BSE Odisha 9th Class Physical Science Solutions Chapter 9 ଧ୍ଵନି

Odisha State Board BSE Odisha 9th Class Physical Science Solutions Chapter 9 ଧ୍ଵନି Textbook Exercise Questions and Answers.

BSE Odisha Class 9 Physical Science Solutions Chapter 9 ଧ୍ଵନି

1. ଧ୍ଵନି କାହାକୁ କୁହାଯାଏ ଏବଂ ଏହା କିପରି ସୃଷ୍ଟି ହୁଏ ?
ଉ –

  • ଧ୍ଵନି ଶକ୍ତିର ଏକ ରୂପ ।
  • ବିଭିନ୍ନ ବସ୍ତୁର କମ୍ପନ ହେତୁ ଧ୍ଵନି ସୃଷ୍ଟି ହୁଏ । ଧ୍ଵନି ବିଭିନ୍ନ ବ୍ୟକ୍ତିଙ୍କ ମଧ୍ୟରେ କଥୋପକଥନରୁ, ରେଡ଼ିଓ, ଟେଲିଭିଜନ୍ ଓ ଟେଲିଫୋନ୍ ରୁ ସୃଷ୍ଟି ହୋଇପାରେ । ବିଭିନ୍ନ ବାଦ୍ୟଯନ୍ତ୍ରରୁ ମଧ୍ଯ ଧ୍ଵନି ସୃଷ୍ଟି ହୁଏ ।

2. ନିମ୍ନରେ ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥବା ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।
(a) ଧ୍ଵନି ନିମ୍ନୋକ୍ତ କେଉଁଥ‌ିରେ ଆଦୌ ଗତି କରିପାରିବ ନାହିଁ ?
(i) କଠିନ
(ii) ତରଳ
(iii) ଗ୍ୟାସ୍
(iv) ଶୂନ୍ୟ ମାଧ୍ୟମ
ଉ –
(iv) ଶୂନ୍ୟ ମାଧ୍ୟମ

(b) ହର୍ସ ହେଉଛି –
(i) ସେକେଣ୍ଡ
(ii) ସେକେଣ୍ଡ-1
(iii) ମିଟର
(iv) ମିଟର-1
ଉ –
(ii) ସେକେଣ୍ଡ-1

(c) ସମୁଦ୍ରର ଗଭୀରତା ନିର୍ଣ୍ଣୟ କରିବାକୁ କେଉଁ ଯନ୍ତ୍ର ବ୍ୟବହୃତ ହୁଏ ?
(i) ସୋନାର
(ii) ରାଡ଼ାର
(iii) ମିଟର ସ୍କେଲ୍
(iv) ଏମାନଙ୍କ ମଧ୍ୟରୁ କେଉଁଟି ନୁହେଁ
ଉ –
(i) ସୋନାର

(d) କେଉଁ ମାଧ୍ୟମରେ ଧ୍ଵନିର ବେଗ ସର୍ବାଧ୍ଵକ ?
(i) କଠିନ
(ii) ତରଳ
(iii) ଗ୍ୟାସ୍
(iv) ଏମାନଙ୍କ ମଧ୍ୟରୁ କେଉଁଟି ନୁହେଁ
ଉ –
(i) କଠିନ

3. ଧ୍ଵନିର ଏକ ଉତ୍ସ ନିକଟରେ ବାୟୁ ମାଧ୍ୟମରେ ସଂପୀଡ଼ନ ଓ ବିରଳନ କିପରି ସୃଷ୍ଟି ହୁଏ, ନାମାଙ୍କିତ ଚିତ୍ର ମାଧ୍ୟମରେ ବୁଝାଅ ।
ଉ –

  • ଯେତେବେଳେ ଧ୍ଵନି ତରଙ୍ଗ ଆଗକୁ ଗତି କରେ, ଏହା ତା’ର ଚାରିପଟେ ଥିବା ବାୟୁକୁ ସଂପୀଡିତ କରେ; ଫଳରେ ଏକ ଉଚ୍ଚ ଚାପଯୁକ୍ତ କ୍ଷେତ୍ର ସୃଷ୍ଟି ହୁଏ ଏବଂ ଏହାକୁ ସଂପୀଡନ କୁହାଯାଏ ।
  • ଯେତେବେଳେ ଏହା କଂପିତ ରସ୍ତୁର ପୃଷ୍ଠଭାଗରୁ ଦୂରେଇବାକୁ ଆରମ୍ଭ କରେ, ପୃଷ୍ଠଭାଗ ପଛକୁ ଗତି କରେ; ଫଳରେ ଏକ ନିମ୍ନ ଚାପଯୁକ୍ତ କ୍ଷେତ୍ର ସୃଷ୍ଟି ହୁଏ ଏବଂ ଏହାକୁ ବିରଳନ କୁହାଯାଏ ।
  • ବସ୍ତୁଟି କଂପିତ ହେଉଥ‌ିବାରୁ ବାୟୁରେ ସଂପାଦନ ଓ ବିରଳନାର ଏକ ଅନୁକ୍ରମ ସୃଷ୍ଟି ହୁଏ ।

BSE Odisha 9th Class Physical Science Solutions Chapter 9 img-1

4. ଧ୍ଵନି ସଞ୍ଚାରଣ ପାଇଁ ଏକ ମାଧ୍ୟମ ଆବଶ୍ୟକ- ଏକ ସରଳ ପରୀକ୍ଷାଦ୍ଵାରା ଏହାକୁ ବୁଝାଅ ।
ଆବଶ୍ୟକ ଉପକାରଣ :
ଉ –
(i) ବେଲ୍‌ଜାର୍, (ii) ିପି, (iii) ସ୍ଵିଚ୍ (iv) ଇଲେକ୍‌ଟ୍ରିକ୍ ବେଲ୍‌ (v) ବାୟୁ ନିଷ୍କାସନ ଯନ୍ତ୍ର ।
ପରୀକ୍ଷା :

  • ଗୋଟିଏ ବିଦ୍ୟୁତ୍ ବେଲ୍ ଏବଂ ଗୋଟିଏ ବାୟୁରୁଦ୍ଧ (air tight) ବେଲ୍‌ଜାର୍‌ ନିଆଯାଉ ।
  • ଚିତ୍ରରେ ଦେଖାଯାଇଥିବା ଭଳି ବିଦ୍ୟୁତ୍ ବେଲ୍‌କୁ ବେଲ୍‌ଜାର୍ ମଧ୍ଯରେ ଝୁଲାଇ ରଖାଯାଉ ।
  • ବେଲ୍‌ର ଦୁଇ ଶେଷାଗ୍ରକୁ ବେଲ୍‌ ଜାର୍ ମୁହଁରେ ଥ‌ିବା କର୍କ ବାଟେ ବାହାରକୁ କାଢ଼ି ଏକ ବାହ୍ୟ ବିଦ୍ୟୁତ୍ ପରିପଥ ସହ ସଂଯୁକ୍ତ କରାଯାଉ ।
  • ବିଦ୍ୟୁତ୍ ପରିପଥକୁ ସଂପୂର୍ଣ୍ଣ କଲେ ବିଦ୍ୟୁତ୍ ବେଲ୍‌ ବାଜିବ ଓ ଧ୍ଵନି ଶୁଣାଯିବ । ବେଲ୍‌ଜାର୍ ମଧ୍ୟରେ ବାୟୁ ଥ‌ିବାରୁ ଧ୍ଵନି ଶୁଣାଖଲା |
  • ବି ଦ୍ୟୁତ୍ ବେଲ୍‌ ରୁ ଧ୍ଵନି ନି ସୃ ତ ହେଉଥିଲାବେଳେ ବାୟୁ ନିଷ୍କାସନ ପମ୍ପ୍ ସାହାଯ୍ୟରେ ବେଲ୍‌ଜାର୍‌ରୁ ବାୟୁ ନିଷ୍କାସନ କରାଯାଉ ।
  • ବେଲ୍‌ର୍‌ରୁ ବାୟୁ କମି ଆସୁଥିଲାବେଳେ ଧ୍ଵନିର ପ୍ରବଳତା (loudness) ମଧ୍ଯ କ୍ଷୀଣ ହୋଇ ଆସିବ । ଯେତେବେଳେ ବେଲ୍‌ୱାର୍‌ଟି ସମ୍ପୂର୍ଣ୍ଣ ବାୟୁଶୂନ୍ୟ ହୋଇଯିବ, ସେତେବେଳେ ଧ୍ଵନି ଆଉ ଶୁଣାଯିବ ନାହିଁ ।

BSE Odisha 9th Class Physical Science Solutions Chapter 9 img-2
ସିଦ୍ଧାନ୍ତ :

  • ପ୍ରଥମ ପର୍ଯ୍ୟବେକ୍ଷଣରେ ବେଲ୍‌ଜାର୍ ମଧ୍ୟରେ ବାୟୁ ଥିବାରୁ ଧ୍ଵନି ଶୁଣିହେଲା ।
  • ଦ୍ଵିତୀୟ ପର୍ଯ୍ୟବେକ୍ଷଣରେ ବେଲ୍‌ଜାର୍ ମଧ୍ୟରେ ବାୟୁ ନ ଥ‌ିବାରୁ ଧ୍ଵନି ସଂଚରଣ ସମ୍ଭବ ହେଲାନାହିଁ | ତେଣୁ ଧ୍ଵନି ଶୁଣିହେଲା ନାହିଁ । ଏଥୁରୁ ଜଣାଗଲା ଯେ, ଧ୍ଵନି ସଂଚାରଣ ପାଇଁ ଏକ ମାଧ୍ୟମ ଆବଶ୍ୟକ ହୁଏ ।

5. ଧ୍ୱନି ତରଙ୍ଗକୁ କାହିଁକି ଅନୁଦୈର୍ଘ୍ୟ ତରଙ୍ଗ କୁହାଯାଏ ?
ଉ –
ଅନୁଦୈର୍ଘ୍ୟ ତରଙ୍ଗରେ ମାଧ୍ୟମର କଣିକାଗୁଡିକ ତରଙ୍ଗର ଗତିର ଦିଗ ସହ ସମାନ୍ତର ଭାବେ ଦୋଳିତ ହୁଅନ୍ତି । କଣିକାଗୁଡିକ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୁଅନ୍ତି ନାହିଁ । ସେମାନେ କେବଳ ତାଙ୍କର ମାଧ୍ୟ ଅବସ୍ଥାନର ଉଭୟ ପଟେ ଏପଟସେପଟ ହୋଇ ଦୋଳନ କରନ୍ତି । ଏପରି ଭାବରେ ଧ୍ଵନି ତରଙ୍ଗ ମାଧ୍ୟମ ମଧ୍ୟରେ ଗତି କରୁଥିବାରୁ ଏହାକୁ ଅନୁଦୈର୍ଘ୍ୟ ତରଙ୍ଗ କୁହାଯାଏ ।

6. ଏକ ଅନ୍ଧାର ଘରେ ବସିଥିବା ତୁମ ବନ୍ଧୁଙ୍କ ଆବାଜରୁ ବନ୍ଧୁଙ୍କ ଉପସ୍ଥିତି ତୁମେ ଧ୍ଵନିର କେଉଁ ଗୁଣଯୋଗୁ ଜାଣି ପାର ?
ଉ –

  • ଧ୍ଵନିର ବିଶେଷ ଗୁଣ ହେଲା- ତାରତ୍ଵ, ପ୍ରବଳତା ଓ ଗୁଣାତ୍ମକ ବୈଶିଷ୍ଟ୍ୟ । ଏହା ଧ୍ଵନି ତରଙ୍ଗର ଧର୍ମ ଉପରେ ନିର୍ଭରଶୀଳ ।
  • ଏହି ଗୁଣମାନଙ୍କଦ୍ଵାରା ଗୋଟିଏ ଧ୍ଵନିକୁ ଆଉ ଗୋଟିଏ ଧ୍ଵନିରୁ ଅଲଗା ବୋଲି ବାରିହୁଏ । ତେଣୁ ଅନ୍ଧକାରରେ ଥିଲେ ମଧ୍ୟ ବନ୍ଧୁଙ୍କ ସ୍ଵର ଜାଣିହୁଏ ।

BSE Odisha 9th Class Physical Science Solutions Chapter 9 ଧ୍ଵନି

7. ବିଜ୍ଞାନସମ୍ମତ କାରଣ ଦର୍ଶାଅ ।
ଉ –
(a) ଏକା ସମୟରେ ବିଜୁଳି ଓ ଘଡ଼ଘଡ଼ି ସୃଷ୍ଟି ହେଉଥିଲେ ମଧ୍ୟ ପ୍ରଥମେ ବିଜୁଳି ଦେଖାଯାଏ ଏବଂ ତାହାର କିଛି ସମୟ ପରେ ଘଡ଼ଘଡ଼ି ଶୁଣାଯାଏ ।

  • ବାୟୁ ମାଧ୍ୟମରେ ଆଲୋକର ବେଗ 3 x 105 km/s ଓ ଶବ୍ଦର ବେଗ 300 m/s |
  • ବିଜୁଳିର ବେଗ ଘଡ଼ଘଡ଼ିର ବେଗଠାରୁ ଅଧିକ ହୋଇଥିବାରୁ ଏକାସମୟରେ ବିଜୁଳି ଓ ଘଡ଼ଘଡ଼ି ସୃଷ୍ଟି ହେଉଥିଲେ ମଧ୍ୟ ପ୍ରଥମେ ବିଜୁଳି ଦେଖାଯାଏ ଏବଂ ତାହାର କିଛି ସମୟ ପରେ ଘଡ଼ଘଡ଼ି ଶୁଣାଯାଏ ।

(b) ବାହୁଡ଼ି ଅନ୍ଧାର ରାତିରେ ତାହାର ଶିକାର ଧରିବାକୁ ସକ୍ଷମ ହୁଏ ?
ଉ –
ବାହୁଡି ଅନ୍ଧାର ରାତିରେ ଉଡ଼ିଲାବେଳେ ଅବିରତ ଭାବରେ ଅଲଟ୍ରାସୋନିକ୍ ତରଙ୍ଗ ନିର୍ଗତ କରେ । ବାଦୁଡିଠାରୁ ଉଚ୍ଚ ତାରତ୍ଵ ଅଲଟ୍ରାସୋନିକ୍ ପଲସ୍ ପ୍ରେରିତ ହୋଇ ପ୍ରତିବନ୍ଧକ ବା ତା’ର ଶିକାର ନିକଟରେ ପହଞ୍ଚେ ଏବଂ ପ୍ରତିବନ୍ଧକଦ୍ଵାରା ପ୍ରତିଫଳିତ ହୋଇ ତା’ କାନ ନିକଟକୁ ଫେରିଆସେ । ପ୍ରତିଫଳିତ ଅଲଟ୍ରାସୋନିକ୍ ତରଙ୍ଗର ଲକ୍ଷଣରୁ ବାଦୁଡି ପ୍ରତିବନ୍ଧକ ବା ଶିକାରର ଉପସ୍ଥିତି, ଆକୃତି ଓ ପ୍ରକୃତି ଜାଣିପାରେ । ତେଣୁ ନିଜ ଶିକାର ପାଖରେ ସେ ଅନ୍ଧାର ରାତିରେ ବିନା ବାଧାରେ ପହଞ୍ଚିଯାଏ ।

8. ସାଧାରଣ ମଣିଷର ଧ୍ଵନି ପରିସର 20H1ରୁ 20kH1 । ଏହି ଦୁଇ ଆବୃତ୍ତିର ଧ୍ଵନି ତରଙ୍ଗର ତରଙ୍ଗ ଦୈର୍ଘ୍ୟ କେତେ ନିର୍ଣ୍ଣୟ କର । (v = 344 m/s)
ଉ –
ଏଠାରେ f1 = 20 Hz, f2 = 20 kHz ଓ v = 344 m/s
BSE Odisha 9th Class Physical Science Solutions Chapter 9 img-3

9. ତୁମର ଦୁଇ ସାଙ୍ଗ ଗୋଟିଏ ଏଲୁମିନିୟମ୍ ଦଣ୍ଡର ଉଭୟ ପାର୍ଶ୍ଵରେ ବସିଛନ୍ତି । ଜଣେ ସାଙ୍ଗ ଗୋଟିଏ ପଥର ଦ୍ଵାରା ଏଲୁମିନିୟମ୍ ଦଣ୍ଡକୁ ଆଘାତ କଲା । ଅନ୍ୟ ସାଙ୍ଗ ପାଖକୁ ଧ୍ୱନି ତରଙ୍ଗ ବାୟୁରେ ଏବଂ ଏଲୁମିନିୟମ୍‌ରେ ପହଞ୍ଚିବା ସମୟର ଅନୁପାତ କେତେ ?
ଉ –
ଏଠାରେ ବାୟୁ ମାଧ୍ୟମରେ ଧ୍ଵନିର ବେଗ (v1) = 346 m/s
ଓ ଏଲୁମିନିୟମ୍ ମାଧ୍ୟମରେ ଧ୍ଵନିର ବେଗ (v2) = 6420 m/s
BSE Odisha 9th Class Physical Science Solutions Chapter 9 img-4
ଧ୍ଵନି ତରଙ୍ଗ ବାୟୁରେ ଏବଂ ଏଲୁମିନିୟମ୍‌ରେ ପହଞ୍ଚିବା ସମୟର ଅନୁ ପାତ 3210 : 173 |

10. ଏକ ଧ୍ଵନି ଉତ୍ସର ତରଙ୍ଗ ଆବୃତ୍ତି 100Hz ହେଲେ, ଏହା ଏକ ମିନିଟ୍‌ରେ କେତେ ଥର କମ୍ପିତ ହେବ ?
ଉ –
ଏଠାରେ ତରଙ୍ଗ ଆବୃତ୍ତି (f) = 100 Hz
ଅର୍ଥାତ୍ l ସେକେଣ୍ଡରେ 100 ଥର କମ୍ପିତ ହେଉଛି ।
∴ 1 ମିନିଟ୍‌ରେ ଏହା 60 x 100 = 6000 ଥର କମ୍ପିତ ହେବ ।

11. ଆଲୋକ ପ୍ରତିଫଳନ ନିୟମ, ଧ୍ଵନି ପ୍ରତିଫଳନ ପାଇଁ ପ୍ରଯୁଜ୍ୟ କି ? ଏହାକୁ ବୁଝାଅ ।
ଉ –
ଆଲୋକ ପରି ଧ୍ବନି ମଧ୍ଯ କଠିନ ଓ ତରଳ ପୃଷ୍ଠରୁ ପ୍ରତିଫଳିତ ହୁଏ ଏବଂ ଆଲୋକର ପ୍ରତିଫଳନ ନିୟମକୁ ମାନି ଥାଏ ।
ଧ୍ଵନି ପ୍ରତିଫଳନ ନିୟମ: ଧ୍ଵନି ପ୍ରତିଫଳନ ସମୟରେ

  • ଆପତନ କୋଣ ଓ ପ୍ରତିଫଳିତ କୋଣର ପରିମାଣ ପରସ୍ପର ସହିତ ସମାନ ।
  • ପତିତ ଧ୍ଵନି, ପ୍ରତିଫଳିତ ଧ୍ଵନି ଓ ଆପତନ ବିନ୍ଦୁରେ ଅଙ୍କିତ ଅଭିଲମ୍ବ ଏକ ସମତଳରେ ଅବସ୍ଥାନ କରନ୍ତି ।

12. ଏକ ଦୂର ବସ୍ତୁରୁ ଧ୍ଵନି ଯେତେବେଳେ ପ୍ରତିଫଳିତ ହୁଏ, ପ୍ରତିଧ୍ଵନି ସୃଷ୍ଟି ହୁଏ । ଯଦି ପ୍ରତିଫଳନ ପୃଷ୍ଠ ଏବଂ ଧ୍ୱନି ସୃଷ୍ଟିର ଉତ୍ସ ମଧ୍ୟରେ ଦୂରତା ସମାନ ରହେ, ତାହାହେଲେ ଏକ ଉତ୍ତପ୍ତ ଦିନରେ ତୁମେ ପ୍ରତିଧ୍ଵନି ଶୁଣିପାରିବ କି ?
ଉ –
ପ୍ରତିଧ୍ଵନିକୁ ସ୍ପଷ୍ଟ ଶୁଣିବାପାଇଁ ପ୍ରତିଫଳକର ସର୍ବନିମ୍ନ ଦୂରତ୍ଵ 17-2 ମିଟର ହେବା ଆବଶ୍ୟକ । ଅର୍ଥାତ୍ 17.2 ମିଟରରୁ କମ୍ ଦୂରତାରେ ଧ୍ଵନି ପ୍ରତିଫଳନ ହେଲେ ପ୍ରତିଧ୍ଵନି ଶୁଣିହେବ ନାହିଁ । ଏହି ଦୂରତ୍ୱ ବାୟୁ ମାଧ୍ୟମର ତାପମାତ୍ରା ଉପରେ ନିର୍ଭର କରେ । ଉତ୍ତପ୍ତ ଦିନରେ ତାପମାତ୍ରା ଅଧ‌ିକ ହେତୁ 17:2 ମିଟର ଦୂରତାରେ ଧ୍ଵନି ପ୍ରତିଫଳନ ହେଲେ ମଧ୍ୟ ପ୍ରତିଧ୍ଵନି ଶୁଣିହେବ ନାହିଁ ।

BSE Odisha 9th Class Physical Science Solutions Chapter 9 ଧ୍ଵନି

13. ଧ୍ଵନି ପ୍ରତିଫଳନର ଦୁଇଟି ବ୍ୟବହାରିକ ପ୍ରୟୋଗ ଲେଖ ।
ଉ –
ଧ୍ଵନି ପ୍ରତିଫଳନର ଦୁଇଟି ବ୍ୟବହାରିକ ପ୍ରୟୋଗ :

  • କେତେକ ବାଦ୍ୟଯନ୍ତ୍ର; ଯଥା – କାହାଳୀ, ସାହାନାଇ, ଟ୍ରମ୍ପ୍ଲେଟ୍ ଆଦିର ମୁହଁକୁ ଅତ୍ୟଧ୍ଵ ଚଉଡ଼ା କରାଯାଇଥାଏ । ଏହା ମଧ୍ୟଦେଇ ଧ୍ଵନି ବାରମ୍ବାର ପ୍ରତିଫଳିତ ହୋଇ ଶ୍ରୋତାମାନଙ୍କ ପାଖରେ ପହଞ୍ଚିଥାଏ ।
  • ଡାକ୍ତରମାନେ ହୃତ୍‌ପିଣ୍ଡର ସ୍ପନ୍ଦନ, ଫୁସୁଫୁସ୍‌ ସଂକୋଚନ, ପ୍ରସାରଣ ଆଦି ଷ୍ଟେଥୋସ୍କୋପ୍ ଦ୍ଵାରା ଜାଣିପାରନ୍ତି । ଏହି ଷ୍ଟେଥୋସ୍କୋପ୍ ନଳୀ ମଧ୍ଯରେ ଏକାଧ‌ିକ ପ୍ରତିଫଳନ ଯୋଗୁ କ୍ଷୀଣ ଧ୍ଵନି ସ୍ପଷ୍ଟଭାବରେ ଡାକ୍ତରଙ୍କୁ ଶୁଭାଯାଏ ।

14. ଗୋଟିଏ ପୋଖରୀ କୂଳକୁ ଲାଗି 500m ଉଚ୍ଚର ଏକ ଟାୱାର ଅଛି । ଏହି ଟାୱାର ଉପରୁ ଗୋଟିଏ ପଥରକୁ ପୋଖରୀ ପାଣିକୁ ପକାଗଲା । ପଥରର ପାଣିରେ ପଢ଼ିବାର ଶବ୍ଦ କେତେ ସମୟ ପରେ ଶୁଣାଯିବ ? (g = 10 m/s2 ଏବଂ v = 340 m/s)
ଉ –
ମନେକର ପଥରଟି ପାଣିରେ ପଡ଼ିବାପାଇଁ t sec ସମୟ ଲାଗିବ ।
ଏଠାରେ u = 0, s = = 500 m, g = 10 m/s2, v = 340 m/s
∴ s = ut + \(\frac { 1 }{ 2 }\) gt2
⇒ 500 m = 0 x t + \(\frac { 1 }{ 2 }\) x 10 m/s2 x t2
⇒ 5 t2 = 500 sec2
⇒ t2 = 100 sec2 ⇒ t2 = 100 sec2 ⇒ t = 10 sec
କିନ୍ତୁ 500 ମିଟର ଯିବାକୁ ଲାଗିବ
BSE Odisha 9th Class Physical Science Solutions Chapter 9 img-5
∴ ମୋଟ ପ୍ରତିଧନି ଶୁଣିବାପାଇଁ ସମୟ ଲାଗିବ = 10 sec + 1.47 sec = 11.47 sec

15. ଏକ ଧ୍ଵନି ତରଙ୍ଗ 334 m/s ବେଗରେ ଗତି କରେ । ଏହାର ତରଙ୍ଗ ଦୈର୍ଘ୍ୟ 1.5 cm ହେଲେ, ତରଙ୍ଗର ଆବୃତ୍ତି କେତେ ହେବ ? ଏହା ଶୁଣାଯିବ କି ନାହିଁ?
ଉ –
ଏଠାରେ ଧ୍ୱନି ତରଇଂର ବେଖ (v) = 344 m/s, ତରଙ୍ଗ ଦୈର୍ଘ୍ୟ (λ) = 1.5 cm = 0·015 m
BSE Odisha 9th Class Physical Science Solutions Chapter 9 img-6
ଏହା 20 kHz ଠାରୁ ଅଧ‌ିକ ହେତୁ ଶ୍ରାବ୍ୟ ପରିସର ମଧ୍ୟରେ ନାହିଁ । ତେଣୁ ଶବ୍ଦ ଶୁଭାଯିବ ନାହିଁ ।

16. ପ୍ରତିନାଦ କାହାକୁ କୁହାଯାଏ ? ଏହାକୁ କିପରି କମ୍ କରାଯାଇ ପାରିବ ?
ଉ –
ପ୍ରତିନାଦ : ପ୍ରତିଫଳକରୁ ପ୍ରତିଫଳନର ପୁନରାବୃତ୍ତି ଯୋଗୁଁ ଯେଉଁ ପୁନଃପୁନଃ ପ୍ରତିଧ୍ଵନି ସୃଷ୍ଟି ହୁଏ, ତାହାକୁ ପ୍ରତିନାଦ କୁହାଯାଏ ।
ଉଦାହରଣ – କୌଣସି ବଡ଼ ହଲ୍‌ରେ ଧ୍ଵନି ସୃଷ୍ଟି ହେଲେ ଏହା ବାରମ୍ବାର ପ୍ରତିଫଳିତ ହୋଇ କ୍ଷୀଣ ନ ହେବା ପର୍ଯ୍ୟନ୍ତ କିଛି ସମୟ ଧରି ବାରମ୍ବାର ସେହି ହଲ୍‌ରେ ଶୁଭେ ।

ପ୍ରତିନାଦ କମ୍ କରିବାର ଉପାୟ :

  • ପ୍ରତିନାଦକୁ କମ୍ କରିବାପାଇଁ ବଡ଼ ବଡ଼ ହଲ୍‌ର ଭିତର କାନ୍ଥ ଓ ଛାତକୁ ସଂକୁଚିତ ଫାଇବର, ବନ୍ଧୁର ପ୍ଲାଷ୍ଟର କିମ୍ବା କନାର ବସ୍ତୁଦ୍ଵାରା ଆଚ୍ଛାଦିତ କରାଯାଇଥାଏ; କାରଣ ଏଗୁଡ଼ିକ ଧ୍ଵନିଶୋଷୀ ପଦାର୍ଥ ।
  • ହଲ୍‌ରେ ବ୍ୟବହୃତ ଚୌକି ଓ ବେଞ୍ଚ ଆଦି ମଧ୍ଯ ଧ୍ଵନି ଶୋଷଣକାରୀ ପଦାର୍ଥଦ୍ଵାରା ପ୍ରସ୍ତୁତ କରାଯାଇଥାଏ ।

17. ଧ୍ଵନିର ତୀବ୍ରତା କାହାକୁ କହନ୍ତି ? ଏହା କେଉଁ କେଉଁ କାରକ ଉପରେ ନିର୍ଭର କରେ ?
ଉ –

  • ଧ୍ଵନି ପ୍ରବଳତାକୁ ଧ୍ଵନିର ତୀବ୍ରତା କୁହାଯାଏ ।
  • ଏହା ଧ୍ଵନି ତରଙ୍ଗର ଆୟାମ ଉପରେ ନିର୍ଭର କରେ ।
  • ଧ୍ଵନିର ତୀବ୍ରତା ଦୋଳନ ସୃଷ୍ଟି କରୁଥିବା ଆୟାମର ବର୍ଗ ସହ ସମାନୁପାତୀ ଅଟେ ।

18. ଇଲେକ୍‌ଟ୍ରୋନିକ୍ ଯନ୍ତ୍ରପାତିକୁ ପରିଷ୍କାର କରିବାରେ ଅଟ୍ରାସାଉଣ୍ଡ କିପରି ସହାୟକ ହୁଏ ?
ଉ –

  • ପ୍ରଥମେ ଇଲୋକ୍‌ଟ୍ରୋନିକ୍ ଯନ୍ତ୍ରକୁ ସଫା କରାଯାଉଥିବା ଦ୍ରବଣ ମଧ୍ଯରେ ରଖ୍ ଅଲଟ୍ରାସାଉଣ୍ଡ ତରଙ୍ଗ ଏହା ମଧ୍ୟକୁ ପ୍ରବେଶ କରାଯାଏ ।
  • ଏହାର ଉଚ୍ଚ ଆବୃତ୍ତି ହେତୁ ଗ୍ରୀଜ୍, ମଇଳା କିମ୍ବା ଧୂଳିକଣା ଆଦି ବସ୍ତୁ ମଧ୍ୟରୁ ବାହାରିଆସି ଦ୍ରବଣ ମଧ୍ୟରେ ମିଶିଯାଏ । ଫଳରେ ଯନ୍ତ୍ରପାତି ସାମଗ୍ରୀଗୁଡ଼ିକ ଭଲଭାବରେ ସଫା ହୋଇଯାଏ ।

19. ସୋନାର୍‌ର କାର୍ଯ୍ୟପ୍ରଣାଳୀ ଏବଂ ପ୍ରୟୋଗକୁ ବୁଝାଅ ।
ଉ –
କାର୍ଯ୍ୟପ୍ରଣାଳୀ :

  • ସୋନାର୍‌ରେ ଗୋଟିଏ ଟ୍ରାନ୍ ସମିଟର ଏବଂ ଏକ ଡିଟେକ୍ଟର ଥାଏ । ଏହା ବଡ଼ ବଡ଼ ଶକ୍ରିତାଲିତ ଭଙ୍ଗା ବା ଜାହାଜରେ ଗଞ୍ଜା ଯାଇଥାଏ ।
  • ଟ୍ରାନ୍ ସମିଟରରୁ ଶକ୍ତିଶାଳୀ ଅଲଟ୍ରାସୋନିକ୍ ତରଙ୍ଗ ପଲ୍ସ ପାଣି ଭିତରକୁ ପଠାଯାଏ । ସେହି ପଲ୍ସ ସମୁଦ୍ର ଶଯ୍ୟାରେ କିମ୍ବା ସମୁଦ୍ର ଜଳରେ ବୁଡ଼ିରହିଥିବା ଜାହାଜ, ପାହାଡ଼ ବା
  • ଡିଟେକ୍ଟର ଯନ୍ତ୍ରଦ୍ଵାରା ଏହି ପ୍ରତିଫଳିତ ପ୍ରତିଧ୍ଵନି ଗ୍ରହଣ କରାଯାଏ ।
  • ଧ୍ଵନିର ପ୍ରେରଣ ଓ ପ୍ରତିଧ୍ଵନି ଗ୍ରହଣ ମଧ୍ୟରେ ଥିବା ସମୟ ବ୍ୟବଧାନ = t
    ଓ ଜାହାଜଠାରୁ ପ୍ରତିବନ୍ଧକର ଦୂରତା = d ହେଲେ ଅଲଟ୍ରାସାଉଣ୍ଡ 2d ଦୂରତା ଅତିକ୍ରମ କରିଥାଏ ।
    ∴ 2d = vt ⇒ d = \(\frac { vt }{ 2 }\)
    ଏହି ସୂତ୍ରଦ୍ଵାରା ସମୁଦ୍ର ଜଳର ଗଭୀରତା ନିରୂପଣ କରାଯାଏ ।

BSE Odisha 9th Class Physical Science Solutions Chapter 9 img-7

ପ୍ରୟୋଗ :

  • ଇକୋରେଜିଂ ପଦ୍ଧତିରେ ସମୁଦ୍ର ଜଳ ମଧ୍ଯରେ ବୁଡ଼ି ରହିଥ‌ିବା ଜାହାଜ, ପାହାଡ଼, ବଡ଼ ବଡ଼ ଶିଳାଖଣ୍ଡ, ବରଫ, ସ୍ତୂପ ଇତ୍ୟାଦି ବସ୍ତୁମାନଙ୍କ ଉପସ୍ଥିତି ଓ ଜଳପୃ ତଳେ ସେମାନଙ୍କ ଦୂରତା ନିର୍ଣ୍ଣୟ କରାଯାଏ ।
  • ଏହି ପଦ୍ଧତିରେ ସମୁଦ୍ର ଜଳର ଗଭୀରତା ମଧ୍ଯ ନିର୍ଣ୍ଣୟ କରିହୁଏ ।

20. ଏକ ବୁଡ଼ାଜାହାଜରେ ଥିବା ସୋନାରଦ୍ଵାରା ଏକ ସିଗ୍‌ନାଲ୍ ପଠାଗଲା ଏବଂ ତାହାର ପ୍ରତିଧ୍ଵନି 5 ସେକେଣ୍ଡ ପରେ ପହଞ୍ଚିଲା । ଯଦି ବୁଡ଼ାଜାହାଜଠାରୁ ବସ୍ତୁର ଦୂରତା 3625 m ହୁଏ, ତାହାହେଲେ ଜଳରେ ଧ୍ଵନି ତରଙ୍ଗର ବେଗ ନିର୍ଣ୍ଣୟ କର ।
ଉ –
ଏଠାରେ ପ୍ରତିଧ୍ଵନି ପହଞ୍ଚିବାର ସମୟ (t) = 5 ସେକେଣ୍ଡ
ବୁଡ଼ାଜାହାଜଠାରୁ ବସ୍ତୁର ଦୂରତା (d) = 3625 ମିଟର
∴ ଧ୍ୱନି ତରଙ୍ଗର ବେଗ (v) = \(\frac { 2d }{ t }\) = \(\frac { 2x3625m }{ 5sec }\) = 2 x 725 m/s = 1450 m/s

21. ଏକ ଧାତବ ବ୍ଲକ୍‌ରେ ଥ‌ିବା ବିଚ୍ୟୁତିକୁ କିପରି ଅଲ୍ଟ୍ରାସାଉଣ୍ଡ ପଦ୍ଧତିରେ ନିର୍ଣ୍ଣୟ କରାଯାଇପାରିବ ?
ଉ –

  • ପ୍ରଥମେ ଅଲ୍‌ଟ୍ରାସାଉଣ୍ଡ ତରଙ୍ଗକୁ ଧାତବଖଣ୍ଡ ମଧ୍ୟକୁ ପ୍ରବେଶ କରାଯାଏ । ଧାତବଖଣ୍ଡରେ ବିଚ୍ୟୁତି ଥିଲେ ଅଲଟ୍ରାସାଉଣ୍ଡ ତରଙ୍ଗ ସେହି ସ୍ଥାନରୁ ପ୍ରତିଫଳିତ ହୋଇ ଫେରିଆସେ ।
  • ଏହାଦ୍ଵାରା ବିଚ୍ୟୁତି ଥ‌ିବା ସ୍ଥାନ ନିରୂପଣ କରିହୁଏ ।
  • ଅଧୂକ ତରଙ୍ଗ ଦୈର୍ଘ୍ୟର ଧ୍ଵନି ବିଶିଷ୍ଟ ଅଲ୍ଟ୍ରାସାଉଣ୍ଡ ପ୍ରୟୋଗ କଲେ ତାହା ଫାଙ୍କା ସ୍ଥାନରୁ ବଙ୍କାଇଯାଇ ଡିଟେକ୍ଟର ପାଖରେ ବଙ୍କେଇଯାଏ । ଫଳରେ ବିଚ୍ୟୁତି ଜାଣିହୁଏ ନାହିଁ ।

22. ମାନବ କର୍ପୂର ଏକ ନାମାଙ୍କିତ ଚିତ୍ର ଅଙ୍କନ କର ।
ଉ –
BSE Odisha 9th Class Physical Science Solutions Chapter 9 img-8

23. ଆମେ କାନଦ୍ଵାରା କିପରି ଶୁଣୁ, ତାହାକୁ ବୁଝାଅ ।
ଉ –

  • ବାହ୍ୟକର୍ଣ୍ଣ ପିନା ଚତୁଃପାର୍ଶ୍ଵର ଧ୍ଵନିକୁ ଗ୍ରହଣ କରେ ଯାହା କାନର ଶ୍ରୁତିନାଳୀ ଦେଇ ଭିତରକୁ ଯାଏ ।
  • କର୍ଷ ମଧ୍ୟରେ ଏକ କ୍ଷୁଦ୍ର ଓ ପତଳା ଝିଲ୍ଲୀ ଥାଏ, ତାହାକୁ କର୍ଣ୍ଣପଟହ କୁହାଯାଏ । ବାୟୁ ମାଧ୍ଯମରେ ସଂପୀଡ଼ନ କର୍ଣ୍ଣପଟହରେ ପହଞ୍ଚିଲେ ତାହା କର୍ଣ୍ଣପଟହକୁ ଅତ୍ୟଧିକ ଚାପ ପ୍ରଦାନ କରେ ଓ ତାହାକୁ ଭିତରକୁ ଠେଲିଦିଏ ।
  • ବିଚଳନ କର୍ଣ୍ଣପଟହରେ ପହଞ୍ଚିଲେ ଚାପ ହ୍ରାସ ପାଏ । ତେଣୁ କର୍ଣ୍ଣପଟହ ବିପରୀତ ଦିଗରେ ଟିକେ ବାହାରକୁ ଚାଲିଆସେ |
  • ଏହା ଫଳରେ କର୍ଣ୍ଣପଟହ ବାରମ୍ବାର ଆଗପଛ ହୋଇ କମ୍ପିତ ହୁଏ । ଏହି କମ୍ପନ ମଧ୍ଯକର୍ଷରେ ଥ‌ିବା ତିନିଖଣ୍ଡ ହାଡ଼ରେ ହୁଏ । ଏହି ଚାପର ପରିବର୍ତ୍ତନକୁ ଅନ୍ତଃକଣ୍ଠରେ ଥିବା କର୍ଷକକ ବୈଦ୍ୟୁତିକ ସିଗ୍‌ନାଲରେ ପରିଣତ କରେ ।
  • ଶ୍ରୁତିସ୍ନାୟୁ ବାଟଦେଇ ଏହି ସିଗ୍‌ନାଲ୍ ମସ୍ତିଷ୍କକୁ ଯାଏ ଓ ମସ୍ତିଷ୍କ ଏହାକୁ ବ୍ୟାଖ୍ୟା କରି ଧ୍ଵନି ଭାବରେ ବୁଝିପାରେ । ତେଣୁ ଆମେ ଧ୍ଵନିକୁ ଶୁଣିପାରୁ ।

BSE Odisha 9th Class Physical Science Solutions Chapter 9 ଧ୍ଵନି

24. ଜାହାଜରେ ଥିବା ଏକ ସୋନାର୍‌ରୁ ଅଲ୍‌ଟ୍ରାସାଉଣ୍ଡ ତରଙ୍ଗ ସମୁଦ୍ରର ନିମ୍ନଦେଶକୁ ପଠାଇ ପୁଣି ପ୍ରତିଫଳିତ ତରଙ୍ଗକୁ ଗ୍ରହଣ କରିବା ମଧ୍ୟରେ ଥିବା ସମୟର ବ୍ୟବଧାନ 2.1 ସେକେଣ୍ଡ । ସମୁଦ୍ରର ଗଭୀରତା 1400m ହେଲେ, ଧ୍ଵନି ତରଙ୍ଗର ବେଗ କେତେ ?
ଉ –
ଏଠାରେ ସମୁଦ୍ରର ଗଭୀରତା (d) = 1400_m,
ସମୟ (t) = 2.1 ସେକେଣ୍ଡ
BSE Odisha 9th Class Physical Science Solutions Chapter 9 img-9
∴ ଧ୍ଵନି ତରଙ୍ଗ ର ବେଗ 1333 m/s 1

ପ୍ରଶାବଳୀ ଓ ଉତ୍ତର :

1. ତୁମ ବିଦ୍ୟାଳୟରେ ସ୍କୁଲଘଣ୍ଟାରୁ କିପରି ଧ୍ୱନି ସୃଷ୍ଟି ହୁଏ, ବୁଝାଅ ।
ଉ –
ପିଟାଘଣ୍ଟାଟି କଠିନ ଧାତୁରେ ନିର୍ମିତ ହୋଇଥାଏ । ଏହାକୁ ଏକ ପିଟଣାଦ୍ଵାରା ଆଘାତ କଲେ ଏହାର କଣିକାମାନ ବିରଳନ ଓ ସଂପୀଡ଼ନ ହୋଇ କମ୍ପିତ ହୁଅନ୍ତି । ଫଳରେ ଧ୍ୱନି ସୃଷ୍ଟି ହୁଏ । ଏହି ଧ୍ଵନି ବାୟୁ ମାଧ୍ଯମରେ ସଂଚାରିତ ହୋଇଥାଏ ।

2. ଧ୍ୱନି ତରଙ୍ଗକୁ କାହିଁକି ଯାନ୍ତ୍ରିକ ତରଙ୍ଗ କୁହାଯାଏ ?
ଉ –
ଯେଉଁ ତରଙ୍ଗ ପାଇଁ ମାଧ୍ଯମ ଆବଶ୍ୟକ ତାହାକୁ ଯାନ୍ତ୍ରିକ ତରଙ୍ଗ କୁହାଯାଏ । ଧ୍ଵନି ତରଙ୍ଗ ପାଇଁ ମାଧ୍ୟମ ଆବଶ୍ୟକ ହେତୁ ଧ୍ଵନି ତରଙ୍ଗକୁ ଯାନ୍ତ୍ରିକ ତରଙ୍ଗ କୁହାଯାଏ ।

3. ମନେକର ତୁମେ ଏବଂ ତୁମର ସାଙ୍ଗ ଚନ୍ଦ୍ର ପୃଷ୍ଠରେ ଅଛି । ସେଠାରେ ତୁମ ସାଙ୍ଗ ତୁମକୁ କିଛି କଥା କହିଲେ ତୁମେ ତା’ର କଥାକୁ ଶୁଣିପାରିବ କି ? ତୁମର ଉତ୍ତରକୁ ବୁଝାଅ ।
ଉ –
ଚନ୍ଦ୍ର ପୃରେ ବାୟୁ ନ ଥାଏ । ବିନା ମାଧ୍ୟମରେ ଧ୍ଵନି ତରଙ୍ଗ ସଂଚାରିତ ହୁଏ ନାହିଁ । ତେଣୁ ଚନ୍ଦ୍ର ପୃଷ୍ଠରେ କଥାବାର୍ତ୍ତା ଶୁଣିହେବ ନାହିଁ ।

4. ଧ୍ଵନିର ତାରତ୍ଵ ଓ ପ୍ରବଳତା ଧ୍ଵନିର କେଉଁ ଗୁଣଦ୍ଵାରା ନିର୍ଦ୍ଧାରିତ ହୁଏ ?
ଉ –

  • ଧ୍ୱନି ତରଙ୍ଗର ତାରତ୍ଵ ଆବୃତ୍ତି ଉପରେ ନିର୍ଭର କରେ । ଆବୃତ୍ତି ଅଧ‌ିକ ହେଲେ ଧ୍ଵନି ତୀକ୍ଷ୍ଣ ଓ ଆବୃତ୍ତି କମ୍ ହେଲ ଧ୍ଵନି କର୍କଶ ହୁଏ ।
  • ଧ୍ଵନି ପ୍ରବଳତା ଆୟାମ ଉପରେ ନିର୍ଭର କରେ ।

5. ଗୋଟିଏ କାର୍‌ର ହର୍ଣ୍ଣର ଧ୍ଵନି ଓ ଗୀଟାର୍‌ର ଧ୍ଵନି ମଧ୍ୟରୁ କାହାର ପିଚ୍ ଅଧିକ ଅନୁମାନ କର ।
ଉ –
କାର୍‌ର ହର୍ଣ୍ଣର ଧ୍ଵନି ନିମ୍ନ ପିଚ୍ଯୁକ୍ତ ଓ ଗୀଟାର ଧ୍ଵନି ଉଚ୍ଚ ପିଚ୍ଯୁକ୍ତ ।

6. ଧ୍ୱନି ତରଙ୍ଗର ତରଙ୍ଗ ଦୈର୍ଘ୍ୟ, ତରଙ୍ଗ ଆବୃତ୍ତି, ଆୟାମ ଓ ଆବର୍ଷକାଳ କାହାକୁ କୁହାଯାଏ ?
ଉ –
ତରଙ୍ଗ ଦୈର୍ଘ୍ୟ, – ଦୁଇଟି କ୍ରମିକ ସଂପୀଡ଼ନ ବା ଦୁଇଟି କ୍ରମିକ ବିରଳନର ମଧ୍ୟବିଦୁ୍ ମଧ୍ୟରେ ଥିବା ଦୂରତାକୁ ତରଙ୍ଗ ଦୈର୍ଘ୍ୟ କୁହାଯାଏ ।
ତରଙ୍ଗ ଆବୃତ୍ତି, – ଧ୍ୱନି ଗତି କରୁଥ‌ିବା ମାଧ୍ୟମରେ ଗୋଟିଏ କଣିକା ଏକକ ସମୟରେ ଯେତେଥର ଦୋଳିତ ହୁଏ ତାହାକୁ ଧ୍ଵନି ତରଙ୍ଗର ଆବୃତ୍ତି କୁହାଯାଏ ।
ଆୟାମ – ଗୋଟିଏ ମାଧ୍ୟମରେ ଥିବା କଣିକାର ମାଧାବସ୍ଥାର ଉଭୟ ପଟେ ଦୋଳନରତ କଣିକାର ସର୍ବୋଚ୍ଚ ବିସ୍ଥାପନକୁ ତରଙ୍ଗର ଆୟାମ କୁହାଯାଏ ।
ଆବର୍ଷକାଳ – ମାଧ୍ୟମରେ ତରଙ୍ଗ ଗତି କରୁଥିବା ସମୟରେ ମାଧ୍ୟମର ଏକକ କଣିକା ଗୋଟିଏ ଥର ପୂର୍ଣ୍ଣଦୋଳନ କରିବାକୁ ଯେତିକି ସମୟ ନିଏ ତାହାକୁ ଧ୍ୱନି ତରଙ୍ଗର ଆବର୍ତ୍ତକାଳ କହନ୍ତି ।

7. ତରଙ୍ଗ ଦୈର୍ଘ୍ୟ, ଆବୃତ୍ତ ଓ ବେଗ ମଧ୍ୟରେ ଥିବା ସଂପର୍କଟିକୁ ଲେଖ ।
ଉ – ତରଙ୍ଗର ବେଗ = ତରଙ୍ଗ ଦୈର୍ଘ୍ୟ × ଆବୃତ୍ତି => v = λf

8. ଏକ ଧ୍ୱନି ତରଙ୍ଗର ଆବୃରି 220Hz ଏବଂ ଏହାର ବେଗ ଏକ ମାଧ୍ୟମରେ 440 m/s ହେଲେ, ତାହାର ତରଙ୍ଗ ଦୈର୍ଘ୍ୟ ନିର୍ଣ୍ଣୟ କର ।
ଉ –
ଏଠାରେ ଆବୃତ୍ତି (f) = 220 Hz, ବେଗ (v) = 440 m/s
ତରଙ୍ଗର ଦୈର୍ଘ୍ୟ (λ) = \(\frac { v }{ f }\) = \(\frac { 440 m/s }{ 220 Hz }\) =2m

9. ଧ୍ଵନି ଉତ୍ସଠାରୁ 450 ମିଟର ଦୂରରେ ଠିଆହୋଇ ଜଣେ ବ୍ୟକ୍ତି 500 Hz ଆବୃତ୍ତିର ଧ୍ୱନି ତରଙ୍ଗକୁ ଶୁଣୁଛନ୍ତି । ତାହାହେଲେ ଦୁଇଟି କ୍ରମିକ ସଂପୀଡ଼ନର ସମୟ ବ୍ୟବଧାନ ତାଙ୍କ ନିକଟରେ କେତେ ହେବ ?
ଉ –
ଏଠାରେ ଆବୃତ୍ତି (f) = 500 Hz,
ସମୟ (T) = \(\frac { 1 }{ f }\) = \(\frac { 1 }{ 500 Hz }\) = 0.002 sec.
∴ ଦୁଇଟି କ୍ରମିକ ସମ୍ପୀଡ଼ନର ସମୟ ବ୍ୟବଧାନ 0.002s ହେବ ।

BSE Odisha 9th Class Physical Science Solutions Chapter 9 ଧ୍ଵନି

10. ପ୍ରଶ୍ନ :ଧ୍ୱନିର ପ୍ରବଳତା ଓ ଧ୍ଵନିର ତୀବ୍ରତା ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
ଉ –

  • ଧ୍ଵନି ପ୍ରବଳତା ଧ୍ଵନି ତରଙ୍ଗର ଆୟାମ ଉପରେ ନିର୍ଭର କରେ ।
  • ମାଧ୍ୟମର ଗୋଟିଏ ବିନ୍ଦୁ ଚାରିପଟେ ତରଙ୍ଗ ଗତିର ଅଭିଲମ୍ବ ଦିଗରେ ଏକକ କ୍ଷେତ୍ରଫଳ ବିଶିଷ୍ଟ କ୍ଷେତ୍ର ମଧ୍ୟଦେଇ ପ୍ରତି ସେକେଣ୍ଡରେ ଯେତିକି ଧ୍ଵନିଶକ୍ତି ଅତିକ୍ରମ କରେ, ତାହାର ପରିମାଣକୁ ସେହି ବିନ୍ଦୁରେ ଧ୍ଵନିର ତୀବ୍ରତା କୁହାଯାଏ ।
  • ଗୋଟିଏ ଧ୍ଵନିର ପ୍ରବଳତା ଭିନ୍ନ ଭିନ୍ନ ଶ୍ରୋତାଙ୍କ ପାଇଁ ଭିନ୍ନ ଭିନ୍ନ ହୋଇପାରେ । ଧ୍ଵନି ପ୍ରବଳତା କାନ ଉପରେ ପଡୁଥ‌ିବା ଧ୍ଵନିର ପ୍ରଭାବର ଏକ ମାପକ ଭାବରେ ଗ୍ରହଣ କରାଯାଇଥାଏ ।

11. ପ୍ରଶ୍ନ : ସାରଣୀଟିକୁ ଅନୁଧ୍ୟାନ କରି କୁହ, ବାୟୁ, ଜଳ ଓ ଲୌହ ମାଧ୍ୟମ ମଧ୍ୟରୁ ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ କେଉଁ ମାଧ୍ୟମରେ ଧ୍ଵନି ଅଧ୍ବକ ବେଗରେ ଏବଂ କେଉଁଥିରେ ସବୁଠାରୁ କମ୍ ବେଗରେ ଗତିକରେ ?
ଉ-
ଧ୍ୱନି ତରଙ୍ଗ ଲୌହ ମାଧ୍ୟମରେ ସବୁଠାରୁ ଅଧିକ ଓ ବାୟୁ ମାଧ୍ୟମରେ ସବୁଠାରୁ କମ୍ ବେଗରେ ଗତିକରେ ।

12. ପ୍ରଶ୍ନ : ବକ୍ତୃତା କକ୍ଷର ଛାତକୁ କାହିଁକି ବକ୍ରତଳ କରାଯାଇଥାଏ ?
ଉ-
ବକ୍ତୃତା କକ୍ଷର ଛାତ ବକ୍ରତଳ ହୋଇଥିବାରୁ ଧ୍ୱନି ପ୍ରତିଫଳିତ ହୋଇ କକ୍ଷର ସବୁ ସ୍ଥାନରେ ପହଞ୍ଚିଥାଏ ।

13. ସାଧାରଣ ମନୁ ଷ୍ୟର ଶ୍ରାବ୍ୟ ଆବୃତ୍ତିର ପରିସର କେତେ ?
ଉ-
ସାଧାରଣ ମନୁ ଷ୍ୟର ଶ୍ରାବ୍ୟ ପରିସର 20Hzରୁ 20 kHz ।

14. ଇନ୍‌ଫ୍ରାସାଉଣ୍ଡ ଓ ଅଲଟ୍ରାସାଉଣ୍ଡର ଆବୃତ୍ତର ପରିସର କେତେ ?
ଉ –
ଇନ୍‌ଫ୍ରାସାଉଣ୍ଡ ଆବୃତ୍ତିର ପରିସର 20Hzରୁ କମ୍ ଓ ଅଲଟ୍ରାସାଉଣ୍ଡ ଆବୃଭିର ପରିସର 20kHzରୁ ଅଧିକ ।

15. ପ୍ରଶ୍ନ : ଏକ ବୁଡ଼ାଜାହାଜରେ ଥିବା ସୋନାରରୁ ସମୁଦ୍ରଜଳ ମଧ୍ୟରେ ବୁଡ଼ିରହିଥୁବା ପାହାଡ଼ ଆଡ଼କୁ ଅଲ୍‌ଟ୍ରାସୋନିକ୍ ତରଙ୍ଗ ପଲ୍ସ ପଠାଇଲେ ତାହା ପାହାଡ଼ରେ ଧକ୍‌କା ଖାଇ 1.6 ସେକେଣ୍ଡ ପରେ ସୋନାରର ଡିଟେକ୍ଟର ପାଖକୁ ଫେରିଆସେ । ସମୁଦ୍ରର ଗଭୀରତା 1120m ହେଲେ, ସମୁଦ୍ର ଜଳରେ ଅଲଟ୍ରାସୋନିକ୍ ଧ୍ଵନିର ବେଗ କେତେ ?
ଉ –
ଅତିକ୍ରାନ୍ତ୍ରା ଦୂରତା = 2 × ସମୁଦ୍ରର ଗଭୀରତା = 2 x 1120 m = 2240 m
ମୋଟ ସମୟ (t) = 1.6 ସେକେଣ୍ଡ
ଧ୍ଵନିର ବେଗ (v) = \(\frac { s }{ t }\) = \(\frac { 2240m }{ 1.6s }\) = 1400 m/s
∴ ସମୁଦ୍ର ଜଳରେ ଅଲଟ୍ରାସୋନିକ୍ ଧ୍ଵନିର ବେଗ 1400 m/s |

କାର୍ଯ୍ୟାବଳୀ (Activity) :

ତୁମପାଇଁ କାମ 9.1 :

ଗୋଟିଏ ଟ୍ୟୁନିଙ୍ଗ୍ ଫର୍କ ନିଅ । ଏହାର ଗୋଟିଏ ଶାଖାକୁ ରବର ପ୍ୟାଡ଼ରେ ଆଘାତ କରି କମ୍ପିତ କର ଓ ତୁମ କାନ ପାଖରେ ରଖ । ତୁମେ କୌଣସି ଧ୍ଵନି ଶୁଣି ପାରୁଛ କି ? କମ୍ପିତ ଟ୍ୟୁନିଟ୍ ଫର୍କର ଗୋଟିଏ ଶାଖାକୁ ତୁମ ଆଇଠିଦ୍ୱାରା ପର୍ଶ କର । କ’ଣ ସ୍ପର୍ଶାନୁଭୂତି ହେଲା ?
BSE Odisha 9th Class Physical Science Solutions Chapter 9 img-10
ଚିତ୍ରରେ ପ୍ରଦର୍ଶିତ ହେଲା ଭଳି ଗୋଟିଏ ଟେବୁଲ ଟେନିସ୍ ବା ଛୋଟ ପ୍ଲାଷ୍ଟିକ୍ ବଲ୍‌କୁ ସୂତାରେ ସଂଯୁକ୍ତ କରି ଏକ ଦୃଢ଼ ଆଧାରରୁ ଶକ୍ତଭାବରେ ଝୁଲାଇ ରଖ । ଏକ ଟ୍ୟୁନିଙ୍ଗ୍ କର୍କର ଗୋଟିଏ ଶାଖାକୁ ରବର ପ୍ୟାଡ଼ରେ ଆଘାତ କରି କମ୍ପିତ କର । ଟୁନିଙ୍ଗ୍‌ଫର୍କର କମ୍ପିତ ଶାଖାକୁ ପ୍ଲାଷ୍ଟିକ୍ ବଲ୍‌ରେ ସ୍ପର୍ଶ କରାଅ । କ’ଣ ଦେୱଲ ?
ଉ –
ଟ୍ୟୁନିଙ୍ଗ୍ ଫର୍କର ଗୋଟିଏ ଶାଖାକୁ ରବର ପ୍ୟାଡ଼ରେ ଆଘାତ କରି କାନ ପାଖରେ ରଖୁଲେ ଆମେ ଧ୍ଵନି ଶୁଣିପାରୁଛୁ । କମ୍ପିତ ଟ୍ୟୁନିଙ୍ଗ୍ ଫର୍କର ଗୋଟିଏ ଶାଖାକୁ ଆଙ୍ଗୁଠିଦ୍ୱାରା ସ୍ପର୍ଶକଲେ ଆଙ୍ଗୁଠିରେ କମ୍ପନ -ସୃଷ୍ଟି ହେଲା ।
ଯେତେବେଳେ ବଲ୍‌ ଟ୍ୟୁନିଙ୍ଗ୍ ଫର୍କର କମ୍ପିତ ଶାଖାକୁ ସ୍ପର୍ଶ କରିବ, ତାହା କମ୍ପିତ ହେବାକୁ ଆରମ୍ଭ କରିବ ।

ତୁମପାଇଁ କାମ 9.2 :
ଗୋଟିଏ କାଚ ଗ୍ଲାସ ନେଇ ସତର୍କତା ସହ ଏହାର ମୁହଁ ପର୍ଯ୍ୟନ୍ତ ଜଳ ଭର୍ତ୍ତି କର । ଟ୍ୟୁନିଙ୍ଗ୍ ଫର୍କର ଗୋଟିଏ କମ୍ପିତ ଶାଖାକୁ ସାବଧାନତା ସହକାରେ ଜଳ ପୃଷ୍ଠରେ ସ୍ପର୍ଶ କରାଅ । କମ୍ପିତ ଟ୍ୟୁନିଙ୍ଗ୍ ଫର୍କର ଉଭୟ ଶାଖାକୁ ଚିତ୍ରରେ ପ୍ରଦର୍ଶିତ ହେଲାଭଳି ଜଳ ମଧ୍ଯରେ ବୁଡ଼ାଅ । ଉଭୟ କ୍ଷେତ୍ରରେ କ’ଣ ହେଉଛି ଲକ୍ଷ୍ୟକର । ଏଥୁରୁ ତୁମେ କେଉଁ ସିଦ୍ଧାନ୍ତରେ ପହଞ୍ଚୁଲ ? ଗୋଟିଏ କମ୍ପିତ ବସ୍ତୁ ବିନା ଧ୍ୱନି ସୃଷ୍ଟି କରିପାରିବ କି ?
ଉ –
BSE Odisha 9th Class Physical Science Solutions Chapter 9 img-11
ଉଭୟ କ୍ଷେତ୍ରରେ ଜଳ ମଧ୍ୟରେ କମ୍ପନ ସୃଷ୍ଟି ହେବ ଏବଂ ଧ୍ଵନି ଉତ୍ପନ୍ନ ହେବ । ଏଥୁରୁ ଏହି ସିଦ୍ଧାନ୍ତ ମିଳେ ଯେ କମ୍ପନରୁ ଧ୍ଵନି ସୃଷ୍ଟି ହୁଏ । କମ୍ପିତ ବସ୍ତୁ ବିନା ଧ୍ୱନି ସୃଷ୍ଟି ସମ୍ଭବପର ନୁହେଁ ।

ଉଦାହରଣ :

  • କେତେକ ବାଦ୍ୟଯନ୍ତ୍ର; ଯଥା- ସିତାର, ଗିଟାର ଇତ୍ୟାଦିରେ ତାରକୁ ଟାଣି କଂପନ ସୃଷ୍ଟି କରି ଧ୍ଵନି ସୃଷ୍ଟି କରାଯାଏ ।
  • ତବଲା, ଡ୍ରମ୍ ଇତ୍ୟାଦି ବାଦ୍ୟଯନ୍ତ୍ରର ଚମଡା ପଟ୍ଟଳକୁ ଘଷି କିମ୍ବା ହାତରେ ବାଡେଇ କଂପିତ କରି ସେଥୁରୁ ଧ୍ଵନି ସୃଷ୍ଟି କରାଯାଏ ।
  • ବଂଶୀ, ସାହାନାଇ, କାହାଳୀ ଇତ୍ୟାଦିରେ ବାୟୁକୁ ଫୁଙ୍କି କମ୍ପନ ସୃଷ୍ଟି କଲେ ସେଥୁରୁ ଧ୍ଵନି ନିଃସୃତ ହୁଏ ।
  • ମନୁଷ୍ୟର ସ୍ୱରପେଟିକାରେ ଥିବା ବାୟୁର କମ୍ପନରୁ ଧ୍ଵନି ସୃଷ୍ଟି ହୁଏ ।
  • ପକ୍ଷୀ ଡେଣା ହଲାଇ ଉଡିଗଲାବେଳେ ବାୟୁରେ କମ୍ପନ ସୃଷ୍ଟି ହୋଇ ଧ୍ୱନି ସୃଷ୍ଟି ହୁଏ ।
  • ଦୁଇ କଡକୁ ଟାଣିହୋଇ ବନ୍ଧା ହୋଇଥବା ରବର ବ୍ୟାଣ୍ଡକୁ ମଝିରେ ଟାଣି ଛାଡ଼ିଦେଲେ ରବର ବ୍ୟାଣ୍ଟି କଂପିତ ହୁଏ । ସେହି କଂପନ ବାୟୁ ମାଧ୍ୟମରେ ସଞ୍ଚାରିତ ହୋଇ ବାୟୁରେ କମ୍ପନ ସୃଷ୍ଟି କରିବାରୁ ଧ୍ଵନି ଶୁ ଣାଯାଏ ।

BSE Odisha 9th Class Physical Science Solutions Chapter 9 ଧ୍ଵନି

ତୁମପାଇଁ କାମ 9.3 :
ତୁମେ କୌଣସି ବାଦ୍ୟଯନ୍ତ୍ର ବଜାଅ କି ? ବିଭିନ୍ନ ବାଦ୍ୟଯନ୍ତ୍ର ବିଷୟରେ ତୁମେ ପଢ଼ିସାରିଲଣି । ତୁମେ ଜାଣିଥୁବା ବାଦ୍ୟଯନ୍ତ୍ରମାନଙ୍କର ନାମ ଲେଖ ଏବଂ ସେମାନଙ୍କର କେଉଁ ଅଂଶ କମ୍ପିତ ହୋଇ ଧ୍ଵନି ସୃଷ୍ଟିକରେ ତାହାକୁ ଲେଖ ।
BSE Odisha 9th Class Physical Science Solutions Chapter 9 img-12

ତୁମପାଇଁ କାମ 9.4 :
ଖଣ୍ଡିଏ ସରୁ ଓ ଲମ୍ବା ସ୍ପ୍ରିଙ୍ଗ୍ ନିଅ । ତାହାର ଗୋଟିଏ ପ୍ରାନ୍ତକୁ ତୁମ ସାଙ୍ଗକୁ ଧରିବାକୁ ଦିଅ ଏବଂ ତୁମେ ନିଜେ ଅନ୍ୟ ପ୍ରାନ୍ତଟିକୁ ଧର । ଚିତ୍ର (a) ରେ ପ୍ରଦର୍ଶିତ ହେଲାଭଳି ସ୍ପ୍ରିଙ୍ଗ୍‌ଟିକୁ ଟାଣ । ଏହାପରେ ତୁମେ ଧରିଥିବା ସ୍ପ୍ରିଙ୍ଗ୍‌ର ପ୍ରାନ୍ତକୁ ତୁମ ସାଙ୍ଗ ଧରିଥିବା ପ୍ରାନ୍ତ ଆଡ଼କୁ ଜୋର୍‌ରେ ଠେଲ । ତୁମେ କ’ଣ ଦେଖୁଲ ?
ଉ-
ଏଠାରେ ଦେଖିବାକୁ ମିଳିବ ଯେ, ସ୍ପ୍ରିଙ୍ଗ୍ ପୂର୍ବ ଅବସ୍ଥାକୁ ଫେରିଆସିବ ।

ଯଦି ତୁମେ ଏକାନ୍ତର ଭାବରେ ସ୍ପ୍ରିଙ୍ଗ୍କୁ ଠେଲିବ ଓ ଟାଣିବ, କ’ଣ ଲକ୍ଷ୍ୟ କରିବ ?
ଉ –
ସ୍ପ୍ରିଙ୍ଗ୍‌ଟି ଏକାନ୍ତଭାବେ ସଂପୀଡ଼ିତ ଓ ସଂପ୍ରସାରିତ ହେବ ।

  • ଏହି ସ୍ପ୍ରିଙ୍ଗ୍ ଉପରେ ଏକ ଚିହ୍ନ ଦିଆଗଲେ ସ୍ପ୍ରିଙ୍ଗ୍କୁ ଠେଲିବା ବା ଟାଣିବା ବେଳେ ସେହି ଚିହ୍ନଟି ଏପଟ ସେପଟ ହୋଇ ଗତି କରୁଛି । ତା’ ଗତିର ଦିଗ ସ୍ପ୍ରିଙ୍ଗ୍‌ରେ ସୃଷ୍ଟି ହୋଇଥିବା ବିଚଳନ (disturbance)ର
    ସଞ୍ଚାରଣ ଦିଗ ସହ ସମାନ୍ତର ହୋଇଥାଏ ।
  • ସ୍ଟ୍ରି ଙ୍ଗ୍‌ର କୁଣ୍ଡଳୀମାନେ ଯେଉଁ ଅଞ୍ଚଳରେ ପରସ୍ପରର ନିକଟବର୍ତ୍ତୀ ହେବେ ତାହାକୁ ସମ୍ପୀଡ଼ନ (C) ଏବଂ ଯେଉଁ ଅଞ୍ଚଳରେ ସ୍ପ୍ରିଙ୍ଗ୍‌ର କୁ ଣ୍ଡଳୀମାନ ପରସ୍ପରଠାରୁ ଦୂରେ ଇ ଯାଇଥ୍ ବେ, ତାହାକୁ ବିରଳନ (R) କୁହାଯାଏ ।
  • ଏକ ମାଧ୍ୟମରେ ଧ୍ଵନିର ସଞ୍ଚାରଣବେଳେ ସେହି ମାଧ୍ୟମରେ ଏକାଧିକ ସମ୍ପୀଡ଼ନ ଓ ବିରଳନ ସୃଷ୍ଟି ହୁଏ ।

BSE Odisha 9th Class Physical Science Solutions Chapter 9 img-13

ତରଙ୍ଗର ପ୍ରକାରଭେଦ :
ତରଙ୍ଗ ଦୁଇ ପ୍ରକାର; ଯଥା – ଅନୁଦୈର୍ଘ୍ୟ ତରଙ୍ଗ ଓ ଅନୁପ୍ରସ୍ଥ ତରଙ୍ଗ ।

ଅନୁଦୈର୍ଘ୍ୟ ତରଙ୍ଗ (Longitudinal Wave) :

  • ମାଧ୍ୟମରେ ଯେଉଁ ତରଙ୍ଗ ଗତି କରୁଥିବାବେଳେ ମାଧ୍ୟମର କଣିକାମାନେ ତରଙ୍ଗର ଗତିର ଦିଗ ସହ ସମାନ୍ତରଭାବେ ଦୋଳନ କରନ୍ତି ସେହି ତରଙ୍ଗକୁ ଅନୁଦୈର୍ଘ୍ୟ ତରଙ୍ଗ କୁହାଯାଏ ।
  • ଅନୁଦୈର୍ଘ୍ୟ ତରଙ୍ଗରେ ମାଧ୍ୟମରେ ଥିବା ପ୍ରତ୍ୟେକ କଣିକା ବିଚଳନର ସଞ୍ଚାରଣ ଦିଗରେ ସମାନ୍ତର ଭାବରେ ଦୋଳିତ ହୁଅନ୍ତି, ମାତ୍ର ମାଧ୍ୟମର କଣିକାମାନେ ମାଧ୍ଯମର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୁଅନ୍ତି ନାହିଁ ।
  • ଏହି ତରଙ୍ଗରେ କଣିକାମାନେ କେବଳ ତାଙ୍କର ମାଧ୍ୟ ଅବସ୍ଥାନର ଉଭୟ ପଟେ ଏପଟ–ସେପଟ ହୋଇ ଦୋଳନ କରନ୍ତି ।

ଅନୁପ୍ରସ୍ଥ ତରଙ୍ଗ (Transverse Wave) :
ମାଧ୍ୟମରେ ଯେଉଁ ତରଙ୍ଗ ଗତି କରୁଥିବାବେଳେ ମାଧ୍ୟମର କଣିକାମାନେ ତରଙ୍ଗ ଗତିର ଦିଗ ସହ ଅଭିଲମ୍ବଭାବେ ଦୋଳନ କରନ୍ତି, ସେହି ତରଙ୍ଗକୁ ଅନୁପ୍ରସ୍ଥ ତରଙ୍ଗ କୁହାଯାଏ ।

ତୁମପାଇଁ କାମ 9.5 :
ଚିତ୍ରରେ ପ୍ରଦର୍ଶିତ ହେଲାଭଳି ଗୋଟିଏ ମୋଟା କାଗଜ ବ୍ୟବହାର କରି ଦୁଇଟି ପାଇପ୍ ପ୍ରସ୍ତୁତ କର । ଏହି ଦୁଇ ପାଇପ୍‌ର ଦୈର୍ଘ୍ୟ ଅଧ୍ବକ ଲମ୍ବା ହେବା ଆବଶ୍ୟକ । ଏକ କାନ୍ଥ ନିକଟରେ ଗୋଟିଏ ଟେବୁଲ ରଖ୍ ଟେବୁଲ ଉପରେ ପାଇପ୍ ଦୁଇଟିକୁ ଚିତ୍ର ଅନୁ ସାରେ ରଖ । ଗୋଟିଏ ଟେବୁଲ ଘଣ୍ଟା ଗୋଟିଏ ପାଇପ୍‌ର ଖୋଲା ମୁହଁ ପାଖରେ ରଖ ଏବଂ ଅନ୍ୟ
BSE Odisha 9th Class Physical Science Solutions Chapter 9 img-14
-ପାଇପ୍ ମୁହଁ ପାଖରେ କାନରଖ୍ ଘଣ୍ଟାର ଟିକ୍ ଟିକ୍ ଶବ୍ଦ ଶୁଣ । ଦ୍ଵିତୀୟ ପାଇପ୍‌ଟିକୁ ଟିକେ ଘୁଞ୍ଚାପୁଞ୍ଚ୍ କରି ଏପରି ଅବସ୍ଥା (ଦିଗ)ରେ ରଖ ଯେପରିକି ତୁମେ ତାହାର ମୁହଁ ପାଖରେ ଘଣ୍ଟାର ଶବ୍ଦ ସ୍ପଷ୍ଟ ଭାବରେ ଶୁଣି ପାରିବ । ପ୍ରଥମ ପାଇପ୍ ବାଟେ ଧ୍ଵନି ଆପତିତ ହେଲା ଓ ଦ୍ଵିତୀୟ ପାଇପ୍ ବାଟେ ପ୍ରତିଫଳିତ ହେଲା । ବର୍ତ୍ତମାନ ଉଭୟ ପାଇପ୍ଟର ଅବସ୍ଥିତିର ଚିହ୍ନ ଦେଇ ଆପତନ କୋଣ ଓ ପ୍ରତିଫଳନ କୋଣ ମାପି ଦେଖ । ଏମାନଙ୍କ ମଧ୍ୟରେ କ’ଣ ସମ୍ପର୍କ ରହିଛି ?
ଉ –
ଏଠାରେ ଆପତନ କୋଣ ଓ ପ୍ରତିଫଳନ କୋଣ ପରସ୍ପର ସମାନ ହେବ । ପୁନଶ୍ଚ ଆପତିତ ଧ୍ଵନି, ପ୍ରତି ଳିତ ଧ୍ଵନି ଓ ଆପତନ ବିନ୍ଦୁରେ ଅଙ୍କିତ ଅଭିଲମ୍ବ ଏକ ସମତଳରେ ଅବସ୍ଥାନ କରୁଛନ୍ତି ।

Leave a Comment