Odisha State Board BSE Odisha 9th Class Physical Science Solutions Chapter 2 ଆମ ଚାରିପାଖରେ ଥିବା ପଦାର୍ଥ ବିଶୁଦ୍ଧ କି Textbook Exercise Questions and Answers.
BSE Odisha Class 9 Physical Science Solutions Chapter 2 ଆମ ଚାରିପାଖରେ ଥିବା ପଦାର୍ଥ ବିଶୁଦ୍ଧ କି
1. ନିମ୍ନଲିଖତ ପୃଥକୀକରଣ ପାଇଁ କେଉଁ ପୃଥକୀକରଣ କୌଶଳ ପ୍ରୟୋଗ କରାଯାଏ ?
- ସୋଡ଼ିୟମ୍ କ୍ଲୋରାଇଡ୍ର ଜଳରେ ଏହାର ଦ୍ରବଣକୁ ପୃଥକୀକରଣ ।
- ସୋଡ଼ିୟମ୍ କ୍ଲୋରାଇଡ୍ ଓ ଏମୋନିୟମ୍ କ୍ଲୋରାଇଡ୍ର ମିଶ୍ରଣକୁ ଏମୋନିୟମ୍ କ୍ଲୋରାଇଡ୍ ର ପୃଥକୀକରଣ ।
- ଗୋଟିଏ କାର୍ର ଇଞ୍ଜିନ୍ ତେଲରେ ରହିଯାଇଥିବା ଛୋଟ ଛୋଟ ଧାତୁଖଣ୍ଡମାନଙ୍କର ପୃଥକୀକରଣ ।
- ଫୁଲ ପାଖୁଡ଼ାର ନିର୍ଯାସରୁ (extract) ବିଭିନ୍ନ ବର୍ଣ୍ଣକଣା (ଉପାଦାନ)ର ପୃଥକୀକରଣ ।
- ଦହିରୁ ଲହୁଣିର ପୃଥକୀକରଣ ।
- ଚାହାରୁ ଚାହାପତ୍ରର ପୃଥକୀକରଣ ।
- ଗହମଦାନାରୁ ଚୋପାର ପୃଥକୀକରଣ ।
- ଜଳରେ ଭାସୁଥିବା ସୂକ୍ଷ୍ମ ପଙ୍କ କଣିକାମାନଙ୍କ ପୃଥକୀକରଣ ।
- ପାଣିରୁ ତେଲର ପୃଥକୀକରଣ ।
- ବାଲିରୁ ଲୁହା ପିନ୍ ର ପୃଥକୀକରଣ ।
ଉ –
- ରାଷ୍ଟ1ଭବନ ଓ ସୁଟିକ1କରଣ
- ଊର୍ଦ୍ଧ୍ବ ପାତନ
- ପରିସ୍ରବଣ
- କ୍ରୋମାଟୋଗ୍ରାଫି
- କୋଦ୍ରାପସାରଣ ପଦ୍ଧତି
- ପୃଥକ1କରଣ ଫନେଲ
- ଚାଲୁଣୀରେ ଛାଣିବା
- ଚୁମ୍ବକୀୟ ପୃଥକୀକରଣ
- କୁଲା ଦ୍ଵାରା ପାଦୁଡିବ୍
- ପରିସ୍ରବଣ
2. ଦ୍ରବଣ, ଦ୍ରାବକ, ଦ୍ରବ, ମିଳେଇଯିବା, ଦ୍ରବୀଭୂତ, ଅଦ୍ରବୀଭୂତ, ଛାଣିବା ଓ ବଳକା ଅଂଶ ଇତ୍ୟାଦି ଶବ୍ଦ ବ୍ୟବହାର କରି ଚାହା ପ୍ରସ୍ତୁତିର ସୋପାନଗୁଡ଼ିକ ଲେଖ ।
ଉ –
- ପ୍ରଥମେ କ୍ଷୀରକୁ ଦ୍ରାବକ ଭାବରେ ନେଇ ଗରମ କରାଯାଉ ।
- ସେଥୁରେ ଚିନି ଓ ଚାହାଦାନାକୁ ଦୂବ ଭାବରେ ନେଇ ଦ୍ରବଣ ପ୍ରସ୍ତୁତ କରାଯାଉ । ଏହି ଦ୍ରବଣକୁ କିଛି ସମୟ ଉତ୍ତପ୍ତ କରାଯାଉ ।
- ଚିନି ଦ୍ରବୀଭୂତ ହେବ ଓ ଚାହାଦାନ ମିଳାଇଯିବ ।
- ଚାହା ଛାଣିବା ଦ୍ଵାରା ଅଦ୍ରବୀଭୂତ ଅଂଶ ଅଲଗା ହୋଇଯିବ ।
- ବଳକା ଅଂଶ ହେଉଛି ଆବଶ୍ୟକ ଚାହା ।
3. ବନ୍ଦନା ବିଭିନ୍ନ ତାପମାତ୍ରାରେ ତିନୋଟି ଭିନ୍ନ ପଦାର୍ଥର ଦ୍ରବଣୀୟତା ପର ତଥ୍ୟଗୁଡ଼ିକ ସଂଗ୍ରହ କଲା । 100g ଜଳରେ କେତେ ଗ୍ରାମର ପଦାର୍ଥ ସୃଷ୍ଟି ହୋଇପାରିବ, ସେହି ଦ୍ରବଣୀୟତା ସାରଣୀରେ ଦିଆଯାଇଛି ।
(a) 313K ତାପମାତ୍ରାରେ 50 ଗ୍ରାମ୍ ଜଳରେ ପୋଟାସିୟମ୍ ନାଇଟ୍ରେଟ୍ ଏକ ପୃକ୍ତ ଦ୍ରବଣ ତିଆରି ପାଇଁ କେତେ ବସ୍ତୁତ୍ଵର ପୋଟାସିୟମ୍ ନାଇଟ୍ରେଟ୍ ଆବଶ୍ୟକ ହେବ ?
(b) 353K ତାପମାତ୍ରାରେ ବନ୍ଦନା ପୋଟାସିୟମ୍ କ୍ଲୋରୋଇଡ୍ର ଏକ ଦ୍ରବଣ ଜଳରେ ତିଆରି କଲା ଏବଂ ସାଧାରଣ ତାପମାତ୍ରାରେ ଥଣ୍ଡା କରିବାକୁ ଛାଡ଼ିଦେଲା । ଦ୍ରବଣଟି ଥଣ୍ଡା ହେଲାପରେ ସେ କ’ଣ ପର୍ଯ୍ୟବେକ୍ଷଣ କଲା ବୁଝାଅ ।
(c) 293Kରେ ପ୍ରତ୍ୟେକ ଲବଣର ଦ୍ରବଣୀୟତାର କଳନା କର । ଏହି ତାପମାତ୍ରାରେ କେଉଁ ଲବଣର ଦ୍ରବଣୀୟତା ସର୍ବାଧିକ ?
(d) ଏକ ଲବଣର ଦ୍ରବଣୀୟତା ଉପରେ ତାପମାତ୍ରା ପରିବର୍ତ୍ତନର କ’ଣ ପ୍ରଭାବ ପଡ଼ିଥାଏ ?
ଉ –
(a) 313 K ତାପମାତ୍ରାରେ ଏକ ପୃକ୍ତ ଦ୍ରବଣ ତିଆରି ପାଇଁ
100g ଜଳ ଆବଶ୍ୟକ କରୁଥିବା ପୋଟାସିୟମ୍ ନାଇଟ୍ରେଟର ପରିମାଣ 62g
∴ 50g ଜଳ ଆବଶ୍ୟକ କରୁଥିବା ପୋଟାସିୟମ୍ର ନାଇଟ୍ରେଟର ପରିମାଣ
(b) ବନ୍ଦନା ଲକ୍ଷ୍ୟ କଲାଯେ, ଦ୍ରବଣ ଥଣ୍ଡା ହେବାକୁ ଆରମ୍ଭ କଲାମାତ୍ରେ ପୋଟାସିୟମ କ୍ଲୋରାଇଡ଼ ନିମ୍ନରେ ସଂଗୃହୀତ ହେବାକୁ ଆରମ୍ଭ କଲା । କାରଣ ନିମ୍ନ ତାପମାତ୍ରାରେ ପଦାର୍ଥର ଦ୍ରବଣୀୟତା କମ୍ ହୋଇଥାଏ ।
(c) 20°C = 20 + 273K = 293K
293 K ତାପମାତ୍ରାରେ (100 ଗ୍ରାମ୍ ଜଳରେ)
ପୋଟାସିୟମ୍ ନାଇଟ୍ରେଟର ଦ୍ରବଣ1ପତା – 32 ଗ୍ରାମ୍
ପୋଡ଼ିୟମ୍ କ୍ଲୋରାଇଡ୍ର ଦ୍ରବଣୀୟତା – 36 ଗ୍ରାମ୍
ପୋଟାସିୟମ୍ କ୍ଲୋରାଇଡ୍ର ଦ୍ରବଣୀୟତା – 35 ଗ୍ରାମ୍
ଏମୋନିୟମ୍ କ୍ଲୋରାଇଡ୍ର ଦ୍ରବଣୀୟତା – 37 ଗ୍ରାମ୍
(d) ତାପମାତ୍ରା ବୃଦ୍ଧି ପାଇଲେ ଲବଣର ଦ୍ରବଣୀୟତା ବୃଦ୍ଧିପାଏ ।
4. ନିମ୍ନଲିଖୂତଗୁଡ଼ିକୁ ଉଦାହରଣ ଦେଇ ବୁଝାଅ ।
(a) ପୃକ୍ତ ଦ୍ରବଣ, (b) ବିଶୁଦ୍ଧ ପଦାର୍ଥ, (c) କଲଏଡ୍, (d) ସସ୍ପେନ୍ସନ୍ ।
ଉ –
(a) ପୃକ୍ତ ଦ୍ରବଣ – ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଯେତେବେଳେ ଦ୍ରବଣରେ ଆଉ ଅଧିକ ଦ୍ରବ ଦ୍ରବୀଭୂତ ହୋଇପାରିବ ନାହିଁ, ତାହାକୁ ପୃକ୍ତ ଦ୍ରବଣ କୁହାଯାଏ ।
ଉଦାହରଣ – ଜଳରେ କପର ସଲ୍ଫେଟ୍ ଚୂର୍ଣ ମିଶାଇ ଦ୍ରବଣକୁ ଅବିରତ ଭାବରେ ଗୋଳାଯାଉ । ଚୂର୍ଣ୍ଣଗୁଡ଼ିକ ଦ୍ରବୀଭୂତ ହୋଇଯିବ । ପୁଣି ଚୂର୍ଣ୍ଣ ମିଶାଇ ଗୋଳାଯାଉ । ଏହିପରି କ୍ରମାଗତ ଚୂର୍ଣ୍ଣ ମିଶାଇ ଗୋଳାଇଲେ, ଏପରି ଅବସ୍ଥା ଆସିବ ଯେତେବେଳେ ଆଉ ଚୂର୍ଣ୍ଣ ଦ୍ରବୀଭୂତ ନ ହୋଇ ତଳେ ବସିରହିବ । ତା’ପରେ ଦ୍ରବଣକୁ ଛାଣିଦେଲେ ଯେଉଁ ଦ୍ରବଣ ମିଳିବ, ତାହା ହେଉଛି କପର ସଲ୍ଫେଟ୍ରର ପୃକ୍ତ ଦ୍ରବଣ ।
(b) ବିଶୁଦ୍ଧ ପଦାର୍ଥ :
(i) ଯେଉଁ ପଦାର୍ଥ କେବଳ ଏକ ପ୍ରକାରର ଅଣୁକୁ ନେଇ ଗଠିତ ହୋଇଥାଏ ଏବଂ ପଦାର୍ଥର ପ୍ରତ୍ୟେକ ଅଣୁଗୁଡ଼ିକର ରାସାୟନିକ ଗୁଣ ସମାନ ରହିଥାଏ, ତାହାକୁ ବିଶୁଦ୍ଧ ପଦାର୍ଥ କୁହାଯାଏ ।
(ii) ଚିନି ଏକ ବିଶୁଦ୍ଧ ପଦାର୍ଥ କାରଣ ଏହାର ପ୍ରତ୍ୟେକ ଅଣୁଗୁଡ଼ିକର ରାସାୟନିକ ଗୁଣ ସମାନ ଓ ଏହାର ସଂଯୋଜନ ସମସ୍ତ ଅଂଶରେ ସମାନ ରହିଥାଏ ।
ଉଦାହରଣ – ଚିନି, ଲୁଣ, ଜଳ, ଲୁହା, ତମ୍ବା, ସୁନା, ରୁପା ଇତ୍ୟାଦି ।
(c) କଲଏଡ୍ – କଲଏଡ ଦ୍ରବଣ ଓ ସସ୍ପେନ୍ସନ୍ ର ଏକ ମାଧ୍ୟ ଅବସ୍ଥା । କଲଏଡ୍ ଏକ ଅସମଜାତୀୟ ମିଶ୍ରଣ, ଯାହାର କଣିକାଗୁଡ଼ିକର ଆକାର (1nm ରୁ 100nm ମଧ୍ୟରେ) ଖାଲି ଆଖୁରେ ଦେଖୁବା ପାଇଁ ଖୁବ୍ ଛୋଟ ହୋଇଥାଏ କିନ୍ତୁ ଆଲୋକକୁ ବିସରିତ କରିବା ପାଇଁ ଆବଶ୍ୟକୀୟ ଆକାରଠାରୁ ଅଧିକ ହୋଇଥାଏ ।
ଉଦାହରଣ – ସାବୁନ ମିଶ୍ରିତ ଜଳ, ଅଠା, କ୍ଷୀର, ଏଲୟ ଆଦି କଲଏଡ଼ର ଉଦାହରଣ ଅଟନ୍ତି ।
(d) ସସ୍ପେନସନ୍ – ଦ୍ରାବକରେ ଯେଉଁ ଦ୍ରବ ଦ୍ରବୀଭୂତ ହୁଏ ନାହିଁ ଓ ଯାହାର କଣିକାଗୁଡ଼ିକ ଖାଲି ଆଖୁକୁ ଦେଖାଯାଏ ଏବଂ ଭାସମାନ ଅବସ୍ଥାରେ ଧୀରେ ଧୀରେ ନିମ୍ନରେ ବସିଯାଏ । ତାହାକୁ ସସ୍ପେନ୍ ସନ୍ କୁହାଯାଏ । ସସ୍ପେନସନ୍ ହେଉଛି ତରଳରେ କଠିନର ଏକ ଅସମଜାତୀୟ ମିଶ୍ରଣ । ଏଥିରେ କଣିକାଗୁଡ଼ିକ ଦ୍ରବୀଭୂତ ହୋଇନଥାଏ ।
ଉଦାହରଣ – ବନ୍ୟାଜଳ, ଚକ୍ଗୁଣ୍ଡ ମିଶାପାଣି ଆଦି ସସ୍ପେନସନ୍ ଉଦାହରଣ ।
5. ନିମ୍ନଲିଖୂତ ପ୍ରତ୍ୟେକକୁ ସମଜାତୀୟ ଓ ଅସମଜାତୀୟ ମିଶ୍ରଣ ଭାବେ ଶ୍ରେଣୀବିଭାଗ କର । ସୋଡ଼ାପାଣି, କାଠ, ବାୟୁ, ମାଟି, ଭିନେଗାର, ଛଣା ଚାହା ।
ଉ –
ସମଜାତୀୟ ମିଶ୍ରଣ – ସୋଡ଼ାପାଣି, ବାୟୁ, ଭିନେଗାର, ଛଣା ଚାହା
ଅସମଜାତୀୟ ମିଶ୍ରଣ – ମାଟି, କାଠ
6. ତୁମକୁ ଦିଆଯାଇଥବା ଏକ ରଙ୍ଗହୀନ ତରଳ, ବିଶୁଦ୍ଧ ପାଣି ବୋଲି କିପରି ଜାଣିବ ?
ଉ –
- ପାତନ ଯନ୍ତ୍ରରେ ଉକ୍ତ ରଙ୍ଗହୀନ ତରଳ ପଦାର୍ଥକୁ ନେଇ ତା ମଧ୍ୟରେ ଏକ ଥର୍ମୋମିଟରକୁ ବୁଡ଼ାଇ ରଖ୍ ଉକ୍ତ ପଦାର୍ଥକୁ ଉତ୍ତପ୍ତ କରାଯାଉ ।
- ଥର୍ମୋମିଟରର ତାପମାତ୍ରା 100°C କିମ୍ବା 373K ତାପମାତ୍ରାରେ ପହଞ୍ଚିଲା ପରେ ଯଦି ସମସ୍ତ ତରଳ ପଦାର୍ଥ ଫୁଟିବାକୁ ଲାଗେ ଓ ବାଷ୍ପୀଭୂତ ହୋଇଯାଏ, ତେବେ ଏହା ବିଶୁଦ୍ଧ ଜଳ ବୋଲି ଜଣାପଡ଼ିବ ।
- ଯେତେ ତାପ ପ୍ରୟୋଗ କଲେ ମଧ୍ୟ ଥର୍ମୋମିଟର ତାପମାତ୍ରା 100°C ରୁ ଅଧିକ ହେବ ନାହିଁ, ତେବେ ଏହା ବିଶୁଦ୍ଧ ଜଳ ନୁହେଁ ବୋଲି ଜଣାପଡ଼ିବ ।
7. ନିମ୍ନଲିଖତ କେଉଁ ଦ୍ରବ୍ୟଗୁଡ଼ିକ ବିଶୁଦ୍ଧ ପଦାର୍ଥ ?
(a) ବରଫ (b) କ୍ଷୀର (c) ଲୁହା (d) ଲବଣାର୍ମି (e) କାସିୟମ୍ ଅକ୍ସାଇଡ୍ (f) ପାରଦ (g) ଇଟା (h) କାଠ (i) ବାୟୁ ।
ଉ –
ବିଶୁଦ୍ଧ ପଦାର୍ଥ – ବରଫ, ଲୁହା, ଲବଣାମ୍ଳ, କ୍ୟାଲ୍ସିୟମ୍ ଅକ୍ସାଇଡ୍,
8. ନିମ୍ନଲିଖୁତ ମିଶ୍ରଣମାନଙ୍କ ମଧ୍ୟରୁ ଦ୍ରବଣଗୁଡ଼ିକୁ ଚିହ୍ନାଅ ।
(a) ମାଟି (b) ସମୁଦ୍ରଜଳ (c) ବାୟୁ (d) କୋଇଲା (e) ସୋଡ଼ା ପାଣି
ଉ –
ଦ୍ରବଣ – ସମୁଦ୍ରଜଳ ଓ ସୋଡ଼ାପାଣି ।
9. ନିମ୍ନଲିଖତ କେଉଁ ଉଦାହରଣରେ ଟିଣ୍ଡାଲ ସିଦ୍ଧାନ୍ତ ଦେଖୁହେବ ।
(a) ଲୁଣ ଦ୍ରବଣ (b) କ୍ଷୀର (c) କପର ସଲ୍ଟ୍ ଦ୍ରବଣ (d) ଷ୍ଟାର୍ଚ୍ଚ
ଉ –
କ୍ଷୀର ଓ ଷ୍ଟାର୍କ ଦ୍ରବଣରେ ଟାଇଣ୍ଡାଲ ପ୍ରଭାବ ଦେଖୁହେବ ।
10. ନିମ୍ନଲିଖତ ଦ୍ରବ୍ୟଗୁଡ଼ିକୁ ମୌଳିକ, ଯୌଗିକ ଓ ମିଶ୍ରଣ ଭାବେ ଶ୍ରେଣୀବିଭାଗ କର ।
(a) ସୋଡ଼ିୟମ୍ (b) ମାଟି (c) ଚିନି ଦ୍ରବଣ (d) ରୁପା (e) କାଲସିୟମ୍ କାର୍ବୋନେଟ୍ (f) ଟିଣ (g) ସିଲିକନ୍ (h) କୋଇଲା (i) ବାୟୁ (j) ସାବୁନ (k) ମିଥେନ (l) କାର୍ବନ୍ ଡାଇଅକ୍ସାଇଡ୍ (m) ରକ୍ତ ।
ଉ –
ମୌଳିକ – ସୋଡ଼ିୟମ୍ (Na), ରୁପା (Ag), ଟିଣ (Sn), ସିଲିକନ୍ (Si)
ଯୌଗିକ – କ୍ୟାଲ୍ସିୟମ୍ କାର୍ବୋନେଟ୍ (CaCO3), ମିଥେନ୍ (CH4), କାର୍ବନ ଡାଇଅକ୍ସାଇଡ୍
ମିଶ୍ରଣ – ମାଟି, ଚିନି ଦ୍ରବଣ, ବାୟୁ, ସାବୁନ, ରକ୍ତ, କୋଇଲା
11. ନିମ୍ନଲିଖ ମଧ୍ୟରୁ କେଉଁଗୁଡ଼ିକ ରାସାୟନିକ ପରିବର୍ତ୍ତନ ?
ଉ –
- ଏକ ଗଛର ବୃଦ୍ଧି
- ଲୁହାରେ କଳଙ୍କି ଲାଗିବା
- ଲୁହା ଗୁଣ୍ଡ ଓ ବାଲି ମିଶିବା
- ଖାଦ୍ୟ ଚାନ୍ଦିବା
- ଖାଦ୍ୟ ହଜମ ହେବା
- ଜଳ ବରଫ ହେବା
- ମହମବତୀ ଜଳିବା ।
ରାସାୟନିକ ପରିବର୍ତ୍ତନ – ଗଛର ବୃଦ୍ଧି, ଲୁହାରେ କଳଙ୍କି ଲାଗିବା, ଖାଦ୍ୟ ରାନ୍ଧିବା, ଖାଦ୍ୟ ହଜମ ହେବା ମହମବତୀ ଜଳିବା ।
ପ୍ରଶ୍ନବଳୀ ଓ ଉତ୍ତର:
1. ପଦାର୍ଥ (Substance) କହିଲେ କ’ଣ ବୁଝ ?
ଉ-
ବସ୍ତ୍ର ହେଉଛି ଏକପ୍ରକାର ପଦାର୍ଥ ଯାହାକୁ ଭୌତିକ ଉପାୟରେ ଅନ୍ୟପ୍ରକାର ପଦାର୍ଥକୁ ପୃଥକ କରାଯାଇପାରିବ ।
ଉଦାହରଣ : ଖାଇବା ଲୁଣ (NaCl) ଏକ ବସ୍ତ ଯାହାର ରାସାୟନିକ ଉପାଦାନ, ଯଥା – ସୋଡିୟମ୍ (Na) ଓ କ୍ଲୋରିନ୍ (C) କୁ ଭୌତିକ ପ୍ରକ୍ରିୟାଦ୍ଵାରା ପୃଥକ୍ କରିହେବ ନାହିଁ ।
2. ସମଜାତୀୟ ଓ ଅସମଜାତୀୟ ମିଶ୍ରଣ ମଧ୍ୟରେ ଥିବା ପାର୍ଥକ୍ୟଗୁଡ଼ିକ ଲେଖ ।
ଉ-
3. ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଗୋଟିଏ ପୃକ୍ତ ଦ୍ରବଣ ନେଇ ତାହାକୁ ଧୀରେ ଧୀରେ ଥଣ୍ଡା କଲେ କ’ଣ ହେବ ?
ଉ-
ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଗୋଟିଏ ପୃକ୍ତ ଦ୍ରବଣ ନେଇ ତାହାକୁ ଧୀରେ ଧୀରେ ଥଣ୍ଡା କଲେ ତାହାର ଗାଢ଼ତା ବୃଦ୍ଧି ପାଇବ, ଅର୍ଥାତ୍ ଆମେ ଏକ ଗାଢ଼ ଦ୍ରବଣ ପାଇବା; କାରଣ ଏଥିରେ ଦ୍ରବର ପରିମାଣ ଅଧିକ ରହିଛି ।
4. ଉଦାହରଣ ସହ ସମଜାତୀୟ ଓ ଅସମଜାତୀୟ ମିଶ୍ରଣ ମଧ୍ୟରେ ଥିବା ପାର୍ଥକ୍ୟ ଦର୍ଶାଅ ।
ଉ-
5. ସୋଲ, ଦ୍ରବଣ ଓ ଭାସମାନ କଣିକା ପରସ୍ପରଠାରୁ କିପରି ପୃଥକ୍, ବୁଝାଇ ଦିଅ ।
ଉ-
6. 293 K ତାପମାତ୍ରାରେ 100 ଗ୍ରାମ୍ ଜଳରେ 36 ଗ୍ରାମ୍ର ସୋଡ଼ିୟମ୍ କ୍ଲୋରାଇଡ୍ ମିଶାଇ ଏକ ପୃକ୍ତ ଦ୍ରବଣ ପ୍ରସ୍ତୁତ କରାଗଲା । ଏହାର ଗାଢ଼ତା ଉପରୋକ୍ତ ତାପମାତ୍ରାରେ ନିର୍ଣ୍ଣୟ କର ।
ଉ-
ଦ୍ରବ(ସୋଡ଼ିୟମ କ୍ଲୋରାଇଡ୍)ର ବସ୍ତୁତ୍ଵ = 36 ଗ୍ରାମ୍, ଦ୍ରାବକ(ଜଳ)ର ବସ୍ତତ୍ଵ = 100 ଗ୍ରାମ୍
ଦ୍ରବଣର ବସ୍ତୁତ୍ଵ = ଦ୍ରବର ବସ୍ତତ୍ଵ + ଦ୍ରାବକର ବସ୍ତତ୍ଵ = 100 + 36 = 136 ଗ୍ରାମ୍ ।
∴ ଦ୍ରବଣର ବସ୍ତୁତ୍ୱ ଶତକଡା ବା ଗାଢ଼ତା
× 100 = \(\frac { 36g }{ 136g }\) x 100 = 26.47%
7. ବାୟୁରେ ଥିବା ବିଭିନ୍ନ ଗ୍ୟାସ୍ଗୁଡ଼ିକୁ ସେମାନଙ୍କର ସ୍ଫୁଟନାଙ୍କର ବଦ୍ଧିତକ୍ରମରେ ସଜାଅ ।
ଉ-
8. ବାୟୁ ଥଣ୍ଡା ହେଲାବେଳେ କେଉଁ ଗ୍ୟାସ୍ ପ୍ରଥମେ ତରଳରେ ପରିଣତ ହୁଏ ?
ଉ-
ଆଂଶିକ ପାତନ ସ୍ତମ୍ଭରେ ବାୟୁ ଥଣ୍ଡା ହେଲାବେଳେ ଅକ୍ସିଜେନ୍ ଗ୍ୟାସ୍ ପ୍ରଥମେ ତରଳରେ ପରିଣତ ହୁଏ ।
9. ତୁମେ କିପରି ପରସ୍ପର ସହିତ ମିଶି ଯାଉଥବା କିରୋସିନି ଓ ପେଟ୍ରୋଲର ମିଶ୍ରଣକୁ ପୃଥକ୍ କରିପାରିବ ?
(ସେମାନଙ୍କର ସ୍ଫୁଟନାଙ୍କ ମଧ୍ୟରେ ପାର୍ଥକ୍ୟ 25°C ରୁ ଅଧିକ)
ଉ-
- କିରୋସିନି ଓ ପେଟ୍ରୋଲର ମିଶ୍ରଣକୁ ଆଂଶିକ ପାତନ ପ୍ରଣାଳୀ ବ୍ୟବହାର କରି ପୃଥକ୍ କରାଯାଇ ପାରିବ । କାରଣ ଉଭୟ ତରଳ ବିଘଟିତ ନହୋଇ ଫୁଟିଥା’ନ୍ତି ଏବଂ ସେମାନଙ୍କର ସ୍ଫୁଟନାଙ୍କ ମଧ୍ୟରେ ଯଥେଷ୍ଟ ପାର୍ଥକ୍ୟ ଥାଏ ।
- କିରୋସିନିର ସ୍ଫୁଟନାଙ୍କ ପରିସର 170°C ରୁ 250°C ଏବଂ ପେଟ୍ରୋଲର ସ୍ଫୁଟନାଙ୍କ ପରିସର 30°C ରୁ 170°C |
- ଆଂଶିକ ପାତନ ଯନ୍ତ୍ରରେ କିରୋସିନି ଓ ପେଟ୍ରୋଲର ମିଶ୍ରଣକୁ ଉତ୍ତପ୍ତ କରାଗଲେ, ଏହା ବାଷ୍ପରେ ପରିଣତ ହୋଇଥାଏ । ଏକ ନିର୍ଦ୍ଦିଷ୍ଟ ସ୍ଫୁଟନାଙ୍କ ବିଶିଷ୍ଟ ଉତ୍ତପ୍ତ ବାଷ୍ପ ପାତନ ଯନ୍ତ୍ରରେ ଘନୀଭୂତ ହୋଇ ତରଳରେ ପରିଣତ ହୋଇଥାଏ ।
- ପ୍ରଥମେ କିରୋସିନି 170°Cରୁ 250°C ସ୍ଫୁଟନାଙ୍କ ପରିସରରେ ଘନୀଭୂତ ହୋଇ ତରଳ ଅବସ୍ଥା ପ୍ରାପ୍ତ ହୋଇଥାଏ ଏବଂ ଆଂଶିକ ପାତନ ଯନ୍ତ୍ରର ଏକ କୋଠରିରେ ଜମା ହୋଇଥାଏ ।
- ତା’ପରେ ପେଟ୍ରୋଲ 70°C ରୁ 170°C ସ୍ଫୁଟନାଙ୍କ ପରିସରରେ ଘନୀଭୂତ ହୋଇ ତରଳ ଅବସ୍ଥା ପ୍ରାପ୍ତ ହୋଇଥାଏ ଏବଂ ପାତନ ଯନ୍ତ୍ରର ଅନ୍ୟ ଏକ କୋଠରିରେ ଜମା ହୁଏ ।
10. ନିମ୍ନ ପ୍ରଦତ୍ତ ପ୍ରଶ୍ନରେ ପୃଥକ୍ କରିବା କୌଶଳମାନଙ୍କର ନାମ ଲେଖ । ପୃଥକ୍ କରିବା କୌଶଳର ନାମ
ଉ-
- ଦହିରୁ ଲହୁଣୀ → କେନ୍ଦ୍ରାପସାରଣ
- ସମୁଦ୍ରଜଳରୁ ଲୁଣ → ବାଷ୍ପୀଭବନ ଓ ସ୍ଫଟିକୀକରଣ
- ଲୁଣରୁ କର୍ପୂର → ଊର୍ଷପାତନ
11. ସ୍ଫଟିକୀକରଣର କୌଶଳଦ୍ଵାରା କେଉଁ ପ୍ରକାର ମିଶ୍ରଣମାନଙ୍କୁ ପୃଥକ୍ କରାଯାଇଥାଏ ?
ଉ-
- ସମୁଦ୍ର ଜଳ ଏକ ସମଜାତୀୟ ମିଶ୍ରଣ । ଏହି ଜଳରୁ ମିଳୁଥିବା ଲୁଣରେ ଅନେକ ଅପଦ୍ରବ ରହିଥାଏ । ଏହି ଅପଦ୍ରବମାନଙ୍କୁ ଅପସାରଣ କରିବା ପାଇଁ ସ୍ଫଟିକୀକରଣ ପ୍ରଣାଳୀ ବ୍ୟବହାର କରାଯାଏ ।
- ସ୍ଫଟିକୀକରଣ ପଦ୍ଧତିରେ ଦ୍ରବଣରୁ ଶୁଦ୍ଧ କଠିନକୁ ସ୍ଫଟିକ ଆକାରରେ ଅଲଗା କରାଯାଇଥାଏ । ଅଶୁଦ୍ଧ ନମୁନାରୁ ବିଶୁଦ୍ଧ କପର ସଲ୍ଫେଟ୍ (ଫିଟିକିରି) ପାଇବାପାଇଁ ମଧ୍ୟ ସ୍ଫଟିକୀକରଣ ପ୍ରଣାଳୀ ବ୍ୟବହାର କରାଯାଏ ।
12. ନିମ୍ନଲିଖତ ପରିବର୍ତ୍ତନଗୁଡ଼ିକୁ ରାସାୟନିକ ବା ଭୌତିକ ଆକାରରେ ଶ୍ରେଣୀବିଭାଗ କର ।
- ଗଛ କାଟିବା ।
- ଆଲମାରୀରେ କଳଙ୍କି ଲାଗିବା (rusting) ।
- ଜଳ ମଧ୍ୟରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ କରାଇବାଦ୍ଵାରା ଜଳ ହାଇଡ୍ରୋଜେନ୍ ଓ ଅକ୍ସିଜେନ୍ ଗ୍ୟାସ୍ରେ ପରିଣତ ହେବା ।
- ଜଳରେ ସାଧାରଣ ଲୁଣ ଦ୍ରବୀଭୂତ ହେବା ।
- କାଗଜ ଓ କାଠକୁ ଜାଳିବା ।
- ତାୱାରେ ଲହୁଣୀକୁ ତରଳାଇବା |
- ଜଳର ସ୍ଫୁଟନ ଓ ବାଷ୍ପର ସୃଷ୍ଟି ।
- କଞ୍ଚାଫଳରୁ ଏକ ଫଳସାଲାଡ଼ ତିଆରି କରିବା
ଉ-
ଭୌତିକ ପରିବର୍ତ୍ତନ
- ଗଛ କାଟିବା ।
- ତାୱାରେ ଲହୁଣୀକୁ ତରଳାଇବା |
- ଜଳର ସ୍ଫୁଟନ ଓ ବାଷ୍ପର ସୃଷ୍ଟି ।
- ଜଳରେ ସାଧାରଣ ଲୁଣ ଦ୍ରବୀଭୂତ ହେବା |
ରାସାୟନିକ ପରିବର୍ତ୍ତନ
- ଆଲମାରୀରେ କଳଙ୍କି ଲାଗିବା (rusting) ।
- ଜଳ ମଧ୍ୟରେ ବିଦ୍ୟୁତ୍ ପ୍ରବାହିତ କରାଇବା ଦ୍ଵାରା
- ଜଳ ହାଇଡ୍ରୋଜେନ୍ ଓ ଅକ୍ସିଜେନ୍ ଗ୍ୟାସ୍ରେ
- ପରିଣତ ହେବା
କଞ୍ଚାଫଳରୁ ଏକ ଫଳ ସାଲାଡ୍ ତିଆରି କରିବା । କାଗଜ ଓ କାଠକୁ ଜାଳିବା
13. ତୁମ ଚାରିପଟେ ଥିବା ପଦାର୍ଥମାନଙ୍କୁ ବିଶୁଦ୍ଧ ପଦାର୍ଥ କିମ୍ବା ମିଶ୍ରଣ ଭାବରେ ଅଲଗା ଅଲଗା କର
ଉ-
କାର୍ଯ୍ୟାବଳୀ (Activity)
ତୁମପାଇଁ କାମ 2.1 :
ଗୋଟିଏ ଶ୍ରେଣୀର ପିଲାମାନଙ୍କୁ A, B, C, D ନାମକ ଚାରୋଟି ଗ୍ରୁପ୍ରେ ବିଭକ୍ତ କରାଯାଉ । A ଗ୍ରୁପ୍ର ପିଲାମାନଙ୍କୁ ଏକ ବିକରରେ 50 ମି.ଲି. ଜଳ ଓ ଏକ ଚାମଚ କପର ସଲ୍ଫେଟ୍ ଗୁଣ୍ଡ ଦିଆଯାଉ । B ଗ୍ରୁପ୍ର ପିଲାମାନଙ୍କୁ ଏକ ବିକରରେ 50 ମି.ଲି. ଜଳ ଓ ଦୁଇ ଚାମଚ କପର ସଲ୍ଫେଟ୍ ଗୁଣ୍ଡ ଦିଆଯାଉ ।
ଗ୍ରୁପ୍ C ଓ D ର ପିଲାମାନଙ୍କୁ ଭିନ୍ନ ପରିମାଣର କପର ସଲ୍ଫେଟ୍ ଏବଂ ପୋଟାସିୟମ୍ ପରମାଙ୍ଗାନେଟ୍ କିମ୍ବା ସାଧାରଣ ଲୁଣ (ସୋଡ଼ିୟମ୍ କ୍ଲୋରାଇଡ୍) ଦିଆଯାଉ । ସେମାନେ ନେଇଥିବା ଉପାଦାନଗୁଡ଼ିକୁ ମିଶାଇ ଅଲଗା ଅଲଗା ମିଶ୍ରଣ ପ୍ରସ୍ତୁତ କରନ୍ତୁ ।
ପର୍ଯ୍ୟବେକ୍ଷଣ :
ସବୁ ଗ୍ରୁପ୍ର ପିଲାମାନେ ମିଶ୍ରଣର ରଙ୍ଗ ଓ ରୂପବିନ୍ୟାସ ସଂପର୍କରେ ତଥ୍ୟ ସଂଗ୍ରହ କର ।
ଉ –
- ଗ୍ରୁପ୍ A ଓ Bର ପିଲାମାନେ ପ୍ରସ୍ତୁତ କରିଥିବା ମିଶ୍ରଣର ସଂଯୋଜନ (composition) ସବୁ ଅଂଶରେ ସମାନ । ଏହି ପ୍ରକାର ମିଶ୍ରଣକୁ ସମଜାତୀୟ (Homogeneous) ମିଶ୍ରଣ ବା ଦ୍ରବଣ କୁହାଯାଏ । ଚିନିପାଣି, ଲୁଣପାଣି ଆଦି ସମଜାତୀୟ ମିଶ୍ରଣର ଉଦାହରଣ ଅଟେ ।
- କିନ୍ତୁ Bର ପିଲାମାନେ ପ୍ରସ୍ତୁତ କରିଥିବା କପର ସଲଫେଟ୍ ମିଶ୍ରଣର ରଙ୍ଗ ଗ୍ରୁପ୍ A ପିଲାମାନେ ପ୍ରସ୍ତୁତ କରିଥିବା ମିଶ୍ରଣଠାରୁ ଅଧିକ ଗାଢ଼ ଅଟେ ।
ସିଦ୍ଧାନ୍ତ : ଏଥରୁ ଜଣାଯାଏ ଯେ, ଏକ ସମଜାତୀୟ ମିଶ୍ରଣର ସଂଯୋଜନ ପରିବର୍ତ୍ତନଶୀଳ ହୋଇପାରେ । - ଗ୍ରୁପ୍ C ଓ D ର ପିଲାମାନେ ପ୍ରସ୍ତୁତ କରିଥିବା ମିଶ୍ରଣର ସଂଯୋଜନ ସବୁ ଅଂଶରେ ସମାନ ନୁହେଁ । ଏପ୍ରକାରର ମିଶ୍ରଣକୁ ଅସମଜାତୀୟ (Heterogeneous) ମିଶ୍ରଣ କୁହାଯାଏ ।
ଉଦାହରଣ : ସୋଡ଼ିୟମ୍ କ୍ଲୋରାଇଡ୍ ଓ ଲୁହାଗୁଣ୍ଡର ମିଶ୍ରଣ, ଲୁଣ ଓ ଗନ୍ଧକର ମିଶ୍ରଣ, ତେଲ ଓ ଜଳର ମିଶ୍ର ମିଶ୍ରଣ ଇତ୍ୟାଦି ଅସମଜାତୀୟ ମିଶ୍ରଣର ଉଦାହରଣ ଅଟେ
ସିଦ୍ଧାନ୍ତ : ଏକ ଅସମଜାତୀୟ ମିଶ୍ରଣର ଅଲଗା ଅଲଗା ଅଂଶ ରହିଥାଏ ।
ତୁମପାଇଁ କାମ 2.2 :
ପୁଣି ଥରେ ଶ୍ରେଣୀର ପିଲାମାନଙ୍କୁ ଚାରୋଟି ଗ୍ରୁପ୍ A, B, C ଓ D ନାମରେ ବିଭକ୍ତ କରାଯାଉ । A ଗ୍ରୁପ୍ର ପିଲାମାନଙ୍କୁ ଅଳ୍ପ ପରିମାଣର କପର ସଲ୍ଫେଟ୍ ସ୍ଫଟିକ, ଗ୍ରୁପ୍ Bର ପିଲାମାନଙ୍କୁ ପୂରା ଚାମଚ କପର ସଲ୍ଫେଟ୍, ଗ୍ରୁପ୍ C ର ପିଲାମାନଙ୍କୁ ଚକ୍ଗୁଣ୍ଡ ବା ଅଟାଗୁଣ୍ଡ ଏବଂ ଗ୍ରୁପ୍ Dର ପିଲାମାନଙ୍କୁ ଅଳ୍ପ କେତେ ଟୋପା କ୍ଷୀର ବା କାଳି ଦିଆଯାଉ । ପ୍ରତ୍ୟେକ ଗ୍ରୁପ୍ ପାତ୍ରରେ ଜଳ ନେଇ ସେମାନଙ୍କୁ ଦିଆଯାଇଥିବା ପଦାର୍ଥଗୁଡ଼ିକୁ ସେଥୁରେ ମିଶାଇ କାଚ ରଡ୍ ସାହାଯ୍ୟରେ ଗୋଳାନ୍ତୁ ।
ପର୍ଯ୍ୟବେକ୍ଷଣ : ମିଶ୍ରଣର କଣିକାଗୁଡ଼ିକ ଆଖୁକୁ ଦେଖାଯାଉଛି କି ?
ଉ
ଗ୍ରୁପ୍ A, B ଓ D ପ୍ରସ୍ତୁତ କରିଥିବା ମିଶ୍ରଣର କଣିକା ଆଖୁକୁ ଦେଖାଯାଉ ନାହିଁ; କିନ୍ତୁ ଗ୍ରୁପ୍ C ପ୍ରସ୍ତୁତ କରିଥିବା ମିଶ୍ରଣର କଣିକା ଆଖୁକୁ ଦେଖାଯାଉଛି ।
ଗୋଟିଏ ଟର୍ଚ୍ଚରୁ ନିର୍ଗତ ଆଲୋକ ରଶ୍ମିକୁ ବିକରରେ ଥିବା ମିଶ୍ରଣ ଉପରେ ଗୋଟିଏ ପଟରୁ ପକାଇ ଅନ୍ୟ ପଟରୁ ଲକ୍ଷ୍ୟ କର । ଆଲୋକ ରଶ୍ମିର ଗତିପଥ ଦେଖାଯାଉଛି କି ?
ଉ
ଗ୍ରୁପ୍ A ଓ B ପ୍ରସ୍ତୁତ କରିଥିବା ମିଶ୍ରଣରେ ଆଲୋକ ରଶ୍ମିର ଗତିପଥ ଦେଖାଯିବ ନାହିଁ । ଗ୍ରୁପ୍ C ଓ D ପ୍ରସ୍ତୁତ କରିଥିବା ମିଶ୍ରଣରେ ଆଲୋକ ରଶ୍ମିର ଗତିପଥ ଦେଖାଯିବ ।
ମିଶ୍ରଣକୁ କିଛି ସମୟ ପାଇଁ ସ୍ଥିର ରଖାଯାଉ । ମିଶ୍ରଣଟି ସ୍ଥିର ରହିଛି ନା ତା’ର କଣିକାଗୁଡ଼ିକୁ ବିକରର ନିମ୍ନରେ ବସିଯିବା ପାଇଁ କିଛି ସମୟ ଆବଶ୍ୟକ କରୁଛି ?
ଉ
ଗ୍ରୁପ୍ A, B ଓ D ପ୍ରସ୍ତୁତ କରିଥିବା ମିଶ୍ରଣଗୁଡ଼ିକ ସ୍ଥିର ରହିବ । କିନ୍ତୁ ଗ୍ରୁପ୍ ୯ ପ୍ରସ୍ତୁତ କରିଥିବା ମିଶ୍ରଣର କଣିକାଗୁଡ଼ିକୁ ବିକରର ନିମ୍ନରେ ବସିଯିବା ପାଇଁ କିଛି ସମୟ ନେବେ ।
ମିଶ୍ରଣକୁ ଫିଲ୍ଟର କାଗଜ ବ୍ୟବହାର କରି ଛାଣ । ଫିଲ୍ଟର କାଗଜରେ କିଛି ଅବଶେଷ ରହିଛି କି ?
ଉ
ଗ୍ରୁପ୍ A, B ଓ D ପ୍ରସ୍ତୁତ କରିଥିବା ମିଶ୍ରଣକୁ ଫିଲ୍ଟର କାଗଜରେ ଛାଣିଲେ କିଛି ଅବଶେଷ ରହିବ ନାହିଁ । କିନ୍ତୁ ଗ୍ରୁପ୍ C ପ୍ରସ୍ତୁତ କରିଥିବା ମିଶ୍ରଣକୁ ଫିଲ୍ଟର କାଗଜରେ ଛାଣିଲେ ଅବଶେଷ ରହିଯିବ ।
ସିଦ୍ଧାନ୍ତ : : ଗ୍ରୁପ୍ A ଓ B ପ୍ରସ୍ତୁତ କରିଥିବା ମିଶ୍ରଣ ଦ୍ରବଣ, ଗ୍ରୁପ୍ C ପ୍ରସ୍ତୁତ କରିଥିବା ମିଶ୍ରଣ ସସ୍ପେନ୍ ସନ ଏବଂ ଗ୍ରୁପ୍ D ପ୍ରସ୍ତୁତ କରିଥିବା ମିଶ୍ରଣ କଲଏଡ୍ ଅଟେ ।
ତୁମପାଇଁ କାମ 2.3 :
ଦୁଇଟି ବିକରରେ ପାଖାପାଖୁ 50 ମି.ଲି. ଲେଖାଏଁ ଜଳ ନିଆଯାଉ । ଗୋଟିଏ ବିକରରେ ଲୁଣ ଓ ଅନ୍ୟ ବିକରରେ ଚିନି ମିଶାଇ ଲଗାତର ଭାବେ ଗରମ କରାଯାଉ । ଯେତେବେଳେ ଆଉ ଅଧ୍ବକ ଦ୍ରବ ମିଶିପାରିବ ନାହିଁ, ସେତେବେଳେ ବିକରକୁ ଗରମ କରି ସେଥିରେ ଥିବା ଦ୍ରବଣର ତାପମାତ୍ରା ପ୍ରାୟ 5°C ବୃଦ୍ଧି କରାଯାଉ । ପୁନଶ୍ଚ ସେଥୁରେ ଦ୍ରବ ମିଶାଇବା ଆରମ୍ଭ କରାଯାଉ ।
ପର୍ଯ୍ୟବେକ୍ଷଣ :
ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଜଳରେ ଦ୍ରବୀଭୂତ ହୋଇପାରୁଥିବା ଲୁଣ ଓ ଚିନିର ପରିମାଣ କ’ଣ ସମାନ ?
ଉ
ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଜଳରେ ଦ୍ରବୀଭୂତ ହୋଇପାରୁଥିବା ଲୁଣ ଓ ଚିନିର ପରିମାଣ ଅସମାନ ।
ସିଦ୍ଧାନ୍ତ : ଏକ ନିର୍ଦ୍ଦିଷ୍ଟ ତାପମାତ୍ରାର ଏକ ପ୍ରଦତ୍ତ ଦ୍ରାବକରେ ଭିନ୍ନ ଭିନ୍ନ ବସ୍ତର ଦ୍ରବଣୀୟତା ଭିନ୍ନ ଭିନ୍ନ ହୋଇଥାଏ ।
ପୃକ୍ତ ଦ୍ରବଣ :
- ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଯେତେବେଳେ ଦ୍ରବଣରେ ଆଉ ଅଧିକ ଦ୍ରବ ଦ୍ରବୀଭୂତ ହୋଇପାରିବ ନାହିଁ, ତାହାକୁ ପୃକ୍ତ ଦ୍ରବଣ (Saturated solution) କୁହାଯାଏ ।
- ଗୋଟିଏ ପୃକ୍ତ ଦ୍ରବଣରେ ଏହି ତାପମାତ୍ରାରେ ଯେଉଁ ପରି ମାଣର ଦ୍ରବ ରହିଥାଏ, ତାହାକୁ ଦ୍ରବଣୀୟତା (Solubility) କୁହାଯାଏ ।
ଅପରିପୃକ୍ତ ଦ୍ରବଣ :
- ଯଦି ଗୋଟିଏ ଦ୍ରବଣରେ ଦ୍ରବର୍ ପରିମାଣ ଏହାର ପୃକ୍ତ ସ୍ତରଠାରୁ କମ୍ ଥାଏ ତେବେ ତାହାକୁ ଅପରିପୃକ୍ତ 996 (Unsaturated solution)
- ଗୋଟିଏ ନିର୍ଦ୍ଦିଷ୍ଟ ପରିମାଣ (ବସ୍ତୁତ୍ଵ କିମ୍ବା ଆୟତନ)ର ଦ୍ରବଣ ବା ଦ୍ରାବକରେ ଦ୍ରବୀଭୂତ ହୋଇଥିବା ଦ୍ରବର ପରିମାଣଦ୍ଵାରା ଦ୍ରବଣର ଗାଢ଼ତା ପ୍ରକାଶ କରାଯାଏ ।
ତୁମପାଇଁ କାମ 2.4 :
ଗୋଟିଏ ବିକରର ଅଧା ପର୍ଯ୍ୟନ୍ତ ପାଣିନେଇ ଏକ ୱାଚ୍ ଗ୍ଲାସ୍ ଉପରେ ରଖାଯାଉ । କିଛି ବୁନ୍ଦା କାଳି ଏହି ୱାଚ୍ ଗ୍ଲାସ୍ ଉପରେ ରଖ୍ ବିକରଟିକୁ ଗରମ କରାଯାଉ । ୱାସ୍ରୁ ବାଷ୍ପୀଭବନ ହେବାକୁ ଆରମ୍ଭ କରିବ । ଗରମ କରିବା ଚାଲୁରଖୁଲେ ବାଷ୍ପୀଭବନ ଘଟିବ ଏବଂ ଗରମ କରିବା ବନ୍ଦ କରିଦେଲେ ୱାଚ୍ ଗ୍ଲାସ୍ରେ ଅଧିକ କିଛି ପରିବର୍ତ୍ତନ ହେବ ନାହିଁ ।
ପର୍ଯ୍ୟବେକ୍ଷଣ :
ୱାଚ୍ ଗ୍ଲାସ୍ରୁ କିଏ ବାଷ୍ପୀଭୂତ ହୋଇଛି ବୋଲି ଭାବୁଛ ?
ଉ –
ୱାଚ୍ ଗ୍ଲାସ୍ରୁ ଜଳ ବାଷ୍ପୀଭୂତ ହୋଇଛି ।
ୱାଚ୍ ଗ୍ଲାସ୍ରେ କିଛି ଅବଶେଷ ରହିଛି କି ?
ଉ –
ୱାଚ୍ ଗ୍ଲାସ୍ରେ ରଞ୍ଜକର ଅବଶେଷ ରହିଛି ।
ତୁମର ମତ କ’ଣ ? କାଳି ଗୋଟିଏ ଏକକ ବସ୍ତୁ (ଶୁଦ୍ଧ) ନା ଏକ ମିଶ୍ରଣ ?
ଉ –
କାଳି ଜଳରେ ରଞ୍ଜକର ଏକ ମିଶ୍ରଣ ।
ସିଦ୍ଧାନ୍ତ : ଏଥୁରୁ ଜଣାଗଲା ଯେ, କାଳି ହେଉଛି ତରଳରେ ରଙ୍ଗର ଏକ ମିଶ୍ରଣ । ବାଷ୍ପୀଭବନ ପ୍ରଣାଳୀରେ ଉଦ୍ବାୟୀ ଉପାଦାନ (ତରଳ ଦ୍ରାବକ)କୁ ଅଣ ଉଦ୍ବାୟୀ ଉପାଦାନ (ଦ୍ରବ) ଠାରୁ ପୃଥକ୍ କରିହେବ ।
(b) କ୍ଷୀରରୁ ସରର ପୃଥକୀକରଣ :
ତୁମପାଇଁ କାମ 2.5 :
ସଂପୂର୍ଣ୍ଣ ସରଥବା କ୍ଷୀର ଏକ ପରୀକ୍ଷା ନଳୀରେ ନିଆଯାଉ । ଦୁଇ ମିନିଟ୍ ପାଇଁ ଏକ ସେଣ୍ଟ୍ରିଫ୍ୟୁଜିଂ ଯନ୍ତ୍ର (Centrifusing machine) ବା ମନ୍ଥନ ଦଣ୍ଡ ସାହାଯ୍ୟରେ ଏହାକୁ ଘୂର୍ଣ୍ଣନ କରାଯାଉ ।
ପର୍ଯ୍ୟବେକ୍ଷଣ :
କ୍ଷୀରକୁ ମନ୍ଥନ କରିସାରିବା ପରେ ତୁମେ କ’ଣ ଲକ୍ଷ୍ୟ କଲ ?
ଉ –
କ୍ଷୀରକୁ ମନ୍ଥନ କରିସାରିବା ପରେ କ୍ଷୀରରୁ ସର ପୃଥକ୍ ହୋଇଯାଏ ।
କ୍ଷୀରରୁ ସର କିପରି ଅଲଗା କରାଯାଇ ପାରିବ, ବୁଝାଇ ଦିଅ ।
ଉ-
କେନ୍ଦ୍ରାପସାରଣ ପଦ୍ଧତିରେ ମିଶ୍ରଣର କଣିକାମାନେ ଦ୍ରୁତ ବେଗରେ ଘୂରିଲାବେଳେ ଅଧିକ ସାନ୍ଦ୍ରତା ବିଶିଷ୍ଟ କଣିକାଗୁଡ଼ିକ ତଳେ ବସିଯାଏ ଏବଂ ହାଲୁକା କଣିକାଗୁଡ଼ିକ ଉପରେ ରହିଯାଏ । ତେଣୁ ସେମାନଙ୍କର ପୃଥକୀକରଣ ହୋଇଥାଏ ।
କେନ୍ଦ୍ରାପସାରଣ ପଦ୍ଧତିର ପ୍ରୟୋଗ
- ରୋଗନିର୍ଣ୍ଣୟ ବିଜ୍ଞାନାଗାରରେ ରକ୍ତ ଓ ମୂତ୍ର ପରୀକ୍ଷା ପାଇଁ ବ୍ୟବହୃତ ହୁଏ ।
- ଦୁଗ୍ଧ ଜାତୀୟ ପଦାର୍ଥର ଉତ୍ପାଦନ କେନ୍ଦ୍ର ଓ ଘରେ ସରରୁ ଲହୁଣୀ ପ୍ରସ୍ତୁତ ପାଇଁ ବ୍ୟବହୃତ ହୁଏ ।
- ଲୁଗାସ। ମେସିନ୍ରେ ଓଦା ଲୁଗାରୁ ଜଳ ଅପସାରଣ କରିବାପାଇଁ ବ୍ୟବହୃତ ହୁଏ ।
- ଦୁଇଟି ମିଶୁନଥୁବା ତରଳ ପଦାର୍ଥର ମିଶ୍ରଣର ପୃଥକୀକରଣ :
ତୁମପାଇଁ କାମ 2.6 :
କିରୋସିନି ତେଲ ଓ ଜଳର ମିଶ୍ରଣକୁ ଏକ ପୃଥକକାରୀ ଫନେଲ୍ରେ ଢଳାଯାଉ । ଏହାକୁ କିଛି ସମୟ ପାଇଁ ହଲଚଲ ନ କରି ରଖୁଲେ କିରୋସିନି ଓ ଜଳର ପୃଥକ୍ ପୃଥକ୍ ସ୍ତର ସୃଷ୍ଟିହେବ । ପୃଥକ୍କାରୀ ଫନେଲ୍ର ଷ୍ଟପ୍କକ୍ (stopcock) ଖୋଲି ଦିଆଯାଉ ଓ ତଳସ୍ତରରେ ଥିବା ଜଳକୁ ଯତ୍ନ ସହକାରେ ତଳମୁହଁ ବାଟେ କାଢ଼ିନିଆଯାଉ । ପୃଥକ୍କାରୀ ଫନେଲ୍ର ଉପର ସ୍ତରରେ ଥିବା ତେଲ ଯେତେବେଳେ ଷ୍ଟପ୍କକ୍ ନିକଟକୁ ଖସିଆସିବ ସେତେବେଳେ ଷ୍ଟପ୍କକ୍କୁ ମୋଡ଼ି ପୁନର୍ବାର ବନ୍ଦ କରିଦିଆଯାଉ ।
ପର୍ଯ୍ୟବେକ୍ଷଣ : ଏଥୁରୁ ଜଣାଗଲା ଯେ, କିରୋସିନି ତେଲର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ କମ୍ ହୋଇଥିବାରୁ ତାହା ଜଳର ଉପର ସ୍ତରରେ ରହିଲା । ଫଳରେ ପୃଥକକାରୀ ଫନେଦ୍ଵାରା ଜଳ ସହଜରେ ଅଲଗା ହୋଇପାରିଲା ।
ସିଦ୍ଧାନ୍ତ : ଦୁଇଟି ମିଶି ପାରୁନଥିବା ତରଳକୁ ସେମାନଙ୍କର ସାନ୍ଦ୍ରତା ପାର୍ଥକ୍ୟ ଯୋଗୁଁ ଦୁଇଟି ସ୍ତରରେ ପୃଥକ୍ କରିହୁଏ ।
ପୃଥକକାରୀ ଫନେଲ୍ ପଦ୍ଧତିର ପ୍ରୟୋଗ :
- ଏହା ତେଲ ଓ ଜଳର ମିଶ୍ରଣକୁ ଅଲଗା କରେ ।
- ଲୁହାକୁ ତାହାର ଧାତୁପିଣ୍ଡରୁ ଅଲଗା କଲାବେଳେ ହାଲୁକା ଧାତୁମଳ (slag)କୁ ଉପରସ୍ତରରୁ ଅଲଗା କରି ଦିଆଯାଏ ଏବଂ ତରଳ ଲୁହା ଫର୍ସେସ୍ ତଳେ ରହିଯାଏ ।
(d) ଲୁଣ ଓ ଏମୋନିୟମ୍ କ୍ଲୋରାଇଡ୍ ମିଶ୍ରଣର ପୃଥକୀକରଣ :
- ଏମୋନିୟମ୍ କ୍ଲୋରାଇଡ୍ ଊର୍ଦ୍ଧ୍ବପାତୀ (Sublimate) ଉଦ୍ୟୀ ପଦାର୍ଥ ଏବଂ ଲୁଣ ଅଣଊର୍ଷପାତୀ (non-sublimate) ପଦାର୍ଥ ଅଟେ ।
- ଏ ପ୍ରକାର ମିଶ୍ରଣର ପୃଥକୀକରଣ ପାଇଁ ଊର୍ଦ୍ଧ୍ୱ ପାତନ ପ୍ରଣାଳୀ ଅବଲମ୍ବନ କରାଯାଏ ।
- କେତେକ କଠିନ ଊର୍ଦ୍ଧ୍ୱ ପାତୀର ଊର୍ଦ୍ଧ୍ଵ ପାତୀର ଉଦାହରଣ ହେଲା – ଏମୋନିୟମ୍ କ୍ଲୋରାଇଡ୍, କର୍ପୂର, ନାଫ୍ଲିନ୍ ଏବଂ ଆନ୍ତଃସିନ୍ ।
(e) କଳା କାଳିର ରଞ୍ଜକ ଏକ ରଙ୍ଗ ବିଶିଷ୍ଟ କି ?
ତୁମପାଇଁ କାମ 2.7 :
ଫିଲ୍ ଟର କାଗଜର ଏକ ସରୁ ପଟ୍ଟ (Strip)ର ତଳଧାରରୁ ପ୍ରାୟ 3 ସେ.ମି. ଉପରେ ପେନ୍ସିଲ୍ ବ୍ୟବହାର କରି ଏକ ଗାର ଟଣାଯାଉ । ଗୋଟିଏ କାଳିକଲମରୁ ଏକ ଛୋଟ ବୁନ୍ଦା କାଳି ଏହି ଗାରର ମଧ୍ୟଭାଗରେ ପକାଇ ଏହାକୁ ଶୁଖୁବାକୁ ଦିଆଯାଉ । ଜଳଥିବା ଏକ ବିକର୍ ଭିତରେ ଫିଲ୍ଟର୍ ପେପରକୁ ପୂରାଯାଉ; ଯେପରି କାଳିବୁନ୍ଦାଟି ଜଳସ୍ତରର ଠିକ୍ ଉପରକୁ ରହିବ । ଏହାକୁ ହଲଚଲ ନ କରି ରଖାଯାଉ ।
ପର୍ଯ୍ୟବେକ୍ଷଣ :
କାଗଜ ଉପରେ ତୁମେ କ’ଣ ଲକ୍ଷ୍ୟ କାଗଜ ଉପରେ ତୁମେ କ’ଣ ଲକ୍ଷ୍ୟ କରୁଛ ?
ଉ –
ଜଳ ଉପର କୁ ଉଠି ଲାବେଳେ ଫିଲ୍ ଟର କାଗଜ ଉପରେ ବିଭିନ୍ନ ରଙ୍ଗ ଦେଖାଯିବ ।
ତୁମେ କ’ଣ ଫିଲ୍ଟର କାଗଜ ପଲ୍ଲୀରେ ବିଭିନ୍ନ ପ୍ରକାର ରଙ୍ଗ ପାଉଛି କି ?
ଉ –
ହଁ, ଫିଲ୍ଟର କାଗଜ ପଲ୍ଲୀରେ ବିଭିନ୍ନ ପ୍ରକାର ରଙ୍ଗ ମିଳିବ ।
ତୁମ ମତରେ ଫିଲ୍ଟର କାଗଜ ପଲ୍ଲୀରେ ରଙ୍ଗୀନ ଦାଗ ଉପରକୁ ଉଠିବାର କାରଣ କ’ଣ ହୋଇପାରେ
ସିଦ୍ଧାନ୍ତ :
କାଳି ବିଭିନ୍ନ ରଙ୍ଗରେ ତିଆରି ହୋଇଥିବାରୁ ଫିଲ୍ଟର କାଗଜ ପଟ୍ଟରେ ରଙ୍ଗୀନ ଦାଗ ଉପରକୁ ଉଠେ । ଏଥିରୁ ଜଣାଗଲା ଯେ, କାଳିରେ ଜଳ ଦ୍ରାବକ ଓ ରଞ୍ଜକ ହେଉଛି ଦ୍ରବ । ଜଳ ଫିଲ୍ଟର୍ କାଗଜରେ ଉପରକୁ ଉଠିଲାବେଳେ ସେହି ଜଳ ନିଜ ସାଙ୍ଗରେ ରଞ୍ଜକର କଣିକାଗୁଡ଼ିକୁ ନେଇ ଉପରକୁ ଉଠେ । ଗୋଟିଏ ରଞ୍ଜକ ସାଧାରଣତଃ ଦୁଇ ବା ତତୋଧ୍ଵକ ରଙ୍ଗର ମିଶ୍ରଣ ଅଟେ । ରଙ୍ଗର ଯେଉଁ ଉପାଦାନ ଜଳରେ ବେଶୀ ଦ୍ରବଣୀୟ ତାହା ଶୀଘ୍ର ଉପରକୁ ଉଠିଥାଏ ଏବଂ ଏହି ପ୍ରଣାଳୀରେ ରଞ୍ଜକର ରଙ୍ଗଗୁଡ଼ିକ ପୃଥକ୍ କରାଯାଏ ।
କ୍ରୋମାଟୋଗ୍ରାଫି (Chromatography) :
ଯେଉଁ ପ୍ରଣାଳୀକୁ ବ୍ୟବହାର କରି ଗୋଟିଏ ଦ୍ରାବକରେ ଦ୍ରବୀଭୂତ ହୋଇଥବା ଏକାଧ୍ୟକ ଦ୍ରବମାନଙ୍କୁ ପୃଥକ କରାଯାଏ ତାହାକୁ କ୍ରୋମୋଟାଗ୍ରାଫି କୁହାଯାଏ ।
କ୍ରୋମାଟୋଗ୍ରାଫିର ପ୍ରୟୋଗ :
- ଏହା ରଞ୍ଜକରେ ଥିବା ରଙ୍ଗମାନଙ୍କୁ ଅଲଗା କରେ ।
- ଏହା ପ୍ରାକୃତିକ ରଙ୍ଗରୁ ବର୍ଣ୍ଣକଣା (pigments) ମାନଙ୍କୁ ଅଲଗା କରେ ।
- ଏହା ନିଶାଦ୍ରବ୍ୟରୁ ରକ୍ତକୁ ଅଲଗା କରେ ।
ଦୁଇଟି ମଣିଷ।ଇଥିବା ତରଳ ପଦାର୍ଥର ମିଶ୍ରଣର ପୃଥକୀକରଣ
ତୁମପାଇଁ କାମ 2.8 :
ଏକ ପାତନ ଫ୍ଲାସ୍କରେ ଏସିଟୋନ୍ ଓ ଜଳର ମିଶ୍ରଣକୁ ନିଆଯାଉ । ଏଥରେ ଏକ ଥର୍ମୋମିଟର ସଂଯୋଗ କରାଯାଉ । ଥର୍ମୋମିଟର ଉପରେ ଲକ୍ଷ୍ୟ ରଖ୍ ଏହି ମିଶ୍ରଣକୁ ଧୀରେ ଧୀରେ ଗରମ କଲେ ଏସିଟୋନ୍ ବାଷ୍ପୀଭୂତ ହୋଇ କଣ୍ଟେନସର୍କୁ ଚାଲିଯିବ ଓ ସେଥୁରେ ଘନୀଭୂତ ହେବ । ଏହାକୁ କଣ୍ଟେନ୍ସର୍ର ବହିଃଗମନ ପଥଦେଇ ସଂଗ୍ରହ କରିହେବ । ପାତନ ଫ୍ଲାସ୍କ ମଧ୍ୟରେ ଜଳ ରହିଯିବ ।
ପର୍ଯ୍ୟବେକ୍ଷଣ :
ମିଶ୍ରଣ ଗରମ ହେବାକୁ ଆରମ୍ଭ ହେଲାବେଳେ, ତୁମେ କ’ଣ ଦେଖିଲ ?
ଉ –
ଏସିଟୋନ୍ ବାଷ୍ପୀଭୂତ ହୋଇ କଣ୍ଟେନ୍ ସର ଆଡ଼କୁ ଗତି କଲା ।
କେଉଁ ତାପମାତ୍ରାରେ ଥର୍ମୋମିଟରର ପଠନାଙ୍କ (reading) କିଛି ସମୟ ପାଇଁ ସ୍ଥିର ରହିଲା ?
ଉ –
78.3°C
ଏସିଟୋନ୍ ର ସ୍ଫୁଟନାଙ୍କ କେତେ ?
ଉ –
78.3°C
କାହିଁକି ଦୁଇଟି ଉପାଦାନ ଅଲଗା ହେଲା ?
ଉ-
କାରଣ ଉପାଦାନ ଦୁଇଟିର ସ୍ଫୁଟନାଙ୍କ ଭିନ୍ନ ।
ସିଦ୍ଧାନ୍ତ : ଏହି ପ୍ରଣାଳୀକୁ ପାତନ କୁହାଯାଏ । ଦୁଇଟି ମିଶି ଯାଇଥବା ତରଳମାନଙ୍କର ସ୍ଫୁଟନାଙ୍କ ତାପମାତ୍ରାରେ ଯଥେଷ୍ଟ ପାର୍ଥ କ୍ୟ ଥାଏ ଓ ଉତ୍ତପ୍ତ ହୋଇ ଫୁଟିଲାବେଳେ ଅପଘଟିତ ହୁଅନ୍ତି ନାହିଁ, ସେହି ତରଳ ମିଶ୍ରଣର ଉପାଦାନଗୁଡ଼ିକୁ ପୃଥକ୍ କରିବା ପାଇଁ ଏହି ପ୍ରଣାଳୀ ବ୍ୟବହୃତ ହୁଏ ।
ଆଂଶିକ ପାତନ ପ୍ରଣାଳୀ :
- ଯେଉଁ ଉପାଦାନଗୁଡ଼ିକର ସ୍ଫୁଟନାଙ୍କ ମଧ୍ୟରେ ପାର୍ଥକ୍ୟ 25Kରୁ କମ୍ ଅଟେ, ସେହି ପ୍ରକାରର ଦୁଇ ବା ଅଧିକ (ମିଶିଯାଇଥିବା) ତରଳମାନଙ୍କ ମିଶ୍ରଣକୁ ଆଂଶିକ ପାତନ ପ୍ରଣାଳୀରେ ପୃଥକ୍ କରାଯାଏ ।
- ଉଦାହରଣ ସ୍ଵରୂପ, ବାୟୁରୁ ବିଭିନ୍ନ ପ୍ରକାର ଗ୍ୟାସୀୟ ଉପାଦାନକୁ ଅଲଗା କରାଯାଏ । ପେଟ୍ରୋଲିୟମ୍ ଜାତ ଦ୍ରବ୍ୟରେ ଥିବା ଛୋଟ ଛୋଟ ଅଂଶବିଶେଷକୁ ଆଂଶିକ ପାତନ ପ୍ରଣାଳୀରେ ଅଲଗା କରାଯାଏ ।
ବାୟୁରୁ ବିଭିନ୍ନ ଗ୍ୟାସ୍ଗୁଡ଼ିକର ପୃଥକୀକରଣ :
- ବାୟୁ ହେ ଉଛି ଏକ ସମଜାତୀୟ ମିଶ୍ରଣ ।
- ଆଂଶିକ ପାତନ ପ୍ରଣାଳୀରେ ବାୟୁ ମଧ୍ୟରେ ଥିବା ଉପାଦାନଗୁଡ଼ିକୁ ଅଲଗା କରାଯାଏ ।
- ବାୟୁରୁ ଏକ ନିର୍ଦ୍ଦିଷ୍ଟ ଗ୍ୟାସ୍ ପାଇବାକୁ ହେଲେ ବାୟୁରେ ରହିଥିବା ଅନ୍ୟ ସମସ୍ତ ଗ୍ୟାସ୍କୁ ଅଲଗା କରିବାକୁ ହେବ ।
- ବାୟୁର ଚାପ ବୃଦ୍ଧିକରି ତାହାକୁ ସଙ୍କୁଚିତ କରିବା ପରେ ତାହାର ତାପମାତ୍ରାକୁ ହ୍ରାସ କଲେ ତରଳ ବାୟୁ ମିଳିବ ।
- ଆଂଶିକ ପାତନ ସ୍ତମ୍ଭରେ ତରଳ ବାୟୁକୁ ଧୀରେ ଧୀରେ ଗରମ କଲେ ବାୟୁରେ ଥିବା ଗ୍ୟାସ୍ମାନେ ସେମାନଙ୍କ ସ୍ଫୁଟନାଙ୍କ ଅନୁ ସାରେ ଭିନ୍ନ ଭିନ୍ନ ଉଚ୍ଚତାରେ ଅଲଗା ହୋଇଯିବେ ।
ତୁମପାଇଁ କାମ 2.9 :
ଏକ ଚିନାପାତ୍ରରେ ପ୍ରାୟ 5g ଅଶୁଦ୍ଧ କପର ସଲ୍ଫେଟ୍ର ନମୁନା ନିଆଯାଉ । ଏହାକୁ ସର୍ବନିମ୍ନ ପରିମାଣର ପାଣିରେ ଦ୍ରବୀଭୂତ କରି ଏଥୁରୁ ଅପଦ୍ରବ ପଦାର୍ଥକୁ ଛାଣି ବାହାରକରି ଦିଆଯାଉ । ପୃକ୍ତ ଦ୍ରବଣ ପାଇବାପାଇଁ
ଦିଆଯାଉ ଓ ଦିନକ ପାଇଁ ହଲଚଲ୍ ନକରି ଘର ତାପମାତ୍ରା (room temperature)ରେ ଧୀରେ ଧୀରେ ଥଣ୍ଡା ହେବାକୁ ଛାଡ଼ି ଦିଆଯାଉ । ଚିନା ପାତ୍ରରେ କପର ସଲ୍ଫେଟ୍ର ସ୍ଫଟିକ ମିଳିବ । ଏହି ପ୍ରଣାଳୀକୁ ସ୍ଫଟିକୀକରଣ (crystallisation) କୁହାଯାଏ ।
ପର୍ଯ୍ୟବେକ୍ଷଣ :
ଚିନାପାତ୍ରରେ ତୁମେ କ’ଣ ନିରୀକ୍ଷଣ କଲ ?
ଉ-
ଚିନାପାତ୍ରରେ କିଛି ନୀଳବର୍ଷର ସ୍ଫଟିକ ଦେଖୁଲୁ ।
ସ୍ଫଟିକଗୁଡ଼ିକ କ’ଣ ଏକାଭଳି ଦେଖାଯାଉଛି ?
ଉ-
ହଁ, ସ୍ଫଟିକଗୁଡ଼ିକ ଏକାଭଳି ଦେଖାଯାଉଛି ।
ଚିନାପାତ୍ରରେ ଥିବା ତରଳ ମଧ୍ୟରୁ ତୁମେ କିପରି ସ୍ଫଟିକଗୁଡ଼ିକୁ ପୃଥକ କରିପାରିବ ?
ଉ –
ଚିନାପାତ୍ରରେ ଥିବା ତରଳକୁ ଏକ ଚାଲୁଣୀରେ ଜାଣିଲେ ସ୍ଫଟିକଖୁଡିକ ଚାଲୁଣୀରେ ରହିଯିବ ଓ ତରଳ ଛାଣି ହୋଇଯିବ ।
ସିଦ୍ଧାନ୍ତ : ସମୁଦ୍ର ଜଳରୁ ମିଳୁଥିବା ଲୁଣରେ ଅନେକ ଅପଦ୍ରବ ରହିଥାଏ । ଏହି ଅପଦ୍ରବମାନଙ୍କୁ ଅପସାରଣ କରିବା ପାଇଁ ସ୍ଫଟିକୀକରଣ ପ୍ରଣାଳୀ ବ୍ୟବହାର କରାଯାଏ । ଏହି ପ୍ରକ୍ରିୟାରେ ଦ୍ରବଣରୁ ଶୁଷ୍କ କଠିନକୁ ସ୍ଫଟିକ ରୂପେ ପୃଥକ କରାଯାଏ
ସ୍ଫଟିକୀକରଣ : ଯେଉଁ ପ୍ରକ୍ରିୟାରେ ଦ୍ରବଣରୁ ଶୁଦ୍ଧ କଠିନକୁ ପୃଥକ କରାଯାଏ, ତାହାକୁ ସ୍ଫଟିକୀକରଣ କୁହାଯାଏ ।
- ସ୍ଫଟିକୀକରଣ ପଦ୍ଧତିରେ ଦ୍ରବଣରୁ ଶୁଦ୍ଧ କଠିନକୁ ସ୍ଫଟିକ ଆକାରରେ ଅଲଗା କରାଯାଇଥାଏ ।
- ସ୍ଫଟିକୀକରଣ କୌଶଳ ଅଧିକ ଭଲ କାରଣ –
- ଶୁଷ୍କ ହେବା ପର୍ଯ୍ୟନ୍ତ ଗରମ କଲେ କେତେକ କଠିନ ବିଘଟିତ ହୋଇଯାଆନ୍ତି ଅଥବା ଆଉ କେତେକ କଠିନ ତିନିପରି ସମ୍ପୁର୍ଣ୍ଣଭାବରେ ପୋଡ଼ିଯାଇ କଳା ହୋଇଯାଆନ୍ତି
- ପରିସ୍ରବଣ ପରେ ବି କେତେକ ଅପଦ୍ରବ ଦ୍ରବଣରେ ଦ୍ରବୀଭୂତ ହୋଇ ରହିଯାଇପାରେ । ବାଷ୍ପୀଭବନ ସମୟରେ ସେଗୁଡ଼ିକ କଠିନକୁ ଦୂଷିତ କରିଥାଏ।
ସ୍ଫଟିକୀକରଣ ପ୍ରୟୋଗ :
(a) ସମୁଦ୍ର ଜଳରୁ ବିଶୁଦ୍ଧ ଲୁଣ ମିଳିଥାଏ । (b) ଅଶୁଦ୍ଧ ନମୁନାରୁ ଫିଟିକିରିର ସ୍ଫଟିକ ମିଳିଥାଏ ।
(iv) ସହରମାନଙ୍କରେ ଜଳଯୋଗାଣ ସଂସ୍ଥା ପିଇବାପାଣି ଯୋଗାଇଥା’ନ୍ତି । ଜଳଯୋଗାଣ ସଂସ୍ଥାରୁ ଘରକୁ ପାନୀୟ ଜଳ ଯୋଗାଇବା ପାଇଁ ବିଭିନ୍ନ ପଦ୍ଧତି ଅବଲମ୍ବନ କରାଯାଏ ।
ତୁମପାଇଁ କାମ 2.10 :
ଶ୍ରେଣୀର ପିଲାମାନଙ୍କୁ ଦୁଇଟି ଦଳରେ ବିଭକ୍ତ କରି ପ୍ରତ୍ୟେକ ଦଳକୁ 5gର ଲୁହାଗୁଣ୍ଡ ଓ 3gର ସଲଫର୍ ଗୁଣ୍ଡ ଗୋଟିଏ ଲେଖାଏଁ ଚିନି ପାତ୍ରରେ ଦିଆଯାଉ ।
ଦଳ – I : ଲୁହାଗୁଣ୍ଡ ଓ ସଲଫର୍ ଗୁଣ୍ଡକୁ ମିଶାଇ ପେଷଣ କରନ୍ତୁ ।
ଦଳ – II : ଲୁହାଗୁଣ୍ଡ ଓ ସଲଫର୍ ଗୁଣ୍ଡର ମିଶ୍ରଣକୁ ଲାଲ୍ ହେବା ପର୍ଯ୍ୟନ୍ତ ଭଲକରି ଗରମ କରନ୍ତୁ ଓ ନିଆଁରୁ କାଢ଼ି ମିଶ୍ରଣକୁ ଥଣ୍ଡା ହେବାକୁ ଦିଅନ୍ତୁ ।
ଦଳ – I ଓ ଦଳ – II : ଚୁମ୍ବକ ସାହାଯ୍ୟରେ ପଦାର୍ଥର ଚୁମ୍ବକତ୍ଵ ଅଛି କି ନାହିଁ ପରୀକ୍ଷା କରନ୍ତୁ ।
ବିଭିନ୍ନ ଦଳ ପାଇଥିବା ପଦାର୍ଥର ରଙ୍ଗ ଓ ମସୃଣତା ତୁଳନା କରାଯାଉ । ପାଇଥିବା ପଦାର୍ଥର ଏକ ଅଂଶରେ କାର୍ବନ ଡାଇସଲଫାଇଡ଼୍ ମିଶାଯାଉ । ଏହାକୁ ଭଲଭାବେ ଗୋଳାଇ ଛଣାଯାଉ । ପଦାର୍ଥର ଅନ୍ୟ ଅଂଶରେ ଲଘୁ ଗନ୍ଧକାମ୍ଳ କିମ୍ବା ଲଘୁ ଲବଣାମ୍ଳ ମିଶାଯାଉ । ଲୁହା ଓ ସଲଫର୍ ମୌଳିକକୁ ଅଲଗା ଅଲଗା ନେଇ ଉପରେ ବର୍ଣ୍ଣିତ କାର୍ଯ୍ୟର ସମସ୍ତ ସୋପାନଗୁଡିକ ଆଉଥରେ କାର୍ଯ୍ୟକାରୀ କରାଯାଉ ।
ପର୍ଯ୍ୟବେକ୍ଷଣ :
ଦୁଇଦଳ ପାଇଥିବା ପଦାର୍ଥ ଦେଖିବାକୁ ଏକା ପ୍ରକାର କି ?
ଉ-
ଦୁଇଦଳ ପାଇଥିବା ପଦାର୍ଥ ଦେଖିବାକୁ ଏକା ପ୍ରକାର ନୁହେଁ |
ଦଳ – I ର ପଦାର୍ଥରେ ଧୂସର ରଙ୍ଗର ଲୁହାକଣିକା ଓ ହଳଦିଆ ରଙ୍ଗର ସଲଫର୍ କଣିକା ଦେଖାଯାଏ ।
ଦଳ – II ର ପଦାର୍ଥରେ କଳାରଙ୍ଗର ଆଇରନ୍ ସଲଫାଇଡ୍ (FeS2) ଯୌଗିକ ଦେଖାଯାଏ ।
କେଉଁ ଦଳ ପାଇଥିବା ପଦାର୍ଥଟି ଚୁମ୍ବକତ୍ଵ ଧର୍ମ ପ୍ରଦର୍ଶନ କରୁଛି ?
ଉ-
ଦଳ – I ପାଇଥିବା ପଦାର୍ଥଟି ଚୁମ୍ବକତ୍ଵ ଧର୍ମ ପ୍ରଦର୍ଶନ କରୁଛି ।
ପାଇଥବା ପଦାର୍ଥର ଉପାଦାନମାନଙ୍କୁ ଆମେ ପୃଥକ୍ କରିପାରିବା କି ?
ଉ-
ଦଳ – I ପାଇଥିବା ପଦାର୍ଥର ଉପାଦାନମାନଙ୍କୁ ଚୁମ୍ବକ ସାହାଯ୍ୟରେ ପୃଥକ୍ କରିପାରିବା; କିନ୍ତୁ ଦଳ – II ପାଇଥିବା ପଦାର୍ଥର ଉପାଦାନଗୁଡିକୁ ପୃଥକ୍ କରିପାରିବା ନାହିଁ ।
ଲଘୁ ଗନ୍ଧକାମ୍ଳ ବା ଲଘୁ ଲବଣାମ୍ଳ ମିଶାଇଲା ପରେ ଉଭୟ ଦଳ ଏକ ଗ୍ୟାସ୍ ପାଇଥିଲେ କି ? ଉଭୟ ପୃଥକ୍ ଥିଲା । କ୍ଷେତ୍ରରେ ମିଳିଥିବା ଗ୍ୟାସ୍ର ବାସ୍ନା ସମାନ ନା ପୃଥକ୍ ଥିଲ |
ଉ-
ହଁ । ଉଭୟ ଦଳ ଏକ ଗ୍ୟାସ୍ ପାଇଥିଲେ । କିନ୍ତୁ ଉଭୟ କ୍ଷେତ୍ରରେ ବାସ୍ନା ସମାନ ନ ଥିବାରୁ ଦଳ ପାଇଥିବା ଗ୍ୟାସ୍ ଗନ୍ଧହୀନ ଥିଲା । କିନ୍ତୁ ଦଳ – II ପାଇଥିବା ଗ୍ୟାସ୍ ପଚାଅଣ୍ଡା ଗନ୍ଧଯୁକ୍ତ ଥିଲା ।
ସିଦ୍ଧାନ୍ତ :
(i) ଦ ଳ – I ପାଇଥିବା ଗ୍ୟାସ୍ ହାଇଡ୍ରୋଜେନ୍ ଅଟେ ଏବଂ ଏହା ରଙ୍ଗହୀନ, ଗନ୍ଧହୀନ ଓ ଦାହ୍ୟ । ଦ ଳ – II ପାଇଥିବା ଗ୍ୟାସ୍ ହାଇଡ୍ରୋଜେନ୍ ସଲଫାଇଡ୍ ଅଟେ ଏବଂ ଏହା ରଙ୍ଗହୀନ ଓ ପଚାଅଣ୍ଡା ଗନ୍ଧଯୁକ୍ତ ଗ୍ୟାସ୍ ।
(ii) ଦଳ – I ପାଇଥିବା ପଦାର୍ଥ ଦୁଇଟି ମୌଳିକ ଯଥା : ଲୁହା ଓ ସଲଫର୍ର ମିଶ୍ରଣ ଥିଲା । ଏହି ମିଶ୍ରଣର ଧର୍ମ ଏହାର ଉପାଦାନଗୁଡିକର ଧର୍ମ ସହିତ ସମାନ । ତେଣୁ ଏହା ଏକ ଭୌତିକ ପରିବର୍ତ୍ତନ ଥିଲା । ଦଳ – II ପାଇଥିବା ପଦାର୍ଥ ଆଇରନ୍ ସଲଫାଇଡୁ ଏକ ଯୌଗିକ ଥିଲା । ଏହାର ଧର୍ମ ଏହାର ଉପାଦାନ ଲୁହା ଓ ସଲଫର୍ର ଧର୍ମଠାରୁ ସଂପୂର୍ଣ୍ଣ ଭିନ୍ନ । ତେଣୁ ଏହା ଏକ ରାସାୟନିକ ପରିବର୍ତ୍ତନ ।