BSE Odisha 9th Class Political Science Notes Chapter 1 ମୌଳିକ ଅଧୂକାର

Odisha State Board BSE Odisha Class 9 Political Science Notes Chapter 1 ମୌଳିକ ଅଧୂକାର will enable students to study smartly.

BSE Odisha Class 9 Political Science Notes Chapter 1 ମୌଳିକ ଅଧୂକାର

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
→ ଉପକ୍ରମ:

  • ମୌଳିକ ଅଧିକାରଦ୍ଵାରା ନାଗରିକ ନିଜର ବ୍ୟକ୍ତିତ୍ଵର ବିକାଶ କରିବା ସଙ୍ଗେ ସଙ୍ଗେ ରାଷ୍ଟ୍ରର ଯଥେଚ୍ଛାଚାର କ୍ଷମତାକୁ ସଙ୍କୁଚିତ କରିଥାଏ ।
  • ଭାରତରେ ଅନ୍ୟାନ୍ୟ ଗଣତାନ୍ତ୍ରିକ ରାଷ୍ଟ୍ର ପରି ନାଗରି କ ମାନଙ୍କୁ ମୌଳିକ ଅଧିକାର ପ୍ରଦାନ କରାଯାଇଛି ।
  • ଆମ ସମ୍ବିଧାନର ତୃତୀୟ ଭାଗରେ ଥ‌ିବା ଧାରା ୧୨ରୁ ଧାରା ୩୫ ମଧ୍ୟରେ ଏହି ମୌଳିକ ଅଧିକାରଗୁଡ଼ିକ ବର୍ଣ୍ଣିତ ହୋଇଛି । ପ୍ରତ୍ୟେକ ନାଗରିକର ଉତ୍ତମ ଜୀବନଯାପନ ଓ ବ୍ୟକ୍ତିଗତ ସୁରକ୍ଷା ପାଇଁ ଏହି | ସମ୍ପତ୍ତିଗତ ଅଧିକାରକୁ ଉଠାଇ ଅଧ୍ୟାରଗୁଡ଼ିକର ଆବଶ୍ୟକତା ରହିଛି ।

BSE Odisha 9th Class Political Science Notes Chapter 1 ମୌଳିକ ଅଧୂକାର

ବିଷୟବସ୍ତୁର ରୂପରେଖ :

  • ମୌଳିକ ଅଧ୍ୟାରଗୁଡ଼ିକର ପ୍ରକାରଭେଦ
  • ପାଞ୍ଚ ପ୍ରକାର ହୁକୁମ୍‌ ନାମା
  • କେଶବାନନ୍ଦ ଭାରତୀ ମାମଲା
  • ମୌଳିକ ଅଧ୍ୟାରଗୁଡ଼ିକର ବିଶେଷତ୍ୱ

→ ଉପନିବେଶବାଦ :
୧୯୭୮ ମସିହାରେ ୪୪ତମ ସମ୍ବିଧାନ ସଂଣେଧାଦାନ ବ୍ୟକ୍ତିର ସମ୍ପତ୍ତିଗତ ଅଧ୍ୟାର କୁ ଉଠାଇ ଦିଆଯାଇଛି ।

→ମୌଳିକ ଅଧିକାରର ସ୍ଵତନ୍ତ୍ର ଲକ୍ଷଣ :

  • ଏହା ବ୍ୟକ୍ତିତ୍ଵର ପୂର୍ଣ୍ଣ ପରିପ୍ରକାଶ କରିଥାଏ । ସରକାରଙ୍କ ଯଥେଷ୍ଟାଚାର ଶାସନ ଉପରେ ଅଙ୍କୁଶ ଲଗାଇଥାଏ ।
  • ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମସ୍ତେ ଏହା ଉପଭୋଗ କରିପାରିବେ ।
  • ଜରୁରୀ ପରିସ୍ଥିତି ଓ ପ୍ରତିଷେଧମୂଳକ କାରଣରୁ ଏହା ସାମୟିକ ଭାବେ ନିଲମ୍ବିତ ହୋଇଥାଏ ।
  • ଏହି ଅଧିକାର କ୍ଷୁଣ୍ଣ ହେଲେ ନ୍ୟାୟାଳୟର ଆଶ୍ରୟ ନିଆଯାଇପାରିବ ।

BSE Odisha 9th Class Political Science Notes Chapter 1 ମୌଳିକ ଅଧୂକାର

→ମୌଳିକ ଅଧ୍ୟାରଗୁଡ଼ିକର ପ୍ରକାରଭେଦ:
BSE Odisha 9th Class Political Science Notes Chapter 1 ମୌଳିକ ଅଧୂକାର Q.1

ସମାନତାର ଅଧିକାର (Right to Equality) (ଧାରା-୧୪ ରୁ ଧାରା – ୧୮)

  • ଆଇନ ଆଗରେ ସମସ୍ତେ ସମାନ ଓ କୌଣସି ନାଗରିକ ପ୍ରତି ପାତରଅନ୍ତର କରାଯିବ ନାହିଁ ।
  • ସରକାରୀ ନିଯୁକ୍ତି କ୍ଷେତ୍ରରେ ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ କରାଯାଇଛି
  • ଅସ୍ପୃଶ୍ୟତା ନିବାରଣ ସହିତ ଆଳଙ୍କାରିକ ଉପାଧ୍ ଉଚ୍ଛେଦ କରାଯାଇଅଛି ।

ସ୍ଵାଧୀନତାର ଅଧିକାର (Right to Freedom) (ଧାରା ୧୯ ରୁ ଧାରା ୨୨)

  • ଭାରତୀୟ ନାଗରିକମାନଙ୍କୁ ଛଅ ଗୋଟି ପ୍ରସଙ୍ଗରେ ଏହି ଅଧିକାର ପ୍ରଦାନ କରାଯାଇଥାଏ ।
  • ଭାଷଣ ତଥା ମତ ପ୍ରକାଶ କରିବାର ଅଧିକାର ।
  • ଶାନ୍ତିପୂର୍ଣ୍ଣ ଓ ନିରସ୍ତ୍ର ହୋଇ ସମାବେଶରେ ମିଳିତ ହେବା ।
  • ଭାରତ ଭୂଖଣ୍ଡରେ ଅବାଧରେ ବିଚରଣ କରିବା ।
  • ଭାରତର ଯେକୌଣସି ସ୍ଥାନରେ ବସବାସ କରିବା ।
  • ଯେକୌଣସି ବୃତ୍ତି, ଜୀବିକା, ବାଣିଜ୍ୟ ଓ ବ୍ୟବସାୟ କରିବାର ସ୍ଵାଧୀନତା ।

BSE Odisha 9th Class Political Science Notes Chapter 1 ମୌଳିକ ଅଧୂକାର

ଶୋଷଣ ବିରୋଧରେ ଅଧିକାର (Right against Exploitation) (ଧାରା ୨୩ ରୁ ଧାରା ୨୪)

  • ମଣିଷ କିଣାବିକା, ବେଠି ଓ ବିନା ମଜୁରୀରେ ଖଟିବା ନିଷିଦ୍ଧ କରାଯାଇଛି ।
  • ୧୪ ବର୍ଷରୁ କମ୍ ବୟସର ଶିଶୁମାନଙ୍କୁ ଖଣି, କଳକାରଖାନା ଓ ଅନ୍ୟ ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ କରିବା ନିଷିଦ୍ଧ କରାଯାଇଛି ।

ଧର୍ମଗତ ସ୍ଵାଧୀନତାର ଅଧିକାର (Right to Freedom of Religion) (ଧାରା ୨୫ ରୁ ଧାରା ୨୮)

  • ସ୍ଵାଧୀନ ଭାବେ ଧର୍ମଗ୍ରହଣ, ଧର୍ମାଚରଣ ଓ ଧର୍ମପ୍ରଚାର ଅଧିକାର ।
  • ନିଜର ଧର୍ମାନୁଷ୍ଠାନ ପ୍ରତିଷ୍ଠା ସହ ତାହାର ରକ୍ଷଣାବେକ୍ଷଣ କରିବା ।
  • ଧର୍ମ ସମ୍ବନ୍ଧିତ କାର୍ଯ୍ୟ ପାଇଁ ବାଧ୍ୟତାମୂଳକ ଭାବେ କର ଆଦାୟ ନିଷେଧ କରିବା।
  • ସରକାରୀ ଶିକ୍ଷାନୁଷ୍ଠାନରେ ଧର୍ମ ସମ୍ପର୍କୀୟ ଶିକ୍ଷା ପ୍ରଦାନ ନ କରିବା ।

ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର (Cultural and Educational Rights)(ଧାରା ୨୯ ରୁ ଧାରା ୩୦)

  • ସଂଖ୍ୟାଲଘୁ ସଂପ୍ରଦାୟଙ୍କ ଭାଷା, ଲିପି ଓ ସଂସ୍କୃତିର ସୁରକ୍ଷା କରିବା ଅଧିକାର ।
  • ଧର୍ମ, ବର୍ଣ୍ଣ, ଜାତି, ଭାଷା ଆଦି କାରଣରୁ ସରକାରୀ ଶିକ୍ଷାନୁଷ୍ଠାନରେ ନାମଲେଖାରୁ ବଞ୍ଚିତ ନ କରିବା।
  • ସଂଖ୍ୟାଲଘୁ ଗୋଷ୍ଠୀ ନିଜ ମନ ମୁତାବକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବା ଓ ସରକାରୀ ସାହାଯ୍ୟ ପାଇବା ଅଧିକାର ।

BSE Odisha 9th Class Political Science Notes Chapter 1 ମୌଳିକ ଅଧୂକାର

ସାମ୍ବିଧାନିକ ପ୍ରତିକାର ଅଧିକାର (Right to Constitutional Remedies) : (ଧାରା ୩୨)

  • ମୌଳିକ ଅସ୍ଵୀକାରର ସୁରକ୍ଷା ପାଇଁ ଜଣେ ନାଗରିକ ଉଚ୍ଚତମ ନ୍ୟାୟାଳୟ ଏବଂ ରାଜ୍ୟ ଉଚ୍ଚ ନ୍ୟାୟାଳୟରେ ।
  • ପାଞ୍ଚ ପ୍ରକାର ରିଟ୍ ବା ହୁକୁମନାମା ଜାରି ମାଧ୍ୟମରେ ଉଚ୍ଚତମ/ଉଚ୍ଚ ନ୍ୟାୟାଳୟ ନାଗରିକମାନଙ୍କୁ ଅଧ‌ିକ ମୌଳିକ ସୁରକ୍ଷା ଯୋଗାଇ ପାରିବ । ପାଞ୍ଚ ପ୍ରକାର ହୁକୁମ୍‌ମା ହେଉଛି – ବନ୍ଦୀ ପ୍ରତ୍ୟକ୍ଷୀକରଣ, ପରମାଦେଶ, ନିଷେଧାଦେଶ, ଅଧିର ପୃଚ୍ଛ, ଉତ୍ପ୍ରେକ୍ଷଣ ।

→ ମୌଳିକଗୁଡ଼ିକର ବିଶେଷତ୍ଵ :

  • ଭାରତୀୟ ସମ୍ବିଧାନରେ ଦିଆଯାଇଥିବା ମୌଳିକ ଅଧିକାରଗୁଡ଼ିକ ଭାରତୀୟ ନାଗରିକମାନଙ୍କ ପାଇଁ ଉଦ୍ଦିଷ୍ଟ ।
  • ସେଥୁମଧ୍ୟରୁ କେତେକ ଉଭୟ ଭାରତୀୟ ନାଗରିକ ଓ ବିଦେଶୀ ନାଗରିକମାନେ ଉପଭୋଗ କରିପାରିବେ । ଆଇନ ଆଖ୍ୟାରେ ସମସ୍ତେ ସମାନ, ବ୍ୟକ୍ତିଗତ ଜୀବନ ଓ ସ୍ନାତନ୍ତ୍ର୍ୟ ରକ୍ଷା, ଶୋଷଣ ବିରୋଧୀ ସ୍ଵାଧୀନତା ଓ ଧର୍ମମତ ସ୍ଵାଧୀନତା ଏଥ‌ିରେ ଅନ୍ତର୍ଭୁକ୍ତ ।

ପାଶ୍ଚାତ୍ୟ ସମ୍ବିଧାନବିତ୍ ଆଇଭର୍ ଜେନିଙ୍ଗସ୍‌ଙ୍କ ଭାଷାରେ, ଭାରତର ସମ୍ବିଧାନ ହେଉଛି ଓକିଲମାନଙ୍କ (Lawyers’ Paradise) |

  • ପ୍ରେସ୍ ଓ ସମ୍ବାଦ ସରବରାହ ସ୍ୱାଧୀନତାର ଅଧିକାର, ୬ ବର୍ଷରୁ ୧୪ ବର୍ଷ ବୟସ୍କ ମଧ୍ୟରେ ସମସ୍ତଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷାଦାନ, ଜନସାଧାରଣଙ୍କୁ ସୂଚନା ପ୍ରଦାନ କରିବା ଆଦି ମୌଳିକ ଅସ୍ଵୀକାର ପରିସରଭୁକ୍ତ ହେବାରୁ ଏହାର ପରିସର ବୃଦ୍ଧି ପାଇଛି ।

ସୂଚନା ଅଧିକାର ଆଇନ ଆମ ସଂସଦର ୨୦୦୫ ମସିହାରେ ପ୍ରଣୟନ କରାଯାଇଥିଲା ।

BSE Odisha 9th Class Political Science Notes Chapter 1 ମୌଳିକ ଅଧୂକାର

→ କେଶବାନନ୍ଦ ଭାରତୀ ମାମଲା :

  • ୧୯୭୩ ମସିହାରେ କେଶବାନନ୍ଦ ଭାରତୀ ମାମଲା ଉଚ୍ଚତମ ନ୍ୟାୟାଳୟରେ ଶୁଣାଣି କରାଯାଇଥିଲା ।
  • ଏହି ମାମଲାରେ ଉଚ୍ଚତମ ନ୍ୟାୟାଳୟ ନିଜର ପୂର୍ବ ନିଷ୍ପଭି ବଦଳାଇ ରାୟ ଦେଇଥଲେ ଯେ ସଂସଦ ଚାହିଁଲେ କୌଣସି ମୌଳିକ ଅଧୂକାରଗୁଡ଼ିକୁ ସଂଶୋଧନ କରିପାରିବେ, କିନ୍ତୁ ସମ୍ବିଧାନର ମୌଳିକ ଢାଞ୍ଚା (Basic Structure)କୁ ପରିବର୍ତ୍ତନ କରିପାରିବେ ନାହିଁ ।

Leave a Comment