Odisha State Board BSE Odisha Class 9 Political Science Notes Chapter 1 ମୌଳିକ ଅଧୂକାର will enable students to study smartly.
BSE Odisha Class 9 Political Science Notes Chapter 1 ମୌଳିକ ଅଧୂକାର
ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
→ ଉପକ୍ରମ:
- ମୌଳିକ ଅଧିକାରଦ୍ଵାରା ନାଗରିକ ନିଜର ବ୍ୟକ୍ତିତ୍ଵର ବିକାଶ କରିବା ସଙ୍ଗେ ସଙ୍ଗେ ରାଷ୍ଟ୍ରର ଯଥେଚ୍ଛାଚାର କ୍ଷମତାକୁ ସଙ୍କୁଚିତ କରିଥାଏ ।
- ଭାରତରେ ଅନ୍ୟାନ୍ୟ ଗଣତାନ୍ତ୍ରିକ ରାଷ୍ଟ୍ର ପରି ନାଗରି କ ମାନଙ୍କୁ ମୌଳିକ ଅଧିକାର ପ୍ରଦାନ କରାଯାଇଛି ।
- ଆମ ସମ୍ବିଧାନର ତୃତୀୟ ଭାଗରେ ଥିବା ଧାରା ୧୨ରୁ ଧାରା ୩୫ ମଧ୍ୟରେ ଏହି ମୌଳିକ ଅଧିକାରଗୁଡ଼ିକ ବର୍ଣ୍ଣିତ ହୋଇଛି । ପ୍ରତ୍ୟେକ ନାଗରିକର ଉତ୍ତମ ଜୀବନଯାପନ ଓ ବ୍ୟକ୍ତିଗତ ସୁରକ୍ଷା ପାଇଁ ଏହି | ସମ୍ପତ୍ତିଗତ ଅଧିକାରକୁ ଉଠାଇ ଅଧ୍ୟାରଗୁଡ଼ିକର ଆବଶ୍ୟକତା ରହିଛି ।
ବିଷୟବସ୍ତୁର ରୂପରେଖ :
- ମୌଳିକ ଅଧ୍ୟାରଗୁଡ଼ିକର ପ୍ରକାରଭେଦ
- ପାଞ୍ଚ ପ୍ରକାର ହୁକୁମ୍ ନାମା
- କେଶବାନନ୍ଦ ଭାରତୀ ମାମଲା
- ମୌଳିକ ଅଧ୍ୟାରଗୁଡ଼ିକର ବିଶେଷତ୍ୱ
→ ଉପନିବେଶବାଦ :
୧୯୭୮ ମସିହାରେ ୪୪ତମ ସମ୍ବିଧାନ ସଂଣେଧାଦାନ ବ୍ୟକ୍ତିର ସମ୍ପତ୍ତିଗତ ଅଧ୍ୟାର କୁ ଉଠାଇ ଦିଆଯାଇଛି ।
→ମୌଳିକ ଅଧିକାରର ସ୍ଵତନ୍ତ୍ର ଲକ୍ଷଣ :
- ଏହା ବ୍ୟକ୍ତିତ୍ଵର ପୂର୍ଣ୍ଣ ପରିପ୍ରକାଶ କରିଥାଏ । ସରକାରଙ୍କ ଯଥେଷ୍ଟାଚାର ଶାସନ ଉପରେ ଅଙ୍କୁଶ ଲଗାଇଥାଏ ।
- ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମସ୍ତେ ଏହା ଉପଭୋଗ କରିପାରିବେ ।
- ଜରୁରୀ ପରିସ୍ଥିତି ଓ ପ୍ରତିଷେଧମୂଳକ କାରଣରୁ ଏହା ସାମୟିକ ଭାବେ ନିଲମ୍ବିତ ହୋଇଥାଏ ।
- ଏହି ଅଧିକାର କ୍ଷୁଣ୍ଣ ହେଲେ ନ୍ୟାୟାଳୟର ଆଶ୍ରୟ ନିଆଯାଇପାରିବ ।
→ମୌଳିକ ଅଧ୍ୟାରଗୁଡ଼ିକର ପ୍ରକାରଭେଦ:
→ସମାନତାର ଅଧିକାର (Right to Equality) (ଧାରା-୧୪ ରୁ ଧାରା – ୧୮)
- ଆଇନ ଆଗରେ ସମସ୍ତେ ସମାନ ଓ କୌଣସି ନାଗରିକ ପ୍ରତି ପାତରଅନ୍ତର କରାଯିବ ନାହିଁ ।
- ସରକାରୀ ନିଯୁକ୍ତି କ୍ଷେତ୍ରରେ ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ କରାଯାଇଛି
- ଅସ୍ପୃଶ୍ୟତା ନିବାରଣ ସହିତ ଆଳଙ୍କାରିକ ଉପାଧ୍ ଉଚ୍ଛେଦ କରାଯାଇଅଛି ।
→ ସ୍ଵାଧୀନତାର ଅଧିକାର (Right to Freedom) (ଧାରା ୧୯ ରୁ ଧାରା ୨୨)
- ଭାରତୀୟ ନାଗରିକମାନଙ୍କୁ ଛଅ ଗୋଟି ପ୍ରସଙ୍ଗରେ ଏହି ଅଧିକାର ପ୍ରଦାନ କରାଯାଇଥାଏ ।
- ଭାଷଣ ତଥା ମତ ପ୍ରକାଶ କରିବାର ଅଧିକାର ।
- ଶାନ୍ତିପୂର୍ଣ୍ଣ ଓ ନିରସ୍ତ୍ର ହୋଇ ସମାବେଶରେ ମିଳିତ ହେବା ।
- ଭାରତ ଭୂଖଣ୍ଡରେ ଅବାଧରେ ବିଚରଣ କରିବା ।
- ଭାରତର ଯେକୌଣସି ସ୍ଥାନରେ ବସବାସ କରିବା ।
- ଯେକୌଣସି ବୃତ୍ତି, ଜୀବିକା, ବାଣିଜ୍ୟ ଓ ବ୍ୟବସାୟ କରିବାର ସ୍ଵାଧୀନତା ।
→ ଶୋଷଣ ବିରୋଧରେ ଅଧିକାର (Right against Exploitation) (ଧାରା ୨୩ ରୁ ଧାରା ୨୪)
- ମଣିଷ କିଣାବିକା, ବେଠି ଓ ବିନା ମଜୁରୀରେ ଖଟିବା ନିଷିଦ୍ଧ କରାଯାଇଛି ।
- ୧୪ ବର୍ଷରୁ କମ୍ ବୟସର ଶିଶୁମାନଙ୍କୁ ଖଣି, କଳକାରଖାନା ଓ ଅନ୍ୟ ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ କରିବା ନିଷିଦ୍ଧ କରାଯାଇଛି ।
→ ଧର୍ମଗତ ସ୍ଵାଧୀନତାର ଅଧିକାର (Right to Freedom of Religion) (ଧାରା ୨୫ ରୁ ଧାରା ୨୮)
- ସ୍ଵାଧୀନ ଭାବେ ଧର୍ମଗ୍ରହଣ, ଧର୍ମାଚରଣ ଓ ଧର୍ମପ୍ରଚାର ଅଧିକାର ।
- ନିଜର ଧର୍ମାନୁଷ୍ଠାନ ପ୍ରତିଷ୍ଠା ସହ ତାହାର ରକ୍ଷଣାବେକ୍ଷଣ କରିବା ।
- ଧର୍ମ ସମ୍ବନ୍ଧିତ କାର୍ଯ୍ୟ ପାଇଁ ବାଧ୍ୟତାମୂଳକ ଭାବେ କର ଆଦାୟ ନିଷେଧ କରିବା।
- ସରକାରୀ ଶିକ୍ଷାନୁଷ୍ଠାନରେ ଧର୍ମ ସମ୍ପର୍କୀୟ ଶିକ୍ଷା ପ୍ରଦାନ ନ କରିବା ।
→ ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର (Cultural and Educational Rights)(ଧାରା ୨୯ ରୁ ଧାରା ୩୦)
- ସଂଖ୍ୟାଲଘୁ ସଂପ୍ରଦାୟଙ୍କ ଭାଷା, ଲିପି ଓ ସଂସ୍କୃତିର ସୁରକ୍ଷା କରିବା ଅଧିକାର ।
- ଧର୍ମ, ବର୍ଣ୍ଣ, ଜାତି, ଭାଷା ଆଦି କାରଣରୁ ସରକାରୀ ଶିକ୍ଷାନୁଷ୍ଠାନରେ ନାମଲେଖାରୁ ବଞ୍ଚିତ ନ କରିବା।
- ସଂଖ୍ୟାଲଘୁ ଗୋଷ୍ଠୀ ନିଜ ମନ ମୁତାବକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବା ଓ ସରକାରୀ ସାହାଯ୍ୟ ପାଇବା ଅଧିକାର ।
→ ସାମ୍ବିଧାନିକ ପ୍ରତିକାର ଅଧିକାର (Right to Constitutional Remedies) : (ଧାରା ୩୨)
- ମୌଳିକ ଅସ୍ଵୀକାରର ସୁରକ୍ଷା ପାଇଁ ଜଣେ ନାଗରିକ ଉଚ୍ଚତମ ନ୍ୟାୟାଳୟ ଏବଂ ରାଜ୍ୟ ଉଚ୍ଚ ନ୍ୟାୟାଳୟରେ ।
- ପାଞ୍ଚ ପ୍ରକାର ରିଟ୍ ବା ହୁକୁମନାମା ଜାରି ମାଧ୍ୟମରେ ଉଚ୍ଚତମ/ଉଚ୍ଚ ନ୍ୟାୟାଳୟ ନାଗରିକମାନଙ୍କୁ ଅଧିକ ମୌଳିକ ସୁରକ୍ଷା ଯୋଗାଇ ପାରିବ । ପାଞ୍ଚ ପ୍ରକାର ହୁକୁମ୍ମା ହେଉଛି – ବନ୍ଦୀ ପ୍ରତ୍ୟକ୍ଷୀକରଣ, ପରମାଦେଶ, ନିଷେଧାଦେଶ, ଅଧିର ପୃଚ୍ଛ, ଉତ୍ପ୍ରେକ୍ଷଣ ।
→ ମୌଳିକଗୁଡ଼ିକର ବିଶେଷତ୍ଵ :
- ଭାରତୀୟ ସମ୍ବିଧାନରେ ଦିଆଯାଇଥିବା ମୌଳିକ ଅଧିକାରଗୁଡ଼ିକ ଭାରତୀୟ ନାଗରିକମାନଙ୍କ ପାଇଁ ଉଦ୍ଦିଷ୍ଟ ।
- ସେଥୁମଧ୍ୟରୁ କେତେକ ଉଭୟ ଭାରତୀୟ ନାଗରିକ ଓ ବିଦେଶୀ ନାଗରିକମାନେ ଉପଭୋଗ କରିପାରିବେ । ଆଇନ ଆଖ୍ୟାରେ ସମସ୍ତେ ସମାନ, ବ୍ୟକ୍ତିଗତ ଜୀବନ ଓ ସ୍ନାତନ୍ତ୍ର୍ୟ ରକ୍ଷା, ଶୋଷଣ ବିରୋଧୀ ସ୍ଵାଧୀନତା ଓ ଧର୍ମମତ ସ୍ଵାଧୀନତା ଏଥିରେ ଅନ୍ତର୍ଭୁକ୍ତ ।
ପାଶ୍ଚାତ୍ୟ ସମ୍ବିଧାନବିତ୍ ଆଇଭର୍ ଜେନିଙ୍ଗସ୍ଙ୍କ ଭାଷାରେ, ଭାରତର ସମ୍ବିଧାନ ହେଉଛି ଓକିଲମାନଙ୍କ (Lawyers’ Paradise) |
- ପ୍ରେସ୍ ଓ ସମ୍ବାଦ ସରବରାହ ସ୍ୱାଧୀନତାର ଅଧିକାର, ୬ ବର୍ଷରୁ ୧୪ ବର୍ଷ ବୟସ୍କ ମଧ୍ୟରେ ସମସ୍ତଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷାଦାନ, ଜନସାଧାରଣଙ୍କୁ ସୂଚନା ପ୍ରଦାନ କରିବା ଆଦି ମୌଳିକ ଅସ୍ଵୀକାର ପରିସରଭୁକ୍ତ ହେବାରୁ ଏହାର ପରିସର ବୃଦ୍ଧି ପାଇଛି ।
ସୂଚନା ଅଧିକାର ଆଇନ ଆମ ସଂସଦର ୨୦୦୫ ମସିହାରେ ପ୍ରଣୟନ କରାଯାଇଥିଲା ।
→ କେଶବାନନ୍ଦ ଭାରତୀ ମାମଲା :
- ୧୯୭୩ ମସିହାରେ କେଶବାନନ୍ଦ ଭାରତୀ ମାମଲା ଉଚ୍ଚତମ ନ୍ୟାୟାଳୟରେ ଶୁଣାଣି କରାଯାଇଥିଲା ।
- ଏହି ମାମଲାରେ ଉଚ୍ଚତମ ନ୍ୟାୟାଳୟ ନିଜର ପୂର୍ବ ନିଷ୍ପଭି ବଦଳାଇ ରାୟ ଦେଇଥଲେ ଯେ ସଂସଦ ଚାହିଁଲେ କୌଣସି ମୌଳିକ ଅଧୂକାରଗୁଡ଼ିକୁ ସଂଶୋଧନ କରିପାରିବେ, କିନ୍ତୁ ସମ୍ବିଧାନର ମୌଳିକ ଢାଞ୍ଚା (Basic Structure)କୁ ପରିବର୍ତ୍ତନ କରିପାରିବେ ନାହିଁ ।