BSE Odisha 10th Class Life Science Notes Chapter 4 ରେଚନ

Odisha State Board BSE Odisha 10th Class Life Science Notes Chapter 4 ରେଚନ will enable students to study smartly.

BSE Odisha Class 10 Life Science Notes Chapter 4 ରେଚନ

→ଉପକ୍ରମ (Introduction) :

  • ଶରୀରର ବିଭିନ୍ନ କୋଷରେ ଉପଯୁକ୍ତ ଖାଦ୍ୟ ଓ କେତେକ ବିପାଚକଦ୍ୱାରା ଜୈବ ରାସାୟନିକ ପ୍ରକ୍ରିୟା କ୍ରମାଗତ ଭାବେ ସଂଘଟିତ ହୋଇଥାଏ । ଏହି ରାସାୟନିକ ପ୍ରକ୍ରିୟାଦ୍ବାରା କୋଷ ତା’ର ଆବଶ୍ୟକ ଶକ୍ତି ପାଇଥାଏ ।
  • ଶରୀରରେ ହେଉଥ‌ିବା ବିଭିନ୍ନ ଚୟାପଚୟ ପ୍ରକ୍ରିୟାରୁ ଜାତ ହେଉଥ‌ିବା ବର୍ଜ୍ୟବସ୍ତୁ ଶରୀର ପାଇଁ ଅଦରକାରୀ ଓ ହାନିକାରକ ଅଟେ । ଶରୀରରେ ଥ‌ିବା ବିଶେଷ ବ୍ୟବସ୍ଥାଦ୍ଵାରା ଏହି ବର୍ଜ୍ୟବସ୍ତୁଗୁଡ଼ିକ ନିଷ୍କାସିତ ହୁଏ ଓ ଶରୀର ଭିତରର ପରିବେଶ ପ୍ରଦୂଷଣମୁକ୍ତ ହୋଇଥାଏ ।
  • ବର୍ଜ୍ୟବସ୍ତୁର ନିଷ୍କାସନ ଦ୍ଵାରା କୋଷରେ ହେଉଥ‌ିବା ବିଭିନ୍ନ ଜୈବରାସାୟନିକ କାର୍ଯ୍ୟକଳାପର ସନ୍ତୁଳନ ବଜାୟ ରହେ ଓ ଶରୀର ସୁସ୍ଥ ରହେ । ଏହି ପ୍ରକ୍ରିୟାକୁ ରେଚନ କୁହାଯାଏ ।
  • ରେଚନ ତନ୍ତ୍ର ମାଧ୍ୟମରେ ଶରୀରରୁ ଏମୋନିଆ, ୟୁରିଆ, ୟୁରିକ୍ ଏସିଡ୍ ଜାତୀୟ ବର୍ଜ୍ୟବସ୍ତୁର ନିଷ୍କାସନ ହୁଏ ଏବଂ ଶରୀରରେ ଜଳ ଓ ଧାତବ ଲବଣ ଆଦି ପଦାର୍ଥର ସନ୍ତୁଳନ ବଜାୟ ରହେ ।
  • ଶରୀରରେ ପୁଷ୍ଟିସାର ଚୟାପଚୟ ଫଳରେ ଏମୋନିଆ ନିର୍ଗତ ହୋଇଥାଏ । ଏମୋନିଆ ଏକ ଗ୍ୟାସୀୟ ପଦାର୍ଥ ଓ ଏହା ଜଳରେ ଅତିମାତ୍ରାରେ ଦ୍ରବଣୀୟ । ଦ୍ରବୀଭୂତ ଏମୋନିଆ ଶରୀର ପାଇଁ କ୍ଷତିକାରକ ଅଟେ ।
  • ଜଳଚର ପ୍ରାଣୀ ଶରୀରରୁ ଉତ୍ପନ୍ନ ହେଉଥ‌ିବା ଏମୋନିଆକୁ ବିସରଣ ପ୍ରକ୍ରିୟାଦ୍ଵାରା ସିଧାସଳଖ ଜଳୀୟ ପରିବେଶକୁ ନିଷ୍କାସିତ କରିଥାନ୍ତି ।
  • ସ୍ଥଳଚର ପ୍ରାଣୀଙ୍କଠାରେ ସେ ସୁବିଧା ନଥ‌ିବାରୁ ସେମାନେ ଶରୀରରେ ଜାତ ହେଉଥ‌ିବା ଏମୋନିଆକୁ ୟୁରିଆ ବା ୟୁରିକ୍ ଏସିଡ୍‌ରେ ପରିଣତ କରି ଶରୀରରୁ ନିଷ୍କାସିତ କରିଥାନ୍ତି ।

ରେଚନ ମାଧ୍ୟମରେ ମଣିଷ ତଥା ଅନ୍ୟ ସମସ୍ତ ସ୍ତନ୍ୟପାୟୀ ପ୍ରାଣୀ, ବେଙ୍ଗ ଜାତୀୟ ଉଭୟଚର, ସାକ୍‌ଜାତୀୟ ମାଛ ଶରୀରରୁ ୟୁରିଆ ତ୍ୟାଗ କରୁଥିବାବେଳେ ପକ୍ଷୀ, ସରୀସୃପ ଓ ପତଙ୍ଗ ଶରୀରରୁ ୟୁରିକ୍ ଏସିଡ୍ ନିଷ୍କାସନ କରିଥା’ଛି ।

BSE Odisha 10th Class Life Science Notes Chapter 4 ରେଚନ

→ରେଚନର ଉପଯୋଗିତା :

  • ଶରୀରର ଆଭ୍ୟନ୍ତରୀଣ ପରିବେଶ ପ୍ରଦୂଷଣମୁକ୍ତ ରହେ ।
  • କୋଷରେ ସମ୍ପାଦିତ ବିଭିନ୍ନ ଜୈବ ରାସାୟନିକ କାର୍ଯ୍ୟକଳାପର ସନ୍ତୁଳନ ବଜାୟ ରହେ ଓ ଶରୀର ସୁସ୍ଥ ରହେ ।

→ବିଭିନ୍ନ ଜୀବଜନ୍ତୁଙ୍କ ବହିଷ୍କାର (Excretion in various Animals) :

  • ମଣିଷ ତଥା ସମସ୍ତ ସ୍ତନ୍ୟପାୟୀ ପ୍ରାଣୀ, ବେଙ୍ଗ ଓ ସାଲାମାଣ୍ଡର ଭଳି ଉଭୟଚର ଓ ସାର୍କଜାତୀୟ ମାଛ ଶରୀରରୁ ବୃକ୍‌କଦ୍ଵାରା ୟୁରିଆ ନିଷ୍କାସନ କରିଥା’ନ୍ତି । ୟୁରିଆ ଜଳରେ ଦ୍ରବଣୀୟ ହେତୁ ରକ୍ତରେ ମିଶି ବୃକ୍‌କରେ ପହଞ୍ଚିଥାଏ । ବୃକ୍‌କରେ ରକ୍ତରୁ ୟୁରିଆ ପୃଥକ୍ ହୁଏ ଏବଂ ଜଳରେ ଦ୍ରବୀଭୂତ ହୋଇ ମୂତ୍ର ଆକାରରେ ଶରୀରରୁ ନିଷ୍କାସିତ ହୁଏ ।
  • ପକ୍ଷୀ, ସରୀସୃପ ଓ ପତଙ୍ଗ ଏମୋନିଆକୁ ‘ୟୁରିକ୍ ଅମ୍ଳ’ରେ ପରିଣତ କରି ମଳ ସହ ଶରୀରରୁ ନିଷ୍କାସନ କରିଥା’ନ୍ତି । ୟୁରିକ୍ ଅମ୍ଳ ଜଳରେ ପ୍ରାୟ ଅଦ୍ରବଣୀୟ ହୋଇଥିବାରୁ ମୂତ୍ର ତିଆରି ପରେ ଏହା ସହଜରେ ଦ୍ରବଣରୁ ପୃଥକ୍ ହୋଇଯାଏ । ଦ୍ରବଣରେ ଥିବା ଜଳ ପୁନର୍ବାର ଶୋଷିତ ହୋଇ ରକ୍ତକୁ ଚାଲିଯାଏ । ଏଣୁ ଉପରୋକ୍ତ ପ୍ରାଣୀମାନେ ରେଚନ ପ୍ରକ୍ରିୟାରେ ଅଧ୍ୟକ ଜଳକ୍ଷୟ କରନ୍ତି ନାହିଁ ।
  • ଏକକୋଷୀ ଏମିବା ‘ପ୍ଲାଜ୍‌ମା ଝିଲ୍ଲୀ’ ଓ ‘ସଙ୍କୋଚିକିଧାନୀ’ (Contractile Vacuole) ଦ୍ୱାରା ବିସରଣ ପ୍ରକ୍ରିୟାରେ ରେଚନ କରିଥାଏ । ଏହା ଏମୋନିଆ ତ୍ୟାଗ କରିଥାଏ ।
  • ସଞ୍ଜ୍ ଓ ହାଇଡ୍ରା ପରି ନିମ୍ନବର୍ଗର ପ୍ରାଣୀଙ୍କର ନିର୍ଦ୍ଦିଷ୍ଟ ରେଚନ ଅଙ୍ଗ ନଥାଏ ଏବଂ ଏମାନେ ବିସରଣ ପ୍ରକ୍ରିୟାରେ ଏମୋନିଆ
  • ଚେପ୍‌ଟା କୃମି, ଫିତାକୃମି ଓ ଯକୃତ କୃମି ଶିଖା କୋଷ (Flame Cells)ଦ୍ୱାରା ଏମୋନିଆ ତ୍ୟାଗ କରିଥା’ନ୍ତି ।
  • ଜିଆ, ଜୋକ ଓ ନେରିସ୍ ନେଫ୍ରିଡ଼ିଆ (Nephridia)ଦ୍ୱାରା ଏମୋନିଆ କିମ୍ବା ୟୁରିଆ ତ୍ୟାଗ କରନ୍ତି ।
  • ଝିଣ୍ଟିକା, ଅସରପା ଭଳି ପତଙ୍ଗ ଏବଂ କଙ୍କଡ଼ାବିଛା, ବୁଢ଼ିଆଣୀ ଭଳି କୀଟ ମାପିଝିଆନ୍ ନଳିକା (Malpighian tubules)ଦ୍ୱାରା ୟୁରିକ୍ ଅମ୍ଳ ତ୍ୟାଗ କରନ୍ତି ।

→ପ୍ରାଣୀମାନଙ୍କ ରେଚନ ଅଙ୍ଗର ଗଠନ, ପ୍ରକାରଭେଦ ଓ କାର୍ଯ୍ୟକାରିତାରେ ନିମ୍ନଲିଖ୍ ବିଭିନ୍ନତା ଦେଖିବାକୁ ମିଳିଥାଏ ।

  • ଏମିବାର ରେଚନ ଅଙ୍ଗ – ସଂକୋଚିକିଧାନୀ
  • ଗଞ୍ଜ, ହାଇଡ୍ରାର ରେଚନ ଅଙ୍ଗ – ନାହିଁ ।
  • ଚେପଟାକୃମିର ରେଚନ ଅଙ୍ଗ – ଶିଖାକୋଷ
  • ଜିଆ, ଜୋକର ରେଚନ ଅଙ୍ଗ – ନେଫ୍ରିଡ଼ିଆ
  • ଝିଣ୍ଟିକାର ରେଚନ ଅଙ୍ଗ – ମାଲପିଝିଆନ୍ ନଳିକା
  • ମେରୁଦଣ୍ଡୀ ପ୍ରାଣୀଙ୍କର ରେଚନ ଅଙ୍ଗ – ବୃକ୍‌କ, ଚର୍ମ

→ମଣିଷର ରେଚନ ତନ୍ତ୍ର :
1. ମଣିଷର ରେଚନ ତନ୍ତ୍ର ବୃକ୍‌କ, ମୂତ୍ରସାରଣୀ, ମୂତ୍ରାଶୟ ଓ ମୂତ୍ରମାର୍ଗ ଆଦିକୁ ନେଇ ଗଠିତ ହୋଇଥାଏ ।

→(i) ବୃକ୍‌କର ବାହ୍ୟ ଗଠନ (External structure of Kidney) :
ଅବସ୍ଥିତି :

  • ମଣିଷର ମଧ୍ୟଚ୍ଛଦାର ଠିକ୍ ତଳକୁ ଉଦରଗହ୍ଵର ଭିତରେ ଓ ମେରୁଦଣ୍ଡର ଉଭୟ ପାର୍ଶ୍ଵରେ ଦୁଇଟି ବୃକ୍‌କ ରହିଥାଏ ।
  • ବୃକ୍‌କର ଆକୃତି ପ୍ରାୟ ଶିମ୍ବ ମଞ୍ଜିପରି । ସୁସ୍ଥ ବୟଃପ୍ରାପ୍ତ ବ୍ୟକ୍ତିର ବୃକ୍‌କର ଲମ୍ବ ପ୍ରାୟ 10 ରୁ 12 ସେ.ମି., ପ୍ରସ୍ଥ ପ୍ରାୟ 5 ରୁ 7 ସେ.ମି. ଓ ମୋଟେଇ ପ୍ରାୟ 3 ସେ.ମି. ଅଟେ ।
  • ବୃକ୍‌କର ଭିତର ପାଖରେ ଥିବା ଖାଲୁଆ ସ୍ଥାନଟିକୁ ହାଇଲମ୍ କୁହାଯାଏ ।
  • ହାଇଲମ୍ ମଧ୍ୟଦେଇ ବୃକ୍‌କୀୟ ଶିରା, ଧମନୀ ଓ ମୂତ୍ରସାରଣୀ ବୃକ୍‌କ ସହିତ ସଂଯୁକ୍ତ ହୋଇଥାଏ ।
  • ମୂତ୍ରସାରଣୀ ଦେଇ ବୃକ୍‌କରୁ ମୂତ୍ର ମୂତ୍ରାଶୟକୁ ଆସିଥାଏ ।

BSE Odisha 10th Class Life Science Notes Chapter 4 ରେଚନ

→(ii) ବୃକ୍‌କର ଅନ୍ତଃ ଗଠନ (Internal structure of Kidney) :

  • ପ୍ରତ୍ୟେକ ବୃକ୍‌କ ଭିତରେ 10 ଲକ୍ଷରୁ ଅଧିକ ସୂକ୍ଷ୍ମ ବୃକ୍‌କୀୟ ନଳିକା ବା ମୂତ୍ରଜନ ନଳିକା ବା ନେଫ୍ରନ୍ ରହିଥାଏ ।
  • ପ୍ରତି ବୃକ୍‌କୀୟ ନଳିକାର ଗୋଟିଏ ପାର୍ଶ୍ଵ ‘କପ୍’ ବା ଗିନା ଆକୃତିର ହୋଇଥାଏ । କପ୍ ଆକୃତିର ପାର୍ଶ୍ଵଟି ବୃକ୍‌କର ବାହାର ପଟକୁ ମୁହେଁଇଥାଏ । ଏହି କପ୍‌କୁ ବାଓମ୍ୟାନ୍ସ କ୍ୟାପ୍‌ସୁଲ କୁହାଯାଏ ।
  • ପ୍ରତି ନେଫ୍ରନ୍ ସହ ବୃକ୍‌କୀୟ ଧମନୀର ଗୋଟିଏ ଲେଖାଏଁ ସୂକ୍ଷ୍ମ ଶାଖା (ଏଫରେଣ୍ଟ ଅନ୍ତର୍ବାହୀ ଉପଧମନୀ) ସଂଯୁକ୍ତ ହୋଇଥାଏ ।
  • ଏହା ନେଫ୍ରନ୍ ଭିତରେ ପ୍ରବେଶ କରି ଅନେକ ଅତି ସୂକ୍ଷ୍ମ ଶାଖାପ୍ରଶାଖା ବା କୈଶିକନଳୀରେ ପରିଣତ ହୋଇଥାଏ । ଏହିସବୁ କୈଶିକନଳୀ ପରସ୍ପର ସହ ପୁଣି.ମିଶିଯିବାଦ୍ଵାରା ବହିର୍ବାହୀ ଉପଧମନୀ ସୃଷ୍ଟି ହୋଇଥାଏ ।
  • କୈଶିକନଳୀଗୁଡ଼ିକର ପ୍ରାଚୀର ଖୁବ୍ ପତଳା ଅଟେ । ଏ ଦୁଇଟି ଉପଧମନୀ ସହ ସଂଶ୍ଳିଷ୍ଟ କୈଶିକନଳୀର ଏହି ଗୁଚ୍ଛକୁ କୈଶିକଗୁଚ୍ଛ ବା ଗ୍ଲୋମେରୁଲସ୍ କୁହାଯାଏ ।
  • ବାଓମ୍ୟାନ୍ସ କ୍ୟାପସୁଲର ‘କପ୍’ରେ ଏହା ଯୋଗୁଁହୋଇ ରହିଥାଏ । ରକ୍ତ, ଅନ୍ତର୍ବାହୀ ଉପଧମନୀ ଦେଇ କୈଶିକଗୁଚ୍ଛରେ ପ୍ରବେଶ କରେ ଏବଂ ବହିର୍ବାହୀ ଉପଧମନୀ ଦେଇ ଗୁଚ୍ଛ ବାହାରକୁ ଯାଇଥାଏ ।
  • ‘ରକ୍ତଛଣା’ କାର୍ଯ୍ୟ ପାଇଁ ଏହି ବ୍ୟବସ୍ଥା ବେଶ୍ ଉପଯୋଗୀ । ଗ୍ଲୋମେରୁଲସ୍ ଓ ବାଓମ୍ୟାନ୍ସ କ୍ୟାପସୁଲ୍ ମିଶି ମାଲ୍‌ପିଝିଆନ୍ ପିଣ୍ଡ ଗଠନ କରିଥାନ୍ତି ।
  • ବୃକ୍‌କୀୟ ନଳିକାର କେତେକ ଅଂଶ ବୃକ୍‌କ ଭିତରେ ଗୁଡ଼େଇ ରହି ଶେଷ ମୁଣ୍ଡଟି ମୂତ୍ର ସଂଗ୍ରହନଳିକା ମଧ୍ଯରେ ପଶିଥାଏ ।
  • ମୂତ୍ର ସଂଗ୍ରହ ନଳିକାଗୁଡ଼ିକ ଏକାଠି ହୋଇ ବୃକ୍‌କ ଭିତରେ ଥ‌ିବା ଏକ ଗହ୍ଵର ଭିତରକୁ ଖୋଲିଥା’ନ୍ତି । ଏହି ଗହ୍ଵରଟିକୁ ଗବିଣୀ ବସ୍ତି କୁହାଯାଏ ।
  • ପ୍ରତ୍ୟେକ ବୃକ୍‌କରୁ ଗୋଟିଏ ଲେଖାଏଁ ମୂତ୍ରସାରଣୀ ବାହାରି ତଳିପେଟରେ ଥିବା ମୂତ୍ରାଶୟ ଭିତରେ ପଶିଥାଏ ।
  • ମୂତ୍ରାଶୟରେ ମୂତ୍ର ସ ହୋଇ ରହେ ଓ ପରିସ୍ରା କଲାବେଳେ ତାହା ମୂତ୍ରମାର୍ଗ ଦେଇ ନିଷ୍କାସିତ ହୋଇଥାଏ ।

→(iii) ଗ୍ଲୋମେରୁଲସ୍‌ର କାର୍ଯ୍ୟ (Function of Glomerulus) :

  • ଗ୍ଲୋମେରୁଲସ୍‌ରେ ରକ୍ତଛଣା କାର୍ଯ୍ୟ ସମ୍ପାଦିତ ହୋଇଥାଏ ।
  • ଗ୍ଲୋମେରୁଲସ୍ ଭିତରେ ଥ‌ିବା ଅତି ସୂକ୍ଷ୍ମ ରନ୍ଧ୍ରଦେଇ ରକ୍ତରେ ଥିବା ରକ୍ତ କଣିକା ଓ କିଛି ବଡ଼ ଅଣୁବିଶିଷ୍ଟ ପ୍ରୋଟିନ୍ ପରିସ୍ତ୍ରୁତ ହୋଇପାରେ ନାହିଁ । ତେଣୁ ଏହା ବ୍ୟତୀତ ପ୍ରାୟ ଅନ୍ୟ ସମସ୍ତ ଉପାଦାନ ଛାଣି ହୋଇ ବୃକ୍‌କୀୟ ନଳୀକା ଭିତରକୁ ଯାଇଥାଏ ।
  • ବୃକ୍‌କୀୟ ନଳିକା ଭିତରେ ପ୍ରବେଶ କରୁଥିବା ଉପାଦାନଗୁଡ଼ିକ ଭିତରେ ଜଳ, ଗ୍ଲୁକୋଜ, ଆମିନୋ ଏସିଡ୍, ୟୁରିଆ, ୟୁରିକ୍ ଏସିଡ୍, କ୍ରିଏଟିନିନ୍, ସୋଡ଼ିୟମ, ପୋଟାସିୟମ୍, କ୍ଲୋରାଇଡ୍ ଆଦି ପ୍ରଧାନ ।
  • ଗ୍ଲୁକୋଜ୍ ଓ ଏମିନୋ ଏସିଡ୍ ଭଳି ଉପାଦାନ ଆମ ଶରୀର ପାଇଁ ଅଧିକ ଉପଯୋଗୀ ହୋଇଥିବାରୁ ସେଗୁଡ଼ିକ ନିଷ୍କାସିତ ନ ହୋଇ ବୃକକୀୟ ନଳିକାକୁ ଘେରି ରହିଥିବା କୈଶିକ ରକ୍ତନଳୀ ଭିତରକୁ ପୁନଃଶୋଷିତ ହୋଇଥାଏ ।
  • ଏହି କୈଶିକ ରକ୍ତନଳୀମାନ ମିଶି ବୃକ୍‌କୀୟ ଶିରାରେ ପରିଣତ ହୁଏ ।

ମୂତ୍ରରେ ନିଷ୍କାସିତ ହେଉଥ‌ିବା ପଦାର୍ଥମାନଙ୍କ ଭିତରେ ମୁଖ୍ୟତଃ ଜଳ ଓ ୟୁରିଆ ଏବଂ ଅଳ୍ପ ପରିମାଣର ୟୁରିକ୍ ଏସିଡ଼, କ୍ରିଏଟିନିନ୍, ବିଭିନ୍ନ ଲବଣ ଯଥା ସୋଡ଼ିୟମ କ୍ଲୋରାଇଡ୍, ପୋଟାସିୟମ କ୍ଲୋରାଇଡ୍ ଆଦି ପ୍ରଧାନ । ମୂତ୍ରରେ ୟୁରୋକ୍ରୋମ (Urochrome) ନାମକ ବର୍ଷକଣା ଥିବା ହେତୁ ଜଣେ ସୁସ୍ଥ ବ୍ୟକ୍ତିର ପରିସ୍ରା ରଙ୍ଗ ଈଷତ୍ ହଳଦିଆ ହୋଇଥାଏ । ସୁସ୍ଥ ଲୋକର ମୂତ୍ରରେ ଗ୍ଲୁକୋଜ୍, ପ୍ରୋଟିନ୍ ବା କୌଣସି ରକ୍ତକଣିକା ନଥାଏ । ମୂତ୍ରରେ ଏଭଳି କୌଣସି ଉପାଦାନ ଥିଲେ ଅଥବା, ମୂତ୍ରର ବର୍ଷରେ ପରିବର୍ତ୍ତନ ଦେଖାଗଲେ ତାହା ରୋଗର ସୂଚନା ଦିଏ ।

→(iv) କିଡନୀ ର ଅତିରିକ୍ତ କାର୍ଯ୍ୟ (Extra function of kidney) :

  • ଶରୀରର ଜଳ ଓ ଧାତବଲବଣ ପରିମାଣର ନିୟନ୍ତ୍ରଣ, ରକ୍ତର ଅମ୍ଳ ଓ କ୍ଷାରୀୟ ମାତ୍ରା ନିୟନ୍ତ୍ରଣ କରୁଥିବା ପଦାର୍ଥମାନଙ୍କ ସନ୍ତୁଳନ ରକ୍ଷା କରିବା, ଶରୀରର ରକ୍ତଚାପ ନିୟନ୍ତ୍ରଣ ଓ ଏରିଥ୍ରୋପୋଇଏଟିନ୍ ନାମକ ହରମୋନ୍ କ୍ଷରଣ କରି ଲୋହିତ ରକ୍ତକଣିକା ତିଆରି କରିବାରେ ସାହାଯ୍ୟ କରିବା ଇତ୍ୟାଦି ବୃକ୍‌କର ଅନ୍ୟ କାର୍ଯ୍ୟ ।
  • ପରିସ୍ରବଣ, ପୁନଃଶୋଷଣ, କ୍ଷରଣ ଏବଂ ନିଷ୍କାସନ – ଏହି ଚାରୋଟି ପ୍ରକ୍ରିୟା ମାଧ୍ୟମରେ ବୃକ୍‌କ ଶରୀରର ଅନ୍ତଃପରିବେଶରେ ସନ୍ତୁଳନ ବଜାୟ ରଖେ ।

→ଶରୀରର ଅନ୍ୟ ରେଚନ ଅଙ୍ଗ (Other excretory organs) :
ଚର୍ମ :

  • ଶରୀରରୁ ବର୍ଜ୍ୟବସ୍ତୁ କିଛି ପରିମାଣରେ ଝାଳ ଆକାରରେ ଚର୍ମଦେଇ ନିଷ୍କାସିତ ହୋଇଥାଏ । ଝାଳ ତିଆରି ଚର୍ମର ଅନ୍ୟତମ କାର୍ଯ୍ୟ ଓ ଏଥପାଇଁ ଚର୍ମରେ ସ୍ବେଦଗ୍ରନ୍ଥି ରହିଥାଏ ।
  • ରକ୍ତରୁ ଧାତବଲବଣ, ସାମାନ୍ୟ ୟୁରିଆ ଶୋଷିତ ହୋଇ ପରେ ଝାଳ ଆକାରରେ ଶରୀରରୁ ନିଷ୍କାସିତ ହୋଇଥାଏ ।
  • ଝାଳ ବାଷ୍ପୀଭୂତ ହେବା ଫଳରେ ଶରୀର ଶୀତଳ ହୋଇଥାଏ ।

BSE Odisha 10th Class Life Science Notes Chapter 4 ରେଚନ

→ଯକୃତ :

  • ପାଚକତନ୍ତ୍ର ସହ ଜଡ଼ିତ ଯକୃତ୍ କିଛି ବର୍ଜ୍ୟବସ୍ତୁ ନିଷ୍କାସନ କରିବାରେ ସହାୟକ ହୋଇଥାଏ ।
  • ଚୟାପଚୟରୁ ଉତ୍ପାଦିତ ବର୍ଜ୍ୟ ଯଥା ଖାଉଥ‌ିବା ଔଷଧର ଅବଶିଷ୍ଟାଶ, ମାତ୍ରାଧ‌ିକ ଭିଟାମିନ୍, ଲୋହିତ ରକ୍ତକଣିକାର ବିଖଣ୍ଡନ ପ୍ରକ୍ରିୟାରେ ଜାତ ହେଉଥ‌ିବା ବର୍ଣ୍ଣକଣା ଇତ୍ୟାଦି ପିତ୍ତରସ ସହ ମିଶି ଖାଦ୍ୟନଳୀ ଭିତରକୁ ଯାଇଥାଏ, ପରେ ସେଠାରୁ ମଳ ସହ ନିଷ୍କାସିତ ହୋଇଥାଏ ।

→ଫୁସ୍‌ଫୁସ୍ :
1. ନିଃଶ୍ବାସ ଛାଡ଼ିଲା ବେଳେ ଫୁସ୍‌ଫୁସ୍‌ରୁ ଶରୀରରେ ଉତ୍ପନ୍ନ ଅଙ୍ଗାରକାମ୍ଳ ଓ ଜଳୀୟବାଷ୍ପ ନିଷ୍କାସିତ ହୋଇଥାଏ ।

→ଉଭିଦରେ ରେଚନ (Excretion in plant) :

  • ଉଭିଦରେ ରେଚନ ପାଇଁ ପ୍ରାଣୀପରି ସ୍ବତନ୍ତ୍ର ରେଚନ ଅଙ୍ଗ ନଥାଏ । ଚୟାପଚୟ ପ୍ରକ୍ରିୟାରେ ସୃଷ୍ଟିହେଉଥ‌ିବା ବିଭିନ୍ନ ଉପଜାତ ପଦାର୍ଥ ଉଭିଦର କେତେକ ବିଶେଷ ଅଂଶରେ ଗଚ୍ଛିତ ହୋଇ ରହେ ।
  • ଖଇର, ଝୁଣା, ଅଠା, କ୍ଷୀର ଏହାର କେତୋଟି ଉଦାହରଣ ଅଟେ ।
  • ତେନ୍ତୁଳିରେ ଥ‌ିବା ଟାର୍ଟାରିକ୍ ଅମ୍ଳ, ଲେମ୍ବୁରେ ଥ‌ିବା ସାଇଟ୍ରିକ୍ ଅମ୍ଳ, ସିନା ଗଛରେ ଥ‌ିବା କୁଇନାଇନ୍ ଓ ତମାଖୁ ପତ୍ରରେ ଥ‌ିବା ନିକୋଟିନ ପରି ଉପକ୍ଷାର ଇତ୍ୟାଦି ଏହିପରି କିଛି ଉତ୍ପାଦ ଅଟନ୍ତି ।
  • ଏଗୁଡ଼ିକ ଆମର ଉପକାରରେ ଆସନ୍ତି । ଏହି ଅଦରକାରୀ ପଦାର୍ଥଗୁଡ଼ିକ ଯୋଗୁଁ ଉଭିଦର କ୍ଷତି ହୋଇ ନଥାଏ ।
  • ଉଭିଦରେ ଷ୍ଟୋମାଟା ଶ୍ଵାସକ୍ରିୟା ସମ୍ପାଦନ କରିବା ସହିତ ଏକ ରେଚନ ଅଙ୍ଗଭଳି କାର୍ଯ୍ୟ କରିଥାଏ ।
  • ଉଭିଦମାନେ ବର୍ଜ୍ୟବସ୍ତୁରୁ ମୁକ୍ତ ରହିବାପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଥା’ନ୍ତି । ଉଭିଦ ଶରୀରରେ ଥ‌ିବା ବଳକା ପାଣି ଉଚ୍ଛେଦନ ପ୍ରକ୍ରିୟାରେ ବାହାରିଯାଇଥାଏ ।

BSE Odisha 10th Class Life Science Notes Chapter 4 ରେଚନ

ଅନେକ ଉଦ୍ଭଦରେ ବର୍ଜ୍ୟବସ୍ତୁଗୁଡ଼ିକ କୋଷମଧ୍ଯସ୍ଥ ରସଧାନୀରେ ସଂଗୃହୀତ ହୋଇଥାଏ । ସ୍ଥଳବିଶେଷରେ ସେଗୁଡ଼ିକ ମଧ୍ଯ ପତ୍ରରେ ସଂଗୃହୀତ ହୁଏ ଓ ପରେ ବର୍ଜ୍ୟବସ୍ତୁଭରା ପତ୍ର ଶୁଖ୍ ଝଡ଼ିପଡ଼େ । ରେଜିନ୍ ଓ ଟାନିନ୍ ପରି ବର୍ଜ୍ୟବସ୍ତୁଗୁଡ଼ିକ ପରିପକ୍ବ ଜାଇଲେଟ୍‌ରେ ମଧ୍ଯ ସଂଗୃହୀତ ହୋଇଥାଏ ।

BSE Odisha 10th Class Life Science Notes Chapter 4 ରେଚନ 1

BSE Odisha 10th Class Life Science Important Questions Chapter 3 ପରିବହନ ଓ ସଞ୍ଚାଳନ

Odisha State Board BSE Odisha 10th Class Life Science Important Questions Chapter 3 ପରିବହନ ଓ ସଞ୍ଚାଳନ Important Questions and Answers.

BSE Odisha Class 10 Life Science Important Questions Chapter 3 ପରିବହନ ଓ ସଞ୍ଚାଳନ

Objective Type Questions with Answers 

A ଗୋଟିଏ ବାକ୍ୟରେ ଉତ୍ତର ଦିଅ

1. ସର୍ବଜନ ଦାତା ଓ ସର୍ବଜନ ଗ୍ରହୀତା କାହାକୁ କୁହାଯାଏ ?
ଉ-
AB ରକ୍ତବର୍ଗର ବ୍ୟକ୍ତିମାନଙ୍କୁ ସର୍ବଜନ ଗ୍ରହୀତା ଓ ଠ ରକ୍ତବର୍ଗର ବ୍ୟକ୍ତିମାନଙ୍କୁ ସର୍ବଜନ ଦାତା କୁହାଯାଏ ।

2. ମନୁଷ୍ୟର ମୁଖ୍ୟ ରକ୍ତବର୍ଗଗୁଡ଼ିକର ନାମ ଲେଖ ।
ଉ-
ଏବଂ ପ୍ଲାଜ୍‌ମାରେ ଥ‌ିବା ଏଣ୍ଟିବଡ଼ିର ଉପସ୍ଥିତି ଉପରେ ନିର୍ଭର କରି ମନୁଷ୍ୟ ଶରୀରରେ 4 ପ୍ରକାର ରକ୍ତବର୍ଗ ନିରୂପିତ ହୋଇଛି; ଯଥା-A, B, AB, O 3.

3. ହିପାରିନ୍‌ର କାର୍ଯ୍ୟ କ’ଣ ?
ଉ-
ରକ୍ତରେ ଥ‌ିବା ଏକ ପ୍ରକାର ପ୍ରୋଟିନ୍‌କୁ ହିପାରିନ୍ କୁହାଯାଏ । ଏହା ରକ୍ତକୁ ଜମାଟ ବାନ୍ଧିବାକୁ ଦିଏନାହିଁ ।

BSE Odisha 10th Class Life Science Important Questions Chapter 3 ପରିବହନ ଓ ସଞ୍ଚାଳନ

4. ଏଣ୍ଟିଜେନ୍ ଓ ଏଣ୍ଟିବଡ଼ି କାହାକୁ କୁହାଯାଏ ?
ଉ-
ଲୋହିତ ରକ୍ତକଣିକାର ଆବରଣରେ ଥିବା ପ୍ରୋଟିନ୍‌କୁ ଏଣ୍ଟିଜେନ୍ ଓ ପ୍ଲାଜ୍‌ମାରେ ଥ‌ିବା ପ୍ରୋଟିନ୍‌କୁ ଏଣ୍ଟିବଡ଼ି ଏଣ୍ଟିଜେନ୍‌କୁ ଚିହ୍ନିପାରେ ।

5. ସିଷ୍ଟାଲିକ୍ ଓ ଡାୟାଷ୍ଟାଲିକ୍ ଚାପ କାହାକୁ କୁହାଯାଏ ?
ଉ-
ହୃତ୍‌ପିଣ୍ଡର ସଂକୋଚନ ଜନିତ ଚାପକୁ ସିଷ୍ଟାଲିକ୍ ଚାପ ଓ ପ୍ରସାରଣ ବେଳର ବଳକା ରକ୍ତର ଚାପକୁ ଡାୟାଷ୍ଟାଲିକ୍ ଚାପ କୁହାଯାଏ ।

6. ଉଚ୍ଚ ରକ୍ତଚାପ କାହାକୁ କୁହାଯାଏ ?
ଉ-
କୌଣସି କାରଣରୁ ଧମନୀ ସଂକୁଚିତ ହୋଇ ରକ୍ତଚାପ ବଢ଼ିଯିବାକୁ ଉଚ୍ଚ ରକ୍ତଚାପ କୁହାଯାଏ ଏବଂ ରକ୍ତଚାପ ହେଲେ ଧମନୀ ଫାଟିଯିବାର ସମ୍ଭାବନା ଥାଏ ।

7. ରକ୍ତବାହିନୀ କାହାକୁ କୁହାଯାଏ ?
ଉ-
ଶରୀର ରେ ରକ୍ତ ସଞ୍ଚାଳନ ପାଇଁ ର ହି ଥ୍ କରନ୍ତି । ଆମ ଶରୀରରେ ଏହାର ଦୈର୍ଘ୍ୟ 96,000 1,60,000 km.

8. ଉଦ୍ଭିଦରେ ଉଦନ କେଉଁ ଅଙ୍ଗ ଦେଇ ସମ୍ପାଦିତ ହୋଇଥାଏ ?

ଉଦ୍ଭଦରେ ସ୍ତୋମ୍, ତ୍ବଚାବରଣ ଓ ବାତରନ୍ଧ୍ର ଦେଇ ଉନ୍ମୋଦନ ପ୍ରକ୍ରିୟା ସମ୍ପାଦିତ ହୋଇଥାଏ ।

B ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

1. ମନୁଷ୍ୟ ଶରୀରରେ ପ୍ରାୟ କେତେ କି.ମି. ଲମ୍ବ ନଳୀ ବିଛେଇ ହୋଇ ରହିଛି ?
2. ହୃତ୍‌ପିଣ୍ଡର ତଳ ଦୁଇଟି ପ୍ରକୋଷ୍ଠକୁ କ’ଣ କୁହାଯାଏ ?
3. ହୃତ୍‌ପିଣ୍ଡର କେଉଁ ପ୍ରକୋଷ୍ଠ ସହ ଫୁସ୍‌ଫୁସ୍ ଧମନୀ ସଂଯୁକ୍ତ ଅଟେ ?
4. ହୃତ୍‌ପିଣ୍ଡର ବାମ ଅଳିନ୍ଦ ନିଳୟ ଦ୍ବାରରେ କେତେ ପାଖୁଡ଼ା କପାଟିକା ଥାଏ ?
5. ସାଧାରଣତଃ ଏକ ସୁସ୍ଥ ବ୍ୟକ୍ତିର ହୃତ୍‌ପିଣ୍ଡର ସ୍ପନ୍ଦନ ହାର ପାଖୁଡ଼ା କପାଟିକା ଥାଏ ?
6. ମନୁଷ୍ୟ ତଥା ଅନ୍ୟ ସ୍ତନ୍ୟପାୟୀ ଓ ପକ୍ଷୀମାନଙ୍କ ହୃତ୍‌ପିଣ୍ଡ କେତେ କୋଠରି ବିଶିଷ୍ଟ ?
7. ରକ୍ତବାହିନୀ ପ୍ରଧାନତଃ କେତେ ପ୍ରକାର ଅଟେ ?
8. କାହାର ଉପସ୍ଥିତି ଯୋଗୁଁ ରକ୍ତ ଶିରା ମଧ୍ୟରେ ପଛକୁ ଫେରିପାରେ ନାହିଁ ?
9. ଜଣେ ବୟଃପ୍ରାପ୍ତି ବ୍ୟକ୍ତିର ହୃତ୍‌ପିଣ୍ଡର ଲମ୍ବ ଓ ଓସାର ପ୍ରାୟ କେତେ ସେ.ମି. ଅଟେ ?
10. ହୃତ୍‌ ପିଣ୍ଡର ଉପର ଦୁଇଟି ପ୍ରକୋଷ୍ଠକୁ କ’ଣକୁହାଯାଏ ?
11. ହୃତ୍‌ପିଣ୍ଡର କେଉଁ ପ୍ରକୋଷ୍ଠ ସହ ଊର୍ଦ୍ଧ୍ବ ଓ ନିମ୍ନ ମହାଶିରା ସଂଯୁକ୍ତ ହୋଇଥାଏ ?
12. ହୃତ୍‌ପିଣ୍ଡର ଦକ୍ଷିଣ ଅଳିନ୍ଦ ଓ ନିଳୟ ଦ୍ବାରରେ କେତେ ପାଖୁଡ଼ା କପାଟିକା ଥାଏ ?
13. ହୃତ୍‌ପିଣ୍ଡର ଚାରୋଟି ପ୍ରକୋଷ୍ଠ ମଧ୍ୟରୁ କେଉଁଟି ଅଧ୍ୟକ ଦକ୍ଷ ଓ ଏହାର ପ୍ରାଚୀର ମୋଟା ?
14. ହୃତ୍‌ ପିଣ୍ଡର ସଂକୋଚନ ଜନିତ ଚାପକୁ କ’ଣ କୁହାଯାଏ ?
15. ରକ୍ତ ପ୍ଲାଜମାରେ ଥ‌ିବା କେଉଁ ଉପାଦାନ ରକ୍ତ ଜମାଟ ବାନ୍ଧିବାରେ ସାହାଯ୍ୟ କରେ ?
16. ହୃତ୍‌ପିଣ୍ଡର କେଉଁ ପ୍ରକୋଷ୍ଠ ସହ ଫୁସ୍‌ଫୁସ୍ ଶିରା ସଂଯୁକ୍ତ ହୋଇଥାଏ ?
17. ହୃତ୍‌ପିଣ୍ଡର ପ୍ରସାରଣ ବେଳର ବଳକା ରକ୍ତର ଚାପକୁ କ’ଣ କୁହାଯାଏ ?
18. ସାଧାରଣତଃ ଏକ ସୁସ୍ଥ ବ୍ୟକ୍ତିର ବିଶ୍ରାମ ବେଳର ଡାୟାଷ୍ଟାଲିକ୍ ଚାପ କେତେ ମି.ମି. ପାରଦ ମାନ ଅଟେ ?

Answers
1. 96,000 – 1, 60,000
2. ଭେଣ୍ଡିକଲ୍
3. ଦକ୍ଷିଣ ନିଳୟ
4.2.
5. 72
6. 4
7. 3
8. କପାଟିକା
9. 12 69.. 3 9 68.Î.
10. ଏଟ୍ରିୟମ୍
11. ଦକ୍ଷିଣ ଅଳିନ୍ଦ
12. 3
13. ବାମ ନିଳୟ
14. ସିଷ୍ଟାଲିକ୍
15. ପୁଷ୍ଟିସାର
16. ବାମ ଅଳିନ୍ଦ
17. ଡାୟାଷ୍ଟାଲିକ୍
18. 80

C ଶୂନ୍ୟସ୍ଥାନ ପୂରଣ କର ।

1. ଚେରରେ ଥିବା …………………… ମୃତ୍ତିକାରୁ ପୋଷକ ଶୋଷଣ କରେ ।
2. ଉଦ୍ଭଦରେ ………………………. ଦ୍ଵାରା ଜଳ ଓ ଅପ୍ରସ୍ତୁତ ଖାଦ୍ୟର ପରିବହନ ହୁଏ ।
3. ଉଦ୍ଭଦରେ ……………………… ଦ୍ଵାରା ଜଳ ଓ ଅପ୍ରସ୍ତୁତ ଖାଦ୍ୟର
4. ପତ୍ରକୁ ବୃକ୍ଷର …………………….. କୁହାଯାଏ ।
5. ଉଭିଦ ରେ …………………….. ମଧ୍ୟଦେଇ ଜଳ କୈଶିକ ନଳୀ ସଦୃଶ ଏବଂ ତାହା କୈଶିକ ଆକର୍ଷଣ ଯୋଗୁଁ ଉପରକୁ ଉଠେ ।
6.BSE Odisha 10th Class Life Science Important Questions Chapter 3 ପରିବହନ ଓ ସଞ୍ଚାଳନ 1
7. BSE Odisha 10th Class Life Science Important Questions Chapter 3 ପରିବହନ ଓ ସଞ୍ଚାଳନ 2
8. ପତ୍ରପୃଷ୍ଠରେ ………………………. ଯୋଗୁଁ ମୂଳରୁ ପତ୍ର ପର୍ଯ୍ୟନ୍ତ ଜଳର ଏକ ନିରବଚ୍ଛିନ୍ନ ଧାରା ପ୍ରବାହିତ ହୁଏ ।
9. ଅତି ସୂକ୍ଷ୍ମନଳୀ ଭିତରେ ଜଳ ଅଣୁମାନଙ୍କ ମଧ୍ୟରେ ………………………… ଯଥେଷ୍ଟ ଅଧିକ ଥାଏ ।
10. ଜଳ ଓ ଜାଇଲେମ୍ ଭିଭି ମଧ୍ଯରେ ………………………. ଯୋଗୁଁ ଜଳ ସର୍ବଦା ଜାଇଲେମ୍ ଭିଭି ସହ ଲାଗି ରହେ ।
11. ଉଭିଦର ବାୟବୀୟ ଅଂଶରୁ ଜଳୀୟବାଷ୍ପ ଆକାରରେ ଜଳର ନିର୍ଗମନ ପ୍ରକ୍ରିୟାକୁ ……………………….. କୁହାଯାଏ ।
12. ସ୍ତୋମ୍, ତ୍ଵଚାବରଣ ଓ ବାତରନ୍ଧ୍ର ଦେଇ ଉଭିଦର …………………….. ପ୍ରକ୍ରିୟା ସମ୍ପାଦିତ ହୋଇଥାଏ ।
13. ବାୟୁମଣ୍ଡଳକୁ ମୋଚିତ ହେଉଥ‌ିବା ଅଧିକାଂଶ ଜଳ …………………… ଦେଇ ନିର୍ଗତ ହୋଇଥାଏ ।
14. ରକ୍ତବାହିନୀ ପ୍ରଧାନତଃ ………………………… ପ୍ରକାର ।
15. ଆମ ଶରୀରରେ ରକ୍ତବାହିନୀଗୁଡ଼ିକର ଲମ୍ବ ପ୍ରାୟ ………………………….
16. ଶିରାରେ ……………………….. ଉପସ୍ଥିତି ଯୋଗୁଁ ରକ୍ତ ଶିରା ମଧ୍ୟରେ ପଛକୁ ଫେରିପାରେ ନାହିଁ ।
17. ବ୍ରିଟିଶ୍ ଡାକ୍ତର ……………………. ଆମ ଶରୀରରେ ରକ୍ତ କିପରି ସଞ୍ଚାଳିତ ହୁଏ ତାହା ପ୍ରଥମେ ଆବିଷ୍କାର କରିଥିଲେ ।
18. ମନୁ ଷ୍ୟ ଶରୀରରେ ରକ୍ତ ନଳୀ ମଧ୍ଯରେ ରକ୍ତର ଏକତରଫା ଗତିକୁ ………………………. କୁହାଯାଏ ।
19. ସାଧାରଣତଃ ଜଣେ ବୟଃପ୍ରାପ୍ତ ବ୍ୟକ୍ତିର ହୃତ୍‌ପିଣ୍ଡର ଓକୁନ ପ୍ରାୟ …………………….. ।
20. ହୃତ୍‌ପିଣ୍ଡର ରଙ୍ଗ ………………………… ଅଟେ।
21. ବାମ ନିଳୟ ସହ ……………………. ସଂଯୁକ୍ତ ହୋଇଥାଏ ।
22. ବୟଃପ୍ରାପ୍ତ ବ୍ୟକ୍ତିର ହୃତ୍‌ପିଣ୍ଡର ଓସାର ପ୍ରାୟ ……………………… ସେ.ମି. ଅଟେ ।
23. ବିଶ୍ରାମ ବେଳର ଡାୟାଷ୍ଟାଲିକ୍ ଚାପ ……………………. ପାରଦ ମାନ ଅଟେ ।
24. ବାମ ଅଳିଳ ଓ ବାମ ନିଳୟ ଭିତରେ ……………………. ପାଖୁଡ଼ା ବିଶିଷ୍ଟ କପାଟିକା ଥାଏ ।
25. ଦକ୍ଷିଣ ଅଳିଳ ଓ ଦକ୍ଷିଣ ନିଳୟ ଭିତରେ ………………………. ପାଖୁଡ଼ା ବିଶିଷ୍ଟ କପାଟିକା ଥାଏ ।
26. ବାମ ଅଳିନ୍ଦ ସହ ………………………. ସଂଯୁକ୍ତ ହୋଇଥାଏ ।

BSE Odisha 10th Class Life Science Important Questions Chapter 3 ପରିବହନ ଓ ସଞ୍ଚାଳନ

Answers
1. ମୂଳଲୋମ
2. ଜାଇଲେମ୍
3. ଫ୍ଲୋଏମ୍
4. ରୋଷେଇ ଘର
5. ଜାଇଲେମ୍
6. ମାନୋମିଟର
7. ବିସରଣ ଚାପ
8. ଉଚ୍ଛେଦନ ଜନିତ ଆକର୍ଷଣ
9. ସଂସକ୍ତି ବଳ
10. ସଂଲଗ୍ନ ବଳ
11. ଉଦ୍ବେଦନ
12. ଉସ୍ବେଦନ
13. ସ୍ତୋମ୍
14. 3
15. 96,000 1,60,000
16. କପାଟିକା
17. ଉଇଲିୟମ୍ ହାର୍ଭେ
18. ଆବଦ୍ଧ ସଞ୍ଚାଳନ
19. 250ରୁ 300 ଗ୍ରାମ୍
20. ମାଟିଆ ଲାଲ
21. ମହାଧମନୀ
22. 9
23.80
24. 2
25.3
26. ଫୁସ୍‌ଫୁସ୍ ଶିରା

D ଠିକ୍ ଉକ୍ତି ପାଇଁ (√ ) ଓ ଭୁଲ୍ ଉକ୍ତ ପାଇଁ (✗) ଚିହ୍ନ ଦିଅ ।

1. ଅତି ଉଚ୍ଚ ବୃକ୍ଷମାନଙ୍କ ପାଇଁ କୈଶିକ ଆକର୍ଷଣ ପାଇଁ ଜଳ ପରିବହନ ପର୍ଯ୍ୟାପ୍ତ ନୁହେଁ ।
2. ବୃକ୍ଷରେ ଉଵେଦନ ପ୍ରକ୍ରିୟା ରାତିରେ ସମ୍ଭବ ନୁହେଁ ।
3. ଆମ ଶରୀରରେ ସମସ୍ତ ପ୍ରକାର ଧମନୀରେ ବିଶୁଦ୍ଧ ରକ୍ତ ପ୍ରବାହିତ ହେଉଥାଏ ।
4. ମନୁଷ୍ୟ ହୃତ୍‌ପିଣ୍ଡର ଚାରି ପ୍ରକୋଷ୍ଠ ମଧ୍ୟରୁ ବାମ ନଳୟ ଅଧ୍ବ ଦକ୍ଷ ।
5. ‘0’ ରକ୍ତବର୍ଗର ବ୍ୟକ୍ତି ମାନେ ସମସ୍ତଙ୍କଠାରୁ ରକ୍ତ ନେଇପାରିବେ ।
6. ରକ୍ତଚାପ ସିଗ୍‌ମ୍ୟାନୋମିଟର ଉପକରଣ ଦ୍ବାରା ମପାଯାଏ ।
7. ସାଧାରଣତଃ ଏକ ସୁସ୍ଥ ବ୍ୟକ୍ତିର ବିଶ୍ରାମ ବେଳର Q81 80mm 120Hg |
8. ବଢ଼ିଯାଏ ଓ ଏହାକୁ ପାର୍ଶ୍ଵ ରକ୍ତଚାପ କୁହାଯାଏ ।
9. ରକ୍ତର ପ୍ରବାହ ଫଳରେ ଧମନୀ କାନ୍ଥରେ ଯେଉଁ ଚାପ ସୃଷ୍ଟିହୁଏ, ତାହାକୁ ରକ୍ତଚାପ କୁହାଯାଏ ।
10. ହୃତ୍‌ପିଣ୍ଡର ବାମ ନିଳୟ ସହ ମହାଧମନୀ’ ସଂଯୁକ୍ତ ହୋଇଥାଏ ।
11. ହୃତ୍‌ପିଣ୍ଡର ରଙ୍ଗ ଲାଲ୍ ଗୋଲାପୀ ହୋଇଥାଏ ।
12. ପି. ପାଭଲୋଭ୍ ସର୍ବପ୍ରଥମେ ମନୁଷ୍ୟ ଶରୀରରେ ରକ୍ତ ସଞ୍ଚାଳନ ଆବିଷ୍କାର କରିଥିଲେ ।
13. ଶିରା ଓ ଧମନୀ ମଧ୍ୟରେ ରକ୍ତକୁ ସଞ୍ଚାଳିତ କରିବାରେ ବୃକ୍‌କ କାର୍ଯ୍ୟ କରେ ।
14. ମଣିଷର ରକ୍ତ ସଞ୍ଚାଳନକୁ ଦ୍ୱୈତ ସଞ୍ଚାଳନ କହନ୍ତି ।
15. ରକ୍ତରେ Ca ଆୟନ ରକ୍ତ ଜମାଟ ବାନ୍ଧିବାରେ ସାହାଯ୍ୟ କରେ ।
16. ପତ୍ରରେ ପ୍ରସ୍ତୁତ ଶ୍ଵେତସାର ଫ୍ଲୋଏମ୍ ଟିସୁଦ୍ଵାରା ସ୍ଥାନାନ୍ତରିତ ହୋଇଥାଏ ।
17. ହୃତପିଣ୍ଡର ପ୍ରସାରଣ ବେଳର ଚାପକୁ ସିଷ୍ଟାଲିକ୍ କୁହାଯାଏ ।
18. ବାମ ନିଳୟର ସଙ୍କୋଚନ ଫଳରେ ଫୁସ୍‌ଫୁସ୍ ଧମନୀ ରକ୍ତବାହିନୀ ମଧ୍ୟଦେଇ ରକ୍ତ ପ୍ରବାହିତ ହୁଏ ।
19. ହୃତ୍‌ପିଣ୍ଡର ଚାରି ପ୍ରକୋଷ୍ଠ ମଧ୍ୟରୁ ଦକ୍ଷିଣ ନିଳୟ ପ୍ରକୋଷ୍ଠଟି ଅଧ୍ବକ ଦକ୍ଷ ଅଟେ ।
20. ନିଳୟ ଓ ରକ୍ତବାହିନୀ ମଧ୍ୟସ୍ଥ କପାଟିକାଟି ଅର୍ଦ୍ଧଚନ୍ଦ୍ରାକୃତି ଆକୃତି ବିଶିଷ୍ଟ ।
21. ପ୍ରଥମେ ରକ୍ତ ଶିରାଦ୍ଵାରା ସଂଗୃହୀତ ହୋଇ ହୃତ୍‌ପିଣ୍ଡ ଆଡ଼କୁ ଆସେ ।
22. ମନୁଷ୍ୟ ଶରୀରରେ ହଜମ ଖାଦ୍ୟ କ୍ଷୁଦ୍ରାନ୍ତ୍ରଠାରେ ଶୋଷିତ ହୋଇଥାଏ ।
23. ବାୟୁମଣ୍ଡଳକୁ ମୋଚିତ ହେଉଥ‌ିବା ଜଳର ୨୦% ରୁ ଅଧିକ ସ୍ତୋମ୍ ମଧ୍ୟଦେଇ ନିର୍ଗତ ହୋଇଥାଏ ।

Answers
1. (√)
2. (✗)
3. (✗)
4. (√)
5. (✗)
6. (√)
7. (V)
8. (✗)
9. (√)
10. (√)
11. (✗)
12. (✗)
13. (✗)
14. (√)
15. (√)
16. (√)
17. (✗)
18. (√)
19. (✗)
20. (√)
21. (x)
22. (√)
23. (√)

E ‘କ’ ସ୍ତମ୍ଭରେ ପ୍ରଥମ ଯୋଡାର ସମ୍ପର୍କକୁ ଲକ୍ଷ୍ୟକରି ‘ଖ’ ସ୍ତମ୍ଭରେ ଦ୍ଵିତୀୟଟିରେ ଶୂନ୍ୟସ୍ଥାନ ପୂରଣ କର ।

1 ‘କ ସ୍ତମ୍ଭ ‘ଖ’ ସ୍ତମ୍
A ରକ୍ତବର୍ଗ: A ଏବଂ AB B ରକ୍ତବର୍ଗ:
AB ର ଆଣ୍ଟିବଡ଼ି : ନାହିଁ ଠର ଆଣ୍ଟିବଡ଼ି :
ଦ୍ୱୈତ ସଞ୍ଚାଳନ : ମନୁଷ୍ୟ ଏକକ ସଞ୍ଚାଳନ :
ରକ୍ତ ସଞ୍ଚାଳନ : ଉଇଲିୟମ୍ ହାର୍ଭେ ରକ୍ତ ବର୍ଗ :
ମଣିଷ ରକ୍ତ : ହିପାରିନ୍‌ ଜୋକ ଲାଳ :

BSE Odisha 10th Class Life Science Important Questions Chapter 3 ପରିବହନ ଓ ସଞ୍ଚାଳନ

ଉ ‘କ’ ସ୍ତମ୍ଭ ‘ଖ’ ସ୍ତମ୍
A ରକ୍ତବର୍ଗ : A ଏବଂ AB B ରକ୍ତବର୍ଗ : B ଏବଂ AB
ABର ଆଣ୍ଟିବଡ଼ି : ନାହିଁ ଠର ଆଣ୍ଟିବଡ଼ି : à ଓ b
ଦ୍ୱୈତ ସଞ୍ଚାଳନ : ମନୁଷ୍ୟ ଏକକ ସଞ୍ଚାଳନ : ମାଛ
ରକ୍ତ ସଞ୍ଚାଳନ : ଉଇଲିୟମ୍ ହାର୍ଭେ ରକ୍ତ ବର୍ଗ : ଲ୍ୟାଣ୍ଡଷ୍ଠେଇନର
ମଣିଷ ରକ୍ତ : ହିପାରିନ୍‌ ଜୋକ ଲାଳ : ହିରଡ଼ିନ

 

ଉ ‘କ’ ସ୍ତମ୍ଭ ‘ଖ’ ସ୍ତମ୍
ସିଷ୍ଟାଲିକ୍‌ ଚାପ : 120 ମି.ମି. ଡାୟାଷ୍ଟାଲିକ୍ ଚାପ :
ସର୍ବଜନ ଗ୍ରହୀତା : ସର୍ବଜନ ଦାତା AB:
ପତ୍ର : କାଣ୍ଡ ସ୍ତୋମ୍ :
ଶିରା : ଅମ୍ଳଜାନ ବିହୀନ ରକ୍ତ ଧମନୀ :
ଫୁସ୍‌ଫୁସଧମନୀ : ଫୁସଫୁସଶିରା ଦକ୍ଷିଣନିଳୟ :

 

ଉ ‘କ’ ସ୍ତମ୍ଭ ‘ଖ’ ସ୍ତମ୍
ସିଷ୍ଟାଲିକ୍‌ ଚାପ : 120 ମି.ମି. ଡାୟାଷ୍ଟାଲିକ୍ ଚାପ : 80 ମି.ମି.
ସର୍ବଜନ ଗ୍ରହୀତା : ସର୍ବଜନ ଦାତା AB:0
ପତ୍ର : କାଣ୍ଡ ସ୍ଫୋମ୍ : ବାତରନ୍ଧ
ଶିରା : ଅମ୍ଳଜାନ ବିହୀନ ରକ୍ତ ଧମନୀ : ଅମ୍ଳଜାନଯୁକ୍ତ
ଫୁସ୍‌ଫୁସଧମନୀ : ଫୁସଫୁସଶିରା ଦକ୍ଷିଣନିଳୟ : ବାମ ଅଳିନ୍ଦ


Multiple Choice Questions (Mcqs) With Answers

1. ପ୍ରାୟ କେତେ କି.ମି. ଲମ୍ବର ରକ୍ତବାହିନୀ ନଳୀ ଆମ ଦେହରେ ବିଛେଇ ହୋଇ ରହିଛି ?
(A) 72,000-1,20,000
(B) 30,000 – 2,10,000
(C) 40,000 2,10,000
(D) 96,000 – 1, 60,000
Answers
(D) 96,000 – 1, 60,000

2. ଜଣେ ବୟଃପ୍ରାପ୍ତ ବ୍ୟକ୍ତିର ହୃତ୍‌ପିଣ୍ଡର ଓସାର ପ୍ରାୟ କେତେ ସେ.ମି. ଅଟେ ?
(A) 05
(B) 9
(C) 15
(D) 20
Answers
(B) 9

3. ହୃତ୍‌ପିଣ୍ଡର ତଳ ଦୁଇଟି ପ୍ରକୋଷ୍ଠକୁ କ’ଣ କୁହାଯାଏ ?
(A) ଏଟ୍ରିୟମ୍
(C) ନେଫ୍ରନ୍
(B) ଭେଣ୍ଡିକଲ୍
(D) ମହାରନ୍ଧ୍ର
Answers
(B) ଭେଣ୍ଡିକଲ୍

4. ହୃତ୍‌ପିଣ୍ଡର କେଉଁ ପ୍ରକୋଷ୍ଠ ସହ ଫୁସ୍‌ଫୁସ୍ ଧମନୀ ସଂଯୁକ୍ତ ହୋଇଥାଏ ?
(A) ବାମ ଅଳିନ୍ଦ
(B) ଦକ୍ଷିଣ ଅଳିନ୍ଦ
(C) ବାମନିଳୟ
(D) ଦକ୍ଷିଣ ନିଳୟ
Answers
(D) ଦକ୍ଷିଣ ନିଳୟ

5. ହୃତ୍‌ପିଣ୍ଡର ବାମ ଅଳିନ୍ଦ ନିଳୟ ଦ୍ବାରରେ କେତେ ପାଖୁଡ଼ା କପାଟିକା ଥାଏ ?
(A) 1
(B) 2
(C) 3
(D) 4
Answers
(B) 2

6. ସାଧାରଣତଃ ଏକ ସୁସ୍ଥ ବ୍ୟକ୍ତିର ହୃତ୍‌ପିଣ୍ଡର ସ୍ପନ୍ଦନ ହାର ଏକ ମିନିଟ୍‌କୁ କେତେ ଥର ?
(A) 36
(B) 72
(C) 82
(D) 92
Answers
(B) 72

7. ମନୁଷ୍ୟ ତଥା ଅନ୍ୟ ସ୍ତନ୍ୟପାୟୀ ଓ ପକ୍ଷୀମାନଙ୍କ ହୃତ୍‌ପିଣ୍ଡ କେତେ କୋଠରି ବିଶିଷ୍ଟ ?
(A) 2
(B) 3
(C) 4
(D) 5
Answers
(C) 4

8. ରକ୍ତବାହିନୀ ପ୍ରଧାନତଃ କେତେ ପ୍ରକାର ଅଟେ ?
(A) 2
(B) 3
(C) 4
(D) 5
Answers
(B) 3

BSE Odisha 10th Class Life Science Important Questions Chapter 3 ପରିବହନ ଓ ସଞ୍ଚାଳନ

9. କାହାର ଉପସ୍ଥିତି ଯୋଗୁଁ ରକ୍ତ ଶିରା ମଧ୍ୟରେ ପଛକୁ ଫେରିପାରେ ନାହିଁ ?
(A) ଅଙ୍କୁରିକା
(B) କପାଟିକା
(C) ଗ୍ଲଟିସ୍
(D) ଗଲେଟ୍
Answers
(B) କପାଟିକା

10. ଜଣେ ବୟଃପ୍ରାପ୍ତ ବ୍ୟକ୍ତିର ହୃତ୍‌ପିଣ୍ଡର ଓଜନ ପ୍ରାୟ କେତେ ଗ୍ରାମ୍ ଅଟେ ?
(A) 100 – 120
(B) 130 – 140
(C) 140 150
(D) 150 – 160
Answers
(B) 130 – 140

11. କେଉଁଗୁଡ଼ିକ ଶରୀର ପରିବହନ ସଂସ୍ଥାର ଏକମୁହାଁ ରାସ୍ତାପରି ଅଟେ ?
(A) ରକ୍ତବାହିନୀ
(B) ସ୍ନାୟୁ
(C) ତରୁଣାସ୍ଥି
(D) ଉପାସ୍ଥି
Answers
(A) ରକ୍ତବାହିନୀ

12. ଜଣେ ବୟଃପ୍ରାପ୍ତି ବ୍ୟକ୍ତିର ହୃତ୍‌ପିଣ୍ଡର ଲମ୍ବ ପ୍ରାୟ କେତେ ସେ.ମି. ଅଟେ ?
(A) 10
(B) 15
(C) 20
(D) 25
Answers
(A) 10

13. ହୃତ୍‌ ପିଣ୍ଡର ଉପର ଦୁଇଟି ପ୍ରକୋଷ୍ଠକୁ କ’ଣ କୁହାଯାଏ ?
(A) ଏଟ୍ରିୟମ୍
(C) ନେଫ୍ରନ୍
(B) ଭେଣ୍ଡ୍ରିକଲ୍
(D) ମହାରନ୍ଧ୍ର
Answers
(A) ଏଟ୍ରିୟମ୍

14. ହୃତ୍‌ପିଣ୍ଡର କେଉଁ ପ୍ରକୋଷ୍ଠ ସହ ଉର୍ଦ୍ଧ୍ବ ଓ ନିମ୍ନ ମହାଶିରା ସଂଯୁକ୍ତ ହୋଇଥାଏ ?
(A) ବାମଅଳିନ୍ଦ
(B) ଦକ୍ଷିଣ ଅଳିନ୍ଦ
(C) ବାମ ନିଳୟ
(D) ଦକ୍ଷିଣ ନିଳୟ
Answers
(B) ଦକ୍ଷିଣ ଅଳିନ୍ଦ

15. ହୃତ୍‌ପିଣ୍ଡର ଦକ୍ଷିଣ ଅଳିନ୍ଦ ଓ ନିଳୟ ଦ୍ବାରରେ କେତେ ପାଖୁଡ଼ା କପାଟିକା ଥାଏ ?
(A) 1
(B) 2
(C) 3
(D) 4
Answers
(C) 3

16. ଦକ୍ଷ ଓ ପ୍ରାଚୀର ମୋଟା ?
(A) ବାମ ଅଳିନ୍ଦ
(B) ବାମ ନିଳୟ
(C) ଦକ୍ଷିଣ ଅଳିନ୍ଦ
(D) ଦକ୍ଷିଣ ନିଳୟ
Answers
(B) ବାମ ନିଳୟ

17. ମାଛର ହୃତ୍‌ପିଣ୍ଡ କେତେ ପ୍ରକୋଷ୍ଠ ବିଶିଷ୍ଟ ଅଟେ ?
(A) 1
(B) 2
(C) 3
(D) 4
Answers
(B) 2

18. ହୃତ୍‌ ପିଣ୍ଡର ସଂକୋଚନ ଜନିତ ଚାପକୁ କ’ଣ କୁହାଯାଏ ?
(A) ଡାୟାଷ୍ଟାଲିକ୍
(C) ପାରାନ୍ତରଣ
(B) ସିଷ୍ଟାଲିକ୍
(D) ଆପୁଞ୍ଜନ
Answers
(B) ସିଷ୍ଟାଲିକ୍

19. ସାଧାରଣତଃ ଏକ ସୁସ୍ଥ ବ୍ୟକ୍ତିର ବିଶ୍ରାମ ବେଳର ସିଷ୍ଟାଲିକ୍ ଚାପ କେତେ ମି.ମି. ପାରଦ ଚାପ ଅଟେ ?
(A) 60
(B) 80
(C) 120
(D) 140
Answers
(C) 120

20. ରକ୍ତ ପ୍ଲାଜମାରେ ଥ‌ିବା ବାନ୍ଧିବାରେ ସାହାଯ୍ୟ କେଉଁ ଉପାଦାନ ରକ୍ତ ଜମାଟ କରେ ?
(A) ପୁଷ୍ଟିସାର
(B) ଶ୍ଵେତସାର
(C) ସ୍ନେହସାର
(D) ଧାତୁସାର
Answers
(A) ପୁଷ୍ଟିସାର

BSE Odisha 10th Class Life Science Important Questions Chapter 3 ପରିବହନ ଓ ସଞ୍ଚାଳନ

21. ମନୁଷ୍ୟ ହୃତ୍‌ପିଣ୍ଡରେ କେତୋଟି ପ୍ରକୋଷ୍ଠ ରହିଥାଏ ?
(A) 1
(B) 2
(C) 3
(D) 4.
Answers
(D) 4.

22. img ହୋଇଥାଏ ?
(A) ବାମ ଅଳିନ୍ଦ
(B) ବାମ ନିଳୟ
(C) ଦକ୍ଷିଣ ଅଳିନ୍ଦ
(D) ଦକ୍ଷିଣ ନିଳୟ
Answers
(A) ବାମ ଅଳିନ୍ଦ

23. ବେଙ୍ଗ ଆଦି ଉଭୟଚର ପ୍ରାଣୀମାନଙ୍କ ହୃତ୍‌ପିଣ୍ଡ କେତେ କୋଠରି ବିଶିଷ୍ଟ ?
(A). 1
(B) 2
(C) 3
(D) 4
Answers
(C) 3

24. ହୃତ୍‌ପିଣ୍ଡର ପ୍ରସାରଣ ବେଳର ବଳକା ରକ୍ତର ଚାପକୁ କ’ଣ କୁହାଯାଏ ?
(A) ସିଷ୍ଟାଲିକ୍
(B) ଡାୟାଷ୍ଟାଲିକ୍
(C) ଉଚ୍ଚ ରକ୍ତଚାପ
(D) ନିମ୍ନ ରକ୍ତଚାପ
Answers
(B) ଡାୟାଷ୍ଟାଲିକ୍

25. ସାଧାରଣତଃ ଏକ ସୁସ୍ଥ ବ୍ୟକ୍ତିର ବିଶ୍ରାମ ବେଳର ଡାୟାଷ୍ଟାଲିକ୍ ଚାପ କେତେ ମି.ମି. ପାରଦ ମାନ ଅଟେ ?
(A) 60
(B) 80
(C) 120
(D) 140
Answers
(B) 80

26. ରକ୍ତଚାପ କେଉଁ ଉପକରଣ ଦ୍ଵାରା ମପାଯାଏ ?
(A) ବ୍ୟାରୋମିଟର
(B) ଅକ୍ସାନୋମିଟର
(C) ମାନୋମିଟର
(D) BSE Odisha 10th Class Life Science Important Questions Chapter 3 ପରିବହନ ଓ ସଞ୍ଚାଳନ 9
Answers
(D) BSE Odisha 10th Class Life Science Important Questions Chapter 3 ପରିବହନ ଓ ସଞ୍ଚାଳନ 9

27. ସାଧାରଣତଃ ଏକ ସୁସ୍ଥ ବ୍ୟକ୍ତିର ବିଶ୍ରାମ ବେଳର ରକ୍ତଚାପ କେତେ mm Hg ?
(A) 80/120
(C) 60/140
(B) 120/80
(D) 140/60
Answers
(A) 80/120

28. କୌଣସି କାରଣରୁ ଧମନୀ ସଂକୁଚିତ ହେଲେ ରକ୍ତଚାପ ବଢ଼ିଯାଏ ଓ ଏହାକୁ କ’ଣ କୁହାଯାଏ ?
(A) ଉଚ୍ଚ ରକ୍ତଚାପ
(C) ପାର୍ଶ୍ଵ ରକ୍ତଚାପ
(B) ନିମ୍ନ ରକ୍ତଚାପ
(D) ଊର୍ଦ୍ଧ୍ବ ରକ୍ତଚାପ
Answers
(A) ଉଚ୍ଚ ରକ୍ତଚାପ

29. ରକ୍ତର ପ୍ରବାହ ଫଳରେ ଧମନୀ କାନ୍ଥରେ ଯେଉଁ ଚାପ ସୃଷ୍ଟିହୁଏ, ତାହାକୁ କ’ଣ କୁହାଯାଏ ?
(A) ରକ୍ତଚାପ
(B) ପ୍ରଲସି ଚାପ
(C) ଲସିକା ଚାପ
(D) ମାଂସପେଶୀୟ ଚାପ
Answers
(A) ରକ୍ତଚାପ

BSE Odisha 10th Class Life Science Important Questions Chapter 3 ପରିବହନ ଓ ସଞ୍ଚାଳନ

30. ହୃତ୍‌ପିଣ୍ଡର କେଉଁ ପ୍ରକୋଷ୍ଠ ସହ ମହାଧମନୀ ସଂଯୁକ୍ତ ହୋଇଥାଏ ?
(A) ବାମ ଅଳିନ୍ଦ
(B) ବାମ ନିଳୟ
(C) ଦକ୍ଷିଣ ଅଳିନ୍ଦ
(D) ଦକ୍ଷିଣ ନିଳୟ
Answers
(B) ବାମ ନିଳୟ

31. ଉଦ୍ଭଦରେ ଜଳର ପରିବହନ ଦର୍ଶାଇବା ପାଇଁ ଏକ ହୋଇଥାଏ ?
(A) କ୍ରୋଟନ ଗଛର ପତ୍ର, ଫୁଟନ୍ତା ସୁରାସାର,
(B) କାଚବିକର, କାଚଫନେଲ, ଚିଙ୍ଗୁଡ଼ିଆଦଳ,
(C) ଚଉଡ଼ା ମୁହଁବାଲା କାଚ ବୋତଲ, କଷ୍ଟିକ ପଟାସ ଦ୍ରବଣ, ଚୂନପାଣି
(D) କୋନିକାଲ ଫ୍ଲାସ୍କ, ନାଲିକାଳି, ଜଳ, ହରଗୌରା
Answers
(D) କୋନିକାଲ ଫ୍ଲାସ୍କ, ନାଲିକାଳି, ଜଳ, ହରଗୌରା

32. କେଉଁଟି ରକ୍ତଚାପ ନିର୍ଣ୍ଣୟପାଇଁ ଆବଶ୍ୟକ ସୂତ୍ର ଅଟେ ?
BSE Odisha 10th Class Life Science Important Questions Chapter 3 ପରିବହନ ଓ ସଞ୍ଚାଳନ 3
Answers
BSE Odisha 10th Class Life Science Important Questions Chapter 3 ପରିବହନ ଓ ସଞ୍ଚାଳନ 4

33. ମନୁଷ୍ୟ ଶରୀରରେ ରକ୍ତ ସଞ୍ଚାଳନ ସମ୍ପର୍କିତ କେଉଁ ଉକ୍ତିଟି ଭୁଲ ଅଟେ ?
(A) ମଣିଷ ଶରୀରରେ ପରିବହନ ପାଇଁ ରକ୍ତ ପ୍ରମୁଖ ମାଧ୍ୟମ ଅଟେ ।
(B) ମଣିଷର ହୃତ୍‌ପିଣ୍ଡ 4ପ୍ରକୋଷ୍ଠ ବିଶିଷ୍ଟ ।
(C) ହୃତପିଣ୍ଡରେ ଅମ୍ଳଜାନ ଯୁକ୍ତ ରକ୍ତ ଓ ଅମ୍ଳଜାନ ବିହୀନ ରକ୍ତର ମିଶ୍ରଣ ହୁଏ ନାହିଁ ।
(D) ରକ୍ତ ସଞ୍ଚାଳନକୁ ଏକକ ସଞ୍ଚାଳନ କୁହାଯାଏ ।
Answers
(D) ରକ୍ତ ସଞ୍ଚାଳନକୁ ଏକକ ସଞ୍ଚାଳନ କୁହାଯାଏ ।

34. ହୃତ୍‌ପିଣ୍ଡ ସହ ସଂଯୁକ୍ତ ରକ୍ତନଳୀ ସମ୍ପର୍କିତ ଉକ୍ତି ମଧ୍ୟରୁ କେଉଁଟି ଠିକ୍ ଅଟେ ?
(A) ଦକ୍ଷିଣ ଅଳିନ୍ଦ ସହ ଫୁସ୍‌ଫୁସ୍ ଶିରା ସଂଯୁକ୍ତ ହୋଇଥାଏ ।
(B) ବାମ ଅଳିନ୍ଦ ସହ ମହାଧମନୀ ସଂଯୁକ୍ତ ହୋଇଥାଏ ।
(C) ଦକ୍ଷିଣ ନିଳୟ ସହ ଫୁସ୍‌ଫୁସ୍ ଧମନୀ ସଂଯୁକ୍ତ ହୋଇଥାଏ ।
(D) ବାମ ନିଳୟ ସହ ଊର୍ଦ୍ଧ୍ବ ମହାଶିରା ସଂଯୁକ୍ତ ହୋଇଥାଏ ।
Answers
(C) ଦକ୍ଷିଣ ନିଳୟ ସହ ଫୁସ୍‌ଫୁସ୍ ଧମନୀ ସଂଯୁକ୍ତ ହୋଇଥାଏ ।

35. ରକ୍ତ ଜମାଟ ବାନ୍ଧିବା ପ୍ରକ୍ରିୟାର କେଉଁ ସୋପାନରେ ତ୍ରୁଟି ରହିଛି ?
BSE Odisha 10th Class Life Science Important Questions Chapter 3 ପରିବହନ ଓ ସଞ୍ଚାଳନ 5
(D) କୌଣସିଟି ନୁହେଁ ।
Answers
(D) କୌଣସିଟି ନୁହେଁ ।

36. ରକ୍ତବର୍ଗ ସମ୍ପର୍କିତ କେଉଁ ଉଦ୍ଭଟି ଠିକ୍ ନୁହେଁ ?
(A) ରକ୍ତବର୍ଗ -A – A ଏବଂ ABକୁ ରକ୍ତ ଦାନ 2006-A – କରିପାରିବ ।
(B) ରକ୍ତବର୍ଗ -B – B ଏବଂ ABକୁ ରକ୍ତ ଦାନ କରିପାରିବ ।
(C) ରକ୍ତବର୍ଗ -AB – କେବଳ ଠକୁ ରକ୍ତ ଦାନ କରିପାରିବ ।
(D) ରକ୍ତବର୍ଗ -0 – ସମସ୍ତଙ୍କୁ ରକ୍ତ ଦାନ କରିପାରିବ ।
Answers
(C) ରକ୍ତବର୍ଗ -AB – କେବଳ ଠକୁ ରକ୍ତ ଦାନ କରିପାରିବ ।

37. ଆମ ଶରୀରରେ ରକ୍ତ କିପରି ସଞ୍ଚାଳିତ ହୁଏ, ତାହା ପ୍ରଥମେ କେଉଁ ବ୍ରିଟିଶ୍ ଡାକ୍ତର ଆବିଷ୍କାର କରିଥିଲେ ?
(A) କାର୍ଲ ଲ୍ୟାଣ୍ଡ ଷ୍ଟେଇନ୍‌ର
(B) ଉଇଲିୟମ୍ ହାର୍ଭେ
(C) କାର୍ଲ ଲ୍ୟାଣ୍ଡ ଷ୍ଟେଇନ୍‌ର
(D) ଉଇଲିୟମ ହାର୍ଭେ
Answers
(B) ଉଇଲିୟମ୍ ହାର୍ଭେ

38. ଉଦ୍ଭଦରେ ଉଦ୍ବେଦନ ସମ୍ପର୍କିତ କେଉଁ ଉକ୍ତିଟି ଠିକ୍ ନୁହେଁ ?
(A) ଉଭିଦର ବାୟବୀୟ ଅଂଶରୁ ଜଳୀୟବାଷ୍ପ ଆକାରରେ ଜଳ ନିର୍ଗତ ହୁଏ ।
(B) ଉଦ୍ଭଦରେ ସବୁବେଳେ ଉଦନ ପ୍ରକ୍ରିୟା ଚାଲୁଥାଏ ।
(C) ଉଦନ ଯୋଗୁ ଉଭିଦର ତାପମାତ୍ରା ନିୟନ୍ତ୍ରତ ହୁଏ ନାହିଁ ।
(D) ଉଦନ ହାର ବଢ଼ିଲେ ଜଳ ଶୋଷଣହାର ବଢ଼ିଥାଏ ।
Answers
(C) ଉଦନ ଯୋଗୁ ଉଭିଦର ତାପମାତ୍ରା ନିୟନ୍ତ୍ରତ ହୁଏ ନାହିଁ ।

39. ଉଦ୍ଭଦରେ ପରିବହନର ପ୍ରକାର ଭେଦ ଅନୁଯାୟୀ କେଉଁ ଉକ୍ତିଟି ଠିକ୍ ଅଟେ ?
(A) ଉର୍ଦ୍ଧ୍ୱ ପରିବହନରେ ଜଳ ଓ ପୋଷକ ତଳୁ ଉପରକୁ ଯାଇଥାଏ ।
(B) ନିମ୍ନ ପରିବହନରେ ଜଳ ଓ ପୋଷକ ବୃକ୍ଷର ବିଭିନ୍ନ ଅଂଶକୁ ଯାଇଥାଏ ।
(C) ପାର୍ଶ୍ଵ ପରିବହନରେ ଜଳ ଓ ପୋଷକ ବୃକ୍ଷର ବିଭିନ୍ନ ଅଂଶକୁ ଯାଇଥାଏ ।
(D) ପ୍ରତ୍ୟେକ ଉକ୍ତି ଠିକ୍ ଅଟେ ।
Answers
(D) ପ୍ରତ୍ୟେକ ଉକ୍ତି ଠିକ୍ ଅଟେ ।

40. ନିମ୍ନୋକ୍ତ କେଉଁ ରକ୍ତବର୍ଗରେ ଏଣ୍ଟିଜେନ ନଥାଏ ?
(A) A
(B) B
(C) AB
(D) O
Answers
(D) O

BSE Odisha 10th Class Life Science Important Questions Chapter 3 ପରିବହନ ଓ ସଞ୍ଚାଳନ

41. ମଣିଷର ରକ୍ତ ସଞ୍ଚାଳନକୁ କ’ଣ କହନ୍ତି ?
(A) ଏକକ ସଞ୍ଚଳନ
(C) ମୁକ୍ତ ସଞ୍ଚାଳନ
(B) ଶ୍ବେତ ସଞ୍ଚାଳନ
(D) ଉପରୋକ୍ତ ସମସ୍ତ ରକ୍ତଜମାଟି ବାନ୍ଧିବାରେ
Answers
(B) ଶ୍ବେତ ସଞ୍ଚାଳନ

42. ରକ୍ତରେ କେଉଁ ଆୟନ ସାହାଯ୍ୟ କରେ ?
(A) K
(B) Na
(C) Mg
(D) Ca
Answers
(D) Ca

43. ବେଙ୍ଗର ହୃତ୍‌ପିଣ୍ଡର ନିଳୟରେ କେଉଁ ପ୍ରକାରର ରକ୍ତ ରହେ ?
(A) ଅମ୍ଳଜାନ ଯୁକ୍ତ ରକ୍ତ
(B) ଅମ୍ଳଜାନବିହୀନ ରକ୍ତ
(C) ଅମ୍ଳଜାନଯୁକ୍ତ ଓ ବିହୀନ ରକ୍ତ
(D) କୌଣସିଟି ନୁହେଁ
Answers
(C) ଅମ୍ଳଜାନଯୁକ୍ତ ଓ ବିହୀନ ରକ୍ତ

44. ନିମ୍ନୋକ୍ତ କେଉଁଟି ଦକ୍ଷିଣ ଅଳିନ୍ଦ ସହ ସଂଯୁକ୍ତ ?
(A) ମହାଶିରା
(B) ମହାଧମନୀ
(C) ଫୁସ୍‌ଫୁସ୍ ଶିରା
(D) ଫୁସ୍‌ଫୁସ୍ ଧମନୀ
Answers
(A) ମହାଶିରା

45. ନିମ୍ନୋକ୍ତ ମଧ୍ୟରୁ କେଉଁଠାରେ କପାଟିକା ଥାଏ ?
(A) ବାମ ଅଳିନ୍ଦ ଓ ନିଳୟଦ୍ୱାର
(B) ଦକ୍ଷିଣ ଅଳିନ୍ଦ ଓ ନିଳୟ ଦ୍ବାର
(C) ନିଳୟ ଓ ରକ୍ତବାହିନୀ
(D) ଉପରୋକ୍ତ ସମସ୍ତ
Answers
(D) ଉପରୋକ୍ତ ସମସ୍ତ

46. ପତ୍ରରେ ପ୍ରସ୍ତୁତ ଶ୍ଵେତସାର କେଉଁ ଟିସୁଦ୍ଵାରା
ସ୍ଥାନାନ୍ତରିତ ହୋଇଥାଏ ?
(A) ଜାଇଲେମ୍
(C) ପତ୍ର
(B) ଫ୍ଲୋଏମ୍
(D) ପାରେନ୍‌କାଇମା
Answers
(B) ଫ୍ଲୋଏମ୍

47. ନିମ୍ନୋକ୍ତ କେଉଁ ପ୍ରାଣୀର ଅମ୍ଳଜାନର ଆବଶ୍ୟକତା କମ୍ ?
(A) ସାପ
(B) ଡାୟାଷ୍ଟାଲିକ୍
(C) ବେଙ୍ଗ
(D) କୌଣସିଟି ନୁହେଁ
Answers
(C) ବେଙ୍ଗ

48. ହୃତପିଣ୍ଡର ପ୍ରସାରଣ ବେଳର ଚାପକୁ କ’ଣ କୁହାଯାଏ ?
(A) ସିଷ୍ଟାଲିକ୍
(C) ରକ୍ତଚାପ
(B) ପାରା
(D) ମଣିଷ
Answers
(B) ପାରା

49. ବାମ ନିଳୟର ସଙ୍କୋଚନ ଫଳରେ କେଉଁ ରକ୍ତବାହିନୀ ମଧ୍ୟଦେଇ ରକ୍ତ ପ୍ରବାହିତ ହୁଏ ?
(A) ଊର୍ଦ୍ଧ୍ବ ମହାଶିରା
(B) ନିମ୍ନ ମହାଶିରା
(C) ଫୁସ୍‌ଫୁସ୍ ଶିରା
(D) ଫୁସ୍‌ଫୁସ୍ ଧମନୀ
Answers
(D) ଫୁସ୍‌ଫୁସ୍ ଧମନୀ

50. ହୃତ୍‌ପିଣ୍ଡର ଚାରିପ୍ରକୋଷ୍ଠ ମଧ୍ୟରୁ କେଉଁ ପ୍ରକୋଷ୍ଟଟି ଅଧିକ ଦକ୍ଷ ଅଟେ ?
(A) ବାମ ଅଳିନ୍ଦ
(C) ଦକ୍ଷିଣ ଅଳିନ୍ଦ
(B) ବାମ ନିଳୟ
(D) ଦକ୍ଷିଣ ନିଳୟ
Answers
(B) ବାମ ନିଳୟ

BSE Odisha 10th Class Life Science Important Questions Chapter 3 ପରିବହନ ଓ ସଞ୍ଚାଳନ

Subjective Type Questions With Answers

1. ରକ୍ତ ଚାପ କ’ଣ ? ସିଷ୍ଟାଲିକ୍ ଚାପ ଓ ଡାୟାଷ୍ଟାଲିକ୍ ଚାପ କାହାକୁ କହନ୍ତି ? ଜଣେ ସୁସ୍ଥବ୍ୟକ୍ତିର ରକ୍ତଚାପ କେତେ ?
ଉ-

  • ହୃତ୍‌ପିଣ୍ଡର ସଙ୍କୋଚନ ଓ ପ୍ରସାରଣଦ୍ୱାରା ରକ୍ତ ଧମନୀ ମଧ୍ୟଦେଇ ପ୍ରବାହିତ ହୋଇଥାଏ । ହୃତ୍‌ପିଣ୍ଡର ସଙ୍କୋଚନ ବେଳେ ରକ୍ତ ଧମନୀ ମଧ୍ୟକୁ ପଶିଥାଏ । ଫଳରେ ଧମନୀର କାନ୍ଥରେ ରକ୍ତର ଚାପ ବଢ଼ିଯାଏ । ପ୍ରସାରଣବେଳେ କିଛି ବଳକା ରକ୍ତ ଧମନୀ ମଧ୍ୟରେ ରହେ ଓ ଧମନୀ କାନ୍ଥରେ ରକ୍ତଚାପ ପୂର୍ବ ଅପେକ୍ଷା କମ୍ ଥାଏ । ରକ୍ତର ପ୍ରବାହ ଫଳରେ ଧମନୀ କାନ୍ଥରେ ଯେଉଁ ଚାପ ସୃଷ୍ଟି ହୁଏ ତାହାକୁ ରକ୍ତଚାପ କହନ୍ତି ।
  • ହୃତ୍‌ପିଣ୍ଡର ସଂକୋଚନଜନିତ ଚାପକୁ ସିଷ୍ଟାଲିକ୍ ଚାପ ଓ ପ୍ରସାରଣ ବେଳର ବଳକା ରକ୍ତର ଚାପକୁ ଡାୟାଲୋଷ୍ଟିକ୍ ଚାପ କହନ୍ତି ।
  • ଏକ ସୁସ୍ଥ ବ୍ୟକ୍ତିର ବିଶ୍ରାମ ବେଳର ସିସ୍ଫୋଲିକ୍ ଚାପ ସାଧାରଣତଃ 120 mm Hg ଓ ଡାୟାଲୋଷ୍ଟିକ୍ ଚାପ 80 mm Hg ।

2. ସଂକ୍ଷେପରେ ରକ୍ତ ଜମାଟ ବାନ୍ଧିବା ପ୍ରକ୍ରିୟାକୁ ରେଖାଚିତ୍ରରେ ଦର୍ଶାଅ :
BSE Odisha 10th Class Life Science Important Questions Chapter 3 ପରିବହନ ଓ ସଞ୍ଚାଳନ 6
(iii) ଫାଇବ୍ରୋନ୍ ଜାଲ, ରକ୍ତକଣିକା ଏବଂ ଅଣୁଚକ୍ରିକା → ପତଳା ଆସ୍ତରଣ ସୃଷ୍ଟି ଓ ରକ୍ତସ୍ରାବ ବନ୍ଦ

3. ମନୁଷ୍ୟ ଶରୀରରେ ରକ୍ତ ସଞ୍ଚାଳନକୁ ଦ୍ୱୈତ ସଞ୍ଚାଳନ କାହିଁକି କୁହାଯାଏ ? କାରଣ ଦର୍ଶାଅ ।

  • ମଣିଷ ତଥା ଅନ୍ୟ ସ୍ତନ୍ୟପାୟୀ ଓ ପକ୍ଷୀମାନଙ୍କ ଏମାନଙ୍କର ହୃତ୍‌ପିଣ୍ଡରେ ଅମ୍ଳଜାନଯୁକ୍ତ ରକ୍ତ ଓ ଅଙ୍ଗାରକାମ୍ଳ ବିହୀନ ରକ୍ତର ମିଶ୍ରଣ ହୁଏନାହିଁ ।
  • ବାମପଟର ଅଳିନ୍ଦ ଓ ନିଳୟ ମଧ୍ୟଦେଇ ଅମ୍ଳଜାନଯୁକ୍ତ ରକ୍ତ ପ୍ରବାହିତ ହେଉଥ‌ିବା ବେଳେ, ଦକ୍ଷିଣ ପଟ ଅଳିନ୍ଦ ଓ ନିଳୟ ମଧ୍ୟଦେଇ ଅମ୍ଳଜାନବିହୀନ ରକ୍ତ ସଂଚାଳିତ ହୋଇଥାଏ ।
  • ଶରୀରର କୌଣସି ଅଙ୍ଗକୁ ଥରେ ରକ୍ତ ପହଞ୍ଚିଲାବେଳକୁ ତାହା ଦୁଇଥର ହୃତ୍‌ ପିଣ୍ଡ ମଧ୍ୟଦେଇ ପ୍ରବାହିତ ହୋଇଥାଏ । ଏ ପ୍ରକାର ରକ୍ତ ସଞ୍ଚାଳନକୁ ଦ୍ୱୈତ ସଞ୍ଚାଳନ କୁହାଯାଏ ।

4. ପୋଷକ ପରିବହନରେ ସଂସକ୍ତି ତତ୍ତ୍ଵର ଭୂମିକା ସମ୍ବନ୍ଧରେ ସଂକ୍ଷେପରେ ବର୍ତ୍ତନ କର ।
ଊ-

  • ଜଳ ର ଶୋଷଣ ମୁଖ୍ୟତଃ ଉଦନ ପ୍ରକ୍ରିୟାଦ୍ବାରା ସଙ୍ଗଠିତ ହୋଇଥାଏ । ଏହି ପ୍ରକ୍ରିୟା ହେତୁ ପତ୍ରରୁ ବହୁ ପରିମାଣର ଜଳ କ୍ଷୟ ହୁଏ ।
  • ଜଳ କ୍ଷୟ ଯୋଗୁଁ ପତ୍ର ଫଳକରେ ଜଳର ବିସରଣ ଚାପ କମିଯାଏ । ତେଣୁ ପତ୍ରର ଗତିକରେ ।
  • ଶିରା ପ୍ରଶିରାରେ ଜଳର ବିସରଣ ଚାପ IMG ଗତିକରେ ।
  • କାଣ୍ଡରେ ଥ‌ିବା ଜାଇଲେଟ୍‌ରେ ଜଳର ଧାରା ଅକ୍ଷୁଣ୍ଣ ରଖିବାପାଇଁ ଜଳ ମୂଳରୁ ଶୋଷିତ ହୋଇ କାଣ୍ଡ ପର୍ଯ୍ୟନ୍ତ ଆସେ ଅର୍ଥାତ୍ ପତ୍ରପୃଷ୍ଠରେ ପର୍ଯ୍ୟନ୍ତ ଜଳର ଏକ ନିରବଚ୍ଛିନ୍ନ ଧାରା ପ୍ରବାହିତ ହୁଏ ।
  • ଜଳର ଏହି ଧାରାକୁ ଉଦନ ସ୍ରୋତ କୁହାଯାଏ । ଏହି ଜଳଧାର ନିମ୍ନୋକ୍ତ 2ଟି. କାରଣଯୋଗୁଁ ସହଜରେ ଛିନ୍ନ ହୁଏନାହିଁ – ଯଥା
    (i) ସଂସକ୍ତି ବଳ ଓ
    (ii) ସଂଲଗ୍ନ ବଳ ।

5. ଶରୀରରେ ଶିରା ଓ ଧମନୀର ମୁଖ୍ୟ କାର୍ଯ୍ୟମାନଙ୍କ ସମ୍ବନ୍ଧରେ ଲେଖ ।
ଊ-

  • ଶିରା ଓ ଧମନୀ ମଧ୍ୟରେ ରକ୍ତକୁ ସଞ୍ଚାଳିତ କରିବାରେ ହୃତ୍‌ପିଣ୍ଡ ମୁଖ୍ୟତଃ ଗୋଟିଏ ପମ୍ପ ପରି ଅବିରାମ ଭାବେ କାର୍ଯ୍ୟ କରିଥାଏ ।
  • ହୃତ୍‌ପିଣ୍ଡର ସଙ୍କୋଚନଜନିତ ଚାପ ଫଳରେ ପହଞ୍ଚେ । ଏଥୁରୁ କୋଷ ଅମ୍ଳଜାନ, ଖାଦ୍ୟ ଓ କରେ ।
  • ଅମ୍ଳଜାନ ଓ ଖାଦ୍ୟ, କୋଷ ମଧ୍ୟରେ ବ୍ୟବହାର ଓ ବିଭିନ୍ନ ବର୍ଜ୍ୟବସ୍ତୁ କୋଷ ବାହାରକୁ ଆସେ ।
  • ପ୍ରଥମେ ଶିରା ରକ୍ତକୈଶିକ ଓ ପରେ ଛୋଟ ଶିରାଦ୍ବାରା ସେ ସମସ୍ତ ସଂଗୃହୀତ ହୋଇ ଶିରା ମଧ୍ୟକୁ ପ୍ରବେଶ କରେ ଓ ଶିରା ମଧ୍ୟରେ ପ୍ରବାହିତ ହୋଇ ହୃତ୍‌ପିଣ୍ଡ ଆଡ଼କୁ ଆସେ ।
  • ଶିରା ଉପରେ ଥିବା ପେଶୀର ସଂକୋଚନ ଓ ପ୍ରସାରଣ ଯୋଗୁଁ ରକ୍ତ ଠେଲି ହୋଇ ହୃତ୍‌ପିଣ୍ଡ ପର୍ଯ୍ୟନ୍ତ ଆସେ ।
  • ଏହାଛଡ଼ା ଶିରାରେ ରହିଛି ଏକ ବିଶେଷ ଧରଣର କପାଟିକା ଯାହା ଫଳରେ ରକ୍ତ ଶିରା ମଧ୍ୟରେ ପଛକୁ ଫେରି

6. ମଣିଷ ହୃତ୍‌ପିଣ୍ଡର ବାହ୍ୟଗଠନର ନାମାଙ୍କିତ ଚିତ୍ର ଅଙ୍କନ କର ।
ଊ-
BSE Odisha 10th Class Life Science Important Questions Chapter 3 ପରିବହନ ଓ ସଞ୍ଚାଳନ 7

7. ଦ୍ଵୈତ ରକ୍ତ ସଞ୍ଚାଳନର ରେଖା ଚିତ୍ର ଅଙ୍କନ କର
BSE Odisha 10th Class Life Science Important Questions Chapter 3 ପରିବହନ ଓ ସଞ୍ଚାଳନ 8

BSE Odisha 10th Class Life Science Important Questions Chapter 3 ପରିବହନ ଓ ସଞ୍ଚାଳନ 10

1. ଜାଇଲେମ୍ ଟିସୁରେ ଜଳ କିପରି ପ୍ରବେଶ କରେ ବୁଝାଅ ।

  • ମୂଳରେ ଥିବା ମୂଳଲୋମର କୋଷ ଭିତରର ଆୟନ ଓ ମୃତ୍ତିକାରେ ଥିବା ମଧ୍ୟରେ ଆୟନର ସାନ୍ଦ୍ରତା ପାର୍ଥକ୍ୟ ଥାଏ ।
  • ମୃତ୍ତିକାରେ ଥିବା ଆୟନର ସାନ୍ଦ୍ରତା ଅଧି ଆୟନର ସାନ୍ଦ୍ରତା କମ୍ ଥାଏ । ଏହି ଆୟନର ଶୋଷଣ ମାଧ୍ୟମରେ ଆୟନ ଓ ଜଳ ମୃତ୍ତିକାରୁ ମୂଳଲୋମର କୋଷ ମଧ୍ୟକୁ ପ୍ରବେଶ କରେ ।

BSE Odisha 10th Class Life Science Important Questions Chapter 3 ପରିବହନ ଓ ସଞ୍ଚାଳନ

2. ଉଭିଦର ସଂବାହୀ ଟିସୁର ନାମ ଓ କାର୍ଯ୍ୟ ଲେଖ ।
ଉ-

  • ଉଦ୍ଭଦର ସଂବାହୀ ଟିସୁର ନାମ ହେଲା ଜାଇଲେମ୍ ଓ ଫ୍ଲୋଏମ୍ ।
  • ଜାଇଲେମ୍ ଟିସୁ ସୂକ୍ଷ୍ମ ନଳିକା ସଦୃଶ । ଏହା ଭିତର ଦେଇ ଜଳ ଓ ସେଥ‌ିରେ ଦ୍ରବୀଭୂତ ପୋଷକ ବୃକ୍ଷର ବିଭିନ୍ନ ସ୍ଥାନକୁ ଯାଇଥାଏ ଓ ପତ୍ରରେ ପ୍ରସ୍ତୁତ ଖାଦ୍ୟ ଫ୍ଲୋଏମ୍ ଦେଇ ଉଭିଦର ବିଭିନ୍ନ ଅଂଶକୁ ପରିବାହିତ ହୋଇଥାଏ ।

3. କପାଟିକା କାହାକୁ କହନ୍ତି ? ଏହାର କାର୍ଯ୍ୟ କ’ଣ ?
ଭ-

  • ଅଳିନ୍ଦ – ନିଳୟ ଦ୍ଵାରରେ ଏବଂ ନିଳୟ- ରକ୍ତବାହିନୀ ଦ୍ଵାରରେ ଥ‌ିବା 2 ବା 3 ପାଖୁଡ଼ା ବା ବିଶିଷ୍ଟ ପତଳା ପରଦାକୁ କପାଟିକା କହନ୍ତି ।
  • ଦକ୍ଷିଣ ଅଳିନ୍ଦ ଓ ନିଳୟ ଦ୍ଵାରରେ ଓ ପାଖୁଡ଼ା ବିଶିଷ୍ଟ କପାଟିକା ନିଳୟ ଆଡ଼କୁ ଓ ବାମ ଅଳିନ୍ଦ ଓ ନିଳୟ ମଧ୍ୟରେ ଦୁଇପାଖୁଡ଼ା ବିଶିଷ୍ଟ କପାଟିକା ନିଳୟ ଆଡ଼କୁ ଖୋଲିଥାଏ । ନିଳୟ ଓ ରକ୍ତବାହିନୀ ଦ୍ୱାରରେ ଅର୍ଦ୍ଧଚନ୍ଦ୍ରାକୃତି କପାଟିକା ଥାଏ ବାମନିଳୟ ଅଧୂକ ଦକ୍ଷ । ଅଳିନ୍ଦ ଓ ନିଳୟ ମଧ୍ୟରେ ଥିବା କପାଟିକା ରକ୍ତ ନିଳୟ ମଧ୍ୟକୁ ଛାଡ଼ିଥାଏ ଏବଂ ନିଳୟ ଓ ରକ୍ତବାହିନୀ ଛାଡ଼ିଥାଏ ।

4. ରକ୍ତବାହିନୀ କାହାକୁ କହନ୍ତି ? ଏଗୁଡ଼ିକର ନାମ ଓ କାର୍ଯ୍ୟ ଲେଖ ।
ଭ-

  • ମନୁ ଷ୍ୟ ଶରୀରରେ ରକ୍ତ ସଞ୍ଚାଳନ ପାଇଁ ଏଗୁଡ଼ିକ ପରିବହନ ସଂସ୍ଥାର ଏକ ମୁହଁ ରାସ୍ତାଭଳି ଶରୀରରେ ପ୍ରାୟ 96,000 ରୁ 1,60,000 କି.ମି. ନଳୀ ଜାଲପରି ବିଛେଇ
  • ରକ୍ତବାହିନୀ ମୁଖ୍ୟତଃ 3 ପ୍ରକାରର – ଧମନୀ, ଶିରା ଓ ରକ୍ତକୈଶିକ । ଏଗୁଡ଼ିକ ରକ୍ତ ହୃତ୍‌ପିଣ୍ଡରୁ ପରିବାହିତ କରନ୍ତି ।

5. ହାଇପର ଟେନସନ୍ କ’ଣ ? ଏହାହେଲେ କ’ଣ ଘଟିବାର ସମ୍ଭାବନା ଅଛି ?
ଉ-

  • କୌଣସି କାରଣରୁ ଧମନୀ ସଙ୍କୁଚିତ ହେଲେ ରକ୍ତଚାପ ବଢ଼ିଯାଏ । ଏହାକୁ ଉଚ୍ଚ ରକ୍ତଚାପ ବା ହାଇପର ଟେନ୍‌ସନ୍ କହନ୍ତି ।
  • ଉଚ୍ଚ ରକ୍ତଚାପ ହେଲେ ଧମନୀ ଫାଟିଯିବାର ସମ୍ଭାବନା ଥାଏ ।

6. ଫୁସ୍‌ଫୁସ୍ ଧମନୀ ଓ ଫୁସ୍‌ଫୁସ୍ ଶିରାର କାର୍ଯ୍ୟ ଲେଖ ।
ଭ-

  • ଫୁସ୍‌ଫୁସ୍ ଧମନୀ ଦେଇ ହୃତ୍‌ପିଣ୍ଡରୁ ଅମ୍ଳଜାନ ବିହୀନ ରକ୍ତ ଫୁସ୍‌ଫୁସ୍‌ରେ ପ୍ରବେଶ କରେ ।
  • ଫୁସ୍‌ଫୁସ୍ ଶିରାର ରକ୍ତ ହୃତ୍‌ପିଣ୍ଡକୁ ପ୍ରବାହିତ ହୁଏ ।

7. ଥ୍ରୋୟୋପ୍ଲାଷ୍ଟିନ୍ କ’ଣ ? ଏହା କିପରି ଗଠିତ ହୁଏ ?
ଭ-

  • ଥ୍ରୋୟୋପ୍ଲାଷ୍ଟିନ୍‌ ଏକ ଲିପାପ୍ରୋଟିନ୍‌ ।
  • କ୍ଷତ ସ୍ଥାନରୁ ରକ୍ତ ବାହାରିଲେ କ୍ଷତଟିସୁ ଓ ଆସିଲେ କ୍ଷତସ୍ଥାନରେ ପ୍ରୟୋପ୍ଲାଷ୍ଟିନ୍ ସୃଷ୍ଟିହୁଏ ।

BSE Odisha 10th Class Life Science Important Questions Chapter 3 ପରିବହନ ଓ ସଞ୍ଚାଳନ

8. ଏଣ୍ଟିଜେନ୍ ଓ ଏଣ୍ଟିବଡ଼ି କାହାକୁ କହନ୍ତି ? ଏମାନେ କେଉଁ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ?
ଊ-

  • ଲୋହିତ ରକ୍ତକଣିକାର ଆବରଣରେ ଥ‌ି ପ୍ରୋଟିନକୁ ଏଣ୍ଟିଜେନ୍ କହନ୍ତି । ଏହି ପ୍ରୋଟିକୁ A ଓ B ନାମରେ ନାମିତ କରାଯାଇଛି । ପ୍ଲାଜମାରେ ଥ‌ିବା ପ୍ରୋଟିନ୍ କୁ ଏଣ୍ଟିବଡ଼ି କୁହାଯାଏ । ଏହାକୁ a ଓ ଭାବରେ ସୂଚିତ କରାଯାଏ ।
  • ଏଣ୍ଟିଜେନ୍ ଓ ଏଣ୍ଟିବଡ଼ିର ବିଶେଷତ୍ୱ ହେଉଛି ଯେ ଏକ ନିର୍ଦ୍ଦିଷ୍ଟ ଏଣ୍ଟିବଡ଼ି କେବଳ ତା ପାଇଁ ଉଦ୍ଦିଷ୍ଟ ଏଣ୍ଟିଜେନକୁ ଚିହ୍ନିପାରେ ।

9. ରକ୍ତଦ୍ଵାରା ପରିବାହିତ ହେଉଥ‌ିବା ପଦାର୍ଥଗୁଡ଼ିକର ନାମ ଲେଖ ।
ଊ-

  • O2 ଓ CO2 ଗ୍ୟାସ୍
  • ଜଳ
  • ହରମୋନ୍
  • ସରଳୀକୃତ ଖାଦ୍ୟ
  • ୟୁରିଆ