Odisha State Board BSE Odisha 9th Class Political Science Important Questions Chapter 1 ମୌଳିକ ଅଧୂକାର Important Questions and Answers.
BSE Odisha Class 9 Political Science Important Questions Chapter 1 ମୌଳିକ ଅଧୂକାର
Subjective Type Questions With Answers
ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧। ଶୋଷଣ ବିରୋଧରେ ଅଧିକାର ସମ୍ପର୍କରେ ଆଲୋଚନା କର ।
Answer:
ଭାରତୀୟ ନାଗରିକମାନଙ୍କୁ ସମ୍ବିଧାନର ଧାରା ୨୩ ଓ ୨୪ରେ ଶୋଷଣ ବିରୋଧରେ ଅଧିକାର ପ୍ରଦାନ କରାଯାଇଛି । ସେଥିରେ ନିମ୍ନଲିଖ୍ ବିଷୟରେ ଉଲ୍ଲେଖ ଅଛି ।
- ଆଗକାଳ ପରି ମଣିଷ କିଣାବିକା, ବେଠି ଓ ବିନା ମଜୁରିରେ ବ୍ୟକ୍ତିଙ୍କୁ ଖଟାଇବା ଆଦି ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି ।
- ଉକ୍ତ ବ୍ୟବସ୍ଥାର ଖ୍ପ କରୁଥିବା ବ୍ୟକ୍ତିଙ୍କୁ ଆଇନ ଅନୁସାରେ ଦଣ୍ଡବିଧାନର ବ୍ୟବସ୍ଥା କରାଯାଇଛି ।
- ଦେଶର ସ୍ଵାର୍ଥ ଦୃଷ୍ଟିରୁ ଜାତି, ଧର୍ମ, ବର୍ଣ୍ଣ ଓ ବାଧ୍ୟତାମୂଳକ ଭାବେ ରାଷ୍ଟ୍ର ନିୟୋଜିତ କରିପାରିବ ।
- ୧୪ ବର୍ଷ ବୟସରୁ କମ୍ ବୟସର ଶିଶୁମାନଙ୍କୁ ଖଣି, କଳକାରଖାନା ଓ ଅନ୍ୟ କୌଣସି ବିପଦଜନକ କାମରେ ନିୟୋଜିତ କରିବାକୁ ନିଷିଦ୍ଧ କରାଯାଇଛି ।
୨। ଭାରତୀୟ ନାଗରିକମାନଙ୍କୁ ପ୍ରଦାନ କରାଯାଇଥିବା ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର ସମ୍ପର୍କରେ ବର୍ଣ୍ଣନା କର ।
Answer:
- ସମ୍ବିଧାନରେ ଭାରତରେ ବାସ କରୁଥିବା ସ୍ୱାର୍ଥରକ୍ଷା ପାଇଁ ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର ପ୍ରଦାନ କରାଯାଇଛି ।
- ଭାରତୀୟ ସମ୍ବିଧାନର ଧାରା ୨୯ ଓ ୩୦ରେ ଏହି ଅଧିକାର ସମ୍ପର୍କରେ ନିମ୍ନଲିଖ୍ତ ପ୍ରସଙ୍ଗ ଉଲ୍ଲିଖିତ ହୋଇଛି ।
(a) ଭାଷା, ଲିପି ଓ ସଂସ୍କୃତିର ସୁରକ୍ଷା କରିବାପାଇଁ ଅଧିକାର ପାଇଛନ୍ତି ।
(b)ସରକାରଙ୍କଠାରୁ ଅନୁଦାନ ପାଉଥିବା ଶିକ୍ଷାନୁଷ୍ଠାନରେ କେବଳ ଧର୍ମ, ବର୍ଣ୍ଣ, ଜାତି, ଭାଷା ଓ ବାସସ୍ଥାନ ଆଦି କରାଯାଇପାରିବ ନାହିଁ ।
(c) ମୁତାବକ ଶି କ୍ଷାନୁଷ୍ଠାନ ପ୍ରତିଷ୍ଠା ସାହାଯ୍ୟ ମିଳିବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ।
୩। ସାମ୍ବିଧାନିକ ପ୍ରତିକାରର ଅଧିକାରର ତାତ୍ପର୍ଯ୍ୟ ବୁଝାଇ ଲେଖ ।
Answer:
- ସମ୍ବିଧାନର ୩୨ ଧାରାରେ ସାମ୍ବିଧାନିକ ପ୍ରତିକାର ଅଧ୍ୟାର ବର୍ଣ୍ଣନା କରାଯାଇଛି । ମୌଳିକ ଅଧିକାରର ସୁରକ୍ଷା ପାଇଁ ଅଦାଲତର ସାହାଯ୍ୟ ନେଇପାରିବ ।
- ନାଗରିକର ମୌଳିକ ଅଧ୍ଵରଗୁଡ଼ିକ ଯଦି ସରକାର ବା ଅନ୍ୟ କେହି କ୍ଷୁଣ୍ଣ କରନ୍ତି ତାହାହେଲେ ସେ ୩୨ ଧାରା ଅନୁସାରେ – ସିଧାସଳଖ ଭାରତର ଉଚ୍ଚତମ ନ୍ୟାୟାଳୟ ଓ ରାଜ୍ୟର ଉଚ୍ଚ ନ୍ୟାୟାଳୟରେ ଆବେଦନ କରିପାରିବେ ।
- ମୌଳିକ ଅଧିକାରଗୁଡ଼ିକୁ ସୁରକ୍ଷା ଦେବାପାଇଁ ଉଚ୍ଚତମ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟ ପାଞ୍ଚ ପ୍ରକାର ‘ରିଟ୍’ ଜାରି କରିପାରିବେ ।
- ସେଗୁଡ଼ିକ ହେଉଛି – (କ) ବନ୍ଦୀ ପ୍ରତ୍ୟକ୍ଷୀକରଣ, (ଖ) ପରମାଦେଶ, (ଗ) ନିଷେଧାଦେଶ, (ଘ) ଅଧିକାର ପୃଚ୍ଛା, (ଙ) ଉତ୍ପ୍ରେକ୍ଷଣ ।
କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
୧ । ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ କିପରି ଯଥେଚ୍ଛାଚାର କ୍ଷମତାକୁ ସଙ୍କୁଚିତ କରାଯାଇଛି ?
Answer:
- ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ନାଗରିକମାନଙ୍କୁ ଦେଶର ସମ୍ବିଧାନ କେତେକ ମୌଳିକ ଅଧିକାର ପ୍ରଦାନ କରିଥାଏ ।
- ନିଜର ବ୍ୟକ୍ତିତ୍ୱର ବିକାଶ କରିବା ସଙ୍ଗେ ସଙ୍ଗେ ରାଷ୍ଟ୍ରର ଯଥେଚ୍ଛାଚାର କ୍ଷମତା ସଙ୍କୁଚିତ କରିଥାଏ ।
୨। ଭାରତୀୟ ସମ୍ବିଧାନର କେଉଁ ଭାଗର କେତେ ଧାରାରେ ମୌଳିକ ଅଧିକାର ବର୍ଣ୍ଣିତ ହୋଇଛି ଓ ସମ୍ବିଧାନର ପ୍ରଣେତାମାନେ ଏଥୁଁନିମନ୍ତେ କେଉଁ ଆଇନଦ୍ୱାରା ପ୍ରଭାବିତ ହୋଇଛନ୍ତି ?
Answer:
- ଭାରତ ସମ୍ବିଧାନର ତୃତୀୟ ଭାଗରେ ଥିବା ଧାରା ୧୨ରୁ ଧାରା ୩୫ ମଧ୍ୟରେ ମୌଳିକ ଅଧିକାରଗୁଡ଼ିକ ବର୍ଣ୍ଣିତ ହୋଇଛି ।
- ଭାରତ ସମ୍ବିଧାନର ତୃତୀୟ ଭାଗରେ ଥିବା ଧାରା ୧୨ରୁ ଧାରା ୩୫ ମଧ୍ୟରେ ମୌଳିକ ‘ଅଧିକାର ସମ୍ପର୍କିତ ଆଇନ’ (Bill of Rights)ଦ୍ଵାରା ପ୍ରଭାବିତ ହୋଇଛନ୍ତି ।
୩ । ଭାରତ ସମ୍ବିଧାନର ତୃତୀୟ ଭାଗରେ ଥିବା ଧାରା ମୌଳିକ ଅସ୍ଵୀକାର କୁହାଯାଇଛି ?
Answer:
- ସମ୍ବିଧାନର ଧାରା ୧୨ରୁ ୩୫ ମଧ୍ୟରେ ପ୍ରଦତ୍ତ ଅଧ୍ୟାରଗୁଡ଼ିକ ମୌଳିକ, କାରଣ ଜୀବନଯାପନ ଓ ବ୍ୟକ୍ତିଗତ ସୁରକ୍ଷା ଲାଗି ଏଗୁଡ଼ିକର ଆବଶ୍ୟକତା ରହିଛି ।
- ଏହି ଆର୍ଟିକିଲଗୁଡିକ ବ୍ୟକ୍ତିଗତ ଇଚ୍ଛାରେ ପରିବର୍ତ୍ତନ କରାଯାଇପାରିବ ନାହିଁ |
୪। ମୌଳିକ ଅଧିକାରଗୁଡ଼ିକ କାହିଁକି ନିରଙ୍କୁଶ ନୁହେଁ ବୋଲି କୁହାଯାଇଛି ?
Answer:
- ମୌଳିକ ଅଧିକାରଗୁଡ଼ିକ ନିରଙ୍କୁଶ ନୁହେଁ ।
- ଅଧିକାରକୁ ସାମୟିକ ଭାବରେ ସଙ୍କୁଚିତ ବା ସ୍ଥଗିତ ବା ନିଲମ୍ବିତ ରଖାଯାଇପାରିବ ।
୫। କେବେ ଓ କେଉଁ ସମ୍ବିଧାନ ସଂଶୋଧନ ଆଇନଦ୍ୱାରା ବ୍ୟକ୍ତିର ସମ୍ପତ୍ତିଗତ ଅଧିକାରକୁ ଦିଆଯାଇଛି ?
Answer:
୧୯୭୮ ମସିହାରେ ୪୪ତମ ସମ୍ବିଧାନ ସଂଶୋଧନ ଆଇନଦ୍ୱାରା ବ୍ୟକ୍ତିର ସମ୍ପଭିଗତ ଅଧିକାରକୁ ମୌଳିକ ଅଧିକାର ତାଲିକାରୁ ବାଦ୍ ଦିଆଯାଇଛି ।
୬ | ଭାରତରେ କେଉଁସବୁ ଉପାଧ୍ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ?
Answer:
- ସ୍ବାଧୀନତା ପରଠାରୁ ଦେଶରେ ଉଲ୍ଲେଖନୀୟ ସେବା ପ୍ରଦାନ କ୍ଷେତ୍ରରେ ରାଷ୍ଟ୍ରପତିଙ୍କଦ୍ୱାରା ଭାରତରତ୍ନ, ପଦ୍ମବିଭୂଷଣ, ପଦ୍ମଭୂଷଣ, ପଦ୍ମଶ୍ରୀ ଆଦି ଉପାଧ୍ ପ୍ରଦାନ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି ।
- ଉପାଧ୍ ପ୍ରଦାନ ପାଇଁ ଅଧିକାର ଦିଆଯାଇଛି । ରାଷ୍ଟ୍ରଦ୍ୱାରା ବିଭିନ୍ନ ପ୍ରକାରର ‘ସାମରିକ ଉପାଧ୍’ ପ୍ରଦାନର ବ୍ୟବସ୍ଥା ମଧ୍ୟ ରହିଛି ।
୭। କେଉଁ ସମୟରେ ନାଗରିକର ବ୍ୟକ୍ତି ଗତ ସ୍ବାଧନୀତାକୁ ସରକାର ନିୟନ୍ତ୍ରଣ କରିପାରିବେ ?
Answer:
- ଆବଶ୍ୟକସ୍ଥଳେ ରାଷ୍ଟ୍ରର ଐକ୍ୟ ଓ ନିରାପତ୍ତା, ଶାନ୍ତି ଓ ଶୃଙ୍ଖଳା ରକ୍ଷା, ନୈତିକତା ଓ ବିଦେଶୀ ରାଷ୍ଟ୍ର ସହିତ ବନ୍ଧୁତ୍ଵପୂର୍ଣ୍ଣ ସମ୍ପର୍କ ରକ୍ଷା ଦୃଷ୍ଟିରୁ ସରକାର ନ୍ୟାୟୋଚିତ ଭାବରେ ନାଗରିକର କରିପାରିବେ ।
- ରାଷ୍ଟ୍ରପତି ଜରୁରିକାଳୀନ ପରିସ୍ଥିତିରେ ଏହି କରିପାରିବେ ବା ସ୍ଥଗିତ ରଖୁପାରିବେ ।
୮। ସମ୍ବିଧାନର ଧାରା ୨୦ରେ ଦୋଷୀ ବା ଅପରାଧୀ ବିବେଚିତ ହେଉଥିବା ବ୍ୟକ୍ତିଙ୍କୁ କେତୋଟି ଅଧ୍ୟାର ପ୍ରଦାନ କରାଯାଇଛି ଓ ସେଗୁଡ଼ିକ କ’ଣ କ’ଣ ? ସମ୍ବିଧାନର ଧାରା ୨୦ ଅନୁସାରେ ଦୋଷୀ
Answer:
- ସମ୍ବିଧାନର ଧାରା ୨୦ ଅନୁସାରେ ଦୋଷୀ ବା ଅପରାଧୀ ବିବେଚିତ ହେଉଥିବା ବ୍ୟକ୍ତିଙ୍କୁ ତିନିଗୋଟି ଅଧ୍ୟାର ପ୍ରଦାନ କରାଯାଇଛି ।
- ସେଗୁଡ଼ିକ ହେଉଛି – (କ) କୌଣସି ବ୍ୟକ୍ତି ସେହି ସମୟରେ ପ୍ରଚଳିତ ନ ଥିବା କୌଣସି ଆଇନ ଅନୁସାରେ ଦଣ୍ଡିତ ହେବେ ନାହିଁ ।
ଖ) କୌଣସି ବ୍ୟକ୍ତି ଗୋଟିଏ ଅପରାଧ ପାଇଁ ଦୁଇଥର ଦଣ୍ଡ ଭୋଗ କରିବେ ନାହିଁ ।
(ଗ) କୌଣସି ବ୍ୟକ୍ତିଙ୍କୁ ନିଜ ବିରୋଧରେ ସାକ୍ଷ୍ୟ ଦେବାକୁ ବାଧ୍ୟ କରାଯିବ ନାହିଁ ।
୯। ସମ୍ବିଧାନର ଧାରା ୨୧ରେ ଭାରତୀୟମାନଙ୍କୁ କେଉଁ ଅଧୂକାର ପ୍ରଦାନ କରାଯାଇଛି ?
Answer:
- ସମ୍ବିଧାନର ଧାରା ୨୧ ଅନୁସାରେ ଆଇନ ଅନୁମୋଦିତ ପନ୍ଥା ଭିନ୍ନ ଅନ୍ୟ କୌଣସି ପନ୍ଥାରେ ନାଗରିକକୁ ତାହାର ଜୀବନ ଓ ବ୍ୟକ୍ତିଗତ ସ୍ଵାଧୀନତାରୁ ବଞ୍ଚିତ କରାଯିବ ନାହିଁ ।
- ବିଶ୍ବବିଦ୍ୟାଳୟ ତଥା ଅନ୍ୟାନ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ବିଭିନ୍ନ ଶିକ୍ଷା ସମ୍ବନ୍ଧୀୟ ଉପାଧ୍ ପ୍ରଦାନ ପାଇଁ ଅଧିକାର ଦିଆଯାଇଛି । ରାଷ୍ଟ୍ରଦ୍ୱାରା ବିଭିନ୍ନ ପ୍ରକାରର ‘ସାମରିକ ଉପାଧ୍’ ପ୍ରଦାନର ବ୍ୟବସ୍ଥା ମଧ୍ୟ ରହିଛି । ଉପାଧ୍’ ପ୍ରଦାନର ବ୍ୟବସ୍ଥା ମଧ୍ୟ ରହିଛି ।
୧୦ । ସମ୍ବିଧାନର ଧାରା ୨୨ରେ ନାଗରିକମାନଙ୍କୁ କେଉଁସବୁ ଅଧିକାର ଦିଆଯାଇଛି ?
Answer:
- ସମ୍ବିଧାନର ଧାରା ୨୨ ଅନୁସାରେ ଭାରତର ପ୍ରତ୍ୟେକ ନାଗରିକଙ୍କୁ ପ୍ରଦତ୍ତ କେତେକ ସୁରକ୍ଷା ଅଧିକାର ବଳରେ ସେ ପୋଲିସ୍ର ବେଆଇନ ଗିରଫଦାରୀରୁ ନିଜକୁ ମୁକ୍ତ ରଖ୍ଯାରିବ ।
- ଗିରଫ ହୋଇଥିବା ବ୍ୟକ୍ତିକୁ ଗିରଫ ହେବାର କାରଣ ଯଥାଶୀଘ୍ର ଜଣାଇ ଦିଆଯିବ ଓ ଗିରଫ ବ୍ୟକ୍ତିଙ୍କୁ ୨୪ ଘଣ୍ଟା ମଧ୍ୟରେ ନିକଟତମ ମାଜିଷ୍ଟ୍ରେଟଙ୍କ ଅଦାଲତରେ ହାଜର କରାଯିବା
୧୧। ସମ୍ବିଧାନର ଧାରା ୨୧(କ)ରେ ଥିବା ଶିକ୍ଷା ଅଧିକାର ବ୍ୟବସ୍ଥାକୁ ଆଲୋଚନା କର ।
Answer:
- ଶିକ୍ଷାଲାଭକୁ ମୌଳିକ ଅଧିକାର ଭାବେ ସମ୍ବିଧାନର ଧାରା ୨୧(କ)ରେ ଯୋଗ କରାଯାଇଛି ।
- ୨୦୧୦ ମସିହା ଏପ୍ରିଲ ୧ ତାରିଖରେ ଯୋଗ ହୋଇଥିବା ନୂତନ ଶିକ୍ଷା ଅଧିକାର ବ୍ୟବସ୍ଥା ଅନୁସାରେ ଛଅ ବର୍ଷରୁ ଚଉଦ ବର୍ଷ ବୟସ ମଧ୍ୟରେ ଥିବା ବାଳକ ଓ ବାଳିକାମାନଙ୍କ ପାଇଁ ହୋଇଛି । ସେଥିପାଇଁ ସମସ୍ତ ଖର୍ଚ୍ଚ ରାଷ୍ଟ୍ର ବହନ କରିବାର ବ୍ୟବସ୍ଥା ହୋଇଛି ।
Objective Type Questions With Answers
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
୧। ଗଣତାନ୍ତ୍ରିକ ରାଷ୍ଟ୍ରରେ କେଉଁ ଦୁଇଟି କ୍ଷେତ୍ରରେ ଭାରସାମ୍ୟ ରହିବା ଦରକାର ?
Answer:
ଗଣତାନ୍ତ୍ରିକ ରାଷ୍ଟ୍ରରେ ବ୍ୟକ୍ତିର ସ୍ଵାଧୀନତା ଓ ରାଷ୍ଟ୍ରର କ୍ଷମତା ମଧ୍ଯରେ ଭାରସାମ୍ୟ ରହିବା ଦରକାର ।
୨। ମୌଳିକ ଅଧ୍ୟାରଗୁଡ଼ିକ ବ୍ୟକ୍ତିର ଅତ୍ୟନ୍ତ ଦରକାର କାହିଁକି ?
Answer:
ବ୍ୟକ୍ତିର ବ୍ୟକ୍ତିତ୍ଵର ପୂର୍ଣ୍ଣ ପରିପ୍ରକାଶ ପାଇଁ ମୌଳିକ ଅଧିକାରଗୁଡ଼ିକ ଅତ୍ୟନ୍ତ ଆବଶ୍ୟକ ।
୩ । ସରକାରଙ୍କର ଯଥେଚ୍ଛାଚାର କ୍ଷମତା ଉପରେ କିଏ ଅଙ୍କୁଶ ଲଗାଇଥାଏ ?
Answer:
ସରକାରଙ୍କର ଯଥେଚ୍ଛାଚାର କ୍ଷମତା ଉପରେ ମୌଳିକ ଅଧିକାର ଅଙ୍କୁଶ ଲଗାଇଥାଏ ।
୪। କେଉଁ ସମୟରେ ମୌଳିକ ଅସ୍କାରକୁ ସାମୟିକ କାରଣରୁ ମୌଳିକ ଅଧିକାରକୁ ସାମୟିକ ଭାବେ ରଖାଯାଇପାରିବ ?
Answer:
କେଉଁ ସମୟରେ ମୌଳିକ ଅସ୍କାରକୁ ସାମୟିକ କାରଣରୁ ମୌଳିକ ଅଧିକାରକୁ ସାମୟିକ ଭାବେ ସଙ୍କୁଚିତ ବା ସ୍ଥଗିତ ବା ନିଲମ୍ବିତ ରଖାଯାଇପାରିବ ।
୫ ! ସମ୍ବିଧାନରେ ପ୍ରଦତ୍ତ ମୌଳିକ ଅଧିକାର କୁ ସଙ୍କୁଚିତ ବା ପ୍ରତ୍ୟାହାର କରିବାର କ୍ଷମତା କାହାର ରହିଛି ?
Answer:
ସମ୍ବିଧାନରେ ପ୍ରଦତ୍ତ ମୌଳିକ ଅଧିକାରକୁ ସଙ୍କୁଚିତ ବା ପ୍ରତ୍ୟାହାର କରିବାର କ୍ଷମତା କେବଳ ଭାରତର ସଂସଦର ରହିଛି ।
୬। ମୌଳିକ ଅଧିକାର ଗୁଡ଼ିକ ନ୍ୟାୟାଳୟରେ ପ୍ରତିପାଦନୀୟ – ଏହାର ଅର୍ଥ କ’ଣ ?
Answer:
ମୌଳିକ ଧ୍ୟାର ଗୁଡ଼ିକ ନ୍ୟାୟାଳୟରେ ପ୍ରତିପାଦନୀୟ ଅର୍ଥାତ୍ କୌଣସି ନାଗରିକର ମୌଳିକ ଅଧିକାର କ୍ଷୁଣ୍ଣ ହେଲେ ସେ ନ୍ୟାୟାଳୟର ଆଶ୍ରୟ ନେଇ ତାହାର ପ୍ରତିକାର କରିପାରିବ ।
୭। କେଉଁ ଆଇନକୁ ନ୍ୟାୟାଳୟ ଅସିଦ୍ଧ ଘୋଷଣା କରିପାରିବ ?
Answer:
ନାଗରିକର ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଥି ଯେକୌଣସି ଆଇନକୁ ନ୍ୟାୟାଳୟ ଅସିଦ୍ଧ ଘୋଷଣା କରିପାରିବ ।
୮| କେଉଁମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଚାକିରି ତଥା ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥାକୁ ସଙ୍କୁଚିତ କରାଯାଇ ପାରିବ ନାହିଁ ?
Answer:
ସମାଜର ଦୁର୍ବଳ ବର୍ଗ ବା ଅନୁନ୍ନତ ଶ୍ରେଣୀ ଅନ୍ତର୍ଗତ ଅନୁସୂଚିତ ଜାତି ଓ ଜନଜାତିର ଲୋକମାନଙ୍କ ପାଇଁ ବ୍ୟବସ୍ଥାକୁ ସଙ୍କୁ ଚି ତ କରାଯାଇ ପାରିବ ନାହିଁ ।
୯ । କେଉଁ ଆର୍ଟିକିଲ୍ ନାଗରିକମାନଙ୍କୁ ସ୍ୱାଧୀନତାର ଅଧିକାର ଦେଇଥାଏ | ?
Answer:
ସମ୍ବିଧାନର ଧାରା ୧୯ରୁ ଧାରା ୨୨ ମଧ୍ୟରେ ନାଗରିକମାନଙ୍କୁ ସ୍ୱାଧୀନତାର ଅଧିକାର ଦିଆଯାଇଛି ।
୧୦ । ସମ୍ବିଧାନର କେଉଁ ଧାରାରେ ପ୍ରଥମେ ସାତଗୋଟି ଅଧିକାର ଦିଆଯାଇଥିଲା ?
Answer:
ଭାରତର ସମ୍ବିଧାନର ଧାରା ୧୯ରେ ପ୍ରଥମେ ସାତଗୋଟି ପ୍ରସଙ୍ଗରେ ନାଗରିକମାନଙ୍କୁ ସ୍ଵାଧୀନତାର ଅଧିକାର ଦିଆଯାଇଥିଲା
୧୧ । ଭାରତୀୟ ନାଗରିକମାନେ କେଉଁ ମୌଳିକ ଅଧିକାର ବଳରେ ଶାନ୍ତିପୂର୍ଣ୍ଣ ଭାବରେ ଓ ନିରସ୍ତ୍ର ପାଇଛନ୍ତି ?
Answer:
ବଳରେ ଶାନ୍ତିପୂର୍ଣ୍ଣ ଭାବରେ ଓ ନିରସ୍ତ୍ର ହୋଇ ସମାବେଶରେ ମିଳିତ ହେବାର ସ୍ଵାଧୀନତା ପାଇଛନ୍ତି ।
୧୨। କିଏ, କେଉଁ ସମୟରେ ବ୍ୟକ୍ତି ଗତ ସ୍ଵାଧୀନତାଗୁଡ଼ିକୁ ନିଲମ୍ବିତ କରିପାରିବେ ବା ସ୍ଥଗିତ ରଖ୍ଯାରିବେ ?
Answer:
ରାଷ୍ଟ୍ରପତି ଜରୁରିକାଳୀନ ପରିସ୍ଥିତିରେ ବ୍ୟକ୍ତିଗତ ସ୍ଵାଧୀନତାଗୁଡ଼ିକୁ ନିଲମ୍ବିତ କରିପାରିବେ ବା ସ୍ଥଗିତ ରଖ୍ଯାରିବେ ।
୧୩ । କାହା ଆଦେଶ ବିନା କୌଣସି ବ୍ୟକ୍ତିଙ୍କୁ ୨୪ ଘଣ୍ଟାରୁ ଅଧ୍ୟା ସମୟ ଅଟକ ରଖାଯାଇ ପାରିବ ନାହିଁ ?
Answer:
ମାଜିଷ୍ଟ୍ରେଟ୍ଙ୍କ ଆଦେଶ ବିନା କୌଣସି ବ୍ୟକ୍ତିଙ୍କୁ ୨୪ ଘଣ୍ଟାରୁ ଅଧିକ ସମୟ ଅଟକ ରଖାଯାଇ ପାରିବ ନାହିଁ ।
୧୪। ଭାରତର ସମ୍ବିଧାନର କେଉଁ ଧାରାରେ ନାଗରିକମାନଙ୍କୁ ଶୋଷଣ ବିରୋଧରେ ଅଧିକାର ଦିଆଯାଇଛି ?
Answer:
ଭାରତର ସମ୍ବିଧାନର ଧାରା ୨୩ ଓ ୨୪ରେ ନାଗରିକମାନଙ୍କୁ ଶୋଷଣ ବିରୋଧରେ କିଛି ଅଧିକାର ପ୍ରଦାନ କରାଯାଇଛି ।
୧୫ । ଜରୁରୀ ପରିସ୍ଥିତି ସମୟରେ କେଉଁ ଅଧିକାର ସଙ୍କୁଚିତ ହୁଏ ?
Answer:
ଜରୁରିକାଳୀନ ପରିସ୍ଥିତିରେ ସ୍ଵାଧୀନତାର ଅଧ୍ୟାର ସଙ୍କୁଚିତ ହୋଇଥାଏ ।
୧୬ । କିଏ ଭାରତର ସମ୍ବିଧାନ ‘ଓକିଲମାନଙ୍କର ଭୂସ୍ୱର୍ଗ’ ବୋଲି କହିଛନ୍ତି ?
Answer:
ପାଶ୍ଚାତ୍ୟ ସାମ୍ବିଧାନବିତ୍ ଆଇଭର୍ ଜେନିଙ୍ଗସ୍ ଭାରତର ସମ୍ବିଧାନ ‘ଓକିଲମାନଙ୍କର ଭୂସ୍ବର୍ଗ’ ବୋଲି କହିଛନ୍ତି ।
୧୭ । ଭାରତୀ ମାମଲାରେ ନିଜର ପୂର୍ବ ନିଷ୍ପତ୍ତି ବଦଳାଇ କିଭଳି ରାୟ ପ୍ରଦାନ କରିଥିଲେ ?
Answer:
୧୯୭୩ ମସିହାରେ କୈଶବାନନ୍ଦ ଭାରତୀ ମାମଲାରେ ଉଚ୍ଚତମ ନ୍ୟାୟାଳୟ ନିଜର ପୂର୍ବ ନିଷ୍ପତ୍ତି ବଦଳାଇ ରାୟ ଦେଇଥିଲେ ଯେ ସଂସଦ ଚାହିଁଲେ, ମୌଳିକ ଅଧିକାରଗୁଡ଼ିକ ସଂଶୋଧନ କରିପାରିବେ ସତ, କିନ୍ତୁ ସମ୍ବିଧାନର ମୌଳିକ ଢାଞ୍ଚାକୁ ପରିବର୍ତ୍ତନ କରିପାରିବେ ନାହିଁ
୧୮ । ଶିକ୍ଷା ଅଧିକାର ମାଧ୍ୟମରେ କେତେରୁ କେତେ ବର୍ଷ ବୟସ ମଧ୍ୟରେ ଥିବା ବାଳକ ବାଳିକାଙ୍କ ପାଇଁ ହୋଇଛି ?
Answer:
ଶିକ୍ଷା ଅଧିକାର ମାଧ୍ୟମରେ ୬ରୁ ୧୪ ବର୍ଷ ବୟସ ମଧ୍ୟରେ ଥିବା ସମସ୍ତ ବାଳକ ଓ ବାଳିକାମାନଙ୍କ ପାଇଁ ମାଗଣା ମାଗଣା ଓ ବାଧ୍ୟତାମୂଳକ ଶିକ୍ଷାଦାନ ବ୍ୟବସ୍ଥା ଓ ବାଧ୍ୟତାମୂଳକ ଶିକ୍ଷାଦାନ ବ୍ୟବସ୍ଥା୧୯ । କିଏ
୧୯ । ‘ରିଟ୍’ ଜାରି ପାରିବେ ?
Answer:
ଧାରା 226 ସମସ୍ତକୁ ସଶକ୍ତ କରେ | ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟ ‘ରିଟ୍’ ଜାରି କରିପାରିବେ ।
B ଗୋଟିଏ ଶବ୍ଦରେ ଉତ୍ତର ଲେଖ ।
୧। କେତେ ବର୍ଷରୁ କମ୍ ବୟସ୍କ ଶିଶୁମାନଙ୍କୁ ଖଣି, ନିୟୋଜିତ କରିବାକୁ ନିଷେଧ କରାଯାଇଛି ?
୨। ସମ୍ବିଧାନର କେଉଁ ଧାରାରେ ଧର୍ମଗତ ସ୍ଵାଧୀନତା ଅଧିକାର ପ୍ରଦାନ କରାଯାଇଛି ?
୩। ସମ୍ବିଧାନର କେଉଁ ଧାରାରେ ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର ବର୍ଣ୍ଣନା କରାଯାଇଛି ?
୪। ଭାରତର ସମ୍ବିଧାନର ପ୍ରଣେତାମାନେ ମୌଳିକ ଅଧିକାରଗୁଡ଼ିକର ଆବଶ୍ୟକତା ଅନୁଭବ କଲାବେଳେ ଅନେକାଂଶରେ କେଉଁ ଦେଶର ‘ଅଧିକାର ସମ୍ପର୍କିତ ଆଇନ’ ଦ୍ଵାରା ପ୍ରଭାବିତ ହୋଇଥିଲେ ?
୫ । ଜରୁରିକାଳୀନ ପରିସ୍ଥିତିରେ ରାଷ୍ଟ୍ରପତି ନାଗରିକର କେଉଁ ଅଧ୍ୟାରଗୁଡ଼ିକୁ ନିଲମ୍ବିତ କରିପାରିବେ ବା ସ୍ଥଗିତ ରଖ୍ଯାରିବେ ?
୬ । କେଉଁ ନ୍ୟାୟାଳୟ ମୌଳିକ ଅସ୍ଵୀକାରଗୁଡ଼ିକୁ ସୁରକ୍ଷା ପ୍ରଦାନ କରନ୍ତି ?
୭। ଭାରତରେ ମୌଳିକ ଅଧିକାରଗୁଡ଼ିକୁ ସଙ୍କୁଚିତ ପ୍ରତ୍ୟାହାର କରିବାର କ୍ଷମତା କାହାର ଅଛି ?
୮। ଶିକ୍ଷାଲାଭକୁ ମୌଳିକ ଅସ୍ଵାକାର ଭାବେ ସମ୍ବିଧାନରେ କେଉଁ ଧାରାରେ ଯୋଗ କରାଯାଇଛି ?
୯।ନୂତନ ଶିକ୍ଷା ଅତ୍କାର ଆଇନ ଆମ ସମ୍ବିଧାନରେ କେବେ ଯୋଗ କରାଯାଇଛି ?
୧୦ । କେତେ ବର୍ଷରୁ କେତେ ବର୍ଷ ପର୍ଯ୍ୟନ୍ତ ବାଳକ ଓ ଶିକ୍ଷାଦାନର ବ୍ୟବସ୍ଥା କରାଯାଇଛି ?
୧୧ । ସମ୍ବିଧାନର କେଉଁ ଧାରାରେ ପୋଲିସ୍ର ବେଆଇନ ଗିରଫଦାରୀ ବିଷୟରେ କୁହାଯାଇଛି ?
୧୨ । ଆମ ସମ୍ବିଧାନର ଧାରା ୨୩ ଓ ୨୪ରେ ନାଗରିକମାନଙ୍କୁ କାହା ବିରୋଧରେ କିଛି ଅଧ୍ୟାର ପ୍ରଦାନ କରାଯାଇଛି ?
୧୩। ଭାରତରେ ବସବାସ କରୁଥିବା ବିଭିନ୍ନ ଧର୍ମର ନାଗରିକମାନଙ୍କୁ ସମ୍ବିଧାନର ଧାରା ୨୫-୨୮ରେ କେଉଁ ଅଧିକାର ପ୍ରଦାନ କରାଯାଇଛି ?
୧୪ । ଆମ ଦେଶରେ ବସବାସ କରୁଥିବା ସଂଖ୍ୟାଲଘୁ ଗୋଷ୍ଠୀର ବ୍ୟକ୍ତିମାନଙ୍କର ସ୍ବାର୍ଥରକ୍ଷା ପାଇଁ ସମ୍ବିଧାନର କେଉଁ ଧାରାରେ ଅଧ୍ୟାର ପ୍ରଦାନ କରାଯାଇଛି ?
୧୫ । ଜଣେ ନାଗରିକ ନିଜର ମୌଳିକ ଅଧ୍ଵରର ସୁରକ୍ଷା ପାଇଁ ଅଦାଲତର ସାହାଯ୍ୟ ନେଇପାରିବ, ଏହା ସମ୍ବିଧାନରେ କେଉଁ ଧାରାରେ ଉଲ୍ଲେଖ କରାଯାଇଛି ?
Answers:
୧। ୧୪,
୨। ଧାରା ୨୫ରୁ ୨୮,
୩। ଧାରା ୨୯ ଓ ୩୦
୪ । ଯୁକ୍ତରାଷ୍ଟ୍ର ଆମେରିକା,
୫ । ବ୍ୟକ୍ତିଗତ ସ୍ଵାଧୀନତା,
୬ । ଉଚ୍ଚତମ ନ୍ୟାୟାଳୟ,
୭ । ଭାରତର ସଂସଦ,
୮ । ଧାରା ୨୧(କ),
୯ ।୨୦୧୦ ଏପ୍ରିଲ୍,
୧୦ । ୬-୧୪ ବର୍ଷ,
୧୧ । ଧାରା-୨୨,
୧୨ । ଶୋଷଣ,
୧୩ । ଧର୍ମଗତ ସ୍ଵାଧୀନତା ଅଧିକାର,
୧୪। ଧାରା-୨୯ ଓ ୩୦,
୧୫ । ଧାରା -୩୨
C ଶୂନ୍ୟସ୍ଥାନ ପୂରଣ କର ।
୧। ଗଣତନ୍ତ୍ରର ଲକ୍ଷ୍ୟ ହେଉଛି ବ୍ୟକ୍ତିର____________ର ବିକାଶ ।
Answer:
ବ୍ୟକ୍ତିତ୍ଵ
୨। ବ୍ୟକ୍ତିର ବ୍ୟକ୍ତିତ୍ୱ ବସ୍ତୁତଃ ବ୍ୟକ୍ତିର _____________ଆଧାରିତ ।
Answer:
ସ୍ଵାଧୀନତା
୩ । ______________ରାଷ୍ଟ୍ରରେ ବ୍ୟକ୍ତିର ସ୍ଵାଧୀନତା ଓ ରାଷ୍ଟ୍ରର କ୍ଷମତା ମଧ୍ଯରେ ଭାରସାମ୍ୟ ରହିବା ଦରକାର ।
Answer:
ଗଣତାନ୍ତ୍ରିକ
୪। ଭାରତୀୟ ସମ୍ବିଧାନର ତୃତୀୟ ଭାଗରେ ଥିବା ଧାରା _________ ଧାରା _________ ମଧ୍ୟରେ ମୌଳିକ ଅଧିକାରଗୁଡ଼ିକ ବର୍ଣ୍ଣିତ ହୋଇଛି ।
Answer:
୧୨,୩୫
୫। ମୌଳିକ ଅଧୂକାରଗୁଡ଼ିକର ପରିବର୍ତ୍ତନ ବା ପ୍ରତ୍ୟାହାର _____________ ଆଇନ ବଳରେ କରାଯାଇ ପାରିବ ନାହିଁ ।
Answer:
ସାଧାରଣ
୬ | ____________ମସିହାରେ ସମ୍ବିଧାନ ସଂଶୋଧନ ଆଇନଦ୍ୱାରା ସମ୍ପଭି ଗତ ଅଧିକାରକୁ ମୌଳିକ ଅଧିକାରରୁ ବାଦ୍ ଦିଆଗଲା ।
Answer:
୧୯୭୮
୭ । ___________ ସମ୍ବିଧାନି ସଂଶୋଧନ ଆଇନଦ୍ୱାରା ବ୍ୟକ୍ତିର ସମ୍ପତ୍ତିଗତ ଅଧିକାରକୁ ବାଦ୍ ଦିଆଗଲା ।
Answer:
୪୪ତମ
୮। ସମ୍ବିଧାନର ଧାରା____________ _____ଅନୁସାରେ_ସମ୍ପଭିଗତ ଅଧିକାର ଏକ ମୌଳିକ ଅଧିକାର ନୁହେଁ ।
Answer:
୩୦୦(କ)
୯। ପ୍ରଥମେ ଭାରତର ସମ୍ବିଧାନରେ ଭାରତୀୟ ନାଗରିକମାନଙ୍କୁ ___________ଗୋଟି ମୌଳିକ ଅଧ୍ୟାର ପ୍ରଦାନ କରାଯାଇଥିଲା ।
Answer:
ସାତ
୧୦ । ବର୍ତ୍ତମାନ ଭାରତୀୟ ନାଗରିକମାନେ ___________ ଗୋଟି ମୌଳିକ ଅଧିକାର ଉପଭୋଗ କରୁଛନ୍ତି ।
Answer:
ଛଅ
୧୧। ସମ୍ବିଧାନର _____________ ରୁ __________ ଧାରା ମଧ୍ଯରେ ନାଗରିକମାନଙ୍କୁ ସମାନତାର ଅଧ୍ୟାର ପ୍ରଦାନ କରାଯାଇଛି ।
Answer:
୧୪, ୧୮
୧୨। ___________ଆଗରେ ସମସ୍ତ ନାଗରିକ ସମାନ ଓ ଆଇନଗତ ସୁରକ୍ଷା ସମସ୍ତଙ୍କ ପାଇଁ ସମାନ ।
Answer:
ଆଇନ
୧୩ । ____________ ଅଧିକାର ବଳରେ ଅସ୍ପୃଶ୍ୟତା ନିବାରଣ କରାଯିବା ସହିତ ଏହାର ବିଲୋପ ସାଧନ କରାଯାଇଛି ।
Answer:
ସମାନତା
୧୪ । ଭାରତୀୟ ନାଗରିକ ସଂଘ ବା ସମିତି ଗଠନର _______ସ୍ଵାଧୀନତା ମୌଳିକ ଅଧିକାରରେ ବଣ୍ଠନା କରାଯାଇଛି ।
Answer:
ସ୍ଵାଧୀନତାର ଅଧିକାର
୧୫ । ସମ୍ବିଧାନର ________________ ଧାରାରେ ଅପରାଧୀ ବିବେଚିତ ବ୍ୟକ୍ତିଙ୍କୁ ୩ଟି ଅଧ୍ୟାର ପ୍ରଦାନ କରାଯାଇଛି ।
Answer:
୨୦
୧୬ । ଶିକ୍ଷାଲାଭକୁ ମୌଳିକ ଅଧିକାର ଭାବେ ସମ୍ବିଧାନର _____________ ଧାରାରେ ଯୋଗ କରାଯାଇଛି ।
Answer:
୨୧(କ)
୧୭ | ______________ ମସିହାରେ ଶିକ୍ଷା ଅଧିକାର ବ୍ୟବସ୍ଥା ସମ୍ବିଧାନରେ ଯୋଗ କରାଯାଇଛି ।
Answer:
୨୦୧୦
୧୮ । ପୋଲିସ୍ ଗିରଫ କରିଥିବା ବ୍ୟକ୍ତିଙ୍କୁ _______ ମଧ୍ୟରେ ନିକଟତମ ମାଜିଷ୍ଟ୍ରେଟ୍ଙ୍କ ଅଦାଲତରେ ହାଜର କରାଯିବା ବାଧ୍ୟତାମୂଳକ ଅଟେ ।
Answer:
୨୪
୧୯ । ଜଣେ ନାଗରିକ ମୌଳିକ ଅଧିକାରର ସୁରକ୍ଷା ପାଇଁ ___________ ଧାରା ଅନୁସାରେ ଅଦାଲତର ସାହାଯ୍ୟ ନେଇପାରିବ ।
Answer:
୩୨
୨୦ । ଭାରତରେ ଜନସାଧାରଣଙ୍କୁ ସୂଚନା ପ୍ରଦାନ କରିବାପାଇଁ ସଂସଦଦ୍ୱାରା ସୂଚନା ଅଧିକାର ଆଇନ ___________ମସିହାରେ ପ୍ରଣୟନ କରାଯାଇଛି ।
Answer:
୨୦୦୫
D. ଠିକ୍ ଉକ୍ତି ପାଇଁ (✓ ) ଓ ଭୁଲ୍ ଉକ୍ତି ପାଇଁ (X) ଚିହ୍ନ ଦିଅ ।
୧। ୪୪ତମ ସମ୍ବିଧାନ ସଂଶୋଧନ ୧୯୭୭ ମସିହାରେ କରାଯାଇଥିଲା ।
୨। ପ୍ରଥମେ ଭାରତର ସମ୍ବିଧାନରେ ନାଗରିକମାନଙ୍କୁ ସାତଗୋଟି ମୌଳିକ ଅଧିକାର ପ୍ରଦାନ କରାଯାଇଥିଲା ।
୩। ବର୍ତ୍ତମାନ ଭାରତୀୟ ନାଗରିକମାନଙ୍କର ଛଅଗୋଟି ମୌଳିକ ଅଧିକାର କାର୍ଯ୍ୟକାରୀ ହେଉଛି ।
୪। ଧାରା ୧୯ ରେ ୫ ଗୋଟି ସ୍ଵାଧୀନତା ନାଗରିକମାନଙ୍କୁ ପ୍ରଦାନ କରାଯାଇଛି ।
୫। ରାଷ୍ଟ୍ରପତି ଜରୁରିକାଳୀନ ପରିସ୍ଥିତିରେ ନାଗରିକର ବ୍ୟକ୍ତିଗତ ସ୍ଵାଧୀନତାଗୁଡ଼ିକୁ ସଙ୍କୁଚିତ କରିପାରିବେ ।
୬। ଶିକ୍ଷାଲାଭକୁ ମୌଳିକ ଅଧୁକାର ଭାବେ ସମ୍ବିଧାନର ଧାରା ୨୧(କ)ରେ ଯୋଗ କରାଯାଇଛି ।
୭ । ୨୦୧୦ମସିହା ମାର୍ଚ୍ଚ ୧ ତାରିଖରେ ନୂତନ ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ ହୋଇଥିଲା ।
୮। ମାଜିଷ୍ଟ୍ରେଟ୍ଙ୍କ ଆଦେଶ ବିନା କୌଣସି ବ୍ୟକ୍ତିଙ୍କୁ ୧୨ ଘଣ୍ଟାରୁ ଅଧିକ ସମୟ ଅଟକ ରଖାଯିବ ନାହିଁ ।
୯୮ ଆମ ସମ୍ବିଧାନର ଧାରା ୨୩ ଓ ୨୪ରେ ନାଗରିକମାନଙ୍କୁ ଶୋଷଣ ବିରୋଧରେ କିଛି ଅଧିକାର ଦିଆଯାଇଛି ।
୧୦ । ଭାରତରେ ବସବାସ କରୁଥିବା ବିଭିନ୍ନ ଧର୍ମର ନାଗରିକମାନଙ୍କୁ ସମ୍ବିଧାନର ୨୬-୨୮ ଧାରା ମଧ୍ୟରେ ଧର୍ମଗତ ମୌଳିକ ଅଧ୍ୟାର ପ୍ରଦାନ କରାଯାଇଛି ।
Answers:
୧। (×)
୨। (√)
୩। (√)
୪। (×)
୫। (√)
୬।(√)
୭ । (×)
୮। (×)
୯୮ (√)
୧୦ । (x)
E ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।
F. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭ୍ରମ ସଂଶୋଧନ କର ।
୧। ସମ୍ବିଧାନର ଚତୁର୍ଥ ଭାଗରେ ମୌଳିକ ଅଧିକାର ବର୍ଣ୍ଣନା କରାଯାଇଛି ।
୨। ମୌଳିକ ଅଧିକାରଗୁଡ଼ିକୁ ପୋଲିସ ପ୍ରଶାସନ ସୁରକ୍ଷା ପ୍ରଦାନ କରିଥାଏ ।
୩। ଭାରତରେ ମୌଳିକ ଅଧିକାରଗୁଡ଼ିକୁ ସଙ୍କୁଚିତ କରିବାର ଅଧିକାର କେବଳ ରାଷ୍ଟ୍ରପତିଙ୍କର ରହିଛି ।
୪। ଆମ ସମ୍ବିଧାନର ୩୫ ଧାରାରେ ପାଞ୍ଚଟି ହୁକୁମନାମା ଉଲ୍ଲେଖ କରାଯାଇଛି ।
୫। ସୂଚନା ଅଧିକାର ଆଇନ ୨୦୦୪ ମସିହାରେ ସଂସଦରେ ଆଇନ ପ୍ରଣୟନ କରାଯାଇଥିଲା ।
୬। ସାମ୍ବିଧାନିକ ପ୍ରତିକାରର ଅଧିକାର ସମ୍ବିଧାନର ୩୦ ଧାରାରେ ପ୍ରଦାନ କରାଯାଇଛି ।
୭। କେଶବାନନ୍ଦ ଭାରତୀ ମାମଲାରେ ୧୯୭୨ ମସିହାରେ ସୁପ୍ରିମ୍ କୋର୍ଟ ରାୟ ଦେଇଥିଲେ ।
୮ । ଗିରଫ କରିଥିବା ବ୍ୟକ୍ତିକୁ ପୋଲିସ ସର୍ବାଧିକ ୪୮ ଘଣ୍ଟା ଘଣ୍ଟା ହାଜତରେ ରଖ୍ଯାରିବେ ।
୯୮ ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ବିପଦଜନକ କାମରେ ନିୟୋଜିତ କରାଯାଇପାରିବ ।
୧୦ ।୪୪ ତମ ସମ୍ବିଧାନ ସଂଶୋଧନ ଆଇନ ୧୯୭୯ ମସିହାରେ ସଂସଦରେ ପ୍ରଣୀତ ହୋଇଥିଲା ।
Answers:
୧ । ତୃତୀୟ,
୨ । ନ୍ୟାୟାଳୟ,
୩ । ସଂସଦର,
୪ । ୩୨,
୫। ୨୦୦୫,
୬। ୩୨,
୭। ୧୯୭୩,
୮ । ୨୪ ଘଣ୍ଟା,
୯। ୧୪ ବର୍ଷ,
୧୦ । ୧୯୭୮
G ଚାରୋଟି ସମ୍ଭାବ୍ୟ ବିକଳ୍ପ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।
1. ମୌଳିକ ଅଧିକାରକୁ ସଙ୍କୁଚିତ ବା ପ୍ରତ୍ୟାହାର କରିବା କ୍ଷମତା କାହାର ରହିଛି ?
(A) ପ୍ରଧାନମନ୍ତ୍ରୀ
(B) ରାଷ୍ଟ୍ରପତି
(C) ଉପରାଷ୍ଟ୍ରପତି
(D) ଭାରତର ସଂସଦ
Answer:
(D) ଭାରତର ସଂସଦ
2. କେଉଁ ଧାରା ଅନୁସାରେ ସମ୍ପଭିଗତ ଅଧ୍ୟାର ଏକ ମୌଳିକ ଅଧିକାର ନୁହେଁ ?
(A) ଧାରା ୨୯୫
(B) ଧାରା ୨୯୮(କ)
(C) ଧାରା ୨୯୯(ଗ)
(D) ଧାରା ୩୦୦ (କ)
Answer:
(D) ଧାରା ୩୦୦ (କ)
3. ସମ୍ବିଧାନର କେଉଁ ଧାରାରେ ଧର୍ମଗତ ସ୍ଵାଧୀନତା ଅଧିକାର ପ୍ରଦାନ କରାଯାଇଛି ?
(A) ଧାରା ୨୫ରୁ ୨୬
(B) ଧାରା ୨୪ରୁ ୨୭
(C) ଧାରା ୨୫ରୁ ୨୮
(D) ଧାରା ୨୪ରୁ ୨୯
Answer:
(C) ଧାରା ୨୫ରୁ ୨୮
4. ସମ୍ବିଧାନର କେଉଁ ଧାରାରେ ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର ବର୍ଣ୍ଣନା କରାଯାଇଛି ?
(A) ଧାରା ୨୮ରୁ ୩୧
(B) ଧାରା ୨୯ ଓ ୩୦
(C) ଧାରା ୩୦ ଓ ୩୧
(D) ଧାରା ୨୮ ଓ ୨୯
Answer:
(B) ଧାରା ୨୯ ଓ ୩୦
5. ଆମ ସମ୍ବିଧାନର ଧାରା ୧୯ରେ କେତେଗୋଟି ସ୍ଵାଧୀନତାର ଅଧ୍ଵର ପ୍ରଦାନ କରାଯାଇଛି ?
(A) ୫ ଗୋଟି
(B) ୬ ଗୋଟି
(C) ୪ ଗୋଟି
(D) ୭ ଗୋଟି
Answer:
(B) ୬ ଗୋଟି
6. ଶିକ୍ଷାଲାଭକୁ ମୌଳିକ ଅଧ୍ୟାକାରଭାବେ ସମ୍ବିଧାନର କେଉଁ ଧାରାରେ ଯୋଗ କରାଯାଇଛି ?
(A) ଧାରା ୧୮
(B) ଧାରା ୨୧
(C) ଧାରା ୨୩
(D) ଧାରୀ ୨୩ (କ)
Answer:
(B) ଧାରା ୨୧
7.ସମ୍ବିଧାନର କେଉଁ ଧାରାରେ ସାମ୍ବିଧାନିକ ପ୍ରତିକାର ଅଧିକାର ବର୍ଣ୍ଣନା କରାଯାଇଛି ?
(A) ଧାରା ୨୯
(B) ଧାରି ୩୨
(C) ଧାରା ୨୮
(D) ଧାରା ୨୨
Answer:
(B) ଧାରି ୩୨
8. ସମ୍ବିଧାନର କେଉଁ ଧାରାରେ ସାମ୍ବିଧାନିକ ପ୍ରତିକାରର ଅଧିକାର ସମ୍ପର୍କରେ ଉଲ୍ଲେଖ କରାଯାଇଛି ?
(A) ଧାରା ୨୫
(B) ଧାରା ୨୮
(C) ଧାରା ୩୨
(D) ଧାରା ୩୩
Answer:
(C) ଧାରା ୩୨
9. ପାଶ୍ଚାତ୍ୟ ସମ୍ବିଧାନବିତ୍ ଆଇଭର୍ ଜେନିଙ୍ଗସ୍ଙ୍କ ଭାଷାରେ କେଉଁ ଦେଶର ସମ୍ବିଧାନ ହେଉଛି ‘ଓକିଲମାନଙ୍କର ଭୂସ୍ୱର୍ଗ’ ?
(A) ଭାରତ
(B) ଶ୍ରୀଲଙ୍କା
(C) ଚୀନ୍
(D) ଇଂଲାଣ୍ଡ
Answer:
(A) ଭାରତ
10. କେବେ ଭାରତର ସଂସଦଦ୍ୱାରା ସୂଚନା ଅଧିକାର ଆଇନ ପ୍ରଣୟନ କରାଯାଇଛି ?
(A) ୨୦୦୦
(B) ୨୦୧୩
(C) ୨୦୦୪
(D)୨୦୦୫
Answer:
(D)୨୦୦୫