BSE Odisha 9th Class Political Science Solutions Chapter 1 ମୌଳିକ ଅଧୂକାର

Odisha State Board BSE Odisha 9th Class Political Science Solutions Chapter 1 ମୌଳିକ ଅଧୂକାରTextbook Exercise Questions and Answers.

BSE Odisha Class 9 Political Science Solutions Chapter 1 ମୌଳିକ ଅଧୂକାର

୧ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ଗୋଟି ଶବ୍ଦ ମଧ୍ଯରେ ଲେଖି ।

(କ) ଭାରତ ସମ୍ବିଧାନର ତୃତୀୟ ଭାଗରେ ନାଗରିକମାନଙ୍କୁ ଦିଆଯାଇଥିବା ଅଧିକାରଗୁଡ଼ିକୁ କାହିଁକି ମୌଳିକ ଅଧିକାର କୁହାଯାଏ ?
Answer:

  • ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର । ଗଣତନ୍ତ୍ରର ଲକ୍ଷ୍ୟ ହେଉଛି ବ୍ୟକ୍ତିର ବ୍ୟକ୍ତିତ୍ୱର ବିକାଶ । ବ୍ୟକ୍ତିର ବ୍ୟକ୍ତିତ୍ୱ ମୁଖ୍ୟତଃ ବ୍ୟକ୍ତିର ସ୍ଵାଧୀନତା ଉପରେ ଆଧାରିତ ହୋଇଛି ।
  • ଏହି ଦୃଷ୍ଟିରୁ ଗଣତାନ୍ତ୍ରିକ ରାଷ୍ଟ୍ରରେ ବ୍ୟକ୍ତିର ସ୍ବାଧୀନତା ଓ ରାଷ୍ଟ୍ରର କ୍ଷମତା ମଧ୍ଯରେ ଭାରସାମ୍ୟ ରହିବା ଦରକାର ।
  • ବିଶ୍ଵର ଅନେକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହି ଭାରସାମ୍ୟ ରକ୍ଷା କରିବାପାଇଁ ନାଗରିକମାନଙ୍କୁ ମୌଳିକ ଅଧିକାର ପ୍ରଦାନର ବ୍ୟବସ୍ଥା ରହିଛି ।
  •  ଅନ୍ୟାନ୍ୟ ଗଣତାନ୍ତ୍ରିକ ରାଷ୍ଟ୍ର ପରି ଭାରତୀୟ ନାଗରିକମାନଙ୍କୁ ମୌଳିକ ଅଧିକାର ପ୍ରଦାନ କରାଯାଇଛି । ଭାରତର ସମ୍ବିଧାନର ତୃତୀୟ ଭାଗରେ ଥିବା ଧାରା ୧୨ରୁ ୩୫ ମଧ୍ୟରେ ଏହି ମୌଳିକ ଅଧିକାରଗୁଡ଼ିକ ବର୍ଣ୍ଣିତ ହୋଇଛି ।
  • ଏହି ଅଧିକାରଗୁଡ଼ିକୁ ମୌଳିକ ଅଧ୍ୟାର କୁହାଯ ଏ, କାରଣ ପ୍ରତ୍ୟେକ ଭାରତୀୟ ନାଗରିକର ଉତ୍ତମ ଜୀବନଯାପନ ଓ ବ୍ୟକ୍ତିଗତ ସୁରକ୍ଷା ଲାଗି ଏଗୁଡ଼ିକର ଆବଶ୍ୟକତା ରହିଛି । ଏହି ଅଧିକାରଗୁଡ଼ିକ କାହାରି ବ୍ୟକ୍ତିଗତ ଇଚ୍ଛାରେ ସଂଶୋଧ ବା ସଙ୍କୁଚିତ ହୋଇପାରିବ ନାହିଁ ।

BSE Odisha 9th Class Political Science Book Solutions Chapter 1 ମୌଳିକ ଅଧୂକାର

(ଖ) ଭାରତୀୟ ନାଗରିକମାନଙ୍କୁ ପ୍ରଦତ୍ତ ମୌଳିକ ଅଧିକାରଗୁଡ଼ିକର ଲକ୍ଷଣ ସଂକ୍ଷେପରେ ଲେଖ ।
Answer:

  • ବ୍ୟକ୍ତିର ବ୍ୟକ୍ତିତ୍ଵର ପୂର୍ଣ୍ଣ ପରିପ୍ରକାଶ ପାଇଁ ମୌଳିକ ଅଧିକାରଗୁଡ଼ିକ ଅତ୍ୟନ୍ତ ଆବଶ୍ୟକ ।
  • ସରକାରଙ୍କର ଯଥେଚ୍ଛାଚାର ଶାସନ ଉପରେ ମୌଳିକ ଅଧିକାର ଅଙ୍କୁଶ ଲଗାଇଥାଏ ।
  • ଏହି ଅଧିକାରଗୁଡ଼ିକର ପରିବର୍ତ୍ତନ ବା ପ୍ରତ୍ୟାହାର ସାଧାରଣ ଆଇନ ବଳରେ କରାଯାଇ ପାରିବ ନାହିଁ ।
  • ଭାରତର ସମସ୍ତ ନାଗରିକ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମାନ ଭାବରେ ଏହି ଅଧିକାରଗୁଡ଼ିକୁ
  • ଏହି ଅଧିକାରଗୁଡ଼ିକ ନିରଙ୍କୁଶ ନୁହେଁ । ଜରୁରୀ ପରିସ୍ଥିତିରେ ଓ ପ୍ରତିଷେଧମୂଳକ ଅଟକ (Preventive Detention) କାରଣରୁ ମୌଳିକ ଅଧିକାରକୁ ସାମୟିକ ଭାବେ ସଙ୍କୁଚିତ ବା ସ୍ଥଗିତ ବା ନିଲମ୍ବିତ ରଖାଯାଇପାରିବ ।

(ଗ) ଭାରତୀୟ ନାଗରିକମାନଙ୍କର ସମାନତାର ଅଧିକାରଗୁଡ଼ିକ ସଂକ୍ଷେପରେ ଆଲୋଚନା କର ।
Answer:
ଭାରତର ସମ୍ବିଧାନରେ ସମାନତାକୁ ଗୁରୁତ୍ୱ ଦିଆଯାଇ ଧାରା ୧୪ରୁ ୧୮ ମଧ୍ଯରେ ନାଗରିକମାନଙ୍କୁ ସମାନତା ଅଧିକାର ପ୍ରଦାନ କରାଯାଇଛି ।

  •  ଧାରା ୧୪ ଅନୁଯାୟୀ ଆଇନ ଆଗରେ ଭାରତର ସମସ୍ତ ନାଗରିକ ସମାନ ଓ ଆଇନଗତ ସୁରକ୍ଷା ସମସ୍ତଙ୍କ ପାଇଁ ସମାନ ।
  • ଧାରା ୧୫ ଅନୁସାରେ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଜନ୍ମସ୍ଥାନ ଭିଭିରେ ରାଷ୍ଟ୍ର କୌଣସି ପାତରଅନ୍ତର କରିପାରିବ ନାହିଁ । କିନ୍ତୁ ଶିଶୁ, ମହିଳା, ଅନୁସୂଚିତ ଜାତି ଓ ଜନଜାତିର ଲୋକମାନଙ୍କ ପାଇଁ ଯେତେବେଳେ ଆବଶ୍ୟକ ପଡ଼ିବ, ସେତେବେଳ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇପାରିବ ।
  • ଧାରା ୧୬ ଅନୁସାରେ ସରକାରୀ ଚାକିରି ତଥା ନିଯୁକ୍ତି କ୍ଷେତ୍ରରେ ଭାରତୀୟ ନାଗରିକମାନଙ୍କୁ ସମାନ ଅଧିକାର ପ୍ରଦାନ କରାଯିବ । କିନ୍ତୁ ଦୁର୍ବଳ ବର୍ଗ ବା ଅନୁନ୍ନତ ଶ୍ରେଣୀ ଅନ୍ତର୍ଗତ ଅନୁସୂଚିତ ଜାତି ଓ ଜନଜାତିର ଲୋକମାନଙ୍କ
  • ଧାରା ୧୭ ଅନୁସାରେ ଅସ୍ପୃଶ୍ୟତା ନିବାରଣ କରାଯିବା ସହିତ ଏହାର ବିଲୋପ ସାଧନ କରାଯାଇଛି ।
  • ଧାରା ୧୮ ଅନୁସାରେ ସମସ୍ତ ପ୍ରକାର ଆଳଙ୍କାରିକ ଉପାଧୁଗୁଡ଼ିକ ଉଚ୍ଛେଦ କରାଯାଇଛି ।

BSE Odisha 9th Class Political Science Book Solutions Chapter 1 ମୌଳିକ ଅଧୂକାର

୨।ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦରେ ଲେଖ ।

(କ) ଭାରତ ସମ୍ବିଧାନର ଧାରା ୩୨ରେ ଦର୍ଶାଯାଇଥିବା ପାଞ୍ଚଗୋଟି ହୁକୁମ୍‌ନାମା ବା ‘ରିଟ୍’ (Writs)ର ନାମ ଲେଖ ।
Answer:
ଧାରା ୩୨ ଅନୁସାରେ ଜଣେ ନାଗରିକ ନିଜର ମୌଳିକ ଅଧିକାରର ସୁରକ୍ଷା ପାଇଁ ଅଦାଲତର ସାହାଯ୍ୟ ନେଇପାରିବ । ମୌଳିକ ଅଧିକାରଗୁଡ଼ିକୁ ସୁରକ୍ଷା ଦେବାପାଇଁ ଉଚ୍ଚତମ ନ୍ୟାୟାଳୟ ଓ ରାଜ୍ୟର ଉଚ୍ଚ ନ୍ୟାୟାଳୟ ପାଞ୍ଚ ପ୍ରକାର ‘ରିଟ୍’ ବା ‘ହୁକୁମନାମା’ ବା ‘ନିର୍ଦ୍ଦେଶନାମା’ ଜାରି କରିପାରିବେ । ସେଗୁଡ଼ିକ ହେଲା – (୧) ବନ୍ଦୀ ପ୍ରତ୍ୟକ୍ଷୀକରଣ, (୨) ପରମାଦେଶ, (୩) ନିଷେଧାଦେଶ, (୪) ଅଧିର ପୃଚ୍ଛା, (୫) ଉତ୍ପ୍ରେକ୍ଷଣ ।

(ଖ) ଜଣେ ଭାରତୀୟ ନାଗରିକଙ୍କର ମୌଳିକ ଅଧିକାର କ୍ଷୁଣ୍ଣ ହେଲେ ସେଗୁଡ଼ିକର ସୁରକ୍ଷା ପାଇଁ ସେ କ’ଣ କରିବେ ?
Answer:
ଜଣେ ଭାରତୀୟ ନାଗରିକର ମୌଳିକ ଅଧ‌ିକାର କ୍ଷୁଣ୍ଣ ହେଲେ ସେଗୁଡ଼ିକର ସୁରକ୍ଷା ପାଇଁ ସେ ଅଦାଲତର ସାହାଯ୍ୟ ନେଇପାରିବେ । ପ୍ରତ୍ୟେକ ଭାରତୀୟ ନାଗରିକ ମୌଳିକ ଅଧ୍ୟାକାରର ସୁରକ୍ଷା ପାଇଁ ଭାରତର ଉଚ୍ଚତମ ନ୍ୟାୟାଳୟ ଓ ରାଜ୍ୟର ଉଚ୍ଚ ନ୍ୟାୟାଳୟରେ ସିଧାସଳଖ ଆବେଦନ କରିପାରିବେ ।

BSE Odisha 9th Class Political Science Book Solutions Chapter 1 ମୌଳିକ ଅଧୂକାର

(ଗ) ‘ଜନସ୍ୱାର୍ଥ ମାମଲା’ (P.I.L.) କହିଲେ, ତୁମେ କ’ଣ ବୁଝ ?
Answer:
ମୌଳିକ ଅଧ୍ରଗୁଡ଼ିକୁ ସୁରକ୍ଷା ଦେବାପାଇଁ ଉଚ୍ଚତମ ନ୍ୟାୟାଳୟ ଓ ରାଜ୍ୟର ଉଚ୍ଚ ନ୍ୟାୟାଳୟ ପାଞ୍ଚ ପ୍ରକାରର ବା ଗୋଷ୍ଠୀ ଏ ସମ୍ପର୍କରେ ଆବେଦନ କରିପାରିବେ । ଏହାଛଡ଼ା ଯେକୌଣସି ବ୍ୟକ୍ତି ଚାହିଁଲେ, ସେ ଏଥ‌ିପାଇଁ ଅଦାଲତ ବା କୋର୍ଟକୁ ଯାଇପାରନ୍ତି । ଏହିପରି ଜନସ୍ୱାର୍ଥ ଜଡ଼ିତ ମାମଲାକୁ ‘ଜନସ୍ବାର୍ଥ ମାମଲା’ କୁହାଯାଏ ।

(ଘ) କେଉଁ ପରିସ୍ଥିତିରେ ମୌଳିକ ଅଧ୍ୟାର ସାମୟିକ ଭାବେ ସ୍ଥଗିତ ରଖାଯାଏ ?
Answer:
ଜରୁରୀ ପରିସ୍ଥିତିରେ ଓ ପ୍ରତିଷେଧମୂଳକ ଅଟକ କାରଣରୁ ମୌଳିକ ଅଧିକାର ସାମୟିକଭାବେ ସ୍ଥଗିତ ରଖାଯାଏ ।

(ଙ) ଧର୍ମଗତ ସ୍ଵାଧୀନତାର ଅଧିକାର ସମ୍ପର୍କରେ ଏକ ଟିପ୍‌ପଣୀ ଲେଖ ।
Answer:

  • ସମ୍ବିଧାନର ୨୫ ଧାରାରୁ ୨୮ ଧାରା ମଧ୍ଯରେ ଧର୍ମଗତ ସ୍ଵାଧୀନତାର ଅଧିକାର ବର୍ଣ୍ଣିତ ହୋଇଛି ।
  • ଏହି ଅଧିକାର ବଳରେ ସମସ୍ତେ ନିଜ ନିଜର ବିବେକ ଅନୁସାରେ ସ୍ବାଧୀନଭାବେ ଧର୍ମଗ୍ରହଣ, ଧର୍ମାଚରଣ ଓ
  • ପ୍ରତ୍ୟେକ ଧର୍ମ ସମ୍ପ୍ରଦାୟ ନିଜର ଧର୍ମାନୁଷ୍ଠାନ ପ୍ରତିଷ୍ଠା କରିବା ସହିତ ଏହାର ରକ୍ଷଣାବେକ୍ଷଣ କରିପାରିବେ । କୌଣସି ନିର୍ଦ୍ଦିଷ୍ଟ ଧର୍ମର ଉନ୍ନତି ପାଇଁ ଏବଂ କୌଣସି ଧର୍ମାନୁଷ୍ଠାନର ସୁରକ୍ଷା ଓ ରକ୍ଷଣାବେକ୍ଷଣ ପାଇଁ ନାଗରିକମାନଙ୍କଠାରୁ ବାଧ୍ୟତାମୂଳକ କର ବା ଅର୍ଥ ଆଦାୟ କରାଯାଇ ପାରିବ ନାହିଁ ।

(ଚ) ଆମ ସମ୍ବିଧାନର ଧାରା ୧୯ରେ ପ୍ରଦତ୍ତ ଛଅଗୋଟି ସ୍ୱାଧୀନତାର ଅଧିକାର ସଂକ୍ଷେପରେ ବୁଝାଇ ଲେଖ ।
Answer:
ଆମ ସମ୍ବିଧାନର ଧାରା ୧୯ରେ ଛଅଗୋଟି ସ୍ୱାଧୀନତାର ଅଧିକାର ପ୍ରଦାନ କରାଯାଇଛି । ସେଗୁଡ଼ିକ ହେଉଛି–
(୧) ଭାଷଣ ତଥା ମତାମତ ପ୍ରକାଶ କରିବାର ସ୍ଵାଧୀନତା ।
(୨) ଶାନ୍ତିପୂର୍ଣ୍ଣ ଭାବରେ ଓ ନିରସ୍ତ ହୋଇ ସମାବେଶରେ ମିଳିତ ହେବାର ସ୍ବାଧୀନତା ।
(୩) ସଂଘ ବା ସମିତି ଗଠନର ସ୍ଵାଧୀନତା ।
(୪) ଭାରତ ଭୂଖଣ୍ଡ ମଧ୍ୟରେ ଅବାଧ ବିଚରଣର ସ୍ଵାଧୀନତା ।
(୫) ଭାରତର ଯେକୌଣସି ସ୍ଥାନରେ ବସବାସ କରିବାର ସ୍ଵାଧୀନତା ।
(୬) ଯେକୌଣସି ବୃତ୍ତି, ଜୀବିକା, ବାଣିଜ୍ୟ ଓ ବ୍ୟବସାୟ କରିବାର ସ୍ୱାଧୀନତା ।
ଉକ୍ତ ସ୍ଵାଧୀନତାଗୁଡ଼ିକ ନିରଙ୍କୁଶ ନୁହେଁ । ରାଷ୍ଟ୍ରର ଐକ୍ୟ ଓ ନିରାପତ୍ତା, ଶାନ୍ତି ଓ ଶୃଙ୍ଖଳା ରକ୍ଷା, ନୈତିକତା ଓ ବିଦେଶୀ ରାଷ୍ଟ୍ର ସହିତ ବନ୍ଧୁତାପୂର୍ଣ୍ଣ ସମ୍ପର୍କ ରକ୍ଷା ଦୃଷ୍ଟିରୁ ସରକାର ନ୍ୟାୟୋଚିତ ଭାବରେ ନାଗରିକର ବ୍ୟକ୍ତିଗତ ସ୍ଵାଧୀନତାକୁ ନିୟନ୍ତ୍ରଣ କରିପାରିବେ ।

BSE Odisha 9th Class Political Science Book Solutions Chapter 1 ମୌଳିକ ଅଧୂକାର

୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ସମ୍ବିଧାନର କେଉଁ ଅଧ୍ୟାୟରେ ମୌଳିକ ଅଧ୍ବକାରଗୁଡ଼ିକ ବର୍ଣ୍ଣିତ ହୋଇଅଛି ?
Answer:
ଭାରତର ସମ୍ବିଧାନର ତୃତୀୟ ଭାଗରେ ଥିବା ଧାରା ୧୨ରୁ ଧାରା ୩୫ ମଧ୍ୟରେ ମୌଳିକ ଅଧିକାରଗୁଡ଼ିକ ବର୍ଣ୍ଣିତ ହୋଇଛି ।

(ଖ) କେଉଁ ନ୍ୟାୟାଳୟ ମୌଳିକ ଅସ୍ଵୀକାରଗୁଡ଼ିକୁ ସୁରକ୍ଷା ପ୍ରଦାନ କରନ୍ତି ?
Answer:
ଭାରତର ଉଚ୍ଚତମ ନ୍ୟାୟାଳୟ ଓ ରାଜ୍ୟର ଉଚ୍ଚ ନ୍ୟାୟାଳୟ ମୌଳିକ ଅଧିକାରଗୁଡ଼ିକୁ ସୁରକ୍ଷା ପ୍ରଦାନ କରନ୍ତି ।

(ଗ) ଭାରତରେ ମୌଳିକ ଅଧ‌ିକାରଗୁଡ଼ିକୁ ସଙ୍କୁଚିତ ଓ ପ୍ରତ୍ୟାହାର କରିବା କ୍ଷମତା କାହାର ଅଛି ?
Answer:
ଭାରତରେ ମୌଳିକ ଅଧିକାରଗୁଡ଼ିକୁ ସଙ୍କୁଚିତ ଓ ପ୍ରତ୍ୟାହାର କରିବା କ୍ଷମତା କେବଳ ଭାରତର ସଂସଦର ରହିଛି ।

BSE Odisha 9th Class Political Science Book Solutions Chapter 1 ମୌଳିକ ଅଧୂକାର

ଘ) ‘ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର’ – ଏହାର ସୂଚନା କେଉଁ ମୌଳିକ ଅଧିକାରରୁ ମିଳୁଅଛି ?
Answer:
‘ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର’ – ଏହାର ସୂଚନା ଧର୍ମଗତ ସ୍ଵାଧୀନତାର ଅଧକାରରୁ ମିଳୁଅଛି ।

(ଙ) କେଉଁ କାରଣରୁ ସ୍ବାଧୀନତାର ଅଧିକାର ଉପରେ ରାଷ୍ଟ୍ର କଟକଣା ଜାରି କରିପାରିବ ?
Anwer:
ରାଷ୍ଟ୍ରର ଐକ୍ୟ ଓ ନିରାପତ୍ତା, ଶାନ୍ତି ଓ ଶାନ୍ତି ଶୃଙ୍ଖଳା ରକ୍ଷା, ନୈତିକତା ଓ ବିଦେଶୀ ରାଷ୍ଟ୍ର ସହିତ ବନ୍ଧୁତ୍ଵପୂର୍ଣ ସମ୍ପର୍କ ରକ୍ଷା ଦୃଷ୍ଟିରୁ ରାଷ୍ଟ୍ର ନ୍ୟାୟୋଚିତ ଭାବରେ ସ୍ଵାଧୀନତାର ଅଧିକାର ଉପରେ କଟକଣା ଜାରି କରିପାରିବ ।

(ଚ) ଆମ ମୌଳିକ ଅସ୍କାରଗୁଡ଼ିକ ‘ନ୍ୟାୟାଳୟରେ ପ୍ରତିପାଦନୀୟ’ ବୋଲି ତୁମେ କିପରି ଜାଣୁଛ ?
Answer:
ମୌଳିକ ଅସ୍ଵୀକାରଗୁଡ଼ିକୁ ସୁରକ୍ଷା ଦେବାପାଇଁ ଉଚ୍ଚତମ ନ୍ୟାୟାଳୟ ଓ ରାଜ୍ୟ ଉଚ୍ଚ ନ୍ୟାୟାଳୟ ‘ରିଟ୍’ ଜାରି କରୁଥିବାରୁ ଆମ ମୌଳିକ ଅଧିକାରଗୁଡ଼ିକ ‘ନ୍ୟାୟାଳୟରେ ପ୍ରତିପାଦନୀୟ’ ବୋଲି ଆମେ ଜାଣିପାରୁଛୁ ।

Leave a Comment