Odisha State Board BSE Odisha 9th Class Physical Science Solutions Chapter 4 ପରମାଣୁ ଗଠନ Textbook Exercise Questions and Answers.
BSE Odisha Class 9 Physical Science Solutions Chapter 4 ପରମାଣୁ ଗଠନ
1. ଟମ୍ସନ୍ଙ୍କ ପରମାଣୁ ମଡ଼େଲ ଅନୁସାରେ ପରମାଣୁ କିପରି ବିଦ୍ୟୁତ୍ ନିରପେକ୍ଷ ବୁଝାଅ ।
ଉ –
ଟମସନ୍ଙ୍କ ପରମାଣୁ ମଡ଼େଲ ଅନୁସାରେ,
- ପରମାଣୁ ଏକ ଯୁକ୍ତାତ୍ମକ ଚାର୍ଜ ଧାରଣ କରିଥିବା ଗୋଲକ ଏବଂ ସେଥିରେ ଇଲେକ୍ଟ୍ରଗୁଡ଼ିକ ଚାରିଆଡ଼େ ସଂଯୁକ୍ତ ହୋଇ ରହିଥାଏ ।
- ପରମାଣୁରେ ଯୁକ୍ତାତ୍ମକ ଚାର୍ଜ ଓ ବିଯୁକ୍ତାତ୍ମକ ଚାର୍ଜ ସମାନ ପରିମାଣରେ ରହିଥାଏ । ତେଣୁ ପରମାଣୁଟି ବିଦ୍ୟୁତ୍ ନିରପେକ୍ଷ ଅଟେ ।
2. ତିନୋଟି ଅବପରମାଣୁ କଣିକାର ନାମ ଲେଖ ।
ଉ –
ତିନୋଟି ଅବପରମାଣୁ କଣିକାର ନାମ ହେଉଛି –
- ଇଲେକ୍ଟ୍ରନ୍ (ବିଯୁକ୍ତଚାର୍ଜ କଣିକା)
- ପ୍ରୋଟନ୍ ( ଯୁକ୍ତଚାର୍ଜ କଣିକା)
- ନିଉଟ୍ରନ୍ (ଚାର୍ଜବିହୀନ କଣିକା)
3. ଗୋଟିଏ ପରମାଣୁର ପରମାଣୁ କ୍ରମାଙ୍କ 2 ଏବଂ ବସ୍ତୁତ୍ୱ ସଂଖ୍ୟା 4 । ଏହି ପରମାଣୁର ନ୍ୟୁକ୍ଲିୟସ୍ରେ କେତୋଟି ନିଉଟ୍ରନ୍ ଅଛି ?
ଉ –
ପରମାଣୁ କ୍ରମାଙ୍କ = 2, ବସ୍ତୁତ୍ୱ ସଂଖ୍ୟା = 4
ପରମାଣୁର ନିଉକ୍ଲିୟସ୍ରେ ଥିବା ନିଉଟ୍ରନ୍ ସଂଖ୍ୟା = ବସ୍ତୁତ୍ୱ ସଂଖ୍ୟା – ପରମାଣୁ କ୍ରମାଙ୍କ = 4 – 2 = 2
∴ ଏହି ପରମାଣୁର ନ୍ୟୁକ୍ଲିୟସ୍ରେ 2ଟି ନିଉଟ୍ରନ ଅଛି ।
4. ନାଇଟ୍ରୋଜେନ୍ ପରମାଣୁରେ ଇଲେକ୍ଟ୍ରଗୁଡ଼ିକ କିପରି ସଜାଇ ହୋଇ ରହିଛି ବୁଝାଅ ।
ଉ –
ନାଇଟ୍ରୋଜେନ ପରମାଣୁର ନ୍ୟୁକ୍ଲିୟସ୍ ଚାରିପଟେ ଦୁଇଟି ସେଲ
ଯଥା- K ଓ L ରହିଛି |
ନାଇଟ୍ରୋଜେନ୍ର ପରମାଣୁ କ୍ରମାଙ୍କ = 7
ଏହି ପରମାଣୁର 7ଟି ଇଲେକ୍ଟ୍ରନ୍ ମଧ୍ୟରୁ K-ସେଲ୍ରେ 2ଟି
ଏବଂ L-ସେଲ୍ରେ 5ଟି ଇଲେକ୍ଟ୍ରନ୍ ସଜାଇ ହୋଇ ରହିଛନ୍ତି ।
5. Cl– ଆୟନର ଇଲେକ୍ଟ୍ରନ୍ ସଜ୍ଜା ଲେଖ ।
ଉ –
Cl– ଆୟନର ଇଲେକ୍ଟ୍ରନ୍ ସଜ୍ଜା ହେଉଛି – 2, 8, 8
ଅର୍ଥାତ୍ K ସେଲ୍ ପାଇଁ 2ଟି, L ସେଲ୍ ପାଇଁ ୫ଟି ଓ M ସେଲ୍ ପାଇଁ ୫ଟି ଇଲେକ୍ଟ୍ରନ୍ ଥାଏ ।
6. ପରମାଣୁର ବାହ୍ୟତମ ସେଲ୍ରେ ସର୍ବାଧ୍ଵକ କେତୋଟି ଇଲେକ୍ଟ୍ରନ୍ ରହିପାରିବ ?
ଉ –
ଅଷ୍ଟେଟ ନିୟମ ଅନୁସାରେ ପରମାଣୁର ବାହ୍ୟତମ ସେଲ୍ରେ ସର୍ବାଧିକ ୫ଟି ଇଲେକ୍ଟ୍ରନ୍ ରହିପାରିବ ।
7. M ସେଲ୍ରେ ସର୍ବାଧିକ କେତୋଟି ଇଲେକ୍ଟ୍ରନ୍ ରହିପାରିବ ?
ଉ –
2n2 ନିୟମ ଅନୁ ସାରେ M ସେଲ୍ରେ ସର୍ବାଧିକ 2 x (3)2 = 18ଟି ଇଲେକ୍ଟ୍ରନ୍ ରହିପାରିବ ।
8. ସିଲିକନ୍ର ଯୋଗ୍ୟତା, ତା’ର ଇଲେକ୍ଟ୍ରନ୍ ସଜ୍ଜାରୁ କିପରି ନିରୂପଣ କରାଯାଇପାରିବ ?
ଉ –
(a) ସିଲିକନ୍ ପରମାଣୁ କ୍ରମାଙ୍କ = 14
ଏହି ପରମାଣୁର ଇଲେକ୍ଟ୍ରନ୍ ସଜ୍ଜା ହେଉଛି K(2), L(8) ଓ M(4) । ଅର୍ଥାତ୍ ଏହାର ବାହ୍ୟତମ ସେଲ୍ରେ 4ଟି ଇଲେକ୍ଟ୍ରନ୍ ରହିଛି ।
(b) ସିଲିକନ୍ ପରମାଣୁ ତାର ବାହ୍ୟତମ କକ୍ଷରେ ଥିବା ଚାରୋଟି ସଂଯୋଜକ ଇଲେକ୍ଟ୍ରକୁ ଭିନ୍ନ ପରମାଣୁ ସହ ମିଳିତ ଭାବେ ଇଲେକ୍ଟ୍ରନ୍ ସହଭାଗ କରି ସଂଯୁକ୍ତ ହୋଇଥାଏ ଏବଂ ନିକଟତମ ନିଷ୍କ୍ରିୟ ମୌଳିକ ପରମାଣୁର ସଂରଚନା ରୂପ ପ୍ରାପ୍ତ ହୋଇଥାଏ । ତେଣୁ ସିଲିକନ୍ର ଯୋଗ୍ୟତା 4 ଅଟେ ।
9. ଗୋଟିଏ ପରମାଣୁର ପରମାଣୁ କ୍ରମାଙ୍କ 8 । ଏଥିରେ କେତୋଟି ଇଲେକ୍ଟ୍ରନ ଅଛି ?
ଉ –
ଗୋଟିଏ ପରମାଣୁର ନ୍ୟୁକ୍ଲିୟସ୍ରେ ଥିବା ପ୍ରୋଟନସଂଖ୍ୟାକୁ ଏହା ପରମାଣୁ କ୍ରମାଙ୍କ କୁହାଯାଏ । ପରମାଣୁ ବିଦ୍ୟୁତ୍ ନିରପେକ୍ଷ ହେତୁ ପ୍ରୋଟନ ସଂଖ୍ୟା = ଇଲେକ୍ଟ୍ରନ ସଂଖ୍ୟା = 8
10. ହାଇଡ୍ରୋଜେନ୍ର ତିନୋଟି ଆଇସୋଟୋପ୍ଲର ନାମ ଲେଖ ।
ଉ –
ହାଇଡ୍ରୋଜେନ୍ ର ତିନୋଟି ଆଇସୋଟୋପ୍ଲର ନାମ
- ହାଇଡ୍ରୋଜେନ୍ ବା ପ୍ରୋଟିୟମ୍
- ଡିଉଟେରିୟମ୍
- ଟ୍ରାଇଟିୟମ୍
11. ଗୋଟିଏ ମୌଳିକର ପ୍ରତୀକ X । ଏହାର ପରମାଣୁ କ୍ରମାଙ୍କ 15 ଏବଂ ବସ୍ତୁତ୍ଵ ସଂଖ୍ୟା 31 । ଏ ସମସ୍ତଙ୍କୁ ସଂକ୍ଷେପରେ କିପରି ସାଙ୍କେତିକ ଉପାୟରେ ଲେଖାଯାଇପାରିବ ?
ଉ –
ମୌଳିକର ପ୍ରତୀକ = X, ପରମାଣୁ କ୍ରମାଙ୍କ = 15 ଓ ସମସ୍ତଙ୍କୁ ସଂଖ୍ୟା = 31
ଏହି ମୌଳିକର ସଂକ୍ଷିପ୍ତ ସାଙ୍କେତିକ ରୂପ –
12. ଆଇସୋଟୋପ୍ କ’ଣ ଉଦାହରଣ ସହ ଲେଖ ।
ଉ –
ଆଇସୋଟୋପ୍ – ପରମାଣୁ କ୍ରମାଙ୍କ ସମାନ ଥାଇ ବସ୍ତୁତ୍ଵ ସଂଖ୍ୟା ଭିନ୍ନ ହୋଇଥିବା ପରମାଣୁଗୁଡ଼ିକୁ ଆଇସୋଟୋପ୍ କୁହାଯାଏ ।
ଉଦାହରଣ :
- ନାଇଟ୍ରୋଜେନ୍ର ଦୁଇଟି ଆଇସୋଟୋପ୍ ଅଛନ୍ତ ଯଥା | ପ୍ରତ୍ୟେକ ନାଇଟ୍ରୋଜେନ୍ ପରମାଣୁର ପରମାଣୁ କ୍ରମାଙ୍କ 7 କିନ୍ତୁ ବସ୍ତୁତ୍ୱ ସଂଖ୍ୟା ଯଥାକ୍ରମେ 14 ଏବଂ 15 |
- ଅକ୍ସିଜେନ୍ର ତିନୋଟି ଆଇସୋଟୋପ୍ ଅଛିନ୍ତ ଯଥା | ପ୍ରତ୍ୟେକ ଅକ୍ସିଜେନ୍ ପରମାଣୁର ପରମାଣୁ କ୍ରମାଙ୍କ 8 କିନ୍ତୁ ବସ୍ତୁତ୍ୱ ସଂଖ୍ୟା ଯଥାକ୍ରମେ 16, 17 ଏବଂ 18 |
13. ଆଇସୋବାର୍ କ’ଣ ଉଦାହରଣ ସହ ଲେଖ ।
ଉ –
ଆଇସୋବାର୍ : ବସ୍ତୁତ୍ୱ ସଂଖ୍ୟା ସମାନଥାଇ ଭିନ୍ନ ପରମାଣୁ କ୍ରମାଙ୍କ ଥିବା ପରମାଣୁଗୁଡ଼ିକୁ ଆଇସୋଟାର୍ କୁହାଯାଏ ।
ଉଦାହରଣ :
ପୋଟାସିୟମ୍ର ପରମାଣୁ କ୍ରମାଙ୍କ 19 ଏବଂ କ୍ୟାଲ୍ସିୟମ୍ର ପରମାଣୁ କ୍ରମାଙ୍କ 20 । ଏହି ଦୁଇ ମୌଳିକର ବସ୍ତୁତ୍ୱ ସଂଖ୍ୟା 40 । ଏହି ଦୁଇ ମୌଳିକର ସଂକ୍ଷିପ୍ତ ସାଙ୍କେତିକ ରୂପ ହେଉଛି ଦୁଇଟି ଆଇସୋବାର୍ ଅଟନ୍ତି ।
14. ଉଦାହରଣ ସହ ଆଇସୋଟୋପ୍ ଓ ଆଇସୋବାର୍ ମଧ୍ୟରେ ପ୍ରଭେଦ ଲେଖ ।
15. ଟମସନ୍ଙ୍କ ପରମାଣୁ ମଡ଼େଲ ସମ୍ବନ୍ଧରେ ଆଲୋଚନା କର ।
ଉ –
- ଟମସନ୍ଙ୍କ ପରମାଣୁ ମଡ଼େଲ୍ : ଟମସନ୍ଙ୍କ ପରମାଣୁ ମଡ଼େଲ ଅନୁଯାୟୀ ପରମାଣୁଟି ଯୁକ୍ତାତ୍ମକ ଚାର୍ଜ ରହିଥିବା ଏକ ଗୋଲକ । ଇଲେକ୍ଟ୍ରଗୁଡ଼ିକ ଏହା ଭିତରେ ବାଣ୍ଟିହୋଇ ରହିଥା’ନ୍ତି ।
- ପରମାଣୁର ଯୁକ୍ତାତ୍ମକ ଚାର୍ଜ ବିସ୍ତାରିତ ହୋଇଥିବାବେଳେ ଇଲେକ୍ ଟ୍ରନଗୁଡ଼ିକ ବିଛୁରିତ ହୋଇ ରହିଥାନ୍ତି ।
ଟମ୍ସନ୍ଙ୍କ ପ୍ରସ୍ତାବ ଅନୁସାରେ :
- ପରମାଣୁ ଏକ ଯୁକ୍ତାତ୍ମକ ଚାର୍ଜ ଧାରଣ କରି ଥ୍ ଗୋଲକ ଏବଂ. ଏଥ୍ ରେ ଇଲେକ୍ ଟ୍ରନ୍ ଗୁଡ଼ିକ ସବୁ ଆଡ଼େ ଦୃଢ଼ ଭାବରେ ସଂଯୁକ୍ତ ହୋଇ ରହିଥା’ନ୍ତି ।
- ପର ମାଣ୍ଡୁ ରେ ୟୁ କ୍ତାତ୍ମକ ଚାର୍ଜ ଓ ବିଯୁକ୍ତାତ୍ମକ ଚାର୍ଜ ସମାନ ପରିମାଣରେ ଥାଏ । ତେଣୁ ପରମାଣୁ ଟି ବିଦ୍ୟୁତ୍ ନିରପେକ୍ଷ ଅଟେ ।
16. ରଦରଫୋର୍ଡ଼ଙ୍କ ସୁନାପାତିଆ ପରୀକ୍ଷାଟି ବୁଝାଅ |
ଉ-
ରଦରଫୋର୍ଡ଼ଙ୍କ ସୁନାପାତିଆ ପରୀକ୍ଷା :
ପରମାଣୁ ମଧ୍ୟରେ ଇଲେକ୍ଟ୍ରନ୍ ଗୁଡ଼ିକ କିପରି ସଜେଇ ହୋଇ ରହିଛନ୍ତି, ସେ ବିଷୟରେ ଜାଣିବା ପାଇଁ ବୈଜ୍ଞାନିକ ରଦରଫୋର୍ଡ଼ ଏକ ପରୀକ୍ଷାର ପରିକଳ୍ପନା କରିଥିଲେ ।
- ଏହି ପରୀକ୍ଷାରେ ଖଣ୍ଡିଏ ଅତି ପତଳା ସୁନାପାତିଆ ଉପରେ ତୀବ୍ର ବେଗରେ ଗତି କରୁଥିବା ଆଲ୍ଫା (α) କଣିକାକୁ ନିକ୍ଷେପ କରାଗଲା ।
- ଆଲ୍ଫା କଣିକା ହେଉଛି ହିଲିୟମ୍ ଆୟନ (He++) ଯାହା ଦ୍ବିଯୁକ୍ତାତ୍ମକ ଚାର୍ଜ’ ବହନ କରେ । ଏହାର ବସ୍ତୁତ୍ଵ 4u ହୋଇଥିବାରୁ ତୀବ୍ର ବେଗରେ ଗତି କରୁଥିବା α-କଣିକାରେ ଯଥେଷ୍ଟ ପରିମାଣର ଶକ୍ତି ରହିଥାଏ ।
ପର୍ଯ୍ୟବେକ୍ଷଣ :
- ଅଧିକାଂଶ α-କଣିକା ସୁନାପାତିଆ ମଧ୍ୟଦେଇ ସିଧାସଳଖ ଭାବରେ ଗତି କଲା ।
- କିଛି α-କଣିକାର ଗତିପଥ ବଙ୍କେଇ ହୋଇଗଲା ।
- ଅଳ୍ପ କିଛି ।-କଣିକା ସୁନାପାତିଆକୁ ଭେଦ ନ କରି ଯେଉଁ ଦିଗରେ ଯାଇଥିଲା ଠିକ୍ ତା’ର ବିପରୀତ ଦିଗରେ ପଛକୁ ଫେରିଆସିଲା ।
ସିଦ୍ଧାନ୍ତ :
- ସୁନାପାତିଆର ପରମାଣୁ ଭିତରେ ଅଧିକାଂଶ ସ୍ଥାନ ଫମ୍ପା । କାରଣ ଅଧିକାଂଶ ନଂ-କଣିକା ସୁନାପାତିଆ
- ଖୁବ୍ କମ୍ ସଂଖ୍ୟକ କଣିକା, ଗତିପଥରେ ବଙ୍କେଇ ଯାଉଛି, ଯେଉଁଥୁରୁ ସୂଚନା ମିଳୁଛି ଯେ ପରମାଣୁର ଯୁକ୍ତାତ୍ମକ ଚାର୍ଜ ଖୁବ୍ କମ୍ ସ୍ଥାନ ଦଖଲ କରିଛି।
- ଅତି ଅଳ୍ପ କେତେକ α-କଣିକା ସିଧା ଆଗକୁ ନ ଯାଇପାରି 180 କୋଣରେ ବିକ୍ଷେପିତ ହୋଇ ପଛକୁ ଫେରିଆସୁଛି । ଏଥୁରୁ ସୂଚନା ମିଳୁଛି ଯେ ସୁନା ପରମାଣୁର ସମସ୍ତ ଯୁକ୍ତାତ୍ମକ ଚାର୍ଜ ଓ ବସ୍ତୁତ୍ୱ କେନ୍ଦ୍ରୀଭୂତ ହୋଇ ପରମାଣୁ ମଧ୍ୟରେ ଖୁବ୍ କମ୍ ସ୍ଥାନ ଅଧିକାର କରିଛି ।
17. ରଦରଫୋର୍ଡ଼ଙ୍କ ପରମାଣୁ ମଡ଼େଲ ବିଷୟରେ ବୁଝାଅ ।
ଉ
ରଦରଫୋର୍ଡ଼ଙ୍କ ପରମାଣୁ ମଡ଼େଲ : ରଦରଫୋର୍ଡ଼ ତାଙ୍କ ସୁନାପାତିଆ ପରୀକ୍ଷାକୁ ଭିଭିକରି ଏକ ପରମାଣୁ ମଡ଼େଲର ପ୍ରସ୍ତାବ ଦେଇଥିଲେ । ଏହି ମଡ଼େଲ ଅନୁ ସାରେ –
- ପରମାଣୁରେ ଏକ ଯୁକ୍ତାତ୍ମକ ଚାର୍ଜିତ କେନ୍ଦ୍ର ରହିଛି ଯାହାକୁ ନ୍ୟୁକ୍ଲିୟସ୍ କୁହାଯାଏ । ପରମାଣୁର ପ୍ରାୟ
- ଇଲେକ୍ଟ୍ରନ୍ଗୁଡ଼ିକ ନ୍ୟୁକ୍ଲିୟସ୍ ଚାରିପଟେ ଥିବା ଫାଙ୍କା ସ୍ଥାନରେ ନିର୍ଦ୍ଦିଷ୍ଟ କକ୍ଷ ପଥରେ ଘୂରୁଛନ୍ତି ।
- ପରମାଣୁର ଆକାର ତୁଳନାରେ ନ୍ୟୁକ୍ଲିୟସ୍ର ଆକାର ଖୁବ୍ ଛୋଟ ।
18. ବୋ’ରଙ୍କ ପରମାଣୁ ମଡ଼େଲ ରଦରଫୋର୍ଡ଼ଙ୍କ ମଡ଼େଲଠାରୁ କିପରି ଭିନ୍ନ ବୁଝାଅ ।
19. ଆଇସୋଟୋପ୍ର ଚାରୋଟି ବ୍ୟବହାର ଲେଖ ।
ଉ –
ଆଇସୋଟୋପ୍ର ବ୍ୟବହାର :
- ୟୁରେନିୟମ୍ର ଆଇସୋଟୋପ୍ ନ୍ୟୁକ୍ଲିୟ ରିଆକ୍ଟରରେ ଜାଳେଣି ରୂପେ ବ୍ୟବହାର କରାଯାଏ ।
- କୋବାଲ୍ଟର ଏକ ଆଇସୋଟୋପ୍ କ୍ୟାନ୍ସର ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଏ ।
- ଆୟୋଡ଼ିନ୍ର ଏକ ଆଇସୋଟୋପ୍ ଥାଇରଏଡ୍ ଗ୍ରନ୍ଥି (thyriod gland) ରୋଗର ଚିକିତ୍ସାରେ ବ୍ୟବହୃତ ହୁଏ ।
- କେତେକ କୃତ୍ରିମ ଆଇସୋଟାପ୍କୁ କୃଷି ଓ ଶିଳ୍ପ କ୍ଷେତ୍ରରେ ବ୍ୟବହାର କରାଯାଏ ।
20. ଗୋଟିଏ ନିଷ୍କ୍ରିୟ ମୌଳିକର ଇଲେକ୍ଟ୍ରନ୍ ସଜ୍ଜା ଲେଖ ।
ଉ –
ନିଷ୍କ୍ରିୟ ମୌଳିକର ଇଲେକ୍ଟ୍ରନ୍ ସଜ୍ଜା :
କାର୍ଯ୍ୟାବଳୀ (Activity) :
ତୁମପାଇଁ କାମ 4.1 :
- ଶୁଖୁଲା ମୁଣ୍ଡବାଳକୁ ଏକ ପାନିଆରେ କୁଣ୍ଡାଇ ସେହି ପାନିଆଟିକୁ ଛୋଟ ଛୋଟ ଟୁକୁରା କାଗଜ ଖଣ୍ଡ ନିକଟରେ ଦେଖାଇଲେ, କାଗଜ ଟୁକୁରାକୁ ପାନିଆ ଆକର୍ଷଣ କରିବ ।
- ଗୋଟିଏ କାଚଦଣ୍ଡ (glass rod)କୁ ଏକ ସିଲ୍ କନାରେ ଘଷି ତାହାକୁ ଫୁଙ୍କା ହୋଇଥିବା ବେଲୁନ୍ ନିକଟକୁ ନେଲେ ବେଲୁନ୍ କାଚଦଣ୍ଡ ଆଡ଼କୁ ଆକର୍ଷିତ ହେବ ।
ସିଦ୍ଧାନ୍ତ : ଦୁଇଟି ପଦାର୍ଥକୁ ପରସ୍ପର ସହିତ ଘର୍ଷଣ କଲେ ବିଦ୍ୟୁତ୍ ଚାର୍ଜ ଉତ୍ପନ୍ନ ହୁଏ ଓ ସେଗୁଡ଼ିକ ଆକର୍ଷଣ କରିବାର ପ୍ରକୃତି ଲାଭ କରନ୍ତି ।
- 1897 ମସିହାରେ ବୈଜ୍ଞାନିକ ଜେ.ଜେ. ଟମସନ୍ ପ୍ରସ୍ତାବ ଦେଲେ ଯେ ବିଯୁକ୍ତ ଚାର୍ଜକଣିକା ପ୍ରତ୍ୟେକ ପରମାଣୁର ଏକ ମୌଳିକ କଣିକା । ଏହି କଣିକାକୁ ଇଲେକ୍ଟ୍ରମ୍ (electron) କୁହାଗଲା ।
- 1886 ମସିହାରେ ବୈଜ୍ଞାନିକ ଇ. ଗୋଲ୍ଷ୍ଟାଇନ୍ ଏକ ପରୀକ୍ଷାଦ୍ଵାରା ପରମାଣୁରେ ଯୁକ୍ତଚାର୍ଜ ରହିଥିବା ଆବିଷ୍କାର କରିଥିଲେ । ଏହି ଯୁକ୍ତଚାର୍ଜ କଣିକାର ନାମ ପ୍ରୋଟନ୍ (Proton) ଦିଆଗଲା ।
- ପ୍ରୋଟନ୍ର ଚାର୍ଜ ଇଲେକ୍ଟ୍ରନ୍ର ଚାର୍ଜ ସହିତ ସମାନ କିନ୍ତୁ ବିପର1ରଧମା |
- ପ୍ରୋଟନ୍ର ବସ୍ତୁତ୍ଵ ତୁଳନାରେ ଇଲେକ୍ଟ୍ରନ୍ର ବସ୍ତୁତ୍ଵ ନଗଣ୍ୟ ବୋଲି ଧରାଯାଏ ।
ତୁମପାଇଁ କାମ 4.2 :
ପ୍ରକୃତିରେ ପୋଟାସିୟମର ତିନୋଟି ଆଇସୋଟୋପ୍ ମିଳିଥାଏ । ସେଗୁଡ଼ିକ ହେଲା »K, K ଏବଂ K । ପୋଟାସିୟମର ପାରମାଣବିକ ବସ୍ତୁତ୍ଵ = 39.098u । ପ୍ରକୃତିରେ ପୋଟାସିୟମର କେଉଁ ଆଇସୋଟୋପ୍ର ଶତକଡ଼ା ଅନୁପାତ ସବୁଠାରୁ ଅଧିକ ?
ଉ-
ତେଣୁ xର % ମାନ ସବୁଠାରୁ ଅଧିକ । ଅର୍ଥାତ୍ ପ୍ରକୃତିରେ K ଆଇସୋଟୋପ୍ ଶତକଡ଼ା ଅନୁପାତ ସବୁଠାରୁ ଅଧିକ ।
ତୁମପାଇଁ କାମ 4.3 :
ଏହି ଅଧ୍ୟାୟରେ ଆଲୋଚିତ ହୋଇନଥୁବା ପାଞ୍ଚୋଟି ମୌଳିକର ଆଇସୋଟୋପ୍ଗୁଡ଼ିକର ଏକ ତାଲିକା କର ।
ଉ-
ଆଇସୋଟୋପ୍ର ବ୍ୟବହାର (Application of Isotopes) :
- ୟୁରେନିୟମ୍ ଆଇସୋଟୋପ୍ ନ୍ୟୁକ୍ଲିୟ ରିଆକ୍ଟରରେ ଜାଳେଣି ରୂପେ ବ୍ୟବହାର କରାଯାଏ ।
- କୋବାଲ୍ଟର ଏକ ଆଇସୋଟୋପ୍ କ୍ୟାନ୍ସର ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଏ ।
- ଆୟୋଡ଼ିନ୍ ଏକ ଆଇସୋଟୋପ୍ ଥାଇରଏଡ୍ ଗ୍ରନ୍ଥି (Thyroid gland) ରୋଗର ଚିକିତ୍ସାରେ ବ୍ୟବହୃତ ହୁଏ |
- କେତେକ କୃତ୍ରିମ ଆଇସୋଟୋପ୍କୁ କୃଷି ଓ ଶିଳ୍ପ କ୍ଷେତ୍ରରେ ବ୍ୟବହାର କରାଯାଏ ।
ତୁମପାଇଁ କାମ 4.4 :
ଆଉ କେତୋଟି ଆଇସୋବାର୍ର ଏକ ତାଲିକା କର ।
ଉ-