Odisha State Board BSE Odisha 9th Class Political Science Solutions Chapter 6 ଭାରତୀୟ ଜାତୀୟତାବାଦ Textbook Exercise Questions and Answers.
BSE Odisha Class 9 Political Science Solutions Chapter 6 ଭାରତୀୟ ଜାତୀୟତାବାଦ
୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।
(କ) ଭାରତରେ ଜାତୀୟତାବାଦର କିପରି ବିକାଶ ଘଟିଲା, ଆଲୋଚନା କର ।
Answer:
- ସମସ୍ତ ଭାରତୀୟ ହିମାଳୟଠାରୁ କୁମାରିକା ପର୍ଯ୍ୟନ୍ତ ବିସ୍ତୃତ ବିଶାଳ ଭୂଖଣ୍ଡ ଭାରତବର୍ଷକୁ ନିଜର ମାତୃଭୂମିରୂପେ ବିବେଚନା କରୁଥିଲେ ଓ ମାତୃଭୂମିର ଅଖଣ୍ଡତା ଓ ସ୍ବାଧୀନତା ପାଇଁ ମୁକ୍ତି ଆନ୍ଦୋଳନରେ ବ୍ରତୀ ହେଲେ ।
- ଇଂରେଜ ଶାସନ ସମୟରେ ସମଗ୍ର ଦେଶପାଇଁ ପ୍ରବର୍ତ୍ତିତ ଏକପ୍ରକାର ଶାସନ ବ୍ୟବସ୍ଥା ଓ ପ୍ରଶାସନିକ ବ୍ୟବସ୍ଥା, ନ୍ୟାୟାଳୟ ବ୍ୟବସ୍ଥା, ମୁଦ୍ରା ପ୍ରଚଳନ ଆଦି ଭାରତୀୟମାନଙ୍କ ମଧ୍ୟରେ ଜାତୀୟତା ଭାବ ସୃଷ୍ଟି କରିଥିଲା ।
- ରେଳପଥ, ଡାକତାର ଓ ଟେଲିଗ୍ରାଫ୍ ବ୍ୟବସ୍ଥାର ପ୍ରଚଳନ ଫଳରେ ଜନସମ୍ପର୍କ ଓ ରାଜନୈତିକ ସଚେତନତା ବୃଦ୍ଧିପାଇଲା ।
- ଊନବିଂଶ ଶତାବ୍ଦୀରେ ବ୍ରାହ୍ମ ସମାଜ, ଆର୍ଯ୍ୟ ସମାଜ, ରାମକୃଷ୍ଣ ମିଶନ୍ର ଆନ୍ଦୋଳନ ଭାରତୀୟ ସମାଜରେ ନବଜାଗରଣ ଆଣି ଜାତୀୟ ଚେତନାର ବିକାଶ ଘଟାଇଥିଲା ।
- ପାଶ୍ଚାତ୍ୟ ଶିକ୍ଷାପ୍ରାପ୍ତ ଭାରତୀୟ ନବ-ସାମାଜିକ ଶ୍ରେଣୀଙ୍କର ଦେଶପ୍ରେମ ତଥା ସାର୍ ଉଇଲିୟମ୍ ଜୋନ୍ସ,ମ୍ୟାକ୍ମୁଲାର ଆଦି ପାଶ୍ଚାତ୍ୟ ମନୀଷୀମାନଙ୍କଦ୍ୱାରା ଭାରତୀୟ ଐତିହ୍ୟ ଓ ସଂସ୍କୃତିର ପୁନରୁତ୍ଥାନ ଜାତୀୟତାବାଦର ବିକାଶଲାଭରେ ସହାୟକ ଥିଲା ।
- ତତ୍କାଳୀନ ସମ୍ବପତ୍ରଗୁଡ଼ିକରେ ଭାରତୀୟ ଜନମତର ପ୍ରତିଫଳନ ଘଟୁଥିଲା ଓ ସେଗୁଡ଼ିକ ଭାରତୀୟ ଜାତୀୟତାବାଦର ପ୍ରତିଫଳନ ସଦୃଶ ଥିଲା ।
- ଇଂରେଜମାନଙ୍କ ବର୍ଣ୍ଣବୈଷମ୍ୟ ନୀତି ତଥା ଲର୍ଡ଼ କର୍ଜନ ଓ ଲର୍ଡ଼ ଲିଟନ୍ଙ୍କ କୁଶାସନ ଭାରତୀୟ ଜାତୀୟତାବାଦର ବିକାଶରେ ପରୋକ୍ଷରେ ସହାୟକ ହୋଇଥିଲା ।
(ଖ) ଜାତୀୟତାବାଦ କହିଲେ କ’ଣ ବୁଝ ?
Answer:
- ଆଲଫ୍ରେଡ୍ ଗ୍ରାଜିଆଙ୍କ ମତରେ ଜାତୀୟତାବାଦର ସଂଜ୍ଞା ହେଉଛି – ‘ଜାତୀୟତାବାଦ ଏକତ୍ଵର, ରାଜନୈତିକ ଏକତାର ଏବଂ ଦେଶର ସ୍ବାଧୀନତାର ଏକ ଅନୁଭବ, ଯାହା ଜନସମଷ୍ଟିକୁ ଏକ ଜାତି ତଥା ଏକ ରାଷ୍ଟ୍ରରେ ପରିଣତ କରିଥାଏ ।’’
- ଜାତୀୟତାବାଦ ଏକ ମାନସିକ ଅଭିବ୍ୟକ୍ତି । ଗୋଟିଏ ରାଷ୍ଟ୍ରରେ ବସବାସ କରୁଥିବା ବ୍ୟକ୍ତିସମୂହ ଯେତେବେଳେ ସେମାନଙ୍କ ମଧ୍ୟରେ ଥିବା ଜାତି, ବର୍ଣ୍ଣ, ଧର୍ମ, ଭାଷା ଏବଂ ଆଞ୍ଚଳିକ ବିଭିନ୍ନତାକୁ ଭୁଲିଯାଇ ଦେଶାତ୍ମବୋଧରେ ଉଦ୍ବୁଦ୍ଧ ହୁଅନ୍ତି, ସେତେବେଳେ ଜାତୀୟତାବାଦ ଜନ୍ମନିଏ । ସ୍ଵାଧୀନତା ଓ ଦେଶପ୍ରେମ ସହିତ ପ୍ରକୃତ
- ଜାତୀୟତାବାଦ କହିଲେ ଦେଶାତ୍ମବୋଧ, ଦେଶପ୍ରୀତି, ରାଷ୍ଟ୍ର ପ୍ରତି ଆନୁଗତ୍ୟ, ଦେଶପ୍ରାଣତା ତଥା ଦେଶ ପାଇଁ ଆୟୋତ୍ସର୍ଗକୁ ବୁଝାଏ । ଜାତୀୟତାବାଦ ଏପରି ଏକ ମନସ୍ତାତ୍ତ୍ଵିକ ଭାବଧାରା ଯାହା ଉଚ୍ଚ-ନୀଚ, ଧନୀ-ଗରିବ ଇତ୍ୟାଦି ମାନସିକ ସଂକୀର୍ଣ୍ଣତାଠାରୁ ବହୁ ଊର୍ଦ୍ଧ୍ବରେ ।
- ସମାନ ପ୍ରକାର ପରମ୍ପରା, ସଂସ୍କୃତି ଏବଂ ଐତିହ୍ୟ ଜାତୀୟତାବାଦର ପ୍ରଧାନ ଉତ୍ସ ଅଟେ । ଏହାଦ୍ଵାରା ଲୋକମାନଙ୍କ ମଧ୍ୟରେ ସମାନତାର ମୂଳଦୁଆ ପଡ଼ିଥାଏ ।
- ଦେଶ ପ୍ରତି ପ୍ରଗାଢ଼ ଅନୁରକ୍ତି, ଦେଶପ୍ରାଣତା, ପ୍ରାଣବଳି ତଥା ଲକ୍ଷଣ ଅଟେ । ଜାତୀୟତାବାଦ ବିଭିନ୍ନ ପ୍ରାନ୍ତ, ବିଭିନ୍ନ ଭାଷାଭାଷୀ ଓ ଭିନ୍ନ ଭିନ୍ନ ଧର୍ମର ଲୋକମାନଙ୍କୁ ଏକତା ସୂତ୍ରରେ ବାନ୍ଧି ରଖୁବା ସହିତ ଦେଶର ଅଖଣ୍ଡତା, ଅଗ୍ରଗତି ଓ ସୁରକ୍ଷାକୁ ସୁଦୃଢ଼ କରିଥାଏ ।
(ଗ) ଇଂରେଜ ଶାସକଙ୍କର ଶାସନ ନୀତି ଭାରତୀୟ ଜାତୀୟତାବାଦର ବିକାଶ ପାଇଁ କିପରି ଦାୟୀ ଥିଲା, ତାହା ସଂକ୍ଷେପରେ ଆଲୋଚନା କର ।
Answer:
- ଇଂରେଜ ଶାସନ ସମୟରେ ସମଗ୍ର ଦେଶକୁ ଏକ ଶାସନାଧୀନ କରାଯାଇ ଏକ ପ୍ରକାର ଶାସନ ପଦ୍ଧତି ଅନୁସରଣ କରାଗଲା ଓ ସବୁ ଅଞ୍ଚଳ ପାଇଁ ଗୋଟିଏ ପ୍ରକାର ଆଇନ ପ୍ରଚଳିତ ହେଲା । ଏହା ଫଳରେ ଭାରତୀୟମାନଙ୍କ ମଧ୍ୟରେ ଏକତା ମନୋଭାବ ଆସିଲା ।
- ଇଂରେଜମାନେ ଶାସନକାର୍ଯ୍ୟ ଚଳାଇବାପାଇଁ ଆମ ଦେଶରେ ରେଳପଥ ଓ ରାସ୍ତାଘାଟ ନିର୍ମାଣ କରିଥିଲେ । ଡାକ, ଟେଲିଗ୍ରାଫ୍ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ଏହା ଭାରତୀୟମାନଙ୍କର ସାମାଜିକ, ଶିକ୍ଷାଗତ, ବୌଦ୍ଧିକ ଓ ରାଜନୈତିକ ଜୀବନରେ ଆଶାତୀତ ପରିବର୍ତ୍ତନ ଘଟାଇଲା ଓ ଜନସମ୍ପର୍କ ବୃଦ୍ଧି ପାଇଲା । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ବ୍ରିଟିଶ୍ ଶାସନାଧୀନ ସମସ୍ତ ଭାରତୀୟ ସ୍ବାଧୀନତା ଆନ୍ଦୋଳନ ପାଇଁ ବ୍ରତୀ ହେଲେ ।
- ସମସ୍ତ ଭାରତୀୟଙ୍କ ପାଇଁ ସମାନ ପ୍ରକାରର ପ୍ରଶାସନିକ ବ୍ୟବସ୍ଥା, ନ୍ୟାୟାଳୟ ବ୍ୟବସ୍ଥା, ମୁଦ୍ରା ପ୍ରଚଳନ ବ୍ୟବସ୍ଥା ଯୋଗୁଁ ଭାରତୀୟମାନଙ୍କ ମଧ୍ୟରେ ଏକତା ମନୋଭାବ ସୃଷ୍ଟି ହୋଇଥିଲା ।
- ୧୮୩୫ ମସିହାରେ ଭାରତରେ ଇଂରାଜୀ ଭାଷାର ପ୍ରଚଳନ ଫଳରେ ପାଶ୍ଚାତ୍ୟ ଶିକ୍ଷାର ପ୍ରସାର ହେଲା । ସରକାରୀ ଚାକିରି ପାଇଁ ଭାରତୀୟମାନେ ଇଂରାଜୀ ପୁସ୍ତକ ପଢ଼ିବାଦ୍ଵାରା ଜ୍ଞାନର ପରିସୀମା ବୃଦ୍ଧି ପାଇଲା । ଜନ୍ ଷ୍ଟୁଆର୍ଟ ମିଲ୍, ହରବର୍ଟ ସେନସର ଓ ଏଡ଼ମଣ୍ଡ ବର୍କଙ୍କଦ୍ବାରା ଲିଖ ପୁସ୍ତକମାନ ପାଠକରି ଭାରତୀୟମାନେ ଗଣତାନ୍ତ୍ରିକ ଚିନ୍ତାଧାରାରେ ଉଦ୍ବୁଦ୍ଧ ହେଲେ ।
- ବ୍ରିଟିଶ୍ ଶାସନ ସମୟରୁ ମଧ୍ୟବିତ୍ତ ଶ୍ରେଣୀର ସୃଷ୍ଟି ହେଲା । ପାଶ୍ଚାତ୍ୟ ଶିକ୍ଷାଲାଭ କରିଥିବା ଏହି ଗୋଷ୍ଠୀ ଜାତୀୟତାବାଦର ଅଭିବୃଦ୍ଧିର ନେତୃତ୍ୱ ନେଇ ନବ-ସାମାଜିକ ଶ୍ରେଣୀ ସୃଷ୍ଟି କରିଥିଲେ । ଏହା ଦେଶପ୍ରେମ ସୃଷ୍ଟି କରିବାରେ ସହାୟକ ହୋଇଥିଲା ।
୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।
(କ) ଜାତୀୟତାବାଦର ମୁଖ୍ୟ ଉପାଦାନ ସଂକ୍ଷେପରେ ଉଲ୍ଲେଖ କର ।
Answer:
ଜାତୀୟତାବାଦର ମୁଖ୍ୟ ଉପାଦାନ
(କ) ଭୌଗୋଳିକ ଅଖଣ୍ଡତା, (ଖ) ଜନ୍ମ ବା ଜାତିଗତ ଐକ୍ୟ, (ଗ) ଭାବଗତ ଏବଂ ସାଂସ୍କୃତିକ ଐକ୍ୟ, (ଘ) ସାହିତ୍ୟ ତଥା ଭାଷାଗତ ଐକ୍ୟ, (ଙ) ଧର୍ମଗତ ଐକ୍ୟ, (ଚ) ଅର୍ଥନୈତିକ ବିକାଶ, (ଛ) ଆନ୍ତର୍ଜାତିକ କ୍ରୀଡ଼ା ଓ ଅନ୍ୟାନ୍ୟ ପ୍ରତିଯୋଗିତା, (ଜ) ଯୁଦ୍ଧର ଭୟ, (ଝ) ଦେଶାତ୍ମବୋଧ, (ଞ) ସ୍ୱାୟତ୍ତ ଶାସନ ବା ସ୍ବରାଜ ।
(ଖ) ପରିବହନ ଓ ଯୋଗାଯୋଗ ବ୍ୟବସ୍ଥା ଜନସମ୍ପର୍କ ବୃଦ୍ଧିରେ କିପରି ସହାୟକ ହେଲା, ତାହା ବୁଝାଇ ଲେଖ ।
Answer:
- ରେଳପଥ ଓ ସଡ଼କପଥଦ୍ୱାରା ବିଭିନ୍ନ ପ୍ରାନ୍ତ ମଧ୍ୟରେ ଯାତ୍ରୀ ଓ ମାଲ ପରିବହନ ସହଜ ଓ ସୁବିଧାଜନକ ହେଲା; ଫଳରେ ସେମାନଙ୍କ ମଧ୍ୟରେ ଜନସମ୍ପର୍କ ବୃଦ୍ଧି ହେଲା ।
- ସେହିପରି ଡାକ ଓ ଟେଲିଗ୍ରାଫ୍ ବ୍ୟବସ୍ଥାଦ୍ୱାରା ଶୀଘ୍ର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଚିଠିପତ୍ର ତଥା ସମ୍ବାଦପତ୍ରର ଆଦାନପ୍ରଦାନ ହେଲା; ଫଳରେ ଲୋକସମ୍ପର୍କ ବଢ଼ିଲା ।
(ଗ) କେଉଁ ପାଶ୍ଚାତ୍ୟ ରାଜନୀତି ବିଜ୍ଞାନୀମାନଙ୍କ ପୁସ୍ତକ ପାଠକରି ଭାରତୀୟମାନେ ଗଣତାନ୍ତ୍ରିକ ଚିନ୍ତାଧାରାରେ ଉଦ୍ବୁଦ୍ଧ ହେଲେ ?
Answer:
ଜନ୍ ଷ୍ଟୁଆର୍ଟ ମିଲ୍, ହରବର୍ଟ ସେନସର୍ ଓ ଏଡ଼ମଣ୍ଡ ବର୍କ ଆଦି ପାଶ୍ଚାତ୍ୟ ରାଜନୀତି ବିଜ୍ଞାନୀମାନଙ୍କଦ୍ୱାରା ଲିଖ୍ ପୁସ୍ତକମାନ ପାଠକରି ଭାରତୀୟମାନେ ଗଣତାନ୍ତ୍ରିକ ଚିନ୍ତାଧାରାରେ ଉଦ୍ବୁଦ୍ଧ ହୋଇଥିଲେ ।
(ଘ) ଇଂରେଜ ଶାସକମାନେ ଭାରତୀୟମାନଙ୍କୁ କିପରି ଅର୍ଥନୈତିକ ସ୍ତରରେ ଶୋଷଣ କରୁଥିଲେ ?
Answer:
- ଇଂରେଜମାନେ ଭାରତରୁ ଶସ୍ତା ମୂଲ୍ୟରେ କଞ୍ଚାମାଲ୍ କିଣି ନିଜ ଦେଶକୁ ପଠାଇଲେ ଓ ସେଥୁରୁ ଉତ୍ପାଦିତ ଦ୍ରବ୍ୟକୁ ଭାରତରେ ଅର୍ଧ ଦାମ୍ରେ ବିକ୍ରି କଲେ ।
- ଫଳରେ ଭାରତର କୁଟୀରଶିଳ୍ପ ଓ ବାଣିଜ୍ୟ କ୍ଷତିଗ୍ରସ୍ତ ହେଲା । ଇଂରେଜମାନେ ଏହିଭଳି ଭାବରେ ଭାରତୀୟମାନଙ୍କୁ ଅର୍ଥନୈତିକ ସ୍ତରରେ ଶୋଷଣ କରୁଥିଲେ ।
(ଙ) ବଙ୍କିମଚନ୍ଦ୍ରଙ୍କର ଭାରତୀୟ ଜାତୀୟତାବାଦୀ ସାହିତ୍ୟ ପ୍ରତି ଥିବା ଅବଦାନ ଉଲ୍ଲେଖ କର ।
Answer:
- ରଚିତ ଉପନ୍ୟାସ ‘ଆନନ୍ଦ ମଠ’ରେ ସେ ଭାରତର ଜାତୀୟତା ଉପରେ ବିଶେଷ ଗୁରୁତ୍ଵ ଦେଇଥିଲେ ।
- ତାଙ୍କଦ୍ବାରା ରଚିତ ‘ବନ୍ଦେ ମାତରମ୍’’ ସଂଗୀତଦ୍ୱାରା ଭାରତୀୟମାନଙ୍କ ହୃଦୟରେ ଦେଶପ୍ରେମ ଜାଗ୍ରତ
(ଚ) ଭାରତୀୟ ଜାତୀୟ କଂଗ୍ରେସର ମୂଳ ଲକ୍ଷ୍ୟ କ’ଣ ଥିଲା ?
Answer:
ଜାତୀୟ ଚେତନାର ଅଭିବୃଦ୍ଧି, ଦେଶାତ୍ମବୋଧ ଭାବର ପ୍ରସାର ଓ ଜାତୀୟ ଏକତାର ବିକାଶ ଭାରତୀୟ ଜାତୀୟ କଂଗ୍ରେସର ମୂଳ ଲକ୍ଷ୍ୟ ଥିଲା ।
୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।
(କ) ଭାରତ କେଉଁ ଦିନ ସ୍ଵାଧୀନତା ପାଇଲା ?
Answer:
ଭାରତ ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖ ଦିନ ସ୍ଵାଧୀନତା ପାଇଲା ।
(ଖ) କେଉଁଦିନ ଭାରତ ଏକ ସାର୍ବଭୌମ ରାଷ୍ଟ୍ରରେ ପରିଗଣିତ ହେଲା ?
Answer:
୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଦିନ ଭାରତ ଏକ ସାର୍ବଭୌମ ରାଷ୍ଟ୍ରରେ ପରିଗଣିତ ହେଲା ।
(ଗ) କେଉଁ ମସିହାରେ ଭାରତରେ ଇଂରେଜୀ ଭାଷାର ପ୍ରଚଳନ ହେଲା ?
Answer:
୧୮୩୫ ମସିହାରେ ଭାରତରେ ଇଂରେଜୀ ଭାଷାର ପ୍ରଚଳନ ହେଲା ।
(ଘ) କେଉଁ ସ୍ଵାଧୀନଚେତା ଲେଖକମାନଙ୍କର ବୈପ୍ଳବିକ ଚିନ୍ତାଧାରା ଭାରତୀୟମାନଙ୍କୁ ପ୍ରୋତ୍ସାହିତ କରିଥିଲା ?
Answer:
ମାଜିନୀ, ଗାରିବାଲ୍ଟି, ଋଷୋ ଓ ମଣ୍ଡେସ୍କୁଙ୍କ ପରି ସ୍ଵାଧୀନଚେତା ଲେଖକମାନଙ୍କର ବୈପ୍ଳବିକ ଚିନ୍ତାଧାରା
(ଙ) କିଏ ‘ବିତ୍ତର ବହିଃ ପ୍ରବାହ ତତ୍ତ୍ବ’ର ପ୍ରବକ୍ତା ଥିଲେ ?
Answer:
ଦାଦାଭାଇ ନାରୋଜୀ ‘ବିତ୍ତର ବହିଃ ପ୍ରବାହ ତତ୍ତ୍ଵ’ର ପ୍ରବକ୍ତା ଥିଲେ ।
(ଚ) କିଏ ‘ବ୍ରାହ୍ମ ସମାଜ’ର ପ୍ରତିଷ୍ଠାତା ଥିଲେ ?
Answer:
ରାଜା ରାମମୋହନ ରାୟ ‘ବ୍ରାହ୍ମ ସମାଜ’ର ପ୍ରତିଷ୍ଠାତା ଥିଲେ ।
(ଛ) କିଏ ‘ବନ୍ଦେ ମାତରମ୍’ ସଙ୍ଗୀତର ରଚୟିତା ଥିଲେ ?
Answer:
ବଙ୍କିମଚନ୍ଦ୍ର ଚାଟାର୍ଜୀ ‘ବନ୍ଦେ ମାତରମ୍’ ସଙ୍ଗୀତର ରଚୟିତା ଥିଲେ ।
(ଜ) ‘ରୟାଲ୍ ଏସିଆଟିକ୍ ସୋସାଇଟି ଅଫ୍ ବେଙ୍ଗଲ’ର ପ୍ରତିଷ୍ଠାତା କିଏ ଥିଲେ ?
Answer:
ଉଇଲିୟମ୍ ଜୋନ୍ସ ‘ରୟାଲ୍ ଏସିଆଟିକ୍ ସୋସାଇଟି ଅଫ୍ ବେଙ୍ଗଲ’ର ପ୍ରତିଷ୍ଠାତା ଥିଲେ ।
(ଝ) କିଏ ‘ଭାରତୀୟ ଜାତୀୟ କଂଗ୍ରେସ’ର ପ୍ରଥମ ଅଧୂବେଶନରେ ସଭାପତିତ୍ୱ କରିଥିଲେ ?
Answer:
ଉମେଶ ଚନ୍ଦ୍ର ବାନାର୍ଜୀ ‘ଭାରତୀୟ ଜାତୀୟ କଂଗ୍ରେସ’ର ପ୍ରଥମ ଅଧିବେଶନରେ ସଭାପତିତ୍ୱ କରିଥିଲେ ।