍ଟ୍ୟ ଉଚ୍ଚମାନର (rich) ହୋଇଥାଏ ।
(iii) ଗୋଟିଏ ଆବୃତ୍ତି ବିଶିଷ୍ଟ ଧ୍ଵନିକୁ ଟୋନ୍ (tone) କୁହାଯାଏ । ବିଭିନ୍ନ ଆବୃତ୍ତିର ମିଶ୍ରଣରେ ସୃଷ୍ଟି ହୋଇଥିବା ଧ୍ଵନିକୁ ନୋଟ୍ (note) କୁହାଯାଏ । ଏହା କାନ ପାଇଁ ପ୍ରୀତିକର ଓ ଶ୍ରୁତିମଧୁର ଅଟେ । କର୍କଶ ଶବ୍ଦ (noise) ଶ୍ରୁତିକଟୁ ଅଟେ ।
ତରଙ୍ଗ ବେଗ, ତରଙ୍ଗ ଆବୃତ୍ତି ଓ ତରଙ୍ଗ ଦୈର୍ଘ୍ୟ ମଧ୍ୟରେ ସଂପର୍କ :
(i) ଏକକ ସମୟରେ ଧ୍ଵନି ତରଙ୍ଗ ଅତିକ୍ରାନ୍ତ କରୁଥିବା ଦୂରତାକୁ ତାହାର ବେଗ କୁହାଯାଏ ।
(ii) ଧ୍ଵନି ତରଙ୍ଗ ଏକ ଆବର୍ତ୍ତକାଳ ମଧ୍ୟରେ ଯେତିକି ଦୂରତା ଅତିକ୍ରମ କରେ ତାହାକୁ ଧ୍ୱନି ତରଙ୍ଗର ତରଙ୍ଗ ଦୈର୍ଘ୍ୟ କୁହାଯାଏ ।
(iii) ଦୁଇଟି କ୍ରମିକ ସମ୍ପୀଡ଼ନ ବା ବିରଳନର ମଧ୍ୟବିନ୍ଦୁ ମଧ୍ୟରେ ଥିବା ଦୂରତ୍ଵକୁ ତରଙ୍ଗ ଦୈର୍ଘ୍ୟ କୁହାଯାଏ । ତରଙ୍ଗ ଦୈର୍ଘ୍ୟ λ, ତରଙ୍ଗର ଆବର୍ତ୍ତକାଳ T, ତରଙ୍ଗ ବେଗ v ଓ ତରଙ୍ଗର ଆବୃତ୍ତି ମୁଁ ହେଲେ –
ଅର୍ଥାତ୍ ‘ତରଙ୍ଗ ବେଗ = ତରଙ୍ଗ ଆବୃତ୍ତି × ତରଙ୍ଗ ଦୈର୍ଘ୍ୟ
→ ଶବ୍ଦର ତୀବ୍ରତା (Intensity of Sound):
(i) ମାଧ୍ୟମର ଗୋଟିଏ ବିନ୍ଦୁ ଚାରିପଟେ ତରଙ୍ଗ ଗତିର ଅଭିଲମ୍ବ ଦିଗରେ ଏକକ କ୍ଷେତ୍ରଫଳବିଶିଷ୍ଟ କ୍ଷେତ୍ର ମଧ୍ୟଦେଇ ପ୍ରତି ସେକେଣ୍ଡରେ ଯେତିକି ଧ୍ଵନି ଶକ୍ତି ଅତିକ୍ରମ କରେ ତାହାର ପରିମାଣକୁ ସେହି ବିନ୍ଦୁରେ ଧ୍ଵନିର ତୀବ୍ରତା କୁହାଯାଏ ।
(ii) ବେଳେବେଳେ ଧ୍ଵନି ପ୍ରବଳତା (loudness) ଓ ଧ୍ଵନିର ତୀବ୍ରତାକୁ ଅଦଳବଦଳ କରି ବ୍ୟବହାର କରାଯାଏ । ମାତ୍ର ସେମାନେ ସମାନ ନୁ ହଁନ୍ତି ।
(iii) ଧ୍ଵନି ପ୍ରବଳତା କାନ ଉପରେ ପଡୁଥୁବା ଧ୍ଵନିର ପ୍ରଭାବର ଏକ ମାପକ ଭାବରେ ଗ୍ରହଣ କରାଯାଇଥାଏ । ଗୋଟିଏ ଧ୍ଵନିର ପ୍ରବଳତା ଭିନ୍ନ ଭିନ୍ନ ଶ୍ରୋତାଙ୍କ କାନ ପାଇଁ ଅଲଗା ଅଲଗା ହୋଇପାରେ ।
(iv) ଦୁଇଟି ଧ୍ଵନିର ତୀବ୍ରତା ସମାନ ହୋଇଥିଲେ କାନ ଗୋଟିଏ ଧ୍ଵନିକୁ ଅନ୍ୟଠାରୁ ଅଧିକ ପ୍ରବଳ (loud) ଭାବରେ ଶୁଣିପାରେ ।
→ ବିଭିନ୍ନ ମାଧ୍ୟମରେ ଧ୍ଵନିର ବେଗ (Speed of Sound in different Media):
(i) ଧ୍ଵନି ଗୋଟିଏ ମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ ବେଗରେ ସଞ୍ଚାରିତ ହୁଏ ।
(ii) ଧ୍ଵନି ଗତିର ବେଗ ମାଧ୍ୟମର ଧର୍ମ ଓ ମାଧ୍ୟମର ତାପମାତ୍ରା ଉପରେ ଧ୍ୱନି ର ନିର୍ଭର କରେ ।
(iii) ବାୟୁରେ ଧ୍ଵନିର ବେଗ ୦°C ତାପମାତ୍ରାରେ 331 m/s ହେଲାବେଳେ 22°C ତାପମାତ୍ରାରେ ଏହା ପ୍ରାୟ 344 m/s ହୋଇଥାଏ ।
→ ସୋନିକ୍ ବୁମ୍ (Sonic boom):
(i) କୌଣସି ବସ୍ତୁର ଗତିର ବେଗ ଧ୍ଵନିର ବେଗଠାରୁ ଅଧିକ ହେଲେ, ବସ୍ତୁର ସେହି ବେଗକୁ ସୁପରସୋନିକ୍ ବେଗ କୁହାଯାଏ ।
(ii) ଜେଟ୍ ବିମାନ, ବନ୍ଧୁକର ଗୁଳି ଇତ୍ୟାଦି ଅନେକ ସମୟରେ ସୁପରସୋନିକ୍ ବେଗରେ ଗତିକରିଥା’ନ୍ତି ।
(iii) କୌଣସି ଧ୍ୱନି ସୃଷ୍ଟିକାରୀ ଉତ୍ସ ଧ୍ଵନିର ବେଗଠାରୁ ଅଧିକ ବେଗରେ ଗତିକଲେ ଏହା ବାୟୁରେ ସକ୍ ତରଙ୍ଗ (shock wave) ସୃଷ୍ଟିକରେ । ଏହି ସକ୍ ତରଙ୍ଗ ସମୂହରେ ପ୍ରଚୁର ଶକ୍ତି ରହିଥାଏ ।
(iv) ଏହି ତରଙ୍ଗ ସହିତ ଜଡ଼ିତ ବାୟୁ ଚାପରେ ପରିବର୍ତ୍ତନ ଅନୁ ସାରେ ଏହି ସକ୍ ତରଙ୍ଗ ଏକ ପ୍ରକାର ତୀବ୍ର ଏବଂ ଉଚ୍ଚ ଶବ୍ଦ ସୃଷ୍ଟି କରେ, ତାହାକୁ ସୋନିକ୍ ବୁମ୍ କୁହାଯାଏ ।
→ ଶବ୍ଦର ପ୍ରତିଫଳନ (Reflection of Sound):
(i) ଧ୍ଵନି କଠିନ ବା ତରଳ ପୃଷ୍ଠରେ ବାଧାପାଇ ଫେରିଆସେ । ଆଲୋକ ପରି ଧ୍ଵନି ମଧ୍ୟ କଠିନ ଓ ତରଳ ପୃଷ୍ଠରୁ ପ୍ରତିଫଳିତ ହୁଏ ଏବଂ ପ୍ରତିଫଳନର ନିୟମକୁ ମାନିଥାଏ ।
ଧ୍ଵନି ପ୍ରତିଫଳନ ନିୟମଗୁଡ଼ିକ ହେଲା –
(ii) ଧ୍ଵନି ତରଙ୍ଗର ପ୍ରତିଫଳନ ପାଇଁ ପ୍ରତିଫଳକ ବନ୍ଧୁର ବା ମସୃଣ ହୋଇପାରେ ମାତ୍ର ତାହାର ଆକାର ବଡ଼ ହେବା ଆବଶ୍ୟକ ।
→ ପ୍ରତିଧ୍ଵନି (Echo) :
(i) କୌଣସି ପ୍ରତିଫଳକ ନିକଟରେ ଉପଯୁକ୍ତ ସ୍ଥାନରେ ଠିଆହୋଇ ତାଳି ମାରିଲେ ବା ଜୋର୍ରେ ଚିତ୍କାର କଲେ, ସେହି ଧ୍ଵନିକୁ ପୁଣି କିଛି ସମୟ ପରେ ଶୁଣାଯାଏ । ଏହାକୁ ପ୍ରତିଧ୍ଵନି କୁହାଯାଏ ।
(ii) ଧ୍ଵନି ଶୁଣିବାର ଇନ୍ଦ୍ରିୟାନୁଭୂତି (sensation) ଆମ ମସ୍ତିଷ୍କରେ 01 ସେକେଣ୍ଡ ପର୍ଯ୍ୟନ୍ତ ରହେ । ସେହି ସମୟ ମଧ୍ୟରେ ଯଦି ପ୍ରତିଫଳିତ ଧ୍ଵନି ଆମ କାନରେ ପହଁଞ୍ଚେ, ତେବେ ମୂଳ ଧ୍ଵନିରୁ ପ୍ରତିଧ୍ଵନିକୁ ଅଲଗା କରି ଜାଣିହେବ ନାହିଁ ।
(iii) ଏକ ନିର୍ଦ୍ଦିଷ୍ଟ ତାପମାତ୍ରା 22°C ରେ 1 ସେକେଣ୍ଡରେ ଧ୍ଵନିର ଅତିକ୍ରାନ୍ତ ଦୂରତା = 34.4 ମି
0.1 ସେକେଣ୍ଡରେ ଧ୍ଵନିର ଅତିକ୍ରାନ୍ତ ଦୂରତା
ଧ୍ୱନି ସୃଷ୍ଟି ହେବା ସ୍ଥାନରୁ ଫେରି ଆସିବା ଦୂରତା = 34.4 ମିଟର
(iv) ପ୍ରତିଫଳକର ଦୂରତା ବାୟୁ ମାଧ୍ୟମର ତାପମାତ୍ରା ଉପରେ ନିର୍ଭର କରେ ।
(v) ବହୁ ପ୍ରତିଫଳନ ଯୋଗୁଁ ଏକାଧ୍ଵକ ପ୍ରତିଧ୍ଵନି ମଧ୍ୟ ଶୁଣାଯାଏ ।
(vi) ବେଳେବେଳେ ଘଡ଼ଘଡ଼ି ଶବ୍ଦ ଥରେ ଆରମ୍ଭ ହେଲେ ଅନେକ ସମୟ ପର୍ଯ୍ୟନ୍ତ ବାରମ୍ବାର ଶୁଣାଯାଏ । ଏହା ବାଦଲ ଓ ପୃଥିବୀ ପୃଷ୍ଠ ମଧ୍ଯରେ ଘଡ଼ଘଡ଼ି ଧ୍ୱନିର (ଏକାତ୍ମକ) ବହୁ ପ୍ରତିଫଳନ ଯୋଗୁ ହୋଇଥାଏ ।
→ ପ୍ରତ୍ୟାବର୍ତ୍ତନ (Reverberation):
(i) ପ୍ରତିଫଳକରୁ ପ୍ରତିଫଳନର ପୁନରାବୃତି ଯୋଗୁ ଯେଉଁ ପୁନଃ ପୁନଃ ପ୍ରତିଧ୍ୱନି ସୃଷ୍ଟିହୁଏ, ତାହାକୁ ପ୍ରତିବାଦ କୁହାଯାଏ ।
ଉଦାହରଣ –
କୌଣସି ବଡ଼ ହଲ୍ରେ ଧ୍ଵନି ସୃଷ୍ଟିହେଲେ ଏହା ବାରମ୍ବାର ପ୍ରତିଫଳିତ ହୋଇ କ୍ଷୀଣ ନହେବା ପର୍ଯ୍ୟନ୍ତ କିଛି ସମୟ ଧରି ବାରମ୍ବାର ସେହି ହଲ୍ରେ ଶୁଭେ । ଏହା ହିଁ ପ୍ରତିନାଦ ।
(ii) ଅଡ଼ିଟୋରିୟମ୍ ବା ବଡ଼ ହଲ୍ରେ ଅତ୍ୟଧ୍ଵ ପ୍ରତିନାଦ କେହି ଚାହାଁନ୍ତି ନାହିଁ, କାରଣ ଏହାଦ୍ଵାରା ଧ୍ଵନି ସ୍ପଷ୍ଟ ଭାବରେ ଶୁଣାଯାଏ ନାହିଁ ।
ପୁତିନାଚକୁ କମ୍ କରିବାର ଉପାୟ :
(i) ଅଡ଼ିଟୋରିୟମ୍ ବା ବଡ଼ ହଲ୍ର ଛାତ ଏବଂ ଭିତର କାନ୍ଥକୁ ଧ୍ଵନି ଶୋଷଣ କରିପାରୁଥିବା ପଦାର୍ଥ; ଯଥା-ସଙ୍କୁଚିତ ଫାଇବର, ବନ୍ଧୁର ପ୍ଲାଷ୍ଟର କିମ୍ବା କନାର ବସ୍ତୁଦ୍ଵାରା ଆଚ୍ଛାଦିତ କରାଯାଇଥାଏ ।
(ii) ଏହି ହଲ୍ ବା ଅଡ଼ିଟୋରିୟମ୍ ଚୌକି ଗୁଡ଼ିକ ମଧ୍ୟ ଧ୍ଵନି ଶୋଷଣକାରୀ ପଦାର୍ଥଦ୍ଵାରା ପ୍ରସ୍ତୁତ କରାଯାଇଥାଏ ।
→ ଧ୍ୱନିର ବହୁ ପ୍ରତିଫଳନର ବ୍ୟବହାର (Uses of Multiple Reflection of Sound) :
(i) ଲାଉଡ୍ ସ୍ପିକର, ମେଗାଫୋନ୍, କାହାଳୀ (horn) ଓ କେତେକ ବାଦ୍ୟଯନ୍ତ୍ର; ଯଥା – ସାହାନାଇ, ଟ୍ରମ୍ପ୍ଲେଟ୍ ଇତ୍ୟାଦିରୁ ନିଃସୃତ ଧ୍ଵନି ବିଚ୍ଛୁରିତ ନ ହୋଇ କେବଳ ଗୋଟିଏ ଦିଗରେ ଗତିକରେ । ଏହିସବୁ ବାଦ୍ୟଯନ୍ତ୍ରମାନଙ୍କରେ ଶଙ୍ଖ (conicat) ସଦୃଶ ମୁହଁ ଥାଏ । ଏହା ମଧ୍ୟଦେଇ ଧ୍ଵନି ବାରମ୍ବାର ପ୍ରତିଫଳିତ ହୋଇ ଆଗକୁ ଅଗ୍ରସର ହୋଇ ଶ୍ରୋତାମାନଙ୍କ ପାଖରେ ପହଁଞ୍ଚିଥାଏ ।
(ii) ଡାକ୍ତରମାନେ ଶରୀର ଭିତରେ ଥିବା ହୃତ୍ପିଣ୍ଡର ସ୍ପନ୍ଦନ ବା ଫୁସ୍ଫୁସ୍ର କ୍ଷୀଣ ଧ୍ଵନିକୁ ସ୍ପଷ୍ଟ ଜାଣିବାପାଇଁ ଷ୍ଟେଥୋସ୍କୋପ୍ (stethoscope) ବ୍ୟବହାର କରନ୍ତି । ଏହି ଷ୍ଟେଥୋସ୍କୋପ୍ ନଳୀଭିତରେ ଏକାଧ୍ଵକୁ ପ୍ରତିଫଳନ ଯୋଗୁ କ୍ଷୀଣ ଧନି ସଂଳାବରେ ବାରରଙ୍କ କାନରେ ଶୁଭେ ।
(iii) ବକ୍ତୃତା କକ୍ଷ, କନଫରେନ୍ସ ହଲ୍ ଏବଂ ସିନେମାହଲ୍ର ଛାତକୁ ବକ୍ର (curved) ଆକୃତିର କରାଯାଇଥିବା ଯୋଗୁ ଧ୍ଵନି ପ୍ରତିଫଳିତ ହୋଇ ହଲ୍ର ସବୁ ସ୍ଥାନରେ ପହଞ୍ଚିପାରେ । ଅନେକ ସମୟରେ ବକ୍ତାର ପଛପଟେ ଅବତଳ ଧ୍ଵନି ପ୍ରତିଫଳକ ରଖାଯାଇଥାଏ । ଅବତଳ ପୃଷ୍ଠର ଫୋକସ୍ରେ ବକ୍ତା ଛିଡ଼ାହୋଇ କହିଲେ ତାଙ୍କ ଧ୍ଵନିର ଉପଯୁକ୍ତ ପ୍ରତିଫଳନ ଯୋଗୁ ଧ୍ଵନି ତରଙ୍ଗ ବିଭିନ୍ନ ଦିଗରେ ବିକ୍ଷିପ୍ତ ନ ହୋଇ ଶ୍ରୋତାଙ୍କ ଦିଗରେ ସଞ୍ଚାରିତ ହୋଇଥାଏ ।
(i) ଶ୍ରବଣର ଫ୍ରିକ୍ୱେନ୍ସି ପରିସର (Frequency Range of Hearing):
ମନୁ ଷ୍ୟ 20Hzରୁ 20 kHz ଆବୃତ୍ତିର ସୀମା ମଧ୍ୟରେ ଥିବା ଧ୍ଵନି ତରଙ୍ଗକୁ ଶୁଣିପାରୁଥିବାରୁ ଏହି ଆବୃତ୍ତି ସୀମା ମଧ୍ୟରେ କୌଣସି କମ୍ପନ ଯୋଗୁ ସୃଷ୍ଟ ତରଙ୍ଗକୁ ଶ୍ରାବ୍ୟ ‘ଧ୍ୱନି ତରଙ୍ଗ (audible sound wave) କୁହାଯାଏ ।
(ii) 5 ବର୍ଷରୁ କମ୍ ପିଲା ଏବଂ କୁକୁର ପରି କେତେକ ପଶୁ 25 kHz ପର୍ଯ୍ୟନ୍ତ ଆବୃତ୍ତିର ଧ୍ଵନି ତରଙ୍ଗକୁ ଶୁଣିପାରନ୍ତି । ବୟସ ଅଧିକ ହେଲେ ଶ୍ରାବ୍ୟ ଆବୃତ୍ତିର ଉଚ୍ଚ ସୀମା 20 kHz ରୁ ତଳକୁ କମି ଆସେ ।
→ ଇନ୍ଫ୍ରାସୋନିକ୍ ଧ୍ଵନି (Infrasonic Sound):
(i) ଧ୍ଵନି ତରଙ୍ଗର ଆବୃତ୍ତି 20Hz ରୁ କମ୍ ହେଲେ ତାହାକୁ ଇନଫ୍ରାସୋନିକ୍ ଧ୍ଵନି କୁହାଯାଏ ।
(ii) ହାତୀ, ଗଣ୍ଡା ଓ ତିମି ଆଦି ପ୍ରାଣୀମାନେ ଇନ୍ଫ୍ରାସୋନିକ୍ ଆବୃତ୍ତିର ଧ୍ଵନି ତରଙ୍ଗ ସୃଷ୍ଟି କରନ୍ତି ।
(iii) ଭୂମିକମ୍ପ ଆରମ୍ଭବେଳେ କମ୍ ଆବୃତ୍ତିର ଇନ୍ଫ୍ରାସୋନିକ୍ ଧ୍ଵନି ସଞ୍ଚାରିତ ହୁଏ ।
→ ଅଲଟ୍ରାସୋନିକ୍ ଧ୍ଵନି (Ultrasonic Sound):
(i) ଧ୍ୱନି ତରଙ୍ଗର ଆବୃଦ୍ଧି 20 kHz ରୁ ଅଧିକ ହେଲେ ତାହାକୁ ଅଲଟ୍ରାସୋନିକ୍ ବା ପାରସ୍ଵନିକ୍ ଧ୍ବନି କୁହାଯାଏ । ଏହାକୁ ମଧ୍ୟ ଅଲଟ୍ରାସାଉଣ୍ଡ୍ କୁହାଯାଏ ।
(ii) ଉଲ୍ଫିନ୍, ପରପଏମ୍, ବାଦୁଡ଼ି, କେତେକ ପକ୍ଷୀ ଓ କୀଟପତଙ୍ଗ ଅଲଟ୍ରାସାଉଣ୍ଡ୍ ଧ୍ୱନି ସୃଷ୍ଟି କରିପାରନ୍ତି ।
(iii) ମୂଷାମାନେ ମଧ୍ଯ ଅଲଟ୍ରାସାଉଣ୍ଟ୍ ଧ୍ଵନି ଉତ୍ପନ୍ନ କରି ପରସ୍ପର ସହିତ ଖେଳନ୍ତି ।
→ ଶ୍ରବଣ ସହାୟକ ଯନ୍ତ୍ର (Hearing aid):
(i) ଶ୍ରବଣ ଶକ୍ତି ହରାଇଥିବା ବ୍ୟକ୍ତିମାନେ ଶ୍ରବଣ ସହାୟକ ଯନ୍ତ୍ର (hearing aid) ବ୍ୟବହାର କରନ୍ତି । ଏହା ବ୍ୟାଟେରୀ ଚାଳିତ ଗୋଟିଏ ଇଲେକ୍ଟ୍ରୋନିକ ଯନ୍ତ୍ର ।
(ii) ଶ୍ରାବଣ ସଚ୍ଛାୟନ ଯନ୍ତ୍ର ଏକ କ୍ଷୁଦ୍ର ମାଇକ୍ରୋଫୋନ୍ ସାହାଯ୍ୟରେ ଧ୍ଵନି ଗ୍ରହଣ କରେ । ମାଇକ୍ରୋଫୋନ୍ ଧ୍ଵନି ତରଙ୍ଗକୁ ବୈଦ୍ୟୁତିକ ସିଗ୍ନାଲ୍ରେ ରୂପାନ୍ତରିତ କରେ ।
(iii) ଏହି ବୈଦ୍ୟୁତିକ ସିଗ୍ନାଲ୍କୁ ଆପ୍ଲିଫାୟାର ସାହାଯ୍ୟରେ ବହୁଗୁଣିତ କରାଯାଏ ଓ ଏହି ବର୍ଷିତ ସିଗ୍ନାଲକୁ ଶ୍ରବଣ ସହାୟକ ଯନ୍ତ୍ରର ସ୍ପିକର ନିକଟକୁ ପ୍ରେରଣ କରାଯାଏ । ସ୍ପିକର ବିଦ୍ୟୁତ ସିଗ୍ନାଲ୍କୁ ପୁଣି ଧ୍ଵନିରେ ପରିଣତ କରେ ଯାହା ବ୍ୟକ୍ତି ସ୍ପଷ୍ଟ ଭାବରେ ଶୁଣିପାରେ ।
→ ଅଲଟ୍ରାସାଉଣ୍ଡର ପ୍ରୟୋଗଗୁଡ଼ିକ (Applications of Ultrasound):
(i) ଭିତରକୁ ହାତ ପଶିପାରୁନଥିବା ସ୍ପାଇରାଲ କୁଣ୍ଡଳୀ ପରି କେତେକ ଇଲେକ୍ଟ୍ରୋନିକ୍ ସାମଗ୍ରୀକୁ ସହଜରେ ସଫା କରିହୁଏ ନାହିଁ । ସେସବୁ ସାମଗ୍ରୀକୁ ଅଲଟ୍ରାସାରଣ ସାହାଯ୍ୟରେ ସଫା କରାଯାଏ । ସେହି ଯନ୍ତ୍ରକୁ ସଫା କରାଯାଉଥିବା ଦ୍ରବଣ ମଧ୍ଯରେ ରଖ୍ ଅଲଟ୍ରାସାଉଣ୍ଡ ତରଙ୍ଗ ଏହା ମଧ୍ୟକୁ ପ୍ରବେଶ କରାଯାଏ । ଅଲଟ୍ରାସାଉଣ୍ଡର ଉଚ୍ଚ ଆବୃତ୍ତି ହେତୁ ଗ୍ରୀଜ୍, ଧୂଳିକଣା କିମ୍ବା ମଇଳା ଇତ୍ୟାଦି ବସ୍ତୁ ମଧ୍ୟରୁ ବାହାରି ଆସି ଦ୍ରବଣ ମଧ୍ଯରେ ମିଶିଯାଏ । ଫଳରେ ଯନ୍ତ୍ରପାତି ସାମଗ୍ରୀଗୁଡ଼ିକ ଭଲଭାବରେ ସଫା ହୋଇଯାଏ ।
(ii) ଅଲଟ୍ରାସାଉଣ୍ଡ ପ୍ରୟୋଗ କରି ବଡ଼ ବଡ଼ ଧାତବ ବ୍ଳକ ମଧ୍ୟରେ ଫାଟ ଚିହ୍ନଟ କରଯାଏ । ବାହାରକୁ ଭାବରେ ଚିହ୍ନଟ ନ ହେଲେ ଏହି ଧାତବ ବ୍ଲକ୍ ଗୁଡ଼ିକ ଦ୍ଵାର। ନିର୍ମିତ ବଡ଼ ଆଦି ବିପଦଗ୍ରସ୍ତ ହେବ । ଧାତବ ବ୍ଲକ୍ ଠିକ୍ ଭାବେ ନିର୍ମିତ ହୋଇଛି କି ନା ଜାଣିବା ପାଇଁ ପ୍ରଥମେ ଅଲଟ୍ରାସାଉଣ୍ଡକୁ ଧାତବ ଖଣ୍ଡ ମଧ୍ଯରେ ପ୍ରବେଶ କରାଯାଏ ଏବଂ ଡିଟେକ୍ଟର ସାହାଯ୍ୟରେ ତ୍ରୁଟିଟି ଜଣାପଡ଼େ । ସାମାନ୍ୟ ଫାଟ ବା ତ୍ରୁଟି ଥିଲେ ଅଲଟ୍ରାସାଉଣ୍ଡ ତରଙ୍ଗ ସେହି ସ୍ଥାନରୁ ପ୍ରତିଫଳିତ ହୋଇ ଫେରି ଆସେ ଯାହା ସେହି ଫାଟର ସୂଚନା ଦିଏ ।
(iii) ହୃତ୍ପିଣ୍ଡର ବିଭିନ୍ନ ଅଂଶରୁ ଅଲଟ୍ରାସୋନିକ୍ ତରଙ୍ଗର ପ୍ରତିଫଳନ କରାଇ ସେହି ଅଂଶମାନଙ୍କର ପ୍ରତିବିମ୍ବ ତିଆରି କରାଯାଏ । ଏହି ଫଟୋ ଦେଖୁ ଡାକ୍ତରମାନେ ଚିକିତ୍ସା କରନ୍ତି । ଏହି ପ୍ରକାର ପଦ୍ଧତିକୁ ଚିକିତ୍ସା ବିଜ୍ଞାନରେ ‘ଇକୋକାର୍ଡିଓଗ୍ରାଫି’ (echocardiography) କୁହାଯାଏ ।
(iv) ଅଲଟ୍ରାସାଉଣ୍ଡ ସ୍କାନର ଯନ୍ତ୍ର ସାହାଯ୍ୟରେ ମନୁଷ୍ୟ ଶରୀରର ଆଭ୍ୟନ୍ତର ଅଙ୍ଗପ୍ରତ୍ୟଙ୍ଗକୁ ଯାଞ୍ଚ କରି (scanning) ଫଟୋ ଉତ୍ତୋଳନ କରାଯାଇଥାଏ । ରୋଗୀର ଲିଭର୍, ଗଲବ୍ଲାଡ଼ର, ଇଉଟେରସ୍ ଏବଂ କିଡ଼ନି ଇତ୍ୟାଦିର ତ୍ରି-ବିତ୍ତୀୟ ଛବି କମ୍ପ୍ୟୁଟରର ମନିଟର୍ରେ ଦେଖୁହୁଏ । ଏହି ଛବି ଦେଖୁ ଡାକ୍ତରମାନେ ରୋଗ ନିର୍ଣ୍ଣୟ କରି ଚିକିତ୍ସା କରନ୍ତି । ଏହି ଚିକିତ୍ସା ପଦ୍ଧତିକୁ ଅଲଟ୍ରାସୋନୋଗ୍ରାଫି (Ultrasonography) କୁହାଯାଏ ।
(v) ଅଲଟ୍ରାସାଉଣ୍ଡ ତରଙ୍ଗ ସାହାଯ୍ୟରେ କିଡ୍ନିରେ ସୃଷ୍ଟି ହୋଇଥିବା ଛୋଟ ଛୋଟ ପଥରକୁ ଛୋଟ ଛୋଟ ଦାନାରେ ଭାଙ୍ଗି ଦିଆଯାଏ । ଯାହା ପରେ ମୂତ୍ରରେ ମିଶି ପଦାକୁ ବାହାରି ଆସେ ।
→ ଶବ୍ଦ ନାଭିଗେସନ୍ ଏବଂ ରେଙ୍ଗିଙ୍ଗ୍ – SONAR (Sound Navigation And Ranging – SONAR):
ସୋନାର ଯନ୍ତ୍ର ସାହାଯ୍ୟରେ ଜଳ ମଧ୍ୟରେ ଥିବା ବସ୍ତୁର ଉପସ୍ଥିତି, ଦୂରତ୍ଵ, ଦିଗ ଓ ବେଗ ଜାଣିହୁଏ । ଏହାର କାର୍ଯ୍ୟକାରିତା ଧ୍ଵନି ପ୍ରତିଫଳନର ମୌଳିକ ନିୟମ ଉପରେ ପର୍ଯ୍ୟବସିତ । ସୋନାର୍ରେ ଅଲଟ୍ରାସୋନିକ୍ ତରଙ୍ଗ ବ୍ୟବହୃତ ହୁଏ ।
କାର୍ଯ୍ୟପ୍ରଣାଳୀ :
(i) ସୋନାର୍ରେ ଗୋଟିଏ ଟ୍ରାନ୍ ସମିଟର (transmitter) ଏବଂ ଗୋଟିଏ ଡିଟେକ୍ଟର (ditector) ଥାଏ । ଏହା ବଡ଼ ବଡ଼ ଶକ୍ତିଚାଳିତ ଡଙ୍ଗା (power boat), ସବ୍ମାରିନ୍ ବା ଜାହାଜରେ ଖଞ୍ଜା ହୋଇଥାଏ ।
(ii) ଟ୍ରାନ୍ ସମିଟରରୁ ଶକ୍ତିଶାଳୀ ଅଲଟ୍ରାସୋନିକ୍ ତରଙ୍ଗ ପଲ୍ ସ (pulse) ପାଣି ଭିତର କୁ ପଠାଯାଏ । ସେହି ପଲ୍ ସମୁଦ୍ର ଶଯ୍ୟାରେ କିମ୍ବା ସମୁଦ୍ର ଜଳରେ ବୁଡ଼ିରହିଥିବା ଜାହାଜ, ପାହାଡ଼ ବା ଅନ୍ୟ ବଲ୍ଲମାନଙ୍କଦ୍ୱାରା ବାଧାପ୍ରାପ୍ତ ତହୋଇ ପ୍ରତିଫଳିତ ହେବା ପରେ ଫେରିଆସେ ।
(iii) ଡିଟେକ୍ଟର ଦ୍ଵାରା ଅଲଟ୍ରାସୋନିକ୍ ପ୍ରତିଧ୍ଵନି ଗ୍ରହଣ କରାଯାଏ । ଏହା ଅଲଟ୍ରାସୋନିକ୍ ତରଙ୍ଗକୁ ବିଦ୍ୟୁତ୍ ସଙ୍କେତ (signal)ରେ ପରି ଣତ କରେ ଯାହାର ବିଶ୍ଳେଷଣ କରାଯାଏ ।
(iv) ଧ୍ଵନିର ପ୍ରେରଣ ଓ ପ୍ରତିଧ୍ଵନି ଗ୍ରହଣ ମଧ୍ୟରେ ଥିବା ସମୟ ବ୍ୟବଧାନ = t ସମୁଦ୍ର ଜଳରେ ଅଲଟ୍ରାସୋନିକ୍ ତରଙ୍ଗର ବେଗ = v ଓ ଜାହାଜଠାରୁ ପ୍ରତିବନ୍ଧକର ଦୂରତା = d ହେଲେ ଅଲଟ୍ରାସାଉଣ୍ଡ 2d ଦୂରତା ଅତିକ୍ରମ କରିଥାଏ ।
(v) 2 ଏହି ସୂତ୍ର ବ୍ୟବହାର କରି ଜଳ ମଧ୍ଯରେ ବୁଡ଼ି ରହିଥିବା ଅଦୃଶ୍ୟ ବସ୍ତୁମାନଙ୍କର ଜଳପୃଷ୍ଠଠାରୁ ଦୂରତା ହିସାବ କରାଯାଏ । ଏହି ପଦ୍ଧତିକୁ ଇକୋ ରେଜିଂ (Echo ranging) ପଦ୍ଧତି କୁହାଯାଏ ।
ବ୍ୟବହାର :
(i) ସୋନାର୍ ସାହାଯ୍ୟରେ ସମୁଦ୍ର ଜଳ ମଧ୍ୟରେ ବୁଡ଼ି ରହିଥିବା ଜାହାଜ, ପାହାଡ଼, ବଡ଼ ବଡ଼ ଶିଳାଖଣ୍ଡ, ବରଫସ୍ତୂପ ଇତ୍ୟାଦି ବସ୍ତୁମାନଙ୍କ ଉପସ୍ଥିତି ଓ ଜଳପୃଷ୍ଠତଳେ ସେମାନଙ୍କ ଦୂରତା ନିର୍ଣ୍ଣୟ କରିହୁଏ ।
(ii) ଏହାଦ୍ଵାରା ସମୁଦ୍ର ଜଳର ସଜାଗତା ନିର୍ଣ୍ଣୟ କରିହୁଏ ।
→ ବାହୁଡ଼ିର ଅଲ୍ଟ୍ରାସାଉଣ୍ଡ ପ୍ରେରଣ ଓ ଗ୍ରହଣ :
(i) ବାଦୁଡ଼ି ରାତିର ଅନ୍ଧକାରରେ ଗତି କରିପାରେ ଏବଂ ତାହାର ଖାଦ୍ୟ ସଂଗ୍ରହ କରିପାରେ ।
(ii) ବାଦୁଡ଼ି ରାତିରେ ଉଡ଼ିଲାବେଳେ ଅବିରତ ଭାବରେ ଅଲଟ୍ରାସୋନିକ୍ ତରଙ୍ଗ ନିର୍ଗତ କରେ ଓ ତାହାର ପ୍ରତିଧ୍ଵନିକୁ ଗ୍ରହଣ କରି ତା’ର ଚତୁଃପାର୍ଶ୍ଵ ରେ ଥିବା ବସ୍ତୁମାନଙ୍କୁ ଜାଣିପାରେ ।
(iii) ବାଦୁଡ଼ି ଉଚ୍ଚ ତାରତ୍ଵ (high pitch) ଅଲଟ୍ରାସୋନିକ୍ ପଲ୍ସମାନଙ୍କୁ ନିର୍ଗତ କରି ପ୍ରେରଣ କରେ ଯାହା ପ୍ରତିବନ୍ଧକଦ୍ଵାରା ପ୍ରତିଫଳିତ ହୋଇ ବାଦୁଡ଼ି କାନ ପାଖକୁ ଫେରିଆସେ ।
(iv) ପ୍ରତିଫଳିତ ଅଲଟ୍ରାସୋନିକ୍ ତରଙ୍ଗର ଲକ୍ଷଣରୁ ବାଦୁଡ଼ି ପ୍ରତିବନ୍ଧକ ବା ପ୍ରତିଫଳକର ଉପସ୍ଥିତି, ଆକୃତି ଓ ପ୍ରକୃତି ଜାଣିପାରେ । ତେଣୁ ନିଜ ଖାଦ୍ୟ ପାଖରେ ସେ ଅନ୍ଧାର ରାତିରେ ବିନା ବାଧାରେ ପହଞ୍ଚିଯାଏ ।
(v) ପ୍ରାକୃତିକ ଉପାୟରେ ବାଦୁଡ଼ି ପ୍ରୟୋଗ କରୁଥିବା ଏହି କୌଶଳ ହିଁ ସୋନାର୍ରେ ପ୍ରୟୋଗ ହୋଇଛି ।
→ ମାନବ କର୍ପୂର ଗଠନ (Structure of Human Ear):
(i) ବାହ୍ୟ କଣ୍ଠକୁ ପିନା (pinna) କୁହାଯାଏ । ଏହା ଚତୁଃ ପାର୍ଶ୍ଵ ର ଧ୍ଵନିକୁ ଗ୍ରହଣ କରି ଶ୍ରୁତିନାଳୀ (auditory canal) ବାଟଦେଇ ଭିତରକୁ ପଠାଏ ।
(ii) କର୍ଷ ଭିତରେ ଥିବା କ୍ଷୁଦ୍ର ଓ ପତଳା ଝିଲ୍ଲୀକୁ କର୍ଣ୍ଣପଟହ (ear drum) ବା ଟିମ୍ପାନିକ୍ ଝିଲ୍ଲୀ କୁହାଯାଏ ।
(iii) ବାୟୁ ମାଧ୍ୟମର ସମ୍ପାଳନ ବର୍ଷ ପରେ ପହଞ୍ଚିଲେ, କର୍ଣ୍ଣପଟହର ବାହାର ପଟେ ବାଘ ହୃଦ୍ଧି ହୁଏ ଏବଂ ତାହା କର୍ଷପଟକୁ ଭିତରକୁ ବୃଦ୍ଧି ହୁଏ ଏବଂ ତାହା କର୍ଣ୍ଣପଟହକୁ ଭିତରକୁ ଠେଲେ।
(iv) ସେହିଭଳି ବିଚଳନ କର୍ଣ୍ଣପଟହ ନିକଟରେ ପହଞ୍ଚିଲେ, କର୍ଣ୍ଣପଟହ ଉପରେ ଚାପ ହ୍ରାସ ପାଏ, ତେଣୁ କର୍ଣ୍ଣପଟହ ବିପରୀତ ଦିଗରେ ବାହାରକୁ ଚାଲିଆସେ । ଏହାଦ୍ଵାରା କର୍ଣ୍ଣପଟହ ବାରମ୍ବାର ଆଗପଛ ହୋଇ କମ୍ପିତ ହୁଏ ।
(v) ଏହି କମ୍ପନ କଣ୍ଠରେ ଥିବା ତିନୋଟି ହାଡ଼; ଯଥା-ହାମର, ଆନ୍ ଭିଲ୍ ଓ ଷ୍ଟିରପ୍ରା ବହୁଗୁଣିତ ହୋଇଥାଏ ।
(vi) ମଧ୍ଯକର୍ଣ୍ଣ ଏହି ଚାପର ପରିବର୍ତ୍ତନକୁ ଅନ୍ତଃକର୍ଣ୍ଣ (inner ear) କୁ ପଠାଏ । ସେଠାରେ କର୍ଣ୍ଣକନ୍ତୁକ (cochlea) ଚାପର ପରିବର୍ତ୍ତନକୁ ବୈଦ୍ୟୁତିକ ସିଗ୍ନାଲ୍ସରେ ପରିଣତ କରେ ।
(vii) ଏହି ସିଗ୍ନାଲ୍ ଶ୍ରୁତିସ୍ନାୟୁ (auditory nerve) ବାଟଦେଇ ମସ୍ତିଷ୍କକୁ ଯାଏ ଏବଂ ମସ୍ତିଷ୍କ ଏହାକୁ ବ୍ୟାଖ୍ୟାକରି ଧ୍ଵନିଭାବରେ ବୁଝିପାରେ ।